Odia Medium Text Book Solution Here , Text Books Question Answer.

Monday, April 14, 2025

Bhimnka Singhanada Radi Question Answer | Meher Sir

Meher Sir 10th class mil chapter 2 Bhimnka Singhanada Radi Question Answer | 10th Class MIL Odia Sahitya Sindhu .

Bhimnka Singhanada Radi Prashna Uttar

Bhimnka Singhanada Radi Question Answer | Meher Sir



ପାଠ୍ୟ ପୁସ୍ତକସ୍ଥ ପ୍ରଶାବଳୀର ଉତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ ।
ଏକପଦରେ ପ୍ରକାଶ କର ।


ଉ– ଧୃତରାଷ୍ଟ୍ରଙ୍କ ପୁତ୍ର - ଧାଉଁରାଷ୍ଟ୍ରି

ମରୁତଙ୍କ ପୁତ୍ର - ମାରୁତି

ପବନଙ୍କ ପୁତ୍ର - ପାବନି

ପଣ୍ଡୁଙ୍କ ପୁତ୍ର - ପାଣ୍ଡବ

ଅଦିତିଙ୍କ ପୁତ୍ର - ଆଦିତ୍ୟ

କୁନ୍ତୀଙ୍କ ପୁତ୍ର - କୌନ୍ତେୟ


୨। ନିମ୍ନଲିଖ୍ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

ଶୂଳଧର, ସଂକଟ, ମର୍ତ୍ତ୍ୟ, ଅନ୍ତରୀକ୍ଷ, ନଳିନୀ, ଯମ, କମଳା, ଭର୍ସନା

ଉ— ଶବ୍ଦ              ପ୍ରତିଶବ୍ଦ

ଶୂଳଧର     ବିଶ୍ଵନାଥ, ପଶୁପତି

ସଂକଟ        ବିପଦ, ବିପତ୍ତି

 ମର୍ତ୍ତ୍ୟ          ପୃଥ‌ିବୀ, ଧରଣୀ

ଅନ୍ତରକ୍ଷ      ଆକାଶ, ବ୍ୟୋମ

ନଳିନୀ          ପଦ୍ମ, ପଙ୍କଜ

ଯମ           ଦଣ୍ଡଧର, କାଳାନ୍ତକ

କମଳା       ଲକ୍ଷ୍ମୀ, ବିଷ୍ଣୁପ୍ରିୟା

ଭର୍ସନା          ନିନ୍ଦା, ଅପବାଦ


୩ । ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।

ତ୍ରିଲୋଚନ, କାଳାନଳ, ନବଦୀପ, ସପ୍ତସାଗର, ଭୁଜଦଣ୍ଡ, ଅଜାମ୍ବର


ଉ— ତ୍ରିଲୋଚନ-  ତିନି ଲୋଚନ ଯାହାଙ୍କର (ଶିବ) - ବହୁବ୍ରୀହି ସମାସ

କାଳାନଳ - କାଳ ଅଟେ ଅନଳ - ଅଭେଦ କର୍ମଧାରୟ

ନବଦ୍ବୀପ - ନବଦୀପର ସମାହାର -  ଦ୍ବିଗୁ ସମାସ

ସପ୍ତସାଗର - ସପ୍ତସାଗରର ସମାହାର -  ଦ୍ବିଗୁ ସମାସ

ଭୁଜଦଣ୍ଡ - ଭୁଜ ଦଣ୍ଡ ପରି -  ଉପମିତ କର୍ମଧାରୟ ସମାସ

ଅଜାମ୍ବର - ଜନ୍ମ ମରଣ ନାହିଁ ଯାହାର -  ବହୁବ୍ରୀହି ସମାସ


୪। ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର ।

ଊ– (କ) ଈଶ୍ବରଂକୁ ସିଂଘନାଦ ମାଗନ୍ତୁ ପବନର ସୁତ । 

(ଖ) ଆସନ କଂପିଲା ଯେ ଦେବ ଶୂଳଧର । 

(ଗ) ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପୁଗାରି

(ଘ) ଚିରିକୁଟି ରୁ କାଢ଼ିଦେଲେ ସେ ସିଂଘନାଦ । 

ଙ) ଅନ୍ତରୀକ୍ଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ ।

(ଚ) ବଚ୍ଛସ୍ଥଳେ ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି ।

(ଛ) ବୋଇଲୁ ଯେ ଭୀମର ସାତରଡ଼ି ସହିବୁ ।

 (ଜ) କଦଳୀ ପତ୍ର ପ୍ରାୟେ କମ୍ପଇ ମହାତମୀ ।


୫ | ସିଂଘନାଦ କ’ଣ ?

ଊ– ସିଂଘନାଦ ମଇଁଷି ସିଂଘରେ ନିର୍ମିତ ଏକ ବାଦ୍ୟ । ଏହି ବାଦ୍ୟ ସଦାସର୍ବଦା ଶିବଙ୍କ ପାଖରେ ଥାଏ । ଶିବ ଭୈରବ ରୂପ ଧାରଣ କରି ସିଂଘନାଦ କଲେ ପୃଥ‌ିବୀ ପ୍ରଳୟ ହୁଏ । ଶିବଙ୍କଠାରୁ ସିଂଘନାଦ ନେଇ ଭୀମସେନ ଦୁର୍ଯ୍ୟୋଧନଙ୍କୁ ରଣ କରିବାପାଇଁ ଆହ୍ୱାନ କରିଥିଲେ । ସେହି ସିଂଘନାଦ ଶବ୍ଦ ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଥିଲେ ।

 ୬ । ସହଦେବ ଜଗନ୍ନାଥଙ୍କୁ କ’ଣ ବୋଇଲେ ?

ଊ - ସହଦେବ ଜଗନ୍ନାଥଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ କହିଲେ, କେବଳ ଈଶ୍ବରଙ୍କୁ ପ୍ରାର୍ଥନା କରି ପବନସୁତ ଭୀମସେନ ସିଂଘନାଦ ପ୍ରାପ୍ତ ହେଲେ, ଦୁର୍ଯ୍ୟୋଧନଙ୍କୁ ବ୍ୟାସ ସରୋବରରୁ ବାହାର କରିପାରିବେ ।


୭। ସିଂଘନାଦ ଦେବାପାଇଁ ପାର୍ବତୀ ଶିବଙ୍କୁ କ’ଣ କହିଲେ ?

ଉ– ସିଂଘନାଦ ପ୍ରସଙ୍ଗରେ ଶିବ ପାର୍ବତୀଙ୍କୁ ପଚାରିବାରୁ ପାର୍ବତୀ ଶିବଙ୍କୁ କହିଲେ, ଭୀମ ହେଉଛି ଆମ୍ଭ ପାଇଁ ଉପକାରୀ । ପାଣ୍ଡବମାନଙ୍କ ପାଇଁ ଅନେକ ସମୟରେ କପିଳାସ ବିପଦମୁକ୍ତ ହୋଇଥାଏ । ପୁନଶ୍ଚ ତୁମ୍ଭେ ଭୀମଙ୍କୁ ବର ଦେବାପାଇଁ ସତ୍ୟ କରିଥିଲ । ତେଣୁ ଭୀମକୁ ଯଥାଶୀଘ୍ର ସିଂଘନାଦ ପ୍ରଦାନ କର । 

୮ | ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ଷିଥିଲେ ?

ଉ– ପାଣ୍ଡବଙ୍କ ମଧ୍ୟରେ ଦ୍ଵିତୀୟ ପାଣ୍ଡବ ହେଉଛନ୍ତି ଭୀମସେନ । ଥରେ ଅଶ୍ଳେଷା ଦୈତ୍ୟ କୈଳାସକୁ ଉପାଡ଼ି ନେଉଥ‌ିବାବେଳେ, ଋଷ୍ୟମୁକ ପର୍ବତରେ ଥ‌ିବା ଭୀମଙ୍କୁ ଶିବ ଡାକିଥିଲେ । ଭୀମ ଅଶ୍ଳେଷା କୈଳାସ ଉଦ୍ଧାର କରିଥିଲେ । ମଧ୍ୟମ ପାଣ୍ଡବ ଭୀମଙ୍କ ପାଇଁ ତ୍ରିଲୋଚନ ଶିବ ଅଶ୍ଳେଷା ଦୈତ୍ୟକୁ ବିନାଶ କରି ଦୈତ୍ୟ କବଳରୁ ବର୍ଷିଥିଲେ । ପୁନଶ୍ଚ ପାଣ୍ଡବମାନଙ୍କ ପାଇଁ କୈଳାସ ପର୍ବତ ବେଳେବେଳେ ବିପଦମୁକ୍ତ ହୋଇଥାଏ ।


 ୯ | ସିଂଘନାଦ କିପରି ଗତି କରି ଭୀମଙ୍କ ହସ୍ତକୁ ଆସିଲା ?

ଉ— ସିଂଘନାଦ ଅନ୍ତରୀକ୍ଷରେ ବା ଆକାଶପଥରେ ଗତି କରି ବ୍ୟାସ ସରୋବର ତୀରରେ ରହିଥ‌ିବା ଭୀମଙ୍କ ହସ୍ତକୁ ଆସିଥିଲା ।


୧୦ । ବ୍ୟାସ ସରୋବରର ମାହାତ୍ମ୍ୟ ଲେଖ ।

ଉ—ବ୍ୟାସ ସରୋବର ହେଉଛି ବିପଦରେ ପଡ଼ି ଶରଣ ନେଇଥିବା ବ୍ୟକ୍ତି ପାଇଁ ଅଭୟ ଆଶ୍ରୟସ୍ଥଳ । ଏଠାରେ ଶରଣ ନେଇଥ‌ିବା ବ୍ୟକ୍ତିଙ୍କୁ ମାରିବାପାଇଁ ତା’ର ଶତ୍ରୁ ସେଠାକୁ ଯାଇପାରେ ନାହିଁ । ଶରଣକାରୀର ଶତ୍ରୁ ଯଦି ବଳପୂର୍ବକ ସେଠାରେ ପ୍ରବେଶ କରେ, ତା’ହେଲେ ସେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ ।

୧୧। ପ୍ରଥମ ଥର ସିଂଘନାଦ ରଡ଼ିରେ ପୃଥ‌ିବୀରେ କି କି ବିଲକ୍ଷଣମାନ ଦେଖାଦେଲା ?

ଉ - ପ୍ରଥମ ଥର ସିଂଘନାଦ ରଡ଼ିରେ ମହୀମଣ୍ଡଳ ପ୍ରକମ୍ପିତ ହୋଇଗଲା । ନଳିନୀ ପତ୍ରରେ ଜଳ ଢଳ ଢଳ ହେଲାପରି ପୃଥ‌ିବୀ ଥରହର ହୋଇଉଠିଲା । ମନ୍ଦରପର୍ବତ ତା’ର ନିର୍ଦ୍ଦିଷ୍ଟ ସ୍ଥାନ ଛାଡ଼ି କିଛି ଦୂର ବୁଲିଗଲା ।


୧୨ । ଦ୍ଵିତୀୟ ଥର ସିଂଘନାଦ ରଡ଼ିରେ ସୌର ଜଗତରେ କି କି ବିଲକ୍ଷଣ ଦେଖାଦେଲା ?


ଉ– ଦ୍ଵିତୀୟ ଥର ପାଇଁ ଭୀମସେନ ସିଂଘନାଦ ରଡ଼ି ଦେବାରୁ, ତାହାର ପ୍ରଭାବରେ ଛଅ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଲା । ପାତାଳପୁରରେ ଥ‌ିବା ଅନନ୍ତ ନାଗର ଫଣା କମ୍ପମାନ ହେଲା । ନବଦୀପ, ସପ୍ତସାଗର କମ୍ପି ଉଠିଲା ଓ ମେରୁ ପର୍ବତ ଟଳମଳ ହେଲା । ସୌର ଜଗତରେ ଥ‌ିବା ଆଦିତ୍ୟ ମଣ୍ଡଳ, ଭୂମଣ୍ଡଳ, ଧ୍ରୁବ ମଣ୍ଡଳ, ଅମର ମଣ୍ଡଳ ମଧ୍ୟ କମ୍ପିଉଠିଲା । ସିନ୍ଦୂର ଲହଡ଼ି ଆକାଶ ପର୍ଯ୍ୟନ୍ତ ଉଛୁଳି ପଡ଼ିଲା ।


୧୩ । ନବଦୀପର ନାମ ଲେଖ ।


ଉ– ଇନ୍ଦ୍ରଦ୍ୱୀପ, ନାଗଦ୍ବୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ ଦ୍ବୀପ, ବରୁଣ ଦ୍ବୀପ, କଶେରୁମାନ ଦ୍ଵୀପ, ଗଭଣ୍ଡିମାନ ଦ୍ୱୀପ, ତାମ୍ରପର୍ଣ୍ଣ ଦ୍ବୀପ ଓ କୁମାରିକା ଦ୍ଵୀପ ।


୧୪। ସପ୍ତସାଗରର ନାମ ଲେଖ ।


ଊ– ଦଧ, ଦୁଗ୍‌ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ ।


୧୫ । ଦ୍ଵିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲା ?


ଊ– ଦ୍ଵିତୀୟ ରଡ଼ିରେ ଦୁର୍ଯ୍ୟୋଧନ ରେ ରେ କାର ଶବ୍ଦ କରି, ବକ୍ଷସ୍ଥଳରେ ହାତ ପିଟି, ବାହାସ୍ଫୋଟ ମାରିବା ସହିତ ଗର୍ଜନ କରି, କ୍ରୋଧୃତ ନୟନପୂର୍ବକ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କରି ବାହାରକୁ ବାହାରି ଆସିଲା ।


୧୬ । ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ କ’ଣ କ’ଣ କହି ବାହାରକୁ ଯିବାପାଇଁ ବାରଣ କଲେ ?


ଊ– ଭୀମଙ୍କର ଦ୍ୱିତୀୟ ସିଂଘନାଦ ରଡ଼ିରେ ଦୁର୍ଯ୍ୟୋଧନ ଯେତେବେଳେ କ୍ରୋଧିତ ହୋଇ ବାହାରକୁ ଯିବାପାଇଁ ପ୍ରସ୍ତୁତ ହେଲା, ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଭିଡ଼ିଧରି ବାହାରକୁ ନଯିବା ପାଇଁ କହିଲେ । ଲକ୍ଷ୍ମୀ କହିଲେ, ‘ବହୁତ ପ୍ରତିଜ୍ଞା କରିଥିଲୁ, ଭୀମର ସାତରଡ଼ି ସହିବୁ ବୋଲି କହିଥିଲୁ’’, ଏଭଳି ସଚେତନ କରି, ସେ ଦୁର୍ଯ୍ୟୋଧନକୁ ବାହାରକୁ ଯିବାପାଇଁ ବାରଣ କରିଥିଲେ ।


୧୭ । ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ ?

ଊ– . ଭୀମର ଦ୍ୱିତୀୟ ସିଂଘନାଦ ରଡ଼ି ଶୁଣି, ଦୁର୍ଯ୍ୟୋଧନ କ୍ରୋଧୃତ ହୋଇ ବାହାରି ଯିବାପାଇଁ ଚାହିଁଲେ । ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଭିଡ଼ିଧରି ଯିବାପାଇଁ ବାରଣ କଲେ । ମାତ୍ର ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କରି, ତାଙ୍କର ହାତକୁ ପେଲିଦେଇ ଭର୍ସନା କରି ପଳାଇଯିବାକୁ କହି ବାହାରକୁ ବାହାରି ଯାଇଥିଲେ ।

୧୮ । ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ ?

ଉ– ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କର ବାରଣକୁ ଖାତିର ନକରି, ତାଙ୍କ ହାତକୁ ପେଲିଦେଇ ଭର୍ସନା କଲେ, ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ ।

୧୯ । ଦୁର୍ଯ୍ୟୋଧନର ଗଦାଦ୍ଵୟର ଓଜନ କେତେ କେତେ ପରିମାଣର ? 

ଊ– ଦୁର୍ଯ୍ୟୋଧନର ଗଦାଦ୍ବୟର ଓଜନ ସତୁରି ସତୁରି ଭାର ପରିମାଣର ଥିଲା ।


ସପ୍ରସଙ୍ଗ ସରଳାର୍ଥ


୨୦ । ‘ସଂକଟ କାଳେ ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ

ଦିଅସି ସିଂଘନାଦ ପ୍ରସନ୍ନ ବଦନେଣ ।’’


ଉ- ‘‘ସଂକଟ କାଳେ............ପ୍ରସନ୍ନ ବଦନେଣ ।’’

ଶଂସିତ ପଦ୍ୟାଶଟି ଆଦିକବି ସାରଳା ଦାସଙ୍କ ଶ୍ରେଷ୍ଠ କାବ୍ୟକୃତି ‘ମହାଭାରତ’ର ‘ଗଦାପର୍ବ’ସ୍ଥ ‘ଭୀମଙ୍କ ସିଂଘନାଦ ରଡ଼ି’ର ଏକ ଉଲ୍ଲେଖଯୋଗ୍ୟ ଅଂଶବିଶେଷ । ଏଥ‌ିରେ କବି ଶିବ ଓ ପାର୍ବତୀଙ୍କର ମାନବୟ ଭାବକୁ ପ୍ରକାଶ କରିଛନ୍ତି । ଭୀମଙ୍କୁ ସିଂଘନାଦ ଦେବା ପାଇଁ ଶିବଙ୍କୁ ପାର୍ବତୀ ପରାମର୍ଶ ଦେଇଛନ୍ତି ।

ସହଦେବ ଥିଲେ ସର୍ବଜ୍ଞାତା । ସେ ଜାଣିଥିଲେ ଦୁର୍ଯ୍ୟୋଧନ ପ୍ରାଣରଙ୍କ ହୋଇ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ଯଦି ଭୀମସେନ ସିଂଘନାଦ ମାଧ୍ୟମରେ ଦୁର୍ଯ୍ୟୋଧନଙ୍କୁ ରଣ ପାଇଁ ଆହ୍ୱାନ କରନ୍ତି, ତା’ହେଲେ ସେ ନିଶ୍ଚୟ ସେଠାରୁ ବାହାରି ଆସିବେ । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଭୀମସେନ ଶୂଳପାଣି ଶିବଙ୍କୁ ଧ୍ୟାନ କରିଛନ୍ତି । ଭୀମସେନଙ୍କ ଧାନରେ ଶିବଙ୍କ ଆସ୍ଥାନ କମ୍ପି ଉଠିଛି । ସେ ଜାଣିପାରିଛନ୍ତି, ଭୀମସେନ ସିଂଘନାଦ ନେବାପାଇଁ ତାଙ୍କୁ ଧ୍ୟାନରେ ପ୍ରାର୍ଥନା କରୁଛି । ଏହିଭଳି ପରିସ୍ଥିତିର ସାଧାରଣ ମଣିଷ ଯେପରି ପତ୍ନୀର ପରାମର୍ଶ ଲୋଡ଼ିଥାଏ, ଠିକ୍ ଅନୁରୂପ ଭାବେ ଶିବ କ’ଣ କରିବେ ବୋଲି ପାର୍ବତୀଙ୍କୁ ପଚାରିଛନ୍ତି । ଶିବଙ୍କୁ ପରାମର୍ଶ ଦେଇ ପାର୍ବତୀ କହିଛନ୍ତି, ପାଣ୍ଡବମାନେ ବଡ଼ ଉପକାରୀ । ସେମାନେ ବିପଦ ସମୟରେ ଅନ୍ୟକୁ ସହାୟ ହୋଇଥା’ନ୍ତି । ପୁନଶ୍ଚ ଭୀମସେନ ତାଙ୍କୁ ବିପଦ ସମୟରେ ପୂର୍ବରୁ ସାହାଯ୍ୟ କରିଛି । ଯେତେବେଳେ ଅଶ୍ଳେଷ ଦୈତ୍ୟ କୈଳାସ ଆକ୍ରମଣ କରିଛି ଏବଂ କୈଳାସ ପର୍ବତକୁ ଉପାଡ଼ିବାପାଇଁ ପ୍ରୟାସ କରିଛି, ସେତେବେଳେ ଭୀମହିଁ ତାଙ୍କୁ ସାହାଯ୍ୟ କରିଛି । ଶିବଙ୍କ ଆହ୍ୱାନରେ ଋଷ୍ୟମୁକ ପର୍ବତରେ ଥିବା ଭୀମ, କୈଳାସରେ ପହଞ୍ଚି ଅଶ୍ଳେଷା ଦୈତ୍ୟକୁ ବିନାଶ କରିଛନ୍ତି । ପାର୍ବତୀ ଶିବଙ୍କୁ ଭୀମଙ୍କ ପୂର୍ବ ଉପକାର କଥା ସ୍ମରଣ କରାଇଛନ୍ତି । ଯେହେତୁ ଭୀମ ତାଙ୍କୁ ସଙ୍କଟ ବା ବିପଦ ସମୟରେ ସହାୟ ହୋଇଛି, ସେଥ‌ିପାଇଁ ଖୁସିମନରେ ଭୀମଙ୍କୁ ସିଂଘନାଦ ଦେବାପାଇଁ ପାର୍ବତୀ କହିଛନ୍ତି । ପାର୍ବତୀଙ୍କ କଥାନୁସାରେ, ଶିବ ପବନପୁତ୍ର ଭୀମସେନଙ୍କୁ ସିଂଘନାଦ ପ୍ରଦାନ କରିଛନ୍ତି ।

କବି ସାରଳା ଦାସ ଏଠାରେ ଶିବ ଓ ପାର୍ବତୀଙ୍କର ମାନବୀୟ ଭାବକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିବା ସହିତ ପାର୍ବତୀଙ୍କର ମହନୀୟ ଭାବକୁ ସୂଚିତ କରିଛନ୍ତି |


୨୧ । ‘‘କାଳାନଳ ଜାଣି ବିକାଶି ସିଂଘନାଦ ଜ୍ୟୋତି
ଆତିତ୍ୟହୃ ଶତେଗୁଣ ତେଜ ବିକାଶନ୍ତି ।”?
ଉ- କାଳାନଳ ଜାଣି...... ...........ତେଜ ବିକାଶକ୍ତି ।”’
ଆଲୋଚ୍ୟ ପଦ୍ୟାଶଟି ମାଟିର ମହାକବି ସାରଳା ଦାସଙ୍କ ଶ୍ରେଷ୍ଠ ସାହିତ୍ୟକୃତି ‘ମହାଭାରତ’ର ‘ଗଦାପର୍ବ ସ୍ଥ ‘ଭୀମଙ୍କ ସିଂଘନାଦ ରଡ଼ି’ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଶିବଙ୍କ ବିଶେଷ ବାଦ୍ୟ ସିଂଘନାଦର ମହତ୍ତ୍ବ ପ୍ରତିପାଦନ  କରିଛନ୍ତି ।


ସିଂଘନାଦ ମଇଁଷି ସିଂଘରେ ନିର୍ମିତ ଏକ ବାଦ୍ୟବିଶେଷ ହେଲେବି, ଏହା ଦେବଦେବ ମହାଦେବଙ୍କ ନିକଟରେ, ନିଜର ବିଶେଷତା ପ୍ରମାଣିତ କରିଥାଏ । ଶିବ ଭୈରବ ରୂପ ଧାରଣ କରି ସିଂଘନାଦ କଲେ ପୃଥ‌ିବୀରେ ପ୍ରଳୟ ହୋଇଥାଏ । ମହାମାନୀ ଦୁର୍ଯ୍ୟୋଧନ ଭୀମଙ୍କ ପାଖରୁ ନିସ୍ତାର ପାଇବାପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲା । ମାତ୍ର ସହଦେବଙ୍କ କଥାନୁସାରେ ଏବଂ ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁଯାୟୀ ଭୀମସେନ ଶିବଙ୍କଠାରୁ ସିଂଘନାଦ ଆଣିବାପାଇଁ ପ୍ରାର୍ଥନା କରିଥିଲେ । ଭୀମ ସିଂଘନାଦ ପାଇବାପାଇଁ ଶିବଙ୍କୁ ଧ୍ୟାନ କରିବାରୁ, ଶିବଙ୍କ ଆସ୍ଥାନ କମ୍ପି ଉଠିଥିଲା । ସେ ନିଜର ଦିବ୍ୟଶକ୍ତି ବଳରେ ଜାଣିପାରିଲେ, ଭୀମହିଁ ତାଙ୍କୁ ସିଂଘନାଦ ନେବାପାଇଁ ପ୍ରାର୍ଥନା କରୁଛି । ଶିବ ପାର୍ବତୀଙ୍କ ପରାମର୍ଶ ଲୋଡ଼ନ୍ତେ ପାର୍ବତୀ ଭୀମଙ୍କର ପୂର୍ବର ଉପକାର କଥା ଶିବଙ୍କୁ ସ୍ମରଣ କରାଇଦେଲେ । ଭୀମସେନ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିବାରୁ ଶିବ ଭୀମଙ୍କୁ ବର ଦେବାପାଇଁ କହିଥିଲେ । ସେହି ବରକୁ ସ୍ମରଣ କରି ଶିବ ଭୀମଙ୍କୁ ନିଜର ଦିବ୍ୟ ଭୈରବ ବାଦ୍ୟ ସିଂଘନାଦ ପ୍ରଦାନ କରିଥିଲେ । ସେହି ସିଂଘନାଦର ଦିବ୍ୟତ୍ଵ ପ୍ରକାଶ କରି କବି ଲେଖୁଛନ୍ତି, ସିଂଘନାଦ ଥିଲା ଭୟଙ୍କର ଅଗ୍ନି ସଦୃଶ ଜ୍ୟୋତିଯୁକ୍ତ । ପୁନଶ୍ଚ ସୂର୍ଯ୍ୟଙ୍କଠାରୁ ଶତେଗୁଣ ବା ଶହେଗୁଣ ତେଜ ସେଥୁରୁ ବିକଶିତ ହୋଇଥାଏ । ସେହି ଜ୍ୟୋତିଯୁକ୍ତ ସିଂଘନାଦ ପ୍ରାପ୍ତ ହୋଇ, ଭୀମସେନ ଦୁର୍ଯ୍ୟୋଧନଙ୍କୁ ରଣ ଆହ୍ବାନ ଦେଇଥିଲେ । ସିଂଘନାଦର ଶବ୍ଦରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଥିଲା । କବି ଏଠାରେ ସିଂଘନାଦର ଅସାଧାରଣତା ପ୍ରତିପାଦନ କରିବାପାଇଁ ଏଭଳି ତୁଳନାତ୍ମକ ପ୍ରସଙ୍ଗ ସୂଚିତ କରିଛନ୍ତି ।


 ୨୨ । ‘‘ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି

ପୃଥ‌ିବୀ ଦଲଦଲିତ କମ୍ପଇ ମେଦିନୀ ।??


ଊ– ‘ନଳିନୀ ପତ୍ରରେ ......କମ୍ପଇ ମେଦିନୀ ।’

ଉକ୍ତ ପଦ୍ୟାଶଟି ମାଟିର ମହାକବି ସାରଳା ଦାସଙ୍କ ସର୍ବଶ୍ରେଷ୍ଠ ଗ୍ରନ୍ଥ ‘ମହାଭାରତ’ର ‘ଗଦାପର୍ବ ସ୍ଥ ‘ଭୀମଙ୍କ ସିଂଘନାଦ ରଡ଼ି’ କବିତାରୁ ଆସିଅଛି । ମହାଦେବଙ୍କଠାରୁ ସିଂଘନାଦ ପ୍ରାପ୍ତ ହେଲାପରେ, ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ଭୀମସେନ ପ୍ରଥମ ସିଂଘନାଦ ରଡ଼ି କରିବାରୁ ପୃଥ‌ିବୀର ଅବସ୍ଥା ଯାହା ହୋଇଛି, ତାହାକୁ କବି ତୁଳନାତ୍ମକ ଭାବରେ ପରିପ୍ରକାଶ କରିଛନ୍ତି ।


ଦୁର୍ଯ୍ୟୋଧନ ନିଜକୁ ନିଜେ ରକ୍ଷା କରିବାପାଇଁ ଭୀରୁ ଭଳି ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛି । ଦୁର୍ବାସାଙ୍କ ପରାମର୍ଶରେ ସେ ବ୍ୟାସ ସରୋବରରେ ନିଜକୁ ନିଜେ ଲୁଚାଇ ଦେଇଛି । ଦୁର୍ଯ୍ୟୋଧନ କିପରି ବ୍ୟାସ ସରୋବରରୁ ବାହାରିବ ସେଥ୍‌ପାଇଁ ଭୀମ ଶିବଙ୍କୁ ସିଂଘନାଦ ପାଇଁ ପ୍ରାର୍ଥନା କରିଛନ୍ତି । ପାର୍ବତୀଙ୍କ କଥାନୁସାରେ ଓ ଭୀମଙ୍କୁ ପୂର୍ବରୁ ଦେଇଥ‌ିବା ପ୍ରତିଶ୍ରୁତି ଅନୁସାରେ ଶିବ ଭୀମଙ୍କୁ ସିଂଘନାଦ ପ୍ରଦାନ କରିଛନ୍ତି । ସେହି ସିଂଘନାଦ ଥିଲା ଅସାଧାରଣ । ତାହାର ଜ୍ୟୋତି ଥିଲା ଶହେ ସୂର୍ଯ୍ୟଙ୍କ ଜ୍ୟୋତିଠାରୁ ଆହୁରି ତେଜୀୟାନ । ସେହି ଦିବ୍ୟ ସିଂଘନାଦକୁ ଧରି ଭୀମସେନ ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ପ୍ରଥମ ରଡ଼ି ଦେଇଛି । ସେହି ସିଂଘନାଦ ରଡ଼ିର ପ୍ରଭାବରେ ମହୀମଣ୍ଡଳ ପ୍ରକମ୍ପିତ ହୋଇଉଠିଛି । କବି ଏହି ରଡ଼ିର ପ୍ରଭାବକୁ ସୁନ୍ଦର ତୁଳନାତ୍ମକ ଚିତ୍ର ପ୍ରଦାନ କରି ପ୍ରତିପାଦନ କରିଛନ୍ତି । ପଦ୍ମପତ୍ରରେ ରହିଥ‌ିବା ପାଣି ଯେପରି ସାମାନ୍ୟ ପବନରେ ଚହଲିଯାଏ, ଢଳ ଢଳ ହୁଏ, ଠିକ୍ ସେହିପରି ଭୀମସେନଙ୍କଦ୍ଵାରା ପ୍ରଥମ ସିଂଘନାଦ ଶବ୍ଦରେ ପୃଥ‌ିବୀ ଥରହର ହୋଇଯାଇଛି । ପଦ୍ମପତ୍ରରେ ରହିଥ‌ିବା ଜଳ ସଦୃଶ ପୃଥ‌ିବୀ ଅସ୍ଥିର ହୋଇଛି । ଏପରିକି ମନ୍ଦର ପର୍ବତ ମଧ୍ଯ ତାହାର ନିର୍ଦ୍ଦିଷ୍ଟ ସ୍ଥାନରୁ ଘୁଞ୍ଚିଯାଇଛି । ଏହି ସିଂଘନାଦର ପ୍ରତିକ୍ରିୟା ସ୍ୱରୂପ ଦୁର୍ଯ୍ୟୋଧନ ଚେଇଁ ଉଠିଛି । ତା’ମନ ଚଳଚଞ୍ଚଳ ହୋଇଛି ।

କବିଙ୍କର ଏଭଳି ତୁଳନାତ୍ମକ ପ୍ରସଙ୍ଗ ତାଙ୍କର ଅପାର କବିତ୍ଵର ପରିଚୟ ଦେଇଥାଏ ।


ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨୩ । ଭୀମସେନ ଦୁଇବାର ସିଂଘନାଦ ରଡ଼ି କରିବାବେଳେ କ’ଣ କ’ଣ ଘଟିଥିଲା ?

ଉ – ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କାବ୍ୟ ସାହିତ୍ୟକୁ ସରସ, ସୁନ୍ଦର ଓ ଜୀବନ୍ତ କରି ଗଢ଼ି ତେଳିଥିବା ସାରସ୍ଵତ ସାଧକ ଥିଲେ ଶୂଦ୍ରମୁନି ସାରଳା ଦାସ । ସେ ଓଡ଼ିଆ ଭାଷାର ଆଦିକବି ଭାବରେ ସୁପରିଚିତ । ଓଡ଼ିଆ ଭାଷା ଓ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ବାଗ୍‌ଦେବୀ ମାଆ ସାରଳାଙ୍କର ଅସାମାନ୍ୟ କୃପାର ଜୟଗାନ ମଧ୍ୟରେ ସ୍ବୀୟ ମହାକାବ୍ୟଗୁଡ଼ିକର ସଫଳ ରୂପାୟନ କରି ସେ ଉତ୍କଳ କାବ୍ୟ ସାହିତ୍ୟକୁ ଯେଭଳି ଋଦ୍ଧିମନ୍ତ କରିଛନ୍ତି ତା’ର ପଟାନ୍ତର ନାହିଁ । କବିଙ୍କ ବିରଚିତ ‘ଚଣ୍ଡୀପୂରାଣ’, ‘ବିଚିତ୍ର ରାମାୟଣ ’ ଓ ‘ମହାଭାରତ’ କାବ୍ୟତ୍ରୟ ତାଙ୍କର ଅନନ୍ୟ ପ୍ରତିଭାର ଅନବଦ୍ୟ ସ୍ବାକ୍ଷର ।


ଆଲୋଚ୍ୟ କବିତା ‘ଭୀମଙ୍କ ସିଂଘନାଦ ରଡ଼ି ’କବିଙ୍କ ସର୍ବଶ୍ରେଷ୍ଠ କାବ୍ୟକୃତି ‘ମହାଭାରତ ର ଗଦ୍ୟପର୍ବର ଅଂଶବିଶେଷ । କବିତାରେ କବି ସାରଳା ଦାସ ଭୀମସେନ ସିଂଘନାଦ କରି ବ୍ୟାସ ସରୋବରରେ ଆତ୍ମଗୋପନ କରିଥିବା ଦୁର୍ଯ୍ୟୋଧନଙ୍କୁ ଋଣ ପାଇଁ ଆହ୍ୱାନ କରିବା ଏବଂ ଦୁର୍ଯ୍ୟୋଧନ ବୀର ଭାବରେ ଲକ୍ଷ୍ମୀଙ୍କ ବାରଣ ନମାନି ‘ଯୁଦ୍ଧ ଦେହି ’ ଡାକରାରେ ବାହାରି ଆସିବା ବିଷୟ ଅତ୍ୟନ୍ତ ବୀରୋଚିତ ଭାବକୁ ସ୍ମରଣ କରାଇଦିଏ ।

ମହାମାନୀ ଦୁର୍ଯ୍ୟୋଧନ ଅଷ୍ଟାଦଶ ଦିବସ ପର୍ଯ୍ୟନ୍ତ ପାଣ୍ଡବମାନଙ୍କ ସହ ଭୀଷଣ ଯୁଦ୍ଧ କରିବା ପରେ ନିଜର ସମସ୍ତ ଭାଇ ସହିତ ଅନ୍ୟାନ୍ୟ ବୀର ଯୋଦ୍ଧାମାନଙ୍କୁ ଯୁଦ୍ଧରେ ହରାଇ ସାରିଲା ପରେ ଅସହାୟ ହୋଇପଡ଼ିଛି । ସେ ଜାଣିପାରିଛି ଭୀମ କବଳରୁ ରକ୍ଷାପାଇବା ତା’ପାଇଁ ସମ୍ଭବ ନୁହେଁ । ତେଣୁ ସେ ମହର୍ଷି ଦୁର୍ବାସାଙ୍କ ପରାମର୍ଶରେ ନିଜକୁ ନିଜେ ବଞ୍ଚାଇ ରଖିବାପାଇଁ ରକ୍ତନଦୀ ପାରହୋଇ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ବ୍ୟାସ ସରୋବର ଦୁର୍ଯ୍ୟୋଧନଙ୍କ ପାଇଁ ହୋଇଛି ନିରାପଦ ସ୍ଥାନ । କାରଣ ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିକୁ କୌଣସି ଶତ୍ରୁ ବଳପ୍ରୟୋଗ କରି ବାହାରକୁ ଆଣିପାରିବ ନାହିଁ ।

ବ୍ୟାସ ସରୋରବରରୁ ଦୁର୍ଯ୍ୟୋଧନ କିପରି ବାହାରିବ, ସେଥ‌ିପାଇଁ ପାଣ୍ଡବମାନଙ୍କ ମଧ୍ୟରେ ବିଚାର ହୋଇଛି । ସହଦେବଙ୍କ କଥାନୁସାରେ ଏବଂ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଭୀମସେନ ଶିବଙ୍କଠାରୁ ସିଂଘନାଦ ଆଣିବାର ଯୋଜନା କରିଛି । ଭୀମ ଶୂଳଧର ଶିବଙ୍କୁ ଧ୍ୟାନ କରିଛନ୍ତି । ଭୀମଙ୍କ ଧ୍ୟାନର ପ୍ରଭାବରେ ଶିବଙ୍କ ଆସ୍ଥାନ ଟଳମଳ ହୋଇଛି । ସେ ଅସ୍ଥିର ହୋଇପଡ଼ିଛନ୍ତି । ଶେଷରେ ପାର୍ବତୀଙ୍କ କଥାନୁସାରେ ଭୀମଙ୍କୁ ପୂର୍ବରୁ ବରଦେବା ପାଇଁ ପ୍ରତିଜ୍ଞା କରିଥିବା ଶିବ ଭୀମଙ୍କୁ ସିଂଘନାଦ ପ୍ରଦାନ କରିଛନ୍ତି । ସିଂଘନାଦ ଶୂନ୍ୟପଥରେ ଆସି ବ୍ୟାସ ସରୋବର ନିକଟରେ ଥ‌ିବା ଭୀମଙ୍କ ପାଖରେ ପହଞ୍ଚିଛି ।

ଦ୍ବିତୀୟ ପାଣ୍ଡବ ଭୀମସେନ ସିଂଘନାଦ ପାଇଲା ପରେ ପ୍ରଥମ ରଡ଼ି କରି ଦୁର୍ଯ୍ୟୋଧନଙ୍କୁ ରଣଆହ୍ଵାନ କରିଛି । ଏହାର ପରିଣତିରେ ସମସ୍ତ ପୃଥ୍ବୀ ପ୍ରକମ୍ପିତ ହୋଇ ଉଠିଛି । ପଦ୍ମଫୁଲରେ ଜଳବିନ୍ଦୁ ଢଳ ଢଳ ହେବାପରି ପୃଥ୍ବୀ ଥରିବାରେ ଲାଗିଛି । ଏହି ପ୍ରଥମ ରଡ଼ିରେ ମନ୍ଦର ପର୍ବତ ନିଜ ନିରୁପିତ ସ୍ତାନ ଛାଡ଼ି ଘୂରିବା ଫଳରେ ଦୁର୍ଯ୍ୟୋଧନ ଜାଗ୍ରତ ହୋଇ ଉଠିଛି । ପୁନର୍ବାର ଭୀମସେନ ସିଂଘନାଦ କରିଛି । ସେହି ଦ୍ବିତୀୟ ସିଂଘନାଦର ଶବ୍ଦର ପ୍ରଭାବରେ ଛଅ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ ପ୍ରକମ୍ପିତ ହୋଇଛି । ଏପରିକି ମୃତ୍ୟୁଲୋକ ଯମପୁର ମଧ୍ୟ କମ୍ପିଯାଇଛି । ଯେହେତୁ ସେହି ସିଂଘନାଦ ଥୁଲା, ଦିବ୍ୟବାଦ୍ୟ ଏବଂ ଶିବଙ୍କ ବାଦ୍ୟ ତେଣୁ ତାହାର ପ୍ରଭାବରେ ସବୁ ପରିବେଶ ଚହଲିଯାଇଛି । ପାତାଳରେ ଅନନ୍ତ ନାଗର ଫଣା କମ୍ପମାନ ହୋଇଛି । ନବଦୀପ, ସାତସାଗର ଓ ମେରୁ ପର୍ବତ ଟଳମଳ ହୋଇଉଠିଛି । ସିଂଘନାଦର ପ୍ରକମ୍ପନରେ ସୂର୍ଯ୍ୟମଣ୍ଡଳଠାରୁ ଆରମ୍ଭକରି ଇଛି ପାଇଛି । ମେରୁ  ପର୍ବର ଥରି ଉଠିଛି ।


ସିନ୍ଧୁଜଳ ବଡ଼ ବଡ଼ ଢେଉ କରି ଉଛୁଳି ଉଠିଛି । ସେହି ଢେଉର ଉଚ୍ଚତା ଏତେ ଥିଲା ଯେ, ତାହା ସତେ ଯେପରି ଆକାଶକୁ ଛୁଇଁଲାଭଳି ମନେହୋଇଛି । କବି ଦ୍ବିତୀୟ ସିଂଘନାଦର ପ୍ରଭାବକୁ ବର୍ଣ୍ଣନା କରି ଲେଖୁଛନ୍ତି

‘ପୁଣ ଆରେକ ରଡ଼ିୟେ ଦିଲା ବୀର ଭୀମ

ଛଡ଼ ଲକ୍ଷ ଯୋଜନେ ଆକାଶେ କମ୍ପିଲା ବୀର ଯମ ।

ପାତାଳେ ଅନନ୍ତ ନାଗର କମ୍ପିଲାକ ଫେରୁ

ନବଦୀପ ସପତ ସାଗର କମ୍ପିଲା ଟଳମଳ ହୋଇଲାକ ମେରୁ ।’’

ଏଠାରେ କବି ସିଂଘନାଦର ଅସାଧାରଣତା ଓ ତାହାର ପ୍ରଭାବରେ ସମଗ୍ର ଜଳ, ସ୍ଥଳ ଓ ଆକାଶରେ ଯେଭଳି ପ୍ରତିକ୍ରିୟା ସୃଷ୍ଟି ହୋଇଛି, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସେହି ନାଦ, ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଛି ।

କବିଙ୍କର ଏଭଳି ବର୍ଣ୍ଣନା ତାଙ୍କ ଦିବ୍ୟ କବିତ୍ଵ ଭାବକୁ ପରିପ୍ରକାଶ କରେ ।

୨୪ । କେଉଁ ପରିସ୍ଥିତିରେ ଭୀମଙ୍କୁ ସିଂଘନାଦ ଦେବାକୁ ସଦାଶିବ ସମ୍ମତ ହେଲେ ?

ଉ – ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଶୂଦ୍ରମୁନି ସାରଳା ଦାସ ଆଦିକବି ରୂପେ ପରିଚିତ । ସଂସ୍କୃତ ଭାଷାରେ ବ୍ୟାସଦେବ ମହାଭାରତ ଲେଖୁଲା ଭଳି ସେ ଓଡ଼ିଆ ଭାଷାରେ ମହାଭାରତ ଲେଖିବାରୁ, ତାଙ୍କୁ କେହି କେହି ଉତ୍କଳ ବ୍ୟାସ ଭାବରେ ସମ୍ବୋଧନ କରିଥା’ନ୍ତି । ତାଙ୍କ ରଚିତ ମହାଭାରତରେ ସେ ଉତ୍କଳୀୟ ସଂସ୍କୃତି, ପରମ୍ପରା, ଚିତ୍ର, ଚରିତ୍ର ସବୁକିଛି ସହଜସରଳ ଭାବରେ ଅତି ଚତୁରତାର ସହିତ ସଂଯୋଜିତ କରିଛନ୍ତି । ଏଥିରେ ମୂଳ ମହାଭାରତରେ ନଥିବା ଅନେକ ଲୋକକଥାକୁ ଉପସ୍ଥାପନ କରି ସେ ଓଡ଼ିଆମାନଙ୍କ ପ୍ରିୟ ହୋଇଛନ୍ତି । ତାଙ୍କର ଲେଖନୀ ନିଃସୃତ କାବ୍ୟଗ୍ରନ୍ଥଗୁଡ଼ିକ ହେଉଛି ମହାଭାରତ, ଚଣ୍ଡୀପୁରାଣ ଓ ବିଚିତ୍ର ରାମାୟଣ ।


ମହାମାନୀ ଦୁର୍ଯ୍ୟୋଧନ ଯୁଦ୍ଧରେ ସମସ୍ତ ପ୍ରିୟପରିଜନକୁ ହରାଇ ଅତ୍ୟନ୍ତ ଅସହାୟ ହୋଇପଡ଼ିଥିଲେ । ନିଜର ଆସନ୍ନ ମୃତ୍ୟୁକୁ ଆଶଙ୍କା କରି ନିଜକୁ ନିଜେ ବଞ୍ଚାଇବା ପାଇଁ ଉପାୟ ଖୋଜିଥିଲେ । ଦୁର୍ବାସାଙ୍କ କଥାନୁସାରେ ସେ ବ୍ୟାସ ସରୋବରରେ ଲୁଚିଥିଲେ । ବ୍ୟାସ ସରୋବର ତା’ପାଇଁ ଥିଲା ସେ ସମୟରେ ନିରାପଦ ସ୍ଥାନ । କାରଣ ବ୍ୟାସ ସରୋବରରେ କୌଣସି ଶତ୍ରୁପକ୍ଷ ପହଞ୍ଚି ପାରିବ ନାହିଁ ବୋଲି ସେ ଜାଣିଥିଲେ । ଏହି ପରିପ୍ରେକ୍ଷୀରେ ଭୀମସେନ ଦୁର୍ଯ୍ୟୋଧନକୁ ଯୁଦ୍ଧକ୍ଷେତ୍ରର କୌଣସି ସ୍ଥାନରେ ପାଇନଥିଲା । ସହଦେବଙ୍କ କଥାନୁସାରେ ସେ ଜାଣିପାରିଥିଲେ ଯେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁଯାୟୀ, ଭୀମସେନ ଶୂଳପାଣି ମହାଦେବଙ୍କଠାରୁ ସିଂଘନାଦ ଆଣିବାକୁ ପ୍ରୟାସ କରିଥିଲେ ।

ଭୀମସେନ ଶିବଙ୍କୁ ସିଂଘନାଦ ଦେବାପାଇଁ ଧ୍ୟାନ କରିଥିଲେ । ଭୀମଙ୍କ ଧ୍ୟାନ ଓ ପ୍ରାର୍ଥନା ବଳରେ ଶିବଙ୍କର ଆସ୍ଥାନ କମ୍ପି ଉଠିଥିଲା । ଶିବ ଜାଣିପାରିଥିଲେ ଯେ ଭୀମ ସିଂଘନାଦ ନେବାପାଇଁ ଧ୍ୟାନ କରୁଛି । ଏହି ପରିସ୍ଥିତିରେ ମହାଦେବ ନିଜର ପ୍ରାଣପ୍ରିୟା ପତ୍ନୀ ପାର୍ବତୀଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ । ପାର୍ବତୀ ଶିବଙ୍କୁ ସମୟାନୁସାରୀ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଭୀମସେନ ଅତ୍ୟନ୍ତ ଉପକାରୀ । ତାଙ୍କ ପାଇଁ ଆମେ କପିଳାସରେ ନିରାପଦରେ ରହିଛୁ । ପୁନଶ୍ଚ ପାର୍ବତୀ ସ୍ମରଣ କରାଇ ଦେଇଥିଲେ, ‘ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସକୁ ତା’ କବଳରୁ ରକ୍ଷା କରିଥିଲେ ।’ ସେହି ଉପକାରର ପରିଣତିରେ, ଶିବ ବର ଦେବାପାଇଁ ଭୀମକୁ କହିଥିଲେ । ଭୀମ ବିପଦରେ ପଡ଼ିଥ‌ିବାରୁ ଓ ଦୁର୍ଯ୍ୟୋଧନଙ୍କୁ ରଣକ୍ଷେତ୍ରକୁ ଆଣିବାପାଇଁ ସିଂଘନାଦ ମାଗୁଅଛି ବୋଲି ପାର୍ବତୀ କହିଥିଲେ । ଉପକାରୀ ଲୋକଙ୍କର ଉପକାର ଶୁଝିବାକୁ ହେବ । ପୁନଶ୍ଚ ପାଣ୍ଡବମାନେ ମଧ୍ଯ ଅମର ସହାୟକ ହୋଇଥା’ନ୍ତି ବୋଲି ପାର୍ବତୀ ବୁଝାଇ ଦେଇଛନ୍ତି । କବି ଏହାକୁ ସୁନ୍ଦରଭାବରେ ବର୍ଣ୍ଣନା କରି ଲେଖୁଛନ୍ତି – ‘ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପୁଗାରି

ବେଳେବେଳେ ପାଣ୍ଡବେ ଆମ୍ଭ କପିଳାସକଇଂ ଉଦ୍ଧରି ସତ୍ୟମନା ଇଚ୍ଛା ଦେବ ଯେ ତ୍ରିପୁରାରି । ପାର୍ବତୀ ବୋଇଲେ ସିଂଘନାଦ ଦିଅସି ବହନ ପାଣ୍ଡବଂକ ହେତୁ ତୁମ୍ଭେ ବ୍ରତିଅଛ ତ୍ରିଲୋଚନ ।’’


ପାର୍ବତୀଙ୍କ ପରାମର୍ଶକୁ ଶିବ ସାକାର କରିଥିଲେ । ସେ ଖୁସି ମନରେ, ପ୍ରସନ୍ନ ଚିତ୍ତରେ ଚିରିକୂଟିରୁ କାଢ଼ି ଭୀମସେନଙ୍କ ଉଦ୍ଦେଶ୍ୟରେ ସିଂଘନାଦ ପ୍ରେରଣ କରିଥିଲେ ।

ଏଠାରେ କବି ଶିବ ଓ ପାର୍ବତୀଙ୍କର ମାନବୀୟ ଭାବକୁ ଚମତ୍କାର ଭାବରେ ପରିପ୍ରକାଶ କରି ନିଜର ଅସାଧାରଣ କବିତ୍ଵର ପରିଚୟ ଦେଇଛନ୍ତି ।

୨୫ । ଲକ୍ଷ୍ମୀ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ହୋଇଥିବା କଥୋପକଥନ ନିଜ ଭାଷାରେ ପ୍ରକାଶ କର ।

ଉ – ଆଲୋଚ୍ୟ ପ୍ରସଙ୍ଗଟି ଆଦିକବି ସାରଳା ଦାସଙ୍କ ‘ଭୀମଙ୍କ ସିଂଘନାଦ ରଡ଼ି’ କବିତାର ଏକ ଉଲ୍ଲେଖଯୋଗ୍ୟ ଅଂଶ । କବି ସାରଳା ଦାସ ଥିଲେ ପଞ୍ଚଦଶ ଶତାବ୍ଦୀର ଓ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ରଦେବଙ୍କର ସମସାମୟିକ କବି । ଯେତେବେଳେ ସଂସ୍କୃତ ସାହିତ୍ୟର ଓ ସଂସ୍କୃତ ପଣ୍ଡିତମାନଙ୍କର ପୁରାଣ କ୍ଷେତ୍ରରେ ଅସମ୍ଭବ ଆଧୂପତ୍ୟ ଥିଲା, ସେହି ସମୟରେ ଓଡ଼ିଆ ସାହିତ୍ୟର ଉଲ୍ଲେଖଯୋଗ୍ୟ ଆଦ୍ୟରୂପ ଅଙ୍କନ କରିଥିଲେ ଶୂଦ୍ରମୁନି ସାରଳା ଦାସ । ମା’ ସାରଳାଙ୍କର କରୁଣା ଲାଭ କରି, ଏଭଳି କବିତ୍ଵଲାଭ କରିଥିବା ନିଜେ ସେ ତାଙ୍କର କାବ୍ୟମାନଙ୍କରେ ସ୍ବୀକାର କରିଛନ୍ତି । ସେହି ଆଦ୍ୟ ସାରସ୍ଵତ ସ୍ରଷ୍ଟାଙ୍କ ଲେଖନୀ ନିଃସୃତ ଅମରକୃତିଗୁଡ଼ିକ ହେଉଛି, ‘ଚଣ୍ଡୀପୁରାଣ’, ‘ମହାଭାରତ’ ଓ ‘ବିଚିତ୍ର ରାମାୟଣ’।

ମହାଭାରତ ମହାସମରର ଅନ୍ତିମ ପର୍ଯ୍ୟାୟ । ଦୁର୍ଯ୍ୟୋଧନ ସମସ୍ତ ସୈନ୍ୟ, ପରିଜନଙ୍କୁ ହରାଇ ହୋଇଛି ଅସହାୟ । ମହାମାନୀ କ୍ଷମତାନ୍ଧ ଦୁର୍ଯ୍ୟୋଧନଙ୍କ ହୃଦୟରେ ଦେଖାଦେଇଛି ଭୟ ଓ ବ୍ୟାକୁଳତା । ସେ ନିଜକୁ ନିଜେ ରକ୍ଷା କରିବାପାଇଁ ବ୍ୟସ୍ତ ହୋଇପଡ଼ିଛି । ମହର୍ଷି ଦୁର୍ବାସାଙ୍କ କଥାନୁସାରେ ସେ ପ୍ରାଣରଙ୍କ ହୋଇ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ଦୁର୍ଯ୍ୟୋଧନ ଥିଲେ ଲକ୍ଷ୍ମୀବନ୍ତ ପୁରୁଷ । ତାଙ୍କ କନ୍ଧରେ ଲକ୍ଷ୍ମୀ ଥିଲେ । ଏପରିକି କବି ବର୍ଣ୍ଣନା କରିଛନ୍ତି, ସେ ଚାଲିଲେ ତାଙ୍କ ପଦପାତରେ ସ୍ଵର୍ଣ୍ଣପଦ୍ମ ଫୁଟୁଥିଲା ।

ଭୀମସେନ ଶିବଙ୍କଠାରୁ ସିଂଘନାଦ ପ୍ରାପ୍ତ ହୋଇ ସେହି ସିଂଘନାଦ ମାଧ୍ୟମରେ ଦୁର୍ଯ୍ୟୋଧନଙ୍କୁ ରଣ ପାଇଁ ଆହ୍ୱାନ କରିଛି । ପ୍ରଥମ ରଡ଼ିରେ ଦୁର୍ଯ୍ୟୋଧନ ଜାଗ୍ରତ ହୋଇଉଠିଛି । ବୀର ଭାବରେ ସେ ଭୀମଙ୍କର ଦ୍ୱିତୀୟ ସିଂଘନାଦ ରଡ଼ିକୁ ସହ୍ୟ କରିପାରି ନାହିଁ । ସେ ଯୁଦ୍ଧକୁ ଯିବାପାଇଁ ବାହାରି ପଡ଼ିଛି । ରେ ରେ କାର ଶବ୍ଦକରି ଗର୍ଜି ଉଠିଛି । ବକ୍ଷସ୍ଥଳରେ ବାହାସ୍ଫୋଟ ମାରି କ୍ରୋଧ ନେତ୍ର ବୁଲାଇଛି । ଦୁର୍ଯ୍ୟୋଧନର ଏଭଳି ଅସମ୍ଭାଳ ଅବସ୍ଥା ଦେଖ୍, ମହାଲକ୍ଷ୍ମୀ ତା’କୁ ଭିଡ଼ି ଧରିଛନ୍ତି । ଦୁର୍ଯ୍ୟୋଧନଙ୍କୁ ମହାଲକ୍ଷ୍ମୀ ବୁଝାଇ କହିଛନ୍ତି, ‘ଭୀମର ସାତରଡ଼ି ପର୍ଯ୍ୟନ୍ତ ସହ୍ୟ କରିବୁ ବୋଲି ପ୍ରତିଜ୍ଞା କରିଥିଲୁ । ଏବେ ଭୀମର ଦ୍ବିତୀୟ ରଡ଼ି ତୋ’ପାଇଁ କାହିଁକି ଅସହ୍ୟ ହେଉଛି’ । ମାତ୍ର ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କର କୌଣସି କଥା ଶୁଣି ନାହିଁ । ଲକ୍ଷ୍ମୀଙ୍କର ବାରଣକୁ ଖାତିର କରିନାହିଁ । ବରଂ ଅହଂ ପ୍ରମତ୍ତ ଭାବରେ ସେ ଲକ୍ଷ୍ମୀଙ୍କୁ ଅବଜ୍ଞା କରି ତାଙ୍କୁ ଠେଲି ଦେଇଛି । ଅଧର ପୃଷ୍ଠ କରି ହିତାହିତ ଜ୍ଞାନଶୂନ୍ୟ ହୋଇ, ମୋ ନିକଟରୁ ପଳା ବୋଲି କହିଛି । ଦୁର୍ଯ୍ୟୋଧନର ଏଭଳି ବ୍ୟବହାରରେ ଲକ୍ଷ୍ମୀ ରୁଷ୍ଟ ହୋଇଛନ୍ତି । କହିଛନ୍ତି, ମୁଁ କେବଳ ତୋହାର ଭତ୍ସନା ପର୍ଯ୍ୟନ୍ତ ଅପେକ୍ଷା କରିଥିଲି । ମାତ୍ର ତୁ ଯଦି ଭୀମର ଆଉ ଗୋଟିଏ ମାତ୍ର ରଡ଼ି ସହ୍ୟ କରିବୁ, ତା’ହେଲେ ତୁ ଅମର ହୋଇଯିବୁ । ତୋତେ ଆଉ କେହି ମାରିପାରିବେ ନାହିଁ । ଲକ୍ଷ୍ମୀଙ୍କର ଏଭଳି ଉପଦେଶକୁ ଦୁର୍ଯ୍ୟୋଧନ ଶୁଣି ନାହିଁ । ଲକ୍ଷ୍ମୀ ଛାଡ଼ି ଦେବାରୁ, ଦୁର୍ଯ୍ୟୋଧନ ତାହାର ସତୁରି ଭାର ଗଦା ଘେନି ଯୁଦ୍ଧକୁ ବାହାରି ପଡ଼ିଛି ।

ଏହି ପର୍ଯ୍ୟାୟରେ କବି ଦୁର୍ଯ୍ୟୋଧନକୁ ଅହଂକାରୀ, ମଦମତ୍ତ, ଅପରିଣାମଦର୍ଶୀ ଯୋଦ୍ଧା ଭାବରେ ବର୍ଣ୍ଣନା କରିଛନ୍ତି । ପ୍ରଥମେ ସେ ବୀର ହେଲେବି, ପରିଣତିକୁ ବିଚାର ନକରି ସେ ଯେଭଳି ପଦକ୍ଷେପ ନେଲା, ତାହା ତା’ପାଇଁ ମୃତ୍ୟୁର କାରଣ ହୋଇଛି ।





Tags: 


Bhimanka singhanada radi pdf
Bhimanka singhanada radi class 10
Bhimanka singhanada radi question answer
Bhimanka singhanada radi question answer pdf
Bhimanka singhanada radi photo
Bhimanka singhanada radi summary in odia
Bhimanka singhanada radi writer name
Bhimanka singhanada radi class 10 mcq
BHIMANKA SINGHANADA RADI BOOK Q& A 
BSE Odisha Class 10 Text Book Solutions Pdf Download
Class 10 M.I.L Bhimanka singhanada radi ch.2 question answer odia medium
Bhimanka Singhanada Radi By Sarala Das
bhimanka singhanada radi
bhimanka singhanada radi class 10
10th class mil bhimanka singhanada radi
bhimanka singhanada radi class 10 mcq
bhimanka singhanada radi pdf
bhimanka singhanada radi photo
bhimanka singhanada radi mcq questions
bhimanka singhanada radi story
bhimanka singhanada radi image
bhimanka singhanada radi mcq
bhimanka singhanada radi question answer
bhimanka singhanada radi video
bhimanka singhanada radi class 10 question answer
bhimanka singhanada radi picture
class 10 odia bhimanka singhanada radi question answer
class 10 odia bhimanka singhanada radi pdf
class 10 odia bhimanka singhanada radi
class 10 odia bhimanka singhanada radi mcq
bhimanka singhanada radi class 10 pdf
bhimanka singhanada radi song
bhimanka singhanada radi saralartha
bhimanka singhanada radi odia story
bhimanka singhanada radi mahabharata

No comments:

Post a Comment

Comments