Class 10 Geography Chapter 2: Banya Prani Sambala (ବନ୍ୟପ୍ରାଣୀ ସମ୍ବଳ). Class 10 Geography Chapter 2 Question Answers | Banya Prani ଦଶମ ଶ୍ରେଣୀ ଭୂଗୋଳ (Chapter 2) | Banya Prani Sambala Notes BSE Odisha 10th Geography Chapter 2: Banya Prani Sambala .
Banya Prani Prashna Uttar
ପାଠ୍ୟପୁସ୍ତକସ୍ତୁ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) ଜୈବ ବିବିଧତା କ’ଣ ?
ଊ – (i) ଭୂପୃଷ୍ଠର କୌଣସି ଅଞ୍ଚଳର ପ୍ରାକୃତିକ ଉଭିଦ, ପ୍ରାଣୀ, ଅନ୍ୟାନ୍ୟ ଜୀବଜନ୍ତୁ ଓ ପରିସଂସ୍ଥାର ସମଷ୍ଟିକୁ ଜୈବବିବିଧତା କୁହାଯାଏ। ଏହା ତିନିପ୍ରକାରର; ଯଥା – ଜିନୀୟ ଜୈବ ବିବିଧତା, ଜାତି ବିବିଧତା ଏବଂ ପରିସଂଘୀୟ ଜୈବ ବିବିଧତା ।
(ii) ସମଗ୍ର ପୃଥିବୀକୁ ଜୈବ ବିବିଧତା ଅନୁସାରେ 12 ଗୋଟି ବୃହତ୍ କେନ୍ଦ୍ର ଏବଂ 18 ଗୋଟି ତପ୍ତସ୍ଥଳରେ ବିଭକ୍ତ କରାଯାଇଛି । ତନ୍ମଧ୍ୟରୁ ଭାରତ ଏକ ଜୈବ ବିବିଧତାର ବୃହତ୍ କେନ୍ଦ୍ର ଏବଂ ଏହାର 2 ଗୋଟି ତପ୍ତସ୍ଥଳ (ଉତ୍ତର- ପୂର୍ବ ଭାରତ ଓ ପଶ୍ଚିମଘାଟ) ରହିଛି।
(ଖ) ଲାଲ ତଥ୍ୟ ପୁସ୍ତକ କ’ଣ ?
ଭ – (i) ବିଶ୍ଵ ସଂରକ୍ଷଣ ସଂଘ ସଙ୍କଟାପନ୍ନ ଜାତିର ଜୀବମାନଙ୍କ ଉପରେ ଏକ ପୁସ୍ତକ ପ୍ରକାଶ କରିଆସୁଛି । ଏହି ପୁସ୍ତକର ନାମ ଲାଲ ତଥ୍ୟ ପୁସ୍ତକ ।
(ii) ଏହା ପ୍ରଥମେ 1966 ରେ ପ୍ରକାଶ ପାଇଥିଲା ଏବଂ ଏଥିରେ 3000 ରୁ ଅଧିକ ପ୍ରାଣୀ ଓ 20,000 ଊର୍ଦ୍ଧ୍ୱ ଉଭିଦମାନଙ୍କର ନାମ ସ୍ଥାନ ପାଇଥିଲା।
(iii) ଏହି ଲାଲ ତଥ୍ୟ ପୁସ୍ତକରେ ଭାରତର ସର୍ବାଧିକ ସଂଖ୍ୟାରେ ସଙ୍କଟାପନ୍ନ ଜାତି ସ୍ଥାନ ପାଇଛନ୍ତି।
(ଗ) ସଙ୍କଟାପନ୍ନ ପ୍ରାଣୀ କିଏ ?
ଉ – (i) ଜୈବ ବିବିଧତା ହ୍ରାସପାଇଲେ ଉପଯୁକ୍ତ ପ୍ରତିରୋଧକ ପଦକ୍ଷେପ ଅଭାବରୁ ଏକ ଜାତି ପୃଥିବୀରୁ ବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସଂପୂର୍ଣ୍ଣ ବିଲୁପ୍ତ ହୋଇଯିବ। ଏପରି ଜାତିକୁ ସଙ୍କଟାପନ୍ନ ପ୍ରାଣୀ କହନ୍ତି ।
(ii) ବିଗତ ଶତାବ୍ଦୀ ମଧ୍ଯରେ ଅଧୂକରୁ ଅଧିକ ଜାତି ସଙ୍କଟାପନ୍ନ ଅବସ୍ଥାକୁ ଗତି କରୁଥିବାରୁ ବିଶ୍ବସ୍ତରରେ ଏଥନିମନ୍ତେ ଚିନ୍ତାପ୍ରକଟ କରାଯିବା ସହିତ ସଚେତନତା ମଧ୍ୟ ବୃଦ୍ଧିପାଇଛି ।
(ଘ) ବନ୍ୟପ୍ରାଣୀ ବୋର୍ଡର କାର୍ଯ୍ୟ କ’ଣ ?
ଊ – (i) ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ବୋର୍ଡ । ଏହି ବୋର୍ଡ ଭାରତରେ 1972 ମସିହାରେ ଗଠନ କରାଯାଇଥିଲା। ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ।
2. ପାର୍ଥକ୍ୟ ଦର୍ଶାଅ
(କ) ଅପଘଟକ ଓ ପରିପୋଷୀ :
ଉ - ଅପଘଟକ
(i) ମୃତ ଉଭିଦ ଓ ପ୍ରାଣୀମାନଙ୍କର ଶରୀରରୁ ଖାଦ୍ୟ ଶୋଷଣ କରି ବଞ୍ଚରହୁଥିବା ଅଣୁଜୀବମାନଙ୍କୁ ଅପଘଟକ କୁହାଯାଏ।
(ii) କବକ ଓ ବ୍ୟାକ୍ଟେରିଆ ଇତ୍ୟାଦି ଅପଘଟକ ଶ୍ରେଣୀର ।
ପରପୋଷୀ
(i) ପ୍ରାଣୀମାନେ ହେଉଛନ୍ତି ପରପୋଷୀ ଓ ଏମାନେ ହେଉଛନ୍ତି ଭକ୍ଷକ ।
(ii) ଏମାନେ ସବୁଜ ଉଭିଦଗୁଡ଼ିକ ଉପରେ ନିର୍ଭର କରି ବୃଦ୍ଧିପାଇଥାନ୍ତି ।
3. ନିମ୍ନଲିଖତ ଶବ୍ଦଗୁଡ଼ିକ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର।
(କ) ଅଭୟାରଣ୍ୟ :
ଉ – ପଶୁମାନଙ୍କ ଭଳି ପ୍ରାଣୀମାନଙ୍କର ସୁରକ୍ଷିତ ବାସସ୍ଥଳୀ ।
(ଖ) ଜାତୀୟ ଉଦ୍ୟାନ :
ଊ – ଅଭୟାରଣ୍ୟଠାରୁ ଜାତୀୟ ଉଦ୍ୟାନମାନଙ୍କରେ ପଶୁପକ୍ଷୀମାନଙ୍କର ସୁରକ୍ଷାପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। (ଗ) ବିଲୁପ୍ତ ଜାତି :
ଉ – ପ୍ରାୟ 50 ବର୍ଷଧରି ବା ତାହାଠାରୁ ଅଧିକ ସମୟଧରି କୌଣସି ଜୀବ ଜାତି ଦୃଶ୍ୟମାନ ନ ହେଲେ ତାକୁ ବିଲୁପ୍ତ ଜାତି ବୋଲି କୁହାଯାଏ।
(ଘ) ବିପଦପ୍ରବଣ ଜାତି :
ଉ – ବର୍ତ୍ତମାନ ଉଦ୍ବେଗଜନକ ଅବସ୍ଥାରେ ନଥିବା ଏବଂ ଭବିଷ୍ୟତରେ ଲୋପପାଇଯିବାର ଆଶଙ୍କା ଥିବା ଜାତିର ପ୍ରାଣୀ ବିପଦପ୍ରବଣ ଜାତିଭାବେ ପରିଗଣିତ କରାଯାଏ ।
ଦୀର୍ଘ ଓ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ବନ୍ୟପ୍ରାଣୀ ସଂଖ୍ୟା ଏବଂ ପ୍ରକାରରେ ହ୍ରାସ ପାଇବାର କାରଣଗୁଡ଼ିକୁ ଆଲୋଚନା କର ।
ଊ– (i) ଜନସଂଖ୍ୟାର ଦ୍ରୁତବୃଦ୍ଧି, ସହରୀକରଣ, ଶିଳ୍ପାୟନ, କୃଷିକ୍ଷେତ୍ରରେ କୀଟନାଶକ ଔଷଧ ଓ ରାସାୟନିକ ପ୍ରୟୋଗ, ପ୍ରଦୂଷଣଜନିତ ଜଳବାୟୁ ପରିବର୍ତ୍ତନ, ଅଧ୍ବକାଧ୍ଵକ ଅରଣ୍ୟକ୍ଷୟ ଇତ୍ୟାଦି କାରଣ ଯୋଗୁ ବନ୍ୟପ୍ରାଣୀ ସଂଖ୍ୟା ତଥା ପ୍ରକାରରେ ହ୍ରାସ ଦେଖାଦେଇଛି ।
(ii) ପ୍ରାକୃତିକ କାରଣରୁ ନିଆଁ ଲାଗିବା, ଭୂମିକମ୍ପ ହେବା, ବନ୍ୟା, ମରୁଡ଼ି ଏବଂ ମନୁଷ୍ୟକୃତ କାରଣରୁ ଶିକାର ଔଷଧ ନିମିତ୍ତ ପ୍ରାଣୀ ଓ ଉଭିଦକୁ ଧ୍ବଂସ କରିବା ବନ୍ୟପ୍ରାଣୀଙ୍କର ସଂଖ୍ୟା ହ୍ରାସ ପାଇଥାଏ। (iii) ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗି ଅରଣ୍ୟର ବୃକ୍ଷଲତା ଧ୍ଵଂସ ପାଇବା ସଂଗେ ସଂଗେ ସେଥିରେ ଥିବା ଅନେକ ଜୀବଜନ୍ତୁ ମଧ୍ଯ ଧ୍ବଂସ ପାଇଥାନ୍ତି ।
(iv) କୁକୁଡ଼ା, ବତକ, କଇଁଛ ଆଦିର ଅଣ୍ଡାକୁ ଖାଇବା, ମୟୂରପରକୁ ବିଭିନ୍ନ ଲୋଭନୀୟ ବସ୍ତୁ ପ୍ରସ୍ତୁତ ପାଇଁ ମୟୂର ଶିକାର କରିବା ଓ ବିଭିନ୍ନ ଜୀବଜନ୍ତୁଙ୍କ ଚମଡ଼ା, ମାଂସ, ଦାନ୍ତ, ଶିଙ୍ଗ ଆଦିର ବ୍ୟବସାୟ ପାଇଁ ସେମାନଙ୍କୁ ଶିକା କରିବା ଯୋଗୁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଏବଂ ପ୍ରକାର ହ୍ରାସ ପାଉଛି ।
2. ବିଶ୍ୱ ସଂରକ୍ଷଣ ସଂଘ ସମ୍ବନ୍ଧରେ ସଂକ୍ଷେପରେ ବର୍ଣ୍ଣନା କର ।
(i) ବିଶ୍ଵ ସଂରକ୍ଷଣ ସଂଘ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଯାହାର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲାଣ୍ଡର ମୋର୍ଚ୍ଚା ସହରରେ ଅବସ୍ଥିତ
(ii) ଏହା ସଂକଟାପନ୍ନ ଜାତିର ଜୀବମାନଙ୍କ ଉପରେ ଏକ ପୁସ୍ତକ ପ୍ରକାଶ କରି ଆସୁଅଛି ଯାହାର ନାମ ହେଉଛି ଲାଲ ତଥ୍ୟ ପୁସ୍ତକ।
(iii) ଏହା ପ୍ରଥମେ 1966 ମସିହାରେ ପ୍ରକାଶ ପାଇଥିଲା।
(iv) ଏହି ପୁସ୍ତକରେ ଭାରତର ସର୍ବାଧିକ ସଂଖ୍ୟାର ସଂକଟାପନ୍ନ ଜାତି ସ୍ଥାନ ପାଇଛନ୍ତି । ଅର୍ଥାତ୍ ସଂକଟାପନ୍ନ ଉଦ୍ଭବ ଜାତିର ସଂଖ୍ୟା 474 ହୋଇଥିବାବେଳେ ସଂକଟାପନ୍ନ ପ୍ରାଣୀମାନଙ୍କର ସଂଖ୍ୟା 100 ରୁ ଅଧିକ।
3 ବିଲୁପ୍ତ ଜାତି ଉପରେ ଏକ ବିବରଣୀ ପ୍ରଦାନ କର ।
(i) ପ୍ରାୟ 50 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କୌଣସି ଜାତି ଦୃଶ୍ୟମାନ ନହେଲେ ତାକୁ ବିଲୁପ୍ତ ଜାତି ବୋଲି କୁହାଯାଏ।
(ii) ଚିତାବାଘ ଏବେ ଭାରତରେ ବିଲୁପ୍ତ, ମାତ୍ର ତାହା ଏବେ ବି ଆଫ୍ରିକାରେ ବଞ୍ଚି ରହିଛି।
(iii) ସେହିପରି ଡାଇନୋସର ଶ୍ରେଣୀର ସମସ୍ତ ଜାତି ସମଗ୍ର ପୃଥିବୀରୁ ଲୋପ ପାଇ ଯାଇଛନ୍ତି।
(iv) ପୂର୍ବ ଶତାବ୍ଦୀରେ ବିଲୁପ୍ତ ହୋଇଥିବା ପ୍ରାଣୀମାନଙ୍କ ମଧ୍ୟରେ ଅଛନ୍ତି, ଭାରତୀୟ ଚିତା, ଭାରତୀୟ ଗଣ୍ଡା, ଗୋଲାପୀ ମସ୍ତକଧାରୀ ବତକ, ଜଙ୍ଗଲୀ ପେଚା ଓ ପାର୍ବତୀୟ ବର୍ଷକ । ଏହି ସମୟରେ ପ୍ରାୟ 20ଟି ଜାତିର ଉଭିଦ ଭାରତ ଲୋପ ପାଇଛନ୍ତି ।
4. ଭାରତର ବନ୍ୟପ୍ରାଣୀ ସମ୍ବଳର ଏକ ବିବରଣୀ ପ୍ରଦାନ କର ।
ଉ – (i) ପୃଥିବୀର 12 ଗୋଟି ବିଶାଳ ଜୈବିବିଧତାପୂର୍ଣ୍ଣ ଦେଶଗୁଡ଼ିକ ମଧ୍ୟରେ ଆମ ଭାରତ ଅନ୍ତର୍ଭୁକ୍ତ । ଭାରତରେ ପ୍ରଶ୍ନ 89000 ପ୍ରକାରର ପଶୁ, ପ୍ରାୟ 45000 ରୁ ଉର୍ଦ୍ଧ୍ୱ ପ୍ରଜାତିର ଉଭିଦ, 1200 ପ୍ରଜାତିର ପକ୍ଷୀ, ପ୍ରାୟ 2500
ପ୍ରଜାତିର ମାଛ, ଅନେକ ପ୍ରଜାତିର ସରୀସୃପ, ଉଭୟଚର ପ୍ରାଣୀ, ସ୍ତନ୍ୟପାୟୀ ପ୍ରାଣୀ, କୀଟପତଙ୍ଗ, ପୋକଯୋକ, ଜିଆ ଇତ୍ୟାଦି ପ୍ରାଣୀ ଦେଖାଯାଆନ୍ତି ।
(ii) ଭାରତରେ 5ଟି ବିଶ୍ଵ ଐତିହ୍ୟସ୍ଥଳୀ, 18 ଟି ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ଏବଂ 26 ଟି ରାମସାରସ୍ଥଳୀ ରହିଛି । ଏତଦ୍ବ୍ୟତୀତ 103 ଟି ଜାତୀୟ ଉଦ୍ୟାନ ଏବଂ 535 ଟି ଅଭୟାରଣ୍ୟ ରହିଛି ।
(ii) ବାଘ, ସିଂହ, ଭାଲୁ, ଗଧ୍ଵ ଆଦି ମାଂସାଶୀ ପ୍ରାଣୀ ଓ ହାତୀ, ଗଣ୍ଡା, ବରାହ, ଗୟଳ, ହରିଣ ଓ ସମ୍ବର ଆଦି ଶାକାହାରୀ ବା ତୃଣଭୋଜୀ ପ୍ରାଣୀ ଏଠାରେ ଦେଖାଯାଆନ୍ତି ।
(iv) ଉଚ୍ଚ ହିମାଳୟ ପାର୍ବତ୍ୟାଞ୍ଚଳରେ ଚମରୀଗାଈ, କସ୍ତୁରୀମୃଗ, ଜଙ୍ଗଲୀମେଣ୍ଢା, ଛେଳି, ଧଳାଭାଲୁ, ବରଫରେ ବାସକରୁଥିବା ଚିତାବାଘ ଦେଖାଯାଆନ୍ତି। ଅରଣ୍ୟରେ ବିଭିନ୍ନପ୍ରକାର ସରୀସୃପ ଓ ପକ୍ଷୀ ଦେଖାଯାଆନ୍ତି ।
(v) ଆସାମରେ ଏକଶିଙ୍ଗା ଗଣ୍ଡା, ରାଜସ୍ଥାନରେ ଭାରତୀୟ ବଷ୍ଟାର୍ଡ, ସିକିମ୍ ଓ ଦାର୍ଜିଲିଂରେ ଲାଲ୍ ପାଣ୍ଡା, ନୀଳଗାଈ ଓ ଚଉଶିଙ୍ଗା ହରିଣ ଏବଂ ହୁକ୍ତ ଗିବନ୍ ଆସାମରେ ଦେଖାଯାଆନ୍ତି।
5. ବନ୍ୟପ୍ରାଣୀମାନଙ୍କର ଉପକାରିତା ବିଷୟରେ ଲେଖ ।
ଊ – (i) ବନ୍ୟପ୍ରାଣୀମାନଙ୍କଠାରୁ ଦୁଗ୍ଧ, ମାଂସ, ଶିଙ୍ଗ, ଚମଡା, ପଶମ ଇତ୍ୟାଦି ମିଳିଥାଏ। ମହୁମାଛିର ଫେଣାରୁ ମହୁ ସଂଗ୍ରହ କରାଯାଇଥାଏ।
(ii) କୀଟପତଙ୍ଗମାନଙ୍କ ସାହାଯ୍ୟରେ ଫୁଲର ପରାଗ ସଙ୍ଗମ ହୋଇଥାଏ ଏବଂ ପରିବେଶରୁ ଅଳିଆ ଆବର୍ଜନା ସଫା କରି ଏହାକୁ ପରିଷ୍କୃତ ରଖୁଥା’ନ୍ତି।
(iii) କୁଆ, ଶାଗୁଣା ଆଦି ପକ୍ଷୀ ପରିବେଶକୁ ପ୍ରଦୂଷଣମୁକ୍ତ କରିବାରେ ସାହାଯ୍ୟ କରନ୍ତି।
(iv) ମାଛ ପରି ଖାଦ୍ୟ ପରିବେଶରେ ଥିବା ଜଳମଣ୍ଡଳରୁ ସଂଗୃହୀତ ହୋଇଥାଏ।
(v) ବିଭିନ୍ନପ୍ରକାର ପ୍ରାଣୀ, ପକ୍ଷୀ, ମାଛ ଇତ୍ୟାଦିରୁ କେତେକ ବିଶେଷଧରଣର ମୂଲ୍ୟବାନ୍ ଔଷଧ ପ୍ରସ୍ତୁତ କରାଯାଇଥାଏ।
6. ବନ୍ୟପ୍ରାଣୀ ସଂରକ୍ଷଣ ବିଷୟରେ ଏକ ବିବରଣୀ ଦିଅ ।
ଊ – (i) ଜନସଂଖ୍ୟାର ଦ୍ରୁତ ବୃଦ୍ଧି, ସହରୀକରଣ, ଶିଳ୍ପୀକରଣ, କୃଷିକ୍ଷେତ୍ରରେ କୀଟନାଶକ ଔଷଧ ଓ ରାସାୟନିକ ସାର ପ୍ରୟୋଗ, ପ୍ରଦୂଷଣଜନିତ ଜଳବାୟୁ ପରିବର୍ତ୍ତନ, ଏକାଧ୍ଵକ ଅରଣ୍ୟକ୍ଷୟ ଇତ୍ୟାଦି ବିଭିନ୍ନ କାରଣ ଯୋଗୁଁ ବନ୍ୟପ୍ରାଣୀଙ୍କର ସଂଖ୍ୟା ତଥା ପ୍ରକାରରେ ହ୍ରାସ ଦେଖାଦେଇଛି ।
(ii) ଜୈବବିବିଧତା ହ୍ରାସପାଇଲେ କ୍ରମଶଃ ଏକ ଜାତି ପୃଥିବୀରୁ ବା ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସଂପୂର୍ଣ ଲୋପପାଇବ। ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ନ ହେଲେ ସଙ୍କଟାପନ୍ନ ଜୀବମାନଙ୍କର ବିଲୁପ୍ତ ହେବାର ସମ୍ଭାବନା ଅଛି।
(iii) ପରିବେଶର ସୁରକ୍ଷା ନିମନ୍ତେ ଆମ ଦେଶରେ ଅନେକ ଆଇନ୍ ପ୍ରଣୟନ କରାଯାଇଛି । 2002 ରେ ଜୈବବିବିଧତା ଆଇନ୍ ପ୍ରଣୟନ କରାଯାଇଥିଲା।
(iv) ବନ୍ୟପ୍ରାଣୀଙ୍କର ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବୋର୍ଡ ସହିତ ଅଭୟାରଣ୍ୟ, ପକ୍ଷୀବିହାର ଓ ପ୍ରାଣୀ ସଂରକ୍ଷଣ କେନ୍ଦ୍ରମାନ ରହିଛି ।
(v) ଆମ ଦେଶରେ 27 ଟି ବ୍ୟାଘ୍ରପ୍ରକଳ୍ପ ଯୋଜନା 14 ଗୋଟି ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। 1996 ରେ ଦାର୍ଜିଲିଂରେ ଲାଲ ପାଣ୍ଡା ପ୍ରକଳ୍ପ, କାଜିରଙ୍ଗାରେ ଏକଶିଙ୍ଗା ଗଣ୍ଡା ଅଭୟାରଣ୍ୟ, ଗୀର୍ ଜାତୀୟ ଉଦ୍ୟାନରେ ସିଂହ ପ୍ରଭୃତି ପ୍ରାଣୀମାନଙ୍କ ସଂରକ୍ଷଣ କରାଯାଉଛି ।
ବନ୍ୟପ୍ରାଣୀ ସମ୍ବଳ
Keywords:
Banya Prani Sambala
Class 10 Geography Chapter 2
10th class geography chapter 2 odia medium
Banya Prani Sambala question answer
ବନ୍ୟପ୍ରାଣୀ ସମ୍ବଳ ଦଶମ ଶ୍ରେଣୀ
BSE Odisha class 10 geography notes
Class 10 geography chapter 2 objective questions odia
Wildlife resources class 10 geography odia
10th class bhugola chapter 2
No comments:
Post a Comment