Aranya Sambala Class 10 Geography Chapter 2 | Jaiba Sambala ଜୈବ ସମ୍ବଳ | | aranya sambala 10th class question and answers / 10th class geography chapter 4 question answer | Aranya sambala 10th class mcq l aranya sambala mcq l aranya sambala class 10 mcq lAranya Sambala Question Answer l Class 10 Geography Chapter 2 Aranya Sambala Question Answer l Aranya sambala class 10 pdf Aranya sambala class 10 notes Aranya sambala class 10 mcq.
ଭୂଗୋଳ (ଅରଣ୍ୟ ସମ୍ବଳ)
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) ଆଶ୍ରୟ ବଳୟ କାହାକୁ କୁହାଯାଏ ?
ଊ – (i) ଭାରତରେ ଥିବା ଜୁଆରିଆ ଅରଣ୍ୟର ଗଛଗୁଡ଼ିକର ଉଚ୍ଚତା ପ୍ରାୟ 30 ମିଟର ପର୍ଯ୍ୟନ୍ତ ହୋଇଥାଏ। ଏହି ଅରଣ । କାଠ ବିଶେଷ ମୂଲ୍ୟବାନ୍ ନୁହେଁ।
(ii) ବାତାବର୍ଭ ଓ ଉଚ୍ଚ ଜୁଆର ପାଇଁ ଏହି ଅରଣ୍ୟ ଏକ ପ୍ରତିରୋଧକ ବଳୟ ବା ଆଶ୍ରୟ ବଳୟ ପରି କାର୍ଯ୍ୟ କରିଥାଏ।
(ଖ) ଋତୁକାଳୀନ ସ୍ଥାନାନ୍ତରଣ କାର୍ଯ୍ୟ କ’ଣ ?
ଉ – (i) ହିମରେଖାର ନିମାଂଶରେ ଶୁଷ୍କ କଣ୍ଟାଜାତୀୟ ଗୁଳ୍ମ ଉଭିଦ ଦେଖାଯାଏ। ଏଗୁଡ଼ିକ ଆଲପୀୟ ଅରଣ୍ୟର ଉତ୍ତର ଢାଲୁ ଅଂଶରେ ରହିଥାଏ। ଏହି ଅଞ୍ଚଳରେ ଆଲପୀୟ ଚାରଣଭୂମି ମଧ୍ୟରେ ସରଳବର୍ଗୀୟ ବୃକ୍ଷ ଓ ହିମାଚ୍ଛାଦିତ ଭୂମି ଦେଖାଯାଏ।
(ii) ପୀରପଞ୍ଜାଲ ପର୍ବତଶ୍ରେଣୀରେ ଏହା ବିଶେଷଭାବେ ଦେଖାଯାଏ। ଏଠାରେ ଗୁଜରମାନେ ଋତୁକାଳୀନ ସ୍ଥାନାନ୍ତର କାର୍ଯ୍ୟ ମାଧ୍ୟମରେ ପଶୁଚାରଣ କରିଥାଆନ୍ତି।
(ଗ) ପ୍ରାକୃତିକ ଅରଣ୍ୟ କାହାକୁ କୁହାଯାଏ ?
ଉ – (i) କୌଣସି ଅଞ୍ଚଳରେ ଥିବା ନାନାପ୍ରକାର ବୃକ୍ଷ, ତୃଣ ଓ ଗୁଳ୍ମ ଇତ୍ୟାଦିକୁ ପ୍ରାକୃତିକ ଉଭିଦ କହନ୍ତି । ପ୍ରାକୃତିକ ପରିବେଶରେ ମନୁଷ୍ୟର ବିନା ସାହାଯ୍ୟରେ ଭୂ-ପୃଷ୍ଠରେ ଆପେ ଆପେ ଜନ୍ମି ବୃଦ୍ଧିପାଇ ଓ ମୃତ୍ୟୁଲାଭ କରୁଥିବା ବୃକ୍ଷ, ଲତା, ତୃଣ ଓ ଗୁଳ୍ମ ଇତ୍ୟାଦି ଏହି ପ୍ରାକୃତିକ ଉଭିଦର ଅନ୍ତର୍ଗତ।
(ii) ପ୍ରାକୃତିକ ଉଦ୍ଭଦରେ ଭରପୂର ହୋଇ ରହିଥିବା ଅରଣ୍ୟକୁ ପ୍ରାକୃତିକ ଅରଣ୍ୟ କୁହାଯାଏ।
(ଘ) ବୋରିୟଲ ଉଭିଦ କହିଲେ ତୁମେ କ’ଣ ବୁଝ ?
ଉ – (i) ବିଦେଶଜ ଉଭିଦ ମୁଖ୍ୟତଃ ଦୁଇପ୍ରକାରର; ଯଥା – ବୋରିୟଲ ଉଭିଦ ଓ ଉଷ୍ମ କ୍ରାନ୍ତୀୟ ଉଦ୍ଭିଦ।
(ii) ବୋରିୟଲ ଉଭିଦ ବିଶେଷତଃ ସୂଚ୍ୟଗ୍ରପତ୍ରୀ ସରଳବର୍ଗୀୟ ବୃକ୍ଷ ଏବଂ ଏହା ହିମାଳୟ ଓ ଉଚ୍ଚ ପର୍ବତଶ୍ରେଣୀରେ ଦେଖାଯାଏ ଯାହା ଚୀନ୍ ଓ ମଧ୍ୟ ଏସିଆ ଅଞ୍ଚଳରୁ ଆସିଛି।
(ଙ) ୟିଉ (Yew) କେଉଁଠାରେ ଦେଖାଯାଏ ?
ଊ – (i) ହିମାଳୟ ପର୍ବତମାଳାରେ ୟିଉ ନାମକ ଉଭିଦ ଦେଖାଯାଏ। ଏଗୁଡ଼ିକ ବର୍ତ୍ତମାନ ବିପଦଗ୍ରସ୍ତ । ଏହା ଏକ ଔଷଧୀୟ ଉଦ୍ଭିଦ।
(ii) ୟିଉ ଶ୍ରେଣୀର ଉଭିଦ ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ଦେଖାଯାଏ।
2. ପାର୍ଥକ୍ୟ ଦର୍ଶାଅ ।
(କ) ଜୈବମଣ୍ଡଳ ଓ ପରିସଂସ୍ଥା :
ଜୈବମଣ୍ଡଳ
(i) ବାୟୁମଣ୍ଡଳ, ବାରିମଣ୍ଡଳ ଓ ଅଶ୍ମମଣ୍ଡଳର ସମ୍ମିଶ୍ରଣରେ ଭୂମଣ୍ଡଳ ଗଠିତ । ଏହି ଭୂମଣ୍ଡଳରେ ଥିବା ତିନି ମଣ୍ଡଳର ମିଳନସ୍ଥଳରେ ଥିବା ସଂକୀର୍ଣ୍ଣ ମଣ୍ଡଳକୁ ଜୈବମଣ୍ଡଳ କୁହାଯାଏ । ଏହିଠାରେ ବିଭିନ୍ନ ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ, ମନୁଷ୍ୟ ଓ ଅଣୁଜୀବ ପାରସ୍ପରିକ କ୍ରିୟା ସାଧନ କରିଥାଆନ୍ତି, ଯାହାକୁ ଜୈବମଣ୍ଡଳ କୁହାଯାଏ।
ପରିସଂସ୍ଥା
ଜୈବମଣ୍ଡଳରେ ଥିବା ସମସ୍ତ ଉଭିଦ, ପ୍ରାଣୀ ଓ ଅଣୁଜୀବ ବଞ୍ଚିରହିବା ପାଇଁ ପରସ୍ପର ସଂପୃକ୍ତ ଓ ନିର୍ଭରଶୀଳ ରହି ପାରସ୍ପରିକ ସହାବସ୍ଥାନ ବ୍ୟବସ୍ଥାକୁ ପରିସଂସ୍ଥା କୁହାଯାଏ।
(ଖ) ସଂରକ୍ଷିତ ଅରଣ୍ୟ ଓ ସୁରକ୍ଷିତ ଅରଣ୍ୟ :
ସୁରକ୍ଷିତ ଅରଣ୍ୟ
(i) ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂରକ୍ଷିତ ଅରଣ୍ୟ ରହିଥାଏ। ଏହି ଜଙ୍ଗଲ ସରକାରଙ୍କର, ସାଧାରଣ- ଜନତାଙ୍କର କୌଣସି ପ୍ରକାର ହସ୍ତକ୍ଷେପ ଏଠାରେ ନଥାଏ, ପଶୁଚାରଣ ଓ କାଷ୍ଠ ସଂଗ୍ରହ ଇତ୍ୟାଦି କାର୍ଯ୍ୟ ଏହି ଅରଣ୍ୟରେ ସଂପୂର୍ଣ୍ଣ ନିଷେଧ।
(ii) ସମୁଦାୟ ଅରଣ୍ୟ ଆୟତନର ପ୍ରାୟ 53 ଶତାଂଶ ହେଉଛି ସଂରକ୍ଷିତ ଅରଣ୍ୟ ।
ସୁରକ୍ଷିତ ଅରଣ୍ୟ
(i) ଏହି ଅରଣ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିଲେ ମଧ୍ୟ ସାଧାରଣ ଜନତାଙ୍କୁ କାଷ୍ଠ ସଂଗ୍ରହ ଓ ପଶୁଚାରଣ ପାଇଁ ଅନୁମତି ମିଳିଥାଏ।
(ii) ଏହି ଅରଣ୍ୟର ଆୟତନ ସମୁଦାୟ ଅରଣ୍ୟର ଆୟତନର ପ୍ରାୟ 29 ଶତାଂଶ ରହିଛି।
(ଗ) ଚିରହରିତ୍ ଅରଣ୍ୟ ଓ ପଶ୍ଚିମୋଚୀ ଅରଣ୍ୟ :
ଚିରହରିତ୍ ଅରଣ୍ୟ
(i) 250 ସେ.ମି.ରୁ ଅଧ୍ବକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ୍ ଅରଣ୍ୟ ଦେଖାଯାଏ।
(ii) ଏହି ଅରଣ୍ୟରେ ପତ୍ରଗୁଡ଼ିକ ପତ୍ରଝଡ଼ା ଦିଅନ୍ତି ନାହିଁ। ସବୁଜପତ୍ରରେ ଭରାହୋଇ ରହିଥାଏ। ଏଠାରେ ଆବଲୁସ, ମେହୋଗାନି, ଶିଶୁ, ଚନ୍ଦନ, କଦମ, ରୋଜ୍ଉଡ୍, ଗୁର୍ଜନ, ବାଉଁଶ, ବେତ, ଶ୍ଵେତସେଦାର, ବିଜାଶାଳ ଆଦି ବୃକ୍ଷ ଦେଖାଯାଏ।
ପଶ୍ଚିମୋଚୀ ଅରଣ୍ୟ
(i) 100 ସେ.ମି.ରୁ 200 ସେ.ମି. ମଧ୍ଯରେ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ପଶ୍ଚିମୋଚୀ ଅରଣ୍ୟ ଦେଖାଯାଏ। (ii) ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏ ପ୍ରକାର ଅରଣ୍ୟ
ପତ୍ରଝଡ଼ା ଦେଇଥାଏ। ପତ୍ରଝଡ଼ା ଦେଉଥିବାରୁ ଏହାକୁ ପଶ୍ଚିମୋଚୀ ଅରଣ୍ୟ କୁହାଯାଏ। ଶାଳ, ଶାଗୁଆନ, ଶିଶୁ, ଚନ୍ଦନ, ଡୁନ, ରୋଜ୍ଉଡ, କୁସୁମ, ଖଇର, ମହୁଲ ଆଦି ବୃକ୍ଷ ଏ ପ୍ରକାର ଅରଣ୍ୟରେ ଦେଖାଯାଏ।
(ଘ) ସୁନ୍ଦରବନ ଓ କ୍ଷୁଦ୍ର ସୁନ୍ଦରବନ :
ସୁନ୍ଦରବନ
(i) ଗଙ୍ଗାନଦୀ ଓ ବ୍ରହ୍ମପୁତ୍ର ନଦୀର ଯୁଗ୍ମ ତ୍ରିକୋଣଭୂମିରେ ବହୁ ପରିମାଣରେ ସୁନ୍ଦରୀ ଗଛ ଥିବା ଯୋଗୁଁ ଏହାକୁ ସୁନ୍ଦରବନ କୁହାଯାଏ ।
କ୍ଷୁଦ୍ର ସୁନ୍ଦରବନ
(i) ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ, ବୈତରଣୀର ମିଶ୍ରିତ ତ୍ରିକୋଣଭୂମିରେ ସୁନ୍ଦରୀ ଗଛପରି ହେନ୍ତାଳ ଅରଣ୍ୟ ଦେଖାଯାଏ। ଏହାକୁ ହେନ୍ତାଳ ବନ ବା କ୍ଷୁଦ୍ର ସୁନ୍ଦରବନ କୁହାଯାଏ।
3. ନିମ୍ନଲିଖତ ଶବ୍ଦଗୁଡ଼ିକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର।
(କ) ମୁକ୍ତ ଅରଣ୍ୟ : କୌଣସି ପ୍ରତିବନ୍ଧକ ନଥୁବା ଅବର୍ଗୀକୃତ ଅରଣ୍ୟକୁ ମୁକ୍ତ ଅରଣ୍ୟ କୁହାଯାଏ।
(ଖ) ଚିର୍ : ଉପକ୍ରାନ୍ତୀୟ ପାର୍ବତ୍ୟ ଅରଣ୍ୟର ପ୍ରଧାନ ବୃକ୍ଷକୁ ଚିର୍ କୁହାଯାଏ ।
(ଗ) ଶୋଲାସ୍ : ଦକ୍ଷିଣ ଭାରତର ନାତିଶୀତୋଷ୍ଣ ପାର୍ବତ୍ୟ ଅରଣ୍ୟର ସ୍ଥାନୀୟ ନାମ ଶୋଲାସ୍ ଅଟେ।
Keyword:
Aranya Sambala Class 10 Geography Chapter 2 | Jaiba Sambala ଜୈବ ସମ୍ବଳ | | aranya sambala 10th class question and answers / 10th class geography chapter 4 question answer | Aranya sambala 10th class mcq l aranya sambala mcq l aranya sambala class 10 mcq lAranya Sambala Question Answer l Class 10 Geography Chapter 2 Aranya Sambala Question Answer l Aranya sambala class 10 pdf Aranya sambala class 10 notes Aranya sambala class 10 mcq.
No comments:
Post a Comment