Class 10 Geography (BSE Odisha), Chapter 8: ପରିବହନ, ଯୋଗାଯୋଗ ଏବଂ ବାଣିଜ୍ୟ (Transport, Communication, and Trade) is a vital chapter for both the Board Exams and competitive assessments.
Paribahan Jogajog Class 10, Geography Chapter 8 MCQ Odia, BSE Odisha 10th Geography, Class 10 Geography Chapter 8 Odia Medium, Paribahan Jogajog Ebam Vanijya Question Answer, Odisha Geography Board Exam Questions, Paribahan Jogajog Short Notes PDF.
ସଡ଼କପଥ (Roadways) :
- ସଡ଼କପଥ ସମସ୍ତ ପରିବହନ ବ୍ୟବସ୍ଥା ମଧ୍ୟରେ ଅଧିକ ଗୁରୁତ୍ଵପୂର୍ଣ୍ଣ ।
- ସଡ଼କପଥ ଦ୍ଵାରା ଅଳ୍ପ ଓ ମଧ୍ୟମ ଦୂରତ୍ବ ପାଇଁ ଯାତ୍ରୀ ଓ ଜିନିଷପତ୍ର ପରିବହନ ସୁବିଧାଜନକ । ବର୍ତ୍ତମାନ ଭାରତର ସମୁଦାୟ ସଡ଼କପଥର ଦୈର୍ଘ୍ୟ ପ୍ରାୟ 59.32 ଲକ୍ଷ କି.ମି. ।
- ଭାରତରେ ସଡ଼କପଥକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି।
ଜାଣିବା କଥା
- ଶେରଶାହାଙ୍କ ଅମଳରେ ନିର୍ମିତ ପୂର୍ବରେ କୋଲକାତାଠାରୁ ଗାଙ୍ଗେୟ ସମତଳ ଦେଇ ପଶ୍ଚିମରେ ପେଶୱାର ପର୍ଯ୍ୟନ୍ତ ସଡ଼କକୁ ଗ୍ରାଣ୍ଡଟ୍ରଙ୍କ୍ ରୋଡ୍ କୁହାଯାଏ।
- ♦ କୋଲକାତାଠାରୁ କାନପୁର, ଦିଲ୍ଲୀ ସହର ଦେଇ ଅମୃତସର ପର୍ଯ୍ୟନ୍ତ ଗ୍ରାଣ୍ଡଟ୍ରଙ୍କ୍ ରୋଡ୍ ସର୍ବପୁରାତନ ସଡ଼କପଥ ।
ଭାରତରେ ବିଭିନ୍ନ ଶ୍ରେଣୀର ସଡ଼କପଥ :
- ଜାତୀୟ ରାଜପଥ (National Highways)
- ରାଜ୍ୟ ରାଜପଥ ( State Highways)
- ମୁଖ୍ୟ ଜିଲ୍ଲା ସଡ଼କ ପଥ (Major District Roads)
- ଗ୍ରାମ୍ୟ ସଡ଼କ ପଥ (Rural Roads)
- ସୀମାନ୍ତ ସଡ଼କ ପଥ (Border Roads)
- ସ୍ଵର୍ଣ୍ଣ ଚତୁର୍ଭୁଜ ରାଜମାର୍ଗ (Golden Quadrilateral Super Highways)
- ଆନ୍ତର୍ଜାତୀୟ ରାଜପଥ (International Highways)
- ତ୍ବରିତ ରାଜମାର୍ଗ (Express Highways)
- ଜାତୀୟ ରାଜପଥ (National Highways) :
ରାଜ୍ୟ ରାଜପଥ (State Highways) :
- ଜାତୀୟ ରାଜପଥଗୁଡ଼ିକ ରାଜ୍ୟଗୁଡ଼ିକର ରାଜଧାନୀ, ପ୍ରଧାନ ସହର, ଶିଳ୍ପ ଓ ଖଣି ଅଞ୍ଚଳ ଓ ବନ୍ଦରଗୁଡ଼ିକୁ ସଂଯୋଗ କରିଥାଏ। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଲୋକନିର୍ମାଣ ବିଭାଗ (CPWD) ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣ କରନ୍ତି।
- ଆମ ଦେଶରେ ପ୍ରାୟ 1 ଲକ୍ଷ 42 ହଜାର କି.ମି. ଦୈର୍ଘ୍ୟର ଜାତୀୟ ରାଜପଥ ଅଛି ।
- ଭାରତର ଦୀର୍ଘତମ ଜାତୀୟ ରାଜପଥ NH-44 ଶ୍ରୀନଗରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇଅଛି । ଏହାର ଦୈର୍ଘ୍ୟ 3745 କି.ମି. ।
ରାଜ୍ୟ ରାଜପଥ
- ରାଜ୍ୟ ରାଜପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ ରାଜ୍ୟ ସରକାରଙ୍କ PWD କରିଥାନ୍ତି ।
- ଏହି ରାଜପଥ ରାଜ୍ୟର ରାଜଧାନୀରୁ ବିଭିନ୍ନ ଜିଲ୍ଲାର ସଦର ମହକୁମା, ପ୍ରଧାନ ସହର ଓ ଶିଳ୍ପକେନ୍ଦ୍ରଗୁଡ଼ିକୁ ସଂଯୋଗ କରିଥାଏ ।
- ଦେଶରେ ପ୍ରାୟ 1.7 ଲକ୍ଷ କିଲୋମିଟର ଦୈର୍ଘ୍ୟ ରାଜ୍ୟରାଜପଥ ରହିଛି । ମହାରାଷ୍ଟ୍ରରେ ରାଜ୍ୟ ରାଜପଥର ପରିମାଣ ଅଧିକ ଏବଂ ଏହା ପଛକୁ କର୍ଣ୍ଣାଟକ ରହିଛି ।
ଜିଲ୍ଲା ସଡ଼କପଥ (Major Distric Roads) :
- ଏହି ସଡ଼କ ସଂପୃକ୍ତ ଜିଲ୍ଲାର ସଦର ମହକୁମାକୁ ଏହାର ପ୍ରଧାନ ସହର, ବ୍ଳକ, ତହସିଲ ଓ ବଡ଼ବଡ଼ ଗ୍ରାମ ସହିତ ସଂଯୁକ୍ତ କରିଥାଏ। ଦେଶରେ ପ୍ରାୟ 6,03,292 କି.ମି. ଦୈର୍ଘ୍ୟ ଜିଲ୍ଲା ସଡ଼କ ରହିଛି ।
- ଜିଲ୍ଲା ପରିଷଦ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଥାଏ।
ଗ୍ରାମ୍ୟ ସଡ଼କ (Rural Roads) :
- ଏହି ସଡ଼କ ନିକଟବର୍ତ୍ତୀ ସହର ଓ ବଜାରଗୁଡ଼ିକୁ ସଂଯୋଗ କରିଥାଏ।
- ଓଡ଼ିଶାରେ ଗ୍ରାମ୍ୟ ସଡ଼କ ପଥର ଦୈର୍ଘ୍ୟ ପ୍ରାୟ 26 ଲକ୍ଷ କି.ମି. ।
- ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ନିର୍ମାଣ ଅଧୀନରେ 5000 ଜନସଂଖ୍ୟା ବିଶିଷ୍ଟ ଗ୍ରାମଗୁଡ଼ିକୁ କଂକ୍ରିଟ୍ ରାସ୍ତା ଦ୍ବାରା ସଂଯୁକ୍ତ
- କରାଯାଇଛି।
ସ୍ଵର୍ଣ୍ଣ ଚତୁର୍ଭୁଜ ମହାରାଜମାର୍ଗ (Golden Quadrilateral Super Highways) :
ଜାଣିବା କଥା
- ଉତ୍ତର-ଦକ୍ଷିଣ ଅଳିନ୍ଦ (Corridor) ଉତ୍ତରରେ ଜାମ୍ମୁକାଶ୍ମୀରୀର ଶ୍ରୀନଗରକୁ ଦକ୍ଷିଣରେ ତାମିଲନାଡୁର କନ୍ୟାକୁମାରୀ ପର୍ଯ୍ୟନ୍ତ ଏବଂ ପୂର୍ବ-ପଶ୍ଚିମ ଅଳିନ୍ଦ ପଶ୍ଚିମରେ ଗୁଜରାଟର ପୋରବନ୍ଦର ଠାରୁ ପୂର୍ବରେ ଆସାମର ସିଲ୍ଚର୍ ପର୍ଯ୍ୟନ୍ତ 4-6 ଲେନ୍ ବିଶିଷ୍ଟ ରାଜମାର୍ଗ ସଂଯୁକ୍ତ ।
- ଏହାର ଦୈର୍ଘ୍ୟ ପ୍ରାୟ 7300 କିଲୋମିଟର।
- ସ୍ଵର୍ଣ୍ଣ ଚତୁର୍ଭୁଜ ସହିତ ଦେଶର 10ଟି ପ୍ରଧାନ ବନ୍ଦରଗୁଡ଼ିକୁ ସଂଯୁକ୍ତ କରାଯାଇଛି।
- ଏହାଦ୍ଵାରା ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇ ସହରଗୁଡ଼ିକୁ ପରସ୍ପର ସହିତ ସଂଯୁକ୍ତ କରାଯାଇଛି। ଏହାର ଦୈର୍ଘ୍ୟ ପ୍ରାୟ 5840 କିଲୋମିଟର।
ସୀମାନ୍ତ ସଡ଼କ ପଥ (Border Roads) :
- ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 1960 ମସିହାରେ ସୀମାନ୍ତ ସଡ଼କ ସଂସ୍ଥା ଗଠନ କରାଯାଇ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାସ୍ତା ନିର୍ମାଣ କରାଯାଇଛି ।
- ହିମାଚଳ ପ୍ରଦେଶର ମନାଲିଠାରୁ ଲେହ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପୃଥିବୀର ସର୍ବୋଚ୍ଚ ସଡ଼କପଥ।
- ଦେଶର ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରୁ ଚଣ୍ଡୀଗଡ଼କୁ ସଂଯୁକ୍ତ କରି ଭାରତ ଓ ଚୀନ୍ ସୀମାନ୍ତବର୍ତୀ ସିପକିଲା ଗିରିପଥ ଦେଇ ସିମଲାର ଉତ୍ତରପଟେ ଏକ ରାଜମାର୍ଗ ନିର୍ମିତ ହୋଇଛି।
ତ୍ବରିତ ରାଜମାର୍ଗ (Express Highways) :
- ବହୁ ଦୂର ପର୍ଯ୍ୟନ୍ତ 6-8 ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣକୁ ଏକ୍ସପ୍ରେସ୍ ହାଇୱେ ବା ତ୍ଵରିତ ରାଜମାର୍ଗ କୁହାଯାଏ।
- 2020 ମସିହା ସୁଦ୍ଧା ଭାରତରେ ଏହି ରାସ୍ତାର ଦୈର୍ଘ୍ୟ 1652 କି.ମି. ।
ଭାରତର ତ୍ବରିତ ରାଜମାର୍ଗ :
- ଆଗ୍ରା-ଲକ୍ଷ୍ନୌ ତ୍ଵରିତ ରାଜମାର୍ଗ
- ଦିଲ୍ଲୀ-ମିରଟ୍ ତ୍ବରିତ ରାଜମାର୍ଗ
- ମୁମ୍ବାଇ-ପୁଣେ ତ୍ବରିତ ରାଜମାର୍ଗ
- କୋଲକାତା-ଦମ୍ଦମ୍ ତ୍ବରିତ ରାଜମାର୍ଗ
- ଚଣ୍ଡୀଖୋଲ-ସୁକିନ୍ଦା ତ୍ଵରିତ ରାଜମାର୍ଗ
- କୋଲକାତା-ଦୁର୍ଗାପୁର ତ୍ବରିତ ରାଜମାର୍ଗ
- ପରିବହନ, ଯୋଗାଯୋଗ ଏବଂ ବାଣିଜ୍ୟ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ।
(i) ପରିବହନ ଦ୍ୱାରା ଆମର କି କି ଉପକାର ହେଉଛି ବର୍ଣ୍ଣନା କର ।
ଉ – (i) ପରିବହନ ଦ୍ଵାରା ଉତ୍ପାଦନ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପିତ ହୁଏ । ଏହାଦ୍ଵାରା ଜିନିଷପତ୍ର ନେବା ଆଣିବା ସୁବିଧା ହୁଏ।
(ii) ପରିବହନ ବ୍ୟବସ୍ଥା ଦ୍ଵାରା ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇ ଭେଦଭାବ ଦୂର ହେଉଛି ଓ ଏକତା ଭାବ ସୁଦୃଢ ହେଉଛି ।
(iii) ଏହାଦ୍ଵାରା ଅବ୍ୟବହୃତ ହୋଇ ପଡିଥିବା ପ୍ରାକୃତିକ ସମ୍ବଳଗୁଡ଼ିକୁ ଉତ୍ପାଦନ କାର୍ଯ୍ୟରେ ଲଗାଯାଇପାରୁଛି । ଏହାଦ୍ଵାରା ଶିଳ୍ପକ୍ଷେତ୍ରକୁ କଞ୍ଚାମାଲ, ଜାଳେଣି ଓ ଯନ୍ତ୍ରପାତି ଯୋଗାଇ ହେଉଛି ଏବଂ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ବଜାରରେ ପହଞ୍ଚାଇ ହେଉଛି ।
(iv) ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଆପଦକାଳୀନ ପରିସ୍ଥିତିରେ ସଂଯୋଗ ସ୍ଥାପନ, ମାଲପରିବହନ ଓ ବଣ୍ଟନରେ ପରିବହନ ବ୍ୟବସ୍ଥା ସାହାଯ୍ୟ କରୁଛି ।
(ii) ଭାରତୀୟ ସଡ଼କପଥର ଶ୍ରେଣୀ ବିଭାଗ କର ।
ଉ – (i) ଭାରତୀୟ ସଡ଼କପଥକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି । ପରିବହନ, ଯୋଗାଯୋଗ ଏବଂ ବାଣିଜ୍ୟ
(ii) ସେଗୁଡ଼ିକ ହେଲା ଜାତୀୟ ରାଜପଥ, ରାଜ୍ୟ ରାଜପଥ, ମୁଖ୍ୟ ଜିଲ୍ଲା ସଡ଼କପଥ, ଗ୍ରାମ୍ୟ ସଡ଼କପଥ, ସୀମାନ୍ତ ସଡ଼କପଥ, ସ୍ଵର୍ଣ୍ଣ ଚତୁର୍ଭୁଜ ରାଜମାର୍ଗ, ଆନ୍ତର୍ଜାତୀୟ ରାଜପଥ ଓ ତ୍ବରିତ ରାଜମାର୍ଗ ।
iii) ଜାତୀୟ ରାଜପଥ କାହାକୁ କୁହାଯାଏ ? ଜାତୀୟ ରାଜପଥର ଏକ ବିବରଣୀ ଦିଅ ।
2– (i) ରାଜ୍ୟଗୁଡ଼ିକର ରାଜଧାନୀ, ପ୍ରଧାନ ସହର, ଶିଳ୍ପ ଓ ଖଣି ଅଞ୍ଚଳ ଏବଂ ବନ୍ଦରଗୁଡ଼ିକୁ ସଂଯୋଗ କରୁଥିବା ସଡ଼କକୁ ଜାତୀୟ ରାଜପଥ କୁହାଯାଏ।
(i) ଆମ ଦେଶର ପ୍ରାୟ 1 ଲକ୍ଷ 42 ହଜାର କି.ମି. ଦୈର୍ଘ୍ୟର ଜାତୀୟ ରାଜପଥ ଅଛି। ଏହି ପଥଦେଇ ଦେଶର ଶତକଡ଼ା 40 ଭାଗ ଯାତ୍ରୀ ଓ ମାଲ ପରିବହନ ହୋଇଥାଏ।
(ii) କୋଲକାତାରୁ ବାହାରି ଆସାନସୋଲ, କାନପୁର, ଦିଲ୍ଲୀ ଆଦି ସହର ଦେଇ ଅମୃତସର ପର୍ଯ୍ୟନ୍ତ ଯାଇଥବା ଗ୍ରାଣ୍ଡ୍ ଟ୍ରଙ୍କ୍ ରୋଡ୍ ଦେଶର ସର୍ବ ପୁରାତନ ଜାତୀୟ ରାଜପଥ।
(iv) ଭାରତର ଦୀର୍ଘତମ ଜାତୀୟ ରାଜପଥ NH-44 ଶ୍ରୀନଗରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇଅଛି । ଏହାର ଦୈର୍ଘ୍ୟ 3745 କି.ମି. ।
(iv) ‘ସୀମାନ୍ତ ସଡ଼କ ସଂସ୍ଥା’ ସମ୍ବନ୍ଧରେ ଏକ ବିବରଣୀ ଦିଅ ।
ଉ – (i) 1960 ମସିହା ପରଠାରୁ ସୀମାନ୍ତ ସଡ଼କ ସଂସ୍ଥା ପ୍ରତିଷ୍ଠା କରାଯାଇଛି । ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାସ୍ତା ନିର୍ମାଣ କରିଛି ।
(ii) ଏହି ସଂସ୍ଥା ଦ୍ଵାରା ନିର୍ମିତ ହିମାଚଳ ପ୍ରଦେଶର ମନାଲିଠାରୁ ଲାଦାଖର ସଦର ମହକୁମା ଲେହ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପୃଥିବୀର ସର୍ବୋଚ୍ଚ ସଡ଼କ ପଥ।
(iii) ଦେଶର ସୁରକ୍ଷା ଦୃଷ୍ଟିରୁ ରାଜଧାନୀ ଦିଲ୍ଲୀରୁ ଚଣ୍ଡୀଗଡ଼କୁ ସଂଯୁକ୍ତ କରି ଭାରତ ଓ ଚୀନ୍ ସୀମାନ୍ତବର୍ତ୍ତୀ ସିପକିଲା ଗିରିପଥ ଦେଇ ସିମଳାର ଉତ୍ତର ପଟେ ଏହି ସଂସ୍ଥା ଏକ ରାଜମାର୍ଗ ନିର୍ମାଣ କରିଛି ।
(iv) ଅତ୍ୟନ୍ତ ବିପଦ ସଙ୍କୁଳ ପାର୍ବତ୍ୟାଞ୍ଚଳ, ଘଞ୍ଚ ଅରଣ୍ୟ, ଅସହ୍ୟ ପ୍ରତିକୂଳ ପରିସ୍ଥିତିରେ ଅସ୍ଵାସ୍ଥ୍ୟକର ଅଞ୍ଚଳରେ ସୀମାନ୍ତ ସଡ଼କ ସଂସ୍ଥା ଏହି ସବୁ ସୀମାନ୍ତ ସଡ଼କ ନିର୍ମାଣ କରିଛି ।
(v) ସଡ଼କ ପଥର ଉନ୍ନତି ପାଇଁ ଭାରତ ସରକାର କେଉଁ କେଉଁ ପଦକ୍ଷେପ ନେଉଛନ୍ତି ସେ ସମ୍ବନ୍ଧରେ ବର୍ଣନା କର ।
ଉ – (i) ଜାତୀୟ ରାଜପଥ ଗୁଡ଼ିକର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାର କେନ୍ଦ୍ରୀୟ ଲୋକନିର୍ମାଣ ବିଭାଗ ପ୍ରତିଷ୍ଠା କରିଛନ୍ତି ।
(ii) ଗ୍ରାମଗୁଡ଼ିକୁ ନିକଟବର୍ତୀ ସହର ଓ ବଜାରଗୁଡ଼ିକ ସହ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି ।
(iii) ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇ ସହରଗଡ଼ିକୁ ସଂଯୁକ୍ତ କରିବା ପାଇଁ ସ୍ଵର୍ଣ୍ଣ ଚତୁର୍ଭୁଜ ମହାରାଜମାର୍ଗ ନିର୍ମାଣ କରାଯାଇଛି ।
(iv) ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସୀମାନ୍ତ ସଡ଼କପଥ ଓ ଦେଶରେ ଦୃତଗାମୀ ଯାନବାହନର ସଂଖ୍ୟା ବୃଦ୍ଧି ଏବଂ ଯାତ୍ରୀ ଓ ମାଲ ସରବରାହକୁ ଆଖି ଆଗରେ ରଖି ଆନ୍ତର୍ଜାତୀୟ ରାଜମାର୍ଗ ନିର୍ମାଣ କରାଯାଇଛି ।
(vi) ଭାରତୀୟ ରେଳପଥ ସମ୍ବନ୍ଧରେ ବର୍ଣନା କର ।
ଉ – (i) ଭାରତୀୟ ରେଳପଥ ଏସିଆ ମହାଦେଶରେ ଦ୍ଵିତୀୟ ଏବଂ ପୃଥିବୀରେ ତୃତୀୟ । ଏହାର ମୋଟ୍ ଦୈର୍ଘ୍ୟ ପ୍ରାୟ 67368 କି.ମି. ।
(ii) ଏହା ଭାରତର ବୃହତ୍ତମ ରାଷ୍ଟ୍ରାୟତ୍ତ ସଂସ୍ଥା ଯେଉଁଥରେ ସର୍ବାଧିକ କର୍ମଚାରୀ କାମ କରନ୍ତି।
(ii) ପ୍ରାୟ 1800 ଟ୍ରେନ୍ ଦ୍ଵାରା ପ୍ରତିଦିନ ପ୍ରାୟ ଦୁଇକୋଟି ଯାତ୍ରୀ ଯାତାୟାତ କରିଥାନ୍ତି ।
(iv) ରେଳପଥ ଦ୍ଵାରା ପ୍ରାୟ 100 ଶତାଂଶ ଲୁହାପଥର, ଲୁହା ଓ ଇସ୍ପାତ, ୨୫ ଶତାଂଶ ଖଣିଜତୈଳ, ୨୫ ଶତାଂଶ ମାଙ୍ଗାନିଜ, 98 ଶତାଂଶ ଗୃହ ନିର୍ମାଣ ପଥର, ୨୦ ଶତାଂଶ ସିମେଣ୍ଟ, ୨୦ ଶତାଂଶ କଞ୍ଚା କାର୍ପାସ, ୨୦ ଶତାଂଶ ଧାତବ ପଥର, 65 ଶତାଂଶ କାର୍ପାସ ବୟନ ବସ୍ତୁ, 50 ଶତାଂଶ ସାର ଏବଂ 55 ଶତାଂଶ ଖାଦ୍ୟଶସ୍ୟ ପରିବହନ ହୋଇଥାଏ।
(vii) ଭାରତରେ ପାଇପ୍ଲାଇନ୍ ପରିବହନ ସମ୍ବନ୍ଧରେ ସୂଚନା ଦିଅ।
ଉ – (i) ଭାରତରେ ପାଇପ୍ଲାଇନ୍ ଦ୍ଵାରା ଅଶୋଧୃତ ଖଣିଜତୈଳ, ପେଟ୍ରୋଲିୟମ୍ ଉତ୍ପାଦ, ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କ୍ଷେତ୍ର ଏବଂ ବୃହତ୍ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି ।
(ii) ଏହା ବ୍ୟତୀତ କଠିନ ପଦାର୍ଥ କୋଇଲା, ଖଣିଜ ପଦାର୍ଥ ପରିବହନ ଏବଂ ରନ୍ଧନ ଗ୍ୟାସ୍ ପାଇପ୍ଲାଇନ୍ ଦ୍ଵାରା ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଛି ।
(iii) ଆମ ଦେଶରେ ନହରକଟିଆ – ନୂନାମାଟି – ବରଉଣୀ ପାଇପ୍ ଲାଇନ୍, ସାଲାୟା-କୋୟାଲି-ମଥୁରା ପାଇପ୍ ଲାଇନ, ହାଜରା–ଜଗଦୀଶପୁର ପାଇପ୍ଲାଇନ୍, ମୁମ୍ବାଇ ହାଇ-ମୁମ୍ବାଇ-ଆଙ୍କଲେଶ୍ଵର-କୋୟାଲି ପାଇପ୍ଲାଇନ୍, କାଣ୍ଡଲା-ଭାତିଣ୍ଡା ପାଇପ୍ ଲାଇନ୍ ଆଦି ରହିଅଛି ।
(iv) ଛତିଶଗଡ଼ର ବଇଲାଡିଲା ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ଯରେ ଓ କର୍ଣ୍ଣାଟକର ଦରମୁଖରୁ ମାଙ୍ଗାଲୋର ବନ୍ଦରକୁ ଲୁହାପଥର ପରିବହନ ପାଇଁ ଏବଂ ରାଜସ୍ଥାନର ଦେବାରି ଉଦୟପୁର ପାଇପ୍ ଲାଇନ ସାହାଯ୍ୟରେ ଜିଙ୍କ୍ ଓ ଜିଙ୍କ୍ ଉତ୍ପାଦ ପରବିହନ କରାଯାଉଛି।
(viii) ଭାରତୀୟ ବାୟୁସେବା ସମ୍ବନ୍ଧରେ ଉଲ୍ଲେଖ କର ।
(i) 1953 ମସିହାରେ ବେସାମରିକ ବାୟୁ ପରିବହନ ଜାତୀୟକରଣ କରାଯାଇ ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ୍ ଏୟାରଲାଇନ୍ସ୍ ନାମରେ ଦୁଇଟି ନିଗମ ସ୍ଥାପିତ ହେଲା । ଏହି ଦୁଇଟି ସଂସ୍ଥା ବର୍ତ୍ତମାନ ଏୟାର ଇଣ୍ଡିଆ ନାମରେ କାର୍ଯ୍ୟ କରୁଅଛି।
(ii) ସାଧାରଣ ଯାତ୍ରୀ ଓ ମାଲ ସରବରାହ କାମ ବେସାମରିକ ବିମାନ ଚଳାଚଳ ନିଗମ ଦାୟିତ୍ଵରେ ଓ ଆନ୍ତର୍ଜାତିକ ବେସାମରିକ ବିମାନସେବା ଏୟାରଇଣ୍ଡିଆ ଦ୍ଵାରା ନିର୍ବାହ ହୋଇଥାଏ।
(ii) ବର୍ତ୍ତମାନ ଭାରତର ଆକାଶପଥ ଘରୋଇ କମ୍ପାନୀମାନଙ୍କ ପାଇଁ ଖୋଲାଯାଇଥିବାରୁ ସାହାରା ଏୟାରଲାଇନ୍ସ, ଡ଼େକାନ ଚାଟର, ବିସ୍ତାର, ଏୟାର ଏସିଆ, ଜେଟ୍ ଏୟାରଲାଇନସ୍, ଇଣ୍ଡିଗୋ, ଗୋ ଏୟାର୍ ଆଦି ଅନେକ କମ୍ପାନୀ ବ୍ୟବସାୟୀ ଆରମ୍ଭ କରିଛନ୍ତି ।
(iv) ବେସାମରିକ ବିମାନ ସେବା କ୍ଷେତ୍ରରେ ଦୁଇ ପ୍ରକାର ବିମାନ ବନ୍ଦର କାର୍ଯ୍ୟ କରୁଛି; ଯଥା – ଆନ୍ତର୍ଜାତିକ ବିମାନ ବନ୍ଦର ଓ ଘରୋଇ ବିମାନ ବନ୍ଦର ।
(ix) ଭାରତୀୟ ବାଣିଜ୍ୟ ପଥର ଏକ ବିବରଣୀ ଦିଅ ।
ଉ – (i) ଭାରତର ବହିର୍ବାଣିଜ୍ୟ ଓ ଉପକୂଳବର୍ତ୍ତୀ ବାଣିଜ୍ୟ କାରବାର ସମୁଦ୍ର ପଥ ଦେଇ ହୋଇଥାଏ। ସାମୁଦ୍ରିକ ବାଣିଜ୍ୟ କାରବାର ମୁଖ୍ୟତଃ ଚାରିଗୋଟି ସମୁଦ୍ର ପଥ ଦେଇ ହୋଇଥାଏ।
(ii) ଇଉରୋପ ମହାଦେଶର ଦେଶଗୁଡ଼ିକ ସହିତ ଭାରତ ସୁଏଜ୍ କେନାଲ ପଥ ଦେଇ ବାଣିଜ୍ୟ କାରବାର କରିଥାଏ।
(iii) ପଶ୍ଚିମ ଆଫ୍ରିକୀୟ ଦେଶ ଓ ଦକ୍ଷିଣ ଆମେରିକୀୟ ଦେଶ ସହିତ ଉତ୍ତମାଶା ଅନ୍ତରୀପ ପଥ ଦେଇ ବାଣିଜ୍ୟ କାରବାର କରାଯାଇଥାଏ ।
(iv) ସିଙ୍ଗାପୁର ସମୁଦ୍ର ପଥ ଦେଇ ଭାରତ ଦକ୍ଷିଣ-ପୂର୍ବ ଏସିଆ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକ ଓ କାନାଡା ସହିତ ବାଣିଜ୍ୟ କାରବାର କରିଥାଏ ।
(v) ମଲ୍ଲକା ପ୍ରଣାଳୀ ପଥଦେଇ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ସହିତ ବାଣିଜ୍ୟ କାରବାର ଚାଲେ।
2. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।
(i) ପରିବହନ କହିଲେ କ’ଣ ବୁଝାଯାଏ ?
ଉ- ଯାତ୍ରୀ ବା ଜିନିଷ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରୁ ବା ଅନ୍ୟସ୍ଥାନକୁ ବହନ କରି ନେବା ପ୍ରକ୍ରିୟାକୁ ପରିବହନ କୁହାଯାଏ।
(ii) ଯୋଗାଯୋଗ କେଉଁଥିପାଇଁ ଗୁରୁତ୍ବପୂର୍ଣ ?
ଉ – ମନୁଷ୍ୟର ଜୀବନଧାରଣ ପାଇଁ ଯୋଗାଯୋଗ ଗୁରୁତ୍ବପୂର୍ଣ୍ଣ, କାରଣ ପରସ୍ପର ସମ୍ପର୍କ ବିନା ମନୁଷ୍ୟ ବଞ୍ଚି ରହିବା କଷ୍ଟକର।
(iii) ଯୋଗାଯୋଗର 4ଟି ମାଧ୍ୟମର ନାମ ଲେଖ।
ଉ – ଯୋଗାଯୋଗର 4 ଟି ମାଧମ ହେଉଛି ଟେଲିଫୋନ୍, ଫ୍ୟାକ୍ସ, ଟେଲିଭିଜନ, ଇଣ୍ଟରନେଟ୍।
(iv) ଗଣମାଧ୍ୟମ କହିଲେ କ’ଣ ବୁଝ ?
ଉ – ରେଡ଼ିଓ, ଟି.ଭି., ସମ୍ବାଦପତ୍ର, ମାଗାଜିନ, ବହି ଏବଂ ଫିଲ୍ମ, ଯାହାଦ୍ଵାରା ଅନେକ ଲୋକଙ୍କୁ ଏକ ସମୟରେ ସେବା ଯୋଗାଇ ଦିଆଯାଏ, ତାହାକୁ ଗଣମାଧ୍ୟମ କୁହାଯାଏ।
(v) ରାଜ୍ୟ ରାଜପଥ କାହାକୁ କୁହାଯାଏ ?
ଉ – ଯେଉଁ ସଡ଼କଗୁଡ଼ିକ ରାଜ୍ୟର ରାଜଧାନୀକୁ ବିଭିନ୍ନ ଜିଲ୍ଲାର ସଦର ମହକୁମା, ପ୍ରଧାନ ସହର ଓ ଶିଳ୍ପ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିଥାଏ ସେଗୁଡ଼ିକୁ ରାଜ୍ୟ ରାଜପଥ କୁହାଯାଏ।
(vi) ତିନୋଟି ଗଣମାଧ୍ୟମର ନାମ ଲେଖ।
ଉ – ତିନୋଟି ଗଣମାଧ୍ୟମର ନାମ ହେଉଛି ରେଡିଓ, ଟି.ଭି. ଏବଂ ସମ୍ବାଦପତ୍ର।
(vii) ଭାରତରେ କେତୋଟି ରେଳବାଇ ମଣ୍ଡଳ ଅଛି ?
ଉ – ଭାରତରେ ଅଠରଟି ରେଳବାଇ ମଣ୍ଡଳ ଅଛି । ସେଥୁମଧ୍ୟରୁ 2019 ମସିହାରେ ଦକ୍ଷିଣ-ଉପକୂଳ ରେଳପଥ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି ।
(viii) ଭାରତରେ ଜଳ ପରିବହନ ପାଇଁ ଉପଯୁକ୍ତ ଦୁଇଟି ନଦୀର ନାମ ଲେଖ ।
ଉ – ଭାରତରେ ଜଳ ପରିବହନ ପାଇଁ ଉପଯୁକ୍ତ ଦୁଇଟି ନଦୀର ନାମ ହେଉଛି ଗଙ୍ଗା ଏବଂ ନର୍ମଦା।
(ix) ପରିବହନ କିପରି ଦେଶର ଏକତା ଭାବକୁ ଦୃଢ଼ କରେ ?
ଉ – ପରିବହନ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ମାଧ୍ୟମରେ ଭେଦଭାବ ଦୂର ହୋଇ ଏକତା ଭାବ ସୁଦୃଢ଼ ହୋଇଥାଏ।
(x) ଭାରତର ପୂର୍ବ ଉପକୂଳରେ ଅବସ୍ଥିତ 4ଟି ପ୍ରଧାନ ବନ୍ଦରର ନାମ ଲେଖ।
ଉ – ଭାରତର ପୂର୍ବ ଉପକୂଳରେ ଅବସ୍ଥିତ 4 ଟି ପ୍ରଧାନ ବନ୍ଦରର ନାମ ହେଉଛି କୋଲକାତା, ହଳଦିଆ, ପାରାଦ୍ୱୀପ ଓ ବିଶାଖାପାଟଣା ।
(xi) ହିମାଚଳ ପ୍ରଦେଶର ମନାଲିଠାରୁ ଲାଦାଖର ଲେହ ପର୍ଯ୍ୟନ୍ତ ବିସ୍ତୃତ ସଡ଼କ ପଥ କେଉଁ ସଡ଼କ ଶ୍ରେଣୀଭୁକ୍ତ ?
ଉ – ହିମାଚଳ ପ୍ରଦେଶର ମନାଲିଠାରୁ ଲାଦାଖର ଲେହ ପର୍ଯ୍ୟନ୍ତ ବିସ୍ତୃତ ସଡ଼କ ପଥ ସୀମାନ୍ତ ସଡ଼କ ପଥ ଶ୍ରେଣୀଭୁକ୍ତ।
(xii) ସ୍ବର୍ଣ୍ଣ ଚତୁର୍ଭୁଜ କହିଲେ କ’ଣ ବୁଝ ?
ଉ – ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇ ସହରଗୁଡ଼ିକୁ ପରସ୍ପରକୁ ସଂଯୋଗ କରିଥିବା ସଡ଼କକୁ ସ୍ବର୍ଣ୍ଣ ଚତୁର୍ଭୁଜ କୁହାଯାଏ।
(xiii) ଦେଶରେ ଥିବା 6 ଆନ୍ତର୍ଜାତୀୟ ବିମାନ ବନ୍ଦରର ନାମ ଲେଖ |
ଉ – ଦେଶରେ ଥବା 6 ଆନ୍ତର୍ଜାତୀୟ ବିମାନ ବନ୍ଦରର ନାମ ହେଉଛି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବାଙ୍ଗାଲୋର ଏବଂ ହାଇଦ୍ରାବାଦ।
(xiv) ଭାରତରେ ଥିବା 4ଟି ସମ୍ବାଦ ସରବରାହ ସଂସ୍କାର ନାମ ଲେଖ
ଉ – ଭାରତରେ ଥିବା 4ଟି ସମ୍ବାଦ ସରବରାହ ସଂସ୍ଥାର ନାମ ହେଉଛି ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ, ୟୁନାଇଟେଡ୍ ନିଉଜ୍ ଅଫ ଇଣ୍ଡିଆ, ସମାଚାର ଭାରତୀ ଏବଂ ହିନ୍ଦୁସ୍ତାନ ସମାଚାର।
(xv) ଭାରତରୁ ରପ୍ତାନୀ ହେଉଥିବା 4ଟି ଦ୍ରବ୍ୟର ନାମ ଲେଖ ।
ଭ – ଭାରତରୁ ରପ୍ତାନୀ ହେଉଥିବା 4ଟି ଦ୍ରବ୍ୟର ନାମ ହେଉଛି ଧୂଆଁପତ୍ର, କାଜୁବାଦାମ, ଝୋଟଜାତ ଦ୍ରବ୍ୟ ଓ ମସଲା |
(xvi) ବାଣିଜ୍ୟିକ ଉଦ୍ବୃତ୍ତି କ’ଣ ?
ଭ – ରପ୍ତାନୀ ଓ ଆମଦାନୀ ମଧ୍ୟରେ ଥିବା ବ୍ୟବଧାନକୁ ବାଣିଜ୍ୟିକ ଉଦବୃତ୍ତି କୁହାଯାଏ।
(xvii) ଭାରତରେ ବହିର୍ବାଣିଜ୍ୟ କେଉଁ ଦେଶମାନଙ୍କ ସହ ହେଉଅଛି ତା’ର ଏକା ସୂଚନା ଦିଅ ।
ଉ – ଭାରତର ବହିର୍ବାଣିଜ୍ୟ ପେଟ୍ରୋଲିୟମ୍ ଉତ୍ପାଦନକାରୀ ଦେଶ ସମୂହ, ଇଉରୋପୀୟ ଆର୍ଥନୀତିକ ଗୋଷ୍ଠୀ, ପୂର୍ବ ଇଉରୋପୀୟ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ରୁଷିଆ ଆଦି ଦେଶ ସହ ହେଉଅଛି।
(xviii) ସର୍ବପୁରାତନ ଜାତୀୟ ରାଜପଥର ନାମ ଲେଖ।
ଉ – କୋଲକାତାରୁ ବାହାରି ଆସାନସୋଲ, କାନପୁର, ଦିଲ୍ଲୀ ଆଦି ସହର ଦେଇ ଅମୃତସର ପର୍ଯ୍ୟନ୍ତ ଯାଇଥବା ଗ୍ରାଣ୍ଡକ ରୋଡ ହେଉଛି ସର୍ବପୁରାତନ ଜାତୀୟ ରାଜପଥ।
(xix) କେଉଁ କେଉଁ ରାଜ୍ୟରେ ହଳଦିଆ, ତ୍ରୁତିକୋରିନ୍ ଓ କାଣ୍ଡଲା ବନ୍ଦରଗୁଡ଼ିକ ଅବସ୍ଥିତ ଲେଖ ।
ଉ – ହଳଦିଆ ବନ୍ଦର ପଶ୍ଚିମବଙ୍ଗରେ, ତୁତିକୋରିନ ତାମିଲନାଡୁରେ ଏବଂ କାଣ୍ଡଲା ବନ୍ଦର ଗୁଜରାଟ ରାଜ୍ୟରେ ଅବସ୍ଥିତ।
3. ପାର୍ଥକ୍ୟ ଦର୍ଶାଅ ।
(a) ପରିବହନ ଓ ଯୋଗାଯୋଗ
ପରିବହନ
(i) ଯାତ୍ରୀ ବା ଜିନିଷପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ପରିବହନ କୁହାଯାଏ ।
(ii) ପରିବହନ ତିନୋଟି ଭାବରେ କରାଯାଏ - ପରିବହନ, ଜଳ ପରିବହନ ଏବଂ ଆକାଶ ପରିବହନ।
ଯୋଗାଯୋଗ
(i) ମନୁଷ୍ୟ ପରସ୍ପର ମଧ୍ୟରେ ବିଭିନ୍ନ ମାଧ୍ୟମରେ ସଂପର୍କ ରକ୍ଷା କରିବାକୁ ଯୋଗାଯୋଗ କୁହାଯାଏ।
(ii) ଯୋଗାଯୋଗ ଦୁଇ ଭାଗରେ ବିଭକ୍ତ, ଯଥା ବ୍ୟକ୍ତିଗତ ଯୋଗାଯୋଗ ଓ ଗଣ ଯୋଗାଯୋଗ।
(b) ରେଳପଥ ଓ ସଡ଼କପଥ
ରେଳପଥ
(i) ରେଳପଥ ବିଭିନ୍ନ ଗେଜ୍ଵର ରହିଛି, ଯଥା- ବ୍ରଡ୍ ଗେଜ, ମିଟର ଗେଜ, ନାରୋଗେଜ୍ ଏବଂ ଲାଇଟ୍ ଗେଜ୍।
(ii) ରେଳପଥ ଦୂର ସ୍ଥାନକୁ ସ୍ଥଳ ପଥରେ ଯାତ୍ରୀ ଓ ମାଲ ପରିବହନର ମୁଖ୍ୟ ମାଧ୍ୟମ ଅଟେ ।
ସଡ଼କ ପଥ
(i) ଭାରତରେ ସଡ଼କପଥକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା- ଜାତୀୟ ରାଜପଥ, ରାଜ୍ୟ ରାଜପଥ, ମୁଖ୍ୟ ଜିଲ୍ଲା ସଡ଼କପଥ, ଗ୍ରାମ୍ୟ ସଡ଼କ ପଥ, ସୀମାନ୍ତ ସଡ଼କ ପଥ, ସ୍ଵର୍ଣ୍ଣ ଚତୁର୍ଭୁଜ ରାଜମାର୍ଗ, ଆନ୍ତର୍ଜାତୀୟ ରାଜମାର୍ଗ ଓ ତ୍ଵରିତ ରାଜମାର୍ଗ ।
(ii) ସଡ଼କପଥ ଦ୍ଵାରା ଅଳ୍ପ ଓ ମଧ୍ୟମ ଦୂରତ୍ବ ପାଇଁ ଯାତ୍ରୀ ଓ ଜିନିଷପତ୍ର ପରିବହନ ସୁବିଧାଜନକ।
(c) ଆମଦାନୀ ଓ ରପ୍ତାନୀ
ଆମଦାନୀ
(i) ବାହାର ଦେଶରୁ ନିଜ ଦେଶକୁ ଆସୁଥୁବା ବାଣିଜ୍ୟିକ ଦ୍ରବ୍ୟକୁ ଆମଦାନି କୁହାଯାଏ।
(ii) ଭାରତକୁ ଆମଦାନୀ କରାଯାଉଥିବା ପଣ୍ୟଦ୍ରବ୍ୟଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍, .ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ, ମୁକ୍ତା ଏବଂ ମୂଲ୍ୟବାନ ଖଣିଜ ପଦାର୍ଥ, ସୁନା, ରୁପା, ରସାୟନ ପଦାର୍ଥ ଆଦି ପ୍ରଧାନ।
ରପ୍ତାନୀ
(i) ନିଜ ଦେଶରୁ ବାହାର ଦେଶକୁ ପଠାଯାଉଥିବା ବାଣିଜ୍ୟିକ ଦ୍ରବ୍ୟକୁ ରପ୍ତାନୀ କୁହାଯାଏ।
(ii) ଭାରତରୁ ରପ୍ତାନୀ କରାଯାଉଥିବା ଦ୍ରବ୍ୟ ମଧ୍ଯରେ ଶିଳ୍ପଜାତ ଦ୍ରବ୍ୟ, କୃଷିଭିତ୍ତିକ ପଣ୍ୟଦ୍ରବ୍ୟ, କୁଟୀର ଶିଳ୍ପଜାତ ଦ୍ରବ୍ୟ, ଖଣିଜପିଣ୍ଡ, ଇଞ୍ଜିନିୟରିଂ ଦ୍ରବ୍ୟ, ଶସ୍ୟ ଓ ମସଲା, ଚମଡ଼ାଜାତ ଦ୍ରବ୍ୟ, ଝୋଟଜାତ ଦ୍ରବ୍ୟ, ଧୂଆଁପତ୍ର ଓ କାଜୁବାଦାମ ପ୍ରଧାନ ।
(d) ଅନ୍ତଃବାଣିଜ୍ୟ ଓ ବହିର୍ବାଣିଜ୍ୟ
ଅନ୍ତଃବାଣିଜ୍ୟ
(i) କୌଣସି ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରେ ହେଉଥିବା ବାଣିଜ୍ୟକୁ ଅନ୍ତଃବାଣିଜ୍ୟ କୁହାଯାଏ।
ii) ଅନ୍ତଃବାଣିଜ୍ୟ ଦେଶରେ ପ୍ରଚଳିତ ମୁଦ୍ରା ମାଧ୍ୟମରେ ହୋଇଥାଏ।
ବହିର୍ବାଣିଜ୍ୟ
(i) ଦେଶ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟବସାୟକୁ ବହିର୍ବାଣିଜ୍ୟ କୁହାଯାଏ।
(ii) ବହିର୍ବାଣିଜ୍ୟ ଗୋଟିଏ ଦେଶର ମୁଦ୍ରା ସହ ଅନ୍ୟ ଦେଶରେ ପ୍ରଚଳିତ ମୁଦ୍ରାର ବିନିମୟ ମୂଲ୍ୟରେ ଚୁକ୍ତି ହୁଏ।
(e) ବ୍ରଡ଼ଗେଜ୍ ଓ ମିଟର ଗେଜ୍
ବ୍ରଡ଼ଗେଜ୍
(i) ଦୁଇ ରେଳ ଧାରଣା ମଧ୍ୟରେ 1.676 ମିଟର ବ୍ୟବଧାନ ଥିଲେ ତାହାକୁ ବ୍ରଡ଼ଗେଜ କୁହାଯାଏ।
ମିଟର ଗେଜ୍
(i) ଦୁଇ ରେଳ ଧାରଣା ମଧ୍ଯରେ 1 ମିଟର ବ୍ୟବଧାନ ଥିଲେ ତାହାକୁ ମିଟର ଗେଜ୍ କୁହାଯାଏ।
(f) ଆଭ୍ୟନ୍ତରୀଣ ଜଳପଥ ଓ ସାମୁଦ୍ରିକ ଜଳପଥ
ଆଭ୍ୟନ୍ତରୀଣ ଜଳପଥ
(i) ହ୍ରଦ, ପଶ୍ଚାତ ଜଳ, ନିବେଶିକା, ନଦୀ ଓ କେନାଲ ଆଦି ଜଳପଥ ଯାହା ଦେଶ ମଧ୍ୟରେ ଥାଏ ସେଗୁଡ଼ିକୁ ଆଭ୍ୟନ୍ତରୀଣ ଜଳପଥ କୁହାଯାଏ।
ସାମୁଦ୍ରିକ ଜଳପଥ
(i) ସମୁଦ୍ର ମଧ୍ୟଦେଇ ଅନ୍ୟ ଦେଶକୁ ଯିବା ପାଇଁ ଥିବା ପଥକୁ ସାମୁଦ୍ରିକ ଜଳପଥ କୁହାଯାଏ।
(g) ଇଣ୍ଡିଆନ୍ ଏୟାରଲାଇନ୍ସ ଓ ଏୟାର ଇଣ୍ଡିଆ
ଇଣ୍ଡିଆନ୍ ଏୟାରଲାଇନ୍ସ
(i) ଇଣ୍ଡିଆନ୍ ଏୟାର ଲାଇନ୍ସ ଦେଶର ଆଭ୍ୟନ୍ତରୀଣ ବିମାନ ଚଳାଚଳ ଦାୟିତ୍ଵ ସହ ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକ ସହିତ ବିମାନ ପରିଚାଳନା କରିଥାଏ ।
ଏୟାର ଇଣ୍ଡିଆ
ସାଧାରଣ ଯାତ୍ରୀ ଓ ମାଲ ସରବରାହ କାମ ବେସାମରିକ ବିମାନ ଚଳାଚଳ ନିଗମ ଦାୟିତ୍ଵରେ ଆନ୍ତର୍ଜାତିକ ବେସାମରିକ ବିମାନ ସେବା ଏୟାର ଇଣ୍ଡିଆ ଦ୍ଵାରା ନିର୍ବାହ ହୋଇଥାଏ।
4. କାରଣ ଦର୍ଶାଅ ।
ସୌରଭ ଭରସା ଓ ବିଶ୍ବାସର ପ୍ରତୀକ
(i) ପରିବହନ ବ୍ୟବସ୍ଥାକୁ ଦେଶର ଜୀବନରେଖା କୁହାଯାଏ।
ଭ – (i) ପରିବହନ ବ୍ୟବସ୍ଥା ଦ୍ଵାରା ପାହାଡ଼, ପର୍ବତ, ଜଙ୍ଗଲ ଓ ଖଣି ଖାଦାନରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାକୃତିକ ସମ୍ବଳଗୁଡ଼ିକୁ ଉତ୍ପାଦନ କାର୍ଯରେ ଲଗାଯାଇପାରୁଛି ।
(ii) ଏହାଦ୍ଵାରା ଶିଳ୍ପକ୍ଷେତ୍ରକୁ କଞ୍ଚାମାଲ ଓ ଅନ୍ୟାନ୍ୟ ପଦାର୍ଥ ଯୋଗାଇ ହେଉଛି ଓ ଆପଦକାଳୀନ ପରିସ୍ଥିତିରେ ସଂଯୋଗ ସ୍ଥାପନ, ମାଲପରିବହନ ଓ ବଣ୍ଟନ ଆଦି କାର୍ଯ୍ୟ କରି ହେଉଛି ।
(i) ଦେଶର ଅର୍ଥନୀତି ସୁପରିଚାଳନା ପାଇଁ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଏହାକୁ ଦେଶର ଜୀବନରେଖା କୁହାଯାଏ।
(ii) ଅଗମ୍ୟ ଅଞ୍ଚଳରେ ବାୟୁ ପରିବହନ ଗୁରୁତ୍ଵପୂର୍ଣ ।
ଭ – (i) ଅଗମ୍ୟ ଅଞ୍ଚଳରେ ରାସ୍ତାଘାଟର ସୁବିଧା ନ ଥିବାରୁ ଏବଂ ବିଭିନ୍ନ ପ୍ରାକୃତିକ ପ୍ରତିବନ୍ଧକ ଥିବାରୁ ସଡ଼କପଥରେ ଯିବା କଷ୍ଟକର।
(ii) ସେଥିପାଇଁ ସେହି ସବୁ ଅଞ୍ଚଳକୁ ବାୟୁ ପରିବହନ ଗୁରୁତ୍ବପୂର୍ଣ୍ଣ।
(iii) ପାଇପ୍ଲାଇନ ଦ୍ଵାରା ପେଟ୍ରୋଲିୟମ ପରିବହନ ସୁବିଧାଜନକ ।
ଭ – (i) ପେଟ୍ରୋଲିୟମ୍ ସଡ଼କ ପଥରେ ପରିବହନ କରିବା ବ୍ୟୟବହୁଳ ଏବଂ ସମୟସାପେକ୍ଷ।
(ii) ପାଇପଲାଇନ୍ ଦ୍ଵାରା କମ୍ ଖର୍ଚ୍ଚ ଏବଂ କମ୍ ସମୟ ମଧ୍ୟରେ ଦୂରସ୍ଥାନମାନଙ୍କୁ ପେଟ୍ରୋଲିୟମ୍ ପରିବହନ କରା ଯାଇପାରୁଥିବାରୁ ଏହା ସୁବିଧାଜନକ ଅଟେ ।
(iv) ସଡ଼କ ପଥ ସମସ୍ତ ପରିବହନ ବ୍ୟବସ୍ଥା ମଧ୍ୟରେ ଅଧିକ ଗୁରୁତ୍ଵପୂର୍ଣ୍ଣ ।
ଭ – (i) ସଡ଼କପଥ ଦ୍ଵାରା ଅଳ୍ପ ଓ ମଧ୍ୟମ ଦୂରତ୍ବ ପାଇଁ ଯାତ୍ରୀ ଓ ଜିନିଷପତ୍ର ପରିବହନ ସୁବିଧାଜନକ।
(ii) ସଡ଼କ ପରିବହନ ଦ୍ଵାରା ଘରକୁ ଘର ସେବା ଯୋଗାଇ ଦିଆଯାଇପାରେ।
(iii) ସେଥିପାଇଁ ସଡ଼କପଥ ସମସ୍ତ ପରିବହନ ବ୍ୟବସ୍ଥା ମଧ୍ୟରେ ଅଧିକ ଗୁରୁତ୍ଵପୂର୍ଣ୍ଣ ।
5. ‘କ’ ସ୍ତମ୍ଭରେ ଦିଆଯାଇଥିବା ରେଳବାଇ ମଣ୍ଡଳଗୁଡ଼ିକୁ ‘ଖ’ ସ୍ତମ୍ଭରେ ଦିଆଯାଇଥିବା ସଂପୃକ୍ତ ପ୍ରଧାନ କାର୍ଯ୍ୟାଳୟ ସହ ଯୋଡ଼ି ଲେଖ।
(କ) ପୂର୍ବ-ଉପକୂଳ ରେଳପଥ - ଭୁବନେଶ୍ବର
(ଖ) ପୂର୍ବ ରେଳପଥ - କୋଲକାତା
(ଗ) ଉତ୍ତର-ପୂର୍ବ ରେଳପଥ - ଗୋରଖପୁର
(ଘ) ଉତ୍ତର-ପୂର୍ବ ସୀମାନ୍ତ ରେଳପଥ - ମାଲିଗାଓଁ
(ଚ) ଦକ୍ଷିଣ-ଉପକୂଳ ରେଳପଥ - ବିଶାଖାପାଟଣା
7. ବନ୍ଧନୀ ମଧ୍ଯରେ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତରଗୁଡ଼ିକରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(a) ବ୍ରଡ଼ଗେଜ୍ ରେଳରାସ୍ତାରେ ଦୁଇଟି ଧାରଣା ମଧ୍ୟରେ ବ୍ୟବଧାନ _______ମିଟର ଅଟେ ।
A-1.67
(b) ଦକ୍ଷିଣ-ପଶ୍ଚିମ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ________ଠାରେ ଅବସ୍ଥିତ।
A- ହୁଵଲୀ
(c) ଭାରତର ଦକ୍ଷିଣ ଆମେରିକୀୟ ଦେଶମାନଙ୍କ ସହିତ_______ସମୁଦ୍ରପଥ ଦେଇ ବାଣିଜ୍ୟ କାରବାର ହୁଏ।
A- ଉତ୍ତମାଶା ଅନ୍ତରୀପ
(d) ଭାରତରେ______ଟି ପ୍ରଧାନ ବନ୍ଦର ଅଛି।
A- 12
(e) ଚଳଚ୍ଚିତ୍ର ନିର୍ମାଣରେ ଭାରତର ସ୍ଥାନ ପୃଥିବୀରେ _______ ଅଟେ। (ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ)
A- ପ୍ରଥମ
(f) ଭାରତରେ_______ଭାଷାରେ ସବୁଠାରୁ ଅଧିକ ସମ୍ବାଦପତ୍ର ପ୍ରକାଶ ପାଏ ।
A- ହିନ୍ଦୀ
(ଇଂରାଜୀ, ହିନ୍ଦୀ, ବଙ୍ଗାଳୀ, ମାଲାୟାଲାମ୍)

No comments:
Post a Comment