Binirmana Udyoga Class 10 Geography Chapter 7 Prashna Uttar


Binirmana Udyoga Class 10 Geography Chapter 7 | ଵିନିର୍ମାଣ ଉଦ୍ୟୋଗ ଭୂଗୋଳ |  Class 10 Geography Chapter 7 binirna udyog Question Answer | Class 10 odia medium chapter 4 Odia | 


୧. ମୂଳ ପରିଭାଷା (Fundamental Keywords)

These are essential for defining the scope of the chapter:

ବିନିର୍ମାଣ (Manufacturing): Converting raw materials into high-value finished products.

ଅର୍ଥନୈତିକ ବିକାଶର ମେରୁଦଣ୍ଡ (Backbone of Economy): Manufacturing is considered the backbone of a country's development.

କଞ୍ଚାମାଲ (Raw Materials): Basic substances used in the production process.

ମୂଲ୍ୟ ବୃଦ୍ଧି (Value Addition): The increase in the worth of a product at each stage of production.


୨. ଶିଳ୍ପର ଶ୍ରେଣୀବିଭାଗ (Classification of Industries)

Most "distinguish between" questions come from here:

କୃଷିଭିତ୍ତିକ ଶିଳ୍ପ (Agro-based): Industries like Cotton, Jute, and Sugar.

ଖଣିଜଭିତ୍ତିକ ଶିଳ୍ପ (Mineral-based): Iron and Steel, Aluminium.

ସରକାରୀ କ୍ଷେତ୍ର (Public Sector): Owned by the government (e.g., SAIL, BHEL).

ବେସରକାରୀ କ୍ଷେତ୍ର (Private Sector): Owned by individuals/groups (e.g., TISCO, Reliance).

ସଂଯୁକ୍ତ କ୍ଷେତ୍ର (Joint Sector): Managed by both Govt and Private (e.g., Oil India Ltd).

ସମବାୟ କ୍ଷେତ୍ର (Cooperative Sector): Owned and operated by producers/suppliers (e.g., Sugar industry in Maharashtra).



୩. ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଓ ସ୍ଥାନ (Major Industries & Locations)


ଲୌହ ଓ ଇସ୍ପାତ ଶିଳ୍ପ (Iron and Steel): The "Basic Industry."

Keywords: TISCO (Jamshedpur), Rourkela Steel Plant (Odisha), Bhilai, Durgapur.

ଆଲୁମିନିୟମ ଶିଳ୍ପ (Aluminium Smelting): Second most important metallurgical industry.

Keywords: NALCO (Angul/Damanjodi), HINDALCO.

ସୂତାବସ୍ତ୍ର ଶିଳ୍ପ (Cotton Textile): * Keywords: Mumbai (Cottonopolis), Ahmedabad (Manchester of India).

ସୂଚନା ପ୍ରଯୁକ୍ତିବିଦ୍ୟା (IT & Electronics): * Keywords: Bengaluru (Electronic Capital of India).


୪. ଶିଳ୍ପ ସ୍ଥାପନର କାରକ (Factors for Industrial Location)

If asked "Why is an industry located here?", use these keywords:

କଞ୍ଚାମାଲର ସୁଲଭତା (Availability of Raw Material)

ଶ୍ରମିକ (Labour - Skilled/Unskilled)

ପୁଞ୍ଜି (Capital)

ବଜାର (Market)

ଶକ୍ତି/ବିଦ୍ୟୁତ (Power supply)

ପରିବହନ (Transport)


୫. ପରିବେଶ ପ୍ରଦୂଷଣ (Environmental Impact)

Keywords for long-form questions on industrial hazards:

ବାୟୁ ପ୍ରଦୂଷଣ (Air Pollution): Smoke, CO2, SO2 emissions.

ଜଳ ପ୍ରଦୂଷଣ (Water Pollution): Industrial effluents, organic/inorganic waste.

ତାପଜ ପ୍ରଦୂଷଣ (Thermal Pollution): Hot water from factories released into rivers.

ଶବ୍ଦ ପ୍ରଦୂଷଣ (Noise Pollution): From heavy machinery.

ନିରନ୍ତର ବିକାଶ (Sustainable Development): Balancing industry with environmental safety.


ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଚାରୋଟି ଲେଖାଁଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟି ବାଛି ଲେଖ ।

 (a) ବକ୍‌ସାଇଟ୍ କେଉଁ ଉଦ୍ୟୋଗର କଞ୍ଚାମାଲରୂପେ ବ୍ୟବହୃତ ହୁଏ ? 

(i) ଲୁହା

(ii) ଆଲୁମିନିୟମ୍

(iii) ତମ୍ବା

(iv) ସିମେଣ୍ଟ


(b) କେଉଁ ସଂସ୍ଥାଟି ଲୌହ ଇସ୍ପାତ ଉତ୍ପାଦନ ସହ ସଂପୃକ୍ତ ?

(i) SAIL

(ii) NALCO

(iii) OIL

(iv) BALCO


(c) କେଉଁଟି ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ନୁହେଁ ?

(i) SAIL

(ii) TISCO

(iii) NALCO 

(iv) IDCO


(d) କେଉଁ ସ୍ଥାନରେ ଯାତ୍ରୀବାହୀ ରେଳଡ଼ବା ତିଆରି ହୁଏ ?

(i) କପୁରଥାଲା 

(ii) ବାରାଣାସୀ

(iii) ପେରାୟୁର

(iv) କୋଲକାତା


(e) ମହେନ୍ଦ୍ରା ଓ ମହେନ୍ଦ୍ରା କାରଖାନା କେଉଁ ପ୍ରକାର ଯାନ ନିର୍ମାଣ କରିଥାଏ ?

(i) ଦୁଇ ଚକିଆ 

(ii) ତିନି ଚକିଆ

(iii) ଚାରି ଚକିଆ 

(iv) ଆଠ ଚକିଆ


(f) କେଉଁ ଶିଳ୍ପରେ ମଜୁରିଭୋଗୀ ଶ୍ରମିକ ନ ଥା’ତି ?

(i) କ୍ଷୁଦ୍ର ଶିଳ୍ପ

(ii) କୁଟୀର ଶିଳ୍ପ

(iii) ମୌଳିକ ଶିଳ୍ପ

 (iv) ଖାଉଟି ଶିଳ୍ପ


(i) IISCO (ii) SAIL (iii) TISCO (iv) NALCO (v) MNC

ଉ (i) ISCO : Indian Iron & Steel Corporation of India

(ii) SAIL ; Steel Authority of India

(iii) TISCO : Tata Iron & Steel Company

(iv) NALCO : National Aluminium Company

(v) MNC : Multi-National Company


4. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(a) ବିନିର୍ମାଣ ଉଦ୍ୟୋଗ କହିଲେ କ’ଣ ବୁଝାଏ ?

ଉ – ହାତହତିଆର ବା ଯନ୍ତ୍ର ବ୍ୟବହାର କରି ପ୍ରାଥମିକ ସମ୍ବଳଗୁଡ଼ିକରୁ ପ୍ରକ୍ରିୟାକରଣ (ଉତ୍ପାଦନ ପଦ୍ଧତି) ମାଧ୍ୟମରେ ବିଭିନ୍ନ ପ୍ରକାର ଦ୍ରବ୍ୟ ବା ମାଲ ବହୁଳ ପରିମାଣରେ ଉତ୍ପାଦନ କରିବାକୁ ବିନିର୍ମାଣ ଉଦ୍ୟୋଗ କୁହାଯାଏ।

(b) ପ୍ରାଥମିକ ଉତ୍ପାଦ କ’ଣ ? ଏହାର ଉଦାହରଣ ଦିଅ ।

ଊ– (i) ଯେଉଁ ଦ୍ରବ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ପ୍ରକୃତିରୁ ମିଳିଥାଏ, ସେଗୁଡ଼ିକୁ ପ୍ରାଥମିକ ଉତ୍ପାଦ କୁହାଯାଏ ।

ଉଦାହରଣ : ଖାଦ୍ୟଶସ୍ୟ, ଫଳ, ଫୁଲ, ଶାକ ସବୁ ମାଟିରୁ ମିଳିଥାଏ। କାଠ, ଔଷଧୀୟ ଗଛ, ଅଠା, ଲାଖ ଆଦି ଜଙ୍ଗଲରୁ ମିଳେ ।

(ii) ପ୍ରାଥମିକ ଉତ୍ପାଦ ମଧ୍ଯରୁ ସମସ୍ତ ଦ୍ରବ୍ୟ ମନୁଷ୍ୟ ସିଧାସଳଖ ବ୍ୟବହାର କରି ନଥାଏ ।

(c) ମୌଳିକ ଶିଳ୍ପ କ’ଣ ? ଏହାର ଏକ ତାଲିକା ପ୍ରସ୍ତୁତ କର ।

a) ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପର କଞ୍ଚାମାଲରୂପେ ବ୍ୟବହୃତ ହୁଏ, ତାହାକୁ ମୌଳିକ ଶିଳ୍ପ କୁହାଯାଏ । ଉଦାହରଣ – ଲୌହଇସ୍ପାତ ଶିଳ୍ପ।

(d) ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାକୃତିକ ଉପାଦାନଗୁଡ଼ିକ କ’ଣ ?

ଉ– ଶିଳ୍ପ ପ୍ରତିଷ୍ଠା ପାଇଁ କଞ୍ଚାମାଲ, ଜମି, ଶକ୍ତି, ଜଳ, ଉପଯୁକ୍ତ ଜଳବାୟୁ ହେଉଛି ପ୍ରାକୃତିକ ଉପାଦନ ।

(e) ଯୌଥ ଶିଳ୍ପ କାହାକୁ କୁହାଯାଏ ?

ଉ– ଯେଉଁ ଶିଳ୍ପ ଉଭୟ ସରକାର ( କେନ୍ଦ୍ର କିମ୍ବା ରାଜ୍ୟ ସରକାର) ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କଦ୍ବାରା ପୁଞ୍ଜିଲଗାଣ କରାଯାଇ ସ୍ଥାପିତ ଓ ପରିଚାଳିତ ହୁଏ, ସେଭଳି ଶିଳ୍ପକୁ ଯୌଥ ଶିଳ୍ପ କୁହାଯାଏ।

ଉଦାହରଣ– ମାରୁତି ଉଦ୍ୟୋଗ, ଅଏଲ୍ ଇଣ୍ଡିଆ ଲିମିଟେଡ଼ ଆଦି।

(f) MNC ବା ବହୁରାଷ୍ଟ୍ରୀୟ କମ୍ପାନୀ କ’ଣ ?

ଊ – (i) ଏକ ଦେଶରେ ଅନ୍ୟ ବିଦେଶୀ ରାଷ୍ଟ୍ରର କମ୍ପାନୀ ବିଦେଶୀ ପୁଞ୍ଜି ଲଗାଇ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଦ୍ଵାରା ଉଚ୍ଚମାନର ଉତ୍ପାଦ କମ୍ ଦାମ୍‌ରେ ଉତ୍ପାଦନ କରୁଥିବାରୁ ସେମାନଙ୍କୁ ବହୁରାଷ୍ଟ୍ରୀୟ କମ୍ପାନୀ କୁହାଯାଏ।

(ii) ଏହାଦ୍ଵାରା ଶିଳ୍ପକ୍ଷେତ୍ରରେ ପ୍ରତିଯୋଗିତା ତୀବ୍ର ହେବା ସଙ୍ଗେ ସଙ୍ଗେ ଉପଭୋକ୍ତାମାନେ ଲାଭାନ୍ବିତ ହେଉଛନ୍ତି। 

5. (a) ଭାରତର ଅର୍ଥବ୍ୟବସ୍ଥାକୁ ଶିଳ୍ପକ୍ଷେତ୍ରର ଅବଦାନ କ’ଣ ?

i) ଦେଶର ପ୍ରଗତି ଓ ବିକାଶକ୍ଷେତ୍ରରେ ଶିଳ୍ପର ଦାନ ଯଥେଷ୍ଟ ରହିଛି । ସେଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା।

 (i) 1951 ମସିହାଠାରୁ ଦେଶରେ ଶିଳ୍ପର ବିକାଶ ଦ୍ରୁତଗତିରେ ଆଗେଇଚାଲିଛି । କାର୍ପାସବସ୍ତ୍ର, ଚିନି, କାଚ, କାଗଜ ଆଦି ଶିଳ୍ପ ସ୍ଥାପନ କରି ଖାଉଟି ଦ୍ରବ୍ୟ ଉତ୍ପାଦନ କରି ଦେଶ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ଏଗୁଡ଼ିକୁ ରପ୍ତାନି କରିବାରେ ସକ୍ଷମ ହୋଇଛି ।


(ii) ସାର, ଔଷଧ, ରାସାୟନିକ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ପ୍ରସାର ଘଟିଛି । ଆଧୁନିକ ସଭ୍ୟତାର ମେରୁଦଣ୍ଡ ସଦୃଶ ଲୌହଇସ୍ପାତ ପ୍ରତିଷ୍ଠାଦ୍ଵାରା ଏହି ଶିଳ୍ପକ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ସମ୍ଭବ ହୋଇଛି । (iii) ଆମ ଦେଶରେ ବେକାରୀ ସମସ୍ୟାର ସମାଧାନ ପାଇଁ କର୍ମସଂସ୍ଥାନ ସୃଷ୍ଟି ହୋଇଛି ।

(iv) କୃଷିର ଆଧୁନିକୀକରଣ ହେବାସହ ଶକ୍ତି, ପରିବହନ ଓ ଯୋଗାଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ବୈପ୍ଳବିକ ପ୍ରସାର ଘଟିଛି।

(v) ଶିଳ୍ପକ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରିଛି ଏବଂ ଦେଶର ଜାତୀମ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧିପାଉଛି ।

(vi) ଶିଳ୍ପର ଉନ୍ନତି ହେବା ସଙ୍ଗେ ସଙ୍ଗେ ତୃତୀୟକ କ୍ଷେତ୍ରରେ କର୍ମସଂସ୍ଥାନ ବୃଦ୍ଧିପାଇଛି ଓ ଦେଶର ଅର୍ଥନୀତି ବିକଶିତ ହେଉଛି।

(b) ସତ୍ବାଧ୍ଵର ଭିତ୍ତିରେ ଶିଳ୍ପର ଏକ ବିଭାଗୀକରଣ କରି ଉଦାହରଣ ଦିଅ ।

ଉ – (i) ସତ୍ଵାଧିକାର ଭିଭିରେ ଶିଳ୍ପ ଚାରିପ୍ରକାର; ଯଥା – (କ) ରାଷ୍ଟ୍ରାୟତ୍ତ ଶିଳ୍ପ, (ଖ) ବେସରକାରୀ ଶିଳ୍ପ, (ଗ) ମିଳିତ ବା ଯୌଥ ଶିଳ୍ପ ଓ (ଘ) ସମବାୟ ଶିଳ୍ପ ।

(ii) ସରକାର ବା ସରକାରୀ ବିଭାଗଦ୍ବାରା ସ୍ଥାପିତ ଓ ପରିଚାଳିତ ହେଉଥ‌ିବା ଶିଳ୍ପକୁ ସରକାରୀ ବା ରାଷ୍ଟ୍ରାୟତ୍ତ ଶିଳ୍ପ କୁହାଯାଏ।

ଉଦାହରଣ : ରାଉରକେଲା ଲୌହ-ଇସ୍ପାତ ଶିଳ୍ପ, ଭୋପାଳର ଗୁରୁ ବୈଦ୍ୟୁତିକ କାରଖାନା (BHEL) । (iii) କୌଣସି ବ୍ୟକ୍ତି, ପରିବାର କିମ୍ବା ନିଗମ ଅଧିକାରୀଙ୍କ ମାଲିକାନାରେ ଥାଇ ନିଜସ ପୁଞ୍ଜି ଲଗାଣଦ୍ବାରା ପରିଚାଳିତ ହେଉଥ‌ିବା ଶିଳ୍ପକୁ ଘରୋଇ ବା ବେସରକାରୀ ଶିଳ୍ପ କୁହାଯାଏ ।

ଉଦାହରଣ : ରିଲାଏନସ୍, ବଜାଜ ଅଟୋ, ଟାଟା ଲୌହ-ଇସ୍ପାତ୍ ଆଦି ।

(iv) ଉଭୟ ସରକାର (ରାଜ୍ୟ କିମ୍ବା କେନ୍ଦ୍ର) ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷକଙ୍କଦ୍ବାରା ପୁଞ୍ଜି ଲଗାଣ କରାଯାଇ ସ୍ଥାପିତ ଓ ପରିଚାଳିତ ହେଉଥ‌ିବା ଶିଳ୍ପକୁ ମିଳିତ ଶିଳ୍ପ କୁହାଯାଏ।

ଉଦାହରଣ : ମାରୁତି ଉଦ୍ୟୋଗ, ଅଏଲ୍ ଇଣ୍ଡିଆ ।

(v) କେତେକ ବ୍ୟକ୍ତିବିଶେଷଙ୍କ ଦ୍ବାରା ଗଠିତ ସମବାୟ ସମିତିଦ୍ଵାରା ପରିଚାଳିତ ହେଉଥିବା ଶିଳ୍ପକୁ ସମବାୟ ଶିଳ୍ପ କୁହାଯାଏ।

ଉଦାହରଣ : ଗୁଜରାଟର ଅମୁଲ ଦୁଗ୍ଧଜାତ ପଦାର୍ଥ ଶିଳ୍ପ, କେରଳର କଫି ଶିଳ୍ପ, ଲିଜ୍ଜତ ପାପଡ଼ ।

(c) ଶିଳ୍ପଜନିତ ପ୍ରଦୂଷଣ କ’ଣ ? ଏହାକୁ କିପରି ରୋକାଯାଇପାରିବ ?

ଉ – ଶିଳ୍ପଜନିତ ପ୍ରଦୂଷଣ : ଶିଳ୍ପଜନିତ ପ୍ରଦୂଷଣଗୁଡ଼ିକ ହେଲା – ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଭୂମି ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ।

(i) ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଧୂଆଁ, ପାଉଁଶ, କାର୍ବନ ମନୋକ୍‌ସାଇଡ୍, ସଲ୍‌ଫର୍‌ ଡାଇଅକ୍ସାଇଡ଼ ବାୟୁରେ ମିଶି ବାୟୁ ପ୍ରଦୂଷଣ କରେ।

(ii) ସାର କାରଖାନାରୁ ନିର୍ଗତ ଆମୋନିଆ ବାଷ୍ପ, ତାପଜ ବିଦ୍ୟୁତ୍ କେନ୍ଦ୍ର, ଲୌହଇସ୍ପାତ ଶିଳ୍ପ ଓ ଆଲୁମିନିୟମ୍ ଶିଳ୍ପରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ପ୍ରବେଶ କରି ଏହାକୁ ପ୍ରଦୂଷିତ କରୁଛି।

(iii) କୋଇଲା, ରଙ୍ଗ, ସାବୁନ୍, କୀଟନାଶକ ଦ୍ରବ୍ୟ, ସାର, ପ୍ଲାଷ୍ଟିକ୍, ରବର ଶିଳ୍ପ, କାଗଜ, ବୟନ, ପେଟ୍ରୋଲିୟମ୍ ବିଶୋଧନାଗାର, ଚମଡ଼ା କାରଖାନାରୁ ବାହାରୁଥିବା ଜୈବ ଓ ଅଜୈବ ତରଳ ଓ କଠିନ ବର୍ଜ୍ୟବସ୍ତୁ ଭୂମି, ଜଳ ଓ ମୃତ୍ତିକା ପ୍ରଦୂଷଣ କରେ।


ଶିଳ୍ପଜନିତ ପ୍ରଦୂଷଣର ନିରାକରଣ :

(i) ଯୋଜନାବଦ୍ଧଭାବେ ଶିଳ୍ପ ସ୍ଥାପନ, ଶିଳ୍ପରେ ବ୍ୟବହୃତ ଯନ୍ତ୍ରପାତି ଚୟମ ଓ ଚାଳନାଦ୍ଵାରା ପ୍ରଦୂଷଣ

ରୋକାଯାଇପାରିବ ।

(ii) ଶିଳ୍ପରେ ଫିଲ୍ଟର୍, ଅବକ୍ଷେପକ ଆଦି ବ୍ୟବହାରଦ୍ଵାରା ପ୍ରଦୂଷଣ ରୋକାଯାଇପାରିବ ।

(iii) କ୍ରସରମାନଙ୍କରୁ ବାହାରୁଥିବା ଧୂଳିକୁ ଏକପ୍ରକାର ଯନ୍ତ୍ରଦ୍ୱାରା ଅବକ୍ଷେପଣ କରି ବାୟୁ ପ୍ରଦୂଷଣ କମ୍

କରାଯାଇପାରିବ ।

(iv) କଳକାରଖାନାରୁ ବାହାରୁଥିବା କଠିନ ଓ ତରଳ ବର୍ଜ୍ୟବସ୍ତୁଗୁଡ଼ିକ ସିଧାସଳଖ ନଈ, ନାଳକୁ ନ ଛାଡ଼ି ତା’ର ଉପଚାର ପରେ ଜଳ ଛାଡ଼ିଲେ ପ୍ରଦୂଷଣ କମ୍ ହେବ ।

(v) ଶିଳ୍ପାନୁଷ୍ଠାନମାନଙ୍କରେ କୋଇଲା ପରିବର୍ତ୍ତେ ଖଣିଜତୈଳ ଓ ବିଦ୍ୟୁତ୍‌ଶକ୍ତି ବ୍ୟବହାରଦ୍ଵାରା ପ୍ରଦୂଷଣ ଏଡ଼ାଇଦିଆଯାଇପାରିବ ।

(d) NTPC କିପରି ପ୍ରଦୂଷଣକୁ ନିୟନ୍ତ୍ରଣ କରି ପାରିଛି ବୁଝାଅ ।

ଊ – (i) ଆଧୁନିକ ପଦ୍ଧତିରେ ଯନ୍ତ୍ରାଂଶଗୁଡ଼ିକର ବ୍ୟବହାର।

(ii) ପାଉଁଶର ଅଧିକ ବ୍ୟବହାରଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ।

(iii) ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ଭାରସାମ୍ୟ ରକ୍ଷା ।

(iv) ପୋଖରୀ ସୃଷ୍ଟି କରି ପରିବେଶ ପ୍ରଦୂଷଣ, ନିୟନ୍ତ୍ରଣ ତଥା ପାଉଁଶମିଶ୍ରିତ ଜଳର ପୁନଃଚକ୍ରଣ ପଦ୍ଧତିରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା।

(v) ପ୍ରତ୍ୟେକ କାରଖାନାରେ ପରିବେଶ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅନୁଧ୍ୟାନ ବ୍ୟବସ୍ଥା କରିବା ଇତ୍ୟାଦିର ନିୟନ୍ତ୍ରଣ NTPC କରି ପାରିଛି ।

(e) ଭାରତରେ ଜାହାଜ ନିର୍ମାଣ ପାଇଁ କ’ଣ ବ୍ୟବସ୍ଥା ରହିଛି ଲେଖ ।

ଊ – (i) ଜାହାଜ ନିର୍ମାଣ ଏକ ବୃହତ୍ ଶିଳ୍ପ । ଏହି କାରଖାନା ପାଇଁ ଅଧିକ ପୁଞ୍ଜି ଆବଶ୍ୟକ ହୋଇଥାଏ।

(ii) ବର୍ତ୍ତମାନ ଭାରତରେ ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ରହିଛି। ସେଗୁଡ଼ିକ ହେଲା- ବିଶାଖାପାଟଣା, କୋଚି, ମୁମ୍ବାଇ, ମାର୍ମାଗାଓ ଏବଂ କୋଲକାତା । ଏହା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ।

(iii) ଏଠାରେ ନୌବାହିନୀପାଇଁ ଯୁଦ୍ଧଜାହାଜ ଓ ଯାତ୍ରୀବାହୀ ଜାହାଜ ନିର୍ମିତ ହୋଇଥାଏ। 

(iv) ଜାହାଜ ନିର୍ମାଣପାଇଁ ଏବଂ ମରାମତି ପାଇଁ 16 ଗୋଟି ଶୁଷ୍କ ଡକ୍ ରହିଛି।

(v) ଷ୍ଟିମର, ବାର୍ଜ, ଡ୍ରେଜର ଓ ଉପକୂଳବାହୀ ଜାହାଜ ମଧ୍ୟ ଏହି ଅଞ୍ଚଳରେ ନିର୍ମାଣ କରାଯାଇଥାଏ।

 (f) ଭାରତର ଲୌହଇସ୍ପାତ ଶିଳ୍ପ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ ।

ଉ – (i) ଭାରତରେ 1864 ମସିହାରେ ପଶ୍ଚିମବଙ୍ଗର କୁଲଟୀଠାରେ ଆଧୁନିକ ଇସ୍ପାତ ଶିଳ୍ପର ଭିଭିପ୍ରସ୍ତର ପଡ଼ିଥିଲେ ମଧ୍ୟ 1907 ରେ ଟାଟା କମ୍ପାନୀ ଦ୍ୱାରା ଜାମ୍‌ଦ୍‌ରଠାରେ ଆଧୁନିକ ବୃହତ୍ ଲୌହଇସ୍ପାତ ଶିଳ୍ପ TISCOର ଶୁଭାରମ୍ଭ ।

(ii) ସାଧୀନତା ପରେ ଦେଶରେ ବିଭିନ୍ନ ସ୍ଥାନରେ ବିଦେଶୀ ରାଷ୍ଟ୍ରର ବୈଷୟିକ ଜ୍ଞାନ ସହାୟତାରେ ଲୌହଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଗଲା ।

(ii) ରୁଷିଆ ସହାୟତାରେ ଛତିଶଗଡ଼ର ଭିଲାଇ ଓ ଝାଡ଼ଖଣ୍ଡର ବୋକାରୋଠାରେ, ଜର୍ମାନୀ ସହାୟତାରେ ରାଉରକେଲାଠାରେ ଓ ବ୍ରିଟେନ୍ ସହାୟତାରେ ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ସ୍ଥାପିତ ଲୌହଇସ୍ପାତ ଶିଳ୍ପ ଏହାର ଉଦାହରଣ।

(iv) ଏହାବ୍ୟତୀତ ତାମିଲନାଡୁର ସାଲେମ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବନ୍ଦରଭିତ୍ତିକ ଲୌହଇସ୍ପା । ଶିଳ୍ପ ଏବଂ କର୍ଣ୍ଣାଟକର ବିଜୟନଗରଠାରେ ସମନ୍ବିତ ଲୌହଇସ୍ପାତ କାରଖାନା ସ୍ଥାପିତ ହୋଇଛି | (v) ଏଗୁଡ଼ିକଛଡ଼ା ଭାରତରେ ପ୍ରାୟ 650 ରୁ ଅଧିକ କ୍ଷୁଦ୍ର ଇସ୍ପାତ କାରଖାନା ସ୍ଥାପିତ ହୋଇଛି। ସମସ୍ତ ରାଷ୍ଟ୍ରାୟତ୍ତ ଶିଳ୍ପଗୁଡ଼ିକରେ ପରିଚାଳନା ଭାର ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷ ବା Steel Authority of India (SAIL) ବହନ କରୁଛି ।

6. ପାର୍ଥକ୍ୟ ଦର୍ଶାଅ ।

(a) କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ

 କୁଟୀର ଶିଳ୍ପ

(i) ଏହି ଶିଳ୍ପ ବିନିର୍ମାଣ ଉଦ୍ୟୋଗର ସବୁଠାରୁ କ୍ଷୁଦ୍ର (i) ଏକକ । ଜଣେ କାରିଗର ନିଜର ବାସଗୃହରେ ଏହି କାର୍ଯ୍ୟ କରିଥାଏ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ପୂରା ବା ଆଂଶିକ ସମୟଦେଇ ଏଥିରେ ତାକୁ ସାହାଯ୍ୟ କରି ଥାଆନ୍ତି ।

(ii) ଖଦୀ, ଗ୍ରାମୋଦ୍ୟୋଗ, ହସ୍ତତନ୍ତ, ସୁନାରୁପାର ତାରକସି କାମ, ପିତ୍ତଳ ଓ କଂସାବାସନ ଆଦି କୁଟୀର ଶିଳ୍ପ । ଏଥ‌ିରେ ମଜୁରିଭୋଗୀ ଶ୍ରମିକ ନଥାନ୍ତି । କୁଟୀର ଶିଳ୍ପ ସଂସ୍ଥାରେ କେବଳ ମାଲିକ ଥାଆନ୍ତି ।

କ୍ଷୁଦ୍ର ଶିଳ୍ପ

କ୍ଷୁଦ୍ର ଶିଳ୍ପରେ ଶ୍ରମଶକ୍ତିବ୍ୟତୀତ ଶକ୍ତିଚାଳିତ ଯନ୍ତ୍ରପାତି ସାହାଯ୍ୟରେ ଦ୍ରବ୍ୟ ଉତ୍ପାଦିତ ହୋଇଥାଏ । ଏଥରେ ଅଳ୍ପ ପୁଞ୍ଜି ବିନିଯୋଗ ହୋଇଥାଏ ଓ କମ୍ ସଂଖ୍ୟାରେ ମଜୁରିପ୍ରାପ୍ତ ଶ୍ରମିକ ନିଯୁକ୍ତି ପାଇଥାଆନ୍ତି। ଉତ୍ପାଦିତ ଦ୍ରବ୍ୟ ଖୋଲାବଜାରରେ ବ୍ୟବସାୟୀମାନଙ୍କ ମାଧ୍ୟମରେ ବିକ୍ରି କରାଯାଏ।

(ii) କାଗଜ ତିଆରି ଦ୍ରବ୍ୟ, ଖେଳନା, ଆସବାବପତ୍ର, ଖାଇବା ତୈଳ, ଚମଡ଼ା ଦ୍ରବ୍ୟ, ରେଡ଼ିଓ ଓ ଟେଲିଭିଜନ ସେଟ୍, ବିଦ୍ୟୁତ୍ ସରଞ୍ଜାମ ଆଦି କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ଉତ୍ପାଦିତ ହୋଇଥାଏ ।


(b) ମୌଳିକ ଶିଳ୍ପ ଓ ଖାଉଟି ଶିଳ୍ପ

ମୌଳିକ ଶିଳ୍ପ

(i) ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପର କଞ୍ଚାମାଲରୂପେ ବ୍ୟବହୃତ ହୁଏ, ତାହାକୁ ମୌଳିକ ଶିଳ୍ପ କୁହାଯାଏ।

(ii) ଲୌହଇସ୍ପାତ ଶିଳ୍ପ ମୌଳିକ ଶିଳ୍ପର ଅନ୍ତର୍ଗତ। 

ଖାଉଟି ଶିଳ୍ପ

i) ଯେଉଁ ଶିଳ୍ପ ଉପଭୋକ୍ତାମାନଙ୍କର ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଦ୍ରବ୍ୟ ଉତ୍ପାଦନ କରେ ତାହାକୁ ଖାଉଟି ଶିଳ୍ପ କୁହାଯାଏ ।

(ii) ଖାଇବା ତେଲ, ଚା’, ସାବୁନ, ପାଉଁରୁଟି, ବିସ୍କୁଟ୍ ଇତ୍ୟାଦି ଖାଉଟି ଶିଳ୍ପ ଅନ୍ତର୍ଗତ ।


(c) ମିଳିତ ବା ଯୌଥ ଶିଳ୍ପ ଓ ସମବାୟ ଶିଳ୍ପ

ମିଳିତ ଶିଳ୍ପ

(i) ଯେଉଁ ଶିଳ୍ପ ଉଭୟ ସରକାର (କେନ୍ଦ୍ର ଓ ରାଜ୍ୟ)|(i) ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ପୁଞ୍ଜିଲଗାଣଦ୍ବାରା ସ୍ଥାପିତ ଓ ପରିଚାଳିତ; ତାକୁ ମିଳିତ ବା ଯୌଥ ଶିଳ୍ପ କୁହାଯାଏ।

(ii) ଉଦାହରଣ– ମାରୁତି ଉଦ୍ୟୋଗ, ଅଏଲ ଇଣ୍ଡିଆ ଲିମିଟେଡ୍।

ସମବାୟ ଶିଳ୍ପ

i) କେତେକ ବ୍ୟକ୍ତିବିଶେଷଙ୍କ ଦ୍ବାରା ଗଠିତ ସମବାୟ ସମିତିଦ୍ଵାରା ପରିଚାଳିତ ଶିଳ୍ପକୁ ସମବାୟ ଶିଳ୍ପ କୁହାଯାଏ ।

(ii) ଉଦାହରଣ— ଚିନି ଶିଳ୍ପ ।


(d) ଭାରୀ ଶିଳ୍ପ ଓ ହାଲୁକା ଶିଳ୍ପ

ଭାରୀ ଶିଳ୍ପ

(i) ଉତ୍ପାଦିତ ବସ୍ତୁର ଆକାର ବଡ଼ ଓ ଓଜନ ଅଧ‌ିକ ହୋଇଥିଲେ ସେଭଳି ଶିଳ୍ପକୁ ଭାରୀ ଶିଳ୍ପ କୁହାଯାଏ।

(ii) ଲୌହ-ଇସ୍ପାତ ଶିଳ୍ପ ଏକ ଭାରୀ ଶିଳ୍ପ।

ହାଲୁକା ଶିଳ୍ପ

i) ଉତ୍ପାଦିତ ବସ୍ତୁର ଆକାର ଛୋଟ ଓ ଓଜନ କମ୍ ହୋଇଥିଲେ ସେଭଳି ଶିଳ୍ପକୁ ହାଲୁକା ଶିଳ୍ପ କୁହାଯାଏ।

(ii) ସାବୁନ୍, ତେଲ, ଟି.ଭି., ରେଡ଼ିଓ ଆଦି ହାଲୁକା ଶିଳ୍ପର ଉଦାହରଣ।


(e) ରାଷ୍ଟ୍ରାୟତ୍ତ ଶିଳ୍ପ ଓ ଘରୋଇ ଶିଳ୍ପ

ରାଷ୍ଟ୍ରାୟତ୍ତ ଶିଳ୍ପ

(i) ଯେଉଁ ଶିଳ୍ପ ସରକାର ବା ସରକାରୀ ବିଭାଗଦ୍ଵାରା  ସ୍ଥାପିତ ଓ ପରିଚାଳିତ ତାକୁ ସରକାରୀ ଶିଳ୍ପ କୁହାଯାଏ ।

(ii) ଉଦାହରଣ– ରାଉରକେଲା ଲୌହଇସ୍ପାତ କାରଖାନା, ଗୁରୁ ବୈଦ୍ୟୁତିକ କାରଖାନା ଇତ୍ୟାଦି ।

ଘରୋଇ ଶିଳ୍ପ

|(i) ଯେଉଁ ଶିଳ୍ପ କୌଣସି ବ୍ୟକ୍ତି ପରିବାର କିମ୍ବା ନିଗମ ଅଧିକାରୀଙ୍କ ନିଜସ୍ଵ ପୁଞ୍ଜି ଲଗାଣଦ୍ଵାରା ପରିଚାଳିତ ହୋଇଥାଏ, ତାହାକୁ ଘରୋଇ ଶିଳ୍ପ କୁହାଯାଏ ।

 (ii) ଉଦାହରଣ— ଟାଟା ଲୌହଇସ୍ପାତ ଶିଳ୍ପ, ରିଲାଏନ୍ସ ଓ ବଜାଜ୍ ଅଟେ ।


(f) କୃଷି ଭିତ୍ତିକ ଶିଳ୍ପ ଓ ଜଙ୍ଗଲ ଭିତ୍ତିକ ଶିଳ୍ପ କୃଷିଭିତ୍ତିକ ଶିଳ୍ପ

କୃଷି ଭିତ୍ତିକ ଶିଳ୍ପ

(i) କୃଷିରୁ ମିଳୁଥିବା କଞ୍ଚାମାଲରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଥିବା ଶିଳ୍ପକୁ କୃଷିଭିତ୍ତିକ ଶିଳ୍ପ କୁହାଯାଏ।

(ii) ଉଦାହରଣ– ଚା, ଚିନି, କାର୍ପାସ୍, ରବର, ବନସ୍ପତି ତେଲ, ଝୋଟ ଶିଳ୍ପ ଆଦି କୃଷିଭିତ୍ତିକ ଶିଳ୍ପର ଉଦାହରଣ।


ଜଙ୍ଗଲ ଭିତ୍ତିକ ଶିଳ୍ପ

(i)ଜଙ୍ଗଲରୁ ମିଳୁଥିବା କଞ୍ଚାମାଲକୁ ବ୍ୟବହାର କରି ସ୍ଥାପିତ ଶିଳ୍ପକୁ ଜଙ୍ଗଲ ଭିଭିକ ଶିଳ୍ପ କୁହାଯାଏ।

(ii) ଉଦାହରଣ– କାଗଜ ଶିଳ୍ପ, ଆସବାବପତ୍ର, ପ୍ୟାକିଂ ଦ୍ରବ୍ୟ, ଔଷଧ୍ୟ ବୃକ୍ଷରୁ ଔଷଧ ଉତ୍ପାଦନକାରୀ ଶିଳ୍ପ ଆଦି ଜଙ୍ଗଲଭିଭିକ ଶିଳ୍ପର ଉଦାହରଣ।


7. (a) ଲୌହଇସ୍ପାତ କାରଖାନା କଞ୍ଚାମାଲ ମିଳୁଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଏ ।

ଊ– (i) ଲୌହଇସ୍ପାତ କାରଖାନା ଏକ ଖଣିଜଭିଭିକ ଶିଳ୍ପ । କଞ୍ଚାମାଲ ଓ ଉତ୍ପାଦ ଉଭୟ ଭାରୀ ହୋଇଥିବାରୁ ପରିବହନ କଷ୍ଟସାଧ୍ୟ ହୋଇଥାଏ । ଲୁହାପଥର, କୋଇଲା, ଚୂନପଥରକୁ 4:2:1 ଅନୁପାତରେ ନିଆଯାଏ।

(ii) ପରିବହନ ଖର୍ଚ୍ଚକୁ ହ୍ରାସକରିବା ଉଦ୍ଦେଶ୍ୟରେ କଞ୍ଚାମାଲ ମିଳୁଥିବା ସ୍ଥାନରେ ଲୌହଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇଥାଏ।

(b) ମଟର ନିର୍ମାଣ କାରଖାନାଗୁଡ଼ିକ ବଡ଼ ବଡ଼ ସହର ନିକଟରେ ସ୍ଥାପିତ ।

ଊ (i) ବଡ଼ ବଡ଼ ସହର ଦିଲ୍ଲୀ, ଗୁଡ଼ଗାଓଁ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ପୁଣେ, ଲକ୍ଷ୍ନୌ, ଇନ୍ଦୋର, ହାଇଦ୍ରାବାଦ ଓ ଜାମସେଦପୁର ଆଦିରେ କାରିଗରୀ ଜ୍ଞାନ କୌଶଳ ଓ ତାଲିମପ୍ରାପ୍ତ କୁଶଳୀ ଶ୍ରମିକ ପାଇବାରେ କୌଣସି ଅସୁବିଧା  ହୋଇ ନଥାଏ।

(ii) ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହେବାପରେ ଅନେକ ବିଦେଶୀ କମ୍ପାନୀ ତଥା ହୋଣ୍ଡା (ଜାପାନ), ସୁଜୁକି, ଫୋର୍ଡ଼ ଆଦି ଭାରତରେ ନିଜର କାରଖାନା ସ୍ଥାପନ କରି ବ୍ୟବସାୟ ଆରମ୍ଭ କରିଛନ୍ତି ।

(c) ଲୌହଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ ।

ଊ (i) ଲୌହଇସ୍ପାତ ଶିଳ୍ପ ଏକ ଖଣିଜଭିଭିକ ଶିଳ୍ପ । ଏହା ଦେଶର ତଥା ଆଧୁନିକ ସଭ୍ୟତାର ମେରୁଦଣ୍ଡ ସଦୃଶ। (ii) ଏହି ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟଏକ ଶିଳ୍ପର କଞ୍ଚାମାଲରୂପେ ବ୍ୟବହୃତ ହୋଇଥାଏ। ତେଣୁ ଲୌହଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ।

(d) ବେଙ୍ଗାଲୁରୁକୁ ଭାରତର ଇଲେକ୍ଟ୍ରୋନିକ୍‌ସ୍ ରାଜଧାନୀ କୁହାଯାଏ ।

ଊ– (i) କମ୍ପ୍ୟୁଟରରେ ବ୍ୟବହୃତ ପ୍ରୋଗାମ ଓ ଏହାର ଯାନ୍ତ୍ରିକ ଅଂଶ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବ ବଜାରରେ ସତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି । ବେଙ୍ଗାଲୁରୁରେ ଏହି ସଫ୍ଟଓୟାର ପାର୍କ ପ୍ରତିଷ୍ଠା କରାଯାଇଛି।

(ii) ଏଠାରେ ଇଲେକ୍ଟ୍ରୋନିକ୍‌ସ୍ ଶିଳ୍ପର ବହୁଳ ପ୍ରସାର ଘଟିଥିବାରୁ ଦେଶରେ ବେଙ୍ଗାଲୁରୁକୁ ଇଲେକ୍ଟ୍ରୋନିକ୍‌ସ୍ ରାଜଧାନୀ ବୋଲି କୁହାଯାଏ।

(e) ରାସାୟନିକ କାରଖାନା ଜନବସତି ପାଇଁ ଏକ ସମସ୍ୟା ।

ଊ– (i) କଳକାରଖାନାରୁ ନିର୍ଗତ ଧୂଆଁ ଓ ପାଉଁଶ ଗୁଣ୍ଡ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି । ଶିଳ୍ପାନୁଷ୍ଠାନରୁ ନିର୍ଗତ କାର୍ବନ ମନୋକ୍ସାଇଡ୍ ଓ ସଲ୍‌ଫର୍ ଡାଇଅକ୍ସାଇଡ଼ ଦ୍ବାରା ବାୟୁ ପ୍ରଦୂଷିତ ହେଉଛି।

(ii) ବାୟୁମଣ୍ଡଳକୁ କଠିନ ଓ ତରଳ କଣିକା, ଧୂଳି, ବାଷ୍ପ, ଧୂଆଁ ଆଦି ପ୍ରବେଶ କରୁଛି । ଏହାଦ୍ବାରା ସାସ୍ଥ୍ୟହାନି ହୋଇ ରୋଗ ବ୍ୟାପୁଛି ଏବଂ ଜନବସ୍ତି ପାଇଁ ସମସ୍ୟା ହେଉଛି।

(f) ଖାଉଟି ଶିଳ୍ପକୁ କାହିଁକି ହାଲୁକା ଶିଳ୍ପ ବୋଲି କୁହାଯାଏ ?

ଊ– (i) ଯେଉଁ ଶିଳ୍ପ ଉପଭୋକ୍ତାମାନଙ୍କର ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଦ୍ରବ୍ୟ ଉତ୍ପାଦନ କରେ ସେଗୁଡ଼ିକୁ ଖାଉଟି ଶିଳ୍ପ କୁହାଯାଏ ।

(ii) ଏହି ଶିଳ୍ପରେ ବ୍ୟବହୃତ କଞ୍ଚାମାଲର ଓଜନ କମ୍ ହୋଇଥିବାରୁ ଉତ୍ପାଦଗୁଡ଼ିକର ଓଜନ ମଧ୍ୟ କମ୍ ହୋଇଥାଏ। ଏଣୁ ଏହାକୁ ହାଲୁକା ଶିଳ୍ପ କୁହାଯାଏ।

8. “ପରିବେଶ ପ୍ରଦୂଷଣ ଏକ ଜାତୀୟ ସମସ୍ୟା” ଏହା ଉପରେ ନିଜର ବକ୍ତବ୍ୟ ରଖ ।

ଊ– (i) ଶିଳ୍ପଦ୍ବାରା ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଭୂମି ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ହୋଇଥାଏ। କଳକାରଖାନାରୁ ନିର୍ଗତ ଧୂଆଁ ଓ ପାଉଁଶ ଗୁଣ୍ଡ ବାୟୁମଣ୍ଡଳ ଓ ଜଳମଣ୍ଡଳକୁ ପ୍ରଦୂଷିତ କରିଥାଏ।

(ii) କାରଖାନାରୁ ବାହାରୁଥିବା ଅଧିକ ପରିମାଣର କାର୍ବନ ମନୋକ୍ସାଇଡ୍ ଓ ସଲ୍‌ଫର୍ ଡାଇଅକ୍‌ସାଇଡ୍ ଦ୍ବାରା ବାୟୁ ପ୍ରଦୂଷିତ ହେଉଛି । ଏପରି ଭାବରେ ପରିବେଶ ପ୍ରଦୂଷଣ ହୋଇ ସମସ୍ୟା ସୃଷ୍ଟି କରୁଅଛି ।


No comments:

Post a Comment