Class 10 geography darabrudhi o arthika jojana question answer


Odia Medium Class 10 Economics Chapter 2 Arthanaitika Byabastha - Darabrudhi O Arthika Jojana | BSE Odisha Board Odia Medium Class 10 Economics Chapter 2 Arthanaitika Byabastha (ଅର୍ଥନୈତିକ ବ୍ୟବସ୍ଥା) -Unit-1 - Darabrudhi O Arthika Jojana | darabrudhi o arthika jojana mcq l Darabrudhi o arthika jojana 10th class mcq . 

class-10-geography-darabrudhi-arthika-jojana-mehersir.jpg.


ଅର୍ଥନୈତିକ ବ୍ୟବସ୍ଥା ( ଦ୍ବିତୀୟ ଅଧାୟ ) 

ଦରବୃଦ୍ଧି ଓ ଆର୍ଥିକ ଯୋଜନା ( Inflation and Financial Planning )

ଦରବୃଦ୍ଧି (Inflation) :

ବିଷୟବସ୍ତୁ ସମ୍ବନ୍ଧୀୟ ସଂକ୍ଷିପ୍ତ ଆଲୋଚନା

ପୂର୍ବରୁ ଏକ ଦ୍ରବ୍ୟ ପାଇଁ ଯେତିକି ମୂଲ୍ୟ ପୈଠ କରିବାକୁ ପଡୁଥିଲା ବର୍ତ୍ତମାନ ତା’ଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଲେ ତାହାକୁ ଦରବୃଦ୍ଧି ବା ମୁଦ୍ରାଷ୍ଟୀତି କୁହାଯାଏ। ଅନ୍ୟ ଅର୍ଥରେ କହିଲେ, ସାମଗ୍ରୀ ଓ ସେବାର ଦରଦାମ୍ର କ୍ରମାଗତ ବୃଦ୍ଧି ହାରକୁ ମୁଦ୍ରାସ୍ପତି କୁହାଯାଏ। ଏହା ଦ୍ଵାରା ଜୀବନ ନିର୍ବାହ ମହଙ୍ଗା ହୋଇଥାଏ।

ଦରବୃଦ୍ଧି ଦୁଇପ୍ରକାର ପଦ୍ଧତିରେ ନିରୂପଣ କରାଯାଇଥାଏ; ଯଥା - ପାଇକାରୀ ଦରସୂଚକ ଓ ଖାଉଟି ଦରସୂଚକ।

ଖାଉଟି ଦରସୂଚକରେ ଖାଉଟିମାନେ (ସାଧାରଣତଃ ଶ୍ରମିକ ଗୋଷ୍ଠୀ) ବ୍ୟବହାର କରୁଥିବା ବିଭିନ୍ନ ଦ୍ରବ୍ୟଗୁଡ଼ିକୁ ହିସାବକୁ ନିଆଯାଏ।

– ଆମ ଦେଶରେ ପାଇକାରୀ ଦରସୂଚକରେ 460 ଟି ଦ୍ରବ୍ୟକୁ ହିସାବକୁ ନିଆଯାଇଥାଏ।

ପାଇକାରୀ ଦରସୂଚକ ବୃଦ୍ଧି ଘଟିଲେ ଦେଶର ଉତ୍ପାଦନ କ୍ଷେତ୍ରରେ ପ୍ରତିକୂଳ ଅବସ୍ଥା ସୃଷ୍ଟି ହୁଏ ଏବଂ ଖାଉଟି ଦର ସୂଚକ ବୃଦ୍ଧିରେ ଜିନିଷପତ୍ର ମହଙ୍ଗା ହୁଏ।

କୌଣସି ଏକ ଅର୍ଥ ବ୍ୟବସ୍ଥାରେ ସମୂହ ଋହିଦା ମୋଟ ଯୋଗାଣଠାରୁ ଅଧିକ ହେଲେ ଯେଉଁ ମୁଦ୍ରାସ୍ପତି ସୃଷ୍ଟି ହୁଏ, ତାହାକୁ ଋହିଦା-ଆକର୍ଷଣ/ବୃଦ୍ଧି ଜନିତ ମୁଦ୍ରାଷ୍ଟୀତି (Demand-Pull Inflation) କୁହାଯାଏ।

ଦରଦାମ୍ ବୃଦ୍ଧି ବା ସାଧନ ଦର ବୃଦ୍ଧି ଯୋଗୁଁ ହେଉଥ‌ିବା ମୁଦ୍ରାସ୍ପତିକୁ ମୂଲ୍ୟ-ପ୍ରଣୋଦିତ ମୁଦ୍ରାଷ୍ଟୀତି (Cost-Push Inflation) କୁହାଯାଏ।

ନିହାତି ଜରୁରୀ ଆବଶ୍ୟକ ଦ୍ରବ୍ୟର ଦରବୃଦ୍ଧିକୁ ଯୋଗାଣ– ଅଭିପାତ ମୁଦ୍ରାଷ୍ଟୀତି (Supply Shock Inflation) କୁହାଯାଏ ।

ଦରବୃଦ୍ଧି ପ୍ରଭାବ ଓ ନିୟନ୍ତ୍ରଣ (Impact of Inflation and its Control Measures) :

ଦ୍ରବ୍ୟ ଓ ସେବାର ଦରବୃଦ୍ଧି ଦେଶ ପାଇଁ ମଙ୍ଗଳକାରୀ ହୋଇ ନ ଥାଏ। ଏହା ଦେଶର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ।

ଦରବୃଦ୍ଧି ମୁଖ୍ୟତଃ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର ଜୀବନ-ଜୀବିକା ଉପରେ କୁପ୍ରଭାବ ପକାଇଥାଏ। ସ୍ଵଳ୍ପ ଦରବୃଦ୍ଧି ଅନେକ ସମୟରେ ଦେଶପାଇଁ ମଙ୍ଗଳକାରୀ ହୋଇଥାଏ। ଏହି ଦରବୃଦ୍ଧି ଋଣଗ୍ରହୀତା, କୃଷକ, ରପ୍ତାନୀକାରୀ ଓ ନୂଆ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିମାନଙ୍କ ଉପରେ ଅନୁକୂଳ ପ୍ରଭାବ ପକାଏ।

ଅଧିକ ମାତ୍ରାରେ ଦରବୃଦ୍ଧି ବ୍ୟବସାୟୀମାନଙ୍କ ପାଇଁ ଲାଭ ପାଇବାର ସୁଯୋଗ ସୃଷ୍ଟି କରିଥାଏ। ମାତ୍ର ଖାଉଟିମାନଙ୍କର ଜୀବନଯାପନ ପ୍ରଣାଳୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ ।

ଆର୍ଥିକ ଯୋଜନା ଓ ବିନିଯୋଗ (Financial Planning and Investment) :

ଆର୍ଥିକ ଯୋଜନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ; ଯଥା

(i) ନିଜ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ରଖୁବା

(ii) ସେହି ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ଖର୍ଚ୍ଚ, ଆର୍ଥିକ ସ୍ଥିତି ଏବଂ ବିନିଯୋଗ ବିଷୟରେ ବିବରଣୀ ପ୍ରସ୍ତୁତ କରିବା। ଯେତେବେଳେ ଲୋକ ବା ପରିବାରବର୍ଗର କୌଣସି ସଞ୍ଚୟ ନ ଥାଏ, ଜରୁରୀ ପରିସ୍ଥିତି ବା ଅସୁବିଧା ସମୟରେ ଖର୍ଚ୍ଚ ବା ଅନ୍ୟାନ୍ୟ ଦରକାର ମେଣ୍ଟାଇବା ପାଇଁ କଷ୍ଟକର ହୁଏ।

ସଞ୍ଚୟ କ୍ଷମତା ଥିଲେ ଏହି ସଞ୍ଚୟ ଅର୍ଥକୁ ସଞ୍ଚାଳନ ପାଇଁ ଅସଂଖ୍ୟ ବିକଳ୍ପ ଥାଏ; ଯଥା – ବ୍ୟାଙ୍କରେ ସଞ୍ଚୟ, ବୀମା ଯୋଜନା, ଅଂଶଧନ କ୍ରୟ ଇତ୍ୟାଦି।

ବିଭିନ୍ନ ଜରୁରୀ ପରିସ୍ଥିତି ପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତ ଜୀବନକୁ ସହଜ ସରଳ କରିଥାଏ। ତେଣୁ ଆମେ ଆମର ଅର୍ଥକୁ ପରିପ୍ପଳନା ପାଇଁ ନିଜସ୍ଵ ବଜେଟ୍ ପ୍ରସ୍ତୁତ କରିବା ଉଚିତ।

ବଜେଟିଙ୍ଗ୍ (Budgeting) :

ଠିକ୍ ଭାବେ ଖର୍ଚ୍ଚକୁ ଆକଳନ କରିବା ଏବଂ ବ୍ୟକ୍ତିଗତ ଅର୍ଥକୁ ନିୟନ୍ତ୍ରଣ କରିବାକୁ ବଜେଟିଙ୍ଗ୍ କୁହାଯାଏ।

ସଠିକ୍ ଯୋଜନାକୃତ ବଜେଟ୍ ମାଧ୍ୟମରେ ଆମେ ଆମର ଆୟ ଓ ବ୍ୟୟକୁ ବିୟରକୁ ନେଇ ସଞ୍ଚୟର କଳନା କରିପାରିବା।

ସଞ୍ଚୟର ପରିମାଣ ଜଣାପଡ଼ିଲେ ଆମର ଲକ୍ଷ୍ୟ ପୂରଣ ପାଇଁ କେଉଁ ବିତ୍ତୀୟ ଅନୁଷ୍ଠାନରେ ସଞ୍ଚୟ କରିବା, ତା’ର ଯୋଜନା କରିବା ସହଜ ହୋଇଯାଏ।


ଆମ ପାଖରେ ବଳକା ଅର୍ଥ ଥିଲେ, ଏହାର ଉପଯୁକ୍ତ ନିବେଶ କରି ଅଧ‌ିକ ଲାଭ ପାଇବା ପାଇଁ ଚିନ୍ତା କରିଥାଉ।

ଭବିଷ୍ୟନିଧୁ, ଡାକଘରେ ସଞ୍ଚୟ ଆଦି ନିରାପଦ ନିବେଶ ଅଟେ।

ଜାତୀୟ ସଞ୍ଚୟ ସାର୍ଟିଫିକେଟ୍, ମ୍ୟୁଚୁଆଲ୍ ଫଣ୍ଡ, ଅଂଶଧନ ବଜାର, ବଣ୍ଡ ବା ଅନୁବନ୍ଧନ ପତ୍ର ମାଧ୍ୟମରେ ମଧ୍ଯ ନିବେଶ କରାଯାଇପାରେ। ଏଗୁଡ଼ିକ ସାଧାରଣତଃ ଆର୍ଥିକ ଉତ୍ପାଦ ଭାବରେ ଜଣାଯାଏ।

କେତେକ ନିବେଶ ମାଧ୍ଯମ :

1. ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ (National Savings Certificate) :

ଏହା କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଚଳିତ ଏକ ଅନୁବନ୍ଧନ ପତ୍ର ଓ ଡାକଘର ଜରିଆରେ ବିକ୍ରି କରାଯାଇଥାଏ। ଶତକଡ଼ା ୮ ସୁଧ ହାରରେ ଜମା ଅର୍ଥ ନିବେଶକାରୀଙ୍କୁ ମିଆଦ ସମୟ ସରିଗଲେ ମିଳିଥାଏ। ଏହାର ମିଆଦ ୬ ବର୍ଷ |

2. ମ୍ୟୁଚୁଆଲ ଫଣ୍ଡ (Mutual Fund) :

କୌଣସି କମ୍ପାନୀ ମ୍ୟୁଚୁଆଲ ଫଣ୍ଡ ଆକାରରେ ଅନେକ ବ୍ୟକ୍ତିଙ୍କଠାରୁ ଅର୍ଥ ଆଣି ଏହାକୁ ଅଂଶଧନ, ଅନୁବନ୍ଧନ ପତ୍ର ବା ଅନ୍ୟ ପରିସମ୍ପଭିରେ ବିନିଯୋଗ କରେ । କର୍ପୋରେଟ୍ ପ୍ରତିଭୂତିରେ ନିବେଶକାରୀମାନେ ସେମାନଙ୍କ ପାଣ୍ଠି ମ୍ୟୁଚୁଆଲ ଫଣ୍ଡ ଜରିଆରେ ବିନିଯୋଗ କରିଥାନ୍ତି। ବିଶେଷଜ୍ଞ ନିବେଶ ସୂଚୀ ପରିଋଳକଙ୍କ ଦ୍ଵାରା ଏହି ଅର୍ଥ ବିନିଯୋଗ କରାଯାଇଥାଏ ।

3. ଅଂଶଧନ ବଜାର (Stock Market) :

ଅଂଶଧନ ଗୋଟିଏ କମ୍ପାନୀର ଅଂଶ ଯାହା ମାଲିକାନାକୁ ପ୍ରତିନିଧୃତ୍ଵ କରେ। ଅଂଶଧନ କିଣୁଥ‌ିବା ବ୍ୟକ୍ତି ସଂପୃକ୍ତ କମ୍ପାନୀର ଏକ ଛୋଟ ଅଂଶକୁ ହିଁ କିଣିଥାଏ, ଯାହାକୁ ଅଂଶ ବା ସେୟାର (Share) କୁହାଯାଏ। ଏହି ଅଂଶଗୁଡ଼ିକା ସେୟାର ଗୁଡ଼ିକ ଅଂଶଧନ ବଜାର; ଯଥା- ଜାତୀୟ ଅଂଶଧନ ବଜାର (National Stock Exchange ବା NSE) ଏବଂ ବମ୍ବେ ଅଂଶଧନ ବଜାର (Bombay Stock Exchange ବା BSE) ରେ କିଣାବିକା ହୁଏ।

ଅଂଶଧନ ଦରରେ ନିୟମିତ ଦରବୃଦ୍ଧି ହୋଇଥାଏ। ତେଣୁ ଗୋଟିଏ କମ୍ପାନୀର ଅଂଶଧନରେ ପୁଞ୍ଜି ନିବେଶ କରିବା ଆଶଙ୍କାପୂର୍ଣ୍ଣ।

4. ଚୁକ୍ତି ବା ଅନୁବନ୍ଧନ ପତ୍ର (Bond) :

ବଡ଼ବଡ଼ କମ୍ପାନୀମାନେ ଅନୁବନ୍ଧନ ପତ୍ର (Bond) ମାଧ୍ୟମରେ ବଜାରରୁ ଋଣ ସଂଗ୍ରହ କରିଥାନ୍ତି । କମ୍ପାନୀ ପ୍ରତ୍ୟେକ ନିବେଶକାରୀଙ୍କୁ ବଣ୍ଡ ପ୍ରମାଣ ପତ୍ର ପ୍ରଦାନ କରିଥାନ୍ତି।ଏଣୁ କମ୍ପାନୀ ମାଲିକ ଋଣକର୍ତ୍ତା ଏବଂ ଅସଂଖ୍ୟ ସାଧାରଣ ଲୋକେ ପୁଞ୍ଜି ବିନିଯୋଗକାରୀ ଭାବେ ଋଣଦାତା ହୋଇଥାନ୍ତି। କମ୍ପାନୀ ତା’ର ସମ୍ପଭିକୁ ପୃଥକ୍ ଭାବେ ପ୍ରତ୍ୟେକ ଋଣଦାତାଙ୍କ ପାଖରେ ବନ୍ଧକ ରଖୂପାରିବ ନାହିଁ। ସୁତାରଂ ତା’ର ସଂପତ୍ତିକୁ ଏକ ଟ୍ରଷ୍ଟ ଗଢ଼ି ଅନୁବନ୍ଧିତ କରିଥାଏ ଏବଂ ଟ୍ରଷ୍ଟର ଟ୍ରଷ୍ଟୀ ନ୍ୟାସୀ କମ୍ପାନୀର ସମ୍ପଭିକୁ ବିକ୍ରି କରିବାକୁ କ୍ଷମତାପ୍ରାପ୍ତ ହୋଇଥାନ୍ତି। ଯଦି କମ୍ପାନୀର ନିବେଶକାରୀଙ୍କୁ ଅର୍ଥ ଦେବାରେ ଅସମର୍ଥ, ତେବେ ଟ୍ରଷ୍ଟୀ କମ୍ପାନୀର ସମ୍ପତ୍ତିକୁ ବିକ୍ରି କରି ଏହାକୁ ଭରଣା କରନ୍ତି।

ଭାରତୀୟ ପ୍ରତିଭୂତି ଓ ବିନିମୟ ପରିଷଦ (Security and Exchange Board of India) : 

ପ୍ରତିକାର ବ୍ୟବସ୍ଥା (Grievances Redressal Mechanism) :

କୌଣସି ନିବେଶକ କୌଣସି ତାଲିକାଭୁକ୍ତ କମ୍ପାନୀ ବିରୋଧରେ ନିଜର ଅଭିଯୋଗ ଭାରତୀୟ ପ୍ରତିଭୂତି ଓ ବିନିମୟ ପରିଷଦ (SEBI) ପାଖରେ ଦାଖଲ କରିପାରିବେ ।


ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

୧. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଦରବୃଦ୍ଧି କହିଲେ କ’ଣ ବୁଝାଏ ?

ଉ – ପୂର୍ବରୁ କୌଣସି ଦ୍ରବ୍ୟ କ୍ରୟ କରିବାକୁ ଯେତିକି ମୂଲ୍ୟ ପୈଠ କରିବାକୁ ପଡ଼ିଥିଲା, ବର୍ତ୍ତମାନ ତା’ ଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଲେ ତାହାକୁ ଦରବୃଦ୍ଧି କୁହାଯାଏ।

(ଖ) ଦରବୃଦ୍ଧି କିପରି ନିରୂପଣ କରାଯାଏ ?

ଉ - ସାଧାରଣତଃ ଦରବୃଦ୍ଧି ଦୁଇପ୍ରକାର ପଦ୍ଧତିରେ ନିରୂପିତ ହୋଇଥାଏ; ଯଥା- ପାଇକାରୀ ଦରସୂଚକ ଓ ଖ । ଉଟି ଦରସୂଚକ ।

- ବର୍ତ୍ତମାନ ଆମ ଦେଶରେ 460 ଦ୍ରବ୍ୟକୁ ନେଇ ପାଇକାରୀ ଦରସୂଚକ ନିର୍ଣ୍ଣୟ କରାଯାଏ।

- ଖାଉଟି ଦରସୂଚକ ପ୍ରସ୍ତୁତି ପାଇଁ ଖାଉଟିମାନେ ବ୍ୟବହାର କରୁଥିବା ବିଭିନ୍ନ ଦ୍ରବ୍ୟଗୁଡ଼ିକ ହିସାବକୁ ନିଆଯାଇଥାଏ। ଏହା ସାଧାରଣତଃ ବିଭିନ୍ନ ଶ୍ରମିକଗୋଷ୍ଠୀ ଓ ସେମାନେ ବ୍ୟବହାର କରୁଥିବା ଦ୍ରବ୍ୟକୁ ନେଇ ପ୍ରସ୍ତୁତ ହୁଏ ।

– ଦରବୃଦ୍ଧି ଦରସୂଚକକୁ ନେଇ ନିରୂପିତ ହୁଏ। ସାଧାରଣତଃ ଏହି ପ୍ରକ୍ରିୟାରେ ଦେଶରେ ବିକ୍ରି ହେଉଥ‌ିବା ବିଭିନ୍ନ ଦ୍ରବ୍ୟ ଓ ସେବାର ଦର ଗୋଟିଏ ବର୍ଷରେ ଯାହା ଥାଏ, ତାହାକୁ 100 ବୋଲି ଧରାଯାଏ। ଯଦି ପରବର୍ତ୍ତୀ ବର୍ଷମାନଙ୍କରେ ଉକ୍ତ ଦ୍ରବ୍ୟ ଓ ସେବାରେ ଦରବୃଦ୍ଧି ଘଟେ, ତେବେ ମୂଳବର୍ଷର 100 କୁ ଧରି ତତ୍‌ର ବର୍ଷର ସୂଚକ ନିର୍ଦ୍ଧାରିତ ହୁଏ।

(ଗ) ଚାହିଦା -ଆକର୍ଷଣ ମୁଦ୍ରାସ୍ପତି କ’ଣ ?

ଉ - ଯେତେବେଳେ ଏକ ଅର୍ଥ ବ୍ୟବସ୍ଥାରେ ସମୂହ ଋହିଦା ମୋଟ ଯୋଗାଣ ଠାରୁ ଅଧିକ ହୋଇଥାଏ, ସେତେବେଳେ ମୁଦ୍ରାସ୍ପତି ସୃଷ୍ଟି ହୋଇଥାଏ। ଏହାକୁ ଚାହିଦା-ଆକର୍ଷଣ ମୁଦ୍ରାସ୍ପତି କୁହାଯାଏ।

(ଘ) ଦରବୃଦ୍ଧି ଲୋକଙ୍କୁ କିପରି ପ୍ରଭାବିତ କରେ ?

ଉ – ଦରବୃଦ୍ଧି ମୁଖ୍ୟତଃ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର ଜୀବନ-ଜୀବିକା ଉପରେ କୁପ୍ରଭାବ ପକାଇଥାଏ। ଏହା ସାଧାରଣ ଖାଉଟିମାନଙ୍କର ଜୀବନଯାପନ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଦରମା ପାଉଥ‌ିବା ବ୍ୟକ୍ତି, ମଜୁରି ବା ପାରିଶ୍ରମିକ ପାଉଥବା ମଧ୍ୟବିତ୍ତ ଶ୍ରେଣୀ, ଋଣଦାତା, ଶୁକ୍ଳଦାତା ଓ ଆମଦାନୀକାରୀମାନଙ୍କ ଉପରେ ଦରବୃଦ୍ଧି ପ୍ରତିକୂଳ ପ୍ରଭାବ ପକାଇଥାଏ।

(ଙ) ଆର୍ଥିକ ଯୋଜନା ଆବଶ୍ୟକ କାହିଁକି ?

ଉ - ଆର୍ଥିକ ଯୋଜନା ଦ୍ଵାରା ସଞ୍ଚୟ ଓ ଖର୍ଚ୍ଚ ପ୍ରବାହକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ। ଏହା ବିଭିନ୍ନ ଜରୁରୀ ପରିସ୍ଥିତି ପାଇଁ ଜୀବନକୁ ସରଳ କରିଥାଏ। ସେଥ‌ିପାଇଁ ଆର୍ଥିକ ଯୋଜନା ଆବଶ୍ୟକ।

(ଚ) ବଜେଟିଂ କାହିଁକି ଗୁରୁତ୍ବପୂର୍ଣ ?

ଭ – ବ୍ୟକ୍ତିଗତ ଅର୍ଥକୁ ନିୟନ୍ତ୍ରଣ କରି ବା ଖର୍ଚ୍ଚକୁ ନିୟନ୍ତ୍ରଣ କରି ରୋଜଗାର ଅର୍ଥ ମଧ୍ୟରେ ସୀମିତ ରଖୁବା ଏବଂ ଆୟ ବ୍ୟୟକୁ ବିୟରକୁ ନେଇ ସଞ୍ଚୟର କଳନା କରିବା ପାଇଁ ବଜେଟିଂ ଗୁରୁତ୍ଵପୂର୍ଣ୍ଣ।

(ଛ) ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ କ’ଣ ?

-ଉ - ଛଅବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଏକ ଅନୁବନ୍ଧନ ପତ୍ର ହେଉଛି ଜାତୀୟ ସଞ୍ଚୟ ସାର୍ଟିଫିକେଟ୍। ଏହା ଡାକଘର ଜରିଆରେ ବିକ୍ରି ହୋଇଥାଏ। ଏଥିରେ ଶତକଡ଼ା ୮ ସୁଧ ହାରରେ ଜମା ଅର୍ଥ ନିବେଶକାରୀକୁ ମିଆଦ ସମୟ ସରିଗଲେ ମିଳିଥାଏ। ଏହା ଅର୍ଥ ନିବେଶର ଏକ ଉତ୍ତମ ମାଧ୍ଯମ ।

(ଜି) ଅଂଶଧନ ବଜାରରେ ଅର୍ଥ ଖଟାଇବା ଆଶଙ୍କାପୂର୍ଣ୍ଣ କାହିଁକି ?

ଉ - ଅଂଶଧନ ଦରରେ ନିୟମିତ ହ୍ରାସବୃଦ୍ଧି ହୋଇଥାଏ। ନିବେଶ କରିଥିବା ଅଂଶଧନର ମୂଲ୍ୟ କମିଗଲେ ବା କମ୍ପାନୀ ଦେବାଳିଆ ହୋଇଗଲେ ନିବେଶ ପରିମାଣର କିଛି ବା ସବୁ ଅର୍ଥ ହରାଇବାକୁ ପଡ଼ିଥାଏ। ତେଣୁ ଅଂଶଧନ ବଜାରରେ ଅର୍ଥ ଖଟାଇବା ଆଶଙ୍କାପୂର୍ଣ୍ଣ।

(ଝ) ଅନୁବନ୍ଧନ ପତ୍ର କହିଲେ କ’ଣ ବୁଝାଯାଏ ?

ଉ - ବଡ଼ବଡ଼ କମ୍ପାନୀମାନେ ବଜାରରୁ ଋଣ ସଂଗ୍ରହ କରିଥାନ୍ତି ଏବଂ ଅସଂଖ୍ୟ ସାଧାରଣ ଲୋକ ପୁଞ୍ଜି ବିନିଯୋଗକାରୀ ଭାବେ ଋଣଦାତା ହୋଇଥାନ୍ତି । ସାଧାରଣ ଲୋକଙ୍କଠାରୁ ଋଣ ସଂଗ୍ରହ ବେଳେ କମ୍ପାନୀ ପ୍ରତ୍ୟେକ ନିବେଶକାରୀଙ୍କୁ ଯେଉଁ ପ୍ରମାଣ ପତ୍ର ଦେଇଥାଏ, ତାହାକୁ ଅନୁବନ୍ଧନ ପତ୍ର କୁହାଯାଏ ।

(ଞ) ଭାରତୀୟ ପ୍ରତିଭୂତି ଓ ବିନିମୟ ପରିଷଦର ଭୂମିକା କ’ଣ ?

ଉ -  - ଭାରତୀୟ ପ୍ରତିଭୂତି ଓ ବିନିମୟ ପରିଷଦ (ସେବି) ନିବେଶକମାନଙ୍କର ସମସ୍ୟା ସମ୍ବନ୍ଧୀୟ ଅଭିଯୋଗକୁ ସମୀକ୍ଷା କରି ତା’ର ପ୍ରାସଙ୍ଗିକତା ସ୍ଥିର କରିଥାଏ । ଯଦି ଏହା ସେବିର କ୍ଷମତା ପରିସରଭୁକ୍ତ ହୋଇଥାଏ ତେବେ ଅଭିଯୋଗକୁ ଦରବୃଦ୍ଧି ଓ ଆର୍ଥିକ ଯୋଜନା

ନିର୍ଦ୍ଦିଷ୍ଟ ସଂସ୍ଥା ବା ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପଠାଇ ତା’ର ଲିଖତ ଉତ୍ତର ଯଥାଶୀଘ୍ର ନିବେଶକଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଥାଏ। ସମସ୍ତ ଷ୍ଟକ୍ ଏକ୍ସଚେଞ୍ଜର ସବୁ ପ୍ରକାର ସମସ୍ୟାର ସମାଧାନ ଏହା କରିଥାଏ ।

୨. ସଂକ୍ଷିପ୍ତ ଟିପ୍ପଣୀ ଲେଖ।

(କ) ଆର୍ଥିକ ଯୋଜନା ପ୍ରକ୍ରିୟା

(ଖ) ମ୍ୟୁଚୁଆଲ ଫଣ୍ଡ

(ଗ) ଅନୁବନ୍ଧନ ପତ୍ର

(ଘ) ଅଂଶଧନ ବଜାର

(ଙ) ସେବି

ଉତ୍ତର

(କ) ଆର୍ଥିକ ଯୋଜନା ପ୍ରକ୍ରିୟା :

ଆମେ ଅନେକ ସମୟରେ ଆମ ଜୀବନର ଛୋଟବଡ଼ ଆର୍ଥିକ ନିଷ୍ପତ୍ତି ନେଇଥାଉ। ଏହି ଯୋଜନା ଆମର ତଥା ଆମ ପରିବାରର ଆର୍ଥିକ ଅବସ୍ଥା ଦ୍ଵାରା ପ୍ରଭାବିତ ହୋଇଥାଏ। ଏହାକୁ ଆର୍ଥିକ ଯୋଜନା ପ୍ରକ୍ରିୟା କୁହାଯାଏ। – ଏହା ଦୁଇଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ; ଯଥା

(i) ନିଜ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ରଖୁବା

(ii) ସେହି ଲକ୍ଷ୍ୟ ପୂରଣ ପାଇଁ ଆର୍ଥିକ ସ୍ଥିତି ଏବଂ ବିନିଯୋଗ ବିଷୟରେ ବିବରଣ ପ୍ରସ୍ତୁତ କରିବା।

ଆୟକୁ ଆଖିଆଗରେ ରଖ୍ ବ୍ୟୟକୁ ସଙ୍କୁଚିତ କରିବା ଏବଂ ସଞ୍ଚୟର କଳନା କରିବା ଏହାର ଅନ୍ତର୍ଭୁକ୍ତ। ଥରେ ଆର୍ଥିକ ଯୋଜନା ପ୍ରସ୍ତୁତ ହୋଇଗଲେ ସଞ୍ଚୟ ଓ ଖର୍ଚ୍ଚ ପ୍ରବାହକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ । 

(ଖ) ମ୍ୟୁଚୁଆଲ ଫଣ୍ଡ :

କୌଣସି କମ୍ପାନୀ ଅନେକ ବ୍ୟକ୍ତିଙ୍କ ଠାରୁ ଅର୍ଥ ଆଣି ଏକାଠି କରି ଏହାକୁ ଅଂଶଧନ, ଅନୁବନ୍ଧନ ପତ୍ର ବା ଅନ୍ୟ ସଂପରିରେ ବିନିଯୋଗ କରିବା କାର୍ଯ୍ୟ କରିଥାଏ। ଏହି ଅର୍ଥକୁ କମ୍ପାନୀ ମ୍ୟୁଚୁଆଲ ଫଣ୍ଡ ଜରିଆରେ କର୍ପୋରେଟ୍ ପ୍ରତିଭୂତିରେ ବିନିଯୋଗ କରିପାରିବେ ।

(ଗ) ଅନୁବନ୍ଧନ ପତ୍ର :

ବଡ଼ବଡ଼ କମ୍ପାନୀମାନେ ଯାହା ମାଧ୍ଯମରେ ବଜାରରୁ ଋଣ ସଂଗ୍ରହ କରିଥାନ୍ତି ତାହାକୁ ଅନୁବନ୍ଧନ ପତ୍ର କୁହାଯାଏ। ସାଧାରଣ ଲୋକଙ୍କଠାରୁ ଋଣ ସଂଗ୍ରହ ବେଳେ କମ୍ପାନୀ ପ୍ରତ୍ୟେକ ନିବେଶକାରୀଙ୍କୁ ଅନୁବନ୍ଧନ ପ୍ରମାଣ ପତ୍ର ପ୍ରଦାନ କରିଥାଏ।

(ଘ) ଅଂଶଧନ ବଜାର :

ଅଂଶଧନ ଏକ ପ୍ରକାର ନିବେଶ ଯାହା ଗୋଟିଏ କମ୍ପାନୀର ଅଂଶ ମାଲିକାନାକୁ ପ୍ରତିନିଧୃତ୍ଵ କରେ। ଅଂଶଧନଗୁଡ଼ିକ ଯାହା ମାଧ୍ୟମରେ କିଣାବିକା ହୁଏ ତାହାକୁ ଅଂଶଧନ ବଜାର କୁହାଯାଏ। ଆମ ଦେଶରେ ଜାତୀୟ ଅଂଶଧନ ବଜାର ଓ ମୁମ୍ବାଇ ଅଂଶଧନ ବଜାର ଅଂଶଗୁଡ଼ିକୁ କିଣାବିକା କରିଥାଏ।

(ଙ) ସେବି:

ନିବେଶକମାନଙ୍କର ଅଭିଯୋଗ ଶୁଣିବା ଏବଂ ତାହାର ପ୍ରତିକାର ପାଇଁ ଯେଉଁ ସଂସ୍ଥା ରହିଛି ତାହାକୁ ପ୍ରତିଭୂତି ଓ ବିନିମୟ ପରିଷଦ ବା ସେବି କୁହାଯାଏ। ଏହି ସଂସ୍ଥା ନିବେଶକମାନଙ୍କର ତାଲିକାଭୁକ୍ତ କମ୍ପାନୀମାନଙ୍କ ବିରୁଦ୍ଧରେ ଥ‌ିବା ଅଭିଯୋଗଗୁଡ଼ିକୁ ସମୀକ୍ଷା କରି ତା’ର ପ୍ରାସଙ୍ଗିକତା ସ୍ଥିର କରେ ଏବଂ ସଂପୃକ୍ତ କମ୍ପାନୀକୁ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ।


୩. ପାର୍ଥକ୍ୟ ଦର୍ଶାଅ ।

(କ) ଖାଉଟି ଦର ଓ ପାଇକାରୀ ଦର :

ଖାଉଟି ଦର

i)     ଖାଉଟି ଦରସୂଚକ ପ୍ରସ୍ତୁତିରେ ଖାଉଟିମାନେ ବ୍ୟବହାର କରୁଥିବା ବିଭିନ୍ନ ଦ୍ରବ୍ୟଗୁଡ଼ିକୁ ହିସାବକୁ ନିଆଯାଏ। ଏହି ସୂଚକ ସାଧାରଣତଃ ବିଭିନ୍ନ ଶ୍ରମିକଗୋଷ୍ଠୀ ଓ ସେମାନେ ବ୍ୟବହାର କରୁଥିବା ଦ୍ରବ୍ୟକୁ ନେଇ ପ୍ରସ୍ତୁତ ହୋଇଥାଏ। 

ii)    ଖାଉଟି ଦରସୂଚକ ବଢ଼ିଲେ ଖାଉଟି କିଣୁଥ‌ିବା ଜିନିଷପତ୍ର ମହଙ୍ଗା ହୋଇଥାଏ। ଏହା ଖାଉଟିର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ

ପାଇକାରୀ ଦର

i)    ଦେଶରେ ଉତ୍ପାଦିତ ହେଉଥିବା ମୁଖ୍ୟ ଦ୍ରବ୍ୟଗୁଡ଼ିକୁ ହିସାବକୁ ନିଆଯାଇ ପାଇକାରୀ ଦରସୂଚକ ନିର୍ଦ୍ଧାରଣ  କରାଯାଇଥାଏ।

ii)   ପାଇକାରୀ ଦରସୂଚକର ବୃଦ୍ଧି ଘଟିଲେ ଏହା ଦେଶର ଉତ୍ପାଦନ କ୍ଷେତ୍ରରେ ପ୍ରତିକୂଳ ଅବସ୍ଥା ସୃଷ୍ଟି କରିଥାଏ ।

(ଖ) ମୂଲ୍ୟ ପ୍ରଣୋଦିତ ମୁଦ୍ରାଷ୍ଟୀତି ଓ ଯୋଗାଣ ଅଭିପାତ ମୁଦ୍ରାଷ୍ଟୀତି :

ମୂଲ୍ୟ ପ୍ରଣୋଦିତ ମୁଦ୍ରାଙ୍ଗୀତି 

i)     ଦରଦାମ୍ ବୃଦ୍ଧି ବା ସାଧନ ଦରବୃଦ୍ଧି ଯୋଗୁଁ ମୂଲ୍ୟ ପ୍ରଣୋଦିତ ମୁଦ୍ରାସ୍ପତି ସଂଘଟିତ ହୋଇଥାଏ।

ii)      ପ୍ରସ୍ତୁତକାରୀ ସେମାନଙ୍କର ଲାଭମାତ୍ରା ରକ୍ଷା କରିବା ପାଇଁ ଦରବୃଦ୍ଧି କରିବା ଯୋଗୁଁ ଏହି ମୁଦ୍ରାସ୍ପତି ସଂଘଟିତ ହୋଇଥାଏ ଓ ଏହା ଖାଉଟିମାନଙ୍କୁ ପ୍ରଭାବିତ କରିଥାଏ।

ଯୋଗାଣ ଅଭିପାତ ମୁଦ୍ରାଷ୍ଟୀତି

i)    ନିହାତି ଜରୁରୀ ଆବଶ୍ୟକ ଦ୍ରବ୍ୟଗୁଡ଼ିକର ଦରବୃଦ୍ଧିକୁ ଯୋଗାଣ-ଅଭିପାତ ମୁଦ୍ରାଷ୍ଟୀତି କୁହାଯାଏ। 

ii)    ଯୋଗାଣ ଅଭିପାତ ମୁଦ୍ରାସ୍ପତି ଅନ୍ୟାନ୍ୟ ବ୍ୟବସାୟିକ କ୍ଷେତ୍ରକୁ ପ୍ରଭାବିତ କରିଥାଏ।


(ଗ) ଅଂଶଧନ ବଜାର ଓ ମ୍ୟୁଚୁଆଲ ଫଣ୍ଡ :

ଅଂଶଧନ ବଜାର

i)    ଅଂଶଧନ ବଜାର ମାଧ୍ୟମରେ କୌଣସି କମ୍ପାନୀର ଅଂଶଧନ କିଣାବିକା କରାଯାଇଥାଏ।

ii)    ଏହା ମାଧ୍ୟମରେ ନିବେଶକାରୀମାନେ ନିଜର ଅର୍ଥକୁ ନିବେଶ କରିଥାନ୍ତି ଏବଂ ଏହା ଜାତୀୟ ଅଂଶଧନ ବଜାର ଏବଂ ମୁମ୍ବାଇ ଅଂଶଧନ ବଜାର ମାଧ୍ୟମରେ କିଣାବିକା ହୋଇଥାଏ।


ମ୍ୟୁଚୁଆଲ ଫଣ୍ଡ

i)    କୌଣସି କମ୍ପାନୀ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ ଅନେକ ବ୍ୟକ୍ତିଙ୍କ ଠାରୁ ଅର୍ଥ ଆଣି ଏକାଠି କରେ ଏବଂ ଏହାକୁ ଅଂଶଧନ, ଅନୁବନ୍ଧ ପତ୍ର ବା ଅନ୍ୟ ସମ୍ପଭିରେ ବିନିଯୋଗ କରେ।

ii)    ନିବେଶକାରୀମାନେ ମ୍ୟୁଚୁଆଲ ଫଣ୍ଡ୍ ମାଧ୍ୟମରେ କର୍ପୋରେଟ୍ ପ୍ରତିଭୂତିରେ ନିଜର ଅର୍ଥକୁ ବିନିଯୋଗ କରିଥାନ୍ତି।



୪. ସଂକ୍ଷିପ୍ତ ଉତ୍ତର ଦିଅ।

(କ) ପାଇକାରୀ ଦରସୂଚକ ପାଇଁ କେତୋଟି ଦ୍ରବ୍ୟକୁ ଗ୍ରହଣ କରାଯାଇଛି ? 

ଉ. ପାଇକାରୀ ଦରସୂଚକ ପାଇଁ ୪୬୦ ଟି ଦ୍ରବ୍ୟକୁ ଗ୍ରହଣ କରାଯାଇଛି। 


(ଖ) କେଉଁ ଦରସୂଚକ ବୃଦ୍ଧି ପାଇବା ଦେଶ ପାଇଁ ଶୁଭ ଲକ୍ଷଣ ନୁହେଁ ? 

ଉ. ପାଇକାରୀ ଦରସୂଚକ ବୃଦ୍ଧି ପାଇବା ଦେଶ ପାଇଁ ଶୁଭ ଲକ୍ଷଣ ନୁହେଁ ।


 (ଗ) କେଉଁଠି ଅର୍ଥ ନିବେଶ କରିବା ବେଶ୍ ଆଶଙ୍କାପୂର୍ଣ୍ଣ ?

ଉ. ଅଂଶଧନ ବଜାରରେ ଅର୍ଥ ନିବେଶ କରିବା ବେଶ୍ ଆଶଙ୍କାପୂର୍ଣ୍ଣ।


(ଘ) ସ୍କୋରସ୍ କହିଲେ କ’ଣ ବୁଝ ?

ଉ. ପ୍ରତିଭୂତି ଓ ବିନିମୟ ପରିଷଦ ବା ସେବିରେ ଅଭିଯୋଗ ପ୍ରବନ୍ଧନ ପାଇଁ ଯେଉଁ କେନ୍ଦ୍ରୀଭୂତ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ତାହାକୁ ସ୍କୋରସ୍ କୁହାଯାଏ।



Keyword :

Class 10 Geography Darabrudhi o Arthika Jojana

Darabrudhi o Arthika Jojana Question Answe

Class 10 Geography Chapter 6 Question Answer Odia Medium

Meher Sir Class 10 Geography

ଦରବୃଦ୍ଧି ଓ ଆର୍ଥିକ ଯୋଜନା ପ୍ରଶ୍ନ ଉତ୍ତର

Class 10 Geography Economic Planning MCQ Odia Medium

Darabrudhi o Arthika Jojana Short Questions Class 10

Class 10 Geography Chapter 6 Price Rise Notes

Odia Medium 10th Class Geography Lesson 6 Question Answer

Class 10 Geography Selected MCQ for Board Exam 2026

Class 10 Geography, Odia Medium, Darabrudhi o Arthika Jojana, Economic Planning, Price Rise, Question Answer, Meher Sir, www.mehersir.in, 10th Class Geography Chapter 6, Odisha Board Exam 2026, Geography MCQ Odia, Seba Exam Geography.


No comments:

Post a Comment