Khauti Sachetanata Question Answer || 10th Class arthaniti chapter 2 question answer


ଖାଉଟି ସଚେତନତା- ଦଶମ ଶ୍ରେଣୀ- 10th class economics chapter 2 in Odia | khauti sachetanata Class 10th Odia Medium khauti sachetanata question answer | khauti sachetanata class 10 question answer odisha toppers khauti sachetanata question answer khaut Khauti Sachetanata Question Answer || 10th Class arthaniti chapter 2 question answer. 

Khauti Sachetanata Question Answer ||-10th-Class-arthaniti-chapter-2-question answer


ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର ।

(କ) ଖାଉଟି ସଚେତନତା କହିଲେ କ’ଣ ବୁଝ ?

ଉ – ଖାଉଟିମାନଙ୍କୁ ସେମାନଙ୍କର ଅଧିକାର ତଥା ଖାଉଟିମାନଙ୍କ ପ୍ରତି ବ୍ୟବସାୟୀ ଓ ସରକାରଙ୍କ ସାମାଜିକ ଓ ଆଇନଗତ ବାଧ୍ୟବାଧକତା ସମ୍ବନ୍ଧରେ ସଚେତନ ହେବାକୁ ଖାଉଟି ସଚେତନତା କୁହାଯାଏ।

(ଖ) ଖାଉଟି ସଚେତନତାର କ’ଣ ଆବଶ୍ୟକତା ରହିଛି ?

ଉ – (i) ଖାଉଟି ହିସାବରେ ଆମ୍ଭେମାନେ ବଜାରରେ କି ଦ୍ରବ୍ୟ ମିଳୁଛି, କେତେ ଦରରେ ବିକ୍ରି ହେଉଛି ଓ କେତେ ପ୍ରକାରର ଦ୍ରବ୍ୟ ମିଳୁଛି ସେ ସମ୍ବନ୍ଧରେ ସଚେତନ ନହେଲେ ବଜାରରେ ଠକାମି ବା ଶୋଷଣର ଶିକାର ହେବା। ଅସାଧୁ ବ୍ୟବସାୟୀଙ୍କ ଏକଚାଟିଆ ମନୋବୃତ୍ତି ବଢ଼ିଯିବ।

(ii) ଏହି ଶୋଷଣରୁ ମୁକ୍ତ ହେବା ପାଇଁ ଖାଉଟିମାନେ ସେମାନଙ୍କର ସାମଗ୍ରୀ, ବିଭିନ୍ନ ଅଧ୍ବକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ରହିବା ଆବଶ୍ୟକ।

(ଗ) ଖାଉଟି ଶୋଷିତ ହେବାର କାରଣ ଗୁଡ଼ିକ କ’ଣ କ’ଣ ?

(i) ଖାଉଟିମାନେ ବିଭିନ୍ନ କାରଣରୁ ଶୋଷିତ ହୋଇଥାନ୍ତି।

(ii) ସେଗୁଡ଼ିକ ହେଉଛି ସ୍ଵଳ୍ପ ସ୍ଵାକ୍ଷରତା, ସୀମିତ ତଥ୍ୟ, ସୀମିତ ପ୍ରତିଯୋଗିତା ଓ ସୀମିତ ଯୋଗାଣ ।

(ଘ) ସରକାର ଖାଉଟିମାନଙ୍କ ସୁରକ୍ଷା ପାଇଁ କି କି କାର୍ଯ୍ୟ କରିଥାନ୍ତି ?

ଉ – (i) ଖାଉଟି ସୁରକ୍ଷା ନିମନ୍ତେ ପ୍ରତିକାରସ୍ଵରୂପ ସରକାର ମୁଖ୍ୟତଃ ତିନୋଟି ଉପାୟ ଅବଲମ୍ବନ କରିଛନ୍ତି। ସେଗୁଡ଼ିକ ହେଲା – ଖାଉଟି ସୁରକ୍ଷା ଆଇନ ପ୍ରଣୟନ, ଆଇନ ପ୍ରୟୋଗ ଓ ଶିଳ୍ପ ବିକାଶ କ୍ଷେତ୍ରରେ କାରିଗରୀ ନିୟମ ଅନୁସରଣ।

(ii) ଖାଉଟିମାନଙ୍କ ସୁରକ୍ଷା ପାଇଁ ସରକାର ପାର୍ଲିଆମେଣ୍ଟରେ ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି ଓ ଥରକୁ ଥର ଉକ୍ତ ଆଇନର ସରଳୀକରଣ ପାଇଁ ପରିବର୍ତ୍ତନ ଆଣିଛନ୍ତି ।

(iii) ସାଧାରଣ ବଣ୍ଟନ ପ୍ରଣାଳୀ ମାଧ୍ୟମରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ବଣ୍ଟନର ବ୍ୟବସ୍ଥା କରିଛନ୍ତି । ଶିଳ୍ପ ବିକାଶକ୍ଷେତ୍ରରେ କାରିଗରୀ ନିୟମାନୁଯାୟୀ ବିଭିନ୍ନ ପ୍ରଯୁକ୍ତ ଦ୍ରବ୍ୟ ଉପରେ ଗୁଣମାନର ମୋହର ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି ।

(ଙ) ନକଲି ବା ଦୋହରା ସାମଗ୍ରୀ କହିଲେ କ’ଣ ବୁଝ ?

ଊ – (i) ଦୋହରା ଦ୍ରବ୍ୟ କହିଲେ କୌଣସି ଦ୍ରବ୍ୟର ନକଲି ଦ୍ରବ୍ୟକୁ ବୁଝାଏ। ଅଧିକାଂଶ ସମୟରେ ବଜାରରେ ସଠିକ୍ ଗୁଣର ଦ୍ରବ୍ୟ ପରିବର୍ତ୍ତେ ଦୋହରା ଦ୍ରବ୍ୟ ପାଇଥାଉ।

(ii) ଏହି ଦୋହରା ଦ୍ରବ୍ୟଗୁଡ଼ିକ ନିମ୍ନମାନର ଏବଂ ଏହା ଆମ୍ଭମାନଙ୍କୁ ଯଥେଷ୍ଟ ସନ୍ତୋଷ ଦେଇ ନଥାଏ। (iii) କିନ୍ତୁ ଏହି ଦ୍ରବ୍ୟଗୁଡ଼ିକୁ କିଣିଲାବେଳେ ସଠିକ୍ ଗୁଣବିଶିଷ୍ଟ ଦ୍ରବ୍ୟର ମୂଲ୍ୟ ଦେବାକୁ ପଡିଥାଏ।

(ଚ) ଖାଉଟି ବିବାଦୀୟ ପ୍ରତିବିଧାନ ସଂସ୍କାର କାର୍ଯ୍ୟ କ’ଣ ?

ଉ – (i) ଖାଉଟିମାନଙ୍କ ସୁରକ୍ଷା ନିମନ୍ତେ ସରକାର ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଖାଉଟିମାନଙ୍କର ଅଭିଯୋଗ ଦାଖଲ ପାଇଁ ଯେଉଁ ସଂସ୍ଥା ଗଠନ କରିଛନ୍ତି ତାହାକୁ ଖାଉଟି ବିବାଦୀୟ ପ୍ରତିବିଧାନ ସଂସ୍ଥା କୁହାଯାଏ।

(ii) ଏହି ସଂସ୍ଥା ଖାଉଟିମାନଙ୍କର ବିଭିନ୍ନ ଅଭିଯୋଗ ଉପରେ ତିନିମାସ ମଧ୍ଯରେ ଶୁଣାଣି ଦେବାର ବ୍ୟବସ୍ଥା ରହିଛି । 

(iii) ଏହି ଆଇନ ବଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଖାଉଟି କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ବିଭାଗ ସ୍ଥାପନ କରାଯାଇ ଖାଉଟିମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

2. ସଂକ୍ଷିପ୍ତ ଟିପ୍ପଣୀ ଲେଖ।

(କ) ସୀମିତ ପ୍ରତିଯୋଗିତା :

ଭ – (i) ସାଧାରଣତଃ ଭାରତ ଭଳି ବିକାଶୋନ୍ମୁଖୀ ଦେଶମାନଙ୍କରେ ବିଭିନ୍ନ ଦ୍ରବ୍ୟ ଉତ୍ପାଦନରେ ଅଳ୍ପସଂଖ୍ୟକ ଉତ୍ପାଦନକାରୀ ଥାଆନ୍ତି। ତେଣୁ ବଜାରରେ ଉକ୍ତ ଦ୍ରବ୍ୟଗୁଡ଼ିକର ଯୋଗାଣ ଓ ଦର ନିର୍ଦ୍ଧାରଣରେ ସେମାନଙ୍କର ଏକଚାଟିଆ ବ୍ୟବସ୍ଥା ଦେଖାଯାଇଥାଏ।

(ii) ଏହାଦ୍ଵାରା ଜିନିଷପତ୍ର ଦରଦାମ୍ ଉଚ୍ଚରେ ରହେ ଓ ଏହାଦ୍ଵାରା ଖାଉଟିକୁ ଉକ୍ତ ଦ୍ରବ୍ୟ କ୍ରୟ କରିବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ।

(iii) ଏପରି ଅବସ୍ଥାରେ ବିଭିନ୍ନ ଜିନିଷର ଦର ନିର୍ଦ୍ଧାରଣରେ ଉତ୍ପାଦନକାରୀ ଓ ବ୍ୟବସାୟୀମାନେ ଅଧିକ କ୍ଷମତାଶାଳୀ ହୋଇଥାଆନ୍ତି ।

(ଖ) ଖାଉଟି ଅଦାଲତ :

(i) ଖାଉଟି ସୁରକ୍ଷା ଆଇନ ଅନୁଯାୟୀ ଆମ ଦେଶରେ ତ୍ରିସ୍ତରୀୟ ଖାଉଟି ଅଦାଲତମାନ ସ୍ଥାପନ କରାଯାଇଛି।

 (ii) ଜାତୀୟ ସ୍ତରରେ ‘ଜାତୀୟ ଖାଉଟି କମିଶନ’ ଦିଲ୍ଲୀଠାରେ ସ୍ଥାପନ କରାଯାଇଛି। ସେହିପରି ରାଜ୍ୟ ସ୍ତରରେ ‘ରାଜ୍ୟ. ଖାଉଟି କମିଶନ’ ଏବଂ ଜିଲ୍ଲା ସ୍ତରରେ ‘ଜିଲ୍ଲା ବିଚାରମଞ୍ଚ’ କାର୍ଯ୍ୟ କରୁଛି।

(iii) ଏହି ଅଦାଲତରେ ଖାଉଟିମାନଙ୍କ ଅଭିଯୋଗରେ ଶୁଣାଣି ଓ ବିଚାର ହୋଇଥାଏ ଓ ଖାଉଟିମାନଙ୍କ ସୁରକ୍ଷା ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

(ଗ) ଖାଉଟି ସୁରକ୍ଷା ଆଇନ :

(i) ଖାଉଟିମାନଙ୍କ ସୁରକ୍ଷା ପାଇଁ ସରକାର ପାର୍ଲିଆମେଣ୍ଟରେ ବିଭିନ୍ନ ଖାଉଟି ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି। (ii) ଥରକୁ ଥର ଉକ୍ତ ଆଇନର ସରଳୀକରଣ ପାଇଁ ପରିବର୍ତ୍ତନ ଆଣିଛନ୍ତି ।

(ii) ଏହି ଆଇନ ଅନୁସାରେ ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ‘ଖାଉଟି ବିବାଦୀୟ ପ୍ରତିବିଧାନ ସଂସ୍ଥା’ ସ୍ଥାପନ କରାଯାଇଛି ।

(iv) ଖାଉଟି କଲ୍ୟାଣ ସମ୍ବନ୍ଧୀୟ ବିଭାଗମାନ ବିଭିନ୍ନ ରାଜ୍ୟରେ ଖୋଲାଯାଇ ଖାଉଟିମାନଙ୍କ ଅଧିକାରର ସୁରକ୍ଷା ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

(ଘ) ମିଥ୍ୟା ଓ ଅସମ୍ପୂର୍ଣ୍ଣ ତଥ୍ୟ :

i)    ଉତ୍ପାଦନକାରୀ ଏବଂ ବିକ୍ରେତାମାନେ ସେମାନଙ୍କର ଦ୍ରବ୍ୟର ବିକ୍ରି ନିମନ୍ତେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ସେହି ଦ୍ରବ୍ୟ ସମ୍ପର୍କୀୟ ବିଜ୍ଞାପନ ପ୍ରସାର କରିଥାନ୍ତି।

ii)     ଏହି ବିଜ୍ଞାପନରେ କେତେକ ଉତ୍ପାଦନକାରୀ ଓ ବିକ୍ରେତା ଦ୍ରବ୍ୟ ସମ୍ପର୍କରେ ମିଥ୍ୟା କିମ୍ବା ଅସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାନ୍ତି ।

(iii) ଏହିସବୁ କ୍ରୟ କରି ଖାଉଟିମାନେ ନିଜର ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ବିପନ୍ନ କରିଥାନ୍ତି ।

ପାର୍ଥକ୍ୟ ଦର୍ଶାଅ ।

(କ) ନିମ୍ନମାନର ଦ୍ରବ୍ୟ ଓ ଅପମିଶ୍ରିତ ଦ୍ରବ୍ୟ

ଉ:

ନିମ୍ନମାନର ଦ୍ରବ୍ୟ

(a) ବହୁ ସମୟରେ ଖାଉଟିମାନେ ନିଜର ଅଜ୍ଞତାବଶତଃ ବଜାରରୁ ନିମ୍ନମାନର ଜିନିଷ କ୍ରୟ କରି ଅସୁବିଧାରେ ପଡିଥାନ୍ତି।

(b) ଏଥପାଇଁ ଖାଉଟି ଜିନିଷର ପୂରା ମୂଲ୍ୟ ପ୍ରଦାନ କରି ମଧ୍ୟ ପ୍ରକୃତ ଜିନିଷ ପାଇ ନଥା’ନ୍ତି।

 (c) ନିମ୍ନ ମାନର ଦ୍ରବ୍ୟ ବ୍ୟବହାର କରିବା ଦ୍ଵାରା ଖାଉଟିମାନଙ୍କର ଜୀବନ ବିପନ୍ନ ହୋଇଥାଏ।

ଅପମିଶ୍ରିତ ଦ୍ରବ୍ୟ

(a) ବର୍ତ୍ତମାନ ସମୟରେ ବଜାରରେ ଅପମିଶ୍ରିତ ଦ୍ରବ୍ୟ ବିକ୍ରୟ ଏକ ସାଧାରଣ ଘଟଣା।

(b) ଚାଉଳରେ ଗୋଡି଼, ତେଲରେ ଅଗରା, ଚା’ରେ ଚମଡ଼ାଗୁଣ୍ଡ, ଚିନିରେ ବାଲି ଓ ପେଟ୍ରୋଲରେ କିରାସିନି ମିଶାଇ ଅପମିଶ୍ରିତ ଦ୍ରବ୍ୟ ପ୍ରସ୍ତୁତ କରାଯାଏ। |

(c)ଏହାଦ୍ଵାରା ଖାଉଟି ଶୋଷିତ ହୋଇଥାଏ।


(ଖ) ଖାଉଟି ଅଧୁକାର ଓ ଖାଉଟି କର୍ତ୍ତବ୍ୟ

ଖାଉଟି ଅଧ୍ବକାର

 ଖାଉଟି ଅଧ୍ଧକାର ମଧ୍ଯରେ ବଜାରରେ ବିକ୍ରୟ ପାଇଁ ଉପଲବ୍‌ଧ ହେଉଥ‌ିବା ବିଭିନ୍ନ ଦ୍ରବ୍ୟ ଓ ସେବାର ଗୁଣ, ମାନ, ଶୁଦ୍ଧତା, ସାମର୍ଥ୍ୟ ଓ ଦର ଇତ୍ୟାଦିର ସଠିକ୍ ତଥ୍ୟ ଖାଉଟିଙ୍କୁ ଜଣାଇବା, ଖାଉଟିମାନେ ନିଜ ଇଚ୍ଛା ଅନୁଯାୟୀ ବଜାରରୁ ଦ୍ରବ୍ୟ ଓ ସେବା କ୍ରୟ କରିବା, ଖାଉଟିମାନଙ୍କର ଅଭିଯୋଗଗୁଡ଼ିକର ଶୁଣାଣି କରି ସଠିକ ଓ ସମୟୋପଯୋଗୀ ବିଚାର କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ।

ଖାଉଟି କର୍ତ୍ତବ୍ଯ

ଖାଉଟି କର୍ତ୍ତବ୍ୟ ମଧ୍ଯରେ ଖାଉଟିମାନେ କୌଣସି ଦ୍ରବ୍ୟ ବା ସେବା କ୍ରୟ କରିବା ସମୟରେ ସେ ସବୁର ଗୁଣ, ମାନ, ଶୁଦ୍ଧତା ଆଦି ବିଷୟରେ ପଚାରି ବୁଝିବା ସହିତ ଦେୟର ପ୍ରାପ୍ତି ରସିଦ୍ ମାଗିବା ଉଚିତ । ବ୍ୟବସାୟୀମାନଙ୍କ ଦ୍ବାରା ଶୋଷିତ ହେଲେ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଖାଉଟି ମଞ୍ଚ ମାଧ୍ୟମରେ ସେମାନଙ୍କ ଦାବି ଓ ଅଭିଯୋଗ ଉପସ୍ଥାପନ କରିବା ଉଚିତ ।

4. ଶୂନ୍ୟସ୍ଥାନ ପୂରଣ କର ।

(କ) ଯୁକ୍ତରାଷ୍ଟ୍ର ଆମେରିକାରେ ଖାଉଟି ଅଧୁକାର ସମ୍ବନ୍ଧରେ ଇସ୍ତାହାର __________ମସିହାରେ ପ୍ରକାଶିତ ହୋଇଥିଲା।

(ଖ) ପ୍ରତିବର୍ଷ_________ଦିନକୁ ବିଶ୍ଵ ଖାଉଟି ଅଧିକାର ଦିବସ ରୂପେ ପାଳନ କରାଯାଏ।

(ଗ) ଭାରତରେ________ମସିହାରେ ଖାଉଟି ସୁରକ୍ଷା ଆଇନ ପାର୍ଲାମେଣ୍ଟରେ ସ୍ଵୀକୃତି ପାଇଥିଲା ।

(ଘ) ଜିଲ୍ଲାସ୍ତରୀୟ ଖାଉଟି ଅଦାଲତକୁ _______କୁହାଯାଏ ।

ଉତ୍ତର

(କ) 1962 (ଖ) ମାର୍ଚ୍ଚ 15 ତାରିଖ (ଗ) 1986 (ଘ) ଜିଲ୍ଲା ବିଚାର ମଞ୍ଚ


No comments:

Post a Comment