ସମ୍ବଳ ଓ ତାର ବିକାଶ | 10th Class Geography Chapter 1 Question Answer sambala class 10 notes class 10 geography chapter 1 notes .
ସମ୍ବଳ ଓ ତାର ବିକାଶ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତଗୁଡ଼ିକର ଠିକ୍ ଉତ୍ତର ଲେଖ ।
(କ) କେଉଁଟି ଅପୂରଣୀୟ ସମ୍ବଳ ?
(i) ପବନ ଶକ୍ତି (ii) ଶିକ୍ଷାନୁଷ୍ଠାନ (iii) କୋଇଲା (iv) ଜଳ
ଉତ୍ତର (କ) କୋଇଲା
(ଖ) କେଉଁଟି ଗୋଷ୍ଠୀଗତ ସମ୍ବଳ ?
(i) ଗୃହ (ii) ଶ୍ମଶାନ (iii) ଚାଷ ଜମି (iv) ରୋପଣ କୃଷି ଭୂମି
ଉତ୍ତର (ଖ) ଶ୍ମଶାନ
2. ପାର୍ଥକ୍ୟ ଦର୍ଶାଅ ।
(କ) ନବୀକରଣ ଯୋଗ୍ୟ ସମ୍ବଳି ଓ ନବୀକରଣ ଅଯୋଗ୍ୟ ସମ୍ବଳ ।
ନବୀକରଣ ଯୋଗ୍ୟ ସମ୍ବଳ
(i) ମନୁଷ୍ୟଦ୍ଵାରା ବାରମ୍ବାର ବ୍ୟବହାର ସତ୍ତ୍ବେ ଯେଉଁ ସମ୍ବଳ ସମ୍ପୂର୍ଣ ରୂପେ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ବାରା ସେଗୁଡ଼ିକୁ ପୁନଃଭରଣ କରା ଯାଇଥାଏ, ସେଗୁଡ଼ିକ ନବୀକରଣଯୋଗ୍ୟ ସମ୍ବଳ କୁହାଯାଏ ।
(ii) ଜଳ, ମୃଭିକା, ବାୟୁ ଇତ୍ୟାଦି ନବୀକରଣଯୋଗ୍ୟ ସମ୍ବଳର ଉଦାହରଣ ।
ନବୀକରଣ ଅଯୋଗ୍ୟ ସମ୍ବଳ
(i) ମନୁଷ୍ୟଦ୍ଵାରା ଅନବରତ ବ୍ୟବହାର ହେବାଦ୍ଵାରା ବା ଅନ୍ୟାନ୍ୟ କାରଣଦ୍ଵାରା ଯେଉଁ ସମ୍ବଳ ହ୍ରାସ ପାଇଥାଏ ବା ନଷ୍ଟ ହୋଇଯାଏ ଏବଂ ଭବିଷ୍ୟତରେ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇ ନଥାଏ, ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ।
(ii) କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ଏହାର ଉଦାହରଣ ।
(ଖ) ଅବିରାମ ସମ୍ବଳ ଓ ଅପୂରଣୀୟ ସମ୍ବଳ
ଅବିରାମ ସମ୍ବଳ
(i) ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାରଦ୍ଵାରା ହ୍ରାସ ବା ନଷ୍ଟ ହୁଏ ନାହିଁ ତାକୁ ଅବିରାମ ସମ୍ବଳ କୁହାଯାଏ।
(ii) ସୌରଶକ୍ତି, ଜୁଆର ଶକ୍ତି, ଭୂତାପଜ ଶକ୍ତି ଓ ପବନ ଶକ୍ତି ଇତ୍ୟାଦି ଅବିରାମ ସମ୍ବଳର ଉଦାହରଣ ।
ଅପୂରଣୀୟ ସମ୍ବଳ
(i) ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାରଦ୍ଵାରା ହ୍ରାସ ବା ନଷ୍ଟ ହୋଇଥାଏ ଏବଂ ପୁନଃ ସୃଷ୍ଟି କରାଯାଇ ପାରେନାହିଁ, ତାକୁ ଅପୂରଣୀୟ ସମ୍ବଳ କୁହାଯାଏ।
(ii) ଖଣିଜପଦାର୍ଥ, ଖଣିଜତୈଳ ଓ କୋଇଲା ଇତ୍ୟାଦି ଅପୂରଣୀୟ ସମ୍ବଳର ଉଦାହରଣ ।
3. ନିମ୍ନଲିଖତ ଦୁଇଟିକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର ।
(କ) ସମ୍ବଳର ଭଣ୍ଡାର :
ପରିବେଶରେ ଥିବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରି ପାରିବ; ମାତ୍ର ଆଜିର ଜ୍ଞାନକୌଶଳ ଅନୁସାରେ ସେଗୁଡ଼ିକର ବ୍ୟବହାର ହୋଇପାରୁ ନାହିଁ, ତାହାକୁ ସମ୍ବଳର ଭଣ୍ଡାର କୁହାଯାଏ ।
(ଖ) ଜାତୀୟ ସମ୍ବଳ :
ଉ – ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ ।
4. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ ?
ଉ – ଭୂପୃଷ୍ଠର ପରିବେଶ ଉପରେ ଅଜ୍ଞାତ ଅବସ୍ଥାରେ ରହିଥିବା ପଦାର୍ଥଗୁଡ଼ିକର ସନ୍ଧାନ କରି ତାହାକୁ ବିଭିନ୍ନ କାର୍ଯ୍ୟରେ ନିୟୋଜନ କଲେ, ତାହା ସମ୍ବଳ ରୂପେ ବିବେଚିତ ହୋଇଥାଏ ।
(ଖ) ସମ୍ବଳର ବିଶେଷତ୍ଵ କ’ଣ ?
ଉ – ସମ୍ବଳର ଚାରିଗୋଟି ବିଶେଷତ୍ଵ ରହିଛି । ସେଗୁଡ଼ିକ ହେଲା ଉପଯୋଗିତା, କାର୍ଯ୍ୟଦକ୍ଷତା, ସୁଲଭତା ଏବଂ ପରିବର୍ତ୍ତନଶୀଳତା ।
(i) ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ ।
(ii) ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ।
(iii) ଏହାର ସୁଲଭତା ଥିବା ଆବଶ୍ୟକ ।
(iv) ବୈଜ୍ଞାନିକ ଉପାୟରେ ଏହାକୁ ପରିବର୍ତ୍ତନ କରାଯାଇ ପାରୁଥିବ।
(ଗ) ସମ୍ବଳ ସଂରକ୍ଷଣ କହିଲେ କ’ଣ ବୁଝାଏ ?
ଉ – (i) ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ ।
(ii) ସମ୍ବଳ ସଂରକ୍ଷଣର ବାସ୍ତବ ତଥା ମୌଳିକ ଉଦ୍ଦେଶ୍ୟ ହେଉଛି ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ପରିବେଶଗ ସୁରକ୍ଷା, ପରିସଂସ୍ଥାର ଅନ୍ତର୍ନିହିତ କ୍ଷମତାକୁ ଅକ୍ଷୁଣ୍ଣ ରଖୁବା ଏବଂ ଜୈବ ବିବିଧତାକୁ ସୁରକ୍ଷା ରଖିବା।
(ଘ) ଧାରଣୀୟ ବିକାଶ କହିଲେ କ’ଣ ବୁଝ ?
ଉ– ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳ ରକ୍ଷାକରିବାକୁ ଧାରଣୀୟ ବିକାଶ କୁହାଯାଏ ।
ADDITIONAL QUESTIONS FOR PRACTICE
ଅଭ୍ୟାସ ନିମିତ୍ତ ଅତିରିକ୍ତ ପ୍ରଶ୍ନବଳୀ
ବହୁବିକଳ୍ପ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ପଦାର୍ଥ ଯାହାକୁ ମନୁଷ୍ୟ ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିଥାଏ ତାହାକୁ କ’ଣ କୁହାଯାଏ ?
(A) ସମ୍ବଳ (B) ସମ୍ପଦ (C) ଖଣିଜ ସମ୍ପଦ (D) ଅରଣ୍ୟ ସମ୍ପଦ
2. ସମ୍ବଳକୁ ମାନବୀୟ କାର୍ଯ୍ୟକଳାପର କି ପ୍ରକାର ବସ୍ତୁ କୁହାଯାଏ ?
(A) କ୍ରିୟାତ୍ମକ (B) ବିଚ୍ଛେଦାତ୍ମକ (D) ଧାତବ ବସ୍ତୁ (C) ଗଚ୍ଛିତ
3. ପ୍ରାକୃତିକ ପରିବେଶରେ ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନକୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ବି ଉପାୟରେ ବ୍ୟବହାର ଉପଯୋଗୀ କରି କେଉଁ ସମ୍ବଳ ସୃଷ୍ଟି କରିଥାଏ ?
(A) ଅସରନ୍ତି ସମ୍ବଳ (B) ଗଚ୍ଛିତ ସମ୍ବଳ (C) ସାଂସ୍କୃତିକ ସମ୍ବଳ (D) ସଂରକ୍ଷିତ ସମ୍ବଳ
4. ନିମ୍ନୋକ୍ତ ମଧ୍ଯରୁ କେଉଁଟି ପୂରଣୀୟ ସମ୍ବଳ ନୁହେଁ ?
(A) ସୌର ଶକ୍ତି (B) ଭୂ-ତାପଜ ଶକ୍ତି (C) ଜୁଆର ଶକ୍ତି (D) ଖଣିଜ ତୈଳ
5. ନିମ୍ନୋକ୍ତ ମଧ୍ଯରୁ କେଉଁଟି ପୁନରୁଦ୍ଧାର ଯୋଗ୍ୟ ସମ୍ବଳ ଅଟେ ?
(A) କୋଇଲା (B) ଲୁହା (C) ପେଟ୍ରୋଲିୟମ୍ (D) ପ୍ରାକୃତିକ ଗ୍ୟାସ୍
6.ପ୍ରବାହିତ ଜଳ, ଯେଉଁଥରୁ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁ ନାହିଁ, ତାହା କେଉଁ ସମ୍ବଳ ?
(A) ବିକଶିତ ସମ୍ବଳ (B) ଆନ୍ତର୍ଜାତୀୟ ସମ୍ବଳ (C) ସଂରକ୍ଷିତ ସମ୍ବଳ (D) ସାଂସ୍କୃତିକ ସମ୍ବଳ
7. ନିମ୍ନଲିଖୂତ ମଧ୍ୟରୁ କେଉଁଟି ଜାତୀୟ ସମ୍ବଳର ଅନ୍ତର୍ଗତ ନୁହେଁ ?
(A) ରାସ୍ତାଘାଟ (B) କେନାଲ (C) ରେଳପଥ (D) ଶ୍ମଶାନ
8. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ବିକଳ୍ପ ଶକ୍ତି ସମ୍ବଳ ?
(A) ବାୟୋଗ୍ୟାସ୍ (B) କୋଇଲା (C) ଖଣିଜତୈଳ (D) ଜଳବିଦ୍ୟୁତ୍ ଶକ୍ତି
9. ନିମ୍ନୋକ୍ତ କେଉଁଟି ବିକାଶ ସ୍ତର ଅନ୍ତର୍ଗତ ସମ୍ବଳ ନୁହେଁ ?
(A) ଗଚ୍ଛିତ (B) ବିକଶିତ (C) ସଂରକ୍ଷିତ (D) ନବୀକରଣ ଯୋଗ୍ୟ
10. ନିମ୍ନୋକ୍ତ କେଉଁ ସମ୍ବଳ ମାଲିକାନା ଅନ୍ତର୍ଗତ ସମ୍ବଳ ନୁହେଁ ?
(A) ବ୍ୟକ୍ତିଗତ (B) ଗୋଷ୍ଠୀଗତ (C) ସଂରକ୍ଷିତ (D) ଜାତୀୟ
11. କେଉଁଟି ସାଂସ୍କୃତିକ ସମ୍ବଳ ନୁହେଁ ?
(A) ଶିଳ୍ପ (B) ସାସ୍ଥ୍ୟ (C) ଶିକ୍ଷା (D) ବାୟୁ
12. କେଉଁଟି ଏକ ଅକ୍ଷୟ ସମ୍ବଳ ଅଟେ ?
(A) ପେଟ୍ରୋଲିୟମ୍ (B) କୋଇଲା (C) ବାୟୁ (D) ପ୍ରାକୃତିକ ଗ୍ୟାସ୍
ଦୀର୍ଘ ଓ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1.ଭରଣ ଅନୁସାରେ ସମ୍ବଳର ପ୍ରକାରଭେଦ ଆଲୋଚନା କର ।
ଭ – (i) ଭରଣ ଅନୁସାରେ ସମ୍ବଳ ଦୁଇ ପ୍ରକାରର; ଯଥା – ନବୀକରଣ ଯୋଗ୍ଯ ସମ୍ବଳ ଓ ନବୀକରଣ ଅଯୋଗ୍ୟ ସମ୍ବଳ।
(ii) ଯେଉଁ ସମ୍ବଳ ମନୁଷ୍ୟ ଦ୍ଵାରା ବାରମ୍ବାର ବ୍ୟବହାର ସତ୍ତ୍ଵେ ସମ୍ପୂର୍ଣ୍ଣ କ୍ଷୟ ହୋଇ ନଥାଏ ଏବଂ ବିଭିନ୍ନ ଉପାୟରେ ପୁନଃ ଭରଣ କରାଯାଇପାରେ ସେଗୁଡ଼ିକୁ ନବୀକରଣ ଯୋଗ୍ଯ ସମ୍ବଳ କୁହାଯାଏ।
(iii) ଯେଉଁ ସମ୍ବଳଗୁଡ଼ିକ ମନୁଷ୍ୟ ଦ୍ଵାରା ବାରମ୍ବାର ବ୍ୟବହାର ହେବା ଯୋଗୁଁ ସମ୍ପୂର୍ଣ୍ଣ କ୍ଷୟ ହୋଇଯାଏ ଏବଂ ପୁନଃ ଭରଣ କରାଯାଇ ପାରେ ନାହିଁ ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ।
(iv) ନବୀକରଣ ଯୋଗ୍ୟ ସମ୍ବଳର ଉଦାହରଣ ହେଉଛି ଜଙ୍ଗଲଜାତ ପଦାର୍ଥ, ପ୍ରାଣୀଜାତ ପଦାର୍ଥ, କୃଷିଜାତ ପଦାର୍ଥ, ଜଳ, ମୃରିକା ଇତ୍ୟାଦି ଏବଂ ନବୀକରଣ ଅଯୋଗ୍ୟ ସମ୍ବଳର ଉଦାହରଣ ହେଉଛି କୋଇଲା, ପେଟ୍ରୋଲିୟମ୍ ଇତ୍ୟାଦି।
2. ସମ୍ବଳ ଯୋଜନାର ଚାରିଗୋଟି ପ୍ରକ୍ରିୟା ଆଲୋଚନା କର ।
ଊ – (i) ବିଭିନ୍ନ କାର୍ଯ୍ୟ ପାଇଁ ସମ୍ବଳର ଆବଶ୍ୟକତା ନିର୍ଦ୍ଧାରଣ ଓ ସମ୍ବଳ ପ୍ରାପ୍ତି ସ୍ଥାନର ଚିହ୍ନଟକରଣ ଓ ସମ୍ବଳ ଚାହିଦାର ପରିମାଣ ଆକଳନ।
(ii) ସମ୍ବଳର ଗଚ୍ଛିତ ପରିମାଣ ଓ ବିକାଶ ସ୍ତର ଆକଳନ, ସର୍ବେକ୍ଷଣ, ମାନଚିତ୍ରିକରଣ ଏବଂ ସଂଖ୍ୟାତ୍ମିକ ତଥା ଗୁଣାତ୍ମକ ମୂଲ୍ୟାୟନ।
(iii) ସମ୍ବଳ ଉତ୍ତୋଳନ, କ୍ରିୟାତ୍ମକ ମୂଲ୍ୟ ଏବଂ ବ୍ୟବହାର ତଥା ଯୋଜନା ସଂରଚନା ପ୍ରସ୍ତୁତିକରଣ।
(iv) ସମ୍ବଳ ଉତ୍ତୋଳନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଉପଲବ୍ଧ, ଉପଯୁକ୍ତ କୌଶଳ ଓ ପ୍ରଯୁକ୍ତି ବିଦ୍ୟା, ବଜାର ମୂଲ୍ୟ ନିର୍ଦ୍ଧାରଣ ଅନୁଷ୍ଠାନ, ଅବସ୍ଥାନ ଇତ୍ୟାଦି ସମ୍ବଳ ବିକାଶ ସମ୍ବନ୍ଧୀୟ ପ୍ରକ୍ରିୟାର ଅବଲମ୍ବନ ଉପରେ ଆଧାରିତ ଯୋଜନା ପ୍ରଣୟନ।
3. ଭୂ-ବ୍ୟବହାର କେଉଁ କେଉଁ ଅବସ୍ଥା ଉପରେ ନିର୍ଭର କରିଥାଏ ଏବଂ ଏଥିରେ ଅସାମଞ୍ଜସ୍ୟତା ପରିଲକ୍ଷିତ ହୁଏ କାହିଁକି ?
ଉ – (i) ଭୂସମ୍ବଳର ବ୍ୟବହାର ସାଧାରଣତଃ ଦୁଇପ୍ରକାର ଅବସ୍ଥା ଉପରେ ନିର୍ଭର କରିଥାଏ; ଯଥା – ପ୍ରାକୃତିକ ଅବସ୍ଥା ଓ ମାନବୀୟ ଅବସ୍ଥା।
(ii) ଭୂ-ପ୍ରକୃତି, ମୃଭିକା, ଉଭିଦ, ଜଳବାୟୁ, ଖଣିଜ ପଦାର୍ଥ ଆଦି ପ୍ରାକୃତିକ ଅବସ୍ଥା ଅନ୍ତର୍ଗତ ।
(iii) ଜନସଂଖ୍ୟାର ଘନତ୍ଵ, ଶିକ୍ଷା, ବୈଷୟିକ ଜ୍ଞାନ, ପ୍ରୟୋଗାତ୍ମକ କୌଶଳ ଇତ୍ୟାଦି ମାନବୀୟ ଅବସ୍ଥାର ପରିସରଭୁକ୍ତ।
(iv) ଏହିସବୁ ଅବସ୍ଥାଗୁଡ଼ିକ ସ୍ଥାନରୁ ସ୍ଥାନ ଭିନ୍ନ ଭିନ୍ନ ହୋଇ ଥିବାରୁ ଭୂ-ବ୍ୟବହାରରେ ଅସାମଞ୍ଜସ୍ୟତା ପରିଲକ୍ଷିତ ହୁଏ ।
4. ଧାରଣୀୟ ବିକାଶ କ’ଣ ? ଏହାର ବିଶେଷତ୍ଵ ବିଷୟରେ ଲେଖ।
(i) ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ତୁଳନ ରକ୍ଷାକରିବାକୁ ଧାରଣୀୟ ବିକାଶ କୁହାଯାଏ।
ବିଶେଷତ୍ଵ :
(ii) ପୃଥିବୀର ସମସ୍ତ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ଓ ଯତ୍ନଶୀଳ ହେବା।
(ii) ମନୁଷ୍ୟର ଜୀବନଧାରଣ ମାନରେ ଉନ୍ନତି ଆଣିବା।
(iv) ପୃଥିବୀର ସାମର୍ଥ୍ୟ ଓ ବିବିଧତାର ସଂରକ୍ଷଣ କରିବା ।
(v) ପ୍ରାକୃତିକ ସମ୍ବଳର ଅବକ୍ଷୟ ଯଥାସମ୍ଭବ ହ୍ରାସ କରିବା।
(vi) ପରିବେଶ ପ୍ରତି ବ୍ୟକ୍ତିଗତ ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା।
(vii) ବିଭିନ୍ନ ଅଞ୍ଚଳବାସୀଙ୍କୁ ସେମାନଙ୍କର ପରିବେଶ ପ୍ରତି ଯତ୍ନବାନ ହେବା ପାଇଁ ସକ୍ଷମ କରାଇବା।
5. ସମ୍ବଳଗୁଡ଼ିକର ବିକଳ୍ପ ଆବିଷ୍କାର ହେବାର ଆବଶ୍ୟକତା ସମ୍ବନ୍ଧରେ ଲେଖ।
(i) ସମ୍ବଳଗୁଡ଼ିକର ବହୁଳ ବ୍ୟବହାର ଫଳରେ ସେଗୁଡ଼ିକ କ୍ରମଶଃ ଶେଷ ହୋଇ ଆସୁଛି । ବିଶେଷକରି ଶକ୍ତି ସମ୍ବଳର ଅଭାବ ଦେଖାଦେଉଛି।
(ii) ଆଧୁନିକ ଜୀବନଶୈଳୀରେ ଶକ୍ତି ସମ୍ବଳର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ
(iii) କୋଇଲା, ଖଣିଜତୈଳ ଇତ୍ୟାଦି ସମ୍ବଳର ଗଚ୍ଛିତ ଭଣ୍ଡାର ଖୁବ୍ଶୀଘ୍ର ସରିଆସୁଛି ।
(iv) ଅତ୍ୟଧିକ ସମ୍ବଳର ଉତ୍ତୋଳନ ଓ ବ୍ୟବହାର ଦ୍ବାରା ପ୍ରାକୃତିକ ଭାରସାମ୍ୟ ନଷ୍ଟ ହେଉଛି।
(v) ସେହିପରି ଅତ୍ୟଧିକ ସମ୍ବଳର ବ୍ୟବହାରଦ୍ୱାରା ବାୟୁମଣ୍ଡଳ ଓ ଜଳଭାଗ ପ୍ରଦୂଷିତ ହେଉଛି । ତେଣୁ ସମ୍ବଳଗୁଡ଼ିକର ବିକଳ୍ପ ଆବଶ୍ୟକତା ଅନୁଭବ ହେଉଛି।
6. ମାନବ ସମ୍ବଳ ସମ୍ବନ୍ଧରେ ଏକ ବିବରଣୀ ଦିଅ ।
ଊ– (i) ମନୁଷ୍ୟ ଏବଂ ତାହାର ପରିବେଶ ଓ ସାଂସ୍କୃତିକ ସଙ୍ଗଠନର ମିଳିତ ପ୍ରକ୍ରିୟାରେ ସମ୍ବଳର ସୃଷ୍ଟି ହୋଇଥାଏ | ତେଣୁ ମନୁଷ୍ୟକୁ ସମ୍ବଳର ସୃଷ୍ଟିକର୍ତ୍ତା କୁହାଯାଏ ।
(ii) ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନକୌଶଳ ମାଧ୍ୟମରେ ଉଭୟ ପ୍ରାକୃତିକ ଓ ସାଂସ୍କୃତିକ ସମ୍ବଳକୁ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରି ପାରିଛି; ତେଣୁ ମନୁଷ୍ୟକୁ ମାନବ ସମ୍ବଳ କୁହାଯାଏ ।
(ii) ଦେଶର ଅର୍ଥନୈତିକ, ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତିରେ ମାନବ ସମ୍ବଳର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ । ଏହି ଆଧୁନିକୀକରଣ ପ୍ରକ୍ରିୟାରେ ମାନବ ସମ୍ବଳର ଅବଦାନ ବେଶୀ ।
(iv) ଦେଶର ସମୂହ ପ୍ରଗତି ମାନବ ସମ୍ବଳର ବିକାଶ ଉପରେ ହିଁ ପର୍ଯ୍ୟବସିତ। ଯେଉଁ ଦେଶର ମାନବ ସମ୍ବଳ ଯେତେ ଉନ୍ନତ ସେହି ଦେଶ ସେତେ ସମୃଦ୍ଧିଶାଳୀ ହୋଇଥାଏ; ଯଥା – ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଇଉରୋପୀୟ ରାଷ୍ଟ୍ରସମୂହ ।
(v) ମନୁଷ୍ୟ ପ୍ରାକୃତିକ ସମ୍ବଳକୁ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହାର ଉପଯୋଗୀ ଦ୍ରବ୍ୟରେ ପରିଣତ କରିଥାଏ, ତେଣୁ ସମ୍ବଳ ପ୍ରକ୍ରିୟାରେ ମନୁଷ୍ୟର ଦ୍ଵୈତ ଭୂମିକା ରହିଛି; ଯଥା- ଉତ୍ପାଦକ ଓ ଗ୍ରାହକ ।
7. ଅକ୍ଷୟ ସମ୍ବଳ ସମ୍ବନ୍ଧରେ ଆଲୋଚନା କର ।
(i) ସମ୍ବଳକୁ ତାହାର ପରିମାଣ ଓ କ୍ଷୟଶୀଳତାଦୃଷ୍ଟିରୁ ଦୁଇଭାଗରେ ବିଭକ୍ତ କରାଯାଏ; ଯଥା – କ୍ଷୟଶୀଳ ବା ସରନ୍ତି ସମ୍ବଳ ଓ ଅକ୍ଷୟ ସମ୍ବଳ ବା ଅସରନ୍ତି ସମ୍ବଳ ।
(ii) ଅକ୍ଷୟ ସମ୍ବଳଗୁଡ଼ିକ ବ୍ୟବହାରଦ୍ଵାରା ତାହାର ପରିମାଣ ଓ ଉପକାରିତା ଅକ୍ଷୁଣ୍ଣ ରହିଥାଏ ।
(iii) ଅକ୍ଷୟ ସମ୍ବଳର ଉଦାହରଣ ହେଲା – ସୌରଶକ୍ତି, ବାୟୁ, ଜଳ, ଭୂମି, ଅରଣ୍ୟ ଓ ଜୀବଜଗତ ।
(iv) କେତେକ ସମ୍ବଳ ସାମୟିକଭାବେ କ୍ଷତିଗ୍ରସ୍ତ ହେଲେ ମଧ୍ୟ ସମୟାନୁକ୍ରମେ ସେଗୁଡ଼ିକର ଅଭାବ ପୂରଣ କରାଯାଇପାରୁଛି । ତେଣୁ ଏଗୁଡ଼ିକ ଅବିରାମ ବା ପୂରଣୀୟ ସମ୍ବଳ ।
(v) ଜଳସମ୍ପଦ ଦୂଷିତ ହେଲେ ମଧ୍ୟ ବିଭିନ୍ନ ଉପାୟରେ ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରୁଛି । ଅରଣ୍ୟ କ୍ଷୟହେଲେ ମଧ୍ୟ ବୃକ୍ଷରୋପଣ ଓ ବନୀକରଣ ମାଧ୍ୟମରେ ନୂତନ ଅରଣ୍ୟ ସୃଷ୍ଟି କରାଯାଇପାରିବ ।
8. କ୍ଷୟଶୀଳ ସମ୍ବଳ ସମ୍ବନ୍ଧରେ ଆଲୋଚନା କର ।
(i) ସମ୍ବଳକୁ ତାହାର ପରିମାଣ ଓ କ୍ଷୟଶୀଳତାଦୃଷ୍ଟିରୁ ଦୁଇଭାଗରେ ବିଭକ୍ତ କରାଯାଇଅଛି । ସେଗୁଡ଼ିକ ହେଲା କ୍ଷୟଶୀଳ ବା ସରନ୍ତି ସମ୍ବଳ ଓ ଅକ୍ଷୟ ସମ୍ବଳ ବା ଅସରନ୍ତି ସମ୍ବଳ ।
(ii) କ୍ଷୟଶୀଳ ସମ୍ବଳଗୁଡ଼ିକ ବ୍ୟବହାରଦ୍ୱାରା ନଷ୍ଟ ହୋଇଯାଏ । ଏଗୁଡ଼ିକ ଭୂଗର୍ଭରୁ ଉତ୍ତୋଳନ କରି ମନୁଷ୍ୟର ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇ ଜୀବନଯାପନ ପ୍ରଣାଳୀରେ ଉନ୍ନତି ହୋଇଥାଏ ।
(iii) ଏଗୁଡ଼ିକର ପୁନଃ ସୃଷ୍ଟି ହୋଇପାରେ ନାହିଁ ।
(iv) ଏହି ସମ୍ବଳର ସୃଷ୍ଟି ପାଇଁ ଅନେକ ସମୟ ଲାଗିଥାଏ । ତେଣୁ ଏ ପ୍ରକାର ସମ୍ବଳକୁ ଅପୂରଣୀୟ ସମ୍ବଳ କୁହାଯାଏ । (v) ଲୁହାପଥର, କ୍ରୋମାଇଟ୍, ମାଙ୍ଗାନିଜ୍, ନିକେଲ, ବକ୍ସାଇଟ୍, ସୁନା, ରୁପା, କୋଇଲା ଓ ଖଣିଜତୈଳ ଇତ୍ୟାଦି ଏହି ସମ୍ବଳର ଅନ୍ତର୍ଗତ ।
9. ବିକାଶ ସ୍ତର ଅନୁସାରେ ସମ୍ବଳର ପ୍ରକାରଭେଦ ଆଲୋଚନା କର ।
ବିକାଶ ସ୍ତର ଅନୁସାରେ ସମ୍ବଳ ଚାରି ପ୍ରକାରର। ସେଗୁଡ଼ିକ ହେଲା – ଗଚ୍ଛିତ ସମ୍ବଳ, ସମ୍ବଳ ଭଣ୍ଡାର, ବିକଶିତ ସମ୍ବଳ ଓ ସଂରକ୍ଷିତ ସମ୍ବଳ।
(i) ପ୍ରକୃତିର ଗନ୍ତାଘରେ ଅବ୍ୟବହୃତ ଅବସ୍ଥାରେ ଥିବା ସମ୍ବଳକୁ ଗଚ୍ଛିତ ବା ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ। ଉଦାହରଣ - ସମୁଦ୍ରତଳେ ଥିବା ଖଣିଜ ପଦାର୍ଥ ।
(ii) ପରିବେଶରେ ଥବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରି ପାରିବ; ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ସେଗୁଡ଼ିକର ବ୍ୟବହାର ହୋଇପାରୁନାହିଁ ସେଗୁଡ଼ିକ ସମ୍ବଳ ଭଣ୍ଡାରର ଅନ୍ତର୍ଭୁକ୍ତ।
(iii) ଯେଉଁ ସମ୍ବଳ ବ୍ୟବହାର ଉପଯୋଗୀ କରାଯାଇଛି ତାକୁ ବିକଶିତ ସମ୍ବଳ କୁହନ୍ତି । ଉଦାହରଣ – ଜଳବିଦ୍ୟୁତ୍ ଶକ୍ତି, ଅରଣ୍ୟ ଓ ଖଣିଜ ପଦାର୍ଥ ।
(iv) ଯେଉଁ ପଦାର୍ଥଗୁଡ଼ିକର ସନ୍ଧାନ ମିଳିପାରିଛି; ମାତ୍ର ବ୍ୟବହାର ଉପଯୋଗୀ ହୋଇପାରିନାହିଁ କିନ୍ତୁ ଭବିଷ୍ୟତରେ ବ୍ୟବହାର ଉପଯୋଗୀ ହେବାର ଆଶା ଅଛି ସେଗୁଡ଼ିକୁ ସଂରକ୍ଷିତ ସମ୍ବଳ କୁହାଯାଏ। ଉଦାହରଣ – ପ୍ରବାହିତ ଜଳ ଯାହା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରୁ ନାହିଁ।
ସଂକ୍ଷିପ୍ତ ଟିପ୍ପଣୀ ଲେଖ :
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଆନ୍ତର୍ଜାତିକ ସମ୍ବଳ :
ଊ– (i) ଯେଉଁ ସମ୍ବଳ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ଵାରା ପରିଚାଳିତ ହୋଇଥାଏ ତାକୁ ଆନ୍ତର୍ଜାତୀୟ ସମ୍ବଳ କୁହାଯାଏ।
(ii) ସମୁଦ୍ର ଉପକୂଳର ଅନନ୍ୟ ଆର୍ଥନୀତିକ ଅଞ୍ଚଳ ଅର୍ଥାତ 200 ନଟିକାଲ୍ ମାଇଲ୍ ବା 370 କି.ମି. ପରବର୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ । ଏହାର ଉପରେ ବିଶ୍ବ ଜାତିସଂଘର କର୍ତ୍ତୃତ୍ଵ ରହିଥାଏ।
2.ଗଚ୍ଛିତ ସମ୍ବଳ :
ଭ– (i) ଭୂପୃଷ୍ଠର ପରିବେଶରେ ଅବ୍ୟବହୃତ ଅବସ୍ଥାରେ ଥିବା ସମ୍ବଳକୁ ଗଚ୍ଛିତ ସମ୍ବଳ କୁହାଯାଏ । ଭବିଷ୍ୟତରେ ଏହି ମନୁଷ୍ୟର କାର୍ଯ୍ୟୋପଯୋଗୀ ହୋଇପାରିବ ।
(ii) ସମୁଦ୍ର ଗର୍ଭରେ ଥିବା ବିଭିନ୍ନ ଖଣିଜ ପଦାର୍ଥ ଏହାର ଉଦାହରଣ ଅଟେ ।
3. ମାନବ ସମ୍ବଳ :
ଜ (i) ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ବିଶେଷ ଭୂମିକା ରହିଛି । ମନୁଷ୍ୟକୁ ସମ୍ବଳର ସ୍ରଷ୍ଟା, ଉପଭୋକ୍ତା ଓ କ୍ଷୟକାରୀ ଶକ୍ତି ଭାବରେ ବିଚାର କରାଯାଏ ।
(ii) କାରଣ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟଦ୍ଵାରା ହିଁ ସମାହିତ ହୋଇଥାଏ ତେଣୁ ମନୁଷ୍ୟକୁ ମାନବ ସମ୍ବଳ କୁହାଯାଏ ।
4. ସାଂସ୍କୃତିକ ସମ୍ବଳ :
ଊ– (i) ପ୍ରାକୃତିକ ସମ୍ବଳକୁ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରି ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ଯେଉଁ ସମ୍ବଳ ସୃଷ୍ଟି କରେ, ତାହାକୁ ସାଂସ୍କୃତିକ ସମ୍ବଳ କୁହାଯାଏ ।
(ii) ଶିଳ୍ପ, କଳକାରଖାନା, ବୈଷୟିକ ଅନୁଷ୍ଠାନ, ଯାନବାହନ, ଯୋଗାଯୋଗ ଇତ୍ୟାଦି ସାଂସ୍କୃତିକ ସମ୍ବଳର ଅନ୍ତର୍ଗତ ।
5. ସମ୍ବଳ :
(i) ପରିବେଶରେ ଉପଲବ୍ଧ ବିଭିନ୍ନ ଉପାଦାନ ଯାହାଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ ହୁଏ, ତାହାକୁ ସମ୍ବଳ କୁହାଯାଏ ।
(ii) ସମ୍ବଳକୁ ଆବଶ୍ୟକତା ପୂରଣର ଏକ ମାଧ୍ୟମ କୁହାଯାଏ । ମୃତ୍ତିକା, ଜଳ, ବାୟୁ, ଅରଣ୍ୟ, ଖଣିଜସମ୍ପଦ ଇତ୍ୟାଦି ।
6. ଅକ୍ଷୟ ସମ୍ବଳ :
ଉ – (i) ମଣିଷଦ୍ଵାରା ବ୍ୟବହାର ହେଉଥିବା ଯେଉଁ ସମ୍ବଳର ପରିମାଣ ଓ ଉପକାରିତା ଅକ୍ଷୁଣ୍ଣ ରହିଥାଏ, ତାହାକୁ ଅକ୍ଷୟ ସମ୍ବଳ କୁହାଯାଏ ।
(ii) ବାୟୁ, ଜଳ, ଅରଣ୍ୟ, ଭୂମି,ସୌରଶକ୍ତି ଓ ଜୀବଜଗତ ଆଦି ଏହାର ଉଦାହରଣ ।
ସଂକ୍ଷେପରେ ଉତ୍ତର ଲେଖ :
1.ଆଧୁନିକ ଯୁଗରେ ବିକଳ୍ପ ସମ୍ବଳର ଆବିଷ୍କାର ଏକାନ୍ତ ଆବଶ୍ୟକ ହୋଇପଡ଼ିଛି କାହିଁକି ?
(i) ଜନସଂଖ୍ୟାର ଅହେତୁକ ବୃଦ୍ଧି ଫଳରେ କେତେକ ପ୍ରାକୃତିକ ସମ୍ବଳର ଅଭାବ ପରିଲକ୍ଷିତ ହେଉଅଛି ।
(ii) ସମ୍ବଳର ଘୋର ଅଭାବ ଫଳରେ ସେଗୁଡ଼ିକର ବିକଳ୍ପ ଆବିଷ୍କାର ହେବା ଏକାନ୍ତ ଆବଶ୍ୟକ । କୋଇଲା ଓ ଖଣିଜତୈଳର ବିକଳ୍ପ ଭାବରେ ସୌରଶକ୍ତି, ପବନଶକ୍ତି, ଜୁଆର ଶକ୍ତି, ଜଳବିଦ୍ୟୁତ୍ ଶକ୍ତି, ବାୟୋଗ୍ୟାସ୍ ଇତ୍ୟାଦି ବ୍ୟବହାର ହେଉଅଛି ।
2. ସମ୍ବଳଗୁଡ଼ିକର ଦକ୍ଷତାମୂଳକ ସୁବିନିଯୋଗ କରିବା ଉଚିତ କାହିଁକି ?
ଉ -
(i) ପରିବେଶରେ ସମ୍ବଳର ଅଭାବ ଓ ଭାରସାମ୍ୟ ନଷ୍ଟ ହେବାର ଏକମାତ୍ର କାରଣ ହେଉଛି ସମ୍ବଳର ଅତ୍ୟଧିକ ଉତ୍ତୋଳନ ଓ ବ୍ୟବହାର ।
(ii) ପରିବେଶରେ ଜଳମଣ୍ଡଳ ଓ ବାୟୁମଣ୍ଡଳ ଦୂଷିତ ହୋଇ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଅଛି, ତେଣୁ ସମ୍ବଳର ଦକ୍ଷତାମୂଳକ ସୁବିନିଯୋଗ ଅତ୍ୟନ୍ତ ଆବଶ୍ୟକ ।
3. ସମ୍ବଳର ନିର୍ବିଚାରଭାବରେ ବ୍ୟବହାର କରିବା ଫଳରେ କି ସମସ୍ୟାମାନ ସୃଷ୍ଟି ହେଉଛି ?
(i) କେତେକ ବ୍ୟକ୍ତିଙ୍କ ଅତ୍ୟଧିକ ଲୋଭଯୋଗୁଁ ସମ୍ବଳ ହ୍ରାସ ପାଉଛି ।
(ii) ଅଳ୍ପ ସଂଖ୍ୟକ ଲୋକଙ୍କ ପାଖରେ ସମ୍ବଳ ଜମାହୋଇ ରହିବା ଫଳରେ ସମାଜରେ ଧନୀ ଓ ଗରିବ କିମ୍ବା ଥୁଲାବାଲା ଓ ନଥୁଲାବାଲା ଦୁଇଟି ଶ୍ରେଣୀର ସୃଷ୍ଟି ହୋଇଛି ।
(ii) ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ ପାରିସ୍ଥିତିକ ସମସ୍ୟା, ଯଥା – ଭୂତପ୍ରୀକରଣ, ଓଜୋନ ସ୍ତର ହ୍ରାସ, ପରିବେଶ ପ୍ରଦୂଷଣ, ଭୁ-କ୍ଷୟ ଇତ୍ୟାଦି ସୃଷ୍ଟି ହୋଇଛି ।
4. ଭାରତ ଜାତିସଂଘର ଏକ ସଦସ୍ୟ ରାଷ୍ଟ୍ର ଭାବରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ କେଉଁ ପଦକ୍ଷେପମାନ ନେଉଛି ?
ଭ– (i) ପ୍ରକୃତି ଓ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ଏକ ଆନ୍ତର୍ଜାତିକ ସଂସ୍ଥା IUCN ଗଠିତ ହୋଇଛି । ଭାରତ ଏହାର ନୀତିକୁ ଗ୍ରହଣ କରି ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପମାନ ନେଉଛି ।
(ii) ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ମାଧ୍ୟମରେ ଏହି ସଂସ୍ଥା ପାଞ୍ଚଗୋଟି ଜାତିର ସଂଖ୍ୟା ପ୍ରତି ଦୃଷ୍ଟି ଦେଉଛି । (iii) ପାଞ୍ଚଗୋଟି ଜାତି ହେଲା– ବିଲୁପ୍ତ ବା ନିଶ୍ଚିହ୍ନ ଜାତି, ବିପଦଶଙ୍କୁଳ ଜାତି, ଅସୁରକ୍ଷିତ ଜାତି, ଦୁର୍ଲଭ ଜାତି, ଅଜଣା ଜାତି ।
5. ମନୁଷ୍ୟକୁ ମାନବ ସମ୍ବଳ କୁହାଯାଏ କାହିଁକି ?
(i) ପ୍ରାକୃତିକ ପରିବେଶରେ ମନୁଷ୍ୟ ନିଜର ଜ୍ଞାନକୌଶଳ ମାଧ୍ୟମରେ ଉଭୟ ପ୍ରାକୃତିକ ଓ ସାଂସ୍କୃତିକ ସମ୍ବଳର ଉପଯୋଗ କରି ବିଭିନ୍ନ ଶିଳ୍ପ ସ୍ଥାପନ କରି ଦେଶର ଅର୍ଥନୈତିକ ପ୍ରଗତି କରାଇଥାଏ ।
(ii) ତେଣୁ ମାନବ ବା ମନୁଷ୍ୟକୁ ମାନବ ସମ୍ବଳ କୁହାଯାଏ । ମାନବ ସମ୍ବଳର ଉନ୍ନତିରେ ଦେଶର ପ୍ରଗତି ସମ୍ଭବପର ହୋଇଥାଏ ।
6. ସାଂସ୍କୃତିକ ସମ୍ବଳ କାହାକୁ କୁହାଯାଏ ? ଏହାର ଚାରିଗୋଟି ଉଦାହରଣ ଦିଅ ।
ଊ – (i) ପରିବେଶରେ ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରି ଯେଉଁ ସମ୍ବଳ ସୃଷ୍ଟି କରେ, ତାହାକୁ ସାଂସ୍କୃତିକ ସମ୍ବଳ କୁହାଯାଏ
(ii) ସାଂସ୍କୃତିକ ସମ୍ବଳର ଉଦାହରଣଗୁଡ଼ିକ ହେଲା – ଶିଳ୍ପ, କଳକାରଖାନା, ବୈଷୟିକ ଅନୁଷ୍ଠାନ, ଯାନବାହନ ଓ ଯୋଗାଯୋଗ, ବାଣିଜ୍ୟ, ଅର୍ଥଲଗାଣ, ଅର୍ଥ ସଞ୍ଚାଳନ, ସାମାଜିକ ଓ ରାଜନୈତିକ ଅନୁଷ୍ଠାନ ଇତ୍ୟାଦି ।
7. ସମ୍ବଳ ସଂରକ୍ଷଣର ମୁଖ୍ୟ ଉପାୟଗୁଡ଼ିକ କ’ଣ ?
(i) ସମ୍ବଳ ସଂରକ୍ଷଣର ତିନୋଟି ମୁଖ୍ୟ ଉପାୟ ରହିଛି । ସେଗୁଡ଼ିକ ହେଲା– ସମ୍ବଳ ବ୍ୟବହାର ଯଥୋଚିତ ହ୍ରାସ
(ii) ସମ୍ବଳର ପୁନଃ ଚକ୍ରୀକରଣ କୌଶଳ ଅବଲମ୍ବନ ।
(ii) ସମ୍ବଳର ପୁନଃ ବ୍ୟବହାର ମାଧ୍ୟମରେ ସମସ୍ତ ପ୍ରକାର ସମ୍ବଳର ସଂରକ୍ଷଣ ।
କାରଣ ଦର୍ଶାଅ :
1. ପ୍ରାକୃତିକ ଗ୍ୟାସ୍ ଏବଂ କୋଇଲା ସ୍ଥାନୀୟ ସମ୍ବଳର ଅନ୍ତର୍ଗତ ।
(i) ଭୂପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳୁଥିବା ସମ୍ବଳକୁ ସ୍ଥାନୀୟ ସମ୍ବଳ କୁହାଯାଏ ।
(ii) କୋଇଲା ଏବଂ ପ୍ରାକୃତିକ ବାଷ୍ପ ଭୂ-ପୃଷ୍ଠର କେତେକ ନିର୍ଦ୍ଦିଷ୍ଟ ସ୍ଥାନରୁ ମିଳୁଥିବାରୁ ତାହାକୁ ସ୍ଥାନୀୟ ସମ୍ବଳ
କୁହାଯାଏ ।
2. ଆଞ୍ଚଳିକ ଅର୍ଥନୀତି ସ୍ଥାନୀୟ ସମ୍ବଳର ବିନିଯୋଗ ଉପରେ ନିର୍ଭରଶୀଳ ।
ଉ- (i) ପ୍ରକୃତି ପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାନୀୟ ସମ୍ବଳ ମୁଖ୍ୟତଃ ଖଣିଜ ସମ୍ବଳଗୁଡ଼ିକ ମିଳିଥାଏ । (ii) ଏହି ଖଣିଜ ସମ୍ବଳକୁ ଭିଭିକରି ଶିଳ୍ପ କଳକାରଖାନାମାନ ଗଢ଼ିଉଠିଥାଏ । ଫଳରେ ସ୍ଥାନୀୟ ଲୋକମାନେ କର୍ମନିଯୁକ୍ତ ପାଇଥା’ଓଁ । ତେଣୁ ଆଞ୍ଚଳିକ ଅର୍ଥନୀତି ସ୍ଥାନୀୟ ସମ୍ବଳର ବିନିଯୋଗ ତଥା ବିକାଶ ଉପରେ ନିର୍ଭରଶୀଳ |
3. ଖଣିଜ ସମ୍ବଳକୁ ଅପୂରଣୀୟ ସମ୍ବଳ ବୋଲି କୁହାଯାଏ ।
(i) ଖଣିଜ ସମ୍ବଳର ପୁନଃ ସୃଷ୍ଟି ମନୁଷ୍ୟର ଜ୍ଞାନକୌଶଳର ସୀମା ବାହାରେ ଥାଏ । ତେଣୁ ଏଗୁଡ଼ିକ କ୍ଷୟଶୀଳ ହୋଇଥାଏ
(ii) ପ୍ରାକୃତିକ ପଦ୍ଧତିରେ ଏଗୁଡ଼ିକ ସୃଷ୍ଟି ପାଇଁ ଅଧିକ ସମୟ ଲାଗୁଥୁବାରୁ ଖଣିଜ ସମ୍ବଳକୁ ଅପୂରଣୀୟ ସମ୍ବଳ କୁହାଯାଏ
4. ମନୁଷ୍ୟକୁ ସମ୍ବଳର ସୃଷ୍ଟିକର୍ତ୍ତା କୁହାଯାଏ ।
ଊ – (i) ମନୁଷ୍ୟ ନିଜର ବୁଦ୍ଧି, ଜ୍ଞାନକୌଶଳଦ୍ଵାରା ଉଭୟ ପ୍ରାକୃତିକ ଓ ସାଂସ୍କୃତିକ ସମ୍ବଳକୁ ବ୍ୟବହାର ଉପଯୋଗୀ କରିପାରିଛି।
(ii) ମନୁଷ୍ୟ ଏବଂ ତାହାର ପରିବେଶ ଓ ସାଂସ୍କୃତିକ ସଂଗଠନର ମିଳିତ ପ୍ରକ୍ରିୟାରେ ସମ୍ବଳ ସୃଷ୍ଟି ହୋଇଥାଏ । ତେଣୁ ମନୁଷ୍ୟକୁ ସମ୍ବଳର ସୃଷ୍ଟିକର୍ତ୍ତା କୁହାଯାଏ ।
5 . ସମ୍ବଳକୁ ଆବଶ୍ୟକତା ପୂରଣର ମାଧ୍ୟମ କୁହାଯାଏ ।
ଉ – (i) ପରିବେଶରେ ଥିବା ବିଭିନ୍ନ ଉପାଦାନ ଯାହାଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ ହୁଏ, ତାହାକୁ ସମ୍ବଳ କୁହାଯାଏ ।
(ii) ସେଥିପାଇଁ ସମ୍ବଳକୁ ଆବଶ୍ୟକତା ପୂରଣର ଏକ ମାଧ୍ୟମ କୁହାଯାଏ ।
6. ମାନବ ସମ୍ବଳର ପ୍ରଗତିରେ ଦେଶ ସମୃଦ୍ଧିଶାଳୀ ହୋଇଥାଏ ।
ଉ – (i) ପ୍ରାକୃତିକ ଓ ସାଂସ୍କୃତିକ ସମ୍ବଳର ଉପଯୋଗରେ ଦେଶର ଅର୍ଥନୈତିକ, ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ଘଟିଥାଏ । ଏହା ମନୁଷ୍ୟର ଦକ୍ଷତା ଓ ଜ୍ଞାନକୌଶଳର ବିନିଯୋଗରେ ସମ୍ଭବ ହୋଇଥାଏ ।
(ii) ଯେଉଁ ଦେଶର ମାନବ ସମ୍ବଳ ଯେତେ ଉନ୍ନତ ସେହି ଦେଶ ସେତେ ପ୍ରଭାବଶାଳୀ ଓ ସମୃଦ୍ଧିଶାଳୀ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକା ଓ ଜାପାନ ଏବଂ ଇଉରୋପୀୟ ରାଷ୍ଟ୍ରସମୂହ ଏହାର ଉଦାହରଣ ।
7, କ୍ଷୟଶୀଳ ସମ୍ବଳକୁ ଅପୂରଣୀୟ ସମ୍ବଳ କୁହାଯାଏ ।
ଉ – (i) କୋଇଲା ବା ଖଣିଜତୈଳ ଭଳି କ୍ଷୟଶୀଳ ସମ୍ବଳ ପ୍ରାକୃତିକ ପଦ୍ଧତିରେ ସୃଷ୍ଟିପାଇଁ ଅନେକ ସମୟ ଲାଗିଥାଏ।
(ii) ଏଗୁଡ଼ିକ ପୁନଃ ସୃଷ୍ଟି କରିବା ମନୁଷ୍ୟପକ୍ଷେ ଅସମ୍ଭବ । ତେଣୁ ଏହାକୁ ଅପୂରଣୀୟ ସମ୍ବଳ କୁହାଯାଏ ।
Keywords:
Odia medium class 10 geography chapter 1 question answer
Odia medium class 10 geography chapter 1 solutions
Odia medium class 10 geography chapter 1 notes
Odia medium class 10 geography chapter 1 pdf
Odia medium class 10 geography chapter 1 pdf download
10th Class Geography book PDF Odia medium
BSE Odisha 10th Class Geography notes Chapter 1
Odia medium class 10 geography chapter 1 answer
No comments:
Post a Comment