ପାଠ୍ୟପୁସ୍ତକଗ୍ଧ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) ଭୂ-ସମ୍ବଳର ବିନିଯୋଗ କିପରି କରାଯାଏ ?
ଊ– (i) ମନୁଷ୍ୟ ଭୂମିକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ । ଏହା ମନୁଷ୍ୟକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦି ମୌଳିକ ଆବଶ୍ୟକତା ଯୋଗାଇଥାଏ ।
(ii) ଭୂମିରେ ବିଭିନ୍ନ ପ୍ରକାର କୃଷିକାର୍ଯ୍ୟ କରାଯାଇ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇଥାଏ ।
(iii) ଗ୍ରାମ, ସହର, ବିଭିନ୍ନ ଶିଳ୍ପକେନ୍ଦ୍ର, ଶିକ୍ଷାନୁଷ୍ଠାନ, ବଜାର, ପ୍ରଶାସନିକ ଅନୁଷ୍ଠାନ ଇତ୍ୟାଦି ସ୍ଥାପିତ ହୋଇଥାଏ (iv) ବିଭିନ୍ନ ପ୍ରକାର ରାସ୍ତାଘାଟ, ରେଳପଥ, ଉଡ଼ାଜାହାଜ ପଡ଼ିଆ, ସାମୁଦ୍ରିକ ବନ୍ଦର, ନଦୀବନ୍ଧ କେନାଲ ଇତ୍ୟାଦି ପରିବହନ ମାଧ୍ୟମ ନିର୍ମାଣ କରାଯାଇଥାଏ ।
(v) ଭୂମିର ଉପରିଭାଗରୁ ଓ ଅଭ୍ୟନ୍ତରରୁ ବିଭିନ୍ନ ପ୍ରକାରର ଖଣିଜଦ୍ରବ୍ୟ ଉତ୍ତୋଳନ କରି କଞ୍ଚାମାଲ ଭାବରେ ଶିଳ୍ପକେନ୍ଦ୍ରମାନଙ୍କୁ ଯୋଗାଇ ଦିଆଯାଇଥାଏ । ଭୂ-ପୃଷ୍ଠରେ ଅରଣ୍ୟ ଓ ତୃଣଭୂମି ମନୁଷ୍ୟର ବିଭିନ୍ନ ଆବଶ୍ୟକତା ଭୂ-ସମ୍ବଳ ପୂରଣ କରିଥାଏ ।
2. ଭାରତରେ ଭୂ-ସମ୍ବଳ କିପରି ବ୍ୟବହୃତ ହେଉଛି ?
ଉ- (i) ଭାରତରେ ସମୁଦାୟ ଭୂମିର ଶତକଡ଼ା 33 ଭାଗ ଭୂମି ଅରଣ୍ୟ ପାଇଁ ରହିବା ଆବଶ୍ୟକ; କିନ୍ତୁ ଭାରତରେ ଅରଣ୍ୟ ଭୂମିର ପରିମାଣ ବର୍ତ୍ତମାନ 24.39 ଭାଗ ରହିଛି ।
(ii) ଚାରଣ ଓ ଗୋଚର ଭୂମିର ପରିମାଣ ଶତକଡ଼ା 3.3 ଭାଗ ରହିଛି । ହିମାଚଳ ପ୍ରଦେଶରେ ସର୍ବାଧିକ ଚାରଣଭୂମି ଦେଖାଯାଏ ।
(iii) କୃଷିପାଇଁ ଶତକଡ଼ା 46 ରୁ 64 ଭାଗ ଭୂମି ବ୍ୟବହାର ହେଉଛି ଯେଉଁଥିରେ ପ୍ରାୟ ଶତକଡ଼ା 58 ଭାଗରୁ ଊର୍ଦ୍ଧ୍ୱ ଲୋକ କୃଷି ଉପରେ ନିର୍ଭର କରନ୍ତି ।
(iv) ଅଣକୃଷି ସମ୍ବନ୍ଧୀୟ ଭୂ-ବ୍ୟବହାର ମଧ୍ଯରେ ଜନବସତି, ଯାତାୟାତ ପଥ, କେନାଲ, ଖଣିଖନନ ଇତ୍ୟାଦି ଅନ୍ତର୍ଭୁକ୍ତ ।
(v) ପତିତଭୂମି ଦେଶର ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମେଘାଳୟ, କର୍ଣ୍ଣାଟକ ଓ ରାଜସ୍ଥାନ ଇତ୍ୟାଦି ରାଜ୍ୟରେ ଦେଖାଯାଏ। ଅନ୍ୟାନ୍ୟ ଅଣକୃଷି ଭୂମିର ବ୍ୟବହାର ଦେଶର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳେ।
(ଗ) ଭୂ-କ୍ଷୟ ସମସ୍ୟାର ସମାଧାନ କିପରି କରାଯାଇପାରିବ ?
ଉ – ଭୂକ୍ଷୟ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଉପାୟମାନ ଅନୁସୃତ ହେଉଛି :
(i) ପୁନଃବନୀକରଣ ଓ ନିୟନ୍ତ୍ରତ ପଶୁଚାରଣ ।
(ii) ପ୍ରତିରକ୍ଷା ବଳୟ ରୂପେ କୃଷି ଓ ଅରଣ୍ୟ ଭୂମିର ସଂରକ୍ଷଣ ।
(iii) ପଶୁଚାରଣ, ବାଲୁକା ପାହାଡ଼ ଇତ୍ୟାଦି ବୃଦ୍ଧିର ସଙ୍କୋଚନ ।
(iv) ଶିଳ୍ପ କେନ୍ଦ୍ରରୁ ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନା ।
(v) ନଦୀଦ୍ଵାରା କିମ୍ବା ପବନଦ୍ଵାରା ହେଉଥିବା ଭୂ-କ୍ଷୟକୁ ପ୍ରତିରୋଧ କରିବା ଉପାୟ ସହିତ ଭୂ-ବ୍ୟବହାରର ଏକ ସୁଚିନ୍ତିତ ଯୋଜନା ପ୍ରଣୟନ ।
2. ନିମ୍ନଲିଖତଗୁଡ଼ିକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର ।
(କ) ଅନାବାଦୀ ଭୂମି :
ଉ – କେତେକ ଏକବର୍ଷରୁ ଦୁଇବର୍ଷ ଏବଂ ଅନ୍ୟ କେତେକ ଦୁଇବର୍ଷରୁ ପାଞ୍ଚବର୍ଷ ଧରି କୃଷିକାର୍ଯ୍ୟ ହେଉ ନଥିବା ଭୂମିକୁ ଅନାବାଦୀ ଭୂମି କୁହାଯାଏ ।
(ଖ) କ୍ଷୟିତ ଭୂମି :
ଉ – ଅରଣ୍ୟକ୍ଷୟ, ଅତ୍ୟଧିକ ପୋଡୁଚାଷ, ଖଣିଜ ପଦାର୍ଥ ଖନନ ଆଦି ବିଭିନ୍ନ କାରଣରୁ ଭୂମିର ବ୍ୟବହାରରେ ବିଶେଷ ପରିବର୍ତ୍ତନ ତଥା ଭୂକ୍ଷୟ ସୃଷ୍ଟି ହୋଇଥିବା ଭୂମିକୁ କ୍ଷୟିତ ଭୂମି କୁହାଯାଏ ।
ADDITIONAL QUESTIONS For Practice
ଅଭ୍ୟାସ ନିମିତ୍ତ ଅତିରିକ୍ତ ପ୍ରଶ୍ନବଳୀ
ବହୁବିକଳ୍ପ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ନିମ୍ନୋକ୍ତ କେଉଁ ରାଜ୍ୟରେ ଲାଭାଜନିତ ମାଳଭୂମିରେ କୃଷିକାର୍ଯ୍ୟ କରାଯାଏ ?
(A) ତାମିଲନାଡୁ (B) ବିହାର (C) ମଣିପୁର (D) ମହାରାଷ୍ଟ୍ର
2. କେଉଁ ଭୂମି ଭାରତରେ ନିର୍ଦ୍ଦିଷ୍ଟ ଭାବରେ ଦେଖାଯାଏ ନାହିଁ ?
(A) ଅରଣ୍ୟଭୂମି (B) କୃଷିଭୂମି (C) ଅନାବାଦୀ ଭୂମି (D) ଚାରଣ ଓ ଗୋଚର ଭୂ
3. କେଉଁଟି ଏକ ମୌଳିକ ପ୍ରାକୃତିକ ସମ୍ବଳ ଅଟେ ?
(A) ଭୂମି (B) ଜଳ (C) ବାୟୁ (D) ଖଣିଜ
4. ଭୂ-ପୃଷ୍ଠର ସମୁଦାୟ ଆୟତନର ଶତକଡ଼ା କେତେଭାଗ ସ୍ଥଳଭାଗ ?
(A) 26 (B) 27 (C) 28 (D)29
5. ଉଚ୍ଚାବକ ଦୃଷ୍ଟିରୁ ସମୁଦ୍ରପତ୍ତନଠାରୁ ସ୍ଥଳଭାଗର ଉଚ୍ଚତା ଅନୁସାରେ ଭୂ-ଭାଗକୁ କେତେଭାଗରେ ଭାଗକରାଯାଇଛି।
(A) ତିନି (B) ଚାରି (C) ପାଞ୍ଚ (D) ଛଅ
6. ଭାରତର ସମୁଦାୟ ଭୂ-ସମ୍ବଳର ଆୟତନ କେତେ ବର୍ଗ କି.ମି. ?
(A) 30 ଲକ୍ଷ ୫୦ ହଜାର (B) 31 ଲକ୍ଷ 85 ହଜାର
(D) 36 ଲକ୍ଷ ୨୦ ହଜାର (C) 32 ଲକ୍ଷ 87 ହଜାର 32
7. ଭାରତର ସମୁଦାୟ ଭୂ-ସମ୍ବଳର ଶତକଡା କେତେ ଭାଗ ମାଳଭୂମି ଅନ୍ତର୍ଗତ ?
(A) 25 (B) 26 (C)/27 (D) 28
8. ଭୂ-ସମ୍ବଳ ବ୍ୟବହାର କେଉଁ ଦୁଇଟି ଅବସ୍ଥା ଉପରେ ନିର୍ଭରଶୀଳ ?
(A) ପ୍ରାକୃତିକ ଓ ମାନବୀୟ (C) ମାନବୀୟ ଓ ବ୍ୟକ୍ତିଗତ (B) ପ୍ରାକୃତିକ ଓ ବିକଶିତ (D) ପ୍ରାକୃତିକ ଓ ବ୍ୟକ୍ତିଗତ
୨. କେଉଁଟି
9. କେଉଁଟି ଭୂ-ସମ୍ବଳର ପ୍ରାକୃତିକ ଅବସ୍ଥା ନୁହେଁ ?
(A) ମୃଭିକା (B) ଉଦ୍ଭଦ (C) ଜଳବାୟୁ (D) ଶିକ୍ଷା
10. କେଉଁଟି ଭୂ-ସମ୍ବଳର ମାନବୀୟ ଅବସ୍ଥାର ଅନ୍ତର୍ଗତ ନୁହେଁ ?
(A) ଜନସଂଖ୍ୟାର ଘନତ୍ଵ (B) ବୈଷୟିକ ଜ୍ଞାନ C) ଜଳବାୟୁ (D) ଶିକ୍ଷା
11. ଦେଶର ସମୁଦାୟ ଅରଣ୍ୟର କେତେ ଭାଗ ଅରଣ୍ୟ ପାର୍ବତ୍ୟାଞ୍ଚଳରେ ରହିବା ଆବଶ୍ୟକ ?
(A) 50 (B) 60 (C) 70 (D) 80
12. ଦେଶର ସମୁଦାୟ ଅରଣ୍ୟର କେତେ ଭାଗ ଅରଣ୍ୟ ସମତଳ ଅଞ୍ଚଳରେ ରହିବା ଆବଶ୍ୟକ ?
(A) 20 (B) 30 (C) 40 (D) 50
13. କେଉଁ ରାଜ୍ୟରେ ସର୍ବାଧିକ ଅରଣ୍ୟ ରହିଛି ?
(A) ଓଡ଼ିଶା (B) ଅରୁଣାଚଳପ୍ରଦେଶ (C) ଆନ୍ଧ୍ରପ୍ରଦେଶ (D) ଉତ୍ତରପ୍ରଦେଶ
14. ଅରୁଣାଚଳ ପ୍ରଦେଶରେ ଶତକଡ଼ା କେତେଭାଗ ଅଞ୍ଚଳରେ ଅରଣ୍ୟ ରହିଛି ?
(A) 60 (B) 70 (C) 80 (D) 90
15. କେଉଁଟି ଅରଣ୍ୟ କ୍ଷୟର ମୁଖ୍ୟ କାରଣ ନୁହେଁ ?
(A) ଜନବସତି (B) ବାତାବର୍ତ୍ତ (C) ଶିକ୍ଷାନୁଷ୍ଠାନ (D) ଶିଳ୍ପାୟନ
16. କେଉଁଟି ଅରଣ୍ୟ କ୍ଷୟ ରୋକିବାର ପଦକ୍ଷେପ ନୁହେଁ ?
(B) ପୁନଃବନୀକରଣ (A) ସାମାଜିକ ବନୀକରଣ
(C) ଅରଣ୍ୟ ସଂରକ୍ଷଣ (D) ବାସଗୃହ ନିର୍ମାଣ
17. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଚାରଣଭୂମି ରହିଛି ?
(A) ହିମାଚଳପ୍ରଦେଶ (B) ଆନ୍ଧ୍ରପ୍ରଦେଶ (C) ଉତ୍ତରପ୍ରଦେଶ (D) ବିହାର
ଦୀର୍ଘ ଓ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଭାରତରେ କୃଷି ଭୂମିର ବିତରଣ ଓ ବ୍ୟବହାର ବର୍ଣ୍ଣନା କର ।
ଉ– (i) ଭାରତରେ କୃଷି ଭୂମିର ଆୟତନ ସମୁଦାୟ ଆୟତନର ପ୍ରାୟ 46 ରୁ 64 ଭାଗ ପ୍ରାୟ 189.74 ନିୟୁତ ହେକ୍ଟର |
(ii) ବିଭିନ୍ନ ନଦୀ ଓ ଉପନଦୀଗୁଡ଼ିକର ଉପତ୍ୟକା, ପ୍ଳାବନ ଭୂମି ଓ ତ୍ରିକୋଣଭୂମି ଅଞ୍ଚଳ, ପୂର୍ବ ଓ ପଶ୍ଚିମସ୍ଥ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ମୃତ୍ତିକା ଉର୍ବର ହେତୁ ଏହି ଅଞ୍ଚଳମାନଙ୍କରେ ଅଧିକ ପରିମାଣରେ କୃଷିକାର୍ଯ୍ୟ କରାଯାଇ ଥାଏ।
(iii) ଗୁଜରାଟ ଓ ମହାରାଷ୍ଟ୍ରର ଲାଭାଜନିତ ମାଳଭୂମିରେ ମଧ୍ଯ କୃଷିକାର୍ଯ୍ୟ କରାଯାଏ।
(iv) ପାର୍ବତ୍ୟ ଢାଲୁ ଓ ମାଳ ଅଞ୍ଚଳରେ ଶୁଷ୍କ କୃଷି, ସୋପାନ କୃଷି, ରୋପଣ କୃଷି ଇତ୍ୟାଦି କରାଯାଏ। ଓଡ଼ିଶା, ଆସାମ, ଛତିଶଗଡ଼ ଆଦି ରାଜ୍ୟର ପାର୍ବତ୍ୟାଞ୍ଚଳରେ ଅରଣ୍ୟକାଟି ଓ ପୋଡ଼ି ସ୍ଥାନାନ୍ତରିତ କୃଷି କରାଯାଏ।
2. ଭାରତରେ ଭୂ-ସମ୍ବଳର ପ୍ରକାରଭେଦ ସମ୍ବନ୍ଧରେ ଏକ ବିବରଣୀ ଦିଅ ।
ଉ– i) ଉଚ୍ଚାବଚ୍ଚ ଦୃଷ୍ଟିରୁ ଭୂମିକୁ ତିନି ଭାଗରେ ବିଭକ୍ତ କରାଯାଇଛି; ଯଥା - ପାର୍ବତ୍ୟ ଭୂମି, ମାଳଭୂମି ଓ ସମତଳ ଭୂମି।
(ii) ଅଧିକ ଉଚ୍ଚ, ତିଖ ଓ ଢାଲୁ ତଥା ଶୃଙ୍ଗ ବିଶିଷ୍ଟ ଭୂମିକୁ ପାର୍ବତ୍ୟ ଭୂମି କୁହାଯାଏ। ଏହା ସମୁଦାୟ ଭୂଭାଗର ପ୍ରାୟ ଶତକଡ଼ା 30 ଭାଗ।
(iii) ମଧ୍ୟମ ଉଚ୍ଚତା ବିଶିଷ୍ଟ ସମୋଚ୍ଚ ଭୂମିକୁ ମାଳଭୂମି କୁହାଯାଏ। ଏହା ସମୁଦାୟ ଭୂଭାଗର ପ୍ରାୟ 27 ଭାଗ।
(iv) ସମତଳ ଭୂମି ହେଉଛି କମ୍ ଉଚ୍ଚତା ବିଶିଷ୍ଟ ନଦୀ ଉପତ୍ୟକା ଓ ସମୁଦ୍ର ଉପକୂଳବର୍ତ୍ତୀ ଭୂମି। ଏହା ସମୁଦାୟ ଭୂ-ଭାଗର ପ୍ରାୟ 43 ଭାଗ। ଏହା ବ୍ୟତୀତ ସମୁଦ୍ର, ହ୍ରଦ ଓ ଦ୍ବୀପ ମଧ୍ଯ ଏଥିରେ ଅନ୍ତର୍ଭୁକ୍ତ।
3. ଭାରତର ଚାରଣ ଓ ଗୋଚର ଭୂମି ସମ୍ବନ୍ଧରେ ଲେଖ ।
ଊ– (i) ଆୟତନ ଅନୁସାରେ ଭାରତରେ ଚାରଣଭୂମି ଓ ଗୋଚରଭୂମି ଶତକଡ଼ା 3.3 ଭାଗ ରହିଅଛି ।
(ii) କୃଷିପ୍ରଧାନ ଦେଶ ଭାରତରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ଗୋଚର ଓ ଚାରଣଭୂମି ନାହିଁ । ଅନେକ ସମୟରେ ଅରଣ୍ୟ କିମ୍ବା କୃଷିଭୂମିକୁ ଚାରଣଭୂମି ଭାବରେ ବ୍ୟବହାର କରାଯାଏ ।
(iii) ହିମାଳୟ ପାର୍ବତ୍ୟାଞ୍ଚଳ ଓ କେତେକ ପାହାଡ଼ର ପାଦଦେଶରେ ଚାରଣଭୂମି ଥିବାରୁ ସେଠାରେ ପଶୁପାଳନ କରାଯାଏ ।
(iv) ହିମାଚଳ ପ୍ରଦେଶରେ ସର୍ବାଧୁକ ଚାରଣଭୂମି ଦେଖାଯାଏ ଓ ଏଠାରେ ମୁଖ୍ୟତଃ ପଶୁ ପାଳନ କରାଯାଏ।
(v) ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ହିମାଳୟ ପାର୍ବତ୍ୟାଞ୍ଚଳର ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ଓ ପଶ୍ଚିମଘାଟ ପର୍ବତଶ୍ରେଣୀର ପାଦଦେଶରେ ଚାରଣଭୂମି ଦେଖାଯାଏ ।
5. ଭାରତର ଅବସ୍ଥିତି ସମ୍ବନ୍ଧରେ ଆଲୋଚନା କର ।
ଊ– i) ଉତ୍ତର ଗୋଲାର୍ଦ୍ଧରେ ଏସିଆ ମହାଦେଶର ଦକ୍ଷିତାଂଶରେ ଭାରତ ଅବସ୍ଥିତ।
(ii) ଏହାର ମୂଳ ଭୂଖଣ୍ଡ 8°4′ ଉତ୍ତର ଓ 37° 6” ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ 68° 7' ପୂର୍ବ ଓ 97° 25' ପୂର୍ବ ଦ୍ରାଘିମା ମଧ୍ଯରେ ଅବସ୍ଥିତ।
(iii) ଏହା ସମ୍ପୂର୍ଣ ରୂପେ ଉତ୍ତର ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଓ କ୍ରାନ୍ତୀୟ ମଣ୍ଡଳରେ ରହିଅଛି ।
(iv) ଏହାର ଉତ୍ତର-ପଶ୍ଚିମରେ ଆଫଗାନିସ୍ଥାନ, ପଶ୍ଚିମରେ ପାକିସ୍ଥାନ ଓ ଆରବ ସାଗର; ଦକ୍ଷିଣରେ ଭାରତ ମହାସାଗର ଓ ଶ୍ରୀଲଙ୍କା, ପୂର୍ବରେ ବଙ୍ଗୋପସାଗର, ବାଙ୍ଗଲାଦେଶ ଓ ମିଆଁମାର ଏବଂ ଉତ୍ତରରେ ଚୀନ, ଭୁଟାନ୍ ଓ ନେପାଳ ଅବସ୍ଥିତ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୭. ସଂକ୍ଷେପରେ ଉତ୍ତର ଲେଖ ।
ଜାତୀୟ ଅରଣ୍ୟ ନୀତି ସମ୍ବନ୍ଧରେ ଲେଖ ।
ଭ – (i) ଜାତୀୟ ଅରଣ୍ୟ ନୀତି ଅନୁସାରେ ପାରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନର ଶତକଡ଼ା 33 ଭାଗ ଭୂମି ଅରଣ୍ୟ ନିମନ୍ତେ ସଂରକ୍ଷିତ ରହିବା ଆବଶ୍ୟକ ।
(ii) ଏଥୁରୁ ଶତକଡ଼ା 60 ଭାଗ ପାର୍ବତ୍ୟ ଅଞ୍ଚଳରେ ଏବଂ ଶତକଡ଼ା 20 ଭାଗ ସମତଳ ଅଞ୍ଚଳରେ ରହିବା ଆବଶ୍ୟକ ।
(iii) ଜନସଂଖ୍ୟା ବୃଦ୍ଧି ଫଳରେ ଅରଣ୍ୟ କ୍ଷୟହୋଇ ଏବେ ସମୁଦାୟ ଭୂମିର ଶତକଡ଼ା 24.39 ଭାଗ ଅଞ୍ଚଳରେ ଅରଣ୍ୟ ରହିଛି।
2. ଭୂ-ବ୍ୟବହାର କ’ଣ ବୁଝାଅ।
ଊ – (i) ମନୁଷ୍ୟ ତା’ର ଜୀବନଯାପନ ପାଇଁ ଭୂ-ସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ ।
(ii) ବସତି ସ୍ଥାପନ, କୃଷିକାର୍ଯ୍ୟ, ପଶୁପାଳନ, ଗମନାଗମନ ଓ ପରିବହନ ପଥ ନିର୍ମାଣ, ବନୀକରଣ, ଖଣିଜ ଉତ୍ତୋଳନ, କଳକାରଖାନା ସ୍ଥାପନ, ବଜାର ଓ ବାଣିଜ୍ୟକେନ୍ଦ୍ର ସ୍ଥାପନ ଇତ୍ୟାଦି କାର୍ଯ୍ୟ ନିମିତ୍ତ ମନୁଷ୍ୟ ଭୂ-ସମ୍ବଳକୁ ବ୍ୟବହାର କରିଥାଏ ।
(iii) ଏହାକୁ ଭୂ-ବ୍ୟବହାର କୁହାଯାଏ।
3. ଅରଣ୍ୟକ୍ଷୟ ରୋକିବା ପାଇଁ ଭାରତରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଲେଖ ।
ଊ– (i) ଅରଣ୍ୟଭୂମି କ୍ଷୟ ରୋକିବା ପାଇଁ ଏବଂ ଏହାର ଆୟତନ ବୃଦ୍ଧିପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି ।
(ii) ସେଗୁଡ଼ିକ ମଧ୍ୟରେ ସାମାଜିକ ବନୀକରଣ, କୃଷିକ୍ଷେତ୍ରୀୟ ବନୀକରଣ, ପୁନଃବନୀକରଣ, ଅରଣ୍ୟ ସଂରକ୍ଷଣ, ଜଳ ଜଳଛାୟା ନିର୍ମାଣ ଆଦି ମୁଖ୍ୟ ଅଟେ ।
(iii) ଏଥପାଇଁ ଜାତୀୟ ଅରଣ୍ୟ ନୀତି 1952, 1988 ଏବଂ 2018 ରେ ପ୍ରଣୟନ କରାଯାଇଛି । ପ୍ରତିବର୍ଷ ଜୁଲାଇ ଅଗଷ୍ଟ ମାସରେ ବନମହୋତ୍ସବ ଓ ବୃକ୍ଷରୋପଣ ସପ୍ତାହ ପାଳନ କରାଯାଉଛି।
4. ଭୂମିକୁ ଏକ ମୌଳିକ ପ୍ରାକୃତିକ ସମ୍ବଳ କୁହାଯାଏ କାହିଁକି ?
ଉ – (i) ମନୁଷ୍ୟ ତାହାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭୂମି ଉପରେ କରିଥାଏ ।
(ii) ଭୂମିକୁ ବ୍ୟବହାର କରି ମନୁଷ୍ୟ ନିଜର ଆବଶ୍ୟକତାର ଚାହିଦାମାନ ପୂରଣ କରିଥାଏ ।,
(i) ମନୁଷ୍ୟର ବହୁଳ ବ୍ୟବହାରରେ ଲାଗୁଥୁବାରୁ ଭୂମିକୁ ଏକ ମୌଳିକ ପ୍ରାକୃତିକ ସମ୍ବଳ କୁହାଯାଏ ।
5. ଅରଣ୍ୟଭୂମି କ୍ଷୟ ହେବାର କାରଣମାନ ଲେଖ ।
ଉ – (i) ଅରଣ୍ୟଭୂମି କ୍ଷୟ ହେବାର ମୁଖ୍ୟ କାରଣଗୁଡ଼ିକ ହେଲା– ଜନବସତି ସ୍ଥାପନ, ନଗରୀକରଣ, ଭୂମିର ଆବଶ୍ୟକତାରେ ବୃଦ୍ଧି, କୃଷିଭୂମିର ଆୟତନ ବୃଦ୍ଧି, ଶିକ୍ଷାନୁଷ୍ଠାନ, ଗମନାଗମନ ପଥର ବିସ୍ତୃତି, ଖଣିଜପଦାର୍ଥ ଉତ୍ତୋଳନ, ଏବଂ ନଦୀ ଉପତ୍ୟକା ଯୋଜନା ଇତ୍ୟାଦି ।
(ii) ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ପାହାଡ଼ ଧସିବା ପରି ଅନେକ ବିପତ୍ତି ଦ୍ଵାରା ଅରଣ୍ୟ କ୍ଷୟ ହୋଇଥାଏ |
(iii) ମାନବୀୟ କାର୍ଯ୍ୟକଳାପ ଯୋଗୁଁ ମଧ୍ଯ ଅରଣ୍ୟଭୂମିର ଆୟତନ ହ୍ରାସ ପାଇଥାଏ ।
6. ସ୍ଥାନାନ୍ତରିତ ବା ପୋଡୁଚାଷ କ’ଣ ? ଏହା କେଉଁ କେଉଁ ଅଞ୍ଚଳରେ ପରିଲକ୍ଷିତ ହୁଏ ?
ଊ – (i) ଆଦିବାସୀମାନେ ଜଙ୍ଗଲ ସଫା କରି ଗଛ କାଟି ପୋଡ଼ି କୃଷିକାର୍ଯ୍ୟ କରନ୍ତି । ଏ ପ୍ରକାର କୃଷିକୁ ପୋଡୁଚାଷ ବା ସ୍ଥାନାନ୍ତରିତ କୃଷି କୁହାଯାଏ ।
(ii) ଭାରତରେ ସ୍ଥାନାନ୍ତରିତ କୃଷି ମୁଖ୍ୟତଃ ଓଡ଼ିଶା, ଛତିଶଗଡ଼, ଉତ୍ତର-ପୂର୍ବାଞ୍ଚଳର ଆଦିବାସୀ ଅଞ୍ଚଳଗୁଡ଼ିକରେ ପରିଲକ୍ଷି ହୁଏ ।
କାରଣ ଦର୍ଶାଅ ।
1. ଭାରତର ମାଳଭୂମିଗୁଡ଼ିକ ଏହାର ଅର୍ଥନୀତିର ମେରୁଦଣ୍ଡ ।
ଉ – (i) ଦେଶରେ ଶତକଡ଼ା 27 ଭାଗ ଅଞ୍ଚଳ ମାଳଭୂମିର ଅନ୍ତର୍ଗତ ।
(ii) ଏହି ମାଳଭୂମିରେ ପ୍ରଚୁର ପରିମାଣରେ ଖଣିଜପଦାର୍ଥ, କୋଇଲା, ଅରଣ୍ୟ, ବନ୍ୟପ୍ରାଣୀ ପ୍ରଭୃତି ଭରପୂର ଅବସ୍ଥାରେ ରହିଥିବାରୁ ଏହାକୁ ଅର୍ଥନୀତିର ମେରୁଦଣ୍ଡ ବୋଲି କୁହାଯାଏ ।
2. ଦେଶର ମୁଣ୍ଡପିଛା କୃଷି ଭୂମି କ୍ରମାଗତ ଭାବରେ କମିବାରେ ଲାଗିଛି ।
ଊ – (i) ଭାରତରେ ଅଧିକ ଭୂମି ଚାଷକାର୍ଯ୍ୟ ପାଇଁ ବ୍ୟବହାର କରାଯାଏ କାରଣ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଅଧିକ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ ଯୋଗାଇବାକୁ ପଡ଼ିଥାଏ ।
(ii) ଜନସଂଖ୍ୟାର କ୍ରମାଗତ ବୃଦ୍ଧିଯୋଗୁଁ ଅଧିକରୁ ଅଧିକ ଭୂମି କୃଷିକାର୍ଯ୍ୟରେ ବ୍ୟବହୃତ ହେଉଅଛି; ତେଣୁ ମୁଣ୍ଡପିଛା ଚାଷଜମି କ୍ରମଶଃ କମିବାରେ ଲାଗିଛି ।
3. ଚଳନ୍ତି ଓ ଅନ୍ୟାନ୍ୟ ପତିତ ଭୂମିର ଆୟତନ କ୍ରମଶଃ ହ୍ରାସପାଇବାରେ ଲାଗିଛି ।
ଊ– (i) ଦେଶର ଜନସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ଘଟିବାରେ ଲାଗିଛି ।
(ii) ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଅଧିକ ଭୂମିରେ କୃଷିକାର୍ଯ୍ୟ କରିବାର ଆବଶ୍ୟକତା ପଡ଼ୁଛି । ଫଳରେ ଚଳନ୍ତି ଓ ଅନ୍ୟାନ୍ୟ ପତିତ ଜମିର ବ୍ୟବହାରହେତୁ ଏଗୁଡ଼ିକର କ୍ରମଶଃ ହ୍ରାସ ଘଟୁଛି ।
4. ଭାରତରେ ସମତଳ ଅଞ୍ଚଳରେ ଘନଜନବସତି ଦେଖାଯାଏ ।
ଊ– (i) ଭାରତରେ ସମତଳ ଅଞ୍ଚଳଗୁଡ଼ିକ ସାଧାରଣତଃ ନଦୀ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଏ । ଏହି ଅଞ୍ଚଳର ମୃତ୍ତିକା ପଟୁ, ଯେଉଁଥରେ ଯବକ୍ଷାରଜାନ ଓ ଜୀବାଶ୍ମ କମ୍ ପରିମାଣରେ ଥାଏ ।
(ii) ଏହି ପଟୁ ମୃଭିକା ଅତ୍ୟନ୍ତ ଉର୍ବର ହୋଇଥିବାରୁ ଏଠାରେ ଅଧିକ କୃଷିକାର୍ଯ୍ୟ ହୋଇଥାଏ ଏବଂ ଏଠାରେ ଅଧିକ ଲୋକ ବାସକରୁଥିବାରୁ ଜନସଂଖ୍ୟାର ଘନତ୍ଵ ଅଧିକ ହୋଇଥାଏ ।
5. ଭାରତରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ଚାରଣ କିମ୍ବା ଗୋଚର ଭୂମି ନାହିଁ ।
ଊ– i) ଭାରତରେ ସମୁଦାୟ କ୍ଷେତ୍ରଫଳର ପ୍ରାୟ ଶତକଡ଼ା 3.3 ଭାଗ ଭୂମି ଚାରଣ ଓ ଗୋଚର ଭୂମି ଭାବରେ ବ୍ୟବହୃତ ହୁଏ।
(ii) ଅନେକ ସମୟରେ ଅରଣ୍ୟ କିମ୍ବା କୃଷିଭୂମିକୁ ଚାରଣଭୂମି ଭାବେ ବ୍ୟବହାର କରାଯାଇଥାଏ। ତେଣୁ ଭାରତରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ଚାରଣ ବା ଗୋଚର ଭୂମି ନାହିଁ ।
Keywords:
Class 10th bhugol bhu sambala prashn uttar solutions
Class 10th bhugol bhu sambala prashn uttar questions and
Class 10th bhugol bhu sambala prashn uttar pdf
Class 10th bhugol bhu sambala prashn uttar notes
Class 10th bhugol bhu sambala prashn uttar mcq
Class 10th bhugol bhu sambala prashn uttar chapter
No comments:
Post a Comment