10th Class Geography Chapter 1 Unit 3 Question Answer | Mrutika Sambala Class 10 Question Answer · Class 10 Mrutika Sambala Question Answer | Class 10 Geography Mrutika Sambala Question Answer | 10th class geography mrutika sambhala question answer | 10th class geography bhu sambala question answer / bhu sambala 10th class geography mrutika sambala question answer /
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) ମୃତ୍ତିକା ଗଠନର ବିଭିନ୍ନ ନିୟାମକଗୁଡ଼ିକ କ’ଣ ?
ଉ – (i) ମୃତ୍ତିକା ଗଠନକୁ ପ୍ରଭାବିତ କରୁଥିବା ମୌଳିକ ବସ୍ତୁଗୁଡ଼ିକୁ ମୃଭିକା ଗଠନର ନିୟାମକ ବା କାରକ ବୋଲି କହନ୍ତି । ମୃତ୍ତିକା ଗଠନର କାରକଗୁଡ଼ିକ ହେଲା - ଶିଳାରେଣୁ, ଜୈବାଂଶ, ଜଳବାୟୁ, ଭୂପୃଷ୍ଠର ଉଚ୍ଚାବଚ୍ଚ ଇତ୍ୟାଦି।
(ii) ମୃତ୍ତିକା ଯେଉଁ ପ୍ରାଥମିକ ଶିଳାରୁ ସୃଷ୍ଟି ହୁଏ, ସେହି ପ୍ରାଥମିକ ଶିଳା, ମୃତ୍ତିକାର ରଙ୍ଗ, ବିନ୍ୟାସ, ରାସାୟନିକ ଗୁଣ, ଖଣିଜପଦାର୍ଥ, ଜୈବାଂଶର ପରିମାଣ ଏବଂ ଭେଦ୍ୟତାକୁ ପ୍ରଭାବିତ କରିଥାଏ ।
(ii) ଭୂ-ଉଚ୍ଚାବଚ୍ଚ ଓ ସମୟ ମୃତ୍ତିକାର ସଞ୍ଚୟ ପରିମାଣ ଓ ମୃଭିକା ସ୍ତରକୁ ପ୍ରଭାବିତ କରୁଥିବାବେଳେ ମୃଭିକାର ଜୈବାଂଶ ପରିମାଣ ଉକ୍ତ ସ୍ଥାନର ଉଭିଦ, ପ୍ରାଣୀ ଓ ଅଣୁଜୀବଗୁଡ଼ିକ ଦ୍ଵାରା ପ୍ରଭାବିତ ହୋଇଥାଏ ।
(iv) ତାପମାତ୍ରା, ବୃଷ୍ଟିପାତ, ବାୟୁପ୍ରବାହ ଇତ୍ୟାଦି ଜଳବାୟୁ ସଂପର୍କିତ ନିୟାମକ ଦ୍ଵାରା ମଧ୍ୟ ମୁଭିକା ଗଠିତ ହୋଇଥାଏ।
(v) ପ୍ରାକୃତିକ ବିଶେଷତ୍ଵ ମୂଭିକାର ଗଠନ, ସଂରଚନା, ରଙ୍ଗ, ଛିଦ୍ରତା ଉପରେ ନିର୍ଭରଶୀଳ ହେଲାବେଳେ ରାସାୟନିକ ବିଶେଷତ୍ଵ ସାଧାରଣତଃ ମୃଭିକାର ଅମ୍ଳ ଅଂଶ ଲବଣତା ପ୍ରଭୃତି ଉପରେ ନିର୍ଭର କରେ।
(ଖ) ଦୋରସା ମୃତ୍ତିକା କାହାକୁ କହନ୍ତି ?
ଉ – (i) ବାଲିଆ ପଟୁ ଓ ମଟାଳ ସମାନ ପରିମାଣରେ ମିଶି କରି ଯେଉଁ ମୁଭିକା ସୃଷ୍ଟି କରନ୍ତି ତାହାକୁ ଦୋରସା ମ୍ପରିକା କୁହାଯାଏ ।
(ii) ଦୋରସା ମୃତ୍ତିକା ଅଧିକ ଊର୍ବର ଏବଂ ଆଖୁଚାଷ ପାଇଁ ଅଧିକ ଉପାଦେୟ ।
(ଗ) ଅପସୃତ ମୃତ୍ତିକା କାହାକୁ କହନ୍ତି ?
ଉ – ଚୂର୍ଣ୍ଣୀଭୂତ ଶିଳାରେଣୁଗୁଡ଼ିକ ବା ଅବଶିଷ୍ଟ ମୃତ୍ତିକା ବିଭିନ୍ନ ପ୍ରାକୃତିକ କ୍ଷୟକାରୀ ବାହକ; ଯଥା – ନଦୀ, ବାୟୁ, ହିମତ ଇତ୍ୟାଦି ଦ୍ଵାରା ପରିବାହିତ ହୋଇ ଅନ୍ୟ ସ୍ଥାନରେ ସଞ୍ଚିତ ହେବା ପ୍ରକ୍ରିୟା ଦ୍ଵାରା ଯେଉଁ ମ୍ପରିକା ସୃଷ୍ଟି କରେ; ତାହା ପରିବାହିତ ମ୍ପରିକା ବା ଅପସୃତ ମୃତ୍ତିକା କୁହାଯାଏ। ଉଦାହରଣସ୍ୱରୂପ : ପଟୁମାଟି, ଲୋଏସ୍ ଇତ୍ୟାଦି ଅପସୃତ ମୃତ୍ତିକା |
2. ପାର୍ଥକ୍ୟ ଦର୍ଶାଅ ।
(କ) ପେଡାଲଫର ଓ ପେଡୋକାଲ :
ପେଡାଲଫର
(i) ଲବଣାମ୍ଳଯୁକ୍ତ ଓ ସ୍ଵଳ୍ପ ଜୈବାଂଶ ବିଶିଷ୍ଟ ପୃରିକାକୁ ପେଡାଲଫର ମୃଭିକା କୁହାଯାଏ।
(ii) ଏହା ଏକ ଲାଲ ମୁଭିକା ଭାବରେ ଦକ୍ଷିଣ ଭାରତରେ ବିଭିନ୍ନ ଆର୍ଦ୍ର ଅଞ୍ଚଳରେ ଦେଖାଯାଏ।
ପେଡୋକାଲ
(i) ପେଡୋକାଲ ମ୍ପଭିକାରେ ଚୂନ ପଦାର୍ଥ ଅଧିକ ପରିମାଣରେ ସଞ୍ଚିତ ହୋଇଥାଏ। ଏହା ଏକ ଅମ୍ଳୀୟ କିନ୍ତୁ ଅଧିକ କ୍ଷାରୀୟ ମୃତ୍ତିକା ହୋଇଥାଏ।
(ii) ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ଶୁଷ୍କ ବା ଅଦ୍ଧଶୁଷ୍କ ଜଳବାୟୁ ଯୋଗୁଁ କମ୍ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ପେଡୋକାଲ ମୃଭିକା ଦେଖାଯାଏ।
(ଖ) ଖାଦର ଓ ଭାଙ୍ଗର :
ଖାଦର
(i) ଉତ୍ତର ଭାରତରେ ଗଙ୍ଗା ନଦୀର ସମତଳ ଅଞ୍ଚଳରେ ଦେଖାଯାଉଥିବା ନୂତନ ପଟୁ ମୃଭିକାକୁ ଖାଦର କୁହାଯାଏ। ଏହାର ରଙ୍ଗ ଅଳ୍ପ କଳା ।
(ii) ନଦୀ ଶଯ୍ୟାର ପ୍ଲାବନ ଭୂମିରେ ଖାଦର ମୃଭିକା ଦେଖାଯାଏ। ଏଥିରେ ବାଲି ଅଂଶ ଅଧିକମାତ୍ରାରେ ରହିଥାଏ।
ଭାଙ୍ଗର
(i) ଉତ୍ତର ଭାରତର ଗଙ୍ଗା ନଦୀ ଏବଂ ତାହାର ଉପନଦୀ ଗୁଡ଼ିକର ଅବବାହିକାରେ ଦେଖାଯାଉଥିବା ପୁରାତନ ପଟୁ ମୃତ୍ତିକାକୁ ଭାଙ୍ଗର କୁହାଯାଏ । ଏହାର ରଙ୍ଗ କଳା
(ii) ନଦୀର ପ୍ଲାବନ ଭୂମିଠାରୁ ବନ୍ୟାଜଳ ପହଞ୍ଚୁ ନଥୁବା ଅଞ୍ଚଳରେ ଏହି ମୃଭିକା ଦେଖାଯାଏ । ଏଥରେ ମାଟି ଅଂଶ ଅଧିକ ପରିମାଣରେ ରହିଥାଏ।
(ଗ) କଙ୍କର ଓ ତରାଇ :
କଙ୍କର
(i) ଉତ୍ତର ଭାରତରେ ଗଙ୍ଗା ନଦୀର ସମତଳଭୂମିରେ କେତେକ ସ୍ଥାନରେ ଚୂନ ଗୋଡ଼ି ମିଶା ମ୍ପଭିକା ଦେଖିବାକୁ ମିଳେ, ଏଗୁଡ଼ିକ କଙ୍କର ମୃଭିକା।
ତରାଇ
(i) ସିୱାଲିକ୍ ପର୍ବତମାଳାର ପାଦଦେଶରେ ଦକ୍ଷିଣରେ ଥିବା ସନ୍ତସନ୍ତିଆ ସ୍ଥାନରେ ଦେଖାଯାଉଥିବା ମୃରିକାକୁ ତରାଇ କୁହାଯାଏ।
(ଘ) ରେଗୁର ମୃତ୍ତିକା ଓ ବରି ମୃତ୍ତିକା :
ରେଗୁର ମୃତ୍ତିକା
(i) ଦାକ୍ଷିଣାତ୍ୟ ମାଳଭୂମିରେ ଦେଖାଯାଉଥିବା କୃଷ୍ଣକାର୍ପାସ ମୂଭିକାକୁ କେତେକ ସ୍ଥାନରେ ରେଗୁର କୁହାଯାଏ।
(ii) ଏହି ମୃତ୍ତିକା ଅତ୍ୟନ୍ତ ଉର୍ବର ।
ବରି ମୂଭିକା
(i) କେରଳରେ ପିଟ୍ ଓ ଜଳାଭୂମି ମୁଭିକାକୁ ବରି ମୂରିକା କୁହାଯାଏ ।
(ii) ଏହି ମୂଭିକା ଅନୁର୍ବର ।
3। ନିମ୍ନଲିଖତ ଶବ୍ଦକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଣ କର ।
(କ) ଅବଶିଷ୍ଟ ମୃତ୍ତିକା : ଚୂର୍ଣ୍ଣୀଭବନ ପ୍ରକ୍ରିୟାରେ ଶିଳା କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବାଫଳରେ ସେହି ସ୍ଥାନରେ ଜମାହୋଇ ସୃଷ୍ଟି କରୁଥିବା ମୃରିକା।
(ଖ) ଚେଞ୍ଜୋଜେମ୍ : କୃଷ୍ଣକାର୍ପାସ ମୃତ୍ତିକାକୁ ଆନ୍ତର୍ଜାତୀୟ ସ୍ତରରେ କ୍ରାନ୍ତୀୟ ଚେଣ୍ଡୋଜେମ୍ ସୃଭିକା କୁହାଯାଏ।
(ଗ) ପୀତ ମୃତ୍ତିକା : ଲୋହିତ ମୃତ୍ତିକାରେ ଜଳୀୟ ଅଂଶ ଅଧିକ ଥିଲେ ହଳଦିଆ ରଙ୍ଗ ହୋଇ ପୀତ ମୃଭିକାରେ ପରିଣତ ହୋଇଥାଏ ।
ଦୀର୍ଘ ଓ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ମୃଭିକା ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଲେଖ ।
ଉ – (i) ବିଜ୍ଞତାର ସହିତ କୌଣସି ସମ୍ବଳର ସୁବିନିଯୋଗ କରିବା ପ୍ରକ୍ରିୟାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ଏହା ସ୍ଥାନୀୟ ଓ ବ୍ୟକ୍ତିଗତ ସ୍ତରରେ ଏବଂ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ଦ୍ବାରା ସମ୍ଭବ ହୋଇପାରିଛି ।
(ii) ବନୀକରଣ ଓ ବୈଖ୍ୟକ କର୍ଷଣ କରିବା ଦ୍ବାରା ପାର୍ବତ୍ୟ ଢାଲୁରେ ମୃତ୍ତିକା ସଂରକ୍ଷଣ ହୋଇପାରୁଛି ।
(ii) ପଶୁଚାରଣକୁ ନିଷେଧ ଏବଂ ସ୍ଥାନାନ୍ତରିତ କୃଷିକୁ ପ୍ରୋତ୍ସାହନ ଦିଆ ନଯିବା ଉଚିତ।
(iv) ବୁନ୍ଦା ଜଳସେଚ଼ନସହ ନଦୀବନ୍ଧ ନିର୍ମାଣ ଓ ଜଳଭଣ୍ଡାର ସୃଷ୍ଟି କରି ବନ୍ୟା ନିୟନ୍ତ୍ରଣ କରିବା ଦ୍ଵାରା ମୃଭିକା
ସଂରକ୍ଷଣ ହୋଇଥାଏ।
(v) ନଦୀ ସଂଯୋଗ ଯୋଜନା ଦ୍ଵାରା ବନ୍ୟା ନିୟନ୍ତ୍ରଣ କରିବା ସହିତ ମୃତ୍ତିକା କ୍ଷୟ ମଧ୍ଯ ରୋକାଯାଇପାରିବ।
2. ଗାଙ୍ଗେୟ ସମତଳଭୂମିରେ ଦେଖାଯାଉଥିବା ପଟୁ ମୁଭିକା ସମ୍ବନ୍ଧରେ ଆଲୋଚନା କର ।
ଉ – (i) ଉତ୍ତର ଭାରତର ଗାଙ୍ଗେୟ ସମତଳଭୂମିରେ ପଟୁ ମୃତ୍ତିକା ମୁଖ୍ୟତଃ ଦୁଇପ୍ରକାର ଦେଖାଯାଏ।
(ii) ନୂତନ ପଟୁ ମୃଭିକାକୁ ‘ଖାଦର’ ଏବଂ ପୁରାତନ ମୃତ୍ତିକାକୁ ‘ଭାଙ୍ଗର’ କୁହାଯାଏ।
(ii) ଖାଦର ମୃତ୍ତିକା ନଦୀଶଯ୍ୟାର ପ୍ଲାବନ ଭୂମିରେ ଦେଖାଯାଏ ଏବଂ ଏଥିରେ ଅଧିକ ବାଲୁକା, ପଟୁ, କର୍ଦ୍ଦମ ଅଂଶ ମିଶ୍ରିତ ଭାବେ ଥାଏ । ଏହାର ରଙ୍ଗ କଳା ହୋଇଥାଏ ।
(iv) ଭାଙ୍ଗର ମୃଭିକା ନଦୀ ଅବବାହିକାରେ ଦେଖାଯାଏ ଓ ଏଥରେ ମାଟି ଅଂଶ ଅଧିକ ଥାଏ। ଏହାର ରଙ୍ଗ ସାଧାରଣତଃ କଳା।
(v) ଏତଦ୍ବ୍ୟତୀତ ଗାଙ୍ଗେୟ ସମତଳଭୂମିର କେତେକ ସ୍ଥାନରେ ଚୂନ ଗୋଡ଼ି ମିଶା ମ୍ପଭିକା ଦେଖାଯାଏ। ଏହାକୁ ‘କଙ୍କର’ କୁହାଯାଏ। ଏହା ନଦୀଶଯ୍ୟାଠାରୁ ଅଳ୍ପଦୂରରେ ଦେଖାଯାଏ।
3. ଭାରତରେ ଦେଖାଯାଉଥିବା ଅରଣ୍ୟ ମୃତ୍ତିକା ସମ୍ବନ୍ଧରେ ଆଲୋଚନା କର ।
ଊ – (i) ଅରଣ୍ୟମାନଙ୍କରେ ଉଭିଦର ଜୈବାଂଶସହ ମିଶି ଗୋଟିଏ ଜାଗାରେ ଜମାହୋଇ ରହିବାଦ୍ଵାରା ଅରଣ୍ୟ ମୃତ୍ତିକା ସୃଷ୍ଟି ହୋଇଥାଏ।
(ii) ଏଥିରେ ଜୈବସାର ଓ ଯବକ୍ଷାରଜାନ ଅଧିକ ପରିମାଣରେ ଥାଏ। ପଟାସ୍, ଫସ୍ଫରସ୍ ଓ ଚୂନ ଅଂଶ କମ୍ବା ଯୋଗୁଁ ଏ ମୃଭିକାରେ ସାର ପ୍ରୟୋଗ ଦ୍ଵାରା କୃଷିକାର୍ଯ୍ୟ କରାଯାଏ।
(iii) ଚାହା, କଫି, ମସଲା, ଫଳ ଆଦି ରୋପଣ କୃଷି ଏହି ମୃତ୍ତିକାରେ ଭଲ ଚାଷ ହୁଏ। ଏହାଛଡା ବାର୍ଲି, ମକା ଇତ୍ୟାଦି ମଧ୍ଯ ଚାଷ କରାଯାଏ।
(iv) ଏହି ମ୍ପରିକା ଆସାମ, ମେଘାଳୟ, ସିକିମ୍, ମଣିପୁର, କର୍ଣାଟକ, କେରଳ ଓ ତାମିଲନାଡୁ, ପଶ୍ଚିମବଙ୍ଗ ଇତ୍ୟାଦି ରାଜ୍ୟମାନଙ୍କରେ ଦେଖାଯାଏ।
(v) ଏହି ମୃତ୍ତିକା ସାଧାରଣତଃ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ବିଶେଷ କରି ତରାଇ ଅଞ୍ଚଳ, ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତମାଳା ଏବଂ ଡେକାନ୍ ମାଳଭୂମି ଅଞ୍ଚଳରେ ଦେଖାଯାଏ।
4. ଲାଟେରାଇଟ୍ ମୃତ୍ତିକାର ବିଶେଷତ୍ବ ଓ ବିତରଣ ସମ୍ବନ୍ଧରେ ଲେଖ।
ଊ – (i) ଲାଟେରାଇଟ୍ ମୃରିକାରେ ବୃଷ୍ଟିଜଳ ପ୍ରକ୍ଷାଳନ ଅଧିକ ପରିମାଣରେ ହେଉଥିବାରୁ ଏଥୁରୁ ସିଲିକା ଅଂଶ ଧୋଇ ହୋଇଯାଏ। ତେଣୁ ଏ ପ୍ରକାର ମୃତ୍ତିକାରେ ଯବକ୍ଷାରଜାନ, ଫସ୍ଫରସ୍, ଚୂନ, ପଟାସ, ଅମ୍ଳ, ମ୍ୟାଗ୍ନେସିୟମ୍ର ଅଭାବ ପରିଲକ୍ଷିତ ହୋଇଥାଏ।
(ii) ଏ ପ୍ରକାର ମୃଭିକାର ଉର୍ବରତା କମ୍ ହେଲେ ମଧ୍ୟ ରାସାୟନିକ ସାର ପ୍ରୟୋଗ କରି ଧାନ, ରାଶି, ଆଖୁ, ପ୍ରଭୃତି ଚାଷ କରାଯାଏ ।
(ii) ଏହି ମ୍ପରିକା ଅଧୂକ ତାପମାତ୍ରା ଓ ବୃଷ୍ଟିପାତ ହେଉଥିବା ଅଞ୍ଚଳ ଏବଂ ବିଭିନ୍ନ ଋତୁରେ ଆର୍ଦ୍ର ଓ ଶୁଷ୍କ ଜଳବାୟୁ ଅନୁଭୂତ ହେଉଥିବା ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଥାଏ।
(iv) ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତମାଳା, ରାଜମହଲ ପର୍ବତ ଏବଂ ଛୋଟ ଛୋଟ ପର୍ବତର ଶୀର୍ଷ ଅଞ୍ଚଳରେ ଏହି ମ୍ପରିକା ଦେଖାଯାଏ।
(v) ଆସାମ, ମେଘାଳୟ, ବିହାର, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣାଟକ, କେରଳ ଓ ଓଡ଼ିଶାର ବାଲେଶ୍ଵର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଯାଏ।
5. ଭାରତରେ ଥିବା ଲୁଣା ଓ କ୍ଷାରୀୟ ମୃତ୍ତିକା ସମ୍ବନ୍ଧରେ ଲେଖ ।
(i) ଭାରତର ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳରେ; ଯଥା – ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ବିହାରରେ ଏହି ପ୍ରକାର ମୃତ୍ତିକା ଦେଖାଯାଏ।
(ii) ଏ ପ୍ରକାର ମୃଭିକାରେ ଲବଣ ଓ କ୍ଷାରୀୟ ରାସାୟନିକ ପଦାର୍ଥ ଅଧ୍ବକ ଭାଗ ଥାଏ। ତେଣୁ ଏହି ମୁଭିକା ଅନୁର୍ବର।
(iii) ଲୁଣା ମାଟିରେ କେବଳ ସୋଡ଼ିୟମ୍ ଓ ଅନ୍ୟ ଲବଣ ଅଂଶ ରହିଥାଏ; କିନ୍ତୁ ଅମ୍ଳଯୁକ୍ତ ମୃଭିକାରେ ସୋଡ଼ିୟମ୍ କ୍ଲୋରାଇଡ୍ ଅଧିକ ପରିମାଣରେ ଥାଏ।
(iv) ଏହା ବାଲିଆ ଓ ଦୋରସା ମୂରିକା ଏବଂ ଏଥିରେ କାଲସିୟମ୍ ଓ ଯବକ୍ଷାରଜାନର ଅଭାବ ଦେଖାଯାଏ ।
(v) ଏହାର ଜଳ ଧାରଣ କ୍ଷମତା ବହୁତ କମ୍ ଥାଏ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷାର ଓ ଜିପ୍ସମ୍ ମିଶାଇ ଧାନ, ଆଖୁ, ଗହମ, କପା, ଧୂଆଁପତ୍ର ଆଦି ଚାଷ କରାଯାଏ ।
6. ଭାରତରେ ମରୁସ୍ଥଳୀ ମୃତ୍ତିକାର ଗଠନ ଓ ବିତରଣ ସମ୍ବନ୍ଧରେ ଆଲୋଚ଼ନା କର ।
ଊ – (i) ଭାରତର ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳ ବିଶେଷକରି ଭାରତର ଉତ୍ତର-ପଶ୍ଚିମାଞ୍ଚଳ ରାଜ୍ୟ; ଯଥା – ପଞ୍ଜାବ, ହରିୟାଣା ଓ ଗୁଜରାଟ ରାଜ୍ୟମାନଙ୍କର କିଛି ଅଂଶ ଆରାବଳୀ ପର୍ବତମାଳାର ପଶ୍ଚିମରେ ଅବସ୍ଥିତ ଥର୍ ମରୁଭୂମିରେ ମରୁସ୍ଥଳୀ ମ୍ପରିକା ଦେଖାଯାଏ।
(ii) ଏହି ପ୍ରକାର ମୃତ୍ତିକାରେ ଅଧ୍ଵକ ବାଲି, ଲବଣ ଓ ଫସ୍ଫରସ୍ ଏବଂ କମ୍ ଭାଗ ଜୈବାଂଶ, ଯବକ୍ଷାରଜାନ ଓ କ୍ୟାଲ୍ସିୟମ୍ କାର୍ବୋନେଟ୍ ଥିବାରୁ ଏହା ଅନୁର୍ବର।
(iii) ଏ ପ୍ରକାର ମୃତ୍ତିକାରେ ଜଳଧାରଣ ଶକ୍ତି କମ୍। ଜଳ ଯୋଗାଣଦ୍ଵାରା ଏହି ମୁଭିକାରେ ଚାଷ କରାଯାଇପାରିବ।
(iv) ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାର ମରୁଅଞ୍ଚଳରେ ଇନ୍ଦିରା ଗାନ୍ଧି କେନାଲ ଦ୍ଵାରା ଜଳସେଚ଼ନ କରାଯାଇ ଏହି ମୃଭିକାରେ ପ୍ରଚୁର ଖାଦ୍ୟଶସ୍ୟ ଓ କପା ଉତ୍ପାଦନ କରାଯାଉଛି।
(v) ଆରାବଳୀ ପର୍ବତର ପାର୍ଶ୍ଵରେ ଦେଖାଯାଉଥିବା ମରୁସ୍ଥଳୀ ମୃଭିକାକୁ ରେଗୋଲିଥ୍ ମରୁସ୍ଥଳୀ ମୃଭିକା ଓ ରାଜସ୍ଥାନର ପୋଖରାନ ଓ ଜଏସେଲମ୍ବର ଅଞ୍ଚଳର ମରୁସ୍ଥଳୀ ସୃଭିକାକୁ ଲିଥୋଜଲିକ୍ ମରୁସ୍ଥଳୀ ମୃତ୍ତିକା କୁହାଯାଏ ।
7. ପାର୍ବତ୍ୟ ମୂଭିକାର ବିଶେଷତ୍ବ ଓ ବିତରଣ ସମ୍ବନ୍ଧରେ ଆଲୋଚନା କର ।
ଉ – (i) ପାର୍ବତ୍ୟ ମୃଭିକା କମ୍ ଗଭୀରତା ବିଶିଷ୍ଟ ଓ ଅପରିପକ୍ଵ ମୃତ୍ତିକା । ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନର ଅନୁପାତ ମଧ୍ଯରେ ଯଥେଷ୍ଟ ପାର୍ଥକ୍ୟ ଦେଖାଯାଏ।
(ii) ଏହା ପଟୁ-ଦୋରସା କିମ୍ବା କେବଳ ଦୋରସା ମୃତ୍ତିକା; ତେଣୁ ଏହାର ରଙ୍ଗ ଧୂସର ଓ ଘନ ଧୂସର।
(iii) ଏହା ଦୋରସା ପଡଜୋଲୀୟ ମୃତ୍ତିକା ଭାବରେ ହିମାଳୟ ପର୍ବତର ମଧ୍ୟମ ଉଚ୍ଚତାବିଶିଷ୍ଟ ଆସାମ, ଦାର୍ଜିଲିଂ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଓ ଜାମ୍ମୁକାଶ୍ମୀରର କେତେକ ସ୍ଥାନରେ ଦେଖାଯାଏ।
(iv) ପାର୍ବତ୍ୟ ମୃଭିକା ହିମାଳୟ ପର୍ବତମାଳାର 2100 ମିଟରରୁ 3000 ମିଟର ଉଚ୍ଚ ସ୍ଥାନରେ ଅବସ୍ଥିତ ନଦୀ ଉପତ୍ୟକା ଓ ପର୍ବତ ଶିଖରାଞ୍ଚଳରେ ଦେଖାଯାଏ।
(v) ପାର୍ବତ୍ୟ ମୃଭିକା ହିମାଳୟର ଏହି ଅଞ୍ଚଳର ଦେବଦାରୁ, ଚିର, ପାଇନ୍ ଜାତୀୟ ବୃକ୍ଷର ଅରଣ୍ୟରେ ଦେଖାଯାଏ। ହିମାଳୟର ଅଧିକ ଉଚ୍ଚତାବିଶିଷ୍ଟ ହିମ ଆଚ୍ଛାଦିତ ଅଞ୍ଚଳରେ କୃଷିକାର୍ଯ୍ୟ କରାଯାଇ ନଥାଏ। କେତେକ ଅଞ୍ଚଳରେ କେବଳ ଫଳଚାଷ ହୋଇଥାଏ ।
8. ଭାରତରେ ଲୋହିତ ମୃତ୍ତିକାର ଗଠନ ଓ ବିତରଣ ସଂପର୍କରେ ଆଲୋଚନା କର ।
ଉ – (i) ଲୋହିତ ମୃଭିକା ଲୋହିତ, ପୀତ ଓ ଧୂସର ମୁଭିକାର ସମ୍ମିଶ୍ରଣରେ ଗଠିତ ଏବଂ ଲୌହ ଓ ଫେରୋମ୍ୟାଗ୍ନେସିୟମ୍ ଇତ୍ୟାଦି ଖଣିଜ ପଦାର୍ଥ ଥିବା ସ୍କଟିକ ଓ ରୂପାନ୍ତରିତ ଶିଳାରୁ ସୃଷ୍ଟି ହୋଇଥାଏ।
(ii) ଏହି ମୃତ୍ତିକାରେ ଲୌହଅଂଶ ଅଧିକ ଥିବାରୁ ଏହାର ରଙ୍ଗ ଲାଲ।
(iii) ଏହି ମୃତ୍ତିକା ହାଲୁକା, ଅଧୂକ ଛିଦ୍ର ଓ ତନ୍ତୁବିଶିଷ୍ଟ ।
(iv) ଏଥିରେ ଯବକ୍ଷାରଜାନ, ଜୈବାଂଶ, ଫସ୍ଫରିକ୍ ଅମ୍ଳ ଓ ଚୂନର ଅଭାବ ଦେଖାଯାଏ; ମାତ୍ର ଏଥିରେ ପଟାସ୍ ଓ ଫସ୍ଫେଟ୍ ଅଧିକ ପରିମାଣରେ ଥାଏ।
(v) ଭାରତରେ ଏହି ମୃଭିକା ଛୋଟନାଗପୁର ମାଳଭୂମି, ଓଡ଼ିଶା ଓ କର୍ଣାଟକର ମାଳଭୂମି, ତେଲେଙ୍ଗାନା ଅଞ୍ଚଳ, ବୁନ୍ଦେଲଖଣ୍ଡ ମାଳଭୂମି, ପାଲାଘାଟ ଅଞ୍ଚଳ, ଚିତୋରଗଡ଼ ଓ ଆଜମେର ଅଞ୍ଚଳ, ମେଘାଳୟ, ମିଜୋରାମ, ମଣିପୁର ଓ ନାଗାଲାଣ୍ଡରେ ଦେଖାଯାଏ।
9. ଭାରତରେ ମୃତ୍ତିକା କ୍ଷୟ ସମ୍ବନ୍ଧରେ ଆଲୋଚନା କର ।
ଉ – (i) ଭୂପୃଷ୍ଠର ବିଭିନ୍ନ କ୍ଷୟକାରୀ ଶକ୍ତି ଓ ମାନବସମାଜର କାର୍ଯ୍ୟକଳାପ ଯୋଗୁଁ ଉପର ମୃତ୍ତିକା ସ୍ତରର କ୍ଷୟ ଘଟିଥାଏ। ଜନସଂଖ୍ୟାର ମାତ୍ରାଧୁକ ବୃଦ୍ଧି, ବିସ୍ତାରିତ ନଗରୀକରଣ, ପରିବହନପଥ ନିର୍ମାଣ, ଅରଣ୍ୟ କ୍ଷୟ, ପଶୁଚାରଣ, ଖୋଳାଭୂମି, ଅଧ୍ବକ ବୃଷ୍ଟିପାତ ମୃତ୍ତିକା କ୍ଷୟର କାରଣ।
(ii) ସ୍ଵଳ୍ପ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ; ଯଥା – ରାଜସ୍ଥାନର ମରୁଅଞ୍ଚଳ, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଭୂମିରେ ବୃକ୍ଷଲତାର ଅଭାବହେତୁ ଉପର ମୃତ୍ତିକାସ୍ତର ପବନ ଦ୍ଵାରା ପରିବାହିତ ହୋଇ କ୍ଷୟପ୍ରାପ୍ତ ହୋଇଥାଏ|
(i) ହିମାଳୟ ପର୍ବତଶ୍ରେଣୀର ଦକ୍ଷିଣ ପାର୍ଶ୍ଵ, ଆସାମ ଓ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ତଥା ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ପୃଷ୍ଠ ମୃଭିକା ନଷ୍ଟ ହୁଏ ।
(iv) ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟରେ ଜଳପ୍ରବାହ ଦ୍ବାରା ମୃତ୍ତିକା କ୍ଷୟ ହୁଏ ।
(v) ସମୁଦ୍ର ଜୁଆର ତରଙ୍ଗ ଯୋଗୁ ଓଡ଼ିଶା ଓ କେରଳର ଉପକୂଳ ଅଧିକମାତ୍ରାରେ କ୍ଷୟ ହୋଇଥାଏ ।
10. କୃଷ୍ଣକାର୍ପାସ ମୁଭିକାର ବିଶେଷତ୍ବ ଓ ବିତରଣ ବର୍ଣ୍ଣନା କର ।
ଢ - (i) କୃଷ୍ଣକାର୍ପାସ ମୃତ୍ତିକା ଡେକାନ୍ ମାଳଭୂମିର ବାସାଲ୍ଟ ଶିଳାରୁ ସୃଷ୍ଟି ହୋଇଥାଏ। ଏହାର ରଙ୍ଗ କଳା। ଏଥିରେ ଅଧ୍ୟକ ପରିମାଣରେ ଲୌହଂଶ ଥାଏ।
(ii) ଲୌହ ଓ ଆଲୁମିନିୟମ୍ର ଯୌଗିକ ମିଶ୍ରଣ, ଜୈବାଂଶ ଅଧ୍ବକ ପଟାସ୍, ଚୂନ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଆଦି ରହିଥାଏ।
(iii) ଏହି ମ୍ପଭିକାର ଉତ୍ତାପ ଓ ଜଳ ଧାରଣ କ୍ଷମତା ଅଧିକ ଥିବାରୁ ଏହା କପାଚାଷ ପାଇଁ ବିଶେଷ ଉପଯୋଗୀ ହୋଇଥାଏ।
(iv) ଏହି ମ୍ପଭିକାରେ ଯବକ୍ଷାରଜାନ, ଫସ୍ଫରସ୍ ଅମ୍ଳ ଅଂଶର ଅଭାବ ପରିଲକ୍ଷିତ ହୋଇଥାଏ।
(v) ଭାରତରେ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣାଟକ, ଛତିଶଗଡ଼, ତାମିଲନାଡୁ ଆଦି ରାଜ୍ୟରେ ଏହିପ୍ରକାର ମ୍ପରିକା ଦୃଷ୍ଟିଗୋଚର ହୁଏ।
11. ପିଟ୍ ଓ ଜଳାଭୂମି ମୃତ୍ତିକାର ବିଶେଷତ୍ଵ ଓ ବିତରଣ ବିଷୟରେ ଲେଖ।
ଊ – (i) ପିଟ୍ ସୃଭିକା ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଦେଖାଯାଏ। ମୂଳ ମୃତ୍ତିକାରେ ଅଧିକ ପରିମାଣର ଜୈବାଂଶ ଅପଘଟିତ ହୋଇ ଏହା ସୃଷ୍ଟି ହୁଏ ।
ବର୍ଷାଋତୁରେ ନିମ୍ନ ଅଞ୍ଚଳରେ ଅଧିକ ଜଳ ଜମିରହି ତୃଣ ଓ ଉଭିଦ ଇତ୍ୟାଦିକୁ ବୁଡ଼ାଇରଖେ । ଏହି ନିମଜ୍ଜିତ ଭ୍ରୂଣ ଓ ଉଭିଦ ଜଳରେ ବହୁଦିନ ରହି ପଚିଯାଇ ବା ଅପଘଟିତ ହୋଇ ଏହି ମୃଭିକା ସୃଷ୍ଟି ହୁଏ।
(ii) ଏହାର ରଙ୍ଗ କଳା ହୋଇଥାଏ। ଏହା ଅଧୂକ ଓଜନବିଶିଷ୍ଟ ଅମ୍ଳୀୟ, ଲୁଣିଆ ଓ ଜୈବାଂଶଯୁକ୍ତ ହୋଇଥାଏ। ଏଥିରେ ଫସ୍ଫେଟ୍ ଓ ପଟାସ୍ର ଅଭାବ ପରିଲକ୍ଷିତ ହୋଇଥାଏ।
(iv) ଏହି ପ୍ରକାର ମ୍ପଭିକା କେରଳ ରାଜ୍ୟର ପଶ୍ଚିମାଂଶରେ କୋଟାୟାମ୍ ଓ ଆଲାପୁଜା ଜିଲ୍ଲାରେ ଅଧିକ ପରିମାଣରେ ଦେଖାଯାଏ। ସେଠାରେ ତାହାକୁ ‘ବରି’ ମୁଭିକା ବୋଲି କୁହାଯାଏ।
(v) ଜଳାଭୂମି ମୃଭିକା ଓଡ଼ିଶା, ପଶ୍ଚିମବଙ୍ଗ ଓ ତାମିଲନାଡୁ ରାଜ୍ୟର ଉପକୂଳବର୍ତ୍ତୀ ହ୍ରଦ ଓ ପାଟମାନଙ୍କରେ, ବିହାରର କେନ୍ଦ୍ରାଞ୍ଚଳରେ ଏବଂ ଉତ୍ତରାଖଣ୍ଡର ଆଲ୍ମୋରା ଅଞ୍ଚଳରେ ଦେଖାଯାଏ ।
12. ମୃତ୍ତିକା କ୍ଷୟ ରୋକିବା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କର ।
ଉ – (i) ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସାହାଯ୍ୟରେ କେତେକ ଦୁର୍ଗମ ଭୂମି ଓ ନଦୀ କ୍ଷୟିତ ଭୂମିକୁ ବୃହତ୍ ଯୋଜନା ମାଧ୍ୟମରେ କୃଷି, ଶିଳ୍ପ ଆଦି କ୍ଷେତ୍ରରେ ବ୍ୟବହାର କରାଯାଉଛି।
(ii) ପୁନଃ ବନୀକରଣ ମାଧ୍ୟମରେ ନୂତନ ଅରଣ୍ୟ ସୃଷ୍ଟି କରିବା ଓ ଅତ୍ୟଧିକ ପଶୁଚାରଣକୁ ରୋକିବା ପାଇଁ ଆଇନ ପ୍ରଣୟନ କରାଯାଉଛି।
(iii) ବୁନ୍ଦା ଜଳସେଚନ ପ୍ରଚଳନ ଦ୍ଵାରା ମୃଭିକା କ୍ଷୟ ରୋକାଯାଉଛି।
(iv) ନଦୀଶଯ୍ୟାରେ ବନ୍ଧ ଓ ଜଳଭଣ୍ଡାର ସୃଷ୍ଟି କରାଯାଇ ଓ ନଦୀ ସଂଯୋଗ ଯୋଜନା ଦ୍ଵାରା ବନ୍ୟା ନିୟନ୍ତ୍ରଣ କରାଯାଇ ମୃତ୍ତିକା କ୍ଷୟକୁ ରୋକା ଯାଉଛି ।
13. ପେଡ଼ାଲଫର ଓ ପେଡୋକାଲ ମୃତ୍ତିକାର ସୃଷ୍ଟି ଓ ବିଶେଷତ୍ବ ଉଲ୍ଲେଖ କର ।
ଉ – (i) ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଅଧିକ ବୃଷ୍ଟିପାତ ଫଳରେ ମୃଭିକାରୁ ବାଲି, ଚୂନ, ପଟାସ୍, ସୋଡ଼ିୟମ୍, ମ୍ୟାଗ୍ନେସିୟମ୍ ଆଦି ଧାତବ ଲବଣ ଧୋଇ ହୋଇ ଯାଏ ଏବଂ ଲୌହ ଓ ଆଲୁମିନିୟମ୍ ଅଧିକ ପରିମାଣରେ ରହିଯାଏ ଏବଂ ପେଡ଼ାଲଫର ମୃଭିକା ସୃଷ୍ଟି ହୁଏ ।
(ii) ଏହି ମୃତ୍ତିକା ଲବଣାମୃଯୁକ୍ତ ଓ ସ୍ଵଚ୍ଛ ଜୈବାଂଶ ବିଶିଷ୍ଟ ହୋଇଥାଏ।
(iii) ଉତ୍ତର-ପଶ୍ଚିମ ଭାରତର ଶୁଷ୍କ ଜଳବାୟୁ ଅଞ୍ଚଳରେ ମ୍ପଭିକାରେ ଥିବା ଚୂନ ପଦାର୍ଥ ଅଧ୍ବକ ପରିମାଣରେ ସଞ୍ଚିତ ହୋଇଥାଏ।
(iv) ଏହା କମ୍ ଅମ୍ଳ ତଥା ଅଧିକ କ୍ଷାରଯୁକ୍ତ ଏବଂ ଏହି ସ୍ବଭିକାକୁ ପେଡୋକାଲ ମ୍ପରିକା କୁହାଯାଏ।
Keywords:
10th class geography mrutika sambala question answer / mrutika sambala Class 10 Mrutika Sambala Question Answer l Class 10 Geography Mrutika Sambala Question Answer
No comments:
Post a Comment