ଅର୍ଥନୈତିକ ବିକାଶ (Arthanitika Bikash) | 10th Class Economics Chapter 1


10th class economics 1st chapter question answer // arthanitika bikash / 10th class fa 1 question |10th class economics chapter 1 question answer odia medium | arthanitika vikash question answer | arthanitika bikash question answer class 10 | Meher Sir.

Arthanitika Bikash Question Answer ( Arthanitika Bikash Prashna Uttar ) 

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

(କ) ଆର୍ଥିକ ବିକାଶ କହିଲେ କ’ଣ ବୁଝ ?

ଉ – ଆର୍ଥିକ ବିକାଶ କହିଲେ ସାଧାରଣତଃ ଆର୍ଥିକ ଅଭିବୃଦ୍ଧିକୁ ବୁଝାଇଥାଏ । ଏହା କୌଣସି ଦେଶର ଓ ବ୍ୟକ୍ତିବିଶେଷଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିକୁ ବୁଝାଇଥାଏ।

(ଖ) ମୁଣ୍ଡପିଛା ଆୟ କିପରି ଆକଳନ କରାଯାଏ ?

ଉ – କୌଣସି ଦେଶର ଜାତୀୟ ଆୟକୁ ସେହି ଦେଶର ସମୁଦାୟ ଜନସଂଖ୍ୟାଦ୍ଵାରା ଭାଗକରାଯାଇ ମୁଣ୍ଡପିଛା ଆୟ ନିରୂପଣ କରାଯାଏ।

(ଗ) ଆର୍ଥିକ ବିକାଶର ପରିମାପ ଅନୁଯାୟୀ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା କେଉଁ କେଉଁ ଶ୍ରେଣୀର ?

ଉ– ଆର୍ଥିକ ବିକାଶର ପରିମାପ ଅନୁଯାୟୀ ଭାରତ ବିକାଶୋନ୍ମୁଖୀ ଶ୍ରେଣୀର ହୋଇଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା ବିକଶିତ ଶ୍ରେଣୀର ଅଟେ ।

(ଘ) ଭାରତ କେଉଁ ପ୍ରକାର ଆର୍ଥିକ ବ୍ୟବସ୍ଥା ଅନୁସରଣ କରିଛି ?

ଉ – ଭାରତ ମିଶ୍ର ଅର୍ଥ ବ୍ୟବସ୍ଥା ଗ୍ରହଣ କରିଛି ।

(ଙ) ଜଗତୀକରଣ କହିଲେ କ’ଣ ବୁଝାଯାଏ ?

ଉ - ଉତ୍ପାଦନ, ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ଇତ୍ୟାଦି କ୍ଷେତ୍ରରେ ଦେଶର ଅର୍ଥନୀତିକୁ ବିଶ୍ବ ଅର୍ଥନୀତି ସହିତ ଏକତ୍ରୀକରଣ କରିବା ବ୍ୟବସ୍ଥାକୁ ଜଗତୀକରଣ କୁହାଯାଏ।

(ଚ) ଭାରତରେ କୃଷି କେଉଁ ମାଲିକାନାର ଅନ୍ତର୍ଭୁକ୍ତ ?

ଉ – ଆମ ଦେଶର କୃଷି ଘରୋଇ ମାଲିକାନାର ଅନ୍ତର୍ଭୁକ୍ତ ।

(ଛ) ଆର୍ଥିକ ଉଦାରୀକରଣ ନୀତି ଭାରତରେ କେବେଠାରୁ ପ୍ରଚଳନ ହେଲା ?

ଉ – ଭାରତରେ ଆର୍ଥିକ ଉଦାରୀକରଣ ନୀତି 1991 ମସିହାରେ ପ୍ରଚଳନ ହୋଇଥିଲା ।

 (ଜ) ବିଶ୍ଵ ବାଣିଜ୍ୟ ସଂଗଠନ କେବେ ଓ କେଉଁଠାରେ ସୃଷ୍ଟି ହେଲା ?

ଉ – ବିଶ୍ଵ ବାଣିଜ୍ୟ ସଂଗଠନ 1995 ମସିହାରେ ସ୍ଵିଜରଲ୍ୟାଣ୍ଡ୍‌ର ଜେନିଭାଠାରେ ସୃଷ୍ଟି ହୋଇଥିଲା।

 (ଝ) 1991 ମସିହାରେ ଆମ ଦେଶରେ ମୁଦ୍ରାଷ୍ଟୀତି କେତେ ଥିଲା ?

ଭ – 1991 ମସିହାରେ ଆମ ଦେଶରେ ମୁଦ୍ରାଷ୍ଟୀତିର ହାର 12% ଥିଲା ।

2. ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

(କ) ଆର୍ଥିକ ବିକାଶ :

ଉ– (a) ଆର୍ଥିକ ବିକାଶ କହିଲେ ଆମେ ସାଧାରଣତଃ ଆର୍ଥିକ ଅଭିବୃଦ୍ଧିକୁ ବୁଝାଇଥାଉ ।

(b) ଆର୍ଥିକ ଅଭିବୃଦ୍ଧି ଦେଶର ଜାତୀୟ ଆୟ ତଥା ବ୍ୟକ୍ତିଗତ ଆୟ ଅଭିବୃଦ୍ଧିଦ୍ୱାରା ସମ୍ଭବ ହୋଇଥାଏ।

(c) କୌଣସି ଦେଶର ତଥା ବ୍ୟକ୍ତିବିଶେଷଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିକୁ ଆର୍ଥିକ ବିକାଶ କୁହାଯାଏ।

(ଖ) ଉଦାରୀକରଣ:

ଭ – (a) ନୂତନ ଆର୍ଥିକ ନୀତି ଅନୁଯାୟୀ 1991 ମସିହାରେ ଏହି ବ୍ୟବସ୍ଥା ପ୍ରଥମେ ପ୍ରଚଳିତ ହୋଇଥିଲା।

(b) ଏହା ଅନୁସାରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରର ଆମଦାନି ଏବଂ ରପ୍ତାନିପାଇଁ ପ୍ରଚଳିତ ସରକାରୀ କଟକଣା; ଯଥା- ଲାଇସେନ୍ସ ଫି, ଟ୍ୟାକ୍ଟର ଉଚ୍ଛେଦ ହୋଇଥିଲା।

(c) ବହୁରାଷ୍ଟ୍ରୀୟ କମ୍ପାନୀମାନେ କି ପ୍ରକାର ଦ୍ରବ୍ୟ ଉତ୍ପାଦନ କରିବେ ଏବଂ କେତେ ପରିମାଣର ଉତ୍ପାଦନ କରିବେ ତାହାର ସ୍ଵାଧୀନତା ପ୍ରଦାନ କରାଯାଇଛି।

(ଗ) ବିକଶିତ ଦେଶ :

ଉ – (a) ଯେଉଁ ଦେଶଗୁଡ଼ିକର ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରତ ଅବସ୍ଥାରେ ଥାଏ ଏବଂ ମୁଣ୍ଡପିଛା ଆୟ ଅଧୂକ ଥାଏ, ସେଗୁଡ଼ିକୁ ବିକଶିତ ଦେଶ କୁହଯାଏ।

(b) ବିକଶିତ ଦେଶମାନଙ୍କରେ ବସବାସ କରୁଥିବା ଲୋକମାନଙ୍କର ଦୈନନ୍ଦିନ ଜୀବନଯାପନ ଅତି ଉଚ୍ଚମାନର ଏବଂ ଉନ୍ନତମାନର ଅଟେ।

(c) ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଫ୍ରାନ୍ସ ଓ ଇଂଲଣ୍ଡ ଆଦି ବିକଶିତ ଦେଶର ଅନ୍ତର୍ଗତ।

(ଘ) ଘରୋଇ କରଣ :

ଉ – (a) 1991 ମସିହାରେ ପ୍ରବର୍ତ୍ତିତ ନୂତନ ଆର୍ଥିକ ନୀତିର ଏକ ପ୍ରଚଳିତ କାର୍ଯ୍ୟକ୍ରମ ହେଲା ଘରୋଇକରଣ। (b) ଘରୋଇକରଣ ଅନୁସାରେ ପୂର୍ବରୁ ସରକାରଙ୍କ ଉଦ୍ୟୋଗ ପାଇଁ ସଂରକ୍ଷିତ କ୍ଷେତ୍ରଗୁଡ଼ିକରେ ଅଧ୍ଯକରୁ ଅଧିକ ଘରୋଇ ଉଦ୍ୟୋଗ ପ୍ରତିଷ୍ଠାପାଇଁ ଉତ୍ସାହିତ କରାଯାଇଛି।

(c) ବିଭିନ୍ନ କ୍ଷେତ୍ରରେ ଘରୋଇ ଉଦ୍ୟୋଗମାନେ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ସହିତ ପ୍ରତିଯୋଗୀ ହୋଇ ଉତ୍ପାଦନ କରିବାପାଇଁ ଗୁରୁତ୍ଵ ଦିଆଯାଇଛି।

(d) ଏହି ବ୍ୟବସ୍ଥାରେ 18 ଟି କ୍ଷେତ୍ରରେ ସରକାରୀ ଉଦ୍ୟୋଗର ନୀତିକୁ କୋହଳ କରାଯାଇ ଉକ୍ତ ଉଦ୍ୟୋଗଗୁଡ଼ିକର ଏକଚାଟିଆ ବ୍ୟବସ୍ଥା କରାଯାଇଛି।

(ଙ) ବିକାଶୋନ୍ମୁଖୀ ଦେଶ :

ଭ – (a) ବିକାଶୋନ୍ମୁଖୀ ଦେଶମାନଙ୍କର ଅଧିକାଂଶ ଅଧିବାସୀ ଗରିବ ଓ ସେମାନଙ୍କର ଜୀବନଯାପନ ଅତି ନିମ୍ନମାନର । (b) ଏହି ଦେଶର ଜନସଂଖ୍ୟା ବୃଦ୍ଧି ଅଣନିୟନ୍ତ୍ରିତ ଏବଂ ମୁଣ୍ଡପିଛା ଆୟ ବହୁତ କମ୍।

(c) ଜନସଂଖ୍ୟା ବୃଦ୍ଧିହେତୁ ଏହି ଦେଶର ସମ୍ବଳ ଉପରେ ଅତ୍ୟଧିକ ଚାପ ପଡ଼ିଥାଏ ।

(d) ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଙ୍ଗଲାଦେଶ ଆଦି ରାଷ୍ଟ୍ରଗୁଡ଼ିକ ବିକାଶୋନ୍ମୁଖୀ ଦେଶର ଅନ୍ତର୍ଗତ।

 (ଚ) ମିଶ୍ର ଅର୍ଥନୀତି :

ଭ – (a) ଭାରତର ସ୍ଵାଧୀନତା ପରଠାରୁ ମିଶ୍ର ଅର୍ଥନୀତି ଅନୁସରଣ କରାଯାଇଥିଲା ।

(b) ଏହି ଅର୍ଥନୀତି ଉଭୟ ପୁଞ୍ଜିବାଦ ଓ ସମାଜବାଦ ବ୍ୟବସ୍ଥାର ମିଶ୍ରଣ ଅଟେ ।

(c) ଏହି ବ୍ୟବସ୍ଥାଦ୍ଵାରା ଦେଶର ଅଧ‌ିକ ପ୍ରଗତି ହୋଇଥାଏ।

(d) ଏହି ନୀତି ଅନୁସାରେ ଶିଳ୍ପକ୍ଷେତ୍ରରେ ଉଭୟେ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ସହିତ ଦେଶର ଆର୍ଥିକ ପ୍ରଗତିରେ କାର୍ଯ୍ୟ କରିବାପାଇଁ ବ୍ୟବସ୍ଥା ରହିଛି।

(e) ଭାରତର ରେଳସେବା, ଡାକସେବା ଓ ଅନ୍ୟାନ୍ୟ ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଓ ପରିଚାଳିତ ସଂସ୍ଥାଗୁଡ଼ିକ ଜନକଲ୍ୟାଣ ନିମନ୍ତେ କାର୍ଯ୍ୟ କରି ଥାଆନ୍ତି।

(ଛ) ବିଶ୍ଵ ବାଣିଜ୍ୟ ସଂଗଠନ :

ଊ – (a) 1995 ମସିହାରେ ଜାତିସଂଘର ବିଭିନ୍ନ ସଦସ୍ୟ ଓ ରାଷ୍ଟ୍ରଙ୍କୁ ନେଇ ‘ବିଶ୍ଵ ବାଣିଜ୍ୟ ସଂଗଠନ’ ସୃଷ୍ଟି କରାଯାଇଛି। (b) ବିଶ୍ବର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଦ୍ରବ୍ୟ ଓ ସେବାକ୍ଷେତ୍ରରେ ନିୟମାବଳୀ ପ୍ରବର୍ତ୍ତନ କରି ବାଣିଜ୍ୟ କାରବାର ବୃଦ୍ଧି କରି ବିଶ୍ବ ଅର୍ଥନୀତିକୁ ସମୃଦ୍ଧ କରିବା ଓ ବିକାଶୋନ୍ମୁଖୀ ଦେଶମାନଙ୍କର ଆର୍ଥିକ ପ୍ରଗତିରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ ।

(c) ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ଵିଜରଲାଣ୍ଡର ଜେନିଭାଠାରେ ଅବସ୍ଥିତ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 150ଟି ଦେଶ ଏହାର ସଦସ୍ୟ ଅଟନ୍ତି ।

(ଜ) ଜଗତୀକରଣ :

(a) ଉତ୍ପାଦନ, ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ଇତ୍ୟାଦି କ୍ଷେତ୍ରରେ ଦେଶର ଅର୍ଥନୀତିକୁ ବିଶ୍ବ ଅର୍ଥନୀତି ସହିତ ଏକତ୍ରୀକରଣ ବ୍ୟବସ୍ଥାକୁ ଜଗତୀକରଣ କୁହାଯାଏ।

(b) ଜଗତୀକରଣ ଏକ ବଜାରଭିଭିକ ଅର୍ଥନୀତି, ଯାହା ଅନୁସାରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆମ ଦେଶରେ କଳକାରଖାନାମାନଙ୍କରେ ଅଧ‌ିକ ପୁଞ୍ଜି ବିନିଯୋଗ କରି ପାରିବେ ।

(c) ଆମ ଦେଶର ଶିଜୋଦ୍ୟୋଗୀମାନେ ବିଭିନ୍ନ ଦେଶରେ ପ୍ରତିଷ୍ଠାନ କରି ପୁଞ୍ଜି ବିନିଯୋଗ କରି ପାରିବେ।

 ଝ) ବହୁରାଷ୍ଟ୍ରୀୟ କମ୍ପାନୀ :

 (a) ଯେଉଁ କମ୍ପାନୀମାନେ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ ନିମିତ୍ତ ସମଗ୍ର ପୃଥ‌ିବୀରେ ଉପଲବ୍‌ଧ କରାଇଥାନ୍ତି ଏବଂ ସେହି ଦ୍ରବ୍ୟଗୁଡ଼ିକୁ ତିଆରି କରିବା ପାଇଁ ଏବଂ ସେ ସମ୍ବନ୍ଧୀୟ ସେବା ଯୋଗାଇ ଦେବା ପାଇଁ ପୃଥ‌ିବୀର ବିଭିନ୍ନ ଦେଶର ସାହାଯ୍ୟ ନେଇଥାନ୍ତି, ସେଗୁଡ଼ିକୁ ବହୁରାଷ୍ଟ୍ରୀୟ କମ୍ପାନୀ କୁହାଯାଏ।

(b) ଏହି କମ୍ପାନୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଯେତେ କମ୍ ଖର୍ଚ୍ଚରେ ତିଆରି କରି ବଜାରରେ ଅଧ‌ିକରୁ ଅଧୂକ ଲାଭ ପାଇପାରିବେ ସେଇ ଅନୁସାରେ ଯୋଜନା କରି କାର୍ଯ୍ୟ କରିଥାନ୍ତି ।

(c) ବହୁରାଷ୍ଟ୍ରୀୟ କମ୍ପାନୀ ବହୁ ଶକ୍ତିଶାଳୀ, ପ୍ରତିପତ୍ତିଶାଳୀ ଓ ପ୍ରଭାବଶାଳୀ ଏବଂ କେତେକ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ବିକାଶଶୀଳ ଦେଶମାନଙ୍କ ବାର୍ଷିକ ବଜେଟଠାରୁ ମଧ୍ୟ ଅଧିକ ହୋଇଥାଏ । ପାର୍ଥକ୍ୟ ଦର୍ଶାଅ।

(କ) ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ।

ଊ ଜାତୀୟ ଆୟ :

(a) କୌଣସି ଦେଶର ଏକ ନିର୍ଦ୍ଦିଷ୍ଟ ବର୍ଷ ମଧ୍ୟରେ ଉତ୍ପାଦିତ ହୋଇଥିବା ସମସ୍ତ ଦ୍ରବ୍ୟ ଏବଂ ସେବାର ମୁଦ୍ରାଗତ ମୂଲ୍ୟ ସହିତ ବହିରାଗତ ବା ବିଦେଶରୁ ଆସୁଥୁବା ଆୟର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ।

(b) ଯାହାକୁ GDP ବା Gross Domestic Product କୁହାଯାଏ ।

ମୁଣ୍ଡପିଛା ଆୟ :

(a) ଏକ ନିର୍ଦ୍ଦିଷ୍ଟ ବର୍ଷର ଦେଶର ଜାତୀୟ ଆୟକୁ ସେହି ବର୍ଷର ସମୁଦାୟ ଜନସଂଖ୍ୟା ଦ୍ଵାରା ଭାଗକରାଯାଇ ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ।

(b) ମୁଣ୍ଡପିଛା ଆୟକୁ ଭିଭିକରି ଦେଶଗୁଡ଼ିକ ବିକଶିତ ବା ବିକାଶୋନ୍ମୁଖୀ ରାଷ୍ଟ୍ରରେ ଭାଗକରାଯାଏ ।

 (ଖ) ବିକାଶୋନ୍ମୁଖୀ ଦେଶ ଓ ବିକଶିତ ଦେଶ ।

ଉ– ବିକାଶୋନ୍ମୁଖୀ ଦେଶ:

(a) ଯେଉଁ ଦେଶର ଜନସଂଖ୍ୟା ବୃଦ୍ଧି ଅନିୟନ୍ତ୍ରତ ଏବଂ ମୁଣ୍ଡପିଛା ଆୟ ବହୁତ କମ୍ ସେମାନଙ୍କୁ ବିକାଶୋନ୍ମୁଖୀ ଦେଶ କୁହାଯାଏ ।

(b) ଏହି ରାଷ୍ଟ୍ରଗୁଡ଼ିକର ଜନସାଧାରଣ ଗରିବ, ଆୟ କମ୍ ଓ ଦୈନନ୍ଦିନ ଜୀବନଯାପନ ପ୍ରଣାଳୀ ନିମ୍ନମାନର ଅଟେ। 

(c) ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଆଦି ବିକାଶୋନ୍ମୁଖୀ ଦେଶର ଅନ୍ତର୍ଗତ।

ବିକଶିତ ଦେଶ:

(a) ଯେଉଁ ଦେଶଗୁଡ଼ିକର ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରିତ ଅବସ୍ଥାରେ ଥାଏ ଏବଂ ମୁଣ୍ଡପିଛା ଆୟ ଅଧ‌ିକ ଥାଏ ସେଗୁଡ଼ିକୁ ବିକଶିତ ଦେଶ କୁହାଯାଏ।

(b) ଏହି ରାଷ୍ଟ୍ରଗୁଡ଼ିକର ଜନସାଧାରଣ ଧନୀ, ଆୟ ଅଧ‌ିକ, ମୁକ୍ତ ଏବଂ ଉନ୍ନତ ଜୀବନଯାପନ ପ୍ରଣାଳୀ ଅବଲମ୍ବନ କରନ୍ତି।

(c) ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଜାପାନ, ଫ୍ରାନ୍ସ ଆଦି ବିକଶିତ ଦେଶ।

(ଗ) ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଓ ସମାଜବାଦୀ ଅର୍ଥ ବ୍ୟବସ୍ଥା

ଉ– ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା:

(a) ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାରେ ସାଧାରଣତଃ ଦେଶର ବୃଦ୍ଧି ଓ ଶିଳୋଦ୍ୟୋଗଗୁଡ଼ିକ ଘରୋଇ । ବ୍ୟକ୍ତି ବିଶେଷଙ୍କ ମାଲିକାନାରେ ଥାଏ।

(b) ଏହି ବ୍ୟବସ୍ଥାରେ ମାଲିକମାନେ ଲାଭ ପାଇବାର ଲକ୍ଷ୍ୟ ରଖି କାର୍ଯ୍ୟ କରିଥାନ୍ତି।

ସମାଜବାଦୀ ଅର୍ଥ ବ୍ୟବସ୍ଥା:

(a) ସମାଜବାଦୀ ଅର୍ଥ ବ୍ୟବସ୍ଥାରେ ଦ୍ରବ୍ୟ ଓ ସେବା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ । ପରିଚାଳିତ ହୋଇଥାଏ।

(b) ଏହି ବ୍ୟବସ୍ଥାରେ ଲାଭ ପାଇବା ଅପେକ୍ଷା ଜନକଲ୍ୟାଣ ଉପରେ ଗୁରୁତ୍ବ ଦିଆଯାଇଥାଏ ।

(ଘ) ଆର୍ଥିକ ଅଭିବୃଦ୍ଧି ଓ ଆର୍ଥିକ ବିକାଶ

ଊ– ଆର୍ଥିକ ଅଭିବୃଦ୍ଧି:

(a) ଆର୍ଥିକ ଅଭିବୃଦ୍ଧି ଦ୍ବାରା ହିଁ ଆର୍ଥନୀତିକ ବିକାଶ ସମ୍ଭବ ହୋଇଥାଏ।

(b) କୌଣସି ଦେଶର ମୋଟ ଜାତୀୟ ଆୟ ଓ ମୁଣ୍ଡପିଛା ଆୟରେ କ୍ରମାଗତ ବୃଦ୍ଧି ଦ୍ବାରା ସେ ଦେଶର ଆର୍ଥିକ ଅଭିବୃଦ୍ଧି ହୋଇଥାଏ।

ଆର୍ଥିକ ବିକାଶ :

(a) ଆର୍ଥିକ ବିକାଶରେ ଆର୍ଥିକ ଅଭିବୃଦ୍ଧି ସହିତ ଲୋକମାନଙ୍କର ଜୀବନଧାରଣର ମାନ ଓ ଆର୍ଥିକ ଅବସ୍ଥାର ଉନ୍ନତି, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିର ମଧ୍ୟ ଆବଶ୍ୟକତା ରହିଛି।

(b) ଆର୍ଥନୀତିକ ବିକାଶ ନିରୂପଣ କରିବା ପାଇଁ ମୋଟ ଜାତୀୟ ଆୟ ଓ ମୁଣ୍ଡପିଛା ଆୟକୁ ଆଧାର ଭାବେ ଗ୍ରହଣ କରାଯାଇଥାଏ ।

4. ଜଗତୀକରଣ ବ୍ୟବସ୍ଥା ଭାରତର ଆର୍ଥିକ ବ୍ୟବସ୍ଥାକୁ କିପରି ପ୍ରଭାବିତ କରିଛି ବର୍ଣ୍ଣନା କର ।

ଉ – (i) ଜଗତୀକରଣ ଦ୍ଵାରା ଆମ ଦେଶ ସମଗ୍ର ବିଶ୍ବ ସହିତ ଉତ୍ପାଦନ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସାମିଲ ହୋଇପାରିଛି।

(ii) ବିଦେଶୀ ଶିଳ୍ପପତି ତଥା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆମ ଦେଶରେ ପୁଞ୍ଜି ବିନିଯୋଗ, କଳକାରଖାନା ସ୍ଥାପନ ଓ ସେମାନଙ୍କ ଦ୍ରବ୍ୟ ଆମ ଦେଶରେ ଯୋଗାଇବା ପାଇଁ ବିଭିନ୍ନ ସରକାରୀ କଟକଣା କୋହଳ କରାଯାଇଛି। 

(iii) ଆମ ଦେଶର ଶିଜୋଦ୍ୟୋଗୀମାନେ ମଧ୍ୟ ଅନ୍ୟ ଦେଶରେ ବିଭିନ୍ନ ପ୍ରକାର କଳକାରଖାନା ସ୍ଥାପନ କରି ପୁଞ୍ଜି ବିନିଯୋଗ କରିବା ସହିତ ସେ ସବୁ ଦେଶରେ ଆମ ଦେଶର ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ ନିମନ୍ତେ ଅନୁମତି ପାଇଛନ୍ତି । 

(iv) ପୂର୍ବରୁ ପ୍ରଚଳିତ ଥିବା ବିଭିନ୍ନ ପ୍ରକାର ଟିକସ ଓ ଶୁଳ୍କ ହ୍ରାର ହ୍ରାସ ବା ଉଚ୍ଛେଦ କରିବା ସହିତ ଭାରତ ସରକାର ଏ କ୍ଷେତ୍ରରେ ଥିବା କେତେକ କଟକଣା କୋହଳ କରିବା ପରି ପଦକ୍ଷେପ ନେଇଛନ୍ତି । 


Keywords:

10th class arthanitika bikash question answer pdf download

10th class arthanitika bikash question answer pdf

10th class arthanitika bikash question answer chapter 1

10th class arthanitika bikash question answer mcq

10th class economics 1st chapter question answer

arthanitika bikash class 10

10th class fa 1 question economics

bse odisha 10th class economics chapter 1

ଅର୍ଥନୈତିକ ବିକାଶ ଦଶମ ଶ୍ରେଣୀ

class 10 economics chapter 1 question answer odia medium

10th class economics chapter 1 notes odia

fa 1 exam question paper 2026 class 10

No comments:

Post a Comment