ଜଳ ସମ୍ବଳ | Jala Sambala 10th Class Geography Odia Medium | Chapter 3 Question Answer


ଜଳ ସମ୍ବଳ | Jala Sambala 10th Class Geography Odia Medium | Chapter 3 Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

ବହୁ ସମ୍ଭାବିତ ଉତ୍ତରମୂଳକ ପ୍ରଶ୍ନ :

1. ନିମ୍ନରେ ଦିଆଯାଇଥିବା ତଥ୍ୟକୁ ଆଧାର କରି ପ୍ରତ୍ୟେକ ଅଞ୍ଚଳକୁ ‘ଜଳାଭାବ ଅଛି’ ଏବଂ ‘ଜଳାଭାବ ନାହିଁ” ରୂପେ ଚିହ୍ନିତ କର ।

(a) ବାର୍ଷିକ ଅଧିକ ବୃଷ୍ଟି ପାଉଥ‌ିବା ଅଞ୍ଚଳ।

(b) ବାର୍ଷିକ ଅଧ‌ିକ ବୃଷ୍ଟି ପାଉଥିବା ଏକ ଜନାକୀର୍ୟ ଅଞ୍ଚଳ।

(c) ବାର୍ଷିକ ବୃଷ୍ଟି ପରିମାଣ ଅଧିକ; ମାତ୍ର ଜଳ ବିଶେଷଭାବେ ପ୍ରଦୂଷିତ ।

(d) ଅଳ୍ପ ବୃଷ୍ଟି ପାଉଥବା ଜଳବିରଳ ଅଞ୍ଚଳ।

ଉତ୍ତର

(a) ଜଳାଭାବ ନାହିଁ

(b) ଜଳାଭାବ ନାହିଁ

(c) ଜଳାଭାବ ଅଛି

(d) ଜଳାଭାବ ଅଛି

2. ନିମ୍ନଲିଖତ କେଉଁ ଉକ୍ତିଟି ବହୁମୁଖୀ ନଦୀବନ୍ଧ ଯୋଜନା ସମ୍ବନ୍ଧରେ ଅନୁକୂଳ ମନ୍ତବ୍ୟ ନୁହେଁ ?

(a) ଜଳଭାବ ପ୍ରପୀଡ଼ିତ ଅଞ୍ଚଳକୁ ବହୁମୁଖୀ ନଦୀବନ୍ଧ ଯୋଜନା ଜଳ ଯୋଗାଇଥାଏ।

(b) ବହୁମୁଖୀ ନଦୀବନ୍ଧ ଯୋଜନାଗୁଡ଼ିକ ଜଳ ପ୍ରବାହର ସୁବ୍ୟବସ୍ଥା କରି ବନ୍ୟା ନିୟନ୍ତ୍ରଣ କରେ । 

(c) ବହୁମୁଖୀ ନଦୀବନ୍ଧ ଯୋଜନା ଅନେକ ଲୋକଙ୍କର ଭିଟାମାଟି ଓ ଜୀବକର୍ଜନ ପନ୍ଥା ହରାଇବାକୁ ବାଧ୍ୟକରେ। 

(d) ‘ବହୁମୁଖୀ ନଦୀବନ୍ଧ ଯୋଜନା’ ଶିଳ୍ପ ଓ ଘରୋଇ ବ୍ୟବହାର ନିମନ୍ତେ ଜଳବିଦ୍ୟୁତ ଶକ୍ତ ଉତ୍ପାଦନ କରିଥାଏ । 

(b) ବହୁମୁଖୀ ନଦୀବନ୍ଧ ଯୋଜନା ଅନେକ ଲୋକଙ୍କର ଭିଟାମାଟି ଓ ଜୀବିକାର୍ଜନ ପନ୍ଥା ହରାଇବାକୁ ବାଧ୍ୟକରେ 

3) ନିମ୍ନରେ କେତେକ ଭୁଲ୍ ତଥ୍ୟବିଶିଷ୍ଟ ଉକ୍ତି ଦିଆଯାଇଛି । ଭୁଲ୍‌ଟିକୁ ବାଛ ଏବଂ ସେଗୁଡ଼ିକୁ ଠିକ୍ କରି ଲେଖ ।

(a) ଅଧ‌ିକ ଜନସଂଖ୍ୟା ଓ ଘନତ୍ବବିଶିଷ୍ଟ ସହରଗୁଡ଼ିକର ସଂଖ୍ୟା ବହୁଗୁଣିତ ହେବା ଓ ସହରୀ ଜୀବନ ଧାରଣ ରୀତି ଜଳ ସମ୍ବଳର ସୁବିନିଯୋଗରେ ସାହାଯ୍ୟ କରୁଛି ।

(b) ନଦୀ ଉପରେ ବନ୍ଧ ନିର୍ମାଣ କରି ଓ ଏହାର ଗତି ନିୟନ୍ତ୍ରଣ କରିବା ଦ୍ଵାରା ଏହାର ପ୍ରାକୃତିକ ପ୍ରବାହ ଏବଂ ଅବକ୍ଷେପଣ ପ୍ରଭାବିତ ହୋଇନଥାଏ ।

(c) ଗୁଜରାଟର ସାବରମତି ନଦୀ ଅବବାହିକାରେ ବସବାସ କରୁଥିବା ଚାଷୀମାନେ ମରୁଡ଼ି ସମୟରେ ସହରକୁ ଜଳ ଯୋଗାଣର ଅଗ୍ରାଧିକାର ଦେବା ଦ୍ବାରା ଉତ୍ତେଜିତ ହୋଇନଥିଲେ ।

(d) ରାଜସ୍ଥାନ କେନାଲ୍ ଦ୍ବାରା ବହୁଳ ପରିମାଣରେ ଜଳ ଉପଲବ୍ଧ ହେଉଥିଲେ ମଧ୍ୟ ଜଳ ଅମଳ ବ୍ୟବସ୍ଥା ଜନାଦୃତ ହୋଇଛି।

ଉତ୍ତର

(a) କରୁ ନାହିଁ (b) ହୋଇଥାଏ (c) ହୋଇଥିଲେ (d) ହୋଇନାହିଁ

4. ନିମ୍ନଲିଖ୍ତ ପ୍ରତ୍ୟେକର ଉତ୍ତର ପ୍ରାୟ 30ଟି ଶବ୍ଦରେ ଲେଖ ।

a)ଜଳ କିପରି ଏକ ଅସରନ୍ତି ସମ୍ବଳ, ବୁଝାଅ।

(i) ଜଳ ଏକ ମୁଖ୍ୟ ଜାତୀୟ ସମ୍ବଳ ଏବଂ ଏକ ଅମୂଲ୍ୟ ଜାତୀୟ ସମ୍ପତ୍ତି ଏବଂ ଅସରନ୍ତି ସମ୍ବଳ। ଜଳ ସମ୍ବଳ କହିଲେ ମାଟି ଭିତରେ ଥିବା ଭୂତଳ ଜଳ ଏବଂ ନଦୀ, ନାଳ ଓ ଝରଣା ଆଦି ଭୂପୃଷ୍ଠସ୍ଥ ଜଳକୁ ବୁଝାଏ । 

(ii) ମୌସୁମୀ ବୃଷ୍ଟିଦ୍ଵାରା ଜଳ ଭୂପୃଷ୍ଠରେ ଦେଖାଯାଏ । ଜଳଚକ୍ର ଦ୍ଵାରା ଏହାର ନିରନ୍ତର ନବୀକରଣ ଓ ଭରଣା ହେଉଥାଏ । ସମଗ୍ର ଜଳରାଶି ଜଳଚକ୍ର ମଧ୍ୟ ଦେଇ ଗତି କରିଥାଏ, ତେଣୁ ଏହାକୁ ଅସରତି ସମ୍ବଳ କୁହାଯାଏ ।

(b) ଜଳାଭାବ କ’ଣ ଓ କେଉଁ କେଉଁ କାରଣଗୁଡ଼ିକ ଏଥପାଇଁ ଦାୟୀ ?

ଭ— (i) ବୃଷ୍ଟିପାତ ନ ହେଲେ, ଅନିୟମିତ ହେଲେ ବା ମରୁଡ଼ି ହେଲେ ଜଳାଭାବ ଘଟିଥାଏ । ମୌସୁମୀବାୟୁ, ଅନିଶ୍ର, ଅସମାନ, ଅନିୟମିତ । ତେଣୁ ବର୍ଷର ସବୁ ସମୟରେ ସବୁ ସ୍ଥାନରେ ସମାନ ପରିମାଣରେ ବର୍ଷା ହୁଏ ନାହିଁ 

(ii) ଜନସଂଖ୍ୟାର ବୃଦ୍ଧି, ଅରଣ୍ୟକ୍ଷୟ, ଖାଦ୍ୟର ଆବଶ୍ୟକତା, ଅର୍ଥକରୀ ଫସଲର ଚାହିଦା, ଜୀବନଧାରଣର ମ ଏବଂ ସହରୀକରଣ ବୃଦ୍ଧି ଫଳରେ ଜଳାଭାବ ଦେଖାଯାଉଛି । ଭୂଗର୍ଭ ଜଳର ବହୁଳ ବ୍ୟବହାର ଜଳାଭାବ ଅନ୍ୟଏକ କାରଣ।

(iii) ବହୁମୁଖୀ ନଦୀବନ୍ଧ ଯୋଜନାର ଉପକାରିତା ଓ ଅପକାରିତା ସମ୍ବନ୍ଧରେ ଏକ ତୁଳନାତ୍ମକ ସଂକ୍ଷିପ୍ତ ବିବରଣ

ପ୍ରଦାନ କର ।

ଉ –ଉପକାରିତା :

(i) ବହୁମୁଖୀ ନଦୀବନ୍ଧ ଯୋଜନାଦ୍ବାରା କୃଷିର ବିକାଶ ଓ ଦ୍ରୁତ ଶିଳ୍ପାୟନ ଓ ଗ୍ରାମ୍ୟ ଅର୍ଥନୀତି ଏବଂ ସହରୀ ଅର୍ଥନୀତି  ମଧ୍ୟରେ ସମନ୍ବୟ ସ୍ଥାପିତ ହୋଇପାରୁଛି ।

(ii) ବନ୍ୟାନିୟନ୍ତ୍ରଣ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ଯୋଗାଣ, ଆଭ୍ୟନ୍ତରୀଣ ଜଳ ପରିବହନ, ବନୀକରଣ ଆଦି ବହୁବି ଉପକାର ସାଧୂ ହୋଇପାରୁଛି ।

ଅପକାରିତା :

(iii) ନଦୀବନ୍ଧ ଯୋଜନାର ଅପକାରିତାଗୁଡ଼ିକ ହେଲା - ପ୍ରାକୃତିକ ଜଳପ୍ରବାହରେ ବାଧା, ପଟୁ ଜମାହୋଇ ଗଭୀରତ ହ୍ରାସ, ଜଳ ଜୀବମାନଙ୍କର ବାସସ୍ଥାନ ନଷ୍ଟ, ମୃତ୍ତିକା କ୍ଷୟ, ପରିବେଶ କ୍ଷୁଣ୍ଣ ହେବା ଆଦି ଅନେକ ବାଧା ଉପୁଜିଥାଏ।

3. ନିମ୍ନଲିଖତ ପ୍ରତ୍ୟେକର ଉତ୍ତର ପ୍ରାୟ 120ଟି ଶବ୍ଦରେ ଲେଖ।

(i) ରାଜସ୍ଥାନର ଅର୍ଷଶୁଷ୍କ ଅଞ୍ଚଳରେ କିପରି ବୃଷ୍ଟି ଜଳ ଅମଳ କରାଯାଇଛି, ଆଲୋଚନା କର ।

ଊ – (i) ରାଜସ୍ଥାନର ଅଶୁଷ୍କ ଅଞ୍ଚଳରେ କୃଷିକ୍ଷେତ୍ରରେ ବୃଷ୍ଟିଜଳ ସଂଗ୍ରହ ପାଇଁ ଜୈସାଲ୍‌ମାର୍ ଅଞ୍ଚଳରେ ଖାଡ଼ିନ୍ ଏବଂ ରାଜସ୍ଥାନର ଅନ୍ୟାନ୍ୟ ସ୍ଥାନରେ ‘ଜୋହାଦ୍’ ନାମକ ସଂରଚନା ନିର୍ମାଣ କରୁଥିଲେ। ଜଳ ସେଠାରେ ସଞ୍ଚିତ ହୋଇ ରହି ମୃତ୍ତିକାକୁ ବତର ରଖୁଥିଲା ।

(ii) ରାଜସ୍ଥାନର ବିକାନିର୍, ଫାଲୋଡି ଓ ବାରମାର ଜିଲ୍ଲାମାନଙ୍କରେ ଭୂଗର୍ଭ ଜଳାଶୟ ଥାଏ। ଏହାକୁ ଟନକା କୁହାଯାଏ। ଏଗୁଡ଼ିକ ଛାତ ଉପରେ ବୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ ।

(iii) ଏହି ଟନକାଗୁଡ଼ିକ ଘରର ଅଗଣା କିମ୍ବା ସବୁଠାରୁ ବଡ଼ କୋଠରି ମଧ୍ଯରେ ତିଆରି କରାଯାଉଥିଲା। ଗୋଟିଏ ପାଇପ୍ ଯୋଗେ ଏଗୁଡ଼ିକୁ ଗଡ଼ାଣିଆ ଛାତସହ ସଂଯୋଗ କରାଯାଏ ।

(iv) ପ୍ରଥମ ଅସରା ବର୍ଷା ପରବର୍ତ୍ତୀ ବୃଷ୍ଟି ଜଳକୁ ପାଇପ୍ ଭିତର ଦେଇ ଟନକାରେ ସଂଗୃହୀତ କରାଯାଏ । ଏହି ସଂଗୃହୀତ ଜଳ ଏକ ନିର୍ଭରଯୋଗ୍ୟ ଉତ୍ସ ଭାବେ କାମରେ ଆସେ । ଏହାକୁ ‘ପଲାରପାନି’ କୁହାଯାଏ।

(v) ଆଜିକାଲି ରାଜସ୍ଥାନରେ ଛାତ ଉପରେ ଜଳ ଅମଳ ବ୍ୟବସ୍ଥା କମିବାରେ ଲାଗିଛି। ତାହାର କାରଣ ହେଲା ରାଜସ୍ମା କେନାଲ୍‌ରୁ ବର୍ଷସାରା ପ୍ରଚୁର ପରିମାଣରେ ଜଳ ମିଳିଯାଉଛି ।

(ii) ପାରମ୍ପରିକ ବୃଷ୍ଟିଜଳ ଅମଳ ପଦ୍ଧତିର ଆଧୁନିକୀକରଣ ଜଳ ସଂରକ୍ଷଣ ଓ ସଂଗ୍ରହରେ କିପରି ଉପଯୋଗୀ ହେଉଛି

 ଊ – (i) ରାଜସ୍ଥାନରେ ପାନୀୟଜଳ ସଂଗ୍ରହ ପାଇଁ ଛାତଉପରେ ବୃଷ୍ଟିଜଳ ଅମଳ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ।

(ii) ଟନକାଗୁଡ଼ିକ ଛାତଉପରେ ଦୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ । ଏହି ଜଳାଶୟଗୁଡ଼ିକ ଘରର ସବୁଠାରୁ ବଡ କୋଠରି ଭିତରେ କିମ୍ବା ଘର ଅଗଣାରେ ତିଆରି କରାଯାଉଥିଲା । ଗୋଟିଏ ପାଇପ୍‌ଯୋଗେ ଏଗୁଡ଼ିକ ଗଡ଼ାଣିଆ ଛାତସହ ସଂଯୋଗ ହୋଇଥାଏ। ଛାତରେ ବର୍ଷୁଥିବା ବର୍ଷାଜଳ ପାଇପ୍ ଭିତର ଦେଇ ଭୂଗର୍ଭସ୍ଥ ଟନକାରେ ଗଚ୍ଛିତ ହୋଇ ରହେ।

(ii) ଏହି ପାରମ୍ପରିକ ବୃଷ୍ଟିଜଳ ଅମଳ ପାରିବେଶିକ ଦୃଷ୍ଟିକୋଣରୁ ଉତ୍ତମ ଓ ଏହା ବହୁମୁଖୀ ଯୋଜନାର ବିକଳ୍ପ ସ୍ଥାନ ଗ୍ରହଣ କରିବ।


ଭାରତର ଏକ ରେଖାଚିତ୍ର ମାନଚିତ୍ରରେ ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶରେ ଥ‌ିବା ବହୁମୁଖୀ ନଦୀବନ୍ଧ ଯୋଜନାଗୁଡ଼ିକ ଦର୍ଶାଅ ଏବଂ ନଦୀଗୁଡ଼ିକର ନାମ ଲେଖ ।

ଜଳ ସମ୍ବଳ | Jala Sambala 10th Class Geography Odia Medium | Chapter 3 Question Answer


- ସଂକ୍ଷେପରେ ଉତ୍ତର ଲେଖ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ନର୍ମଦା ବଚାଓ ଆନ୍ଦୋଳନ କ’ଣ ବୁଝାଅ।

ଊ– (i) ନର୍ମଦା ନଦୀ ଶଯ୍ୟାରେ ନିର୍ମାଣାଧୀନ ସର୍ଦ୍ଦାର ସରୋବର ଡ୍ୟାମ୍ ବିରୋଧରେ ଆଦିବାସୀ, ଚାଷୀମୂଲିଆ, ପରିବେଶବିତ୍ ଏବଂ ମାନବାଧିକାର କର୍ମକର୍ତ୍ତାମାନଙ୍କୁ ଏକାଠି କରି ଏକ ବେସରକାରୀ ସଂସ୍ଥା ନେତୃତ୍ୱରେ ସଂଗଠିତ ଆନ୍ଦୋଳନ ହିଁ ‘ନର୍ମଦା ବଚାଅ ଆନ୍ଦୋଳନ’ ।

(ii) ଆରମ୍ଭରୁ ଏହି ଆନ୍ଦୋଳନ ଡ୍ୟାମ ନିର୍ମାଣ ଦ୍ବାରା ବୃକ୍ଷ ଜଳମଗ୍ନ ହେବାଭଳି ପାରିବେଶିକ ସମସ୍ୟାକୁ ଆଧାରକରି ସୂତ୍ରପାତ ହୋଇଥିଲା ।

(iii) ମାତ୍ର ପରବର୍ତ୍ତୀ ସମୟରେ ବିସ୍ଥାପିତ ଦରିଦ୍ର ଜନସାଧାରଣଙ୍କର ପୁନର୍ବାସ ଓ ଥଇଥାନ ନିମନ୍ତେ ସମସ୍ତ ସରକାରୀ ସାହାଯ୍ୟ ମିଳିବା ଦାବି ଆଦି ସାମିଲ କରାଯାଇଛି ।

2. ତାମିଲନାଡୁ ରାଜ୍ୟରେ ବୃଷ୍ଟିଜଳ ଅମଳ ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରାଯାଇଛି ?

 (i) ପ୍ରତ୍ୟେକ ପରିବାର ବାଧ୍ୟତାମୂଳକଭାବେ ଛାତ ଉପରେ ବୃଷ୍ଟିଜଳ ଅମଳ ବ୍ୟବସ୍ଥା ଆଇନ ଲାଗୁ କରିବାରେ ତାମିଲନାଡୁ ରାଜ୍ୟ ଦେଶର ପ୍ରଥମ ଓ ଏକମାତ୍ର ରାଜ୍ୟ ।

(ii) ଏଥୁରେ ଖୋଲାଫ କଲେ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରଖାଯାଇଛି।

3. ବୃଷ୍ଟିଜଳ ଅମଳ କହିଲେ କ’ଣ ବୁଝାଏ ?

(i) ଜଳ ନିମ୍ନଗାମୀ, ସାଧାରଣତଃ ବୃଷ୍ଟିଜଳ ନିମ୍ନସ୍ଥାନକୁ ବହିଯାଏ; ମାତ୍ର ଏହି ଜଳକୁ ଅଟକାଇ ପାରିଲେ ବିଭିନ୍ନ କାର୍ଯ୍ୟରେ ଲଗାଯାଇପାରେ ।

(ii) ବନ୍ଧବାଡ଼ ନିର୍ମାଣ କରି ପାଣି ଅଟକାଇବା, କୂପ ଖନନ କରି ସେଥ‌ିରେ ସଞ୍ଚୟ କରି ରଖୁ, ଜଳ ଭୂତଳକୁ ପରିସ୍ରବଣ କରିବାପାଇଁ ସୁଯୋଗ ଦେବା ଏବଂ ଭୂତଳ ଜଳଭଣ୍ଡାରରେ ବୃଷ୍ଟିଜଳକୁ କୃତ୍ରିମ ଉପାୟରେ ପ୍ରବେଶ କରାଇ ସାଇତି ରଖୁବା ଓ ଦରକାରବେଳେ କାର୍ଯ୍ୟରେ ଲଗାଇବାକୁ ବୃଷ୍ଟିଜଳ ଅମଳ କୁହାଯାଏ ।

(iii) ଛାତ ଉପର ବୃଷ୍ଟିଜଳ ଅମଳ ମୁଖ୍ୟତଃ ରାଜସ୍ଥାନରେ ପାନୀୟଜଳ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରତ୍ୟେକ ପରିବାର ବାଧ୍ୟତାମୂଳକଭାବେ ଛାତ ଉପରେ ବୃଷ୍ଟିଜଳ ଅମଳ ବ୍ୟବସ୍ଥା ଆଇନ ଲାଗୁ କରିବାରେ ତାମିଲନାଡୁ ରାଜ୍ୟ ଦେଶର ପ୍ରଥମ ।

4. ଜଳ ପ୍ରଦୂଷଣର କାରଣଗୁଡ଼ିକ ଉଲ୍ଲେଖ କର ।

ଊ – (i) ଜନସଂଖ୍ୟାର ମାତ୍ରାଧ‌ିକ ବୃଦ୍ଧିଯୋଗୁଁ ଜଳସମ୍ପଦର ଚାହିଦା ଦିନକୁ ଦିନ ବୃଦ୍ଧିପାଇ ଚାଲିଛି ।

(ii) ଏହାର ଅନିୟନ୍ତ୍ରିତ ବ୍ୟବହାର ଶିଳ୍ପ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏବଂ ବାସଗୃହମାନଙ୍କରୁ ନିର୍ଗତ ମଇଳାଜଳ ଜଳ ପ୍ରଦୂଷଣର ମୁଖ୍ୟ କାରଣ ।

5. ବହୁମୁଖୀ ନଦୀବନ୍ଧ ଯୋଜନାରୁ ମିଳୁଥିବା ଉପକାରଗୁଡ଼ିକ ଲେଖ ।

ଊ – ବହୁମୁଖୀ ନଦୀବନ୍ଧ ଯୋଜନାରୁ ମିଳୁଥିବା ଉପକାରଗୁଡ଼ିକ ହେଲା

(i) କୃଷିକାର୍ଯ୍ୟ ପାଇଁ ଜଳସେଚନ ଦ୍ବାରା ଜଳଯୋଗାଣ ଓ ପାନୀୟଜଳ ଯୋଗାଣ ।

(ii) ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ଯୋଗାଣ

(iii) ବନ୍ୟା ନିୟନ୍ତ୍ରଣ ଓ ମୃତ୍ତିକାକ୍ଷୟ ରୋଧ ।

(iv) ଆଭ୍ୟନ୍ତରୀଣ ଜଳ ପରିବହନ ସୁବିଧା ।

(v) ବନୀକରଣ, ପର୍ଯ୍ୟଟନ, ମାଛଚାଷ ଓ ବନ୍ୟପ୍ରାଣୀ ସଂରକ୍ଷଣ ଇତ୍ୟାଦି ।


Keyword:

ଜଳ ସମ୍ବଳ (Jala Sambala)

10th Class Geography Odia Medium

Jala Sambala 10th Class

Class 10 Geography Chapter 3 Odia Medium

ଜଳ ସମ୍ବଳ ଦଶମ ଶ୍ରେଣୀ ଭୂଗୋଳ

10th Class Geography Jala Sambala

Jala Sambala 10th Class Question Answer

10th Class Geography Jala Sambala Notes Odia

Class 10 Jala Sambala Short Questions

ଜଳ ସମ୍ବଳ ବିଷୟର ପ୍ରଶ୍ନ ଉତ୍ତର

BSE Odisha 10th Class Geography Jala Sambala

Water Resources Class 10 Geography Odia Medium

ବହୁମୁଖୀ ନଦୀବନ୍ଧ ଯୋଜନା (Multi-purpose River Valley Projects)

ଜଳ ସଂରକ୍ଷଣ ଓ ପରିଚାଳନା (Water Conservation and Management)

ହୀରାକୁଦ ନଦୀବନ୍ଧ ଯୋଜନା (Hirakud Dam Project)

ବର୍ଷା ଜଳ ଅମଳ (Rainwater Harvesting)

ଭୂତଳ ଜଳ ସମ୍ବଳ (Groundwater Resources)


#JalaSambala #10thClassGeography #OdiaMedium #BSEOdisha #GeographyInOdia #Class10Geography #WaterResources #OdishaBoard

No comments:

Post a Comment