10th Class Geography Bekari Question Answer


10th class geography bekari question answer | bekari 10th class mcq l bekari mcq |Class 10 geography bekari question answer pdf download | Class 10 geography bekari question answer pdf | Class 10 geography bekari question answer chapter 2 | Class 10 geography bekari question answer chapter 3 | Class 10 geography bekari question answer chapter 1 | Class 10 geography bekari question answer mcq. 

10th-Class-Geography-Bekari-Question-Answer


Bekari Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଆମ ଦେଶରେ ବେକାରୀ ସମସ୍ୟାର କାରଣଗୁଡ଼ିକ କ’ଣ ?

ଊ – (i) ଭାରତଭଳି ଏକ ବିକାଶୋନ୍ମୁଖୀ ଦେଶରେ ବେକାରୀ ହେଉଛି ଆର୍ଥିକ ପ୍ରଗତିର ଏକ ମୁଖ୍ୟ ପ୍ରତିବନ୍ଧକ। ଜନସଂଖ୍ୟା ବୃଦ୍ଧି ସହିତ ବେକାରୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

(ii) 1951 ମସିହାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ସମୟରେ ଦେଶରେ ବେକାରୀଙ୍କ ସଂଖ୍ୟା 3.3 ନିୟୁତରେ ପହଁଞ୍ଚିଲା।

(iii) କୃଷି ଭାରତରେ ଋତୁଭିଭିକ ହୋଇଥିବା ହେତୁ ଏବଂ ଦେଶରେ ଅଣକୃଷି କାର୍ଯ୍ୟକ୍ରମରେ ପ୍ରଭୂତ ବିକାଶ ହୋଇ ନଥିବା ଯୋଗୁଁ ଗ୍ରାମାଞ୍ଚଳରେ ବେକାରୀଙ୍କ ସଂଖ୍ୟା ଅଧିକ ଅଟେ।

(ଖ) ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ବେକାର ସଂଖ୍ୟା ଅଧୂକ କାହିଁକି ?

ଉ – କୃଷି ଭାରତରେ ଋତୁଭିଭିକ ହୋଇଥାଏ। ସାଧାରଣତଃ ଆମ ଦେଶରେ କୃଷି ମୌସୁମୀବାୟୁ ଉପରେ ନିର୍ଭର କରେ । ଦେଶରେ ବର୍ଷାଋତୁ ବ୍ୟତୀତ ଅଣକୃଷି କାର୍ଯ୍ୟକ୍ରମର ପ୍ରଭୂତ ବିକାଶ ହୋଇ ନଥିବାରୁ ଗ୍ରାମାଞ୍ଚଳରେ ବେକାର ସଂଖ୍ୟା ଅଧିକ ହୋଇଥାଏ।

(ଗ) ବେକାରୀ ଦୂରୀକରଣ ପାଇଁ କି କି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ?

ଊ – (i) ବେକାରୀମାନଙ୍କୁ ତାଲିମ ଦେବା ପାଇଁ ବିଭିନ୍ନ ଧନ୍ଦାମୂଳକ କେନ୍ଦ୍ର, ଶିଳ୍ପ ତାଲିମ କେନ୍ଦ୍ର ସ୍ଥାପନ କରାଯିବା ସହ ସ୍କୁଲ ଶିକ୍ଷାରେ ବିଭିନ୍ନ ଧନ୍ଦାମୂଳକ ବୈଷୟିକ ଶିକ୍ଷାକୁ ସାମିଲ କରାଯାଇଛି ।

(ii) ଏହି ସବୁ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଅଧିକ କଳକାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ ବ୍ୟାଙ୍କମାନେ ଋଣ ଦେବାର ବ୍ୟବସ୍ଥା କରାଯାଇଛି।

(iii) ବେକାରୀ ଦୂରୀକରଣ ପାଇଁ NREP, RLEGP, TRYSSEM, SEPUP, SEEUY, JRY, NRY, EAS, PMRY ଓ Skill Development ପରି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

(ଘ) ବିଭିନ୍ନ ପ୍ରକାର ବେକାରୀ ସଂପର୍କରେ ସୂଚନା ପ୍ରଦାନ କର ।

ଉ – (i) ବେକାରୀ ସାଧାରଣତଃ ପାଞ୍ଚପ୍ରକାର ଯଥା: ଋତୁକାଳୀନ ବେକାରୀ, ପ୍ରଚ୍ଛନ୍ନ ବେକାରୀ, ସଂଘାତଜନିତ ବେକାରୀ, ସଂସ୍ଥାନୀୟ ବେକାରୀ ଓ ପ୍ରାବଶଧ‌ିକ ବେକାରୀ।

(ii) ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କେବଳ କୃଷିକାର୍ଯ୍ୟ ପାଇଁ ଅନୁକୂଳ ଛଡ଼ା ଅନ୍ୟ ସମୟରେ ବେକାର ରହିବାକୁ ଋତୁକାଳୀନ ବେକାରୀ କୁହାଯାଏ।

(i) ଗୋଟିଏ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଶ୍ରମିକ ନିୟୋଜିତ ହେଲେ ତାହାକୁ ପ୍ରଚ୍ଛନ୍ନ ବେକାରୀ କୁହାଯାଏ। 

(iv) ଶିଳ୍ପକ୍ଷେତ୍ରରେ ଛଟେଇ ହୋଇଥିବା ଶ୍ରମିକମାନେ ଅନ୍ୟକୌଣସି କାର୍ଯ୍ୟରେ ନିୟୋଜିତ ନହେବା ପର୍ଯ୍ୟନ୍ତ ବେକାର ହୋଇ ରହିବାକୁ ସଂଘାତଜନିତ ବେକାରୀ କୁହାଯାଏ।

(v) କୌଣସି ଅର୍ଥ ବ୍ୟବସ୍ଥାରେ ସମ୍ବଳ ବା ପୁଞ୍ଜିର ଅଭାବ ହେତୁ ଶ୍ରମିକମାନଙ୍କର ନିଯୁକ୍ତି ବାଧାପ୍ରାପ୍ତ ବା ଛଟେଇ କରାଗଲେ ତାହାକୁ ସଂସ୍ଥାନୀୟ ବେକାରୀ କୁହାଯାଏ।

(vi) ଯନ୍ତ୍ରପାତିର ବ୍ୟବହାର ଦ୍ଵାରା ଶ୍ରମିକମାନେ ବେକାର ହେଲେ ତାହାକୁ ପ୍ରାବିଧ‌ିକ ବେକାରୀ କୁହାଯାଏ।

2. ପାର୍ଥକ୍ୟ ଦର୍ଶାଅ ।

(କ) ବେକାରୀ ଓ ଅର୍ଥବେକାରୀ ।

ବେକାରୀ

ଜଣେ କାର୍ଯ୍ୟକ୍ଷମ ବ୍ୟକ୍ତି ଯଦି କୌଣସି ଉତ୍ପାଦନ କାର୍ଯ୍ୟରେ ନିଯୁକ୍ତ ନଥାଏ, ତାକୁ ବେକାର କୁହାଯାଏ।

ଅର୍ବବେକାରୀ

ଗାଁଗହଳରେ ବେକାରୀ ସହିତ ଅର୍ବବେକାରୀ ପ୍ରଚ୍ଛନ୍ନ ଭାବରେ ଦେଖାଯାଏ। ଏପରି ବେକାରୀରେ ବାହାରକୁ ଜଣାଯାଏ ଯେ ଶ୍ରମିକଟି କାର୍ଯ୍ୟରତ; ମାତ୍ର ସେ ସଂପୂର୍ଣ୍ଣଭାବେ କାର୍ଯ୍ୟରତ ନଥାଏ।

(ଖ) ଋତୁକାଳୀନ ବେକାରୀ ଓ ସଂସ୍ଥାନୀୟ ବେକାରୀ ।

ଋତୁକାଳୀନ ବେକାରୀ

(i) ଭାରତର କୃଷି ମୌସୁମୀ ବାୟୁ ଉପରେ ନିର୍ଭର କରେ, ତେଣୁ ଗାଁଗହଳିରେ ବାସକରୁଥିବା ଶ୍ରମିକମାନେ ବର୍ଷର ଅଳ୍ପ କେତେଦିନ କାମ ପାଇଥାଆନ୍ତି । ଏଭଳି ବେକାରୀଙ୍କୁ ଋତୁକାଳୀନ ବେକାରୀ କୁହାଯାଏ ।

(ii) ଏଭଳି ବେକାରୀ ଭାରତ ଭଳି କୃଷିପ୍ରଧାନ ଦେଶରେ ଦେଖାଯାଏ ।

ସଂସ୍ଥାନୀୟ ବେକାରୀ

(i) ଯଦି କୌଣସି ଅର୍ଥବ୍ୟବସ୍ଥାରେ ସମ୍ବଳ ବା ପୁଞ୍ଜିର ଅଭାବ | ଥିବାରୁ ଶ୍ରମିକମାନଙ୍କର ନିଯୁକ୍ତି ବାଧାପ୍ରାପ୍ତ ହୋଇଥାଏ, ତେବେ ସେ ଅବସ୍ଥାକୁ ସଂସ୍ଥାନୀୟ ବେକାରୀ କୁହାଯାଏ।

(ii) ଏ ପ୍ରକାର ବେକାରୀ ବିକାଶୋନ୍ମୁଖୀ ଦେଶରେ ଦେଖାଯାଏ ।


(ଗ) ସଂଘାତଜନିତ ବେକାରୀ ଓ ପ୍ରାବିଧ‌ିକ ବେକାରୀ : 

ସଂଘାତଜନିତ ବେକାରୀ

(i) ଗୋଟିଏ ଶିଳ୍ପରୁ ଶ୍ରମିକମାନେ ଛଟେଇହୋଇ ନୂତନ କାର୍ଯ୍ୟ ଅନ୍ଵେଷଣରେ ଯାଇଥାଆନ୍ତି, ଏହି ସମୟ ସେମାନେ ବେକାର ହୋଇଥାଆନ୍ତି ।

(ii) ଏହି ଅନ୍ତର୍ବର୍ତୀ ସମୟର ବେକାରଙ୍କୁ ସଂଘାତଜନିତ ବେକାରୀ କୁହନ୍ତି ଏବଂ ଏହା ଶିଳ୍ପାନ୍ନତ ଦେଶ ମାନଙ୍କରେ ବିଶେଷ ଭାବରେ ଦେଖାଯାଏ ।

ପ୍ରାବିଧ‌ି ବେକାରୀ

(i) କୌଣସି ଦେଶର ଆର୍ଥିକ ଅଭିବୃଦ୍ଧି ହେବାରେ ଉତ୍ପାଦନ କ୍ଷେତ୍ରରେ ଶ୍ରମିକ ବଦଳରେ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର ଅଧିକ ହୋଇଥାଏ, ଏହାଦ୍ଵାରା କିଛି ଶ୍ରମିକ, ବେକାର ହୋଇଥାଆନ୍ତି ।

ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଅନେକ ଲୋକ କର୍ମନିଯୁକ୍ତି ପାଇପାରି ନଥାନ୍ତି, ଏହାକୁ ପ୍ରାବିଧ‌ିକ ବେକାରୀ କୁହାଯାଏ ।


3. ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

(କ) ପ୍ରଚ୍ଛନ୍ନ ବେକାରୀ :

ଉ – (i) ଏ ପ୍ରକାର ବେକାରୀରେ ଗୋଟିଏ କାର୍ଯ୍ୟରେ ଆବଶ୍ୟକ ଅପେକ୍ଷା ଅଧିକ ଲୋକ ନିୟୋଜିତ ହୋଇଥାଆନ୍ତି। ଏପରିସ୍ଥଳେ ଏହି ବଳକା ଶ୍ରମିକଙ୍କୁ ଉକ୍ତ କାମରୁ ବାହାର କରିଦେଲେ ଉତ୍ପାଦନ ଉପରେ ଏହାର କିଛି ପ୍ରଭାବ ନାହିଁ ।

(ii) ଗ୍ରାମାଞ୍ଚଳରେ ଅନ୍ୟପ୍ରକାର ନିୟୋଜନର ସୁବିଧା କମ୍‌ବାରୁ ଏ ପ୍ରକାର ଅବସ୍ଥା ଦେଖାଯାଇଥାଏ। 

(ଖ) ବେକାରୀ ଦୂରୀକରଣ କାର୍ଯ୍ୟକ୍ରମ :

ଉ – (i) ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ଭିଭିଭୂମିର ବିକାଶ କରିବା ସହିତ ଅଧ‌ିକ ନିୟୋଜନ ସୃଷ୍ଟି କରିବା ବେକାରୀ ଦୂରୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଅଟେ|

(ii) ବେକାରମାନଙ୍କୁ ତାଲିମ୍ ଦେବାପାଇଁ ବିଭିନ୍ନ ଧନ୍ଦାମୂଳକ କେନ୍ଦ୍ର ଓ ଶିଳ୍ପ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

 (iii) ଏତଦ୍‌ବ୍ୟତୀତ ରାଜ୍ୟ ସରକାର ସ୍କୁଲ ଶିକ୍ଷାରେ ବିଭିନ୍ନ ଧନ୍ଦାମୂଳକ ବୈଷୟିକ ଶିକ୍ଷାକୁ ସାମିଲ୍ କରିଛନ୍ତି ।

(ଗ) ପ୍ରାବିଧ୍ବକ ବେକାରୀ :

ଉ – (i) ସାଂପ୍ରତିକ ସମୟରେ ବିଭିନ୍ନ ଦେଶର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଥ‌ିବାରୁ ଶ୍ରମିକ ବଦଳରେ ଯନ୍ତ୍ରପାତିର ବ୍ୟବହାର ଅଧ‌ିକରୁ ଅଧିକ କରାଯାଉଛି ।

(ii) ଏହା ଫଳରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ କେତେକ ବ୍ୟକ୍ତି କର୍ମନିଯୁକ୍ତି ପାଇପାରୁନାହାନ୍ତି । ଏହାକୁ ପ୍ରାବିଧ‌ିକ ବେକାରୀ କୁହାଯାଏ।

4. ଶୂନ୍ୟସ୍ଥାନ ପୂରଣ କର ।

(କ) ଆମ ଦେଶରେ ______ମସିହାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା।

(ଖ) 2011 ମସିହା ଜନଗଣନା ଅନୁଯାୟୀ ଦେଶରେ ମହିଳା ଶ୍ରମିକଙ୍କ ସଂଖ୍ୟା _____ପ୍ରତିଶତ ଥିଲା ।

(ଗ) ଆବଶ୍ୟକତାଠାରୁ ଅଧ‌ିକ ଶ୍ରମିକ ନିୟୋଜନକୁ ______ବେକାରୀ କୁହାଯାଏ।

ଉତ୍ତର

(କ) 1951 (ଖ) 25.6 (ଗ) ପ୍ରଚ୍ଛନ୍ନ





No comments:

Post a Comment