Class 10 Arthaniti Daridra question answer || ଦାରିଦ୍ର୍ୟ ପ୍ରଶ୍ନ ଉତ୍ତର || ଆର୍ଥନୀତିକ ବ୍ୟବସ୍ଥା 10th class daridrya question answer l Daridrya 10th class geography mcq l daridrya mcq.10th class geography daridra question answer daridrya mcq daridrya 10th class mcq daridrya class 10 mcq Class 10 geography daridra question answer pdf Class 10 geography daridra question answer mcq Class 10 geography daridra question answer chapter 2.
Class 10 Arthaniti Daridra question answer
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ଗ୍ରାମାଞ୍ଚଳରେ ଦରିଦ୍ର ଲୋକଙ୍କ ସଂଖ୍ୟା ଅଧ୍ବକ କାହିଁକି ?
ଉ – (i) ଗ୍ରାମାଞ୍ଚଳରେ ଭୂମି ବଣ୍ଟନ କ୍ଷେତ୍ରରେ ଗୁରୁତର ବୈଷମ୍ୟ ଦେଖାଯାଇଥାଏ।
(ii) ଏଠାରେ ଅଧିକ କୃଷକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଟନ୍ତି।
(iii) ଗ୍ରାମାଞ୍ଚଳରେ ବିକଳ୍ପ ବୃଦ୍ଧିର ଅଭାବ ରହିଛି।
(iv) ଭୂମିହୀନ କୃଷକମାନେ ବର୍ଷସାରା କୃଷିକ୍ଷେତ୍ରରେ କାମ ପାଇ ନଥା’ନ୍ତି । ତେଣୁ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଅଧିକ ଦେଖାଯାଏ।
(ଖ) ଦାରିଦ୍ର୍ୟ କିପରି ଆକଳନ କରାଯାଏ ?
ଭ – (i) ଷଷ୍ଠ ପଞ୍ଚବାର୍ଷିକ ଯୋଜନାକାଳର ପ୍ରାରମ୍ଭରେ ଭାରତରେ ଦାରିଦ୍ର୍ୟର ସୀମାରେଖା ନିର୍ଦ୍ଧାରଣ କରିବା ପାଇଁ ଜଣେ ।ବ୍ୟକ୍ତି ବଞ୍ଚିବା ପାଇଁ ଆବଶ୍ୟକ ହେଉଛଥିବା ସର୍ବନିମ୍ନ କ୍ୟାଲୋରୀ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ।
(ii) ଏହି ମତାନୁଯାୟୀ ଗ୍ରାମାଞ୍ଚଳ ପାଇଁ ଦୈନିକ ମୁଣ୍ଡପିଛା 2400 କ୍ୟାଲୋରୀ ଓ ସହରାଞ୍ଚଳ ପାଇଁ ଦୈନିକ ମୁଣ୍ଡ ପିଛା 2100 କ୍ୟାଲୋରୀ ମିଳୁଥିବା ଖାଦ୍ୟସାରର ଆବଶ୍ୟକତା ରହିଛି।
(iii) ଏହି କ୍ୟାଲୋରୀଯୁକ୍ତ ଖାଦ୍ୟସାରକୁ ମୁଦ୍ରା ଆକାରରେ ଆକଳନ କରି ଗ୍ରାମାଞ୍ଚଳ ପାଇଁ ମୁଣ୍ଡପିଛା ମାସିକ ଖର୍ଚ୍ଚ ସର୍ବନିମ୍ନ 65 ଟଙ୍କା ଏବଂ ସହରାଞ୍ଚଳ ପାଇଁ 75 ଟଙ୍କା ଧାର୍ଯ୍ୟ କରାଯାଇଥିଲା। ପରେ ଏହାକୁ ଗ୍ରାମାଞ୍ଚଳ ପାଇଁ ମାସିକ 365 ଟଙ୍କା ଏବଂ ସହରାଞ୍ଚଳ ପାଇଁ ମାସିକ 539 ଟଙ୍କାକୁ ବୃଦ୍ଧି କରାଯାଇଛି । ଯେଉଁ ଲୋକମାନଙ୍କର ମାସିକ ଆୟ ଏହି ଧାର୍ଯ୍ୟ ଆୟଠାରୁ କମ୍ ସେମାନଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବାର ଆକଳନ କରାଯାଇଛି ।
(ଗ) ଭାରତରେ ଦାରିଦ୍ର୍ୟର କାରଣ ଗୁଡ଼ିକ କ’ଣ ?
ଉ – ଭାରତରେ ଦାରିଦ୍ର୍ୟର କାରଣଗୁଡ଼ିକ, ଯଥା-
1. ନିମ୍ନସ୍ତରର ଆୟ 2. ଜନସଂଖ୍ୟାର ଦୃତ ବୃଦ୍ଧି ହାର 3. ଭୂମି ଓ ଅନ୍ୟାନ୍ୟ ସମ୍ପଭି ବଣ୍ଟନରେ ଅସମାନତା
4. ସ୍ବଳ୍ପ ଉତ୍ପାଦନଶୀଳତା 5. ନିଯୁକ୍ତି ସୁଯୋଗର ଅଭାବ 6. ଋଣମାତ୍ରାରେ ବୃଦ୍ଧି
ନିମ୍ନସ୍ତରର ଆୟ :
ଅଧିକାଂଶ ଲୋକ ନିରକ୍ଷର ଓ ଗରିବ ହେତୁ ସେମାନଙ୍କର ମୁଣ୍ଡ ପିଛା ଆୟ ନିମ୍ନ ସ୍ତରର।
ରୋଜଗାର କମ୍ ହେତୁ ସୁଷମ ଖାଦ୍ୟରୁ ବଞ୍ଚିତ ହୋଇଥାନ୍ତି, ତେବେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ହୋଇଥାଏ। ଫଳରେ ସେମାନଙ୍କର ଆୟ ବୃଦ୍ଧି ହୋଇପାରେ ନାହିଁ।
ଜନସଂଖ୍ୟାର ଦ୍ରୁତ ବୃଦ୍ଧି ହାର :
ଅଶିକ୍ଷା, ନିରକ୍ଷରତା, ଧାର୍ମିକ ଅନ୍ଧବିଶ୍ବାସ ତଥା କମ୍ ରୋଜଗାର ଆଦି କାରଣରୁ ଜନସଂଖ୍ୟାର ବୃଦ୍ଧି ଦୃତ ଘଟୁଛି। ଉତ୍ପାଦନ ବୃଦ୍ଧି ହେଉ ନଥୁବାରୁ ମୁଣ୍ଡ ପିଛା ଆୟ କମ୍, ଫଳରେ ଶ୍ରମ ଯୋଗାଣ ବୃଦ୍ଧି ପାଇ ମଜୁରି ହ୍ରାସ ଥାଏ।
ଭୂମି ଓ ଅନ୍ୟାନ୍ୟ ସମ୍ପତ୍ତି ବଣ୍ଟନରେ ଅସମାନତା :
ଦେଶର ଅଧୁକାଂଶ ସମ୍ପରି ସୀମିତ ଲୋକଙ୍କ ନିକଟରେ ଥିଲାବେଳେ ଅଧିକାଂଶ ଲୋକଙ୍କ ନିକଟରେ ଖୁବ୍ କମ୍ ପରିମାଣରେ ସମ୍ପତ୍ତି ଥାଏ । ଧନୀ ଲୋକ ଅଧିକରୁ ଅଧିକ ଧନୀ ହେବ ଗରିବ ଲୋକ ଅଧିକ ଗରିବ ହେଉଛନ୍ତି।
ସ୍ଵଚ୍ଛ ଉତ୍ପାଦନଶୀଳତା :
ଜନସଂଖ୍ୟା ବୃଦ୍ଧିହେତୁ ବ୍ୟକ୍ତି ପିଛା ଜମିର ପରିମାଣ କମିଛି ।
1970-71 ରେ ହାରାହାରି ପରିବାର ପିଛା ଜମିର ପରିମାଣ = 2.3 ହେକ୍ଟର ଥିଲାବେଳେ 1991-92 ରେ ହାରାହାରି ପରିବାର ପିଛା ଜମିର ପରିମାଣ – 1.42 ହେକ୍ଟର।
ଆମ ଦେଶରେ ଜମିର ଉତ୍ପାଦିତା ହାର କମ୍। 2004-05 ରେ ଭାରତରେ ହେକ୍ଟର ପିଛା ଧାନ ଉତ୍ପାଦନ = 29.1 କ୍ଵିଣ୍ଟାଲ ।
ନିଯୁକ୍ତି ସୁଯୋଗର ଅଭାବ :
ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସେଇ ଅନୁପାତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରୁନାହିଁ । ତେଣୁ ବେକାରୀ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ଋଣମାତ୍ରାରେ ବୃଦ୍ଧି :
ଗାଁ ଗହଳିର ଗରିବ ଲୋକମାନେ ଗାଁର ସାହୁକାର, ମହାଜନ ତଥା ବ୍ୟକ୍ତି ବିଶେଷଙ୍କ ଠାରୁ ଟଙ୍କା କରଜ ନେଇ ପରିଶୋଧ କରି ପାରି ନଥାନ୍ତି। ଏବଂ ଜମିବାଡ଼ି ହରାଇ ଅତି ଦରିଦ୍ର ହୋଇଯାନ୍ତି । କିଛି ବ୍ୟକ୍ତି ଏଥପାଇଁ ଆତ୍ମହତ୍ୟା କରିବାକୁ ପଛାଇ ନଥାନ୍ତି ।
(ଘ) ଦାରିଦ୍ର୍ୟ କହିଲେ କ’ଣ ବୁଝ ?
ଉ – (i) ଉନ୍ନତ ଜୀବନଯାପନ, ଉପଯୁକ୍ତ ସ୍ଵାସ୍ଥ୍ୟ ରକ୍ଷା ଏବଂ ଦକ୍ଷତା ବୃଦ୍ଧି ଇତ୍ୟାଦି ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣର ଅକ୍ଷମତାକୁ ଦାରିଦ୍ର୍ୟ କୁହାଯାଏ।
(ii) ମାନବ ପାଇଁ ଏହା ଏକ ଦୁଃଖଦ ଅବସ୍ଥା।
(iii) ଏହି ଅବସ୍ଥାରେ ଥିବା ଲୋକେ ଅର୍ଦ୍ଧ ନଗ୍ନ ଶରୀର, ଖାଲିପାଦ, ସହର ତଳି ଅଞ୍ଚଳରେ ଥିବା ଚାଳଘର ବା ପଲିଥୁନ୍ ଆଚ୍ଛାଦିତ ଘରେ ଅତି ଦୟନୀୟ ଅବସ୍ଥାରେ ବାସ କରିଥାନ୍ତି ।
2. ପାର୍ଥକ୍ୟ ଦର୍ଶାଅ l
(କ) ଚରମ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ
ଚରମ ଦାରିଦ୍ର୍ୟ
(i) ଯେଉଁ ଲୋକମାନଙ୍କ ପାଖରେ ଜୀବନଧାରଣ ପାଇଁ ମୌଳିକ ଉପାଦାନମାନଙ୍କର ଅଭାବ ଥାଏ, ସେମାନେ ଚରମ ବା ଉତ୍କଟ ଦାରିଦ୍ର୍ୟର ଶିକାର ହୋଇଥା’ନ୍ତି।
(ii) ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତା; ଯଥା- ସର୍ବନିମ୍ନ ଖାଦ୍ୟସାର, ଲଜ୍ଜା ନିବାରଣ ପାଇଁ ସର୍ବନିମ୍ନ ବସ୍ତ୍ରର ଆବଶ୍ୟକତା ଏବଂ ମୁଣ୍ଡଗୁଞ୍ଜିବା ପାଇଁ ବାସଗୃହ ଭିଭିରେ ଚରମ ଦାରିଦ୍ର୍ୟତା ନିର୍ଣ୍ଣୟ କରାଯାଏ। ଏ ପ୍ରକାର ଉତ୍କଟ ଦାରିଦ୍ର୍ୟ ଭାରତରେ ଏକ ବ୍ୟାଧୂ ସଦୃଶ ଦେଖାଯାଏ।
ଆପେକ୍ଷିକ ଦାରିଦ୍ର୍ୟ
(i) ଆପେକ୍ଷିକ ଦାରିଦ୍ର୍ୟର ଅର୍ଥ ଭିନ୍ନ। ଏହା ଦୁଇଜଣ ବ୍ୟକ୍ତିଙ୍କ ଆୟର ବୈଷମ୍ୟକୁ ମୁଖ୍ୟତଃ ବୁଝାଏ। ଆୟ ଓ ସମ୍ପଦ ବଣ୍ଟନର ଅସମାନତା ଦେଶରେ ଆପେକ୍ଷିକ ଦାରିଦ୍ର୍ୟତାକୁ ପ୍ରୋତ୍ସାହନ ଦେଇଥାଏ।
(ii) ଏହିପ୍ରକାର ଦାରିଦ୍ର୍ୟ ପ୍ରାୟ ସବୁ ଦେଶରେ ଦେଖାଯାଏ ଏବଂ ଏହା ଚରମ ଦାରିଦ୍ର୍ୟ ଭଳି ଏତେ ଗୁରୁତର ସମସ୍ୟା ନୁହେଁ।
(ଖ) ଗ୍ରାମାଞ୍ଚଳ କ୍ୟାଲୋରୀ ଆବଶ୍ୟକତା ଓ ସହରାଞ୍ଚଳ କ୍ୟାଲୋରୀ
ଗ୍ରାମାଞ୍ଚଳ କ୍ୟାଲୋରୀ ଆବଶ୍ୟକତା
(i) ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତିର ଦୈନିକ 2400 କ୍ୟାଲୋରୀର ଆବଶ୍ୟକତା ରହିଛି।
(ii) ଏହି ଦୃଷ୍ଟିରୁ ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ଦୈନିକ ଟ.41.10 ର ଆବଶ୍ୟକତା ରହିଛି।
ସହରାଞ୍ଚଳ କ୍ୟାଲୋରୀ ଆବଶ୍ୟକତା
(i) ସହରାଞ୍ଚଳରେ ଜଣେ ବ୍ୟକ୍ତିର ଦୈନିକ 2100 କ୍ୟାଲୋରୀର ଆବଶ୍ୟକତା ରହିଛି ।
(ii) ଏହି ଦୃଷ୍ଟିରୁ ସହରାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ଦୈନି ଟ. 57.70 ର ଆବଶ୍ୟକତା ରହିଛି ।
(ଗ) ଗ୍ରାମାଞ୍ଚଳ ମୁଣ୍ଡପିଛା ଆୟ ଓ ସହରାଞ୍ଚଳ ମୁଣ୍ଡପିଛା ଆୟ
ଗ୍ରାମାଞ୍ଚଳ ମୁଣ୍ଡପିଛା ଆୟ
(i) ସ୍ଵଳ୍ପକାଳୀନ ଶ୍ରମ ଗ୍ରାମାଞ୍ଚଳ ଆୟର ମୁଖ୍ୟ ଉତ୍ସ।
(ii) 2019 ମସିହାର ପରିସଂଖ୍ୟାନ ଅନୁଯାୟୀ ଗ୍ରାମାଞ୍ଚଳ ଦାରିଦ୍ର୍ୟ ସୀମାରେଖାର ଆୟ ଦୈନିକ ଟ.32/ ରହିଛି।
ସହରାଞ୍ଚଳ ମୁଣ୍ଡପିଛା ଆୟ
i) ସ୍ଵଳ୍ପକାଳୀନ ଶ୍ରମ ସହିତ ଆତ୍ମନିଯୁକ୍ତିର ସୁଯୋଗ ସହରାଞ୍ଚଳରେ ଆୟର ମୁଖ୍ୟ ଉତ୍ସ ହୋଇଥାଏ ।
ii) 2019 ମସିହାର ପରିସଂଖ୍ୟାନ ଅନୁଯାୟୀ ସହରାଞ୍ଚଳ ଦାରିଦ୍ର୍ୟ ସୀମାରେଖାର ଆୟ ଦୈନିକ ଟ. 471- ରହିଛି।
3. ସଂକ୍ଷିପ୍ତ ଟିପ୍ପଣୀ ଲେଖ।
(କ) ଦାରିଦ୍ର୍ୟ ସୀମାରେଖା (BPL)
(i) ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତା ଆଧାରରେ ଚରମ ଦାରିଦ୍ର୍ୟତା ନିର୍ଣ୍ଣୟ କରାଯାଏ।
(ii) ଏଗୁଡ଼ିକର ନିରୂପିତ ମୂଲ୍ୟଠାରୁ କମ୍ ଖର୍ଚ୍ଚ କରୁଥିବା ବ୍ୟକ୍ତିମାନଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ (Below pov- erty Line ବା BPL) ଅଛନ୍ତି ବୋଲି କଳନା କରାଯାଏ।
(ଖ) ସ୍ଵଳ୍ପ ଉତ୍ପାଦନଶୀଳତା
ଉ – (i) ଆମ ଦେଶରେ ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି।
(ii) ମାତ୍ର ସ୍ଵଳ୍ପ ଆୟ ଯୋଗୁଁ କୃଷିରେ ଅଧିକ ପୁଞ୍ଜି ବିନିଯୋଗ କରି ନପାରିବା ଯୋଗୁଁ ଉତ୍ପାଦନଶୀଳତା ସ୍ଵଳ୍ପ ହୋଇଥାଏ।
(ଗ) ସହରାଞ୍ଚଳ ଦରିଦ୍ର
ଊ – (i) ସହରାଞ୍ଚଳରେ 14% ଲୋକ ଦରିଦ୍ର ଅଟନ୍ତି ।
(ii) 2019 ମସିହାର ପରିସଂଖ୍ୟାନ ଅନୁଯାୟୀ ସହରାଞ୍ଚଳର ଦାରିଦ୍ର୍ୟ ସୀମାରେଖାର ଦୈନିକ ଆୟ ଟ.477-; ମାତ୍ର ଦୈନିକ ଆବଶ୍ୟକତା ଟ.56/- ।
4. ଶୂନ୍ୟସ୍ଥାନ ପୂରଣ କର ।
(କ) ଜଣେ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିର ଦୈନିକ_____ପରିମାଣର ଖାଦ୍ୟସାର ଆବଶ୍ୟକ ।
(ଖ) 1991-92 ମସିହାରେ ଦେଶର ପରିବାର ପିଛା ହାରାହାରି ଜମିର ପରିମାଣ _____ହେକ୍ଟର।
(ଗ) ଷଷ୍ଠ ପଞ୍ଚବାର୍ଷିକ ଯୋଜନା______ମସିହାରେ ଆରମ୍ଭ ହୋଇଥିଲା।
ଉତ୍ତର
(କ) 2400 କ୍ୟାଲୋରୀ (ଖ) 1.42 ହେକ୍ଟର (ଗ) 1980

No comments:
Post a Comment