Audyogikaran Question Answer Class 10 Bhugol Odia Medium


Class 10 geography audyogikaran question answer pdf download, Class 10 geography audyogikaran question answer pdf, Class 10 geography audyogikaran question answer chapter 2, Class 10 geography audyogikaran question answer mcq, Class 10 geography audyogikaran question answer chapter 1, Class 10th geography question answer bse odisha, Osepa class 10 geography, Class 10 geography chapter 4 odia medium. 

Audyogikaran Question Answer Class 10 Bhugol Odia Medium


audyogikaran question answer

ପାଠ୍ୟପୁସ୍ତକ ପ୍ରଶ୍ନବଳୀର ଉତ୍ତର

୧. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଔଦ୍ୟୋଗୀକରଣ କହିଲେ କ’ଣ ବୁଝ ?

ଊ. ଚାକିରୀ କିମ୍ବା ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟକୁ ଛାଡ଼ି ନିଜସ୍ଵ ଉଦ୍ୟୋଗ ବା ବ୍ୟବସାୟ ପ୍ରତିଷ୍ଠା କରିବା ପ୍ରକ୍ରିୟାକୁ ଔଦ୍ୟୋଗୀକରଣ କୁହାଯାଏ |

(ଖ) ଔଦ୍ୟୋଗୀକରଣ ଦେଶର ସାମୂହିକ ବିକାଶରେ କିପରି ସହାୟକ ହୋଇଥାଏ ?

ଉ. ଉଦ୍ୟୋଗ ପାଇଁ ଆବଶ୍ୟକ କଞ୍ଚାମାଲ ବା ଉପାଦାନ ଯୋଗାଣକାରୀ, ପରିବହନକାରୀ, ବିଭିନ୍ନ ଯୋଗାଯୋଗ ବ୍ୟବସ୍ଥାକାରୀ, ବିତରଣକାରୀ ତଥା ମଧ୍ୟସ୍ଥ ଏବଂ ବିଜ୍ଞାପନକାରୀ ଫାର୍ମ, ହିସାବ ତଦାରଖକାରୀ ଫାର୍ମ ଓ ଓଳିର ଆଦିଙ୍କର ଆବଶ୍ୟକ ପଡ଼ିଥାଏ। ଏହି ପ୍ରକ୍ରିୟାରେ ଔଦ୍ୟୋଗୀକରଣ ଦେଶର ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ।

(ଗ) ଔଦ୍ୟୋଗିକୀର ନିୟାମକଗୁଡ଼ିକ କ’ଣ ?

ଉ. ଔଦ୍ୟୋଗିକୀର ନିୟାମକଗୁଡ଼ିକ ହେଉଛି ଭୂମି, ଶ୍ରମ, ପୁଞ୍ଜି ଓ ଔଦ୍ୟୋଗିକୀ।

(ଘ) ଔପସ୍ପରିକ ଭାବେ ଉଦ୍ୟୋଗୀର ସଂଜ୍ଞା କ’ଣ ?

ଉ. ଔପସ୍ପରିକ ଭାବେ ଉଦ୍ୟୋଗୀର ସଂଜ୍ଞା ହେଉଛି, ‘ଏକ ନିର୍ଦ୍ଦିଷ୍ଟ ଦରରେ ଉତ୍ପାଦନର ମାଧମକୁ କିଣି ଭବିଷ୍ୟତରେ ଉତ୍ପାଦକୁ ଅନିଶ୍ଚିତ ଦରରେ ବିକ୍ରି କରୁଥିବା ବ୍ୟକ୍ତିବିଶେଷ। ’’

(ଙ) ଔଦ୍ୟୋଗୀୟ ଦକ୍ଷତା କହିଲେ କ’ଣ ବୁଝାଏ ?

ଉ. ଔଦ୍ୟୋଗୀୟ ଦକ୍ଷତା କହିଲେ ବ୍ୟକ୍ତିର ଜ୍ଞାନ, ବୈଷୟିକ କୌଶଳ, ଅନେକ ଗୁଡ଼ିଏ ମନସ୍ତାତ୍ତ୍ଵିକ ବିଶେଷତା; ଯଥା-ଅନ୍ତଦୃଷ୍ଟି, ଉତ୍ସାହ ଓ ପ୍ରେରଣା ଓ ସୁଅଭ୍ୟାସ୍ ଆଦି ସମାହାରକୁ ବୁଝାଇଥାଏ।

(ଚ) ଔଦ୍ୟୋଗିକୀ ସହ ସୃଜନଶୀଳତାର କି ସମ୍ପର୍କ ରହିଛି ?

ଉ‍. କୌଣସି ବ୍ୟବସାୟ ଉଦ୍ୟୋଗ କ୍ଷେତ୍ରରେ ସୃଜନଶୀଳତା ଖର୍ଚ୍ଚକାଟ ଅଥବା ଆୟବୃଦ୍ଧିରେ ସହାୟକ ହୋଇଥାଏ। ଏହା ମୂଲ୍ୟବୋଧ ସୃଷ୍ଟିରେ ସହାୟକ ହୋଇଥାଏ।

(ଛ) ବିକାଶଶୀଳ ଦେଶମାନଙ୍କରେ ଉଦ୍ୟୋଗୀମାନେ ଅସଫଳ ହେବାର କାରଣ କ’ଣ ?

ଊ. ବିକାଶଶୀଳ ଦେଶମାନଙ୍କରେ ଉଦ୍ୟୋଗୀମାନଙ୍କୁ ମାଲିକ-ପରିଋଳକ ଭୂମିକାରେ ଦେଖିବାକୁ ମିଳିଥାଏ। ସେମାନଙ୍କର ପରିଚାଳନାଗତ ଦକ୍ଷତାର ଅଭାବ ହିଁ ଅନେକ କ୍ଷେତ୍ରରେ ବ୍ୟବସାୟରେ ଅସଫଳତା ଆଣିଥାଏ।

(ଜ) ଗ୍ରାମୀଣ ଶିଳ୍ପ ଓ କ୍ଷୁଦ୍ର ବ୍ୟବସାୟ କାହିଁକି ଗୁରୁତ୍ଵପୂର୍ଣ ?

ଢ. ଗ୍ରାମୀଣ ଶିଳ୍ପର ପ୍ରସାର ହେଲେ ସ୍ଥାନୀୟ ସମ୍ପ୍ରଦାୟଙ୍କ ସାମାଜିକ ଅର୍ଥନୈତିକ ବିକାଶର ଚିତ୍ରପଟ ଆକର୍ଷଣୀୟ ହୋଇପାରିବ। କ୍ଷୁଦ୍ର ବ୍ୟବସାୟ ଅର୍ଥନୈତିକ ସମତା ଆଣିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ଏହା ବିଭିନ୍ନ ଆଞ୍ଚଳିକ ଅନଗ୍ରସର ବର୍ଗର ବ୍ୟକ୍ତିଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସହାୟକ ହୋଇଥାଏ। ସେଥ‌ିପାଇଁ ଗ୍ରାମୀଣ ଶିଳ୍ପ ଓ କ୍ଷୁଦ୍ର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ।

(ଝ) କ୍ୟାସ୍ ବା KASH କହିଲେ କ'ଣ ବୁଝ ?

ଉ, ଔଦ୍ୟୋଗୀୟ ଦକ୍ଷତା ଅନେକଗୁଡ଼ିଏ ଗୁଣାବଳୀର ସମାହାର। ଇଂରେଜୀରେ ସଂକ୍ଷେପରେ ଏହାକୁ କ୍ୟାସ୍ ବା KASH (Knowledge + Attitude + Skill+ Habits) କୁହାଯାଏ। ଅର୍ଥାତ୍ ଉଦ୍ୟୋଗୀୟ ଦକ୍ଷତା କହିଲେ  ବ୍ୟକ୍ତିର ଜ୍ଞାନ, ବୈଷୟିକ କୌଶଳ, ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ ବିଶେଷତା; ଯଥା- ଅନ୍ତଦୃଷ୍ଟି, ଉତ୍ସାହ ଓ ପ୍ରେରଣା ଏବଂ ସୁଅଭ୍ୟାସ ଆଦି ସମାହାରକୁ ବୁଝାଇଥାଏ।

(ଞ) ପୁଞ୍ଜିବାଦ ଅର୍ଥନୀତିରେ ଉଦ୍ୟୋଗ ବିକାଶ ପାଇଁ ପରିସ୍ଥିତି କାହିଁକି ଅନୁକୂଳ ରହିଥାଏ ?

ଉ. ପୁଞ୍ଜିବାଦୀ ଅର୍ଥନୀତିରେ ବ୍ୟକ୍ତିଗତ ଉଦ୍ୟମକୁ ଗୁରୁତ୍ଵ ଦିଆଯାଉଥିବାରୁ ଉଦ୍ୟୋଗ ବିକାଶ ପାଇଁ ପରିସ୍ଥିତି ଅନୁକୂଳ ରହିଥାଏ। ଏହି ଅର୍ଥନୀତିରେ ବ୍ୟକ୍ତିଗତ ଆୟ ଉପରେ କମ୍ କର ନିର୍ଦ୍ଧାରଣ, କମ୍ ସୁଧହାର ତଥା ମଧ୍ୟମ ଧରଣର ମୁଦ୍ରାଙ୍ଗୀତି ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେଇଥାଏ।

୨. ସଂକ୍ଷିପ୍ତ ଟିପ୍ପଣୀ ଲେଖ :

(କ) ଉତ୍ପାଦନ ବ୍ୟବସ୍ଥାପନ :

i)    କୌଣସି ଉତ୍ପାଦ ସୃଷ୍ଟିରେ ଆବଶ୍ୟକ ନକ୍‌ସା ଓ ସ୍ଥାନ, ସମୟ ଓ ବ୍ୟକ୍ତିଗତ ଉପଯୋଗିତା ଆଦି ପାଇଁ ଭୂମି, ଶ୍ରମ, ପୁଞ୍ଜି ଓ ପ୍ରଯୁକ୍ତି ବିଦ୍ୟା ଆଦି ବିଭିନ୍ନ ସାଧନର ମିଶ୍ରିତ ପ୍ରୟୋଗ ଆବଶ୍ୟକ ପଡ଼ିଥାଏ। ଏକ ବିକଶିତ ଅର୍ଥ ବ୍ୟବସ୍ଥାରେ କେବଳ ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ବିଶ୍ଵାସ ଭାଜନ ହୋଇପାରିଲେ ଜଣେ ଉଦ୍ୟୋଗୀ ଉପଲବ୍‌ଧ ଅର୍ଥରେ ଆବଶ୍ୟକ କଞ୍ଚାମାଲ, ଯନ୍ତ୍ରପାତି, ଅନ୍ୟାନ୍ୟ ସାଧନ, ବିଦ୍ୟୁତ୍ ଓ ପାଣି ଭଳି ଉପଯୋଗୀ ଆବଶ୍ୟକତା ଏବଂ ବୈଷୟିକ ଜ୍ଞାନକୌଶଳ ପାଇଁ ବ୍ୟବସ୍ଥା କରିପାରିବ।

ii)    ଉତ୍ତମ ଉତ୍ପାଦନ ସାଙ୍ଗଠନିକ ଦକ୍ଷତା ପାଇଁ ଜଣେ ଉଦ୍ୟୋଗୀକୁ ଆବଶ୍ୟକ ସମ୍ବଳଗୁଡ଼ିକର ଉତ୍ସ ଓ ଉପଲବ୍ଧତା ଏବଂ ସେଗୁଡ଼ିକ ସମ୍ବନ୍ଧରେ ଜ୍ଞାନର ଆବଶ୍ୟକତା ରହିଛି। ଉତ୍ପାଦନ ବ୍ୟବସ୍ଥାପନରେ ଉତ୍ପାଦର ଉତ୍ପାଦନ ଓ ଏହାର ବଜାର ସୃଷ୍ଟିପାଇଁ କାମ ମଧ୍ୟ ଅନ୍ତର୍ଭୁକ୍ତ।

(ଖ) ଆଶଙ୍କା ମୁକାବିଲା :

i)    ଉଦ୍ୟୋଗୀକୁ ଆବଶ୍ୟକ କଞ୍ଚାମାଲ ଓ ଅନ୍ୟାନ୍ୟ ଉପାଦାନଗୁଡ଼ିକର ଯୋଗାଣ ସୁନିଶ୍ଚିତ କରିବାକୁ ପଡ଼େ ଏବଂ ସେଥ‌ିପାଇଁ ସମସ୍ତ ଖର୍ଚ୍ଚ କରିବାକୁ ପଡେ; କିନ୍ତୁ ପ୍ରକଳ୍ପରେ ଯେ ଲାଭ ହେବା ତା’ର କୌଣସି ନିଶ୍ଚିତତା ନଥାଏ।

ii)    ଆଶଙ୍କା ମୁକାବିଲା କହିଲେ ଅଭିଳଷିତ ହାରଠାରୁ ପ୍ରକୃତ ଲାଭ କମ୍ ହୋଇପାରେ।

iii)    ଉଦ୍ୟୋଗକୁ ବୃତ୍ତି ଭାବେ ଚୟନ କରୁଥିବା ବ୍ୟକ୍ତି ବିଶେଷଙ୍କର ନିଶ୍ଚିତ ରୋଜଗାର ବ୍ୟବସ୍ଥା ନଥିବାରୁ ସର୍ବଦା ଆଶଙ୍କା ମୁକାବିଲାର ସମ୍ଭାବନା ଥାଏ।

(ଗ) ଔଦ୍ୟୋଗିକୀ ଓ ପରିସ୍ଫୁଳନା :

i)    ଔଦ୍ୟୋଗିକୀ କହିଲେ କୌଣସି ବ୍ୟବସାୟ ଆରମ୍ଭ କରିବା ତଥା ନବୀକରଣକୁ ବୁଝାଏ।

ii)    ଉଦ୍ୟୋଗୀମାନେ ବ୍ୟବସାୟ । ଉଦ୍ୟୋଗକୁ ପ୍ରତିଷ୍ଠିତ କଲାପରେ ଅନ୍ୟମାନେ ତା’ର ପରିପ୍ପଳନା ଭାର ନେଇଥାନ୍ତି ଯାହା ବିକଶିତ ଦେଶମାନଙ୍କରେ ଦେଖାଯାଏ।

iii)    ବିକାଶଶୀଳ ଦେଶମାନଙ୍କରେ ମାଲିକ ପରିପ୍ପଳକ ଭୂମିକାରେ ଦେଖିବାକୁ ମିଳିଥାଏ; ମାତ୍ର ସେମାନଙ୍କର ପରିପ୍ପଳନାଗତ ଦକ୍ଷତାର ଅଭାବ ହିଁ ଅନେକ କ୍ଷେତ୍ରରେ ବ୍ୟବସାୟରେ ଅସଫଳତା ଆଣିଥାଏ । ଉଦ୍ୟୋଗୀର ପରିପ୍ପଳନାର ସାମର୍ଥ୍ୟ ଥିଲେ ହିଁ ପ୍ରକଳ୍ପ ସଫଳତାର ସ୍ଵାଦ ଚାଖୁପାରିବ।

(ଘ) ଦକ୍ଷତା ବିଗରଧାରା :

i)     କୌଣସି ଉଦ୍ୟୋଗ ବ୍ୟବସାୟ ପ୍ରକଳ୍ପର ରୂପରେଖ ଉପସ୍ଥାପନା ପାଇଁ ଉଦ୍ୟୋଗୀ ପାଖରେ ପ୍ରକଳ୍ପ ସମ୍ବନ୍ଧୀୟ ଜ୍ଞାନ, ସୂଚନା ସଂସ୍ଥାର ମାଧ୍ୟମ ନିର୍ଣ୍ଣୟ ତଥା ଶ୍ରୋତାଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ପ୍ରଭାବିତ କରିବାର କ୍ଷମତା ଥିବା ଆବଶ୍ୟକ।

ii)    ଜ୍ଞାନ, ଉତ୍ସାହ, ନିପୁଣତା ଓ ସୁଅଭ୍ୟାସ ଆଦି ଗୁଣ ହିଁ ବ୍ୟକ୍ତିଙ୍କୁ ଦକ୍ଷ ଉଦ୍ୟୋଗୀ ହେବାରେ ସହାୟକ ହୋଇଥାଏ।

iii)    ଔଦ୍ୟୋଗିକୀ ବିକାଶରେ ଦକ୍ଷତା ବିଗରଧାରାର ଆଦ୍ୟ ପ୍ରବର୍ତ୍ତନ ଭାବେ ହାଭାର୍ଡ଼ ବିଶ୍ଵବିଦ୍ୟାଳୟର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍ସ ମାକ୍‌ଲାଣ୍ଡଙ୍କୁ ବିବେଚନା କରାଯାଏ।

(ଙ) ସାଫଲ୍ୟ ପ୍ରୟୋଜନିତା :

i)    କିଛି କଷ୍ଟସାଧ୍ୟ କାର୍ଯ୍ୟକୁ କରି ଦେଖାଇବାର ଇଚ୍ଛାକୁ ‘ସାଫଲ୍ୟ ଅଭିଳାଷା’ ବା ସାଫଲ୍ୟ ପ୍ରୟୋଜନିତା କୁହାଯାଏ ।

ii)    ଏଥ‌ିରେ କୌଣସି ଭୌତିକ ପଦାର୍ଥ, ମାନବ ବା ପରିକଳ୍ପନାକୁ ଆୟ ସହ ସଫଳ ବିନିଯୋଗ ବା ନିୟୋଜିତ କରିବାକୁ ପଡ଼ିଥାଏ।

iii)    ସଅଳ ତଥା ସ୍ଵାଧୀନ ଭାବେ କାର୍ଯ୍ୟ କରିବା, କାର୍ଯ୍ୟକ୍ଷେତ୍ରରେ ଥିବା ମାନଦଣ୍ଡ ସ୍ଥାପନ କରିବା; ପ୍ରତିଦ୍ବନ୍ଦୀମାନଙ୍କୁ ପଛରେ ପକାଇବା ପ୍ରୟୋଜନିତାର ଅନ୍ତର୍ଭୁକ୍ତ।

୩. ପାର୍ଥକ୍ୟ ଦର୍ଶାଅ :

(କ) ଉଦ୍ୟୋଗ ଓ ଉଦ୍ୟୋଗୀ

ଉଦ୍ୟୋଗ

i)    ବ୍ୟବସାୟ ବା ଔଦ୍ୟୋଗୀକରଣ ପ୍ରକ୍ରିୟାର ପରିମାଣାତ୍ମକ ଏକକକୁ ଉଦ୍ୟୋଗ କୁହାଯାଏ।

ii)    ଉଦ୍ୟୋଗ ପରିମାଣ ବା କ୍ରିୟାଫଳ ଅଟେ। 

iii)    ଉଦ୍ୟୋଗ ରୋଜଗାର ଓ ବୃତ୍ତିର ବିସ୍ତାର ଭଳି ଦୁଇଟି ଆର୍ଥିକ କାର୍ଯ୍ୟର ଉନ୍ନତି କଳ୍ପେ ସୁଯୋଗ ସୃଷ୍ଟି କରିଥାଏ ।


ଉଦ୍ୟୋଗୀ

i)    ବ୍ୟବସାୟ ବା ଉଦ୍ୟୋଗ ପ୍ରତିଷ୍ଠାତାକୁ ଉଦ୍ୟୋଗୀ କୁହାଯାଏ।

ii) ଉଦ୍ୟୋଗୀ ଏକ ବ୍ୟକ୍ତି ବା ଉଦ୍ୟମୀ ଅଟେ। 

iii) ଉଦ୍ୟୋଗୀ ଆତ୍ମନିଯୁକ୍ତି ପାଇବା ସହିତ ଅନ୍ୟମାନଙ୍କୁ ବୃତ୍ତି ଯୋଗାଇଥାଏ।


(ଖ) ଔଦ୍ୟୋଗିକୀ ଏବଂ ପରିଚାଳନା  :

ଔଦ୍ୟୋଗିକୀ

i)    ଔଦ୍ୟୋଗିକୀ କହିଲେ କୌଣସି ବ୍ୟବସାୟ ଆରମ୍ଭ କରିବା ତଥା ନବୀକରଣକୁ ବୁଝାଏ। 

ii)    ଉଦ୍ୟୋଗୀ ସମ୍ବଳର ଅଭାବରେ ପ୍ରତିବନ୍ଧିତ ହୁଏ ନାହିଁ। ସେ ସମ୍ବଳ ଯୋଗାଡ଼ କରେ।

iii)    ଔଦ୍ୟୋଗିକୀ ଅନୌପରିକ ଅଟେ।


ପରିଚାଳନା 

i)    ଏକ ଚଳନ୍ତି ବ୍ୟବସାୟୀ କାର୍ଯ୍ୟ ତଦାରଖ କରିବାକୁ ପରିଚାଳନା  କୁହାଯାଏ।

ii)    ଜଣେ ପରିଚାଳକ ପାଖରେ ଥିବା ସମ୍ବଳକୁ ନେଇ ଚିନ୍ତିତ ରହେ ।

iii)    ପରିଚାଳନା ଔପଚାରିକ ଅଟେ


No comments:

Post a Comment