10th class geography udyog pratishtha question answer pdf


ଉଦ୍ୟୋଗ ପ୍ରତିଷ୍ଠା ପାଠ Class 10 geography odia pratishtha question answer pdf download, Class 10 geography odia pratishtha question answer pdf, 10th Class Odia Book question answer PDF, Class 10 geography odia pratishtha question answer chapter 1, Class 10 geography odia pratishtha question answer mcq, Odisha 10th Class book pdf download, 10th Class History question answer PDF odia medium, 10th Class Geography book PDF Odia medium.  Udyog Pratistha Question Answer l Class 10 arthaniti udyoga Pratistha Question Answer  | Udyoga pratistha l udyog pratistha mcq l 10th class geography mcq l sakti education | 

10th class geography udyog pratishtha question answer pdf


10th class geography udyog pratishtha question answer

ପାଠ୍ୟ ପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

୧. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

କ) ଶୁଭାରମ୍ଭ ଭାରତ ଯୋଜନା କ’ଣ ?

ଉ. – i) ଆମ ଦେଶକୁ ଶିଳ୍ପାନ୍ନତ ଓ ଆତ୍ମନିର୍ଭର କରିବା ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ବା ଶୁଭାରମ୍ଭ ଭାରତ ଯୋଜନା ଆରମ୍ଭ କରାଯାଇଛି ।

ii) ଏହା କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ସଦ୍ୟତମ ପ୍ରମୁଖ ଯୋଜନା ଅଟେ।

(ଖ) ଶୁଭାରମ୍ଭ ଭାରତ ଯୋଜନାର ଉଦ୍ଦେଶ୍ୟ କ’ଣ ?

ଊ.– ଦେଶରେ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ନୂତନ କାର୍ଯ୍ୟାରମ୍ଭ ପାଇଁ ସର୍ବୋତ୍ତମ ପରିବେଶ ସୃଷ୍ଟି କରିବା ଶୁଭାରମ୍ଭ ଭାରତ ଯୋଜନାର ମୂଳ ଉଦ୍ଦେଶ୍ୟ । ଏହାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟଗୁଡ଼ିକ ହେଲା-

(a) ଏକ ଉଦ୍ୟୋଗୀ ସଂସ୍କୃତିକୁ ସକ୍ରିୟ କରିବା ସହ ସମାଜରେ ଔଦ୍ୟୋଗିକୀ ମୂଲ୍ୟବୋଧକୁ ଉତ୍ସାହିତ କରିବା ଓ ଉଦ୍ୟୋଗ ପ୍ରତି ଲୋକଙ୍କ ମାନସିକତାକୁ ପ୍ରଭାବିତ କରିବା।

(b) ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଉଦ୍ଦୀପନା ଓ ଔଦ୍ୟୋଗୀକରଣ ପ୍ରକ୍ରିୟା ସମ୍ବନ୍ଧରେ ସଚେତନତା ସୃଷ୍ଟି |

(c) ଶିକ୍ଷିତ ଯୁବକ, ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟାଧାରୀମାନଙ୍କୁ ଉଦ୍ୟୋଗକୁ ଏକ ଆକର୍ଷଣୀୟ, ପସନ୍ଦଯୋଗ୍ୟ ଓ ଉପାର୍ଜନକ୍ଷମ ବୃତ୍ତିଭାବେ ଚୟନ କରିବା ପାଇଁ ବିୟର କରିବା ସହ ସକ୍ରିୟ ଶୁଭାରମ୍ଭ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା।

(d) ପ୍ରାରମ୍ଭିକ ପର୍ଯ୍ୟାୟରେ ଔଦ୍ୟୋଗୀକରଣ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ସହ ଆରମ୍ଭ ହେବାକୁ ଥିବା ନୂଆ କରି ଆରମ୍ଭ ହୋଇଥିବା ବା ଅଳ୍ପକିଛି ସମୟ ଧରି ଗଲିଥିବା ଓ ଅଭିବୃଦ୍ଧି ମୂଳକ ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରିବା।

(e) ଆଞ୍ଚଳିକ, ସାମାଜିକ ଓ ଆର୍ଥିକ ଅନଗ୍ରସର କ୍ଷେତ୍ର ପାଇଁ ବ୍ୟାପକ ଉଦ୍ୟୋଗୀ ସାଧନ ଯୋଗାଣ ମାଧ୍ୟମରେ ଥିବା ଲୋକମାନଙ୍କର ଆବଶ୍ୟକତା ମେଣ୍ଟାଇବା ସହ ସମନ୍ବିତ ଓ ପୋଷଣୀୟ ବିକାଶ ହାସଲ କରିବା।

(ଗ) ଷ୍ଟାର୍ଟଅପ୍ ବା ଶୁଭାରମ୍ଭ ପ୍ରକଳ୍ପ କହିଲେ କାହାକୁ ବୁଝାଏ ?

(a) ଷ୍ଟାର୍ଟଅପ୍ ବା ଶୁଭାରମ୍ଭ ପ୍ରକଳ୍ପ କହିଲେ ଏକ କମ୍ପାନୀ ଯାହା ଭାରତରେ ସାମିଲ ହୋଇଥବ ବା ରେଜିଷ୍ପୀଭୁକ୍ତ ହୋଇଥବ ଏବଂ ପାଞ୍ଚବର୍ଷ ଆଗରୁ ପ୍ରତିଷ୍ଠିତ ହୋଇ ନଥ‌ିବ।

(b) ପୂର୍ବ ବର୍ଷମାନଙ୍କରେ ଏହି କମ୍ପାନୀର ବାର୍ଷିକ କାରବାର ୨୫ କୋଟି ଟଙ୍କାରୁ ଅଧିକ ହୋଇ ନଥ‌ିବ।

(c) ବୈଷୟିକ କୌଶଳ, ବୌଦ୍ଧିକ ସମ୍ପଦ ଅଧୁକାର ଦ୍ଵାରା ପରିସ୍ଖଳିତ ସୃଜନାତ୍ମକ ବା ବିକାଶମୂଳକ ବା ବାଣିଜ୍ୟ କାରବାର ପାଇଁ ବିଭିନ୍ନ ଦ୍ରବ୍ୟ, ସେବା ଓ ପ୍ରକ୍ରିୟାର ବିକାଶ କରୁଥିବ।

(ଘ) ଶୁଭାରମ୍ଭ ପାଇଁ କିପରି ଅର୍ଥ ବ୍ୟବସ୍ଥା କରିହେବ ?

ସରକାରଙ୍କ ଯୋଜନା ମୁତାବକ ଉପଲବ୍ଧ ପୁଞ୍ଜି ଓ ବ୍ୟାଙ୍କ ଋଣ ବ୍ୟତୀତ ଶୁଭାରମ୍ଭ ପାଇଁ ଅନ୍ୟ କେତେକ ଉତ୍ସରୁ ଅର୍ଥ ବ୍ୟବସ୍ଥା କରିହେବ । ଯଥା-

(a) ସ୍ବ-ଉତ୍‌ଥାନ/ସ୍ଵ ଅର୍ଥ ବିନିଯୋଗ : ଜଣେ ନିଜସ୍ଵ ଅର୍ଥ ଓ ସମ୍ବଳ ବିନିଯୋଗ କରିବା ହିଁ ଅର୍ଥ ଯୋଗାଡ଼ର ପ୍ରଥମ ବିକଳ୍ପ ଭାବେ ବିବେଚିତ ହୁଏ। ଏହାକୁ ସ୍ଵ-ଅର୍ଥ ବିନିଯୋଗ କୁହାଯାଏ।

(b) ସମଷ୍ଟିଗତ ପୁଞ୍ଜି : ଏକ ସାଧାରଣ ଲକ୍ଷ୍ୟ ହାସଲ ଦିଗରେ ବହୁ ବ୍ୟକ୍ତି ପୁଞ୍ଜି ବ୍ୟବସ୍ଥା କରିବା ବା ନିବେଶ କରିବାକୁ ସମଷ୍ଟିଗତ ପୁଞ୍ଜି କୁହାଯାଏ।

(c) ପରୀ ନିବେଶ : ନୂତନ ଭାବେ ଗଢ଼ି ଉଠିଥିବା ଶୁଭାରମ୍ଭ ପ୍ରକଳ୍ପରେ ନିଜସ୍ଵ ବଳକା ଅର୍ଥ ନିବେଶ କରିବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ ପରୀ ନିବେଶ କୁହାଯାଏ।

(d) ଉଦ୍ୟମ ପୁଞ୍ଜି : ଉତ୍କଳ ସମ୍ଭାବନା ଥୁବା କମ୍ପାନୀଗୁଡ଼ିକରେ ଅର୍ଥ ବିନିଯୋଗ ପାଇଁ ପେଶାଦାର ଢଙ୍ଗରେ ପରିଚାଳିତ କେତେକ ଆର୍ଥିକ ସଂସ୍ଥା ରହିଛନ୍ତି।

(e) ବ୍ୟାପାର ଉଷ୍ମାୟନ ଓ ତ୍ଵରକ କେନ୍ଦ୍ର : ଉଷ୍ମାୟନ ଓ ତୁରଳ କେନ୍ଦ୍ର ମାଧ୍ୟମରେ ନୂତନ ଭାବେ ଗଢ଼ି ଉଠିଥିବା ବ୍ୟବସାୟଗୁଡ଼ିକ ପୁଞ୍ଜି ନିବେଶ ପାଇଁ ବିକଳ୍ପ ଭାବେ ଚିନ୍ତା କରିପାରିବେ । ଉଷ୍ମାୟନ କାର୍ଯ୍ୟକ୍ରମକୁ ଏକ ମାତା ପିତା ଭାବେ କଳ୍ପନା କରାଯାଇପାରିବେ, ଯିଏ କି ନିଜ ବ୍ୟବସାୟ (ଶିଶୁ) କୁ ଲାଳନ ପାଳନ କରେ। ତୁରକ କାର୍ଯ୍ୟକ୍ରମ ବ୍ୟବସାୟକୁ ଋଲୁ ରଖିବା ବା ବୃହତ୍ ଲମ୍ଫ ମାଧ୍ୟମରେ ଆଗକୁ ବଢ଼ିବାକୁ ସୁଯୋଗ ଦେଇଥାଏ। ଉଷ୍ମାୟନ ଓ ତ୍ଵରକ ଉଭୟେ ଶୁଭାରମ୍ଭ ପ୍ରକଳ୍ପଗୁଡ଼ିକୁ ପରାମର୍ଶଦାତା, ପୁଞ୍ଜି ନିବେଶକାରୀ ଓ ସାଥୀ ଶୁଭାରମ୍ଭ ପ୍ରକଳ୍ପ ସହ ଯୋଡ଼ିଥାନ୍ତି ।

(f) ଲଘୁ ବିତ୍ତ ବ୍ୟବସ୍ଥା ଓ ଅଣବ୍ୟାଙ୍କୀୟ ଅର୍ଥ ନିଗମ : ପାରମ୍ପରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରୁ ଋଣ ପାଉ ନଥିବା ବା ଋଣ ପାଇବାକୁ ଯୋଗ୍ୟତା ନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଲଘୁ ବିତ୍ତ ବ୍ୟବସ୍ଥା ଅର୍ଥ ସୁଲଭ କରାଇଥାଏ। ସେହିପରି ବ୍ୟାଙ୍କ ପାଇଁ ଜରୁରୀ ବିଭିନ୍ନ ଆଇନଗତ ଆବଶ୍ୟକତା ବିନା ଅଣବ୍ୟାକିଙ୍ଗ୍ ଅର୍ଥ ନିଗମଗୁଡ଼ିକ ଆର୍ଥିକ ସାହାଯ୍ୟ ଯୋଗାଇଥାନ୍ତି ।

୨. ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

(କ) ସ୍ଵ-ଅର୍ଥ ବିନିଯୋଗ

->ଜଣେ ନିଜସ୍ଵ ଅର୍ଥ ଓ ସମ୍ବଳ ବିନିଯୋଗ କରିବାକୁ ସ୍ୱ-ଅର୍ଥ ବିନିଯୋଗ କୁହାଯାଏ।

->ଏହା ଦ୍ଵାରା ବ୍ୟକ୍ତିଜଣକ ବ୍ୟବସାୟ ସହ ସଂଯୁକ୍ତ ହୋଇ ରହେ ।

->ସ୍ଵଳ୍ପ ନିବେଶ କ୍ଷେତ୍ରରେ ଏହା ପୁଞ୍ଜି ବିନିଯୋଗର ଏକ ଉତ୍ତମ ବିକଳ୍ପ ।

(ଖ) ସମଷ୍ଟିଗତ ପୁଞ୍ଜି

->ଏକ ସାଧାରଣ ଲକ୍ଷ୍ୟ ହାସଲ ଦିଗରେ ବହୁ ବ୍ୟକ୍ତି ପୁଞ୍ଜି ବ୍ୟବସ୍ଥା କରିବା ବା ନିବେଶ କରିବାକୁ ସମଷ୍ଟିଗତ ପୁଞ୍ଜି କୁହାଯାଏ।

->ଅତୀତରେ ଅନେକ ସଂସ୍ଥା ସାଧାରଣ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିଥିବାର ଦୃଷ୍ଟାନ୍ତ ଥିଲେ ମଧ୍ୟ ମୌଳିକ ନୀତି ଭିତ୍ତିକ ସମଷ୍ଟିଗତ ପୁଞ୍ଜି ବ୍ୟବସ୍ଥା ଭାରତ ପାଇଁ ନୂଆ।

->ଏହା ଦ୍ଵାରା ଶୁଭାରମ୍ଭ ପ୍ରକଳ୍ପ ତଥା କ୍ଷୁଦ୍ର ବ୍ୟବସାୟଗୁଡ଼ିକ ସେମାନଙ୍କର ପୁଞ୍ଜି ଆବଶ୍ୟକତା ମେଣ୍ଟାଇବା ସହଜ ହେବ।

(ଗ) ଉଦ୍ୟମ ପୁଞ୍ଜି

->ଉତ୍କଳ ସମ୍ଭାବନା ଥିବା କମ୍ପାନୀଗୁଡ଼ିକରେ ଅର୍ଥ ବିନିଯୋଗ ପାଇଁ ପେଶାଦାର ଢଙ୍ଗରେ ପରିସ୍ଖଳିତ କେତେକ ଆର୍ଥିକ ସଂସ୍ଥା ରହିଛନ୍ତି।

->ଉଦ୍ୟମ ପୁଞ୍ଜି ନିବେଶକାରୀମାନେ କମ୍ପାନୀର ଦକ୍ଷତା ବୃଦ୍ଧି, ବିଶେଷଜ୍ଞ ପରାମର୍ଶ ତଥା ଏହାର ପୋଷଣୀୟତା ତଥା ବିସ୍ତାର କ୍ଷମତାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ପରୀକ୍ଷା ନିରୀକ୍ଷା ସହ ବ୍ୟବସାୟର ସ୍ଥିତି ମୂଲ୍ୟାଙ୍କନ କରିଥାନ୍ତି।


(ଘ) ନବପ୍ରବର୍ତ୍ତନ ଲହରୀ

->ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ତଥା ଅଧ୍ବକ କର୍ମ ନିଯୁକ୍ତି ସୃଷ୍ଟି ପାଇଁ 2016 ମସିହାରେ ଓଡ଼ିଶା ସରକାର ଶୁଭାରମ୍ଭ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି।

->ଏହାର ଶୀର୍ଷକ ‘ନବ ପ୍ରବର୍ତ୍ତନ ଲହରୀ’ ରଖା ଯାଇଛି।

->ଏହି କ୍ରମରେ ଓଡ଼ିଶାକୁ ଏକ ବିଶ୍ଵସ୍ତରୀୟ ଷ୍ଟାର୍ଟଅପ୍ ହବ୍ ବା ଶୁଭାରମ୍ଭ ନାଭିକେନ୍ଦ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।


୩. ପାର୍ଥକ୍ୟ ଦର୍ଶାଅ।

(କ) ସମଷ୍ଟିଗତ ପୁଞ୍ଜି ଓ ପରୀ ନିବେଶ

ସମଷ୍ଟିଗତ ପୁଞ୍ଜି

a) ଏକ ସାଧାରଣ ଲକ୍ଷ୍ୟ ହାସଲ ଦିଗରେ ବହୁ ବ୍ୟକ୍ତି ପୁଞ୍ଜି ବ୍ୟବସ୍ଥା କରିବା ବା ନିବେଶ କରିବାକୁ ସମଷ୍ଟିଗତ ପୁଞ୍ଜି କୁହାଯାଏ।

b) ଏହା ଦ୍ଵାରା ଶୁଭାରମ୍ଭ ପ୍ରକଳ୍ପ ତଥା କ୍ଷୁଦ୍ର ବ୍ୟବସାୟ ଗୁଡ଼ିକ ସେମାନଙ୍କ ପୁଞ୍ଜି ଆବଶ୍ୟକତା ମେଣ୍ଟାଇବା ସହଜହେବ ।


ପରୀ ନିବେଶ

a) ନୂତନ ଭାବେ ଗଢ଼ି ଉଠୁଥିବା ଶୁଭାରମ୍ଭ ପ୍ରକଳ୍ପରେ ନିଜସ୍ଵ ବଳକା ଅର୍ଥ ନିବେଶ କରିବାକୁ ପରୀ ନିବେଶ କୁହାଯାଏ ଏବଂ ଏପରି ବ୍ୟକ୍ତିଙ୍କୁ ପରୀ ନିବେଶକ କୁହାଯାଏ।

b) ଏହା ଦ୍ଵାରା ଶୁଭାରମ୍ଭ ପ୍ରକଳ୍ପଗୁଡ଼ିକ ପାଇଁ ଅର୍ଥଯୋଗାଡ଼ କରି ହୁଏ ଏବଂ ପରୀ ନିବେଶକମାନେ ପୁଞ୍ଜିନିବେଶ ବ୍ୟତୀତ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ।


(ଖ) ବ୍ୟାପାର ଉଷ୍ମାୟନ ଓ ତୂରକ କେନ୍ଦ୍ର

ବ୍ୟାପାର ଉଷ୍ମାୟନ

ବ୍ୟାପାର ଉଷ୍ମାୟନ କାର୍ଯ୍ୟକ୍ରମକୁ ଏକ ମାତା/ ପିତା ଭାବେ କଳ୍ପନା କରାଯାଇପାରେ ଯିଏ କି ନିଜ ବ୍ୟବସାୟ (ଶିଶୁ) କୁ ଲାଳନପାଳନ କରେ।

ତ୍ଵରକ କେନ୍ଦ୍ର

b) ତ୍ଵରକ କାର୍ଯ୍ୟକ୍ରମ ବ୍ୟବସାୟକୁ ଋଲୁ ରଖିବା ବା ବୃହତ୍ ଲମ୍ଫ ମାଧ୍ୟମରେ ଆଗକୁ ବଢ଼ିବାକୁ ସୁଯୋଗ ଦେଇଥାଏ।


No comments:

Post a Comment