Looking for +2 1st Year Sahitya Jyoti Mathura Mangala question answers? Download the complete PDF guide featuring long questions, short notes, and MCQ solutions according to the CHSE Odisha New Syllabus 2026.
+2 1st Year Sahitya Jyoti Mathura Mangala Question Answer PDF
Mathura Mangala Short Question Answers (1 & 2 Marks)
ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ପ୍ରଶ୍ନୋତ୍ତର
୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ।
1. ଶ୍ରୀକୃଷ୍ଣଙ୍କ ଖଡ଼ଗର ନାମ କ’ଣ ?
(କ) ସୁଦର୍ଶନ (ଖ) ନନ୍ଦକ (ଗ) ମାଧବ (ଘ) ବକାରି
ଊ. (ଖ) ନନ୍ଦକ
9.ଦୁର୍ମିଳା ନନ୍ଦନ କାହାକୁ କୁହାଯାଇଛି ?
(କ) ନନ୍ଦ (ଖ) ବସୁଦେବ (ଗ) କୃଷ୍ଣ (ଘ) କଂସ
ଊ. (ଘ) କଂସ
୩.କଂସର ମାତାଙ୍କ ନାମ କ’ଣ ?
(କ) ଯଶୋଦା (ଖ) ଇନ୍ଦୁମତୀ (ଗ)ଦେବକୀ (ଘ) ପୂତନା
ଊ. (ଖ) ଇନ୍ଦୁମତୀ
୪.ଉଗ୍ରସେନ କେଉଁ ରାଜ୍ୟର ରାଜା ଥିଲେ ?
(କ) ମଥୁରା (ଖ) ଗୋପ (ଗ) ସୌଭ (ଘ) ଦ୍ଵାରକା
ଊ. (କ) ମଥୁରା
୫.କାରଣ-ସଲିଳ-ବିହାରୀ ବୋଲି କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣଙ୍କୁ (ଖ) କଂସକୁ (ଗ) ନନ୍ଦଙ୍କୁ (ଘ) ଅକ୍ରୁରଙ୍କୁ
ଊ. (କ) ଶ୍ରୀକୃଷ୍ଣଙ୍କୁ
୬.ବିଶ୍ଵକର୍ମା କିଏ ?
(କ) ବିଶ୍ଵନିୟନ୍ତା (ଖ) ଦେବଶିଳ୍ପୀ (ଗ) ବିଶ୍ବକ (ଘ) ଦାନବ ଶିଳ୍ପୀ
ଊ. (ଖ) ଦେବଶିଳ୍ପୀ
7.ବିରଞ୍ଚି କିଏ ?
(କ) ବିଷ୍ଣୁ (ଖ) ବ୍ରହ୍ମା (ଗ) ମହେଶ୍ବର (ଘ) ବିଶ୍ଵକର୍ମା
ଊ. (ଖ) ବ୍ରହ୍ମା
୮.କବିଙ୍କର ଦରିଦ୍ରଜୀବନ କାହିଁକି ହୋଇଛି ?
(କ) ଧନବିନେ (ଖ) ଭକ୍ତବିନେ (ଗ) ପ୍ରାଚୁର୍ଯ୍ୟ ବିନେ (ଘ) ଐଶ୍ବର୍ଯ୍ୟ ବିନେ
ଊ. (ଖ) ଭକ୍ତବିନେ
୯. ପାପଅନଳ କ’ଣ ଦହନ କରେ ?
(କ) ଘରଦ୍ଵାର (ଖ) ବଣପାହାଡ଼ (ଗ) ପିଣ୍ଡ-କାଷ୍ଠ (ଘ) ଗାଁଗଣ୍ଡା
ଊ. (ଗ) ପିଣ୍ଡ-କାଷ୍ଠ
୧୦. ଶୁକମୁନି କେଉଁ ରାଜାଙ୍କୁ କୃଷ୍ଣଚରିତ ଭାଗବତ ଶୁଣାଇଥିଲେ ?
(କ) କଂସ (ଖ) ନନ୍ଦ (ଗ) ପରୀକ୍ଷିତ (ଘ) ଉଗ୍ରସେନ
ଊ. (ଗ) ପରୀକ୍ଷିତ
୧୧. ମହୀକୁ ରକ୍ଷା କରିବା ପାଇଁ ବ୍ରହ୍ମାଙ୍କ ସମେତ ସର୍ବଦେବତା କେଉଁଠାରେ ଭଗବାନଙ୍କୁ ଗୁହାରି ଜଣାଇଥିଲେ ?
(କ) କ୍ଷୀର ସାଗର ତଟେ (ଖ)ହିମାଳୟ ପାଦ ତଳେ (ଗ) ବୈକୁଣ୍ଠ (ଘ)ଇନ୍ଦ୍ରଭୁବନରେ
ଊ. (କ) କ୍ଷୀର ସାଗର ତଟେ
୧୨. ଶ୍ରୀକୃଷ୍ଣ ଜନ୍ମ ହୋଇ କେତେ ଦିନ ପରେ ପୁତନାକୁ ମାରିଥିଲେ ?
(କ) ବାର ଦିନରେ (ଖ) ସାତ ଦିନରେ (ଗ) ନଅ ଦିନରେ (ଘ) ଏକୋଇଶ ଦିନରେ
ଜ. (ଖ) ସାତ ଦିନରେ
୧୩. ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲେ ?
(କ) ଇନ୍ଦ୍ର (ଖ) ବରୁଣ (ଗ) ଯମ (ଘ) ସୂର୍ଯ୍ୟ
ଊ. (ଖ) ବରୁଣ
୧୪. ଇନ୍ଦ୍ର ସହିତ ବିବାଦ ବେଳେ ଶ୍ରୀକୃଷ୍ଣ କେଉଁ ପର୍ବତ ତୋଳି ଧରିଥିଲେ ?
(କ) ଗନ୍ଧମାର୍ଦ୍ଦନ (ଖ) ହିମାଳୟ (ଗ) ଗୋବର୍ଦ୍ଧନ (ଘ) ମୈନାକ
ଊ. (ଗ) ଗୋବନ
୧୫. କଂସର ମନ୍ତ୍ରୀ କିଏ ?
(କ) ଉଗ୍ରସେନ (ଖ) ଅକ୍ରୂର (ଗ) ଉଦ୍ଧବ (ଘ) ଉପନନ୍ଦ
ଊ. (ଖ) ଅକ୍ରୂର
୧୬. କଂସର ବଇରୀ ନନ୍ଦନନ୍ଦନ ବୋଲି କିଏ କହିଯାଇଥିଲେ ?
(କ) ମୁନିବର ନାରଦ (ଖ) ବଶିଷ୍ଠ (ଗ) ବିଶ୍ଵାମିତ୍ର (ଘ) ବ୍ରହ୍ମା
ଊ. (କ) ମୁନିବର ନାରଦ
୧୭. କେଉଁଠାରେ ଥିବା ଅଗ୍ନିକଣା ମନ୍ଦ ପବନରେ ବଳିଷ୍ଠ ହୋଇଉଠେ ?
(କ) ଘରବଂଶରେ (ଖ) ଚୁଲି ଭିତରେ (ଗ) ଭସ୍ମକୁଢରେ (ଘ) ଅରଣ୍ୟ ଭିତରେ
ଊ.(ଗ) ଭସ୍ମକୁଢରେ
୧୮. ସ୍ଵପ୍ନ ସତ୍ୟ ନୋହେ ବୋଲି କଂସ କେଉଁପରି ଜାଣିଲା ?
(କ) ଏହା ବେଦ ଭାଷଇ (ଖ) ଏହା ଋଷିଆଜ୍ଞା (ଗ) ଏହା ରାଜାଙ୍କ ଆଦେଶ (ଘ) ଈଶ୍ବରଙ୍କ ଇଚ୍ଛା
ଊ. (କ) ଏହା ବେଦ ଭାଷଇ
୧୯. ସଫଳସୁତ କିଏ ?
(କ) ଶ୍ରୀକୃଷ୍ଣ (ଖ) ବଳରାମ (ଗ) ଅକ୍ରୂର (ଘ) ଉଦ୍ଧବ
ଊ. (ଗ) ଅକ୍ରୂର
୨୦, ଜଳଦତନୁ କାହାକୁ କୁହାଯାଇଛି ?
(କ) ମେଘ ପରି ଦେହ ଯାହାଙ୍କର (ଖ) ଜଳ ପରି ଶରୀର ଯାହାର (ଗ), ଆକାଶପରି ଦେହ ଯାହାର
(ଘ) ନଦୀପରି ଶରୀର ଯାହାର
ଊ. (କ) ମେଘ ପରି ଦେହ ଯାହାଙ୍କର
୨୧, ରାମ କୃଷ୍ଣ ଗୋପୁରରେ ଅକୃରଙ୍କୁ ଦେଖୁ କ'ଣ ପଚାରିବେ ?
(କ) ବିଶ୍ଵାସକଥା (ଖ) କଂସଙ୍କ ଖବର (ଗ) ମଥୁରା ଖବର (ଘ) ଧନୁଯାତ୍ରା କଥା
ଊ. (କ) ବିଶ୍ଵାସକଥା
୨୨. ଶ୍ରୀପତିଙ୍କୁ ଦେଖିଲେ ଅକୁରଙ୍କର କ'ଣ ଛିନ୍ନ ହେବ ?
(କ) ଭବବନ୍ଧ (ଖ) ମଥୁରାର ମାୟା (ଗ) ଗୋପର ଆସକ୍ତି (ଘ) ବୈକୁଣ୍ଠ ଲାଭର ଆଶା
ଉ. (ଘ) ଭବବନ୍ଧ
୨୩. ଆକୁଳ ହୋଇ ଶୂନ୍ୟକୁ କିଏ କୋଳ କରୁଥୁଲେ ?
(କ) କଂସ (ଖ) ଅକ୍ରୁର (ଗ) କଂସ (ଘ) ବସୁଦେବ
ଉ. (ଖ) ଅକ୍ରୁର
୨୪. ଅକ୍ରୂର ଗୋପସୀମାନ୍ତରେ ଶ୍ରୀକୃଷ୍ଣ କ’ଣ କରୁଥିବାର ଦେଖିଲେ ?
(କ) ଗାବ ଦୋହନ (ଖ) ଗୋପାଳ ମେଳେ କ୍ରୀଡ଼ା (ଗ) ଗୋପୀମାନଙ୍କ ସହିତ କଥାବାର୍ତ୍ତା (ଘ) ଗୋ ଚାରଣ
ଉ. (କ) ଗାବ ଦୋହନ
୨୫. ରୋହିଣୀବଳା କିଏ ?
(କ) ଶ୍ରୀକୃଷ୍ଣ (ଖ) ବଳରାମ (ଗ) ଅକ୍ରୁର (ଘ) ନନ୍ଦ
ଊ. (ଖ) ବଳରାମ
୨୬. କଂସ ଲେଖୁଥିବା ପତ୍ରକୁ ମନ୍ତ୍ରୀ କେଉଁଠି ଧାରଣ କଲେ ?
(କ) ଗଳାରେ ଲମ୍ବାଇଲେ (ଖ) ଅଣ୍ଟାରେ ଖୋସିଲେ (ଗ) କାଖରେ ଜାକିଲେ (ଘ) ମୁଣ୍ଡରେ ବାନ୍ଧିଲେ
ଊ. (କ) ଗଳାରେ ଲମ୍ବାଇଲେ
୨୭. କଂସ କେଉଁ ଅବସ୍ଥାରେ ପତ୍ର ଲେଖୁଥିଲା ?
(କ) ମହାରୋଷ ହୋଇ (ଖ) ଖୁସୀ ହୋଇ (ଗ) ଦୁଃଖରେ ପଡ଼ି (ଘ) ନିଦ୍ରାରେ ଥାଇ
ଊ. (କ) ମହାରୋଷ ହୋଇ
୨୮. କଂସର ଆଦେଶରେ ନନ୍ଦରାଜା ମଥୁରାକୁ କେବେ ଆସିବେ ?
(କ) ତତକାଳେ (ଖ) ଦିନେ ପରେ (ଗ) ଦୁଇଦିନ ପରେ (ଘ) ସୁବିଧା ହେଲେ
ଊ. (କ) ତତକାଳେ
୨୯. ବିଧାଘାତରେ କଂସ କ’ଣ ଚୂନା କରିପାରେ ?
(କ) ଚିତ୍ରକୂଟ କୁଧର (ଖ) ମେରୁ ପର୍ବତ (ଗ) ହିମାଳୟ ପର୍ବତ (ଘ) ନନ୍ଦର ମେରୁଦଣ୍ଡ
ଊ. (କ) ଚିତ୍ରକୂଟ କୁଧର
୩୦, କଂସର ଦାନୀପଣ ସହିତ କିଏ ସମକକ୍ଷ ?
(କ) ସୁନାସୀର (ଖ) କର୍ଣ୍ଣ (ଗ) ହରିଶ୍ଚନ୍ଦ୍ର ତତ୍ୟୟ (ଘ) ବଳି
ଊ. (କ)ସୁନାସୀର
୩୧. କଂସର ଧାର୍ମିକପଣ ସହିତ କିଏ ସମାନ ?
(କ) ଯୁଧୁଷ୍ଠିର (ଖ) କେହି ନୁହେଁ (ଗ) ବସୁଦେବ (ଘ) ଶ୍ରୀକୃଷ୍ଣ
ଊ. (ଖ) କେହି ନୁହେଁ
୩୨. କଂସର ଶଶୁରଙ୍କ ନାମ କ’ଣ ?
(କ) ଉଗ୍ରସେନ (ଖ) ଜରାସନ୍ଧ (ଗ) ଦକ୍ଷ (ଘ) ବ୍ରହ୍ମା
ଊ. (ଖ) ଜରାସନ୍ଧ
୩୩. କିଏ କଂସର ସଖା ଥିଲା ?
(କ) ବୀରକେଶୀ (ଖ) ଅଘା (ଗ) ବକା (ଘ) ଧେନୁକା
ଊ. (କ) ବୀରକେଶୀ
୩୪. ନନ୍ଦ ଯଦି ଶିରୀଷ କୁସୁମ ହୁଏ ତେବେ କଂସର ଭୂମିକା କ’ଣ ହେବ ?
(କ) ମହାପ୍ରଳୟ ବରଷା (ଖ) ଶାଗୁଣା ପକ୍ଷୀ (ଗ) ମହୁମାଛି (ଘ) ମାଳି
ଉ. (କ) ମହାପ୍ରଳୟ ବରଷା
୩୫. ଅକ୍ରୁର କାହାକୁ ନେବାପାଇଁ ଗୋପପୁର ଆସିଥିଲେ ?
(କ) ରାମକୃଷ୍ଣ (ଖ) ନନ୍ଦ ଯଶୋଦା (ଗ) ଦେବକୀ ବସୁଦେବ (ଘ) ନନ୍ଦ ବସୁଦେବ
ଊ. (କ) ରାମକୃଷ୍ଣ
୩୬. ସାୟକ ପୂଜା କିଏ କରିଥିଲା ?
(କ) ନନ୍ଦ (ଖ) ଅକ୍ରୂର (ଗ) କଂସ (ଘ) ଗୋପୀମାନେ
ଊ. (ଗ) କଂସ
୩୭. କଂସ କାହାକୁ ଚିଟାଉ ଲେଖୁଥିଲା ?
(କ) ଶ୍ରୀକୃଷ୍ଣ (ଖ) ବଳରାମ (ଗ) ନନ୍ଦ (ଘ) ବସୁଦେବ
ଊ. (ଗ) ନନ୍ଦ
୩୮. କଂସର ଆଜ୍ଞା ପ୍ରମାଣେ ନନ୍ଦ ନଆସିଲେ କଂସ କ’ଣ କରିବ ?
(କ) ନନ୍ଦକୁ କାରାଗାରରେ ରଖୁବ (ଗ) କାନ୍ଧ ଛେଦନ କରିବ (ଖ) ଦେଶାନ୍ତର କରିବ (ଘ) ଅପମାନିତ କରିବ
ଊ. (ଗ) କାନ୍ଧ ଛେଦନ କରିବ
୩୯. କଂସର ବଳବୀର୍ଯ୍ୟ ଅଇରି କୁଳକୁ କିଭଳି ଥୁଲା ?
(କ) କେତୁ (ଖ) ରାହୁ (ଗ) ସୁନାସୀର (ଘ) କ୍ୟୁବେର
ଊ. (କ) କେତୁ
୪୦. କଂସର କୋପରେ ମହୀର ଅବସ୍ଥା କ’ଣ ହୁଏ ?
(କ) ଦୋହଲି ଉଠଇ (ଖ) ଭାଙ୍ଗି ପଡ଼େ (ଗ) ଖଣ୍ଡ ଖଣ୍ଡ ହୋଇଯାଏ (ଘ) ବିବର୍ଣ୍ଣ ହୋଇଯାଏ
ଊ. (କ) ଦୋହଲି ଉଠଇ
୪୧. କଂସର କୋପରେ କିଏ ଥରହର ହୁଏ ?
(କ) ମେରୁ (ଖ) ଗନ୍ଧମାର୍ଦ୍ଦନ (ଗ) ଗୋବର୍ଦ୍ଧନ (ଘ) ବିନ୍ଧ୍ୟପର୍ବତ
ଊ. (କ) ମେରୁ
୪୨, ଅଲରି ଭରସଲ-ବାନା ବହନ କରୁଥିଲା ?
(କ) ନନ୍ଦ (ଖ) ବସୁଦେବ (ଗ) ଶ୍ରୀକୃଷ୍ଣ (ଘ) କଂସ
ଊ.. (ଘ) କଂସ
୪୩. କଂସର ପାଣ୍ଡିତ୍ୟରେ କିଏ ହାରିଯାଏ ?
(କ) ନାରଦ (ଖ) ଶ୍ରୀକୃଷ୍ଣ (ଗ) ଦେବଗୁରୁ (ଘ) ମହେଶ୍ଵର
ଊ. (ଗ) ଦେବଗୁରୁ
୪୪. କଂସର ‘ରଡ଼ିଗୋଟାକେ’ର ପରିଣତି କ’ଣ ?
(କ) ତିଳପୁରର ସର୍ବଜନ୍ତୁ ମରିବେ (ଖ) ମହୀଦୋହଲି ଉଠିବ (ଗ) ମଥୁର ପୁରା ଧ୍ଵଂସ ହେବ (ଘ) ବୈକୁଣ୍ଠପୁର ଭାଙ୍ଗିଯିବ
ଉ. (କ) ତିଳପୁରର ସର୍ବଜନ୍ତୁ ମରିବେ
୪୫. ଶ୍ରୀକୃଷ୍ଣଙ୍କ ମଥୁରା ଯିବା କଥା ଶୁଣି ଗୋପୀମାନେ କେତେ ସଂଖ୍ୟାରେ ମେଳି ହୋଇ ବିଚାର କରୁଥିଲେ ?
(କ) ପାଞ୍ଚ ସାତ (ଖ) ଛଅ ନଅ (ଗ) ଦଶ ବାର (ଘ) ବାର ପନ୍ଦର
ଊ. (କ) ପାଞ୍ଚ ସାତ
୪୬. ଏଣୀଦୃଶା କହିଲେ କ’ଣ ବୁଝାଏ ?
(କ) ମୀନ ନୟନୀ (ଖ) ହରିଣ ନୟନା (ଗ) ମୟୂର ଆଖ୍ (ଘ) ପଦ୍ମଲୋଚନ
ଊ. (ଖ) ହରିଣ ନୟନା
୪୭. ଶ୍ରୀକୃଷ୍ଣ ମଥୁରା ଚାଲିଲେ ଗୋପୀମାନେ ସ୍ତିରୀହତ୍ୟା ଦୋଷ କାହାକୁ ଦେବେ ?
(କ) ଶ୍ରୀକୃଷ୍ଣଙ୍କୁ (ଖ) ବଳରାମଙ୍କୁ (ଗ) ଅକ୍ରୁରଙ୍କୁ (ଘ) କଂସକୁ
ଊ. (କ) ଶ୍ରୀକୃଷ୍ଣଙ୍କୁ
୪୮. ଭୋଜପତି କିଏ ?
(କ) ନନ୍ଦ (ଖ) ବସୁଦେବ (ଗ) ଅକ୍ରୂର (ଘ) କଂସ
ଊ. (ଘ) କଂସ
୪୯. ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଭୂମିର ଅବସ୍ଥା କ’ଣ ହେବ ?
(କ) ଅଙ୍ଗ ଅଶୋଭା ଦିଶିବ (ଖ) ବନ୍ଧ୍ୟା ପାଲଟି ଯିବ (ଗ) ଦୁଇଫାଳ ହୋଇଯିବ (ଘ) ଶୂନ୍ୟରେ ମିଳାଇ ଯିବ
ଊ. (କ) ଅଙ୍ଗ ଅଶୋଭା ଦିଶିବ
୫୦. ମଥୁରାରେ ଧନୁ ଉତ୍ସବ ଦେଖ୍ କେତେଦିନ ପରେ ଶ୍ରୀକୃଷ୍ଣ ଲେଉଟି ଆସିବେ ବୋଲି ଗୋପୀମାନଙ୍କୁ କହିଲେ ?
(କ) ପାଞ୍ଚ ସାତ ଦିନ (ଖ) ଦୁଇ ଚାରି ଦିନ (ଗ) ଦିନେ ଦୁଇଦିନ (ଘ) ଦଶହରା ଦିନ
ଊ. (ଖ) ଦୁଇ ଚାରି ଦିନ
୫୧. ପ୍ରଭୁ ଚକ୍ରପାଣି କାହାଘରେ ଜନ୍ମ ହେବେ ବୋଲି ଦେବତାମାନଙ୍କୁ କହିଥିଲେ ?
(କ) ନନ୍ଦ ଘରେ (ଖ) ବସୁଦେବ ଘରେ (ଗ) କଂସ ଘରେ (ଘ) ଉଗ୍ରସେନ ଘରେ
ଊ. (ଖ) ବସୁଦେବ ଘରେ
୫୨, ପୃଥ୍ବୀ ହିତରେ ଭଗବାନ କେଉଁ ଶୟନ ତେଜି ଥିଲେ ?
(କ) ନାଗଶୟନ ଖ) ବୈକୁଣ୍ଠ ଶୟନ(ଗ) ପଦ୍ମ ଶୟନ (ଘ) ଲକ୍ଷ୍ମୀଙ୍କ ଅଙ୍କ ଶୟନ
ଊ. . (କ) ନାଗଶୟନ
୫୩. କଳି-କଳୁଷ-ରୋଗକୁ କ’ଣ ଔଷଧ ବୋଲି କୁହାଯାଇଛି ?
(କ) କୃଷ୍ଣ ଚରିତ (ଖ) କଂସ ଚରିତ (ଗ) ବସୁଦେବ ଚରିତ (ଘ) ଉଦ୍ଧବ ଚରିତ
ଊ. (କ) କୃଷ୍ଣ ଚରିତ
୫୪. କୃଷ୍ଣ ଚରିତ ଭାଗବତ ଶୁଣି କିଏ ଉଷତ ହୋଇଥିଲେ ?
(କ) କଂସରାଜା (ଖ) ପରୀକ୍ଷିତ ରାଜା (ଗ) ଯୁଧୁଷ୍ଠିର ରାଜା (ଘ) ଧୃତରାଷ୍ଟ୍ର ରାଜା
ଉ. (ଖ) ପରୀକ୍ଷିତ ରାଜା
୫୫. ଗୋରୁ ବ୍ରାହ୍ମଣଙ୍କୁ କିଏ କଷଣ ଦେଇଥୁଲା ?
(କ) କୃଷ୍ଣ (ଖ) ବଳରାମ (ଗ) କଂସ (ଘ) ବସୁଦେବ
ଉ. (ଗ) କଂସ
୫୬. ପିତାମହ କିଏ ?
(କ) ବ୍ରହ୍ମା (ଖ) ଉଗ୍ରସେନ (ଗ) ନନ୍ଦ (ଘ) କଂସ
ଊ. (କ) ବ୍ରହ୍ମା
୫୭. କେଉଁ ସାଗରରେ ଭଗବାନ ଅନନ୍ତଶୟନ କରିଥିଲେ ?
(କ) କ୍ଷୀର ସାଗରରେ (ଖ) ମହୁ ସାଗରରେ(ଗ) ଘୃତ ସାଗରରେ (ଘ) ଅମୃତ ସାଗରରେ
ଉ. (କ) କ୍ଷୀର ସାଗରରେ
୫୮. ବେଦବର କିଏ ?
(କ) ବ୍ରହ୍ମା (ଖ) ବିଷ୍ଣୁ (ଗ) ଉଦ୍ଧବ (ଘ) ନାରଦ
ଊ. (କ) ବ୍ରହ୍ମା
୫୯. କୁବେର କୁମାରଙ୍କୁ କିଏ ତାରଣ କରିଥିଲେ ?
(କ) ବସୁଦେବ (ଖ) ଯଶୋଦା (ଗ) ବଳରାମ (ଘ) ଶ୍ରୀକୃଷ୍ଣ
ଊ. (ଘ) ଶ୍ରୀକୃଷ୍ଣ
୬୦. ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲା ?
(କ) ଯମ (ଖ) ଇନ୍ଦ୍ର (ଗ) ବରୁଣ (ଘ) ଗନ୍ଧର୍
ଊ. (ଖ) ଇନ୍ଦ୍ର
୬୧. ଇନ୍ଦ୍ର ବିବାଦରେ ଶ୍ରୀକୃଷ୍ଣ କେଉଁ ପର୍ବତକୁ ତୋଳି ଧରିଥିଲେ ?
(କ) ଗନ୍ଧମାର୍ଦ୍ଦନ (ଖ) ଗୋବର୍ଦ୍ଧନ ( ଗ) କୈଳାସ (ଘ) ହିମାଳୟ
ଊ. (ଖ) ଗୋବଦ୍ଧନ
୬୨. ଗୋରୁ ବ୍ରାହ୍ମଣ ରକ୍ଷଣେ କିଏ ଜାତ ହୁଅନ୍ତି ?
(କ) କଂସ (ଗ) ବ୍ରହ୍ମା (ଖ) ଭଗବାନ ଶ୍ରୀକୃଷ୍ଣ (ଘ) ମହେଶ୍ବର
ଇ. (ଖ) ଭଗବାନ ଶ୍ରୀକୃଷ୍ଣ
୬୩. ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହଁନ୍ତି ?
(କ) ମଣିଷ (ଖ) ପୃଥିବୀ (ଗ) ଭଗବାନ (ଘ) ପର୍ବତ
ଊ. (ଗ) ଭଗବାନ
୬୪. ‘କୃଷ୍ଣଙ୍କୁ ଭଜିଲେ ତରିବା’ କଥା କବି କେଉଁଠାରୁ ଶୁଣିଲେ ?
(କ) ସୁଜ୍ଞଜନଙ୍କ ମୁଖରୁ (ଖ) ପାଲାକାରଙ୍କ ଠାରୁ (ଗ) ପୌରାଣିକମାନଙ୍କଠାରୁ (ଘ) ଗାଁ ଗହଳରୁ
ଉ. (କ) ସୁଜ୍ଞଜନଙ୍କ ମୁଖରୁ
୬୫. କଂସ ଜନ୍ମ, ମରଣ ଭାଗବତର କେଉଁ ସ୍କନ୍ଧରେ ବର୍ଣିତ ହୋଇଛି ?
(କ) ୧ମ (ଖ) ୨ୟ (ଗ) ୫ମ (ଘ) ୧୦ମ
ଉ. (ଘ) ୧୦ମ
୬୬. କାଳୀୟ ନାଗକୁ ଶ୍ରୀକୃଷ୍ଣ କେଉଁଠାରେ ଦଳନ କରିଥିଲେ ?
(କ) କାଳିନ୍ଦୀ ହ୍ରଦରେ (ଖ) ଚିଲିକା ହ୍ରଦରେ(ଗ) ମାନସରୋବରରେ (ଘ) ଯମୁନା ଜଳରେ
ଊ. (କ) କାଳିନ୍ଦୀ ହ୍ରଦରେ
୬୭. କଂସର ମନ୍ତ୍ରୀ କିଏ ଥିଲା?
(କ) ଅକ୍ରୂର (ଖ) ଉଦ୍ଧବ (ଗ) ଉଗ୍ରସେନ (ଘ) ନାରଦ
ଊ. (କ) ଅକ୍ରୁର
୬୮. କୃଷ୍ଣଙ୍କୁ ମାରିବା ପାଇଁ ପୂତନା କେଉଁଠାରେ ବିଷ ଭରିଥିଲା ?
(କ) ସ୍ତନରେ (ଖ) ଓଠରେ (ଗ) ଜିହ୍ବାରେ (ଘ) ହସ୍ତରେ
ଊ. (କ) ସ୍ତନରେ
୬୯. ବ୍ୟାଧୂକୁ ହେଳା କଲେ କ’ଣ ହୁଏ ?
(କ) ପରାଣେ ମାଇଲ (ଖ) ମୋକ୍ଷ ଦିଏ (ଗ) ମୁକ୍ତି ଦିଏ (ଘ) ଭଲ ହୋଇଯାଏ
ଊ. (କ) ପରାଣେ ମାରଇ
୭୦. ଭସ୍ମକୁଢ଼ରେ କ’ଣ ଥାଇ ମନ୍ଦ ପବନରେ ବଳିଷ୍ଠ ହୋଇଥାଏ ?
(କ) ପାଉଁଶ . (ଖ) ଅଗ୍ନିକଣା (ଗ) ଅଙ୍ଗାର (ଘ) ଜଳନ୍ତା ନିଆଁ
ଊ. (ଖ) ଅଗ୍ନିକଣା
୭୧. କଂସରାଜା କେଉଁଥରେ ପଡ଼ି ମୋହ ହୋଇଲା ?
(କ) ସଂସାର ଚକ୍ରରେ (ଖ) କାଳ ଚକ୍ରରେ (ଗ) ବିଷୟ ଚକ୍ରରେ (ଘ) ଘଟଣା ଚକ୍ରରେ
ଊ. (ଖ) କାଳ ଚକ୍ରରେ
୭୨. କଂସରାକାକୁ କ'ଣ ସବୁ ବିଷ ସମାନ ଲାଗୁଥିଲା ?
(କ) ବାସନ କାର୍ଯ୍ୟ (ଖ) ରାଜଭୋଗ
(ଗ) ସ୍ନାନ ମାର୍ଜନ ଶୟନ ଭୋଜନ (ଘ) ଧନୁଯାତ୍ରା ପ୍ରସଙ୍ଗ
ଊ. (ଗ) ସ୍ନାନ ମାର୍ଜନ ଶୟନ ଭୋଜନ
୭୩. କଂସ ଡଗର ବୋଲି କାହାକୁ କୁହାଯାଇଛି ?
(କ) ଉଦ୍ଧବ (ଖ) ଅକ୍ରୂର (ଗ) ନାରଦ (ଘ) ବସୁଦେବ
ଊ. (ଖ) ଅକ୍ରୂର
୭୪, ‘ଜଳଦତନୁ’ ବୋଲି କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣଙ୍କୁ (ଖ) ଉଦ୍ଧବକୁ (ଗ) ଅକ୍ରୁରକୁ (ଘ) କଂସକୁ
ଉ. (କ) ଶ୍ରୀକୃଷ୍ଣଙ୍କୁ
୭୫. ଶତପତ୍ର କହିଲେ କ’ଣ ବୁଝାଏ ?
(କ) ମନ୍ଦାର (ଖ) ପଦ୍ମ (ଗ) ନାରିକେଳ (ଘ) ଛଣ
ଊ. (ଖ) ପଦ୍ମ
୭୬. ଶ୍ରୀକୃଷ୍ଣଙ୍କର ପରିଧାପନ କ’ଣ ଥିଲା ?
(କ) ନୀଳବସନ (ଖ) ପୀତବସନ (ଗ) କୃ ଷ୍ଣ ବସନ (ଘ) ଲାଲବସନ
ଭ. (ଖ) ପୀତବସନ
୭୭. ଶ୍ରୀକୃଷ୍ଣଙ୍କ ନାସାର ସୁଷମା କାହା ସହିତ ତୁଳନୀୟ ?
(କ) ତିଳ କୁସୁମ (ଖ) ଚମ୍ପାଫୁଲ (ଗ) ମନ୍ଦାର ଫୁଲ (ଘ) ଅଶୋକ ଫୁଲ
ଊ. (କ) ତିଳ କୁସୁମ
୭୮. ଶ୍ରୀକୃଷ୍ଣଙ୍କ ଅଧର ରଙ୍ଗର ତୁଳନା କିଏ ?
(କ) ପଦ୍ମଫୁଲ (ଖ) ପାରିଜାତ (ଗ) କଇଁ ଫୁଲ (ଘ) ଗୋଲାପ ଫୁଲ
ଊ. (ଖ) ପାରିଜାତ
୭୯. ଶ୍ରୀକୃଷ୍ଣଙ୍କ ଦନ୍ତଶ୍ରେଣୀର ଉପମା କିଏ ?
(କ) ଡାଳିମ୍ବବୀଳ (ଖ) କାଇଁଚ (ଗ) ଗଙ୍ଗଶିଉଳି (ଘ) ମଲ୍ଲୀଫୁଲ
ଊ. (କ) ଡାଳିମ୍ବବୀଜ
୮0. ‘ଘନେ ଅଙ୍ଗିର’ କହିଲେ କ’ଣ ବୁଝାଯାଏ ?
(କ) ମେଘରେ ବିଜୁଳି
(ଖ) ମେଘ ଭିତରେ ତାରା
(ଗ) ମେଘ ଭିତରେ ସୂର୍ଯ୍ୟ
(ଘ) ମେଘ ଭିତରେ ଚନ୍ଦ୍ର
ଊ.. (କ) ମେଘରେ ବିଜୁଳି
୮୧. ଅକ୍ରୁରଙ୍କ ବିଚାରରେ ଶ୍ରୀକୃଷ୍ଣଙ୍କ ରୋମମୂଳରେ କ’ଣ ସବୁ ନିବାସ କରିଛନ୍ତି ?
(କ) ବ୍ରହ୍ମାଣ୍ଡମାଳ (ଖ) ଫୁଲମାଳ (ଗ) ରତ୍ନମାଳ (ଘ) ମଣିମାନେ
ଢ. (କ) ବ୍ରହ୍ମାଣ୍ଡମାଳ
୮୨. ନନ୍ଦରାଜା ପାଖକୁ କିଏ ଚିଟାଉ ଲେଖୁଥିଲା ?
(କ) ବସୁଦେବ (ଖ) କଂସ (ଗ) ଶ୍ରୀକୃଷ୍ଣ (ଘ) ବଳରାମ
ଊ. (ଖ) କଂସ
୮୩. କଂସ ରାଣ ଦେଲେ କିଏ ଭୟ କରେ ?
(କ) ପଶୁପତି (ଖ) ଜନ୍ତୁପତି (ଗ) ଖଗପତି (ଘ) ମୃଗପତି
ଊ. (ଖ) ଜନ୍ତୁପତି
୮୪. ପଣ୍ଡିତ ପଣେ ଦେବଗୁରୁ କାହାଠାରୁ ହାରିଯାଏ ବୋଲି ଚିଟାଉରେ ଲେଖାଥିଲା ?
(କ) କଂସ (ଖ) ଚାଣୁର (ଗ) ମୁଷ୍ଟିକ (ଘ) ଅଘା
ଉ. (କ) କଂସ
୮୫. ପ୍ରଜାପାଳନରେ କଂସର ଭୂମିକା କିଭଳି ଥିଲାବୋଲି ଚିଟାଉରେ ଉଲ୍ଲେଖ ଥିଲା ?
(କ) ତାତ (ଖ) ମାତ (ଗ) ଭ୍ରାତ (ଘ) ଖୁଡୁତା
ଉ. (କ) ତାତ
୮୬. ଅଷ୍ଟଭୁଜ କିଏ ?
(କ) ବିଷ୍ଣୁ (ଖ) ବ୍ରହ୍ମା (ଗ) ମହେଶ୍ବର (ଘ) କଂସ
ଉ. (ଖ) ବ୍ରହ୍ମା
୮୭. କିଏ କଂସର ହନ୍ତକାର ନୁହେଁ ?
(କ) ଚାଣୁର (ଖ) ମୁଷ୍ଟିକ (ଗ) ଅଘା (ଘ) ଉଗ୍ରସେନ
ଊ. (ଘ) ଉଗ୍ରସେନ
୮୮. ଅକ୍ରୁର କେଉଁଭଳି କୃଷ୍ଣପ୍ରେମରେ ମଜି ଯାଇଥିଲା ?
(କ) ଜଳେ ଲବଣ (ଖ) କ୍ଷୀରେ ପାଣି (ଗ) ପାଣିରେ ଚିନି (ଘ) କ୍ଷୀରରେ ଚିନି
ଉ. (କ) ଜଳେ ଲବଣ
୮୯. ‘ତ୍ରିଯାଦବେ’ ବୋଲି କାହାଙ୍କୁ କୁହାଯାଇଛି ?
(କ) କଂସ, ନନ୍ଦ, ବସୁଦେବ (ଖ) ଉଦ୍ଧବ, ଅକ୍ରୂର, କୃଷ୍ଣ
(ଗ) ବଳରାମ, କୃଷ୍ଣ, ଅକ୍ରୂର (ଘ)କୃଷ୍ଣ, ବଳରାମ, କଂସ
ଊ. (ଗ) ବଳରାମ, କୃଷ୍ଣ, ଅକ୍ରୂର
୯୦. ଅକ୍ରୁରଙ୍କ ଭାବନାରେ ଯାଦବକୁଳ କାଳଅନଳ କିଏ ?
(କ) ଶ୍ରୀକୃଷ୍ଣ (ଖ) ବଳରାମ (ଗ) କଂସ (ଘ) ଅକ୍ରୂର
ଊ. (କ) ଶ୍ରୀକୃଷ୍ଣ
୯୧. ‘ଶାରଙ୍ଗପାଣି’ ବୋଲି କାହାକୁ କୁହାଯାଇଛି ?
(କ) ବଳରାମ (ଖ) ଶ୍ରୀକୃଷ୍ଣ (ଗ) କଂସ (ଘ) ଇନ୍ଦ୍ର
ଊ. (ଖ) ଶ୍ରୀକୃଷ୍ଣ
୯୨. ‘ସାୟକ ପୂଜା’ର ଅର୍ଥ କ’ଣ ?
(କ) ଧନୁଯାତ୍ରା (ଖ) ତୀର ପରୀକ୍ଷା (ଗ) ଖଡ୍ଗ ପୂଜା (ଘ) ବୀର ପୂଜା
ଊ. (କ) ଧନୁଯାତ୍ରା
୯୩. ‘ଏଣୀଦୃଶା’ କହିଲେ କାହାକୁ ବୁଝାଯାଏ ?
(କ) ସୂଚନା (ଖ) ମୃଗୁଣୀ (ଗ) ହରିଣୀ (ଘ) ଗୋପୀ
ଜ. (ଘ) ଗୋପୀ
୯୪. ‘ଅକ୍ରୁର ହସ୍ତରେ ଯେଣୁ ବେନି ଚକ୍ଷୁ ଦେବା’ । ଏଠାରେ ବେନି ଚକ୍ଷୁର ତାତ୍ପର୍ଯ୍ୟ କ’ଣ ?
(କ) ନନ୍ଦ, ବସୁଦେବ (ଖ) କୃଷ୍ଣ, ବଳରାମ
(ଘ) ଉଗ୍ରସେନ, କଂସ (ଗ) ଉଦ୍ଧବ, ଅକ୍ରୂର
ଉ. (ଖ) କୃଷ୍ଣ, ବଳରାମ
୯୫. ‘ମଧୁପୁର’ କେଉଁଟି ?
(କ) ଗୋପପୁର (ଖ) ମଥୁରାପୁର (ଗ) ଅଳକାପୁର (ଘ) ବୈକୁଣ୍ଠପୁର
ଊ. (ଖ) ମଥୁରାପୁର
୯୬. ଶ୍ରୀକୃଷ୍ଣ ମଥୁରାପୁର ଯିବା କଥା ଶୁଣି ଗୋପୀଙ୍କର ମନ ମୀନ କେଉଁଠାରେ ବୁଡ଼ିଗଲା ?
(କ) ଚିନ୍ତା-ରତ୍ନାକରରେ (ଖ) ଆନନ୍ଦ ସାଗରରେ(ଗ) କ୍ଷୀର ସମୁଦ୍ରରେ (ଘ) କାଳିନ୍ଦୀ ହ୍ରଦରେ
ଊ. (କ) ଚିନ୍ତା–ରତ୍ନାକରରେ
୯୭. ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଗୋପୀମାନେ କେଉଁଠାରେ ଜୀବନ ହାରିବେ ବୋଲି କହିଛନ୍ତି ?
(କ) ଯମୁନା ଗଣ୍ଡେ (ଖ) ହିମାଳୟରେ (ଗ) କାଳିନ୍ଦୀ ହ୍ରଦରେ (ଘ) ମହୋଦଧୂରେ
ଊ.. (କ) ଯମୁନା ଗଣ୍ଡେ
୯୮. କରୀନ୍ଦ୍ର ଗମନା କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣ (ଖ) ବଳରାମ (ଗ) ଗୋପୀ (ଘ) ଅକ୍ରୂର
ଊ (ଗ) ଗୋପୀ
୯୯. କଂସ ନାମରେ ଗୋପୀମାନେ ଯଦି ପ୍ରାଣ ହରାଇବେ ତେବେ କଂସ କେଉଁ ଦୋଷ ପାଇବ ?
(କ) ନରହତ୍ଯା (ଖ) ବ୍ରହ୍ମହତ୍ଯା (ଗ) ସ୍ତିରୀହତ୍ଯା (ଘ) ଶିଶୁହତ୍ଯା
ଊ. (ଗ) ସ୍ତିରୀହତ୍ଯା
୧୦୦. କେଉଁଟି ଭକ୍ତଚରଣ ଦାସଙ୍କ ରଚନା ?
(କ) ମନବୋଧ ଚଉତିଶା (ଖ) ମଧୁପ ଚଉତିଶା(ଗ) ମୃଗୁଣୀ ସ୍ତୁତି (ଘ) ବଟ ଅବକାଶ
ଊ. (କ) ମନବୋଧ ଚଉତିଶା
ଅତିରିକ୍ତ ପ୍ରଶ୍ନୋତ୍ତର
1. ‘ଜୟ’ ଶବ୍ଦ କେଉଁ ଅର୍ଥରେ ପ୍ରଯୁକ୍ତ ?
(କ) ଶୋଭା ବର୍ଜନ (ଖ) ସୌନ୍ଦର୍ଯ୍ୟ ବର୍ଣନ (ଗ) ଗୁଣ ବର୍ଦ୍ଧନ (ଘ) ଉତ୍କର୍ଷ ପ୍ରକାଶ ବା ନମସ୍କାର ଅର୍ଥରେ
ଊ. (ଘ) ଉତ୍କର୍ଷ ପ୍ରକାଶ ବା ନମସ୍କାର ଅର୍ଥରେ
୨. ରାମ ଅନୁଜ କିଏ ?
(କ) ବଳରାମ (ଖ) ଲକ୍ଷ୍ମଣ (ଗ) ଭରତ (ଘ) ଶ୍ରୀକୃଷ୍ଣ
ଊ. (ଘ) ଶ୍ରୀକୃଷ୍ଣ
୩. ‘ନନ୍ଦକ’ କ’ଣ ?
(କ) ନନ୍ଦ ଯଶୋଦା (ଖ) ଗୋପପୁର (ଗ) ବୃନ୍ଦାବନ (ଘ) ଶ୍ରୀକୃଷ୍ଣଙ୍କ ଖଡ୍ଗ
ଉ. (ଘ) ଶ୍ରୀକୃଷ୍ଣଙ୍କ ଖଡ୍ଗ
୪.‘ନରକ’ର ଅର୍ଥ କ'ଣ ?
(କ) ନର୍କ ପୁର (ଖ) ଇନ୍ଦ୍ରର ଶତ୍ରୁ (ଗ) ଯମ ପୁର (ଘ) ରାକ୍ଷସ ରାଜ
ଊ. (ଘ) ରାକ୍ଷସ ରାଜ
୫.ଚତୁର୍ଦ୍ଦଶ ଭୁବନ କିଏ ରଚିଥିଲେ ?
(କ) ବ୍ରହ୍ମା (ବିରଞ୍ଚ୍) (ଖ) ବିଷ୍ଣୁ (ଗ) ମହେଶ୍ବର (ଘ) ପରମେଶ୍ଵର
ଉ. (କ) ବ୍ରହ୍ମା (ବିରଞ୍ଚ୍)
୬. ଶ୍ରୁତିର ଅର୍ଥ କ’ଣ ?
(କ) କାନ (ଖ) ଶ୍ରବଣେନ୍ଦ୍ରିୟ (ଗ) ଧର୍ମଶାସ୍ତ୍ର (ଘ) ବେଦ-ଉପନିଷଦ
ଊ. (ଘ) ବେଦ-ଉପନିଷଦ
୭. ଭକ୍ତି କେତେ ପ୍ରକାର ?
(କ) ତିନି ପ୍ରକାର ଖ) ପାଞ୍ଚ ପ୍ରକାର (ଗ) ସାତ ପ୍ରକାର (ଘ) ନଅ ପ୍ରକାର (ନବଧା ଭକ୍ତି)
ଊ. (ଘ) ନଅ ପ୍ରକାର (ନବଧା ଭକ୍ତି)
୮. ଦୁର୍ମଲା କିଏ ?
(କ) ବିଦ୍ୟାଧର (ଖ) ଅଭିଶପ୍ତ ଗନ୍ଧର୍ବ (ଗ)ଦାନବ (ଘ) ଜାରଜ କଂସର ପିତା
ଊ. (ଘ) ଜାରଜ କଂସର ପିତା
୯. ସୁନାସୀର କିଏ ?
(କ) ବିଷ୍ଣୁ (ଖ) ବ୍ରହ୍ମା (ଗ) ମହେଶ୍ଵର (ଘ) ଇନ୍ଦ୍ର
ଉ. (ଘ) ଇନ୍ଦ୍ର
୧୦. ବେଦ ବର କିଏ ?
(କ) ବିଷ୍ଣୁ (ଖ) ବ୍ରହ୍ମା (ଗ) ଇନ୍ଦ (ଘ) ଶିବ
ଊ. (ଖ) ବ୍ରହ୍ମା
୧୧. କୁବେର ପୁତ୍ରର ନାମ କ’ଣ ?
(କ) ନଳକୁବେର ଓ ମଣିଗ୍ରୀବ (ଖ) ନଳ ଓ ନୀଳ (ଗ) କୁବେର ଦେବତା (ଘ) କୁବେର କୁମର
ଊ. (କ) ନଳକୁବେର ଓ ମଣିଗ୍ରୀବ
୧୨. କଂସର ଅଶ୍ବରୂପୀ ଅନୁଚର କିଏ ?
(କ) ଅସୁର (ଖ) ଅନୁଚର (ଗ) ଗନ୍ଧର୍ବ (ଘ) କେଶୀ
ଊ. (ଘ) କେଶୀ
୧୩. ପଶୁପାଳକ ରୂପ ଧରି କେଉଁ ଅସୁର ଗୋପ ଆସିଥିଲା ?
(କ) ପୂତନା (ଖ) କେଶୀ (ଗ) ବତ୍ସା (ଘ) ବ୍ୟୋମା
ଊ. (ଘ) ବ୍ୟୋମା
୧୪. ବସ୍ତ୍ର ରୂପ ଧରି କିଏ ଆସିଥିଲା ?
(କ) ବ୍ୟୋମା (ଖ) ଅଘା (ଗ) କୁ ବଳୟ (ଘ) ବକାସୁର
ଊ. (ଘ) ବକାସୁର
୧୫. ଗର୍ଭଭ ରୂପୀ ଗାଈ ପରି ଅନୁଚର ଅସୁର କିଏ ?
(କ) ବ୍ୟୋମା (ଖ) ପୂତନା (ଗ) କେଶୀ (ଘ) ଧେନୁକା
ଊ. (ଘ) ଧେନୁକା
୧୬. ବର୍ତ୍ତନ ବସାଣର ଅର୍ଥ କ’ଣ ?
(କ) ମୂଲ (ଖ) ରୋଜଗାର (ଗ) ଉପହାର (ଘ) କର
ଉ. (ଘ) କର
୧୭. ଚର୍ମ ଦେଶର ଅର୍ଥ କ’ଣ ?
(କ) ଚମଡ଼ା ଦେଶ (ଖ) ଶୀର୍ଷ ଭାଗ (ଗ) ଶ୍ରେଷ୍ଠ ଦେଶ (ଘ) ପୃଷ୍ଠ ଦେଶ (ପିଠି)
ଊ. (ଘ) ପୃଷ୍ଠ ଦେଶ (ପିଠି)
୧୮. ଚାରି ଦିଗରୁ କେଉଁ ଧ୍ଵନି ଶୁଣୁଥୁଲା ?
(କ) ଶଙ୍ଖ ଧ୍ବନି (ଖ) ହୁଳହୁଳି
(ଗ) ଜୟ ଧ୍ବନି (ଘ) ଶୃଗାଳ, ପେଚା, ଶାଗୁଣା, ସାପ, ବିରାଡ଼ି
ଊ. (ଘ) ଶୃଗାଳ, ପେଚା, ଶାଗୁଣା, ସାପ, ବିରାଡ଼ି
୧୯. ସଫଳାସୁତ କିଏ ?
(କ) ଭଲ ପୁଅ (ଖ) ଉଦ୍ଧବ (ଗ) ପୂତନା (ଘ) ଅକ୍ରୂର
ଊ. (ଘ) ଅକ୍ରୂର
୨୦. ଅକ୍ରୂର କାହିଁକି ଉଚ୍ଛନ୍ନ ହେଲେ ?
(କ) ଭୟ (ଖ) ଦଣ୍ଡ (ଗ) ମୃତ୍ୟୁ (ଘ) କୃଷ୍ଣ ଦର୍ଶନ
ଊ. (ଘ) କୃଷ୍ଣ ଦର୍ଶନ
୨୧. ବାଗ ଦଉଡ଼ିର ଅର୍ଥ କ’ଣ ?
(କ) ରଥ ଚକ (ଖ) ରଥ ଘୋଡ଼ା (ଗ) ରଥ (ଘ) ରଥ ଦଉଡି଼ ବା ଲଗାମ
ଊ. (ଘ) ରଥ ଦଉଡି଼ ବା ଲଗାମ
ଖ. ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତର ମୂଳକ ପ୍ରଶ୍ନବଳୀ
୧.‘ ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି କେଉଁଠି ଲେଖାଯାଇଛି ?
ଊ. ‘ ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି ପୁରାଣରେ ଲେଖା ହୋଇଛି ।
9.ନରକ ଅସୁରକୁ କିଏ ବିନାଶ କରିଥିଲେ ?
ଉ. ନରକ ଅସୁରକୁ ଶ୍ରୀକୃଷ୍ଣ ବିନାଶ କରିଥିଲେ ।
୩.ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହନ୍ତି ?
ଉ. ଶ୍ରୁତି ସ୍ମୃତିକୁ ଆଦି ଅନାଦି ନିରାକାରଙ୍କ ସଂପର୍କରେ ଗୋଚର ନାହିଁ ।
୪.ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା କେତେଗୋଟି ଭୁବନ ରଚନା କରିଛନ୍ତି ?
ଉ. ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା ଚତୁର୍ଦ୍ଦଶ ଭୁବନ ରଚନା କରିଛନ୍ତି |
୫.କ’ଣ ବିନା କବିଙ୍କର ଦରିଦ୍ର ଜୀବନ ହୋଇଛି ?
ଉ. ଭକ୍ତି ବିନା କବିଙ୍କର ଦରିଦ୍ର ଜୀବନ ।
୬. ନିଶିଦିବସେ ଯେ ହରି ଭଜନ୍ତି ତାଙ୍କର କ’ଣ ହୁଏ ?
ଊ. ନିଶିଦିବସ ଯେ ହରି ଭଜନ୍ତି ତାଙ୍କର ଭବ କଳୁଷ ସନ୍ତାପ ନାଶ ହୁଏ ।
୭.କଳି-କଳୁଷ-ରୋଗକୁ ଔଷଧ ବୋଲି କାହାକୁ କୁହାଯାଇଛି ?
ଉ. କଳି କଳୁଷ ରୋଗକୁ ଔଷଧ ବୋଲି କୃଷ୍ଣ ଚରିତକୁ କୁହାଯାଇଛି ।
୮.ବଛା ବାଳକମାନଙ୍କୁ ବିଧାତା ହରିନେଲା ପରେ ଶ୍ରୀକୃଷ୍ଣ କ’ଣ କଲେ ?
ଉ. ବଚ୍ଛା ବାଳକମାନଙ୍କୁ ବିଧାତା ହରିନେଲା ପରେ ଶ୍ରୀକୃଷ୍ଣ ନିଜ ଅଙ୍ଗରୁ ସମସ୍ତଙ୍କୁ ଜାତ କଲେ ।
୯.କୃଷ୍ଣଙ୍କୁ ମାରିବା ପାଇଁ ପୂତନା କେଉଁ ଉପାୟ କରିଥିଲା ?
ଉ. କୃଷ୍ଣଙ୍କୁ ମାରିବାପାଇଁ ପୂତନା ସ୍ତନରେ ବିଷ ବୋଳି କ୍ଷୀର ପାନ କରାଇ ମାରିବାକୁ ଯାଇଥିଲା ।
୧୦. ବ୍ୟାଧ୍ଵକୁ ହେଳା କଲେ କ’ଣ ହୁଏ ?
ଉ. ବ୍ୟାଧୂକୁ ହେଳା କଲେ ପ୍ରାଣ ନାଶ ହୁଏ ।
୧୧. ଭସ୍ମକୁଢ଼ରେ ଥିବା ଅଗ୍ନିକଣା କିପରି ବଳିଷ୍ଠ ହୁଏ ?
ଉ. ଭସ୍ମକୁଢ଼ରେ ଅଗ୍ନିକଣା ଧୀର ପବନରେ ବଳିଷ୍ଠ ହୁଏ ।
୧୨. ଅକ୍ରୁରଙ୍କର ନାସା ଦ୍ଵାର କିପରି ଆନନ୍ଦ ଲାଭ କରିବେ ?
ଉ. ଅକ୍ରୂରଙ୍କର ନାସା ଦ୍ଵାର ଶ୍ରୀକୃଷ୍ଣଙ୍କ ଶରୀର ଗନ୍ଧ ପାଇ ଆନନ୍ଦ ହୋଇବ ।
୧୩. କଂସ ଯଦି କୋପ କରେ ତେବେ କ’ଣ ହୁଏ ?
ଉ. କଂସ କୋପ କଲେ ମହୀ ଦୋହଲି ଉଠଇ ।
ଅତିରିକ୍ତ ପ୍ରଶ୍ନୋତ୍ତର
୧. ମଥୁରା ମଙ୍ଗଳର ପ୍ରଥମ ଛନ୍ଦରେ କେତେପଦଯାଏ ଶ୍ରୀକୃଷ୍ଣଙ୍କର ଜୟଗାନ କରାଯାଇଛି ?
ଉ. ୧ମ ପଦଠାରୁ ୭ମ ପଦ ପର୍ଯ୍ୟନ୍ତ କବି ଶ୍ରୀକୃଷ୍ଣଙ୍କର ଜୟଗାନ କରିଛନ୍ତି ।
2. ଜୟ ଶବ୍ଦ କେଉଁ ଅର୍ଥରେ ପ୍ରଯୁକ୍ତ ?
ଉ. ଜୟ ଶବ୍ଦ ଉତ୍କର୍ଷ ପ୍ରକାଶ ବା ନମସ୍କାର ଅର୍ଥରେ ପ୍ରଯୁକ୍ତ ।
3.କଂସାରିର ଅର୍ଥ କ’ଣ ?
ଉ. କଂସାରିର ଅର୍ଥ ଶତ୍ରୁ ।
୪. ନନ୍ଦକ କାହାର ନାମ ?
ଉ. ନନ୍ଦକ ଶ୍ରୀକୃଷ୍ଣଙ୍କ ଖଡ଼ଗର ନାମ ।
୫. ମୁରାରି ଶ୍ରୀକୃଷ୍ଣଙ୍କୁ କାହିଁକି କୁହାଯାଇଛି ?
ଉ. ମୁର ଅସୁରକୁ ମାରିଥିବାରୁ ଶ୍ରୀକୃଷ୍ଣଙ୍କୁ ମୁରାରି କୁହାଯାଏ ।
୬.କାରଣ ସଲିଳ ବିହାରୀ କାହିଁକି କୁହାଯାଇଛି ?
ଉ. ସଙ୍କର୍ଷଣ ରୂପରେ କାରଣାର୍ଶ୍ଵବରେ ଯେ ଶୟନ କରନ୍ତି ତାଙ୍କୁ କାରଣ ସଲିଳ ବିହାରୀ ବୋଲି କୁହାଯାଇଛି ।
୭. କିଏ ହିରଣ୍ୟ ଧ୍ବଂସନ ?
ଊ. ନୃସିଂହ ଅବତାରରେ ହିରଣ୍ୟକୁ ଧ୍ୱଂସ କରିଥିବାରୁ ବିଷ୍ଣୁଙ୍କ ଅନ୍ୟ ନାମ ନୃସିଂହ ।
୮. ବିଶ୍ଵକର୍ମା କିଏ ?
ଊ. ବିଶ୍ୱକର୍ମା ହେଉଛନ୍ତି ଦେବ ଶିଳ୍ପୀ ।
Mathura Mangala 2 Mark Question Answer
ଗ. ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।
ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର।
1. କଂସ କିପରି ବ୍ରହ୍ମାଣ୍ଡକୁ ମୋର କରିପାରିଥିଲା ?
. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ମହାପ୍ରତାପୀ ଦୁର୍ମିଳାର ନନ୍ଦନ । ସେ ବାହୁ ବଳରେ ବ୍ରହ୍ମାଣ୍ଡକୁ ଅକ୍ତିଆର କରିପାରିଥିଲା ।
2.କଂସର ହନ୍ତକାରମାନଙ୍କ ନାମ କ’ଣ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୃଷ୍ଣଙ୍କୁ ମାରିବା ପାଇଁ ବହୁ ହନ୍ତକାରଙ୍କୁ ପ୍ରେରଣ କରିଥିଲା । କଂସର ହନ୍ତକାରମାନେ ହେଲେ - ଶୂର, ନାରକା, ବ୍ୟୋମା, ଅଘା, ପ୍ରଳମ୍ବା, କଦମ୍ବା, ଦୃବିନ୍ଦ, ଚାଣୁର, ମୁଷ୍ଟିକ, ଶଲ୍ୟ ପ୍ରଭୃତି ।
୩. ଶିରୀଷ-କୁସୁମ-ପ୍ରସଙ୍ଗରେ କ'ଣ କୁହାଯାଇଛି ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶିରୀଷ ଫୁଲ ଅତ୍ୟନ୍ତ କୋମଳ । ଏହା ଶିଶିର ପାତରେ ବିନଷ୍ଟ ହୋଇଯାଏ । ମହାପ୍ରଳୟ ବର୍ଷାରେ ନଷ୍ଟ ହେବା ସୁଚିଚିତ । ଏଠାରେ ଶିରୀଷ ଫୁଲ ହେଉଛି ନନ୍ଦ । ମହାପ୍ରଳୟ ବର୍ଷା ହେଉଛି କଂସ ।
୪. କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ କଂସ କ’ଣ କରିବ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ମହାପ୍ରତାପୀ । କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ ସ୍କନ୍ଧଚ୍ୟୁତ କରିବ ବୋଲି କହିଛି ।
5. କଂସର ବଳବୀର୍ଯ୍ୟ କିପରି ବର୍ଣିତ ହୋଇଛି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅତ୍ୟନ୍ତ କ୍ରୋଧୀ ଓ ବଳଶାଳୀ । ସେ ଅଇରି କୁଳକୁ ବିନାଶ କରିବା ପାଇଁ ଧୂମକେତୁ ସଦୃଶ ।
୬.କଂସ କୋପକଲେ ମହୀର ଅବସ୍ଥା କିପରି ହୁଏ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଉ. କଂସ କୋପକଲେ ମହୀ ଦୋହଲି ଉଠେ ।
୭.ମେରୁ କେତେବେଳେ ଥରହର ହୁଏ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଯେତେବେଳେ କୋପକରେ ମହୀ ଦୋହଲି ଉଠେ ଓ ମେରୁ ଥରହର ହୁଏ ।
୮.ବିଧାଘାତରେ କଂସ କ’ଣ କରିପାରେ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅତ୍ୟନ୍ତ ବଳଶାଳୀ । ବିଧାଘାତେ ଚିତ୍ରକୂଟ ପର୍ବତକୁ ଚୂନା କରିଦେଇପାରେ ।
୯. କଂସ ବିଧାଘାତର ଭୟାବହତା କିଭଳି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ମହାପ୍ରତାପୀ, ସେ କ୍ରୋଧୀ ଅସୁର । କଂସ ବିଧାଘାତରେ ଚିତ୍ରକୂଟ ପର୍ବତ ଚୂନା ହୋଇଯାଏ । ତେଣୁ ଭୟାବହତା ଅଧିକ
୧୦. ଅଇରି ଉରସଲ-ବାନାର ପ୍ରାସଙ୍ଗିକତା କ’ଣ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅଇରି ଭରସଲ ବାନାର ପ୍ରାସଙ୍ଗିକତା ହେଉଛି ଶତ୍ରୁମାନଙ୍କର ବକ୍ଷକୁ କୁନ୍ତ ବୋଲି କୁହାଯାଇଛି ।
୧୧. କଂସ ତା’ ଚିଟାଉରେ ନିଜ ପଣ୍ଡିତ ପଣ ସଂପର୍କରେ କ’ଣ ଲେଖୁଥିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ତା’ ଚିଟାଉରେ ନିଜ ପଣ୍ଡିତ ପଣ ସଂପର୍କରେ ଲେଖୁଛି ଯେ, ସେ ପଣ୍ଡିତ ପଣରେ ବୃହସ୍ପତିଙ୍କୁ ହରାଇ ଦେଇପାରେ ।
୧୨, କଂସର ରଡ଼ି ଗୋଟାକେ କେଉଁ ଅବସ୍ଥା ସୃଷ୍ଟି ହେବ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ରଡ଼ି ଗୋଟାକେ ତିନିପୁରରେ ସର୍ବ ଜୀବଜନ୍ତୁ ମରିଯାଆନ୍ତି । କିନ୍ତୁ ଦୟାକରି ଥିବାରୁ ସବୁ ବଞ୍ଚୁଛନ୍ତି |
Mathura Mangala 3 Mark Question Answer PDF
ଘ. ୩ ନମ୍ବର ବିଶିଷ୍ଟ ଉତ୍ତର ମୂଳକ ପ୍ରଶ୍ନବଳୀ (୩୦ଟି ଶବ୍ଦ ମଧ୍ୟରେ)।
ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।
1. କଂସକୁ କ’ଣ ଓ କାହିଁକି ବିଷ ସମାନ ଲାଗୁଥିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଥିଲା ମହାପ୍ରତାପୀ । କୃଷ୍ଣ ହାତରେ ତାହାର ମରଣ ହେବ ବୋଲି ନାରଦ କହିଯିବା ପରେ ସେ ବିବ୍ରତ ହୋଇ ପଡ଼ିଥିଲା । ଜନ୍ମରୁ ମାରିବା ପାଇଁ ସେ ପୁତନା, ତୃଣା, ଶକଟା, ଅଘା, ବ୍ୟୋମା, ବଛା, କେଶୀ, କଦମ୍ବା, ଧେନୁକାଙ୍କୁ ପଠାଇଥିଲା । ସମସ୍ତେ କୃଷ୍ଣ ହାତରେ ମରିଥିଲେ । ସେଥିପାଇଁ ତାକୁ ସ୍ନାନ, ମାର୍ଜନ, ଭୋଜନ, ଶୟନ ବିଷ ସମାନ ଲାଗୁଥିଲା ।
2. ସ୍ଵପ୍ନ ସତୀ ନୁହେଁ ବୋଲି କଂସ କେତେବେଳେ ଓ କାହିଁକି ମନେକଲା ?
ଉ. କାବ୍ଯ
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ମୃତ୍ୟୁ ଭୟ ଘୋଟି ଆସିଥିଲା । ସେ ଯେଉଁ ଆଡ଼କୁ ଚାହୁଁଥିଲା ସେହି ଦିଗରେ କୃଷ୍ଣ ଦେଖୁଥିଲା । ସ୍ଵପ୍ନ ଦେଖ୍ ଚମକି ପଡୁଥିଲା । ସ୍ଵପ୍ନରେ ନିଜ କଟାମୁଣ୍ଡ ବି ଦେଖୁଥିଲା । ଶଙ୍ଖ ଶବ୍ଦପରି ନିଶ୍ଵାସ ପବନ ଛାଡ଼ୁଥିଲା । କଣ୍ଠରେ ମନ୍ଦାରମାଳା, ମଇଁଷି ଆରୋହଣ, ଚାରିଦିଗରେ ଶୃଗାଳ, ଗୃଧ୍ର ଓ ବିଲେଇ ଧ୍ଵନି ସ୍ଵପ୍ନରେ ଦେଖୁଥିଲା ଓ ଶୁଣୁଥିଲା । ନିଦ ଭାଙ୍ଗିବାପରେ ସ୍ଵପ୍ନ ସତ୍ୟ ନୁହେଁ ବୋଲି କଂସ ମନେ କରିଥିଲା ।
୩.ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ କେଉଁମାନଙ୍କୁ ପଠାଇଥିଲା ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ବହୁ ଅସୁର ପଠାଇଥିଲା । ପୂତନା ସ୍ତନରେ ବିଷ ଭରି ଯାଇଥିଲା । ତା’ ବ୍ୟତୀତ ତୃଣା, ଶକଟା, ବକା, ଅଘା, ବ୍ୟୋମା, ବଛା, କେଶୀ, କଦମ୍ବା, ଧେନୁକା ପ୍ରଭୃତି ଯାଇଥିଲା । ଏହା ବ୍ୟତୀତ ଶୂର, ନାରକା, ପ୍ରଳମ୍ବା, ଦୂବିନ୍ଦ ପ୍ରଭୃତି ହନ୍ତକାରମାନେ ଥିଲେ ।
4. କୃଷ୍ଣଙ୍କୁ ମାରିବା ପାଇଁ ଅକ୍ରୁର ପାଖରେ କଂସ କେଉଁ ଉପାୟ ବାଢ଼ିଥିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କୁ ମାରିବା ପାଇଁ କଂସ ବହୁ ଉପାୟ କରିଥିଲା । ପୂତନା ଠାରୁ ଆରମ୍ଭ କରି ତୃଣାସୁର, ଶକଟାସୁର, ବକା, ଅଘା, ବ୍ୟୋମା, ବକାସୁର, କେଶୀ, କଦମ୍ବା ଧେନୁକାଙ୍କୁ ପ୍ରେରଣ କରିଥିଲା । ମାତ୍ର ସମସ୍ତେ କୃଷ୍ଣ ହାତରେ ମରିଥିଲେ । ଶେଷରେ ମନ୍ତ୍ରୀପ୍ରବର ଅକୁରଙ୍କୁ ଗୋପପୁର ପ୍ରେରଣ କରିଥିଲା । ହସ୍ତରେ ଲେଖୁଥିଲା ଚିଟାଉ । ଧନୁ ଉତ୍ସବ ଦେଖିବା ପାଇଁ କୃଷ୍ଣ ବଳରାମଙ୍କୁ ଘେନି ଆସିବା ପାଇଁ ଉପାୟ ବାଢ଼ିଥିଲା ।
୫.କଂସ ସ୍ଵପ୍ନରେ କ’ଣ ଦେଖୁଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ସ୍ଵପ୍ନରେ ଅନେକ ଦୁଃସ୍ଵପ୍ନ ଦେଖୁଛି । ସେ ତା’ର ହନ୍ତକ କୃଷ୍ଣଙ୍କୁ ଚଉଦିଗରୁ ଦେଖିବାକୁ ପାଇଛି । ସ୍ଵପ୍ନରେ ନିଜର କଟାମୁଣ୍ଡ ଦେଖୁଛି । ଶଙ୍ଖ ଶବ୍ଦ ପରି ବହୁଥବା ନିଶ୍ଵାସ ପବନ, କଣ୍ଠରେ ମନ୍ଦାର ମାଳ ବିଭୂଷଣ, ମଇଁଷିଯାନ ଆରୋହଣ, ପିଠିରେ ଉନ୍ମୁକ୍ତ କବରୀ, ଚାରିଦିଗରେ ଶୃଗାଳ, ଶ୍ଵାନ, ପେଚା, ଗୁଅ, ସାପ, ବିରାଡ଼ି ଧ୍ଵନି କରୁଥିବାର ଦେଖୁଛି । ଯାହା ଦେଖିଲେ ପ୍ରାଣ ରହେ ନାହିଁ, ସେ ତାହା ଦେଖୁଛି ।
୬.ଅକ୍ରୂର ଗୋପକୁ ଯିବା ପାଇଁ କିପରି ପ୍ରସ୍ତୁତ ହେଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ହେଉଛନ୍ତି କଂସର ବିଶ୍ଵସ୍ତ ମନ୍ତ୍ରୀ । ଧନୁ ଉତ୍ସବ ଦେଖିବା ପାଇଁ କୃଷ୍ଣ ବଳରାମଙ୍କୁ ଧରି ଆଣିବା ପାଇଁ କଂସ ଆଦେଶ କରିଛି । ଏହି ଆଦେଶ ପାଇବା ପରେ ଅକୃରଙ୍କ ମନରେ ଶ୍ରୀକୃଷ୍ଣ ବଳରାମଙ୍କୁ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛି । କଂସ ହାତରେ ମରିବା ଅପେକ୍ଷା କୃଷ୍ଣ ବଳରାମଙ୍କୁ ଦେଖିବାର ଲୋଭ ସମ୍ବରଣ କରିପାରିନାହିଁ । ତେଣୁ ସେ ରଥ ପ୍ରସ୍ତୁତ କରିଛି । ଗୋପଯିବାର ପଥ ସ୍ମରଣ କରିଛି । ରଥର ବାଗ ଦଉଡ଼ି ଧରି ରଥ ଚାଳନା କରିଛି । ଆଖପିଛୁଳାକେ ମଥୁରା ସୀମା ପାର ହୋଇଯାଇଛି ।
୭.କଂସ ଡଗର ନିଜ ପିତାମାତାଙ୍କୁ କାହିଁକି ଧନ୍ୟ ଧନ୍ୟ ବୋଲି କହିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଡଗର ଅକ୍ରୂର ଜାଣିଥିଲା ଭଗବାନ ଅବତାର ଗ୍ରହଣ କରିଛନ୍ତି | କୃଷ୍ଣ ବଳରାମ ଭାବରେ ଗୋପରେ ନନ୍ଦ ମନ୍ଦିରରେ ବଢୁଛନ୍ତି | କଂସର ଚକ୍ରାନ୍ତ ଥିଲା କୃଷ୍ଣଙ୍କୁ ମାରିବା ପାଇଁ, ତେଣୁ ସେ ଧନୁ ଉତ୍ସବକୁ ଅକ୍ରୁର ହାତରେ ଡକାଇଛି । ଏହି ସୁଯୋଗ ଥିଲା ଅମୃତମୟ । ତେଣୁ ଅକ୍ରୁର ନିଜକୁ ଓ ନିଜ ପିତା ମାତାଙ୍କୁ ଧନ୍ୟ ଧନ୍ୟ କହିଛି । କାରଣ ଅଚିରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଦର୍ଶନ ମିଳିଯିବ ।
୮.ଅକ୍ରୁରଙ୍କ ବେନିଶ୍ରବଣ କିପରି ସର୍ବଦୋଷ ତେଜିବେ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମହାମନ୍ତ୍ରୀ ଅକ୍ରୂର କଂସର ଡଗର ଭାବରେ ରଥରେ ଗୋପରେ ପହଞ୍ଚିଛି । ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ତାଙ୍କୁ ଦେଖ୍ ନେତ୍ର ପବିତ୍ର ହୋଇଛି । ଯେତେବେଳେ ଗୋପାଳ ପୁଅଙ୍କ ମେଳରେ ବସି କାହ୍ନୁ ଦୂରରୁ ଅକ୍ରୂର ଆସ ବୋଲି କହି ଡାକିବେ ସେତେବେଳେ ବେନି ଶ୍ରବଣ ପବିତ୍ର ହୋଇଯିବ ଓ ସର୍ବଦୋଷ ଖଣ୍ଡିତ ହୋଇଯିବ ।
୯.ଅକୁରଙ୍କ ଅଙ୍ଗ କିପରି ନିର୍ମଳ ହେବ ବୋଲି ସେ ମନେ କରିଛନ୍ତି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଅକୁରଙ୍କର ଚକ୍ଷୁ ପବିତ୍ର ହୋଇଛି । ତାଙ୍କ କଥା ଶୁଣି କର୍ଷ ପବିତ୍ର ହୋଇଛି । ଶରୀର ଗନ୍ଧ ପାଇ ନାସା ପବିତ୍ର ହୋଇଛି | କୃଷ୍ଣ ବଳରାମ ଯେତେବେଳେ ଅକୁରଙ୍କୁ କୋଳାଗ୍ରତ କରିଛନ୍ତି ସେତେବେଳେ ଅକୂରଙ୍କର ଅଙ୍ଗ ପବିତ୍ର ହୋଇଛି । ଏହା ଅକୁରଙ୍କର ଭାବନା ।
୧୦. ଅକ୍ରୁର କଂସ ରାଜାଙ୍କୁ କାହିଁକି ଧନ୍ୟବାଦ ଦେଉଥିଲେ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅତି ଅକ୍ରୂର କଂସରାଜାଙ୍କୁ ଧନ୍ୟବାଦ ଦେବାର କାରଣ ହେଲା, ଅନ୍ତତଃ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା । ଭଗବାନଙ୍କ କଥା, ଅଙ୍ଗସୁଖ, ଶରୀର ଗନ୍ଧ ଆଦି ପାଇବାର ସୁଯୋଗ ମିଳିଛି । ଏଥିରେ ଜୀବନର ଗତିମୁକ୍ତି । କଂସ ହାତରେ ମଲେ ନର୍କଗତି କିନ୍ତୁ ଭଗବାନଙ୍କୁ ଦର୍ଶନ କଲେ ମୁକ୍ତି ।
୧୧. ଅକ୍ରୂର ଗୋପଯିବା ବାଟରେ ଥିବା ବାଲିକୁଦାରେ କ’ଣ ସବୁ ଦେଖିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମନ୍ତ୍ରୀ ଅକ୍ରୂର କଂସର ଡଗର ଭାବରେ ରଥ ନେଇ ଯେତେବେଳେ ଗୋପପୁର ଆସିଛି ସେତେବେଳେ ପ୍ରଥମେ ବାଲିକୁଦରେ ପହଞ୍ଚିଛି । ବାଲିକୁଦରେ ଧ୍ଵଜ, ଅଙ୍କୁଶ, ଚକ୍ର ଚିହ୍ନ ଓ ପଦ୍ମପାଦ ଚିହ୍ନ ଦେଖିବାର ସୁଯୋଗ ପାଇଛି । ଆନନ୍ଦରେ ରଥରୁ ଓହ୍ଲାଇ ବାଲିରେ ଗଡ଼ି ଯାଇଛନ୍ତି |
୧୨. କିଏ କାହାକୁ ଓ କାହିଁକି, ମୁଁ ହୀନ ମୂଢ଼ ପାପିଷ୍ଠ ରାଢ଼’ ବୋଲି କହିଛି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ରାଜା ରାମକୃଷ୍ଣଙ୍କ ମଥୁରା ନନ୍ଦ ଉତ୍ସବ ଦେଖିବା ଚକ୍ରାନ୍ତରେ ଅକୁରଙ୍କୁ ପଠାଇଛନ୍ତି । ଅକ୍ରୂର ରଥବାହି ଗୋପପୁର ଯାଇଛନ୍ତି । ଗୋପରେ ରାମକୃଷ୍ଣଙ୍କୁ ଦର୍ଶନ କରିବାର ପ୍ରବଳ ଇଚ୍ଛା ବଳବତ୍ତର ହୋଇଛି । ମନେ ମନେ ଭାବିଛି ସତରେ କ’ଣ ରାମକୃଷ୍ଣଙ୍କ ଦର୍ଶନ ମିଳିବ ? ମୁଁ ହୀନ, ମୂଢ଼, ପାପିଷ୍ଠ ଓ ରାଢ଼ ବୋଲି ଅକ୍ରୁର ନିଜକୁ ସମ୍ବୋଧନ କରିଛି । କାରଣ ଭଗବାନଙ୍କ ଦର୍ଶନ ପାଇବାର ଭାଗ୍ୟ ଏତେ ସହଜ ନୁହେଁ ।
୧୩. ବେନି ଭାଇ ଅକୁରଙ୍କ ଅଙ୍ଗରେ କ’ଣ ଲେପନ କରୁଥିଲେ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଥିଲେ ଭକ୍ତ । ସେ ଗୋପପୁର ଯାଇ ଭଗବାନ କୃଷ୍ଣ ବଳରାମଙ୍କ ଦର୍ଶନ ପାଇଛନ୍ତି | ବାହୁ ପ୍ରସାରି କୃଷ୍ଣ କୋଳାଗ୍ରତ କରିଛନ୍ତି । ଅଙ୍ଗରୁ ଧୂଳି ଛାଡ଼ି ଦେଇଛନ୍ତି । ପାଦ ଧୋଇ ଦେଇଛନ୍ତି । ପୁର ଦିଆ ପିଠା, ଲବଣୀ ଖାଇବାକୁ ଦେଇଛନ୍ତି । କର୍ପୁର ଦିଆ ପାନ ଖାଇବାକୁ ଦେଇଛନ୍ତି । ବାସ ଚନ୍ଦନ ଅଙ୍ଗରେ ଲେପନ କରିଛନ୍ତି।
୧୪: କଂସ କାହା ପ୍ରତି ନିଶାମଣି ବୋଲି ଚିଟାଉରେ ଲେଖୁଥିଲା ?
ଭ୍. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅକ୍ରୂର ହସ୍ତରେ ନନ୍ଦରାଜାଙ୍କ ପାଖକୁ ଏକ ଚିଟାଉ ପଠାଇଛନ୍ତି । ସେଥିରେ ସେ ରାମକୃଷ୍ଣଙ୍କୁ ସଙ୍ଗରେ ଘେନି ବେଭାର ସହ ଆସିବା ପାଇଁ ନିର୍ଦ୍ଦେଶ କରିଛନ୍ତି । ନ ହେଲେ ସ୍କନ୍ଧଚ୍ୟୁତ ହେବ ବୋଲି ଡରାଇଛି । ସେ ନିଜର ପରାକ୍ରମ ଦେଖାଇ କହିଛି ଯାଦବ କୁଳ କୁମୁଦ ବନ ହେଲେ ମୁଁ (କଂସ) ନିଶାମଣି ।
୧୫. କଂସ କିପରି ଯୋଦ୍ଧାମାନ ଜିଣିଥିଲା ବୋଲି କହିଛି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଚିଟାଉରେ ନନ୍ଦ ରାଜାକୁ ଡରାଇବା ପାଇଁ ବହୁ କଥା ଉଲ୍ଲେଖ କରିଛି । ସେ କୋପ କଲେ ମହୀ ଦୋହଲି ଉଠେ, ମେରୁ ଥରହର ହୁଏ, ରାଣ ଦେଲେ ଯମ ଭୟକରେ, ବିଧାଘାତେ ଚିତ୍ରକୂଟ ପର୍ବତ ଚୂନା ହୁଏ, ପ୍ରତିଜ୍ଞା କଲେ ରଣରେ ରାଜପୁତ୍ରମାନେ ମୃତ୍ୟୁ ଲଭନ୍ତି । ଏହା ବ୍ୟତୀତ ସେ ଲେଖୁଛି ଯୁଦ୍ଧ ନ କରି ଯୋଦ୍ଧାମାନ ଜିଣିଛି । ବ୍ରହ୍ମାଣ୍ଡକୁ କରାୟତ କରିଛି ।
୧୬. କଂସର ରଡ଼ି ଗୋଟାକେ କି ଅବସ୍ଥା ହେବ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ,
କଂସ ଚିଟାଉରେ ନିଜର ବୀରତ୍ଵ ଓ ଦୂରତାର ସ୍ଵରୂପ ଉଲ୍ଲେଖ କରିଛି । ସେ ରଡ଼ି କଲେ ତିନିପୁରର ସର୍ବ ଯନ୍ତୁ ମରିଯାଆନ୍ତି ବୋଲି କହିଛି ।
୧୭. ରାମକୃଷ୍ଣଙ୍କୁ ଅକୁର ସହିତ ପଠାଇଦେବା ପାଇଁ କଂସ କାହିଁକି ଲେଖୁଥିଲା ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଡରିଯାଇଥିଲା ମୃତ୍ୟୁକୁ । ଦେବକୀର ଅଷ୍ଟମ ଗର୍ଭର ସନ୍ତାନ କୃଷ୍ଣ ତାକୁ ମାରିବେ । ତେଣୁ କୃଷ୍ଣଙ୍କୁ ମାରିବା ପାଇଁ ବହୁ ଉପାୟ କଲା ପରେ ସବୁ ବିଫଳ ହୋଇଥିଲା । ଶେଷରେ ଧନୁ ଉତ୍ସବର ଉପାୟ ଅବଲମ୍ବନ କରିଛି । ସେଥିପାଇଁ ଅକୂରଙ୍କୁ ଗୋପପୁର ପଠାଇଛି । ରାମକୃଷ୍ଣଙ୍କୁ ଅକ୍ରୁର ସହିତ ଧନୁ ଉତ୍ସବ ଦେଖିବା ପାଇଁ ପଠାଇବାକୁ କଂସ ଚିଟାଉରେ ଲେଖୁଛି ।
୧୮. ଯେତେବେଳେ ଗୋପ ତେଜି ଯିବେ ନାରାୟଣ, ସେତେବେଳେ କ’ଣ ହେବ ?
ଊ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣ ଚନ୍ଦ୍ର ଥିଲେ ଗୋପପୁରର ଜୀବନ । ସେ ଗୋପୀନାଥ ଭାବରେ ଗୋପୀମାନଙ୍କର ପ୍ରାଣଧନ । କୃଷ୍ଣ ବିନୁ ସେମାନଙ୍କ ଜୀବନ ହୀନ । ଅକ୍ରୂର ଯେତେବେଳେ କୃଷ୍ଣ ବଳରାମଙ୍କୁ ମଥୁରା ଘେନି ଯିବାକୁ ବସିଥିଲେ ସେତେବେଳେ ପାଞ୍ଚସାତ ଗୋପୀ ମେଳ ହୋଇ କହିଛନ୍ତି ଗୋପ ତେଜି ନାରାୟଣ ମଥୁରା ଗଲେ ମରଣ ନିଶ୍ଚୟ ହେବ ।
୧୯. କାଲିଠାରୁ ଅନ୍ଧ ହୋଇଯିବା ବୋଲି ଗୋପୀ ଜଣକ କାହିଁକି କହିଛି ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ସହିତ ରାମକୃଷ୍ଣ ମଥୁରା ଚାଲିଗଲେ କାଲିଠାରୁ ଆଖ୍ ଫୁଟିଯିବ; କାରଣ କୃଷ୍ଣ ବଳରାମ ଥଲେ ବେନି ନୟନ । ଅକ୍ରୂର ହସ୍ତରେ ବେନି ନୟନ କୃଷ୍ଣ ବଳରାମଙ୍କୁ ଦେବା ଅର୍ଥ ବେନି ଚକ୍ଷୁ ଦେବା ଓ ଅନ୍ଧ ହୋଇ ବସିବା ।
୨୦. କାଲିଠାରୁ କୁମୁଦ ମରିବେ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ?
ଉ. କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୁମୁଦ କହିଲେ କଇଁଫୁଲ | କୁମୁଦ ମରିବେ କହିଲେ ଗୋପୀମାନେ ମରିଯିବେ । କୁମୁଦ ରମଣ କହିଲେ କୃଷ୍ଣ ଚନ୍ଦ୍ର । କୁମୁଦଚନ୍ଦ୍ର ଯଦି ଗୋପରୁ ମଥୁରାକୁ ଯିବେ ତେବେ ଗୋପପୁରରେ ଅନ୍ଧକାର ଘୋଟିଯିବ । କୃଷ୍ଣଚନ୍ଦ୍ରଙ୍କ ବିନା ଗୋପୀମାନେ ମୃତ୍ୟୁବରଣ କରିବେ ।
Mathura Mangala Long Question Answers (5 Marks)
ଡ. ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର (୧୫୦ ଶବ୍ଦର ଉତ୍ତର)
୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନବଳୀ ।
୧. ‘ମଥୁରାମଙ୍ଗଳ’ କାବ୍ୟର ନାମକରଣର ଯଥାର୍ଥତା ଦର୍ଶାଅ ।
କିମ୍ବା, ନାମକରଣ ଦୃଷ୍ଟିରୁ ‘ମଥୁରାମଙ୍ଗଳ’ ଏକ ସାର୍ଥକ କାବ୍ୟ ବିଚାର କର ।
ଉ. ସୃଷ୍ଟି ସ୍ରଷ୍ଟାର ମାନସ ସନ୍ତାନ । କଳାକାରର କଳା କଳ୍ପନାର କାଉଁରୀ ସ୍ପର୍ଶରେ ହୁଏ ମୂର୍ତିମନ୍ତ । ଏହାକୁ ସରସ ସୁନ୍ଦର ମଧୁମୟ କରି ଗଢ଼ି ତୋଳିବାରେ ଶିଳ୍ପୀର ଆନ୍ତରିକତା ଥାଏ । ସାହିତ୍ୟର ନାମକରଣ କେତେବେଳେ ଭାବଗତ ତ କେତେବେଳେ ବସ୍ତୁଗତ । ଯେତେବେଳେ ଘଟଣାପ୍ରାଧାନ୍ୟ ବିସ୍ତାର କରେ ସେତେବେଳେ ଏହି ପରମ୍ପରା ସୃଷ୍ଠି ହୁଏ । ଚରିତ୍ରର ପ୍ରାଧାନ୍ୟକୁ ନେଇ ସ୍ଥଳ ବିଶେଷରେ ତାହାରି ମଧ୍ଯ ନାମକରଣ ସଂଶୋଧୃତ ହୋଇଥାଏ । ନାମକରଣ ନାମରେ କବିର ସମୃଦ୍ଧ ଚେତନାର ଭାବ ପରିବହନ କରେ । ସାହିତ୍ୟର ନାମକରଣ ସୃଷ୍ଟିର ପୂର୍ଣ୍ଣବିକାଶ ପରେ ହିଁ ଗଢ଼ି ଉଠିଥାଏ । ମନେହୁଏ ‘ ମଥୁରାମଙ୍ଗଳ’ କାବ୍ୟ ନାମକରଣରେ କବି ବିଷୟବସ୍ତୁ ପ୍ରତି ଅଧିକ ଧ୍ୟାନ ଦେଇଅଛନ୍ତି ।
ଦୁଷ୍ଟରାକ୍ଷସ କଂସର ଅତ୍ୟାଚାରରେ ପୃଥିବୀ ଉପୀଡ଼ିତ ହେଉଥିଲା । ପୃଥିବୀର ଭାରା ନିବାରଣ କରିବା ପାଇଁ ପ୍ରଭୁ ମଥୁରାରେ ଶ୍ରୀକୃଷ୍ଣ ରୂପରେ ଅବତୀର୍ଣ୍ଣ ହେଲେ ଏବଂ ଦୃଷ୍ଟ କଂସାସୁର ସହିତ ତାହାର ରାକ୍ଷସ ଅନୁଚରମାନଙ୍କୁ ମଧ୍ୟ ନିପାତ କଲେ । ଏହିପରି ମଥୁରାରେ ମଙ୍ଗଳ ବିଧାନ ହେବାରୁ କାବ୍ୟର ନାମ ‘ମଥୁରାମଙ୍ଗଳ’ ହୋଇଛି ।
ଶ୍ରୀକୃଷ୍ଣଙ୍କର ମଥୁରା ଲୀଳା ବର୍ଣନା କରିଥିବାରୁ କବି କାବ୍ୟର ନାମ ‘ମଥୁରାମଙ୍ଗଳ’ ଦେଇଥିବା ସମୀଚୀନ । ଗୋପ, ମଥୁରା ଏବଂ ଦ୍ଵାରକା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ତିନୋଟି ପ୍ରଧାନ ପୀଠ । ତାଙ୍କର ବାଲ୍ୟ, ପୌଗଣ୍ଡ ଏବଂ କୈଶୋର କାଳରେ ସେ ମଥୁରା ଏବଂ ଗୋପପୁରରେ ଲୀଳା ସାଧନ କରିଥିଲେ । ପରେ ଦ୍ଵାରକାରେ ନିଜର ଅଷ୍ଟପାଟବଂଶୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ଲୀଳା ସମ୍ଭବ ହୋଇଥିଲା । ଏହି ନାୟିକାମାନଙ୍କ ମଧ୍ୟରେ ଗୋପାଙ୍ଗନାଗଣ ସମର୍ଥା ନାୟିକା ଏବଂ ନାୟିକାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । ମଥୁରାବାସିନୀ ନାୟିକାଗଣ ସାଧାରଣ ଏବଂ ଦ୍ଵାରକାର ରାଣୀଗଣ ସାମଞ୍ଜସ୍ୟ ନାୟିକା ଭାବରେ ପରିଗଣିତ । ଭଗବାନ ଶ୍ରୀକୃଷ୍ଣଙ୍କର ଗୋପାଙ୍ଗନାମାନେ ଅତ୍ୟନ୍ତ ପ୍ରିୟ । ଗୋପୀମାନଙ୍କର ପ୍ରେମରେ ବିହ୍ବଳ ଶ୍ରୀକୃଷ୍ଣ ଜଗତର ମଙ୍ଗଳ ସାଧନ ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରନ୍ତି । ଗୋପୀମାନଙ୍କର ଭକ୍ତି ସମ୍ପର୍କରେ ‘ରହସ୍ୟ ମଞ୍ଜରୀ’କାବ୍ୟରେ କୁହାଯାଇଛି
ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର ।
ସେହି ରହସ୍ୟମଞ୍ଜରୀରେ ଶ୍ରୀକୃଷ୍ଣ ପାଟରାଣୀଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ–
ମୋର ମାୟାରେ ମୋହିତ ଜଗତ
ଗୋପୀ ମାୟାରେ ମୁହିଁ ସେହି ମତ ।
ଆଲୋଚ୍ୟ ‘ ମଥୁରାମଙ୍ଗଳ’ କାବ୍ୟରେ ମଥୁରାର ଲୀଳାଖେଳା ବର୍ଣ୍ଣିତ ହୋଇଥିଲେ ହେଁ ଗୋପାଙ୍ଗ ନାମାନଙ୍କର ପ୍ରାଧାନ୍ୟ ସ୍ଵୀକୃତ ହୋଇଅଛି । ପୁନଶ୍ଚ ଅନେକ ଅସୁର ଅସୁରିଣୀ ନିଧନ, ଇନ୍ଦ୍ରଙ୍କର ଗର୍ବ ଖର୍ବ, କାଳୀୟ ଦଳନ, ବନ ଅଗ୍ନି ଭକ୍ଷଣ ଇତ୍ୟାଦି କାର୍ଯ୍ୟଦ୍ଵାରା ଶ୍ରୀକୃଷ୍ଣ ଗୋପପୁରର ମଙ୍ଗଳ ବିଧାନ କରିଛନ୍ତି । ତେଣୁ କାବ୍ୟର ନାମକରଣ ଗୋପମଙ୍ଗଳ ହେବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ ।
ମାତ୍ର ଅନ୍ୟ ଏକ ଦୃଷ୍ଟିରୁ ମଥୁରାରେ ମଙ୍ଗଳକର୍ତ୍ତା ହେଉଛନ୍ତି ସ୍ୱୟଂ ଶ୍ରୀକୃଷ୍ଣ । ଏହି କାବ୍ୟର ନାୟକ ଶ୍ରୀକୃଷ୍ଣ ହୋଇଥିବାରୁ ସେହି ମଙ୍ଗଳମୟ ଭଗବାନଙ୍କ ଉଦ୍ଦେଶ୍ୟରେ ଭକ୍ତକବି ଭକ୍ତଚରଣ ‘ମଥୁରାମଙ୍ଗଳ’ ନାମକରଣ କରିବା ସ୍ଵାଭାବିକ । ଏହି କାବ୍ୟର ପ୍ରଥମ ଛାନ୍ଦରେ ଅନନ୍ତ, ଅସୀମ, ଅବ୍ୟକ୍ତ, ନିରାକାର ପୁରୁଷ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଦୁଷ୍ଟ କଂସାସୁର ଏହିପରି ଦେଖୁଅଛି— ଯେଉଁ ଦିଗକୁ ଦିଅଇ ଅନାଇଁ
ସେ ଦିଗେ ଦିଶେ ନନ୍ଦ କହ୍ନାଇ ।
ସେହି କୃଷ୍ଣଚନ୍ଦ୍ର ପୃଥିବୀର ଭାରା ନିବାରଣ ପାଇଁ ବସୁଦେବ ଔରସରେ ଦେବକୀଙ୍କ ଗର୍ଭରେ ମଥୁରାରେ ଜନ୍ମଗ୍ରହଣ କଲେ । ମାତ୍ର ଗୋପର ଲୀଳା ସାଙ୍ଗ କରିବା ପାଇଁ ଦିନେ ନିଶାର୍ଦ୍ଧରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ଗୋପପୁରରେ ଛାଡ଼ି ଆସିଲେ । ସେଠାରେ ଶ୍ରୀକୃଷ୍ଣଙ୍କର ଲୀଳା ବର୍ଣନାତୀତ—
ଦିନୁ ଦିନୁ ବଢ଼ିଲେ ନନ୍ଦଘରେ ।
ଚନ୍ଦ୍ର ଯେସନେ ଚନ୍ଦ୍ରମା ପକ୍ଷରେ
ସାତଦିନରେ ମାଇଲେ ପତନା
ଯାର ନାମ ଅଟଇ ବଜ୍ରସେହ୍ନା
ତୃଣା ଶକଟା ବକା ଅଘାସୁର
ମାରି ତାରିଲେ କୁବେର କୁମର
କାଳୀ କାଳନ୍ଦୀ ହ୍ରଦରେ ଦଳିଲେ
ବନଅନଳ କିଞ୍ଚେ ଗିଳିଲେ
ବସ୍ଥା ବାଳକ ହରିଲା ବିଧାତା
ନିଜ ଅଙ୍ଗରୁ ସର୍ବ କଲେ ଜାତ
ନନ୍ଦ ରାଜାଙ୍କୁ ହରିଲା ବରୁଣ
ତାକୁ ଆଣିଦେଲେ ରମାରମଣ
ଇନ୍ଦ୍ର ବିବାଦେ ତୋଳି ଗୋବର୍ଦ୍ଧନ ।
ସଙ୍ଗେ ଘେନି ଅନେକ ବାଳଶିଷ
ବୃନ୍ଦାବନରେ କରନ୍ତି ବିଳାସ
ଗୋପ ରଖୁଲେ ଜଗତ ଜୀବନ
ବସ୍ତ୍ର ଚୋରି ଆଦି ଯେତେ ଚରିତ
କେହୁ କହିବ କରି ଆଦିଅନ୍ତ
ରସେ ରସିଲେ ଗୋପୀଙ୍କ ସଙ୍ଗତେ ।
ଏହି ମତି ବେଭାର ଯେତେ ଯେତେ
ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାପାଇଁ ରାଜା କଂସାସୁର ନିଜର ମନ୍ତ୍ରୀ ସହିତ ପରାମର୍ଶ କଲା । କୃଷ୍ଣଚନ୍ଦ୍ର ଏବଂ
ବଳରାମ ଏହି ଦୁଇଭାଇଙ୍କୁ ନାନା ଉପାୟରେ ନିଧନ କରିବା ପାଇଁ ଚେଷ୍ଟା କରି ବିଫଳ ହେଲା ପରେ ମନ୍ତ୍ରୀ ଅକ୍ରୂରକୁ -
ମୋର ବିଶ୍ବାସ ତୁ ଏଣୁ କହୁଛି
ଆଣିଦେବୁ ବେନି ବଛି
କାଲି ପ୍ରଭାତେ କରିବୁ ଗମନ
ରାମ କୃଷ୍ଣ ଆଦି ନନ୍ଦ ରାଜନ
ମୋହ ଛାମୁରେ କରାଇବ ଭେଟ ।
ବଳେ ଧରି ମାରିବି ନନ୍ଦଚାଟ
ଅକୂରର ଅନୁରୋଧରେ ଦୁଇଭାଇ କୃଷ୍ଣଚନ୍ଦ୍ର ଓ ବଳରାମ ମଥୁରା ଆଗମନ କରିଛନ୍ତି | ମଥୁରା ନଗରୀରେ ରଜକର ବଧ, ଧନୁଭଙ୍ଗ, କୁବଳୟା ହସ୍ତୀ ନିଧନ, ମଲ୍ଲବୀର ଚାଣୂର ଓ ମୁଷ୍ଟିକଙ୍କର ହତ୍ୟା, ମଥୁରା ନାୟିକାମାନଙ୍କର ବ୍ୟାକୁଳତା ଏବଂ ସର୍ବୋପରି କଂସ ରାକ୍ଷସର ବଧ ପ୍ରଭୃତି ଘଟଣାରେ ନାୟକ ଶ୍ରେଷ୍ଠ ପ୍ରଧାନ ନାୟକ ହୋଇଅଛନ୍ତି । ଅତଏବ କାବ୍ୟର ନାମକରଣ ‘ମଥୁରା ମଙ୍ଗଳ’ ହେବା ଯଥାର୍ଥ ହୋଇଛି ।
କେହି କେହି ଆଲୋଚକଙ୍କ ମତରେ ମଥୁରା ହେଉଛି ପୃଥିବୀର ପ୍ରତୀକ । ଗୀତାରେ କୁହାଯାଇଛି–
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷୃତାଂ ।
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।
ସାଧୁଲୋକମାନଙ୍କୁ ପରିତ୍ରାଣ କରିବାପାଇଁ ଯୁଗେ ଯୁଗେ ଭଗବାନ ଅବତାର ଗ୍ରହଣ କରନ୍ତି | ଦୁଷ୍ଟ ଲୋକଙ୍କୁ ନିପାତ କରି ପୃଥିବୀରେ ଧର୍ମରାଜ୍ୟ ପ୍ରତିଷ୍ଠା କରିବା ହେଲା ତାଙ୍କର ଲକ୍ଷ୍ୟ । ଏହି କାବ୍ୟରେ ଦୃଷ୍ଟି ରାକ୍ଷସମାନଙ୍କୁ ହତ୍ୟା କରି ମଥୁରା ସ୍ଵରୂପ ପୃଥିବୀ କଲ୍ୟାଣ ସାଧନ କରାଯାଇଥିବାରୁ ‘ମଥୁରାମଙ୍ଗଳ’ ନାମକରଣପାଇଁ କବି ଆଗ୍ରହୀ ହେବା ସ୍ଵାଭାବିକ । କାରଣ ଏହି ପୃଥିବୀରେ ଅସୁରମାନଙ୍କ ଅତ୍ୟାଚାର ସହ୍ୟ ନ ପାରି ଦେବତାମାନେ ବିଚଳିତ ହୋଇପଡ଼ିଲେ । ତେଣୁ ସେମାନେ ଅବତାର ଗ୍ରହଣ କରିବାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ–
ଧର୍ମ ନାଶି ଅଧର୍ମ କର୍ମ କଲା ଦିନୁ ଦିନୁ ଜୀବଙ୍କୁ ଦୁଃଖ ଦେଲା । ଦେଖୁ ସହି ନ ପାରିଲେ ଅମର ସର୍ବେମେଳି ହୋଇ କଲେ ବିଚାର । କିସ କରିବା ବୋଲେ ସୁନାଶିର ବେଳୁ ବେଳ ଦୁଃଖ ଦେଲା ଅସୁର । କାହା ଆଗେ କହିବା ଗଲା ମହୀ ଇନ୍ଦ୍ର ବଚନେ ପିତାମହ କହି । କ୍ଷୀର ସାଗରେ ଶୟନେ ଅନନ୍ତ ଯାଇ ଗୁହାରୀ କରିବା ଦେବନ୍ତ | ଆମ୍ଭ ଅର୍ଥେ ହୋଇବେ ଅବତାର ତେବେ ଦୁଷ୍ଟ ରାକ୍ଷସ ଯିବ ମାର ।
ଶ୍ରୀକୃଷ୍ଣ ବୈଷ୍ଣବ ସାଧକମାନଙ୍କର ପରମପ୍ରିୟ ଦେବତା । ସେହି କୃଷ୍ଣଙ୍କର ମଧୁର ଲୀଳା ବର୍ଣ୍ଣନା କରି ଭକ୍ତଚରଣ ‘ମଥୁରାମଙ୍ଗଳ’ କାବ୍ୟକୁ ଅତ୍ୟନ୍ତ ମହନୀୟ କରିଛନ୍ତି |
୨. ଅକ୍ରୂରଙ୍କ ଗୋପଯାତ୍ରାକାଳୀନ ଦୃଶ୍ୟ ବର୍ଣ୍ଣନା କର ।
କିମ୍ବା, ମଥୁରାମଙ୍ଗଳ କାବ୍ୟରେ ‘ଦ୍ବିତୀୟ ଛାନ୍ଦ’ର ବିଶେଷତ୍ବ ସଂପର୍କରେ ଆଲୋଚନା କର । କିମ୍ବା, ଦ୍ଵିତୀୟ ଛାନ୍ଦରୁ ଅକ୍ରୁରଙ୍କ ଭାବାବେଗ ସଂପର୍କରେ ବିଚାର କର ।
ଊ. କଂସର ନିର୍ଦ୍ଦେଶରେ ଅକ୍ରୂର ମଥୁରାପୁରରୁ ରଥବାହୀ ଗୋପଗମନ କରିଛନ୍ତି । ଅକ୍ରୂର କଂସର ବିଶ୍ବସ୍ତ ଓ ବିଚକ୍ଷଣ ମନ୍ତ୍ରୀ ଓ ଡଗର । ଅକ୍ରୁର କଂସର ଯେପରି ବିଶ୍ବସ୍ତ ସେହିପରି କୃଷ୍ଣଭକ୍ତି । କଂସର ପ୍ରତାପରେ ସେ ରାଜଭକ୍ତି ଭାବରେ ଥିଲେ ମଧ୍ୟ ସେ ଜାଣିଥିଲେ ଭଗବାନ ଦୁଷ୍ଟ ଦଳନ ପାଇଁ ଅବତାର ଗ୍ରହଣ କରିଛନ୍ତି । ସେ ମଥୁରାପୁରର ବନ୍ଦୀ ଗୃହରେ ଜନ୍ମନେଇ ଗୋପପୁରରେ ବଢୁଛନ୍ତି । ତାଙ୍କୁ ଆଣିବା ପାଇଁ ଏକ କଠିନ କାର୍ଯ୍ୟ କଂସ ତାଙ୍କ ଉପରେ ନ୍ୟସ୍ତ କରିଛି । ଏହା ତାଙ୍କ ମନରେ ଯେତିକି ଭାରାକ୍ରାନ୍ତ କରିଛି, ସେତିକି କୃଷ୍ଣ ଦର୍ଶନ ଭାବାବେଗ ବିହ୍ବଳିତ କରିଛି ।
ଚକ୍ଷୁ ବୁଜଇ ମନେ ଭେଦଇ ଗୋବିନ୍ଦ ଲୀଳାମାନ
ଉଚ୍ଚ ଗର୍ଜଇ ବାତୁଳ ହୋଇ କ୍ଷଣକେ ଅଚେତନ ।
ଗୋପରେ ପହଞ୍ଚି ଅକ୍ରୂର ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଗୋଦହନ କରୁଥିବାର ଦେଖିଲେ । ଏହି ଅବସରରେ କବି ବଳରାମ ଓ ଶ୍ରୀକୃଷ୍ଣଙ୍କର ବେଶଭୂଷାଦି ବର୍ଣ୍ଣନା କରିଅଛନ୍ତି | ଅକ୍ରୂର ପ୍ରଥମେ ଗୋପ ବାଳକମାନଙ୍କ ମେଳରେ ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରିଲେ ନାହିଁ । ତା’ପରେ ଶ୍ରୀକୃଷ୍ଣ ମାୟା ଅପହରଣ କରିବାରୁ ଅକ୍ରୂର ଶ୍ରୀକୃଷ୍ଣ ବଳାରାମଙ୍କୁ ଚିହ୍ନିପାରିଲେ ।
ଶ୍ରୀକୃଷ୍ଣ ଅକୃରଙ୍କୁ ସ୍ନେହରେ ଆଲିଙ୍ଗନ କଲେ ଏବଂ ତାଙ୍କୁ ସାଙ୍ଗରେ ଘେନି ଗୃହକୁ ଗଲେ । ଗୃହରେ ଶ୍ରୀକୃଷ୍ଣ ଅକୃରଙ୍କର ଚର୍ଚ୍ଚା କରିବା ପରେ ମଥୁରାର କୁଶଳ ସମାଚାର ପଚାରିଲେ ଏବଂ ଅକ୍ରୁରଙ୍କୁ ଗୋପପୁରକୁ ଆଗମନର କାରଣ ଜିଜ୍ଞାସା କଲେ । ଅକ୍ରୂର ଗୋପପୁରକୁ ଆସିବାର କାରଣ କହିଲେ ଓ ଶ୍ରୀକୃଷ୍ଣଙ୍କ ଆଦେଶରେ ଅକ୍ରୂର ନନ୍ଦଙ୍କୁ କଂସ ପ୍ରେରିତ ପତ୍ର ପ୍ରଦାନ କଲେ ।
ଏହି ଛାନ୍ଦରେ ଅକ୍ରୂରଙ୍କର ଭାବାବେଗ ବର୍ଣ୍ଣନା ହୃଦୟସ୍ପର୍ଶୀ ଭାଗବତରେ ଜଗନ୍ନାଥ ଦାସ ମଧ୍ଯ ଏହିପରି ବର୍ଣନା କରିଛନ୍ତି । ଏହି ଛାନ୍ଦରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ରୂପକାନ୍ତି, ବେଶଭୂଷା ବର୍ଣ୍ଣନା ଅତ୍ୟନ୍ତ ଉଚ୍ଚକୋଟୀର ।
ଦେଖିଲା ଗୋଷ୍ଠୀ ଗୋପାଳ ମେଣ୍ଟେ ଗାବ ଦୁହନ୍ତି ହରି |
ନୀଳଜିମୂତ ବରନ ପୀତ-ବସନ ବିଦୁ-ପରି ।
ଶିରେ ତ୍ରିମୁଣ୍ଡୀ କି ଅବା ମଣ୍ଡି ଥୋଇଛି ଇନ୍ଦ୍ରଧନୁ ।
ଭ୍ରମରଶ୍ରେଣୀ ଚୁମ୍ବନ୍ତି ଜାଣି ସୁଗନ୍ଧ ଗନ୍ଧ ଯେଣୁ
ଅଳକାପନ୍ତି ଝଳି ଦିଶନ୍ତି ଭ୍ରୂଲତା ପୁଷ୍ପଚାପ ।
ନୟନ ବାଣ ଅଞ୍ଜନ ଗୁଣ କର୍ଷ ପର୍ଯ୍ୟନ୍ତେ ଧାପ ।
ତିଳକୁସୁମ ନାସା ସୁଷମ ଅଧର ପାରିଜାତ
କଣ୍ଠ କୁଣ୍ଡଳ ରବି ମଣ୍ଡଳ ନନ୍ଦର ଶତପତ୍ର |
କୃଷ୍ଣଙ୍କ କଣ୍ଠରେ କୁଣ୍ଡଳ, ତିଳ କୁସୁମପରି ନାସା, ଆକର୍ଶ ବିସ୍ତୃତ ଚକ୍ଷୁ, ଶିରରେ ମୟୂର ପୁଚ୍ଛ, ନୀଳଜୀମୂତ ବର୍ଷ, ପୀତ ବସନ, ଦ୍ରହାସ ବଦନ, ଡାଳିମ୍ବ ବୀଜ ପରି ଦାନ୍ତ, କଣ୍ଠରେ ନାନା ଆଭୂଷଣ, ବାହୁରେ ମଣିକଙ୍କଣ, ପାଦରେ ନୂପୁର, ମଣି ମୁକୁଟ, ଅଧର ସୁରଙ୍ଗ, ନାସାରେ ହେମ ବସଣୀ, କଟୀରେ ନୀଳପଟ, ଚରଣରେ ମଞ୍ଜୀର ପ୍ରଭୃତି ଆଭୂଷଣ ଓ ଦିବ୍ୟକାନ୍ତର ବର୍ଣ୍ଣନା ହୃଦୟସ୍ପର୍ଶୀ ।
ଏହା ବ୍ୟତୀତ ଅକୁରଙ୍କୁ ଶ୍ରୀକୃଷ୍ଣଙ୍କର କୋଳାଗ୍ରତ, ଦାସବସ୍ଥଳ ଭାବର ପରିପ୍ରକାଶ, ଆତିଥ୍ୟ ଅତୀବ ମୁଗ୍ଧକର ।
ମଥୁରାମଙ୍ଗଳର ଦ୍ଵିତୀୟ ଛନ୍ଦର ବର୍ଣ୍ଣନା ହୃଦୟସ୍ପର୍ଶୀ ହୋଇଛି ।
୩. କଂସ ଲେଖୁଥିବା ଚିଟାଉର ଭାବଧାରା ବିଶ୍ଳେଷଣ କର ।
ଅଥବା, ମଥୁରାମଙ୍ଗଳା କାବ୍ୟର ତୃତୀୟ ଛାନ୍ଦର ବୈଶିଷ୍ଟ୍ୟ ସଂପର୍କରେ ଆଲୋଚନା କର । ଅଥବା, ତୃତୀୟ ଛାନ୍ଦରେ କଂସର ଚିଟାଉ ପ୍ରସଙ୍ଗ ବର୍ଣ୍ଣିତ, ଆଲୋଚନା କର ।
ଉ. କଂସ ଅକୁରଙ୍କ ହାତରେ ଚିଟାଉ ପ୍ରେରଣ କରିଛି | କଂସର ପତ୍ରରେ ମହାରୋଷ କେତେକ ବଳବିକ୍ରମ ସ୍ଵରୂପ ପ୍ରକାଶ ପାଇଛି । କଂସ ଲେଖୁଛି- ଏ' ଚିଟାଉ ପାଇବା ମାତ୍ରେ ଉପଢୌକନ ସହିତ ରାମକୃଷ୍ଣଙ୍କୁ ଧରି ଆସି ପହଞ୍ଚିବୁ । ଅବମାନନା କଲେ ପରିସ୍ଥିତି ଭୟଙ୍କର ହେବ । ମୁଣ୍ଡ କାଟ ହେବ । ଆଜ୍ଞା ପ୍ରମାଣେ ତତ୍କାଳ ଆସିବୁ ବୋଲି କୁହାଯାଇଛି । ଭୟ ଦେଖାଇ ଚିଠିରେ ଲେଖାଯାଇଛି-
ଅକ୍ରୂର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାର ଆନନ୍ଦାତିଶଯ୍ୟାରେ ଅଧୀର ହୋଇ ଗୋପପୁର ଉଦ୍ଦେଶ୍ୟରେ ରଥ ଚାଳନା କରିଛନ୍ତି ରଥ ଚାଳନା କୌଶଳ ଓ ରଥ ସଜବାଜ କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି ।
କୃଷ୍ଣ ଦର୍ଶନ ଆଶେ ଉଚ୍ଛନ୍ନ ହୋଇ ସଫଳାସୁତ
ସାଜିଲା ରଥ ଯୋଚିଲା ଅଶ୍ଵ ହେଜିଲା ଯିବା ପଥ ।
ବାଗ ଦଉଡ଼ି ଧରିଣ ଚଢ଼ି ଯା ବୋଲି ଦେଲା ଚାଳି
ଚକ୍ଷୁ ମଟକେ ଅତି ଛଟକେ ମଥୁରା ସୀମାବଳି ।
କରେ ଗମନ ଅତି ଶୋଭନ ଦିଶଇ ରହୁବର
ଯହିଁରେ ବିଜେ ଦେବଙ୍କ ରାଜେ କରିବେ ମଧୁପୁର ।
ଅକ୍ରୂର କଂସର ଡଗର ଭାବରେ ମଥୁରାରୁ ଗୋପ ଯିବାବେଳେ ନିଜକୁ ଧନ୍ୟ ମନେ କରିଛି । ନିଜର ପିତାମାତାଙ୍କୁ ମଧ୍ୟ ଧନ୍ୟ ମନେ କରିଛି । କାରଣ କୃଷ୍ଣ ଦର୍ଶନ ମିଳିବ, ନେତ୍ର ପବିତ୍ର ହେବ, ଶରୀର ତାଙ୍କ ସୁଗନ୍ଧ ପାଇ ଧନ୍ୟ ହେବ । ଯାହାଫଳରେ ଅଙ୍ଗ ନିର୍ମଳ ହୋଇଯିବ । ତାଙ୍କର ବାଣୀ ଶୁଣି ଶ୍ରବଣ ମଧ୍ଯ ଦୋଷର ହିତ ହୋଇଯିବ ।
ଆବେଗରେ କବି ଲେଖୁଛନ୍ତି -
ଧନ୍ୟରେ ନେତ୍ର ହେବ ପବିତ୍ର ଚାହିଁ ଜଳଦ ତନୁ
ଗୋପାଳ ମେଳେ ନନ୍ଦର କୋଳେ ବସି ଯେ ଥିବେ କାହ୍ନୁ ।
ଦୂରୁ ଅନାଇ ଡାକିବେ ଦୁଇ ଭାଇ ଅକ୍ରୁର ଆସ
ସେ ବାଣୀ ଶୁଣି ଶ୍ରବଣ ବେନି ତେଜିବେ ସର୍ବଦୋଷ ।
ଶରୀର ଗନ୍ଧପାଇ ଆନନ୍ଦ ହୋଇବ ନାସା ଦ୍ଵାର
କରନ୍ତେ କୋଳ ଅଙ୍ଗ ନିର୍ମଳ ହୋଇବ ଆଜି ମୋର ।
ପାଇବି ଗତି ଦେଖୁ ଶ୍ରୀପତି ଛେଦିବି ଭବବନ୍ଧ
ସ୍ନେହରେ କରି ବ୍ରଜ ବିହାରୀ କର ଦେବେ ମୋ କାନ୍ଧ ।
ସ୍ଵୟଂ ପରଂବ୍ରହ୍ମଙ୍କୁ ଦର୍ଶନ କରିବାର ଆବେଗରେ ଅକ୍ରୂର ମଥୁରାର ଗୋପ ଗମନ କରିଛି । ଚକ୍ଷୁ ପଲକରେ ସେ ମଥୁରାର ସୀମା ବାଲିକୁଦରେ ପହଞ୍ଚିଛନ୍ତି । ବଲିକୁଦରେ ସେ ପଦ୍ମପାଦ, ଧ୍ଵଜ, ଅଙ୍କୁଶ, ଚକ୍ରାଦି ଚିହ୍ନ ଦେଖିବାକୁ ପାଇଛନ୍ତି । ରଥରୁ ଡ଼େଇଁପଡ଼ି ଆନନ୍ଦରେ ସେହି ପବିତ୍ର ବାଲି ମୁଣ୍ଡରେ ମାରିଛନ୍ତି । ହାକୃଷ୍ଣ କହି ବ୍ୟାକୁଳ ହୋଇଉଠିଛନ୍ତି । ନୟନରୁ ଅଶ୍ରୁ ବିଗଳିତ ହୋଇଛି । ବ୍ୟାକୁଳରେ ଊର୍ଦ୍ଧ୍ବବାହୁ ହୋଇ ରୋଦନ କରିଛନ୍ତି । ଚକ୍ଷୁ ବୁଜି ଗୋବିନ୍ଦର ଲୀଳାମାନ ସ୍ମରଣ କରିଛନ୍ତି ।
ଏମନ୍ତ ଭାବି ଆସନ୍ତେ ଚଳି ଦେଖିଲା ବାଲିକୁଦ
ଧ୍ଵଜ ଅଙ୍କୁଶ ଚକ୍ରାଦି ଚିହ୍ନ ସହିତେ ପଦ୍ମପାଦ
ଆନନ୍ଦ ହୋଇ ରଥରୁ ଡ଼େଇଁ ଶିରେ ନିଉଡ଼େ ବାଲି
ହାକୃଷ୍ଣ ବୋଲି ନପାରେ ଚାଲି,ନୟନୁ ଅଶ୍ରୁଗଳି ।
କହି ହୁଡ଼ଇ, ଉଠିପଡ଼ଇ, ଗଡ଼ଇ ପାଦପରେ
ଶୂନ୍ୟକୁ କୋଳକରି ଆକୁଳ କମ୍ପଇ ପ୍ରେମଭରେ
ଲେଖୁଅଛି କଂସ ହୋଇ ମହାରୋଷ, ଆହେ ଗୋପପତି ନନ୍ଦ।
ଆଜ୍ଞାପ୍ରମାଣେ ତତକାଳେ ଆସିବୁ, ନୋହିଲେ ଛେଦିବି କାନ୍ଧ ।
ଜାଣୁ ତ ମୋର ବଳ ବୀର୍ଯ୍ୟ ଯେତେକ, ଅଇରିକୁଳକୁ କେତୁ I
ପ୍ରତିଜ୍ଞାରେ ରଣ ତେଜି ରଣରାଜପୁତ୍ରେହେଁ ଲଭନ୍ତି ମୃତ୍ୟୁ ।
କୋପକଲେ ମହୀ ଦୋହଲି ଉଠଇ, ମେରୁ ହୋଏ ଥରଥର।।
ରାଣ ଦେଲେ ଜନ୍ତୁ-ପତି ଭୟ ଆଉମାନେ କେତେ ଛାରି ।
କଂସ ବଡ଼ ପ୍ରତାପବାନ । ସେ ଅସୁର । ସେ ରାଣଦେଲେ ଯମ ଜୟ କରେ । କୋପ କଲେ ପୃଥିବୀ ଦୋହଲି ଉଠେ । ପ୍ରତିଜ୍ଞା କଲେ ରାଜପୁତ୍ରମାନେ ରଣତେଜି ପଳାୟନ କରନ୍ତି । ସେ ଶତ୍ରୁକୁଳର ଧୂମକେତୁ । କଂସ କହିଛି ଯେ – ସେ ଦାନୀପଣରେ ଇନ୍ଦ୍ର, ଗଭୀର ପଣରେ ଜଳଧୂ, ପଣ୍ଡିତ ପଣରେ ଦେବଗୁରୁ ବୃହସ୍ପତି, ବେଦ ବେଦାନ୍ତରେ ବ୍ରହ୍ମା, ଧାର୍ମିକ ପଣରେ ଅଦ୍ଵିତୀୟ, ପ୍ରଜା ପାଳନରେ ଶ୍ରେଷ୍ଠ, ଭୟରେ ପବନ ଅତି ବେଗବାନ ହୋଇପାରନ୍ତି ନାହିଁ, ତେଜରେ ଅଗ୍ନିସମାନ, ସୁନ୍ଦର ପଣରେ କନ୍ଦର୍ପ, ସହିବାପଣରେ ଧରଣୀ, ଇନ୍ଦ୍ର-ଚନ୍ଦ୍ର-ସୂର୍ଯ୍ୟ ସମସ୍ତେ ବଶୀଭୂତ, ତା’ର ଶ୍ଵଶୁର ଜରାସନ୍ଧ, ସଖା ବୀରକେଶୀ, ବହୁ ଶୂର ବୀର ତା ପାର୍ଶ୍ଵବର । ଏହିପରି ବହୁ ବଡ଼ାଇକରି ଚିଠି ଲେଖୁଛି କଂସ ।
ବିଧାଘାତେ ଚିତ୍ର-କୂଟ କୁଧରକୁ କରିପାରଇ ମୁଁ ଚୂନା।
ଅଇରି ଉରସଲ ବାନା ବହଇ, ଶରଣାକୁ ବଜ୍ରସେହ୍ନା ||
ଦାନୀପଣକୁ ସୁନାସୀର ପରାଏ, ଗଭୀର ପଣେ ଜଳଧୂ।
ପଣ୍ଡିତପଣେ ଦେବଗୁରୁ ହାରଇ, ବେଦବେଦାନ୍ତରେ ବିଧ୍ଵ ||
ଧାର୍ମିକପଣେ କେହିସମ ନୁହନ୍ତି, ପରଜା ପାଳନେ ତାତ।
ମୋର ଦେଶରେ ଭୟକରି ପ୍ରଚଣ୍ଡ ହୋଇ ନ ବହଇ ବାତ |
କଂସର ନିଜର ଗାରିମା ବଖାଣିବା ପରେ ଧନୁ ଉତ୍ସବକୁ ସମ୍ମାରନେଇ ଆସିବା ପାଇଁ ଆଦେଶ କରିଛି । ସାଥ୍ରେ ଯାତ୍ରାବିଧ ମଧ୍ୟ ଆଣିବାକୁ କହିଛି । ଧନୁ ଉତ୍ସବକୁ ଆସିଲେ ତୋର ସମସ୍ତ ଦୋଷ କ୍ଷମାକରାଯିବ ବୋଲି କଂସ ଚିଠିରେ ଜଣାଇଛି । ଗୋଟିକା, ଅଧାମ, ଦଧୂ ଶହେଭାର, ଭେଟି ସମ୍ଭାର, ଗୋପୀ, ଯାତ୍ରାବିସ୍ , ରାମକୃଷ୍ଣ ବେନି ଭାଇଙ୍କୁ ସାଥୀରେ ନେଇ ଆସିବାକୁ କଂସ ନିର୍ଦ୍ଦେଶ କରିଛି ।
ଏବେ ମୋର ଧନୁଉଚ୍ଛବ ହୋଇଛି, ସମ୍ଭାର ଘେନାଇ ଆସ ।
ସମସ୍ତ ଦୋଷ ତୋର କ୍ଷମା ହୋଇଲା, ମନେ ନ କରିବୁ ତ୍ରାସ ||
ସମ୍ଭାର ଦଧୂ ଶତେଭାର ଘେନାଇ ଗୋଟିକା ଅଧାମ ଆଦି।
ସଙ୍ଗେ ଗୋପଦଶ ପଞ୍ଚାଶ ଆଣିବୁ, କରିବେ ସେ ଯାତ୍ରାବିଧି ।
ରାମ କୃଷ୍ଣ ବେନିଭାଇଙ୍କି ଅକ୍ରୂର ସଙ୍ଗେ ସଙ୍ଗ କରିଦେବୁ।
କେଡ଼େ ହେଲେଣି ତୋର ବେନିନନ୍ଦନ ତାହାକୁ ଆମ୍ଭେ ଦେଖିବୁ।
ସେହି ଦେଖିବେ ମହାଧନୁ ଉଚ୍ଛବ, ଶୁଭ କଥା ସିନା ତୋତେ ।
ବଡ଼ଲୋକ ସଙ୍ଗେ ସଙ୍ଗ ହୋଇଯିବେ,ଭୟ ନ ରହିବ ଚିତ୍ତେ ||
କୃଷ୍ଣ ବଳରାମଙ୍କୁ ଧନୁ ଉତ୍ସବକୁ ଆଣିବା ପାଇଁ ଅକ୍ରୂର ହସ୍ତରେ ଦେଇଥିବା ଚିଟାଉର ବିଶେଷତ୍ଵ ରହିଛି । ଏଥୁରେ କଂସ ନିଜର ଗାରିମା ଦେଖାଇ ପ୍ରଥମେ ଭୟ ଜାତ କରାଇଛି । ଯାହାଫଳରେ ଭୟକରି ନନ୍ଦ କୃଷ୍ଣବଳରାମଙ୍କୁ ଅକ୍ରୂର ହସ୍ତରେ ମଥୁରା ପ୍ରେରଣା କରିବ ।
୪.କଂସ ଚିଟାଉରୁ ତା’ର ଅହଂକାରର ସ୍ବରୂପ ନିର୍ଣ୍ଣୟ କର ।
ଉ. (ନ.୩ ଉତ୍ତରର ଦ୍ରଷ୍ଟବ୍ୟ)
‘୫. ମଥୁରାମଙ୍ଗଳ’ କାବ୍ୟ ଅବଲମ୍ବନରେ କବି ଭକ୍ତଚରଣଙ୍କ ଭକ୍ତିମତ୍ତା ନିରୂପଣ କର ।
ଉ. ରୀତିଯୁଗର କବିଗଣ ସଂସ୍କୃତ ଆଳଙ୍କାରିକମାନଙ୍କ ଆଦର୍ଶରେ କାବ୍ୟ ରଚନା କରିଥିଲେ । ସେମାନଙ୍କ ମତରେ କାବ୍ୟର କଥାବସ୍ତୁ କାଳ୍ପନିକ ହୋଇଥିବ କିମ୍ବା ଇତିହାସ ଅବା ପୁରାଣରୁ ଗୃହୀତ ହୋଇଥିବ । କାବ୍ୟର ମୁଖ୍ୟ ନାୟକ ନାୟିକା ଉଚ୍ଚବଂଶଜ ହେବା ଆବଶ୍ୟକୀୟ । ନବରସ ମଧ୍ୟରୁ ଯେକୌଣସି ଗୋଟିଏ ରସ ମୁଖ୍ୟରସ ଭାବରେ ସ୍ଵୀକୃତ ହୋଇଥିବ । ତେବେ ଆଳଙ୍କାରିକଗଣ ଶୃଙ୍ଗାର ରସକୁ ମୁଖ୍ୟରସ ଭାବରେ ଘୋଷଣା କରିଥିବାରୁ ରୀତିଯୁଗ କବିଗଣ ସେମାନଙ୍କ କାବ୍ୟରେ ଶୃଙ୍ଗାର ରସକୁ ପ୍ରାଧାନ୍ୟ ପ୍ରଦାନ କରିଛନ୍ତି । ପ୍ରତ୍ୟେକ କାବ୍ୟ ଅନେକଗୁଡିଏ ଛାନ୍ଦରେ ବିଭକ୍ତ । ଏହା କାବ୍ୟର ସାଙ୍ଗାତିକ ଧର୍ମକୁ ବଜାୟ ରଖୁବା ସଙ୍ଗେସଙ୍ଗେ ବେଚିତ୍ରବୋଧ ମଧ୍ଯ ସୃଷ୍ଟି କରିଥାଏ । ଶୃଙ୍ଗାରରସ ବା ଭକ୍ତି ଭାବନାଯୁକ୍ତ କରୁଣ, ଶାନ୍ତ ପ୍ରଭୃତି ଅନ୍ୟ ରସଗୁଡ଼ିକ ମଧ୍ୟ ସ୍ଥାନ ଲାଭ କରିବ । କଳ୍ପନାର ବିଳାସ ହେଲା କାବ୍ୟର ଏକ ପ୍ରଧାନ ଭୂମିକା । କେବଳ ନାୟକ ନାୟିକାଙ୍କର ରୂପ ବର୍ଣ୍ଣନା ନୁହେଁ, ଉପନାୟକା ନାୟିକାଙ୍କର ବର୍ଣ୍ଣନା ସହିତ ବିଭିନ୍ନ ଋତୁ, ଉପବନ, କେଳି, ସରୋବର, ନଗର ଇତ୍ୟାଦିର ବର୍ଣନାଯୋଗୁ କାବ୍ୟ ସାହିତ୍ୟ ଶ୍ରୀଯୁକ୍ତ ହୋଇଥାଏ । କାବ୍ୟର ଆରମ୍ଭରେ ଆଶୀ ନମସ୍କ୍ରିୟା, ବସ୍ତୁ ନିର୍ଦେଶ ସହିତ ଈଶ୍ଵରସ୍ତୁତି ଏବଂ ଖଳ ନିନ୍ଦା ପ୍ରଭୃତି ସ୍ଥାନ ଲାଭ କରିଥାଏ । ଏହି ବିଚାରରେ ‘ମଥୁରାମଙ୍ଗଳ’ର ପ୍ରଥମ ଛାନ୍ଦନ ବିଶେଷତ୍ଵ ଉପରେ ଆଲୋକପାତ କରାଯାଇପାରେ ।
ପ୍ରଥମ ଛାନ୍ଦଟି କବି ଭକ୍ତଚରଣ ରାଗ ଚକ୍ରକେଳି ବୃତ୍ତରେ ଲେଖୁଛନ୍ତି । କବିଙ୍କର ଆରାଧ୍ୟ ଦେବତା ଗୋକୁଳ ସୁନ୍ଦର ଶ୍ରୀକୃଷ୍ଣ | ସଂସାରର ପାପତାପ ମଧ୍ୟରେ ପ୍ରତି ମୁହୂର୍ଭରେ ଜଡ଼ିତ ରହି କବିଙ୍କର ମନ ବିଚଳିତ ହେଲା । ତେଣୁ ସେ କୃଷ୍ଣକଥା ଗାନ କରି ଏହି ପାପପୂର୍ଣ୍ଣ ସଂସାରରୁ ମୁକ୍ତିଲାଭ କରିବା ପାଇଁ କାମନା କଲେ । ତେଣୁ କବି କହିଛନ୍ତି–
କୃଷ୍ଣ ଚରିତ୍ର ଅମୃତ ବାରଧ୍ଵ କଳି-କଳୁଷ-ରୋଗକୁ ଔଷଧ I
ତହୁଁ କିଛି ପ୍ରସଙ୍ଗରେ କହିବି ଦୁଷ୍ଟ ପାତକଭାରାକୁ ଦହିବି ॥
ଗୀତ କରି ରଚିବି ହରିଲୀଳା ଦୟା କର ହେ ସ୍ଵାମୀ ନନ୍ଦବଳା ।
କାରଣ ସେ ସୁଜ୍ଞଜନମାନଙ୍କ ମୁଖରୁ ଶୁଣିଛନ୍ତି ଯେ କୃଷ୍ଣନାମ ଭଜନ କଲେ ପ୍ରାଣୀମାନେ ଇହ ସଂସାରରୁ ତରିଯାଆନ୍ତି । ପୁଣି ନିଶି ଦିବସେ ଯେ ହରି ଭଜନ୍ତି | ଭବ କଳୁଷ ସନ୍ତାପ ତେଜନ୍ତି |
ଏ ସଂସାରରେ ମୃତ୍ୟୁଲୀଳା ସର୍ବତ୍ର ଲାଗିଅଛି । ଧନ,ଜନ, ଜୀବନ ଚିର ନୁହେଁ । ସମସ୍ତେ ଅସ୍ଥାୟୀ, ଅଳିକ ଓ ମରଣଶୀଳ । ଅଗ୍ନି ଯେପରି କାଷ୍ଠକୁ ଦହନ କରେ, ପାପରୂପକ ଅଗ୍ନି ମଧ୍ୟ ମଣିଷ ଶରୀରକୁ ସେହିପରି ଧ୍ୱଂସ କରି ପକାଇଥାଏ । ପ୍ରାଣୀମାତ୍ରକେ ମାୟାଧୀନ ଏବଂ ମୋହାଚ୍ଛନ୍ତି । ଏହି ଭବସଂସାରରୁ ଉଦ୍ଧାର ପାଇବାର ଏକମାତ୍ର ଉପାୟ ହେଉଛି ଭଗବାନ କୃଷ୍ଣଙ୍କର ଗୁଣ କୀର୍ତ୍ତନ କରିବା । ଏହି ଉଦ୍ଦେଶ୍ୟରେ ‘ମଥୁରା ମଙ୍ଗଳ’ କାବ୍ୟ ରଚିତ ହେଲା ବୋଲି ସେ ଉଲ୍ଲେଖ କରିଛନ୍ତି ।
କବି ଭକ୍ତଚରଣ ପ୍ରଥମ ଛାନ୍ଦରେ ଶ୍ରୀକୃଷ୍ଣଙ୍କୁ ନମସ୍କାର କରିଛନ୍ତି । ସେ ହେଉଛନ୍ତି ଗୋକୁଳ ସୁନ୍ଦର ଏବଂ ଜଗତର ତ୍ରାଣକର୍ତ୍ତା । ନନ୍ଦକ ଧାରଣ କରିଥିବାରୁ ତାଙ୍କ ଶକ୍ତିର ସୀମା ନାହିଁ । ସେ ହେଉଛନ୍ତି ଭାବଗ୍ରାହୀ ଏବଂ ଭକ୍ତବତ୍ସଳ । ସେ ଅନନ୍ତ, ଅସୀମ ଏବଂ ଅଙ୍ଖଳ ବିହାରୀ ସ୍ୱୟଂ ପରଂବ୍ରହ୍ମ । ବକାସୁର, ହିରଣ୍ୟକଶିପୁ ପ୍ରଭୃତି ଅସୁରମାନଙ୍କୁ ହତ୍ୟା କରି ପୃଥବୀର ଭାରା ନିବାରଣ କରିଅଛନ୍ତି । ସେହି ବରଜ ଚନ୍ଦ୍ରମାଙ୍କ ସ୍ତୁତି କରାଯାଇଛି–
ନାନା ରୂପ, ଅରୂପ ତୁହି ହଉ ପ୍ରାଣିମାନଙ୍କ ହିତେ ଦେହ ବହୁ |
ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ କେହି ନ ଜାଣେ ଆଦି ମଧ୍ୟ ଅନ୍ତ |
ସର୍ବ ଆତ୍ମାରେ ତୁହି ଆତ୍ମାରାମ ତୋର ବିହୁନେ ନାହିଁ କର୍ମା କର୍ମ ॥
ଭକ୍ତଚରଣ ପ୍ରେମଭକ୍ତି ମାର୍ଗର ପଥକ । ତେଣୁ ସେ ପ୍ରଥମରୁ ଘୋଷଣା କରିଛନ୍ତି ଯେ ଏହି ବିଷୟ ବାସନା ସଂସାରର ଜୀବନକୁ ସାର୍ଥକ କରିବ ନାହିଁ । ଏକମାତ୍ର ରାଗାନୁଗା ଭକ୍ତିମାର୍ଗ ହିଁ ଜୀବନର ଚରମ ପଥ ପ୍ରଦର୍ଶକ ହେବ । ତେଣୁ–
ଆଉ ସମ୍ପଦେ ନାହିଁ ପ୍ରୟୋଜନ
ଭକ୍ତି ବିନେ ମୋ ଦରିଦ୍ର ଜୀବନ ।
‘ମଥୁରା ମଙ୍ଗଳ’ ବିଷୟବସ୍ତୁ ଭାଗବତ ସ୍କନ୍ଧରୁ ଗ୍ରହଣ କରାଯାଇଛି । ତହିଁରେ କଂସର ଜନ୍ମ ଓ ମୃତ୍ୟୁ ବିଶେଷ ଭାବରେ ଚିତ୍ରିତା ମହାପ୍ରତାପୀ ଦୁର୍ମିଳା ନନ୍ଦନ କଂସାସୁର ମଥୁରାରେ ରାଜତ୍ଵ କରି ଗୋରୁ ବ୍ରାହ୍ମଣଙ୍କୁ ଅତ୍ୟନ୍ତ କଷଣ ଦେଲା । ତା’ର ଅତ୍ୟାଚାରରେ ନରଲୋକ, ଦେବଲୋକ ଏବଂ ପାତାଳଲୋକ ଅତ୍ୟନ୍ତ ଉପୀଡ଼ିତ ହେଲେ । ଦିନକୁ ଦିନ ମାନବକୁଳ କଷ୍ଟ ଭୋଗ କଲେ । ଦୁଷ୍ଟ ରାକ୍ଷସ ସର୍ବଦା ଧର୍ମ ନାଶ କରି ଅଧର୍ମ କରି ଚାଲିଲା । ତେଣୁ ଦେବତାମାନେ ଆଉ ସହି ନପାରି କ୍ଷୀରସାଗରରେ ଶୟନ କରିଥିବା ପରଂବ୍ରହ୍ମଙ୍କ ନିକଟରେ ପ୍ରାର୍ଥନା କଲେ ।
ଅତି ଆରତେ ଡାକନ୍ତି ଅମର ।
ଦେବରକ୍ଷା କର ମହୀ ତୋହର ॥
ଯେବେ ନ ରଖିବ ନାଶ ଗଲୁଟି।
ଦୈତ୍ୟ ସ୍ଵର୍ଗଭୁବନ କଲା ଲୁଟି |
ଗୋରୁ ବ୍ରାହ୍ମଣ ସୁଜନ ନାଶିଲା।
ମହା ଅଧର୍ମେ ମହୀକି ଗ୍ରାସିଲା |
ସୁରଗଣ ବିକଳ କର୍ଣ୍ଣେ ଶୁଣି ।
ଦୟା ସାଗର ପ୍ରଭୁ ଚକ୍ରପାଣି ॥
ଆଜ୍ଞା କଲେ ସକଳ ସୁରେ ଯାଅ ।
ଦୈତ୍ୟ ମାରିବି ଅଳ୍ପଦିନ ରହ I
ବାସୁଦେବ ଘରେ ହେବି ଜନମ।
ବଢ଼ି କଂସକୁ ନାଶିବି ବହନ ||
ଶ୍ରୀକୃଷ୍ଣ ଦେବକୀ ଗର୍ଭରେ ଜନ୍ମଗ୍ରହଣ କରି ଗୋପରେ ବଢ଼ିବାକୁ ଲାଗିଲେ । ଦୈବବାଣୀ ଯୋଗୁ କଂସାସୁର ଜାଣିପାରିଲା ଯେ ଦେବକୀର ଅଷ୍ଟମ ଗର୍ଭରେ ତା’ର କାଳ ଜନ୍ମଗ୍ରହଣ କରିବ । କୃଷ୍ଣଙ୍କୁ ହତ୍ୟା କରିବାପାଇଁ ଅନେକ ଶକ୍ତିଶାଳୀ ଅନୁଚରଙ୍କୁ କଂସ ପ୍ରେରଣ କଲା । ମାତ୍ର ସମସ୍ତେ କୃଷ୍ଣଙ୍କ ଦ୍ଵାରା ନିହତ ହେଲେ । ଶେଷରେ ମନ୍ତ୍ରୀ ଅକ୍ରୂର ଦ୍ଵାରା କୌଶଳରେ କୃଷ୍ଣ ବଳରାମଙ୍କୁ ଅଣାଇ ହତ୍ୟା କରିବା ପାଇଁ ଯାବତୀୟ ବନ୍ଦୋବସ୍ତ କରାଗଲା । ମାତ୍ର ସମସ୍ତ ବିଘ୍ନ ଏଡ଼ିଦେଇ ଶ୍ରୀକୃଷ୍ଣ କଂସ ସମେତ ଦୁଷ୍ଟ ରାକ୍ଷସମାନଙ୍କୁ ନିପାତ କଲେ ଏବଂ ପୃଥିବୀର ଭାରା ନିବାରଣ କଲେ । ଏହାହିଁ ମୋଟାମୋଟି ‘ ମଥୁରା ମଙ୍ଗଳ’ କାବ୍ୟର କଥାବସ୍ତୁ |
ପ୍ରାଚୀନ କାବ୍ୟର ମୂଳ ଆଭିମୁଖ୍ୟ ହେଲା ସତ୍ୟର ଜୟ ଏବଂ ଅସତ୍ୟର ପରାଜୟ । ଆଲୋଚ୍ୟ କାବ୍ୟର ପ୍ରଥମ ଛାନ୍ଦରେ ଦୁଷ୍ଟ ରାକ୍ଷସମାନଙ୍କୁ ହତ୍ୟା କରି ସତ୍ୟର ବିଜୟ ଘୋଷଣା କରାଯାଇଛି ।
୬. ଏକ କୃଷ୍ଣ ରସାଶ୍ରିତ କାବ୍ୟ ଭାବରେ ‘ମଥୁରା ମଙ୍ଗଳ’ର ସାର୍ଥକତା ନିରୂପଣ କର ।
ଅଥବା, ମଥୁରାମଙ୍ଗଳ କାବ୍ୟଟି ଭକ୍ତି ଓ ସଙ୍ଗୀତର ମଧୁର ସମନ୍ଵୟ କିପରି ?
ଉ. ମଥୁରାମଙ୍ଗଳ କବି ଭକ୍ତଚରଣଙ୍କର ଏକ ଉଚ୍ଚକୋଟୀର ସୃଷ୍ଟି । ଶ୍ରୀକୃଷ୍ଣଙ୍କ ମଥୁରାଗମନ, ଗୋପୀମାନଙ୍କର ବିରହ ବିଳାପ କୃଷ୍ଣଚନ୍ଦ୍ରଙ୍କର ନାନାଦି ଲୀଳା ଏହି କାବ୍ୟର ବିଶେଷତ୍ଵ । ଏହି କାବ୍ୟରେ ଭକ୍ତିର ଶ୍ରେଷ୍ଠତ୍ଵ ପ୍ରତିପାଦିତ ହୋଇଛି । କବିଙ୍କର କାବ୍ୟର, ପଦଲାଳିତ୍ୟ, ସାଙ୍ଗୀତିକତା, ବର୍ଣ୍ଣନାଚାତୁରୀ ଉଲ୍ଲେଖଯୋଗ୍ୟ ବିଶେଷତ୍ଵ ।
କାବ୍ୟର ପ୍ରାରମ୍ଭରେ କୃଷ୍ଣଦର୍ଶନାଭିଳାଷୀ ଅକ୍ରୁରଙ୍କର ଗୋପପୁର ଅଭିମୁଖେ ରଥାରୋହଣ କରି ଦ୍ରୁତଗମନ ଚିତ୍ର ପ୍ରଦର ହୋଇଛି । କୃଷ୍ଣଭକ୍ତ ଅକୁରଙ୍କର କୃଷ୍ଣ ଦର୍ଶନେଚ୍ଛାର ପ୍ରାବଲ୍ୟ ହେତୁ ମନରେ ବିବିଧ ଦ୍ବନ୍ଦ୍ବ ଓ ଗୋପାଳଙ୍କ ଗହଣରେ କୃଷ୍ଣଚନ୍ଦ୍ରଙ୍କର ମଥୁରାର କୁଶଳ ଜିଜ୍ଞାସା ଓ ସକଳ ବିଷୟ ଅବଗତ ହୋଇ କଂସର ଆଜ୍ଞାପତ୍ରିକା ନନ୍ଦଙ୍କୁ ଦେବାପାଇଁ ଅକୃରଙ୍କୁ ଆଦେଶ ଦିଅନ୍ତେ, ଅକ୍ରୂର ଯାଇ ଶାସକ ସ୍ଵଭାବ ପ୍ରଭୁତ୍ଵ ବିସ୍ତାର କରି ନନ୍ଦଙ୍କୁ କଂସାଦେଶର ସୂଚନା ଦେଲେ । ଉକ୍ତ ଆଜ୍ଞା ପତ୍ରିକାରେ କଂସର ଅପୂର୍ବ କ୍ଷମତା ଓ ପ୍ରଚଣ୍ଡ ପ୍ରତାପ ସ୍ଫୁରିତ ହୋଇ ଉଠିଛି । ନନ୍ଦ ଏହି ପତ୍ର ପାଠ କରି କୃଷ୍ଣ ବଳରାମଙ୍କ ମଥୁରା ଯାତ୍ରା ସଂପର୍କରେ ଘୋଷଣା କରିଛନ୍ତି |
ଏହି ଦୁଃସମ୍ବାଦ ଶୁଣି ଗୋପପୁରରେ ଦେଖାଦେଇଛି ପ୍ରବଳ ଆତଙ୍କ ଓ ଆଶଙ୍କା । ଅସୀମ ବ୍ୟାକୁଳତା ପ୍ରକାଶ କରି ଗୋପାଙ୍ଗନାମାନେ ଇତସ୍ତତଃ ବୁଲି ନନ୍ଦ ମନ୍ଦିରରୁ ବାର୍ତ୍ତା ସଂଗ୍ରହ କରିଛନ୍ତି; କିନ୍ତୁ ଏଠାରେ ଦେଖାନ୍ତି ଯେ ଜନନୀ ଯଶୋଦା ପୁତ୍ରର ଗୁଣ ବାହୁନି ବିଳାପମୁଖର ହୋଇଉଠିଛନ୍ତି |
ରାମକୃଷ୍ଣଙ୍କୁ ଅକ୍ରୂର ରଥର ବୋହି ନେବାପାଇଁ ଉଦ୍ୟତ ହୁଅନ୍ତେ ଗୋପାଙ୍ଗନାମାନେ ସମସ୍ତେ ଲଜ୍ଜା ଓ ସଂକୋଚର ଜଳାଞ୍ଜଳି ଦେଇ ସେହି ରଥର ଅଗ୍ରଗତି ପଥରେ ଅନ୍ତରାୟ ସୃଷ୍ଟି କରିଥିଲେ । ତେଣୁ ନିଷ୍ଠୁରତା ଦେଖାଇ ଅକ୍ରୂର ସେମାନଙ୍କୁ ନିରାଶ କରିବାକୁ ଗୋପୀମାନେ ଅକ୍ରୁରଙ୍କୁ ତିରସ୍କାର କରିବାକୁ ପଶ୍ଚାତପଦ ହୋଇନାହାନ୍ତି; କିନ୍ତୁ କୃଷ୍ଣ ସେମାନଙ୍କୁ ଅଭୟ ଦେଇ ଆଶୁ ପ୍ରତ୍ୟାବର୍ତ୍ତନର ଆଶ୍ଵାସନା ଦିଅନ୍ତେ, ଗୋପୀମାନେ ଧର୍ମକୁ ସାକ୍ଷୀରଖୁ ଗୋପପୁରରେ ପଡ଼ି ରହିଛନ୍ତି ।
ଏହାପରେ ରାମକୃଷ୍ଣଙ୍କ ସହିତ ଅକ୍ରୂର ଦ୍ରୁତ ବେଗରେ ରଥ ବାହିନେଇ ଯମୁନା କୂଳରେ ଉପସ୍ଥିତ ହେଲେ । ଯମୁନାରେ ସ୍ନାନ କରିବାବେଳେ ଅକ୍ରୂର ମୁଗ୍ଧ ହେଲେ । ଜଳ ଭିତରେ ଓ ରଥ ଉପରେ କୃଷ୍ଣଙ୍କର ଅପରୂପ ମୂର୍ତ୍ତି ଦେଖ୍ ଓ କୃଷ୍ଣଚନ୍ଦ୍ରଙ୍କର ଦୈବୀମାୟାର ସ୍ମରଣ କରି ଯାତ୍ରା କରୁ କରୁ ମଥୁରାପୁରରେ ପ୍ରବେଶ କଲେ ଓ ଅକୁରଙ୍କ ଗୃହରେ ଅବସ୍ଥାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କୃଷ୍ଣ ରାତ୍ରିଯାପନ କଲେ ମଧୁବନର ଉପକଣ୍ଠରେ ।
କୃଷ୍ଣଙ୍କ ବିନାଶ ନିମିତ୍ତ କଂସ ଆରମ୍ଭ କରେ ବିବିଧ ମନ୍ତ୍ରଣା । ରାମକୃଷ୍ଣ ଦୁହେଁ ମଥୁରା ନଗରୀରେ ପରିଭ୍ରମଣ କରି ବିବିଧ ଶୋଭା ଦର୍ଶନରେ ଆନନ୍ଦିତ ହେଲେ | କଂସର ଭାବୀ ବିନାଶ ସ୍ମରଣ କରୁ କରୁ ଦ୍ଵାରପାଳଠାରୁ ଅନୁମତି ନେଇ କୃଷ୍ଣଚନ୍ଦ୍ର ପ୍ରବେଶ କଲେ ରାଜପୁରୀ ମଧ୍ୟକୁ । କୃଷ୍ଣଚନ୍ଦ୍ରଙ୍କର ରୂପଗୁଣ ମୁଗ୍ଧା ମଥୁରା ନାରୀମାନେ କୃଷ୍ଣ ଦର୍ଶନ ପାଇଁ ବ୍ୟାକୁଳ ଚିତ୍ତରେ ଆସି କୃଷ୍ଣ ଦର୍ଶନ କଲେ ଓ ସାତ୍ତ୍ଵିକ କାମ ବିକାରରେ ଆକ୍ରାନ୍ତ ହେଲେ । ରାଜଦାଣ୍ଡରେ କଟୁ ଆଚରଣ ଯୋଗୁଁ ସେ ରଜକକୁ ସଂହାର କଲେ । ମାଳାକାର ଓ ବେଶକାରୀମାନଙ୍କ ଦ୍ଵାରା କୃଷ୍ଣ ସୁବେଶ ମଣ୍ଡିତ ହୋଇ ଓ ସେମାନଙ୍କୁ ପ୍ରସନ୍ନ ଚିତ୍ତରେ ବରଦାନ କରି ଅଗ୍ରସର ହେଲେ । କୁବ୍ଜାନାମ୍ନୀ ଏକ ବିକଳାଙ୍ଗ ନାରୀ ଆସି କୃଷ୍ଣଚନ୍ଦ୍ରଙ୍କୁ ଚନ୍ଦନ ଚର୍ଚ୍ଚିତ କରିଥିଲା । ତେଣୁ କୃଷ୍ଣଚନ୍ଦ୍ର ତାକୁ ଅପୂର୍ବ ରୂପ ଲାବଣ୍ୟରେ ମଣ୍ଡିତ କରି ଦେଇଥିଲେ ଓ ପ୍ରଣୟର ପ୍ରତିଶ୍ରୁତି ଦେଇ ତା’ ଠାରୁ ବିଦାୟ ନେଲେ । ସେଦିନ ଧନୁ ଗୃହଠାରେ ପ୍ରବେଶ କରି ଦ୍ବାରାପାଳମାନଙ୍କୁ ବିନାଶ କଲେ ଓ ଧନୁଭଗ୍ନ କରି ପୁନର୍ବାର ମଧୁବନକୁ ପ୍ରତ୍ୟାବର୍ତ୍ତନ କଲେ ।
ରାମ ଓ କୃଷ୍ଣଙ୍କର ରଜକକୁ ସଂହାର, ଗନ୍ଧପୁଷ୍ପ, ବସ୍ତ୍ର ଓ ଚନ୍ଦନାଦି ଲୁଣ୍ଠନ, ଧନୁଭଙ୍ଗ ଆଦି ପ୍ରସଙ୍ଗ ଶ୍ରବଣ କରି କଂସ ନିଜର ମଲ୍ଲମାନଙ୍କ ପ୍ରତି କୁଧୃତ ହୁଅନ୍ତେ, ମଲ୍ଲମାନେ କୃଷ୍ଣବଧ ନିମିତ୍ତ ଉପାୟ ଚିନ୍ତା କଲେ । କଂସ ଆଦେଶ ମତେ କୃଷ୍ଣ ନିଧନ ନିମିତ୍ତ ସିଂହଦ୍ଵାରରେ କୁବଳୟା ହସ୍ତୀ ଓ ଅପରଦ୍ଵାରରେ ମଲ୍ଲମାନଙ୍କୁ ନିଯୋଗ କରାଗଲା ।
କଂସ ଦର୍ଶନ ଅଭିମୁଖେ ଯାତ୍ରା କଲାବେଳେ ମଥୁରାପୁରର ରମଣୀମାନେ କୃଷ୍ଣଙ୍କର ମଦନମୋହନ ମୂର୍ତ୍ତି ଦର୍ଶନକରି କାମବିହ୍ବଳତା ହୋଇ ଉଠିଛନ୍ତି । ଏହାପରେ ହସ୍ତୀ, ମାହୁନ୍ତ ଓ ମଲ୍ଲମାନଙ୍କ ସହିତ ଯୁଦ୍ଧକରି ସେମାନଙ୍କୁ ନିହତ କରି ଦେଇଛନ୍ତି ଏହିସବୁ ସମ୍ବାଦରେ କୃଧୂତ କଂସ ନନ୍ଦ, ଯଶୋଦା, ଦେବକୀ ଓ ବସୁଦେବ ପ୍ରଭୃତିଙ୍କୁ ଶୂଳୀ ଦଣ୍ଡର ଆଦେଶ ପ୍ରଦାନ |
କରିଅଛି । ତେଣୁ ସକ୍ରୋଧ ଚିତ୍ତରେ ଯାଇ କୃଷ୍ଣଚନ୍ଦ୍ର କଂସାସୁରର ବିନାଶ ସାଧନ କରିଛନ୍ତି ।
ଏହାପରେ କୃଷ୍ଣଚନ୍ଦ୍ର କଂସର ଗ୍ରାଣୀମାନଙ୍କ ପ୍ରତି ସମବେଦନା ଜଣାଇ କପଟ ବିଳାପ କରିଛନ୍ତି ଓ ଉଗ୍ରସେନକୁ ରାଜପଦରେ ଅଭିଷିକ୍ତ କରାଇ ଏବଂ ଦେବକୀ ବସୁଦେବ ଆଦିଙ୍କୁ ବନ୍ଧନମୁକ୍ତ କରାଇ କୃଷ୍ଣଚନ୍ଦ୍ର ବାସକ ସଜ୍ଜା କୁବୁଜାର ଗୃହକୁ ଯାତ୍ରା କରିଛନ୍ତି ।
ମଥୁରାଧୂପତି କୃଷ୍ଣଚନ୍ଦ୍ର ଗୋପୀମାନଙ୍କର କୁଶଳ ସମ୍ବାଦ-ଜାଣିବା ନିମିତ୍ତ ନିଜ ସଖା ଉଦ୍ଧବଙ୍କୁ ଗୋପପୁରକୁ ପ୍ରେରଣା କରିଛନ୍ତି । ଉଦ୍ଧବ ନନ୍ଦ ମନ୍ଦିରରେ ପ୍ରବେଶ କରନ୍ତେ ଗୋପିକାଗଣ ଉପସ୍ଥିତ ହୋଇ ଉଦ୍ଧବକୁ ଘେରିଯାଇ ବସିଛନ୍ତି । ଯଶୋଦା ଓ ଗୋପୀମାନଙ୍କୁ ଉଦ୍ଧବ କୃଷ୍ଣଚନ୍ଦ୍ରଙ୍କର ବ୍ରହ୍ମମୟତ୍ଵ ପ୍ରସଙ୍ଗ କରନ୍ତେ ସେମାନେ କ୍ଷୁବ୍ଧ ହୋଇଉଠିଛନ୍ତି । ଉଦ୍ଧବଙ୍କର ଆଶ୍ଵାସନାରେ ସେମାନେ ବିଶ୍ଵାସ କରି ନ ପାରି ଉଦ୍ଧବଙ୍କର ସମସ୍ତ ଯୁକ୍ତି ଓ ଜ୍ଞାନଚର୍ଚ୍ଚାକୁ ଖଣ୍ଡନ କରିଅଛନ୍ତି । ଶେଷରେ ଉଦ୍ଧବ ଗୋପୀମାନଙ୍କର ଭାବାବେଶ ଓ ଭକ୍ତିରେ ତନ୍ମୟ ହୋଇ ସେମାନଙ୍କର ପଦବନ୍ଦନା କରନ୍ତେ ଗୋପିକାମାନେ ତାଙ୍କୁ ବାରଣ କରିଛନ୍ତି । କୃଷ୍ଣଙ୍କର ଆଶ୍ଵାସନାମୟ ପତ୍ର ପଠନ କରି ଗୋପୀମାନେ ସ୍ୱ ସ୍ୱ ପୁରକୁ ଗମନ କରିଛନ୍ତି ଓ ନନ୍ଦ ମନ୍ଦିରରେ ଉଦ୍ଧବ ରାତ୍ରିଯାପନ କରିଛନ୍ତି | ତା’ ପରଦିନ ରାଧାଙ୍କ ଲିଷ୍କୃତ ପତ୍ର ଗୋପୀମାନେ ଉଦ୍ଧବଙ୍କୁ ପ୍ରଦାନ କରନ୍ତେ ଉଦ୍ଧବ ମଥୁରାଭିମୁଖେ ଫେରି ଯାଇଛନ୍ତି । କୃଷ୍ଣଙ୍କ ସେହି ପତ୍ର ଦେଇ ଉଦ୍ଧବ ଗୋପପୁରର ଦୁରବସ୍ଥା ବର୍ଣ୍ଣନା କରନ୍ତେ କୃଷ୍ଣଚନ୍ଦ୍ର ଗୋପୀମାନଙ୍କ ଗୁଣ ସ୍ମରଣ କରି ଦୁଃଖ ଓ ବିଷାଦରେ ଅବସନ୍ନ ହୋଇ ପଡ଼ିଛନ୍ତି । କବି ଏହିଠାରୁ କଥାବସ୍ତୁର ଉପସଂହାର କରି ଜଗତର ନଶ୍ବରତା ପ୍ରତିପାଦନ ପୂର୍ବକ କୃଷ୍ଣ ଆଶ୍ରୟ ନିମିତ୍ତ ଜଗତବାସୀଙ୍କୁ ନିବେଦନ କରିଛନ୍ତି । ୧
୭.‘ମଥୁରାମଙ୍ଗଳ’ର ପ୍ରଥମ ଛାନ୍ଦ ଅବଲମ୍ବନରେ ଶ୍ରୀକୃଷ୍ଣଙ୍କ ମହିମା ବର୍ଣ୍ଣନା କର ।
ଊ. (ନ. ୫ ର ଉତ୍ତର ଦ୍ରଷ୍ଟବ୍ୟ)
୮. ମଥୁରାମଙ୍ଗଳ କାବ୍ୟଟି ଏକ କୃଷ୍ଣରସାଶ୍ରିତ କାବ୍ୟ ।
ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରାକାଳୀନ ଦୃଶ୍ୟ ବର୍ଣ୍ଣନା କର ।
ଉ. ଚତୁର୍ଥ ଛାନ୍ଦରେ ରାମକୃଷ୍ଣଙ୍କୁ ମଥୁରା ଧରିନେବାପାଇଁ କଂସର ଡଗର ଅକ୍ରୁର ଆସି ପହଞ୍ଚିଛି ସଂବାଦ ପାଇଁ ରାଜା ପ୍ରଜା ସମସ୍ତେ ଭୟଭୀତ ହୋଇଉଠିଛନ୍ତି । ଗୋପୀମାନେ ବ୍ୟାକୁଳ ହୋଇ ଉଠିଛନ୍ତି |
ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନିଭାଇ
ଅକ୍ରୂର ଆସିଛି ତାଙ୍କୁ ଧରି ନେବାପାଇଁ
ରାଜା ପରଜା ସହିତେ
ସଜ ହୋଇଥାଅ, କାଲି ଚଳିବା ପ୍ରଭାତେ। ୫ ବରିବ
କରିଛି ସାୟକ ପୂଜା କଂସ ବୀରମଣି
ଆସିଛନ୍ତି ଅନେକ ଦେଶରୁ ନୃପମଣି
ତାହା ଦେଖିବା ପାଇଁ
ଏଣୁ କରି କଂସ ଦୂତ ଅଛି ପଠିଆଇ।
ଶୁଣି ଗୋପପୁର ଜନେ ହୋଇଲେ ଆରତ
ବଜ୍ର ବାଜି ଆବର ହୁଅଇ ଯେହ୍ନେ ପାତ
ସେହି ମତି ହେଲେ ଗୋଈ
ଏକକୁ ଆରେକ ବୋଲେ କି କରିବା ସହି ।
ଗୋପପୁର ଓ ଗୋପୀମାନଙ୍କର ଜୀବନ ହେଉଛନ୍ତି କୃଷ୍ଣଚନ୍ଦ୍ର । କୃଷ୍ଣଙ୍କୁ କ୍ଷଣେ ଛାଡ଼ି ବଞ୍ଚିପାରନ୍ତି ନାହିଁ ସେମାନେ | ସେଥିପାଇଁ ସେମାନେ ବିଳାପ କରି ଉଠିଛନ୍ତି । ସେମାନେ ନନ୍ଦରାଜାଙ୍କ ପାଖକୁ ଆସି ଦେଖୁଛନ୍ତି ଯେ, କୃଷ୍ଣ ମଥୁରାପୁରୀ ଯିବାଲାଗି ସଜବାଜ ଚାଲିଛି । ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । କୃଷ୍ଣ ବିହୁନେ ବଞ୍ଚିବା କଷ୍ଟସାଧ୍ୟ ବୋଲି ଭାଳିଛନ୍ତି | ସେଥିପାଇଁ ସମସ୍ତେ ଆଉଁବିଳାପ କରିଛନ୍ତି ।
ପାଞ୍ଚସାତ ମେଳି ହୋଇ କରନ୍ତି ବିଚାର
କୃଷ୍ଣବିନୁ ପରାଣ ଧରିବ କାହା ଛାର
ନିଶ୍ଚେ ହୋଇବ ମରଣ
ଯେତେବେଳେ ଗୋପ ତେଜି ଯିବେ ନାରାୟଣ
କେବୋଲଇ ମରଣ ଆମ୍ଭଙ୍କୁ ପଛେ ହେଉ
ମଥୁରା ନଯାଇ କୃଷ୍ଣ ଗୋପପୁରେ ଥାଉ
କଥାରହନ୍ତା ସଂସାରେ
ପ୍ରାଣ ଦେଇଛନ୍ତି ଗୋପୀ ଶ୍ରୀକୃଷ୍ଣ ଆଶାରେ ।
ଗୋପୀମାନେ କୃଷ୍ଣଙ୍କ ପାଇଁ ଜୀବନ ଦେବାପାଇଁ ପ୍ରସ୍ତୁତ । ଅତ୍ୟନ୍ତ ଏତିକି ସେମାନେ କରିପାରିବେ ଯଦି କୃଷ୍ଣ ମଥୁରା ନ ଯାଇ ଗୋପପୁରରେ ରହିଯାଆନ୍ତେ ।
ଗୋପୀମାନଙ୍କର ଉଚ୍ଚ ଭାବନା କାବ୍ୟକୁ ଅଧିକ ବୈଶିଷ୍ଟ୍ୟ ପ୍ରଦାନ କରିଛି । ନିଜେ ମରଣ ଭୋଗନ୍ତୁ ପଛେ କୃଷ୍ଣ ମଥୁରା ନ ଯାଆନ୍ତୁ । ଜଣେ ଗୋପୀ ରୋଦନ କରି କହିଛି ଯେ, କୃଷ୍ଣ ଚାଲିଗଲେ ଅନ୍ଧ ହୋଇଯିବାପରି ହେବ ।
କେଉଁ ଏଣୀଦୃଶା ଭାଷି କରଇ ରୋଦନ
କାଲିଠାରୁ ଫୁଟିଯିବ ଏ ବେନି ନୟନ
ଅନ୍ଧହୋଇ ବସିଥୁବା
ଅକ୍ରୂର ହସ୍ତରେ ଯେଣୁ ବେନି ଚକ୍ଷୁ ଦେବା ।
ଗୋପୀମାନଙ୍କର ବେନିଚକ୍ଷୁ ହେଉଛନ୍ତି କୃଷ୍ଣ ବଳରାମ । ସେ ଦୁହେଁ ଚାଲିଗଲେ ଅନ୍ଧହୋଇଯିବା ପରି ହେବ । ଗୋପୀମାନେ ହୃଦୟବିଦାରକ ରୋଦନ କରିଛନ୍ତି । ସେମାନେ କୃଷ୍ଣ ବିରହରେ ଆକୁଳ ହୋଇଛନ୍ତି । ବସନ ଭୂଷଣ ତୁଚ୍ଛ ମନେକରିଛନ୍ତି । ଯମୁନା ଗଣ୍ଡରେ ଜୀବନ ହାରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।
ଏହି ଛାନ୍ଦର କଥାବସ୍ତୁ ମୁଖ୍ୟତଃ ଭାଗବତରୁ ଗୃହୀତ । ଏହିଛନ୍ଦର ଭାବ, ଭକ୍ତି, ପଦଲାଳିତ୍ୟ, ସାଙ୍ଗୀତିକତା, ବିରହଭାବ ବର୍ଣ୍ଣନା ହୃଦୟସ୍ପର୍ଶୀ । କବିଙ୍କର ବର୍ଣନାଚାତୁରୀ ଉଲ୍ଲେଖଯୋଗ୍ୟ ।
୯. ରାମକୃଷ୍ଣଙ୍କ ମଥୁରା ଯାତ୍ରା ସମୟରେ ଗୋପୀମାନଙ୍କ ଅବସ୍ଥା ବର୍ଣ୍ଣନା କର ।
ଅଥବା, ମଥୁରାମଙ୍ଗଳର ‘ଚତୁର୍ଥ ଛାନ୍ଦର ବୈଶିଷ୍ଟ୍ୟ ସଂପର୍କର ଆଲୋଚନା କର ।
ଅଥବା, କୃଷ୍ଣ ମଥୁରା ଯିବା କଥା ଶ୍ରବଣ କରି ଗୋପୀମାନଙ୍କର ବିଳାପ ପ୍ରସଙ୍ଗକୁ ବିଚାର କର।
ଊ. (ନ, ୮ ର ଉତ୍ତର ଦ୍ରଷ୍ଟବ୍ୟ)
୧୦. ମଥୁରାମଙ୍ଗଳ କାବ୍ୟଟି ଭକ୍ତି ଓ ସଙ୍ଗୀତରେ ସମନ୍ବିତ ଆଧାର ଆଲୋଚନା କର ।
ଉ. କବି କୁତ୍ସିତ ରୂପରେ ଭରିଦିଏ ସ୍ଵର୍ଗୀୟ ସୁଷମ । କବି ଏହି ସମାଜକୁ ତୃତୀୟ ନେତ୍ରରେ ଦର୍ଶନ କରେ । ଭକ୍ତ ଚରଣ ବୈଷ୍ଣବ ଥିଲେ । ଭକ୍ତ ପ୍ରାଣର ଅନୁରକ୍ତି ଓ ଆବେଗ ମୁଖ୍ୟ କୃଷ୍ଣ ଓ ବିଷ୍ଣୁଙ୍କ ପ୍ରତି ଝରିପଡ଼ିଥାଏ । ମନୁଷ୍ୟର ଆବେଗ
ଅନୁରକ୍ତି ବିଭିନ୍ନ ଭାବରେ ପ୍ରକଟିତ ହୋଇଥାଏ । ବାତ୍ସଲ୍ୟ ଓ ପ୍ରେମଭାବ ସହିତ ବିଶେଷତଃ ଏହି ଆବେଗ ସମ୍ବନ୍ଧାନ୍ବିତ । ମଣିଷର ଏହି ଦୁଇଗୋଟି ଚିରନ୍ତନୀ ଭାବ ଉପରେ ଗଢ଼ି ଉଠୁଥିବା ରସ ସୌନ୍ଦର୍ଯ୍ୟ ବଳରେ ସାଧାରଣତଃ ଭକ୍ତି ସାହିତ୍ୟ ରସାଳ ହୋଇଥାଏ ।
ବିଶ୍ଵନାଥ କବିରାଜଙ୍କ ମତରେ ରସ ହିଁ କାବ୍ୟର ଆନ୍ତା । ଏହି ରସ ସୌନ୍ଦର୍ଯ୍ୟ ଯେତେ ପରିମାଣରେ ପ୍ରକଟିତ ହୁଏ, କାବ୍ୟ ଭିତରେ କବିତ୍ଵର ବିଭା ସେତିକି ହୁଏ ଭାସ୍ଵର ଓ ଅମ୍ଳାନ । ଭକ୍ତ ଚରଣ ଥିଲେ ଏହି ବାତ୍ସଲ୍ୟ; ବିଶେଷତଃ ପ୍ରେମ ଭାବର ରୂପଶିଳ୍ପୀ । ଏହି ଉଭୟ ଭାବର ରୂପାୟନରେ ତାଙ୍କର ଅଭିବ୍ୟକ୍ତି । ଶକ୍ତିଶାଳୀ ରସ ପ୍ରବାହ ଏହି କାବ୍ୟ ଭିତରେ ପ୍ରବାହିତ କରିଛନ୍ତି; କିନ୍ତୁ ଅନ୍ୟ କେତୋଟି ଗୌଣ ଦିଗ ଏହି ରସଧାରାକୁ ରସାଣିତ କରିଛନ୍ତି । କଂସର ଶ୍ରୀକୃଷ୍ଣଙ୍କୁ ଭୟ ଓ ତଜ୍ଜନିତ ବ୍ୟାକୁଳତା ହେତୁ ଚତୁର୍ଦ୍ଦିଗରେ କୃଷ୍ଣମୟତ୍ଵ ଦର୍ଶନ କାବ୍ୟ ଭିତରେ ଭୟାନକ ରସ ସୃଷ୍ଟିପାଇଁ ଉଦ୍ଦିଷ୍ଟ । ପୁନଶ୍ଚ ଅକ୍ରୂରର ଶାସକ ସ୍ଵଭାବ, ରୂଢ଼ତା ଓ ରୁକ୍ଷ ବ୍ୟବହାର ଗୋପୀମାନଙ୍କ ଚିତ୍ତରେ ଭୀତିଦାୟକ; କିନ୍ତୁ ଭୟଭାବ କାବ୍ୟ ଭିତରେ ଭୟାନକ ରସ ସୃଷ୍ଟିପାଇଁ ଯଥେଷ୍ଟ ନୁହେଁ । ତେଣୁ ମୁଖ୍ୟ ରସ ହୋଇଉଠିଛି କାରୁଣ୍ୟ, ବାତ୍ସଲ୍ୟ, ବିରହ, ଶୃଙ୍ଗାର । କାବ୍ୟ ଅଗ୍ରଗତିରେ ବାତ୍ସଲ୍ୟ ମଧ୍ଯ ହୋଇପଡ଼ିଛି କ୍ରମେ କ୍ଷୀଣ; କିନ୍ତୁ ପ୍ରଭାବ ବିସ୍ତାର କରିଛି ବିପ୍ରଲମ୍ଭ କାରୁଣ୍ୟ ।
ଶ୍ରୀକୃଷ୍ଣ ଆବାଲ୍ୟରୁ ଗୋପପୁରରେ ବିବିଧ ଲୀଳା କରି ଓ ବହୁ ଅଦ୍ଭୁତ କର୍ମାଦି ସଂପାଦନ କରି ସମସ୍ତଙ୍କର ହେଲେ ପ୍ରିୟଭାଜନ; କିନ୍ତୁ କଂସ ଆଦେଶ ଧରି ଯେତେବେଳେ ଅକ୍ରୂର ହୁଏ ଗୋପପୁରରେ ଉପଗତ, ସେତେବେଳେ ସେହି ସମ୍ବାଦରେ ସମଗ୍ର ଗୋପପୁର ହୁଏ ଶୋକାଚ୍ଛନ୍ନ । ସ୍ନେହମୟୀ ଯଶୋଦା ପୁତ୍ରର ମଥୁରା ଗମନ ବାର୍ତ୍ତାରେ ଶୋକାଭିଭୂତ ହୋଇ ରୋଦନମୁଖରା ହୋଇପଡ଼ନ୍ତି । ଜନନୀର ସ୍ନେହ ସାର୍ବଜନୀନ ଓ ସର୍ବକାଳୀନ । ତାଙ୍କର ଅନ୍ତରାତ୍ମାରେ ଯେଉଁ ଦୁଃଖ ଓ କାରୁଣ୍ୟର ଘନ ତମସା ଘୋଟି ଆସିଛି, ତା’ର ସାର୍ଥକ ରୂପାୟନ ଭକ୍ତଚରଣ କରିଛନ୍ତି ।
ବାତ୍ସଲ୍ୟର କଳନିନାଦିନୀ ନିର୍ଝର ଏହି କବିତାରୁ ବହିଯାଇଛି । ପୁତ୍ରର ପରିତୁଷ୍ଟି ପାଇଁ ଜନନୀର ସମସ୍ତ ଆୟୋଜନ ଓ ବିଧ୍ଵବିଧାନ; କିନ୍ତୁ ପୁତ୍ରର ଅବର୍ତ୍ତମାନରେ ସେହି ପୁତ୍ରାନୁରକ୍ତ ଜନନୀ ପ୍ରାଣ ବ୍ୟାକୁଳିତ ଓ କାରୁଣ୍ୟ ବିଗଳିତ । ତେଣୁ ସେ କହିଛନ୍ତି—
କାହା ଅଙ୍ଗେ ଚତୁଃସମ
ଲେପିବି କରି ସୁଷମ
ନିଦ୍ରାରେ କେ ହେଉଥୁବ ଘାରି ।
କାହାକୁ ଅଞ୍ଜନ ଦେବି
ବସ୍ତ୍ରପାରି ଶୁଆଇବି
ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ,
ଏକଥା ସୁମରି ଯିବି ମରି,
ନିଶ୍ଚେ ଯେବେ ଯିବୁ ମଧୁପୁରୀ ।
ପୁତ୍ରକୁ ଦଣ୍ଡେ ନ ଦେଖୁ ପୁତ୍ରର ଗୁଣ ବାହୁନି କାନ୍ଦିବାରେ ଜନନୀ ପ୍ରାଣର ବେଦନାର ହୁଏ ଉପଶମ । ଅଶ୍ରୁର ଅବାଧ ମୁଞ୍ଚନରେ ଜନନୀର ଦୁଃଖ ହୁଏ ଲାଘବ । ଏହି ସୁକୁମାର ସନ୍ତାନର ଗୁଣାବଳୀ ସ୍ମରଣ କରି ଯଶୋଦା କହିଛନ୍ତି–
ମୁଖେ ଦେଲେ ଥୁ ଥୁ କରି ଫିଲ୍ମ୍,
ସର ଲବଣି – ଅଧାମ
ଯେତେ ରୂପେ ନାଳିଆଇ
ପକ୍ବରମ୍ଭା ସୁଧାସମ
ପରଷଇ ବଳିଆଇ
କୋପେ ଉଠି ପାକ ଭାଣ୍ଡ ଭାଙ୍ଗୁରେ ଜୀବଧନ
ଏବେ ଦୂର ହୋଇବ ସେ କଥା,
କି ନ କରେ ଦାରୁଣ ବିଧାତାରେ ।
Buy only 50 Rupees Sahitya Dipti PDF Guide
Keyword :
+2 1st Year Sahitya Jyoti Question Answer
Mathura Mangala Question Answer PDF
Plus Two 1st Year Odia MIL Notes
CHSE Odisha 11th Class Odia Question Answer
Mathura Mangala Prushna Uttara
Mathura Mangala long question answer +2 1st year
Sahitya Jyoti Mathura Mangala MCQ PDF download
+2 1st year MIL Odia Mathura Mangala summary
CHSE Odisha +2 1st year Odia book solutions 2026

No comments:
Post a Comment