Odia Medium 10th Class History Chapter 1 ଆମେ ଦଶମ ଶ୍ରେଣୀ ଇତିହାସର ପ୍ରଥମ ଅଧ୍ୟାୟ 'ଭାରତୀୟ ଜାତୀୟ ଆନ୍ଦୋଳନ : ଗାନ୍ଧୀଯୁଗ' ର ସମସ୍ତ ଅଭ୍ୟାସ ପ୍ରଶ୍ନ ଓ ଉତ୍ତର ଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରିଛୁ । ଏହି ଅଧ୍ୟାୟରେ ଗାନ୍ଧିଜୀଙ୍କ ଭାରତ ଆଗମନ, ଚମ୍ପାରଣ ଆନ୍ଦୋଳନ, ଖେଡ଼ା ଆନ୍ଦୋଳନ ଏବଂ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଉତ୍ତର ରହିଛି ।
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ ?
ଉ :(i) ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟନୀତି ଯୋଗୁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ ।
(ii) ସେଠାରେ ଭାରତୀୟମାନଙ୍କର ଭୋଟଦାନ ଅଧିକାର ନଥିଲା । ସେମାନଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ ନିର୍ବାଚନ କର ଦେବାକୁ ପଡ଼ୁଥିଲା ।
(ii) ସେମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ନାନ ଉଦ୍ଦିଷ୍ଟ କରାଯାଇଥିଲା ।
(iv) ସେମାନେ ରାତି ନ’ଟା ପରେ ଘରୁ ବାହାରକୁ ଯାଇ ପାରୁନଥିଲେ ।
(v) ରେଳଗାଡ଼ିରେ ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରି ପାରୁନଥିଲେ । ସେଠାରେ ବାସ କରୁଥିବା ଭାରତୀୟମାନଙ୍କୁ ଶ୍ବେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ।
(ଖ) ‘ଚମ୍ପାରନ୍ ଆନ୍ଦୋଳନ’ରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।
ଉ :(i) ବିହାରର ଚମ୍ପାରନ ଜିଲ୍ଲାର ଚାଷୀମାନେ ଇଂରେଜମାନଙ୍କ ଦ୍ଵାରା ଜମିର ଭଡ଼ା ବୃଦ୍ଧି କରିବା ଓ ଅନେକ ବେଆଇନ ଟିକସ ଆଦାୟ ଦ୍ଵାରା ଅତ୍ୟାଚାରିତ ଓ ଶୋଷିତ ହେଉଥିଲେ ।
(ii) ୧୯୧୭ ଏପ୍ରିଲରେ ରାଜକୁମାର ଶୁକ୍ଳଙ୍କ ଅନୁରୋଧ କ୍ରମେ ମହାତ୍ମା ଗାନ୍ଧି ଓ ତାଙ୍କ ସହଯୋଗୀମାନେ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଚମ୍ପାରନ ଜିଲ୍ଲା ସଦର ମହକୁମା ମୋତିହାରରେ ପହଞ୍ଚିଥିଲେ ।
(iii) ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହଯୋଗୀମାନଙ୍କୁ କ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ । । ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ ।
(iv) ଅହିଂସା ଉପାୟରେ ଅନ୍ୟାୟମୂଳକ ଆଇନକୁ ଅମାନ୍ୟ କରିବା ଉପାୟ ଗାନ୍ଧିଜୀ ପ୍ରୟୋଗ କଲେ । ଶେଷରେ ସରକାର ସମସ୍ୟା ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କଲେ ଏବଂ ଗାନ୍ଧିଜୀଙ୍କୁ ଏକ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କଲେ ।
(v) ଗାନ୍ଧିଜୀ ନିଜେ ଅନୁସନ୍ଧାନ କରି ଚାଷୀମାନଙ୍କୁ ଇଂରେଜ କେବେ ମାଲିକଙ୍କ ଶୋଷଣରୁ ରକ୍ଷା କରିବା ନିମନ୍ତେ ଆନ୍ଦୋଳନ କରି ସଫଳ ହେଲେ । ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା । ଚାଷୀମାନଙ୍କଠାରୁ ଆଦାୟ ଅର୍ଥର ପଚାଶଭାଗ ଫେରସ୍ତ ଦିଆଗଲା ।
(ଗ) ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେଏବଂ ଏହାର ଫଳ କ’ଣ ହୋଇଥିଲା ?
ଉ :(i) ୧୯୧୮ ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜୁରାଟର ଖେଡ଼ା ଜିଲ୍ଲାର ଚାଷୀମାନଙ୍କ ଉତ୍ପାଦନ ବାଧାପ୍ରାପ୍ତ ହେଲା । ରାଜସ୍ୱ ବିଭାଗର ଏକ ନିୟମ ଥିଲା ଯେ ଜମିର ସ୍ଵାଭାବିକ ଉତ୍ପାଦନ ପରିମାଣର ଏକ-ଚତୁର୍ଥାଂଶରୁ କମ୍ ପରିମାଣ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କୁ ରାଜସ୍ୱ ଦେୟ କୋହଳ କରାଯିବ ।
(ii) ଖେଡ଼ା ଚାଷୀମାନଙ୍କୁ ସଂପୂର୍ଣ୍ଣ ରାଜସ୍ଵ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ କରିବା ପାଇଁ ଚାଷୀମାନଙ୍କୁ ସଂଗଠିତ କରିଥିଲେ ।
(iii) ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏ ଏଥିପାଇଁ ସମସ୍ତ ପରିସ୍ଥିତିକୁ ସମ୍ମୁଖୀନ ପାଇଁ ପ୍ରସ୍ତୁତ ହେଲେ ।
(iv) ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ । କିନ୍ତୁ ଗୁପ୍ତ ନିର୍ଦ୍ଦେଶନାମା ମାଧ୍ୟମରେ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ରାଜସ୍ଵଆଦାୟ କଲେ ।
(v) ଏହି ଆନ୍ଦୋଳନରେ ଇନ୍ଦୁଲାଲ ଯାଜ୍ଞକ୍ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ । ଖେଡ଼ା ଜିଲ୍ଲାର ଅଧିବାସୀମାନେ ଆନ୍ଦୋଳନର ସଫଳତାରେ ପ୍ରଭାବିତହେଲେ ।
(ଘ) ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଭୂମିକା କ’ଣ ଥିଲା ?
ଉ :(i) ଅହମ୍ମଦାବାଦଠାରେ ଲୁଗାକଳଗୁଡ଼ିକରେ ମାଲିକମାନେ ଶ୍ରମିକମାନଙ୍କୁ ପ୍ଲେଗ ମହାମାରୀ ପାଇଁ ଦେଉଥିବା ସ୍ୱତନ୍ତ୍ର ଭତ୍ତା ‘ପ୍ଲେଗ ବୋନସ’ ପ୍ରତ୍ୟାହାର କଲେ, ଫଳରେ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ର ପାତ ହେଲା ।
(ii) ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଏହିକଳହରେ ହସ୍ତକ୍ଷେପ କଲେ । ଏଥପାଇଁ ଏକ ଟ୍ରିବ୍ୟୁନାଲ ନିଯୁକ୍ତି ହୋଇଥିଲା, ଯାହାର ନିଷ୍ପତ୍ତି ଉଭୟ ଗ୍ରହଣ କରିବାକୁ ରାଜିଥିଲେ ।
(iii) କିନ୍ତୁ ଲୁଗାକଳର ମାଲିକମାନେ ଟ୍ରିବ୍ୟୁନାଲ ନିଷ୍ପଭିରୁ ଓହରିଯାଇ ଶ୍ରମିକ ମଜୁରୀ କୋଡ଼ିଏ ଭାଗ ବୃଦ୍ଧି ଘୋଷଣା କଲେ ।
(iv) ଶ୍ରମିକମାନଙ୍କ ଶତକଡ଼ା ପଞ୍ଚତିରିଶ ଭାଗ ମଜୁରୀ ବୃଦ୍ଧି ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ ମାଲିକମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଅହିଂସା ଆନ୍ଦୋଳନ କରିବାକୁ ଧନ ପ୍ରବର୍ତ୍ତାଇଲେ ।
(v) ଦାବି ପୂରଣ ପର୍ଯ୍ୟନ୍ତ ଶ୍ରମିକମାନେ ଅନଶନ ଚାଲୁ ରଖିବେ ବୋଲି ଘୋଷଣା କରି ଅନଶନ ଅ ଆରମ୍ଭ କଲେ । ଏଥିରେ ଭୟଭୀତ ହୋଇ କାରଖାନା ମାଲିକମାନେ ଶ୍ରମିକମାନଙ୍କ ମଜୁରୀ ପଞ୍ଚତିରିଶ ଭାଗ ବୃଦ୍ଧି କଲେ । ଏହାଦ୍ଵାରା ଗାନ୍ଧିଜୀଙ୍କର ‘ସତ୍ୟାଗ୍ରହ’ ନୀତି ପ୍ରତି ଜନସାଧାରଣଙ୍କର ଆଗ୍ରହ ଓ ଶ୍ରଦ୍ଧା ବୃଦ୍ଧି ପାଇଲା ।
() ରାଓଲାତ୍ ଆଇନ କ’ଣ ଏବଂ ଏହା ବିରୋଧରେ ଭାରତୀୟମାନଙ୍କର ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା ?
ଉ :(i) ପ୍ରଥମ ବିଶ୍ଵଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଇଂରେଜ ସରକାର ବିଚାରପତି ରାଓଲାତ୍ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ ।
(ii) ଏହି କମିଟିର ସୁପାରିସ ଅନୁସାରେ ଯେଉଁ ଆଇନ ପ୍ରଣୟନ ହେଲା ତାହା ରାଓଲାତ୍ ଆଇନ ନାମରେ ପରିଚିତ । ଏହି ଆଇନ ବଳରେ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବେ ।
(iii) ଏହି ଆଇନ ବିରୋଧରେ ଗଣ ସତ୍ୟାଗ୍ରହ ଆରମ୍ଭ କରିବାକୁ ଗାନ୍ଧିଜୀ ଦେଶବାସୀଙ୍କୁ ଆହ୍ଵାନ କଲେ । ସମଗ୍ର ଦେଶରେ ଗୋଟିଏ ଦିନ ‘ହରତାଳ’ ପାଳନ ପାଇଁ ଗାନ୍ଧିଜୀ ପରାମର୍ଶ ଦେଲେ ।
(iv) ସରକାରଙ୍କ ନୀତିର ପ୍ରତିବାଦ ସ୍ୱରୂପ ସବୁପ୍ରକାର କାର୍ଯ୍ୟ ବନ୍ଦକରି ଉପବାସ ଓ ପାର୍ଥନାଦ୍ଵାରା ୧୯୧୯ ଏପ୍ରିଲ ୬ ତାରିଖ ଦିନ ଦେଶବ୍ୟାପୀ ହରତାଳ ପାଳନ କରାଗଲା ।
(v) ୧୯୧୯ ଏପ୍ରିଲ ୯ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ଛାଡ଼ି ଦିଆଗଲା । ଗାନ୍ଧିଜୀଙ୍କ ଗିରଫ ସମ୍ବାଦ ଦେଶର ବିଭିନ୍ନ ସ୍ଥାନରେ ଜନତାଙ୍କୁ ଗଣ୍ଡଗୋଳ କରିବାକୁ ଉତ୍ତେଜିତ କଲା । ଏହି ଆନ୍ଦୋଳନ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ, ଲାହୋର ଓ ଅମୃତସରରେ ପ୍ରଚଣ୍ଡ ରୂପ ଧାରଣ କରିଥିଲା ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ଓ କ’ଣ ପାଇଁ ଯାଇଥିଲେ ?
ଉ :(i) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ‘ନାଟାଲ୍’ ନାମକ ସ୍ଥାନକୁ ଆଇନଜ୍ଞ ଭାବେ ଯାଇଥିଲେ ।
(ii) ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀ ଦାଦା ଅବଦୁଲ୍ଲାଙ୍କ ଓକିଲ ଭାବେ ଏକ ମକଦ୍ଦମା ଲଢ଼ିବା ପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ ।
(ଖ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ କ’ଣ କରିଥିଲେ ?
ଉ :(i) ଭାରତୀୟ ମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ ଗାନ୍ଧି ଜୀ ୧୮୯୪ରେ ‘ନାଟାଲ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ ।
(ii) ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ‘ଇଣ୍ଡିଆନ ଓପିନିଅନ୍’ ନାମକ ଏକ ସମ୍ବାଦପତ୍ରିକା ପ୍ରକାଶ କଲେ ।
(ଗ) ଗାନ୍ଧିଜୀ କେଉଁ ଆନ୍ଦୋଳନରେ ପ୍ରଥମ ଥର ପାଇଁ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ ?
ଉ :(i) ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣ ପତ୍ରକୁ ସବୁ ସମୟରେ ନିଜ ସହିତ ବହନକରିବା ବାଧ୍ୟତାମୂଳକ କଲେ ।
(ii) ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ ।
(ଘ) ତିନିକାଠିଆ ବ୍ୟବସ୍ଥା କ’ଣ ?
ଉ :(i) ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀମାନେ ଚାଷୀଙ୍କୁ ବାଧ୍ୟ କରୁଥିଲେ ।
(ii) ଏବଂ ସେମାନଙ୍କଦ୍ଵାରା ନିର୍ଦ୍ଧାରିତ ଦରରେ ସେହି ନୀଳକୁ ବିକ୍ରି କରିବାକୁ ପଡୁଥିଲା । ଏହି ବ୍ୟବସ୍ଥାକୁ ‘ତିନିକାଠିଆ ନିତି ବ୍ୟବସ୍ଥା’ କୁହାଯାଉଥିଲା ।
(ଙ) ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରନ୍ରେ ଚାଷୀମାନଙ୍କୁ କିପରି ଶୋଷଣ କରାଗଲା ?
ଉ :(i) ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳଚାଷ ବାଧ୍ୟତାମୂଳକ ନ କରିବା ପାଇଁ ଜମିର ଭଡ଼ା ବୃଦ୍ଧି କରାଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା ।
(ii) ଏହା ବିରୋଧରେ ପ୍ରତିବାଦ କରୁଥିବା ଚାଷୀମାନେ ବିଭିନ୍ନ ପ୍ରକାର ଅତ୍ୟାଚାର ଓ ଶୋଷଣର ଶିକାର ହେଲେ ।
(ଚ) ଖେଡ଼ା ସତ୍ୟାଗ୍ରହ କ’ଣ ପାଇଁ ଆରମ୍ଭ ହୋଇଥିଲା ?
ଉ :(i) ଖେଡ଼ା ଜିଲ୍ଲାରେ ୧୯୧୮ ମସିହା ଦୁର୍ଭିକ୍ଷ ଯୋଗୁଁ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା । ରାଜସ୍ୱ ନିନୀୟମ ଅନୁଯାୟୀ ସ୍ଵାଭାବିକ ଉତ୍ପାଦନ ପରିମାଣର ଏକ ଚତୁର୍ଥାଂଶରୁ କମ୍ ଉତ୍ପାଦନ ହେଲେ ଚାଷୀମାନଙ୍କ ରାଜସ୍ୱ ଦେୟ ପରିମାଣ ହ୍ରାସ କରିବା ପରିବର୍ତ୍ତେ ରାଜସ୍ୱ କର୍ମଚାରୀମାନେ ସଂପୂର୍ଣ ରାଜସ୍ଵ ଭରଣାକରିବାକୁ ବାଧ୍ୟକଲେ ।
(ii) ଫଳରେ ଚାଷୀମାନେ ଏହା ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
(ଛ) ଅହମ୍ମଦାବାଦ ଲୁଗାକଳର ଶ୍ରମିକମାନଙ୍କର କାହିଁକି |
ଉ :(i) ଅହମ୍ମଦାବାଦର ଲୁଗାକଳର ମାଲିକମାନେ ଶ୍ରମିକମାନଙ୍କୁ ପ୍ଲେଗ୍ ମହାମାରୀ ପାଇଁ ସ୍ଵତନ୍ତ୍ର ‘ପ୍ଲେଟ୍ ବୋନସ’ ଦେଉଥିଲେ ।
(ii) କିନ୍ତୁ ଏହି ସ୍ଵତନ୍ତ୍ର ଭତ୍ତାକୁ କଳକାରଖାନାର ମାଲିକମାନେ ପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା ।
(ଜ) ‘ରାଓଲାତ୍ ଆଇନ’ କ’ଣ ଥିଲା ?
ଉ :(i) ରାଓଲାତ ଆଇନ ବଳରେ ଇଂରେଜ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା ରହିଥିଲା ।
(ii) ଭାରତର ଜନସାଧାରଣଙ୍କ ସ୍ବାଧୀନତା ଓ ଅଧିକାର କ୍ଷୁଣ୍ଣ ବିଜୁ ହୋଇଥିଲା ।
(ଝ) ‘ରାଓଲାତ୍ ଆଇନ’ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଆନିବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେ ବିରୋଧ କରିଥିଲେ ?
ଉ :(i) ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ଆନିବେସାନ୍ତ ବିରୋଧ କରିଥିଲେ ।
(ii) ତାଙ୍କ ବ୍ୟତୀତ ଦିନ୍ସ ଏଦୁଲ୍ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜବାହାଦୁର ସାପୁ ଓ ଶ୍ରୀନିବାସ ଶାସ୍ତ୍ରୀ ଭଳି ନେତାଗଣ ମଧ୍ଯ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ ତ କରିଥିଲେ ।
(ଞ) ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କାହିଁକି ସଂଘଟିତ ହୋଇଥିଲା ?
ଉ :(i) ୧୯୧୯ ଏପ୍ରିଲ ୧୩ ତାରିଖରେ ଅମୃତସରର ଜାଲି ଆନାଓ୍ବାଲାବାଗ୍ ଠାରେ ସ୍ଥାନୀୟ ଦୁଇନେତାଙ୍କ ଗିରଫର ପ୍ରତିବାଦ କରିବା ପାଇଁ ତଥା ବୈଶାଖୀ ଉତ୍ସବ ପାଳନ ପାଇଁ ବହୁ ସଂଖ୍ୟକ ଲୋକ ଏକ ସାଧାରଣ ସଭାରେ ୮ଟି ଡି ଏକତ୍ର ହୋଇଥିଲେ ।
(ii) ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ଦଳେ ସୈନ୍ୟଙ୍କ ସହ ସଭାସୁଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କଲେ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ୧୮୯୪ରେ ଗାନ୍ଧିଜୀଙ୍କଦ୍ବାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?
ଉ : ୧୮୯୪ରେ ଗାନ୍ଧିଜୀ ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ ।
(ଖ)‘ଇଣ୍ଡିଆନ ଓପିନିଅନ୍’ ସମ୍ବାଦପତ୍ର କିଏ ପ୍ରକାଶ ମାଲିକମାନଙ୍କ ସହିତ କଳହ ଆରମ୍ଭ ହେଲା ?
ଉ : ‘ଇଣ୍ଡିଆନ ଓପିନିଅନ୍’ ସମ୍ବାଦପତ୍ର ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରକାଶ କରିଥିଲେ ।
(ଗ) ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ କିଏ ‘ମହାତ୍ମା’ ଆଖ୍ୟା ଦେଇଥିଲେ ?
ଉ : ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମୋହନଦାସ କରମ ଚାନ୍ଦ ଗାନ୍ଧିଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ ।
(ଘ) କାହାର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ ?
ଉ : ରାଜକୁମାର ଶୁକ୍ଲ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନକୁ ଯାଇଥିଲେ ।
() ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମାଗାନ୍ଧୀଙ୍କ ମୁଖ୍ୟ ସହଯୋଗୀ ଥିଲେ ?
ଉ : ଖେଡ଼ା ଆନ୍ଦୋଳନରେ ଇନ୍ଦୁଲାଲ ଯାଵିକ୍ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ ।
(ଚ) ପ୍ଲେଗ ବୋନସ୍ କ’ଣ ?
ଉ : ଗୁଜୁରାଟର ଅହମ୍ମଦାବାଦଠାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଗ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତାକୁ ପ୍ଲେଗ ବୋନ୍ସ କହନ୍ତି |
(ଛ) ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା ?
ଉ : ଜାଲିଆନା ଓ୍ବାଲାବାଗ ହତ୍ୟାକାଣ୍ଡ ୧୯୧୯ ଏପ୍ରିଲ ୧୩ ତାରିଖ ଦିନ ସଂଘଟିତ ହୋଇଥିଲା ।
(ଜ) ଜେନେରାଲ ଡାୟାର୍ କିଏ ଥିଲେ ?
ଉ : ଜେନେରାଲ ଡାୟାର ଇଂରେଜ ସରକାରଙ୍କଦ୍ୱାରା ଷ ଅମୃତସର ସାମରିକ ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ ।
(ଝ) “କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ” – ଏହା କିଏ କହିଥିଲେ ?
ଉ : ଗାନ୍ଧିଜୀ ଅତ୍ୟନ୍ତ ଘୃଣାର ସହିତ ବ୍ୟକ୍ତ କଲେ, ‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କ ପୈଶାବି କ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ ।’’
(ଞ) ଜାଲିଆଲାବାଗ ହତ୍ୟାକାଣ୍ଡପରେ ଗାନ୍ଧିଜୀ କେଉଁ ଉପାଧ୍ ତ୍ୟାଗ କରିଥିଲେ ?
ଉ : ଜାଲି ଆନ୍ ଓ୍ୱାଲାବାଗ ହତ୍ୟାକାଣ୍ଡ ପରେ ଗାନ୍ଧି ଜୀ ‘କାଇଜର-ଇ-ହିନ୍ଦ୍’ ଉପାଧ୍ ତ୍ୟାଗ କରିଥିଲେ ।
୪ । ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ପ୍ରତ୍ୟେକ ଭାରତୀୟ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ୍ ପ୍ରଣୟନ କରିଥଲେ ?
(i) ୧୮୯୪ (iii) ୧୯୦୮ (ii) ୧୯୦୬ (iv) ୧୯୧୩
(ଖ) ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ୧୯୧୭ ଏପ୍ରିଲ୍ରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଲେ ?
(i) ଖେଡ଼ା
(iii) ଅହମ୍ମଦାବାଦ
(ii) ମୋତିହାରି
(iv) ଅମୃତସର
(ଗ) ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ କିଏ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ ?
(ii) ରାଜେନ୍ଦ୍ର ପ୍ରସାଦ
(i) ରାଜକୁମାର ଶୁକ୍ଳ
(iii) ବଲ୍ଲଭଭାଇ ପଟେଲ
(iv) ଇନ୍ଦୁଲାଲ୍ ଯାଜ୍ଞକ୍
(ଘ) ରାଓଲାତ୍ ଆଇନ୍ କେବେ ଗୃହୀତ ହୋଇଥିଲା ?
(i) ୧୯୧୯ ମାର୍ଚ୍ଚ ୧୮
(ii) ୧୯୧୯ ଏପ୍ରିଲ୍ ୬
(iii) ୧୯୧୯ ଏପ୍ରିଲ୍ ୧୦
(iv) ୧୯୧୯ ଏପ୍ରିଲ୍ ୧୩
(ଙ) ଜାଲିଆନାଓ୍ବାଲାବାଗ୍ କେଉଁଠାରେ ଅବସ୍ଥିତ ?
(i) ମୁମ୍ବାଇ
(iii) ଅମୃତସର
(ii) ଅହମ୍ମଦାବାଦ
(iv) ଲାହୋର
Tags:
Class 10 history chapter 1 question answer odia medium
10th class history chapter 1 question answer odia
Bharatara jatiya andolana gandhi yuga question answer
History class 10 chapter 1 odia medium
10th class history 1st chapter question answer
BSE Odisha 10th class history chapter 1 notes
Class 10 history important questions odia medium
Meher sir class 10 history chapter 1
Odisha board class 10 history chapter 1 solutions
10th class history short question answer odia

No comments:
Post a Comment