Class 10 History Chapter 1 Question Answer Odia Medium | ଗାନ୍ଧୀଯୁଗ

Odia Medium 10th Class History Chapter 1 ଆମେ ଦଶମ ଶ୍ରେଣୀ ଇତିହାସର ପ୍ରଥମ ଅଧ୍ୟାୟ 'ଭାରତୀୟ ଜାତୀୟ ଆନ୍ଦୋଳନ : ଗାନ୍ଧୀଯୁଗ' ର ସମସ୍ତ ଅଭ୍ୟାସ ପ୍ରଶ୍ନ ଓ ଉତ୍ତର ଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରିଛୁ । ଏହି ଅଧ୍ୟାୟରେ ଗାନ୍ଧିଜୀଙ୍କ ଭାରତ ଆଗମନ, ଚମ୍ପାରଣ ଆନ୍ଦୋଳନ, ଖେଡ଼ା ଆନ୍ଦୋଳନ ଏବଂ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଉତ୍ତର ରହିଛି ।

Class 10 History Chapter 1 Question Answer Odia Medium | ଗାନ୍ଧୀଯୁଗ

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ ?

ଉ :(i) ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟନୀତି ଯୋଗୁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ ।

(ii) ସେଠାରେ ଭାରତୀୟମାନଙ୍କର ଭୋଟଦାନ ଅଧିକାର ନଥିଲା । ସେମାନଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ ନିର୍ବାଚନ କର ଦେବାକୁ ପଡ଼ୁଥିଲା ।

(ii) ସେମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ନାନ ଉଦ୍ଦିଷ୍ଟ କରାଯାଇଥିଲା ।

(iv) ସେମାନେ ରାତି ନ’ଟା ପରେ ଘରୁ ବାହାରକୁ ଯାଇ ପାରୁନଥିଲେ ।

(v) ରେଳଗାଡ଼ିରେ ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରି ପାରୁନଥିଲେ । ସେଠାରେ ବାସ କରୁଥିବା ଭାରତୀୟମାନଙ୍କୁ ଶ୍ବେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ।


(ଖ) ‘ଚମ୍ପାରନ୍ ଆନ୍ଦୋଳନ’ରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।

ଉ :(i) ବିହାରର ଚମ୍ପାରନ ଜିଲ୍ଲାର ଚାଷୀମାନେ ଇଂରେଜମାନଙ୍କ ଦ୍ଵାରା ଜମିର ଭଡ଼ା ବୃଦ୍ଧି କରିବା ଓ ଅନେକ ବେଆଇନ ଟିକସ ଆଦାୟ ଦ୍ଵାରା ଅତ୍ୟାଚାରିତ ଓ ଶୋଷିତ ହେଉଥିଲେ ।

(ii) ୧୯୧୭ ଏପ୍ରିଲରେ ରାଜକୁମାର ଶୁକ୍ଳଙ୍କ ଅନୁରୋଧ କ୍ରମେ ମହାତ୍ମା ଗାନ୍ଧି ଓ ତାଙ୍କ ସହଯୋଗୀମାନେ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଚମ୍ପାରନ ଜିଲ୍ଲା ସଦର ମହକୁମା ମୋତିହାରରେ ପହଞ୍ଚିଥିଲେ ।

(iii) ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହଯୋଗୀମାନଙ୍କୁ କ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ । । ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ ।

 (iv) ଅହିଂସା ଉପାୟରେ ଅନ୍ୟାୟମୂଳକ ଆଇନକୁ ଅମାନ୍ୟ କରିବା ଉପାୟ ଗାନ୍ଧିଜୀ ପ୍ରୟୋଗ କଲେ । ଶେଷରେ ସରକାର ସମସ୍ୟା ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କଲେ ଏବଂ ଗାନ୍ଧିଜୀଙ୍କୁ ଏକ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କଲେ ।

(v) ଗାନ୍ଧିଜୀ ନିଜେ ଅନୁସନ୍ଧାନ କରି ଚାଷୀମାନଙ୍କୁ ଇଂରେଜ କେବେ ମାଲିକଙ୍କ ଶୋଷଣରୁ ରକ୍ଷା କରିବା ନିମନ୍ତେ ଆନ୍ଦୋଳନ କରି ସଫଳ ହେଲେ । ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା । ଚାଷୀମାନଙ୍କଠାରୁ ଆଦାୟ ଅର୍ଥର ପଚାଶଭାଗ ଫେରସ୍ତ ଦିଆଗଲା ।

(ଗ) ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେଏବଂ ଏହାର ଫଳ କ’ଣ ହୋଇଥିଲା ? 

ଉ :(i) ୧୯୧୮ ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜୁରାଟର ଖେଡ଼ା ଜିଲ୍ଲାର ଚାଷୀମାନଙ୍କ ଉତ୍ପାଦନ ବାଧାପ୍ରାପ୍ତ ହେଲା । ରାଜସ୍ୱ ବିଭାଗର ଏକ ନିୟମ ଥିଲା ଯେ ଜମିର ସ୍ଵାଭାବିକ ଉତ୍ପାଦନ ପରିମାଣର ଏକ-ଚତୁର୍ଥାଂଶରୁ କମ୍ ପରିମାଣ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କୁ ରାଜସ୍ୱ ଦେୟ କୋହଳ କରାଯିବ ।

(ii) ଖେଡ଼ା ଚାଷୀମାନଙ୍କୁ ସଂପୂର୍ଣ୍ଣ ରାଜସ୍ଵ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ କରିବା ପାଇଁ ଚାଷୀମାନଙ୍କୁ ସଂଗଠିତ କରିଥିଲେ । 

(iii) ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏ ଏଥିପାଇଁ ସମସ୍ତ ପରିସ୍ଥିତିକୁ ସମ୍ମୁଖୀନ ପାଇଁ ପ୍ରସ୍ତୁତ ହେଲେ ।

(iv) ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ । କିନ୍ତୁ ଗୁପ୍ତ ନିର୍ଦ୍ଦେଶନାମା ମାଧ୍ୟମରେ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ରାଜସ୍ଵଆଦାୟ କଲେ ।

(v) ଏହି ଆନ୍ଦୋଳନରେ ଇନ୍ଦୁଲାଲ ଯାଜ୍ଞକ୍ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ । ଖେଡ଼ା ଜିଲ୍ଲାର ଅଧିବାସୀମାନେ ଆନ୍ଦୋଳନର ସଫଳତାରେ ପ୍ରଭାବିତହେଲେ ।

(ଘ) ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଭୂମିକା କ’ଣ ଥିଲା ?

ଉ :(i) ଅହମ୍ମଦାବାଦଠାରେ ଲୁଗାକଳଗୁଡ଼ିକରେ ମାଲିକମାନେ ଶ୍ରମିକମାନଙ୍କୁ ପ୍ଲେଗ ମହାମାରୀ ପାଇଁ ଦେଉଥିବା ସ୍ୱତନ୍ତ୍ର ଭତ୍ତା ‘ପ୍ଲେଗ ବୋନସ’ ପ୍ରତ୍ୟାହାର କଲେ, ଫଳରେ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ର ପାତ ହେଲା ।

(ii) ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଏହିକଳହରେ ହସ୍ତକ୍ଷେପ କଲେ । ଏଥପାଇଁ ଏକ ଟ୍ରିବ୍ୟୁନାଲ ନିଯୁକ୍ତି ହୋଇଥିଲା, ଯାହାର ନିଷ୍ପତ୍ତି ଉଭୟ ଗ୍ରହଣ କରିବାକୁ ରାଜିଥିଲେ ।

(iii) କିନ୍ତୁ ଲୁଗାକଳର ମାଲିକମାନେ ଟ୍ରିବ୍ୟୁନାଲ ନିଷ୍ପଭିରୁ ଓହରିଯାଇ ଶ୍ରମିକ ମଜୁରୀ କୋଡ଼ିଏ ଭାଗ ବୃଦ୍ଧି ଘୋଷଣା  କଲେ ।

(iv) ଶ୍ରମିକମାନଙ୍କ ଶତକଡ଼ା ପଞ୍ଚତିରିଶ ଭାଗ ମଜୁରୀ ବୃଦ୍ଧି ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ ମାଲିକମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଅହିଂସା ଆନ୍ଦୋଳନ କରିବାକୁ ଧନ ପ୍ରବର୍ତ୍ତାଇଲେ ।

(v) ଦାବି ପୂରଣ ପର୍ଯ୍ୟନ୍ତ ଶ୍ରମିକମାନେ ଅନଶନ ଚାଲୁ ରଖିବେ ବୋଲି ଘୋଷଣା କରି ଅନଶନ ଅ ଆରମ୍ଭ କଲେ । ଏଥ‌ିରେ ଭୟଭୀତ ହୋଇ କାରଖାନା ମାଲିକମାନେ ଶ୍ରମିକମାନଙ୍କ ମଜୁରୀ ପଞ୍ଚତିରିଶ ଭାଗ ବୃଦ୍ଧି କଲେ । ଏହାଦ୍ଵାରା ଗାନ୍ଧିଜୀଙ୍କର ‘ସତ୍ୟାଗ୍ରହ’ ନୀତି ପ୍ରତି ଜନସାଧାରଣଙ୍କର ଆଗ୍ରହ ଓ ଶ୍ରଦ୍ଧା ବୃଦ୍ଧି ପାଇଲା ।


(‍) ରାଓଲାତ୍ ଆଇନ କ’ଣ ଏବଂ ଏହା ବିରୋଧରେ ଭାରତୀୟମାନଙ୍କର ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା ?

ଉ :(i) ପ୍ରଥମ ବିଶ୍ଵଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଇଂରେଜ ସରକାର ବିଚାରପତି ରାଓଲାତ୍ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । 

(ii) ଏହି କମିଟିର ସୁପାରିସ ଅନୁସାରେ ଯେଉଁ ଆଇନ ପ୍ରଣୟନ ହେଲା ତାହା ରାଓଲାତ୍ ଆଇନ ନାମରେ ପରିଚିତ । ଏହି ଆଇନ ବଳରେ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବେ ।

(iii) ଏହି ଆଇନ ବିରୋଧରେ ଗଣ ସତ୍ୟାଗ୍ରହ ଆରମ୍ଭ କରିବାକୁ ଗାନ୍ଧିଜୀ ଦେଶବାସୀଙ୍କୁ ଆହ୍ଵାନ କଲେ । ସମଗ୍ର ଦେଶରେ ଗୋଟିଏ ଦିନ ‘ହରତାଳ’ ପାଳନ ପାଇଁ ଗାନ୍ଧିଜୀ ପରାମର୍ଶ ଦେଲେ ।

(iv) ସରକାରଙ୍କ ନୀତିର ପ୍ରତିବାଦ ସ୍ୱରୂପ ସବୁପ୍ରକାର କାର୍ଯ୍ୟ ବନ୍ଦକରି ଉପବାସ ଓ ପାର୍ଥନାଦ୍ଵାରା ୧୯୧୯ ଏପ୍ରିଲ ୬ ତାରିଖ ଦିନ ଦେଶବ୍ୟାପୀ ହରତାଳ ପାଳନ କରାଗଲା ।

 (v) ୧୯୧୯ ଏପ୍ରିଲ ୯ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ଛାଡ଼ି ଦିଆଗଲା । ଗାନ୍ଧିଜୀଙ୍କ ଗିରଫ ସମ୍ବାଦ ଦେଶର ବିଭିନ୍ନ ସ୍ଥାନରେ ଜନତାଙ୍କୁ ଗଣ୍ଡଗୋଳ କରିବାକୁ ଉତ୍ତେଜିତ କଲା । ଏହି ଆନ୍ଦୋଳନ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ, ଲାହୋର ଓ ଅମୃତସରରେ ପ୍ରଚଣ୍ଡ ରୂପ ଧାରଣ କରିଥିଲା ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ଓ କ’ଣ ପାଇଁ ଯାଇଥିଲେ ?

ଉ :(i) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ‘ନାଟାଲ୍’ ନାମକ ସ୍ଥାନକୁ ଆଇନଜ୍ଞ ଭାବେ ଯାଇଥିଲେ ।

(ii) ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀ ଦାଦା ଅବଦୁଲ୍ଲାଙ୍କ ଓକିଲ ଭାବେ ଏକ ମକଦ୍ଦମା ଲଢ଼ିବା ପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ ।

(ଖ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ କ’ଣ କରିଥିଲେ ? 

ଉ :(i) ଭାରତୀୟ ମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ ଗାନ୍ଧି ଜୀ ୧୮୯୪ରେ ‘ନାଟାଲ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ ।

(ii) ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ‘ଇଣ୍ଡିଆନ ଓପିନିଅନ୍’ ନାମକ ଏକ ସମ୍ବାଦପତ୍ରିକା ପ୍ରକାଶ କଲେ ।

(ଗ) ଗାନ୍ଧିଜୀ କେଉଁ ଆନ୍ଦୋଳନରେ ପ୍ରଥମ ଥର ପାଇଁ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ ?

ଉ :(i) ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳି ଛାପ ଥ‌ିବା ପଞ୍ଜୀକୃତ ପ୍ରମାଣ ପତ୍ରକୁ ସବୁ ସମୟରେ ନିଜ ସହିତ ବହନକରିବା ବାଧ୍ୟତାମୂଳକ କଲେ ।

(ii) ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ ।

(ଘ) ତିନିକାଠିଆ ବ୍ୟବସ୍ଥା କ’ଣ ?

ଉ :(i) ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀମାନେ ଚାଷୀଙ୍କୁ ବାଧ୍ୟ କରୁଥିଲେ ।

(ii) ଏବଂ ସେମାନଙ୍କଦ୍ଵାରା ନିର୍ଦ୍ଧାରିତ ଦରରେ ସେହି ନୀଳକୁ ବିକ୍ରି କରିବାକୁ ପଡୁଥିଲା । ଏହି ବ୍ୟବସ୍ଥାକୁ ‘ତିନିକାଠିଆ ନିତି ବ୍ୟବସ୍ଥା’ କୁହାଯାଉଥିଲା । 

(ଙ) ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରନ୍‌ରେ ଚାଷୀମାନଙ୍କୁ କିପରି ଶୋଷଣ କରାଗଲା ?

ଉ :(i) ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳଚାଷ ବାଧ୍ୟତାମୂଳକ ନ କରିବା ପାଇଁ ଜମିର ଭଡ଼ା ବୃଦ୍ଧି କରାଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା ।

(ii) ଏହା ବିରୋଧରେ ପ୍ରତିବାଦ କରୁଥିବା ଚାଷୀମାନେ ବିଭିନ୍ନ ପ୍ରକାର ଅତ୍ୟାଚାର ଓ ଶୋଷଣର ଶିକାର ହେଲେ ।

(ଚ) ଖେଡ଼ା ସତ୍ୟାଗ୍ରହ କ’ଣ ପାଇଁ ଆରମ୍ଭ ହୋଇଥିଲା ? 

ଉ :(i) ଖେଡ଼ା ଜିଲ୍ଲାରେ ୧୯୧୮ ମସିହା ଦୁର୍ଭିକ୍ଷ ଯୋଗୁଁ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା । ରାଜସ୍ୱ ନିନୀୟମ ଅନୁଯାୟୀ ସ୍ଵାଭାବିକ ଉତ୍ପାଦନ ପରିମାଣର ଏକ ଚତୁର୍ଥାଂଶରୁ କମ୍ ଉତ୍ପାଦନ ହେଲେ ଚାଷୀମାନଙ୍କ ରାଜସ୍ୱ ଦେୟ ପରିମାଣ ହ୍ରାସ କରିବା ପରିବର୍ତ୍ତେ ରାଜସ୍ୱ କର୍ମଚାରୀମାନେ ସଂପୂର୍ଣ ରାଜସ୍ଵ ଭରଣାକରିବାକୁ ବାଧ୍ୟକଲେ ।

(ii) ଫଳରେ ଚାଷୀମାନେ ଏହା ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।


(ଛ) ଅହମ୍ମଦାବାଦ ଲୁଗାକଳର ଶ୍ରମିକମାନଙ୍କର କାହିଁକି | 


ଉ :(i) ଅହମ୍ମଦାବାଦର ଲୁଗାକଳର ମାଲିକମାନେ ଶ୍ରମିକମାନଙ୍କୁ ପ୍ଲେଗ୍ ମହାମାରୀ ପାଇଁ ସ୍ଵତନ୍ତ୍ର ‘ପ୍ଲେଟ୍ ବୋନସ’ ଦେଉଥିଲେ ।

(ii) କିନ୍ତୁ ଏହି ସ୍ଵତନ୍ତ୍ର ଭତ୍ତାକୁ କଳକାରଖାନାର ମାଲିକମାନେ ପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା ।

(ଜ) ‘ରାଓଲାତ୍ ଆଇନ’ କ’ଣ ଥିଲା ?

ଉ :(i) ରାଓଲାତ ଆଇନ ବଳରେ ଇଂରେଜ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା ରହିଥିଲା ।

(ii) ଭାରତର ଜନସାଧାରଣଙ୍କ ସ୍ବାଧୀନତା ଓ ଅଧିକାର କ୍ଷୁଣ୍ଣ ବିଜୁ ହୋଇଥିଲା ।

(ଝ) ‘ରାଓଲାତ୍ ଆଇନ’ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଆନିବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେ ବିରୋଧ କରିଥିଲେ ?

ଉ :(i) ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ଆନିବେସାନ୍ତ ବିରୋଧ କରିଥିଲେ ।

(ii) ତାଙ୍କ ବ୍ୟତୀତ ଦିନ୍ସ ଏଦୁଲ୍‌ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜବାହାଦୁର ସାପୁ ଓ ଶ୍ରୀନିବାସ ଶାସ୍ତ୍ରୀ ଭଳି ନେତାଗଣ ମଧ୍ଯ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ ତ କରିଥିଲେ ।

(ଞ) ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କାହିଁକି ସଂଘଟିତ ହୋଇଥିଲା ?

ଉ :(i) ୧୯୧୯ ଏପ୍ରିଲ ୧୩ ତାରିଖରେ ଅମୃତସରର ଜାଲି ଆନାଓ୍ବାଲାବାଗ୍ ଠାରେ ସ୍ଥାନୀୟ ଦୁଇନେତାଙ୍କ ଗିରଫର ପ୍ରତିବାଦ କରିବା ପାଇଁ ତଥା ବୈଶାଖୀ ଉତ୍ସବ ପାଳନ ପାଇଁ ବହୁ ସଂଖ୍ୟକ ଲୋକ ଏକ ସାଧାରଣ ସଭାରେ ୮ଟି ଡି ଏକତ୍ର ହୋଇଥିଲେ ।

(ii) ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ଦଳେ ସୈନ୍ୟଙ୍କ ସହ ସଭାସୁଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କଲେ ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।


 (କ) ୧୮୯୪ରେ ଗାନ୍ଧିଜୀଙ୍କଦ୍ବାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ? 

ଉ : ୧୮୯୪ରେ ଗାନ୍ଧିଜୀ ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ ।


(ଖ)‘ଇଣ୍ଡିଆନ ଓପିନିଅନ୍’ ସମ୍ବାଦପତ୍ର କିଏ ପ୍ରକାଶ ମାଲିକମାନଙ୍କ ସହିତ କଳହ ଆରମ୍ଭ ହେଲା ?

ଉ : ‘ଇଣ୍ଡିଆନ ଓପିନିଅନ୍’ ସମ୍ବାଦପତ୍ର ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରକାଶ କରିଥିଲେ ।


(ଗ) ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ କିଏ ‘ମହାତ୍ମା’ ଆଖ୍ୟା ଦେଇଥିଲେ ?

ଉ : ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମୋହନଦାସ କରମ ଚାନ୍ଦ ଗାନ୍ଧିଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ ।


(ଘ) କାହାର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ ?

ଉ : ରାଜକୁମାର ଶୁକ୍ଲ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନକୁ ଯାଇଥିଲେ ।


(‍) ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମାଗାନ୍ଧୀଙ୍କ ମୁଖ୍ୟ ସହଯୋଗୀ ଥିଲେ ?

ଉ : ଖେଡ଼ା ଆନ୍ଦୋଳନରେ ଇନ୍ଦୁଲାଲ ଯାଵିକ୍ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ ।


(ଚ) ପ୍ଲେଗ ବୋନସ୍ କ’ଣ ?

ଉ : ଗୁଜୁରାଟର ଅହମ୍ମଦାବାଦଠାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଗ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥ‌ିବା ସ୍ୱତନ୍ତ୍ର ଭତ୍ତାକୁ ପ୍ଲେଗ ବୋନ୍ସ କହନ୍ତି | 


(ଛ) ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା ?

ଉ : ଜାଲିଆନା ଓ୍ବାଲାବାଗ ହତ୍ୟାକାଣ୍ଡ ୧୯୧୯ ଏପ୍ରିଲ ୧୩ ତାରିଖ ଦିନ ସଂଘଟିତ ହୋଇଥିଲା । 


(ଜ) ଜେନେରାଲ ଡାୟାର୍ କିଏ ଥିଲେ ?

ଉ : ଜେନେରାଲ ଡାୟାର ଇଂରେଜ ସରକାରଙ୍କଦ୍ୱାରା ଷ ଅମୃତସର ସାମରିକ ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ ।


(ଝ) “କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ” – ଏହା କିଏ କହିଥିଲେ ?

ଉ : ଗାନ୍ଧିଜୀ ଅତ୍ୟନ୍ତ ଘୃଣାର ସହିତ ବ୍ୟକ୍ତ କଲେ, ‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କ ପୈଶାବି କ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ ।’’


(ଞ) ଜାଲିଆଲାବାଗ ହତ୍ୟାକାଣ୍ଡପରେ ଗାନ୍ଧିଜୀ କେଉଁ ଉପାଧ୍ ତ୍ୟାଗ କରିଥିଲେ ?

ଉ : ଜାଲି ଆନ୍ ଓ୍ୱାଲାବାଗ ହତ୍ୟାକାଣ୍ଡ ପରେ ଗାନ୍ଧି ଜୀ ‘କାଇଜର-ଇ-ହିନ୍ଦ୍’ ଉପାଧ୍ ତ୍ୟାଗ କରିଥିଲେ ।




୪ । ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ପ୍ରତ୍ୟେକ ଭାରତୀୟ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ୍ ପ୍ରଣୟନ କରିଥଲେ ?

 (i) ୧୮୯୪    (iii) ୧୯୦୮    (ii) ୧୯୦୬    (iv) ୧୯୧୩


(ଖ) ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ୧୯୧୭ ଏପ୍ରିଲ୍‌ରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଲେ ?

(i) ଖେଡ଼ା

(iii) ଅହମ୍ମଦାବାଦ

(ii) ମୋତିହାରି

(iv) ଅମୃତସର


(ଗ) ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ କିଏ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ ?

 (ii) ରାଜେନ୍ଦ୍ର ପ୍ରସାଦ

(i) ରାଜକୁମାର ଶୁକ୍ଳ

(iii) ବଲ୍ଲଭଭାଇ ପଟେଲ 

(iv) ଇନ୍ଦୁଲାଲ୍ ଯାଜ୍ଞକ୍ 


(ଘ) ରାଓଲାତ୍ ଆଇନ୍ କେବେ ଗୃହୀତ ହୋଇଥିଲା ?

(i) ୧୯୧୯ ମାର୍ଚ୍ଚ ୧୮ 

(ii) ୧୯୧୯ ଏପ୍ରିଲ୍ ୬ 

(iii) ୧୯୧୯ ଏପ୍ରିଲ୍ ୧୦

(iv) ୧୯୧୯ ଏପ୍ରିଲ୍ ୧୩ 


(ଙ) ଜାଲିଆନାଓ୍ବାଲାବାଗ୍ କେଉଁଠାରେ ଅବସ୍ଥିତ ?

(i) ମୁମ୍ବାଇ

(iii) ଅମୃତସର

(ii) ଅହମ୍ମଦାବାଦ

(iv) ଲାହୋର





Tags:

Class 10 history chapter 1 question answer odia medium

10th class history chapter 1 question answer odia

Bharatara jatiya andolana gandhi yuga question answer

History class 10 chapter 1 odia medium

10th class history 1st chapter question answer

BSE Odisha 10th class history chapter 1 notes

Class 10 history important questions odia medium

Meher sir class 10 history chapter 1

Odisha board class 10 history chapter 1 solutions

10th class history short question answer odia

Comments

Popular posts from this blog

Write a letter to a friend of yours asking him why he did not attend your birthday party this year.

The Winter Season Essay For Class 10

Odia Medium 10th Class The Solitary Reaper Question Answer PDF