Get the complete Class 10 Geography (Bhugol) chapter 'Krushi' (Agriculture) question and answer discussion in Odia medium. Accurate solutions and notes for board exam preparation.
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
1. ନିମ୍ନଲିଖତ ପ୍ରଶ୍ନବଳୀରେ କେତେକ ସମ୍ଭାବିତ ଉତ୍ତର ଦିଆଯାଇଛି, ପ୍ରକୃତ ଉତ୍ତରଟିକୁ ଚିହ୍ନଟ କର ।
(a) ନିମ୍ନଲିଖତ କେଉଁ କୃଷିରେ ବର୍ଷର ଏକ ବିସ୍ତୃତ ଅଞ୍ଚଳରେ ବର୍ଷକେ ଥରେମାତ୍ର କୃଷି କରାଯାଏ ?
(i) ସ୍ଥାନାନ୍ତରିତ କୃଷି (ii) ରୋପଣ କୃଷି (iii) ଉଦ୍ୟାନ କୃଷି (iv) ବ୍ୟାପକ କୃଷି
(b) କେଉଁଟି ଏକ ରବି ଫସଲ ନୁହେଁ ?
(i) ଧାନ (ii) ମୁଗ (iii) ବୁଟ (iv) ଗହମ
(c) ନିମ୍ନଲିଖତ କେଉଁଟି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହୁଏ ?
(i) ଶସ୍ୟର ସର୍ବାଧିକ ସଂଗ୍ରହ ମୂଲ୍ୟ
(ii) ଶସ୍ୟର ସର୍ବନିମ୍ନ ସଂଗ୍ରହ ମୂଲ୍ୟ
(iii) ସମସ୍ତଙ୍କୁ ସୁହାଉଥିବା ସଂଗ୍ରହ ମୂଲ୍ୟ
(iv) ଗୁରୁତ୍ବପୂର୍ଣ୍ଣ ସଂଗ୍ରହ ମୂଲ୍ୟ
(d) ସ୍ଥାନାନ୍ତରିତ କୃଷିକୁ ଓଡ଼ିଶାରେ କ’ଣ କୁହାଯାଏ ?
(i) ରୋକା (ii) ରେ (iii) ପୋଡ଼ୁ (iv) କୁରୁୱା
(e) କେଉଁ ଫସଲଟି ଯେଦ୍ ଋତୁରେ ହୁଏ ନାହିଁ ?
(i) କାକୁଡ଼ି (ii) ତରଭୁଜ (iii) ଗହମ (iv) ଖରଭୁଜ
2. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ 30ଟି ଶବ୍ଦରେ ଦିଅ।
ଊ– (i) ଦିନକୁ ଦିନ କୃଷି ଭୂମିର ପରିମାଣ ହ୍ରାସପାଉଛି କାହିଁକି ?
କ୍ରମାଗତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜୋତ ବିଭାଜନ ହେଉଛି। ତେଣୁ ସ୍ଵତ୍ଵାଧିକାର ବ୍ୟବସ୍ଥାରେ ଦିନକୁ ଦିନ ଜମିର ପରିମାଣ ହ୍ରାସପାଉଛି ।
(ii) କୃଷକମାନଙ୍କ ସ୍ବାର୍ଥପାଇଁ ସରକାରଙ୍କ ଦ୍ଵାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦିଅ ।
ଊ– (i) ସରକାରଙ୍କ ଦ୍ଵାରା ବିଭିନ୍ନ ପଦକ୍ଷେପ କୃଷିର ଉନ୍ନତି ତଥା କୃଷକମାନଙ୍କର ସ୍ଵାର୍ଥପାଇଁ ନିଆଯାଉଅଛି । ସ୍ଵାଧୀନତା ପରେ କୃଷି ଉତ୍ପାଦନରେ ପରିବର୍ତ୍ତନ ଆଣିବାପାଇଁ ଜମିଦାରୀ ଉଚ୍ଛେଦ, ଚକବନ୍ଦୀ ବ୍ୟବସ୍ଥା, ସମବାୟ ସମିତି ଆଦି ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି ।
(ii) ଅଶୀ ଓ ନବେ ଦଶକରେ ଭୂ-ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥୁରେ ଉଭୟ ବୈଷୟିକ ଓ କ୍ଷେତ୍ରୀୟ ଉନ୍ନୟନକୁ ଗୁରୁତ୍ଵ ଦିଆଯାଇଛି।
(iii) ଶସ୍ୟବୀମା ନିଗମ, ଗ୍ରାମ୍ୟବ୍ୟାଙ୍କ, ବ୍ୟବସାୟିକ ବ୍ୟାଙ୍କ ଓ ନାବାର୍ଡ଼ ଆଦି ସଂସ୍ଥା ଦ୍ବାରା ଭୂ-ଉନ୍ନୟନ କାର୍ଯ୍ୟକ୍ରମଦ୍ବାରା କୃଷକମାନଙ୍କ ସ୍ଵାର୍ଥସାଧନ ହୋଇପାରୁଛି।
(iii) ରୋପଣ କୃଷି କ’ଣ ?
2 – (i) ରୋପଣ କୃଷି ଏକ ପ୍ରକାର ବାଣିଜ୍ୟିକ କୃଷି। ଏ ପ୍ରକାର କୃଷିରେ ଗୋଟିଏ କିସମର ଶସ୍ୟକୁ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ଚାଷ କରାଯାଏ।
ii) ଏହି କୃଷି ପ୍ରଣାଳୀରେ ଥରେ ବୃକ୍ଷ ରୋପଣ କରି ଅନେକ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ କରିହୁଏ।
(iii) ଭାରତରେ ଋ’, କଫି, ରବର, କଦଳୀ, ନଡ଼ିଆ, ମସଲା ଆଦି ରୋପଣ କୃଷିର ଅନ୍ତର୍ଭୁକ୍ତ।
(iv) ଚାଷ ପାଇଁ କେଉଁ ଭୌଗୋଳିକ ପରିସ୍ଥିତି ଆବଶ୍ୟକ ?
ଉ - ଯେକୌଣସି ଚାଷ ପାଇଁ ମୂଭିକାରେ ପ୍ରାକୃତିକ ଉର୍ବରତା, ଜଳର ସୁଲଭତା, ଆବଶ୍ୟକ ତାପମାତ୍ରା, ବାୟୁର ଆର୍ଦ୍ରତା ଆଦି ଭୌଗୋଳିକ ପରିସ୍ଥିତି ଆବଶ୍ୟକ।
(v) କେତେକ ତନ୍ତୁଜାତୀୟ କୃଷି ଦ୍ରବ୍ୟର ନାମ ଲେଖ।
ଉ – କପା, ଝୋଟ, ଛଣ ଓ ରେଶମ ଆଦି ତନ୍ତୁଜାତୀୟ କୃଷି ଫସଲ।
3. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ 120 ଟି ଶବ୍ଦରେ ଦିଅ।
(i) ଭାରତୀୟ କୃଷିରେ ଜଗତୀକରଣର ପ୍ରଭାବ ସମ୍ପର୍କରେ ଆଲୋଚନା କର ।
ଉ – (a) 1990 ମସିହାରେ ଜଗତୀକରଣ ପ୍ରକ୍ରିୟାଦ୍ଵାରା ଭାରତୀୟ କୃଷକମାନେ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
(b) କୃଷିକୁ ଲାଭଜନକ କରିବାପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଗୁରୁତ୍ଵ ଦିଆଯିବାର ଆବଶ୍ୟକତା ଉପଲବ୍ଧ କରାଯାଉଛି।
(c) ସବୁଜ ବିପ୍ଲବରେ ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାରଯୋଗୁଁ ଭୂମିର ଉତ୍ପାଦନ କ୍ଷମତା ହ୍ରାସପାଉଛି। ଏହାଦ୍ଵାରା ଜୈବ ବିବିଧତା ଉପରେ ପ୍ରଭାବ ପଡୁଛି ।
(d) ବର୍ତ୍ତମାନ ଯେଉଁ ପରିବର୍ତ୍ତନ ଆସୁଛି ତାହାକୁ ଜିନୀୟ ବିବର୍ତ୍ତନ କୁହାଯାଉଅଛି। ଜେନେଟିକ୍ ଇଞ୍ଜିନିୟରିଂ ଦ୍ଵାରା ନୂତନଧରଣର ଅଧିକ ଅମଳକ୍ଷମ ବିହନ ଉତ୍ପାଦିତ ହେଉଛି।
(e) ବର୍ତ୍ତମାନ ଜୈବ କୃଷି ବିଶେଷ ଭାବରେ ଆଦୃତ ହେଉଛି । ଏହାର କାରଣ ହେଉଛି ଏଥିରେ ରାସାୟନିକ କୀଟନାଶକ କିମ୍ବା ପୀଡ଼କନାଶୀ ନାହିଁ । ପରିବେଶ ଉପରେ ଏହାର କୌଣସି କୁପ୍ରଭାବର ସମ୍ଭାବନା ନାହିଁ ।
(ii) ଖାଦ୍ୟ ସୁରକ୍ଷା କ’ଣ ? ଏହାର ଆବଶ୍ୟକତା କାହିଁକି ରହିଛି ?
(a) ଆମ ଦେଶରେ ସମାଜର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଖାଦ୍ୟ ଯୋଗାଣ ଉଦ୍ଦେଶ୍ୟରେ ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରୁଛନ୍ତି । ଏହା ମୁଖ୍ୟତଃ ଦୁଇଟି ମୁଖ୍ୟ ବ୍ୟବସ୍ଥା ଉପରେ ନିର୍ଭର କରେ। ସେଗୁଡ଼ିକ ହେଲା – ଯଥେଷ୍ଟ ଖାଦ୍ୟଶସ୍ୟ ସଂଗ୍ରହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା। ଦେଶର ଜରୁରୀକାଳୀନ ପରିସ୍ଥିତିରେ ଖାଦ୍ୟାଭାବକୁ ଆଭ୍ୟନ୍ତରୀଣ ବ୍ୟବସ୍ଥାଦ୍ୱାରା ମୁକାବିଲା କରିବା ପ୍ରକ୍ରିୟାକୁ ଖାଦ୍ୟ ସୁରକ୍ଷା କୁହାଯାଏ।
(b) ଭାରତୀୟ ଖାଦ୍ୟ ନିଗମକୁ ଖାଦ୍ୟଶସ୍ୟ ସଂଗ୍ରହର ଦାୟିତ୍ଵ ଦିଆଯାଇଥିବାବେଳେ ଏହାର ବିତରଣ ସାଧାରଣ ବଣ୍ଟନ ମାଧ୍ୟମରେ ସମାହିତ ହେଉଛି।
(c) କ୍ରମାଗତଭାବେ ଭୂତଳ ଜଳର ବ୍ୟବହାରଯୋଗୁଁ କୂଅ, ନଳକୂଅ ଆଦି ଦିନକୁଦିନ ଶୁଷ୍କ ହେବାରେ ଲାଗିଛି । ଏହାଦ୍ଵାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ସେମାନଙ୍କ କୃଷିକାର୍ଯ୍ୟ ଛାଡ଼ିସାରିଲେଣି। ଧନିକଶ୍ରେଣୀ କୃଷକମାନେ ଅଧିକ ଅର୍ଥ ଖର୍ଚ୍ଚ କରି ନଳକୂପ ଖନନ କରି କୃଷିକାର୍ଯ୍ୟ କରି ପାରୁଛନ୍ତି ।
(d) ଶସ୍ୟ ସଂଗ୍ରହ ପାଇଁ ସୁନାଭାବ ଓ ବଜାରର ଅଭାବ ମଧ କୃଷକମାନଙ୍କୁ କୃଷିକାର୍ଯ୍ୟରୁ ଦୂରେଇ ରହିବାପାଇଁ ସହାୟକ ହୋଇଛି।
(e) ଚାଷୀମାନେ ଅନିଶ୍ଚିତ ଉତ୍ପାଦନ ଓ ଅନିଶ୍ଚିତ ବଜାର ବ୍ୟବସ୍ଥାଦ୍ଵାରା ପ୍ରଭାବିତ ହୋଇଛନ୍ତି । ଏଣୁ ଖାଦ୍ୟ ସୁରକ୍ଷା କ୍ଷୁଦ୍ର ଚାଷୀଙ୍କ ସୁରକ୍ଷାବିନା ଆଦୌ ସମ୍ଭବ ନୁହେଁ ।
(iii) ଭାରତରେ କୃଷିଜାତ ଦ୍ରବ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କାହିଁକି ?
ଉ – (i) ସ୍ଵତ୍ଵାଧିକାର ବ୍ୟବସ୍ଥାରେ ଦିନକୁ ଦିନ ଜମିର ପରିମାଣ ହ୍ରାସ ପାଉଛି । ଭାରତୀୟ କୃଷକମାନେ ଭବିଷ୍ୟତରେ ଖାଦ୍ୟ ଉତ୍ପାଦନକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, କାରଣ କ୍ରମାଗତ ଜନସଂଖ୍ୟା ବୃଦ୍ଧିଯୋଗୁଁ ଜୋତ ବିଭାଜନ ହେଉଛି ଓ ଉତ୍ପାଦନ ହ୍ରାସ ପାଉଛି।
(ii) ଭାରତର 600 ନିୟୁତ ଲୋକ ମାତ୍ର 250 ନିୟୁତ ହେକ୍ଟର କୃଷିଭୂମି ଉପରେ ନିର୍ଭରଶୀଳ ଅର୍ଥାତ୍ ଜଣେ କୃଷକ ପାଇଁ ଜୋତର ପରିମାଣ ଅଧ ହେକ୍ଟରରୁ ମଧ୍ୟ କମ୍ ।
(iii) ଭୂତଳ ଜଳର ଅଧିକ ବ୍ୟବହାର ଯୋଗୁ କୂଅ, ନଳକୂପ ଆଦି ଦିନକୁ ଦିନ ଶୁଷ୍କ ହେବାରେ ଲାଗିଛି । ଏହାଦ୍ଵାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ସେମାନଙ୍କ କୃଷିକାର୍ଯ୍ୟ ଛାଡ଼ି ସାରିଲେଣି।
(iv) ଏତଦ୍ବ୍ୟତୀତ ଜମିର ଉତ୍ପାଦିକା ଶକ୍ତି ହ୍ରାସ, ଦୁର୍ବଳ ଜଳସେଚନ ପରିଚାଳନା, ଅଧିକ ଅମଳକ୍ଷମ ବିହନ ପାଇଁ ଅଧିକ ଅର୍ଥ ବିନିଯୋଗ କରିବାରେ କୃଷକର ଅସାମର୍ଥ୍ୟତା, ଅନିଶ୍ଚିତ ବଜାର ବ୍ୟବସ୍ଥା ଆଦି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ।
(iv) ଧାନ ଚାଷପାଇଁ କେଉଁ ସମସ୍ତ ଭୌଗୋଳିକ ଅବସ୍ଥା ଆବଶ୍ୟକ ? ତାହାର ଏକ ବିବରଣୀ ଦିଅ ।
ଢ— (a) ଧାନ ଚାଷ ପାଇଁ ବାର୍ଷିକ ହାରାହାରି ତାପମାତ୍ରା 25° ସେଲସିୟସ, 80% ଆର୍ଦ୍ରତା ଓ 100 ସେ.ମି.ରୁ 200 ସେ.ମି. ବୃଷ୍ଟିପାତ ଆବଶ୍ୟକ ।
(b) ନଦୀ ଉପତ୍ୟକା, ସମତଳ ଅଞ୍ଚଳ ଓ ନଦୀ ମୁହାଣରେ ଅବସ୍ଥିତ ତ୍ରିକୋଣଭୂମି ଅଞ୍ଚଳରେ ଥିବା ଉର୍ବର ମୃଭିକା ଧାନଚାଷ ପାଇଁ ଅଧିକ ଉପଯୋଗୀ ।
(c) ଆମ ଦେଶର ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଉତ୍ତରାଖଣ୍ଡ ଓ ଓଡ଼ିଶା ପ୍ରଭୃତି ରାଜ୍ୟଗୁଡ଼ିକରେ ପ୍ରଚୁର ଧାନଚାଷ କରାଯାଏ। ପାର୍ବତ୍ୟାଞ୍ଚଳରେ ସୋପାନ କୃଷି ପ୍ରଣାଳୀରେ ଧାନଚାଷ କରାଯାଏ|
(d) ଏହି ଚାଷରେ ଭାରତ ବର୍ତ୍ତମାନ ସ୍ଵାବଲମ୍ବୀ ହେବା ସଙ୍ଗେ ସଙ୍ଗେ ବିଦେଶକୁ ରପ୍ତାନି କରି ବୈଦେଶିକ ମୁଦ୍ରା
ଅର୍ଜନ କରିବାରେ ସକ୍ଷମ ହୋଇଛି।
(v) ସଘନ କୃଷି କ’ଣ ? ଏହାର ଆବଶ୍ୟକତା କାହିଁକି ?
| ଭ – (a) ଜଳସେଚିତ ଅଞ୍ଚଳରେ ସଘନ କୃଷି କରାଯାଇଥାଏ। ରାସାୟନିକ ସାର, କୀଟନାଶକ ଔଷଧ ପ୍ରୟୋଗ ଓ ଅଧିକ ଅମଳକ୍ଷମ ବିହନ ବ୍ୟବହାର କରି ଚାଷଜମିକୁ ପଡ଼ିଆ ନ ରଖୁ ବର୍ଷକରେ ଏକାଧ୍ଵକବାର କୃଷିକାର୍ଯ୍ୟ କରାଯାଉଥିବାରୁ ଏହାକୁ ସଘନ କୃଷି କୁହାଯାଏ।
(b) ଏହାବ୍ୟତୀତ ଯାନ୍ତ୍ରିକ ପଦ୍ଧତିରେ କୃଷିକାର୍ଯ୍ୟ କରାଯାଇ ଜମିର ଉତ୍ପାଦନ ବୃଦ୍ଧି ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାରର ଶସ୍ୟ ଉତ୍ପାଦନ କରାଯାଇଥାଏ।
(c) ଏହି କୃଷି ପ୍ରଣାଳୀରେ ଗୋଟିଏ ଜୋତରେ ବର୍ଷକୁ ତିନି, ଚାରୋଟି ଫସଲ ଚାଷକରାଯାଏ।
(d) ଏହା ମୁଖ୍ୟତଃ ଭାରତ, ଚୀନ, ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସମୂହ ଓ ଅନ୍ୟାନ୍ୟ ଜନବହୁଳ ରାଷ୍ଟ୍ରରେ କାର୍ଯ୍ୟକାରୀ ହୋଇଥାଏ।
(vi) ଗହମ ଚାଷପାଇଁ କେଉଁ ସମସ୍ତ ପ୍ରାକୃତିକ ଅବସ୍ଥା ଆବଶ୍ୟକ ? ଭାରତର କେଉଁ ଅଞ୍ଚଳରେ ଅଧିକ ଗହମ ଚାଷ ହୋଇଥାଏ ?
ଊ– (a) ଗହମ ଭାରତରେ ରବିଫସଲ ଭାବେ ଚାଷକରାଯାଏ। ଏହା ଭାରତର ଦ୍ଵିତୀୟ ସର୍ବାଧିକ ଚାଷ କରାଯାଉଥିବା ଶସ୍ୟ ।
(b) ନାତିଶୀତୋଷ୍ଣ ଅଞ୍ଚଳ ଗହମ ଚାଷପାଇଁ ବିଶେଷ ଉପଯୋଗୀ । ଏହି ଚାଷ ମୁଖ୍ୟତଃ ଶୀତଳ ଜଳବାୟୁରେ ବଢ଼ିପାରେ ଏବଂ ଅମଳ ସମୟରେ ପ୍ରଖର ସୂର୍ଯ୍ୟକିରଣ ଆବଶ୍ୟକ ହୁଏ ।
(c) 50 ସେ.ମି.ରୁ 75 ସେ.ମି. ବୃଷ୍ଟିପାତ ଏହି ଚାଷପାଇଁ ସର୍ବୋତ୍କୃଷ୍ଟ । ଦେଶର ଚାଷଜମିର ଏକ-ଷତାଂଶ ଜମିରେ ଗହମ ଚାଷ କରାଯାଇଥାଏ।
(d) ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ବିହାର ଓ ମଧ୍ୟପ୍ରଦେଶ ଭାରତରେ ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟ।
(e) ଗହମ ଉତ୍ପାଦନ ଦୃଷ୍ଟିରୁ ଭାରତର ଦୁଇଟି ପ୍ରମୁଖ ଗହମ ଉତ୍ପାଦନ ଅଞ୍ଚଳ ରହିଛି, ଯଥା— ଉତ୍ତର-ପଶ୍ଚିମ ଭାରତର ଗଙ୍ଗା-ସତଲେଜ ସମତଳଭୂମି ଏବଂ ଦାକ୍ଷିଣାତ୍ୟ ମାଳଭୂମି ଅଞ୍ଚଳର କୃଷ୍ଣ ମୃଭିକା।
(vii) ଅଳ୍ପ ବୃଷ୍ଟି ପାଉଥବା ଅଞ୍ଚଳରେ କେଉଁ କୃଷି କରାଯାଇଥାଏ ? ଭାରତର କେଉଁ କେଉଁ ସ୍ଥାନରେ ଉକ୍ତ କୃଷି ଅଧିକ ହୁଏ ? ଏଥପାଇଁ କେଉଁ ପ୍ରାକୃତିକ ଅବସ୍ଥା ଆବଶ୍ୟକ ?
ଉ – (a) ଅଳ୍ପ ବୃଷ୍ଟି ପାଉଥୁବା ଅଞ୍ଚଳରେ କପା, ବାଜରା, ଚିନାବାଦାମ, ସୋରିଷ, ସୋୟାବିନ୍, ଜଡ଼ା, ସୂର୍ଯ୍ୟମୁଖୀ ଓ ନଡ଼ିଆ ଅଳ୍ପ ବୃଷ୍ଟି ପାଉଥିବା ଅଞ୍ଚଳରେ ଚାଷ କରାଯାଏ।
(b) ଭାରତର ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ କର୍ଣାଟକ ରାଜ୍ୟରେ ଏହି କୃଷିକାର୍ଯ୍ୟ ହୋଇଥାଏ।
(c) ଅଳ୍ପ ବୃଷ୍ଟିପାତ, ପାହାଡ଼ିଆ ଭୂମି, କମ୍ ଆର୍ଦ୍ରତା ଅଞ୍ଚଳ ଏହି କୃଷିପାଇଁ ଉପଯୁକ୍ତ ହୋଇଥାଏ।
ଅଭ୍ୟାସ ନିମିତ୍ତ ଅତିରିକ୍ତ ପ୍ରଶ୍ନବଳୀ
ବହୁବିକଳ୍ପ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. କାହାକୁ ଭାରତର ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ରୂପେ ଗ୍ରହଣ କରାଯାଇଛି ?
(A) କୃଷି
(B) ଶିଳ୍ପ
(C) ବାଣିଜ୍ୟ
(D) ପରିବହନ
2. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଭୂମି କୃଷି ପାଇଁ ବ୍ୟବହୃତ ହୁଏ ?
(A) ହରିୟାଣା
(B) ପଞ୍ଜାବ
(C) ଉତ୍ତର ପ୍ରଦେଶ
(D) ବିହାର
3. କମ୍ ବୃଷ୍ଟି ପାଉଥିବା ଅଞ୍ଚଳର କୃଷି କାର୍ଯ୍ୟକୁ କେଉଁ କୃଷି କୁହାଯାଏ ?
(A) ଶୁଷ୍କ
(B) ଆର୍ଦ୍ର
(C) ସେଚିତ
(D) ଅର୍ଦ୍ଧଶୁଷ୍କ
4. ଆନ୍ଧ୍ର ପ୍ରଦେଶରେ ସ୍ଥାନାନ୍ତରିତ କୃଷିକୁ କ’ଣ କୁହାଯାଏ ?
(A) ଝୁମ୍
(B) ପୋଡ଼ୁ
C) ପେଣ୍ଡା
(D) କୁରୁୱା
5. ଖରିଫ୍ ଋତୁ କେଉଁ ମାସରେ ଆରମ୍ଭ ହୋଇଥାଏ ?
(A) ମେ ଓ ଜୁନ୍
(B) ଜୁନ୍ ଓ ଜୁଲାଇ
(C) ଜୁଲାଇ ଓ ଅଗଷ୍ଟ
(D) ଅକ୍ଟୋବର ଓ ନଭେମ୍ବର
6. ଅଧ୍ଵ ଯାନ୍ତ୍ରିକ ଉପକରଣ କେଉଁ କୃଷି ପଦ୍ଧତିରେ ବ୍ୟବହାର କରାଯାଇଥାଏ ?
(A) ବ୍ୟାପକ
(B) ସଘନ
(C) ବାଣିଜ୍ୟ
(D) ପୋଡ଼ୁ
7. ଧାନ ଉତ୍ପାଦନରେ ଭାରତର ସ୍ଥାନ ପୃଥିବୀରେ କେତେ ?
(A) ପ୍ରଥମ
B) ଦ୍ଵିତୀୟ
(C) ତୃତୀୟ
(D) ପଞ୍ଚମ
8. ଗହମ ଭାରତର କେଉଁ ଅଞ୍ଚଳର ମୁଖ୍ୟ ଖାଦ୍ୟଦ୍ରବ୍ୟ ?
(A) ଉତ୍ତର ଭାରତ ଓ ଉତ୍ତର ପଶ୍ଚିମ ଭାରତ
(B) ପୂର୍ବ ଭାରତ
(C) ପଶ୍ଚିମ ଭାରତ
(D) ଦକ୍ଷିଣ ଭାରତ
9.କେଉଁ ରାଜ୍ୟରେ ସର୍ବାଧିକ ଯଅ ଉତ୍ପାଦିତ ହୁଏ ?
(A) କର୍ଣାଟକ
(B) ମହାରାଷ୍ଟ୍ର
(C) ମଧ୍ଯ ପ୍ରଦେଶ
(D) ତାମିଲନାଡୁ
10. ରାଶି ଉତ୍ପାଦନରେ କେଉଁ ରାଜ୍ୟ ୨ୟ ସ୍ଥାନ ଅଧିକାର କରିଛି ?
(A) ମହାରାଷ୍ଟ୍ର
(B) ପଶ୍ଚିମବଙ୍ଗ
(C) ଓଡ଼ିଶା
(D) ଗୁଜରାଟ
11. ନିମ୍ନୋକ୍ତ କେଉଁ ଫସଲ ଯବକ୍ଷାରଜାନ ବିବନ୍ଧନ ମାଧ୍ୟରେ ମୃତ୍ତିକାର ଉର୍ବରତା ବୃଦ୍ଧି କରନ୍ତି ?
(A) ତୈଳବୀଜ (B) ଖାଦ୍ୟ ଶସ୍ୟ (C) ଡାଲି ଜାତୀୟ (D) ତନ୍ତୁ ଜାତୀୟ
12. ଆଖୁ ଚାଷ ପାଇଁ କେତେ ପରିମାଣର ବୃଷ୍ଟିପାତ ଆବଶ୍ୟକ ?
(A) ୫୦- ୭୫ ସେ.ମି.
(B) ୭୫ -୧୦୦ ସେ.ମି.
(C) ୧୦୦ - ୧୫୦ ସେ.ମି.
(D) ୧୦୦- ୨୦୦ ସେ.ମି.
13. ଆମ ଦେଶରେ ସର୍ବାଧିକ କେତେ ପ୍ରତିଶତ ଭୂମିରେ ତୈଳବୀଜ ଉତ୍ପନ୍ନ କରାଯାଏ ?
(A) ୧୨ %
(B) ୧୬ %
(C) ୨୧ %
(D) ୩୩ %
14. ଭାରତରେ ଚାହା ଚାଷ କେଉଁମାନଙ୍କ ଦ୍ବାରା ଆରମ୍ଭ ହୋଇଥିଲା ?
(A) ପର୍ତ୍ତୁଗୀଜ
(B) ଫରାସୀ
(C) ଇଂରେଜ
(D) ମୋଗଲ
15. ପଶ୍ଚିମବଙ୍ଗର ଦାର୍ଜିଲିଂ ଓ ଜଳପାଇଗୁଡ଼ି ଅଞ୍ଚଳ କେଉଁ ଚାଷ ପାଇଁ ସର୍ବୋତ୍କୃଷ୍ଟ (B) କଫି
(A) ସୂର୍ଯ୍ୟମୁଖୀ
(C) କପା
(D) ଚାହା
Tags:
Class 10 Geography Krushi Question Answer, 10th Class Bhugol Krushi, Odia Medium Geography Notes, Krushi Prashna Uttar, Class 10 Agriculture Odia Medium, Bhugol Chapter 2 Discussion.
Class 10 Geography Chapter 2 Question Answer Odia Medium
Class 10th Bhugol Krushi Prashna Uttar
10th Class Geography Agriculture Question Answer Odia
Krushi Class 10 Geography Odia Medium
BSE Odisha Class 10 Geography Chapter 2 Notes
Class 10 Bhugol Krushi Full Discussion
Class 10 Geography Chapter 2 Krushi Subjective Question Answer
Agriculture Chapter Geography Class 10 MCQ Odia Medium
10th class bhugol krushi prashna uttar short question
Odisha Board 10th class geography 2nd chapter krushi
Krushi class 10 geography long question answer odia medium
class 10 bhugol 2nd chapter krushi notes pdf download
Class 10 Geography Important Questions 2026 Odisha Board
BSE Odisha Matric Exam 2026 Geography Chapter 2 Krushi
10th Class Geography Chapter 2 Krushi PYQ (Previous Year Questions)
Class 10 Bhugol Krushi Exam Preparation 2026
କୃଷି ପ୍ରଶ୍ନୋତ୍ତର (Krushi Question Answer in Odia Script)
Types of Farming in India Class 10 Odia
Major crops of India Class 10 Geography Odia
Odia Medium 10th Class Geography Text Book Solutions
Meher Sir Class 10 Geography Krushi Discussion
No comments:
Post a Comment