Shakti Sambala Question Answer Class 10 Bhugola


Class 10 Geography Shakti Sambala Question Answer | Shakti Sambala Question Answer Class 10 Bhugola |

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

1.ବହୁ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନ :

(a) ନିମ୍ନୋକ୍ତ ମଧ୍ଯରୁ କେଉଁଟି ଏକ ପାରମ୍ପରିକ ଶକ୍ତି ସମ୍ବଳ ?

(i) ପବନ (ii) କୋଇଲା (iii) ସୌରତାପ (iv) ଜୁଆର

(b) କେଉଁ ରାଜ୍ୟଟି ପେଟ୍ରୋଲିୟମ୍ ଉତ୍ପାଦନ କ୍ଷେତ୍ରରେ ସର୍ବ ପୁରାତନ ?

(i) ମହାରାଷ୍ଟ୍ର (ii) ଗୁଜରାଟ (iii) ଆସାମ (iv) ଆନ୍ଧ୍ରପ୍ରଦେଶ

(c) ନିମ୍ନୋକ୍ତ କେଉଁ ଖଣିଜଟି ମୋନାଜାଇଟ୍ ବାଲିରୁ ମିଳିଥାଏ ?

(i) କୋଇଲା (ii) ୟୁରାନିୟମ୍ (iii) ଖଣିଜ ତେଲ (iv) ଥୋରିୟମ୍

(d) ବାଣିଜ୍ୟିକ କ୍ଷେତ୍ରରେ ନିମ୍ନୋକ୍ତ କେଉଁ କୋଇଲା ସବୁଠାରୁ ଅଧ୍ଵ ଲୋକପ୍ରିୟ ?

(i) ପିଟ୍ (ii) ବିଟୁମିନସ୍ (iii) ଲିଗ୍‌ନାଇଟ୍ (iv) ଆନ୍ମାସାଇଟ୍

2. ନିମ୍ନଲିଖତ ପ୍ରତ୍ୟେକ ଉତ୍ତର ପ୍ରାୟ 30ଟି ଶବ୍ଦରେ ଲେଖ ।

(a) ନିମ୍ନୋକ୍ତ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।

(i) ପାରମ୍ପରିକ ଓ ଅଣପାରମ୍ପରିକ ଶକ୍ତି ସମ୍ବଳ ।

ପାରମ୍ପରିକ ଶକ୍ତି ସମ୍ବଳ

(i) ପାରମ୍ପରିକ ଶକ୍ତି କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ବାଷ୍ପ ଆଦିରୁ ଉତ୍ପାଦିତ କରାଯାଏ ।

(ii) ଏହା ଅପୂରଣୀୟ ପ୍ରାକୃତିକ ସମ୍ବଳ ।

(iii) ଏଥରୁ ବିଦ୍ୟୁତ୍ ଉତ୍ପାଦନ ବ୍ୟୟସାପେକ୍ଷ ।

(iv) ଏହି ଶକ୍ତି ଉତ୍ପାଦନରେ ପରିବେଶ ବହୁଳଭାବେ ପ୍ରଦୂଷିତ ହୋଇଥାଏ ।


ଅଣପାରମ୍ପରିକ ଶକ୍ତି ସମ୍ବଳ

(i) ଅଳ୍ପ କେତେବର୍ଷ ହେବ ନୂତନ କରି ଆରମ୍ଭ ହୋଇଥିବା ଶକ୍ତିଉସ୍; ଯଥା – ସୌରଶକ୍ତି, ପବନ, ଭୂତାପଜ

ଓ ଜୈବବାଷ୍ପରୁ ଉତ୍ପାଦିତ ଶକ୍ତିକୁ ଅଣପାରମ୍ପରିକ ଶକ୍ତି କୁହାଯାଏ ।

(ii) ଏହା ଅକ୍ଷୟ ସମ୍ବଳର ଅନ୍ତର୍ଭୁକ୍ତ ।

(iii) ଏଥ‌ିରେ ବିଦ୍ୟୁତ୍ ଉତ୍ପାଦନ ଅପେକ୍ଷାକୃତ ଶସ୍ତା।

(iv) ଏହି ଶକ୍ତି ଉତ୍ପାଦନରେ ପରିବେଶ ପ୍ରଦୂଷଣ ହୋଇ ନଥାଏ ।


(ii) ଜଳ ବିଦ୍ୟୁତ୍‌ଶକ୍ତି ଓ ତାପଜ ବିଦ୍ୟୁତଶକ୍ତି ।


ଜଳ ବିଦ୍ୟୁତ୍‌ଶକ୍ତି

(i) ଜଳର ଗତିଜ ଶକ୍ତିକୁ ଉପଯୋଗ କରି ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ । ଏହା ଅକ୍ଷୟ ସମ୍ବଳ ଏବଂ ଶସ୍ତା ଶକ୍ତି ସମ୍ବଳର ଉସ୍ ।

(ii) ଏହା ପରିବେଶ ପ୍ରଦୂଷଣ କରାଏ ନାହି ।

ତାପଜ ବିଦ୍ୟୁତ୍‌ଶକ୍ତି

(i) କୋଇଲା, ପେଟ୍ରୋଲିୟମ୍ ଏବଂ ଆଣବିକ ଖଣିଜକୁ ଜାଳେଣିଭାବେ ବ୍ୟବହାର କରି ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଏହା ଅପୂରଣୀୟ ବା କ୍ଷୟଶାଳ ସମ୍ବଳର ଅନ୍ତର୍ଗତ ଏବଂ ବ୍ୟୟସାପେକ୍ଷ ।

(ii) ଏହା ବାୟୁ ପ୍ରଦୂଷଣର କାରଣ ହୁଏ ।


(b) ଶକ୍ତି ସଂରକ୍ଷଣ କାହିଁକି ଆବଶ୍ୟକ ?

ଜ- (i) ଆର୍ଥନୀତିକ ବିକାଶପାଇଁ ଶକ୍ତି ଏକ ମୌଳିକ ଆବଶ୍ୟକତା ।

(ii) ଶିଳ୍ପ, ପରିବହନ, କୃଷି ଆଦି କାର୍ଯ୍ୟକଳାପରେ ଯାନ୍ତ୍ରିକ ଶକ୍ତିର ଆବଶ୍ୟକତା ଅପରିହାର୍ଯ୍ୟ ।

(iii) ଶିଳ୍ପ ବିପ୍ଳବ ପୂର୍ବରୁ ମନୁଷ୍ୟ ନିଜର କାର୍ଯ୍ୟସାଧନ ପାଇଁ ଶାରୀରିକ ଶକ୍ତିସହ ପଶୁ ଶକ୍ତି ଏବଂ ପବନ ଓ ଜଳଶକ୍ତି ବ୍ୟବହାର କରୁଥିଲା; ମାତ୍ର ଶିଳ୍ପ ବିପ୍ଲବ ପରେ ବାଷ୍ପୀୟ ଇଞ୍ଜିନ୍, ଅନ୍ତର୍ଦହନ ଇଞ୍ଜିନ୍ ଏବଂ ଜଳ ବିଦ୍ୟୁକ୍ତି ଯାନ୍ତ୍ରିକ ଶକ୍ତିର ବ୍ୟବହାରକୁ ବହୁଗୁଣିତ କରିଛି ।

(iv) ଆଜିର ଜରୁରୀ ଆବଶ୍ୟକତା ଅବ୍ୟାହତ ରଖିବାପାଇଁ ଶକ୍ତି ଉତ୍ପାଦନକୁ ପୋଷଣୀୟ କରିବା ଉଚିତ ।

(v) ଶକ୍ତି ସଂରକ୍ଷଣ ଏବଂ ଅକ୍ଷୟ ଶକ୍ତିର ବହୁଳ ବ୍ୟବହାରଦ୍ୱାରା ହିଁ ଶକ୍ତି ଉତ୍ପାଦନକୁ ପୋଷଣୀୟ କରାଯାଇପାରିବ ।


 (c) ଲୋକମାନଙ୍କୁ ଜାଳେଣି କାଠ ଓ ଗୋବର ଘସି ବ୍ୟବହାର ନ କରିବାକୁ କାହିଁକି ଉତ୍ସାହିତ କରାଯାଉଛି ?

 ଊ – (i) ଜୈବଗ୍ୟାସ୍ ଉତ୍ପାଦନ ଏ ପର୍ଯ୍ୟନ୍ତ ଗୋବରର ସବୁଠୁଁ ଲାଭପ୍ରଦ ବ୍ୟବହାର ଅଟେ। ଏହାଦ୍ଵାରା ଜୈବସାରର ମାନ ବୃଦ୍ଧିପାଏ ।

 (ii) ଜାଳେଣି କାଠ ଓ ଗୋବର ଘସି ବଦଳରେ ଗ୍ୟାସ୍‌ର ବ୍ୟବହାରଦ୍ୱାରା ଗଛ ରକ୍ଷାପାଏ ଏବଂ କୃଷିକ୍ଷେତ୍ର ଜୈବିକ ସାର ମଧ୍ୟ ପାଏ ।

(d) ଭାରତରେ ପ୍ରାକୃତିକ ଗ୍ୟାସ୍‌ର ବିତରଣ ସମ୍ବନ୍ଧରେ ଏକ ବିବରଣୀ ଦିଅ ।

ଊ – (i) ପ୍ରାକୃତିକ ଗ୍ୟାସ୍‌ରୁ କମ୍ କାର୍ବନ୍‌ଡାଇଅକ୍‌ସାଇଡ଼ ଗ୍ୟାସ୍ ବାହାରୁଥିବାରୁ ପ୍ରଦୂଷଣ କମ୍ ହୁଏ, ତେଣୁ ଏହାକୁ ଚଳିତ ଶତାବ୍ଦୀର ମୁଖ୍ୟ ଇନ୍ଧନ କୁହାଯାଏ ।

(ii) କୃଷ୍ଣା-ଗୋଦାବରୀ ଉପତ୍ୟକାରେ ବହୁଳ ପରିମାଣରେ ଗ୍ୟାସ୍‌ର ଭଣ୍ଡାର ଆବିଷ୍କୃତ ହୋଇଛି। ପଶ୍ଚିମ ଉପକୂଳରେ କାମ୍ବେ ଉପସାଗରରେ ମିଳିଥିବା ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ପୂର୍ବରୁ ମିଳିଥିବା ବମ୍ବେ ହାଇ ଏବଂ ଅନ୍ୟାନ୍ୟ ତୈଳକ୍ଷେତ୍ରର ପରିପୂରକରୂପେ ପରିଗଣିତ ହେଉଛି ।

(iii) ଆଣ୍ଡାମାନ ନିକୋବାର ଦ୍ଵୀପପୁଞ୍ଜରେ ମଧ୍ୟ ପ୍ରାକୃତିକ ଗ୍ୟାସ୍ ବହୁଳ ପରିମାଣରେ ଗଚ୍ଛିତ ଅଛି। ହାଜିରା-ବିଜୟପୁର- ଜଗଦୀଶପୁର ପାଇପଲାଇନ୍ ଭାରତରେ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ ପାଇଁ ପ୍ରେରଣାଦାୟକ ହୋଇଛି ।

3. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ 120ଟି ଶବ୍ଦରେ ଲେଖ।

(a) ଭାରତରେ ଜୁଆର ଓ ଭୂ-ତାପଜ ଶକ୍ତି ଉତ୍ପାଦନର ଏକ ବିବରଣୀ ଦିଅ ।

(i) ଭୂତାପଜ ଓ ଜୁଆର ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି ।

(ii) ଜୁଆରିଆ ନଦୀରେ କିମ୍ବା ସମୁଦ୍ର ମଧ୍ୟରେ ବନ୍ଧ ବାନ୍ଧି ଜୁଆର ଜଳକୁ ଭିତରୁ ଆସିବାକୁ ଦିଆଯାଏ ଏବଂ ଭଟ୍ଟା ଆରମ୍ଭ ହେବା ମାତ୍ରେ ପ୍ରବେଶ ପଥରେ କବାଟ ପକାଇ ଜଳକୁ ଫେରିବାକୁ ଦିଆଯାଏ ନାହିଁ । ଏହି ଆବଦ୍ଧ ଜଳକୁ ପାଇପ୍ ସାହାଯ୍ୟରେ ଟର୍‌ବାଇନ୍ ଦେଇ ଛଡ଼ାଯାଏ, ଯାହାଦ୍ୱାରା ଜଳବିଦ୍ୟୁତ୍ ଉତ୍ପନ ହୁଏ ।

(iii) ଗୁଜରାଟର କଚ୍ଛ ଉପସାଗରରେ ଜୁଆର ଶକ୍ତିର ଉପଯୋଗ କରି ଜାତୀୟ ଜଳଶକ୍ତି ନିଗମ ଦ୍ବାରା ଏଠାରେ ଏକ ମେଗାଓ୍ବାଟ୍ ଜୁଆର ଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି ।

(iv) ଭୂଅଭ୍ୟନ୍ତରର ଅତ୍ୟଧିକ ତାପମାତ୍ରା ସଂସ୍ପର୍ଶରେ ଭୂଗର୍ଭଜଳ ଆସି ଗରମ ହୋଇଯାଏ । ତାହା ଉପରକୁ ବହୁତ୍ ଜୋର୍‌ରେ ନିର୍ଗତ ହେଲେ ତାହା ସାହାଯ୍ୟରେ ଟର୍‌ବାଇନ୍ ଘୂରାଯାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।


 (v) ସେହିପରି ଉଷ୍ଣପ୍ରସ୍ରବଣ ଝରଣା ଆଦିରୁ ବାହାରୁଥିବା ଗରମଜଳକୁ ବ୍ୟବହାର କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି । ହିମାଚଳ ପ୍ରଦେଶର ମଣିକରଣ ଓ ଲାଦାଖର ପୁଗା ଉପତ୍ୟକାରେ ଏହିପରି ବିଦ୍ୟୁତ୍ ଉତ୍ପାଦନ କରାଯାଉଛି।

(b) ତୁମେ କାହିଁକି ଭାବୁଛ ଯେ, ଭାରତରେ ସୌରଶକ୍ତି ବ୍ୟବହାରର ଭବିଷ୍ୟତ ଉଜ୍ଜ୍ବଳ ?

ଭ – (i) ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ, ତେଣୁ ଏଠାରେ ସୌରଶକ୍ତି ବ୍ୟବହାର କ୍ଷେତ୍ରରେ ଅନେକ ସମ୍ଭାବନା ଅଛି। (ii) ସୌରଶକ୍ତି ଗ୍ରାମ ଓ ଦୁର୍ଗମ ସ୍ଥାନମାନଙ୍କରେ ମଧ୍ୟ ବେଶ୍ ଜନପ୍ରିୟ ହୋଇପାରିଛି ।

(iii) ରୋଷେଇ କରିବା, ପାଣି ଗରମ କରିବା, ସୌର ଲଣ୍ଡନ, ଫ୍ରିଜ୍ ଚଳାଇବା ଏବଂ ରାସ୍ତାରେ ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟ ସୌରଶକ୍ତିଦ୍ୱାରା ସମ୍ଭବ ହୋଇପାରୁଛି ।

(iv) ଏହି ସୌରଶକ୍ତି ଶୀତଦିନରେ ଗୃହକୁ ଉଷୁମ୍ ରଖୁବାପାଇଁ ବ୍ୟବହାର କରାଯାଇପାରିବ ।

(v) ସୌରଶକ୍ତି ଗ୍ରାମାଞ୍ଚଳରେ ବ୍ୟବହାର ହେବାଦ୍ଵାରା ଜାଳେଣିକାଠ ଏବଂ ଗୋବର ଘସି ଉପରେ ନିର୍ଭରଶୀଳତା କମିବ ବୋଲି ଆଶା କରାଯାଉଛି । ଏପରିସ୍ଥଳେ ଭାରତରେ ସୌରଶକ୍ତି ବ୍ୟବହାରର ଭବିଷ୍ୟତ ଉଜ୍ଜ୍ଵଳ । 


ADDITIONAL QUESTIONS FOR PRACTICE

ଅଭ୍ୟାସ ନିମିତ୍ତ ଅତିରିକ୍ତ ପ୍ରଶ୍ନବଳୀ

ବହୁବିକଳ୍ପ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. କେଉଁଟି ପାରମ୍ପରିକ ଶକ୍ତି ସମ୍ବଳର ଉତ୍ସ ?

(A) ଜଳବିଦ୍ୟୁତ୍     (B) ଜୈବ ବସ୍ତୁ    (C) ସୂର୍ଯ୍ୟକିରଣ    (D) ଜୁଆର

2. କେଉଁଟି ଅଣପାରମ୍ପରିକ ଶକ୍ତି ସମ୍ବଳର ଉତ୍ସ ନୁହେଁ ?

(A) ପରମାଣୁ    (B) ସୌରଶକ୍ତି        (C) ପବନ        (D) ପ୍ରାକୃତିକ ଗ୍ୟାସ୍

3. କେଉଁଟି ସର୍ବୋତ୍କୃଷ୍ଟ କୋଇଲା ?

(A) ଆନ୍ମାସାଇଟ୍    (B) ଲିଗ୍‌ନାଇଟ୍    (C) ବିଟୁମିନସ୍    (D) ପିଟ୍

4.କେଉଁଟି ଏକ ନିମ୍ନମାନର ବାଦାମୀ ରଙ୍ଗର କୋଇଲା    ?

(A) ଆନ୍ମାସାଇଟ୍    (B) ବିଟୁମିନସ୍    (C) ପିଟ୍    (D) ଲିଗ୍‌ନାଇଟ୍

5. କାହାକୁ ‘ଜୀବାଶ୍ମ ଇନ୍ଧନ’ କୁହାଯାଏ ?

(A) ୟୁରାନିୟମ୍    (B) କୋଇଲା    (C) ଜଳ ବିଦ୍ୟୁତ୍    (D) ଥୋରିୟମ୍

6. କାହାକୁ ‘କୃଷ୍ଣ ହୀରକ’ କହନ୍ତି ?

(A) ଗୋବର ଘସି    (B) ପେଟ୍ରୋଲିୟମ୍    (C) ପ୍ରାକୃତିକ ଗ୍ୟାସ୍    (D) କୋଇଲା

7. ନିମ୍ନୋକ୍ତ ମଧ୍ଯରୁ କେଉଁଟି କୋଇଲାର ଉପ-ଉତ୍ପାଦ ନୁହେଁ ?

(A) ସଲଫର୍        (B) ବେଞ୍ଜିନ୍        (C) ସାର    (D) ନାପ୍‌

8. କେଉଁ କୋଇଲା ଖଣିଟି ଓଡ଼ିଶାରେ ଅବସ୍ଥିତ ନୁହେଁ ? 

(A) ରାମ୍ ର     (B) ଗିରିଡିହ     (C) ଇବ୍ ଉପତ୍ୟକା    (D) ତାଳଚେର



Tags:

Shakti Sambala (ଶକ୍ତି ସମ୍ବଳ)

Class 10 Geography Chapter 5

Energy Resources of India

Conventional Energy Sources (ପାରମ୍ପରିକ ଶକ୍ତି ଉତ୍ସ)

Non-Conventional Energy Sources (ଅଣ-ପାରମ୍ପରିକ ଶକ୍ତି ଉତ୍ସ)

Coal Resources in India: Gondwana coal, Tertiary coal, Talcher coal mines.

Petroleum & Natural Gas: Mumbai High, Digboi, Krishna-Godavari Basin.

Nuclear Power Plants: Tarapur, Narora, Kalpakkam, Rawatbhata.

Hydro-electricity: Hirakud Dam, Bhakra Nangal.

Renewable Energy: Solar energy (Saurashakti), Wind energy (Pabana shakti), Biogas.

Conservation of Energy: Why do we need to conserve power? (ଶକ୍ତି ସମ୍ବଳର ସଂରକ୍ଷଣ)

Talcher & Ib Valley: Crucial for Odisha-specific geography questions.

Thermal Power vs. Hydel Power: Comparison and key differences.

Sustainable Development: The shift from fossil fuels to green energy.

Geo-thermal & Tidal Energy: Emerging sources mentioned in the textbook.

"Class 10 Geography Shakti Sambala question answer PDF"

"Short notes on Power Resources Class 10 Odisha Board"

"Map pointing of nuclear power plants in India Class 10"

"Difference between conventional and non-conventional energy sources"

No comments:

Post a Comment