Class 10 Geography Khanija Sambala Question Answer , Class 10 Geography Chapter 4 Question Answer , Khanija Sambala Prashna Uttar , Khanija Sambala Solution, Khanija Sambala Notes.
Khanija Sambala ଖଣିଜ ସମ୍ବଳ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
1. ବହୁ ସମ୍ଭାବିତ ଉତ୍ତରବିଶିଷ୍ଟ ପ୍ରଶ୍ନ ।
(i) ନିମ୍ନଲିଖତ ଖଣିଜ ପଦାର୍ଥଗୁଡ଼ିକ ମଧ୍ୟରୁ କେଉଁଟି ଶିଳାର ଅବକ୍ଷୟ ପରେ ପଡ଼ିରହୁଥିବା ଅବକ୍ଷୟିତ ପଦାର୍ଥରୁ ସୃଷ୍ଟି ହୋଇଥାଏ ?
(a) କୋଇଲା (b) ବକ୍ସାଇଟ୍ (c) ସୁନା (d) ଦସ୍ତା
(ii) ନିମ୍ନଲିଖତ ଖଣିଜଗୁଡ଼ିକ ମଧ୍ୟରୁ କେଉଁଟି ଝାଡ଼ଖଣ୍ଡର କୋଦର୍ମାଠାରେ ଅଧିକ ଉତ୍ତୋଳିତ ହୋଇଥାଏ ?
(a) ବକ୍ସାଇଟ୍ (b) ଅଭ୍ର (c) ଲୁହାପଥର (d) ତମ୍ବା
(iii) ନିମ୍ନଲିଖତ କେଉଁ ଶିଳାରେ ଖଣିଜ ପଦାର୍ଥ ସ୍ତର ସ୍ତର ହୋଇ ସଞ୍ଚୟ ହୋଇଥାଏ ?
(a) ଅବକ୍ଷିପ୍ତ ଶିଳା (b) ଆଗ୍ନେୟ ଶିଳା (c) ରୂପାନ୍ତରିତ ଶିଳା (d) କୌଣସିଟିରେ ନୁହେଁ
iv) କେଉଁ ଖଣିଜଟି ପ୍ଳାସର ନିକ୍ଷେପ ଭାବରେ ମିଳିଥାଏ ?
(a) ଦସ୍ତା (b) ରୁପା (c) ଜିପ୍ସମ୍ (d) ମ୍ୟାଗ୍ନେସିୟମ୍
2. ନିମ୍ନଲିଖତଗୁଡ଼ିକର ଉତ୍ତର ପ୍ରାୟ 30 ଟି ଶବ୍ଦରେ ଲେଖ।
(i) ଲୌହମିଶ୍ରିତ ଓ ଲୌହବିହୀନ ଖଣିଜ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଲୌହମିଶ୍ରିତ ଖଣିଜ
(a)ଦେଶରେ ମିଳୁଥିବା ସମୁଦାୟ ଧାତବ ଖଣିଜର75 ପ୍ରତିଶତ ଲୌହମିଶ୍ରିତ ଖଣିଜରୁ ମିଳିଥାଏ।
(b)ଧାତବ ଶିଳ୍ପର ବିକାଶ କେବଳ ହିଁ ଲୌହମିଶ୍ରିତ ଖଣିଜ ପଦାର୍ଥ ଉପରେ ନିର୍ଭରଶୀଳ ହୋଇଥାଏ । ଦେଶର ଚାହିଦା ପୂରଣ କରିବାପରେ ଲୌହମିଶ୍ରିତ ଖଣିଜ ବହୁଳ ପରିମାଣରେ ରପ୍ତାନି କରାଯାଏ।
ଲୌହବିହୀନ ଖଣିଜ
(a) ଲୌହବିହୀନ ଖଣିଜ ପଦାର୍ଥର ଉତ୍ପାଦନ ଆମ ଦେଶରେ ସେତେ ଉତ୍ସାହଜନକ ନୁହେଁ |
(b) ବକ୍ସାଇଟ୍, ତମ୍ବା, ସୀସା, ଦସ୍ତା ଓ ସୁନା ଆଦି ଲୌହବିହୀନ ଖଣିଜ ପଦାର୍ଥ । ଏଗୁଡ଼ିକ ଇଞ୍ଜିନିୟ ଏବଂ ବୈଦ୍ୟୁତିକ ଶିଳ୍ପକ୍ଷେତ୍ରରେ ଅତ୍ୟନ୍ତ ଅପରିହାର୍ଥ ଭୂମିକା ନିର୍ବାହ କରିଥାଆନ୍ତି ।
(ii) ଖଣିଜ କାହାକୁ କୁହାଯାଏ ?
ଉ – (a) ପ୍ରାକୃତିକ ପ୍ରକ୍ରିୟାରେ ସଂଘଟିତ ଏକ ନିର୍ଦ୍ଦିଷ୍ଟ ରାସାୟନିକ ଓ ଆଣବିକ ଗଠନ ଥିବା ପଦାର୍ଥକୁ ଖଣିଜ କୁହାଯାଏ
(b) ଖଣିଜ ପଦାର୍ଥଗୁଡ଼ିକ କଠିନତମ ହୀରାଠାରୁ ଆରମ୍ଭକରି କୋମଳ ଟାଲ୍କ୍ ରୂପରେ ପ୍ରକୃତିରେ ମିଳିଥାଆନ୍ତି।
(iii) ଆଗ୍ନେୟ ଏବଂ ରୂପାନ୍ତରିତ ଶିଳାରେ ଖଣିଜ ପଦାର୍ଥ କିପରି ସୃଷ୍ଟି ହୁଏ ?
ଭ – (a) ଆଗ୍ନେୟ ଓ ରୂପାନ୍ତରିତ ଶିଳାରେ ଖଣିଜ ପଦାର୍ଥ ଫାଟ, ଛିଦ୍ର, ଖଞ୍ଜା ବା ସନ୍ଧିମାନଙ୍କରେ ମିଳିଥାଏ।
(b) ଖଣିଜ କମ୍ ପରିମାଣରେ ଥିଲେ ତାହାକୁ ଭେନ୍ ବା ଶିରା ଏବଂ ଅଧିକ ପରିମାଣରେ ଥିଲେ ତାହାକୁ ଲୋଡ୍ ବ ଧାତୁ ସ୍ତର ବୋଲି କୁହାଯାଏ।
(c) ଭୂଗର୍ଭସ୍ଥ ଖଣିଜ ପଦାର୍ଥ ଗଳିତ ଏବଂ ଗ୍ୟାସ୍ ଅବସ୍ଥାରେ ଛିଦ୍ର ବାଟଦେଇ ଉପରକୁ ଆସେ, ସେତେବେଳେ ଏହାର ସୃଷ୍ଟି ହୋଇଥାଏ। ଉପରକୁ ଆସିବା ସମୟରେ ସେଗୁଡ଼ିକ କ୍ରମଶଃ ଥଣ୍ଡା ହୋଇ କଠିନ ହୋଇଥାଆନ୍ତି।
(iv) ଖଣିଜ ପଦାର୍ଥଗୁଡ଼ିକର ସଂରକ୍ଷଣ କାହିଁକି ଆବଶ୍ୟକ ?
ଊ– (a) ଯେତିକି ପରିମାଣରେ ଖଣିଜ ପଦାର୍ଥର ଉପଯୋଗ ହୋଇଚାଲିଛି ତାହାଠାରୁ ଢେର୍ କମ୍ ପରିମାଣରେ ଖଣିଜ ସମ୍ବଳର ସୃଷ୍ଟି ହେଉଛି । ଏଗୁଡ଼ିକ ସରନ୍ତି ସମ୍ବଳ।
(b) କୃଷି, ଶିଳ୍ପ ଓ ବାଣିଜ୍ୟ ଆଦି ଆଧୁନିକ କର୍ମସଂସ୍ଥାନରେ ଏଗୁଡ଼ିକର ବହୁଳ ବ୍ୟବହାର ଫଳରେ ଭବିଷ୍ୟତରେ ଖଣିଜ ପଦାର୍ଥର ପରିମାଣ ସରିଯିବାର ଆଶଙ୍କା ଉପୁଜୁଛି ।
(c) ଖଣିଜ ପଦାର୍ଥର ବିକଳ୍ପସହ ଏହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ।
3. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ 120 ଟି ଶବ୍ଦରେ ଲେଖ।
(i) ଭାରତରେ ଲୁହାପଥରର ଆବଣ୍ଟନ ବର୍ଣନା କର ।
ଊ – (a) ଭାରତର ମୁଖ୍ୟ ଲୁହାପଥର ବଳୟଗୁଡ଼ିକ ହେଲା – ଓଡ଼ିଶା-ଝାଡ଼ଖଣ୍ଡ ଅଞ୍ଚଳ : ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା, ବରସୁଆ ଓ କେନ୍ଦୁଝର ଜିଲ୍ଲାର ଯୋଡ଼ା, ଠାକୁରାଣୀ, ବାଂଶପାଣି, ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା ଗୁଆ, ଚିରିଆ ଓ ନୂଆମୁଣ୍ଡି ଖଣି ଏହାର ଅନ୍ତର୍ଗତ।
(b) ଦୁର୍ଗ-ବସ୍ତର-ଚନ୍ଦ୍ରପୁର ଅଞ୍ଚଳ: ଏହି ଅଞ୍ଚଳଟି ମୁଖ୍ୟତଃ ଛତିଶଗଡ଼ ଓ ମହାରାଷ୍ଟ୍ର ରାଜ୍ୟରେ ଦେଖାଯାଏ।
(c) ବେଲାରୀ-ଚିତ୍ରଦୁର୍ଗ-ଚିକ୍ରମାଗାଲୁର-ଟୁମ୍କୁର ଅଞ୍ଚଳ : ପଶ୍ଚିମଘାଟ ପର୍ବତମାଳା ଏବଂ କର୍ଣାଟକ ରାଜ୍ୟରେ ଲୁହାପଥର ଖଣି ବିସ୍ତୃତ ହୋଇ ରହିଛି।
(d) ଗୋଆ–ମହାରାଷ୍ଟ୍ର ଅଞ୍ଚଳ : ମହାରାଷ୍ଟ୍ରର ରନ୍ଗିରି ଏବଂ ଗୋଆରେ ଏହି ବଳୟଟି ରହିଅଛି ।
(11) ଖଣିଜ ସଂରକ୍ଷଣର ଆବଶ୍ୟକତା ଓ ଉପାୟ ସମ୍ବନ୍ଧରେ ଆଲୋଚନା କର ।
ଢ— (a) ପ୍ରତ୍ୟେକ ଦେଶ ଖଣିଜ ପଦାର୍ଥର ସୁବିନିଯୋଗ ଓ ସଂରକ୍ଷଣ କରିବା ଆବଶ୍ୟକ । ଆବଶ୍ୟକତା ଅନୁସାରେ ଖଣିରୁ ଖଣିଜପିଣ୍ଡ ଉତ୍ତୋଳନ ଏବଂ ଉତ୍ତୋଳନ ସମୟରେ ଅପଚୟ ରୋକିବା ଉଚିତ।
(b) ଖଣିଜ ପଦାର୍ଥର ବିକଳ୍ପ ଭାବେ ପ୍ଲାଷ୍ଟିକ୍ ଭଳି କୃତ୍ରିମ ବସ୍ତୁଗୁଡ଼ିକୁ ଉପଯୋଗ କରାଯାଇପାରିବ ।
(c) ଧାତୁନିର୍ମିତ ଯନ୍ତ୍ରପାତିଗୁଡ଼ିକ ପୁରୁଣା ହୋଇଗଲେ ସେଗୁଡ଼ିକ ପୁନଃଚକ୍ରଣ ଦ୍ଵାରା ପୁନଶ୍ଚ ବ୍ୟବହାର କରାଯାଇପାରିବ ।
(d) ଅଭ୍ର ଉତ୍ତୋଳନ ତ୍ରୁଟିପୂର୍ଣ୍ଣ ଏବଂ ଦକ୍ଷହୀନ ଉପାୟରେ ହୋଇଆସିଛି ଯଦ୍ବାରା ଅଭ୍ର ଖଣିଗୁଡ଼ିକ ଆଜି ଜଳପୂର୍ଣ୍ଣ ହ୍ରଦରେ ରୂପାନ୍ତରିତ ହୋଇଛି ।
(e) ଖଣିଜ ସମ୍ପଦର ସଂରକ୍ଷଣ ପାଇଁ ଜନସଚେତନତା ଓ ସରକାରୀ ପ୍ରଚେଷ୍ଟା ରହିବା ଆବଶ୍ୟକ ।
‘କ’ ସ୍ତମ୍ଭରେ ଦିଆଯାଇଥିବା ତଥ୍ୟ ସହିତ ‘ଖ’ ସ୍ତମ୍ଭରେ ଥିବା ଖଣିଜଗୁଡ଼ିକୁ ଯୋଡ ।
‘କ’ ସ୍ତମ୍ଭ - ‘ଖ’ ସ୍ତମ୍ଭ
ଉତ୍ତର
(i) ଲୌହବିହୀନ - ଅଭ
(ii) ସିମେଣ୍ଟ ଶିଳ୍ପର କଞ୍ଚାମାଲ - ଚୂନପଥର
(iii) ଆଲୁମିନିୟମ୍ - ବକ୍ସାଇଟ୍
(iv) କ୍ଷେତ୍ରୀ - ତମ୍ବା
(v) ବାଷ୍ପୀଭବନ ଯୋଗୁଁ ସୃଷ୍ଟ - ଜିପସମ୍
Tags:
Khanija sambala class 10 geography notes
Khanija sambala class 10 geography chapter 3
Khanija sambala class 10 geography pdf
Khanija sambala class 10 geography chapter 1
10th class Geography chapter 4 in Odia
khanija sambala Class 10th Odia Medium
Class 10 Geography Khanija Sambala Question Answer
Class 10 Geography Chapter 4 Question Answer
Minerals and Resources for Class 10 Geography
Khanija Sambala Class10 Geography ଭୂଗୋଳ Chapter 4
No comments:
Post a Comment