10th Class History Chapter 3 Question Answer | Bharata re Ain Amanya Andolan


Bharata re Ain Amanya Andolan Class 10 History Chapter 3 Notes & MCQ 10th class history chapter 3 question answer / 10th class history bharata re ain amanya andolan , 10th class history chapter 3 question answer, Bharata re ain amanya andolan question answer , Class 10 history chapter 3 odia medium , 10th class history chapter 3 notes PDF, 10th class history chapter 3 MCQ odia medium,  Ain amanya andolan objective questions, Class 10 history chapter 3 short questions, BSE Odisha 10th class history chapter 3 exercises , Bharata re ain amanya andolan prashnottara, 10th class history chapter 3 long question answer. 

10th Class History Chapter 3 Question Answer

10th Class History Chapter 3: Bharata re Ain Amanya Andolan (Question & Answer )

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ମହାତ୍ମାଗାନ୍ଧୀଙ୍କ ଦାଣ୍ଡିଯାତ୍ରା ସଂପର୍କରେ ବର୍ଣ୍ଣନା କର । ଉ :(i) ୧୯୩୦ ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ସାବରମତୀ ଆଶ୍ରମଠାରୁ ବାହାରି ୨୪୧ ମାଇଲ ଦୂରରେ ଅବସ୍ଥିତ ଗୁଜୁରାଟର ଦାଣ୍ଡି ନାମକ ସ୍ଥାନକୁ ଲବଣ ଆଇନ୍ ଭଙ୍ଗ କରିବାକୁ ଯାତ୍ରା କରିଥିଲେ ।

(ii) ଏହି ଦାଣ୍ଡିଯାତ୍ରାରେ ସାବରମତୀ ଆଶ୍ରମରୁ ୭୮ଜଣ କଳ କଂଗ୍ରେସ କର୍ମୀ ଗାନ୍ଧିଜୀଙ୍କ ସହ ଯାତ୍ରା କରିଥିଲେ । 

(iii) ଏହି ଯାତ୍ରାପଥରେ ବିଭିନ୍ନ ସ୍ଥାନରେ ପୁରୁଷ, ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ନ ଗାନ୍ଧିଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଅନେକ ତାଙ୍କ ଯାତ୍ରାରେ ଯୋଗ ଦେଇଥିଲେ ।

(iv) ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଯାତ୍ରା ଐତିହାସିକ ‘ଦାଣ୍ଡିଯାତ୍ରା’ ଭାବରେ ପ୍ରସିଦ୍ଧ ।

(v) ୧୯୩୦ ଏପ୍ରିଲ ୬ ତାରିଖ ସକାଳେ ଗାନ୍ଧିଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଜିଲ୍ଲା ଉଠାଇଲେ । ଏହାଦ୍ୱାରା ସରକାର ପ୍ରଚଳିତ ଲବଣ ଆଇନ୍ ଭଙ୍ଗ ହେଲା ।


(ଖ) ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା ?

ଉ: (i) ଆଇନ୍ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଲବଣ ଆଇନ୍ ଭଙ୍ଗକରି ଲବଣ ତିଆରି କରାଯିବ ।

 (ii) ମଦ ଦୋକାନ, ଅଫିମ ବିକ୍ରି ସ୍ଥାନ ଓ ବିଦେଶୀ ଲୁଗା । ନ ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ ।

 (iii) ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରଖାରେ ସୂତା କାଟିବେ । ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ । ତଥା ଅସ୍ପୃଶ୍ୟତା ବର୍ଜନ କରାଯିବ । 

(iv) ଛାତ୍ର ମାନେ ସରକାରୀ ସ୍କୁଲ ଓ କଲେଜ ପରିତ୍ୟାଗ ନବ କରିବେ । ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଏବଂ ଓକିଲମାନେ ଆଇନ୍ ବ୍ୟବସାୟ ତ୍ୟାଗ କରିବେ । 

(v) ପୂର୍ଣ ସ୍ଵରାଜ ଲାଭ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଓ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ । ୧୯୩୦ ସିହା ଏପ୍ରିଲ ୯ ତାରିଖରେ ଆଇନ୍ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଗଲା ।

(ଗ) ଗାନ୍ଧୀ ଇରଉଇନ୍ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କ’ଣ ଥିଲା ?

ଉ: (i) ଇଂରେଜ ସରକାର କଂଗ୍ରେସ ସହିତ ଏକ ବୁଝାମଣା କରିବା ପାଇଁ ବାଧ୍ୟ ହୋଇ ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଭାରତର ବଡ଼ଲାଟ ଲର୍ଡ ଇରଉଇନ୍ ଗାନ୍ଧିଜୀଙ୍କ ସହିତ ଏକ ଚୁକ୍ତି ସମ୍ପାଦନ କରିଥିଲେ । ଏହାକୁ ଗାନ୍ଧୀ-ଇରଉଇନ୍ ଚୁକ୍ତି କୁହାଗଲା ।

(ii) ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ୍ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ । 

(iii) ସରକାରୀ କର୍ମଚାରୀମାନଙ୍କ ବାଜ୍ୟାପ୍ତି ହୋଇଥ‌ିବା ସମ୍ପତ୍ତି ଫେରସ୍ତ କରିଦେଇଥିଲେ ଏବଂ ଇସ୍ତଫା ଦେଇଥ୍ ବା କର୍ମଚାରୀମାନଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ । 

(iv) ଉପକୂଳବର୍ତୀ ଗ୍ରାମଗୁଡ଼ିକର ଅଧ୍ୟାବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବା ଅଧିକାର ଦେଲେ ।

 (v) ଜାତୀୟ କଂଗ୍ରେସ ଆଇନ୍ ଅମାନ୍ୟ ଆନ୍ଦୋଳନ ସ୍ଥଗିତ ରଖୁବା ପାଇଁ ତଥା ଦ୍ଵିତୀୟ ଗୋଲ ଟେବୁଲ ବୈଠକରେ ଯୋଗ ଦେବା ନିମିତ୍ତ ସମ୍ମତି ପ୍ରଦାନ କଲା । 

(ଘ) ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସଂପର୍କରେ ବର୍ଣ୍ଣନ କର । 

ଉ: (i) ୧୯୩୦ ଏପ୍ରିଲ ୬ ତାରିଖ ଦିନ ଓଡ଼ିଶାର ୨୧ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ବରେ କଟକର ସ୍ବରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ ।

(ii) ଏପ୍ରିଲ ୮ ତାରିଖରେ ଚାନ୍ଦୋଳଠାରେ ଗୋପବନ୍ଧୁ ଚୌଧୁରୀଙ୍କୁ ଇଂରେଜମାନେ ଗିରଫ କରିବାରୁ ଆଚାର୍ଯ୍ୟ ହରିହର ପଦଯାତ୍ରା ସତ୍ୟାଗ୍ରହୀଙ୍କର ନେତୃତ୍ବ ନେଇଥିଲେ । 

(iii) ୧୯୩୦ ଏପ୍ରିଲ ୧୨ ତାରିଖରେ ଇଞ୍ଚୁଡ଼ିରେ ପହଞ୍ଚିଲେ । ଇତିମଧ୍ୟରେ ରମାଦେବୀ, ମାଳତୀ ଦେବୀ, କୋକିଳା । ଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବ ଆଦି !ଓଳ, ନାରୀନେତ୍ରୀମାନେ ଇଞ୍ଚୁଡ଼ିରେ ପହଞ୍ଚି ଯାଇଥିଲେ ।

 (iv) ୧୯୩୦ ଏପ୍ରିଲ ୧୩ ତାରିଖରେ ଆଚାର୍ଯ୍ୟ ହରିହର ଉର ଇଞ୍ଚୁଡ଼ିଠାରେ ଲବଣ ଆଇନ୍ ଭଙ୍ଗ କଲେ । ଆଚାର୍ଯ୍ୟ ହରିହର ଓ ତାଙ୍କ ୭ଜଣ କର୍ମୀଙ୍କୁ ସରକାର ଗିରଫ କଲେ । 

(v) ଏପ୍ରିଲ ୨୦ରେ ରମା ଦେବୀ ଓ ମାଳତୀ ଦେବୀଙ୍କ ନେତୃତ୍ୱରେ ବହୁନାରୀ ଲବଣ ଆଇନ୍ ଭଙ୍ଗ କଲେ । ଇଞ୍ଚୁଡ଼ି ହୋଇଯାଇଥିଲା ଦ୍ଵିତୀୟ ଦାଣ୍ଡି ।


(ଙ)  ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର | ଶ୍ରୀଜଙ୍ଗ ଗ୍ରାମରେ ସଂଘଟିତ କର ବିରୋଧୀ ଆନ୍ଦୋଳନ ସଂପର୍କରେ ଆଲୋଚନା କର ।

ଉ: (i) ଆଇନ୍ ଅମାନ୍ୟ ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କରର ବିରୋଧୀ । 

(ii) ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ବରେ ୧୯୩୧ ମେ’ରେ ଏହା ଆରମ୍ଭ କରାଗଲା ।

(iii) ଲୋକମାନଙ୍କୁ ଏହି ଚୌକିଦାର ଟିକସ ଦେବାକୁ ମନା କରାଗଲା । ଚୌକିଦାର ବା ଦଫାଦାରମାନଙ୍କୁ ଇଂରେଜ ସରକାରଙ୍କ ଗୋଲାମ ନ କରିବା ପାଇଁ କୁହାଗଲା ।

 (iv) ଏଥ‌ିରେ ଉଦ୍‌ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ଦେଲେ । ଏହି ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ପୋଲିସ କେତେକ ସ୍ଥାନୀୟ ସତ୍ୟାଗ୍ରହୀଙ୍କୁ | ଗିରଫ କଲା ।

(v) କ୍ରୋଧାନ୍ଵିତ ଗ୍ରାମବାସୀ ପୋଲିସ୍‌ହିନୀକୁ ଆକ୍ରମଣକରିବାରୁ ୫୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସେଠାରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସଂପରି ଲୁଟ କରିବା ସହ ଛଅ ସହ ହଜାର ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଗଲା । 

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ  ଲେଖ । 

(କ) ଜାତୀୟ କଂଗ୍ରେସ କାହିଁକି ସାଇମନ୍ କମିଶନକୁ ବର୍ଜନ କରିବା ପାଇଁ ନିଷ୍ପଭି ନେଇଥିଲା ?

ଉ: (i) ୧୯୨୭ରେ ସାର୍ ଜନ୍ ସାଇମନଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନରେ ସାତଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ହେଲେ ଭାରତୀୟ ନଥିଲେ ।

(ii) ଏହା ସମସ୍ତ ଭାରତୀୟଙ୍କୁ ଅପମାନଜନକ ଥିବାରୁ ଜାତୀୟ କଂଗ୍ରେସ ଏହାକୁ ବର୍ଜନ କରିବାର ନିଷ୍ପତ୍ତି ନେଇଥିଲେ । (ଖ) ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ମସିହାର

ଲାହୋର ଅଧୁବେଶନ କାହିଁକି ଗୁରୁତ୍ବପୂର୍ଣ୍ଣ ?

ଉ: (i) ୧୯୨୯ ମସିହା ଲାହୋରରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ଅଧିବେଶନରେ ‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ ଅନୁମୋଦନ କରିଥିବାରୁ ।

(ii) ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବାରୁ ଏହି ଅଧିବେଶନ ଗୁରୁତ୍ବପୂର୍ଣ୍ଣ ଥିଲା । 

(ଗ) ଗାନ୍ଧିଜୀ କାହିଁକି ଆଇନ୍ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ ?

ଉ: (i) ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧିଜୀ ଇଂରେଜ ସରକାର ଆଗରେ ୧୧ଦଫା ସମ୍ମିଳିତ ଶାସନ ଲାନ ସଂସ୍କାର ଚିଠା ପ୍ରସ୍ତାବ ଆଗତ କରିଥିଲେ । 

(ii) ମାତ୍ର ବଡ଼ଲାଟ ଇର୍‌ଉଇନ୍ ଏହି ପ୍ରସ୍ତାବ ଗ୍ରହଣ ନକରିବାରୁ ୧୯୩୦ରେ ଗାନ୍ଧିଜୀ ଆଇନ୍ ଅମାନ୍ୟ ଡାକରା ଦେଲେ ।


(ଘ) ବ୍ରିଟିଶ ସରକାର କେବେ ଓ କାହିଁକି ପ୍ରଥମ ଗୋଲ ଟେବୁଲ ବୈଠକ ଡକାଇଥିଲେ ?

ଉ: (i) ବିଟ୍ରିଶ ସରକାର ୧୯୩୦ ମସିହାରେ ପ୍ରଥମ ଗୋଲ ଟେବୁଲ ବୈଠକ ଡକାଇଥିଲେ ।

(ii) ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଏହି ବୈଠକ ଡକାଯାଇଥିଲା ।


 (ଙ) ଦ୍ବିତୀୟ ଗୋଲଟେବୁଲ ବୈଠକରେ ମହାତ୍ମାଗାନ୍ଧୀ କାହିଁକି ଅସନ୍ତୋଷ ପ୍ରକାଶ କଲେ ?

ଉ: (i) ଦ୍ଵିତୀୟ ଗୋଲ ଟେବୁଲ ବୈଠକରେ ଭାରତୀୟଙ୍କର ଦାବିକୁ ଉପେକ୍ଷା କରାଯାଇ ମୁସଲମାନ ଓ ହରିଜନ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା କରାଗଲା ।

(ii) ଭାରତୀୟଙ୍କ ଏକତାକୁ ଭଙ୍ଗକରି ବ୍ରିଟିଶ ଶାସନକୁ ସୁଦୃଢ଼ କରିବା ଲକ୍ଷ୍ୟ ହିଁ ଗାନ୍ଧିଜୀଙ୍କୁ ଅସନ୍ତୋଷ କରିଥିଲା । 


(ଚ) ଗାନ୍ଧିଜୀ କାହିଁକି ସୁଗିତ ଥ‌ିବା ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ କଲେ ?

ଉ: (i) ଭାରତର ଭାଇସ୍‌ୟ ୱିଲିଙ୍ଗଡନ ଗାନ୍ଧି-ଇର୍‌ଉଇନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଏବଂ ଭାରତ ସ୍ଵାଧୀନତା ଆନ୍ଦୋଳନ ପ୍ରତି କଠୋର ନୀତି ଅବଲମ୍ବନ କଲେ ।

(ii) ଗାନ୍ଧିଜୀଙ୍କ ଅନୁରୋଧକୁ ମଧ୍ଯ ପ୍ରତ୍ୟାଖ୍ୟାନ କଲେ, ଫଳରେ ଗାନ୍ଧିଜୀ ପୁନଶ୍ଚ ଆଇନ୍ ଅମାନ୍ୟ ଆନ୍ଦୋଳନ ଆରମ୍ଭ କଲେ ।

(ଛ) ୧୯୩୩ ମେ’ ମାସରେ ଗାନ୍ଧିଜୀ କାହିଁକି ଏକୋଇଶ ଦିନିଆ ଅନଶନ ଘୋଷଣା କଲେ ?

ଉ: (i) ୧୯୩୩ ମେ’ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଏବଂ ନିଜର ଓ ସହଯୋଗୀମାନଙ୍କର ମନ ଶୁଦ୍ଧୀକରଣ ପାଇଁ ଗାନ୍ଧିଜୀ ଏକୋଇଶ ଦିନିଆ ଅନଶନ ଘୋଷଣା କଲେ ।


(ଜ) ଦ୍ବିତୀୟ ପର୍ଯ୍ୟାୟ ଆଇନ୍ ଅମାନ୍ୟ ଆନ୍ଦୋଳନ କେବେ ସ୍ଥଗିତ ରଖାଗଲା ଏବଂ କେବେ ପ୍ରତ୍ୟାହୃତ ହେଲା ?

 ଉ: (i) ଦ୍ବିତୀୟ ପର୍ଯ୍ୟାୟ ଆଇନ୍ ଅମାନ୍ୟ ଆନ୍ଦୋଳନ ୧୯୩୩ ମେ’ ମାସରେ ସ୍ଥଗିତ ରଖାଯାଇଥିଲା ।

(ii) ୧୯୩୪ ଏପ୍ରିଲରେ ଏହା ଔପଚାରିକ ଭାବେ ପ୍ରତ୍ୟାହୃତ ହେଲା ।


(ଝ) କୁଜଙ୍ଗଠାରେ ସତ୍ୟାଗ୍ରହରେ କେଉଁମାନେ ନେତୃତ୍ବ ନେଇଥିଲେ ?

ଉ: (i) କୁଜଙ୍ଗଠାରେ ୧୯୩୦ ମେ’ ୮ ତାରିଖ ଦିନ ନାରାୟଣ ବୀରବର ସାମନ୍ତ, ରମା ଦେବୀ ଓ ମାଳତୀ ଦେବୀ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ ।

(ii) କୁଜଙ୍ଗର ରାଣୀ ଭାଗ୍ୟବତୀ ପାଟମହାଦେଈ ଏହି ସତ୍ୟାଗ୍ରହରେ ଯୋଗ ଦେଇଥିଲେ ।


(ଞ) ଓଡ଼ିଶାରେ ଆଇନ୍ ଅମାନ୍ୟ ଆନ୍ଦୋଳନ ସମୟରେ |‘ବାନର ସେନା’ର ଭୂମିକା କ’ଣ ଥିଲା ?

ଉ: (i) ‘ବାନର ସେନା’ ନାମରେ ୧୬ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ଦ୍ବାରା ଗଠିତ ବାହିନୀକୁ କୁହାଯାଉଥିଲା ।

 (ii) ଏହି ବାନର ସେନା ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

 (କ) ସାଇମନ୍ କମିଶନ କାହିଁକି ଭାରତ ଆସିଥିଲେ ?

 ଉ : ୧୯୧୯ ଭାରତ ଶାସନ ଆଇନ୍ କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ସାଇମନ କମିଶନ ଭାରତ ଆସିଥିଲେ ।


 (ଖ) ସାଇମନ୍ କମିଶନ କେଉଁଦିନ ଭାରତରେ ପହଞ୍ଚିଲେ ?

ଉ : ୧୯୨୮ ଫେବୃଆରୀ ୩ ତାରିଖରେ ସାଇମନ୍ କମିଶନ ଭାରତରେ ପହଞ୍ଚିଲା ।


(ଗ) ୧୯୨୯ ମସିହାର କେଉଁ ତାରିଖରେ ଲାହୋରଠାରେ ନୀତି ସ୍ଵାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା ?

ଉ : ୧୯୨୯ ମସିହା ଡିସେମ୍ବର ୩୧ ତାରିଖରେ ଲାହୋରଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ।


(ଘ) କେଉଁଠାରେ ଜନତା ଜଙ୍ଗଲ ଆଇନ୍ ଅମାନ୍ୟ କରିଥିଲେ ?

ଉ : ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ୍ ଅମାନ୍ୟ କରିଥିଲେ ।


 (‍) ‘ଖୁଦାଇ ଖୁଦ୍ରୁତଗାର’ର ପ୍ରତିଷ୍ଠାତା କିଏ ?

ଉ : ଅବଦୁଲ ଗଫର୍ ଖାନ୍ ‘ଖୁଦାଇ ଖୁଦମତଗାର’ର ପ୍ରତିଷ୍ଠାତା ଥିଲେ ।


(ଚ) ଦ୍ବିତୀୟ ଗୋଲ୍ଡେବୁଲ ବୈଠକ କେବେଠାରୁ କେବେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ?

ଉ : ଦ୍ବିତୀୟ ଗୋଲ ଟେବୁଲ ବୈଠକ ସେପ୍ଟେମ୍ବର ୭ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।


 (ଛ) କୁଜଙ୍ଗ ଠାରେ କେବେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ?

ଉ : କୁଜଙ୍ଗଠାରେ ୧୯୩୦ ମେ’ ୮ ତାରିଖ ଦିନ ଆଇନ୍ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ।


 (କ) କିଏ ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହର ନେତୃତ୍ବ କି ନେଇଥିଲେ ? 

ଉ : ପଣ୍ଡିତ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥଙ୍କ ନେତୃତ୍ବରେ ପୁରୀରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା ।


 (ଝ) ଓଡ଼ିଶାରେ ଆଇନ୍ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି କେଉଁ ଦୁଇଜଣ ନାରୀ ନେତ୍ରୀ ବେତ୍ରାଘାତର ଶିକାର ହୋଇଥିଲେ ?

ଉ : ରମା ଦେବୀ ଓ ସରଳା ଦେବୀ ଓଡ଼ିଶାରେ ଆଇନ୍ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି ବେତ୍ରାଘାତର ଶିକାର ହୋଇଥିଲେ । 

(ଞ) ଆଇନ୍ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର କେଉଁ ସମ୍ବାଦପତ୍ରଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା ? 

ଉ : ଆଇନ୍ ଅମାନ୍ୟ ଆନ୍ଦୋଳନକୁ ଦମନ କରିବାରେ ‘ସମାଜ’, ‘ପ୍ରଜାତନ୍ତ୍ର’ ଓ ‘ଆଶା’ ଆଦି ସମ୍ବାଦପତ୍ର ଉପରେ କଟକଣା ଜାରି କରାଯାଇଥିଲା ।


 ୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସାଇମନ୍ କମିଶନ୍ ଭାରତର କେଉଁ ସହରରେ ପହଞ୍ଚିଲା ?

 (i) ଦିଲ୍ଲୀ

(ii) ଲାହୋର

(iii) ମୁମ୍ବାଇ

 (iv) କୋକାତା


 (ଖ) ଲକ୍ଷ୍ନୌଠାରେ ସାଇମନ୍ କମିଶନ ବିରୋଧୀ ଶୋଭାଯାତ୍ରାକାରୀଙ୍କ ମଧ୍ୟରୁ କିଏ ପୋଲିସ୍ ଲାଠିମାଡ଼ର ଶିକାର ହୋଇଥିଲେ ?

 (i) ସୁଭାଷ ଚନ୍ଦ୍ର ବୋଷ 

 (ii) ମହାତ୍ମାଗାନ୍ଧୀ

(iii) ଲାଲା ଲାଜପତ ରାୟ

(iv) ଗୋବିନ୍ଦ ବଲ୍ଲଭ ପନ୍ଥ 


 (ଗ) ଦ୍ଵିତୀୟ ଗୋଲ୍ ଟେବୁଲ୍ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ?

(i) ଲର୍ଡ ଇର୍‌ଉଇନ୍   (ii) ରାମ୍‌ ମାକ୍‌ନାଲ୍‌ଡ୍  (iii) ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍‌   (iv) ପଞ୍ଚମ ଜର୍ଜ 


(ଘ) ଦଳିତ ଶ୍ରେଣୀ ପାଇଁ ପୃଥକ୍ ନିର୍ବାଚନ ମଣ୍ଡଳୀ ଘୋଷଣା ପ୍ରତ୍ୟାହାର ଦାବିରେ ଗାନ୍ଧିଜୀ କେବେଠାରୁ ଅନଶନ ଆରମ୍ଭ କରିଥିଲେ ?

(ii) ୧୯୩୧ ଡିସେମ୍ବର ୨୮

(i) ୧୯୩୧ ସେପ୍ଟେମ୍ବର ୭ 

(iii) ୧୯୩୨ ସେପ୍ଟେମ୍ବର ୨୦

 (iv) ୧୯୩୫ ଅଗଷ୍ଟ ୨ 


(ଙ) କେଉଁଠାରେ ଅନୁଷ୍ଠିତ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଭାତ ସଭାରେ ଗୋପବନ୍ଧୁ ଚୌଧୁରୀଙ୍କୁ ଓଡ଼ିଶାରେ ଆଇନ୍ ଅମାନ୍ୟ ଆନ୍ଦୋଳନର ନେତୃତ୍ବ ଦିଆଯାଇଥିଲା ?

(i) କଟକ    (ii) ପୁରୀ    (iii) ବାଲେଶ୍ବର     (iv) କାକଟପୁର


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦରେ ଲେଖ) 

୧ । ଭାରତର ସ୍ଵାଧୀନତା ସଂଗ୍ରାମରେ ସ୍ଥାଣୁତା କିପରି ଦେଖାଦେଇଥିଲା ? କେଉଁ ପରିସ୍ଥିତିରେ ସ୍ଥାଣୁତା ଅପସରି ଯାଇଥିଲା ?

‍: (i) ଅସହଯୋଗ ଆନ୍ଦୋଳନ ସ୍ଥଗିତ ରହିବା ପରେ ଯଦିଓ ଭାରତର ସ୍ଵାଧୀନତା ସଂଗ୍ରାମରେ କିଛିଟା ସ୍ଥାଣୁତା ଆସିଯାଇଥିଲା କିନ୍ତୁ ତାହା ଦୀର୍ଘସ୍ଥାୟୀ ନଥିଲା ।

(ii) ଅସହଯୋଗ ଆନ୍ଦୋଳନ ପରେ ଗାନ୍ଧି ଜୀ ରଚନାତ୍ମକ କାର୍ଯ୍ୟକ୍ରମରେ ନିୟୋଜିତ କରିଥିଲେ । ଏହି ସମୟରେ ଦେଖା ଦେଇଥିଲା ଉଗ୍ର ଜାତୀୟତାବାଦ ଗୋଷ୍ଠୀର ଉତ୍ଥାନ ।

(iii) ଏହି ସମୟରେ ଇଂରେଜ ସରକାର ଦେଶରେ ଦମନଲୀଳା ଆରମ୍ଭ କରିଥିଲେ । ଚନ୍ଦ୍ରଶେଖର ଆଜାଦ୍, ଭଗତ ସିଂ, ରାଜଗୁରୁ ଓ ସୂର୍ଯ୍ୟ ସେନ୍‌ଙ୍କ ଭଳି ଦେଶପ୍ରେମୀ ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରେଜ ସରକାରଙ୍କୁ ବ୍ୟତିବ୍ୟସ୍ତ କରିପକାଇଲେ ।

(iv) ଏହି ଉଗ୍ରଜାତୀୟତାବାଦୀ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କଂଗ୍ରେସଦ୍ବାରା ପରିଚାଳିତ ସଂଗ୍ରାମରେ କିଛିଟା ସ୍ଥାଣୁତା ଆସିଥିଲା ।

(v) କିନ୍ତୁ ସାଇମନ କମିଶନ ଗଠନ ଘୋଷଣା ଯୋଗୁଁ ଏହି ସ୍ଥାଣୁତା ଅପସରିଯାଇ ସ୍ଵାଧୀନତା ସଂଗ୍ରାମର ଦ୍ଵିତୀୟ ଅଧ୍ୟାୟର ଅଗ୍ରଗତି ହୋଇଥିଲା ।


୨ । ଭାରତୀୟମାନେ ‘ସାଇମନ୍ କମିଶନ’କୁ କିପରି ବିରୋଧ କରିଥିଲେ, ଉଲ୍ଲେଖ କର ।

ଉ: (i) ୧୯୨୭ରେ ଭାରତୀୟ ଜାତୀୟ କଂଗ୍ରେସର ମାଡ୍ରାସ ଅଧିବେଶନରେ ସାଇମନ କମିଶନକୁ ବର୍ଜନ କରିବା ପାଇଁ ସ୍ଥିର କରାଗଲା । କଂଗ୍ରେସର ଏହି ନିଷ୍ପତ୍ତିକୁ ମୁସଲିମ୍ ଲିଗ୍ ଓ ହିନ୍ଦୁ ମହାସଭା ସମର୍ଥନ ଜଣାଇଥିଲା ।

(ii) ୧୯୨୮ ଫେବୃୟାରୀ ୩ ତାରିଖରେ ଏହି କମିଶନ୍

ମୁମ୍ବାଇରେ ପଦାର୍ପଣ କଲାମାତ୍ରେ ‘ସାଇମନ କମିଶନ ଫେରିଯାଅ’’ ଧ୍ବନି ସହିତ ଭାରତୀୟମାନେ କମିଶନର ସଦସ୍ୟଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ।

(iii) ବିଭିନ୍ନ ସହରରେ ହରତାଳ ପାଳନ କରାଯାଇଥିଲା | କମିଶନ ପରିଦର୍ଶନ କରିଥିବା ପ୍ରତ୍ୟେକ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା ସଂଗଠିତ ହୋଇଥିଲା ଏବଂ ଶୋଭାଯାତ୍ରାକାରୀ ପୋଲିସ ଲାଠିମାଡ଼ର ସମ୍ମୁଖୀନ ହୋଇଥିଲେ ।

(iv) ଲକ୍ଷ୍ନୌଠାରେ ଜବାହରଲାଲ ନେହେରୁ ଓ ଗୋବିନ୍ଦ ବଲ୍ଲଭ ପନ୍ଥା ପୋଲିସ ଲାଠି ମାଡ଼ର ଶିକାର ହୋଇଥିଲେ | (v) ‘ପଞ୍ଜାବ କେଶରୀ’ ଲାଲା ଲଜପତ ରାୟ ୧୯୨୮ ଅକ୍ଟୋବର ୩୦ରେ ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାର ନେତୃତ୍ଵ ନେଇ ପୋଲିସ ଲାଠି ମାଡ଼ରେ ଗଭୀର ଆଘାତ ପାଇ ଶଯ୍ୟାଶାୟୀ ହୋଇ ମୃତ୍ୟୁବରଣ କଲେ ।

୩ । ଆଇନ୍ ଅମାନ୍ୟ ଆନ୍ଦୋଳନ ଦମନ କରିବା ପାଇଁ ଇଂରେଜ ସରକାର କି କି ପଦକ୍ଷେପମାନ ଗ୍ରହଣ କରିଥିଲେ ?

ଉ: (i) ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର କଠୋର ପଦକ୍ଷେପମାନ ଗ୍ରହଣ କରିଥିଲେ । 

(ii) ନିରୀହ ଜନତା ଉପରେ ଗୁଳିବର୍ଷଣ ଓ ଲାଠି ଚାଳନା କରାଯାଇଥିଲା ।

(i) ମହାତ୍ମାଗାନ୍ଧୀ, ସୁଭାଷ ବୋଷ, ନେହେରୁ ପ୍ରଭୃତି ନେତାଙ୍କ ସମେତ ବହୁ ସଂଖ୍ୟକ ସତ୍ୟାଗ୍ରହୀଙ୍କୁ ଗିରଫ କରାଯାଇଥିଲା ।

(iv) ସମ୍ବାଦପତ୍ର ଉପରେ କଟକଣା ଜାରି କରାଗଲା । କଂଗ୍ରେସ ଅନୁଷ୍ଠାନକୁ ବେଆଇନ୍ ଘୋଷଣା କଲେ ।

(v) ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ସବୁ ପ୍ରକାର ଶକ୍ତି ପ୍ରୟୋଗ କରି ସଫଳ ହୋଇନଥିଲେ ଦମନମୂଳକ ପନ୍ଥା ପରିବର୍ତ୍ତେ ଆପୋଷ ଆଲୋଚନା ମାଧ୍ୟମରେ ଭାରତୀୟଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କଲେ 


୪. ଦ୍ଵିତୀୟ ଗୋଲଟେବୁଲ ବୈଠକରେ କେଉଁ ଘଟଣାଗୁଡ଼ିକ ଗାନ୍ଧିଜୀଙ୍କୁ ବ୍ୟଥ୍‌ତ କରିଥିଲା ?

:(i) ଇଂଲଣ୍ଡରେ ୧୯୩୧ ସେପ୍ଟେମ୍ବର ୭ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା । ଗାନ୍ଧିଜୀ କଂଗ୍ରେସର ଏକମାତ୍ର ପ୍ରତିନିଧ ଭାବେ ଏଥରେ ଯୋଗ ଦେଇଥିଲେ ।

(ii) ଏହି ବୈଠକରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍‌ ମାକ୍‌ନାଲ୍‌ ଅଧ୍ୟକ୍ଷତା କରୁଥିବା ସମୟରେ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ ଗାନ୍ଧିଜୀଙ୍କୁ ‘ଅର୍ଦ୍ଧନଗ୍ନ ଫକୀର’ ବୋଲି ଆକ୍ଷେପ କରିଥିଲେ ।

(ii) ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଜୀଙ୍କୁ ଧମକ ଦେଇ ସରକାରଙ୍କୁ ସହଯୋଗ ନ କଲେ ଭାରତୀୟମାନଙ୍କୁ ମେସିନ୍ଗନ ଓ ବୋମାରେ ଉଡ଼ାଇଦେବେ ବୋଲି କହିଥିଲେ । ଗାନ୍ଧିଜୀ ନିର୍ଭିକ ଭାବରେ କହିଥିଲେ ଯେ ଭାରତୀୟମାନଙ୍କ ପାଇଁ ଇଂରେଜଙ୍କର ବୋମା ଫୋଟକା ତୁଲ୍ୟ । 

(iv) ଏହି ବୈଠକରେ ଭାରତୀୟମାନଙ୍କ ଦାବିକୁ ଉପେକ୍ଷା କରାଯାଇ ହିନ୍ଦୁ, ମୁସଲମାନ ଓ ହରିଜନ ଆଦିଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା କରାଗଲା ।

(v) ଏହାଦ୍ଵାରା ଭାରତୀୟମାନଙ୍କ ମଧ୍ୟରେ ଭେଦଭାବ ନୀତି ପ୍ରୟୋଗ କରି ଭାରତୀୟଙ୍କ ଏକତାକୁ ଭଙ୍ଗ କରିବା ଓ ବ୍ରିଟିଶ ଶାସନକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖୁଥିଲା । ଏହିସବୁ ପଦକ୍ଷେପମାନ ଗାନ୍ଧିଜୀଙ୍କୁ ବ୍ୟଥୂତ କରିଥିଲା ।


 ୫। ଓଡ଼ିଶାରେ ଆଇନ୍ ଅମାନ୍ୟ ଆନ୍ଦୋଳନରେ ନାରୀମାନଙ୍କ ଓ ବାନର ସେନାର କାର୍ଯ୍ୟକଳାପ ବର୍ଣନା କର ।

ଉ: (i) ଓଡ଼ିଶାରେ ଆଇନ୍ ଅମାନ୍ୟ ଆନ୍ଦୋଳନରେ ରମାଦେବୀ, ମାଳତୀଦେବୀ, କୋକିଳାଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବ ଆଦି ନାରୀନେତ୍ରୀମାନେ ଇଞ୍ଚୁଡ଼ିରେ ଲବଣ ଆଇନ୍ ଭଙ୍ଗ କରିଥିଲେ ।

(ii) କୁଜଙ୍ଗଠାରେ ରମାଦେବୀ, ମାଳତୀଦେବୀଙ୍କ ନେତୃତ୍ବରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । କୁଜଙ୍ଗର ରାଣୀ ଭାଗ୍ୟବତୀ ପାଟମହାଦେଈ ଏହି ସତ୍ୟାଗ୍ରହରେ ଯୋଗଦାନ କରିଥିଲେ ।

(ii) ସେହିପରି ଓଡ଼ିଶାରେ ନିଶା ନିବାରଣ ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦେବା ଏବଂ ବିକ୍ଷୋଭ କରୁଥିବା ରମାଦେବୀ ଓ ସରଳା ଦେବୀଙ୍କୁ ବେତ୍ରାଘାତ ସହ୍ୟ କରିବାକୁ ପଡ଼ିଥିଲା । ବିଦେଶୀ ଲୁଗା ଦୋକାନ ଓ ମଦ ଦୋକାନ ସମ୍ମୁଖରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟ ନାରୀମାନେ ଭଲ ଭାବେ କରିପାରୁଥିଲେ ।

(iv) ୧୬ବର୍ଷରୁ କମ୍ ବୟସ୍କ ପିଲାମାନେ ମଧ୍ୟ ସତ୍ୟାଗ୍ରହୀ ରୂପେ ଯୋଗ ଦେଇଥିଲେ । ଏହିମାନଙ୍କୁ ବାନରସେନା ନାମରେ ମୁଁ - ନାମିତ କରାଯାଇଥିଲା । 

(v) ଏହି ବାନରସେନାର ପିଲାମାନେ ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା ଆଦି ବହୁକାର୍ଯ୍ୟରେ ସାହାଯ୍ୟ କରୁଥିଲେ ।


ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଲେଖ । 

(କ) ଓଡ଼ିଶାରେ ନିଶା ନିବାରଣ ଅଭିଯାନ କିପରି ଆରମ୍ଭ ହୋଇଥିଲା ?

ଉ: (i) ସର୍ବପ୍ରଥମେ ଗ୍ରାମରେ ଥିବା ସମସ୍ତ ତାଳଗଛ ଓ ଖଜୁରୀ ଗଛକୁ କାଟିବା ପାଇଁ ସତ୍ୟାଗ୍ରହୀମାନେ ଜନସାଧାରଣଙ୍କୁ ବୁଝାଇଥିଲେ ।

(ii) ବିଦେଶୀ ମଦ ଦୋକାନ ଓ ଗାଁମାନଙ୍କରେ ଥିବା ତାଡ଼ି ଦୋକାନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇ ଲୋକମାନଙ୍କୁ ନିଶା ସେବନରୁ ନିବୃତ୍ତ କରାଯାଇଥିଲା । 


(ଖ) ଓଡ଼ିଶାର କେଉଁ ସ୍ଥାନମାନଙ୍କରେ ଆଇନ୍ ଅମାନ୍ୟ ଆନ୍ଦୋଳନ ବିଶେଷ ସକ୍ରିୟ ହୋଇଥିଲା ଏବଂ ଏଥ‌ିରେ ସତ୍ୟାଗ୍ରହୀମାନେ କେଉଁ ବାହିନୀରେ ବିଭକ୍ତ ହୋଇଥିଲେ ?

ଉ: (i) ଓଡ଼ିଶାର ଇଞ୍ଚୁଡ଼ି, କାକଟପୁର, ଗଞ୍ଜାମ ଆଦି ସ୍ଥାନରେ ଆଇନ୍ ଅମାନ୍ୟ ଆନ୍ଦୋଳନ ବିଶେଷ ସକ୍ରିୟ ହୋଇଥିଲା । 

(ii) ସତ୍ୟାଗ୍ରହୀମାନେ ଲୌହସ୍ତମ୍ଭ ବାହିନୀ, ପତିତବାହିନୀ, ଗଞ୍ଜାବାହିନୀ ଓ ସମ୍ବଲପୁର ବାହିନୀ ଆଦି ବିଭିନ୍ନ ଭାଗରେ । ବିଭକ୍ତ ହୋଇଥିଲେ ।

(ଗ) ଇଂରେଜ ସରକାର ଆଇନ୍ ଅମାନ୍ୟ ଆନ୍ଦୋଳନ ସମୟରେ ସମ୍ବାଦପତ୍ର ଓ ଜାତୀୟତାବାଦୀ ସାହିତ୍ୟ ଉପରେ କେଉଁ ପଦକ୍ଷେପ ନେଇଥିଲେ ?

ଉ: (i) ଆଇନ୍ ଅମାନ୍ୟ ଆନ୍ଦୋଳନ ସମୟରେ ସରକାର ସମ୍ବାଦପତ୍ରର ସ୍ଵାଧୀନତାକୁ ସଂକୋଚିତ କଲେ ।

 (ii) ଜାତୀୟତାବାଦୀ ସାହିତ୍ୟ ଓ ଫଟୋଚିତ୍ର ଛାପିବା ନିଷିଦ୍ଧ କଲେ ।


(ଘ) ‘ପଞ୍ଜାବ କେଶରୀ’ କାହାଙ୍କୁ କୁହାଯାଉଥିଲା, ସେ ହାଏ କିପରି ମୃତ୍ୟୁବରଣ କରିଥିଲେ ?

ଉ: (i) ଲାଲା ଲଜପତ ରାୟଙ୍କୁ ‘ପଞ୍ଜାବ କେଶରୀ’ କୁହାଯାଉଥିଲା ।

(ii) ପୋଲିସ ଲାଠିପ୍ରହାର ଦ୍ବାରା ଗଭୀର ଆଘାତ ପାଇ ୧୮୨୮ । ଗତ ନଭେମ୍ବର ୧୭ରେ ମୃତ୍ୟୁବରଣ କରିଥିଲେ । 

(ଙ) ଆଇନ ଅମାନ୍ୟ ଆନ୍ଦୋଳନର ବିଶେଷତ୍ବ କ’ଣ ଥିଲା ?

 ଉ: (i) ଆଇନ୍ ଅମାନ୍ୟ ଆନ୍ଦୋଳନର ବିଶେଷତ୍ଵ ହେଉଛି ଯେ ବହୁସଂଖ୍ୟାରେ ମହିଳା ଏହି ଆନ୍ଦୋଳନରେ ଯୋଗ ତାପ ଦେଇଥିଲେ ।

(ii) ସରୋଜିନୀ ନାଇଡୁ, ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରଭୃତି - ନାରୀନେତ୍ରୀଙ୍କ ନେତୃତ୍ୱରେ ଅନେକ ମହିଳା ବ୍ରିଟିଶ ଲାଠିର ସାମନା କରିଥିଲେ ।



No comments:

Post a Comment