BSE Odisha Class 10 History Chapter 4 Notes (ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା). Get complete textbook question answers, important objective MCQs, and short notes in Odia medium to score full marks in your board exams.
ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା Question Answer
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ‘କ୍ରିପସ୍ ମିଶନ’ର ପ୍ରସ୍ତାବଗୁଡ଼ିକ ଆଲୋଚନା କର ।
ଉ: (i) ୧୯୪୨ ମସିହା ମାର୍ଚ୍ଚ ମାସରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍ଷ୍ଟନ ଏସ୍ ଚର୍ଚ୍ଚିଲ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ସାର୍ ଷ୍ଟାଫୋର୍ଡ଼ କ୍ରିପ୍ସ୍ଙ୍କ ନେତୃତ୍ବରେ ଭାରତକୁ ସୁବିଧା ଦେବା ସପକ୍ଷରେ ଏକ ପ୍ରତିନିଧ୍ଵଦଳ ପଠାଇଲେ । ଏହାକୁ କ୍ରିପ୍ସ୍ ମିଶନ କୁହାଗଲା ।
(ii) ‘କ୍ରିପସ୍ ମିଶନ’ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ୱାୟତ୍ତଶାସନ ଅଧିକାର ଦିଆଯିବ ।
(iii) ଭାରତୀୟବାସୀ ନିଜ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଅଧିକାର ପାଇବେ ।
(iv) ଯଦି କୌଣସି ପ୍ରଦେଶ ସେ ସମ୍ବିଧାନ ଗ୍ରହଣ ନକରେ ତେବେ ସେହି ପ୍ରଦେଶ ନିଜ ପାଇଁ ଗୋଟିଏ ପୃଥକ ସମ୍ବିଧାନ ତିଆରି କରିପାରିବ ।
(v) କ୍ରିପସ୍ଙ୍କ ପ୍ରସ୍ତାବ ଭାରତକୁ ଖଣ୍ଡ ବିଖଣ୍ଡିତ କରି ବ୍ରିଟିଶ ସାମ୍ରାଜ୍ୟ ଦୃଢ଼ କରିବାର ଉଦ୍ଦେଶ୍ୟ ଭାରତୀୟମାନେ ଭଲ ଭାବରେ ବୁଝିପାରିଥିଲେ ।
(ଖ) ଭାରତଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ?
ଉ: (i) ୧୯୪୨ ଅଗଷ୍ଟ ୭ ତାରିଖ ଦିନ ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧିବେଶନରେ ସଭାପତି ମୌଲାନା ଆବୁଲ କାଲାମ୍ ତାଙ୍କ ପ୍ରାରମ୍ଭିକ ଭାଷଣରେ ‘ଭାରତଛାଡ଼’ ଆନ୍ଦୋଳନ ଅର୍ଥ ବ୍ୟାଖ୍ୟା କରି ଶାନ୍ତିପୂର୍ଣ୍ଣ ଓ ଅହିଂସା ଉପାୟରେ ଆନ୍ଦୋଳନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କଲେ ।
(ii) ଜବାହରଲାଲ ନେହେରୁ ‘ଭାରତ ଛାଡ଼’ ଆନ୍ଦୋଳନ ପ୍ରସ୍ତାବ ଆଗତ କଲେ ଏବଂ ସର୍ଦାର ବଲ୍ଲଭଭାଇ ପଟେଲ ଏହାକୁ ସମର୍ଥନ କଲେ ।
(iii) ଅଗଷ୍ଟ ୮ ତାରିଖ ଦିନ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ‘ଭାରତ ଛାଡ଼’ ପ୍ରସ୍ତାବକୁ କଂଗ୍ରେସ ଅନୁମୋଦନ କଲା ।
(iv) ଗାନ୍ଧିଜୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଲେ, ‘‘ସ୍ଵାଧୀନତା ଆମର ପ୍ରାପ୍ୟ । ସେଥିପାଇଁ ଗୋଟିଏ ମନ୍ତ୍ର ଅଛି – ‘କର ବା ମର’ ।’’
(v) ‘‘ଆମ ମାତୃଭୂମିକୁ ଆମେ ସ୍ଵାଧୀନ କରିବା କିମ୍ବା ସେଥିପାଇଁ ମରିବା ।’
(ଗ) ଭାରତଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
ଉ: (i) ଭାରତଛାଡ଼ ଆନ୍ଦୋଳନ ସମୟରେ ନିମ୍ନଲିଖ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା । ଶ୍ରମିକ ଓ କୃଷକମାନେ ଭୂରାଜସ୍ୱ ଦେବା ବନ୍ଦ କରିବେ ।
(ii) ଇଂରେଜ କର୍ମଚାରୀମାନଙ୍କୁ କୌଣସି ଖାଦ୍ୟ ପଦାର୍ଥ ବିକ୍ରି କରାଯିବ ନାହିଁ ।
(iii) କାଗଜନୋଟ ଗ୍ରହଣ କରାଯିବ ନାହିଁ । ଥାନା, କୋର୍ଟ ଓ ଜେଲଖାନା ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ ।
(iv) ରାସ୍ତାଘାଟ, ଯାନବାହନ, ଟେଲିଗ୍ରାଫ ଓ ରେଳ ବିଭାଗକୁ ଅଚଳ କରାଯିବ, ଯାହା ଫଳରେ ଇଂରେଜ ସୈନ୍ୟମାନଙ୍କୁ ରୋକାଯାଇ ପାରିବ ।
(v) ସାଧାରଣ ଜନତା ଅହିଂସା ମାର୍ଗ ଗ୍ରହଣ କରିବେ ।
(ଘ) ଭାରତ ଛାଡ଼ ଆନ୍ଦୋଳନର ଦମନ ପାଇଁ ବ୍ରିଟିଶ ସରକାର କି କି ପଦକ୍ଷେପ ଗ୍ରହଣ କରିଥିଲେ ?
ଉ: (i) ବ୍ରିଟିଶ ସରକାର ଭାରତଛାଡ଼ ଆନ୍ଦୋଳନର ତୀବ୍ରତା ଦେଖୁ ତାକୁ ଦମନ କରିବା ପାଇଁ ବହୁ ଅମାନୁଷିକ ପଦକ୍ଷେପ ନେଇଥିଲା ।
(ii) ସରକାର ଶୋଭାଯାତ୍ରା ଓ ସଭାସମିତିକୁ ବେଆଇନ ଘୋଷଣା କଲେ ।
(iii) ଆନ୍ଦୋଳନକାରୀମାନଙ୍କ ଉପରେ ଲାଠି ଚାଳନା ଓ ଗୁଳିଚାଳନା ଏକ ସାଧାରଣ ଘଟଣାରେ ପରି ଣତ ହୋଇଥିଲା ।
(iv) ସରକାରଙ୍କ ନିଷ୍ଠୁର ଆକ୍ରମଣ ଫଳରେ କଳ୍ପନାତୀତ ସଂଖ୍ୟକ ବିପ୍ଳବୀ ମୃତ୍ୟୁବରଣ କଲେ ଓ ଆଉ କେତେକ ଗୁରୁତରଭାବେ ଆହତ ହେଲେ ।
(v) ଆନ୍ଦୋଳନର ନେତୃତ୍ଵ ନେଉଥିବା କଂଗ୍ରେସର ତୁଙ୍ଗ ନେତାମାନଙ୍କ ବ୍ୟତୀତ ଏକ ଲକ୍ଷ ପାଖାପାଖ୍ କର୍ମୀଙ୍କୁ ଗିରଫ କଲେ । ଭାରତ ଛାଡ଼ ଆନ୍ଦୋଳନ ଦମନ ପାଇଁ ସରକାର ସବୁ ପ୍ରକାର ଅସ୍ତ୍ରର ବ୍ୟବହାର କଲେ ଏବଂ ଏହି ଆନ୍ଦୋଳନ ଦମନ କରାଯାଇଛି ବୋଲି ଘୋଷଣା କଲେ ।
() ଭାରତ ଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଅବଦାନ ସଂପର୍କରେ ଆଲୋଚନା କର ।
ଉ: (i) ଓଡ଼ିଶାର ମାଲକାନଗିରି ଜିଲ୍ଲାର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମର ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
(i) ୧୯୪୨ ଅଗଷ୍ଟ ୨୧ରେ ସେ କଂଗ୍ରେସ ପତାକା ଓ ଲାଠିଧରି ବହୁଲୋକଙ୍କ ସହ ମାତିଲିଥାନା ଘେରାଉ କରିଥିଲେ । ‘ମହାତ୍ମାଗାନ୍ଧୀଙ୍କ ଜୟ’ ଧ୍ବନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରିଥିଲେ ।
(iii) ସେଠାରେ ପୋଲିସର ନିର୍ମମ ଗୁଳିଚାଳନା ଯୋଗୁଁ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଓ ଅନେକ ଲାଠିମାଡ଼ ଯୋଗୁ ଧରାଶାୟୀ ହୋଇଥେଲେ ।
(iv) ଜଣେ ଜଙ୍ଗଲ ରକ୍ଷୀକୁ ପିଟି ପିଟି ହତ୍ୟା କରିଥିବା ମିଥ୍ୟା ଅଭିଯୋଗରେ ପୋଲିସ ଲକ୍ଷ୍ମଣ ନାୟକଙ୍କୁ ଗିରଫକରି ବ୍ରହ୍ମପୁର ଜେଲ ପଠାଇଥିଲେ ।
(v) ୧୯୪୩ ମାର୍ଚ୍ଚ ୨୯ ତାରିଖରେ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲ ମଧ୍ଯରେ ଫାଶୀ ଦେଇଥିଲେ । ଓଡ଼ିଶାର ଏକମାତ୍ର ବ୍ୟକ୍ତି ଥିଲେ ଯେ ଭାରତ ଛାଡ଼ ଆନ୍ଦୋଳନରେ ସହିଦ ହୋଇଥିଲେ ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ ।
(କ) ବିନୋବା ଭାବେ କେବେ ଓ କେଉଁଠି ତାଙ୍କ ସତ୍ୟାଗ୍ରହ ଆରମ୍ଭ କରିଥିଲେ ?
ଉ:(i) ବିନୋବା ଭାବେ ମହାତ୍ମାଗାନ୍ଧୀଙ୍କ ସହ ପ୍ରଥମ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।
(ii) ସେ ୧୯୪୦ ଅକ୍ଟୋବର ୧୭ ତାରିଖରେ ପାନାଉର୍ଠାରେ ତାଙ୍କ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
(ଖ) ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବାପରେ ଗାନ୍ଧିଜୀ କେବେ ଗିରଫ ହେଲେ ଏବଂ ତାଙ୍କୁ କେଉଁଠାରେ ବନ୍ଦୀ କରି ରଖାଗଲା ?
ଉ: (i) ୧୯୪୨ ଅଗଷ୍ଟ ୯ ତାରିଖ ଦିନ ମହାତ୍ମାଗାନ୍ଧୀ ଓ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ସରକାର ଗିରଫ କଲେ ।
(ii) ଗାନ୍ଧିଜୀଙ୍କୁ ପୁନେଠାରେ ଆଗା ଖାଁ ପ୍ରାସାଦରେ ବନ୍ଦୀ କରି ରଖାଗଲା ।
(ଗ) ଭାରତ ଛାଡ଼ ଆନ୍ଦୋଳନ ସମୟରେ ବିହାରରେ ଛାତ୍ର ମାନେ କେବେ ଓ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?
ଉ: (i) ୧୯୪୨ ଅଗଷ୍ଟ ୧୧ ତାରିଖରେ ବିହାରର ଛାତ୍ରମାନେ ପାଟନା ସଚିବାଳୟର ପୂର୍ବଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
(ii) ଏହା ଭାରତ ଛାଡ଼ ଆନ୍ଦୋଳନର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିଲା ।
(ଘ) ରେଭେନ୍ସା କଲେଜରେ ଭାରତଛାଡ଼ ଆନ୍ଦୋଳନ କେଉଁ ଛାତ୍ର ନେତାମାନଙ୍କଦ୍ୱାରା ପରିଚାଳିତ ହୋଇଥିଲା ?
ଉ: (i) ରେଭେନ୍ସା କଲେଜ ସମ୍ମୁଖରେ ଛାତ୍ରମାନେ ସଭା କରି ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ।
(ii) ଛାତ୍ରନେତା ବିବୁଧେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜମଲ ଶାହା, ବୀରେନ୍ ମିତ୍ରଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ପରିଚାଳିତ ହୋଇଥିଲା ।
(ଙ) ଭାରତଛାଡ଼ ଆନ୍ଦୋଳନ ସମୟରେ କେଉଁ ଖବର ଶୁଣିବା ପରେ ବରୀ ଅଞ୍ଚଳର ଉତ୍ୟକ୍ତ ଲୋକ କାଇପଦର ଡାକଘର ପୋଡ଼ି ଦେଇଥିଲେ ?
ଉ: ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଗିରଫ ଖବର ଶୁଣିବା ପରେ ବରୀ ଅଞ୍ଚଳର ଉତ୍ୟକ୍ତ ଲୋକମାନେ କାଇପଦାର ଡାକ ଘରେ ନିଆଁ ଲଗାଇ ଦେଲେ ।
(ଚ) ଭାରତଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରୀ ପୋଖରୀରେ କେଉଁ ଦୁଇ ସତ୍ୟାଗ୍ରହୀ ଗିରଫ ହୋଇଥିଲେ ?
ଉ: ଭାରତ ଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରୀ ପୋଖରୀର ସତ୍ୟାଗ୍ରହୀ ଜଗନ୍ନାଥ ଦାସ ଓ ଦ୍ବାରିକା ଦାସ ଗିରଫ ହୋଇଥିଲେ ।
(ଛ) ଇରମ୍ରେ କେବେ ଗୁଳିକାଣ୍ଡ ଘଟିଥିଲା ଏବଂ ସେଥିରେ ସହିଦ୍ ହୋଇଥିବା ମହିଳାଙ୍କ ନାମ କ’ଣ ?
ଉ: (i) ଇରମ୍ଠାରେ ୧୯୪୨ ସେପ୍ଟେମ୍ବର ୨୮ ରେ ଗୁଳିକାଣ୍ଡ ଘଟିଥିଲା ।
(ii) ଏହି ଗୁଳିକାଣ୍ଡରେ ପରୀବେୱା ନାମକ ମହିଳା ଜଣକ ସହିଦ୍ ହୋଇଥିଲା ।
(ଜ) ଭାରତ ଛାଡ଼ ଆନ୍ଦୋଳନର ପ୍ରଭାବରେ ନିମାପଡ଼ାରେ କାହିଁକି ପୋଲିସ୍ ଗୁଳି ଚାଳନା କରିଥିଲେ ?
ଉ : ଭାରତ ଛାଡ଼ ଆନ୍ଦୋଳନରେ ପୁରୀ ଜିଲ୍ଲା ନିମାପଡ଼ାଠାରେ ସତ୍ୟାଗ୍ରହୀମାନେ ପୋଲିସ୍ର ବାରଣ ସତ୍ତ୍ବେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ ଏବଂ ଥାନାରେ ଅଗ୍ନି ସଂଯୋଗ କଲେ; ଫଳରେ ପୋଲିସ ଗୁଳିଚାଳନା କରିଥିଲା ।
(ଝ) ପାପଡ଼ାହାଣ୍ଡିଠାରେ କାହିଁକି ଗୁଳି ଚାଳନା କରାଯାଇଥିଲା ଏବଂ ଏଥିରେ କେତେଜଣ ପ୍ରାଣ ତ୍ୟାଗ କରିଥିଲେ ?
ଉ: (i) ୧୯୪୨ ଅଗଷ୍ଟ ୨୪ରେ ପାପଡ଼ାହାଣ୍ଡିଠାରେ ଥିବା ଟୋଲ ଓ ଥାନାକୁ କୋରାପୁଟର ବହୁ ଲୋକ ଧ୍ବଂସ କରିବାକୁ ଯାଇଥିଲେ ।
(ii) ଫଳରେ ପୁଲିସ୍ ଗୁଳି ଚାଳନା କରିଥିଲା ଓ ୧୫ ଜଣ ବ୍ୟକ୍ତି ଏଥିରେ ପ୍ରାଣତ୍ୟାଗ କରିଥିଲେ ।
(ଞ) କିଏ ଢେଙ୍କାନାଳରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଏବଂ ତାଙ୍କ ନେତୃତ୍ବରେ କେଉଁଠାରେ ଥାନା ପୋଡ଼ି ସଂଘଟିତ ହୋଇଥିଲା ?
ଉ: (i) ଢେଙ୍କାନାଳରେ ବୈଷ୍ଣବ ଚରଣ ପଟ୍ଟନାୟକ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ବ ନେଇଥିଲେ ।
(ii) ତାଙ୍କ ନେତୃତ୍ଵରେ ଆନ୍ଦୋଳନକାରୀମାନେ ମଢ଼ି ( କାମାକ୍ଷାନଗର)ର ଥାନା ଆକ୍ରମଣ କରି ତହସିଲ ଅଫିସ୍
ଓ ଜଙ୍ଗଲ ବିଭାଗ ଅଫିସରେ ନିଆଁ ଲଗାଇ ଦେଇଥିଲେ ।
(ଞ) ତାଳଚେରରେ କିଏ ଅଗଷ୍ଟ ବିପ୍ଳବର ନେତୃତ୍ବ ନେଇଥିଲେ ?
ଉ : ତାଳଚେରରେ ପବିତ୍ର ମୋହନ ପ୍ରଧାନ ଅଗଷ୍ଟ ବିପ୍ଳବର ନେତୃତ୍ବ ନେଇଥିଲେ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କ୍ରିପ୍ ମିଶନ କେବେ ଭାରତକୁ ଆସିଥିଲେ ?
ଉ : ୧୯୪୨ ମାର୍ଚ୍ଚ ମାସରେ କ୍ରିପସ୍ ମିଶନ ଭାରତକୁ ଆସିଥିଲେ ।
(ଖ) କେଉଁ ଦିନ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା ?
ଉ : ୧୯୪୨ ଜୁଲାଇ ୧୪ ତାରିଖରେ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା ।
(ଗ) କେଉଁ ଦିନ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା ?
ଉ : ୧୯୪୨ ଅଗଷ୍ଟ ୯ ତାରିଖରେ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା ।
(ଘ) ଅଗଷ୍ଟ ବିପ୍ଲବରେ ଯୋଗଦେଇଥିବା ଜଣେ ସମାଜବାଦୀ ମହିଳାଙ୍କ ନାମ ଉଲ୍ଲେଖ କର ।
ଉ : ଅଗଷ୍ଟ ବିପ୍ଲବରେ ଯୋଗଦେଇଥିବା ସମାଜବାଦୀ ମହିଳା ଥିଲେ ଅରୁଣା ଆସଫ ଅଲ୍ଲୀ ।
(ଙ) ଭାରତଛାଡ଼ ଆନ୍ଦୋଳନ ସମୟରେ କିଏ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ?
ଉ : ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଉଇନ୍ଷ୍ଟନ ଏସ୍ ଚର୍ଚ୍ଚିଲ |
(ଚ) କେଉଁ ଦିନ କାଇପଦର ଠାରେ ଲୋକମାନେ ଡାକଘର ପୋଡ଼ି ଦେଇଥିଲେ ?
ଉ : ୧୯୪୨ ଅଗଷ୍ଟ ୧୭ ତାରିଖରେ କାଇପଦର ଡାକ ଘରେ ଲୋକମାନେ ନିଆଁ ଲଗାଇ ଦେଇଥିଲେ ।
(ଛ) କିଏ ଧାମନଗରଠାରେ ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ?
ଉ : ଧାମନଗରଠାରେ ମୁରଲୀଧର ପଣ୍ଡା ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରିଥିଲେ ।
(ଜ) ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଏ ନିମାପଡ଼ାରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ?
ଉ : ଭାରତ ଛାଡ଼ ଆନ୍ଦୋଳନ ସମୟରେ ଉତ୍ସବ ମଲ୍ଲିକ ପୋଲିସଗୁଳିରେ ପ୍ରାଣ ହରାଇଥିଲେ ।
(ଝ) କେଉଁ ଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ?
ଉ : ୧୯୪୩ ମାର୍ଚ୍ଚ ୨୯ ରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ।
୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ।
(କ) କେଉଁ ମସିହାରେ ଇଂରେଜ ସରକାର ‘ଅଗଷ୍ଟ ଦାନ’ ଘୋଷଣା କରିଥିଲେ ?
(i) ୧୯୩୯ (ii) ୧୯୪୧ (iii) ୧୯୪୦ (iv) ୧୯୪୨
(ଖ) କଂଗ୍ରେସ ଅଧ୍ଵବେଶନରେ କିଏ “ ଭାରତ ଛାଡ଼” ପ୍ରସ୍ତାବ ଆଗତ କରିଥିଲେ ?
(i) ମୌଲାନା ଆବୁଲ କାଲାମ୍ ଆଜାଦ୍ (ii) ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ (iii) ଗୋବିନ୍ଦ ବଲ୍ଲଭ ପନ୍ଥ
(iv) ଜବାହରଲାଲ ନେହେରୁ
(ଗ) ଭାରତଛାଡ଼ ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କୁ କେଉଁଠାରେ ବନ୍ଦୀକରି ରଖାଯାଇଥିଲା ?
(i) ଅହମ୍ମଦ ନଗର (ii) ନାଗପୁର (iii) ପୁନେ (iv) ପାଟନା
(ଘ) କେବେ କୋରାପୁଟର ଲୋକମାନେ ପାପଡ଼ାହାଣ୍ଡି ନିକଟରେ ଥାନା ଧ୍ବଂସ କରିବାକୁ ଯାଇଥିଲେ ?
(i) ୧୯୪୨ ଅଗଷ୍ଟ ୧୭ (ii) ୧୯୪୨ ଅଗଷ୍ଟ ୨୧ (iii) ୧୯୪୨ ଅଗଷ୍ଟ ୨୪ (iv) ୧୯୪୨ ଅଗଷ୍ଟ ୨୬
(ଙ) କିଏ ‘ଭାରତ ଛାଡ଼’ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହନ୍ତି ?
(i) ହରେକୃଷ୍ଣ ମହତାବ (ii) ସୁରେନ୍ଦ୍ର ନାଥ ଦ୍ବିବେଦୀ (iii) ଗୋପବନ୍ଧୁ ଚୌଧୁରୀ (iv) ଗୋପବନ୍ଧୁ ଦାସ
Tag:
odisha 10th class history notes chapter 4, ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥିରେ ଓଡ଼ିଶାର ଭୂମିକା, class 10 history chapter 4 question answer odia medium, 10th class history 4th chapter question answer odia, bharat chhada andolan class 10 questions and answers, bse odisha class 10 history chapter 4 notes pdf, odisha board 10th class history chapter 4 objective questions, class 10 history chapter 4 odia medium text book solutions, quit india movement and its role in odisha class 10, 10th class history chapter 4 question answer.

No comments:
Post a Comment