+2 First Year Malajanha Question Answer Pdf Download | ମଲାଜହ୍ନ


 +2 first year malajanha question answer pdf, +2 first year malajanha question answer mcq, Malajahn long questions answer , +2 1St year optional odia , +2 First Year Arts Optional Odia Malajanha All Question And Answer , Malajanha all MCQ question answer , 

+2 First Year Malajanha Question Answer


Malajanha Question Answer

Malajanha all MCQ question answer

ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ପ୍ରଶ୍ନୋତ୍ତର

କ. ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ

୧.ବାପା ବଡ଼ ଶରଧାରେ ସତୀର ଜନ୍ମବେଳର ନାଁ କ’ଣ ଦେଇଥିଲେ ?

(କ) ଅନୁପମା    (ଖ) ନିରୁପମା

(ଗ) ସତ୍ୟଭାମା  (ଘ) ପ୍ରିୟତମା

ଉ. (ଗ) ସତ୍ୟଭାମା


9.କାହାର ନାଁ ସାଙ୍ଗେ ବାହାର ଭିତର କୋଉଟା ତ ଟିକେ ମିଳୁ ନ ଥିଲା ?

(କ) ସତୀ    (ଖ) ସୌରଭୀ

(ଗ) ଚଇତା    (ଘ) ନାଥନନା

ଊ. (କ) ସତୀ


୩. ସତୀ ଦୁଷ୍ଟପଣର ଗୋଟିଏ ଝିଅ ବୋଲି ସେ ଆଡ଼କୁ କିଏ ଏକାବେଳକେ ଆଖୁ ବୁଜି ଦେଇଥିଲେ ?

(କ) ସାଙ୍ଗସାଥ୍‌   (ଖ) ବାପା ମା’    (ଗ) ଗାଁ ଲୋକେ  (ଘ) ବଡ଼ମା

ଉ. (ଖ) ବାପା ମା’


୪. ବୋଉ ଅଜାଣତରେ ପାନପେଡ଼ିରୁ ବେଶୀ କରି ଦି’ଖଣ୍ଡ ପାନ ଭାଙ୍ଗିଦେଇ ସତୀ କୁଆଡ଼କୁ ବାହାରି ପଡ଼ିଲା ?

 (କ) ଗାଁ ତୋଟା    (ଖ) ଗହୀର ବିଲ

(ଗ) ସାଇଆଡ଼େ ଟିକେ ବୁଲିଆସିବାକୁ    (ଘ) ମାମୁ ଘର

‍. ଉ.. (ଗ) ସାଇଆଡ଼େ ଟିକେ ବୁଲିଆସିବାକୁ


୫. ଘର ଝିଅ, ପର ତ ଆଉ ଆସିବେ ନାହିଁ ଆକଟିବାକୁ - ଏକଥା କିଏ କହିଲେ ?

(କ) ନାଥନନା    (ଖ) ବୋଉ

(ଗ) ଜମିଦାର    (ଘ) ବାପା

 ଉ.. . (ଘ) ବାପା


୬. ନିଉଛଣା ଜୀବନର ନିଲଜ କାହାଣୀଗୁଡ଼ିକ କାଗଜ ଉପରେ କିଏ ଢାଳି ଦେଇଛି ?

(କ) ସତୀ        (ଖ) ନାଥନନା        (ଗ) ବଉଳା        (ଘ) ନିଶି

ଊ. (କ) ସତୀ


୭.ପାଞ୍ଚ ବର୍ଷବେଳୁ ଭଲ କରି ଜ୍ଞାନ ହେବା ଆଗରୁ, ସମସ୍ତେ ତ ଆମ କୁଳରେ ପୁଣି ବାହା ହୁଅନ୍ତି- ଏକଥା କିଏ କହିଛି ?

(କ) ସତୀର ବୋଉ     (ଖ) ସତୀ    (ଗ) ନାଥନନା    (ଘ) ଜମିଦାର

ଉ. (ଖ) ସତୀ


୮.ଗାଁର କେଉଁ ପଟେ ଯୋରଟି ଲମ୍ବି ଯାଇଥିଲା ?

(କ) ପୂର୍ବ    (ଖ) ପଶ୍ଚିମ    (ଗ) ଉତ୍ତର    (ଘ) ଦକ୍ଷିଣ

ଉ.(ଗ) ଉତ୍ତର


୯.ସତୀ କଇଁଫୁଲ ତୋଳିବା ପାଇଁ କେଉଁ ପାଣିରେ ପଶିଥୁଲା ?

(କ) ନଦୀ    (ଖ) ନାଳ    (ଗ) ଯୋର    (ଘ) ପୋଖରୀ

ଉ. (ଗ) ଯୋର


୧୦. ମଲୁନାଇଁ ବୁଡ଼ି ସିଆଡ଼େ, ଅଲକ୍ଷଣୀ ଟୋକି ! କିଏ କାହାକୁ କହିଛି ?

(କ) ବୋଉ ସତୀକୁ (ଖ) ନାଥନନା ସତୀକୁ (ଗ) ଜମିଦାର ସତୀକୁ (ଘ) ବାପା ସତୀକୁ

ଉ. (କ) ବୋଉ ସତୀକୁ 


୧୧. ସତୀର ବାପାଙ୍କ ନାଁ କ’ଣ ?

(କ) ବୈଷ୍ଣବ ଦାଶ    (ଖ) ଅନାଦି ମିଶ୍ର    (ଗ) ଶରତ ପଣ୍ଡା    (ଘ) ଭରତ ପତି

ଉ. (ଖ) ଅନାଦି ମିଶ୍ର


୧୨. ସତୀର ବାପା ଦାଣ୍ଡଘରେ ବସି କ’ଣ ଲେଖୁଥିଲେ ?

(କ) ଚିଠି    (ଖ) ବହି    (ଗ) କବିତା    (ଘ) ପୋଥ୍

ଉ. (ଘ) ପୋଥ୍


୧୩. ଗୋବର୍ଦ୍ଧନ କାନଗୋଇର ଝିଅ ନାଁ କ’ଣ ?

(କ) ରୂପା    (ଖ) ସୁନା    (ଗ) ହୀରା    (ଘ) ମୋତି

ଊ. (ଗ) ହୀରା


୧୪. ଦିନେ ଦିନେ ଖରାବେଳେ ସତୀ ବୋଉ ପାଖରେ ବସି କ’ଣ ପଢୁଥାଏ ?

(କ) ଭାଗବତ    (ଖ) ରାମାୟଣ    (ଗ) ହରିବଂଶ    (ଘ) ଗୋପୀଭାଷା

ଉ. (ଖ) ରାମାୟଣ


୧୫. ସତୀ ଆଉ ବଉଳ ମିଶି କେଉଁଥରେ ଡଙ୍ଗା ତିଆରି କରୁଥିଲେ ?

(କ) ମାଟିରେ    (ଖ) ସୋଲରେ    (ଗ) କାଗଜରେ    (ଘ) ପତରରେ

ଉ. (ଗ) କାଗଜରେ


୧୬. ବାହାଘର ପ୍ରସଙ୍ଗ ଗୋଟାଏ ଅମୁହାଁ ଦେଉଳ ବୋଲି କାହାକୁ ଲାଗୁଥୁଲା ?

(କ) ସତୀକୁ    (ଖ) ନାଥନନାକୁ    (ଗ) ସଇତାକୁ    (ଘ) ସତୀର ବୋଉକୁ

ଊ. (କ) ସତୀକୁ


୧୭. କଇଁଫୁଲ ତୋଳିଲାବେଳେ ଯୋର ବନ୍ଧ ଉପରେ ସତୀ କାହାକୁ ଦେଖୁଲା ?

(କ) ବାପା    (ଖ) ବୋଉ    (ଗ) ନାଥନନା    (ଘ) ବଉଳ

ଊ. (ଗ) ନାଥନନା


୧୮. ଗାଁ ଜମିଦାର ସତୀର କେଉଁଠିକି ଯୋଗ୍ୟ ନୁହେଁ ବୋଲି ନାଥନନା ମନ୍ତବ୍ୟ ଦେଲେ ?

(କ) ମଥାର ମଣିକୁ (ଖ) ଗୋଡ଼ ଆଙ୍ଗୁଳିକୁ    (ଗ) ଓଳି ତଳକୁ    (ଘ) ଦେହର ମଳିକୁ

ଉ. (ଖ) ଗୋଡ଼ ଆଙ୍ଗୁଳିକୁ


୧୯. ଥାଳିଆରୁ ପାନତକ ଉଠାଇ ନେଇ ନାଥନନା କେଉଁଠାକୁ ଫିଙ୍ଗିଦେଲେ ?

(କ) ଦୁଆରକୁ    (ଖ) ଦାଣ୍ଡକୁ    (ଗ) ବାରିକୁ    (ଘ) ନଳାକୁ

ଊ. (ଘ) ନଳାକୁ


୨୦. କେଉଁଥ‌ିରେ ସତୀର ସବୁଦିନେ ଶରଧା ?

(କ) ଫୁଲରେ    (ଖ) ଖେଳରେ    (ଗ) ନାଚରେ    (ଘ) ରାନ୍ଧଣାରେ

ଉ. (କ) ଫୁଲରେ


୨୧. କାହାକୁ ଟାଣ ଟାଣ କଥା କହି ପକେଇଥିବାରୁ ସତୀର ମନ ଖରାପ ହେଉଥୁଲା ?

କ) ବାପାଙ୍କୁ    (ଖ) ନାଥନନାଙ୍କୁ    (ଗ) ବୋଉକୁ    (ଘ) ଜମିଦାରକୁ

ଊ. (ଖ) ନାଥନନାଙ୍କୁ


୨୨. ସତୀର ବଉଳ କିଏ ?

(କ) ଅନୁତାର ସ୍ତ୍ରୀ    (ଖ) ଜମିଦାରଙ୍କ ପୋଇଲି     (ଗ) ନାଥନନାଙ୍କ ଭଉଣୀ    (ଘ)ପ୍ରଭାକର ମିଶ୍ରଙ୍କ ଝିଅ

ଉ. (ଗ) ନାଥନନାଙ୍କ ଭଉଣୀ


୨୩. ସତୀ ହାତରେ କ’ଣ ଧରି ଚିତା ଲେଖୁବାରେ ଲାଗିଥିଲା ?

(କ) ଦୀପ    (ଖ) ଡିବି    (ଗ) ଲଣ୍ଡନ    (ଘ) ମହମବତି

ଊ. (କ) ଦୀପ


୨୪. ସତୀର ବଉଳର ନାଁ କ’ଣ ?

(କ) ପୁଷି    (ଖ) ଶଶୀ    (ଗ) ନିଶି    (ଘ) ମୂଷି

ଉ. (ଗ) ନିଶି


୨୫. ବାହାଘର ଦିନଠାରୁ ତା’ ଜୀବନ ଗୋଟିକ ଲାଗି ଏଆଡ଼େ କ’ଣ ଗଢ଼ା ହେଉଛି ବୋଲି ସତୀ କହିଛି ?

(କ) ଗଳାହାର (ଖ) ସୁନାଚୁଡ଼ି    (ଗ) ହୀରାମୁଦି    (ଘ) ଲୁହାଶିକୁଳି

ଉ. (ଘ) ଲୁହାଶିକୁଳି


୨୬. କାହାକୁ ଇନ୍ଦ୍ରଚନ୍ଦ୍ର ତାଙ୍କ ଜିଦ୍ରରୁ ଟଳେଇ ପାରିବେ ନାହିଁ ?

(କ) ସତୀର ବାପାଙ୍କୁ (ଖ) ନାଥନନାଙ୍କ୍    (ଗ) ଜମିଦାରଙ୍କୁ    (ଘ) ଅନୁତାକୁ

ଊ. (କ) ସତୀର ବାପାଙ୍କୁ


୨୭. ମୁଁ ତ ଜୀବନ ଥାଉଁ ସତୀକି ସେ ବୁଢ଼ାଟା ସାଙ୍ଗେ ବାହାଦେଇ ପାରିବି ନାହିଁ- ଏକଥା କିଏ କହିଛି ?

(କ) ସତୀର ବାପା    (ଖ) ସତୀର ବୋଉ (ଗ) ନାଥନନା    (ଘ) ସତୀର ମାମୁ

ଊ. (କ) ସତୀର ବୋଉ


୨୮. ବରଟା ବୁଢ଼ା ଆଉ ଦୋଭେଇ ବୋଲି ବାହାଘର ଭାଙ୍ଗିଦେବାକୁ କିଏ କହିଲେ ?

(କ) ସତୀର ବୋଉ    (ଖ) ନାଥନନା    (ଗ) ସତୀର ବାପା (ଘ) ସତୀର ବଉଳ

ଊ. (ଗ) ସତୀର ବାପା


୨୯. ବାହାଘର ସମ୍ବନ୍ଧ ଭାଙ୍ଗିବାକୁ କିଏ ରାଜି ହେଲେ ନାଇଁ ?

(କ) ସତୀ    (ଖ) ନାଥନନା    (ଗ) ସତୀର ବାପା    (ଘ) ଜମିଦାର

ଉ. (ଗ) ସତୀର ବାପା


୩୦. ନାଥନନାଙ୍କ ବୋଉକୁ ସତୀ କ’ଣ ବୋଲି ଡାକୁଥୁଲା ?

(କ) ମାଉସୀ    (ଖ) ବଡ଼ମା’    (ଗ) ଅପା    (ଘ) ଆଈ

ଊ. (ଖ) ବଡ଼ମା’


୩୧. ସତୀର ବର କିପରି ଥିଲା ?

(କ) ଦରବୁଢ଼ା, ତ୍ରିପଣ୍ଡକଳା  (ଖ) ଗୋରା, ସରୁ    (ଗ) ପତଳା, ଡେଙ୍ଗା    (ଘ) ଗେଡ଼ା, କଣା

ଉ. (କ) ଦରବୁଢ଼ା, ତ୍ରିପଣ୍ଡକଳା


୩୨. ନାଥନନା ଅଭିମାନ କରି କାହିଁକି ଚାଲି ଯାଇଥିଲେ ?

(କ) ସତୀ ତାଙ୍କୁ ନମସ୍କାର ନ କରିବାରୁ        (ଖ) ନାଥନନାଙ୍କ ହାତକୁ ସତୀ ପାନ ନ ଦେବାରୁ

(ଗ) ତାଙ୍କ ଆଗରେ ଗୀତ ନ ଗାଇବାରୁ        (ଘ) ତାଙ୍କ କଥାରେ ନାଚ ନ କରିବାରୁ

ଉ.. (ଖ) ନାଥନନାଙ୍କ ହାତକୁ ସତୀ ପାନ ନ ଦେବାରୁ


୩୩. ରଙ୍ଗଣୀ ଫୁଲଗୁଡ଼ା ସତୀ ଉପରେ ଅଜାଡ଼ି ଦେଇ କ’ଣ ହେବ ବୋଲି ବଉଳ କହିଲା ?

(କ) କୁଆଁର ପୁନେଇ ପୂଜା    (ଖ) ମଧୁଶଯ୍ୟା

(ଗ) ଫୁଲହାର                    (ଘ) ପିଲାଖେଳ

ଊ. (ଖ) ମଧୁଶଯ୍ୟା


୩୪. ବରଘର ସତୀକୁ ନେବା ପାଇଁ କ’ଣ ପଠେଇଲେଣି ବୋଲି ବଉଳ କହିଲା ?

(କ) ଚିଠି    (ଖ) ଦୂତ    (ଗ) କଣ୍ଟ    (ଘ) ପିଆଦା

ଉ. (ଗ) କଣ୍ଟ


୩୫. କେଉଁ ଜିନିଷ ପରି ଏ ଝିଅଗୁଡ଼ାଙ୍କୁ ଗୋଟାଏ କାହା ବେକରେ ଛନ୍ଦିଦେଲେ ଏ ମା’ ମାନଙ୍କର କର୍ତ୍ତବ୍ୟ ସରେ ବୋଲି ସତୀ କହିଛି ?

(କ) ଜମିବାଡ଼ି    (ଖ) ଘରଦ୍ଵାର

(ଗ) ଠାକୁର ବାସନ    (ଘ) ଘରର ଚଳନ୍ତି ଜିନିଷ

ଊ. (ଘ) ଘରର ଚଳନ୍ତି ଜିନିଷ


୩୬. କେତେ ବର୍ଷରେ ନାଥର ଘାଟି ଥିଲା ବୋଲି ବଡ଼ ମା’ କହିଲେ ?

(କ) ବାଇଶ ବର୍ଷରେ     (ଖ) ବାର ବର୍ଷରେ    (ଗ) ବାଉନ ବର୍ଷରେ     (ଘ) ଷାଠିଏ ବର୍ଷରେ

ଊ. (କ) ବାଇଶ ବର୍ଷରେ


୩୭. ସତୀ କେଉଁଦିନ ନାଥନନାଙ୍କ ଘରକୁ ଯାଇଥିଲା ?

(କ) ନାଥନନାଙ୍କ ଜନ୍ମଦିନରେ    (ଖ) କୁଆଁର ପୁନେଇଁରେ    (ଗ) ନିଶିର ବାହାଘରରେ    (ଘ) ନାଥନନାଙ୍କ ବାହାଘରରେ

ଊ. (କ) ନାଥନନାଙ୍କ ଜନ୍ମଦିନରେ



୩୮. ସତୀ ଦଣ୍ଡକରେ କେତେ ପିଠା ଗଢ଼ି ଥୋଇ ଦେଲାଣି ବୋଲି ବଡ଼ ମା’ କାହାକୁ କହିଲେ ?

 (କ) ଅପୂର୍ବକ  (ଖ) ନେତବୋଉ ଖୁଡ଼ୀଙ୍କୁ (ଗ) ନାଥନନାଙ୍କ୍ (ଘ) ବଉଳକୁ 

ଊ. (ଖ) ନେତବୋଉ ଖୁଡ଼ୀଙ୍କୁ


୩୯. ଭୟ ଆଉ ଭାବନାରେ ଦରମରା ହୋଇ ସତୀ ଦିନ ରାତି ଖାଲି ବିଛଣାରେ ପଡ଼ି ରହିଲା କାହିଁକି ?

(କ) ତା’ର ଶାଶୂଘରକୁ ଯିବା ଆୟୋଜନ ହେବାରୁ   (ଖ) ତାକୁ ଜ୍ଵର ହେବାରୁ

(ଗ) ନାଥନନା ନ ଆସିବାରୁ    (ଘ) ତା’ ବୋଉଙ୍କର ଦେହ ଖରାପ ହେବାରୁ

ଊ. (କ) ତା’ର ଶାଶୂଘରକୁ ଯିବା ଆୟୋଜନ ହେବାରୁ


୪୦. କାହାକୁ ବଳିଦେବାକୁ ନେଲାବେଳେ ତା’ ଆଖର କରୁଣ ମିନତି କେହି ଶୁଣନ୍ତି ନାହିଁ ?

(କ) ସିଂହଛୁଆକୁ  (ଖ) ନିରୀହ ଛେଳିଛୁଆକୁ (ଗ) ବାଘ ଛୁଆକୁ (ଘ) ମଇଁଷି ଛୁଆକୁ

ଉ. (ଘ) ମଇଁଷି ଛୁଆକୁ


୪୧. କେଉଁଦିନ ସତୀ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଥିଲା ?

(କ) ତା’ ବାହାଘର ଦିନ        (ଖ) କୁଆଁର ପୁର୍ନେଇ ଦିନ    (ଗ) ଶାଶୂଘରକୁ ଯିବାଦିନ    (ଘ) ନାଥନନାଙ୍କ ଜନ୍ମଦିନ

ଉ. (ଗ) ଶାଶୂଘରକୁ ଯିବାଦିନ


୪୨. ସତୀର ସବାରୀ କବାଟ ଫାଙ୍କରେ କାହା ଦିହ ଦିଶୁଥିଲା

(କ) ତା’ ବାପାଙ୍କର    (ଖ) ତା’ ବୋଉର (ଗ) ଜମିଦାରଙ୍କର    (ଘ) ନାଥନନାଙ୍କର

ଉ. (ଘ) ନାଥନନାଙ୍କର


୪୩. ଶାଶୂଘର ଯିବାପାଇଁ ସତୀକୁ କେତେ ସମୟ ଲାଗିଥୁଲା

(କ) ଗୋଟିଏ ରାତି    (ଖ) ଗୋଟିଏ ଦିନ    (ଗ) ଦୁଇ ଦିନ    (ଘ) ଗୋଟିଏ ଓଳି

ଉ. (କ) ଗୋଟିଏ ରାତି


୪୪. ସତୀର ବରର ମୁହଁଯାକ କ’ଣ ସିଇଁ ହୋଇ ଯାଇଥିଲା

(କ) ଅବିର ରଙ୍ଗ    (ଖ) କଟାଦାଗ   (ଗ) ବସନ୍ତର ଦାଗ  (ଘ) ପୋଡ଼ାଦାଗ

ଉ. (ଗ) ବସନ୍ତର ଦାଗ


୪୫. ସତୀ ତା’ ସ୍ଵାମୀଙ୍କର କ’ଣ ଥିଲା

(କ) ପ୍ରଥମ ସ୍ତ୍ରୀ    (ଖ) ଦ୍ଵିତୀୟ ସ୍ତ୍ରୀ

(ଗ) ରକ୍ଷିତା        (ଘ) ତୃତୀୟ ସ୍ତ୍ର

ଉ. (ଖ) ଦ୍ବିତୀୟ ସ୍ତ୍ରୀ


୪୬. ସ୍ଵାମୀଙ୍କ ମୁହଁ ଦେଖିବାରେ ସତୀ ଯେଉଁ ଲାବଣ୍ୟସିନ୍ଧୁ ପରି ଚିର ପରିଚିତ ମୁହଁଟି ମନେ ପକାଇଲା ତାହା    କାହାର ?

(କ) ନାଥନନାଙ୍କର    (ଖ) ତା’ ବାପାଙ୍କର (ଗ) ତା’ ବଉଳର (ଘ) ତା’ ବୋଉଳର

ଊ. (କ) ନାଥନନାଙ୍କର


୪୭, ଶାଶୂଘରେ ସତୀ ବସିଥିବା କୋଠରିରେ କ’ଣ ମୋଟେ ନ ଥିଲା ?

(କ) ବିଜୁଳିବର୍ତି     (ଖ) ଖଟ    (ଗ) ଆଲମାରୀ    (ଘ) କଳାକବାଟି

ଊ. (ଘ) ଜଳାକବାଟି


୪୮. ସତୀର ସଉତୁଣୀର ପୁଅ ନାଁ କ’ଣ ?

(କ) ହଟ    (ଖ) ବଟ    (ଗ) ନଟ    (ଘ) ଜଟ

ଉ. (ଗ) ନଟ


୪୯. ତା’ ବାପାକୁ କିଏ ଓଷଧ କରିଛି ବୋଲି ନଟ କହିଲା ?

(କ) ଧାଈ ମା’    (ଖ) ନୂଆ ମା’    (ଗ) ଜେଜେ ମା’    (ଘ) କେହିନୁହେଁ

ଉ. (କ) ଧାଈମା


୫୦. ସତୀର ଶାଶୂଘରେ ପକ୍‌କା କୂଅଟି କେଉଁଠି ଥିଲା ?

(କ) ଦାଣ୍ଡପଟେ    (ଖ) ବାଡ଼ିପଟେ    (ଗ) ପିଣ୍ଡାତଳେ    (ଘ) ମଝି ଅଗଣାରେ

ଉ. (ଗ) ପିଣ୍ଡାତଳେ


୫୧. ଶାଶୂଘରେ ସତୀର ସକାଳ ଓଳିଟା କିପରି କଟେ ?

(କ) ଶାଶୂରଙ୍କ ସେବାରେ (ଖ) ସ୍ଵାମୀ ସେବାରେ (ଗ) ଶଶୁରଙ୍କ ସେବାରେ(ଘ) ପୂଜା କରିବାରେ

ଉ. (ଗ) ଶାଶୁଙ୍କ ସେବାରେ


୫୨. ସତୀଠାରୁ ଭଣ୍ଡାର ଘର ଚାବି କିଏ ମାଗିନେଲେ ?

(କ) ତା’ ଶାଶୂ    (ଖ) ତା’ ସ୍ଵାମୀ    (ଗ) ନଟ    (ଘ) ସଉରଭୀ

ଊ. (ଖ) ତା’ ସ୍ଵାମୀ


୫୩. କପିଳେଶ୍ଵର ପାଖକୁ ଯିବା ପାଇଁ କେତେଖଣ୍ଡ ସବାରୀ ଯୋଗାଡ଼ ହୋଇଥିଲା ? 

(କ) ଖଣ୍ଡେ    (ଖ) ଦୁଇଖଣ୍ଡ    (ଗ) ତିନିଖଣ୍ଡ    (ଘ) ପାଞ୍ଚଖଣ୍ଡ

ଉ. (ଗ) ତିନିଖଣ୍ଡ


୫୪. ସତୀକୁ ଦେଖୁଯିବାକୁ ବାପାସାନ୍ତେ କାହାକୁ ପଠାଇଥିଲେ ? 

(କ) ନିଧୂଆ    (ଖ) ପାପୁଆ    (ଗ) ସଇତା    (ଘ) ନାଥୁଆ 

ଉ. (ଗ) ସଇତା


୫୫. ବୁଢ଼ା ଚାକର ସଇତା ସତୀକୁ କେଉଁ ନାଁ ରେ ସମ୍ବୋଧନ କରୁଥିଲା ?

(କ) ସତୀ ମା'     (ଖ) ବୁଢ଼ୀ ମା’ (ଗ) ବୁଢ଼ୀ    (ଘ) କୁନିମା’

ଊ. (ଗ) ବୁଢ଼ୀ


୫୬. ନଟର ଜାଆଁଳା ବାଳ କେଉଁ ଠାକୁରଙ୍କ ପାଖରେ ପକାଇବା ପାଇଁ ସ୍ଥିର ହୋଇଥିଲା ?

(କ) ନୀଳକଣ୍ଠେଶ୍ଵର (ଖ) ବାଲୁଙ୍କେଶ୍ଵର    (ଘ) ଭୁବନେଶ୍ଵର (ଗ) କପିଳେଶ୍ବର

ଊ. (ଗ) କପିଳେଶ୍ଵର


୫୭. ନାଥନନା କେତେଟଙ୍କା ଦେଇ ରାତିକ ପାଇଁ ଆଶ୍ରୟ  ଦେବା ପାଇଁ ସାହୁକୁ କହିଲେ ?

(କ) ତିନୋଟି ଟଙ୍କା    (ଖ) ଟଙ୍କାଟିଏ    (ଗ) ଯୋଡ଼ିଏ ଟଙ୍କା (ଘ) ଚାରିଟଙ୍କା

ଊ. (ଗ) ଯୋଡ଼ିଏ ଟଙ୍କା


୫୮. ଜମିଦାରଙ୍କ ଅସଲ ନାଁ କ’ଣ ?

(କ) ରାମଚନ୍ଦ୍ର ମିଶ୍ର    (ଖ) ନରହରି ମିଶ୍ର    (ଗ) ସୀତାକାନ୍ତ ମହାନ୍ତି     (ଘ) ଅନୁତ ମିଶ୍ର

ଊ. (ଘ) ଅଦ୍ଭୁତ ମିଶ୍ର


୫୯. କଟକ ଛାଡ଼ି ନାଥନନା ଓ ସତୀ କେଉଁ ଗାଡ଼ିରେ ଗାଁକୁଗଲେ ?

(କ) ରେଲଗାଡ଼ି    (ଖ) ବଳଦଗାଡ଼ି    (ଗ) ଶୂନଗାଡ଼ି    (ଘ) ଘୋଡ଼ାଗାଡ଼ି

ଊ. (ଖ) ବଳଦଗାଡ଼ି


୨୦, ରେଳଗାଡ଼ିରେ ଯାଇ ସତୀ ଓ ନାଥନନା କେଉଁ ସହରରେ ଓହ୍ଲାଇଲେ ?

(କ) ପୁରୀ    (ଖ) କଟକ    (ଗ) କଲିକତା    (ଘ) ବାଲେଶ୍ବର

ଉ. (ଖ) କଟକ


୨୧. ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ସତୀ ସହିତ ପିଲାଦିନେ କ’ଣ ବସିଥିଲେ ?

(କ) ବଉଳ    (ଖ) ସଙ୍ଗାତ    (ଗ) ଅଶୋକା    (ଘ) ମକର

ଉ. (ଗ) ଅଶୋକା


୬୨. ନାଥନନାଙ୍କ ପୁରା ନାଁ କ’ଣ ?

(କ) ପ୍ରିୟନାଥ ପହରାଜ (ଖ) ଲୋକନାଥ ତ୍ରିପାଠୀ (ଗ) ଯଦୁନାଥ ମହାନ୍ତି (ଘ) ପ୍ରିୟନାଥ ତ୍ରିପାଠୀ

ଉ. (ଖ) ଲୋକନାଥ ତ୍ରିପାଠୀ


୬୩. କଟକରେ ସତୀ ପାଖରେ ଥିବା ଚାକାରାଣୀର ନାଁ କ’ଣ ?

(କ) ପୂରବୀ    (ଖ) ମାଧବୀ    (ଗ) ସାଧବୀ    (ଘ) କରବୀ

ଉ. (ଗ) ସାଧବୀ


୬୪. ସତୀର ବାପା ବୋଉ ଚାଲିଗଲା ପରେ ବୁଢା ଚାକର ସଇତା କାହାଘରେ କାମ କରୁଥିଲା ?

(କ) ପ୍ରଭାକର ମିଶ୍ର    (ଖ) ଅଚ୍ୟୁତ ମାହାନ୍ତି    (ଗ) ଲୋକନାଥ ତ୍ରିପାଠୀ    (ଘ) ସଦାଶିବ ଦାସ

ଊ. (ଖ) ଅଚ୍ୟୁତ ମାହାନ୍ତି


୬୫. ମୁହଁ ପୋଡ଼ା ବାମୁଣ ଗୁଡ଼ାକ କେଉଁଠାରେ ନିଶାପ କରୁଛନ୍ତି ବୋଲି ସଇତା କହିଲା ?

(କ) ଗାଁ ଚଉପାଢ଼ୀରେ    (ଖ) ଭାଗବତ ଟୁଙ୍ଗୀରେ    (ଗ) ଝୁଲଣ ମଣ୍ଡପ    (ଘ) ଗାଁ ଦାଣ୍ଡରେ

ଉ. (ଖ) ଭାଗବତ ଟୁଙ୍ଗୀରେ


୬୬. ସତୀ ଜୀବନରେ କାହାକୁ ତା’ ନିଜର ବୋଲି ଅନୁଭବ କରିଥିଲା ?

(କ) ବଉଳ ନିଶିକୁ    (ଖ) ବୁଢ଼ା ଚାକର ସଇତାକୁ       (ଗ) ନାଥନନାଙ୍କ୍         (ଘ) ସ୍ଵାମୀ ନରହରି ମିଶ୍ରଙ୍କୁ

ଊ. (ଗ) ନାଥନନାଙ୍କୁ


୬୭, ନାଥନନା ଘରେ ବସି କାମ ଚଳିଲା ଭଳି କ’ଣ ଗୋଟାଏ ସଜାଡୁଥିଲେ ?

(କ) ବାଟୁଳି ଖଡ଼ା      (ଖ) ବନ୍ସୀ ଖଡ଼ା   (ଗ) ଖେପାଜାଲ    (ଘ) ଫାଶିକାଲ

ଊ. (ଖ) ବନ୍ସୀ ଖଡ଼ା


୬୮. ‘ମଲାଜହ୍ନ’ ଉପନ୍ୟାସର ଲେଖକ କିଏ ?

(କ) କାହ୍ନୁଚରଣ ମହାନ୍ତି        (ଖ) ଶାନ୍ତୁନୁ କୁମାର ଆଚାର୍ଯ୍ୟ

(ଘ) ଉପେନ୍ଦ୍ର କିଶୋର ଦାସ        (ଗ) ଗୋପୀନାଥ ମହାନ୍ତି

ଊ. (ଘ) ଉପେନ୍ଦ୍ର କିଶୋର ଦାସ


୬୯. ‘ମଲାଜହ୍ନ’ ଉପନ୍ୟାସର ନାୟକ କିଏ ?

(କ) ଦାସନନା    (ଖ) ନାଥନନା    (ଗ) ପଞ୍ଚୁନନା    (ଘ) ବୁଢ଼ାନନା

ଊ. (ଖ) ନାଥନନା


୭୦, ‘ମଲାଜହ୍ନ’ ଉପନ୍ୟାସର ନାୟିକାର ନାମ କ’ଣ ?

(କ) ସତୀ    (ଖ) ନେତୀ    (ଗ) ପ୍ରୀତି    (ଘ) ଗୀତି

ଉ. (କ) ସତୀ


୭୧. ସତୀର ଶାଶୂଘର ଗାଁ ନାଁ କ’ଣ ?

(କ) ଗୋବିନ୍ଦପୁର    (ଖ) ମଦନପୁର    (ଗ) ମୁକୁନ୍ଦପୁର    (ଘ) ବନମାଳିପୁର

ଊ. (ଗ) ମୁକୁନ୍ଦପୁର


୭୨. ସତୀଠାରୁ ତା’ର ବଉଳ ନିଶିର ବୟସ କେତେ ବର୍ଷ ସାନ ହେବ ?

(କ) ଚାରିବର୍ଷ    (ଖ) ବର୍ଷେ    (ଗ) ଦୁଇବର୍ଷ    (ଘ) ତିନିବର୍ଷ

ଉ. (କ) ଚାରିବର୍ଷ


୭୩. ବୟସରେ ସ୍ଵାମୀ କାହା ସାଙ୍ଗର ହେବେ ବୋଲି ସତୀ  ଅନୁମାନ କରିଛି ?

(କ) ନାଥନନାଙ୍କ ସାଙ୍ଗର (ଖ) ବାପାଙ୍କ ସାଙ୍ଗର    (ଗ) ସତିଆ ସାଙ୍ଗର (ଘ) ଅନୁତା ସାଙ୍ଗର

ଉ. (ଖ) ବାପାଙ୍କ ସାଙ୍ଗର


୭୪. ସତୀକୁ ଖୋଜୁ ଖୋଜୁ ଅନ୍ଧାରରେ ତା’ର ସ୍ବାମୀଙ୍କ ମୁଣ୍ଡ କେଉଁଠାରେ ଖୁବ୍ ଜୋର୍‌ରେ ବାଡ଼େଇ ହୋଇଗଲା ?

(କ) କାନ୍ଥରେ    (ଖ) କବାଟରେ    (ଗ) ଖଟ ଦେହରେ (ଘ) ଦୁଆର ବନ୍ଧରେ

ଉ. (ଗ) ଖଟ ଦେହରେ


୭୫. ନଟ୍ ସତୀକୁ କ’ଣ ବୋଲି କହି ଡାକୁଥୁଲା ?

(କ) ମାଉସୀ    (ଖ) ନୂଆ ମା’     (ଗ) ବୋଉ    (ଘ) ଅପା

ଉ. (ଖ) ନୂଆ ମା’


୭୬. ସତୀର ଶାଶୂଘରେ ଥିବା ଧାଈମା’ର ନାଁ କ’ଣ ?

(କ) ବନଲତା    (ଖ) ତଅପୋଇ    (ଗ) ସଉରଭୀ    (ଘ) ଆଶାଲତା

ଊ. (ଗ) ସଉରଭୀ



୭୭. ସତୀର ଶାଶୁଙ୍କୁ କେଉଁ କାମରେ ଦଣ୍ଡେ ଫୁରୁସତ ନ ଥାଏ ?

(କ) ଘରକାମରେ (ଖ) ଠାକୁର ପୂଜାରେ    (ଗ) ରନ୍ଧାବଢ଼ାରେ    (ଘ) ଅତିଥ ଚର୍ଚ୍ଚାରେ

ଊ. (ଖ) ଠାକୁର ପୂଜାରେ


୭୮. କେଉଁ ଘୋଡ଼ା ଉପରେ ଚଢ଼ି ନଟ ଖେଳୁଥିଲା ?

(କ) ମାଟିଘୋଡ଼ା    (ଖ) କାଠଘୋଡ଼ା    (ଗ) ବେତଘୋଡ଼ା    (ଘ) ଲୁହାଘୋଡ଼ା

ଊ. (ଖ) କାଠଘୋଡ଼ା


୭୯. ସତୀର ସ୍ଵାମୀ ତାକୁ କେଉଁ ଘର ଚାବି ମାଗିଲେ ?

(କ) ଶୋଇବା ଘର (ଖ) ଭଣ୍ଡାର ଘର (ଗ) ଖମାର ଘର    (ଘ) ଠାକୁର ଘର

ଊ. (ଖ) ଭଣ୍ଡାର ଘର



୮୦. ସତୀକୁ ଭଣ୍ଡାରଘର ଚାବି କିଏ ଦେଇଥିଲେ ?

(କ) ସ୍ଵାମୀ    (ଖ) ଶାଶୁ     (ଗ) ସଉରଭୀ    (ଘ) ନଟ

ଉ. (ଗ) ସଉରଭୀ


୮୧. କେତେଦିନରେ ଶାଶୁ ପୁରୀରୁ ଫେରିଆସିବେ ?

 (କ) ମାସ ଦୁଇଟାରେ (ଖ) ମାସ ଛଅଟାରେ    (ଗ) ମାସ ଚାରିଟାରେ (ଘ) ମାସ ଗୋଟାକରେ

ଉ. (ଘ) ମାସ ଗୋଟାକରେ


୮୨. ସେଦିନ ରାତିରେ ସାହୁ ନାଥନନା ଓ ସତୀଙ୍କୁ କ’ଣ ଜଳଖୁଆ ଖାଇବାକୁ ଦେଇଥିଲା ?

(କ) ଛେନାଗଜା    (ଖ) ରସଗୋଲା    (ଗ) କ୍ଷୀରଗଜା    (ଘ) ମାଲପୁଆ

ଊ. (ଖ) ରସଗୋଲା


୮୩. ସତୀର ସ୍ଵାମୀ ସତୀକୁ କେଉଁଠାକୁ ନେଇଯିବା ପାଇଁ ନାଥନନାକୁ କହିଲେ ?

(ଖ) ସହରର ବେଶ୍ୟାପଡ଼ାକୁ    (କ) ସତୀର ବାପଘରକୁ    (ଗ) ଅନାଥାଶ୍ରମକ    (ଘ) ମହିଳା ନିକେତନକୁ

ଉ. (ଘ) ମହିଳା ନିକେତନକୁ


୮୪. ସତୀର ଭାବନାରେ କେଉଁ ଜାତିଟା ସବୁଠୁଁ ନିଉଛଣା, ସବୁଠୁଁ ହତଭାଗ୍ୟ ?

(କ) ପୁରୁଷ ଜାତିଟା    (ଖ) ମଣିଷ ଜାତିଟା (ଗ) ସ୍ତ୍ରୀ ଜାତିଟା    (ଘ) ଭିକାରି

ଊ. (ଗ) ସ୍ତ୍ରୀ ଜାତିଟା


୫. ନାଥନନାଙ୍କ ହାତକୁ ଗରମପାଣିରେ ଧୋଇଦେଇ ସତୀ କେଉଁ ତେଲ ପଟି ବାନ୍ଧି ହେଲା ?

(କ) ସୋରିଷ ତେଲ    (ଖ) ରାଶିତେଲ    (ଗ) ନଡ଼ିଆ ତେଲ (ଘ) ଜଡ଼ାତେଲ

ଊ. (ଗ) ନଡ଼ିଆ ତେଲ


୮୬. ନାଥନନା ପିଣ୍ଡାରେ ବସି ତାଙ୍କ ପଢ଼ିବା ଦିନର କ’ଣ ସବୁ ସଜାଡ଼ି ରଖୁଥିଲେ ?

(କ) ପୁରୁଣା ଖାତା    (ଖ) ପୁରୁଣା ବହି     (ଗ) ପୁରୁଣା ଚିଠି (ଘ) ପୁରୁଣା ସାର୍ଟିଫିକେଟ୍

ଊ. (ଖ) ପୁରୁଣା ବହି



୮୭. ଅଚୁତି କେଉଁ ପଦବୀର ଥିଲେ ?

(କ) ଗାଁ ପଞ୍ଚାୟତର ସରପଞ୍ଚ        (ଖ) ଗ୍ରାମ ସଭାର ମୁଖୁଆ

(ଘ) ଡ଼ାକଘରର ପୋଷ୍ଟମାଷ୍ଟର    (ଗ) ଗାଁ ଚାଟଶାଳୀର ମାଷ୍ଟର

ଉ. (ଗ) ଗାଁ ଚାଟଶାଳୀର ମାଷ୍ଟର


୮୮. ସଇତା ଲୁଗାକନି ଭିତରୁ କ’ଣ କାଢ଼ି ସତୀକୁ ଦେଲା ?

(କ) ଗୋଟିଏ ନୋଟ୍ ବିଡ଼ା    (ଖ) ଖଣ୍ଡେ ଧଳା କାଗଜ

(ଗ) ହଳେ ପେଣ୍ଡିଫୁଲ    (ଘ) ପଟେ ସୁନାଶଙ୍ଖା

ଊ. (ଖ) ଖଣ୍ଡେ ଧଳା କାଗଜ


୮୯. ତା’ ନାଁ ରେ କିଏ ଏତଲା ଦେବାକୁ ଯାଉଛନ୍ତି ବୋଲି ଅଚୁତା ଶୁଣିଲା ?

(କ) ନାଥନନା    (ଖ) ସତୀ    (ଗ) ସଇତା    (ଘ) ପ୍ରଭାକର

ଊ. (କ) ନାଥନନା


୯୦. ପ୍ରଭାକର ମିଶ୍ର କ’ଣ ଛୁଇଁ ଶପଥ କରିଗଲେ ?

 (କ) ଭାଗବତ ପୋଥ (ଖ) ମହାପ୍ରସାଦ (ଗ) ପଇତା (ଘ) ତୁଳସୀଚଉରା

ଉ. (ଗ) ପଇତା


୯୧. ସତୀ ସାହିର କାହା ଘରକୁ ଯିବାପାଇଁ ଚାହୁଁଥିଲା ?

(କ) ଅଚୁତି ମହାନ୍ତିଙ୍କ ଘରକୁ        (ଖ) ପ୍ରଭାକର ମିଶ୍ରଙ୍କ ଘରକୁ    (ଗ) ସଇତା ଘରକୁ    (ଘ) ଗୋବର୍ଦ୍ଧନ କାନଗୋଇ ଘରକୁ

ଉ. (ଖ) ପ୍ରଭାକର ମିଶ୍ରଙ୍କ ଘରକୁ ଯା


୯୨. ସତୀକୁ ଘରୁ ବାହାର କରିଦେଇ ବ୍ରାହ୍ମଣ ସମାଜ ପାଖରେ କ୍ଷମା ମାଗି କ’ଣ କରିବା ପାଇଁ ପ୍ରଭାକର ମିଶ୍ର ନାଥନନାଙ୍କୁ ପରାମର୍ଶ ଦେଲେ ?

(କ) ଆଶୀର୍ବାଦ ନେବା    (ଖ) ଜାତି ହେବା (ଗ) ପ୍ରଣିପାତହେବା (ଘ) ପଞ୍ଚଗବ୍ୟ କରିବା

ଉ. (ଘ) ପଞ୍ଚଗବ୍ୟ କରିବା


୯୩. ବ୍ରାହ୍ମଣ ସମାଜ ପାଖରେ କ୍ଷମା ମାଗିନେଲେ ଟିକିଏ ପଞ୍ଚଗବ୍ୟ କରିଦେଲେ ଅଡୁଆ ଛିଡ଼ିଯିବ ବୋଲି ନାଥନନାଙ୍କୁ କିଏ ପରାମର୍ଶ ଦେଲେ ?

(କ) ଅଚ୍ୟୁତି ମହାନ୍ତି    (ଖ) ଗୋବର୍ଦ୍ଧନ କାନଗୋଇ    (ଗ) ପ୍ରଭାକର ମିଶ୍ର    (ଘ) ଅଗାଧୁ ମହାପାତ୍ରେ

ଉ. (ଗ) ପ୍ରଭାକର ମିଶ୍ର


୯୪. କାହାର ଖୁସି ଉପରେ ନ୍ୟାୟର ବାଟ ଗଢ଼ା ହୁଏ ?

(କ) ସରପଞ୍ଚରେ    (ଖ) ଗଉଁନ୍ତିଆର    (ଗ) ଜମିଦାରର    (ଘ) ମାଲିକର

ଊ. (ଗ) ଜମିଦାରର


୯୫. ଧାଈମା’ର ନାମ କ’ଣ ?

(କ) ମାଳତି    (ଖ) ସୌରଭୀ (ଗ) ସବିତା  (ଘ) ଗୁରୁବାରି

ଉ. (ଖ) ସୌରଭୀ


୯୬. ନଟ କିଏ ?

(କ) ଜମିଦାରଙ୍କ ପୁଅ    (ଖ) ସତୀର ପୁଅ    (ଗ) ସଇତାର ପୁଅ (ଘ) ସୌରଭୀର ପୁଅ

ଊ. (କ) ଜମିଦାରଙ୍କ ପୁଅ


୯୭. ନାଥନନା କଟକରେ କ’ଣ ଖୋଜୁଥିଲେ ?

(କ) ଚାକିରି    (ଖ) ଘରଭଡ଼ା    (ଗ) ଘରଡ଼ିହ    (ଘ) ମୋଟରଗାଡ଼ି

ଊ. (କ) ଚାକିରି


୯୮. ସତୀର ବାପା ବୋଉ କିପରି ମଲେ ?

(କ) ହଇଜାର    (ଖ) ବସନ୍ତରେ    (ଗ) ଦୁର୍ଘଟଣାରେ    (ଘ) ଚିନ୍ତାଗ୍ରସ୍ତ ହୋଇ

ଊ. (କ) ହଇଜାରେ


୯୯. ନାଥନନାଙ୍କ ହାତ କେମିତି ପୋଡ଼ିଗଲା ?

(କ) ଚୂଲି ନିଆଁରେ    (ଖ) ମହମବତି ନିଆଁରେ    (ଗ) ତତଲା ପେଜ ପଡ଼ି    (ଘ) ଘରପୋଡ଼ିରେ

ଊ. (ଗ) ତତଲା ପେଜ ପଡ଼ି


୧୦୦ କେତେବର୍ଷ ଲାଗି ଲାଗି ମଧ୍ୟ ଅଚ୍ଛତା ଅପର ପ୍ରାଇମେରୀ ପାଶ୍ କରି ପାରିନଥିଲା ?

(କ) ୩ବର୍ଷ    (ଖ) ୪ ବର୍ଷ    (ଗ) ୫ବର୍ଷ    (ଘ) ୬ବର୍ଷ

ଉ. (ଗ) ୫ବର୍ଷ


୧୦୧. କାହା ଅନୁଗ୍ରହରୁ ଅଦ୍ଭୁତ ଗାଁ ଚାଟଶାଳୀରେ ଚାକିରି ପାଇ ପାରିଥିଲା ?

(କ) ପ୍ରଭାକର ମିଶ୍ର    (ଖ) ଲୋକନାଥ ତ୍ରିପାଠୀ    (ଗ) ଜମିଦାର    (ଘ) ବିଷ୍ଣୁଦାସ

ଇ.(ଖ) ଲୋକନାଥ ତ୍ରିପାଠୀ


୧୦୨.ମୋର ତୋ’ ଉପରେ ଷୋଳପଣ ଅଧିକାର – ଏକଥା କିଏ କାହାକୁ କହିଛି ?

(କ) ଜମିଦାର ସତୀକୁ    (ଖ) ସତୀର ବାପା ସତୀକୁ   (ଗ) ନାଥନନା ସତୀକୁ  (ଘ) ସୌରଭୀ ନଟକୁ

ଉ. (କ) ଜମିଦାର ସତୀକୁ


୧୦୩. ଇହ ପରକାଳରେ ସ୍ଵାମୀଛଡ଼ା ସ୍ତ୍ରୀର ଅନ୍ୟଗତି ନାହିଁ ବୋଲି କେଉଁଠି ଅଛି ?

(କ) ନୂଆ ମା’    (ଖ) ସୌରଭୀକୁ    (ଗ) ବାପାକୁ    (ଘ) ଧାଇଁ ମା’କୁ

ଊ. (କ) ନୂଆ ମା’


୧୦୪.ଡଙ୍ଗା ଭିତରୁ ନଟ ପାଟିକରି କାହାକୁ ଡ଼ାକିଲା ?

(କ) ନୂଆ ମା’    (ଖ) ସୌରଭୀକୁ    (ଗ) ବାପାକୁ    (ଘ) ଧାଈମା’କୁ

ଊ. (କ) ନୂଆ ମା’


ଅତିରିକ୍ତ ପ୍ରଶ୍ନୋତ୍ତର

ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

1.ସତୀର ଶାଶୂଘର କେଉଁଠାରେ ?

(କ) ମୁକ୍ତାପୁର  (ଖ) ଗୁରୁଜଙ୍ଗ  (ଗ) ଖୋର୍ଦ୍ଧା    (ଘ) ମକୁନ୍ଦପୁର

ଉ : (ଘ) ମକୁନ୍ଦପୁର


2. ସେ ଘରେ ସତୀଠାରୁ କାହାର ଅଧିକାର ବେଶୀ ?

(କ) ଶାଶୂ    (ଖ) ଚମ୍ପା    (ଗ) ସଉରଭୀ    (ଘ) ପୋଇଲି

ଉ : (ଗ) ସଉରଭୀ


୩. ଜମିଦାରର ପ୍ରକୃତ ନାମ କ’ଣ ଥିଲା ?

(କ) ପ୍ରତାପ ମିଶ୍ର    (ଖ) ଅନାଦି ମିଶ୍ର    (ଗ) ନରହରି ମିଶ୍ର    (ଘ) ଅନାଥ ମିଶ

ଉ : (ଗ) ନରହରି ମିଶ୍ର


୪. ନଟ ସତୀକୁ କ’ଣ କହି ଡାକୁଥୁଲା ?

(କ) ଧାଈ ମା’    (ଖ) ମା'    (ଗ) ନୂଆ ମା’        (ଘ) ଚନ୍ଦା ମା’

ଉ : (ଗ) ନୂଆ ମା'


୫. ଶାଶୂଘରେ ସତୀକି ଡାକନ୍ତି :

(କ) ବାବୁଆଣୀ    (ଖ) ସାଆନ୍ତାଣୀ    (ଗ) ମାଲିକିଆଣୀ    (ଘ) ଜମିଦାରିଣୀ

ଉ :(ଖ) ସାଆନ୍ତାଣୀ


୬.ନାଥନନାଙ୍କର କେତେ ବୟସରେ ଘାଟୀ ଥିଲା ?

(କ) ୧୫ ବର୍ଷ    (ଖ) ୧୮ ବର୍ଷ    (ଗ) ୨୩ ବର୍ଷ    (ଘ) ୨୨ ବର୍ଷ

ଜ : (ଘ) ୨୨ ବର୍ଷ


୭, ନଟ କାହାର ପୁଅ ଥିଲା ?

(କ) ଖୁଡ଼ୀ    (ଖ) ବଡ଼ ମା’    (ଗ) ସଉତୁଣୀ    (ଘ) ମାଉସୀ

ଉ : (ଗ) ସଉତୁଣୀ


୮.ଶାଶୁ କେଉଁ ଘରର ଚାବି ସତୀକୁ ଦେଲେ ?

(କ) ଠାକୁର ଘର    (ଖ) ରୋଷେଇ ଘର    (ଗ) ଭଣ୍ଡାର ଘର    (ଘ) ଶୋଇବା ଘର

ଉ :(ଗ) ଭଣ୍ଡାର ଘର


୯. ସଇତା କିଏ ?

(କ) ମଉସା    (ଖ) ଦଦା    (ଗ) ବୁଢ଼ା ଚାକର    (ଘ) ଅଜା

ଉ : (ଗ) ବୁଢ଼ା ଚାକର


୧୦. କେଉଁ ମନ୍ଦିରରେ ନଟର ବାଳ ପଡ଼ିଲା ?

(କ) ମୁକ୍ତେଶ୍ଵର    (ଖ) ଚହଟେଶ୍ଵର    (ଗ) ଅମରେଶ୍ଵର    (ଘ) କପିଳେଶ୍ଵର

ଉ : (ଘ) କପିଳେଶ୍ବର



୧୧. ସତୀର ବାପା, ବୋଉ କେଉଁ ରୋଗରେ ଚାଲିଗଲେ ?

(କ) ମିଳିମିଳା    (ଖ) ହାଡ଼ଫୁଟି    (ଗ) ହଇଜା    (ଘ) ଥଣ୍ଡା ଜ୍ଵର

ଉ : (ଗ) ହଇଜା


୧୨. ଜମିଦାର କପିଳେଶ୍ଵର ମନ୍ଦିର ନେବାପାଇଁ କାହାକୁ ଚାହୁଁଥିଲେ ?

(କ) ସଇତା    (ଖ) ଚନ୍ଦାମା’    (ଗ) ସୌରଭୀ    (ଘ) ନିଶି

ଉ : (ଗ) ସୌରଭୀ


୧୩. ନାଥନନାଙ୍କ ଭଲ ନାଁ କ’ଣ ?

(କ) ତ୍ରୈଲୋକ୍ୟ ନାଥ ମିଶ୍ର   (ଖ) ପଶୁପତି ନାଥ ମିଶ୍ର     (ଗ) ଲୋକନାଥ ମିଶ୍ର (ଘ) ଦିନାନାଥ ମିଶ୍ର

ଉ : (ଗ) ଲୋକନାଥ ମିଶ୍ର


୧୪. ପୋଖରୀରୁ କେଉଁ ଫୁଲ ତୋଳିବାକୁ ସତୀ ଯାଇଥିଲା

(କ) ପଦ୍ମ ଫୁଲ   (ଖ) ଗୟସ ଫୁଲ  (ଗ) କଇଁ ଫୁଲ    (ଘ) ଦୁର୍ଦୁରା ଫୁଲ

ଉ : (ଗ) କଇଁ ଫୁଲ


୧୫. ସତୀ ପିତାମାତାଙ୍କର କେତେ ନମ୍ବର ସନ୍ତାନ ଥିଲା ?

(କ) ଦୁଇ ନମ୍ବର (ଖ) ତିନି ନମ୍ବର    (ଗ) ଅଲିଅଳି ସନ୍ତାନ ଏକମାତ୍ର (ଘ) ପାଞ୍ଚ ନମ୍ବର

ଉ :(ଗ) ଅଲିଅଳି ସନ୍ତାନ ଏକମାତ୍ର


Malajanha 1 mark Question Answer 

୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

୧. ଜନ୍ମ ହେଲାବେଳେ ବାପା ଶରଧାରେ ସତୀର ନାଁ କ’ଣ ଦେଇଥିଲେ ? 

ଉ. ଜନ୍ମ ହେଲାବେଳେ ବାପା ଶରଧାରେ ସତୀର ନାଁ ସତ୍ୟଭାମା ଦେଇଥିଲେ ।


2.ବାପା ଦାଣ୍ଡଘରେ ବସି କ'ଣ ଲେଖୁଥିଲେ ?

ଉ. ବାପା ଦାଣ୍ଡଘରେ ବସି ପୋଥ ଲେଖୁଥିଲେ । 


3.ଗୋବର୍ଦ୍ଧନ କାନଗୋଇର ଝିଅର ନାଁ କ’ଣ ଥିଲା ?

ଉ.. ଗୋବର୍ଦ୍ଧନ କାନଗୋଇର ଝିଅର ନାଁ ହୀରା ।


୪. ସେଦିନ ହଠାତ୍ ବନ୍ଧ ଉପରେ ସତୀ କାହାର ପାଟି ଶୁଣି ଚମକି ପଡ଼ିଲା ? 

ଉ. ସେଦିନ ହଠାତ୍ ବନ୍ଧ ଉପରେ ସତୀ ନାଥନନାଙ୍କ ପାଟି ଶୁଣି ଚମକି ପଡ଼ିଲା ।


5. ଶୈଶବରେ ସତୀ କେଉଁ ସ୍ବଭାବର ଥିଲା ?

ଉ. ଶୈଶବରେ ସତୀ ଦୁଷ୍ଟ ଏବଂ ଅମାନିଆ ସ୍ଵଭାବର ଥିଲା ।


୬. ନାଥନନା କେଉଁ ଛୁଟିରେ ଘରକୁ ଆସିଥିଲେ ?

ଊ. ନାଥନନା ଦଶହରା ଛୁଟିରେ ଘରକୁ ଆସିଥିଲେ ?


୭..ବରଘରର ସମ୍ପତି କଥା ଶୁଣି ସତୀ କ’ଣ ଅନୁଭବ କଲା ?

ଉ. ବରଘରର ସମ୍ପତ୍ତି କଥା ଶୁଣି ସତୀ ଛାତି କୁଣ୍ଢେମୋଟ ହୋଇଛି ।


୮. ସତୀର ବର ଦେଖୁବାକୁ କିପରି ବୋଲି ବର୍ଣ୍ଣନା ହୋଇଛି ?

ଉ. ସତୀର ବର ତ୍ରିପଣ୍ଡକଳା, ଦରବୁଢ଼ା ଏବଂ ମୁହଁଯାକ ବସନ୍ତ ଦାଗ, ସେହିପରି ଦେଖାଯାଉଥିଲା ।


୯. ସତୀର ବର ଶରୀରରେ କେଉଁ ଅଳଙ୍କାର ପରିଧାନ କରିଥିଲେ ?

ଉ. ସତୀର ବର ଶରୀରରେ ସୁନାହାର ଏବଂ ଖଡ୍ଗ ପରିଧାନ କରିଥିଲେ । 


୧୦. ସତୀକୁ ପୁଆଣି କରି ବାପା କେଉଁ ମାସରେ ପଠେଇବେ ବୋଲି କହୁଥିଲେ ?

 ଉ. ସତୀକୁ ପୁଆଣି କରି ବାପା ମାଘ ମାସରେ ପଠେଇବେ ବୋଲି କହୁଥିଲେ । 


୧୧. ସତୀଠାରୁ ତା’ର ବଉଳ ବୟସରେ କେତେ ବର୍ଷ ସାନ ହେବ ?

ଉ. ସତୀଠାରୁ ତା’ର ବଉଳ ବୟସରେ ଚାରିବର୍ଷ ସାନ ହେବ ।


 ୧୨. ଦିହଯାକ ଅଷ୍ଟଅଳଙ୍କାର ମଣ୍ଡିହୋଇଥ‌ିବାର ସତୀ କାହାକୁ ଦେଖୁଲା ? 

ଊ. ସୌରଭୀ ଦିହଯାକ ଅଷ୍ଟଅଳଙ୍କାର ମଣ୍ଡି ହୋଇଥିବାର ଦେଖିଲା ।


୧୩. ସତୀର ଶାଶୂଘରେ ଥିବା ଧାଈମା’ର ନା କ’ଣ ?

ଉ. ସତୀର ଶାଶୂଘରେ ଥିବା ଧାଈମା’ର ନାଁ ସଉରଭୀ ।


୧୪. ଧାଈମା’ କି କାମ କରେ ବୋଲି ନଟ କହିଲା ?

ଉ. ଧାଈମା’ ନଟକୁ ଦୁଧ ପେଇଦିଏ, ଦାଣ୍ଡକୁ ବୁଲେଇ ନିଏ ଏବଂ ତା’ ପାଖରେ ସିଏ ଶୋଏ, ଏହିସବୁ କାମ ଧାଈମା’ କରୁଥିବାର କଥା ନଟ କହିଲା ।


୧୫. ସତୀକୁ ଭଣ୍ଡାରଘର ଚାବି କିଏ ଦେଲେ ?

ଊ. ସତୀକୁ ତା’ ଶାଶୁ ଭଣ୍ଡାରଘରର ଚାବି ଦେଲେ ।


୧୬, ଗୋଟିଏ ଭଙ୍ଗା ମାଟିଘୋଡ଼ା ଉପରେ ଚଢି କିଏ ଖେଳୁଥିଲା ?

 ଊ. ନଟ ଗୋଟିଏ ଭଙ୍ଗା ମାଟିଘୋଡ଼ା ଉପରେ ଚଢ଼ି ଖେଳୁଥିଲା ।


୧୭, ଭଲ ଘୋଡ଼ାଟିଏ କିଣିଦେବାପାଇଁ କାହାକୁ କହିଲା ?

 ଊ ଭଲ ଘୋଡ଼ାଟିଏ କିଣିଦେବାପାଇଁ ନଟ ନୂଆ ମା’କୁ କହିଲା ।


୧୮. ସତୀକୁ ଦେଖୁଯିବାପାଇଁ ବାପା ସାନ୍ତେ କାହାକୁ ପଠାଇଥିଲେ ?

ଉ. ସତୀକୁ ଦେଖୁଯିବାପାଇଁ ବାପା ସାନ୍ତେ ତାଙ୍କ ଘରର ବୁଢ଼ାଚାକର ସଇତାକୁ ପଠାଇଥିଲେ |


 ୧୯. ସତୀ ବାପଘରର ବୁଢ଼ାଚାକର ନାଁ କ’ଣ ?

ଉ. ସତୀ ବାପଘରର ବୁଢ଼ାଚାକର ନାଁ ସଇତା


୨୦. କେଉଁ ଠାକୁରଙ୍କ ପାଖରେ ନଟର ବାଳ ପଡ଼ିବାର ସ୍ଥିର ହୋଇଥିଲା ?

ଉ. କପିଳେଶ୍ଵର ଠାକୁରଙ୍କ ପାଖରେ ନଟର ବାଳ ପଡ଼ିବାର ସ୍ଥିର ହୋଇଥିଲା ।


 ୨୧. ନଟର ବାଳ ପକାଇ ଯିବାପାଇଁ କେତେଖଣ୍ଡ ସବାରୀ ଯୋଗାଡ଼ ହୋଇଥିଲା ?

 ଉ. ନଟର ବାଳ ପକାଇ ଯିବାପାଇଁ ତିନିଖଣ୍ଡ ସବାରୀ ଯୋଗାଡ଼ ହୋଇଥିଲା । 


୨୨. ସତୀର ସ୍ଵାମୀଙ୍କ ନାଁ କ’ଣ ?

ଉ. ସତୀର ସ୍ଵାମୀଙ୍କ ନାଁ ନରହରି ମିଶ୍ର ।


୨୩. ନାଥନନା ଅନ୍ନପୂର୍ଣ୍ଣା ବୋଲି କାହାକୁ କହିଲେ ?

ଉ. ନାଥନନା ସତୀକୁ ଅନ୍ନପୂର୍ଣ୍ଣା ବୋଲି କହିଲେ ।


୨୪. ହୋଟେଲରେ ଖାଇବା ପାଇଁ ସତୀ ନାଥନନାଙ୍କୁ ବାରଣ କରୁଥିଲେ କାହିଁକି ?

ଉ. କଟକରେ ବସନ୍ତରୋଗ ବ୍ୟାପୀଥ‌ିବାରୁ ହୋଟଲରେ ଖାଇବା ପାଇଁ ସତୀ ନାଥନନାଙ୍କୁ ବାରଣ କରୁଥିଲା |


 ୨୫. ଶେଷରେ ନାଥନନା ସତୀକୁ ନେଇ ଗାଁକୁ ଯିବାକୁ ସ୍ଥିର କଲା କାହିଁକି ?

ଉ. ନାଥନନାଙ୍କୁ କଟକରେ ଚାକିରି ନ ମିଳିବାରୁ ଏବଂ ପାଖରେ ଥିବା ସମସ୍ତ ସଞ୍ଚିତ ଅର୍ଥ ସରିଯିବାରୁ ଉପାୟଶୂନ୍ୟ ହୋଇ ସତୀକୁ ନେଇ ଗାଁକୁ ଯିବାକୁ ନାଥନନା ସ୍ଥିର କଲେ ।


୨୬. ବଡ଼ ମା’ କେଉଁମାସରେ ପୁରୀ ଚାଲିଯାଇଥିଲେ ?

ଉ. ବଡ଼ ମା’ କାର୍ତ୍ତିକ ମାସରୁ ପୁରୀ ଚାଲିଯାଇଥିଲେ ।


୨୭. ନାଥନନା ପିଣ୍ଡାରେ ବସି ତାଙ୍କ ପଢ଼ିବା ଦିନର କ’ଣ ସବୁ ସଜାଡ଼ି ରଖୁଥିଲେ ?

ଉ. ନାଥନନା ପିଣ୍ଡାରେ ବସି ତାଙ୍କ ପଢ଼ିବା ଦିନର ପୁରୁଣା ବହି ସବୁ ସଜାଡ଼ି ରଖୁଥିଲେ ।


୨୮. ସଇତା କେଉଁ ଉଦ୍ଦେଶ୍ୟରେ ସତୀକୁ ଦେଖା କରିବା ପାଇଁ ନାଥନନାଙ୍କ ଘରକୁ ଆସିଥିଲା ?

ଉ. ସତୀ ଶାଶୂଘର କଥା ଜାଣିବା ଏବଂ ଅନୁତି ମହାନ୍ତି ତା’ ହାତରେ ସତୀ ଉଦ୍ଦେଶ୍ୟରେ ଦେଇଥିବା ଚିଠି ନେଇ ସତୀକୁ ଦେଖା କରିବା ପାଇଁ ନାଥନନା ଘରକୁ ସଇତା ଆସିଥିଲା ।


୨୯. ସଇତା ଲୁଗା କାନି ଭିତରୁ କ’ଣ କାଢ଼ି ସତୀକୁ ଦେଲା ?

ଉ. ସଇତା ଲୁଗାକାନି ଭିତରୁ ଅଚ୍ୟୁତି ମହାନ୍ତି ଦେଇଥିବା ଚିଠି ଖଣ୍ଡକ କାଢ଼ି ସତୀକୁ ଦେଲା ।


୩୦. ସାରା ଗାଁରେ କେଉଁ ଦୁଇଜଣ ସତୀର ନିଜର ହୋଇଥିଲେ ?

ଉ. ସାରା ଗାଁରେ ନାଥନନା ଏବଂ ସଇତା ଏହି ଦୁଇଜଣ ସତୀର ନିଜର ହୋଇଥିଲେ । 


୩୧. ଜମିଦାର ଖୁସି ଉପରେ ନ୍ୟାୟର ବାଟ ଗଢ଼ାହୁଏ ବୋଲି କିଏ ମନେକଲା ? 

ଉ, ଜମିଦାର ଖୁସି ଉପରେ ନ୍ୟାୟର ବାଟ ଗଢ଼ାହୁଏ ବୋଲି ସତୀ ମନେକଲା । 


୩୨, ଛୋଟପିଲାଟି ପରି କୋଳକରି କିଏ ନେଇ ସତୀକୁ ବିଛଣାରେ ଶୁଆଇଦେଲେ ?

ଉ. ଛୋଟପିଲାଟି ପରି କୋଳକରି ନାଥନନା ନେଇ ସତୀକୁ ବିଛଣାରେ ଶୁଆଇଦେଲେ ।


 ୩୩. ସତୀକୁ ଘରୁ ବାହାର କରିଦେବାପାଇଁ ନାଥନନାଙ୍କୁ କିଏ ପରାମର୍ଶ ଦେଲେ ?

ଊ. ସତୀକୁ ଘରୁ ବାହାର କରିଦେବାପାଇଁ ପୁରୋହିତଙ୍କ ପୁଅ ପ୍ରଭାକର ମିଶ୍ର ପରାମର୍ଶ ଦେଲେ ।


୩୪. ପ୍ରଭାକର ମିଶ୍ର କ’ଣ ଛୁଇଁ ଶପଥ କରିଗଲେ ?

ଉ. ପ୍ରଭାକର ମିଶେ ନିଜର ପଇତା ଛୁଇଁ ଶପଥ କରିଗଲେ ।


୩୫. ସାଙ୍ଗରେ କାହାକୁ ନେଇ ସାଇଆଡ଼େ ଯିବ ବୋଲି ସତୀ ନାଥନନାଙ୍କୁ ଅନୁରୋଧ କଲା ?

 ଉ. ସାଙ୍ଗରେ ସଇତାକୁ ନେଇ ସାଇଆଡ଼େ ଯିବ ବୋଲି ସତୀ ଅନୁରୋଧ କଲା ।


୩୬. ସତୀ ସାହିର କାହା ଘରକୁ ଯିବାପାଇଁ ଚାହୁଁଥିଲା ?

ଉ. ସତୀ ସାହିର ଗାଁ ପୁରୋହିତଙ୍କ ପୁଅ ପ୍ରଭାକର ମିଶ୍ରଙ୍କ ଘରକୁ ଯିବାପାଇଁ ଚାହୁଁଥିଲା । 


୩୭. ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ପିଲାଦିନେ ସତୀ ସହିତ କ’ଣ ବସିଥିଲେ ?

ଉ. ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ପିଲାଦିନେ ସତୀ ସହିତ ଅଶୋକ ବସିଥିଲେ ।


Malajanha 1 Mark Extra Question Answer

ଅତିରିକ୍ତ ପ୍ରଶ୍ନୋତ୍ତର

ଗୋଟିଏ ବାକ୍ୟରେ ଉତ୍ତର ଦିଅ।

୧. ବାପା ଶରଧାରେ ଝିଅକୁ କ’ଣ ଡାକନ୍ତି ?

ଉ. ବାପା ଶରଧାରେ ଝିଅକୁ ସତ୍ୟଭାମାରୁ ସତୀ ବୋଲି ଡାକନ୍ତି ।


9. ବୋଉ ଅଜାଣତରେ ପାନପେଡ଼ିରୁ କେତେଖଣ୍ଡ ପାନ ଭାଙ୍ଗିନେଇଛି ଝିଅ ? 

ଉ. ବୋଉ ପାନପେଡ଼ିରୁ ଦୁଇଖଣ୍ଡ ପାନ ଭାଙ୍ଗି ନେଇଛି ସତୀ ।


୩.ବାପା କେଉଁ ଶାସ୍ତ୍ରରେ ପାରଙ୍ଗମ ଥିଲେ ?

ଉ. ବାପା ପୋଥ୍ ଗଣନାରେ ପାରଙ୍ଗମ ଥିଲେ । ସତୀର ଜାତକ ସେ ଜମିଦାର ସହ ଶୁଝେଇଥିଲେ ।


4. ବାମୁଣ ଘର କୁଳରେ କେତେବର୍ଷ ବେଳୁ ବାହା କରି ଦିଅନ୍ତି ।

ଉ. ବାମୁଣ ଘର କୁଳରେ ପାଞ୍ଚବର୍ଷ ବେଳୁ, ଭଲକରି ଜ୍ଞାନ ହେବା ଆଗରୁ, ସ୍ଵାମୀ କ’ଣ ଭଲ କରି ବୁଝିବା ଆଗରୁ

ଝିଅଙ୍କୁ ବିବାହ କରିଦେଉଥଲେ ।


୫. ଅଶିତ ଶେଷରେ କେଉଁ ଫୁଲ ତୋଳିବାକୁ ସତୀ ପାଣିରେ ପଶିଲା ?

ଉ. କଇଁଫୁଲ ତୋଳିବାକୁ ସତୀ ଆଶ୍ରିତୀ ଶେଷରେ ପାଣି ଭିତରକୁ ଯାଇଛି।


୬. ସତୀକୁ କାହିଁକି ଲାଜ ଲାଗିଛି ?

ଉ. ସତୀର ଶରୀର ଓଦାଲୁଗାରେ ଲାଖି ହୋଇଛି, ସେହି ସମୟରେ ନାଥନନା ତା’ ପ୍ରତି ଦୃଷ୍ଟି ପକାଇଛନ୍ତି । ସତୀ ମନ ଲାଜରେ ପରିପୂର୍ଣ୍ଣ ହୋଇଛି ।


୭. କେଉଁ ଛୁଟିର ସେ ଘରକୁ ଆସିଛନ୍ତି ?

ଉ. ଦଶହରା ଛୁଟିରେ ନାଥନନା ଘରକୁ ଆସନ୍ତି |


୮.ସତୀ ଆଉ ତା’ ବଉଳମିଶି ବର୍ଷାରେ କ’ଣ ତିଆରି କରିଛନ୍ତି ?

ଉ. ସତୀ ଆଉ ତା’ ବଉଳମିଶି ବର୍ଷାରେ କାଗଜ ଡଙ୍ଗା କରି ଭସେଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।


୯.ବଉଳକୁ ସତୀ କ’ଣ ପଚାରିଛି ?

ଊ. ଲଗାତାର ଦୁଇ, ତିନିଦିନ ଧରି ନାଥନନା ଘରକୁ ଆସିବାରୁ ସତୀ ଧୈର୍ଯ୍ୟ ଧରି ରହିପାରିନାହିଁ । ଶେଷରେ ତା’ ବଉଳକୁ ତାଙ୍କ ଭାଇ (ନାଥନନା)ଙ୍କ ବିଷୟରେ ପଚାରି ବୁଝିନେଇଛି ।


୧୦. ନାଥନନାଙ୍କ ପ୍ରତିଜ୍ଞା କ’ଣ ଥିଲା ?

ଉ. ସତୀର ବାହାଘର ସେଇ ବୁଢ଼ା ଜମିଦାର ସହ କରା ନ ଯାଉ ବୋଲି ନାଥନନା ସତୀ ବାପାଙ୍କୁ ଅନେକ ବୁଝାଇଛି । ହେଲେ ନିଜ ଜିଦରେ ଅନାଦି ମିଶ୍ର ଅଟଳ ରହିବାରୁ ତାଙ୍କ ଘରକୁ ଆଉ ଆସିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ।


୧୧. ନିଶି କିଏ, ତାହାର ପରିଚୟ କ’ଣ ?

ଉ.. ନିଶି ହେଉଛି ନାଥନନାଙ୍କ ଭଉଣୀ ଏବଂ ସତୀର ବଉଳ ପାଖାପାଖୁ ଦୁହେଁ ରହନ୍ତି | 


୧୨. ନାଥନନାଙ୍କର କି ପୂଜା ହୋଇଛି ?

ଉ.. ନାଥନନାଙ୍କର ଜନ୍ମଦିନରେ ତାଙ୍କ ବୋଉ ଠାକୁରଙ୍କ ପାଖେ ମାନସିକ କରିଥିଲେ । ବାଇଶ ବର୍ଷରେ ଗୋଟେ ଘାଟି ଥିଲା। ସେଥ‌ିପାଇଁ ଏ ପୂଜାର ଆୟୋଜନ ହୋଇଥିଲା ।


୧୩. ସତୀର କି ଲୋଭ ହୋଇଛି ?

ଉ. ନାଥନନାଙ୍କ ପୂଜା ରାତିରେ ହୋଇଛି । ସେହି ରାତିରେ ବହୁତ ବର୍ଷା ହେବାରୁ ବଉଳ ସତୀକୁ ତାଙ୍କ ଘରେ ଶୋଇ ପଡ଼ିବାକୁ କହିଛି । ସତୀର ଲୋଭ ହୋଇଛି ରାତିଟା ରହିଗଲେ ସକାଳୁ ଆଉଥରେ ନାଥନନାଙ୍କ ମୁହଁ ଦେଖିପାରିବ । ସେଇ ଲୋଭ ସତୀର ମନରେ ଜାତ ହୋଇଛି ।


୧୪. ଧୂଳିଟାରେ କିଏ ବସି ପଡ଼ିଲେ ?

ଉ. ନାଥନନା କଟକରୁ ଫେରି ଧୂଳିଟାରେ ଆସି ବସିପଡ଼ିଛନ୍ତି


୧୫. ବାହାଘର କଥା ସତୀକି କିପରି ଲାଗିଛି ?

ଉ. ନିଜ ବାହାଘର କଥା ସତୀକି ପ୍ରଥମେ ଆନନ୍ଦ ଓ କୌତୁକ ଲାଗିଛି। ଓଢ଼ଣା ତଳେ ନୂଆବୋଉ ହୋଇ ଲଇଁ ଲଇଁ ଚାଲିବା, କନିଆଁ ହେବା କଥା ଭାବି ମନରେ କୌତୁକ ଲାଗିଛି ।


Malajanha 2 Mark Question Answer 

୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

ଲେଖା ଓ ଲେଖକଙ୍କ ପାଇଁ -୧ ନମ୍ବର ଓ ଉତ୍ତର ପାଇଁ –୧ ନମ୍ବର ।


୧.ଦାଣ୍ଡ ପାହାଚ ଉପରେ ଗୋଡ଼ ଦେଲା ବେଳେ ପଛରୁ ସତୀକୁ କିଏ ଡାକିଲେ ?

 ଉ. ଉପନ୍ୟାସ —ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ଦାଣ୍ଡ ପାହାଚ ଉପରେ ଗୋଡ଼ ଦେଲାବେଳେ ପଛରୁ ସତୀକୁ ବାପା ଡାକିଲେ ।


୨. ବାହାହେବା କଥାଟା ସତୀକୁ କେମିତି ଲାଗେ ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ବାରବର୍ଷର ଝିଅ ସତୀ, ବାହାଘର କଥା ଶୁଣିଲେ ଟିକେ ଅଲଗା ଅନୁଭବ କରିଥାଏ ।


3. ଛଅମାସ ହେଲା ନାଥନନା କୁଆଡ଼େ ଓ କାହିଁକି ଯାଇଥିଲା ?

ଉ. ଉପନ୍ୟାସ —ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ଛଅମାସ ହେଲା ନାଥନନା କଟକ ପାଠପଢ଼ିବା ପାଇଁ ଯାଇଥିଲେ ।


୪. ସତୀର ବିବାହ ପ୍ରସ୍ତାବ ଭାଙ୍ଗିଦେବାପାଇଁ ନାଥନନା କାହିଁକି କହୁଥିଲେ ?

ଊ. ଉପନ୍ୟାସ –ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀର ବିବାହ ପ୍ରସ୍ତାବ ଠିକ୍ ହୋଇଥିବା ବରର ବୟସ ସତୀଠାରୁ ଢେର ଅଧିକ ଥିଲା ଏବଂ ଦେଖିବାକୁ ବିକୃତ ସେଥ‌ିରେ ଦ୍ଵିତୀୟ ବିବାହ, ସତୀର ଗୋଡ଼ ଆଙ୍ଗୁଳିକ ତା' ବର ଯୋଗ୍ୟ ନୁହେଁ ବୋଲି ମନେକରି ସତୀର ବିବାହ ପ୍ରସ୍ତାବକୁ ଭାଙ୍ଗିଦେବାପାଇଁ ନାଥନନା କହୁଥିଲେ ।


୫.ଯମ ଘରକୁ ଯାଉଚି ବୋଲି ସତୀ କାହାକୁ କହିଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀର ସ୍ଵାମୀ ତା’ ସହ ଶାରୀରିକ ସମ୍ବନ୍ଧ ରଖୁବାକୁ ବଳ ପ୍ରୟୋଗ କରିବାରୁ ସତୀ ତା’ ହାତ ଠେଲିଦେଇ ବାହାରକୁ ଆସୁଥିଲା ବେଳେ ତା’ ସ୍ଵାମୀ କୁଆଡ଼େ ଯାଉଛୁ ପଚାରିବାରୁ, ସିଏ ଯମ ଘରକୁ ଯାଉଛି ବୋଲି କହିଛି ।


 ୬. ପହିଲି ଦେଖାରେ ଶାଶୂ ସତୀକୁ ତୁନି ତୁନି କ’ଣ କହିଲେ ?

ଉ. ଉପନ୍ୟାସ—ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀ ନୂଆବୋହୂ ହୋଇଥିବାରୁ ଶାଶୂଘରର ଚାଲିଚଲଣିକୁ ନଜର ଦେଇଥିଲା । ଶାଶୁକୁ ଲୁଗା ଦେବାକୁ ଗଲାବେଳେ ସଉରଭୀ ଦେଖେଇ ଶିଖେଇ କେତେକଥା କହିବାରୁ, ଶାଶୂ ତୁନି ତୁନି ସତୀକୁ ଏତେ ଲାଜ କଲେ ଚଳିବ ନାହିଁ ବୋଲି କହିଲେ ।


7. ନଟର ବାଳ ପଡ଼ିବାର ଦୁଇଦିନ ଆଗରୁ ମା’ ପୁରୀ ବାହାରିଗଲେ କାହିଁକି ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ନଟର ବାଳ ପକାଇବାକୁ ଯିବାର ସମସ୍ତ ଆୟୋଜନ ସରିଥିଲେ ମଧ୍ୟ ସଉରଭୀକୁ ସାଙ୍ଗରେ ନେବା ପାଇଁ ସତୀର ସ୍ଵାମୀ ଚାଲାଖ କରି କହିବାରୁ ସତୀର ଶାଶୂ ବିରକ୍ତ ହୋଇ ବାଳ ପଡ଼ିବାର ଦୁଇଦିନ ଆଗରୁ ପୁରୀ ବାହାରିଗଲେ । 


8. ରେଳଗାଡ଼ି ଦେଖୁ ସତୀର କ’ଣ ମନେହେଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ରେଳଗାଡ଼ିର ଘଡ଼ଘଡ଼ି ଶବ୍ଦ ଶୁଣି ସତୀ ମନେମନେ ଭାବିଛି ଗୋଟିଏ କାଳିଆ ଗାଡ଼ି ପବନ ପରି ଜୋର୍‌ରେ ଧୂଆଁ ଧୂଳିର କୁହୁଡ଼ି ମଧ୍ୟରେ କୋଉ କାହାଣୀମାଳାର ଅସୁରରାଜା ହଜିଥିବା ରଜାଝିଅକୁ ଖୋଜିବାକୁ ଧାଇଁଚି, ରେଳଗାଡ଼ି ଦେଖୁ ସତୀ ଏପରି ମନେକରିଛି ।


୯. ନାଥନନାଙ୍କ ହାତରେ ଫୋଟକା ହେଲା କିପରି ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀ ନିଜ ବାପାବୋଉ ଆଉ ଏ ଦୁନିଆରେ ନଥିବା କଥା ଜାଣି ମନଦୁଃଖରେ ରନ୍ଧାରନ୍ଧି ନ କରିବାରୁ ନାଥନନା ନିଜେ ରୋଷେଇ କଲାବେଳେ ହାଣ୍ଡି ଓହ୍ଲାଉଥ‌ିବାବେଳେ ତତଲା ପେଜପଡି ନାଥନନାଙ୍କ ହାତ ପୋଡ଼ିଯାଇ ଫୋଟକା ହୋଇଥିଲା ।


୧୦. କଟକ ବସାଘରେ ସତୀକୁ ଛାଡ଼ିଦେଇ ନାଥନନା ବଜାରକୁ ଗଲେ କାହିଁକି ?

ଉପନ୍ୟାସ—ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

କଟକ ବସାଘରେ ସତୀକୁ ଛାଡ଼ିଦେଇ ନାଥନନା ବଜାରକୁ ଘରକରଣା ଜିନିଷ ଆଣିବାକୁ ଗଲେ । ଗୋଟିଏ ବଡ଼ ଟୋକେଇରେ ବୋଝେ ଜିନିଷ ଆଣି ଜଣେ ଲୋକ ଥୋଇଲା ।


୧୧. ସତୀ ଓ ନାଥନନା କଟକ ବୁଲି ଆସିଛନ୍ତି ଶୁଣି ପଡ଼ୋଶୀ ଲୋକ କାବା ହେଲା କାହିଁକି ?

ଉ. ଉପନ୍ୟାସ –ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ପଡ଼ୋଶୀ ସ୍ତ୍ରୀ ଲୋକ ଜଣକ ସତୀକୁ ନାଥନନା, ସ୍ତ୍ରୀ ଭାବି, ନାଥନନା କଟକ କଚେରୀରେ କିମ୍ବା କ'ଣ ବେପାର ବଣିଜ କରନ୍ତି ପଚାରିବାରୁ ସତୀ ସେ କିଛି କରନ୍ତି ନାହିଁ, ସେମାନେ କେବଳ ବୁଲିଆସିଛନ୍ତି କହିବାରୁ ପଡ଼ୋଶୀ ସ୍ତ୍ରୀ ଲୋକ କାବା ହୋଇଗଲା ।


୧୨. ସତୀ ଧନ୍ୟ ସ୍ଵାମୀଟିଏ ପାଇଚ ବୋଲି କିଏ ମନ୍ତବ୍ୟ ଦେଲେ ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ନାଥନନା ସତୀକୁ ରୋଷେଇରେ ସାହାଯ୍ୟ  କରିବା ପାଇଁ ଚାକିରିଆଣୀକୁ ବେଶୀ ଦରମା ଦିଆଯିବ ହେଲେ ରୋଷେଇ ନ ମିଳିବା ଯାଏଁ ସତୀକୁ ସବୁ ପ୍ରକାର ସାହାଯ୍ୟ ଚାକିରିଆଣୀ କରିବ ଏହି କଥାଶୁଣି ପଡ଼ୋଶୀ ସ୍ତ୍ରୀଲୋକ ସତୀକୁ ଧନ୍ୟ ସ୍ଵାମୀଟିଏ ପାଇଛ ବୋଲି କହିଲେ ।,  


୧୩. ସତୀକୁ ନେଇ ଗାଁକୁ ଫେରିଯିବା ପାଇଁ ନାଥନନା ନିଷ୍ପଭି କଲେ କାହିଁକି ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

କଟକରେ ଚାକିରିଖଣ୍ଡେ ନ ମିଳିବାରୁ ପାଖରେ ଗଚ୍ଛିତ ଅର୍ଥ ଧୀରେ ଧୀରେ ସରିଯିବାରୁ ଅର୍ଥାଭାବରୁ ସତୀକୁ ନେଇ ଗାଁକୁ ଫେରିଯିବା ପାଇଁ ନାଥନନା ନିଷ୍ପତ୍ତି ନେଲେ ।


୧୪. ଗାଁରେ ପହଞ୍ଚିବା ପରେ ସତୀ ନାଥନନାଙ୍କ ଘରର ଅବସ୍ଥା କିପରି ଥ‌ିବାର ଦେଖୁଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ଗାଁରେ ପହଞ୍ଚିବା ପରେ ସତୀ ନାଥନନାଙ୍କ ଘରର ଦୁଆର ଭିତରେ ଆଣ୍ଠୁଏ ଅରମା ହୋଇ ପଡ଼ିଥିବାର ଦେଖିଲା । ଚାରିଆଡ଼େ ନିଃଶବ୍ଦ ଯେପରି ଅନେକ ଦିନ ହେଲା କେହି ଏ ଘରେ ଚଳପ୍ରଚଳ କରୁଥିବା ପରି ଜଣାଯାଉ ନାହିଁ ।


 ୧୫. ପ୍ରଭାକର ମିଶ୍ର କ’ଣ ଛୁଇଁ ଶପଥ କଲେ ?

ଉ.ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ପ୍ରଭାକର ମିଶ୍ର ନିଜର ପଇତା ଛୁଇଁ ଶପଥ କଲେ ।


୧୬. ସତୀକୁ ନିଜ ଘରେ ଦେଖୁ ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ କ’ଣ କହିଲେ ? 

ଉ. ଉପନ୍ୟାସ—ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ପିଲାଦିନେ ସତୀ ସହ ‘ଅଶୋକା’ ବସିଥିବା ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ସତୀକୁ ଦେଖ୍ ଅଚିହ୍ନା ପରି ବ୍ୟବହାର କରି  ଦୂରକୁ ଯା’ ଠାକୁର ଦେବତା ଘର, ମାରା ହୋଇଯିବ ବୋଲି କହିଛି ।


୧୭. ନାଥନନାଙ୍କୁ ସମାଜ ବାସନ୍ଦରୁ ମୁକୁଳିବା ପାଇଁ ସତୀ କେଉଁ ନିଷ୍ପତ୍ତି ନେଲା ?

ଉ. ଉପନ୍ୟାସ—ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀ ଯଦି ଗାଁ ଛାଡ଼ି ଚାଲିଯାଏ, ତେବେ ନାଥନନା ସମାଜ ବାସନ୍ଦରୁ ମୁକୁଳି ପାରିବେ ବୋଲି ସର୍ବୋତ୍ତମ ଉପାୟ ମନେକରି ସତୀ ଘରଛଡ଼ା ଚାଲିଯିବାର ନିଷ୍ପତ୍ତି ନେଇଛି ।


Malajanha 2 mark extra Question Answer

ଅତିରିକ୍ତ ପ୍ରଶ୍ନୋତ୍ତର

୧. ମଲାଜହ୍ନ ଉପନ୍ୟାସଟି କେଉଁ ଧରଣର ଉପନ୍ୟାସ ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ମଲାଜହ୍ନ ଉପନ୍ୟାସଟି ଉପେନ୍ଦ୍ର କିଶୋର ଦାସଙ୍କର ଏକ ଅମୂଲ୍ୟ କୀର୍ତ୍ତି । ମଲାଜହ୍ନ ଉପନ୍ୟାସଟି ଏକ କ୍ଲାସିକ ସୃଷ୍ଟି ରୂପେ ସ୍ଵୀକୃତ । କିଶୋରୀ ମନର ଅକୁହା କଥାକୁ ଏଠାରେ ଦେଖାଯାଇଛି ।


୨. ମଲାଜହ୍ନ ଉପନ୍ୟାସଟିରେ ମୁଖ୍ୟ ଚରିତ୍ରମାନଙ୍କ ନାମ ଲେଖ ।

ଉ. ଉପନ୍ୟାସ—ମଲାଜହ୍ନ ପର

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ମଲାଜହ୍ନ ଉପନ୍ୟାସରେ ମୁଖ୍ୟ ଚରିତ୍ରମାନେ ହେଲେ – ସତୀ, ନାଥନନା ଏହା ବ୍ୟତୀତ ଅନ୍ୟ ଚରିତ୍ରମାନେ ହେଲେ ଅଚ୍ୟୁତି ଗାଁ ଟାଉଟର, ପ୍ରଭାକର ମିଶ୍ର, ସଉରଭୀ, ନଟ ଇତ୍ୟାଦି ।


3.ବାପା ଝିଅ ମୁହଁକୁ ଚାହିଁ କ’ଣ କହୁଥିଲେ ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ନିକଟରେ ବାହାଘର ଦିନ ପାଖେଇ ଆସିବାରୁ ସତୀ ଆଉ ବାହାରେ ବୁଲାବୁଲି ନ କରିବାକୁ କହିଛନ୍ତି ବାପା


4ବୋଉ ସତୀକି ଚାହିଁ ବିରକ୍ତି ହେବାର କାରଣ କ’ଣ ?

 ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ବାପା ବୋଉଙ୍କୁ ଲୁଚି ଛପି ସତୀ ଗାଁରେ ବୁଲାବୁଲି କରୁଥିବା ଜାଣିପାରି ସତୀ ବୋଉ ତା’ ଉପରେ ବିରକ୍ତ ହୋଇଛନ୍ତି ।


 5. ସତୀ ବାପାଙ୍କର କ’ଣ ଏକା ଜିଦ୍ ଥିଲା ?

ଉ. ସତୀ ବାପା ଝିଅର ବାହାଘର ସେଇ ‘ଦରବୁଢ଼ା ଜମିଦାର ସହିତ କରିବା ପାଇଁ ଏକାଜିଦ୍ ଧରିଲେ । ନାଥନନା, ବୋଉ ଯେତେ ବୁଝାଇଲେ ବି ସେ କାହା କଥାକୁ କଣ୍ଠପାତ କରି ନ ଥିଲେ ।

୬. ସତୀ ମନରେ କିଏ ବସା ବାନ୍ଧିଥିଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀ ମନରେ ନାଥନନା ଶୋଭା ପାଉଥିଲେ । ସତୀର ଆଖି ଚାରିଆଡ଼େ ତାକୁ ଖୋଜିବୁଲେ । କିନ୍ତୁ ନିଜ ମନ କଥା କେହି କାହା ଆଗରେ ଶେଷ ପର୍ଯ୍ୟନ୍ତ ପ୍ରକାଶ କରିପାରିଲେ ନାହିଁ ।


Malajanha Question Answer 3 Mark \ Malajanha 3 Mark Question Answer

୩ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ ।

(୩୦ଟି ଶବ୍ଦ ମଧ୍ୟରେ) ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ - ୨ ନମ୍ବର । 


1. ପାଣିରୁ ଉଠି ଆସିବାପରେ ନାଥନନାଙ୍କୁ ଦେଖୁ ସତୀ ଲାଜକଲା କାହିଁକି ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

କଇଁଫୁଲ ତୋଳିବାପାଇଁ ଯୋରରେ ପଶିବାରୁ ସତୀର ଲୁଗା ଓଦା ହୋଇଯାଇଥିଲା । ହଠାତ୍ ବନ୍ଧ ଉପରେ ନାଥନନାଙ୍କ ପାଟିଶୁଣି ସତୀ ଚମକିପଡ଼ିଛି । ପାଣିରୁ ଶୀଘ୍ର ଉପରକୁ ନ ଆସିଲେ ନାଥନନା ପାଣି ଭିତରକୁ ଯିବେ ଶୁଣି ତରବରରେ ସତୀ ଉପରକୁ ଆସୁଥିବାବେଳେ ଓଦାଲୁଗାଟା ଦେହରେ ଜଡ଼ିଯାଇଥିବାରୁ ନାଥନନା କେମିତି ଗୋଟେ ଚାହାଣି ସତୀକୁ ଅନେଇବାରୁ ସତୀକୁ ଭାରି ଲାଜ ଲାଗିଛି ।

9. ପ୍ରଥମ ଦେଖାରେ ଶାଶୂଙ୍କର ରୂପ ସତୀକୁ କିପରି ଲାଗିଥୁଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀ ଶାଶୂ ଶରୀରରେ ବୟସର କୌଣସି ଲକ୍ଷଣ ଦେଖାଯାଉ ନଥଲା । ପିଞ୍ଚ ପରି ଲମ୍ବା ପିତ୍ତଳ ଦିହ, ସୁନା ପରି ଦୂରକୁ ଦେଖାଯାଉଛନ୍ତି । ବୁଦ୍ଧି ଆଉ ଦୃଢ଼ତାରେ ମୁହଁଟି ସମୁଜ୍ଜ୍ବଳ ଦେଖାଯାଉଛି । ପ୍ରଥମ ଦେଖାରେ ସତୀ ଉକ୍ତ ଲକ୍ଷଣମାନ ତା’ ଶାଶୁଠାରେ ଦେଖୁଛି ।


୩. ନଟର କଥା ଶୁଣି ସତୀର ଆଖୁ ଦି’ ଟା ଲୁହରେ ପୂରି ଉଠିଲା କାହିଁକି ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ନଟ ସତୀ ସଉତୁଣୀର ପୁଅ । ସତୀକୁ ନୂଆମା’ ବୋଲି ଡାକେ । ସତୀକୁ ଧାଈମା

ବିଷୟରେ ସବୁକିଛି ନଟ ଜଣାଇଛି ଯେପରିକି ସେ ନଟକୁ ଦୁଧ ପିଆଇ ଦିଏ, ଦାଣ୍ଡକୁ ବୁଲେଇ ନିଏ, ଦୁଧ ନ ପିଇଲେ କି ଅମାନିଆ ହେଲେ ବାଡ଼ି ଧରି ଧାଈମା’ ତାକୁ ମାରେ । ବାପା କି ମା’ ତାକୁ କିଛି କୁହନ୍ତିନି । ଧାଈମା ତା’ ବାପାକୁ ଔଷଧ କରିଛି ବୋଲି ନଟ କହିଛି । ନଟ ଠାରୁ ଏହି ସବୁ କଥା ଶୁଣି ସତୀର ଆଖ୍ ଦି’ଟା ଲୁହରେ ପୂରି ଉଠିଲା ।

୪.ମୋର ବି କାଳ ଆସିଲା ବୋଲି ସତୀ କେବେ ଓ କାହିଁକି ଭାବିଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀର ସ୍ଵାମୀ ତା’ ସହ ସଂପର୍କ ରଖିବାକୁ ବଳ ପ୍ରୟୋଗ କରୁଛି । ସତୀକୁ ଏସବୁ ଭଲ ଲାଗୁନି । ଜମିଦାର ହୋଇଥିବାରୁ ସତୀ ସ୍ଵାମୀ ଗୋଟେ କାମରେ ବାହାରକୁ ଯିବାରୁ ସତୀ ମନ ଖୁସି ଥିଲା ହେଲେ ସେ ଯେଉଁଦିନ ଫେରିଲା ଘରର ଚାକର ବାକର ଠାରୁ ଆରମ୍ଭ କରି ପୋଇଲି ପର୍ଯ୍ୟନ୍ତ ସମସ୍ତେ ନିଜ କାର୍ଯ୍ୟରେ ତତ୍ପର ଥିଲାବେଳେ ସତୀ ତା’ ସ୍ଵାମୀ ରାତିରେ ତା’ ସହ ବଳପ୍ରୟୋଗ କରିବା କଥା ଭାବି ମୋର ବି କାଳ ଆସିଲା ମନେ ମନେ ଚିନ୍ତା କରିଛି ।


୫. ସତୀକୁ ନେଇ ନାଥନନା ତା’ ଶାଶୂଘରେ ପହଞ୍ଚିବାପରେ ତା’ର ସ୍ଵାମୀ କ’ଣ କହିଲେ ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

କପିଳେଶ୍ଵର ମନ୍ଦିରରେ ନଟର ବାଳ ପକାଇବାକୁ ଯାଇ ସତୀ ମନ୍ଦିରର ଗହଳି ଭିତରେ ନିଜ ସ୍ଵାମୀ ଓ ଶାଶୂଘର ଲୋକଙ୍କୁ ଠାରୁ ଅଲଗା ହୋଇଯାଇଛି । ବର୍ଷାଝଡ଼ ଯୋଗୁ ଶାଶୂଘର ଲୋକଙ୍କୁ ଦେଖୁ ମଧ୍ୟ ସେ ଡ଼ଙ୍ଗା ପାଖକୁ ଯାଇପାରିନି । ସେଦିନ ରାତିଟା ସୌଭାଗ୍ୟବଶତଃ ନାଥନନାଙ୍କ ସହ କୌଣସିମତେ ରହି ପରଦିନ ସକାଳେ ନାଥନନାଙ୍କ ସହ ଶାଶୂଘରେ ଗଲାପରେ ସ୍ଵାମୀ ଅନେକ ଗାଳି ଗୁଲଜ କରି ସହରରେ ବେଶ୍ୟାପଡ଼ାରେ ସତୀକୁ ଛାଡ଼ିବା ପାଇଁ କହିଛି । ସତୀର ମୁହଁ ସେ ଚହିଁବ ନାହିଁ ବୋଲି କହିଛି ।


6.ଚଳନ୍ତା ଗାଡ଼ି ଭିତରେ ମୁଁ କେଉଁ ଅଜଣା ବାଟର ବାଟୋଇ ବୋଲି କିଏ କାହିଁକି ଭାବିଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ଚଳନ୍ତା ଗାଡ଼ି ଭିତରେ ସତୀ, କେଉଁ ବାଟର ବାଟୋଇ ସିଏ ବୋଲି ଭାବିଛି । ତା’ ଜୀବନରେ ବାଟ ଏଭଳି ଏକ ମୁହୂର୍ତ୍ତରେ ପରିବର୍ତ୍ତିତ ହୋଇଯିବ ସେ ଭାବିନଥିଲା ଗୋଟିଏ ଦିନ ରାତିରେ ବାହାରେ ରହିଥିବାରୁ ସ୍ଵାମୀ ଘରୁ ତଡ଼ିଦେଇ ଥିବାରୁ ସତୀ, ସ୍ତ୍ରୀ ଜାତିର ହତଭାଗ୍ୟ କଥା ଚିନ୍ତା କରିଛି ।  ନାଥନନା ସହ ଚଳନ୍ତା ଗାଡି ଭିତରେ ବସି କେଉଁ ଅଜଣା ବାଟର ବାଟୋଇ ବୋଲି ସତୀ ନିଜକୁ ଭାବିଛି ।


୭. କଟକରେ ପହଞ୍ଚିବା ପରେ ସତୀର ମାନସିକ ଅବସାଦ ଦେଖାଦେଲା କାହିଁକି ?

ଉ. ଉପନ୍ୟାସ—ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

କଟକରେ ପହଞ୍ଚିବା ପରେ ସତୀ ତା’ ସହ ଘଟିଯାଇଥିବା ସବୁ ଘଟଣାଗୁଡ଼ିକ ମନେପକାଇଛି । ଗାଁରେ ତା’ର ବାପାବୋଉ, ଗାଁ ଲୋକ ସତୀକଥା ପଚାରିବେ ଏବଂ ତା’ ସ୍ଵାମୀ ତାକୁ କାହିଁ ଘରୁ ତଡ଼ିଦେଲେ, କେଉଁ ଦମ୍ବରେ ତା’ ସ୍ଵାମୀର ଶରଣ ନ ପଶି ନାଥନନା ସହ ପଳାଇ ଆସିଥିବାରୁ ବାପାବୋଉ ଓ ଗାଁବାଲାକୁ କ’ଣ ଉତ୍ତର ଦେବ ବୋଲି ଚିନ୍ତା କରିଛି । 


୮.କଟକରେ ଥ‌ିବାବେଳେ ସତୀର ବାପାବୋଉ ସମ୍ପର୍କରେ ନାଥନନା କ’ଣ କହିଲେ ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ଆଗରୁ ଅନେକ ଥର ନାଥନନାଙ୍କୁ ସତୀ ତା’ ବାପାବୋଉ ସମ୍ପର୍କରେ ପଚାରିଲେ ମଧ୍ୟ ନାଥନନା ତାକୁ ପରେ କହିବି କହି ପ୍ରତ୍ୟେକ ଥର ଭୁଲାଇ ଦେଉଥିଲେ; ମାତ୍ର ସତୀର ଜିଦ୍ ଆଗରେ ନାଥନନା ହାରିଯାଇ ତା’ ବାପାବୋଉ କେବେଠାରୁ ହଇଜାରେ ପଡ଼ି ଜୀବନ ସହ ସଂଘର୍ଷ କରି ନିଶ୍ବାସ ତ୍ୟାଗ କରିଥିଲେ । ସିଏ ଅନେକ ଚେଷ୍ଟାକରି ରାତିଦିନ ଏକ କରି ଡ଼ାକ୍ତରଖାନାରେ ତାଙ୍କ ସେବା କରି ମଧ୍ୟ ତାଙ୍କୁ ବଞ୍ଚାଇ ପାରିନାହାଁନ୍ତି । ନାଥନନା ସତୀର ବାପାବୋଉ ବିଷୟରେ ଏହିପରି କହିଥିଲେ ।


୯. ଗାଁରେ ବ୍ରାହ୍ମଣମାନେ ଭାଗବତ ଟୁଙ୍ଗୀରେ କାହିଁକି ନିଶାପ କରୁଥିଲେ ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ଭାଗବତ ଟୁଙ୍ଗୀରେ ଗାଁର ବ୍ରାହ୍ମଣମାନେ ଏକାଠି ହେଉଥିବାରୁ ସେଠାରେ ଅଭିଜ୍ଞବ୍ୟକ୍ତିଗଣଙ୍କ ଦ୍ବାରା କୌଣସି ଘଟଣାର ନିଶାପ କରାଯାଉଥିଲା । ସତୀକୁ ତା’ ସ୍ଵାମୀ ଘରୁ ବାହାର କରିଦେଇଛି ଏବଂ ଲୋକନାଥ ତ୍ରିପାଠୀ (ନାଥନନା) ତାକୁ ଘରେ ରଖୁଥୁବାରୁ, ସେ ଦୁହିଁଙ୍କୁ ଜାତି, ବନ୍ଧୁ ଓ ନିଆଁପାଣିରୁ ବାରଣ କରିବା ପାଇଁ ବ୍ରାହ୍ମଣମାନେ ଗାଁ ଭାଗବତ ଟୁଙ୍ଗୀରେ ନିଷ୍ପତ୍ତି ନେଇଛନ୍ତି ।


୧୦. ଚିଠି ପଢ଼ିସାରି ଚିରି ଦେବାପାଇଁ ଅନୁତି ମହାନ୍ତି କାହିଁକି ସତୀକୁ କହିଥିଲା ?

ଊ. ଉପନ୍ୟାସ —ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ନାଥନନା କୌଶଳକ୍ରମେ ସତୀର ସବୁ ସମ୍ପଭି ନିଜ ନାଁରେ କରିଦେବେ ଏବଂ ସତୀର ସର୍ବନାଶ କରିବାକୁ ବସିଛନ୍ତି, ତେଣୁ ନାଥନନା କଥାରେ ମୋଟେ ବିଶ୍ଵାସ ନ କରି ସାବଧାନରେ ରହିବାକୁ ଅଚ୍ୟୁତି ମହାନ୍ତି ଚିଠିରେ ଲେଖୁଛି; ଚିଠିଟି ପଢ଼ିସାରି ଚିରିଦେବାକୁ କହିଛି କାରଣ ନାଥନନା ଚିଠି ବିଷୟରେ କିଛି ନଜାଣିବା ଭଲ ବୋଲି ଗାଁ ଟାଉଟର ଅଚ୍ୟୁତି ମହାନ୍ତି ଲେଖୁଛି | 


୧୧. ତମେ ମତେ ଘରୁ ବାହାର କରିଦିଅ ବୋଲି ସତୀ ନାଥନନାଙ୍କୁ କାହିଁକି କହିଲା ?

ଉ. ଉପନ୍ୟାସ–ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ଗାଁ ଲୋକେ ନାଥନନାଙ୍କୁ ସତୀ ବିଷୟରେ; ସ୍ଵାମୀ ପରିତ୍ୟକ୍ତା, କୁଳତ୍ୟାଗିନୀ କହି ଲାଞ୍ଛନା ଦେବାରୁ ନାଥନନା ଗର୍ଜିଉଠି ସେମାନଙ୍କୁ ପୁଲିସ୍‌ର ଧମକ ଦେଇଛନ୍ତି । ପ୍ରଭାକର ମିଶ୍ର ଏହାର ପ୍ରତିକାର କରିବାକୁ ଶପଥ କରି ନିଜ ପଇତା ଛୁଇଁଛି । ତେଣୁ ସେ ଗାଁ ଲୋକଙ୍କୁ ଏକାଠି କରି ନାଥନନାଙ୍କୁ ଗାଁର ନିଆଁପାଣି ବନ୍ଦ କରିଦେବାକୁ ଧମକ ଦେବାରୁ ସତୀ ନାଥନନାଙ୍କୁ କହିଛି, ଏ ସବୁର କାରଣ ସେ ନିଜେ, ତେଣୁ ତାକୁ ଘରୁ ବାହାର କରିଦେଲେ କି ସେ ଘରଛାଡ଼ି ଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।


୧୨. ଖାଲି ଟୋକେଇଟା ଧରି ସଇତା ସେଦିନ ଫେରିଆସିଲା କାହିଁକି ?

ଉ.ଉପନ୍ୟାସ—ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ସତୀ ନାଥନନା ଘରେ ରହୁଥିବାରୁ ଅଚ୍ୟୁତି ମହାନ୍ତି, ପ୍ରଭାକର ମିଶ୍ର ସମେତ ଗାଁ ଲୋକ ସେମାନଙ୍କୁ ଗାଁରୁ ବାଚ୍ଛନ୍ଦ କରିଦେଇଛନ୍ତି । ତେଣୁ ଗାଁର ଧୋବା, ଭଣ୍ଡାରୀ ଓ ନିଆଁପାଣି ବନ୍ଦ କରିଦେଇଛନ୍ତି । ଘରେ ଚଳିବା ପାଇଁ କିଛି ସାମଗ୍ରୀ ନ ଥିବାରୁ ସଇତା ଟେକେଇ ଧରି ସଉଦା ଆଣିବାକୁ ଯାଇଥିଲା ହେଲେ ଗାଁଯାକ ଲୋକେ ଏକାଠି ହୋଇ କିଛି ସଉଦା ଦେଲେ ନାହିଁ ଏପରିକି ଦୁଇଗୁଣ ପଇସା ଦେଇ ଜିନିଷ ଆଣିବାକୁ ଚାହୁଁଥିଲେ ମଧ୍ୟ କେହି କିଛି ନ ଦେବାରୁ ସଇତା ଖାଲି ଟୋକେଇଟା ଧରି ଫେରିଆସିଲା ।


୧୩. ସତୀ ପ୍ରଭାକର ମିଶ୍ରଙ୍କ ଘରକୁ ଯିବାପାଇଁ ଚାହୁଁଛି ଶୁଣି ସଇତା ଆଶ୍ଚର୍ଯ୍ୟ ହେଲା କାହିଁକି ?

ଉ. ଉପନ୍ୟାସ—ମଲାଜହ୍ନ

ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ

ପ୍ରଭାକର ମିଶ୍ରଙ୍କ ପ୍ରରୋଚନାରେ ଗାଁ ଲୋକେ ନାଥନନାଙ୍କୁ ଏକଘରକିଆ କରିଦେଇଛନ୍ତି । ପ୍ରଭାକର ମିଶ୍ର ଚାହିଁଲେ ନାଥନନାଙ୍କୁ ପୂର୍ବପରି ଗାଁଲୋକେ ଆପଣେଇ ନେବେ, ଏକଥା ଭାବି ସତୀ ସଇତା ସହ ପ୍ରଭାକର ମିଶ୍ରଙ୍କ ସହ ଆଲୋଚନା କରି ସମାଧାନ ବାଟ କାଢ଼ିବା ପାଇଁ ସଇତାକୁ ନେଇ ପ୍ରଭାକର ମିଶ୍ରଙ୍କ ଘରକୁ ଯିବାକୁ କହିବାରୁ ସଇତାକୁ ଆଶ୍ଚର୍ଯ୍ୟ ଲାଗିଛି । କାରଣ ପ୍ରଭାକର ମିଶ୍ର ଏ ସବୁର ମୂଳ କାରଣ ।


Malajanha 5 Mark Question Answer  || Malajanha Long Question Answer

୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନବଳୀ(୧୫୦ ଶବ୍ଦ ମଧ୍ଯରେ ଉତ୍ତର)

୧.ମଲାଜହ୍ନ ଉପନ୍ୟାସର ଶିରୋନାମା ସାର୍ଥକତା ଦର୍ଶାଅ ।

ଉ. ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସଙ୍କର ‘ ମଲାଜହ୍ନ’ ଏକମାତ୍ର ଉପନ୍ୟାସ ହେଲେ ମଧ୍ୟ ବିଷୟବସ୍ତୁ, ପ୍ରକାଶଭଙ୍ଗୀ ତଥା ସାମାଜିକ ଦୃଷ୍ଟିକୋଣ ପରିପ୍ରେକ୍ଷୀରେ ଏହା ଏକ ସଫଳ ଓ ସର୍ବାଙ୍ଗସୁନ୍ଦର ସାରସ୍ଵତ ସୃଷ୍ଟି ଭାବରେ ଅଦ୍ୟାବଧୂ ଓଡ଼ିଆ ଉପନ୍ୟାସ ସାହିତ୍ୟର ଇତିହାସରେ ଏକ ବିଶିଷ୍ଟ ସ୍ଥାନ ଅଧୁକାର କରିଛି ।

ଉତ୍କଳୀୟ ପଲ୍ଲୀ ଜୀବନର ଏକ ସମସ୍ୟାବହୁଳ ଘଟଣାକୁ ନେଇ ‘ମଲାଜହ୍ନ’ ଉପନ୍ୟାସର କଥାବସ୍ତୁ ପରିକଳ୍ପିତ ହୋଇଛି । ସେହି ସମୟରେ ଏକ ଅଖ୍ୟାତ ପଲ୍ଲୀରେ ଅନାଦି ମିଶ୍ରଙ୍କ ଘର । ତାହାଙ୍କର ଏକମାତ୍ର ଅଲିଅଳା କନ୍ୟା ସତ୍ୟଭାମାକୁ ଶ୍ରଦ୍ଧାରେ ବାପାମା' ସତୀ ଡାକୁଥିଲେ । କୋମଳମତି ତଥା ଚପଳମତି ମନ କେତେବେଳେ ପ୍ରଜାପତି ଧରିବାରେ ବ୍ୟସ୍ତ ହେଲାବେଳେ ପୁଣି କେତେବେଳ ଆକାଶରୁ ତାରା ଆଣିବା ପ୍ରୟାସ କଲାପରି ସତୀ ସବୁବେଳେ ବାହାରେ ବୁଲୁଥିଲା ।


ଏକ ସାର୍ଥକ ସାମାଜିକ ଉପନ୍ୟାସ ଭାବେ ମଲାଜହ୍ନର ସୃଷ୍ଟି, ଏକ ସମାଜଭିଭିକ କଥାବସ୍ତୁର ଆଧାରରେ ମଲାଜହ୍ନର ପରିକଳ୍ପନା । ଏକମାତ୍ର ସନ୍ତାନ ଥିବାରୁ ଅତ୍ୟନ୍ତ ସ୍ନେହ, ସୋହାଗ ଓ ଶ୍ରଦ୍ଧା ପାଇ ଗେଲବସରରେ ଗଢ଼ି ଉଠିଛି ତା’ର ଜୀବ ଫଳରେ କୁମାରୀସୁଲଭ ଚପଳତା ତା’ ଜୀବନକୁ କରି ନେଇଛି ଏକ ଅଭିଶପ୍ତଭରା ନଦୀ ପରି । ପ୍ରାପ୍ତ ଯୌବନରେ ବାପାମା' ପାଇଁ ହୋଇପଡ଼ିଛି ଏକ ସମସ୍ୟା । କନ୍ୟାଦାୟରୁ ମୁକ୍ତି ପାଇଁ ଅନାଦି ମିଶ୍ର ବହୁ ଚେଷ୍ଟାକରି ଶେଷରେ ଏକ ବୃଦ୍ଧ ଲମ୍ପଟ ଜମିଦାର ନରହରି ମିଶ୍ର ସହିତ ସତୀର ବିବାହ କରିଦେଇଛନ୍ତି ।

ଅନେକ ଆଶା ଓ ଉନ୍ମାଦନା ମନରେ ଭରପୂର ରଖ୍ ‘ସତୀ’ ଶ୍ଵଶୁରାଳୟରେ ପାଦ ଦେଇଛି । ହେଲେ ତା’ ସ୍ଵାମୀ ସେ ପୂର୍ବରୁ ପତ୍ନୀହରା ଏବଂ ଗୋଟିଏ ପୁତ୍ର ସନ୍ତାନର ଜନକ ବୋଲି ଜାଣିପାରି ସତୀ ବୃଦ୍ଧ ଜମିଦାର ସ୍ଵାମୀକୁ ପ୍ରଥମ ସାକ୍ଷାତରେ କହିଛି ତା’ ଜୀବନର ସୁଖ ସୋହାଗ ପଥରେ ପୂର୍ଣ୍ଣଚ୍ଛେଦ ଟାଣି ହୋଇଯାଇଛି । ତା’ର ଆଶା ଆକାଂକ୍ଷାର କଳିକା ମଉଳିଯାଇଛି | ଛି ଘୃଣା, ବିରକ୍ତ, ସମାଜ ପ୍ରତି ରାଗ, ପିତାମାତାଙ୍କ ଉପରେ ଅଭିମାନ ଏବଂ ସର୍ବୋପରି ଭାଗ୍ୟର ବିଡ଼ମ୍ବନା ଲାଗି ବିତୃଷ୍ଣା ତା’ର ଅନ୍ତରକୁ ବିମଞ୍ଚ କରି ପକାଇଛି । ଏହିପରି ହାହତୋସ୍ମି ଭିତରେ ତା’ର ବାଲ୍ୟଜୀବନ ସାଥୀ ନାଥନନା ସହିତ ସାକ୍ଷାତ ହୋଇଛି ଏବଂ ସେ ବୃଦ୍ଧସ୍ଵାମୀଙ୍କ ଦ୍ବାରା ପରିତ୍ୟକ୍ତା ହୋଇ ଆଶା, ବାସନାର ମରୀଚିକା ପଥରେ ଧାଇଁଚି । ପିତାମାତାଙ୍କର ଅକାଳ ବିୟୋଗ ଘଟିବାରୁ ନାଥନନା ତା’ ଅଭାଗିନୀ ଜୀବନର ଏକମାତ୍ର ଆଶ୍ରୟ ଦାତା । ନିଷ୍ଠୁର ସମାଜ କିନ୍ତୁ ନାଥନନା ଓ ସତୀର ଏପରି ନିର୍ମଳ ସମ୍ପର୍କକୁ ଅବିଶ୍ବାସ କରିଛି, ସନ୍ଦେହ ଚକ୍ଷୁରେ ଦେଖୁଛି । ସେମାନଙ୍କ ସ୍ନେହ ସୋହାଦ୍ୟଭରା ପବିତ୍ର ସମ୍ପର୍କକୁ ଅବୈଧ ଆଖ୍ୟା ଦେଇଛି, ଅପବାଦ ଓ ଅପମାନର ଡେଙ୍ଗୁରା ପିଟିଛି । ନାଥନନାକୁ ଗାଁ ରୁ ବାଛନ୍ଦ କରିବାରୁ ଭାଗ୍ୟର ନିର୍ମମ ଅଭିଶାପ କବଳରେ ପଡ଼ି ଧୈର୍ଯ୍ୟ ହରାଇ ସତୀ ଶେଷରେ ନିଷ୍ଠୁର ସମାଜ କୋଳରୁ ବିଦାୟ ନେଇଛି । ହୁଏତ ନିଜ ଜୀବନର ଦୁଃଖ, ଯନ୍ତ୍ରଣା, ନିର୍ଯାତନାକୁ ସମାଧ୍ ଦେବା ପାଇଁ ଆତ୍ମବିସର୍ଜନ କରିଛି ।

ମଲାଜହ୍ନର ଏହା ହେଉଛି ଏକ କରୁଣ ସାମାଜିକ କାହାଣୀ । ଏ କାହାଣୀ କେବଳ ବ୍ୟକ୍ତିଗତ ଭାବେ ସତୀ ଜୀବନର ମାର୍ମିକ ଆତ୍ମଲିପି ନୁହେଁ, ତତ୍କାଳୀନ ସମାଜରେ ଘଟିଥିବା ସଂଖ୍ୟାହୀନ କୁମାରୀଙ୍କ ଅଭିଶପ୍ତ ଜୀବନର ଶୋକର ଅନ୍ତିମ କରୁଣ ପ୍ରତିଛବି । ମଲାଜହ୍ନ ଉପନ୍ୟାସଟି କରୁଣାର ରସାଶ୍ରୟୀ ଏବଂ ଦୁଃଖାତ୍ମକ । ଏହାର କାରୁଣ୍ୟ ଏବଂ ବିୟୋଗାତ୍ମକ ପରିସମାପ୍ତି ମୂଳରେ ସାମାଜିକ ସମସ୍ୟା ହିଁ ଜଡ଼ିତ ।

‘ ମଲାଜହ୍ନ’ କହିଲେ ଆଶାକରେ ଆଲୋକହୀନ ଯେଉଁ ନିଷ୍ପ୍ରଭ ଚନ୍ଦ୍ର ରହିଥାଏ, ତାହାକୁ ବୁଝାଯାଏ । ମଲାଜହ୍ନ ନିଷ୍ପ୍ରଭ ହେବା ସଙ୍ଗେ ସଙ୍ଗେ ପାହାଚରେ ଆଉ ଆହ୍ଲାଦମୟୀ ଶକ୍ତି ନ ଥାଏ । ଏହି କାରଣରୁ ରାତ୍ରିକାଳର ଚନ୍ଦ୍ରମା ପରି ସେ ଆଉ ଆଦରଣୀୟ ହୋଇପାରେ ନାହିଁ । ମଲାଜହ୍ନ ଶ୍ରୀହୀନ ହୋଇଯାଇଥାଏ ।


9. ଔପନ୍ୟାସଙ୍କ ଏହି ଉପନ୍ୟାସଟି ଏକାନ୍ତ ସାର୍ଥକ ଓ ରୁଚିପୂର୍ଣବୋଧ ହୋଇପାରିଛି । ନାଥନନାଙ୍କ ଚରିତ୍ର ଚିତ୍ରଣ କର ।

ଉ. ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ ବିଂଶ ଶତକର ତ୍ରିଦଶ କାଳର ସାମାଜିକ ଜୀବନର ଧାରା ଏକ ଜଟିଳ ସମସ୍ୟାକୁ କେନ୍ଦ୍ରକରି ‘ମଲାଜହ୍ନ’ଉପନ୍ୟାସଟିର ସୃଷ୍ଟି ଏକ ମନୋରମ ପରିକଳ୍ପନା ସହ କରିଛନ୍ତି । ଏକ ପରମ୍ପରାସର୍ବସ୍ଵ ଅନ୍ଧବିଶ୍ଵାସୀ ସମାଜର ମାର୍ମିକ ପ୍ରତିଲିପି ହେଉଛି ମଲାଜହ୍ନ ଉପନ୍ୟାସ ।

ନାଥନନା ହେଉଛନ୍ତି ଉକ୍ତ ଉପନ୍ୟାସର ମୁଖ୍ୟ ନାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ହେଉଛନ୍ତି । ଉକ୍ତ ଉପନ୍ୟାସର ପ୍ରଗତିଶୀଳ ପ୍ରତୀକ । କେତେକାଂଶରେ ନିଜର ଆତ୍ମସଚେତନାତା, ଯୌବନୋବତ କାମନାର ତୀବ୍ର ଆକର୍ଷଣ ପ୍ରଗତିଶୀଳ ନାଥନନାର ପ୍ରଭାବ ତଥାକଥିତ ସମାଜ ପରିବେଷ୍ଟନୀ ମଧ୍ଯରୁ କୋମଳମତି ସତୀକୁ ଅଲଗା କରି ଆଣିଥିଲେ ବି ତାହା ପୂର୍ଣ୍ଣ ସଫଳ ହୋଇପାରିନି ।

ଲୋକନାଥ ତ୍ରିପାଠୀ (ନାଥନନା)ଙ୍କୁ ଔପନ୍ୟାସିକ ଜଣେ ଭଦ୍ର, ସମ୍ଭ୍ରାନ୍ତଶ୍ରେଣୀୟ ଏବଂ ଉଚ୍ଚଶିକ୍ଷିତ ଭାବେ ଦେଖାଇଛନ୍ତି । ନାଥନନା ଥିଲେ ନାୟିକା ସତୀର ଜଣେ ମଙ୍ଗଳକାରୀ ଶୁଭଚିନ୍ତକ । ସତୀଯୋଗୁଁ ତାହାଙ୍କ ଜୀବନ ସଂଘର୍ଷମୟ ହୋଇଉଠିଛି ।

ସତୀକୁ ଏକ ଉପଯୁକ୍ତ ପାତ୍ର ସହିତ ବାହା ଦେବା ତାଙ୍କର ଲକ୍ଷ୍ୟ ଥିଲା । ମାତ୍ର ସତୀର ପିତାଙ୍କ ଜିଦ୍‌ଖୋର ମନୋବୃତ୍ତି ଯୋଗୁଁ ଜଣେ ପ୍ରୌଢ ବିପତ୍ନୀକ ଏବଂ ପୁତ୍ର ସନ୍ତାନର ଜନକ ଜମିଦାର ନରହରି ମିଶ୍ରଙ୍କ ସହ ବିବାହ ଠିକ୍ ହୋଇଛି । ନାଥନନା ଏହାର ପ୍ରବଳ ବିରୋଧ କରିଥିଲେ ମଧ୍ୟ ସତୀର ବିବାହକୁ ରୋକିପାରିନାହାନ୍ତି | ସତୀ ସ୍ଵାମୀଠାରୁ ମନ୍ଦିରରେ ଅଲଗା ହେବାପରେ ମଧ୍ୟ ନାଥନନା ତା’ର ଏକମାତ୍ର ସାହାଭରସା ପାଲଟିଛନ୍ତି । କପିଳେଶ୍ଵର ମନ୍ଦିରରୁ ସତୀକୁ ପାଇ ତା’ ଶାଶୁଘରେ ଛାଡ଼ିବାକୁ ଯାଇ ସତୀର ଜମିଦାର ସ୍ଵାମୀକୁ ସତୀକୁ ଆପଣେଇ ନେବାକୁ ଅନୁରୋଧ କରିଛନ୍ତି । କିନ୍ତୁ ଜମିଦାର ଅନେକ ଅଶ୍ଳୀଳ ଭାଷା ପ୍ରୟୋଗ କରି ସତୀକୁ ସେଠାରୁ ନେଇଯିବା ପାଇଁ କହିଛି ।

ନାଥନନା ସତୀ ପ୍ରତି ହେଉଥବା ମାନସିକ ଅତ୍ୟାଚାରକୁ ସହଜରେ ଗ୍ରହଣ କରିପାରି ନାହାନ୍ତି | ସତୀ ପ୍ରତି ତାଙ୍କର କର୍ତ୍ତବ୍ୟ ସମ୍ପାଦନରେ ସେ କେବେହେଲେ ଅବହେଳା ପ୍ରଦର୍ଶନ କରିନାହିଁନ୍ତି । ଜମିଦାର ଦ୍ଵାରା ବିତାଡିତ ହେବା ପରେ ନାଥନନା ସତୀକୁ ନେଇ କଟକ ସହର ପଳେଇ ଆସିଛନ୍ତି । କଟକ ସହରରେ ଆର୍ଥିକ ଦୁର୍ଗତି ତାଙ୍କୁ ସହ୍ୟ କରିବାକୁ ପଡ଼ିଛି । ଜଣେ ସୁଶିକ୍ଷିତ ଯୁବକ ହିସାବରେ ତତ୍କାଳୀନ ସମାଜରେ ସତୀକୁ ନେଇ ଏକ ଆଦର୍ଶ ସମାଜ ଗଠନ କରିବା ଥିଲା ତାଙ୍କର ଲକ୍ଷ୍ୟ । ସତୀର ଜୀବନରକ୍ଷା ପୂର୍ବକ ଅନେକ ସଂଘର୍ଷର ମୁକାବିଲା କରି ମଧ୍ୟ ଶେଷରେ ସେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରି ନାହାଁନ୍ତି । ସତୀକୁ ସମାଜ ଆଗରେ ଠିଆ କରାଇବା ସ୍ଵପ୍ନ ତାଙ୍କର ଧୂଳିସାତ୍ ହୋଇଛି । ଶେଷରେ ସତୀର ବିଦାୟ ପରେ ନାଥନନାଙ୍କ ସମସ୍ତ କ୍ରିୟାକଳାପ ଓ ସଂଘର୍ଷର ଅବସାନ ଘଟିଛି ।

ନାଥନନାଙ୍କୁ ଜଣେ ଆଦର୍ଶ ସମାଜ ସେବକ ଭାବରେ ଚିତ୍ରଣ କରିବା ଦିଗରେ ଔପନ୍ୟାସିକଙ୍କ ପ୍ରଚେଷ୍ଠା ସଫଳ ହୋଇପାରିଛି ।


୩. - ସତୀ ଚରିତ୍ରର ବିଶେଷତ୍ଵ ଉଲ୍ଲେଖ କର ।

ଉ. ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ଉପନ୍ୟାସ ଜଗତର ଜଣେ ଗର୍ବ ଓ ଗୌରବର ଅଧିକାରୀ ଥିଲେ । ତାଙ୍କର ଉତ୍କୃଷ୍ଟ ରଚନାବଳୀ ଉତ୍କଳର ବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ସହିତ ପାଠକ ପ୍ରାଣରେ ଗଭୀର ସମ୍ବେଦନଶୀଳତା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିଲା । ସେ ଉପନ୍ୟାସ ଜଗତର ପାରମ୍ପରିକ ପଦ୍ଧତିକୁ ପରିହାର କରି ରଚନାଶୈଳୀରେ ଅଭିନବତ୍ବ ପ୍ରଦର୍ଶନ କରିଥିଲେ ଯାହାକି ତାଙ୍କର ପରବର୍ତୀ ଔପନ୍ୟାସିକାରମାନଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲା ।

‘ମଲାଜହ୍ନ’ ଉପନ୍ୟାସର ମୁଖ୍ୟ ଚରିତ୍ର ତଥା ନାୟିକା ‘ସତୀ’ ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଛି । ଏକମାତ୍ର ସନ୍ତାନ ହିସାବରେ ବାପା ମା’ଙ୍କ ଅପୂର୍ବ ସ୍ନେହ, ଆଦର ଓ ଶ୍ରଦ୍ଧା ପାଇ ଖୁବ୍ ଗେଲବସରେ ଦିନକୁ ଦିନ ବଢ଼ିଚାଲିଛି । ମାତ୍ର ବାରବର୍ଷ ବୟସର ପ୍ରାପ୍ତ ଯୌବନରେ ବାପା ତା’ର ହାତକୁ ଦୁଇହାତ କରିବା ପାଇଁ ଖୁବ୍ ଚେଷ୍ଟା କରି ଛନ୍ତି । କନ୍ୟାଦାୟରୁ ମୁକ୍ତିପାଇବା ପାଇଁ ବାପା ଅନାଦି ମିଶ୍ର ବହୁ ଚେଷ୍ଟା କରି ଶେଷରେ ଏକ ବୃଦ୍ଧ, ଲମ୍ପଟ ଜମିଦାର ନରହରି ମିଶ୍ର ସହିତ ସତୀର ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ବୋଉ ଏବଂ ନାଥନନାର ଅନେକ ବାରଣ ସତ୍ତ୍ଵେ ପିତାଙ୍କ ଜିଦ୍‌ଖୋର ମନୋବୃତ୍ତି ଆଗରେ ସେମାନେ ପରାଜିତ ହୋଇଛନ୍ତି । ପରିଶେଷରେ ନବବଧୂସାଜି ଧନସମ୍ପଭିଭରା ଶ୍ଵଶୁରାଳୟରେ ପାଦ ଦେଇଛି ସତୀ, ବୃଦ୍ଧ ଜମିଦାର ଯେ ବିପତ୍ନୀକ, ଗୋଟିଏ ପୁତ୍ରର ଜନକ ତଥା ଏହି ବାହାଘର ତାଙ୍କର ଦ୍ଵିତୀୟ ବାହାଘର, ଏହା ସତୀ ଜାଣିବା ପରେ ତା’ର ଜୀବନରେ ସମସ୍ତ ସୁଖ ସୋହାଗ ପଥରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ତା’ର ସମସ୍ତ ଆଶା ଆକାଂକ୍ଷାର କଳିକା ମଉଳି ଯାଇଛି । ଘୃଣା, ବିରକ୍ତି, ସମାଜ ପ୍ରତି ରାଗ, ପିତାମାତାଙ୍କ ଉପରେ ଅଭିମାନ ଏବଂ ସର୍ବୋପରି ଭାଗ୍ୟର ଦାରୁଣ ଅଭିଶାପ ଲାଗି ବିତୃଷ୍ଣା ତା’ର ଅନ୍ତରକୁ ବିମଥୁତ କରି ପକାଇଛି ।

ସତୀ ସଉତୁଣୀ ପୁଅର ବାଳ ପକାଇବାକୁ ଯାଇ ନିଜ ସ୍ଵାମୀ ଓ ଶ୍ଵଶୁରଘର ଲୋକଙ୍କଠାରୁ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅଲଗା ହୋଇଯାଇ ନିରାଶ୍ରୀପରି ବୁଲୁଥିବାବେଳେ ଆକସ୍ମିକ ଭାବରେ ତା’ର ବାଲ୍ୟକାଳର ଅତି ପରିଚିତ ଜୀବନସାଥୀ ନାଥନନାଙ୍କ ସହ ସାକ୍ଷାତ ହୋଇଛି । ପରଦିନ ଶ୍ଵଶୁରଘରକୁ ସତୀ ନାଥନନାଙ୍କ ସହ ଯାଇଛି ମାତ୍ର ସ୍ଵାମୀ କମିଦାର ଅନେକ ଯନ୍ତ୍ରଣାଦାୟକ ଭାଷା ପ୍ରୟୋଗ କରି ସେଠାରୁ ତଡ଼ିଦେଇଛି । ବୃଦ୍ଧସ୍ଵାମୀ ଦ୍ଵାରା ପରିତ୍ୟକ୍ତା ହୋଇ ଗୋଟିଏ ନୂତନ ଆଶା, ବାସନାର ମରୀଚିକା ପଛରେ ଧାଇଁଚି ସତୀ । ପିତାମାତାଙ୍କର ପରଲୋକ କାରଣରୁ ନାଥନନା ହେଉଛନ୍ତି ସତୀର ଏକମାତ୍ର ଆଶ୍ରୟଦାତା । ସମାଜର କଟାକ୍ଷ ନଜରରେ ରହିଛନ୍ତି ନାଥନନା ଏବଂ ସତୀ ଉଭୟଙ୍କ ସମ୍ପର୍କକୁ ନିଷ୍ଠୁର ସମାଜ ଅବିଶ୍ବାସ । ସନ୍ଦେହ ଚକ୍ଷୁରେ ଦେଖୁଛି ।

ଜୀବନ ସହ ଘୋର ସଂଗ୍ରାମ କରି ସତୀ, ନାଥନନାଙ୍କ କଷ୍ଟ ଓ ଯନ୍ତ୍ରଣାକୁ ନୀରବ ରହି ସବୁକିଛି ଉପଲବ୍‌ଧ କରିପାରିଛି । ନାଥନନା ତାକୁ ସବୁପ୍ରକାର ସାହାଯ୍ୟ ଓ ସହାନୁଭୂତି ଦେଇଥିବାରୁ ଗାଁ ଲୋକେ ତାଙ୍କୁ ଏକଘରକିଆ କରିଦେବାରୁ ସତୀ ଉପାୟଶୂନ୍ୟ ହୋଇଛି । ଏହି ଘଡ଼ିସନ୍ଧି ମୁହୂର୍ଭର ସମାଧାନ କରିବା ପାଇଁ ଧୈର୍ଯ୍ୟ ହରାଇ ସତୀ ଶେଷରେ ନିଷ୍ଠୁର ସମାଜ କୋଳରୁ ବିଦାୟ ନେଇଛି । ଏ କାହାଣୀ କେବଳ ବ୍ୟକ୍ତିଗତ ଭାବେ ସତୀ ଜୀବନର ମାର୍ମିକ ଆତ୍ମଲିପି ନୁହେଁ, ତତ୍କାଳୀନ ସମାଜରେ ଘଟିଥିବା ସଂଖ୍ୟାହୀନ କୁମାରୀଙ୍କ ଅଭିଶପ୍ତ ଜୀବନର ଶୋକସନ୍ତାପ କରୁଣ ପ୍ରତିଛବି ।

ଔପନ୍ୟାସିକ ନାରୀ ଜୀବନର ସମସ୍ତ ସୁଖ ଓ ଆନନ୍ଦ ପ୍ରଭାତର ମଲାଜହ୍ନପରି ନିଷ୍ପ୍ରଭ ହୋଇଯାଇଛି । ସତୀ ଚରିତ୍ର ମାଧ୍ୟମରେ ଔପନ୍ୟାସିକ ଏକ ନୀତିଶିକ୍ଷା ପ୍ରଦାନ କରିଛନ୍ତି ।

୪. ମଲାଜହ୍ନ ଉପନ୍ୟାସରେ ଜମିଦାର ଚରିତ୍ରର ସ୍ବରୂପ ଦର୍ଶାଅ ।

ଊ.‘ମଲାଜହ୍ନ’ ଉପନ୍ୟାସଟି ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସଙ୍କର ଏକ ସାର୍ଥକ ସୃଷ୍ଟି । ପାରମ୍ପରିକ ପଦ୍ଧତିକୁ ପରିହାର କରି ଉପନ୍ୟାସ ରଚନାରେ ସେ ଯେଉଁ ଅଭିନବତ୍ଵ ପ୍ରଦର୍ଶନ କରିଥିଲେ, ତାହା ପରବର୍ତ୍ତୀ ଔପନ୍ୟାସିକମାନଙ୍କୁ ଯଥେଷ୍ଟ ପ୍ରଭାବିତ କରିଛି । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ପାରସ୍ପରିକ ବୁଝାମଣା ମଧ୍ଯରେ ମନୁଷ୍ୟର ଜୀବନ ବିକଶିତ ହୁଏ ।

ସମାଜରେ ଏକ ପ୍ରକାର ନିଜର ଆଧୂପତ୍ୟ ବିସ୍ତାର କରିଥିବା ଜମିଦାରଙ୍କ ପ୍ରକୃତି ବିଷୟରେ ଔପନ୍ୟାସିକ କେତେକ ତଥ୍ୟ ଦେଖାଇଛନ୍ତି ମଲାଜହ୍ନ ଉପନ୍ୟାସରେ । ଜମିଦାରପ୍ରଥା ଗତାନୁଗତିକ ସମାଜିକ ଜୀବନଧାରାରେ ବ୍ୟକ୍ତିବୈଷମ୍ୟର ଏକ ଚିରନ୍ତନ ସମସ୍ୟା । ସାନ, ବଡ଼, ଉଚ୍ଚ, ନୀଚ, ଧନୀ, ଦରିଦ୍ର, ଜମିଦାର, ପ୍ରଜା ଓ ମହାଜନ ଖାତକ ଏପରି ତାରତମ୍ୟ ଚିରକାଳ ସାବଲୀଳ, ସାମାଜିକ ଗତିକୁ ବ୍ୟାହତ କରି ଆସିଛି । କେବଳ ସେତିକି ନୁହେଁ; ଗୋଟିଏ ପାର୍ଶ୍ଵରେ ଧନସମ୍ପଦ, କ୍ଷମତା, ପ୍ରତିପରି ଆଦି ସୁବିଧା ସୁଯୋଗର ଅନୁକୂଳ ଉପାଦାନ ଏବଂ ଅନ୍ୟ ପାର୍ଶ୍ଵରେ ଦୈନ୍ୟ, ନିଶ୍ଳେଷଣ, ପ୍ରତାରଣା ଓ ଟାଉଟରୀ ଆଦି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି ।

ସତୀର ବାପା ଅଭାବଗ୍ରସ୍ତ, ନିଜର କନ୍ୟା ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା ସମ୍ଭବପର ନ ହେବାରୁ ଏକ ବୃଦ୍ଧ ମରଣୋନ୍ସଖୀ ଧନଶାଳୀ ଜମିଦାରକୁ ବିବାହ କରିବା ପାଇଁ ସତୀ ପାଇଁ ମନୋନୀତ କରିଛନ୍ତି । ଜମିଦାର ନିଜର ପ୍ରଥମପତ୍ନୀ ହରାଇଛନ୍ତି ଏବଂ ଗୋଟିଏ ସନ୍ତାନର ଜନକ । ଜମିଦାରର ଧନ ଦୌଲତ ଦେଖୁ ସତୀର ବାପା ସତୀଠାରୁ ଢେର ଅଧିକ ବୟସ ଜମିଦାର ସହ ବାହାଘର କରିଦେଇଛନ୍ତି । ବାହାଘରର ପ୍ରତିବାଦ ସତୀର ବୋଉ ଏବଂ ନାଥନନା କରି ବିଫଳ ହୋଇଛନ୍ତି । ବୃଦ୍ଧ ଜମିଦାରର ପତ୍ନୀତ୍ଵ ସ୍ଵୀକାର କରିବା ଲାଗି ସତୀର ଅନ୍ତରାତ୍ମା ବାଧା ହୋଇଛି । ନିଜର ପତିତ୍ଵ ଜାହିର କରିବା ପାଇଁ ସତୀ ସହ ବଳପୂର୍ବକ ଶାରୀରିକ ସମ୍ବନ୍ଧ ରଖୁବାକୁ ବାଧ୍ୟ କରିଛି । ସ୍ଵାମୀ ବିନା ସ୍ତ୍ରୀର ଅନ୍ୟଗତି ନାହିଁ ଏବଂ ସ୍ତ୍ରୀ ଉପରେ ତା’ର ଷୋଳପଣ ଅଧିକାର ଅଛି କହି ଏଥ‌ିରେ ତାକୁ କେହି ବଞ୍ଚେତ କରିପାରିବେ ନାହିଁ କି କାହାର ସାହସ ନାହିଁ, ପାଟି ଫିଟାଇବାର ଏଇଭଳି କହି ଏକ ପ୍ରକାର ମାନସିକ ଯନ୍ତ୍ରଣା ସତୀକୁ ଦେଇଛି ।

ଶେଷରେ ନିଜ ସ୍ଵାମୀ କବଳରୁ ମୁକ୍ତି ପାଇବା ପାଇଁ କୂଅକୁ ଡ଼େଇଁ ପଡ଼ିବାର ଭୟ ଦେଖାଇବାରୁ ସତୀ ଟିକେ ନିରବ ରହିଛି ।

ଜମିଦାର ପରିବାରରେ ଦାସୀମାନଙ୍କ ଅଖଣ୍ଡ ଆଧୂପତ୍ୟ ଦେଖାଦେଇଛି। ସତୀର ସ୍ଵାମୀ ଜମିଦାର ଜନୈକ ଦାସୀ ସୌରଭୀ ସହ ଅବୈଧ ସମ୍ପର୍କକୁ ସତୀ ଘୃଣ୍ୟ ନଜରରେ ଦେଖୁଛି । ଏପରିକି ଟଙ୍କାର ଲୋଭ ଦେଖାଇ ଗରିବ ସ୍ତ୍ରୀ ଲୋକମାନଙ୍କ ଅନିଚ୍ଛାସତ୍ତ୍ଵେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଏଇ ଜମିଦାରମାନେ ବହୁ ପୂର୍ବରୁ ଶୋଷଣ କରିଆସୁଛନ୍ତି' । ନିଜ ଶରୀରକୁ ସୁନାଗହଣାରେ ସଜେଇ ହୋଇ ପର ନାରୀ ସହ ଭାବ ବଢ଼ାଇଥାନ୍ତି ।

ତତ୍କାଳୀନ ସମାଜରେ ଜମିଦାରମାନେ କେବଳ ଶୋଷଣ, ଅତ୍ୟାଚାର ଦ୍ଵାରା ନିଜର କାର୍ଯ୍ୟ ହାସଲ କରୁଥିବାର ଘଟଣା ଔପନ୍ୟାସିକ ଲୋକଲୋଚନକୁ ଆଣିପାରିଛନ୍ତି |


୫. ମଲାଜହ୍ନ ଉପନ୍ୟାସର ଗୌଣ ଚରିତ୍ରଗୁଡ଼ିକ ଉପରେ ଆଲୋଚନା କର ।

ଉ. ଓଡ଼ିଆ ଉପନ୍ୟାସ ସାହିତ୍ୟର ଗର୍ବ ଓ ଗୌରବ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ ଜଣେ ଦିବ୍ୟ ଚେତନାର ଅଧିକାରୀ । ତାଙ୍କ କାଳଜୟୀ ଲେଖନୀ ଉତ୍କଳର ବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ସହିତ ପାଠକ ପ୍ରାଣରେ ଗଭୀର ସମ୍ବେଦନଶୀଳତା ସୃଷ୍ଟି କରିଥାଏ । ତାଙ୍କର ବର୍ଣ୍ଣନାଶୈଳୀ ଯେତିକି ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ ସେତିକି ପ୍ରାଣପ୍ରାଚୁର୍ଯ୍ୟପୂର୍ଣ୍ଣ । ୯୦୨

ନାୟକ ନାୟିକା ବ୍ୟତୀତ ଉପନ୍ୟାସରେ ଅନେକ ଗୌଣଚରିତ୍ରଗୁଡ଼ିକ ସମାଜର ତତ୍‌କାଳୀନ ପ୍ରତିଛବି ଆଙ୍କିବାରେ ସମର୍ଥ ହୋଇଛନ୍ତି । ଏମାନେ ମଲାଜହ୍ନର କଥାବସ୍ତୁ ପରିଧୂ ଭିତରେ ନିଜ ନିଜର ଅବଦାନ ବାଢ଼ି ଉପେନ୍ଦ୍ର ସୃଷ୍ଟି ପରିକଳ୍ପନାକୁ ନିଶ୍ଚିତ ରୂପେ ସାଫଲ୍ୟମଣ୍ଡିତ କରିଛନ୍ତି । ସମାଜର ନିତ୍ୟ ନୈମିତ୍ତ ପ୍ରବାହ ପଥରେ ସେମାନେ ଗୋଟିଏ ଗୋଟିଏ ଗୋଷ୍ଠୀର ନିଚ୍ଛକ ପ୍ରତିନିଧୃତ୍ଵ କରିଛନ୍ତି । ସମାଜର ନିଷ୍ଠୁର ଆଉ କୃତ୍ରିମ ରକ୍ଷଣଶୀଳତାର ପ୍ରତିନିଧ‌ି ରୂପେ ବ୍ରାହ୍ମଣ ପୁରୋହିତ ପ୍ରଭାକର ମିଶ୍ରଙ୍କ ଅବଦାନ ବା କୁତ୍ସିତହୀନ ସ୍ଵାର୍ଥ ଟାଉଟର ଅଚ୍ୟୁତି ଅବଧାନର ଭୂମିକା ଉପନ୍ୟାସ ମଲାଜହ୍ନରେ ବ୍ୟକ୍ତି ଚରିତ୍ରର ପ୍ରଭାବ ସୃଷ୍ଟି ନ କରି ଗୋଷ୍ଠୀଚରିତ୍ରର ପରିଚୟ ଦିଅନ୍ତି । କେବଳ ସଇତା ଚରିତ୍ରରେ ସୁସାଧୁତାର ପରିଚୟ ମିଳିଥାଏ । ସଇତା ସାମାଜିକ ଗତାନୁଗତିକତାର ସାର୍ଥକ ବ୍ୟତିକ୍ରମ । ଦୀନ, ଦରିଦ୍ର, ପରନିର୍ଭରଶୀଳ ହେଲେ ମଧ୍ୟ ସେ ଅକୃତ୍ରିମ କୃତଜ୍ଞତା ଓ ଏକନିଷ୍ଠ ପ୍ରଭୁ ଆନୁଗତ୍ୟର ବିଶ୍ବସ୍ତ ପ୍ରତିନିଧ୍ଵ ତଥା ବିଶିଷ୍ଟ ପ୍ରତୀକ । ମଲାଜହ୍ନର ସୃଷ୍ଟିସୀମା ମଧ୍ୟରେ ଆଉ ଅନେକ ଚରିତ୍ର ଆତ୍ମପ୍ରକାଶ କରିବାର ଯଥେଷ୍ଟ ସୁଯୋଗ ଥିଲେ ବି ଉପେନ୍ଦ୍ର ମାନସ କଥାବସ୍ତୁ ଉପସ୍ଥାପନାକୁ ଅଧିକ ଗୁରୁତ୍ଵ ଦେବା ଲକ୍ଷ୍ୟରେ ବା ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଅନୁସଂଖ୍ୟକ ଚରିତ୍ର ସମାବେଶକୁ ପସନ୍ଦ କରିଛି ତଥା ସ୍କୁଳ ଦୃଷ୍ଟିରେ ନାୟକ ଓ ନାୟିକାଙ୍କ ବିଫଳତା ଦୁର୍ଗତିର କରୁଣ ବ୍ୟଞ୍ଜନା ଆଙ୍କିଛି । ସେଥ‌ିପାଇଁ ଏହା ସ୍ପଷ୍ଟରୂପେ ସ୍ଵୀକାର କରାଯାଇପାରେ ଯେ ଉପନ୍ୟାସ ସୃଷ୍ଟି ପରିକଳ୍ପନାରେ କଥାବସ୍ତୁ ମୁଖ୍ୟ ଆଉ ଚରିତ୍ର ସଂଯୋଜନା ଗୌଣ । ସାମାଜିକ କଥାବସ୍ତୁର ବିସ୍ତୃତି ପଥରେ ଚରିତ୍ରଗୁଡ଼ିକର ଆତ୍ମପ୍ରକାଶ ଏବଂ ସାମାଜିକ ଚଳଣିର ଅନୁବର୍ତ୍ତନରେ ସେଗୁଡ଼ିକ ବ୍ୟକ୍ତିତ୍ବହୀନ ।

ସମାଜର ପ୍ରଚଳିତ କେତେକ ଗୌଣ ଚରିତ୍ରର ଲକ୍ଷଣଗୁଡ଼ିକୁ ଔପନ୍ୟାସିକ ଖୁବ୍ ଚମତ୍କାରଭାବେ ଦୃଷ୍ଟିଗୋଚର କରିପାରିଛନ୍ତି ।


୬. ମଲାଜହ୍ନ ଉପନ୍ୟାସରେ ବର୍ଣ୍ଣିତ ସହରୀ ଜୀବନର ଚିତ୍ର ବର୍ଣ୍ଣନା କର ।

ଉ. ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ‘ମଲାଜହ୍ନ’ ଏକ ସାର୍ଥକ ସାମାଜିକ ଉପନ୍ୟାସ । ତତ୍କାଳୀନ ସମାଜର ଲୋକବିଶ୍ଵାସୀ, ରୀତିନୀତି, ଶିକ୍ଷା ବ୍ୟବସ୍ଥା ଓ ସାମାଜିକ ବିଧ୍ଵବିଧାନ ସଂପର୍କୀୟ ବିଭିନ୍ନ ତଥ୍ୟ ଏଥୁରୁ ଉପଲବ୍‌ଧ ହୋଇଥାଏ । ସମାଜ କୁ-ସୁସ୍କାର ଜନିତ ଲୋକାଚାର ପରଂପରା ଓ ରୀତି-ପଦ୍ଧତିର କୁହେଳିକା ମଧ୍ଯରେ ସମାଚ୍ଛନ୍ନ ସମାଜ ଜୀବନରେ ଆଲେଖ୍ୟ ପ୍ରଦାନ କରିବାକୁ ଯାଇ ଔପନ୍ୟାସିକ ସମାଜ ସଚେତନ କରାଇପାରିଛନ୍ତି ।

ଉପନ୍ୟାସରେ ସହରୀ ଜୀବନର କାହାଣୀ କହିଲେ, କଟକ ସହରରେ ବାସକରୁଥିବା ଅଧିକାରୀମାନଙ୍କ ଚାଲିଚଳଣ, ଏବଂ ସହର ଅଞ୍ଚଳରେ ଚଳିବାକୁ ହେଲେ ଅର୍ଥର ଆବଶ୍ୟକତା ଯେ ନିହାତି ଦରକାର ତାହା ଔପନ୍ୟାସିକ ଦେଖାଇଛନ୍ତି । ସତୀକୁ ନେଇ ନାଥନନା ତା’ ସ୍ଵାମୀଘରୁ ବିତାଡ଼ିତ ହୋଇ ଆସିଲା ପରେ ରେଳଷ୍ଟସନ୍‌କୁ ଆସିଛନ୍ତି । ପଲ୍ଲୀ ଜୀବନରେ ନିଜକୁ ହଜାଇ ଦେଇଥିବା ସତୀ ରେଳଗାଡ଼ିରେ ବସି ଅପୂର୍ବ ଆନନ୍ଦ ଅନୁଭବ କରିଥିବା ବେଳେ ପରୀ ରାଇଜର କାହାଣୀ ପରି କେତେକ ଦୃଶ୍ୟ ନିଜ ମାନସଚକ୍ଷୁରେ ଦେଖୁଚାଲିଛି । ନିଜକୁ ଏକ ଅଜଣା ବାଟର ବାଟୋଇ ମନେକରି କେବଳ ନାଥନନାଙ୍କ ଦରଦୀ ହାତର ଆଶ୍ରୟ ନେଇଛି ।

ରେଳଗାଡ଼ି ଯାଇ କଟକ ସହରରେ ଲାଗିବାରୁ ସତୀ ମଫସଲରେ ବଢ଼ିଥିବାରୁ ତା’କୁ ସବୁକିଛି ନୂଆ ଆଉ ଆଶ୍ଚର୍ଯ୍ୟମୟ ଲାଗିଛି । କାରଣ ଷ୍ଟେସନ୍‌ରେ ଏତେ ଅଜଣା ଲୋକଙ୍କ ଭିତରେ ଏତେ ନୂଆ, ଏତେ ଅଦେଖା କଥା ଦେଖୁ ସତୀକୁ ସବୁ ଯେପରି ସ୍ଵପ୍ନ ପରି ଲାଗିଛି । କଟକ ସହରର ଏକ କୋଠାଘରେ ଆସି ନାଥନନା ଓ ସତୀ ରହିଲେ । ନାଥନନା ସତୀକୁ ସେଇ ଘରେ ଛାଡ଼ି, ବଜାରକୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଗଲାବେଳେ ସତୀ ଏକୁଟିଆ ରହିବାକୁ ଭୟ କରିଛି । ଗାଁ ଏବଂ ମଫସଲରେ ବଢ଼ିଥିବା ଝିଅ ସତୀକୁ ସହରର ବାତାବରଣ ଏକ ପ୍ରକାର ଅଡୁଆ ଲାଗିଛି । ସେହି ବସାକୁ ଲାଗି ଆଉ ଜଣେ ପିଲାପିଲି ନେଇ ଅଛନ୍ତି କହିବାରୁ ସତୀ ଏକ ପ୍ରକାର ଆଶ୍ଵସ୍ତ ଅନୁଭବ କରିଛି ।

ନାଥନନା ବଜାରରୁ ସମସ୍ତ ଜିନିଷ କିଣିଆଣି ଥୋଇଲେ । ନାଥନନା ସତୀକୁ କଷ୍ଟ ନ ହେବାପାଇଁ ପୂଜାରୀ ଓ ଚାକିରିଆଣୀର ବ୍ୟବସ୍ଥା କରିଦେଲେ । ନୂଆକରି ସେଠାରେ ସତୀ ଓ ନାଥନନା ରହିବାରୁ ପାଖ ପଡ଼ିଶାଘରର ସ୍ତ୍ରୀଲୋକ ଆସି ସତୀକୁ ନାଥନନାଙ୍କ ପତ୍ନୀ ମନେକରି ନାଥନନାଙ୍କ ଚାକିରି ବିଷୟରେ ପଚାରିଛି । ସହର ଜୀବନୀରେ ପାଖ ପଡ଼ିଶା ଯେ, ବିପଦଆପଦ ଏବଂ ସୁଖ ଦୁଃଖର ସାଥୀ ଏହା ଔପନ୍ୟାସିକ ଉକ୍ତ ଭଦ୍ରମହିଳା ଦ୍ଵାରା ପ୍ରତିପାଦନ କରିଛନ୍ତି । ସେହି ମହିଳା ଜଣକ ନିଜ ଜୀବନରେ ଥିବା ଅନେକ ଦୁଃଖକୁ ସତୀ ଆଗରେ ପ୍ରକାଶ କରିଛି । ସହର ଅଞ୍ଚଳରେ ବାସକରୁଥିବା ଅଧିବାସୀଙ୍କ ମନରେ ଅଶେଷ ଦୁଃଖ ଓ ବେଦନା ଥାଏ ବୋଲି ସତୀ ଦେଖପାରିଛି । କଟକ ସହରକୁ ସେମାନେ ବୁଲିଆସିଛନ୍ତି ଶୁଣି ସେହି ଭଦ୍ରମହିଳା ସତୀର ଭାଗ୍ୟକୁ ପ୍ରଶଂସା କରିଛନ୍ତି, ନାଥନନା ପରି ସ୍ଵାମୀ ପାଇ ସତୀର ଜୀବନ ଧନ୍ୟ ହୋଇଗଲା ବୋଲି ସେହି ମହିଳା ଜଣକ କହିଛନ୍ତି ।

ଚାକିରି ଅନ୍ଵେଷଣ କରି ନାଥନନା ଶେଷରେ ବିଫଳ ହୋଇଛନ୍ତି । ଅତ୍ୟନ୍ତ ଆର୍ଥିକ ଅନଟନ ଦେଖାଯିବାରୁ କଟକ ସହରରେ ରହିବା ଆଉ ସମ୍ଭବପର ନୁହେଁ । କାରଣ ସବୁକିଛି ବଜାରରୁ କିଣି ଚଳିବାକୁ ପଡୁଥିଲା । ତେଣୁ ନାଥନନା ପାଖରେ ଥିବା ଗଚ୍ଛିତ ଧନ ସରିଆସିବା ପୂର୍ବରୁ ସେମାନେ କଟକ ଛାଡ଼ି ଗାଁକୁ ଚାଲିଯିବା ଶ୍ରେୟସ୍କର ମନେକରି ଗାଁ କୁ ଚାଲିଗଲେ ।

ଉଦା ସହରୀ ଜୀବନରେ ଚଳିବାକୁ ହେଲେ ଅର୍ଥ ଯେ ନିହାତି ଆବଶ୍ୟକ ତାହା ଔପନ୍ୟାସିକ ଉପନ୍ୟାସରେ ଦେଖାଇଛନ୍ତି | 


୭. ଗ୍ରାମ୍ୟ ପରିବେଶ ବର୍ଣ୍ଣନାରେ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସଙ୍କର ନୈପୁଣ୍ୟ ନିର୍ଣ୍ଣୟ କର ।

ଉ. ସାମାଜିକ ଜୀବନଧାରାରେ ଏକ ଜଟିଳ ସମସ୍ୟାକୁ କେନ୍ଦ୍ରକରି ଔପନ୍ୟାସିକ ଉପନ୍ୟାସ ସୃଷ୍ଟିର ଏକ ମନୋରମ ପରିକଳ୍ପନା କରିଛନ୍ତି । ଗତାନୁଗତିକ ସାମାଜିକ ଧାରାରେ ବ୍ୟକ୍ତିବୈଷମ୍ୟ ଏକ ଚିରନ୍ତନ ସମସ୍ୟା, ଏହି କାରଣରୁ ବିଚାର କଲେ, ‘ମଲାଜହ୍ନ’ କଥାବସ୍ତୁ ସେତେ ପ୍ରଭାବଶାଳୀ ନ ହେଲେ ବି ତା’ ସହିତ ଉପେନ୍ଦ୍ର କିଶୋରଙ୍କ ଅସରନ୍ତି ଭାବୁକତାର ମଧୁର ସମନ୍ଵୟ ପାଠକକୁ ରସସିକ୍ତ ସ୍ଵପ୍ନପୁରୀର ସନ୍ଧାନ ଦିଏ ।

ମଲାଜହ୍ନର କଥାବସ୍ତୁ ଉପସ୍ଥାପନା ଓ ଚରିତ୍ର ସଂଯୋଜନାରେ ଔପନ୍ୟାସିକଙ୍କର ସାମାଜିକ ଦୃଷ୍ଟିଭଙ୍ଗୀ ଯେପରି ସେହିପରି ଉଜ୍ଜ୍ଵଳ । ପଲ୍ଲୀ ପ୍ରକୃତିର ମନୋହର ପ୍ରତିଛବି ଅଙ୍କନ କରି ଔପନ୍ୟାସିକ ସମାଜ– ଚେତନାର ଆଭାସ ଦେଇଛନ୍ତି କହିଲେ ଅତ୍ୟକ୍ତ ହେବନାହିଁ । ଜନ୍ମତିଥୁ ପାଳନ, ବିବାହାଦି ମାଙ୍ଗଳିକ ଉତ୍ସବ ଅନୁଷ୍ଠାନ, ଦିଅଁ ଦେବତାଙ୍କ ନିକଟରେ ଅଭିଷେକ, ମେଳା, ଯାତ୍ରା, ପୁନେଇଁ ଓଷାବ୍ରତ ଓ ପର୍ବପର୍ବାଣିର ପ୍ରସଙ୍ଗ ମଲାଜହ୍ନକୁ ଏକ ସାର୍ଥକ ସାମାଜିକ ଆବରଣ ଦେଇ ସାରିଛି । ସମତାଳରେ ଗାଁ ଗହଳର ଅସୁମାରି ତୋଟମାଳ, ଦିଗହଜା, ବିଲପାଟ, କୂଳଉଚ୍ଛୁଳା ନଈ, ଗାଁ ପୋଖରୀରେ କଇଁଫୁଲର ହସ, ନୀଳ ଗଗନ ବୁକୁରେ ଭସା ବାଦଲ ଫାଙ୍କରୁ ଚାନ୍ଦର ଲୁଚିକାଳି, ଖରାବର୍ଷା ଶୀତ କାକର ଆଦି ଭିନ୍ନ ଋତୁର ପଲ୍ଲୀ କୋଳକୁ ଶୁଭ ଆଗମନୀ, କ୍ଷେତ ଗହୀରରେ ଭରା ଫସଲର ବିଚିତ୍ର ଜୁଆର, ଖରା, ବର୍ଷାରେ ଗାଁ ଭୂଇଁର ମନଭୁଲାଣିଆ ରୂପ, ସମୟ ବିଶେଷରେ ଭିନ୍ନ ଭିନ୍ନ ଫୁଲଫଳରେ ଭରା ଗାଁ ବାଡ଼ି, ଅଗଣା ଘର ଛାତ ମଥାନର ଶୋଭା, ପଲ୍ଲୀ ସମାଜ-ଜୀବନକୁ ହସାଏ, କନ୍ଦାଏ, ଦୁଃଖ, ଶୋକ ଭୁଲି ଆନନ୍ଦରେ ଆତ୍ମହରା ହେବାପାଇଁ ପଲ୍ଲୀବାସୀଙ୍କୁ ପ୍ରେରଣା ଦିଏ, କେତେବେଳେ ଦୁଃଖ ଯନ୍ତ୍ରଣାକୁ ବରଣ କରିଦେଇ ତା’ରି କୋଳରେ ସମାଧ୍ ନେବାପାଇଁ ଆହ୍ବାନ ଦିଏ । ଏସବୁ ବ୍ୟତିରେକେ ହଇଜା, ମହାମାରୀ କବଳରେ ପଡ଼ି ବହୁଲୋକ ଯେ ମୃତ୍ୟୁବରଣ କରନ୍ତି ; ଅସ୍ଵାସ୍ଥ୍ୟକର ପରିବେଷ୍ଟନୀ ଓ ରୁଚିପାଇଁ ରୋଗ ବ୍ୟାଧର ଯନ୍ତ୍ରଣା ଭୋଗନ୍ତି । ମଲାଜହ୍ନ ପୃଷ୍ଠାରୁ ଏହି ସାମାଜିକ ଅବସ୍ଥାର ସୂଚନା ମିଳେ । ମଲାଜହ୍ନର କାହାଣୀ ଚରିତ୍ର, ପରିବେଶ ଓ ବର୍ଣନା ରୀତିରେ  ଔପନ୍ୟାସିକ ଉପେନ୍ଦ୍ର କିଶୋରଙ୍କ ସମାଜ ଚେତନା ସ୍ପଷ୍ଟ ଆତ୍ମପ୍ରକାଶ କରିଛି । ଏହି ଚେତନା ମୁଖ୍ୟତଃ ଗ୍ରାମ୍ୟ ଜୀବନର ସମାଜକୁ କେନ୍ଦ୍ରକରି ଆଲୋକିତ ହୋଇଛି ।

" Life is the mirror of the society and criticism of life."ଏହି ଉକ୍ତିର ପ୍ରମାଣ ଔପନ୍ୟାସିକ ‘ ମଲାଜହ୍ନ’ରେ ଦେଖାଇଛନ୍ତି ।

୮. ସତୀର ବୈବାହିକ ଜୀବନ ସମ୍ପର୍କରେ ଆଲୋକପାତ କର ।

ଉ. ଉପନ୍ୟାସରେ ମଣିଷ ଜୀବନର ବାସ୍ତବତା, ଲୋକଲୋଚନକୁ ଆଣିବାକୁ ଔପନ୍ୟାସିକମାନେ ସର୍ବଦା ଚେଷ୍ଟିତ । ସାଂପ୍ରତିକ ସମାଜ, ରାଷ୍ଟ୍ର, ଜନସାଧାରଣ ଓ ସମୟର କଥା ଯେପରି ଉପନ୍ୟାସରେ ପ୍ରକାଶ ପାଇଛି, ତାହା ଅନ୍ୟତ୍ର ଦୁର୍ଲ୍ଲଭ । ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ ତତ୍କାଳୀନ ସମାଜରେ ବିବାହ ପରି ଏକ ମାଙ୍ଗଳିକ କାର୍ଯ୍ୟ ପରବର୍ତ୍ତୀ ସମୟରେ ଅଶାନ୍ତର କାରଣ ହୋଇଛି ତାହା ଦେଖାଇଛନ୍ତି ।

‘ସତୀ’ ବାପାମା’ଙ୍କର ଏକମାତ୍ର ଅଳିଅଳ କନ୍ୟା । ମାତ୍ର ବାରବର୍ଷ ବୟସରେ ବାପା ନିଜର ଅଭାବଗ୍ରସ୍ତ ଦାରିଦ୍ର୍ୟତା ହେତୁ କନ୍ୟାପାଇଁ ଉପଯୁକ୍ତ ବରପାତ୍ର ଖୋଜିବା ପାଇଁ ଅସମର୍ଥ ହୋଇଛନ୍ତି । ଦନ ଦୌଲତ ଥିଲେ ହୁଏତ ପରମ୍ପରାକୁ ପଦାଘାତ କରି ସତୀ ପାଇଁ ଉପଯୁକ୍ତ ପ୍ରତି ନିର୍ବାଚନ କରିବାକୁ ସମର୍ଥ ହୋଇପାରିଥାନ୍ତେ । ତା’ ପରିବର୍ତ୍ତେ ସମାଜର ନିତ୍ୟ- ନୈମିତ୍ତିକ ଆବର୍ତ୍ତନରେ ସେ ବାଛିଛନ୍ତି ଏକ ବୃଦ୍ଧ ମରଣୋନ୍ସଖୀ ଧନଶାଳୀ ଜମିଦାରକୁ । ଯାହାର ଧନ ଲୋଡ଼ା ନାହିଁ, ଉପଢୌକନ ଲୋଡ଼ା ନାହିଁ, ଲୋଡ଼ା ଖାଲି ଖିଆଲି ମନର ସମ୍ଭୋଗ ବିଳାସୀ ମାଦକତା - ମେଣ୍ଟାଇବା ଆଳରେ ଗୋଟିଏ ନବଯୌବନ । କିଶୋରୀକୁ ଆଜୀବନ ଦୁଃଖ ଆଉ ଯନ୍ତ୍ରଣାରେ ଜର୍ଜରିତ କରିବା । ନିଜ ପତ୍ନୀର ବାରଣ, ନାଥନନାର ଦୃଢ଼ ପ୍ରତିବାଦ ଓ ସତୀର ମର୍ମଜ୍ଵାଳାକୁ ଭୃକ୍ଷେପ ନ କରି ସତୀର ବାପା ବୃଦ୍ଧ ଜମିଦାର ସଙ୍ଗେ ନିଜ କନ୍ୟାର ବିବାହ କରି ଦେଇଛନ୍ତି |

ଜମିଦାର ପ୍ରଥମ ପତ୍ନୀକୁ ହରାଇଛନ୍ତି । ଗୋଟିଏ ପୁତ୍ର ସନ୍ତାନର ସେ ଜନକ । ସତୀ ଅବଶେଷରେ ତାଙ୍କର ଗୃହବଧୂ ହୋଇଯାଇଛି । ବୃଦ୍ଧ ଜମିଦାରଙ୍କ ପତ୍ନୀ ହିସାବରେ ସତୀ ଆନନ୍ଦ ପାଇପାରିନାହିଁ ବା ଜମିଦାରଙ୍କର ପରିବାର ସହିତ ସେ ନିଜକୁ ସହଜରେ ମିଶାଇ ଦେଇପାରି ନାହିଁ । ଏପରିକି ବୃଦ୍ଧ ଜମିଦାରଙ୍କର ପତ୍ନୀତ୍ଵକୁ ସ୍ଵୀକାର କରିବା ଲାଗି ତା’ ଅନ୍ତରାତ୍ମା ପ୍ରବଳ ବାଧା ଦେଇଛି । ଜମିଦାରଙ୍କର ପରିବାରର ଦାସୀମାନଙ୍କର ଅଖଣ୍ଡ ଆଧୂପତ୍ୟ ଏବଂ ବୃଦ୍ଧ ଜମିଦାରର ଜନୈକା ଦାସୀ ସୌରଭୀ ସହିତ ଅବୈଧ ସମ୍ପର୍କ ସତୀର ମନରେ ଜମିଦାରଙ୍କ ପ୍ରତି ଘୃଣା ଆସିଛି । ଗଭୀର ଦୁଃଖ ବେଦନାର ସହିତ ଭାଗ୍ୟକୁ ନିନ୍ଦାକରି ସେ ଜମିଦାର ଗୃହରୁ ଅବ୍ୟାହତି ଲାଭ କରିବା ସତେ ଅବା ବିକଳ ହୋଇଉଠିଛି ।

କୋମଳ ଓ ଚପଳତା ମନ ସତୀର, ବାହାଘର କ’ଣ ଜାଣିବା ଆଗରୁ ତାକୁ ନିଜ ବାପା ବୟସର ଜମିଦାର ସହ ତା’ର ବାହାଘର ହୋଇଛି । ଜମିଦାର ସତୀକୁ ନିଜ ପତ୍ନୀବୋଲି, ବିବେଚନା କରି ପତ୍ନୀର କର୍ଭବ୍ୟ କ’ଣ ତାକୁ ଜଣାଇଛି । ସତୀ ସହ ଶାରୀରିକ ସଂପର୍କ ରଖିବାପାଇଁ ବଳପୂର୍ବକ ନିକଟତର ହୋଇଛି । ତା’ର ପତ୍ନୀ ଉପରେ ଷୋଳପଣ ଅଧିକାର କହି ସତୀକୁ ସ୍ଵାମୀର କାର୍ଯ୍ୟରେ ନିଜକୁ ହଜାଇ ଦେବା ତା’ର ପ୍ରଧାନ କର୍ତ୍ତବ୍ୟ କହି ସତୀ ପ୍ରତି ଅତ୍ୟାଚାର କରିଛି ।

ସତୀ ତା’ର ବୈବାହିକ ଜୀବନରେ ଘଟିଥିବା କରୁଣ ଓ ଦୁଖ କାହାଣୀକୁ ଔପନ୍ୟାସିକ ଉପନ୍ୟାସରେ ସ୍ଥାନ ଦେଇଛନ୍ତି ।

 ୯. ମଲାଜହ୍ନ ଉପନ୍ୟାସରେ ଭାଷା ଓ ଶୈଳୀ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କର ।

ଉ. ସାମାଜିକ ଜୀବନଧାରାର ଏକ ଜଟିଳ ସମସ୍ୟାକୁ କେନ୍ଦ୍ରକରି ଔପନ୍ୟାସିକ ଉପନ୍ୟାସ ସୃଷ୍ଟିର ଏକ ମନୋରମ ପରିକଳ୍ପନା କରିଛନ୍ତି । ଗତାନୁଗତିକ ସାମାଜିକ ଜୀବନଧାରାରେ ବ୍ୟକ୍ତିବୈଷମ୍ୟ ଏକ ଚିରନ୍ତନ ସମସ୍ୟା । ଏହି କାରଣରୁ ବିଚାର କଲେ, ' ମଲାଜହ୍ନ' କଥାବସ୍ତୁ ସେତେ ପ୍ରଭାବଶାଳୀ ନ ହେଲେ ବି ତା' ସହିତ ଉପେନ୍ଦ୍ର କିଶୋରଙ୍କ ଅସରରି ଭାବୁକତାର ମଧୁର ସମନ୍ଵୟ ପାଠକକୁ ରସସିକ୍ତ ସ୍ଵପ୍ନପୁରୀର ସନ୍ଧାନ ଦିଏ ।

ମଲାଜହ୍ନର କାହାଣୀ କାବ୍ୟ ପରି ରସାଳ, ଭାଷା ତା’ର କବିତା ପରି ଉଚ୍ଛଳ ଏବଂ ଭାବରାଶି ପ୍ରାଣସ୍ପର୍ଶୀ କୋମଳ । ଭାବ ଉପଲବ୍‌ଧୂ ପାଇଁ ଭାଷାର ଗୁରୁତ୍ଵ ଅନିବାର୍ଯ୍ୟ । କଥାବସ୍ତୁରେ ଭାବାନୁସାରୀ ଭାଷା ପାଠକଠାରେ ଗଭୀର ଅଭିନିବେଶ ସଂଜାତ କରେ, ଗଠନ ଜନିତ କ୍ଳାନ୍ତି ବିରକ୍ତି ଦୂର କରି ପାଠକ ମନରେ ଆଗ୍ରହ ଓ ଆନନ୍ଦର ସୂତ୍ରପାତ କରେ । ମୁଖର ଭାଷା ସ୍ରଷ୍ଟା ଅନ୍ତରରେ ଭାବରାଶିର ସାର୍ଥକ ଅଭିବ୍ୟକ୍ତି । ଏହି ଭାବ ବହନକାରୀ ଭାଷା ସ୍ରଷ୍ଟା ଅନ୍ତରରେ ଭାବରାଶିର ସାର୍ଥକ ଅଭିବ୍ୟକ୍ତି। ଏହି ଭାବ ବହନକାରୀ ଭାଷା ଉପସ୍ଥାପନା ସ୍ରଷ୍ଟାର ସଂପୂର୍ଣ୍ଣ ବ୍ୟକ୍ତିଗତ ରୂପେ ଗ୍ରହଣ କରାଯାଇପାରେ । ଏହା ପ୍ରକାଶକର ବା ସ୍ରଷ୍ଟାର ବିଚିତ୍ରତାକୁ ସାଧାରଣରେ ଖୋଲିଦିଏ । ସୁତରାଂ କେତେବେଳେ ସ୍ଵତଃସ୍ଫୁର୍ଭ ଭାବରେ ବା କେତେବେଳେ ଇଚ୍ଛାକୃତ କଳାତ୍ମକ ସ୍ପର୍ଶ ନେଇ କଳାକାରର ଭାବ ଚେତନା ପ୍ରବାହିତ ହୋଇଥାଏ । ସେଥ‌ିପାଇଁ ଜନୈକ ବିଶିଷ୍ଟ ଇଂରାଜୀ କବି କହିଛନ୍ତି, “Poetry is the spontaneous over flows of exuberant feelings” (Wordsworth)

ଭାଷା ଶୈଳୀ ଓ ବର୍ଣ୍ଣନା ବିଭାବ ଦୃଷ୍ଟିରୁ ମଲାଜହ୍ନ ଉପନ୍ୟାସ ନିତ୍ୟାନ୍ତ ଉଚ୍ଚକୋଟୀର ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏଥୁମଧ୍ଯରେ ଲେଖକ, କାବ୍ୟକ ଓ ଜୀବନ୍ତ ଭାଷା ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ଏଥିରେ କାବ୍ୟ ତୁଲ୍ୟ ଚମତ୍କାର ବର୍ଣ୍ଣନାର ସମାବେଶ ଘଟାଇଛନ୍ତି । ଯେପରିକି ମଲାଜହ୍ନ ଉପନ୍ୟାସରେ କୁହାଯାଇଛି ଶରତ ଗଲା ନଈପଠାରେ ତଣ୍ଡିଫଟା ମଉଚ୍ଛବ ବଢ଼ାଇ ଦେଇ, ବିଲ ପଡ଼ିଆରେ ଶୁଖୁଲା ନୁଖୁରା ଭୂଇଁ ଉପରେ ପାହାନ୍ତା ପହରର ଗଙ୍ଗଶିଉଳି ଶେଯପରା କ୍ରମେ ସରିଆସିଲା | ଫୁଲଫୁଟା ବାତାପି ଗଛରେ ସକାଳୁ ସଞ୍ଜଯାଏ ମହୁମାଛିଙ୍କ ଭିଡ଼ାଭିଡ଼ି ଦୂର ପାଟଆଡ଼େ ସତେ କି କିଏ ଘଣ୍ଟିଆଗୁଡ଼ି ବାନ୍ଧି ଧାଇଁଛି । ପତ୍ର ପାଟଆସୁଥୁଲା ଟିକେ ଟିକେ” ଇତ୍ୟାଦି ।

ଔପନ୍ୟାସିକଙ୍କର ଏହି ଭାଷାରେ ଅଛି ସରଳତା ଓ ସ୍ଵାଭାବିକତା । ବର୍ଣନା ଅତି ଚମତ୍କାର ଓ ଜୀବନ୍ତ । ଆବେଗ ଓ ମର୍ମସ୍ପର୍ଶୀ ଭାଷା ହେଉଛି ଉପନ୍ୟାସଟିର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଷୟ । ନାଥନନା ଉଦ୍ଦେଶ୍ୟରେ ସତୀ ଲେଖୁଥିବା ଚିଠିରୁ ଭାଷାର ଏହା ସହଜରେ ପ୍ରମାଣିତ ହୋଇଥାଏ । ଯଥା – “ ମୋତେ ଆଉ ବେଶୀ ଖୋଜିବ ନାହିଁ, ବୃଥାରେ ଏ ହୀନକପାଳୀ ପାଇଁ ଏଣେତେଣେ ଦଉଡ଼ି ଅନିୟମ କରିବ ନହିଁ । ଅନିୟମ କଲେ କିଏ ଆଉ ତୁମକୁ ଆକଟିବାକୁ ଅଛି କି ? ଆଜିଠୁ ତମର ତ ଛୁଟି....... ।”

ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଔପନ୍ୟାସିକ କ୍ଳିଷ୍ଟଭାଷା ପ୍ରୟୋଗ କ୍ଷେତ୍ରରେ ଅତ୍ୟନ୍ତ ସଂଯତ ହୋଇଛନ୍ତି । ଉପନ୍ୟାସର ପ୍ରତ୍ୟେକ ଶବ୍ଦ ଓ ପଂକ୍ତି ଯେଉଁପରି ପାଠକ ହୃଦୟରେ ଗଭୀର ରେଖାପାତ କରିବ, ସେଥ‌ିପାଇଁ ସେ ସଚେତନା ଥିବା ସ୍ପଷ୍ଟ ଜଣାଯାଏ ।

୧୦. ମଲାଜହ୍ନ ଉପନ୍ୟାସ ତତ୍‌କାଳୀନ ସାମାଜିକ ଜୀବନର ବିଶ୍ବସ୍ତ ଦଲିଲ୍ କିପରି ପ୍ରତିପାଦନ କର ।

ଉ. ସାମାଜିକ ଜୀବନଧାରାର ଏକ ଜଟିଳ ସମସ୍ୟାକୁ କେନ୍ଦ୍ରକରି ଔପନ୍ୟାସିକ ଉପନ୍ୟାସ ସୃଷ୍ଟିର ଏକ ମନୋରମ ପରିକଳ୍ପନା କରିଛନ୍ତି । ଗତାନୁଗତିକ ସମାଜ ଜୀବନଧାରାରେ ବ୍ୟକ୍ତି ବୈଷମ୍ୟ ଏକ ଚିରନ୍ତନ ସମସ୍ୟା । ଏହି କାରଣରୁ ବିଚାର କଲେ, ‘ ମଲାଜହ୍ନ’ର କଥାବସ୍ତୁ ସେତେ ପ୍ରଭାବଶାଳୀ ନ ହେଲେ ବି ତା’ ସହିତ ଉପେନ୍ଦ୍ର କିଶୋରଙ୍କ ଅସରନ୍ତି ଭାବୁକତାର ମଧୁର ସମନ୍ଵୟ ପାଠକକୁ ରସସିକ୍ତ ସ୍ଵପ୍ନପୁରୀ ସନ୍ଧାନ ଦିଏ ।

ବିଷୟବସ୍ତୁ ଓ ଆଭିମୁଖ୍ୟ ଦୃଷ୍ଟିରୁ ‘ମଲାଜହ୍ନ’ ହେଉଛି ଯଥାର୍ଥରେ ଏକ ସାମାଜିକ ଉପନ୍ୟାସ । ତତ୍କାଳୀନ ସମାଜର ଏକ ଗୁରୁତର ସମସ୍ୟାକୁ ନେଇ ଔପନ୍ୟାସିକ ଏହା ରଚନା କରିଛନ୍ତି । ସେହି ସମୟରେ ଗାଁ ଗହଳିରେ ରହିଥିବା ଗରିବ ବ୍ରାହ୍ମଣ ପରିବାରର କନ୍ୟାର ବିବାହ ସମସ୍ୟା, ନରହରି ମିଶ୍ରଙ୍କ ପରି ଜମିଦାରମାନଙ୍କ ମନ୍ଦପ୍ରବୃତ୍ତି, ଗ୍ରାମଞ୍ଚଳର କୁସଂସ୍କାର ଓ ଅନ୍ଧବିଶ୍ଵାସ, ଗାଁରେ ରହିଥ‌ିବା ଅଚୁତି ଟାଉଟର ପରି କୁଚକ୍ରୀ ବ୍ୟକ୍ତି ଓ ତାହାର ନାନାବିଧ କୁଚକ୍ରାନ୍ତ ଇତ୍ୟାଦି ବିବିଧ ସାମାଜିକ ଉପାଦାନର ଚିତ୍ର ମଲାଜହ୍ନରେ ଦେଖିବାକୁ ମିଳେ । ସେହି ସମୟରେ ଧୀରେ ଧୀରେ ଓଡ଼ିଶାରେ ଇଂରାଜୀ ଶିକ୍ଷା ବିସ୍ତାର ଲାଭ କରୁଥିଲା । ଲୋକନାଥ ତ୍ରିପାଠୀ ପରି ସେଇ ସମୟର କେତେଜଣ ଇଂରାଜୀ ଶିକ୍ଷାପ୍ରାପ୍ତ ଯୁବକ ସେତେବେଳେ ସମାଜରେ ସଂସ୍କାର ଆଣିବା ନିମିତ୍ତ ଉଦ୍ୟମ କରୁଥିଲେ । ସମାଜରୁ କୁସଂସ୍କାର ଦୁରକରିବା ସେମାନଙ୍କର ଲକ୍ଷ୍ୟ ଥିଲା । ମାତ୍ର ଅଶିକ୍ଷିତ

No comments:

Post a Comment