Class 10 History Chapter 2 Question Answer ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ଦଶମ ଶ୍ରେଣୀ ଇତିହାସର ଦ୍ୱିତୀୟ ଅଧ୍ୟାୟ 'ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ' ର ସମସ୍ତ ପ୍ରଶ୍ନ ଓ ଉତ୍ତର ଏଠାରେ ପାଆନ୍ତୁ। ଏଥିରେ ଅସହଯୋଗ ଆନ୍ଦୋଳନର କାରଣ, କାର୍ଯ୍ୟକ୍ରମ ଏବଂ ଓଡ଼ିଶାର ବିଶିଷ୍ଟ ନେତାଙ୍କ ଅବଦାନ ବିଷୟରେ ସରଳ ଭାଷାରେ ଆଲୋଚନା କରାଯାଇଛି। (Get Class 10 History Chapter 2 Notes and Solutions in Odia).

Class 10 History Chapter 2 Question Answer ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଖୁଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ?

ଉ :(i) ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରି ଦିଆଗଲା । ତୁର୍କୀ ( ତୁରସ୍କ)ର ସୁଲତାନ୍ ମୁସଲମାନ ମାନଙ୍କ ଧର୍ମଗୁରୁ ବା ଖଲିଫା ଥିଲେ ।

(ii) ଭାରତୀୟ ମୁସଲମାନମାନେ ସୁଲତାନଙ୍କୁ ସମର୍ଥନ ଜଣାଇ ତାଙ୍କ କ୍ଷମତା ହ୍ରାସ ପ୍ରତିବାଦ ସ୍ବରୂପ ଏହି ଆନ୍ଦୋଳନ ଆରମ୍ଭ କଲେ । ଏହି ଆନ୍ଦୋଳନକୁ ଖୋଲାଫତ ଆନ୍ଦୋଳନ କୁହାଗଲା ।

 (iii) ଏହି ଖୁଲାଫତ ଆନ୍ଦୋଳନ ପରିଚାଳନା ପାଇଁ ଏକ କମିଟି ଗଠନ କରାଗଲା ।

(iv) ଏହି କମିଟିରେ ଦୁଇଭ୍ରାତା ସୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ଯେଉଁମାନେ କି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ ସଦସ୍ୟ ରହିଲେ । ଏମାନଙ୍କ ବ୍ୟତୀତ ମୌଲାନା ଆବୁଲକଲାମ, ହକିମ ହଜମଲ୍ ଖାଁ ଓ ହସରତ ମୋହାନୀ ସଦସ୍ୟ ରହିଥିଲେ ।


(ଖ) ଖୋଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର ।

ଉ :(i) ମହାତ୍ମାଗାନ୍ଧୀ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବାପାଇଁ ଖୁଲାଫତ ଆନ୍ଦୋଳନକୁ ସମର୍ଥନ କଲେ ।

 (ii) ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହେଲେ ।

(iii) ତୁର୍କୀର ସୁଲତାନଙ୍କ ଅଧୀନରେ ମୁସଲମାନମାନଙ୍କ ପବିତ୍ର ସ୍ଥାନଗୁଡ଼ିକ ନରୱେଲେ ସରକାରଙ୍କୁ ବର୍ଜନ ଓ ଅସହଯୋଗ କରିବାପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା । ଏହି ଧମକ ସତ୍ତ୍ବେ ‘ସେଭର୍ସ’ ଚୁକ୍ତିଦ୍ଵାରା ସୁଲତାନ ଅଧିକୃତ ଅନେକ ଅଞ୍ଚଳ କାଢ଼ି ନିଆଗଲା ।

(iv) ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ନିଷ୍ଫଳ ଭାରତ ଝୁଲାଫତ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ ଆରମ୍ଭ କଲା ।

(v) ୧୯୨୦ ଜୁନ୍ ୯ ତାରିଖରେ ଆଲ୍ଲାହାବାଦର ସର୍ବଦଳୀୟ ବୈଠକରେ ଗାନ୍ଧିଜୀଙ୍କ ନେତୃତ୍ବରେ ଖୁଲାଫତ୍ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପଭି ନେଲା ।

(ଗ) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ? 

ଉ :(i) ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟବର୍ଜନ ଥିଲା ଅସହଯୋଗ ଆନ୍ଦୋଳନର ମୂଳନୀତି ।

(ii) ୧୯୧୯ ମସିହାର ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥ‌ିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ କରିବା ।

(iii) ସମସ୍ତ ପ୍ରକାର ସରକାରୀ ଉପାଧ୍ ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା ଦେବା ।

(iv) ଆଇନଜୀବୀଙ୍କ ଦ୍ବାରା ବିଚାରାଳୟ ବର୍ଜନ ଏବଂ ଛାତ୍ରମାନଙ୍କଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ କରିବା ।

(v) ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ । ଏହା ବ୍ୟତୀତ କେତେକ ଗଠନମୂଳକ କାର୍ଯ୍ୟ ଯଥା ଖଦୀ ଗ୍ରାମୋଦ୍ୟୋଗର ବିକାଶ, ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ପୃଶ୍ୟତା ନିରାକରଣ ଓ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା କାର୍ଯ୍ୟକ୍ରମ ଗୁଡ଼ିକ ଥିଲା । 

(ଘ) ଅସହଯୋଗ ଆନ୍ଦୋଳନର ଫଳାଫଳ କ’ଣ ହେଲା ?

 ଉ :(i) ଇଂରେଜ ସରକାର ଗାନ୍ଧିଜୀଙ୍କୁ ୧୯୨୨ ମାର୍ଚ୍ଚ ୧୦ ତାରିଖରେ ଗିରଫ କରି ଛଅବର୍ଷ ଜେଲଦଣ୍ଡ ନେଇଥିଲେ ।

 (ii) ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୋଧୀ ଆନ୍ଦୋଳନ ସଂଗଠିତ ଭାବେ ପରିଚାଳିତ ହୋଇଥିଲା ଏବଂ ଭବିଷ୍ୟତ ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା । 

(iii) ପ୍ରଥମଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଥିଲା ।

 (iv) ୧୯୨୨ରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହୋଇ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେଲା । ଫଳରେ ଖୁଫତ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ ।

(v) ଅସହଯୋଗ ଆନ୍ଦୋଳନ ସ୍ଥଗିତ ସହ ଭାରତରେ ଖୁଲାଫତ ଆନ୍ଦୋଳନର ଅବସାନ ଘଟିଲା । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସଂକଳ୍ପବଦ୍ଧ ଭାରତୀୟଙ୍କୁ ସମ୍ମୁଖୀନ ହେବାକୁ ଇଂରେଜ ସରକାରକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । 


(ଙ) ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନର ଏକ ବିବରଣୀ ଦିଅ ।

ଉ :(i) ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ ୧୯୨୧ରେ ମହାତ୍ମାଗାନ୍ଧୀ ଓଡ଼ିଶା ଆସିଥିଲେ ।

(ii) ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ କଟକଠାରେ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।

(iii) ଗାନ୍ଧିଜୀଙ୍କର ଉଦ୍‌ବୋଧନରେ ଅନୁପ୍ରାଣିତ ହୋଇ ବହୁସଂଖ୍ୟକ ନରନାରୀ ‘ତିଳକ ସ୍ଵରାଜ ପାଣ୍ଠି’ ଅର୍ଥ ଓ ଅଳଙ୍କାର ଦାନ କରିଥିଲେ । ରମାଦେବୀଙ୍କ ସମେତ ବହୁସଂଖ୍ୟକ ନାରୀମାନେ ସେମାନଙ୍କ ଅଳଙ୍କାର ଗୁଡ଼ିକୁ ଏହି ପାଣ୍ଠିକୁ ଦାନ କରିଥିଲେ ।

(iv) ଏହାପରେ ଗାନ୍ଧିଜୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁରଠାରେ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନଦେଇ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ ।

(v) ଖଦୀର ବ୍ୟବହାର, ଚରଖାର ପ୍ରସାର ଏବଂ ସ୍ବଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ଵ ଦେଇଥିଲେ ।


୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ?

ଉ :(i) ୧୯୨୦ ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

(ii) ସମଗ୍ର ଦେଶରେ ହରତାଳ ଓ ଶୋଭାଯାତ୍ରା ମାଧ୍ଯମରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା । 


(ଖ) କେଉଁ ଘଟଣାଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା ?

ଉ : ଭାରତ ଶାସନ ୧୯୧୯ରେ ତ୍ରୁଟି, ଅମୃତସହର ଘଟଣାର ତଦନ୍ତ ନିମନ୍ତେ ନିଯୁକ୍ତ ହଣ୍ଟର କମିଟଙ୍କ ବିବରଣୀର ପକ୍ଷପାତିତା, ଏବଂ ଭାରତର ମୁସଲମାନଙ୍କ ଇଂରେଜବିରୋଧୀ ଖୁଲାଫତ ଆନ୍ଦୋଳନ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା ।


(ଗ) କେବେ ଓ କାହିଁକି ହଣ୍ଟର କମିଟି ଗଠିତ ହୋଇଥିଲା ? 

ଉ :(i) ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡର ସରକାରୀ ତଦନ୍ତ କରିବାର ଦାବୀକୁ କାର୍ଯ୍ୟକାରୀ କରିବାପାଇଁ କମିଟିର ଆବଶ୍ୟକ ହେଲା ।

(ii) ୧୯୧୯ ଅକ୍ଟୋବର ୧୪ ତାରିଖରେ ଲର୍ଡ ହଣ୍ଟରଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଥିଲା ।


 (ଘ) କଂଗ୍ରେସର କେଉଁ ଅବେଶନରେ ଗାନ୍ଧିଜୀଙ୍କ ବିକ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧୁବେଶନରେ ଏହା ଅନୁମୋଦିତ ହୋଇଥିଲା ?

ଉ :(i) ୧୯୨୦ ମସିହା ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ କଲିକତାଠାରେ କଂଗ୍ରେସର ସ୍ଵତନ୍ତ୍ର ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ।

(ii) ୧୯୨୦ ଡିସେମ୍ବର ମାସରେ ନାଗପୁରଠାରେ ଅନୁଷ୍ଠିତ କଂଗ୍ରେସ ବାର୍ଷିକ ଅଶନରେ ଏହା ଅନୁମୋଦିତ ହୋଇଥିଲା ।


(ଙ) ‘ତିଳକ ସ୍ଵରାଜ ପାଣ୍ଠି’ କ’ଣ ପାଇଁ ଗଠନ କରାଯାଇଥିଲା ? 

ଉ :(i) ‘ତିଳକ ସ୍ୱରାଜ ପାଣ୍ଠି’ ଆନ୍ଦୋଳନକୁ ଅର୍ଥ ଯୋଗାଇବାପାଇଁ ଆବଶ୍ୟକ ଅର୍ଥ ସଂଗ୍ରହର ମାଧ୍ୟମ ଥିଲା ।

(ii) ଜନସାଧାରଣ ମୁକ୍ତ ହସ୍ତରେ ଏହି ପାଣ୍ଠିକୁ ଦାନ କରିଥିଲେ ଯାହାକି ଆନ୍ଦୋଳନକୁ ଦୃଢ଼ ଓ ଶକ୍ତିଶାଳୀ କରିପାରିଥିଲା ।


 (ଚ) ୧୯୨୨ ଫେବୃଆରୀ ୧ ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କ’ଣ ଚେତାବନୀ ଦେଇଥିଲେ ?

 ଉ : ୧୯୨୨ ଫେବୃଆରୀ ୧ ତାରିଖରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ସାତଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରାନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ ସ୍ଵାଧୀନତା ଦିଆନଗଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ।


(ଛ) ମହାତ୍ମାଗାନ୍ଧୀ କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିଲେ ?

ଉ : ଉତ୍ତରପ୍ରଦେଶର ଚୌରିଚୌରା ନାମକ ସ୍ଥାନରେ ଉତ୍ୟକ୍ତ ଆନ୍ଦୋଳନକାରୀ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇଦେବା ସହିତ ୨୨ ଜଣ ପୋଲିସ କର୍ମଚାରୀଙ୍କୁ ଜୀବନ୍ତ ଦଗ୍‌ଧ କଲେ । ଏହି ହିଂସାତ୍ମକ ଘଟଣାପାଇଁ ମର୍ମାହତ ହୋଇ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ କଲେ ।

(ଜ) ନାଗପୁର କଂଗ୍ରେସ ଅବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେଜଣ ଓଡ଼ିଶାରୁ ପ୍ରତିନିଧୂତ୍ବ କରିଥିଲେ ?

ଉ :(i) ନାଗପୁର କଂଗ୍ରେସ ଅଧ୍ଶନ ୧୯୨୦ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା ।

(ii) ଓଡ଼ିଶାର ୩୫ ଜଣ ପ୍ରତିନିଧ‌ି ଏହି ଅଧିବେଶନରେ ଯୋଗ ଦେଇଥିଲେ । 


(ଝ) ଗୋପବନ୍ଧୁ ଦାସ କେଉଁଠାରେ ଏବଂ କ’ଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?

 ଉ :(i) ଗୋପବନ୍ଧୁ ଦାସ ସାକ୍ଷୀଗୋପାଳଠାରେ ସୂତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

(ii) ଏହି ବନ ବିଦ୍ୟାଳୟ ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷାଦାନ ନିମନ୍ତେ ଏହା ଉଦ୍ଦିଷ୍ଟ ଥିଲା ।


(ଞ) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ କେତେଟଙ୍କା ଜୋରିମାନା କରାଯାଇଥିଲା ଏବଂ କାହିଁକି ?

ଉ :(i) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ । ସମ୍ବଲପୁର ମିଶ୍ର ପ୍ରେସ୍‌ ୨୫ ଟଙ୍କା ଜୋରିମାନା କରିଥିଲେ । 

(ii) ଏହି ପ୍ରେସ୍ “ ସ୍ଵରାଜ ସଙ୍ଗୀତ” ନାମକ ପ୍ରାଚୀର ପତ୍ର ଛାପିଥିବାରୁ ଏହି ଜୋରିମାନା ଦେବାକୁ ହୋଇଥିଲା । ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 


୩ । (କ) କେବେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ?


ଉ : ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଫତ ସମ୍ମିଳନୀର ସଭାପତିଭାବେ ନିର୍ବାଚିତ ହୋଇଥିଲେ । 


(ଖ) କେଉଁ ତାରିଖରୁ ଭାରତ ଶାସନ ଆଇନ ୧୯୧୯ ପ୍ରଚଳିତ ହେଲା ?

ଉ : ୧୯୧୯ ଡିସେମ୍ବର ୨୩ ଠାରୁ ଭାରତ ଶାସନ ଆଇନ ୧୯୧୯ ନାମରେ ପ୍ରଚଳିତ ।


(ଗ) ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କ ଦ୍ବାରା କରାଯାଇଥିଲା ?

ଉ : ୱେଲସ୍‌ ର ଯୁବରାଜଙ୍କ ଭାରତ ପରିଦର୍ଶନକୁ ସତ ସତ୍ୟାଗ୍ରହୀମାନଙ୍କଦ୍ୱାରା ବାସନ୍ଦ କରାଯାଇଥିଲା ।


(ଘ) କେଉଁ ସ୍ଥାନରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧୁବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ?

ଉ : ୧୯୨୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖୁବା ପାଇଁ ନିଷ୍ପତ୍ତି ନିଆଗଲା ।


 (ଙ) ମହାତ୍ମା ଗାନ୍ଧୀ କେଉଁଦିନ କଟକ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ?

ଉ : ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ କଟକଠାରେ ଜନସମାବେଶକୁ ଉଦ୍ ବୋଧନଦେଇଥିଲେ ।


(ଚ) କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?

ଉ : ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମ୍ବଲପୁର ଜିଲ୍ଲାସ୍କୁଲର ଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।


(ଛ) “ଅଳକା ଆଶ୍ରମ” କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?

ଉ : ଜଗତସିଂହପୁରରେ “ଅଳକା ଆଶ୍ରମ” ପ୍ରତିଷ୍ଠା ହୋଇଥିଲା ।


(ଜ) କେଉଁ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ?

ଉ : ‘ସମାଜ’ ସମ୍ବାଦ ପତ୍ରରେ ‘ସତ୍ୟ ହେଲେ ସାଂଘାତିକ’ ସ୍ତମ୍ଭରେ ସରକାରୀ ବିରୋଧୀ ଲେଖାପାଇଁ ଗୋପବନ୍ଧୁଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ।


(ଝ) କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ?

: କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜାଥିଲେ ରାଜେନ୍ଦ୍ରନାରାୟଣ ଭଞ୍ଜଦେଓ ।


(ଞ) କେଉଁ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?

ଉ : ‘ସମାଜ’ ଓ ‘ଉତ୍କଳ ଦୀପିକା’ ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ।


୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ।। ସହିତ ଲେଖ।

(କ) ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?

 (i) ୧୯୧୯ ଅକ୍ଟୋବର ୧୪ (ii) ୧୯୧୯ ଡିସେମ୍ବର ୨୩ (iii) ୧୯୨୦ ଜୁନ ୯ (iv) ୧୯୨୦ ଅଗଷ୍ଟ ୧


(ଖ) କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ ନୁହେଁ ?

 (i) ବିଦେଶୀ ଭାଷା ବର୍ଜନ (ii) ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ (iii) ନିର୍ବାଚନ ବର୍ଜନ (iv) ଅସ୍ପୃଶ୍ୟତା ବର୍ଜନ 


(ଗ) କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅସହଯୋଗ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦନ କରିଥିଲା ?

(i) ଆଲ୍ଲାହାବାଦ    (ii) ବର୍ଦ୍ଧରଲି     (iii) ଗୋରଖପୁର    (iv) ନାଗପୁର


(ଘ) କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ବୁକ ଥିଲେ ?

(i) ହରେକୃଷ୍ଣ ମହତାବ (ii) ଗୋପବନ୍ଧୁ ଦାସ (iii) ଗୋପବନ୍ଧୁ ଚୌଧୁରୀ (iv) ଭାଗୀରଥ୍ ମହାପାତ୍ର


(ଙ) କେଉଁ ଅନୁଷ୍ଠାନ ‘ସ୍ଵରାଜ୍ୟ ସମାଚାର’ ପତ୍ରିକା ପ୍ରକାଶ କରୁଥିଲା ?

(i) ସ୍ବରାଜ ଆଶ୍ରମ (ii) ସ୍ବରାଜ ସେବକସଂଘ (iii) ସ୍ବରାଜ ମନ୍ଦିର (iv) ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର ୦ ୧ ୨

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ‘ଭାରତ ଶାସନ ଆଇନ ୧୯୧୯’କୁ ଅନ୍ୟ କ’ଣ କୁହାଯାଏ । ଏହି ଆଇନରେ କେଉଁ ସବୁ ତ୍ରୁଟି ରହିଥୁଲା ଆଲୋଚନା କର ?

ଉ :(i) “ ଭାରତ ଶାସନ ଆଇନ ୧୯୧୯′′ କୁ ମଣ୍ଟେଗୁ-ଚେମ୍ସ ଫୋର୍ଡ ସଂସ୍କାର କୁହାଯାଏ । ଏହା ଇଂଲଣ୍ଡର ବୈଦେଶିକ ସଚିବ ଏଡଉଇନ ମଣ୍ଟେଗୁ ଓ ଭାରତର ଭାଇସରାୟ ଲର୍ଡ | ଚେମ୍‌ସ୍ ଫୋର୍ଡ଼ଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା । 

(ii) ଏଥିରେ ଥିବା ତ୍ରୁଟି ଗୁଡ଼ିକ ମଧ୍ୟରୁ ପ୍ରଥମତଃ ଭାଇସ୍‌ୟ | ଡଃ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରୀମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ ।

(iii) ପ୍ରାଦେଶିକ ସ୍ତରରେ ଦ୍ଵୈତ ଶାସନ କ୍ଷମତା ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଅଧୀନରେ ରଖାଯାଇଥିବା କୁର ବିଭାଗଠାରୁ ଅପେକ୍ଷାକୃତ କମ ଗୁରୁତ୍ବପୂର୍ଣ୍ଣ ବିଭାଗ | ମନ୍ତ୍ରୀମଣ୍ଡଳ ଅଧୀନରେ ରହିଲା ।

(iv) କେନ୍ଦ୍ରୀୟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କର ପୂର୍ବରୁ ଥିବା ମୁସଲମାନ ସମ୍ପ୍ରଦାୟ ବ୍ୟତୀତ ୨୧ ଶିଖ୍ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଭିତ୍ତିକ ନିର୍ବାଚନମଣ୍ଡଳୀ ଗଠିତ ହେଲା ।

(v) ଭୋଟଦାନ ଅଧିକାରକୁ ଅଧ୍ଵ ସଙ୍କୁଚିତ କରାଗଲା । ଭାରତୀୟ କଂଗ୍ରେସ ଏହି ସଂସ୍କାରଗୁଡ଼ିକ ସନ୍ତୋଷଜନକ ନୁହେଁ ବୋଲି ଏକ ଶକ୍ତିଶାଳୀ ସ୍ଵରାଜ୍ୟ ପାଇଁ ଦାବିକଲା । 

୨ । ଅସହଯୋଗ ଆନ୍ଦୋଳନ କିପରି ଭାରତରେ ବିସ୍ତାର ଯଥାର ଲାଭ କରିଥିଲା, ଉଲ୍ଲେଖ କର ।


ଉ :(i) ମହାତ୍ମା ଗାନ୍ଧୀଙ୍କ ଆହ୍ଵାନରେ ଦେଶବାସୀମାନେ ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ । ୧୯୨୦

ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକଭାବେ ଏହି ଆନ୍ଦୋଳନ । ଆରମ୍ଭ ହେଲା । ୧୯୨୧ ମସିହା ଆରମ୍ଭରେ ଏହି ଆନ୍ଦୋଳନର ବହ୍ନି ଭାରତରେ ବିସ୍ତାର ଲାଭ କଲା । 

(ii) ଗାନ୍ଧିଜୀଙ୍କ ଡାକରାରେ ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସଙ୍କ ପରି ଖ୍ୟାତାନାମା ବାରିଷ୍ଟର ଆଇନ ବ୍ୟବସାୟ ତ୍ୟାଗ କଲେ ।

(iii) ବହୁ ବିଶିଷ୍ଟ ବ୍ୟକ୍ତି ସରକାରୀ ଚାକିରିରୁ ଇସ୍ତଫା ଦେଇ ଏହି ଆନ୍ଦୋଳନରେ ଯୋଗଦେଲେ । ବହୁ ସଂଖ୍ୟାରେ ଛାଜ୍ଞ ଲୋକ କାରାବରଣ କଲେ । 

(iv) ଏହି ଆନ୍ଦୋଳନର ଅର୍ଥ ସଂଗ୍ରହ ପାଇଁ “ ତିଳକ ସ୍ଵରାଜ ପାଣ୍ଡି” ଗଠନ ହେଲା । ଜନ ସାଧାରଣ ମୁକ୍ତ ହସ୍ତରେ ଧାତ ଏହି ପାଣ୍ଠିକୁ ଦାନ କଲେ ।

(v) ସରକାରଙ୍କ ସହିତ ଜନସାଧାରଣଙ୍କ ଅସହଯୋଗ ଇଂରେଜ ମୂଳଦୁଆକୁ ଦୋହଲାଇଦେଲା । ତେଣୁ ସରକାର ଏହାକୁ ଦମନ କରିବାକୁ ଚେଷ୍ଟାକରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।


୩। କେଉଁ କାରଣ ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖୁଥିଲେ ? ଏହାର ପ୍ରତିକ୍ରିୟା କ’ଣ ଥିଲା ?

ଉ :(i) ୧୯୨୨ ଫେବୃୟାରୀ ୫ ତାରିଖରେ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳସ୍ଥିତ ଚୌରିଚୌରା ନାମକ ସ୍ଥାନରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଏକ ପୋଲିସ୍ ଷ୍ଟେସନରେ ନିଆଁ ଲଗାଇଦେଲେ ।

(ii) ଏହା ଫଳରେ ସେଠାରେ ୨୨ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ । ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀଙ୍କୁ ବ୍ୟର୍ଥାତ କଲା ।

(iii) ସେ ଅନୁଭବ କଲେ ଭାରତୀୟମାନେ ଅହିଂସାଉପାୟରେ ଆନ୍ଦୋଳନ କରିବାକୁ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ନଥିଲେ । ତେଣୁ ସେ କାହାସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖୁବାପାଇଁ ଘୋଷଣା କଲେ ।

 (iv) ଫେବୃୟାରୀ ୧୨ ତାରିଖରେ ବନ୍ଦୋଳିଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସ୍ଥଗିତ ଘୋଷଣା ଅନୁମୋଦିତ ହେଲା ।

(v) ଏହି ଅପ୍ରତ୍ୟାଶିତ ନିଷ୍ପଭି ଅନ୍ୟ କଂଗ୍ରେସ ନେତାମାନଙ୍କୁ ସ୍ତବ୍‌ଧ କରିଥିଲା । ସୁଭାଷଚନ୍ଦ୍ର ବୋଷ ଏହି ନିଷ୍ପତ୍ତିକୁ ଏକ ଜାତୀୟ ବିପର୍ଯ୍ୟୟ ଭାବରେ ବର୍ଣ୍ଣନା କରିଥିଲେ ।


 ୪। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଅଗ୍ରର୍ଗତି ସମ୍ପର୍କରେ ଉଲ୍ଲେଖ କର ।

ଉ :(i) ଓଡ଼ି ଶାରେ ଅସହଯୋଗ ଆନ୍ଦୋଳନରେ ଆନ୍ଦୋଳନକାରୀମାନେ ୧୯୨୧ ଅଗଷ୍ଟ ୩ ତାରିଖରେ ପୁରୀଠାରେ ବିଦେଶୀ ବସ୍ତ୍ରଗୁଡ଼ିକରେ ଅଗ୍ନି ସଂଯୋଗ କରାଇଥିଲେ । ଅଗଷ୍ଟ ୧୧ ଓ ୧୪ ତାରିଖରେ କଟକ ଠାରେ ଜନସାଧାରଣ ବିଦେଶୀଲୁଗା ପୋଡ଼ିଦେଇଥିଲେ ।

 (ii) କଲିକତାରେ ଲୁଗାକଳରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ଦୋକାନଗୁଡ଼ିକୁ ବିଦେଶୀ ଲୁଗାପେଟି ବୋହିବାକୁ ମନା କରିଦେଇଥିଲେ ।

(iii) ସତ୍ୟାଗ୍ରହୀମାନେ ବିଦେଶୀ ଦୋକାନ ଆଗରେ ଧାରଣା ଦେଇ ମଦବିକ୍ରି ବନ୍ଦ କରିଦେଇଥିଲେ ।

(iv) ବହୁ ବିଶିଷ୍ଟ ଓଡ଼ିଆ ବ୍ୟକ୍ତିମାନେ ସରକାରୀ ଚାକିରୀ ଓ ପଦପଦବୀ ତ୍ୟାଗକରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।

(v) ବିଭିନ୍ନ ସ୍ଥାନରେ ଛାତ୍ରମାନେ ସ୍କୁଲ, କଲେଜ ପରିତ୍ୟାଗ କରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।


୫ । ଅସହଯୋଗ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଶାରେ  କିନ୍ତୁ ଏହି ଗଢ଼ିଉଠିଥ‌ିବା ଅନୁଷ୍ଠାନ ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ ଆନ୍ଦୋଳନ ଚାଲୁ ରହିଥିଲା ।

ଉ :(i) ଅସହଯୋଗ ଆନ୍ଦୋଳନ ଅବସରରେ ଛାତ୍ରମାନଙ୍କୁ ଜାତୀୟବାଦୀ ଶିକ୍ଷା ନିମନ୍ତେ ଗୋପବନ୍ଧୁ ଦାସ ସାକ୍ଷି ଗୋପାଳଠାରେ ୧୯୦୯ ରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

(ii) କଟକଠାରେ ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ ସ୍ଥାପିତ ହୋଇଥିଲା । ସ୍ଵେଚ୍ଛାସେବୀ ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ‘ସ୍ବରାଜ ଆଶ୍ରମ ଓ ଜଗତସିଂହପୁରରେ ଅଳକା ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।

(iii) କଟକରେ ଛାତ୍ର ମାନଙ୍କଦ୍ଵାରା ‘ସ୍ୱରାଜ୍ୟ ସେବକ ସଂଘ : ଗଠିତ ହୋଇଥିଲା’ ।

(iv) ବାଲେଶ୍ବରରେ ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ପ୍ରତିଷ୍ଠିତ ‘ସ୍ଵରାଜ ମନ୍ଦିର’, ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିଥିଲା । ଏହି ଅନୁଷ୍ଠାନ ତରଫରୁ ‘ସ୍ବରାଜ୍ୟ ସମାଚାର’ ପତ୍ରିକା ପ୍ରକାଶ ହେଉଥିଲା ।

(v) ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ସମ୍ବାଦପତ୍ର ‘ସମାଜ’ ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।


ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଖୋଲାଫତ୍ ଆନ୍ଦୋଳନ ପାଇଁ ଗଠିତ ହୋଇଥିବା କମିଟିରେ କେଉଁମାନେ ସଭ୍ୟଥିଲେ ?

ଉ :(i) ଆନ୍ଦୋଳନ ପରିଚାଳନା କରିବା ପାଇଁ ଗଠିତ କମିଟିରେ ଦୁଇ ଅଲ୍ଲୀଭ୍ରାତା ସୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ଥିଲେ । 

(ii) ଏମାନଙ୍କ ବ୍ୟତୀତ ମୌଲାନା ଆବୁଲ କଲାମ ଆଜାଦ,ହକିମ୍ ହଜମଲ୍ ଖାଁ ଓ ହସରତ ମୋହନା ସଦସ୍ୟ ଥିଲେ ।


 ୨। ମହାତ୍ମାଗାନ୍ଧୀ କେଉଁ ଲକ୍ଷ୍ୟ ରଖୁ ଖୋଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ?

ଉ :(i) ମହାତ୍ମାଗାନ୍ଧୀ ହିନ୍ଦୁ ଓ ମୁସଲମାନଙ୍କୁ ଏକତ୍ର କରିବା ପାଇଁ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।

(ii) ଦ୍ଵିତୀୟତଃ ଜାତୀୟ ଆନ୍ଦୋଳନର ଭିଭିଭୂମିକୁ ଦୃଢ଼ କରିବା ପାଇଁ ସମର୍ଥନ ଦେଇଥିଲେ ।


୩ । ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ ପାଇଁ ବ୍ରିଟେନରେ ଡାୟାରଙ୍କ ପ୍ରତି କି ପଦକ୍ଷେପ ନିଆଯାଇଥିଲା ?

 ଉ :(i) ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପାଇଁ ବ୍ରିଟିଶ ଲର୍ଡସସଭା ଜେନେରାଲ ଡାୟାରଙ୍କ କାର୍ଯ୍ୟକୁ ଅନୁମୋଦନ କରିଥିଲା । 

(ii) ବ୍ରିଟିଶ ଜନସାଧାରଣ ତିରିଶହଜାର ପାଉଣ୍ଡ ସଂଗ୍ରହ କରି ଉପହାର ସ୍ୱରୂପ ତାଙ୍କୁ ପ୍ରଦାନ କରିଥିଲେ ।


୪। ଚୌରିଚୌରା ନାମକ ସ୍ଥାନରେ କେଉଁ ଘଟଣାଟି ଗାନ୍ଧିଜୀଙ୍କୁ ବ୍ୟଥ୍‌ତ କରିଥିଲା ?


ଉ :(i) ଚୌରିଚୌରାଠାରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ପୋଲିସ ଷ୍ଟେସନରେ ଅଗ୍ନି ସଂଯୋଗ କରି ଦେଇଥିଲେ ।

 (ii) ୨୨ ଜଣ ପୋଲିସ କର୍ମଚାରୀଙ୍କୁ ଜୀବନ୍ତ ଦଗ୍ଧ କରିଥିଲେ ଏହା ଗାନ୍ଧିଜୀଙ୍କୁ ବ୍ୟର୍ଥାତ କରିଥିଲା । 

୫। ୧୯୨୨ରେ କାହାଙ୍କ ନେତୃତ୍ବରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ? ସେଠାରେ କେଉଁ ବ୍ୟବସ୍ଥାର ଉଚ୍ଛେଦ ହୋଇଥିଲା ?

ଉ :(i) ୧୯୨୨ରେ ମୁସ୍ତାଫା କମାଲ ପାଶାଙ୍କ ନେତୃତ୍ଵରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।

(ii) ସେଠାରେ ପ୍ରଚଳିତ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ପିଲା ହୋଇଥିଲା ।


୬ । କିଏ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ସଂଗଠିତ କରିଥିଲେ । ସେ କଂଗ୍ରେସର କେଉଁ ଅଧୁବେଶନରୁ ସେ ଫେରିଆସି ଏହି ପଦକ୍ଷେପ ନେଇଥିଲେ ?

ଉ :(i) ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ସଂଗଠିତ କରିଥିଲେ ।

(ii) ସେ ୧୯୨୦ରେ ନାଗପୁରର କଂଗ୍ରେସ ଅଧ୍ବେଶନରେ ଯୋଗଦେଇ ଫେରିଆସି ଏହି ପଦକ୍ଷେପ ନେଇଥିଲେ । 


୭ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଓ ସମ୍ପାଦକ କେଉଁମାନେ ହୋଇଥିଲେ ?

ଉ :(i) ୧୯୨୧ରେ ପ୍ରଥମ ଗଠିତ ହୋଇଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଗୋପବନ୍ଧୁ ଦାସ ହୋଇଥିଲେ ।

(ii) ଏହି କମିଟିର ପ୍ରଥମ ସମ୍ପାଦକ ରୂପେ ଭାଗୀରଥ ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଥିଲା ।


୮ । ମହାତ୍ମାଗାନ୍ଧୀ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଆମାନଙ୍କ ମନରେ କେଉଁ ଭାବ ସୃଷ୍ଟି କରିପାରିଥିଲେ ଏବଂ ତାହା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ ?


ଉ :(i) ମହାତ୍ମାଗାନ୍ଧୀ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ ।

(ii) ଖଦୀର ବ୍ୟବହାର, ଚରଖାର ପ୍ରଚଳନ ଏବଂ ସ୍ଵଦେଶୀ ଦ୍ରବ୍ଯ ପ୍ରତି ଆଗ୍ରହ ଉପରେ ଗୁରୁତ୍ଵ ଦେଇଥିଲେ ।

 ୯. ଅସହଯୋଗ ଆନ୍ଦୋଳନ ସମୟରେ ଓଡ଼ିଶାରେ ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ କେଉଁ ବ୍ୟବସ୍ଥା କରାଯାଇଥିଲା ?

ଉ :(i) ଅସହଯୋଗ ଆନ୍ଦୋଳନ ସମୟରେ ବାଲେଶ୍ୱର, ଭଦ୍ରକ, ତିର୍ତ୍ତୋଲ ଏବଂ ପୁରୀଠାରେ ଘରୋଇ ନ୍ୟାୟାଳୟମାନ ପ୍ରତିଷ୍ଠା କରାଯାଇଥିଲା ।

(ii) ଏହି ନ୍ୟାୟାଳୟଗୁଡ଼ିକ ମାଧ୍ୟମରେ ଲୋକମାନଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା କରାଯାଇଥିଲା ।


୧୦ । ଓଡ଼ିଶାରେ ଜାତୀୟତାବାଦୀ ଶିକ୍ଷାଦାନ ପାଇଁ ଗଢ଼ି ଉଠିଥିବା ଜାତୀୟ ବିଦ୍ୟାଳୟରେ କେଉଁ ଶିକ୍ଷାଦାନ ବ୍ୟବସ୍ଥା ରହିଥିଲା ?

ଉ :(i) ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାତୀୟ ବିଦ୍ୟାଳୟମାନ ପ୍ରତିଷ୍ଠିତ ହରା ହୋଇ ପାରମ୍ପରିକ ଶିକ୍ଷାଦାନ ଦିଆଯାଉଥିଲା ।

(ii) ଏଥସହିତ ସୂତାକଟା, ଲୁଗା ବୁଣିବା ଆଦି ଆତ୍ମନିର୍ଭରଶୀ ବିଷୟଗୁଡ଼ିକ ଉପରେ ମଧ୍ୟ ଶିକ୍ଷା ଦିଆଯାଉଥିଲା


ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । କନିକାର ପ୍ରଜା ବିଦ୍ରୋହକୁ ଦମନ କରିବା ପାଇଁ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ କାହାର ସାହାଯ୍ୟ ଲୋଡ଼ିଥିଲେ ?

ଉ : କନିକାର ପ୍ରଜା ବିଦ୍ରୋହକୁ ଦମନ କରିବା ପାଇଁ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଇଂରେଜର ସାହାଯ୍ୟ ଲୋଡ଼ିଥିଲେ ।

୨ । ଇଂରେଜ ସରକାର ଆଇନ୍ ଅମାନ୍ୟ କରିଥୁବା ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ରଙ୍କୁ ଗିରଫ କରି କେଉଁ ଜେଲ୍‌କୁ ପଠାଇ ଦେଇଥିଲେ ?

 . ଇଂରେଜ ସରକାର ଆଇନ୍ ଅମାନ୍ୟ କରିଥୁବା ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥ


Tags:

Class 10 History Chapter 2 Odia Medium Question Answer, ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ Question Answer, Non-Cooperation Movement in India and its impact on Odisha Class 10 Notes, 10th Class History Chapter 2 Odia Medium MCQ, ଅସହଯୋଗ ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ (Notes), Odia Medium Class 10 History Chapter 2 Long Question Answer, BSE Odisha Class 10 History Chapter 2 Solutions. 

Comments

Popular posts from this blog

Write a letter to a friend of yours asking him why he did not attend your birthday party this year.

The Winter Season Essay For Class 10

Odia Medium 10th Class The Solitary Reaper Question Answer PDF