ଦଶମ ଶ୍ରେଣୀ ଇତିହାସର ଦ୍ୱିତୀୟ ଅଧ୍ୟାୟ 'ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ' ର ସମସ୍ତ ପ୍ରଶ୍ନ ଓ ଉତ୍ତର ଏଠାରେ ପାଆନ୍ତୁ। ଏଥିରେ ଅସହଯୋଗ ଆନ୍ଦୋଳନର କାରଣ, କାର୍ଯ୍ୟକ୍ରମ ଏବଂ ଓଡ଼ିଶାର ବିଶିଷ୍ଟ ନେତାଙ୍କ ଅବଦାନ ବିଷୟରେ ସରଳ ଭାଷାରେ ଆଲୋଚନା କରାଯାଇଛି। (Get Class 10 History Chapter 2 Notes and Solutions in Odia).
ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ଖୁଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ?
ଉ :(i) ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରି ଦିଆଗଲା । ତୁର୍କୀ ( ତୁରସ୍କ)ର ସୁଲତାନ୍ ମୁସଲମାନ ମାନଙ୍କ ଧର୍ମଗୁରୁ ବା ଖଲିଫା ଥିଲେ ।
(ii) ଭାରତୀୟ ମୁସଲମାନମାନେ ସୁଲତାନଙ୍କୁ ସମର୍ଥନ ଜଣାଇ ତାଙ୍କ କ୍ଷମତା ହ୍ରାସ ପ୍ରତିବାଦ ସ୍ବରୂପ ଏହି ଆନ୍ଦୋଳନ ଆରମ୍ଭ କଲେ । ଏହି ଆନ୍ଦୋଳନକୁ ଖୋଲାଫତ ଆନ୍ଦୋଳନ କୁହାଗଲା ।
(iii) ଏହି ଖୁଲାଫତ ଆନ୍ଦୋଳନ ପରିଚାଳନା ପାଇଁ ଏକ କମିଟି ଗଠନ କରାଗଲା ।
(iv) ଏହି କମିଟିରେ ଦୁଇଭ୍ରାତା ସୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ଯେଉଁମାନେ କି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ ସଦସ୍ୟ ରହିଲେ । ଏମାନଙ୍କ ବ୍ୟତୀତ ମୌଲାନା ଆବୁଲକଲାମ, ହକିମ ହଜମଲ୍ ଖାଁ ଓ ହସରତ ମୋହାନୀ ସଦସ୍ୟ ରହିଥିଲେ ।
(ଖ) ଖୋଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର ।
ଉ :(i) ମହାତ୍ମାଗାନ୍ଧୀ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବାପାଇଁ ଖୁଲାଫତ ଆନ୍ଦୋଳନକୁ ସମର୍ଥନ କଲେ ।
(ii) ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହେଲେ ।
(iii) ତୁର୍କୀର ସୁଲତାନଙ୍କ ଅଧୀନରେ ମୁସଲମାନମାନଙ୍କ ପବିତ୍ର ସ୍ଥାନଗୁଡ଼ିକ ନରୱେଲେ ସରକାରଙ୍କୁ ବର୍ଜନ ଓ ଅସହଯୋଗ କରିବାପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା । ଏହି ଧମକ ସତ୍ତ୍ବେ ‘ସେଭର୍ସ’ ଚୁକ୍ତିଦ୍ଵାରା ସୁଲତାନ ଅଧିକୃତ ଅନେକ ଅଞ୍ଚଳ କାଢ଼ି ନିଆଗଲା ।
(iv) ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ନିଷ୍ଫଳ ଭାରତ ଝୁଲାଫତ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ ଆରମ୍ଭ କଲା ।
(v) ୧୯୨୦ ଜୁନ୍ ୯ ତାରିଖରେ ଆଲ୍ଲାହାବାଦର ସର୍ବଦଳୀୟ ବୈଠକରେ ଗାନ୍ଧିଜୀଙ୍କ ନେତୃତ୍ବରେ ଖୁଲାଫତ୍ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପଭି ନେଲା ।
(ଗ) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
ଉ :(i) ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟବର୍ଜନ ଥିଲା ଅସହଯୋଗ ଆନ୍ଦୋଳନର ମୂଳନୀତି ।
(ii) ୧୯୧୯ ମସିହାର ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ କରିବା ।
(iii) ସମସ୍ତ ପ୍ରକାର ସରକାରୀ ଉପାଧ୍ ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା ଦେବା ।
(iv) ଆଇନଜୀବୀଙ୍କ ଦ୍ବାରା ବିଚାରାଳୟ ବର୍ଜନ ଏବଂ ଛାତ୍ରମାନଙ୍କଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ କରିବା ।
(v) ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ । ଏହା ବ୍ୟତୀତ କେତେକ ଗଠନମୂଳକ କାର୍ଯ୍ୟ ଯଥା ଖଦୀ ଗ୍ରାମୋଦ୍ୟୋଗର ବିକାଶ, ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ପୃଶ୍ୟତା ନିରାକରଣ ଓ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା କାର୍ଯ୍ୟକ୍ରମ ଗୁଡ଼ିକ ଥିଲା ।
(ଘ) ଅସହଯୋଗ ଆନ୍ଦୋଳନର ଫଳାଫଳ କ’ଣ ହେଲା ?
ଉ :(i) ଇଂରେଜ ସରକାର ଗାନ୍ଧିଜୀଙ୍କୁ ୧୯୨୨ ମାର୍ଚ୍ଚ ୧୦ ତାରିଖରେ ଗିରଫ କରି ଛଅବର୍ଷ ଜେଲଦଣ୍ଡ ନେଇଥିଲେ ।
(ii) ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୋଧୀ ଆନ୍ଦୋଳନ ସଂଗଠିତ ଭାବେ ପରିଚାଳିତ ହୋଇଥିଲା ଏବଂ ଭବିଷ୍ୟତ ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା ।
(iii) ପ୍ରଥମଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଥିଲା ।
(iv) ୧୯୨୨ରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହୋଇ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେଲା । ଫଳରେ ଖୁଫତ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ ।
(v) ଅସହଯୋଗ ଆନ୍ଦୋଳନ ସ୍ଥଗିତ ସହ ଭାରତରେ ଖୁଲାଫତ ଆନ୍ଦୋଳନର ଅବସାନ ଘଟିଲା । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସଂକଳ୍ପବଦ୍ଧ ଭାରତୀୟଙ୍କୁ ସମ୍ମୁଖୀନ ହେବାକୁ ଇଂରେଜ ସରକାରକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା ।
(ଙ) ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନର ଏକ ବିବରଣୀ ଦିଅ ।
ଉ :(i) ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ ୧୯୨୧ରେ ମହାତ୍ମାଗାନ୍ଧୀ ଓଡ଼ିଶା ଆସିଥିଲେ ।
(ii) ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ କଟକଠାରେ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ ।
(iii) ଗାନ୍ଧିଜୀଙ୍କର ଉଦ୍ବୋଧନରେ ଅନୁପ୍ରାଣିତ ହୋଇ ବହୁସଂଖ୍ୟକ ନରନାରୀ ‘ତିଳକ ସ୍ଵରାଜ ପାଣ୍ଠି’ ଅର୍ଥ ଓ ଅଳଙ୍କାର ଦାନ କରିଥିଲେ । ରମାଦେବୀଙ୍କ ସମେତ ବହୁସଂଖ୍ୟକ ନାରୀମାନେ ସେମାନଙ୍କ ଅଳଙ୍କାର ଗୁଡ଼ିକୁ ଏହି ପାଣ୍ଠିକୁ ଦାନ କରିଥିଲେ ।
(iv) ଏହାପରେ ଗାନ୍ଧିଜୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁରଠାରେ ଓଡ଼ିଶାବାସୀଙ୍କୁ ଉଦ୍ବୋଧନଦେଇ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ ।
(v) ଖଦୀର ବ୍ୟବହାର, ଚରଖାର ପ୍ରସାର ଏବଂ ସ୍ବଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ଵ ଦେଇଥିଲେ ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ?
ଉ :(i) ୧୯୨୦ ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
(ii) ସମଗ୍ର ଦେଶରେ ହରତାଳ ଓ ଶୋଭାଯାତ୍ରା ମାଧ୍ଯମରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
(ଖ) କେଉଁ ଘଟଣାଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା ?
ଉ : ଭାରତ ଶାସନ ୧୯୧୯ରେ ତ୍ରୁଟି, ଅମୃତସହର ଘଟଣାର ତଦନ୍ତ ନିମନ୍ତେ ନିଯୁକ୍ତ ହଣ୍ଟର କମିଟଙ୍କ ବିବରଣୀର ପକ୍ଷପାତିତା, ଏବଂ ଭାରତର ମୁସଲମାନଙ୍କ ଇଂରେଜବିରୋଧୀ ଖୁଲାଫତ ଆନ୍ଦୋଳନ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା ।
(ଗ) କେବେ ଓ କାହିଁକି ହଣ୍ଟର କମିଟି ଗଠିତ ହୋଇଥିଲା ?
ଉ :(i) ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡର ସରକାରୀ ତଦନ୍ତ କରିବାର ଦାବୀକୁ କାର୍ଯ୍ୟକାରୀ କରିବାପାଇଁ କମିଟିର ଆବଶ୍ୟକ ହେଲା ।
(ii) ୧୯୧୯ ଅକ୍ଟୋବର ୧୪ ତାରିଖରେ ଲର୍ଡ ହଣ୍ଟରଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଥିଲା ।
(ଘ) କଂଗ୍ରେସର କେଉଁ ଅବେଶନରେ ଗାନ୍ଧିଜୀଙ୍କ ବିକ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧୁବେଶନରେ ଏହା ଅନୁମୋଦିତ ହୋଇଥିଲା ?
ଉ :(i) ୧୯୨୦ ମସିହା ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ କଲିକତାଠାରେ କଂଗ୍ରେସର ସ୍ଵତନ୍ତ୍ର ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ।
(ii) ୧୯୨୦ ଡିସେମ୍ବର ମାସରେ ନାଗପୁରଠାରେ ଅନୁଷ୍ଠିତ କଂଗ୍ରେସ ବାର୍ଷିକ ଅଶନରେ ଏହା ଅନୁମୋଦିତ ହୋଇଥିଲା ।
(ଙ) ‘ତିଳକ ସ୍ଵରାଜ ପାଣ୍ଠି’ କ’ଣ ପାଇଁ ଗଠନ କରାଯାଇଥିଲା ?
ଉ :(i) ‘ତିଳକ ସ୍ୱରାଜ ପାଣ୍ଠି’ ଆନ୍ଦୋଳନକୁ ଅର୍ଥ ଯୋଗାଇବାପାଇଁ ଆବଶ୍ୟକ ଅର୍ଥ ସଂଗ୍ରହର ମାଧ୍ୟମ ଥିଲା ।
(ii) ଜନସାଧାରଣ ମୁକ୍ତ ହସ୍ତରେ ଏହି ପାଣ୍ଠିକୁ ଦାନ କରିଥିଲେ ଯାହାକି ଆନ୍ଦୋଳନକୁ ଦୃଢ଼ ଓ ଶକ୍ତିଶାଳୀ କରିପାରିଥିଲା ।
(ଚ) ୧୯୨୨ ଫେବୃଆରୀ ୧ ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କ’ଣ ଚେତାବନୀ ଦେଇଥିଲେ ?
ଉ : ୧୯୨୨ ଫେବୃଆରୀ ୧ ତାରିଖରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ସାତଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରାନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ ସ୍ଵାଧୀନତା ଦିଆନଗଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ।
(ଛ) ମହାତ୍ମାଗାନ୍ଧୀ କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିଲେ ?
ଉ : ଉତ୍ତରପ୍ରଦେଶର ଚୌରିଚୌରା ନାମକ ସ୍ଥାନରେ ଉତ୍ୟକ୍ତ ଆନ୍ଦୋଳନକାରୀ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇଦେବା ସହିତ ୨୨ ଜଣ ପୋଲିସ କର୍ମଚାରୀଙ୍କୁ ଜୀବନ୍ତ ଦଗ୍ଧ କଲେ । ଏହି ହିଂସାତ୍ମକ ଘଟଣାପାଇଁ ମର୍ମାହତ ହୋଇ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ କଲେ ।
(ଜ) ନାଗପୁର କଂଗ୍ରେସ ଅବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେଜଣ ଓଡ଼ିଶାରୁ ପ୍ରତିନିଧୂତ୍ବ କରିଥିଲେ ?
ଉ :(i) ନାଗପୁର କଂଗ୍ରେସ ଅଧ୍ଶନ ୧୯୨୦ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା ।
(ii) ଓଡ଼ିଶାର ୩୫ ଜଣ ପ୍ରତିନିଧି ଏହି ଅଧିବେଶନରେ ଯୋଗ ଦେଇଥିଲେ ।
(ଝ) ଗୋପବନ୍ଧୁ ଦାସ କେଉଁଠାରେ ଏବଂ କ’ଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
ଉ :(i) ଗୋପବନ୍ଧୁ ଦାସ ସାକ୍ଷୀଗୋପାଳଠାରେ ସୂତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
(ii) ଏହି ବନ ବିଦ୍ୟାଳୟ ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷାଦାନ ନିମନ୍ତେ ଏହା ଉଦ୍ଦିଷ୍ଟ ଥିଲା ।
(ଞ) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍କୁ କେତେଟଙ୍କା ଜୋରିମାନା କରାଯାଇଥିଲା ଏବଂ କାହିଁକି ?
ଉ :(i) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ । ସମ୍ବଲପୁର ମିଶ୍ର ପ୍ରେସ୍ ୨୫ ଟଙ୍କା ଜୋରିମାନା କରିଥିଲେ ।
(ii) ଏହି ପ୍ରେସ୍ “ ସ୍ଵରାଜ ସଙ୍ଗୀତ” ନାମକ ପ୍ରାଚୀର ପତ୍ର ଛାପିଥିବାରୁ ଏହି ଜୋରିମାନା ଦେବାକୁ ହୋଇଥିଲା । ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
୩ । (କ) କେବେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ?
ଉ : ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଫତ ସମ୍ମିଳନୀର ସଭାପତିଭାବେ ନିର୍ବାଚିତ ହୋଇଥିଲେ ।
(ଖ) କେଉଁ ତାରିଖରୁ ଭାରତ ଶାସନ ଆଇନ ୧୯୧୯ ପ୍ରଚଳିତ ହେଲା ?
ଉ : ୧୯୧୯ ଡିସେମ୍ବର ୨୩ ଠାରୁ ଭାରତ ଶାସନ ଆଇନ ୧୯୧୯ ନାମରେ ପ୍ରଚଳିତ ।
(ଗ) ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କ ଦ୍ବାରା କରାଯାଇଥିଲା ?
ଉ : ୱେଲସ୍ ର ଯୁବରାଜଙ୍କ ଭାରତ ପରିଦର୍ଶନକୁ ସତ ସତ୍ୟାଗ୍ରହୀମାନଙ୍କଦ୍ୱାରା ବାସନ୍ଦ କରାଯାଇଥିଲା ।
(ଘ) କେଉଁ ସ୍ଥାନରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧୁବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ?
ଉ : ୧୯୨୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖୁବା ପାଇଁ ନିଷ୍ପତ୍ତି ନିଆଗଲା ।
(ଙ) ମହାତ୍ମା ଗାନ୍ଧୀ କେଉଁଦିନ କଟକ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ ?
ଉ : ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ କଟକଠାରେ ଜନସମାବେଶକୁ ଉଦ୍ ବୋଧନଦେଇଥିଲେ ।
(ଚ) କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?
ଉ : ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମ୍ବଲପୁର ଜିଲ୍ଲାସ୍କୁଲର ଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।
(ଛ) “ଅଳକା ଆଶ୍ରମ” କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
ଉ : ଜଗତସିଂହପୁରରେ “ଅଳକା ଆଶ୍ରମ” ପ୍ରତିଷ୍ଠା ହୋଇଥିଲା ।
(ଜ) କେଉଁ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ?
ଉ : ‘ସମାଜ’ ସମ୍ବାଦ ପତ୍ରରେ ‘ସତ୍ୟ ହେଲେ ସାଂଘାତିକ’ ସ୍ତମ୍ଭରେ ସରକାରୀ ବିରୋଧୀ ଲେଖାପାଇଁ ଗୋପବନ୍ଧୁଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ।
(ଝ) କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ?
: କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜାଥିଲେ ରାଜେନ୍ଦ୍ରନାରାୟଣ ଭଞ୍ଜଦେଓ ।
(ଞ) କେଉଁ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?
ଉ : ‘ସମାଜ’ ଓ ‘ଉତ୍କଳ ଦୀପିକା’ ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ।। ସହିତ ଲେଖ।
(କ) ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?
(i) ୧୯୧୯ ଅକ୍ଟୋବର ୧୪ (ii) ୧୯୧୯ ଡିସେମ୍ବର ୨୩ (iii) ୧୯୨୦ ଜୁନ ୯ (iv) ୧୯୨୦ ଅଗଷ୍ଟ ୧
(ଖ) କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ ନୁହେଁ ?
(i) ବିଦେଶୀ ଭାଷା ବର୍ଜନ (ii) ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ (iii) ନିର୍ବାଚନ ବର୍ଜନ (iv) ଅସ୍ପୃଶ୍ୟତା ବର୍ଜନ
(ଗ) କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅସହଯୋଗ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦନ କରିଥିଲା ?
(i) ଆଲ୍ଲାହାବାଦ (ii) ବର୍ଦ୍ଧରଲି (iii) ଗୋରଖପୁର (iv) ନାଗପୁର
(ଘ) କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ବୁକ ଥିଲେ ?
(i) ହରେକୃଷ୍ଣ ମହତାବ (ii) ଗୋପବନ୍ଧୁ ଦାସ (iii) ଗୋପବନ୍ଧୁ ଚୌଧୁରୀ (iv) ଭାଗୀରଥ୍ ମହାପାତ୍ର
(ଙ) କେଉଁ ଅନୁଷ୍ଠାନ ‘ସ୍ଵରାଜ୍ୟ ସମାଚାର’ ପତ୍ରିକା ପ୍ରକାଶ କରୁଥିଲା ?
(i) ସ୍ବରାଜ ଆଶ୍ରମ (ii) ସ୍ବରାଜ ସେବକସଂଘ (iii) ସ୍ବରାଜ ମନ୍ଦିର (iv) ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର ୦ ୧ ୨
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
୧। ‘ଭାରତ ଶାସନ ଆଇନ ୧୯୧୯’କୁ ଅନ୍ୟ କ’ଣ କୁହାଯାଏ । ଏହି ଆଇନରେ କେଉଁ ସବୁ ତ୍ରୁଟି ରହିଥୁଲା ଆଲୋଚନା କର ?
ଉ :(i) “ ଭାରତ ଶାସନ ଆଇନ ୧୯୧୯′′ କୁ ମଣ୍ଟେଗୁ-ଚେମ୍ସ ଫୋର୍ଡ ସଂସ୍କାର କୁହାଯାଏ । ଏହା ଇଂଲଣ୍ଡର ବୈଦେଶିକ ସଚିବ ଏଡଉଇନ ମଣ୍ଟେଗୁ ଓ ଭାରତର ଭାଇସରାୟ ଲର୍ଡ | ଚେମ୍ସ୍ ଫୋର୍ଡ଼ଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା ।
(ii) ଏଥିରେ ଥିବା ତ୍ରୁଟି ଗୁଡ଼ିକ ମଧ୍ୟରୁ ପ୍ରଥମତଃ ଭାଇସ୍ୟ | ଡଃ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରୀମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ ।
(iii) ପ୍ରାଦେଶିକ ସ୍ତରରେ ଦ୍ଵୈତ ଶାସନ କ୍ଷମତା ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଅଧୀନରେ ରଖାଯାଇଥିବା କୁର ବିଭାଗଠାରୁ ଅପେକ୍ଷାକୃତ କମ ଗୁରୁତ୍ବପୂର୍ଣ୍ଣ ବିଭାଗ | ମନ୍ତ୍ରୀମଣ୍ଡଳ ଅଧୀନରେ ରହିଲା ।
(iv) କେନ୍ଦ୍ରୀୟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କର ପୂର୍ବରୁ ଥିବା ମୁସଲମାନ ସମ୍ପ୍ରଦାୟ ବ୍ୟତୀତ ୨୧ ଶିଖ୍ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଭିତ୍ତିକ ନିର୍ବାଚନମଣ୍ଡଳୀ ଗଠିତ ହେଲା ।
(v) ଭୋଟଦାନ ଅଧିକାରକୁ ଅଧ୍ଵ ସଙ୍କୁଚିତ କରାଗଲା । ଭାରତୀୟ କଂଗ୍ରେସ ଏହି ସଂସ୍କାରଗୁଡ଼ିକ ସନ୍ତୋଷଜନକ ନୁହେଁ ବୋଲି ଏକ ଶକ୍ତିଶାଳୀ ସ୍ଵରାଜ୍ୟ ପାଇଁ ଦାବିକଲା ।
୨ । ଅସହଯୋଗ ଆନ୍ଦୋଳନ କିପରି ଭାରତରେ ବିସ୍ତାର ଯଥାର ଲାଭ କରିଥିଲା, ଉଲ୍ଲେଖ କର ।
ଉ :(i) ମହାତ୍ମା ଗାନ୍ଧୀଙ୍କ ଆହ୍ଵାନରେ ଦେଶବାସୀମାନେ ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ । ୧୯୨୦
ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକଭାବେ ଏହି ଆନ୍ଦୋଳନ । ଆରମ୍ଭ ହେଲା । ୧୯୨୧ ମସିହା ଆରମ୍ଭରେ ଏହି ଆନ୍ଦୋଳନର ବହ୍ନି ଭାରତରେ ବିସ୍ତାର ଲାଭ କଲା ।
(ii) ଗାନ୍ଧିଜୀଙ୍କ ଡାକରାରେ ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସଙ୍କ ପରି ଖ୍ୟାତାନାମା ବାରିଷ୍ଟର ଆଇନ ବ୍ୟବସାୟ ତ୍ୟାଗ କଲେ ।
(iii) ବହୁ ବିଶିଷ୍ଟ ବ୍ୟକ୍ତି ସରକାରୀ ଚାକିରିରୁ ଇସ୍ତଫା ଦେଇ ଏହି ଆନ୍ଦୋଳନରେ ଯୋଗଦେଲେ । ବହୁ ସଂଖ୍ୟାରେ ଛାଜ୍ଞ ଲୋକ କାରାବରଣ କଲେ ।
(iv) ଏହି ଆନ୍ଦୋଳନର ଅର୍ଥ ସଂଗ୍ରହ ପାଇଁ “ ତିଳକ ସ୍ଵରାଜ ପାଣ୍ଡି” ଗଠନ ହେଲା । ଜନ ସାଧାରଣ ମୁକ୍ତ ହସ୍ତରେ ଧାତ ଏହି ପାଣ୍ଠିକୁ ଦାନ କଲେ ।
(v) ସରକାରଙ୍କ ସହିତ ଜନସାଧାରଣଙ୍କ ଅସହଯୋଗ ଇଂରେଜ ମୂଳଦୁଆକୁ ଦୋହଲାଇଦେଲା । ତେଣୁ ସରକାର ଏହାକୁ ଦମନ କରିବାକୁ ଚେଷ୍ଟାକରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
୩। କେଉଁ କାରଣ ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖୁଥିଲେ ? ଏହାର ପ୍ରତିକ୍ରିୟା କ’ଣ ଥିଲା ?
ଉ :(i) ୧୯୨୨ ଫେବୃୟାରୀ ୫ ତାରିଖରେ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳସ୍ଥିତ ଚୌରିଚୌରା ନାମକ ସ୍ଥାନରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଏକ ପୋଲିସ୍ ଷ୍ଟେସନରେ ନିଆଁ ଲଗାଇଦେଲେ ।
(ii) ଏହା ଫଳରେ ସେଠାରେ ୨୨ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିଲେ । ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀଙ୍କୁ ବ୍ୟର୍ଥାତ କଲା ।
(iii) ସେ ଅନୁଭବ କଲେ ଭାରତୀୟମାନେ ଅହିଂସାଉପାୟରେ ଆନ୍ଦୋଳନ କରିବାକୁ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ନଥିଲେ । ତେଣୁ ସେ କାହାସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖୁବାପାଇଁ ଘୋଷଣା କଲେ ।
(iv) ଫେବୃୟାରୀ ୧୨ ତାରିଖରେ ବନ୍ଦୋଳିଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସ୍ଥଗିତ ଘୋଷଣା ଅନୁମୋଦିତ ହେଲା ।
(v) ଏହି ଅପ୍ରତ୍ୟାଶିତ ନିଷ୍ପଭି ଅନ୍ୟ କଂଗ୍ରେସ ନେତାମାନଙ୍କୁ ସ୍ତବ୍ଧ କରିଥିଲା । ସୁଭାଷଚନ୍ଦ୍ର ବୋଷ ଏହି ନିଷ୍ପତ୍ତିକୁ ଏକ ଜାତୀୟ ବିପର୍ଯ୍ୟୟ ଭାବରେ ବର୍ଣ୍ଣନା କରିଥିଲେ ।
୪। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଅଗ୍ରର୍ଗତି ସମ୍ପର୍କରେ ଉଲ୍ଲେଖ କର ।
ଉ :(i) ଓଡ଼ି ଶାରେ ଅସହଯୋଗ ଆନ୍ଦୋଳନରେ ଆନ୍ଦୋଳନକାରୀମାନେ ୧୯୨୧ ଅଗଷ୍ଟ ୩ ତାରିଖରେ ପୁରୀଠାରେ ବିଦେଶୀ ବସ୍ତ୍ରଗୁଡ଼ିକରେ ଅଗ୍ନି ସଂଯୋଗ କରାଇଥିଲେ । ଅଗଷ୍ଟ ୧୧ ଓ ୧୪ ତାରିଖରେ କଟକ ଠାରେ ଜନସାଧାରଣ ବିଦେଶୀଲୁଗା ପୋଡ଼ିଦେଇଥିଲେ ।
(ii) କଲିକତାରେ ଲୁଗାକଳରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ଦୋକାନଗୁଡ଼ିକୁ ବିଦେଶୀ ଲୁଗାପେଟି ବୋହିବାକୁ ମନା କରିଦେଇଥିଲେ ।
(iii) ସତ୍ୟାଗ୍ରହୀମାନେ ବିଦେଶୀ ଦୋକାନ ଆଗରେ ଧାରଣା ଦେଇ ମଦବିକ୍ରି ବନ୍ଦ କରିଦେଇଥିଲେ ।
(iv) ବହୁ ବିଶିଷ୍ଟ ଓଡ଼ିଆ ବ୍ୟକ୍ତିମାନେ ସରକାରୀ ଚାକିରୀ ଓ ପଦପଦବୀ ତ୍ୟାଗକରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।
(v) ବିଭିନ୍ନ ସ୍ଥାନରେ ଛାତ୍ରମାନେ ସ୍କୁଲ, କଲେଜ ପରିତ୍ୟାଗ କରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।
୫ । ଅସହଯୋଗ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଶାରେ କିନ୍ତୁ ଏହି ଗଢ଼ିଉଠିଥିବା ଅନୁଷ୍ଠାନ ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ ଆନ୍ଦୋଳନ ଚାଲୁ ରହିଥିଲା ।
ଉ :(i) ଅସହଯୋଗ ଆନ୍ଦୋଳନ ଅବସରରେ ଛାତ୍ରମାନଙ୍କୁ ଜାତୀୟବାଦୀ ଶିକ୍ଷା ନିମନ୍ତେ ଗୋପବନ୍ଧୁ ଦାସ ସାକ୍ଷି ଗୋପାଳଠାରେ ୧୯୦୯ ରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
(ii) କଟକଠାରେ ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ ସ୍ଥାପିତ ହୋଇଥିଲା । ସ୍ଵେଚ୍ଛାସେବୀ ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ‘ସ୍ବରାଜ ଆଶ୍ରମ ଓ ଜଗତସିଂହପୁରରେ ଅଳକା ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।
(iii) କଟକରେ ଛାତ୍ର ମାନଙ୍କଦ୍ଵାରା ‘ସ୍ୱରାଜ୍ୟ ସେବକ ସଂଘ : ଗଠିତ ହୋଇଥିଲା’ ।
(iv) ବାଲେଶ୍ବରରେ ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ପ୍ରତିଷ୍ଠିତ ‘ସ୍ଵରାଜ ମନ୍ଦିର’, ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିଥିଲା । ଏହି ଅନୁଷ୍ଠାନ ତରଫରୁ ‘ସ୍ବରାଜ୍ୟ ସମାଚାର’ ପତ୍ରିକା ପ୍ରକାଶ ହେଉଥିଲା ।
(v) ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ସମ୍ବାଦପତ୍ର ‘ସମାଜ’ ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
୧। ଖୋଲାଫତ୍ ଆନ୍ଦୋଳନ ପାଇଁ ଗଠିତ ହୋଇଥିବା କମିଟିରେ କେଉଁମାନେ ସଭ୍ୟଥିଲେ ?
ଉ :(i) ଆନ୍ଦୋଳନ ପରିଚାଳନା କରିବା ପାଇଁ ଗଠିତ କମିଟିରେ ଦୁଇ ଅଲ୍ଲୀଭ୍ରାତା ସୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ଥିଲେ ।
(ii) ଏମାନଙ୍କ ବ୍ୟତୀତ ମୌଲାନା ଆବୁଲ କଲାମ ଆଜାଦ,ହକିମ୍ ହଜମଲ୍ ଖାଁ ଓ ହସରତ ମୋହନା ସଦସ୍ୟ ଥିଲେ ।
୨। ମହାତ୍ମାଗାନ୍ଧୀ କେଉଁ ଲକ୍ଷ୍ୟ ରଖୁ ଖୋଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ?
ଉ :(i) ମହାତ୍ମାଗାନ୍ଧୀ ହିନ୍ଦୁ ଓ ମୁସଲମାନଙ୍କୁ ଏକତ୍ର କରିବା ପାଇଁ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।
(ii) ଦ୍ଵିତୀୟତଃ ଜାତୀୟ ଆନ୍ଦୋଳନର ଭିଭିଭୂମିକୁ ଦୃଢ଼ କରିବା ପାଇଁ ସମର୍ଥନ ଦେଇଥିଲେ ।
୩ । ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ ପାଇଁ ବ୍ରିଟେନରେ ଡାୟାରଙ୍କ ପ୍ରତି କି ପଦକ୍ଷେପ ନିଆଯାଇଥିଲା ?
ଉ :(i) ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପାଇଁ ବ୍ରିଟିଶ ଲର୍ଡସସଭା ଜେନେରାଲ ଡାୟାରଙ୍କ କାର୍ଯ୍ୟକୁ ଅନୁମୋଦନ କରିଥିଲା ।
(ii) ବ୍ରିଟିଶ ଜନସାଧାରଣ ତିରିଶହଜାର ପାଉଣ୍ଡ ସଂଗ୍ରହ କରି ଉପହାର ସ୍ୱରୂପ ତାଙ୍କୁ ପ୍ରଦାନ କରିଥିଲେ ।
୪। ଚୌରିଚୌରା ନାମକ ସ୍ଥାନରେ କେଉଁ ଘଟଣାଟି ଗାନ୍ଧିଜୀଙ୍କୁ ବ୍ୟଥ୍ତ କରିଥିଲା ?
ଉ :(i) ଚୌରିଚୌରାଠାରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ପୋଲିସ ଷ୍ଟେସନରେ ଅଗ୍ନି ସଂଯୋଗ କରି ଦେଇଥିଲେ ।
(ii) ୨୨ ଜଣ ପୋଲିସ କର୍ମଚାରୀଙ୍କୁ ଜୀବନ୍ତ ଦଗ୍ଧ କରିଥିଲେ ଏହା ଗାନ୍ଧିଜୀଙ୍କୁ ବ୍ୟର୍ଥାତ କରିଥିଲା ।
୫। ୧୯୨୨ରେ କାହାଙ୍କ ନେତୃତ୍ବରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ? ସେଠାରେ କେଉଁ ବ୍ୟବସ୍ଥାର ଉଚ୍ଛେଦ ହୋଇଥିଲା ?
ଉ :(i) ୧୯୨୨ରେ ମୁସ୍ତାଫା କମାଲ ପାଶାଙ୍କ ନେତୃତ୍ଵରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।
(ii) ସେଠାରେ ପ୍ରଚଳିତ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ପିଲା ହୋଇଥିଲା ।
୬ । କିଏ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ସଂଗଠିତ କରିଥିଲେ । ସେ କଂଗ୍ରେସର କେଉଁ ଅଧୁବେଶନରୁ ସେ ଫେରିଆସି ଏହି ପଦକ୍ଷେପ ନେଇଥିଲେ ?
ଉ :(i) ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ସଂଗଠିତ କରିଥିଲେ ।
(ii) ସେ ୧୯୨୦ରେ ନାଗପୁରର କଂଗ୍ରେସ ଅଧ୍ବେଶନରେ ଯୋଗଦେଇ ଫେରିଆସି ଏହି ପଦକ୍ଷେପ ନେଇଥିଲେ ।
୭ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଓ ସମ୍ପାଦକ କେଉଁମାନେ ହୋଇଥିଲେ ?
ଉ :(i) ୧୯୨୧ରେ ପ୍ରଥମ ଗଠିତ ହୋଇଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଗୋପବନ୍ଧୁ ଦାସ ହୋଇଥିଲେ ।
(ii) ଏହି କମିଟିର ପ୍ରଥମ ସମ୍ପାଦକ ରୂପେ ଭାଗୀରଥ ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଥିଲା ।
୮ । ମହାତ୍ମାଗାନ୍ଧୀ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଇ ଓଡ଼ିଆମାନଙ୍କ ମନରେ କେଉଁ ଭାବ ସୃଷ୍ଟି କରିପାରିଥିଲେ ଏବଂ ତାହା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ ?
ଉ :(i) ମହାତ୍ମାଗାନ୍ଧୀ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଇ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ ।
(ii) ଖଦୀର ବ୍ୟବହାର, ଚରଖାର ପ୍ରଚଳନ ଏବଂ ସ୍ଵଦେଶୀ ଦ୍ରବ୍ଯ ପ୍ରତି ଆଗ୍ରହ ଉପରେ ଗୁରୁତ୍ଵ ଦେଇଥିଲେ ।
୯. ଅସହଯୋଗ ଆନ୍ଦୋଳନ ସମୟରେ ଓଡ଼ିଶାରେ ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ କେଉଁ ବ୍ୟବସ୍ଥା କରାଯାଇଥିଲା ?
ଉ :(i) ଅସହଯୋଗ ଆନ୍ଦୋଳନ ସମୟରେ ବାଲେଶ୍ୱର, ଭଦ୍ରକ, ତିର୍ତ୍ତୋଲ ଏବଂ ପୁରୀଠାରେ ଘରୋଇ ନ୍ୟାୟାଳୟମାନ ପ୍ରତିଷ୍ଠା କରାଯାଇଥିଲା ।
(ii) ଏହି ନ୍ୟାୟାଳୟଗୁଡ଼ିକ ମାଧ୍ୟମରେ ଲୋକମାନଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା କରାଯାଇଥିଲା ।
୧୦ । ଓଡ଼ିଶାରେ ଜାତୀୟତାବାଦୀ ଶିକ୍ଷାଦାନ ପାଇଁ ଗଢ଼ି ଉଠିଥିବା ଜାତୀୟ ବିଦ୍ୟାଳୟରେ କେଉଁ ଶିକ୍ଷାଦାନ ବ୍ୟବସ୍ଥା ରହିଥିଲା ?
ଉ :(i) ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାତୀୟ ବିଦ୍ୟାଳୟମାନ ପ୍ରତିଷ୍ଠିତ ହରା ହୋଇ ପାରମ୍ପରିକ ଶିକ୍ଷାଦାନ ଦିଆଯାଉଥିଲା ।
(ii) ଏଥସହିତ ସୂତାକଟା, ଲୁଗା ବୁଣିବା ଆଦି ଆତ୍ମନିର୍ଭରଶୀ ବିଷୟଗୁଡ଼ିକ ଉପରେ ମଧ୍ୟ ଶିକ୍ଷା ଦିଆଯାଉଥିଲା
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
୧ । କନିକାର ପ୍ରଜା ବିଦ୍ରୋହକୁ ଦମନ କରିବା ପାଇଁ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ କାହାର ସାହାଯ୍ୟ ଲୋଡ଼ିଥିଲେ ?
ଉ : କନିକାର ପ୍ରଜା ବିଦ୍ରୋହକୁ ଦମନ କରିବା ପାଇଁ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଇଂରେଜର ସାହାଯ୍ୟ ଲୋଡ଼ିଥିଲେ ।
୨ । ଇଂରେଜ ସରକାର ଆଇନ୍ ଅମାନ୍ୟ କରିଥୁବା ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ରଙ୍କୁ ଗିରଫ କରି କେଉଁ ଜେଲ୍କୁ ପଠାଇ ଦେଇଥିଲେ ?
ଉ . ଇଂରେଜ ସରକାର ଆଇନ୍ ଅମାନ୍ୟ କରିଥୁବା ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥ
Tags:
Class 10 History Chapter 2 Odia Medium Question Answer, ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ Question Answer, Non-Cooperation Movement in India and its impact on Odisha Class 10 Notes, 10th Class History Chapter 2 Odia Medium MCQ, ଅସହଯୋଗ ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ (Notes), Odia Medium Class 10 History Chapter 2 Long Question Answer, BSE Odisha Class 10 History Chapter 2 Solutions.

No comments:
Post a Comment