+2 First Year Nandikeshwari Question Answer pdf


+2 first year nandikeshwari question answer pdf download  | +2 first year nandikeshwari question answer mcq  | plus two first year optional odia nandikeshwari question answer | +2 1st year optional odia | Plus Two First Year Optional Odia Question Answer  | Optional Odia Book 2 1st Year Pdf Question Answer. 

+2 First Year Nandikeshwari Question Answer pdf


Nandikeshwari question answer

 ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ପ୍ରଶ୍ନୋତ୍ତର

୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

୧. ଧାଡ଼ି ଧାଡ଼ି ଶିବିର କେଉଁଠି ଶୋଭା ପାଉଥିଲା ?

(କ) ମହାନଦୀ ତୀରରେ (ଗ) କୁଶଭଦ୍ରା ତୀରରେ (ଖ) ଦୟାନଦୀ ତୀରରେ (ଘ) କାଠଯୋଡ଼ି ତୀରରେ

ଉ. (ଘ) କାଠଯୋଡ଼ି ତୀରରେ


2. ଶୁଭ୍ର ତନ୍ତୁଗୁଡ଼ିକ କିପରି ଶୋଭା ପାଉଥିଲା ?

(କ) ଖଡ଼ି ଶୈଳ ପରି   (ଖ) ହିମ ଶୈଳ ପରି

(ଘ) ବରଫ ଶୈଳ ପରି   (ଗ) ତୁଷାର ଶୈଳ ପରି

ଉ. (କ) ଖଡ଼ି ଶୈଳ ପରି


3. ବାଦିତ୍ର ଶବ୍ଦରେ କ’ଣ ପ୍ରକମ୍ପିତ ହେଉଥିଲା ?

(କ) ଆକାଶ    (ଖ) ପାତାଳ    (ଗ) ଅବନୀ     (ଘ) ସାଗର

ଉ. (ଗ) ଅବନୀ


୪. ଦାସେରକ ଶବ୍ଦର ଅର୍ଥ କ’ଣ ?

(କ) ବାହ (ଖ) ଭାଲୁ (ଗ) ଓଟ  (ଘ) ଜିରାଫ୍

ଊ. (ଗ) ଓଟ


5. କେଉଁଠାରେ ବିପଣି ବସିଥିଲା ?

(କ) ମହାନଦୀ ବନ୍ଧରେ    (ଖ) କାଠଯୋଡ଼ି ବନ୍ଧରେ     (ଗ) କୁଆଖାଇ ବନ୍ଧରେ (ଘ) ବ୍ରାହ୍ମଣୀ ବନ୍ଧରେ

ଉ. (ଖ) କାଠଯୋଡ଼ି ବନ୍ଧରେ


6. ସ୍କନ୍ଧାବାର କାହାକୁ କହନ୍ତି ?

(କ) ଶିବିର    (ଖ) ଛାଉଣୀ     (ଗ) ଖାଦ୍ୟ ଭଣ୍ଡାର    (ଘ) ଘୋଡ଼ାଶାଳ 

ଉ. (କ) ଶିବିର



7. କେଉଁ ସ୍ଥାନଟି ତୁଳସୀ କ୍ଷେତ୍ର ଭାବରେ ପ୍ରସିଦ୍ଧ ?

(କ) ଯାଜପୁର    (ଖ) ଭଦ୍ରକ    (ଗ) ବାଲେଶ୍ବର (ଘ) କେନ୍ଦ୍ରାପଡ଼ା

ଊ. (ଘ) କେନ୍ଦ୍ରାପଡ଼ା 


8. ହଳାୟୁଧ କିଏ ?

(କ) ଇନ୍ଦ୍ର    (ଖ) ବରୁଣ    (ଗ) ଜନକ    (ଘ) ବଳରାମ

ଊ. (ଘ) ବଳରାମ



9. ଅସୁରେଶ୍ଵରର ପ୍ରଧାନ ଦେବୀ କିଏ ?

(କ) ବିମଳା    (ଖ) କମଳା (ଗ) ରାମଚଣ୍ଡୀ    (ଘ) ହରଚଣ୍ଡୀ

ଊ. (ଘ) ହରଚଣ୍ଡୀ


୧୦. ଶାଳିପୁରର ଆଧୁନିକ ନାମ କ’ଣ ?

(କ) ଶାନ୍ତିପୁର (ଖ) ସିଂହପୁର (ଗ) ସାଲେପୁର (ଘ) ସୁଜନପୁର

ଊ. (ଗ) ସାଲେପୁର


୧୧. ବହୁଦ୍ଵାରଶୋଭୀ ପୁର କାହାକୁ କୁହାଯାଇଛି ?

(କ) କଟକ (ଖ) ଭୁବନେଶ୍ଵର    (ଗ) ବିଡ଼ାନାସୀ   (ଘ) ଚଉଦ୍ଵାର

ଊ. (ଘ) ଚଉଦ୍ଵାର


୧୨. କେଉଁ ଶୈଳକୁ ଦର୍ପଣୀର ଦର୍ପ କୁହାଯାଇଛି ?

(କ) କପିଳାସ ଶୈଳ    (ଖ) ବିନାୟକ ଶୈଳ    (ଗ) ସପ୍ତଶଯ୍ୟା ଶୈଳ    (ଘ) ସ୍ଵର୍ଣ୍ଣଚୂଡ଼ ଶୈଳ

ଊ. (ଖ) ବିନାୟକ ଶୈଳ


୧୩. କେଉଁ ସ୍ଥାନରେ ଅଧ‌ିକ ଚନ୍ଦନ ବୃକ୍ଷ ଦେଖାଯାଏ ?

(କ) ଚଣ୍ଡିଖୋଲ            (ଖ) ଆନନ୍ଦପୁର    (ଗ) ଅଳତୀ    (ଘ) ଯାଜପୁର

ଊ. (ଗ) ଅଳତୀ


୧୪. ଐରରାଜାଙ୍କ ପ୍ରସିଦ୍ଧ କୀର୍ତ୍ତିରାଜି କେଉଁଠାରେ ଦେଖାଯାଏ ? ଛି ନିଲେ ଲା

(କ) ଖଣ୍ଡଗିରି        (ଖ) ଧଉଳିଗିରି       (ଗ) ଲଳିତଗିରି    (ଘ) ପୁଷ୍ପଗିରି

ଊ. (କ) ଖଣ୍ଡଗିରି


୧୫. ନିର୍ମଳା ନିର୍ଝର କେଉଁଠାରେ ପ୍ରବାହିତ ?

(କ) ଗଜପତି (ଖ) ଖଲ୍ଲିକୋଟ   (ଗ) ବ୍ରହ୍ମପୁର    (ଘ) କନ୍ଧମାଳ

ଊ. (ଖ) ଖଲ୍ଲିକୋଟ


୧୬. ମଞ୍ଜୁଷାର ମହାଭୂଷା ବୋଲି କେଉଁ ଗିରିକୁ କୁହାଯାଇଛି ?

(କ) ମାଲ୍ୟଗିରି        (ଖ) ନୀଳଗିରି

(ଗ) ମହେନ୍ଦ୍ରଗିରି        (ଘ) ମେଘାସନ ଗିରି

ଊ. (ଗ) ମହେନ୍ଦ୍ରଗିରି



୧୭. ସ୍ଵାହାଙ୍କ ସହଚରୀ ବୋଲି କେଉଁ ଦେବୀଙ୍କୁ କୁହାଯାଇଛି ?

(କ) ବିମଳା    (ଖ) କମଳା    (ଗ) ହିଙ୍ଗୁଳା    (ଘ) ତାରା

ଊ. (ଗ) ହିଙ୍ଗୁଳା


୧୮. କିଏ ରଣସ୍ଥଳକୁ ନିଜ ଅସ୍ଥିର ଧବଳ କରିଛି ?

(କ) ଅଶ୍ଵବଳ    (ଖ) ଦନ୍ତାବଳ    (ଗ) ସୈନ୍ୟବଳ    (ଘ) ପ୍ରଜାବଳ

ଉ. (ଖ) ଦନ୍ତାବଳ


୧୯. ଗୋମାୟୁ କାହାକୁ କହନ୍ତି ?

(କ) ହାତୀ    (ଖ) ଶାଗୁଣା    (ଗ) ବରାହ    (ଘ) ଶୃଗାଳ

ଉ. (ଘ) ଶୃଗାଳ


୨୦. ସୁବର୍ଣ୍ଣକେଶରୀଙ୍କ ଦୁର୍ଗର ନାମ କ’ଣ ?

(କ) ଚଉଦ୍ଵାର ଗଡ଼     (ଖ) ବିଡ଼ାନାସୀ ଗଡ଼       (ଗ) ଶିଶୁପାଳ ଗଡ଼    (ଘ) କୁଜଙ୍ଗ ଗଡ଼

ଉ. (ଖ) ବିଡ଼ାନାସୀ ଗଡ଼


୨୧. ରାଜା ଅନଶନ କରି କାହା ଦେଉଳରେ ଅଧ୍ୟା ପଡ଼ିଥିଲେ ? 

(କ) ଶିବ    (ଗ) ଚଣ୍ଡିକା    (ଖ) ବିଷ୍ଣୁ    (ଘ) ଲକ୍ଷ୍ମୀ

ଉ. (ଗ) ଚଣ୍ଡିକା


୨୨. ନିୟତି ରୂପେ କାହାର ଇଚ୍ଛା ତ୍ରିଭୁବନରେ ପ୍ରତିଫଳିତ ହୁଏ ?

(କ) ମହାଶକ୍ତି        (ଖ) ମହାରୁଦ୍ର       (ଗ) ମହାବ୍ରହ୍ମ        (ଘ) ମହାଲକ୍ଷ୍ମୀ

ଊ. (ଖ) ମହାରୁଦ୍ର   


୨୩. ଶତ୍ରୁ-ଦର୍ପହାରୀ ଜୈତ୍ରମଣିକୁ କେଉଁଠି ପିନ୍ଧିବାକୁ ଚଣ୍ଡିକା ରାଜାଙ୍କୁ କହିଥିଲେ ?

(କ) କଣ୍ଡମଣି ରୂପେ          (ଖ) ଶିରୋମଣି ରୂପେ             (ଗ) ହସ୍ତମଣି ରୂପେ    (ଘ) ହୃଦମଣି ରୂପେ

ଉ. (ଖ) ଶିରୋମଣି ରୂପେ


୨୪. କେଉଁ ରାଜା ଜୈତ୍ରମଣି ଧାରଣ କରିଥିଲେ ?

(କ) ମର୍କତ କେଶରୀ    (ଖ) ଯଯାତି କେଶରୀ    (ଗ) ସୁବର୍ଣ୍ଣ କେଶରୀ    (ଘ) ନୃପକେଶରୀ

ଉ. (ଗ) ସୁବର୍ଣ୍ଣ କେଶରୀ


୨୫. ବାସୁଦେବ ଚୋରଗଙ୍ଗଙ୍କ ମନ୍ତ୍ରୀ ହେବା ଆଗରୁ କାହାର ମନ୍ତ୍ରୀ ଥିଲେ ?

(କ) ଯଯାତି କେଶରୀ        (ଖ) ମର୍କତ କେଶରୀ    (ଗ) ବୀର କେଶରୀ    (ଘ) ସୁବର୍ଷ କେଶରୀ

ଊ. (ଘ) ସୁବର୍ଣ୍ଣ କେଶରୀ


୨୬. ଚୋରଗଙ୍ଗ ଯେଉଁ ମାତୃ-ପାଦପଦ୍ମକୁ ଜୁହାର କରିଛନ୍ତି ସେ କିଏ ?

(କ) ଲକ୍ଷ୍ମୀ        (ଖ) ସରସ୍ଵତୀ        (ଗ) ଜାହ୍ନବୀ    (ଘ) ବିମଳା

ଊ. (ଗ) ଜାହ୍ନବୀ


୨୭. ପ୍ରଭାତ–ଡଗରା କିଏ ବୋଲି କବି କହିଛନ୍ତି ?

(କ) କଜଳପାତି       (ଖ) କୁମ୍ଭାଟୁଆ        (ଗ)କପୋତ    (ଘ) କାକ

ଊ. (ଖ) କୁମ୍ଭାଟୁଆ


୨୮. ଛାୟାବାଜି ଭଳି ଗଭୀର କନ୍ଦରା କେଉଁଥିରେ ପରିଣତ ହେଲା ?

(କ) ଝରଣା        (ଖ) ନଦୀ            (ଗ) ପୁଷ୍କରିଣୀ        (ଘ) ହ୍ରଦ

ଊ. (ଘ) ହ୍ରଦ


୨୯. ଗଙ୍ଗାଦେବୀ ଜଳରେ ସମାସୀନା ହେଲାବେଳେ ବନଦେବୀଙ୍କର କେଉଁ ବାଦ୍ୟ ବାଜି ଉଠିଥିଲା ? -

(କ) ବଂଶୀ            (ଖ) ତାନ୍‌ପୁରା        (ଗ) ବୀଣା        (ଘ) ଢୋଲ

ଊ. (ଗ) ବୀଣା


୩୦. ଦ୍ଵାପରର ବୀର ଦେବବ୍ରତ କିଏ ?

(କ) ଅର୍ଜୁନ    (ଖ) କଣ୍ଠ    (ଘ) ଭୀଷ୍ମ    (ଗ) କୃଷ୍ଣ

ଊ. (ଘ) ଭୀଷ୍ମ


୩୧. ଧର୍ମ ସଂସ୍ଥାପନ କରିବାକୁ କିଏ ଭାଜନ ଅଟେ ?

(କ) କର୍ମବୀର    (ଖ) ଧର୍ମବୀର    (ଗ) ଭକ୍ତିବୀର     (ଘ) ଯୁଦ୍ଧବୀର

ଊ. (ଖ) ଧର୍ମବୀର


୩୨. ଶତ୍ରୁପ୍ରତି ପ୍ରୀତିଭାବ କେଉଁ ବଳ ଆଣି ଦିଏ ?

(କ) ଧର୍ମବଳ      (ଖ) କର୍ମବଳ      (ଗ) ବାହୁବଳ    (ଘ) ପୁଣ୍ୟବଳ

ଊ. (କ) ଧର୍ମବଳ


୩୩. ଉତ୍କଳ ଭୁବନର ବିଷ୍ଣୁପଦୀ ବୋଲି କେଉଁ ନଦୀକୁ କୁହାଯାଇଛି ? 

(କ) ବୈତରଣୀ        (ଖ) ଭାର୍ଗବୀ        (ଗ) ଦୟା     (ଘ) ମହାନଦୀ

ଊ. (ଘ) ମହାନଦୀ


୩୪. ମହାନଦୀ-ଲୀଳା ନିମନ୍ତେ ତୀର୍ଥେଶ କେଉଁଦେଶ ଛାଡ଼ି ଦେଇଛନ୍ତି ?

(କ) ପୂର୍ବ ଦେଶ    (ଖ) ପଶ୍ଚିମ ଦେଶ    (ଗ) ଉତ୍ତର ଦେଶ    (ଘ) ଦକ୍ଷିଣ ଦେଶ

ଊ. (କ) ପୂର୍ବ ଦେଶ


୩୫. ସୁକାନ୍ତି-ତନୁଜା କିଏ ?

(କ) ଗଙ୍ଗା         (ଖ) ଗୋଦାବରୀ    (ଗ) ମହାନଦୀ    (ଘ) କାବେରୀ

ଊ. (ଗ) ମହାନଦୀ


୩୬. ଦକ୍ଷିଣରେ ନାବିକମାନଙ୍କ ଦ୍ଵାରା କିଏ ଅର୍ଜିତ ହୁଅନ୍ତି ?

(କ) ତାରାତାରିଣୀ        (ଖ) ଭଗବତୀ        (ଗ) ଚର୍ଚ୍ଚିକା        (ଘ) ଉଗ୍ରତାରା

ଊ. (ଗ) ଚର୍ଚ୍ଚିକା


୩୭. ଦ୍ଵିଷାମ୍ପତି କାହାକୁ କୁହାଯାଏ ?

(କ) ସୂର୍ଯ୍ୟ        (ଖ) ଚନ୍ଦ୍ର        (ଗ) ସାଗର        (ଘ) ପୃଥ‌ିବୀ

ଊ. (କ) ସୂର୍ଯ୍ୟ


୩୮. ପାଶୀର ଅର୍ଥ କ’ଣ ?

(କ) ଯମ  (ଖ) କବେର  (ଗ) ବରୁଣ    (ଘ) ଗନ୍ଧର୍ବ

ଊ. (ଗ) ବରୁଣ


୩୯. କେଉଁ ଦେବୀ ଯଜ୍ଞରୁ ସମ୍ଭୂତା ବୋଲି କିମ୍ବଦନ୍ତୀ ଅଛି ?

(କ) ଚଣ୍ଡିକା  (ଖ) ବିମଳା        (ଘ) ବିରଜା        (ଗ) ଲକ୍ଷ୍ମୀ

ଊ. (ଘ) ବିରଜା


୪୦. ଗୋନାସିକା ଗିରିରୁ କେଉଁ ନଦୀ ଜାତ ହୋଇଛି ?

(କ) ବ୍ରାହ୍ମଣୀ    (ଖ) ବୈତରଣୀ    (ଗ) ସୁବର୍ଣ୍ଣରେଖା    (ଘ) ବିରୂପା

ଊ. (ଖ) ବୈତରଣୀ


୪୧. ମେଘାସନ ଶୈଳରେ କିଏ ଦାସ କରେ ବୋଲି କବି କହିଛନ୍ତି ?

(କ) ବାଦଲ    (ଖ) ଝଟିକା    (ଗ) ପବନ    (ଘ) ବିଜୁଳି

ଉ. (ଖ) ଝଟିକା


୪୨. ମହାନଦୀର ସହଚରୀ ବୋଲି କବି କାହାକୁ କହିଛନ୍ତି ?

(କ) ବୈତରଣୀ        (ଖ) କୁଶଭଦ୍ରା

(ଘ) ଚିତ୍ରୋତ୍ପଳା        (ଗ) ବଳାଙ୍ଗୀ

ଊ. (ଗ) ବଳାଙ୍ଗୀ


୪୩. କେଉଁମାନେ ସୁବର୍ଣ୍ଣପରାଗ ସୁବର୍ଣତଟିନୀରୁ ସଂଗ୍ରହ କରୁଥିଲେ ?

(କ) ଆଦିବାସୀ        (ଖ) ଗ୍ରାମବାସୀ        (ଗ) ଶବର ଯୁବତୀ        (ଘ) ଜୁଆଙ୍ଗ ଯୁବତୀ

ଊ. (ଗ) ଶବର ଯୁବତୀ


୪୪. ବ୍ରହ୍ମାଣ୍ଡ ପାବନୀ ବୋଲି କବି କେଉଁ ନଦୀକୁ କହିଛନ୍ତି ?

(କ) ବ୍ରାହ୍ମୀ        (ଖ) ବୈତରଣୀ    (ଘ) ମହାନଦୀ (ଗ) କାଠଯୋଡ଼ି

ଊ. (କ) ବ୍ରାହ୍ମୀ


୪୫. ପାହାଡ଼ ଉପରେ କୋଚିଲାଖାଇଙ୍କର ରାବ ବନ ମଧ୍ୟରେ କାହାର ପ୍ରଭାବ ପ୍ରଚାର କରିଥିଲା ?

(କ) ପ୍ରଭାତ    (ଗ) ସାୟାହ୍ନ

(ଖ) ମଧ୍ୟାହ୍ନ     (ଘ) ରାତ୍ରି

ଊ. (ଖ) ମଧ୍ୟାହ୍ନ


୪୬. ଉଚ୍ଚତାରେ ସର୍ବଶୈଳକୁ ଲଜ୍ଜା ଦେଇ କିଏ ଶିଖର ଟେକିଛି ?

(କ) ସର୍ପେଶ୍ବର        (ଗ) ବରୁଣେଇ

(ଖ) କପିଳାସ        (ଘ) ସପ୍ତଶଯ୍ୟା

ଊ. (ଘ) ସପ୍ତଶଯ୍ୟା


୪୭. କେଉଁସ୍ଥାନ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ବୋଲି କୁହାଯାଇଛି ?

(କ) ଆଠଗଡ଼        (ଗ) ପଟିଆ

(ଖ) ସାରଙ୍ଗଗଡ଼        (ଘ) ନରାଜ

ଊ. (ଘ) ନରାଜ


୪୮. ଥରେ କାନ୍ତକୁ ଥରେ ମିହିରକୁ ଅନାଇ କାଠଯୋଡ଼ି ନୀରରେ କିଏ ଭାସୁଛି ?

(କ) ମାଛରଙ୍କା        (ଗ) ରଥାଙ୍ଗୀ

(ଖ) ହଂସ                (ଘ) ବତକ

ଊ. (ଗ) ରଥାଙ୍ଗୀ


୪୯. ନବ ନବ ଇନ୍ଦ୍ରଜାଲ ଦେଖାଇ କିଏ କେତେ ପ୍ରକାର ରୂପ ଧାରଣ କରୁଛି ?

(କ) ଆକାଶ        (ଗ) ଚକ୍ର ବାଳ

(ଖ) ପୃଥ‌ିବୀ            (ଘ) ସାଗର

ଊ. (ଗ) ଚକ୍ରବାଳ


୫୦. ଚଉଦିଗରେ କ’ଣ ଘୋଟିଲେ ଜଳ ସ୍ଥଳ ଓ ବ୍ୟୋମର ସୀମା ଲିଭିଯାଏ ?

(କ) ସୂର୍ଯ୍ୟ କିରଣ        (ଗ) ଘନ ବାଦଲ

(ଖ) ଚନ୍ଦ୍ର କିରଣ            (ଘ) ତିମିର-କାଳିମା

ଉ. (ଘ) ତିମିର-କାଳିମା


୫୧. ପଟହ-କାହାଳୀ-ତୁରୀ-ଭେରୀ ଶବ୍ଦରେ କାହାର ଗୃହ କମ୍ପି ଉଠୁଛି ?

(କ) ମହାଦେବଙ୍କର        (ଗ) ବିଷ୍ଣୁଙ୍କର

(ଖ) ଚଣ୍ଡିକାଙ୍କର        (ଘ) ମଙ୍ଗଳାଙ୍କର

ଊ. (ଖ) ଚଣ୍ଡିକାଙ୍କର


୫୨. ତରୁପର୍ଶରେ ଦୀପ କାହାକୁ ନିନ୍ଦା କରୁଛି ?

(କ) ସୂର୍ଯ୍ୟ        (ଗ) ଗ୍ରହାଣୁପୁଞ୍ଜ

(ଖ) ଚନ୍ଦ୍ର            (ଘ) ତାରାବ୍ରଜ

ଊ. (ଘ) ତାରାବ୍ରଜ


୫୩. ସମସ୍ତେ ଉତ୍ସବରେ ଭାଗୀ ହୋଇଥିବାବେଳେ କାହାର ମୁଖ ମଳିନ ଥିଲା ?

(କ) ରାଜା         (ଖ) ରାଣୀ           (ଗ) ଜେମା        (ଘ) ପ୍ରଜା

ଊ. (ଗ) ଜେମା


୫୪. ପୋତପାଳ ଶବ୍ଦର ଅର୍ଥ କ’ଣ ?

(କ) ନୌକା    (ଗ) ଭେଳା    (ଖ) ନାବିକ    (ଘ) ପ୍ରଜା

ଉ. (ଖ) ନାବିକ


୫୫, ନନ୍ଦିକା କେଉଁ ଗୃହରେ ନିଭୃତରେ ବସି ଯୁଦ୍ଧର ଦୃଶ୍ୟ ଦେଖୁଥିଲା ?

(କ) ରଙ୍ଗଶାଳା    (ଗ) ଚନ୍ଦ୍ରଶାଳା     (ଖ) ପ୍ରାକଶାଳା    (ଘ) ଶୟନଶାଳା

ଉ. (ଗ) ଚନ୍ଦ୍ରଶାଳା


୫୬. ଶିଖଣ୍ଡୀ-ବାହନ କାହାକୁ କୁହାଯାଇଛି ?

(କ) ଶିବ     (ଗ) କନ୍ଦର୍ପ     (ଖ) ବିଷ୍ଣୁ     (ଘ) କାର୍ତ୍ତିକେୟ

ଊ. (ଘ) କାର୍ତ୍ତିକେୟ


୫୭. ବୀର ସବୁବେଳେ କିପରି ଯୁଝୁଥାଏ ?

(କ) ଖଣ୍ଡାର ଦାଢ଼ରେ    (ଖ) ଭାଗ୍ୟରେ ଦାଢ଼ରେ    (ଘ) କର୍ମର ଦାଢ଼ରେ    (ଗ) ବିପଦର ଦାଢ଼ରେ

ଊ. (ଗ) ବିପଦର ଦାଢ଼ରେ


୫୮, ଚନ୍ଦନ ଗଛରେ କିଏ ବାସ କରେ ?

(କ) ଶୁକ    (ଗ) ପନ୍ନଗ

(ଖ) କୋଇଲି    (ଘ) ଗୁଣ୍ଡୁଚି

ଉ. (ଗ) ପନ୍ନଗ( ସର୍ପ)


୫୯. ଚୋରଗଙ୍ଗଙ୍କ ଜନନୀ କିଏ ବୋଲି ନନ୍ଦିକା ଶୁଣିଥିଲେ ?

(କ) ଲକ୍ଷ୍ମୀ    (ଗ) ଜାହ୍ନବୀ

(ଖ) ବିମଳା    (ଘ) ବିରଜା

ଊ. (ଗ) ଜାହ୍ନବୀ


୬୦. ମଶାରି ଭିତରେ ମଶକ ପରି ନନ୍ଦିକାଙ୍କ ମନ କିପରି ଭ୍ରମୁଥୁଲା ?

(କ) ଆଶଙ୍କାରେ    (ଗ) ବ୍ୟାକୁଳତାରେ

(ଖ) ଉତ୍କଣ୍ଠାରେ    (ଘ) ଆର୍ଭରେ

ଊ. (ଘ) ଆର୍ଭରେ


୬୧. ରାଜାବାଳା ନନ୍ଦିକା କାହା କୋଳରେ ଦୋଳି ଖେଳୁଥିଲେ ?

(କ) ଭାବ-ସମୁଦ୍ର    (ଗ) ଭାବ-ଊର୍ମି        

(ଖ) ଭାବ-ସରିତ        (ଘ) ଭାବ-ଉଲ୍ଲାସ

ଊ. (ଗ) ଭାବ-ଊର୍ମି


୬୨. ନନ୍ଦିକାଙ୍କ ପିତା କାହା କଥା ରଖୁଥିଲେ ଏତେ ରକ୍ତପାତ ହୋଇନଥାନ୍ତା ବୋଲି ନନ୍ଦିକା ଭାବୁଥିଲେ ?

(କ) ଚୋରଗଙ୍ଗଙ୍କର    (ଗ) ମନ୍ତ୍ରୀ ବାସୁଦେବଙ୍କର

(ଖ) ରାଣୀଙ୍କର    (ଘ) ପ୍ରଜାମାନଙ୍କର

ଊ. (ଗ) ମନ୍ତ୍ରୀ ବାସୁଦେବଙ୍କର


୬୩. ଶାସ୍ତ୍ରମତରେ କାହା ଉପରେ ପିତାଙ୍କର ପୂର୍ବ ଅଧିକାର ଅଛି ?

(କ) ପତ୍ନୀ    (ଗ) ସୁତା

(ଖ) ପୁତ୍ର    (ଘ) ଭ୍ରାତା

ଉ. (ଗ) ସୁତା


୬୪. ଭାଗ୍ୟଦେବୀ ସବୁବେଳେ କାହାର ଅନୁକୂଳ ହୋଇଥାନ୍ତି ?

(କ) ଧାର୍ମିକର    (ଗ) ଭକ୍ତର    (ଖ) ଧନୀକର    (ଘ) ଉଦ୍‌ଯୋଗୀର

ଊ. (ଘ) ଉଦ୍‌ଯୋଗୀର


୬୫. ମହୀରେ ମହାବଳୀ କିଏ ବୋଲି କବି କହିଛନ୍ତି ?

(କ) ଧର୍ମ    (ଗ) ପୁଣ୍ଯ    (ଖ) କର୍ମ    (ଘ) ପ୍ରେମ

ଉ. (ଘ) ପ୍ରେମ


୬୬. ପ୍ରେମ ବଳରେ ସୁଭଦ୍ରା କ’ଣ ଲାଭ କରିଥିଲେ ?

(କ) ଧନ    (ଖ) ଯଶ

(ଘ) ରାଜ୍ୟ    (ଗ) ଦୟିତ

ଊ. (ଗ) ଦୟିତ (ପତି)



୬୭. ଦେବୀଦତ୍ତ ମଣିଟି ହସ୍ତଗତ ହେଲେ ନନ୍ଦିକାର ପ୍ରାଣେଶ୍ଵର କ’ଣ ହେବେ ବୋଲି ନନ୍ଦିକା ଚିନ୍ତା କରିଛନ୍ତି ?

(କ) ଦିଗ୍‌ବିଜୟୀ ବୀର    (ଖ) ମଗଧ ଈଶ୍ବର

(ଗ) ଉତ୍କଳ ଈଶ୍ବର    (ଘ) ରାଜ ଚକ୍ରବର୍ତ୍ତୀ

ଊ. (ଗ) ଉତ୍କଳ ଈଶ୍ବର


୬୮. ଖେଳା-ଖଞ୍ଜରୀଟ ଦୃଶ୍ୟ ବୋଲି କବି କାହାକୁ ଉପମା ଦେଇଛନ୍ତି ?

(କ) ଗଙ୍ଗା    (ଖ) ସୁଭଦ୍ରା    (ଗ) ଲକ୍ଷ୍ମୀ    (ଘ) ନନ୍ଦିକା

ଉ. (ଘ) ନନ୍ଦିକା


୬୯. ବିଡ଼ାନାସୀଗଡ଼ ସୁଡ଼ଙ୍ଗ ଦୁଆର କେଉଁ ଦିଗକୁ ଥୁଲା ?

(କ) ପୂର୍ବ    (ଖ) ପଶ୍ଚିମ    (ଗ) ଉତ୍ତର    (ଘ) ଦକ୍ଷିଣ

ଊ. (ଘ) ଦକ୍ଷିଣ


୭୦. ଶର୍ବରୀଶ ଶବ୍ଦର ଅର୍ଥ କ’ଣ ?

(କ) ସୂର୍ଯ୍ୟ    (ଖ) ଚନ୍ଦ୍ର    (ଗ) ତାରା    (ଘ) କୁମୁଦ

ଊ. (ଖ) ଚନ୍ଦ୍ର


୭୧. ପ୍ରତି ବୀଚି ବକ୍ଷରେ ଚନ୍ଦ୍ରମା-ପଦକ କାହା ସମ ଝକଝକ କରୁଥିଲା ?

(କ) ହୀରକ     (ଖ) ସୁବର୍ଣ୍ଣ   (ଗ) କଉସ୍ତୁଭ  (ଘ) ସ୍ଫଟିକ

ଊ. (ଗ) କଉସ୍ତୁଭ


୭୨. ତରୁଶିରରେ ବସି କିଏ ଜ୍ୟୋସ୍ନାମୃତ ସଙ୍ଗେ ପ୍ରେମାମୃତ ପାନ କରୁଥିଲା ?

(କ) ହଂସ ହଂସୀ     (ଖ) କପୋତ କପୋତୀ  (ଗ) ଶୁକ ଶାରୀ     (ଘ) ଚକୋର ଚକୋରୀ

ଊ. (ଘ) ଚକର


୭୩. ଦିଗ ଦିଗନ୍ତରେ କାହାର ସ୍ଵନ ଯାମିନୀର ନୂପୁର-ନିକ୍କଣ ଭଳି ଶୁଭୁଥିଲା ? -

(କ) କପୋତ    (ଖ) ଝିଲ୍ଲୀ        (ଗ) ଚକୋର    (ଘ) ପିକ  

ଊ. (ଗ) ଚକୋର ଚକୋରୀ


୭୪. ଚୋରଗଙ୍ଗଙ୍କର ଲାଳସା କେଉଁଥିପାଇଁ ଥିଲା ?

(କ) ରାଜ୍ୟ ଲାଭ ପାଇଁ      (ଖ) ଶତ୍ରୁ ବିଜୟ ପାଇଁ   (ଗ) ଦିଗ୍‌ବିଜୟ ପାଇଁ    (ଘ) ଧର୍ମ ସ୍ଥାପନା ପାଇଁ

ଉ. (ଘ) ଧର୍ମ ସ୍ଥାପନା ପାଇଁ


୭୫. ଧର୍ମର ସହାୟ କିଏ ?

(କ) ଧାର୍ମିକ  (ଖ) ସନ୍ନ୍ୟାସୀ      (ଗ) ରାଜା    (ଘ) ବ୍ରହ୍ମାଣ୍ଡ ସାଇଁ

ଉ. (ଘ) ବ୍ରହ୍ମାଣ୍ଡ ସାଇଁ


୭୬. ଚମୁପତିର ଅର୍ଥ କ’ଣ ?

(କ) ରାଜା          (ଖ) ମନ୍ତ୍ରୀ        (ଗ) ସେନାପତି        (ଘ) କଟୁଆଳ

ଊ. (ଗ) ସେନାପତି


୭୭. ସୁଷମାରେ ରାଜଜେମା କାହାକୁ ନିନ୍ଦା କରୁଥିଲେ ?

(କ) ବିକଶିତ ପଦ୍ମକୁ    (ଖ) ଚକ୍ର କିରଣକୁ    (ଗ) ସୁନ୍ଦରୀ ଅପ୍‌ସରାଙ୍କୁ   (ଘ) ଶାରଦୀୟ ଉଷାକୁ

ଉ. (ଘ) ଶାରଦୀୟ ଉଷାକୁ



୭୮. ଅତ୍ୟଚ୍ଛ ଭୂଷଣେ ଶୋଭେ ମତ୍ତକାଶୀ – ଏଠାରେ ମତ୍ତକାଶୀର ଅର୍ଥ କ’ଣ ?

(କ) ମତ୍ତହସ୍ତୀ        (ଖ) ଉତ୍ତମା ନାରୀ        (ଗ) ନର୍ତ୍ତକୀ   (ଘ) ଗଣବଧୁ

ଉ. (ଖ) ଉତ୍ତମା ନାରୀ


୭୯. ରାଜଜେମାଙ୍କର ବଦନମଣ୍ଡଳ କାହାକୁ ଜିଣୁଥୁଲା ?

(କ) ସକାଳର ପଦ୍ମକୁ        (ଖ) ସଂଧ୍ୟାର କୁମୁଦକୁ

(ଗ) ନବୋଦିତ ତପନଙ୍କୁ        (ଘ) ଶରଦର ଇନ୍ଦୁଙ୍କୁ

ଊ. (ଘ) ଶରଦର ଇନ୍ଦୁଙ୍କୁ (ଶରତ ଋତୁର ଜହ୍ନ)


୮୦. ଅଥବା ଗଢ଼ିଲେ ଋତୁ ପୁଷ୍ପାକର – ଏଠାରେ ପୁଷ୍ପାକର କାହାକୁ କୁହାଯାଇଛି ?

(କ) ଫୁଲ ବଗିଚା    (ଖ) ପୁଷ୍ପ ଚାଙ୍ଗୁଡ଼ା        (ଗ) ବସନ୍ତ ଋତୁ     (ଘ) କନ୍ଦର୍ପ

ଊ. (ଗ) ବସନ୍ତ ଋତୁ


୮୧, ଅପରୂପା ନନ୍ଦିକାଙ୍କୁ ଦେଖୁ ସେ ଦେବୀ କି ମାନବୀ ବୋଲି ଚୋରଗଙ୍ଗଙ୍କର ସଂଶୟ କିଭଳି ଦୂର ହେଲା ?

(କ) ସ୍ଵରରୁ    (ଖ) ଚାଲିରୁ    (ଗ) ପଲକ ପାତରୁ    (ଘ) ଛାୟାରୁ

ଭ. (ଘ) ଛାୟାରୁ

 

୮୨. ନାରୀକୁଳ ସର୍ବଦା କାହାର ପକ୍ଷପାତୀ ବୋଲି ନନ୍ଦିକା କହିଥୁଲା ?

(କ) ଧନବାନଙ୍କର    (ଖ) ରୂପବାନଙ୍କର    (ଗ) ବୀରଙ୍କର    (ଘ) ରାଜଚକ୍ରବର୍ତୀଙ୍କର

ଊ. (ଗ) ବୀରଙ୍କର


୮୩. ଚୈତ୍ରମଣି ବିନିମୟରେ ନନ୍ଦିକା କ’ଣ ଯାଚଜ୍ଞା କରିଥିଲା ?

(କ) ଧନ    (ଖ) ମାନ    (ଗ) ପ୍ରେମ    (ଘ) ରାଣୀପଦ

ଊ. (ଗ) ପ୍ରେମ


୮୪. ‘ନାଭିଗୟା’ର ବର୍ତ୍ତମାନର ନାମ କ’ଣ ?

(କ) କଟକ    (ଖ) ବିଡ଼ାନାସୀ    (ଗ) ଭୁବନେଶ୍ଵର    (ଘ) ଯାଜପୁର

ଊ. (ଘ) ଯାଜପୁର


୮୫. ନନ୍ଦିକାର ମୋହପାଶକୁ କିଏ ଛେଦନ କଲା ?

(କ) ମନ    (ଖ) ପ୍ରାଣ    (ଗ) ହୃଦୟ    (ଘ) ବିବେକ

ଉ. (ଘ) ବିବେକ


୮୬. ଅନୁତାପ ଫଣୀ କ’ଣ ଉଗାରି ନନ୍ଦିକାଙ୍କର ମର୍ମସ୍ଥଳକୁ ଦଂଶନ କଲା ?

(କ) ବିଷ    (ଖ) ଅନଳ    (ଗ) ଜଳ    (ଘ) ବାୟୁ

ଊ. (ଖ) ଅନଳ



୮୭, ମୂଳ କାଟିଦେଲେ ବଲ୍ମୀକ ଦୂରନ୍ତ – ଏଠାରେ ବଲ୍ମୀକ କିଏ ?

(କ) ମୂଷା    (ଖ) ପିମ୍ପୁଡ଼ି    (ଗ) ଉଇ    (ଘ) ଯୋକ

ଊ. (ଗ) ଉଇ


୮୮, ସ୍ମୃତିକୁ ଫିଙ୍ଗିପାରିଲେ ମଣିଷ କ’ଣ ଲଭନ୍ତା ?

(କ) ସୁଖ    (ଖ) ଶାନ୍ତି    (ଗ) ମୁକ୍ତି    (ଘ) ନିସ୍ତାର

ଊ. (ଘ) ନିସ୍ତାର


୮୯, ନତମୁଖୀ ନନ୍ଦିକା କାହାର ଆଶ୍ରୟ ଚାହୁଁଥିଲା ?

(କ) ଆକାଶର    (ଖ) ମହୀର

(ଗ) ପାତାଳର    (ଘ) ସାଗରର

ଊ.(ଖ) ମହୀର


୯୦, କାହାର ପ୍ରବାହରେ ଉଜାଣି ଭାସିବା ପାଇଁ ପ୍ରାଣୀଜଗତ ଭାଜନ ନୁହଁନ୍ତି |

(କ) ବାୟୁ ପ୍ରବାହ    (ଖ) ମେଘ ପ୍ରବାହ    (ଗ) କାଳ ପ୍ରବାହ     (ଘ) ଜଳ ପ୍ରବାହ

ଊ. (ଗ) କାଳ ପ୍ରବାହ



୯୧. ପ୍ରାଣହୀନ ଦୁଃଖ୍ନୀ ନନ୍ଦିକାର ଶରୀର କିପରି ଦେଖାଯାଉଥୁଲା ?

(କ) ବିପର୍ଯ୍ୟସ୍ତ ପୁଷ୍ପ ପରି    (ଖ) ପର୍ୟୁଷିତ ପଦ୍ମ ପରି

(ଗ) ବୃନ୍ତଚ୍ୟୁତ ଫୁଲ ପରି    (ଘ) ମଥୁତ ପୁଷ୍ପ ପରି

ଊ. (ଖ) ପର୍ୟୁଷିତ ପଦ୍ମପରି ( ବାସି ପଦ୍ମଫୁଲପରି)



୯୨. ମୃତ୍ୟୁ ପୂର୍ବରୁ ନନ୍ଦିକା ଚୈତ୍ର ମଣିଟିକୁ କେଉଁଠି ରଖୁଥିଲା ?

(କ) ହସ୍ତମୁଠାରେ    (ଖ) ଫରୁଆ ଭିତରେ (ଗ) ପଣନ୍ତର କୋଣରେ    (ଘ) ଶିବିକା ଭିତରେ

ଊ, (ଗ) ପଣନ୍ତର କୋଣରେ


୯୩. ଶିରରେ କ’ଣ ଘେନି ଯାଉଛି ବୋଲି ନନ୍ଦିକା ତା’ର ପିତାଙ୍କୁ ଲେଖୁଥିଲା ?

(କ) ଅନୁତାପ ଭାର    (ଖ) ଗ୍ଳାନି ଭାର    (ଗ) ଲଜ୍ଜା ଭାର    (ଘ) ପାପ ଭାର

ଊ. (ଘ) ପାପ ଭାର


୯୪. ନିଜ ପିଣ୍ଡର ସତ୍କାର କେଉଁଠି କରାଇବାକୁ ନନ୍ଦିକା ପିତାଙ୍କୁ ଅନୁରୋଧ କରିଥିଲା ?

(କ) ଶ୍ମଶାନରେ    (ଖ) ସ୍ଵର୍ଗଦ୍ଵାରରେ    (ଗ) ଦୁର୍ଗ ଭିତରେ    (ଘ) ମାନବ ସଂଚାର ଶୂନ୍ୟ ଅଞ୍ଚଳରେ

ଊ. (ଘ) ମାନବ ସଂଚାର ଶୂନ୍ୟ ଅଞ୍ଚଳରେ


୯୫. ସୁବର୍ଣ୍ଣକେଶରୀ ବିଷାଦରେ ଉଦାସୀ ହୋଇ କେଉଁଠି ବନବାସୀ ହେଲେ ? ହି

(କ) ମହାନଦୀ ତୀରରେ    (ଗ) ବିରୂପା ତୀରରେ

 (ଖ) ବ୍ରାହ୍ମଣୀ ତୀରରେ     (ଘ) ଚିତ୍ରୋତ୍ପଳା ତୀରରେ

ଊ. (କ) ମହାନଦୀ ତୀରରେ


୯୬. ସୁବର୍ଣ୍ଣପୁର କେଉଁଠି ଅବସ୍ଥିତ ?

(କ) ଅଂଶୁପା ହ୍ରଦ ନିକଟରେ    (ଖ) କାଠଯୋଡ଼ି ତୀରରେ    

(ଗ) କୁଶଭଦ୍ରା କୂଳରେ    (ଘ) ବୈତରଣୀ କୂଳରେ

ଊ. (କ) ଅଂଶୁପା ହ୍ରଦ ନିକଟରେ


୯୭. ଚୋରଗଙ୍ଗ ସେହି ଦେବଦତ୍ତ ମଣିକୁ କେଉଁଠାକୁ ପଠାଇଥିଲେ ?

(କ) ନିଜ ରାଜ୍ୟକୁ    (ଖ) ବିରଜା କ୍ଷେତ୍ରକୁ

(ଗ) ଏକାମ୍ର କ୍ଷେତ୍ରକ    (ଘ) ନୀଳାଚଳ ଧାମକୁ

ଊ. (ଘ) ନୀଳାଚଳ ଧାମକୁ


୯୮. ମହାନଦୀ କେଉଁଠାରେ ବେଣୀମୁକ୍ତ ହୋଇଥିଲା ?

(କ) କଟକଠାରେ        (ଖ) ବିଡ଼ାନାସୀଠାରେ

(ଗ) ଚଉଦ୍ଵାରଠାରେ        (ଘ) ସୁବର୍ଣ୍ଣପୁରଠାରେ

ଊ, (ଖ) ବିଡ଼ାନାସୀଠାରେ


 Nandikeshwari 1 Mark Question Answer 

ଖ. ୧ ନମ୍ବର ବିଶିଷ୍ଟ ଏଦକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।


୧. ଧାଡ଼ି ଧାଡ଼ି ହୋଇ ଶୁଭ୍ର ତମ୍ବୁଗୁଡ଼ିକ କିପରି ଶୋଭା ପାଉଥିଲା ?

ଉ. ଧାଡ଼ି ଧାଡ଼ି ହୋଇ ଶୁଭ୍ରତଗୁଡ଼ିକ ଖଡ଼ି ଶୈଳ ପରି ଶୋଭା ପାଉଥିଲା ।


9..ମଲ୍ଲଯୁଦ୍ଧରେ ପ୍ରକମ୍ପିତ ରଙ୍ଗସ୍ଥଳୀକୁ ଦର୍ଶକମାନେ କିପରି ଉପଭୋଗ କରୁଥିଲେ ?

 ଉ. ମଲ୍ଲଯୁଦ୍ଧରେ ପ୍ରକମ୍ପିତ ରଙ୍ଗସ୍ଥଳୀକୁ ଦର୍ଶକମାନେ ତାଳିଦେଇ ଉପଭୋଗ କରୁଥିଲେ


୩. ଦାସେରକ ଗ୍ରୀବାତୋଳି କ’ଣ ଭକ୍ଷଣ କରୁଛି ?

ଉ. ଓଟ ଗ୍ରୀବା,ତୋଳି ନିମ୍ବଦଳ ଭକ୍ଷଣ କରୁଛି ।


୪.କେଉଁଠାରେ ବିପଣି ବସିଥିଲା ?

ଉ. କାଠଯୋଡ଼ି ବନ୍ଧରେ ବିପଣି ବସିଥିଲା ।


୫.କାଠଯୋଡ଼ିରୁ କେଉଁ କେଉଁ ନଦୀ ଜନ୍ମିଛନ୍ତି ?

ଉ. କାଠଯୋଡ଼ିରୁ କୁଶଭଦ୍ରା, ଦୟା, ଭାର୍ଗବୀ ଜନ୍ମିଛନ୍ତି 


୬.ଚୋରଗଙ୍ଗଙ୍କର ସ୍କନ୍ଧାବାର କେଉଁଠାରେ ଶୋଭା ପାଉଥିଲା ?

ଉ. ଚୋରଗଙ୍ଗଙ୍କର ଶିବିର ଦକ୍ଷିଣର ବିପରୀତରେ ଶୋଭା ପାଉଛି ।


 ୭.ତୁଳସୀକ୍ଷେତ୍ରର ପ୍ରଧାନ ଦେବତା କିଏ ?

ଉ. ତୁଳସୀକ୍ଷେତ୍ରରେ ପ୍ରଧାନ ଦେବତା ହେଉଛନ୍ତି ହଳାୟୁଧ । 


୮.ପ୍ରାଚୀନ କାଳରେ ଉତ୍ତର-କୋଶଳାର ଅବସ୍ଥିତି କେଉଁଠି ଥିଲା ?

ଉ. ପ୍ରାଚୀନ କାଳରେ ମହାନଦୀର ଉତ୍ତରାଂଶ ଉତ୍ତର କୋଶଳା ନାମରେ ଅଭିହିତ ଥିଲା।


 ୯.ଛତିଆର ଅଧ୍ଵଷ୍ଠାତ୍ରୀ ଦେବୀ କିଏ ଥିଲେ ?

ଉ. ବଳାରାତି ପ୍ରିୟା ଶଚୀ ଛତିଆର ଅଧ୍ଵଷ୍ଠାତ୍ରୀ ଦେବୀ ।


୧୦. କେଉଁ ଦେବୀଙ୍କ ଠାରେ ନିତ୍ୟ ବଳିଦାନ କରାଯାଏ ?

ଉ. ଅସୁରେଶ୍ଵରର ପ୍ରଧାନ ଦେବୀ ହରଚଣ୍ଡୀଙ୍କ ଠାରେ ନିତ୍ୟ ବଳିଦାନ କରାଯାଏ ।


 ୧୧. ଚିତ୍ରୋତ୍ପଳା କେଉଁ ନଦୀର ଶାଖାନଦୀ ?

ଉ. ଚିତ୍ରୋତ୍ପଳା ମହାନଦୀର ଶାଖାନଦୀ ।


୧୨. ଚିତ୍ରୋତ୍ପଳା ତୀରରେ କେଉଁ ଦେବୀ ପୂଜା ପାଆନ୍ତି ?

 ଊ. ଚିତ୍ରୋତ୍ପଳା ତୀରରେ ଭଗବତୀ ପୂଜା ପାଆନ୍ତି ।


୧୩. ଉତ୍କଳର କାଳିନ୍ଦୀ ବୋଲି କବି କାହାକୁ କହିଛନ୍ତି ?

ଉ. ଉତ୍କଳର କାଳିନ୍ଦୀ ବୋଲି କବି ସାଳନ୍ଦୀକୁ କହିଛନ୍ତି ।


୧୪. ସୋରର ପୂର୍ବରେ ଓ ପଶ୍ଚିମରେ କ’ଣ ଶୋଭା ପାଉଛି ? 

ଊ. ସୋରର ପୂର୍ବରେ ପାରାବାର ଓ ପଶ୍ଚିମରେ ପର୍ବତ।


୧୫. ମାଧବଙ୍କର ମନ୍ଦିର କେଉଁଠାରେ ପ୍ରତିଷ୍ଠିତ ?

ଊ. ପ୍ରାଚୀ ତୀରବର୍ତ୍ତୀ ମାଧବ ଗ୍ରାମରେ ମାଧବଙ୍କର ମନ୍ଦିର ପ୍ରତିଷ୍ଠିତ ।


୧୬. ଧଉଳିର ଦର୍ପଣ ବୋଲି କବି କାହାକୁ କହିଛନ୍ତି ? 

ଉ. ‘ଦୟା ନଦୀ’କୁ ଧଉଳିର ଦର୍ପଣ ବୋଲି କୁହାଯାଇଛି ।


୧୭. କେଉଁମାନେ ମହାଧନୁର୍ଦ୍ଧାରୀ ?

ଉ. କନ୍ଧ ଯୋଦ୍ଧାମାନେ ମହାଧନୁର୍ଦ୍ଧାରୀ ।


୧୮. କେଉଁଠାରେ ଯଥେଷ୍ଟ ପରିମାଣରେ ହରିଦ୍ରା ଉତ୍ପନ୍ନ ହୁଏ ?

ଉ. କନ୍ଧମାଳର ପାର୍ବତୀୟ କ୍ଷେତ୍ରମାନଙ୍କରୁ ହରିଦ୍ରା ଯଥେଷ୍ଟ ପରିମାଣରେ ଉତ୍ପନ୍ନ ହୁଏ 


୧୯. ରିପୁ କାନନରେ କେଉଁମାନେ ଦାବାନଳ ପରି ?

ଉ. ସ୍ଵାହା ସହଚରୀ ରିପୁ କାନନର ଦାବାନଳ ପରି ।


୨୦. ତାଳଚେରର ଆରାଧ୍ୟଦେବୀ କିଏ ?

ଉ. ତାଳଚେରର ଆରାଧ୍ୟଦେବୀ ହିଙ୍ଗୁଳା ।


୨୧. ଢେଙ୍କାନାଳର ନାମକରଣ କିପରି ହୋଇଛି ?

ଉ. ଢେଙ୍କାନାଳର ଶବର ରାଜାଙ୍କ ନାମରୁ ଢେଙ୍କାନାଳ ନାମ ହୋଇଛି ।


 ୨୨. ଗୃଧ୍ରଙ୍କର ରୁଧର ପାରଣା କେଉଁମାନେ ହେଲେ ?

ଉ. ଯୁଦ୍ଧ ଅଶ୍ଵମାନେ ଗୃଧ୍ରଙ୍କର ରୁଧର ପାଉଣା ହେଲେ


୨୩. ଚୋରଗଙ୍ଗଙ୍କର କିଏ ସହାୟ ହୋଇଥିଲେ ?

ଉ. ଚୋରଗଙ୍ଗଙ୍କର ସହାୟ ହୋଇଥିଲେ ମନ୍ତ୍ରୀ ବସୁଦେବ ।


୨୪. ଗଙ୍ଗାଙ୍କ ବାକ୍ୟରେ ଦେବ ଚନ୍ଦ୍ରଚୂଡ଼ ଚୋରଗଙ୍ଗଙ୍କୁ କ’ଣ ପ୍ରଦାନ କରିବାକୁ ଇଚ୍ଛା କରିଥିଲେ ? 

ଉ. ଗଙ୍ଗାଙ୍କ ବାକ୍ୟରେ ଦେବ ଚନ୍ଦ୍ରଚୂଡ଼ ଚୋରଗଙ୍ଗଙ୍କୁ ଉତ୍କଳ ରାଜ୍ୟ ପ୍ରଦାନ କରିବାକୁ ଇଚ୍ଛା କରିଥିଲେ ।


୨୫. ଗଡ଼ଦ୍ୱାର ରୁଦ୍ଧ କରିବାକୁ ରାଜା ସୁବର୍ଷକେଶରୀକୁ କିଏ ଆଜ୍ଞା ଦେଇଥିଲେ ?

ଉ. ଗଡ଼ଦ୍ଵାର ରୁଦ୍ଧ କରିବାକୁ ଚଣ୍ଡିକା ଆଜ୍ଞା ଦେଇଥିଲେ । --


୨୬. ସୁବର୍ଷକେଶରୀକୁ କିଏ ଚୈତ୍ରମଣି ପ୍ରଦାନ କରିଥିଲେ ?

ଉ. ସୁବର୍ଣ୍ଣକେଶରୀଙ୍କୁ ଜୈତ୍ରମଣି ଚଣ୍ଡିକା ପ୍ରଦାନ କରିଥିଲେ ।


୨୭. ଚୋରଗଙ୍ଗଦେବ ବିଜନରେ କ’ଣ ମନ୍ତ୍ରଣା କରୁଥିଲେ ?

ଉ. ଚୋରଗଙ୍ଗଦେବ ବିଜନରେ ସ୍ଵଦେଶ ବାହୁଡ଼ି ଯିବାକୁ ମନ୍ତ୍ରଣା କରୁଥିଲେ ।


 ୨୮. ‘କାଲିରାତ୍ରି ଯାଏ ରହ ଧୈର୍ଯ୍ୟଧରି’ – ଏକଥା କିଏ କହିଛନ୍ତି ? 

ଉ. କାଲିରାତ୍ରି ଯାଏ ରହ ଧୈର୍ଯ୍ୟଧରି ବୋଲି ସେନାପତି କହିଛନ୍ତି ।


୨୯. କୁକ୍‌କୁଟ, କୌଶିକ ଓ ଚଷାପୁଏ ମିଳି କ’ଣ କଲେ ?

ଉ. କୁକ୍‌କୁଟ, କୌଶିକ ଓ ଚଷାପୁଅ ମିଳି ନୃତ୍ୟଗୀତ କଲେ । 


୩୦. ଜାହ୍ନବୀଙ୍କର ସହଚରୀମାନେ କେଉଁ ବେଶ ଧାରଣ କରିଥିଲେ ?

ଡ. ଜାହ୍ନବୀଙ୍କର ସହଚରୀମାନେ ଉତ୍କଳୀୟ ବେଶ ଧାରଣ କଲେ । 


୩୧. ଦେବୀ ଜାହ୍ନବୀ କବରୀ କେଉଁଥରେ ଭୂଷିତ ହୋଇଥିଲା ?

ଉ. ଦେବୀ ଜାହ୍ନବୀଙ୍କର କବରୀ ଶତଦଳରେ ଭୂଷିତ ହୋଇଥିଲା । 


୩୨. ଜାହ୍ନବୀ ଜଳରେ ସମାସୀନ ହେବାପରେ କାହାର ବୀଣା ବାଜି ଉଠିଲା ?

ଉ. ଜାହ୍ନବୀ ଜଳରେ ସମାସୀନା ହେବା ପରେ ଜଳଦେବୀଙ୍କ ବୀଣା ବାଜି ଉଠିଲା ।


୩୩, ଜାହ୍ନବୀଙ୍କୁ ଜଳରେ କେଉଁମାନେ ବେଢ଼ି ରହିଥିଲେ ?

ଉ. ଜାହ୍ନବୀଙ୍କୁ ଜଳରେ ହଂସ, ଚକ୍ରବାଳ ବେଢ଼ି ରହିଥିଲେ ।


୩୪. ତୃଣାହାର ଛାଡ଼ି କେଉଁମାନେ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଥିଲେ ? 

ଉ. ତୃଣାହାର ଛାଡ଼ି ମୃଗମୃଗୀ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଥିଲେ ।


୩୫. ଦେବୀଙ୍କ ରୂପ କାହାକୁ ଲାଞ୍ଚ କରୁଥିଲା ?

ଉ. ଦେବୀଙ୍କ ରୂପ ଚନ୍ଦ୍ରକୁ ଲାଞ୍ଛିତ କରୁଥିଲା ।


୩୬. ଭୂ-ଭାରତରେ ଦ୍ଵାପର ଯୁଗରେ କିଏ ବୈଷ୍ଣବଧର୍ମ ସ୍ଥାପନ କରିଥିଲେ ?

ଉ. ଭୂ-ଭାରତରେ ଦ୍ଵାପର ଯୁଗରେ ବୀର ଦେବବ୍ରତ ଭୀଷ୍ଣ ବୈଷ୍ଣବ ଧର୍ମ ସ୍ଥାପନ କରିଥିଲେ 


୩୭. ପ୍ରଧାନପାଟ ପର୍ବତ କେଉଁଠାରେ ପରିଦୃଶ୍ୟ ହୁଏ ?

ଉ. ପ୍ରଧାନପାଟ ପର୍ବତ ବାମଣ୍ଡା ରାଜ୍ୟ ଅନ୍ତର୍ଗତ ବ୍ରାହ୍ମଣୀ ତୀରରେ ପରିଦୃଶ୍ୟ ହୁଏ । 


୩୮. ଦେବତାଙ୍କୁ କ’ଣ ଜଣା ?

ଉ. ଦେବତାଙ୍କୁ ମନକଥା ଜଣା ।


୩୯. ଶତ୍ରୁ ହୋଇବି କିଏ କାହାର ମନଚୋରି କଲା ?

ଊ. ଶତ୍ରୁ ହୋଇ ବି ପ୍ରେମିକା ପ୍ରେମିକର ମନଚୋରି କଲା ।



୪୦. ପ୍ରଭୁପଣକୁ କିଏ ଭାଜନ ନୁହେଁ ?

ଉ. ପ୍ରଭୁପଣକୁ – ଶତ୍ରୁ ଭାଜନ ନୁହେଁ ।


୪୧. ମହାବିଷ୍ଣୁଙ୍କ ସ୍ନାନ ଯୋଗୁଁ କିଏ ପୁଣ୍ୟତୋୟା ?

ଉ. ମହାବିଷ୍ଣୁଙ୍କ ସ୍ନାନ ଯୋଗୁଁ ବୈତରଣୀ ପୁଣ୍ୟତୋୟା ।


୪୨. ଶବର ଯୁବତୀମାନେ କେଉଁଠାରୁ ସୁବର୍ଣ୍ଣପରାଗ ସଂଗ୍ରହ କରନ୍ତି ?

ଉ. ଶବର ଯୁବତୀମାନେ ସୁବର୍ଷତଟିନୀ ଠାରୁ ସୁବର୍ଣ୍ଣପରାଗ ସଂଗ୍ରହ କରନ୍ତି |


 ୪୩. ରମ୍ଭାଙ୍କ ମନ୍ଦିର କେଉଁ କେଉଁ ନଦୀ ତୀରରେ ଅବସ୍ଥିତ ?

ଊ. ରମ୍ଭାଙ୍କ ମନ୍ଦିର ବ୍ରାହ୍ମୀ, ବୈତରଣୀ ନଦୀ ତୀରରେ ଅବସ୍ଥିତ ।


୪୪. ପ୍ରଧାନପାଟ ପ୍ରପାତର ଜଳରାଶି କେଉଁ ନଦୀ ସହିତ ମିଶିଛି ? 

ଉ. ପ୍ରଧାନପାଟ ପ୍ରପାତର ଜଳରାଶି ବ୍ରାହ୍ମୀ ସହିତ ମିଶିଛି । 


୪୫. କେଉଁ ସ୍ଥାନ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ଅଟେ ?

ଊ. ନରାଜ ବୌଦ୍ଧ କୀର୍ତ୍ତିରାଜିରେ ମଣ୍ଡିତ ।


୪୬. ସର୍ପେଶ୍ଵର ପର୍ବତର ପୟର କିଏ ଧୌତ କରୁଛି ?

ଊ. ସର୍ପେଶ୍ଵରୀ ବା ସାପୁଆ ସର୍ବେଶ୍ୱର ପର୍ବତର ପୟର ଧୌତ କରେ ।


୪୭. ଥରେ କାନ୍ତକୁ ଥରେ ମିହିରକୁ ଅନାଇ କିଏ ଭାବୁଛି ?

ଊ. କାଠଯୋଡ଼ି ନୀରରେ ଚକ୍ରବାକ ଥରେ କାନ୍ତକୁ ଥରେ ମିହିରକୁ ଅନାଇ ଭାବେ ।


୪୮. ଉନ୍ନତ ଆନନ୍ଦରେ ଦୁର୍ଗବାସୀ କ'ଣ ରୁଣ୍ଡ କଲେ ?

ଊ. ଉନ୍ନତ ଆନନ୍ଦରେ ଦୁର୍ଗବାସୀ ଭୋଗ କରୁଥିଲେ ।


୪୯. ଦେବୀଙ୍କ ଛାମୁରେ ଭକ୍ତି ଭାବରେ ରାଜା କ’ଣ କରୁଥିଲେ ?

 ଊ. ଦେବୀଙ୍କ ଛାମୁରେ ଭକ୍ତି ଭାବରେ ରାଜା ଚାମର କରୁଥିଲେ । 


୫୦. ଦେବତାଙ୍କୁ କ’ଣ ଜଣା ଯାହା ମନୁଷ୍ୟକୁ ବଣା କରେ ?

ଉ. ଦେବକୁଟ ଦେବତାଙ୍କୁ ଜଣା; ମନୁଷ୍ୟକୁ ତାହା ବଣା କରେ । 


୫୧. ଅରି ହୋଇ ବି କିଏ କାହାର ମନ ଚୋରି କରିଛି ।

ଉ. ଶତ୍ରୁ ହୋଇ ବି ଚୋଡ଼ଗଙ୍ଗ ନନ୍ଦିକାର ମନ ଚୋରି କରିଛନ୍ତି । 


୫୨. ପ୍ରଭୁପଣକୁ କିଏ ଭାଜନ ନୁହେଁ ?

ଉ. ପରମନ ଚିହ୍ନିବାକୁ ଯିଏ ଶିଖ୍ ନାହିଁ ସେ ପ୍ରଭୁପଣକୁ ଭାଜନ ନୁହେଁ । 


୫୩. ଶାସ୍ତ୍ର ମତରେ କାହା ଉପରେ ପିତାର ପୂର୍ବ ଅଧିକାର ଅଛି ?

 ଉ. ଶାସ୍ତ୍ର ମତରେ କନ୍ୟା ଉପରେ ପିତାର ପୂଣ୍ଡି ଅଧିକାର ରହିଛି ।


୫୪. ମହୀରେ ମହାବଳୀ କିଏ ?

ଉ. ମହୀରେ ମହାବଳୀ ହେଉଛି ‘ପ୍ରେମ’ ।


୫୫. ଯୁଦ୍ଧ ଦିନରୁ ରୁଦ୍ଧ ହୋଇଥିବା ସୁଡ଼ଙ୍ଗର ଦ୍ବାର କେଉଁ ଦିଗକୁ ଥିଲା ? 

ଉ. ଯୁଦ୍ଧ ଦିନରୁ ରୁଦ୍ଧ ହୋଇଥିବା ସୁଡ଼ଙ୍ଗ ଦକ୍ଷିଣ ଦିଗକୁ ଥିଲା । 


୫୬. ଜ୍ୟୋସ୍ନାବାହିନୀ ଯାମିନୀ ଯୋଗୁଁ ଅବନୀ କିଭଳି ଦେଖାଯାଉଛି ?

 ଊ. ଜ୍ୟୋତ୍ସ୍ନାବାହିନୀ ଯାମିନୀ ଯୋଗୁଁ ଅବନୀ ଚିତ୍ର ପ୍ରାୟ ଝଲସୁ ଥିଲା ।


 ୫୭. ସୁଷମାରେ ରାଜଜେମା କାହାକୁ ନିନ୍ଦା କରୁଛି ?,

ଉ. ସୁଷମାରେ ରାଜଜେମା ଶାରଦୀୟ ଉଷାକୁ ନିନ୍ଦା କରୁଛି ।


୫୮. ପୂର୍ଣ୍ଣମାସୀ କାହାକୁ ଲୋଡ଼ନ୍ତି ?

ଉ. ଅଚ୍ଛତାରା ପୂର୍ଣ୍ଣମାସୀ ଲୋଡ଼ନ୍ତି ।


୫୯. ନାରୀକୁଳ ସର୍ବଦା କାହାର ପକ୍ଷପାତୀ ?

ଉ. ନାରୀକୁଳ ସର୍ବଦା ବୀର ପକ୍ଷପାତି ।


୬୦. ନତମୁଖୀ ନନ୍ଦିକା କାହାର ଆଶ୍ରୟ ଚାହୁଁଥିଲା ?

ଉ. ନତମୁଖୀ ନନ୍ଦିକା ନୀରବରେ ପୃଥ‌ିବୀର ଆଶ୍ରୟ ଚାହୁଁଥିଲା ।


Nandikeshwari 2 Mark Question Answer


ଗ. ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

ଲେଖା ଓ ଲେଖକ ପାଇଁ – ୧ ନମ୍ବର ଓ ଉତ୍ତର ପାଇଁ – ୧ ନମ୍ବର। 


୧.ନନ୍ଦିକେଶ୍ଵରୀ କାବ୍ୟଟି କେଉଁ କେଉଁ ବିଦେଶୀ ଗ୍ରନ୍ଥର ଛାୟାରେ ଲିଖୁତ ? 

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – କବିବର ରାଧାନାଥ ରାୟ

ନନ୍ଦିକେଶ୍ଵରୀ କାବ୍ୟଟି ବାଇରନ୍‌ଙ୍କ ‘ସିଜ୍ ଅଫ କୋରିନ୍ସ’ ଏବଂ ଓଭିଡ଼ଙ୍କ ‘ସିଲାନିସସ୍’ ଛାୟାରେ ରଚିତ ।



2.କାଠଯୋଡ଼ି କୂଳରେ କ’ଣ ବସିଛି ଓ ଲୋକମାନେ କେଉଁଠି ଠୁଳ ହୋଇଛନ୍ତି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – କବିବର ରାଧାନାଥ ରାୟ

କାଠଯୋଡ଼ି କୂଳରେ ଶୁଭ୍ର ତମ୍ବୁର ଶିବିର ବସିଛି ଓ କାଠଯୋଡ଼ି ତୀରରେ କୋଳାହଳ କରୁଛନ୍ତି ।


୩. ଆଳି କାହିଁକି ପ୍ରସିଦ୍ଧ ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – କବିବର ରାଧାନାଥ ରାୟ

ବରାହନାଥଙ୍କ ପାଇଁ ଆଳି ପ୍ରସିଦ୍ଧ ।


4.ଶାଳିପୁର କେଉଁ ନଦୀ କୂଳରେ ଅବସ୍ଥିତ ? ଏଠାରେ କେଉଁ ଦେବୀଙ୍କ ମନ୍ଦିର ଅଛି ?

 ଉ. କାବ୍ୟ – ନନ୍ଦିକେଶ୍ବର

କବି – କବିବର ରାଧାନାଥ ରାୟ

ଶାଳିପୁର ଚିତ୍ରୋତ୍ପଳା ନଦୀ କୂଳରେ ଅବସ୍ଥିତ । ଏଠାରେ ଶ୍ରୀ ଭଗବତୀଙ୍କ ମନ୍ଦିର ଅଛି । 


5.ଉତ୍ତରକୋଶଳା କେଉଁ ଅଞ୍ଚଳକୁ କୁହାଯାଉଥିଲା ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – କବିବର ରାଧାନାଥ ରାୟ

ପ୍ରାଚୀନ କାଳରେ ମହାନଦୀର ଉତ୍ତରାଂଶ ଉତ୍ତର କୋଶଳା ନାମରେ ଅଭିହିତ ଥିଲା । 


6.କବି ଭଦ୍ରକର ବର୍ଣ୍ଣନା କିପରି କରିଛନ୍ତି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – କବିବର ରାଧାନାଥ ରାୟ

ଭଦ୍ରକ କାଳିନ୍ଦୀ ରୂପିଣୀ ସାଳନ୍ଦୀ କୂଳରେ ଅବସ୍ଥିତ ।


7.ସୋରର ଚିତ୍ର କିପରି ଦିଆଯାଇଛି ? 

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି . କବିବର ରାଧାନାଥ ରାୟ


ସୋରର ପଶ୍ଚିମରେ ପର୍ବତ ଏବଂ ପୂର୍ବରେ ପାରାବାର ବା ସମୁଦ୍ର ଅବସ୍ଥିତ । ମର୍କକ ମୁକୁଟ ପରି ନୀଳଗିରି ପର୍ବତ ଅବସ୍ଥିତ ।


୮.ଉତ୍କଳ ସାମ୍ରାଜ୍ୟ କାହାକୁ ପ୍ରଦାନ କରିବାକୁ କିଏ ଇଚ୍ଛା କରିଥିଲେ ? 

ଉ. କାବ୍ୟ – ନନ୍ଦିକେଶ୍ବରୀ 3.68

କବି କବିବର ରାଧାନାଥ ରାୟ

ଉତ୍କଳ ସାମ୍ରାଜ୍ୟ ଚୋଡ଼ଗଙ୍ଗକୁ ଗଙ୍ଗାଙ୍କ କାବ୍ୟରେ ଚନ୍ଦ୍ରଚୂଡ଼ ପ୍ରଦାନ କରିବାକୁ ଇଚ୍ଛା କରିଥିଲେ ।


 ୯. ସୁବର୍ଣ୍ଣକେଶରୀ କାହିଁକି ଗଡ଼ଦ୍ୱାର ରୁଦ୍ଧ କରିଥିଲେ ?

ଉ. କାବ୍ୟ – ନନ୍ଦିକେଶ୍ବରୀ

କବି – କବିବର ରାଧାନାଥ ରାୟ

ସୁବର୍ଣ୍ଣ କେଶରୀ ଯୁଦ୍ଧ ପରେ ଯୁଦ୍ଧ ହାରିବାରୁ ଅବଶେଷରେ ଗଡ଼ଦ୍ଵାର ରୁଦ୍ଧ କରିଥିଲେ ।


୧୦. ଚଣ୍ଡିକା ସୁବର୍ଣ୍ଣକେଶରୀଙ୍କୁ ସ୍ଵପ୍ନରେ କ’ଣ ଆଜ୍ଞା ଦେଲେ ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି କବିବର ରାଧାନାଥ ରାୟ

ଚଣ୍ଡିକା ସୁବର୍ଣ୍ଣକେଶରୀଙ୍କୁ ସ୍ଵପ୍ନରେ ଆଜ୍ଞା ଦେଇଥିଲେ ଯେ, ତୋର ଶତ୍ରୁ ଦେବ ବଳରେ ବଳୀୟାର। ସମ୍ମୁଖ ସମରରେ ଦୁଃସାଧ୍ୟ । ଦେବୀ ଚନ୍ଦ୍ରଚୂଡ଼ ଗଙ୍ଗା ତାଙ୍କର ସହାୟକ ।


୧୧. ସୁବର୍ଷକେଶରୀଙ୍କୁ ଚୈତ୍ରମଣି ପ୍ରଦାନ କରି ଚଣ୍ଡିକା କ’ଣ କହିଥିଲେ ?

ଉ. କବି – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ସୁବର୍ଣ୍ଣକେଶରୀଙ୍କୁ କୈତ୍ରମଣି ପ୍ରଦାନ କରି କହିଥିଲେ ଯେ, ଏହି ଚୈତ୍ରମଣି ଶତ୍ରୁ ଦର୍ପହାରୀ । ଏହାକୁ ଶିରୋମଣି ରୂପେ ପିନ୍ଧିବାକୁ ଆଦେଶ କରିଥିଲେ। ଯେତେଦିଏ ଯାଏ ଏହି ମଣି ଶିରରେ ଥୁବ ଶତ୍ରୁ କିଛି କରିପାରିବ ନାହିଁ । 


୧୨. ବାସୁଦେବ କିଏ ? ସେ କାହିଁକି ଚୋଳଗଙ୍ଗଙ୍କର ମନ୍ତ୍ରୀତ୍ଵ ସ୍ଵୀକାର କରିଥିଲେ ?

ଉ. କାବ୍ୟ – ନନ୍ଦିକେଶ୍ଵର

କବି ରାଧାନାଥ ରାୟ

ବସୁଦେବ ଜଣେ ଉତ୍କଳୀୟ ବ୍ରାହ୍ମଣ । ସେ ସୁବର୍ଣ୍ଣକେଶରୀଙ୍କ ମନ୍ତ୍ରୀ ଥିଲେ । ବିବାଦ ହେବାରୁ ସେ ଚୋରଗଙ୍ଗଙ୍କର ମନ୍ତ୍ରୀ ହୋଇଥିଲେ । ଚୋରଗଙ୍ଗଙ୍କୁ ଉତ୍କଳ ସିଂହାସନରେ ବସାଇବାକୁ ପଣ କରିଥିଲେ।


୧୩. କୁଆଁତାରା କିପରି ଶୋଭା ପାଉଛି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

କାଠଯୋଡ଼ି ଶୁଭ୍ର ବାଲୁକାରେ ସକାଳ ପାହିଲା । ଆକାଶରେ କୁଆଁତାରା ଦେଖାଦେଲେ । ତାହା ପ୍ରାଚୀ ଗଗନରେ ରାମାନନ୍ଦୀ ଚିତା ପରି ଶୋଭା ପାଉଥିଲା ।


୧୪. କୁମ୍ଭାଟୁଆର ବର୍ଣନା କିପରି ଦିଆଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି - ରାଧାନାଥ ରାୟ

ସକାଳ ପାହିଲା, ପ୍ରଭାତରୁ କୁମ୍ଭାଟୁଆ ପ୍ରଭାତ ଡଗର ଭାବରେ କାର୍ଯ୍ୟ ଆରମ୍ଭ କଲା । ନାଗରା ବଜାଇଲା ।


 ୧୫. କେଉଁମାନେ ମିଶି ତୌର୍ଯ୍ୟତ୍ରିକ ସଂପାଦନ କଲେ ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ସକାଳ ପାହିବାରୁ କୁମ୍ଭାଟୁଆ, କୁକ୍‌କୁଟ, ପେଚା ପ୍ରଭୃତି ପକ୍ଷୀମାନେ ନୃତ୍ୟ-ଗୀତ-ବାଦ୍ୟ ଆରମ୍ଭ କଲେ ।


 ୧୬. ନିର୍ଜନ କନ୍ଦରରୁ ପ୍ରବାହିତ ଜଳଧାରାକୁ କବି କିପରି ବର୍ଣ୍ଣନା କରିଛନ୍ତି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ନିର୍ଜନ କନ୍ଦରରୁ ପ୍ରବାହିତ ଜଳଧାରା କୃପାଝର ପରି ଝରୁଥିଲା । କାଚଧାର ପରି ତାହା ସ୍ଵଚ୍ଛ ଜଳଧାର ।


 ୧୭. ହ୍ରଦ ମଧ୍ୟରେ କ’ଣ ଶୋଭା ପାଉଥିଲା ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ହ୍ରଦ ମଧ୍ୟରେ କୁହୁକ ପରି ଛାୟାବାଜି ସୃଷ୍ଟି ହେଉଥିଲା । ବନଦେବୀଙ୍କର ବିଳାସ ଦର୍ପଣ ପରି ମନେ ହେଉଥିଲା । 


୧୮. କବି ମହାନଦୀକୁ କିପରି ବର୍ଣନା କରିଛନ୍ତି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ମହାନଦୀ ହେଉଛନ୍ତି ଉତ୍କଳ ଭୁବନରେ ଗଙ୍ଗା ସଦୃଶ । ମହାନଦୀର ଲୀଳା ପାଇଁ ସମୁଦ୍ର ପୂର୍ବ ଦିଗ ଛାଡ଼ି ଦେଇଛନ୍ତି ।


୧୯. ବିରଜା ଦେବୀଙ୍କର କିପରି ବର୍ଣନା ହୋଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ବିରଜା ଦେବୀ ଯଜ୍ଞରୁ ସମ୍ଭୂତ ବୋଲି କିମ୍ବଦନ୍ତୀ ଅଛି । ବିରଜା ସୁନ୍ଦରୀ ଯାଜପୁରର ଅଧୃଷ୍ଠାତ୍ରୀ ଦେବୀ । 


୨୦. ବୈତରଣୀର ବର୍ଣ୍ଣନା କିପରି ପ୍ରଦାନ କରାଯାଇଛି ?

ଉ. କାବ୍ଯ

ନନ୍ଦିକେଶ୍ବରୀ

କବି – ରାଧାନାଥ ରାୟ

କେନ୍ଦୁଝର ଅନ୍ତର୍ଗତ ଭୁୟାଁ ପିଢ଼ରେ ଗୋନାସିକା ପର୍ବତ ଅବସ୍ଥିତ । ଏହି ପର୍ବତରୁ ବୈତରଣୀ ଜାତ ହୋଇଅଛି । ବରାହ ନାଥଙ୍କ ସ୍ନାନରେ ଯାହାର ନୀର ପବିତ୍ର ।


୨୧. ବ୍ରାହ୍ମଣୀ ନଦୀର କି ବର୍ଣ୍ଣନା ଦିଆଯାଇଛି ?

ଉ. କାବ୍ଯ

ନନ୍ଦିକେଶ୍ବରୀ

କବି – ରାଧାନାଥ ରାୟ

ବ୍ରାହ୍ମଣୀ ବ୍ରହ୍ମାଣ୍ଡ ପାବନୀ ନଦୀ । ଯାହାର କୃପାରେ ଉତ୍କଳ ଭୂମି ଶସ୍ୟ ଶ୍ୟାମଳା ।


୨୨. “ ରଚିବେ ଯା’ତୀରେ ରୁଚିର ନବର ଦୂର ଭବିଷ୍ୟତେ ତୋର ବଂଶଧର ।” ଏହାର ଭାବାର୍ଥ ଲେଖ ।

ଉ. କାବ୍ୟ – ନନ୍ଦିକେଶ୍ବରୀ

କବି – ରାଧୀନାଥ ରାୟ

ଚୋରଗଙ୍ଗଙ୍କ ଭବିଷ୍ୟତ ବଂଶଧର ବାମଣ୍ଡା ରାଜ୍ୟର ପୂର୍ବତନ ରାଜଧାନୀ ଦେବଗଡ଼ । ଚୋରଗଙ୍ଗ ବାମଣ୍ଡା ରାଜବଂଶର ପ୍ରଥମ ପୁରୁଷ ବୋଲି କବି ବର୍ଣ୍ଣନା କରିଛନ୍ତି ।


୨୩. କେଉଁ ନଦୀ ଉତ୍କଳରେ ପୂଜା ପାଉଛନ୍ତି ?

ଉ. କାବ୍ୟ - ନନ୍ଦିକେଶ୍ବରୀ

କବି – ରାଧାନାଥ ରାୟ

ବ୍ରାହ୍ମୀ, ବୈତରଣୀ, ସୁବର୍ଣ୍ଣତଟିନୀ, ବଳାଙ୍ଗୀ, ଚିତ୍ରୋତ୍ପଳା, ମହାନଦୀ, ଉତ୍କଳରେ ପୂଜା ପାଉଛନ୍ତି |


୨୪. ଦେବୀଙ୍କ ଆବିର୍ଭାବରେ କେଉଁ ନବ ତୀର୍ଥ କାହା ନାମାନୁସାରେ ପ୍ରତିଷ୍ଠିତ ହେଲା ?

ଉ. କାବ୍ୟ - ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ପ୍ରଧାନପାଟ ପ୍ରପାତରେ ଜଳରାଶି ପବିତ୍ର । ବ୍ରାହ୍ମୀ ସହିତ ମିଶିଛି । ଚାରି ସଖୀ ସହ ମହାନଦୀରେ ମିଶିଛି । ନବତୀର୍ଥ ଗଙ୍ଗାଙ୍କ ନାମାନୁସାରେ ପ୍ରତିଷ୍ଠିତ ।


୨୫. ନଦୀକୂଳ ବନ୍ଧୁ କିଏ ଓ ସେ କାହିଁକି ପ୍ରତ୍ୟୁତ୍ତର ଦେଲା ?

ଉ. କାବ୍ଯ ନନ୍ଦିକେଶ୍ବରୀ

କବି – ରାଧାନାଥ, ରାୟ

ନଦୀକୂଳ ବନ୍ଧୁ ହେଉଛି ଯାମଘୋଷୀ ପକ୍ଷୀ, ସ୍ଵଜାତିର ସ୍ଵର ଶୁଣି ସେ ପ୍ରତି ଉତ୍ତର ଦେଲା ।


୨୬. କିଏ ଫଗୁ ଖେଳ ଖେଳୁଛି ଓ କିପରି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ବାରୁଣୀ ଗଗନ କହିଲେ ପଶ୍ଚିମ ଆକାଶକୁ ବୁଝାଯାଏ । ପଶ୍ଚିମ ଆକାଶ ସ୍ପର୍ଶ ବସ୍ତ୍ର ପିନ୍ଧି ଦେବନାରୀ ପରି ଦେଖାଯାଉଛି | ସଖୀ ସଙ୍ଗେ ଫଗୁଖେଳ ଖେଳିଲା ପରି ପ୍ରତୀୟମାନ ହେଉଛି ।


୨୭. ନୀଳ ପ୍ରାଚୀର ପରି କ’ଣ ଶୋଭା ପାଉଛି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ସାରଙ୍ଗ ଗଡ଼ରୁ ଆଠଗଡ଼ ଯାଏ ଶୈଳ ଶୋଭାପାଉଛି । ତାହା ନୀଳ ପ୍ରାଚୀର ପରି ଦେଖାଯାଉଛି । ଠାବେ ଠାବେ ତୁଙ୍ଗ ନୀଳ ଶୃଙ୍ଗମାଳା ଚନ୍ଦ୍ରଶାଳାପରି ଦେଖାଯାଉଛି ।


୨୮. ସପ୍ତଶଯ୍ୟାର ବର୍ଣ୍ଣନା କିପରି ହୋଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵର

କବି – ରାଧାନାଥ ରାୟ

ସପ୍ତଶଯ୍ୟା ଉଚ୍ଚତାରେ ଅନ୍ୟ ସମସ୍ତ ଶୈଳକୁ ଟପିଯାଇଛି । ସେଥିପାଇଁ କବି ଅନ୍ୟ ଶୈଳମାନେ ଲଜ୍ଜିତ ହେଉଛନ୍ତି ବୋଲି କହିଛନ୍ତି ।


୨୯. ନରାଜ କାହିଁକି ପ୍ରସିଦ୍ଧ ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

ରାଧାନାଥ ରାୟ

କବି – ରାଧ

ନରାଜ ବୌଦ୍ଧ କୀର୍ତ୍ତିରାଜିରେ ମଣ୍ଡିତ ହୋଇଥିବାରୁ ପ୍ରସିଦ୍ଧ ଅର୍ଜନ କରିଛି । 


30. ସର୍ପେଶ୍ବର ପର୍ବତ କେଉଁଠି ଅଛି ? ସେଠାରେ କେଉଁ ନଦୀ ପ୍ରବାହିତ ? 

ଉ. କାବ୍ୟ – ନନ୍ଦିକେଶ୍ୱରୀ-

କବି -ରାଧାନାଥ ରାୟ

ସର୍ପେଶ୍ଵର ପର୍ବତ ନରାଜଠାରେ ଅବସ୍ଥିତ । ତାହାର ଉତ୍ତରରେ ଶୈଳ ସର୍ପେଶ୍ଵର ଅବସ୍ଥିତ । ସେଠାରେ ସର୍ପେଶ୍ଵରୀ ନଦୀ ପ୍ରବାହିତ ।


୩୧. ରଥାଙ୍ଗୀ ବିଷୟରେ କ’ଣ କୁହାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ବର

କବି – ରାଧାନାଥ ରାୟ

ରଥାଙ୍ଗୀ କହିଲେ ଚକ୍ରବାକୀ । ସେ କାଠଯୋଡ଼ି ନୀରରେ ଭାସୁଅଛି । ଥରେ କାନ୍ତ ଚକ୍ରବାକ ଓ ଆଉଥରେ ସୂର୍ଯ୍ୟଙ୍କୁ ଅନାଇ ଭାସୁଛି ।


୩୨. ଗଡ଼ବାସୀ ଜନେ କାହିଁକି ଉଲ୍ଲାସରେ ଗଡୁଛନ୍ତି ?

ଉ. କାବ୍ଯ - ନନ୍ଦିକେଶ୍ବରୀ

କବି - ରାଧାନାଥ ରାୟ

ଗଡ଼ବାସୀ ଜନେ ଉଲ୍ଲାସ ହେବାର କାରଣ ହେଲା – ନିଶା ଶେଷରେ ଶତ୍ରୁ ସଦଳେ ସ୍ଵଦେଶ ବାହୁଡ଼ି ଯିବେ ।


୩୩. ଚଣ୍ଡିକାଙ୍କ ଗୃହରେ କିପରି ମହୋତ୍ସବ ଲାଗି ରହିଥିଲା ଓ କାହିଁକି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଚଣ୍ଡିକାଙ୍କ ଗୃହରେ ପଟହ, କାହାଳୀ, ତୁରୀ, ଭେରୀ ବାଜୁଥିଲା । ଚଣ୍ଡିକାଙ୍କ ମହୋତ୍ସବ ଚାଲିଥିଲା । କାରଣ ଶତ୍ରୁ ସୈନ୍ୟ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବେ ।


୩୪. କିଏ କାହିଁକି ମୁଖ ମଳିନ କରିଛି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ଚଣ୍ଡିକାଙ୍କ ଗୃହରେ ଉତ୍ସବ ଚାଲିଥିଲେ ମଧ୍ୟ ଶତ୍ରୁ ସୈନ୍ୟ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥ‌ିବାରୁ ନନ୍ଦିକାର ମନ ମଳିନ ପଡ଼ିଯାଇଥିଲା । କାରଣ ଶତ୍ରୁ ଚୋରଗଙ୍ଗ ପ୍ରତି ତାଙ୍କ ପ୍ରେମ । 


୩୫. ବୃଥା ସେ କୃତ୍ରିମ ଉଲ୍ଲାସେ ପ୍ରୟାସ

ଫୁଟି ବାହାରୁଛି ରୁଦ୍ଧ ଦୀର୍ଘଶ୍ଵାସ – କାହା ବିଷୟରେ କାହିଁକି କୁହାଯାଇଛି ?

ଉ. କାବ୍ଯ ନନ୍ଦିକେଶ୍ଵରୀ ତାଙ୍କ

କବି - ରାଧାନାଥ ରାୟ

ନନ୍ଦିକା ଯୁବତୀ ଓ ରୂପବତୀ । ଚୋରଗଙ୍ଗଙ୍କ ପରି ତା’ର ପ୍ରେମ ଜାତ ହୋଇଛି । ସେଥ‌ିପାଇଁ ତା’ ମନରେ ହରସ ନାହିଁ । କାରଣ ସେ ପିତାଙ୍କର ଶତ୍ରୁ । ସେଥ‌ିପାଇଁ ସେ ଉଲ୍ଲାସ କରିପାରୁ ନାହିଁ । କେବଳ ରୁଦ୍ଧ ଦୀର୍ଘଶ୍ଵାସ ଛାଡୁଛି । 


୩୬. ସମାଧ୍ - ତତ୍ପରା ବୋଲି କାହାକୁ କୁହାଯାଇଛି ଓ କାହିଁକି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କାବ୍ୟ – ରାଧାନାଥ ରାୟ

ଅର୍ଘ୍ୟରାତ୍ରି ହେତୁ ବସୁନ୍ଧରା ମୌନାବତୀ । ସମାଧ୍ୱସ୍ଥ ହେଲାପରି ନିର୍ଜନ ରାତ୍ରି ହେତୁ ଏପରି କୁହାଯାଇଛି ।


 ୩୭. ଶିଖଣ୍ଡି ବାହନ କିଏ, ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଶିଖଣ୍ଡିବାହନ ହେଉଛନ୍ତି କାର୍ତ୍ତିକେୟ । ଚୋରଗଙ୍ଗ ଯେତେବେଳେ ଯୁଦ୍ଧ କରୁଥିଲେ ତାଙ୍କର ବୀରତ୍ଵ ଓ ସୌନ୍ଦର୍ଯ୍ୟ କାର୍ତ୍ତିକେୟଙ୍କ ଠାରୁ ମଧ୍ୟ ଅଧୁକ ଜଣାଯାଉଥିଲା । 


୩୮. ଅସି ଲତାବନରେ କିଏ କାହାକୁ ନେଇ ପକାଇଛି ?

ଉ. କାବ୍ୟ – ନନ୍ଦିକେଶରୀ

କବି — ରାଧାନାଥ ରାୟ

ନନ୍ଦିକା ଚୋରଗଙ୍ଗଙ୍କ ପ୍ରେମରେ ନିପତିତ । ସେ ଚୋରଗଙ୍ଗଙ୍କ ଯୁଦ୍ଧ ଓ ଅସି-ଲତା ବନରେ ପଡ଼ିଥିବାରୁ ନନ୍ଦିକାର ମନରେ ଦୟା ଭାବ ଆସିଛି ।


୩୯. କିଏ ଦେଖୁଛନ୍ତି ଫେଡ଼ି ଭବିତବ୍ୟ

ହେବ କାଳେ ଶତ୍ରୁ – ଶରର ଶରବ୍ୟ -ଏ କଥା କିଏ କାହା ଉଦ୍ଦେଶ୍ୟରେ କହିଛି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ଭବିତବ୍ୟ କେହି ଦେଖୁନାହିଁ । ଯୁଦ୍ଧରେ କିଏ ମରିବ ଓ କିଏ ହାରିବ ସେ କଥା ଭବିତବ୍ୟ ଜାଣେ । ଏହା ନନ୍ଦିର ଚୋରଗଙ୍ଗଙ୍କ ଉଦ୍ଦେଶ୍ୟରେ କ୍‌ହିଛି |


୪୦. ଜାହ୍ନବୀଙ୍କର ହୃଦୟ ବଜ୍ରପରି ବୋଲି କାହିଁକି କୁହାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଜାହ୍ନବୀଙ୍କର ହୃଦୟ ବଜ୍ରପରି ବୋଲି କୁହାଯାଇଚି | ଏହା ନନ୍ଦିକା ବୁଝିଛି । 


୪୧. ଦେବକୂଟ ସିନା ଦେବତାଙ୍କୁ ଜଣା

ମନୁଷ୍ୟ ତ ତାହିଁ ସବୁବେଳେ ବଣା – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ବରୀ

କବି ରାଧାନାଥ ରାୟ

ଦେବକୂଟ ଦେବତାଙ୍କୁ ଜଣା ! ମନୁଷ୍ୟ ଦେବକୂଟ ଆଗରେ ତୁଚ୍ଛ । ଏହା ଚୋରଗଙ୍ଗଙ୍କୁ ପ୍ରସଙ୍ଗରେ ନନ୍ଦିକାର ଭାବନାକୁ କୁହାଯାଇଛି ।


୪୨. ନନ୍ଦିକାର ମନ କିପରି ବିଚଳିତ ହୋଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ନନ୍ଦିକାର ମନ ଚୋରଗଙ୍ଗଙ୍କ ପାଇଁ ବିଚଳିତ । ମନ ଓ ହୃଦୟ ବ୍ୟାକୁଳ ହୋଇ ଉଠିଛି ।


 ୪୩. କାହାର ହୃଦୟ ବିପଣିକୁ କିଏ ଲୁଣ୍ଠନ କଲା ଓ କିପରି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ନନ୍ଦିକାର ହୃଦୟ ବିପଣିକୁ ଚୋରଗଙ୍ଗଙ୍କ ବୀରତ୍ବ ଓ ସୌନ୍ଦର୍ଯ୍ୟ ଲୁଣ୍ଠନ କରିଛି । ଶତ୍ରୁ ହେଲେ ବି ନନ୍ଦିକା ଚୋରଗଙ୍ଗଙ୍କ ପ୍ରେମରେ ଆବଦ୍ଧ ହୋଇଛନ୍ତି ।


୪୪. ଗଲା ହୃଦୟ ନ ଆସିବ ବାହୁଡ଼ି

ପକ୍ଷ ଥିଲେ ଦେହ ଯାଇଥାନ୍ତା ଉଡ଼ି – କିଏ କେଉଁ ପ୍ରସଙ୍ଗରେ କହିଛି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ନନ୍ଦିକା ଚୋରଗଙ୍ଗଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ହୃଦୟ ଆଉ ବାହୁଡ଼ିବାର ନାହିଁ । କେବଳ ହୃଦୟ ନୁହେଁ ଦେହରେ ପକ୍ଷ ଥିଲେ ସେ ମଧ୍ୟ ଉଡ଼ିଯାଇଥାନ୍ତା ।


୪୫. ବାସୁଦେବ କାହିଁକି ଦେଶାନ୍ତରୀ ହେଲେ ?

ଉ. କାବ୍ୟ – ନନ୍ଦିକେଶ୍ବରୀ

କବି - ରାଧାନାଥ ରାୟ

ନନ୍ଦିକା ପାଇଁ ବାସୁଦେବ ଦେଶାନ୍ତରୀ ହୋଇଥିଲେ । ନନ୍ଦିକା ସହିତ ଚୋରଗଙ୍ଗର ବିବାହ ପ୍ରସ୍ତାବ ସେ ରଖୁଥିଲେ ।


 ୪୬. କିଏ କାହାର ପୁତ୍ରାଭାବ ପୂରଣ କରିଥାନ୍ତା ବୋଲି ନନ୍ଦିକା ଭାବିଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଚୋରଗଙ୍ଗ ସୁବର୍ଷ କେଶରୀଙ୍କର ପୁତ୍ରଭାବ ପୂରଣ କରିଥାନ୍ତେ ବୋଲି ନନ୍ଦିକା ଭାବିଛି ।


୪୭, ସୁଭଦ୍ରା ପ୍ରସଙ୍ଗରେ କ’ଣ କୁହାଯାଇଛି ?

ଉ. କାବ୍ଯ - ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ପ୍ରେମ ପ୍ରସଙ୍ଗରେ ସୁଭଦ୍ରା ପ୍ରସଙ୍ଗ କୁହାଯାଇଥାଏ ।


୪୮. କ’ଣ କରି ପ୍ରେମିକା କୁଳରେ ଶ୍ରେଷ୍ଠ ହେବ ବୋଲି ନନ୍ଦିକା ଭାବିଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ପ୍ରେମ ବଳରେ ଚୋରଗଙ୍ଗଙ୍କୁ ସ୍ଵାମୀ ପଦରେ ବରଣ କରି ପ୍ରେମିକା କୁଳର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବ ବୋଲି ନନ୍ଦିକା ଭାବିଛି ।


୪୯. ନନ୍ଦିକା କିପରି ସୁଡ଼ଙ୍ଗ ଦ୍ଵାର ଉନ୍ମୋଚନ କଲା ?

ଉ. କାବ୍ଯ - ନନ୍ଦିକେଶ୍ବରୀ

କବି – ରାଧାନାଥ

ନନ୍ଦିକା କଞ୍ଝାଦ୍ବାରା ସୁଡ଼ଙ୍ଗ ଦ୍ଵାର ଉନ୍ମୋଚନ କଲା ।


୫୦. ଜହ୍ନ ରାତିରେ ଚକୋର – ଚକୋରୀଙ୍କ ବର୍ଣ୍ଣନା କବି କିପରି କରିଛନ୍ତି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଜହ୍ନରାତିରେ ଚକୋର-ଚକୋରୀ ଗଛ ଡାଳରେ ବସି ଜ୍ୟୋତ୍ସ୍ନା ପ୍ରେମାମୃତ ପାନ କରି ସଙ୍ଗୀତ ଲହରୀ ଢାଳୁଥିଲେ । 


୫୧. ଭାଗ୍ୟଚକ୍ର କାହାର ବଚସ୍କର ଓ କିପରି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ମାତାଙ୍କର ମାୟା ଦେବଙ୍କୁ ଅଗୋଚର । ଭାଗ୍ୟଚକ୍ର ତାଙ୍କର ବଚସ୍କର ।


 ୫୨. ସର୍ବବାମା ଶିରୋଭୂଷା କିଏ ଓ ତା’ର ଶୋଭା କାହାକୁ ନିନ୍ଦା କରୁଛି ?

ଉ. କାବ୍ୟ – ନନ୍ଦିକେଶ୍ବରୀ

କବି ରାଧାନାଥ ରାୟ

ସର୍ବବାମା ଶିରୋଭୂଷା ହେଉଛି ନନ୍ଦିକା । ତା’ର ଶୋଭା ଉତ୍ତମା ସ୍ତ୍ରୀମାନଙ୍କୁ ନିନ୍ଦା କରୁଛି ।


 ୫୩. ନନ୍ଦିକାର ଭ୍ର-ସଂଚାଳନକୁ କିପରି ବର୍ଣନା କରାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ନନ୍ଦିକାର ଭୂ-ସଂଚାଳନ ବିଳାସର ଖଣି । କନ୍ଦର୍ପ ରୂପକ ଗୁଣିଆ ସର୍ପ ଖେଳାଉଛି କି ? 


୫୪, ନନ୍ଦିକାର କଟିଶୋଭାକୁ କିପରି ବର୍ଣ୍ଣନା କରାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ନନ୍ଦିକାର କଟିଶୋଭା ସାକ୍ଷାତ ଅନଙ୍ଗ ସଦୃଶ । ଧୂର୍ଜଟି ଯେପରି ନୃତ୍ୟ କରୁଛନ୍ତି ।



୫୫, ନନ୍ଦିକାର ନୀଳ କେଶପାଶର ଶୋଭା କିପରି ବର୍ଣ୍ଣନା କରାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ନନ୍ଦିକାର ନୀଳ କେଶପାଶ ପୃଷ୍ଠଦେଶରେ ଦୋଳଇ । ତାହା ଶଶି ଦେହରୁ ରାହୁ ସୁଧ ଗ୍ରାସ ପାଇଁ ଦୌଡ଼ିଲା ପରି ପ୍ରତୀୟମାନ ହୋଇଛି ।


୫୬. ଦିବ୍ୟ ନାରୀଟି ଦେବୀ କି ମାନବୀ, ଚୋଡ଼ଗଙ୍ଗ ଦେବ କିପରି ଜାଣିଲେ ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଦିବ୍ୟନାରୀଟି ଦେବୀ କି ମାନବୀ ଚୋଡ଼ଗଙ୍ଗଦେବ ତା’ର ଛାୟାରୁ ଜାଣିପାରିଲେ । 


୫୭, ଅନିଳେ କଦାପି ଟଳେ କି ଅଚଳ ? – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଅନିଳେ କଦାପି ଟଳେ କି ଅଚଳ ? ପ୍ରସଙ୍ଗଟି ଚୋରଗଙ୍ଗଙ୍କ ଶିବିରରେ ନନ୍ଦିକା ପ୍ରବେଶ କରି ପ୍ରେମ ଭିକ୍ଷା କରିବା ସମୟରେ କୁହାଯାଇଛି ।


୫୮. ଚୋରଗଙ୍ଗଙ୍କର ହୃଦୟ କାହିଁକି ଆଲୋଡ଼ିତ ହେଲା ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି - ରାଧାନାଥ ରାୟ

ଚୋରଗଙ୍ଗଙ୍କର ହୃଦୟ ଘୃଣା, ଦୁଃଖ, ବିସ୍ମୟରେ ଆଲୋଡ଼ିତ ହେଲା ।


 ୫୯. ଯଯାତିଙ୍କ ଯଶୋରାଶି କେଉଁଠି ଠୁଳ ହୋଇଛି ଓ କିପରି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ଯଯାତିଙ୍କ ଯଶୋରାଶି ମର୍କତ ମଣି ସଦୃଶ । ସେ କୁଳ କେତନ ସଦୃଶ ।


୬୦. ଯଯାତିଙ୍କ କୁଳରେ ନନ୍ଦିକାର ଜନ୍ମକୁ ଚୋଡ଼ଗଙ୍ଗ କିପରି ତୁଳନା କରିଛନ୍ତି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି ରାଧାନାଥ ରାୟ

ଯଯାତିଙ୍କ କୁଳରେ ନନ୍ଦିକାର ଜନ୍ମକୁ ଚୋଡ଼ଗଙ୍ଗ ଦେବବାଣୀ ସହିତ ଅପଭାଷା ମିଶିଲା ପରି ଏବଂ ଭାଗୀରଥ ସହିତ କର୍ମନାଶୀ ନଦୀ ମିଶିଲା ପରି ତୁଳନା କରିଛନ୍ତି ।


୬୧. ନନ୍ଦିକା କେଉଁ ତିନି ମହାପାପ କରିଥିଲେ ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି ରାଧାନାଥ ରାୟ

ନନ୍ଦିକା ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ ତିନି ମହାପାପ କରିଥିଲେ 


୬୨. ନନ୍ଦିକାକୁ ତା’ର ଆତ୍ମକୃତ ପାପ କିପରି ପ୍ରତ୍ୟୟ ହେଲା ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ନନ୍ଦିକାକୁ ତା’ର ଆତ୍ମକୃତ ପାପ ପାଇଁ ବିବେକ ଦଂଶନ କଲା ଓ ଅନୁତାପ ଆସିଲା ।


୬୩. ନନ୍ଦିକା କାହାକୁ ଆଶ୍ରୟ ମାଗୁଥୁଲା ?

 ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଦ୍ଵିତୀୟ ଏକକ – ନନ୍ଦିକେଶ୍ଵରୀ

ନନ୍ଦିକା ନତମୁଖରେ ପୃଥ‌ିବୀକୁ ତା’ ଗର୍ଭରେ ସ୍ଥାନ ଦେବା ପାଇଁ ନୀରବରେ ମାଗୁଥିଲା । 


୬୪, ନନ୍ଦିକା ତାଙ୍କ ପିତାଙ୍କୁ ଚିଠିରେ କ’ଣ ଲେଖୁଥିଲା ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ନନ୍ଦିକା ଚିଠିରେ ତାଙ୍କ ପିତାଙ୍କୁ ପାପ ଭାର ମୁଣ୍ଡରେ ଘେନି ମୃତ୍ୟୁବରଣ କରୁଛି ବୋଲି ଲେଖୁଥିଲେ । 


୬୫. ସୁବର୍ଷକେଶରୀ ଚୋରଗଙ୍ଗଙ୍କୁ କ’ଣ ସମର୍ପଣ କରି କେଉଁଠିକୁ ଗଲେ ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ସୁବର୍ଣ୍ଣ କେଶରୀ ଚୋରଗଙ୍ଗଙ୍କୁ ଜୈତ୍ରମଣି ସହିତ ସିଂହାସନ ସମର୍ପଣ କରି ମହାନଦୀ ତୀରକୁ ବନବାସୀ ହୋଇଥିଲେ । 



Nandikeshwari 3 Mark Question Answer

ଘ. ୩ ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନବଳୀ। (୩୦ଟି ଶବ୍ଦ ମଧ୍ୟରେ)
ଲେଖା ଓ ଲେଖକଙ୍କ ପାଇଁ – ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।


୧. କାଠଯୋଡ଼ି ତୀରରେ ଚୋରଗଙ୍ଗ ଦେବଙ୍କ ସମର ସଜ୍ଜାର ଚିତ୍ର ପ୍ରଦାନ କର । 

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି - ରାଧାନାଥ ରାୟ

କାଠଯୋଡ଼ି ତୀରରେ ଚୋରଗଙ୍ଗ ଶିବିର ସ୍ଥାପନ କରିଥିଲେ । କୋଳାହଳ ଲାଗି ରହିଥିଲା। ଧାଡ଼ି ଧାଡ଼ି ହୋଇ ଶତ୍ରୁ ତମ୍ବୁ ଖଡ଼ି ଶୈଳ ପରି ଦେଖାଯାଉଥିଲା । ପତାକା ଉଡ଼ୁଥିଲା । ସନ୍ଧ୍ୟାକାଳୀନ ସୂର୍ଯ୍ୟଙ୍କ କିରଣରେ ଅସ୍ତ୍ର ଝକଝକ କରୁଥିଲା । ବାଜା ଶବ୍ଦରେ ଅବନୀ କମ୍ପୁଥିଲା । କାଠଯୋଡ଼ି ନଦୀ ଗର୍ଭରୁ ପ୍ରତିଧ୍ଵନି ଉଠୁଥିଲା । ଯୋଦ୍ଧାଦଳ ଲାଖ ବିନ୍ଧୁ ଥିଲେ । ଖଣ୍ଡା ଝଲସି ଉଠୁଥିଲା । ରଙ୍ଗସ୍ଥଳୀରେ ମଲ୍ଲଯୋଦ୍ଧାମାନେ ଅଭ୍ୟାସ କରୁଥିଲେ । ଅଶ୍ଵାରୋହୀ ଅଶ୍ଵ ଚଳାଇ ଚକ୍‌କର କାଟୁଥିଲେ । ହାତୀମାନେ ଅବଗାହନ କରୁଥିଲେ । ଓଟମାନେ ଗଛ ମୂଳରେ ଘାସ ଖାଉଥିଲେ ।


2. ‘ନନ୍ଦିକେଶ୍ଵରୀ’ କାବ୍ୟରେ ଉଷା ବର୍ଣ୍ଣନାର ଚିତ୍ର ବର୍ଣ୍ଣନା କର ।

ଉ. କାବ୍ୟ – ନନ୍ଦିକେଶ୍ଵରୀ
କବି –ରାଧାନାଥ ରାୟ
‘ନନ୍ଦିକେଶ୍ଵରୀ’ କାବ୍ୟରେ ଉଷା ବର୍ଣ୍ଣନା ଚିତ୍ର ମନୋମୁଗ୍ଧକର । ଉଷାର ଅନୁପମ ଚିତ୍ରରେ କାବ୍ୟ ହୃଦୟସ୍ପର୍ଶୀ ହୋଇଛି । କୁଆଁତାରା ଆକାଶରେ ପ୍ରତିଭାତ ହେଲେ । ପକ୍ଷୀମାନେ ରାବିବାକୁ ଲାଗିଲେ ।


୩. ଗଙ୍ଗାଦେବୀ ଚୋରଗଙ୍ଗଦେବଙ୍କୁ କେଉଁ ଉକ୍ତି ପ୍ରଚାର କରିବାକୁ କହିଛନ୍ତି ଓ କାହିଁକି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି - ରାଧନାଥ ରାୟ


ଗଙ୍ଗାଦେବୀ ଚୋରଗଙ୍ଗଦେବଙ୍କୁ ବୈଷ୍ଣବ ଭକ୍ତ ପ୍ରଚାର କରିବାକୁ କହିଛନ୍ତି । କାରଣ ତୁ ଯୋଦ୍ଧା । ଯୁଦ୍ଧରେ ଜୟ କରି ବୈଷ୍ଣବ ଧର୍ମର ଅକ୍ଷୟ କୀର୍ତ୍ତି ପ୍ରଚାର କରିପାରିବୁ ।


୪.ଧର୍ମବୀରର ମହତ୍ଵ ସଂପର୍କରେ କବି କ’ଣ କହିଛନ୍ତି ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ଧର୍ମବୀର ବିନା ଧର୍ମ ସଂସ୍ଥାପନ ହୋଇପାରିବ ନାହିଁ । ଧର୍ମ ଅସ୍ତ୍ରରେ ମନୁଷ୍ୟ ହୃଦୟ ଜିତିବା ଉଚିତ । ଯୁଦ୍ଧ ଶତ୍ରୁ ହୃଦୟରେ ଭୀତି ସଞ୍ଚାର କରେ । କିନ୍ତୁ ଧର୍ମବଳ ଶତ୍ରୁ ହୃଦୟରେ ପ୍ରୀତି ସଞ୍ଚାର କରେ । ଧର୍ମ ଯୁଦ୍ଧରେ ପ୍ରୀତି ଲାଭ ପାଇଁ ନିୟତି ବର ପ୍ରଦାନ କରିଛନ୍ତି ।


୫. ମହାନଦୀର ବର୍ଣ୍ଣନା କବି ଲେଖନୀର କିଭଳି ରୂପ ପାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ମହାନଦୀ ହେଉଛି ଉତ୍କଳ ଭୁବନରେ ଗଙ୍ଗା । ଏହା ତୀର୍ଥେଶ ବା ସାଗର ପୂର୍ବ ଭାଗକୁ ରହିଛନ୍ତି । ମହାନଦୀ ପାଇଁ ଉତ୍କଳ ଶସ୍ୟ ଶ୍ୟାମଳା । ତାଙ୍କ ମହିମା ଅଦ୍ଭୁତ ।


୬. ପ୍ରଧାନପାଟର ଚିତ୍ର କିପରି ବର୍ଣନା କରାଯାଇଛି ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି - ରାଧାନାଥ ରାୟ

ପ୍ରଧାନପାଟ ଏକ ପ୍ରପାତ । ଭୀଷଣ ଗର୍ଜନ ଅନୁକ୍ଷଣ କରେ । ନିରନ୍ତର ରତ୍ନ ସଦୃଶ ଇନ୍ଦ୍ରଧନୁ ଜାତ କରେ । ତା’ର ଜଳ ପବିତ୍ର । ବ୍ରାହ୍ମୀ ସହିତ ସେହି ଜଳଧାର ମିଶିଛି ।


୭. ସୁକାନ୍ତି ତନୁଜାଙ୍କର ଚାରି ସଖୀଙ୍କର ପରିଚୟ ଦିଅ ।

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ସୁକାନ୍ତି ତନୁଜାଙ୍କର ଚାରିସଖୀ ହେଲେ ବ୍ରାହ୍ମୀ, ବୈତରଣୀ, ସୁବର୍ଣ୍ଣ ତଟିନୀ, ବଳାଙ୍ଗୀ।


8. ବିଡ଼ାନାସୀ ଗଡ଼ରେ କିପରି ଉତ୍ସବ ପାଳିତ ହୋଇଥିଲା ?

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି - ରାଧାନାଥ ରାୟ

ବିଡ଼ାନାସୀ ଗଡ଼ରେ ଉତ୍ସବ ଲାଗିରହିଛି । ବିଡ଼ାନାସୀ ଗଡ଼ର ରାଜା ସୁବର୍ଣ୍ଣ କେଶରୀ ବହୁବାର ପରାସ୍ତ ହୋଇ ଦକ୍ଷିଣ ଗଡ଼ଦ୍ଵାର ରୁଦ୍ଧ କରି ଦେଇଥିଲେ ଦେବୀ ଚଣ୍ଡିକାଙ୍କ ନିର୍ଦ୍ଦେଶରେ । ଫଳରେ ଶତ୍ରୁ ପକ୍ଷ ଚୋରଗଙ୍ଗ ଗଡ଼ ଭେଦ କରିପାରି ନ ଥିଲା | ଗଡ଼ ଭେଦ କରି ନ ପାରିବା ଯୋଗୁଁ ଫେରିଯିବାକୁ ବସିଛି । ସେଥ‌ିପାଇଁ ବିଡ଼ାନାସୀ ଗଡ଼ରେ ଉତ୍ସବ। ସମସ୍ତେ ଆନନ୍ଦମୁଖର। ଉଲ୍ଲାସରେ ଗଡ଼ବାସୀ ଗଡ଼ୁଛନ୍ତି । ଦେବାଳୟ ଠାରୁ ଆରମ୍ଭ କରି ଘରେ ଘରେ ଗୀତ ଗାନ ଚାଲିଥିଲା ।


୯. କାବ୍ୟରେ ବର୍ଣ୍ଣିତ ତମିସ୍ରା ରଜନୀର ଚିତ୍ର ପ୍ରଦାନ କର ।

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ଦିନ କାବ୍ୟରେ ବର୍ଣ୍ଣିତ ତମିସ୍ରା ରଜନୀ ଚାରିଆଡ଼େ ଛାଇଯାଇଛି । ଚଉଦିଗ ଅନ୍ଧାର କାଳିମା । ଜଳ, ସ୍ଥଳ, ଆକାଶ ଅନ୍ଧକାରମୟ । ଜଡ଼ପ୍ରାୟ ବିଡ଼ାନାସୀ ଦେଖାଯାଉଛି । ଘରୁ ଦୀପଶିଖା ଲିଭିଯାଇଛି । ସାଇଁ ସାଇଁ ଅନ୍ଧାର ଗଢୁଛି । ସମଗ୍ର ବିଡାନାସୀ ଅନ୍ଧାରରେ ନିପତିତ ।


୧୦, ଚୋରଗଙ୍ଗଙ୍କର ସୌନ୍ଦର୍ଯ୍ୟ କବି କିପରି ବର୍ଣନା କରିଛନ୍ତି ?
-
ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ଚୋରଗଙ୍ଗ ବୀର ଓ ଶୌର୍ଯ୍ୟ । ଚୋରଗଙ୍ଗ ଲତିତ ମୂର୍ତ୍ତି ସଦୃଶ । କନ୍ଦର୍ପ ପରି ଚେହେରା । ଭୁଜରେ କୃପାଣ । ଅଙ୍ଗରେ ବର୍ମ । ଶିରରେ ଶିରସ୍ତ୍ରାଣ ।


୧୧. ମନ୍ତ୍ରୀ ବାସୁଦେବ ରାଜା ସୁବର୍ଷକେଶରୀକୁ କି ମନ୍ତ୍ରଣା ଦେଇଥିଲେ ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ମନ୍ତ୍ରୀ ବସୁଦେବ ରାଜା ସୁବର୍ଣ୍ଣକେଶରୀକୁ ପରାମର୍ଶ ଦେଇଥିଲେ ଯେ, ନନ୍ଦିକାକୁ ଚୋରଗଙ୍ଗ ହସ୍ତରେ ବିବାହ ଦେବାପାଇଁ ।

 ସେଥ‌ିପାଇଁ ସୁବର୍ଣ୍ଣକେଶରୀ ମନ୍ତ୍ରୀ ବାସୁଦେବଙ୍କ ଦେଶାନ୍ତରୀ କରିଥିଲେ ।


୧୨. କିଏ ପ୍ରଭୁ ପଣକୁ ଭାଜନ ନୁହେଁ ?

ଉ. କାବ୍ଯ ନନ୍ଦିକେଶ୍ବରୀ

କବି – ରାଧାନାଥ ରାୟ

ଯିଏ ପରମନକୁ ଚିହ୍ନିବାକୁ ସମର୍ଥ ନୁହେଁ ସେ କେବେ ପ୍ରଭୁପଣକୁ ଭାଜନ ନୁହେଁ । 


୧୩. ପ୍ରେମର ଶକ୍ତି ସଂପର୍କରେ କ’ଣ କୁହାଯାଇଛି ?

ଉ. କାବ୍ଯ - ନନ୍ଦିକେଶ୍ବରୀ

କବି - ରାଧାନାଥ ରାୟ

ପ୍ରେମ ଶାଶ୍ଵତ । ପ୍ରେମ ଚିରନ୍ତନ । ପ୍ରେମର ଜୟ ଅଛି । ପ୍ରେମ ମହାବଳବାନ । ପ୍ରେମ ଅବଳାକୁ ବୀର କରିପାରେ। ପ୍ରେମ ସାହସ ଦିଏ । ପ୍ରେମ ଅବଶକୁ ବଶ କରିପାରେ । ପ୍ରେମ ଯୋଗୁଁ ଭୀରୁ ବୀର ହୁଏ। ପ୍ରେମର ପରାକାଷ୍ଠା ଅସୀମ । 


୧୪. ନନ୍ଦିକାର ଅଭିକାଳୀନ ଜହ୍ନ ରାତିରେ ଶୋଭା ବର୍ଣନା କର ।

 ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ନନ୍ଦିକାର ଅଭିସାରକାଳୀନ ଜହ୍ନରାତି ଶୋଭା ଅବର୍ଣ୍ଣନୀୟ । ଏହା ରୂପାତୀତ । ଜହ୍ନରାତିର ରୂପାଦେହ ଛନ ଛନ । ଧବଳ ଶୋଭାମୟୀ ରାତି । ଶିବଙ୍କ ଜଟାରୁ ଗଙ୍ଗାଜଳ ପରି ଜ୍ୟୋସ୍ନାରେ ପୃଥିବୀ ରଜତମାୟା ସୃଷ୍ଟି କରୁଛି । ପୃଥ‌ିବୀ ଶ୍ଵେତ ଦ୍ଵୀପ ପରି ଦିଶୁଛି । ବାଲି ଜ୍ୟୋସ୍ନା ବୋଳାପରି ପ୍ରତୀୟମାନ । ପର୍ବତ ମାନେ ଚିତ୍ର ପ୍ରତିମା ପରି ଦିଶୁଛନ୍ତି । ଜ୍ୟୋସ୍ଲାମୃତ, ଚକୋର ଚକାରୀ ପାନ କରୁଛନ୍ତି l


୧୫. ବୀର ପକ୍ଷପାତି ସଦା ନାରୀକୁଳ’ – ଏହାର ଭାବ ପ୍ରକାଶ କର ।

ଊ. କାବ୍ୟ – ନନ୍ଦିକେଶ୍ବରୀ

କବି ରାଧାନାଥ ରାୟ

ନାରୀ ସର୍ବଦା ବୀର ପକ୍ଷପାତୀ । ନାରୀ ବୀରତ୍ଵକୁ ପ୍ରଶଂସା କରେ । ତା’ର ପ୍ରେମିକ ବୀରପୁରୁଷ ହେଉ ଏହା ସେ କାମନା କରେ । ପୁରୁଷାକାର ଓ ବୀରତ୍ଵ ପାଖରେ ସେ ନିଜକୁ ବିକି ଦିଏ।


୧୬. ଦୈବୀଶକ୍ତି ଓ ନିୟତିର ନିର୍ଦ୍ଦେଶ ସଂପର୍କରେ କବିଙ୍କର ସମର୍ଥନକୁ ପ୍ରକାଶ କର ।

 ଉ, କାବ୍ୟ – ନନ୍ଦିକେଶ୍ଵରୀ

 କବି - ରାଧାନାଥ ରାୟ


ଦୈବୀଶକ୍ତି ବଡ଼ ବଳୀୟାର । ନିୟତିର ଅଧ୍ଵନରେ ସମସ୍ତେ ପରିଚାଳିତ । ଇଚ୍ଛାମତେ କେହି ପରିଚାଳିତ ନୁହନ୍ତି । ନିୟତିକୁ କବି ସମର୍ଥନ କରିଛନ୍ତି |


୧୭. ତିରସ୍କୃତା ନନ୍ଦିକାର ହତାଶା ଭାବର ଚିତ୍ର ପ୍ରଦାନ କର ।

ଉ. କାବ୍ୟ – ନନ୍ଦିକେଶ୍ୱରୀ

କବି – ରାଧାନାଥ ରାୟ

ନନ୍ଦିକା ପିତା ସୁବର୍ଣ୍ଣକେଶରୀଙ୍କର ଶତ୍ରୁ ଚୋରଗଙ୍ଗଙ୍କ ବୀରତ୍ବ ଓ ସୌନ୍ଦର୍ଯ୍ୟରେ ମୁଗ୍ଧ । ସେ ଚୋରଗଙ୍ଗଙ୍କ ପ୍ରେମରେ ପିତାଙ୍କ ମୃତ୍ୟୁ କବଚ ଜୈତ୍ରମଣି ନେଇ ଶତ୍ରୁ ଶିବିରକୁ ଯାଇଛି । ଚୈତ୍ରମଣି ଦେଇ ପ୍ରେମ ନିବେଦନ କରିଛି । ପ୍ରତି ଉତ୍ତରରେ ଚୋରଗଙ୍ଗ କୁଳପାଂଶୁଳ କହି ତିରସ୍କାର କରିଛନ୍ତି । ଫଳରେ ନନ୍ଦିକା ହତାଶା ହୋଇଯାଇଛି । ବିବେକ ଦଂଶନ କରିଛି । ସେ ଅନୁତାପ କରିଛନ୍ତି । ଆତ୍ମହତ୍ୟା କରିଛନ୍ତି ।


୧୮. ରାଜନନ୍ଦିନୀ – ନନ୍ଦିକାର ପ୍ରାଣହୀନ ଶରୀରର ନିଷ୍ପ୍ରଭ କାନ୍ତିର ଚିତ୍ର ପ୍ରଦାନ କର ।

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ

ରାଜନନ୍ଦିନୀ ନନ୍ଦିକାର ପ୍ରାଣହୀନ ଶରୀର ନିଷ୍ପ୍ରଭ ହୋଇଯାଇଥିଲା । କାନ୍ତି ମଳିନ । ଚାରୁ ନେତ୍ର ନିଦ୍ରାରେ ମୁଦ୍ରିତ | ବାସିଫୁଲ ପରି ମଉଳା ଶରୀର । ଶ୍ମଶାନ ସଦୃଶ ତନୁ । ନିର୍ଜୀବ ଶରୀର ।


୧୯. ରାଜନନ୍ଦିନୀ ନନ୍ଦିକା ଶିବିକାରେ ଥାଇ ପିତାଙ୍କୁ କ’ଣ ଲେଖୁଥଲା ?

ଉ. କାବ୍ୟ – ନନ୍ଦିକେଶ୍ଵରୀ

କବି – ରାଧାନାଥ ରାୟ


ରାଜନନ୍ଦିନୀ ନନ୍ଦିକା କଜଳ ମିଶ୍ରିତ ଅଶ୍ରୁରେ ଚିଠି ଲେଖୁଥଲା । ସେ ଲେଖୁଲା ଶେଷ। ଅନ୍ତିମ ସମୟରେ ମୁଁ ତୁମର ପାଦବନ୍ଦନା କରୁଛି । ମୁଣ୍ଡରେ ପାପ ଭାର ବହନ କରି ଯାଉଛି ଆରପାରିକୁ । ମୁଁ କୁଳକଳଙ୍କିନୀ । ମୋ ସ୍ମୃତି ମୋ ସମାଧ୍ଧରେ ନିହିବ। ମାତାଙ୍କୁ କହିବ ଶୋଚନା କରିବେ ନାହିଁ । ମୋତେ ସ୍ମୃତି ପଟରୁ ପୋଛି ଦେବେ । ମୁଁ ଯାହାଙ୍କୁ ପ୍ରାଣ ପତି କରି ବରଣ କରିଥିଲି ତାଙ୍କୁ ନିଜପୁତ୍ର ପରି ଗ୍ରହଣ କରିବ । ନିର୍ଜନ ସ୍ଥାନରେ ମୋ ପିଣ୍ଡ ସତ୍କାର କରିବ ।


୨୦. ନନ୍ଦିକାର ମୃତ୍ୟୁରେ ବର୍ଣ୍ଣିତ କାରୁଣ୍ୟର ଚିତ୍ର ଅଙ୍କନ କର ।

ଉ. କାବ୍ୟ – ନନ୍ଦିକେଶ୍ଵରୀ 

କବି - ରାଧାନାଥ ରାୟ

ନନ୍ଦିକା ସୁନ୍ଦରୀ ଓ ରୂପବତୀ । ସେ ସୁବର୍ଣ୍ଣକେଶରୀଙ୍କ କନ୍ୟା । ଶତ୍ରୁପକ୍ଷ ଚୋରଗଙ୍ଗଙ୍କୁ ସେ ଭଲପାଇ ବସିଛି । ଚୋରଗଙ୍ଗଙ୍କ ଠାରୁ ପ୍ରେମ ପ୍ରତ୍ୟାଖ୍ୟାନ ହେବା ପରେ ତା’ର ବିବେକ ଦଂଶନ କରିଛି । ସେ ମୃତ୍ୟୁ ବରଣ କରିଛି । ନନ୍ଦିକାର ମୃତ୍ୟୁ କରୁଣ ରସ ସୃଷ୍ଟି କରିଛି । ରାଜା ସୁବର୍ଣ୍ଣକେଶରୀ କନ୍ୟା ପାଇଁ କାନ୍ଦି ଉଠିଛନ୍ତି । ପରିବେଶ କରୁଣପୂର୍ଣ୍ଣ ହୋଇଛି ।


Nandikeshwari 5 Mark Question Answer 

 ଙ ୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନବଳୀ। (୧୫୦ ଶବ୍ଦ ମଧ୍ଯରେ ଉତ୍ତର)

୧. ରାଧାନାଥଙ୍କର ସଫଳ କବି କର୍ମର ନିଦର୍ଶନ ‘ନନ୍ଦିକେଶ୍ଵରୀ’ ଆଲୋଚନା କର ।


ଉ. ନନ୍ଦିକେଶ୍ଵରୀ କାବ୍ୟରେ କବି ରାଧାନାଥ ରାୟ ଆଧୁନିକ ଯୁଗର ସଫଳ ସ୍ରଷ୍ଟା । ଯୁଗସ୍ରଷ୍ଟା କବି । ସେ ୧୮୪୮ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ବାଲେଶ୍ବରର କେଦାରପୁର ଗ୍ରାମରେ ଜନ୍ମ । ପିତା ସୁନ୍ଦର ନାରାୟଣ ରାୟ ଓ ମାତା ତାରିଣୀ ଦେବୀ । ସେ ଥିଲେ ପ୍ରଗାଢ଼ ଅଧ୍ୟବସାୟୀ । ସେ କେଦାର ଗୌରୀ, ଉଷା, ଚନ୍ଦ୍ରଭାଗା, ନନ୍ଦିକେଶ୍ଵରୀ, ଚିଲିକା, ପାର୍ବତୀ, ମହାଯାତ୍ରା, ଦରବାର ଇତ୍ୟାଦି କାବ୍ୟ ରଚନା କରିଥିଲେ । ୧୯୦୮ ମସିହାରେ ମୃତ୍ୟୁବରଣ କରିଥିଲେ ।



ନନ୍ଦିକେଶ୍ଵରୀ କାବ୍ୟ ୧୮୮୭ ମସିହାରେ ରଚିତ। ଏହି କାବ୍ୟ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗରେ ଚଣ୍ଡିତ ସମରସଜ୍ଜା ବାଇରନଙ୍କ ‘ସିକ୍ ଅଫ କୋରିନ୍ଥ’ରୁ ଏବଂ ରାଜା ଚୋରଗଙ୍ଗଙ୍କ ଗଙ୍ଗାଙ୍କୁ ଆରାଧନା ଓ ବର ଲାଭ, ଉଇଲିୟମ ମରିସଙ୍କ କୃତ ‘ଅଟାଲାଣ୍ଟାରେସ’ରେ ଥିବା ହିପୋମେନସଙ୍କ ଭେନସ୍ଠାରେ ପୂଜା ଓ ବର ପ୍ରାର୍ଥନାରୁ ଆହୂତ | ଦ୍ବିତୀୟ ଭାଗର ବିଷୟବସ୍ତୁ ଓଭିଡ଼ଙ୍କ ‘ସିଲାନିସସ୍’ କାହାଣୀରୁ ଉଦ୍ଧାର କରାଯାଇଛି । ନନ୍ଦିକେଶ୍ଵରୀରେ ବର୍ଣ୍ଣିତ ସୁବର୍ଷ କେଶରୀଙ୍କ ପ୍ରାପ୍ତ ଚୈତ୍ରମଣି ସହିତ ଓଭିଡ୍‌ଙ୍କ ‘ସିଲାନିସସ୍’ରେ ବର୍ଣ୍ଣିତ ସ୍ଵର୍ଣ୍ଣାଭ କେଶ ଗୁଚ୍ଛ’ର ଅପୂର୍ବ ସାମ୍ୟ ପରିଲକ୍ଷିତ।


ନନ୍ଦିକେଶ୍ଵରୀ କାବ୍ୟ ରାଧାନାଥଙ୍କର ସଫଳ କବି କର୍ମର ନିଦର୍ଶନ । ଏହା ତାଙ୍କର ଏକ ବୈଚିତ୍ରପୂର୍ଣ୍ଣ ସୃଷ୍ଟି । କବି କଳ୍ପନାର ଏକ ଅଭ୍ରାନ୍ତ ନିଦର୍ଶନ ହେଉଛି ନନ୍ଦିକେଶ୍ଵରୀ ।


ଉତ୍କଳର ରାଜନନ୍ଦିନୀ ନନ୍ଦିକାର ପ୍ରଣୟସ୍ନିଗ୍‌ଧ କାହାଣୀ ଓ କରୁଣ ମୃତ୍ୟୁ ନନ୍ଦିକେଶ୍ଵରୀ କାବ୍ୟରେ ପ୍ରାଧାନ୍ୟ ଲାଭ କରିଛି । ଏକ ସଫଳ ରୋମାଣ୍ଟିକ କାବ୍ୟ ଭାବରେ ନନ୍ଦିକେଶ୍ଵରୀ ପ୍ରତିଭାତ । ଏଥ‌ିରେ କବି ରାଧାନାଥ ନାରୀତ୍ଵର ଚିରନ୍ତନୀ କାମନା ଓ ତହିଁରେ ଅତୃପ୍ତ ହୋଇ ଅଭିମାନ ବ୍ୟଞ୍ଜିତ ଚିତ୍ତରେ ପ୍ରାଣ ସର୍ଜନର ହୃଦୟସ୍ପର୍ଶୀ ଚିତ୍ତକୁ ନନ୍ଦିକେଶ୍ଵରୀ ଚରିତ୍ର ଆରୋପିତ କରିଛନ୍ତି । ଏଥିପାଇଁ ନନ୍ଦିକା ରାଜଦ୍ରୋହ, ପିତୃଦ୍ରୋହ ଏଇ ତିନି ଦ୍ରୋହରେ ଅପରାଧ୍ଵନୀ ହୋଇଛି ।


ପ୍ରଥମ ସର୍ଗରେ କବି କାବ୍ୟ ବିଷୟବସ୍ତୁର ଭୂମିକା ହିଁ ଅବତାରଣା କରିଛନ୍ତି ଏବଂ ଏହି ସର୍ଗର ବିଶେଷ ଭାଗ ଓଡ଼ିଶାର ପ୍ରାକୃତିକ ବର୍ଣନାରେ ବିମଣ୍ଡିତ ହୋଇଛି । ତୁଳସୀ କ୍ଷେତ୍ର, ତାଳୀବନଶ୍ୟାମ କନିକା, କୁଜଙ୍ଗ, ଅସ୍ତରଙ୍ଗ, ବରାହ ନାଥ କ୍ଷେତ୍ର, ଲଳିତ ଗିରି, ହରଚଣ୍ଡୀ, ଶାଳୀପୁର, ଭଗବତୀ, ଚିତ୍ରୋତ୍ପଳା, ମହା ବିନାୟକ, ଦର୍ପଣୀ, ବିରଜା ମଣ୍ଡଳ, ନାଗବଲ୍ଲୀ, ନିଆଳୀ ମାଧବ, ମହେନ୍ଦ୍ର ଗିରି, କାଠଯୋଡ଼ି, ମାଲ୍ୟଗିରି, କପିଳାସ, ହିଙ୍ଗୁଳା, ସପ୍ତଶଯ୍ୟା, ସପ୍ତକୋଶୀ ଗଣ୍ଡ, ମହାନଦୀ ପ୍ରଭୃତି ସ୍ଥାନ, ନଦୀ, ଠାକୁର ଠାକୁରାଣୀଙ୍କର ଚିତ୍ର ଉପସ୍ଥାପନା କରିଛନ୍ତି |


କାବ୍ୟରେ ନାଟକୀୟ ଭାବେ କାଠଯୋଡ଼ି ତୀରରେ ରାଜା ଚୋରଗଙ୍ଗ ରଣ ଶିବିର ପରିଲକ୍ଷିତ । ଉତ୍କଳର ରାଜା ସୁବର୍ଣ୍ଣ କେଶରୀଙ୍କ ରାଜଧାନୀ ଅଭିନବ ବାରଣାସୀ ବା ବିଡ଼ାନାସୀ । ପରାକ୍ରମୀ ଚୋରଗଙ୍ଗ ବୈଷ୍ଣବ ଧର୍ମ ପ୍ରତିଷ୍ଠା ପାଇଁ ବିଡାନାସୀ ଦୁର୍ଗ ଆକ୍ରମଣ କରିଥିଲେ । ବହୁ ବର୍ଷ ଯୁଦ୍ଧ ପରେ ସେ ବିଡ଼ାନାସୀର କାଠଯୋଡ଼ି ତୀରରେ ସୈନ୍ୟ ଛାଉଣୀ ପକାଇଥିଲେ । ସେ ଥିଲେ ବୀର ଓ ଶୌର୍ଯ୍ୟ । ସୁବର୍ଣ୍ଣକେଶରୀ ଯୁଦ୍ଧରେ ହାରି ଗଡ଼ଚଣ୍ଡୀଙ୍କ ନିର୍ଦ୍ଦେଶରେ ଗଡ଼ର ଦକ୍ଷିଣ ଦ୍ବାର ରୁଦ୍ଧ କରିଥିଲେ ।

 ଶକ୍ତି ନାହିଁ ବତ୍ସ କାହାରି ଜଗତେ

ନିୟତି କି ନେବ ନିଜ ଇଚ୍ଛାମତେ ।

ସୁବର୍ଣ୍ଣକେଶରୀ ଜୈତ୍ରମଣି ପ୍ରାପ୍ତ ହୋଇଥିଲେ ଦେବୀଙ୍କଠାରୁ । ସେଥ‌ିପାଇଁ ସେ ଥିଲେ ଅଜେୟ ! ଚୋରଗଙ୍ଗ ଦେବୀ ଗଙ୍ଗାଙ୍କର ବରପ୍ରାପ୍ତ ହୋଇଛନ୍ତି । ତାଙ୍କର ବୀରତ୍ବରେ ଓ ସୁନ୍ଦର ରୂପରେ ସୁବର୍ଣ୍ଣକେଶରୀଙ୍କ ରୂପବତୀ କନ୍ୟା ମୋହିତ ହୋଇଛନ୍ତି । ଚୋରଗଙ୍ଗ ପିତାଙ୍କର ଶତ୍ରୁ ଅଥଚ ନନ୍ଦିକା ପ୍ରେମପ୍ରାର୍ଥୀ ହୋଇଛନ୍ତି ।

ଦେଖିଲା ଯେଦିନ ଚୋରକୁ ରୂପସୀ

ଗଲା ମନ ତାର ନିଜ ବନ୍ଧୁ ଖସି ।

ନନ୍ଦିକା ମନରେ ପ୍ରେମର ଅନିର୍ବାଣ ଅଗ୍ନି ପ୍ରଜ୍ଜଳିତ ହୋଇଛି । ରାଜବାଳା ନନ୍ଦିକା ଦୃଷ୍ଟିରେ ଚୋରଗଙ୍ଗ ବିଶ୍ଵର ଶ୍ରେଷ୍ଠବୀର । ବୀରକୁ ରମଣୀ ପୂଜା କରେ । ନିଜର ମନ ହୃଦୟ ସମର୍ପଣ କରିଦିଏ । ଚୋରଗଙ୍ଗଙ୍କୁ ପାଇବା ପାଇଁ ନନ୍ଦିକାର ସମୁଦ୍ର ଲହରୀ କୂଳ ଲଙ୍ଘନ କରିଥିଲା ।

ଚୋର ହାତେ ଦେଲି ପ୍ରଣୟ ପସରା

ନ ଧରି ପଡ଼ିଲା ଚୋର ହାତେ ଧରା ନାରୀ ମନ ଚୋର – ଚୋର ମହାବୀର

 ଚୋର ନାମ ତେଣୁ ବହିଛି ମହୀର

ଗଲା ହୃଦୟ ନ ଆସିବ ବାହୁଡ଼ି

ପକ୍ଷୀଥିଲେ ଦେହ ଯାଇଥାନ୍ତା ଉଡ଼ି ।

ପ୍ରେମ ନିଦେଦନ ପାଇଁ ଦେବୀ ଦତ୍ତ ‘ଜୈତ୍ରମଣି’ ସହିତ ନନ୍ଦିକା ସୁଡ଼ଙ୍ଗ ଦ୍ଵାର ଦେଇ ଚୋରଗଙ୍ଗଙ୍କ ଶିବିରରେ ପ୍ରବେଶ କରିଛନ୍ତି ଓ ସ୍ଵତଃପ୍ରବୃତ୍ତ ଭାବେ ଅଭିଳାସ ବ୍ୟକ୍ତ କରିଛନ୍ତି

ଅଦ୍ଭୁତ ସାହସେ କହଇ ନନ୍ଦିକା

ପ୍ରେମେ ଶ୍ରୀ ପୟରେ ହେଲି ମୁହିଁ ବିକା ନନ୍ଦିକା ଉତ୍କଳ – ନରେନ୍ଦ୍ର ନନ୍ଦିନୀ

ତୁମ ପାଦେ ଆଜ ପ୍ରେମ ଭିକାରିଣୀ ।

ନନ୍ଦିକାଙ୍କ ପ୍ରଣୟଭିକ୍ଷା ଚୋରଗଙ୍ଗଙ୍କ ହୃଦୟକୁ ପ୍ରଭାବିତ କରିପାରି ନାହିଁ । ସେ ନନ୍ଦିକାକୁ ତିରସ୍କାର କରିଛନ୍ତି । ଛାର ପ୍ରେମ ପାଇଁ ରାଜଦ୍ରୋହ, ଦେଶଦ୍ରୋହ ଓ ପିତୃଦ୍ରୋହ କରିଥିବାରୁ ଘୃଣା କରିଛନ୍ତି |


ତିନି ମହାପାପ ଏକ କରଣୀରେ 

ଅଦ୍ଭୁତ ସାଧନ ତୋର ଧରଣୀରେ

 କି ସାହସେ ତୋର ଚିତ୍ତବୃତ୍ତି ଗଲା

ଏ ଦାରୁଣ କାର୍ଯ୍ୟ ତୁ ପୁଣି ଅବଳା ।


ନନ୍ଦିକା ପ୍ରତ୍ୟାଖ୍ୟାତ ହେଲା । ନନ୍ଦିକା ଅପମାନିତ ହେଲେ । ତାଙ୍କ ବିବେକ ନିଜକୁ ଦଂଶନ କଲା । ସେ ଅନୁତପ୍ତ ହେଲେ । ଚୋରଗଙ୍ଗ ସସମ୍ମାନେ ଜୈତ୍ରମଣି ସହିତ ନନ୍ଦିକାକୁ ପରିଜନ ପରିବେଷ୍ଟିତ ସବାରୀରେ ବିଡ଼ାନାସୀ ଗଡ଼କୁ ଫେରାଇଦେଲେ । ବାଟରେ ନନ୍ଦିକା ଆତ୍ମହତ୍ୟା କରିଛି । କଜ୍ଵଳ ଲୁହରେ ପିତାଙ୍କ ପାଖକୁ ନନ୍ଦିକା ଏକ ଆବେଗପୂର୍ଣ ପତ୍ର ଲେଖୁଛି । ସେଥ‌ିରେ ସେ ନିଜର ଦୋଷ ସ୍ୱୀକାର କରିଛି । ଚୋରଗଙ୍ଗକୁ ନିଜପୁତ୍ର ପରି ଜ୍ଞାନ କରିବାକୁ ନିବେଦନ କରିଛି । ନିର୍ଜନରେ ସ୍ମୃତି ମନ୍ଦିର ନିର୍ମାଣ ପାଇଁ ନିବେଦନ କରିଛି । ସେହି ଅନୁରୋଧରେ ଶୋକାଭିଭୂତ ରାଜା ସୁବର୍ଣ୍ଣ କେଶରୀ କାଠଯୋଡ଼ି ପଠାରେ ସମାଧୀପୀଠ ନିର୍ମାଣ କଲେ ଓ ଉତ୍କଳ ସିଂହାସନ ଚୋରଗଙ୍ଗକୁ ସମର୍ପଣ କରି ବାନପ୍ରସ୍ଥ ଜୀବନରେ ବୈରାଗ୍ୟ ବରଣ କଲେ ।
ନନ୍ଦିକାଙ୍କ କରୁଣପୂର୍ଣ୍ଣ ପ୍ରେମ କାହାଣୀକୁ ବୈଚିତ୍ରପୂର୍ଣ୍ଣ ଶୈଳୀରେ ଉପସ୍ଥାପନା କରିଛନ୍ତି । କବି କଳ୍ପନାରେ ବିଷୟଟି
ସଫଳ ହୋଇଛି ।


2. ରାଧାନାଥଙ୍କର ଏକ ବୈଚିତ୍ରପୂର୍ଣ୍ଣ ସୃଷ୍ଟି ନନ୍ଦିକେଶ୍ଵରୀ ଆଲୋଚନା କର ।
-
ଉ. ନନ୍ଦିକେଶ୍ଵରୀ ରାଧାନାଥଙ୍କର ଏକ ବୈଚିତ୍ୟପୂର୍ଣ୍ଣ ସୃଷ୍ଟି । ଓଡ଼ିଶାର ଇତିହାସ ଭିତରେ ‘ନନ୍ଦିକେଶ୍ଵରୀ’ର କଳ୍ପନା ଆରୋପିତ କରି ରାଧାନାଥ ଅତି ସହଜରେ ଧରାପଡ଼ିଯାଇଛନ୍ତି | ଷ୍ଟାଲିଂ ସାହେବଙ୍କ ‘ଓଡ଼ିଆ ଇତିହାସ ଓ କିମ୍ବଦନ୍ତୀ’କୁ ଅଧାର କରି ରାଧାନାଥ ଏ କାବ୍ୟ ରଚିତ କରିଥିଲେ ହେଁ ଏହାର ପ୍ରାଣକେନ୍ଦ୍ର ପାଇଁ ସେଇ ବିଦେଶୀ କଥାବସ୍ତୁରେ ନିହିତ । ନଟବର ସାମନ୍ତରାୟ ଲେଖୁଛନ୍ତି – “ ବିଦେଶୀ ବସ୍ତୁ ଆରୋପ କରାଯିବା ସ୍ଥାନର ବ୍ୟାପକତା, ଇତିହାସର କଠୋର ସତ୍ୟତା ଓ ଅନୁମୋଦନ ଏହାରି ସହଯୋଗରେ ଏ କାବ୍ୟର ସମୀକରଣ ହୋଇଛି ଅତୀବ ବାସ୍ତବ ଓ ବିଚିତ୍ର । ଓଡ଼ିଶା ପ୍ରକୃତିର ଜୀବନ୍ତ ବର୍ଣ୍ଣନା ବିଭିନ୍ନ ନଦନଦୀ ପବିତ୍ର ଓ ପ୍ରାନ୍ତରର ସମାବେଶ ହେତୁ ଦେଶୀ-ବିଦେଶୀ ବିଷୟର ସମୀକରଣ ହୋଇପଡ଼ିଛି ଆହୁରି ବିଶ୍ଵାସ୍ୟ ଓ ସୁସଂଗତ । ସଂପୂର୍ଣ୍ଣ ମିଥ୍ୟାକୁ ଇତିହାସର ଅଖଣ୍ଡ ସତ୍ୟବର୍ତ୍ତନର ଯେଉଁ ପ୍ରତିଭା କରେ ସମ୍ମୁଜ୍ଜ୍ବଳ ସେ ପ୍ରତିଭାର ଦୀପ୍ତି କେଡ଼େ ମହୀୟାନ, ସେ ସମୀକରଣ କେଡ଼େ ସାର୍ଥକ । ଫଳରେ ନନ୍ଦିକେଶ୍ଵରୀ ଏକ ଐତିହାସିକ କାବ୍ଯ ଏପରି ଘୋର ମିଥ୍ୟା ଆଜି ସଂପୂର୍ଣ୍ଣ ସତ୍ୟବୋଲି ଲୋକରେ ଗୃହୀତ । “ ଏହି କାବ୍ୟ ମୁଖ୍ୟତଃ  
ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗରେ ବର୍ଷିତ ସମରସଜ୍ଜା ବାଇରନ୍‌ଙ୍କ ‘ସିଜ୍ ଅଫ କୋରିନ୍ସ’ରୁ ଏବଂ ରାଜା ଚୋରଗଙ୍ଗଙ୍କ ଗଙ୍ଗାଙ୍କୁ ଆରାଧନା ଓ ବରଲାଭ, ଉଇଲିୟମ ମରିସଙ୍କ କୃତ “ ଆଟଲାଣ୍ଟାରେସ୍”ରେ ଥିବା ହିପୋମେନସଙ୍କ ଭେନସ୍ଠାରେ ପୂଜା ଓ ବର ପ୍ରାର୍ଥନାରୁ ଆହୂତ । ଦ୍ଵିତୀୟ ଭାଗର ବିଷୟବସ୍ତୁ ଓଭିଡ଼ଙ୍କ ‘ସିଲାନିସସ୍’ (Scyllanisos) କାହାଣୀରୁ ଉଦ୍ଧାର କରାଯାଇଛି । ନନ୍ଦିକେଶ୍ଵରୀରେ ବର୍ଣ୍ଣିତ ଚୈତ୍ରମଣି ସହିତ ଓଭିଡ଼ଙ୍କ ‘ସିଲାନିସସ୍’ରେ ବର୍ଣ୍ଣିତ ‘ସ୍ଵର୍ଣ୍ଣାଭ କେଶଗୁଚ୍ଛ’ର ଅପୂର୍ବ ସାମ୍ୟ ପରିଲକ୍ଷିତ ହୁଏ ।

ଉତ୍କଳର ରାଜନନ୍ଦିନୀ ନନ୍ଦିକାର ପ୍ରଣୟସ୍ନିଗ୍‌ଧ କାହାଣୀ ଓ କରୁଣ ମୃତ୍ୟୁ ‘ନନ୍ଦିକେଶ୍ଵରୀ’ କାବ୍ୟରେ ପ୍ରାଧାନ୍ୟ ଲଭିଛି । ଏଥିରେ କବି ନାରୀତ୍ଵର ଚରିନ୍ତନୀ କାମନା ଓ ତହିଁରେ ଅତୃପ୍ତ ହୋଇ ଅଭିମାନ ବ୍ୟଞ୍ଜିତ ଚିତ୍ତରେ ପ୍ରାଣ ସର୍ଜନର ହୃଦୟସ୍ପର୍ଶୀ ଚିତ୍ତକୁ ନନ୍ଦିକେଶ୍ଵରୀ ଚରିତ୍ର ଆରୋପିତ କରିଛନ୍ତି । ଏଥ‌ିପାଇଁ ନନ୍ଦିକା ଦେଶଦ୍ରୋହ, ରାଜଦ୍ରୋହ, ପିତୃଦ୍ରୋହ ଏଇ ତିନି ଦ୍ରୋହରେ ଅପରାଧ୍ଵନୀ ହୋଇଛି । କବିଙ୍କ ଭାଷାରେ ନନ୍ଦିକାର ସ୍ୱରୂପ ହେଉଛି

“ ପବିତ୍ର କେଶରୀ ବଂଶେ ଜାତହୋଇ

ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ । ତିନି ମହାପାପ ଏକ କରଣୀରେ

ଅଦ୍‌ଭୁତ ସାଧନା ତୋର ଧରଣୀରେ

କି ସାହସେ ତୋର ଚିତ୍ତ ବୃତ୍ତିଗଲ

ଏ ଦାରୁଣ କାର୍ଯ୍ୟ ତୁ ପୁଣି ଅବଳା ।” (ନନ୍ଦିକେଶ୍ୱରୀ)

ରାଧାନାଥଙ୍କ ଲେଖନୀରେ ଉତ୍କଳ ରାଜନନ୍ଦିନୀ ନନ୍ଦିକାର ଏତାଦୃଶ ସ୍ଵରୂପକୁ ଅନେକ ସମାଲୋଚକ ସ୍ଵପ୍ନରେ ମଧ୍ୟ ଜ୍ଞାନ କରି ନାହାନ୍ତି । କବି ନୀଳକଣ୍ଠ ଏହି ସମାଲୋଚକଙ୍କ ମଧ୍ୟରୁ ଅନ୍ୟତମ । ତେଣୁ ସେ ରାଧାନାଥଙ୍କୁ ସମାଲୋଚନା କରି ଲେଖୁଲେ


“ ସୁବର୍ଣ୍ଣ ଦୁହିତା ବରିବେ ଚୋରଗଙ୍ଗ ରାଜନ

କେରଳ ମହଲେ ଉତ୍କଳ-ଭେରୀ ଶୁଭିବ ପୁଣ ।

ଘର ଛାଡ଼ି କିମ୍ପା ଯିବେ ସେ ବୀରବାଳା ନନ୍ଦିକା

ସହକାର ଦ୍ରୁମ ଗହଳେ ଭେଦି କ୍ଷୀଣ ଚନ୍ଦ୍ରିକା ।” (କୋଣାର୍କ)


ପଣ୍ଡିତ ନୀଳକଣ୍ଠଙ୍କ ଦୃଷ୍ଟିରେ ‘ନନ୍ଦିକା’ ବିଜାତୀୟ ଚରିତ୍ର ଓ ତା’ର ଜନ୍ମନକ୍ଷତ୍ର ସ୍ଵଦେଶୀୟ ନୁହେଁ । କିନ୍ତୁ ଏଥିପାଇଁ ନନ୍ଦିକା ଦାୟୀ ନୁହେଁ । ନାରୀତ୍ଵର ଚିରନ୍ତନୀ କାମନାର ଅତୃପ୍ତିରେ ସେ ଜର୍ଜରିତ । ତେଣୁ ପ୍ରେମ ପାଇଁ ସେ ରାଜଦ୍ରୋହ, ପିତୃଦ୍ରୋହ, ଦେଶଦ୍ରୋହ କରିବାକୁ ପଶ୍ଚାତପଦ ହୋଇନାହିଁ । ମାତ୍ର ଚୋରଗଙ୍ଗଙ୍କ ପ୍ରତ୍ୟାଖ୍ୟାନ ପରେ ନନ୍ଦିକା ପ୍ରଣୟ ସ୍ମୃତିର ଦୁର୍ବିସହ ଜ୍ବାଳା ଓ ଯନ୍ତ୍ରଣାର ବୋଝ ବହନ କରି ନପାରି ଇହଧାମରୁ ବିଦାୟ ନେଇଛି । ତା’ର ଜୀବନ ଏକ ଅସମାପ୍ତ କରୁଣ କାବ୍ୟରେ ପରିଣତ ହୋଇଛି । ଏ ପ୍ରସଙ୍ଗରେ ଅଧ୍ୟାପକ ଚିନ୍ତାମଣି ବେହେରାଙ୍କ ମତ ଏକାନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସେ ଲେଖୁଛନ୍ତି – “ ନନ୍ଦିକାର ଜୀବନ ଯେ, ଏକ ଅସମାପ୍ତ କରୁଣକାବ୍ୟ, ରୂପ ସାଧନ ପଥରେ ତା’ର ପ୍ରାଣର ସରଳ ଆଶା, ସ୍ଵପ୍ନ ଓ ସଂକଳ୍ପର ଉଦ୍ଦାମ ପ୍ରବାହ କେଉଁ ଏକ ଧୂସର ମରୁର ବାଲିରେ ଅବଲୁପ୍ତ ହୋଇଯାଇଛି |”

ସୁବର୍ଣ୍ଣକେଶରୀ ସମ୍ମୁଖଯୁଦ୍ଧ ପରିହାର କରି ଗଡ଼ଦ୍ଵାର ରୁଦ୍ଧ କରିଛନ୍ତି । ଏଠି କାବ୍ୟର ଗତି ପରିବର୍ତ୍ତିତ ହୋଇଛି । ଯୁଦ୍ଧର ଭୟାବହତା ଦୂରୀଭୂତ ହୋଇଛି ଓ ଗଡ଼ବାସୀ ଗଡ଼ଚଣ୍ଡୀଙ୍କ ବରରେ ନିଜକୁ ନିରାପଦ ମଣିଛନ୍ତି । ଏ କ୍ଷେତ୍ରରେ କବିଙ୍କ ନାଟକୀୟ ଶୈଳୀ ହିଁ କାବ୍ୟର ଗତିକୁ କରିଛି ପରିବର୍ତ୍ତିତ । ପୁଣି ହଠାତ୍ ପରିଲକ୍ଷିତ ହୋଇଛି ଚୋରଙ୍କ ଶିବିରରେ ନୈରାଶ୍ୟ । ସୈନ୍ୟମାନେ ହତୋତ୍ସାହ ହୋଇପଡ଼ି ସ୍ଵଦେଶକୁ ଫେରିବାକୁ ଚାହିଁଛନ୍ତି । ଏକଥା ସୁବର୍ଷକେଶରୀଙ୍କ ଗଡ଼ରେ  ପହଞ୍ଚିଛି । ପୁଣି ଦେଖାଦେଇଛି ସେଇ ନାଟକୀୟତା । ସୁବର୍ଣ୍ଣକେଶରୀଙ୍କ ଆଶଙ୍କାଗ୍ରସ୍ତ ମନରେ ଧୀରେ ଧୀରେ ଆଶାର ପତନ ଭଜି ହେଉଛି ।

“ ସେହିଦିନୁ ରୁଦ୍ଧ ବିଡ଼ାନାସି ଦ୍ଵାର

ବ୍ୟାଧ୍ୟକରୁ ମୁକ୍ତ ହୋଇଛି ଶିକାର ।”

ଏହାର ଘଟଣା ପରେ ସୁବର୍ଷକେଶରୀଙ୍କ ଶତ୍ରୁ ବିଦାୟରେ ପୁଣି ନୂତନ ଆଶା ପ୍ରକଟ ଏକ ନାଟକୀୟ ଛଟା ବ୍ୟତୀତ ଅନ୍ୟ କିଛି ନୁହେଁ । ତେଣୁ ଆଶାର ଆଲୋକରେ ଉଦ୍‌ଭାସିତ ସୁବର୍ଣ୍ଣକେଶରୀଙ୍କ ମନକୁ ଲକ୍ଷ୍ୟକରି କବି ଲେଖୁଛନ୍ତି - 

“ ରିପୁ-ରାହୁ-ମୁକ୍ତ ହେବେ ନୃପଶଶୀ

ଉତ୍କଳ-ଗୌରବ ହସିବ ବିକଶି ।”

ଉତ୍କଳଗୌରବ ମନରେ ରିପୁ ରାହୁମୁକ୍ତ ହେବାର ଆଶାଉଦ୍ଦୀପନା କରାଇ କବି ଅପର ପାର୍ଶ୍ଵରେ ଗଙ୍ଗାଙ୍କ ଦ୍ଵାରା ଚୋରଗଙ୍ଗଙ୍କୁ ପୁଣି ଉତ୍ସାହ ପ୍ରଦାନ କରିଛନ୍ତି ଯେ –

“ ଭାଗ୍ୟର ମୀମାଂସା ହେବ ତୋର ଆଜ

ଲଭିବୁ ତୁ ଚିର ଯଶ ଅବା ଲାଜ ।”


ଦୁଇ ପକ୍ଷଙ୍କ ମନରେ ଏପରି ଉତ୍କଣ୍ଠା ଉଦ୍ଦୀପନା କରି ଏଣେ ନନ୍ଦିକାକୁ କବି ନାଟକର ପରିଣତି ପାଇଁ ବ୍ୟବହାର କରିଛନ୍ତି । ଯେତେବେଳେ ଉଭୟ ପକ୍ଷ ଗୋଟିଏ ଉଲ୍ଲେଖଯୋଗ୍ୟ ରାତିପାହିବା ପାଇଁ ପ୍ରତୀକ୍ଷାରତ, ଠିକ୍ ସେତିକିବେଳେ ରାଜବାଳା ନନ୍ଦିକାର ଚୋରଗଙ୍ଗଠାରେ ପ୍ରେମ ନିବେଦନ । ହଠାତ୍ କାବ୍ୟରେ ନାଟକୀୟ ଦ୍ଵନ୍ଦୁ ଓ ଶୀର୍ଷ ଏକାଥରକେ ସୃଷ୍ଟି କରିଛି। ଚୋରଗଙ୍ଗଙ୍କର ଏହାଥିଲା କଳ୍ପନାତୀତ। ରାତି ପାହିଥିଲେ ସେ ସ୍ଵଦେଶ ଫେରିଥା’ନ୍ତେ । ମାତ୍ର ରାଜବାଳା ନନ୍ଦିକା ସବୁକିଛି ଗୋଳମାଳ କରି ଦେଲେ । ଚୋରଗଙ୍ଗ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ଯେଉଁ ନନ୍ଦିକା ପ୍ରେମିକା କୂଳରେ ଛତି ଟେକିବାର ଅଭୀପ୍‌ସା ପୋଷଣ କରିଥିଲେ, ସେ ଲଜ୍ଜା ଅପମାନରେ ମ୍ରିୟମାଣ ହୋଇ ଶିବିକା ମଧ୍ୟରେ ଆତ୍ମହତ୍ୟା କଲେ। ନିରପଦରେ ଓ ରାତିପାହିଲେ ଶତ୍ରୁ ବିଦାୟ ନେବେ ଏହି ଆନନ୍ଦୋଲ୍ଲାସରେ ଶାନ୍ତି ନିଦ୍ରାଯାପନ କରିଥିବା ଗଡ଼ବାସୀ ପ୍ରଭାତରେ ଏକଥା ଶୁଣି ସ୍ତବ୍‌ଧ ହେଲେ। କି ପରିବର୍ତ୍ତନ ଘଟିଲା କାବ୍ୟରେ ‘ନନ୍ଦିକା’ର ଆଶା ଧୂଳିସାତ୍ ହେଲା । ସ୍ଵଦେଶ ଫେରିବା ଚୋରଗଙ୍ଗ ନନ୍ଦିକା’ର ଶେଷ ପତ୍ରାନୁସାରେ ହେଲେ ଉତ୍କଳ ନରେଶ, ଆଉ ସୁବର୍ଣ୍ଣକେଶରୀ କଲେ। ଏସବୁ କିଛି ନାଟକୀୟ ଶୈଳୀରେ ‘ନନ୍ଦିକେଶ୍ଵରୀ’ କାବ୍ୟରେ ପ୍ରତିଭାତ ହୋଇଛି ।

୩. ପ୍ରେମ ଅନ୍ଧ ଅଟେ – ନନ୍ଦିକେଶ୍ଵରୀ କାବ୍ୟରୁ ଏହି ଉକ୍ତିର ଯଥାର୍ଥତା ଦର୍ଶାଅ ।

ଉ. ନନ୍ଦିକେଶ୍ଵରୀ କାବ୍ୟ କବିବର ରାଧାନାଥ ରାୟଙ୍କର ଏକ ପ୍ରେମପୂର୍ଣ୍ଣ ରୋମାଣ୍ଟିକ କାବ୍ୟ । ରାଜବାଳା ନନ୍ଦିକାର ପ୍ରେମପୂର୍ଣ୍ଣ ରୋମାଣ୍ଟିକ କାବ୍ୟ । ରାଜବାଳା ନନ୍ଦିକାର ପ୍ରେମ ପ୍ରସଙ୍ଗ କବି କଳ୍ପନାରେ ଜୀବନ୍ତ ହୋଇଉଠିଛି ।


ଇଂରାଜୀରେ ଗୋଟିଏ କଥାଅଛି – “Love is Blind." ରାଜବାଳା ନନ୍ଦିକା ସୁବର୍ଣ୍ଣକେଶରୀଙ୍କ କନ୍ୟା  ସୁବର୍ଣ୍ଣକେଶରୀ ଉତ୍କଳର ରାଜା ଓ ବିଡ଼ାନାସୀ ତାଙ୍କର ଗଡ଼ଥିଲା । ଚୋରଗଙ୍ଗ ଉତ୍କଳ ଜୟ ପାଇଁ ଯୁଦ୍ଧ କରିବାକୁ ଆସି ବିଡାନାସୀ ଗଡ଼ଦ୍ଵାରରେ କାଠଯୋଡ଼ୀ ବାଲିରେ ଶିବିର ସ୍ଥାପନ କରିଥିଲେ । ଚନ୍ଦ୍ରଶାଳା ଉପରୁ ନନ୍ଦିକା ଚୋରଗଙ୍ଗଙ୍କ ଅପୂର୍ବ ବୀରତ୍ଵ ଓ ଲଳିତ ମୂର୍ତ୍ତି ଦେଖ୍ ପ୍ରେମରେ ଆବଦ୍ଧ ହୋଇଛି ।

ଦେଖିଲା ଯେଦିନ ଚୋରକୁ ରୂପସୀ

ଗଲା ମନ ତାର ନିଜ ବଈଁ – ଖସି ।

ଯୋଦ୍ଧା ଚୋରଗଙ୍ଗଙ୍କ ରୂପ ଦର୍ଶନରେ ରାଜବାଳା ନନ୍ଦିକାଙ୍କ ମନଗହନରେ ଭଲ ପାଇବା ଜାତ ହୋଇଛି । ସେ ପ୍ରେମରେ ଅନ୍ଧ ହୋଇ ପିତା ଓ ଦେଶର ଶତ୍ରୁ ଚୋରଗଙ୍ଗଙ୍କୁ ନିଜ ମନ ଓ ହୃଦୟ ବିକ୍ରୟ କରିଛି। ଚୋରଗଙ୍ଗଙ୍କ ପାଇଁ ମନ ବ୍ୟାକୁଳ ହୋଇଉଠିଛି ନନ୍ଦିକାଙ୍କର । ଭୋଜନ, ଶୟନ, ସ୍ଵପ୍ନ ସବୁ ଭୁଲି ସ୍ଵପ୍ନରେ ବୁଡ଼ି ରହିଛନ୍ତି ।

ଦିନ ଆସିଲା, ଚୋରଗଙ୍ଗ ରାତି ପାହିଲେ ଫେରିଯିବେ, କାରଣ ସେ ବିଡ଼ାନାସୀଗଡ଼ ଭେଦ କରିପାରି ନଥିବାରୁ | ଏଥିରେ ବିଡ଼ାନାସୀ ଗଡ଼ ଲୋକ ଆନନ୍ଦିତ ଅଥଚ ନନ୍ଦିକା ବିଷାଦିତ, ଶୋକାଭିଭୂତ ।

ଆଜି ନିଶା ଶେଷେ ଉଇଁଲେ ତପନ

ମୋ ପ୍ରାଣ – ତପନ ହେବେ ଅଦର୍ଶନ

ମୋହୋ ପକ୍ଷେ ହେଲାଏ ରଣ ପ୍ରମାଦ

ଭିଆଇଲା ଚିତ୍ତେ ହରଷେ ବିଷାଦ ।


ନନ୍ଦିକା ଏକ ଉତ୍ତାଳ ପ୍ରେମର ଫେନିଳ ସାଗରରେ ଉବୁଟୁବୁ ହୋଇ ଶେଷରେ ପିତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛି । ନାନା ଚିନ୍ତାକରି ନନ୍ଦିକା ପ୍ରାଣ ଅସ୍ଥିର ହୋଇ ଉଠିଛି । ଶେଷରେ ଲୋକ ଅପବାଦ, କଳଙ୍କ, ଭୟ ସବୁକୁ ତୁଚ୍ଛ କରି ପ୍ରେମ ନିବେଦନ ପାଇଁ ଜୈତ୍ରମଣି ସହିତ ଚୋରଗଙ୍ଗଙ୍କ ଶିବିରରେ ସୁଡ଼ଙ୍ଗ ଦେଇ ପ୍ରବେଶ କରିଛି ।


ହସ୍ତଗତ ହେଲେ ସେହି ରତ୍ନବର

ପ୍ରାଣେଶ୍ଵର ହେବେ ଉତ୍କଳ ଈଶ୍ଵର

ପ୍ରେମବଳେ ତାଙ୍କୁ କରି ଛତ୍ରପତି

ପ୍ରେମିକ କୁଳେ ମୁଁ ଟେକାଇବି ଛତି ।


ଜୈତ୍ରମଣି ଚୋରିକରି ନନ୍ଦିକା ଚୋରଗଙ୍ଗଙ୍କ ଶିବିରରେ ପ୍ରବେଶ ହେବା ପରେ ଚୋରଗଙ୍ଗ ତାଙ୍କ ପ୍ରେମକୁ ଭର୍ତ୍ସନା କରିଛନ୍ତି । କୁଳ-କଳଙ୍କିନୀ କହିଛନ୍ତି । ରାଜଦ୍ରୋହୀ, ଦେଶଦ୍ରୋହୀ, ପିତୃଦ୍ରୋହୀ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି । 

ତିନି ମହାପାପ ଏକ କରଣୀରେ

ଅଦ୍ଭୁତ ସାଧନ ତୋର ଧରଣୀରେ

କି ସାହସେ ତୋର ଚିତ୍ତବୃତ୍ତି ଗଲା

ଏ ଦାରୁଣ କାର୍ଯ୍ୟ ତୁ ପୁଣି ଅବଳା ।


ନନ୍ଦିକାର ବିବେକ ଦଂଶନ କରିଛି । ସେ ଅନୁତାପାନଳରେ ଆତ୍ମହତ୍ୟା କରିଛି । ତା’ର ପ୍ରେମ ପାଇଁ ସେ ଦେଶଦ୍ରୋହୀ ଓ ପିତୃଦ୍ରୋହୀ ହୋଇଥିବାରୁ ଦୁଃଖରେ ମୃତ୍ୟୁବରଣ କରିଛି ।


୪. ‘ନନ୍ଦିକେଶ୍ଵରୀ’ କାବ୍ୟରୁ ପ୍ରଣୟସ୍ନିଗ୍ଧ ଭାବଚେତନାର ଚିତ୍ର ଉପସ୍ଥାପନ କର ।

ଊ. ରାଧାନାଥ ଯେଉଁ କେତେକ ପ୍ରଣୟସ୍ନିଗ୍‌ଧ କାବ୍ୟ ରଚନା କରି ଓଡ଼ିଶାର କାବ୍ୟକାନନକୁ ସୁରଭିତ ଓ ସୌନ୍ଦର୍ଯ୍ୟ ମଣ୍ଡିତ କରିଯାଇଛନ୍ତି ତନ୍ମଧ୍ୟରୁ ଅନ୍ୟତମ ହେଉଛି ‘ନନ୍ଦିକେଶ୍ଵରୀ’ । ୧୮୮୭ ମସିହାରେ ଏହା ପ୍ରକାଶ ପାଇଁ ଓଡ଼ିଶାର ପାଠକ ଓ ସମାଲୋଚକଙ୍କ ମଧ୍ୟରୁ ନାନା କାରଣରୁ ଆଲୋଡ଼ନ ସୃଷ୍ଟି କରିଥିଲା । “ ଗ୍ରୀକ୍‌ପୁରାଣର ସିଲା ଓ ବାଇରନ୍‌ଙ୍କ ‘ସିକ୍ ଅଫ କୋରିନ୍ଥ’ କାବ୍ୟର ଅନୁସରଣରେ ନିର୍ମିତ ‘ନନ୍ଦିକେଶ୍ଵରୀ’ କାବ୍ୟ ରାଧାନାଥଙ୍କ ଶିଳ୍ପୀମନର ବିଶିଷ୍ଟ ପରିଣତି । ବିଦେଶୀ ସିଲାକୁ ରାଧାନାଥ ଏପରି ଓଡ଼ିଶୀ ପରିଛେଦରେ ଭୂଷିତ ଓ ଉତ୍କଳୀୟ ନାରୀ ଧର୍ମରେ ଦୀକ୍ଷିତ କରିଛନ୍ତି ଯେ, ସିଲା ପୂର୍ଣ୍ଣତଃ ନନ୍ଦିକାର କାୟାରେ ଛାୟା ପରି ମିଶିଯାଇଛି । ନନ୍ଦିକାର ଅନୁଶୋଚନା ଭିତରେ ତା’ର ଦୃଢ଼ ଆତ୍ମ ପ୍ରତ୍ୟୟର ସଙ୍କେତ ସୁସ୍ପଷ୍ଟ । ପ୍ରତ୍ୟାଖିତ ହୋଇ ଆତ୍ମବିସର୍ଜନ ଦେବା ମୁହୂର୍ଭରେ ସେ ଚୋରଗଙ୍ଗକୁ ପତିରୂପରେ ସ୍ଵୀକାର କରିଯାଇଛି । ଉତ୍କଳର ରାଜଜେମା ଜୀବନ ଅପେକ୍ଷା ଜୀବନର ସତ୍ୟରେ ବିଶ୍ଵାସୀ । ଏ ମହତ୍ତ୍ଵ, ନାରୀମନର ଏ ପ୍ରଶସ୍ତ ଚିତ୍ର ରାଧାନାଥଙ୍କର ଏକାନ୍ତ ନିଜସ୍ଵ ସୃଷ୍ଟି ।” ତେଣୁ ଏକ ଆହରଣଧର୍ମୀ କାବ୍ୟ ହୋଇ ବି ‘ନନ୍ଦିକେଶ୍ଵରୀ’ ରାଧାନାଥ ସୃଷ୍ଟି କାନନର ଏକ ଉଲ୍ଲେଖଯୋଗ୍ୟ ପୁଷିତ ଓ ସୁରଭିତ କାବ୍ୟ-ପୁଷ୍ପ ଭାବେ ବିଦିତ ହୋଇପାରିଛି ।

‘ନନ୍ଦିକେଶ୍ଵରୀ’ ଦୁଇଟି କ୍ଷୁଦ୍ର କ୍ଷୁଦ୍ର ସର୍ଗରେ ବିଭକ୍ତିକୃତ । ଏହି ଉଭୟ ସର୍ଗ ‘ନଟବାଣୀ’ ବୃତ୍ତରେ ରଚିତ । ପ୍ରଥମ ସର୍ଗରେ କବି କାବ୍ୟ ବିଷୟବସ୍ତୁର ଭୂମିକାରେ ହିଁ ଅବତାରଣା କରିଅଛନ୍ତି ଏବଂ ଏହି ସର୍ଗର ବିଶେଷ ଭାଗ ଓଡିଶାର ପ୍ରାକୃତିକ ବର୍ଣନାରେ ବିମଣ୍ଡିତ ହୋଇଛି । ଆଲୋଚ୍ୟ ସର୍ଗରେ କାବ୍ୟ-କଥାବସ୍ତୁର ବିଶେଷକିଛି ଉଲ୍ଲେଖଯୋଗ୍ୟ ଘଟଣା ନାହିଁ । କେବଳ ରାଜା ଚୋରଗଙ୍ଗଙ୍କ ଉତ୍କଳ ଆକ୍ରମଣର ଚିତ୍ର ଏବଂ କାଠଯୋଡ଼ି ତୀରରେ ଶିବିର ସ୍ଥାପନ ଘଟଣା ବର୍ଣ୍ଣିତ ହୋଇଛି ।

ଦ୍ଵିତୀୟ ସର୍ଗରେ କାବ୍ୟର ମୁଖ୍ୟ କଥାବସ୍ତୁ ସ୍ଥାନପାଇଛି । ଏହି ସର୍ଗରେ କାବ୍ୟର ବିକାଶ ଓ ପରିଣତ ହିଁ ସଙ୍ଘଟିତ ହୋଇଛି । ରାଜବାଳା ନନ୍ଦିକା ସହ ପାଠକ ଏହି ସର୍ଗରେ ପରିଚିତ ହୁଏ ଓ ତା’ର ବିଫଳ ପ୍ରେମର କରୁଣଶକ୍ତି କାହାଣୀରେ ପାଠକଚିତ୍ତ ଆଲୋଡ଼ନ ହୁଏ । ଆଲୋଚ୍ୟ ସର୍ଗଟି କାବ୍ୟର ଉଦ୍ଦେଶ୍ୟ, ଅଭିବ୍ୟକ୍ତ ପୂରଣର ଯଥାର୍ଥ ପିଢ଼ି ବୋଲାଇଛି । ଏହି ସର୍ଗରେ କବିବର ତାଙ୍କର କାବ୍ୟ-ନାୟିକା ଓ ନାୟକ, ରାଜା ସୁବର୍ଣ୍ଣକେଶରୀ ଓ ଚୋରଗଙ୍ଗ ଆଦିଙ୍କ ମନସ୍ତାତ୍ତ୍ଵିକ ବିଶ୍ଲେଷଣର ମଧ୍ୟ ବୟାନ କରିଛନ୍ତି । ରାଧାନାଥଙ୍କ କଳ୍ପନା ଓ କବିତ୍ଵର ‘ନନ୍ଦିକେଶ୍ଵର’ର ଶେଷସର୍ଗ ହିଁ ପାଠକରି ବିଶେଷ ଦୃଷ୍ଟି ଆକର୍ଷଣ କରିଥାଏ ।

କାବ୍ୟରେ ନାଟକୀୟ ଭାବେ କାଠଯୋଡ଼ି ତୀରରେ ରାଜା ଚୋରଗଙ୍ଗଙ୍କ ରଣଶିବିର ପରିଲକ୍ଷିତ ହୋଇଛି । ଉତ୍କଳର ତତ୍‌କାଳୀନ ରାଜା ସୁବର୍ଣ୍ଣକେଶରୀ ଉତ୍କଳ ଶାସନ କରୁଥିବାବେଳେ ତାଙ୍କର ରାଜଧାନୀ ଥିଲା ଅଭିନବ ବାରଣାସୀ (ଆଜିର ବିଡ଼ାନାସୀ) ସେତେବେଳେ ଉତ୍କଳ ଓ କଳିଙ୍ଗ ଦୁଇଟି ପୃଥକ୍ ରାଜ୍ୟ ହୋଇ ରହିଥାଏ । କଳିଙ୍ଗର ରାଜା ଚୋରଗଙ୍ଗ ଥିଲେ ବେଶ୍ ପରାକ୍ରମଶାଳୀ । ପୁଣି ଦେବୀ ଗଙ୍ଗାଙ୍କ ବରପୁତ୍ର ଭାବେ ଦେବୀଙ୍କ ନିର୍ଦ୍ଦେଶରେ ସେ ଉତ୍କଳ ଆକ୍ରମଣ କରିଥିଲେ ଶକ୍ତିପୂଜାର ବିନାଶ କରି ବୈଷ୍ଣବ ଧର୍ମ ପ୍ରତିଷ୍ଠା କରିବା ପାଇଁ । ରାଜା ଚୋରଗଙ୍ଗଙ୍କ ପରାକ୍ରମ ଆଗରେ ଉତ୍କଳର ରାଜା ସୁବର୍ଣ୍ଣ କେଶରୀ ହୀନବଳ ହୋଇ ପଡ଼ିଥିଲେ; କିନ୍ତୁ ଚୋରଗଙ୍ଗଙ୍କ ବଶତା ସେ ସ୍ଵୀକାର କରି ନଥିଲେ ।

ବହୁବର୍ଷ ଯୁଦ୍ଧ ଚଳାଇବା ପରେ ପ୍ରବଳ ପ୍ରତାପୀ ଚୋରଗଙ୍ଗ ଉତ୍କଳର ରାଜଧାନୀ ବିଡାନାସୀର ନିକଟବର୍ତ୍ତୀ ହେଲେ । କାଠଯୋଡ଼ି ତୀରରେ ତାଙ୍କର ସୈନ୍ୟ ଛାଉଣୀ ପଡ଼ିଲା । ସେ ବିଡ଼ାନାସୀ କଟକ ଅବରୋଧ କଲେ । ଉତ୍କଳ ଦକ୍ଷିଣ କଳିଙ୍ଗ ଯୁଦ୍ଧରେ ଉତ୍କଳର ଦକ୍ଷିଣ ପଶ୍ଚିମ ଓ ଉତ୍ତର ଭାଗର ବହୁ ପରାକ୍ରମୀ ବୀର ମାତୃଭୂମିର ସ୍ଵାଧୀନତା ରକ୍ଷା କରିବାକୁ ପାଇଁ ପ୍ରାଣବଳି ଦେଲେ । ସୁବର୍ଣ୍ଣକେଶରୀ ‘ଯୁଦ୍ଧ ପରେ ଯୁଦ୍ଧହାରି’ ଅବଶେଷରେ ଗଡ଼ଚଣ୍ଡୀଙ୍କ ନିକଟରେ ଅଧୂଆ ପଡ଼ିଲେ । ଶେଷରେ ଗଡ଼ଚଣ୍ଡୀ ସ୍ଵପ୍ନରେ ସୁବର୍ଣ୍ଣକେଶରୀଙ୍କ ଅଗ୍ରତେ – “ ଉଭା ହୋଇ ଆଜ୍ଞା ଦେଲେ ଏହିମତେ ” “ ଶତ୍ରୁ ତୋର ଦେବବଳେ ବଳୀୟାର ସମ୍ମୁଖ ସଂଗ୍ରାମେ ଅଟେ ଦୁର୍ନିବାର ।”

ପୁଣି –

ରାଜା ଚୋରଗଙ୍ଗ ଗଙ୍ଗା ଠାରୁ ବରଲାଭ କରିଥିଲେ ଯେ, ତାଙ୍କୁ ସମ୍ମୁଖ ସମରରେ କେହି ହରାଇ ପାରିବେ ନାହିଁ ।

“ ଗଙ୍ଗାବାକ୍ୟ ତାକୁ ଦେବ ଚନ୍ଦ୍ରଚୂଡ଼

ବାଞ୍ଛନ୍ତି ଦେବାକୁ ଉତ୍କଳେ ମହୁଡ଼ ।”

ଗଙ୍ଗା ବାକ୍ୟରେ ମହାକୋପୀ ଶିବ ମଧ୍ଯ ଇଚ୍ଛା କରିଛନ୍ତି ଚୋରଗଙ୍ଗକୁ ଉତ୍କଳର ସିଂହାସନ ଦେବା ପାଇଁ । ଏଥକୁ ବା ବଳ କାହାର ଏ ତ ନିୟତିର ଖେଳ । ସୁବର୍ଣ୍ଣ କେଶରୀଙ୍କ ଭାଗ୍ୟ ଏଥ‌ିପାଇଁ ହିଁ ଦାୟୀ । ସେ ଚେଷ୍ଟା କଲେ ବି ନିୟତିକ୍ ନିଜ ଇଚ୍ଛା ମୁତାବକ ନେଇପାରିବେ ନାହିଁ । କାରଣ

“ ଶକ୍ତି ନାହିଁ ଉତ୍ସ କାହାର ଜଗତେ

ନିୟତି କି ନେବ ନିଜ ଇଚ୍ଛାମତେ ।”

ସହର । ଚନ୍ଦ୍ରାସ୍ତ ହେବାକୁ ଆଉ ବେଶି ସମୟ ନାହିଁ । ଗଙ୍ଗାଙ୍କ ବାଣୀ କି ରୂପେ ଫଳିବ ସେହି ଆଶାରେ ଚୋରଗଙ୍ଗ ବସିଥିଲେ ଶିବିରର ଦ୍ଵାରଦେଶରେ । ଏହି ସମୟରେ ନନ୍ଦିକା ଉପସ୍ଥିତ ହେଲେ ଚୋରଙ୍କ ଶିବିର ଦ୍ଵାରରେ । ଖୁବ୍ ନିକଟରୁ ଚୋରଙ୍କ ଶାନ୍ତ, ସୌମ୍ୟ ମୂର୍ତ୍ତି ସଦର୍ଶନ କରି ନନ୍ଦିକାଙ୍କ ପ୍ରେମିକା ପ୍ରାଣ ଆହୁରି ଆନ୍ଦୋଳିତ ହେଲା । ସେ ସ୍ଵତଃପ୍ରବୃତ୍ତ ଭାବେ ନିଜର ଅଭିଳାଷ ବ୍ୟକ୍ତ କଲେ । ଚୈତ୍ରମଣିକୁ ଚୋରଙ୍କ ହାତରେ ସମର୍ପି ପ୍ରତିଦାନେ ସେ କେବଳ ତାଙ୍କର ପ୍ରେମଭିକ୍ଷା କଲେ । କବିଙ୍କ ଭାଷାରେ

“ ଅଦ୍ଭୁତ ସାହସେ କହଇ ନନ୍ଦିକା ପ୍ରେମେ ଶ୍ରୀପୟରେ ହେଲି ମୁହିଁ ବିକା ନନ୍ଦିକା ଉତ୍କଳ – ନରେନ୍ଦ୍ର ନନ୍ଦିନୀ

ତୁମ ପାଦେ ଆଜ ପ୍ରେମ ଭିକାରିଣୀ ।”

ରାଜନନ୍ଦିନୀ ନନ୍ଦିକାଙ୍କର ଏତାଦୃଶ ପ୍ରଣୟ ଭିକ୍ଷା ବୀର ଚୋରଙ୍କ ଅନ୍ତରକୁ ପ୍ରଭାବିତ କରିପାରିଲା ନାହିଁ । ଏତେବେଳେ କବି ଚୋରଙ୍କ ସ୍ଥିର ଚିତ୍ତକୁ ଲକ୍ଷ୍ୟକରି ଲେଖୁଛନ୍ତି

“ ତୁଚ୍ଛ ସୁଖଲାଗି ଚିର ଲକ୍ଷ୍ୟଚ୍ୟୁତ

ହେବେ କି ସହଜେ ଶ୍ଵର ଗଙ୍ଗାସୁତ ? ”

ଚୋରବୀରା ରାଜନନ୍ଦିନୀ ନନ୍ଦିକା ପୁଣ୍ୟଶ୍ଳୋକ କେଶରୀ ବଂଶର ଦାୟାଦ । ଯେଉଁ କେଶରୀ ବଂଶର କୀର୍ତ୍ତି ସମଗ୍ର ଉତ୍କଳ ବ୍ୟାପୀ ବିରାଜିତ ସେହି ମହିମାମୟ କେଶରୀ ବଂଶର ସନ୍ତତିର ଏପରି ପ୍ରେମ ନିବେଦନକୁ ଚୋର କିପରି ବା ପ୍ରଶୟ ଦେଇଥା’ନ୍ତେ । ତେଣୁ ରାଜବାଳା ନନ୍ଦିକାଙ୍କୁ ସେ ତିରସ୍କାର କରିଛନ୍ତି । ରାଜବାଳା ନନ୍ଦିକାର କାର୍ଯ୍ୟ ତାଙ୍କ ଦୃଷ୍ଟିରେ ରାଜଦ୍ରୋହ, ଦେଶଦ୍ରୋହ ଓ ପିତୃଦ୍ରୋହର ରୂପଲାଭ କରିଛି । ତେଣୁ ନନ୍ଦିକା ଉଦ୍ଦେଶ୍ୟରେ ସେ କହିଛନ୍ତି

“ ତିନି ମହାପାପ ଏକ କରଣୀରେ

ଅଦ୍ଭୁତ ସାଧନ ତୋର ଧରଣୀରେ

କି ସାହସେ ତୋର ଚିତ୍ତବୃତ୍ତି ଗଲା

ଏ ଦାରୁଣ କାର୍ଯ୍ୟ ତୁ ପୁଣି ଅବଳା

।”

ନନ୍ଦିକା ମନଚୋର ଚୋରଗଙ୍ଗଙ୍କ ଠାରୁ ଏପରି ଭାବେ ପ୍ରତ୍ୟାଖ୍ୟାତ ହେବେ ବୋଲି ହୁଏତ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ । ରାଜବାଳା ନନ୍ଦିକା ଚୋରଗଙ୍ଗଙ୍କ ବାଣୀ, ତାଙ୍କ ମନ ଓ ହୃଦୟରେ ଶତବୃଷ୍ଟିକର ଦଂଶନର ଜ୍ଵ ଖେଳାଇ ଦେଇଛି । ମୁହୁର୍ଭକର ଭାବାବେଶରେ ସେ ଘରୁ ବାହାରି ଯାଇଥିଲେ । ମାତ୍ର ଚୋରଙ୍କ ଦ୍ଵାରା ପ୍ରତ୍ୟାଖିତ ହେବା ପରେ ସେ ନିଜର କୁଟୀଳ ରୂପକୁ ନିଜେ ସଦର୍ଶନ କରି ଭୟ କରିଛନ୍ତି । ନିଜ ଭିତରେ ସେ ନିଜର ପିତୃଦ୍ରୋହ, ରାଜଦ୍ରୋହ ଓ ଦେଶଦ୍ରୋହକୁ ଅନୁଭବ କରିଛନ୍ତି । ଫଳତଃ ଆତ୍ମକୃତ ପାପର ଦଂଶନରେ ସକାଳର ସୂର୍ଯ୍ୟାଲୋକର ନନ୍ଦିକା ଆଉ ମୁଖ ଦେଖାଇବାକୁ ସାହସ କରି ନାହାନ୍ତି । ମଣି ସହିତ ନନ୍ଦିକାଙ୍କୁ ଚୋରଗଙ୍ଗ ପରିଜନ ପରିବେଷ୍ଟିତ କରି ବିଡ଼ାନାସୀ ଗଡ଼କୁ ସବାରୀରେ ସସମ୍ମାନେ ପ୍ରତ୍ୟାବର୍ତ୍ତନ କରାଇଦେବା ବାଟରେ ନନ୍ଦିକା ମଣିକୁ ଶୋଷି ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ କଳ୍ପଳାନ୍ତ ଲୋତକେ ସେ ଲେଖୁଛନ୍ତି ପିତାଙ୍କ ନିକଟକୁ ଏକ ଆବେଗପୂର୍ଣ୍ଣ ପତ୍ର । ଏହି ପତ୍ରରେ ଚୋରଗଙ୍ଗକୁ ନିଜପୁତ୍ର ପରି ଜ୍ଞାନ କରିବାକୁ ସେ ନିବେଦନ କରିବା ସଙ୍ଗେ ସଙ୍ଗେ ତାଙ୍କର ସମାଧିପୀଠରେ ଏକ ସ୍ମୃତିମନ୍ଦିର ନିର୍ମାଣ କରିବା ପାଇଁ ସେ ପିତାଙ୍କୁ ଅନୁରୋଧ କରିଥିଲେ ।

୫, ‘ନନ୍ଦିକେଶ୍ଵରୀ’ କାବ୍ୟରୁ ରାଧାନାଥଙ୍କର ନୈସର୍ଗିକ ଚେତନାର ଚିତ୍ର ଅଙ୍କନ କର ।

ଉ, ‘ନନ୍ଦିକେଶ୍ଵରୀ କାବ୍ୟ’ର କବି ରାଧାନାଥ ରାୟ ଜଣେ ପ୍ରକୃତି କବି । ପ୍ରକୃତି ହେଉଛି ନିସର୍ଗ ସୁଷମାର ଭଣ୍ଡାର । ସେ ମଧ୍ୟ ସୌନ୍ଦର୍ଯ୍ୟପିପାସୁ କବି । ସୌନ୍ଦର୍ଯ୍ୟ ଚେତନା ପ୍ରକୃତି ଚେତନାର ପ୍ରକୃତ ଉତ୍ସ । ‘ନନ୍ଦିକେଶ୍ଵରୀ’ କାବ୍ୟରେ ରହିଛି ପ୍ରକୃତିର ଅପରୂପ ଶୋଭା। ଛତ୍ରେ ଛତ୍ରେ ପ୍ରକୃତି ବର୍ଣ୍ଣନା ବେଶ୍ ମନୋରମ । ନନ୍ଦିକେଶ୍ଵରୀ କାବ୍ୟରେ ବର୍ଣ୍ଣିତ ପ୍ରକୃତି ନିର୍ଜୀବ, ଅଥବା ଜଡ଼ ପିଣ୍ଡ ନୁହେଁ । ରାଧାନାଥ ପ୍ରତିଭାର ପ୍ରକୃତି ଜୀବନ୍ତ ହୋଇ ଉଠିଛି ।

କାବ୍ୟର ପ୍ରଥମ ସର୍ଗରେ ଚୋରଗଙ୍ଗ ଉତ୍କଳ ଆକ୍ରମଣର ଦୃଶ୍ୟ ଉଦ୍‌ଭାସିତ ହୋଇଛି । କବି ରାଧାନାଥ ଚୋରଗଙ୍ଗଙ୍କ ସମର ସଜା କଥା ଯେପରି ଉଲ୍ଲେଖ କରିଛନ୍ତି ତାହା ଆକର୍ଷଣୀୟ ହୋଇଛି । ପ୍ରଥମ ସର୍ଗରେ ଉତ୍କଳ ପ୍ରକୃତିର ବର୍ଣ୍ଣନା ମନୋରମ ।

ବିରଜା ମଣ୍ଡଳେ ଯେତେ ବୀର ପଲ୍ଲୀ

ପୂଗମାନେ ହିଁ ଜଡ଼େ ନାଗବଲ୍ଲୀ ପରସ୍ପରେ ଭୁଜ ଛନ୍ଦିବାରେ ସଦା ଚମ୍ପାଦୂତ ଯହିଁ ବଳାନ୍ତି ସରଧା । ଭଦ୍ରକ ଯା’ ପାଦେ ବେଢ଼ିଅଛି ଛନ୍ଦି ଉତ୍କଳେ କାଳିନ୍ଦୀ ରୂପିଣୀ ସାଳନ୍ଦୀ ସୋର, ଗର୍ବ, ଯାର, କରଇ ପ୍ରସାର

ପଶ୍ଚିମେ ପର୍ବତ ପୂର୍ବେ ପାରାବାର ।

ଭୌଗୋଳିକ ଦୃଷ୍ଟି ମଧ୍ୟଦେଇ ପ୍ରକୃତିର ଚିତ୍ରଣ ସଂପର୍କରେ କବି ଜୀବନ୍ତ ବର୍ଣ୍ଣନା କରିଛନ୍ତି । ତେଣୁ ରାଧାନାଥଙ୍କ ପ୍ରକୃତି କେବଳ କଳ୍ପନାର ଦୋଳାରେ ସୁକୁମାରୀ ରାଜନନ୍ଦିନୀ ନୁହେଁ, ଏହା ବାସ୍ତବ ତୀର ପଟ୍ଟଭୂମିରେ ଛବିଳ ଉତ୍କଳର ନୂପୁର ନିକ୍କଣ ଛନ୍ଦିତ ପଲ୍ଲୀ ବଧୂଟିଏ । ଉତ୍କଳର ଚାରୁ ଚିତ୍ରଶାଳାର ବହୁ ନମୁନା ‘ନନ୍ଦିକେଶ୍ଵରୀ’ର ପୃଷ୍ଠା ମଣ୍ଡନ କରିଛି । କୌଣସି ଏକ ଦନ୍ତା ହସ୍ତୀର ବାହାର ସ୍ଥଳ ସଂପର୍କରେ ବର୍ଣ୍ଣନା ଦେବାକୁ ଯାଇ କବିବର ଉତ୍କଳୀୟ ପ୍ରକୃତିକୁ ଏପରି ମନୋଜ୍ଞ କରି ଦେଇଛନ୍ତି; ଯାହାକି ଅତ୍ୟନ୍ତ ଆକର୍ଷଣୀୟ ହୋଇପାରିଛି । ଯଥା –

ସପ୍ତକୋଶୀ ଗଣ୍ଡ ରାଜେ ଶୈଳକୁଞ୍ଜେ

ସୁଶୀତଳ ତୁଙ୍ଗ ଶୈଳଛାୟା ପୁଞ୍ଜେ ନିର୍ଜନେ ଦିଅନ୍ତି ନବନ୍ଧୁମାବଳୀ ଜଳ ଦେବତାଙ୍କୁ ଯହିଁ ପୁଷ୍ପାଞ୍ଜଳି, ତହିଁ ମହାନଦୀ ପ୍ରବାହେ ନିଦାଘେ


ପିୟାସଙ୍ଗେ ଖେଳୁଥିଲା ଅନୁରାଗେ

ମତ୍ତ ଦନ୍ତାବଳ, ଏବେ ରଣସ୍ଥଳ

କରି ଅଛି ନିଜ ଅସ୍ଥିରେ ଧବଳ ।


ନନ୍ଦିକେଶ୍ଵରୀ’ କାବ୍ୟର ପ୍ରଭାତ ବର୍ଣ୍ଣନାରେ ନିର୍ଜୀବ ପ୍ରକୃତିକୁ ସେ ଆହୁରି ପ୍ରାଣବନ୍ତ, ରୂପାଶ୍ରୟୀ କରି ପାରିଛନ୍ତି । କଜ୍ଜଳ ପତ୍ରୀର ପବିତ୍ର ନିଃସ୍ଵନ ଜଗତରେ ଉଷା ଆଗମନର ସୂଚନା ପ୍ରଦାନ କରିଛି । ପ୍ରଭାତର ଆଗମନରେ ଧୀରେ ଧୀରେ ଦିଗ୍‌ବଳୟ ସେପଟେ ଚନ୍ଦ୍ର ଅସ୍ତମିତ ହେଲେ । ବାଳସୂର୍ଯ୍ୟର ଆଭାରେ ପ୍ରାଚୀ ନଭ ରକ୍ତରଞ୍ଜିତ ଦିଶୁଥିଲା । ଏହା ପ୍ରକାଶ କରି କବି ଲେଖୁଛନ୍ତି

କ୍ରମେ କ୍ରମେ ହେଲା ଚନ୍ଦ୍ରମା ନିଷ୍ପ୍ରଭ

ଉଷାରାଗେ ରକ୍ତ ହେଲା ପ୍ରଚୀନଭ 

ମାତାଙ୍କ ପ୍ରବାହ ଯଥା ସିନ୍ଧୁ ଜଳେ


ଉଛୁଳିଲା ପ୍ରଭା ନୀଳନଭ ସ୍ଥଳେ । ନୀଳକାନ୍ତି ବ୍ୟୋମ ଅନ୍ତରାଳେ ଝଳି ବିରାଜିଲେ ବିଭା ଯେହ୍ନେ ଅରାବଳୀ କୁଆଁତାରା ତହିଁ ମଧ୍ୟ ବିରାଜିତା ପ୍ରାଚୀ କରିଛି କି ରାମାନନ୍ଦୀ ଚିତା ।


ଗଙ୍ଗାଙ୍କ ମୁଖରେ ମହାନଦୀ ବର୍ଣନା ରାଧାନାଥ ପ୍ରକୃତି ପ୍ରାଣତାକୁ ଜୀବନ୍ତ କରିଛି । କବି ଦୃଷ୍ଟିରେ ଗଙ୍ଗା ଓ ମହାନଦୀ

ଭବେ ଏହାଙ୍କର ନାମ ମହାନଦୀ

ଉତ୍କଳ ଭୁବନେ ଏହି ବିଷ୍ଣୁପଦୀ ।


ଲୋକେ ଏହାଙ୍କର ମହିମା ଅଦ୍ଭୁତ ନୀର ଏହାଙ୍କର ମର୍ତ୍ତ୍ୟରେ ଅମୃତ ଯା’ତୀର ନିବାସ ମଣି ମହୋତ୍ସବ

ବସନ୍ତି ଶଇଳେ ଶ୍ରୀନୀଳ ମାଧବ ।

ଏହା ବ୍ୟତୀତ କବି ରାଧାନାଥ ଓଡ଼ିଶାର ନଦନଦୀ, ପାହାଡ଼ ପର୍ବତର ଶୋଭା ବର୍ଣ୍ଣନା କରିଛନ୍ତି । ସ୍ଵପ୍ଲିଳ ସନ୍ଧ୍ୟା ବର୍ଣ୍ଣନା, ଦିବ୍ୟ ପ୍ରଭାତ ବର୍ଣ୍ଣନା, ମଦାଳସୀ ପ୍ରକୃତି ବର୍ଣ୍ଣନା, ଅସ୍ତମୁଖୀ ସୂର୍ଯ୍ୟଙ୍କ କନକ ଆଭା ବେଶ୍ ଛବିଳ । ରାଧାନାଥଙ୍କ ପ୍ରକୃତି ବର୍ଣ୍ଣନା ମଧ୍ଯରେ ସବୁଠାରୁ ଅଧ‌ିକ ମନୋରମ ହୋଇଛି ପ୍ରଭାତ, ସନ୍ଧ୍ୟା ଓ ରାତ୍ରିର ନନ୍ଦିକେଶ୍ଵରୀ କାବ୍ୟରେ ପ୍ରଭାତ ବର୍ଣ୍ଣନା ଯେପରି ମନୋଜ୍ଞ ସନ୍ଧ୍ୟା ଓ ରାତ୍ରି ବର୍ଣ୍ଣନା

୬. ‘ନନ୍ଦିକେଶ୍ଵରୀ’ କାବ୍ୟର ବର୍ଣ୍ଣନା ବିଳାସର ପରିଚୟ ଦିଅ ।

ଊ. (ନ - ୨ ର ଉତ୍ତର ଦ୍ରଷ୍ଟବ୍ୟ)

୭. ‘ନନ୍ଦିକେଶ୍ଵରୀ’ କାବ୍ୟରେ ବର୍ଣ୍ଣିତ ମନୋରମ ସନ୍ଧ୍ୟା ପ୍ରକୃତିର ଚିତ୍ର ପ୍ରଦାନ କର ।

ଉ. ନନ୍ଦିକେଶ୍ଵରୀ କାବ୍ୟରେ ସନ୍ଧ୍ୟା ବର୍ଣ୍ଣନା ସ୍ଵପ୍ଲିଳ । ତାହା ମନୋଜ୍ଞ ଓ ମାଦକପୂର୍ଣ । ମଦାଳସୀ ସନ୍ଧ୍ୟା । ଅସ୍ତମୁଖୀ ସୂର୍ଯ୍ୟଙ୍କ କନକ ଆଭା ଧରଣୀ ବକ୍ଷରେ ସ୍ଵର୍ଣ୍ଣାଭ ଆଭାର ଭ୍ରମ ସୃଷ୍ଟି କରିଛି । ସନ୍ଧ୍ୟାରାଣୀର ଆଗମନ ବେଶ୍ ସ୍ୱଳ ହୋଇ ଉଠିଛି । ରାଧାନାଥ ରାୟଙ୍କ ନନ୍ଦିକେଶ୍ଵରୀ କାବ୍ୟରେ ସନ୍ଧ୍ୟାର ବର୍ଣ୍ଣନା ମଞ୍ଜୁଳ ।

ଚକ୍ରଗାମୀ ସ୍ରୋତ, ବିସ୍ତୃତ ସୈକତେ ସନ୍ଧ୍ୟାରାଗ ଖେଳୁ ଅଛି ନାନା ମତେ ।

ସ୍ଵଚ୍ଛ ସ୍ରୋତ ଜଳେ ପୀତ ରବିରୁଚି

ପଡ଼ି ବୀଚିମାଳା ହଲୁଚି, ଝଲୁଚି ।

ସନ୍ଧ୍ୟାରେ କାଠଯୋଡ଼ିର ବାଲୁକାପ୍ରାନ୍ତ ମନୋରମ ଦେଖାଯାଏ । ଚନ୍ଦ୍ରମାର କିରଣରେ ସ୍ଵଚ୍ଛସ୍ରୋତ ଉଦ୍‌ଭାସିତ ହୋଇଉଠେ । ନୀଳ ବୀଚିମାଳା ଝଲସି ଉଠେ ।

ପଟିଆ ହ୍ରଦରୁ ପକ୍ଷୀ ଦଳେ ଦଳେ

ଉଡି଼ ଆସୁଛନ୍ତି ନଭ କୋଳାହଳେ ଗଉଡ଼େ ମଧୁର ମୂରଲୀ ବଜାଇ ପଠାରୁ ଗୋଠକୁ ଆଣୁଛନ୍ତି ଗାଈ ।

ଚାହୁଁ ଚାହୁଁ ରବି ହେଲେ ଅସ୍ତମିତ ପଶ୍ଚିମାଶା ହେଲା କୁଙ୍କୁମେ ଛୁରିତ । କେତେ ରୂପ ଧରୁଅଛି ଚକ୍ରବାଳ ଦେଖାଉଛି ନବ ନବ ଇନ୍ଦ୍ରଜାଲ । ରକ୍ତ, ପୀତନୀଳେ, ଚକ୍ର କରି ନଭ

ଭିଆଇଛି ନାନା ବର୍ଷେ ବର୍ଣ୍ଣୋତ୍ସବ ।

ସନ୍ଧ୍ୟା ଆଗତରେ ପକ୍ଷୀମାନେ ସ୍ଵାବସାକୁ ଫେରୁଛନ୍ତି । ପଠାରୁ ଗୋଠକୁ ଗାଈ ଫେରୁଛନ୍ତି । ଗଉଡ଼ ପୁଅର ସୁମଧୁର ମୂରଲୀମାନ ନିନାଦିତ ହେଉଛି। ପଶ୍ଚିମା ଆକାଶ କୁଙ୍କୁମାଦି ଦେଖାଯାଉଛି । ବର୍ଣ୍ଣୋତ୍ସବମୟ ଦେଖାଯାଉଛି । 


୮. ‘ନନ୍ଦିକେଶ୍ଵରୀ’ କାବ୍ୟରୁ କବିବର ଜାତୀୟତା ଭାବର ପରିଚୟ ଦିଅ ।

ଉ. ରାଧାନାଥଙ୍କ ‘ନନ୍ଦିକେଶ୍ଵରୀ କାବ୍ୟରେ ଜାତୀୟତାଭାବର ଚିତ୍ର ସୁସ୍ପଷ୍ଟ । ରାଧାନାଥଙ୍କ କେଦାରଗୌରୀ କାବ୍ୟ ବିଦେଶୀ କଥାବସ୍ତୁ ହେଲେ ବି ଏଥିରେ ଉତ୍କଳର ଐତିହାସିକ ପୀଠସ୍ଥଳୀ ଭୁବନେଶ୍ଵରର ବର୍ଣ୍ଣନା ରହିଛି । ‘ଚନ୍ଦ୍ରଭାଗା’ରେ ପ୍ରସିଦ୍ଧ ‘କୋଣାର୍କ’ ପୁରୀ ଅଞ୍ଚଳକୁ ଗ୍ରହଣ କରିଛନ୍ତି । ‘ନନ୍ଦିକେଶ୍ବରୀ’ କାବ୍ୟରେ ପ୍ରାଚୀନ ଓଡ଼ିଶାର ରାଜଧାନୀ ବାରଣାସୀ ଗଡ଼ (ବିଡ଼ାନାସୀ)କୁ ନିଆଯାଇଛି ।

କବିବର ରାଧାନାଥ ରାୟ ନନ୍ଦିକେଶ୍ଵରୀ କାବ୍ୟରେ କଥାବସ୍ତୁକୁ ସିଲାନିନସ୍ ଓ ସିଜ୍ ଅଫ କୋରିନ୍ଥରୁ ଗ୍ରହଣ କରିଥିଲେ ମଧ୍ୟ ଉତ୍କଳୀୟ ଜାତୀୟତାର ପରିଚୟ ପ୍ରଦାନ କରିଛନ୍ତି ।

‘ନନ୍ଦିକେଶ୍ଵରୀ’ କାବ୍ୟରେ କାଠଯୋଡ଼ି ନଦୀ ପଠା, ନଦୀ ମଧ୍ୟରେ ବୈତରଣୀ, ଦୟା, କୁଶଭଦ୍ରା, ଭାର୍ଗବୀ, ଚିତ୍ରୋତ୍ପଳା, ମହାନଦୀ ପବିତ୍ର ପୀଠ ମଧ୍ଯରେ ତୁଳସୀ କ୍ଷେତ୍ର (କେନ୍ଦ୍ରାପଡ଼ା), ଚଉଦ୍ଵାର, ଦର୍ପଣୀ, ବିରଜାକ୍ଷେତ୍ର, ଭଦ୍ରକ, ନୀଳଗିରି, ଧଉଳି, ପାରିକୁଦ, ଖଲ୍ଲିକୋଟ, କପିଳାସ, ଢେଙ୍କାନାଳ, ସପ୍ତକୋଶୀ ଗଣ୍ଡ (ସାତକୋଶିଆ), ଗୋଦାବରୀ, ଚର୍ଚ୍ଚିକା, ଧବଳେଶ୍ଵର, ବଳାଙ୍ଗୀ, ନରାଜ, ବିରଜା, ଗୋନାସାଦି, ନନ୍ଦନକାନନ ଆଦିଙ୍କର ନାମୋଲ୍ଲେଖ କରିଛନ୍ତି । ସେମାନଙ୍କର ପ୍ରସିଦ୍ଧି ଓ ମହାତ୍ମ୍ୟ ମଧ୍ଯ କବି ପ୍ରଦାନ କରିଛନ୍ତି ।

ଉତ୍କଳୀୟମାନେ ନିଜ ଜୀବନକୁ ତୁଚ୍ଛ ମନେକରି ଜାତୀୟ ସୁରକ୍ଷାରେ ବ୍ରତୀ ହୁଅନ୍ତି | ଏହା ଉତ୍କଳୀୟମାନଙ୍କର ଅମର ଚରିତ୍ର । ଶତ୍ରୁ ନିକଟରେ ସହଜରେ ଆତ୍ମସମର୍ପଣ କରନ୍ତି ନାହିଁ । ସୁବର୍ଣ୍ଣକେଶରୀ ଉତ୍କଳର ରାଜା। ସେ ବାରମ୍ବାର ଯୁଦ୍ଧରେ ହାରିଥିଲେ ମଧ୍ୟ ମନ୍ତ୍ରୀ ବାସୁଦେବଙ୍କ ସନ୍ଧି ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି । ଏହା ତାଙ୍କର ସ୍ଵାଧୀନଚେତାର ପରିଚୟ । ଗଡ଼ଚଣ୍ଡୀଙ୍କ ପରାମର୍ଶରେ ସେ ଗଡ଼ଦ୍ଵାର ରୁଦ୍ଧ କରିଛନ୍ତି । ଚୋରଗଙ୍ଗଙ୍କ ପାଖରେ ଶରଣ ପଶି ନାହାନ୍ତି । ଏହା ତାଙ୍କର ଉତ୍କଳୀୟ ଜାତୀୟତାର ପରିଚୟ ।

ଉତ୍କଳ ହେଉଛି ସ୍ଵର୍ଣ୍ଣପ୍ରସୂ । ମହାନଦୀର ବିଶେଷତ୍ଵ ସଂପର୍କରେ କୁହାଯାଇଛି ଯେ - 

ଭବେ ଏହାଙ୍କର ନାମ ମହାନଦୀ

ଉତ୍କଳ ଭୁବନେ ଏହି ବିଷ୍ଣୁପଦୀ

 ନୀଳ ସାଗରର ଫେଳିନ ତରଙ୍ଗ

ଏହି ଶୈଳ ପଦେ ହେଉଥିଲା ଭଙ୍ଗ 

ମହାନଦୀ ଲୀଳା ନିମନ୍ତେ ତୀର୍ଥେଶ 

ଛାଡ଼ି ଦେଇଛନ୍ତି ଏହି ପୂର୍ବ ଦେଶ

 ଏହି ମହାନଦୀ ପ୍ରାସାଦେ କେବଳ

 ଜନ୍ମି ଅଛି ଶସ୍ୟ ଶ୍ୟାମଳ ଉତ୍କଳ।


ଉତ୍କଳର ମହାନଦୀ ଉତ୍କଳୀୟତାର ପରିଚୟ। ଉତ୍କଳର ପବିତ୍ର ଭୂମି ଐତିହାସିକ ପୀଠସ୍ଥଳୀ ଓ ପୁରାଣ ବିଦିତା ଉତ୍କଳର ବିଭିନ୍ନ ପୀଠସ୍ଥଳୀର ବର୍ଣ୍ଣନା ରାଧାନାଥ ପ୍ରଦାନ କରିଛନ୍ତି । ବୈତରଣୀ, ବଳାଙ୍ଗୀ, ଚୋରଗଙ୍ଗ ଦହ, (ଚୁଡ଼ଙ୍ଗ ହ), ପଧାନପାଟ, ପ୍ରଭୃତି ଐତିହାସିକ ରୂପ ବହନ କରିଛି |

ତେବେ ସୁବର୍ଷକେଶରୀଙ୍କ କନ୍ୟା ନନ୍ଦିକାର ଭୂମିକା କାବ୍ୟର ଗତିପଥ ବଦଳାଇ ଦେଇଛି । ଶତ୍ରୁପକ୍ଷର ବୀର ଚୋଡ଼ଗଙ୍ଗଙ୍କ ବୀରତ୍ଵ ଓ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ପ୍ରେମ କରିବା ଓ ନିଜ ପିତାଙ୍କ ମୃତ୍ୟୁ କବଚ ଚୈତ୍ରମଣିକୁ ନେଇ ସମର୍ପଣ କରିବା ଓ ପ୍ରେମ ନିବେଦନ କରିବା ଉତ୍କଳୀୟ ଜାତୀୟତାର ପରିପନ୍ଥୀ ।

ନନ୍ଦିକାଙ୍କର ଦେଶଦ୍ରୋହ, ଜାତିଦ୍ରୋହ ଓ ପିତୃଦ୍ରୋହପରି କଳଙ୍କ କାବ୍ୟ ଜାତିର ଜାତୀୟତାକୁ ବିନଷ୍ଟ କରିଛି । ନନ୍ଦିକାର ବିବେକ ପରିଶେଷରେ ଦଂଶିତ ହୋଇଛି | ସେ ଅନୁତାପ କରିଛି । କୃତ କର୍ମ ପାଇଁ ଆତ୍ମହତ୍ୟା କରିଛି | ରାଜନନ୍ଦିନୀ ନନ୍ଦିକା ପ୍ରେମ ପାଇଁ ଦେଶ, ଜାତି, ଧର୍ମ, ସମ୍ମାନ ସବୁକିଛି ପାଶୋରି ଦେଇଛି । ଏହା ଏକ ବିଡ଼ମ୍ବନା । 



୯. ଐତିହାସିକ ସତ୍ୟତା ନୁହେଁ, କଳାତ୍ମକ ଅଭିବ୍ୟକ୍ତି ହିଁ ନନ୍ଦିକେଶ୍ଵରୀ କାବ୍ୟର ମୂଳାଧାର – ପ୍ରତିପାଦନ କର ।

ଉ. ୧ ନମ୍ବର ଓ ୨ ନମ୍ବର ଉତ୍ତର ଦ୍ରଷ୍ଟବ୍ୟ।

୧୦. ‘ନନ୍ଦିକେଶ୍ଵରୀ’ କାବ୍ୟରୁ କବିଙ୍କ ଭୌଗୋଳିକ ଦୃଷ୍ଟିର ପରିଚୟ ଦିଅ ।

ଉ. ନନ୍ଦିକେଶ୍ଵରୀରେ ରାଜନନ୍ଦିନୀ ନନ୍ଦିକାର ଚୋରଗଙ୍ଗଙ୍କଠାରେ ପ୍ରଣୟ ଭିକ୍ଷା ବା ‘ପାର୍ବତୀ’ରେ ରାଜା ଗଙ୍ଗେଶ୍ଵରଙ୍କର ଦୁହିତା କୌଶଲ୍ୟା ଉପରେ ବଳାତ୍କାର, ଉତ୍କଳୀୟ ଜନଜୀବନକୁ କଳଙ୍କିତ କରିଛି ବୋଲି ସମାଲୋଚକମାନେ ମତ ଦିଅନ୍ତି । କେବଳ ଏତିକି ନୁହେଁ; ଏଥିପାଇଁ ରାଧାନାଥଙ୍କୁ ବିଜାତୀୟ କହିବାକୁ ମଧ୍ୟ ସେମାନେ ପଶ୍ଚାତ୍‌ଦ ହୋଇ ନାହାନ୍ତି । କିନ୍ତୁ ସେମାନେ ଜାଣିନାହାନ୍ତି ଯେ, ରାଧାନାଥ କାବ୍ୟ ଲେଖୁଛନ୍ତି, ଇତିହାସ ନୁହେଁ । ପୁଣି ଉତ୍କଳୀୟ ନାରୀ, କାଠ ବା ପଥର ନୁହେଁ । ସେ ପ୍ରେମ ନିବେଦନ କରିବ ନାହିଁ, ଏପରି ନିର୍ଦ୍ଦେଶ ତା’ ଚରିତ୍ରରେ କେଉଁଠି ଆରୋପିତ ହୋଇନାହିଁ। ତେଣୁ ନନ୍ଦିକାର ପ୍ରେମ ନିବେଦନ ଉତ୍କଳୀୟ ନାରୀର ଅବମାନନା ନୁହେଁ, ତା’ ଚିରନ୍ତନୀ ନାରୀତ୍ଵର ଏହା ଏକ ପ୍ରେମପୂର୍ଣ୍ଣ ଆହ୍ବାନ ମାତ୍ର । ସେହିପରି ମଣିଷ ପ୍ରବୃତ୍ତିର ଦାସ । ତେଣୁ ରାଧାନାଥଙ୍କ ବର୍ଣ୍ଣନା ଏକ କାବ୍ୟକ ଅବେଦନ ମାତ୍ର । ଉତ୍କଳୀୟତାର ବିରୁଦ୍ଧାଚରଣ ଏଥରେ କଦାପି କରାଯାଇ ନାହିଁ । ବରଂ ଏଠାରେ କୁହାଯାଇପାରେ ରାଧାନାଥଙ୍କ ପରି ଅଧୂକ ଉତ୍କଳୀୟ ଭାବେ ତାଙ୍କ ସମସାମୟିକ କୌଣସି କବି ତାଙ୍କ କାବ୍ୟ-କବିତାରେ ଆତ୍ମପ୍ରକାଶ କରିବାକୁ ସମର୍ଥ ହୋଇ ନାହାନ୍ତି ।

‘ନନ୍ଦିକେଶ୍ଵର’ରେ ଏପରି ବର୍ଣ୍ଣନା ପ୍ରକାଶ ପାଇବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । ଇତିହାସର ଦୁଇ ମୁଖ୍ୟ ଚରିତ୍ର ଯଥା ‘ ସୁବର୍ଣ୍ଣକେଶରୀ ଓ ଚୋରଗଙ୍ଗକୁ ଆଧାର କରି ‘କାବ୍ୟର ମୁଖଶାଳା ଗଠନ କରିବା ପରେ ରାଧାନାଥ ସ୍ଵକଳ୍ପନା ଓ ବିଦେଶୀ କଥାବସ୍ତୁର ସାହାଯ୍ୟରେ କାବ୍ୟର ଗତିକୁ ଆଗେଇ ନେଇଛନ୍ତି । ଆଉ ଏହାରି ମଧ୍ୟରେ ଆତ୍ମପ୍ରକାଶ କରିଛନ୍ତି ଅନୈତିହାସିକ ଚରିତ୍ର ନନ୍ଦିକା ଓ ବାସୁଦେବ । କବିବର ‘ନନ୍ଦିକେଶ୍ଵରୀ’ କାବ୍ୟର କଥାବସ୍ତୁକୁ ‘ସିଲାନିନସ୍” ଓ ‘ ସିକ୍ ଅଫ୍ କୋରିନ୍ଥ’ କାବ୍ୟରୁ ଆଦୃତ କରିଥିଲେ ହେଁ ଏହାକୁ ଓଡ଼ିଶାର ପାଣିପବନରେ ଏପରି ବିନିଯୋଗ କରି ଦେଇଛନ୍ତି ଯେ, ଏହାକୁ ସହଜେ ବିଦେଶଗତ ବୋଲି କହିବା ସମ୍ଭବ ନୁହେଁ । ଏମାନେ ଯଦି ଖାପ୍‌ଛଡ଼ା ହୋଇଥା’ନ୍ତେ ତା’ହେଲେ ଏମାନେ ସହଜରେ ଅଣ ଓଡ଼ିଆ ପରି ବାରିହୋଇ ପଡ଼ିଥା’ନ୍ତେ । ମାତ୍ର ରାଧାନାଥ ଏହିସବୁ ଚରିତ୍ରକୁ ଏପରି ଅନ୍ତରଙ୍ଗତାର ରଙ୍ଗ ବୋଳିଛନ୍ତି ଯେଉଁଥିରେ ସେମାନଙ୍କ ଉତ୍ପତ୍ତି କେଉଁ ବିଦେଶ ମାଟିରେ ତାହା ଜାଣିହୁଏ ନାହିଁ । ଏ ଅନ୍ତରଙ୍ଗତା ଆଉ କିଛି ନୁହେଁ, ଏହା ରାଧାନାଥଙ୍କ ଉତ୍କଳୀୟତାର ଅଭ୍ରାନ୍ତ ନିଦର୍ଶନ ମାତ୍ର ।

ପୁନଶ୍ଚ ‘ ନନ୍ଦିକେଶ୍ଵରୀ’ କାବ୍ୟରେ କାଠଯୋଡ଼ି ନଦୀ ପଠା, ଦୟା, କୁଶଭଦ୍ରା, ଭାର୍ଗବୀ, ଚିତ୍ରୋତ୍ପଳା, ତୁଳସୀକ୍ଷେତ୍ର, ଚଉଦ୍ଵାର, ଦର୍ପଣୀ, ବିରଜାକ୍ଷେତ୍ର, ଭଦ୍ରକ, ନୀଳଗିରି, ଧଉଳି, ପାରିକୁଦ, ଖଲ୍ଲିକୋଟ, କପିଳାସ, ଢ଼େଙ୍କାନାଳ, ସପ୍ତକ୍ରୋଶୀଗଣ୍ଡ, ବିଡ଼ାନାସୀଗଡ଼, ଗୋଦାବରୀ, ନୀଳମାଧବ, ମହାନଦୀ, ଚର୍ଚ୍ଚିକା, ଧବଳେଶ୍ଵର, ବଳାଙ୍ଗୀ, ନରାଜ, ବୈତରଣୀ, ବିରଜା, ଗୋନାସିକା, ନନ୍ଦନକାନନ ଆଦି ନଦନଦୀ, ପାହାଡ଼ପର୍ବତ, ଦେବଦେବୀ ଓ ସ୍ଥାନ ବିଶେଷର ନାମୋଲ୍ଲେଖ କରି ଓ ପ୍ରସଙ୍ଗକ୍ରମେ ସେମାନଙ୍କ ମହାତ୍ମ୍ୟ ବର୍ଣନା କରି କବି ଉତ୍କଳୀୟତାର ଯେ, ଜୟ ଜୟକାର କରିଛନ୍ତି ଏହା ଅସ୍ଵୀକାର କରିହୁଏ ନାହିଁ ।

ରାଧାନାଥଙ୍କ ଦୃଷ୍ଟିରେ ଉତ୍କଳ ପୁଣ୍ୟଭୂମି । ତେଣୁ ‘ଚନ୍ଦ୍ରଭାଗା’ କାବ୍ୟରେ ସେ ଉତ୍କଳକୁ ସକଳ ଦେବଦେବୀଙ୍କର ନିବାସ ସ୍ଥଳୀରେ ପରିଣତ କରି ଦେଇଛନ୍ତି । ଅନୁରୂପ ଭାବେ ‘ନନ୍ଦିକେଶ୍ଵରୀ’ କାବ୍ୟରେ ସେ ଉତ୍କଳୀୟ ସ୍ଥାନବିଶେଷର ମହାତ୍ମ୍ୟ ବର୍ଣନା କରି ଏହାକୁ ବହୁଜନଙ୍କର ଆକର୍ଷଣ ସୁଳୀ କରିଦେଇଛନ୍ତି । ଏପରି ଏକ ଲୋଭନୀୟ ଆକର୍ଷଣ ହିଁ ଗଙ୍ଗେଶ୍ଵରଙ୍କ ଓଡ଼ିଶା ଆକ୍ରମଣର କାରଣ ହୋଇଛି । ପବିତ୍ର ଉତ୍କଳ ଭୂମିରୁ ଶାକ୍ତଧର୍ମ ଲୋପକରି ସେ ଆସିଛନ୍ତି ବୈଷ୍ଣବ ଧର୍ମ ପ୍ରତିଷ୍ଠା ପାଇଁ । ଦେବୀ ଗଙ୍ଗା ଉତ୍କଳକୁ ଏଥିପାଇଁ ପ୍ରକୃଷ୍ଟ ସ୍ଥଳୀ ବୋଲି ବିବେଚନାର କରି ଚୋରଗଙ୍ଗଙ୍କୁ ପ୍ରବଳ ପରାକ୍ରମୀ କରି ଉତ୍କଳକୁ ପଠାଇଛନ୍ତି । ଉତ୍କଳୀୟମାନଙ୍କର ବୀରତ୍ଵ ସର୍ବଜନବିଦିତ । ଏ ବୀରତ୍ଵ ଅବଶ୍ୟ ସୁବର୍ଣ୍ଣକେଶରୀଙ୍କ ସମୟକୁ କିଛିଟା ହ୍ରାସ ପାଇଥିଲା । ପୁଣି ସୁବର୍ଣ୍ଣ କେଶରୀ ବୃଦ୍ଧି ଓ ମନ୍ତ୍ରୀ ବାସୁଦେବର ବିଶ୍ଵାସଘାତକତା ଏବଂ ଚୋରଗଙ୍ଗଙ୍କର ଦେବୀକୃପାଲାଭ ହେତୁ ଉତ୍କଳ ସେଦିନ ଚୋରଗଙ୍ଗଙ୍କ ଠାରେ ବାରମ୍ବାର ରଣହରା ହୋଇଥିଲା । ତଥାପି ଉତ୍କଳୀୟବୀରର ଉତ୍ସାହ ମରିଯାଇ ନ ଥିଲା – ଉତ୍କଳର ଚତୁର୍ଦ୍ଦିଗରୁ ବୀରମାନେ ଆସି ସମ୍ମୁଖ ସମରରେ ପ୍ରାଣ ଦେଇ ଥିଲେ । କବିଙ୍କର ଏ ପ୍ରକାର ଉତ୍କଳୀୟ ପ୍ରାଣ ଉତ୍କଳୀୟ ବୀରଙ୍କର ସ୍ଵାମୀତ୍ଵ ଭୂମି ପାଇଁ ବଳୀଦାନ କ୍ଷେତ୍ରରେ ହିଁ ଯଥାର୍ଥଭାବେ ପ୍ରକାଶିତ ହୋଇପାରିଛି । ସେ ଲେଖୁଛନ୍ତି –

“ ସମଗ୍ର ଉତ୍କଳ କେତେ ମହାବୀର

ରଣାଙ୍ଗନେ ଆଗ

ଆସି ଦେଲେ ନିଜ ଶିର ।”

ଉତ୍କଳୀୟମାନେ ମରି ମଧ୍ଯ ଚିର ଅମର ଭାରତ ଇତିହାସରେ | ଶତ୍ରୁ ନିକଟରେ ସେ ସହଜରେ ସମର୍ପଣ ଦିଏ ନାହିଁ । ସୁବର୍ଣ୍ଣକେଶରୀ ଉତ୍କଳକେଶରୀ । ସେ ବାରମ୍ବାର ଯୁଦ୍ଧରେ ହାରିଛନ୍ତି । ମନ୍ତ୍ରୀ ବାସୁଦେବଙ୍କ ସନ୍ଧି ପ୍ରସ୍ତାବକୁ ସେ ଗ୍ରହଣ କରି ନାହାନ୍ତି । ଏହା ତାଙ୍କ ସ୍ଵାଧୀନଚେତାର ପରିଚାୟକ । ଗଡ଼ଚଣ୍ଡୀଙ୍କ ପରାମର୍ଶରେ ସେ ଗଡ଼ଦ୍ଵାର ରୁଦ୍ଧ କରିଛନ୍ତି; କିନ୍ତୁ ଚୋରଗଙ୍ଗ ନିକଟରେ ପ୍ରାଣ ଭିକ୍ଷା ବା ରାଜ୍ୟ ଭିକ୍ଷା କରି ନାହାନ୍ତି । କବି ରାଧାନାଥ ସୁବର୍ଣ୍ଣକେଶରୀଙ୍କ ପତନ କାଳରେ ତାଙ୍କୁ ଏପରି ଭାବେ ଚିତ୍ରଣ କରି ଆପଣାର ଅଭ୍ରାନ୍ତ ଉତ୍କଳୀୟତାର ପ୍ରମାଣ ମାତ୍ର ଦେଇଛନ୍ତି |

କେବଳ ଏତିକି ନୁହେଁ; କବି ଦୃଷ୍ଟିରେ ଉତ୍କଳ ହେଉଛି ସ୍ଵର୍ଣ୍ଣପ୍ରସୂ। ତେଣୁ ଗଙ୍ଗାଦେବୀ ମଧ୍ୟ ଏ ଉତ୍କଳଭୂମିରେ ଆପଣାର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଲାଳାୟିତ ହୋଇଛନ୍ତି । ଚୋଡ଼ଗଙ୍ଗଙ୍କୁ କାନନ ମଧ୍ୟରେ ନିରୋଳା ଦର୍ଶନ ଦେବା ବେଳେ ତାଙ୍କ ମୁଖରେ ଉତ୍କଳର ବୈଶିଷ୍ଟ୍ୟ ପ୍ରତିପାଦିତ ହୋଇଛି । ସେ ଚୋରଗଙ୍ଗଙ୍କୁ କହିଛନ୍ତି –

“ ଭବେ ଏହାଙ୍କର ନାମ ମହାନଦୀ ଉତ୍କଳ ଭୁବନେ ଏହି ବିଷ୍ଣୁପଦୀ ନୀଳ ସାଗରର ଫେନିଳ ତରଙ୍ଗ

ଏହି ଶୈଳ ପଦେ ହେଉଥିଲା ଭାଙ୍ଗି । ମହାନଦୀ ଲୀଳା ନିମନ୍ତେ ତୀର୍ଥେଶ

ଛାଡ଼ି ଦେଇଛନ୍ତି ଏହି ପୂର୍ବଦେଶ । ଏହି ମହାନଦୀ ପ୍ରାସାଦେ–କେବଳ ଜନ୍ମି ଅଛି ଶସ୍ୟ-ଶ୍ୟାମଳ ଉତ୍କଳ ।”

ପୁନଶ୍ଚ ପବିତ୍ର ମହାନଦୀର ଗୁଣଗାନ କରି ଦେବୀ ଗଙ୍ଗା କହିଛନ୍ତି –


No comments:

Post a Comment