Type Here to Get Search Results !

Sahitya Jyoti Sarsupadar Question Answer | Meher Sir

+2 1st Year Odia Sarsupadar Question Answer Guide | Meher Sir  Find accurate CHSE Odisha Plus Two 1st Year Odia Sahitya Jyoti Chapter 1 "Sarsupadar" (ଶରଶୁପଦର) question answers and notes by Meher Sir. Download chapter solutions in PDF format.

Sahitya Jyoti Sarsupadar Question Answer | Meher Sir

+2 1st year odia sarsupadar MCQ question answer



ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ : 

ପ୍ରଶ୍ନର ମୂଲ୍ୟ ୧ ନମ୍ବର – ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ।

(କ) କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ କେଉଁ ଘାଟି ପଡ଼େ ?

(ସାଲୁର୍‌, ପାଲୁର୍‌, ଲକ୍ଷ୍ମୀପୁର, ଧର୍ମଦୁଆର)

ଉ : ଧର୍ମଦୁଆର ।


(ଖ) ସୁକୃଜାନିର ଭାରିଯା କିଭଳି ମରିଥିଲା ?

(ରୋଗରେ, ବାଘ ନେଇଯିବାରୁ, ପାଣିରେ ବୁଡ଼ିଯିବାରୁ, ନିଆଁଲାଗିଯିବାରୁ) 

ଉ : ବାଘ ନେଇଯିବାରୁ


(ଗ) ତେଲ ହେବାପାଇଁ ସୁକୃଜାନିର ବଖରା କଣରେ କେଉଁ ମଞ୍ଜି ଥାଏ ?

(ବାରି ବାଇଗବା, ଆମ୍ବଟାକୁଆ, ମାଣ୍ଡିଆ, ଅଳସି)

ଉ : ବାରି ବାଇଗବା


(ଘ) ସୁକୃଜାନିର ସାନପୁଅ କିଏ ?

(ମାଣ୍ଡିଆଜାନି, ଟିକ୍ରାଜାନି, ଲାକ୍ରାଜାନି, ଗୁଡୁଜାନି) 

ଉ : ଟିକ୍ରାଜାନି


(ଙ) ବିଲି କେଉଁ ଫଳର ସାବୁନ ଫେଣରେ ମୁଣ୍ଡ ରଗଡ଼ୁଥିଲା ?

(ବାଇଗଣ, ଚିଲି, କାନ୍ଦୁଲି, ଅଠା)

ଉ : ଚିଲି


(ଚ) ସିଟି ମାରିମାରି ବୁଲାଣି ବାଟରେ ଧୀରେ ଧୀରେ ଜଙ୍ଗଲ ଜମାନ୍ କେଉଁଆଡ଼େ ଗଲା ?

(ଗାଆଁ, ଜଙ୍ଗଲ, ଝରଣା, ସହର)

ଉ : ଗାଆଁ


(ଛ) ଜଣେ ଜମାନର ଦରମା କେତେ ?

(ପାଞ୍ଚଟଙ୍କା, ଆଠଟଙ୍କା, ବାରଟଙ୍କା, ଅଠରଟଙ୍କା)

ଉ : ଆଠଟଙ୍କା


(ଜ) ଗାଁ, ତୁଠରେ ଜିଲି କେଉଁ ଶାଗ ଧୋଉଥିଲା ?

(ଲେଉଟିଆ, ଗୁର୍ଦି, ମର୍ଦି, ନେନ୍ତା)

ଉ : ଗୁର୍ଦି


(ଝ) ସୁକୃଜାନି ବଡ଼ଝିଅର ନାମ କ’ଣ ?

(ଜିଲି, ବିଲି, ସମ୍ବାରି, କାଜୋଡ଼ି)

ଉ : ଜିଲି


(ଞ) ସୁକୃଜାନି କେଉଁ ଗାଁର ଲୋକ ?

(ଲକ୍ଷ୍ମୀପୁର, ଶର୍ଶୁପଦର, ଅମ୍ବାଝୋଲା, କଦମ ଝୋଲା) 

ଉ : ଶରଶୁପଦର


(ଟ) ଧର୍ମଦୁଆର ଘାଟିଠାରୁ କେଉଁ ଦିଗକୁ ‘ଶଶୁପଦର’ ଗାଁ ପଡ଼େ ।

 (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ)

ଉ : ଉତ୍ତର


(୦) ଧର୍ମଦୁଆର ଘାଟିଠାରୁ କେତେ ଦୂରରେ ଶଶୁପଦର ଗାଁ ? 

(କୋଶେ, ଦୁଇକୋଶ, ତିନିକୋଶ, ଚାରିକୋଶ)

ଉ : କୋଶେ


(ଡ) ଶଶୁପଦର ଗାଁରେ କେତେ ଜାତିର ଲୋକ ବାସ କରନ୍ତି ?

 (ଦୁଇ, ତିନି, ଚାରି, ପାଞ୍ଚ)

ଉ : ତିନି


(ଢ) ‘କୋଣା’ ଶବ୍ଦର ଅର୍ଥ କ’ଣ ?

(ଲଙ୍କାମରିଚ, ମକ୍‌କା, ଧୂଆଁପତ୍ର, କାନ୍ଦୁଲ)

ଉ : ମକ୍‌କା


(ଣ) ସମ୍ବାରୀ କେଉଁଠିକୁ ଶାଗ ତୋଳିବାକୁ ଯାଇଥିଲା ? 

(ବୁଦାଗହଳକୁ, ଭାଲୁଗାଡ଼ିକୁ, ବିଲକୁ, ପୋଖରୀ ହୁଡ଼ାକୁ)

ଉ : ଭାଲୁଗାଡ଼କୁ


(ତ) କେତେବର୍ଷ ତଳେ ସମ୍ବାରୀ ଶାଗ ତୋଳିବାକୁ ଯାଇ ଆଉ ଫେରିନାହିଁ ? 

(ଦୁଇବର୍ଷ, ତିନିବର୍ଷ, ଚାରିବର୍ଷ, ପାଞ୍ଚବର୍ଷ)

ଉ : ତିନିବର୍ଷ


(ଥ) ଜିଲି ଓ ବିଲି ଚିକ୍କଣ ଖୋଷାରେ କେଉଁ ରଙ୍ଗର ଫୁଲ ଖୋସିଥାନ୍ତି ? 

(ଲାଲ, ହଳଦିଆ, ଗୋଲାପି, ଧଳା)

ଉ : ଲାଲ୍


(ଦ) କେଉଁଥରେ ମାଣ୍ଡିଆ ଯାଉ ପୂରାଇ ବିଲକୁ ନିଆଯାଏ ? 

(କୁମ୍ପିରେ, ଲାଉ ତୁମ୍ବାରେ, ହାଣ୍ଡିରେ, ତଲାରିରେ)

ଉ : ଲାଉତୁମ୍ବାରେ


(ଧ) ସବୁରିକର୍ତ୍ତାତ ଗୋଟାଏ ଭୂତ ବା ଡୁମା, ଏହା କାହାର ବିଶ୍ଵାସ ? -

 (ସୁକୃଜାନି, ନାଇକ, ଜମାନ୍, ଗାରଦ)

ଉ : ସୁକୃଜାନି


(ନ) କିଏ ଆଣିଦିଏ ଝଡ଼ ତୋଫାନ, ଦୁଃଖ ଦୁର୍ଦ୍ଦଶା ବୋଲି ସୁକୃଜାନି ଭାବିଛି ?

 (ଡଙ୍ଗର, ଜଙ୍ଗଲ, ଡୁମା, ବୁଢ଼ାରଜା)

ଉ : ଡୁମା


(ପ) ଢୁ ଢୁ ବରଷାରେ ସୁକୃଜାନି ଓ ଆଉ କିଏ ମିଶି ସାନ ପାହାଡ଼କୁ ଚାଷଭୂଇଁ କରିଥିଲେ ।

(ମାଣ୍ଡିଆ, ଟିକ୍ରା, ଲୋବୋ, ବାଗଲା)

ଉ : ଲୋବୋ


(ଫ) ସୁକ୍‌ଜାନିର ଆବୁଆବୁଆ ବଳୁଆ ଦେହର ଗୋଡ଼ପେଣ୍ଡା କିପରି ?

(ବର୍ଷାତି, କାଉଡ଼ି, ପଥର, ଗଛ)

ଉ : ପଥର


(ବ) ମାଣ୍ଡିଆଜାନି ଠିକ୍ କାହାପରି ? 

(ଟିକ୍ରାଜାନି, ସୁକୃଜାନି, ଝିଲି, ବିଲି) 

ଉ : ସୁକୃଜାନି


(ଭ) ମଲା ମା’କୁ କିଏ ମନେ ପକେଇ ଦିଏ ?

(ମାଣ୍ଡିଆଜାନି, ଟିକ୍ରାଜାନି, ସୁକୃଜାନି, ଝିଲି ଓ ବିଲି)

ଉ : ଟିକ୍ରାଜାନି


(ମ) ଜିଲି ସାମ୍ନାକୁ ମୁହଁ କରି ତା’ର ପିନ୍ଧା.................ଖଣ୍ଡିକ ଚଟାଣ ଉପରେ କାଚୁଥୁଲା ?

(ଲୁଗା, ଶାଢ଼ୀ, ପାଞ୍ଚୁଆ, କୌପୁନୀ)

ଉ : ପାଞ୍ଚୁଆ



(ଯ) ବଣଗାରଡ଼ କେଉଁ ଚଢ଼େଇ ଖୋଜିବାର ବାହାନାରେ ଏକଡ଼ ସେକଡ଼ ହେଉଥିଲା ?

(ମୟୂର, କୁକୁଡ଼ା, ହରଡ଼ ଚଢ଼େଇ, ଗେଣ୍ଡାଳିଆ)

ଉ : ହରଡ଼ ଚଢ଼େଇ


(ର) ନାଇକ ଖଜଣା ଅସୁଲ କରି ରଜାଘର.............କୁ ଦିଏ ।

(ଚପରାଶି, ଗାରଡ଼, ରିବିଣି, ଜମାନ)

ଉ : ରିବିଣି


(ଳ) ଜଙ୍ଗଲ ଜମାନ୍‌ର୍‌ ଦଖଲରେ............କୋଶ ନିଘଞ୍ଚ ଜଙ୍ଗଲ ।

(ଦଶ ପନ୍ଦର କୋଶ, ଦୁଇ କୋଶ, କୋଡ଼ିଏ କୋଶ, ଅଠର କୋଶ)

ଉ : ଦଶପନ୍ଦର କୋଶ


(ବ) ରେଙ୍ଗୁ ପରଜାର ପୁଅ ନାମ କ’ଣ ?

(କାଜୋଡ଼ି, ବାଗଲା, ଭାଟ, ଡାଙ୍ଗ)

ଉ : ବାଗ୍‌ଲା


(ଶ) ଧର୍ମଦୁଆର ଘାଟି କେଉଁ ରାସ୍ତାରେ ପଡ଼େ ? 

(ସାଲୁର, ପାଲୁର୍, ଲକ୍ଷ୍ମୀପୁର, ଜଙ୍ଗଲ)

ଉ : ଲକ୍ଷ୍ମୀପୁର


(ଖ) କାହାକୁ ମହାବଳ ବାଘ ଘୋଷାରି ଘେନିଗଲା ? 

(ଜିଲି, ବିଲି, ସୁକୁଜାନିର ଭାରିଯା, କାଜୋଡ଼ି) 

ଉ : ସୁକୁଜାନିର ଭାରିଯା


(ସ) ବାଡ଼ି ବାଇଗବା ମଞ୍ଜିରେ କ’ଣ ହୁଏ ?

(ଛତୁଆ, ଜାଉ, ତେଲ ବାହାରେ, ଶାଗ)

ଉ : ତେଲ ବାହାରେ


(ହ) ଟିକ୍ରାଜାନି କାହାର ପୁଅ ?

(ପୁରଜାନି, ଲୋବୋ କନ୍ଧ, ସୁକୁଜାନି, ନାଇଳ)

ଉ : ସୁକୁଜାନି


(କ୍ଷ) ଗାଁ ଆଡ଼େ ସିଟି ମାରି ମାରି କିଏ ଗଲା ?

(ନାଇକ, ପୁରୁଜାନି, ଜଙ୍ଗଲ ଜମାନ, ରଜାଘର ରିବିଣି)

ଉ : ଜଙ୍ଗଲ ଜମାନ


(ୟ) ଆଠଟଙ୍କା ଦରମା କିଏ ପାଏ ?

(ରିବିଣି, ନାଇକ, ଜଙ୍ଗଲ ଜମାନ, ଲୋବେ କନ୍ଧ)

ଉ : ଜଙ୍ଗଲ ଜମାନ


(ଲ) ଗୁଦ୍ଧି ଶାଗ କିଏ ଧୋଉଥୁଲା ?

(ବିଲି, ଜିଲି, କାଜୋଡ଼ି, ସମ୍ବାରୀ) 

ଉ : ଜିଲି


(କ୧) ଜିଲି କାହାର ବଡ଼ଝିଅ ?

(ପୁରୁଜାନି, ନାଇକ, ଲୋବୋ କନ୍ଧ, ସୁକୃଜାନି)

ଉ : ସୁକୃଜାନି


(କ୨) ଧର୍ମଦୁଆର ଘାଟିଠାରୁ ଉତ୍ତରଦିଗକୁ ଗଲେ କେଉଁ ଗାଁ ପଡ଼େ ?

 (କନକପୁର, ସୋନପୁର, କାକଟପୁର, ଶରଶୁପଦର)

ଉ : ଶରଶୁପଦର


(କ୩) ତିନି ଜାତିର ଲୋକେ କେଉଁ ଗାଁରେ ବାସକରନ୍ତି ? 

(ଏକପଦର, ଶୁଳିଆପଦର, ଶରଶୁପଦର, କାଳିଆପଦର) 

ଉ : ଶରଶୁପଦର


(କ୪) ମକ୍‌କାକୁ କ’ଣ କୁହାଯାଏ ?

(ଜୁଆଣି, ଜୋତା, ଝୁଣା, ଝୋଟ)

ଉ : ଜୋତା


(କ୫) ଭାଲୁଗାଡ଼କୁ କିଏ ଶାଗ ତୋଳିବାକୁ ଯାଇଥିଲା ?

 (ଜିଲି, ସମ୍ବାରୀ, ବିଲି, କାଜୋଡ଼ି)

ଉ : ସମ୍ବାରୀ


(କ୬) ତିନିବର୍ଷ ତଳେ ଶାଗ ତୋଳି କିଏ ଫେରିନି ? 

(ସମ୍ବାରୀ, ଜିଲି, ବିଲି, କାଜୋଡ଼ି)

ଉ : ସମ୍ବାରୀ


(କ୭) ଲାଲରଙ୍ଗର ଫୁଲ କିଏ ଖୋଷାରେ ଖୋସିଥିଲେ ?

(ଜିଲି ଓ ବିଲି, ଜିଲି ଓ କାକେଡ଼ି , କାଜୋଡ଼ି ଓ ବିଲି, ସମ୍ବାରୀ)

ଉ : ଜିଲି ଓ ବିଲି


(କ୮) କ’ଣ କରିବାକୁ ଯାଇ ଦୁଇଟିଯାକ ଭାଇ କାନ୍ଧରେ ଟାଙ୍ଗିଆ ହାତରେ କୋଡ଼ି ଧରିଥିଲେ ?

 (ହଳକରିବା, କୂଅ ଖୋଲିବା, ପାହାଡ଼ ଖୋଳିବା, ଜମି ଖୋଳିବା)

ଉ : ପାହାଡ଼ ଖୋଳିବା


(କ୯) ସୁକୃଜାନି କ’ଣ କରି ଆଶ୍ରୟମୟ ତୃପ୍ତି ପାଏ ?

(ଭଲ ଭୋଜନକରି, ଶୋଇପଡ଼ି, ଧୂଆଁପତ୍ର ଖଣ୍ଡେ ବଳି, ବାହାରକୁ ବୁଲିଯାଇ)

 ଉ : ଧୂଆଁପତ୍ର ଖଣ୍ଡେ ବଳି


(କ୧୦) ପାଂଡ଼ା ଓ ମାଂଡ଼ୀର ଅର୍ଥ କ’ଣ ?

(କିଶୋର କିଶୋରୀ, ବୁଢ଼ାବୁଢ଼ୀ, ବରକନ୍ୟା, ଯୁବାଯୁବତୀ)

ଉ : ଯୁବାଯୁବତୀ


(କ୧୧) କେତେ ମାଣ ମାଣ୍ଡିଆ ଅଜଡ଼ା ହୋଇ ପଡ଼ିଛି ?

(ଛଅସାତ ମାଣ, ନଅଦଶ ମାଣ, ଆଠଦଶ ମାଣ, ପାଞ୍ଚସାତ ମାଣ)

ଉ : ଆଠଦଶ ମାଣ'


(କ୧୨) ଲାଭତୁମ୍ବାରେ କ’ଣ ପୂରାଇ ବିଲକୁ ନିଆଯାଏ ?

(ଆମ୍ବ ଯାଉ, ପଣସ ଯାଉ, ମାଣ୍ଡିଆ ଯାଉ, ଚାଉଳ ଯାଉ) 

ଉ : ମାଣ୍ଡିଆ ଯାଉ


(କ୧୩) ତଲ୍‌ କହିଲେ କ’ଣ ?

(ଟୋପି, ପିଠିପଖୁଆ, ବର୍ଷାତି, ଆବରଣ) 

ଉ : ପିଠିପଖୁଆ


(କ୧୪) ‘ତିଲରି’ ଅର୍ଥ କ’ଣ ?

( ପ୍ୟାଣ୍ଟ, ସାର୍ଟ, ମୁଣ୍ଡର ଛତା, ରୁମାଲ)

ଉ : ମୁଣ୍ଡର ଛତା


(କ୧୫) ସୁକୃଜାନିର ବିଶ୍ଵାସ କ’ଣ ?

(ସବୁରି କର୍ଷା ତ ଗୋଟିଏ ରାଜା, ସବୁରି କର୍ଷା ତ ଈଶ୍ୱର, ସବୁରି କର୍ଷା ତ ଇନ୍ଦ୍ରଦେବ, ସବୁରି କର୍ତ୍ତା ତ ଗୋଟିଏ ଭୂତ ବା ଡୁମା)

ଉ : ସବୁରି କର୍ତା ତ ଗୋଟିଏ ଭୂତ ବା ଡୁମା


(କ୧୬) ଡୁମା କ’ଣ ଆଣିଦିଏ ?

(ଜୀବନମରଣ, ଅଳିଅର୍ଦ୍ଧଳି, ଝଡ଼ତୋଫାନ, ଦୁଃଖଦୁର୍ଦ୍ଦଶା, ଝଡ଼ିବର୍ଷା )

ଉ : ଝଡ଼ତୋଫାନ ଦୁଃଖଦୁର୍ଦ୍ଦଶା


(କ୧୭) କେଉଁ ଦୁଇଜଣ ମିଶି ଢୁ ଢୁ ବର୍ଷାରେ' ପାହାଡ଼କୁ ଚାଷ ଜମି କରିଥିଲେ ?

(ସୁକୃଜାନି ଓ ଟିକ୍ରାଜାନି, ସୁକୃଜାନି ଓ ଲୋବୋ କନ୍ଧ, ସୁକୃଜାନି ଓ ମାଣ୍ଡିଆ ଜାନି, ସୁକୁଜାନି ଓ ବାଗ୍‌ଲା ରେଙ୍ଗୁ) 

ଉ : ସୁକ୍ଳଜାନି ଓ ଲୋବୋ କନ୍ଧ


(କ୧୮) ପଥରଭଳି ଗୋଡ଼ପିଣ୍ଡା କାହାର ?

(ଟିକ୍ରାଜାନି, ମାଣ୍ଡିଆଜାନି, ସୁକୃଜାନି, ଲୋବୋ କନ୍ଧ)

ଉ : ସୁକୃଜାନି


(କ୧୯) ପିନ୍ଧା ପାଂଚିଆ ଖଣ୍ଡକ ଚଟାଣ ଉପରେ କିଏ କାଚୁଥିଲା ?

(ବିଲି, ଜିଲି, କାଜୋଡ଼ି, ରଙ୍ଗ)

ଉ : ଜିଲି


(କ୨୦) ରାଜାଘର ରିବିଣିକୁ କିଏ ଖଜଣା ଦିଏ ?

(ବାଗଲା, ଭାଟ, ଡାଙ୍ଗ, ନାଇକ)

ଉ : ନାଇକ


Sarsupadar Question Answer 1 Mark 

୨. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । 


(କ) ଲକ୍ଷ୍ମୀପୁରରୁ ଦେଢ଼ କୋଶ ଦୂରରେ କେଉଁ ଘାଟି ପଡ଼େ ?

ଉ : ଲକ୍ଷ୍ମୀପୁରରୁ ଦେଢ଼ କୋଶ ଦୂରରେ ଧର୍ମଦୁଆର ଘାଟି ପଡ଼େ।


(ଖ) ‘ଧର୍ମଦୁଆର’ ଘାଟିରୁ ଏପାଖରୁ କେତେ ଓ ସେ ପାଖରୁ କେତେ ପାହାଡ଼ ଠିଆ ହୋଇଛନ୍ତି ।

ଉ : ‘ଧର୍ମଦୁଆର’ ଘାଟିରୁ ଏପାଖରୁ ଚାଳିଶ ସେ ପାଖରୁ ପଚାଶ ପାହାଡ଼ ଠେଲାଠେଲି ହୋଇ ଠିଆ ହୋଇଛନ୍ତି ।


 (ଗ) ‘ଧର୍ମଦୁଆର’ ଘାଟିର ଉତ୍ତରକୁ କେଉଁ ଗାଁ ?

ଉ : ‘ଧର୍ମଦୁଆର’ ଘାଟିର ଉତ୍ତରକୁ ‘ଶରଶୁ ପଦର’ ଗାଁ ପଡ଼େ ।


(ଘ) ‘ଧର୍ମଦୁଆର’ ଘାଟିର କେତେ ଦୂରରେ ‘ଶରଶୁ ପଦର’ ଗାଁ ପଡ଼େ ?

 ଉ : ‘ଧର୍ମଦୁଆର’ ଘାଟିରୁ କୋଶେ ଦୂରରେ ‘ଶରଶୁ ପଦର’ ଗାଁ ପଡ଼େ ।



(ଙ) ଶରଶୁ ପଦର ଗାଁରେ କେଉଁ ସବୁ ଜାତିର ଲୋକ ବାସକରନ୍ତି ?

ଉ : ଶରଶୁ ପଦର ଗାଁରେ ତିନିଜାତି ଲୋକ ବାସକରନ୍ତି ।


(ଚ) ‘ଟଣିଅଁ’ ଶବ୍ଦର ଅର୍ଥ କ’ଣ ?

ଉ : ‘ଟଣିଆଁ’ ଶବ୍ଦର ଅର୍ଥ ଝାଟିର ଜାଲିବାଡ଼ ।


(ଛ) କେତେ ଘରେ ଲୋକେ ଶଶୁ ପଦରେ ବାସ କରନ୍ତି ?

ଉ : ‘ ଡମ୍ବ’ ସାହି, ‘ଗାଦ୍‌ବା’ ସାହି ଓ ‘ପରଜା’ ସାହି–ଏହି ତିନି ପ୍ରକାର ଲୋକେ ଶରଶୁ ପଦର ଗାଁରେ ବାସ କରନ୍ତି | 


() ସୁକୃଜାନିର ସ୍ତ୍ରୀ ନାମ କ’ଣ ?

ଉ : ସୁକୃଜାନିର ସ୍ତ୍ରୀ ନାମ ସମ୍ବାରୀ।


(ଝ) ସମ୍ବାରୀ ସକାଳୁ ସକାଳୁ କେଉଁଠିକୁ ଶାଗ ତୋଳିବାକୁ ଯାଇଥିଲା ?

ଉ : ଭାଲୁଗାଡ଼ ଖୋଲାକୁ ସମ୍ବାରୀ ସକାଳୁ ସକାଳୁ ଶାଗ ତୋଳିବା ପାଇଁ ଯାଇଥିଲା ।


(ଞ) ସମ୍ବାରୀକୁ କିଏ ନେଇଗଲା ?

ଉ : କୋରାପୁଟିଆ ବୁଟାର ବୁଦାଗହଳରୁ ମଣିଷଖିଆ ମହାବଳ ବାଘ ସମ୍ବାରୀକୁ ଘୋଷାରି ନେଇଗଲା ।


(ଟ) ମାଣ୍ଡିଆ ଚୁନା କି ଶାଗ କିମ୍ବା ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲିକୁ କିଏ ଚୁଲିରେ ବସାଏ ।

 ଉ : ଜିଲି ନୋହିଲେ ମିଲି ମାଣ୍ଡିଆ ଚୁନା କି ଶାଗ କିମ୍ବା ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲିକୁ ଚୁଲିରେ

ବସାନ୍ତି ।


(୦) ସୁକୃଜାନି କ’ଣ ପିକା କରି ଟାଣେ ?

ଉ : ସୁକୃଜାନି ଧୂଆଁପତ୍ର ବଳି ପିକା କରି ଟାଣେ ।


(ଙ) ‘ତଲରା’ ଓ ‘ତଲରି’ ଶବ୍ଦର ଅର୍ଥ କ’ଣ ?

ଉ : ‘ତଲରା’, ଶବ୍ଦର ଅର୍ଥ ପିଠିପଖିଆ, ଏବଂ ‘ତଲରି’ ଶବ୍ଦର ଅର୍ଥ ମୁଣ୍ଡର ଛତା ।


(ଢ) ସୁକୃଜାନିକୁ କ’ଣ ଭଲ ଲାଗେ ?

ଉ : ସୁଗ୍ଧଜାନିକୁ ଘରର ସମସ୍ତ ଅଳିଆ ଦଳିଆ ଭଲ ଲାଗେ ।


(ଣ) ସୁକୃଜାନି କ’ଣ ବିଶ୍ଵାସ କରେ ?

ଉ : ସୁକୁଜାନି ବିଶ୍ଵାସ କରେ ସବୁରି କର୍ଭା ଗୋଟାଏ ଲେଖାଁ ଭୂତ ବା ‘ଡୁମ୍ବା’ ।


 (ତ) ଶରଶୁପଦର ପାହାଡ଼ୀ ନଈରେ କିପରି ଡେଇଁ ଡେଇଁକା ପାଣି ଚାଲେ ?

 ଉ : ପାହାଡ଼ୀ ନଈରେ କବ କବ କରି ଡେଇଁ ଡେଇଁକା ପାଣି ଚାଲେ ।


(ଥ) ପାହାଡ଼ ତଳର କେଉଁ ଜମିରେ ଧାନ ହୁଏ ?

ଉ : ଢିପ ତଳ ଭୂଇଁ, ସନ୍ତସନ୍ତିଆ, ସେଥୁରେ ଧାନ ହୁଏ ।


(ଦ) ସୁକୃଜାନି ଓ ଆଉ କିଏ ମିଶି ସାନପାହାଡ଼କୁ ଚାଷଭୂଇଁ କରିଥିଲେ ?

ଉ : ସାନ ପାହାଡ଼କୁ ସୁଗ୍ଧଜାନି ଓ ଲୋବୋ କନ୍ଧ ମିଶି ଚାଷଭୂଇଁ କରିଥିଲେ ।


(ଧ) ମଣିଷ ମରିଗଲେ କେଉଁଠାରେ ତା’ ନାଁରେ ଖଣ୍ଡେ ଗୋଜିଆ ପଥର ପୋତା ହୁଏ ବୋଲି ସୁଗ୍ଧଜାନି ଭାବିଛି ?

 ଉ : ମଣିଷ ମରିଗଲେ ଗାଁମଝି ଗୁଗୁଡ଼ି ଆମ୍ବଗଛ ତଳେ ତା’ ନାଁରେ ଗୋଜିଆ ପଥର ପୋତା ହୁଏ ।


(ନ) ସୁକୁଜାନି କାହା ଉପରେ ଭରସା ରଖେ ?

ଉ : ସୁକୃଜାନି ବାହାର ବଳକୁ ଚିହ୍ନି ତାହାରି ଉପରେ ଭରସା ରଖେ ଆଉ କାହାରି ନୁହେଁ ।


(ପ) ସୁକୃଜାନି ପାହାଡ଼ ଲଣ୍ଡା କଲାବେଳେ ସେ ଏକାବେଳକେ କେତେ ଘଣ୍ଟା କୁରାଢ଼ି ଓହ୍ଲାଏ ନାହିଁ ? 

ଉ : ପାହାଡ଼ ଲଣ୍ଡା କଲାବେଳେ ସେ ଏକାବେଳକେ ପାଞ୍ଚଘଣ୍ଟା, ଛଅଘଣ୍ଟା କୁରାଢ଼ି ଓହ୍ଲାଏ ନାହିଁ ।


(ଫ) ସୁକ୍‌ଜାନି ହାକିମମାନଙ୍କର ବୋଝକୁ ନେଇ କେଉଁଠାରେ ପହଞ୍ଚାଏ ।

ଉ : ସୁକ୍‌ଜାନି ହାକିମ ମାନଙ୍କର ବୋଝକୁ ଉଠେଇ ନେଇ ପାହାଡ଼ ଡଙ୍ଗର (ବଣ) ଝୋଲା ନାଳ ଲଙ୍ଘି କେତେଥର ମାଙ୍କଡ଼ ଝୋଲା କି କାରିଗରି ଗୁମ୍ମା ବଙ୍ଗଳାରେ ପହଞ୍ଚେଇ ଆସିଛି ।



(ବ) ସୁକୃଜାନି କୋଶେ ବାଟ ହାକିମମାନଙ୍କ ବୋଝ ନେଇ ଗଲେ କେତେ ପଇସା ମିଳେ ?

 ଉ : କୋଶେ ବାଟ ହାକିମମାନଙ୍କ ବୋଝ ନେଇ ଗଲେ ପଇସାଏ ମିଳେ ।


() ସୁକୃଜାନିର ବୟସ କେତେ ?

ଉ : ସୁକୃଜାନିର ବୟସ ପଚାଶକୁ ଧକ୍‌କା ଖାଇଛି ଅର୍ଥାତ୍ ପଚାଶ ବର୍ଷ ହବାକୁ ଯାଉଛି


 (ମ) ପରଜା ସ୍ତ୍ରୀ ଲୋକଙ୍କ ତୁଠ କେଉଁଠାରେ ?

ଉ : ପାହାଡ଼ର ବାଙ୍କରେ ପରଜା ସ୍ତ୍ରୀଲୋକଙ୍କ ତୁଠ ।


(ଯ) ଟିକ୍ରାଜାନିକୁ ଦେଖିଲେ କିଏ ମନେ ପଡ଼ିଯାଏ ?

ଉ : ଟିକ୍ରାଜାନିକୁ ଦେଖିଲେ ସୁକୃଜାନିର ସ୍ତ୍ରୀ କଥା ମନେପଡ଼େ । 


(ର) କଲି ଓ ବିଲି ଦି ଭଉଣୀ କେଉଁଠାରେ କିଏ ଗାଧୋଉଥିଲେ ?

ଉ : ନାଳର ବାଙ୍କରେ ନିରୋଳାରେ ବସି ଜିଲି ଆଉ ବିଲି ଗାଧୋଉଥଲେ ।


(ଳ) ଜମାନ୍ ହସି ହସି କେଉଁଠାରେ ଛପିଗଲା ?

ଉ : ଜଙ୍ଗଲ ଜମାନ୍ ହସି ହସି ବୁଦା ଉହାଡ଼ରେ ଛପିଗଲା ।


(ୱ) ଜଙ୍ଗଲ ଜମାନର ଛାଉଣି କେଉଁଠାରେ ପଡ଼େ ?

ଉ : ଗାଁରେ ନାଇକ ଘର ପିଣ୍ଡାରେ ଗୋରୁଶାଳର ତାଟି ବନ୍ଧା ହୋଇଥିବା ଜାଗାରେ ଜଙ୍ଗଲ ଜମାନର ଛାଉଣି ପଡ଼େ


(ଶ) ନାଇକ ଖଜଣା ଅସୁଲ କରି କାହାକୁ ଦିଏ ?

: ଉ : ନାଇକ ଖଜଣା ଅସୁଲ କରି ରଜାଘର ରିବିଣି ଅମିନକୁ ଦିଏ ।


(ଷ) କିଏ ରଇତମାନଙ୍କଠାରୁ ଉଚ୍ଚରେ ?

ଉ : ନାଇଜ ରଇତମାନଙ୍କଠାରୁ ଉଚ୍ଚରେ ।


(ସ) ଶରଶୁପଦର ଗାଁର ଚାରିଆଡ଼େ କ’ଣ ହୁଲର ହୋଇଗଲା ?

ଉ : ଜଙ୍ଗଲ ଜମାନ୍ ଗାଁକୁ ଆସିବାରୁ ଚାରିଆଡ଼େ ହୁଲର ହୋଇଗଲା ଗାରଡ଼—ଗାରଡ଼, ଜମାନ–ଜମାନ ।


 (ହ) ବଣରେ ଗୋରୁ ଚରାଇବା ପାଇଁ ଜଙ୍ଗଲ ଜମାନକୁ କ’ଣ ଦେବାକୁ ପଡ଼େ ।

ଉ : ବଣରେ ଗୋରୁ ଚରାଇବା ପାଇଁ ହଳପିଛା ଲଙ୍ଗଳ, ‘ପାନୁ’ ଟିକସ ଦେବାକୁ ପଡ଼େ ।


(କ୍ଷ) ସୁକୃଜାନିର କ’ଣ ଦରକାର ?

ଉ : ସୁକୃଜାନିର ଜମି ଦରକାର ।


(ୟ) ‘ପରଜା’ ସମାଜର ରୀତି କ’ଣ ?

ଉ : ପରଜା ସମାଜର ରୀତି ହେଉଛି ପୁଅମାନେ ବିଭାହେଲେ ନିଆରା ଘରେ ରହିବେ ।


 (ଲ) କେତେ ଟଙ୍କା ଦେଇ ସୁକୃଜାନି ଜଙ୍ଗଲ ଜମାନକୁ ଜମିପାଇଁ ନିବେଦନ କଲା ।

ଉ : ଅଣ୍ଟାରୁ ଯୋଡ଼ିଏ ଟଙ୍କା ଦେଇ ସୁଗ୍ଧଜାନି ଜଙ୍ଗଲ ଜମାନଙ୍କୁ ଜମିପାଇଁ ନିବେଦନ କଲା ।


 (କ୧) ଗାଁ ତୁଠରେ ଜିଲି କ’ଣ କରୁଥୁଲା ?

ଉ : ଗାଁ ତୁଠରେ ଜିଲି ‘ଗୁର୍ଦି’ ଶାଗ ଧୋଉଥିଲା ।


(କ୨) କାଜୋଡ଼ି କାହାର ଝିଅ ?

ଉ : କାଜୋଡ଼ି ପୁନିଜାନିର ଝିଅ ।


(କ୩) ମାଣ୍ଡିଆଜାନି ପାଇଁ କାହାକୁ ମନୋନୀତ କରାଯାଇଛି ?

ଉ : ମାଣ୍ଡିଆଜାନି ପାଇଁ ପୁରଜାନିର ଝିଅ ‘କାଜୋଡ଼ି’କୁ ମନୋନୀତ କରାଯାଇଥିଲା । 


(କ୪) ଦିନା କେତେ ହେଲା ଗାଁରେ କେଉଁ ଗପ ଚହଟିଛି ?

ଉ : ଦିନା କେତେ ହେଲା ଗାଁରେ ଗପ ଉଠିଛି ବାଗ୍‌ଲା ଆଉ ଜିଲି ପରସ୍ପର ଭଲ ପାଉଛନ୍ତି । ବିଭା ହେବେ ।


(କ୫) ଶରଶୁ ପଦର ଗାଁ କେଉଁଠି ?

ଉ : କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଧର୍ମଦୁଆର ଘାଟି ପଡ଼େ, ସେହି ଘାଟିଠୁ ଭିତରକୁ ଗଲେ ଗୋଟିଏ ଛୋଟ ଗାଁ ପଡ଼େ ତାହା ଶରଶୁ ପଦର ଗାଁ ନାମରେ ପରିଚିତ ।


(କ୬) ସମ୍ବାରୀ କିଏ ? ତା’ର ପରିଚୟ କ’ଣ ?

ଉ : ପରଜା ସାହିର ଅଧୂବାସୀ ସୁକୃଜାନି । ତା’ର ଭାରିଜା ସମ୍ବାରୀ, ଯାହାକୁ ତିନିବର୍ଷ ତଳେ ମହାବଳ ବାଘ ଘୋଷାରି ନେଇଯାଇଛି ।


(କ୭) ସୁକୃଜାନି କେତେବେଳେ ଧୂଆଁପତ୍ର ବଳେ ?

ଉ : ସନ୍ଧ୍ୟା ସମୟରେ ପିଲାମାନେ ନିଜ କାମରେ ବ୍ୟସ୍ତ ରୁହନ୍ତି | ଝିଅ ଦୁଇଜଣ ରୋଷେଇରେ ଏବଂ ପୁଅ ଦୁଇଜଣ ପାହାଡ଼ ଖୋଳି ହାଲିଆ ହୋଇ ଫେରନ୍ତି | ସୁକୃଜାନି ସେତିକିବେଳେ ଧୂଆଁପତ୍ର ଖଣ୍ଡେ ବଳି ବଳି ପିକା ଖଣ୍ଡିଏ ଟାଣିଥାଏ । 


(କ୮) କାନ୍ଥ ବାଡ଼ରେ କ’ଣ ଟଙ୍ଗା ହୋଇଛି ?

ଉ : ସୁକୃଜାନି ଘରର କାନ୍ଥ ବାଡ଼ରେ ପତର ସିଆଁ ‘ତଲ୍‌’ ବା ପିଠିପଖୁଆ ‘ତଲାରି’ ବା ମୁଣ୍ଡର ଛତା ଟଙ୍ଗା ହୋଇଛି |


 (କ୯) ସୁଜାନିର ଘରକରଣା କହିଲେ କ’ଣ ବୁଝ ?

ଉ : ଆମ୍ବଟାକୁଆ, ବାରିବାଇଗଦା ମଞ୍ଜି, ପତର-ସିଆଁ କୁମ୍ପି, ଆଠ ଦଶମାଣ ମାଣ୍ଡିଆ, ତିନିଚାରୋଟି ହାଣ୍ଡି, କୌପୁନୀ, ଲୁଗା ଓ ତିନି ଚାରି ପୁଞ୍ଜା ଲାଉତୁମ୍ବା ଏବଂ କିଛି ପତର-ସିଆଁକୁ ନେଇ ସୁକୃଜାନିର ଘରକରଣା ।


(କ୧୦) ମଣିଷଖୁଆ ମହାବଳ ବାଘ କ’ଣ କଲା ?

ଉ : ସୁଜାନିର ଭାରିଜା ସମ୍ବାରୀ ‘ଭାଲୁଗାଡ଼’ ଝୋଲାକୁ ସକାଳୁ ଶାଗ ତୋଳିବା ପାଇଁ ଯାଇଥିଲା । ସେଠାରେ ଏକ ମଣିଷଖୁଆ ମହାବଳ ବାଘ ସମ୍ବାରୀକୁ ଘୋଷାରି ନେଇଯାଇଥିଲା ।


(କ୧୧) ସୁଜାନିର ସକାଳେ ସଞ୍ଜବେଳେ କ’ଣ ଊଣା ହୋଇନାହିଁ ?

ଉ : ସଞ୍ଜ ସକାଳେ ମାଣ୍ଡିଆ ପେଜ (ଯାଉ) ମୁନ୍ଦିକ କେବେ ଊଣାହୋଇନି ।


(କ୧୨) ନୂଆଣିଆଁ କୁଡ଼ିଆରେ କିଏ ବାସକରନ୍ତି ?

ଉ : ସୁଜାନି ଓ ତା’ର ଚାରୋଟି ତାଂଡ଼ା (ଯୁବା) ଧାଡ଼ୀ (ଯୁବତୀ) ନୂଆଣିଆଁ କୁଡ଼ିଆ ଘରେ ବାସକରନ୍ତି ।


 (କ୧୩) ଜିଲି ନୋହିଲେ ବିଲି ଚୁଲିରେ କ’ଣ ରାନ୍ଧନ୍ତି ?

ଉ : ସନ୍ଧ୍ୟାସମୟରେ ଜିଲି ନୋହିଲେ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୂନା କି ଶାଗ ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ବସାନ୍ତି ।


(କ୧୪) ମାଣ୍ଡିଆ ଓ ଟ୍ରିକା କିପରି ହାଲିଆ ହୋଇଯାଆନ୍ତି ?

ଉ : ସୁକୃଜାନିର ଦୁଇପୁଅ ମାଣ୍ଡିଆ ଓ ଟିକ୍ରା ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ, ହାତରେ କୋଡି଼ ଧରି ହାଲିଆ ଘାଲିଆ ହୋଇ ସନ୍ଧ୍ୟାବେଳେ ଫେରନ୍ତି ।


(କ୧୫) ଭୂତ ବା ‘ଡୁମ୍ବା’ ବିଷୟରେ ସୁକୃଜାନି କ’ଣ କହେ ?

ଉ : ସୁକୃଜାନି ବିଶ୍ଵାସ କରେ ଯେ ସବୁରି କର୍ଭା ଗୋଟିଏ ଲେଖାଁ ଭୂତ ବା ‘ଡୁମ୍ବା’ । ଆକାଶ, ଜଙ୍ଗଲ, ସଞ୍ଜ ଓ ରାତି ସବୁ ଏଇ ‘ଡୁମା’ ଯାଦୁକର ଗଢ଼ିଛି । ଏଇ ଝଡ଼ିତୋଫାନ, ଦୁଃଖ ଦୁର୍ଦ୍ଦଶା, ସୌଭାଗ୍ୟ ଓ ଆନନ୍ଦ ସବୁ ଆଣିଦିଏ ଏ ଡୁମା । 


(କ୧୬) ସନ୍ତସନ୍ତିଆ ଜାଗାରେ କ’ଣ ହୁଏ ?

ଉ : ସନ୍ତସନ୍ତିଆ ଜାଗାରେ ଧାନ ଭଲ ହୁଏ ।


(କ୧୭) ସୁଜାନିର ବର୍ତ୍ତମାନର ଚାଷଭୂଇଁ କିପରି ପରିଣତ ହେଲା ?

ଉ : ସୁକୃଜାନି ଓ ଲୋବୋ କନ୍ଧ ମିଶି ଢୁ ଢୁ ବରଷାରେ କୁରାଢ଼ିରେ ହାଣି ପାହାଡ଼ର ମୁଣ୍ଡକୁ ଚନ୍ଦା କଲେ; ଯାହା ବର୍ତ୍ତମାନରେ ତା’ର ଚାଷଭୂଇଁରେ ପରିଣତ ହୋଇଛି ।


(କ୧୮) ସୁଜାନି ଆପଣା ଭବିଷ୍ୟତର କି ଦୃଶ୍ୟ ଦେଖେ ?

ଉ : କେଉଁ ଉପକାରୀ ଡୁମାର ହାତ ଲାଗି ସବୁ ସୁନ୍ଦର ହୋଇଛି ଏବଂ କେତେ ଘର ତୋଳା ହୋଇଛି । ମାଣ୍ଡିଆ, ଟିକ୍ରା ବାହାସାହା ହୋଇଛନ୍ତି, ପୁଅ, ପୁଅର ପୁଅ, ପୁଅର ପୁଅର ପୁଅ, ଦି’ କୋଡ଼ି ତିନିକୋଡ଼ି ଗୋରୁଗାଈ, ଘର ଆଗରେ ଗୁହାଳ, ଗୋବରଖତ ଏହିସବୁ ଭବିଷ୍ୟତର ଦୃଶ୍ୟ ଦେଖେ ସୁକୃଜାନି ।


(କ୧୯) ଜିଲି ଏବଂ ବିଲି କେଉଁଠି ଗାଧୋଉଥିଲେ ?

ଉ : ପାହାଡ଼ତଳ ଝୋଲାରେ ଜିଲି ବିଲି ଦି’ଭଉଣୀ ଗାଧୋଉଥିଲେ ।


(କ୨୦) କେଉଁଠାରୁ ପାଣି ମାଠିଆ ଧରି ସେମାନେ ଆସନ୍ତି ?

ଉ : ପାହାଡ଼ତଳ ଝୋଲାରୁ ପାଣି ମାଠିଆ ଧରି ପରଜା ସ୍ତ୍ରୀଲୋକ ପାଣି ଆଣନ୍ତି । 


(କ୨୧) ଡୁଡୁମାର ପାଣି କିପରି ତଳକୁ ଆସୁଛି ?

ଉ : ଡୁଡୁମା ପାଣି ଇଂଚ ଋଞ୍ଚରା ଉପରେ ଧଳା ପାଣି ଡେଇଁ ଡେଇଁ ଦୁଲ୍ ଦୁଲ୍ ହୋଇ କଚାଡ଼ି, ଗଡ଼ି ଗଡ଼ି ବଣରେ ଏହିପରି ଅନେକ ଡୁଡୁମା ଜଳ ତଳକୁ ଆସୁଛି ।


(କ୨୨) ସଭ୍ୟ ଜଗତ ଲୋକର ବେଶଭୂଷା କିପରି ଦେଖାଯାଏ ?

ଉ : ଅଧା ଲଙ୍ଗୁଳି ଦେଶରେ ଯିଏ ଜଙ୍ଘିଆ ଏବଂ କାମିଜ୍ ପିନ୍ଧି ଆସେ ସିଏ ସଭ୍ୟ ଜଗତର ଲୋକ ବୋଲି ତା’ର ବେଶଭୂଷାରୁ ଜଣାପଡ଼େ ।


(କ୨୩) କିଏ ହରଡ଼ ଚଢ଼େଇ ଖୋଜିବାର ବାହାନା କରୁଥିଲା ?

ଉ : ଝୋଲାର କୂଳେ କୂଳେ ଜଙ୍ଗଲ ଜମାନ୍ ବା ଗାରଡ଼ ହରଡ଼ ଚଢ଼େଇ ଖୋଜିବାର ବାହାନା କରୁଥିଲା ।


 (କ୨୪) ଜଙ୍ଗଲ ଜମାନ୍‌ କାମ କ’ଣ ?

ଉ : ଜଙ୍ଗଲ ଜମାନ୍‌ର କାମ ବଣ ଜଗିବା, କିଏ ବଣ ହାଣି ପକାଉଛି ନିଘା କରିବା, ଧର ପକଡ଼ କରିବା, ଗର୍ଜନ କରିବା ଏହିସବୁ କାମ ଜଙ୍ଗଲ ଜମାନ୍‌ର ।


(କ୨୫) ଜଣେ ଜଙ୍ଗଲ ଜମାନର ଜଖଲରେ କ’ଣ ପଡ଼େ ?

ଉ : ଦଶ ପନ୍ଦର କୋଶ ନିଘଞ୍ଚ ଜଙ୍ଗଲ, ଆପଦସଙ୍କୁଳ ବା ଜୀବଜନ୍ତୁର ଦଖଲରେ ଥାଏ ଜଣେ ଜଙ୍ଗଲ ଜମାନ୍ ।


 (କ୨୬) ପରଜା ବିନୟ ଭଙ୍ଗୀରେ କ’ଣ କହିଲା ?

ଉ : ଜଙ୍ଗଲ ଜମାନ୍ ପାଖକୁ ସୁକୃଜାନି ଯାଇ ଉପାଧ୍ଆ ପଡ଼ିଲା । ପରଜା ବିନୟ ଭଙ୍ଗୀରେ କହିଲା, ମହାପ୍ରଭୁ’ ତୁ ଦୟା ନ କଲେ ଆମେ ମରିଯିବୁ


(କ୨୭) ଜଙ୍ଗଲ ଜମାନ୍ ତା’ ଛାଉଣି କିପରି ଉଠେଇ ନେଲା ।

ଉ : ଜଙ୍ଗଲ ଜମାନ ଗାଁକୁ ଆସିବାରୁ ନାଇକ, ଜଗୁଆଳ ଏବଂ କର୍ମକର୍ତ୍ତା ଚହଳ ପକାଇଲେ । ଫଳରେ ଗାଁର ସମସ୍ତ ପରଜା ତାକୁ ଭେଟିଦେବା ପାଇଁ କୁକୁଡ଼ା ଡିମ୍ବ, ପଣସ, ଟଙ୍କା ଆଣିଲେ । ଏସବୁ ବୁଜୁଳା ପୁଟୁଳା ବାନ୍ଧି ଜଙ୍ଗଲ ଜମାନ୍ ତା’ ଛାଉଣି ଉଠେଇ ନେଲା ।


(କ୨୮) ବାରିକ କ’ଣ କଲା ?

ଉ : ଜଙ୍ଗଲ ଜମାନ୍‌କୁ ଯାହା ଭେଟି ମିଳିଲା ସେହି ଜିନିଷ ସବୁ ବୋହିବାକୁ, ସ୍ଫରିଜଣ ଭେଣ୍ଡିଆଙ୍କୁ ବାରିକ ଟାଣି ଓଟାରି ହାଜର କଲା ।


(କ୨୯) କେଉଁଠାରେ ଟୋକୀମାନେ ଜମିଲେ ?

ଉ : ଛାଇ ଲେଉଟା ବେଳ ହେବାରୁ ଝୋଲା ତୁଠରେ ଟୋକୀମାନେ ଏକାଠି ହେଲେ ।


Sarsupadar 2 Mark Question Answer

୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ – ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଲେଖା ଓ ଲେଖକଙ୍କ ନାମ ଦିଆଯିବ।)

(କ) କେଉଁଠାରେ ‘ଧର୍ମଦୁଆର’ ଘାଟି ପଡ଼େ ?

ଉ : କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ବା ଲକ୍ଷ୍ମୀପୁରରେ ପହଞ୍ଚିବାକୁ ଦେଢ଼କୋଶ ଆଗରୁ ଯେଉଁ ଭୟଙ୍କର ଘାଟି ପଡ଼େ । ତାହାକୁ ‘ଧର୍ମଦୁଆର’ ଘାଟି କୁହାଯାଏ ।


(ଖ) ‘ଶଶୁ ପଦର’ରେ ଥିବା ସାହିମାନଙ୍କ ନାମ କ’ଣ ?

ଉ : ଶଶୁ ପଦର ଗାଁରେ ପାଖାପାଖି ହୋଇ ତିନିଜାତିର ଲୋକେ ମେଁଚି କୁଡ଼ିଆ ଘରେ ବାସକରନ୍ତି । ତିନି ସାହିଗୁଡ଼ିକ ହେଲା ଡମ୍ବ ସାହି, ଗାଦ୍‌ ସାହି ଓ ପରଜା ସାହି ।




(ଗ)  ସୁକୃଜାନିର ସଂସାର କହିଲେ କିଏ ?

ଉ : ଶରଶୁ ପଦର ଗାଁର ପରଜା ସାହିରେ ସୁକ୍‌ଜାନି ତା’ର ଟିକି ସଂସାରକୁ ନେଇ ହସଖୁସିରେ ଚଳେ । ତା’ର ସଂସାର କହିଲେ ନିଜେ ସୁକୃଜାନି, ବଡ଼ପୁଅ ମାଣ୍ଡିଆଜାନି, ସାନପୁଅ ଟିକ୍ରାଜାନି, ଆଉ ଦୁଇଝିଅ ଜିଲି, ବିଲି ।


(ଘ) ସମ୍ବାରୀ କିପରି ମୃତ୍ୟୁବରଣ କଲା ?

ଉ : ସୁକୃଜାନିର ପତ୍ନୀ ସମ୍ବାରୀର ମୃତ୍ୟୁ ତିନିବର୍ଷ ପୂର୍ବରୁ ହୋଇଯାଇଛି । ସମ୍ବାରୀ ‘ଭାଲୁଗାଡ଼’ ଝୋଲାକୁ ସକାଳୁ ଶାଗ ତୋଳିବା ପାଇଁ ଯାଇଥିଲା । ‘କୋରାପୁଟିଆ ବୁଝାର’ ବୁଦାଗହଳରୁ ମଣିଷଖିଆ ମହାବଳ ବାଘ ତାକୁ ଘୋଷାରି ଘେନିଗଲା | 


(ଙ) ସୁକୃଜାନି ତା’ ଟିକି ସଂସାରକୁ ଘେନି କିପରି ଚଳୁଥୁଲା ?

ଉ : ସୁକୃଜାନି ଟିକି ସଂସାର ଗୋଟିଏ ବଖରା ଭିତରେ ଚଳନ୍ତି । ସେହି ଛୋଟ ବଖରା ଖଣ୍ଡିକ ଭିତରେ ଦୁଇପୁଅ, ଦୁଇଝିଅ ସହ କିଛି ଆମ୍ବଟାକୁଆ, ତେଲ ହେବାପାଇଁ ବାରିବାଇଗବା ମଞ୍ଜି, ତିନି ଚାରୋଟି ହାଣ୍ଡି, ଲାଉତୁମ୍ବା, ତଲରା ଓ ତିଲରି ଥା’ନ୍ତି ।


(ଚ) ସୁକୃଜାନି କେତେବେଳେ ଆଶ୍ରମମୟ ତୃପ୍ତି ପାଏ ।

ଉ : ସୁକୃଜାନି କାନ୍ଧରେ ଟାଙ୍ଗିଆ, ହାତରେ କୋଡ଼ିଧରି ଦୁଇପୁଅ ମାଣ୍ଡିଆ ଓ ଟିକ୍ରାସହ ପାହାଡ଼ ଖୋଳିବାକୁ ଯାଆନ୍ତି । ଘରକୁ ହାଲିଆ ହୋଇ ଫେରି ପିଣ୍ଡା ଉପରେ ବସିପଡ଼ନ୍ତି । ସୁକୃଜାନି ଧୂଆଁପତ୍ର ଖଣ୍ଡେ ବଳି ବଳିକା ପିକା ଖଣ୍ଡିଏ ଟାଣେ, ଆଉ ମନଭିତରେ ଗୋଟିଏ ଆଶ୍ରୟମୟ ତୃପ୍ତି ଅନୁଭବ କରେ ।


(ଛ) ଜିଲି ଓ ବିଲି ହାଣ୍ଡିରେ କ’ଣ ଅଜାଡ଼ି ଚୁଲିରେ ବସାନ୍ତି ।

ଉ : ଜିଲି ଓ ବିଲି ହାଣ୍ଡିରେ ମାଣ୍ଡିଆ ଚୁନା କି ଶାଗ କି ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି, ଚୁଲିରେ ବସାନ୍ତି ।


(ଜ) ମାଣ୍ଡିଆ ଓ ଟିକ୍ରା କେତେବେଳେ ପିଣ୍ଡାରେ ହାଲିଆ ଘାଲିଆ ହୋଇ ବସିପଡ଼ନ୍ତି ?

ଉ : ସୁକୃଜାନିର ଦୁଇପୁଅ ମାଣ୍ଡିଆ ଓ ଟିକ୍ରା । ଦୁହେଁ ସୁକୃଜାନିକୁ ପାହାଡ଼ ଖୋଳିବାରେ ସାହାଯ୍ୟ କରନ୍ତି । ପାହାଡ଼ ଖୋଳି ଖୋଳି ହାଲିଆ ଘାଲିଆ ହୋଇ ପିଣ୍ଡା ଉପରେ ବସିପଡ଼ନ୍ତି |


(ଝ) ମାଣ୍ଡିଆଜାନି କାହାପରି ଦେଖିବାକୁ ?

ଉ : ସୁକୃଜାନିର ବଡ଼ପୁଅ ମାଣ୍ଡିଆଜାନି ଠିକ୍ ସୁକୃଜାନି ପରି ଦେଖାଯାଏ । ସୁକୃଜାନି ତା’ ଟୋକା ସମୟରେ ଯେପରି ଦିଶୁଥିଲା ସେହିପରି– ଛୋଟ ପିଲାପରି ମୁହଁ, କୃଷକ ଦେହ, ଅତି ସରଳ, ଭୋକ ଶୋଷ ମାନେ ନାହିଁ, ସବୁବେଳେ ଖାଲି ହସ । 


(ଞ) ଟିକ୍ରା ଓ ତା’ ମା’ ମଧ୍ୟରେ ଥିବା କେଉଁ ସମାନତା ସୁକୃଜାନିର ମନେ ପଡ଼ିଯାଏ ?

ଉ : ସୁକ୍‌ଜାନିର ସାନପୁଅ ଟିକ୍ରା, ଠିକ୍ ତା’ ମଲା ମାଆର ମୁହଁ ପରି ଡବଡବ ଆଖୁ, ଆଉ ତର ତର କଥା, ଏହି ସବୁ ସମାନତା ସୁକୁଜାନିର ମନେ ପଡ଼ିଯାଏ ।


(ଟ) ସୁକୃଜାନି କେତେବେଳେ ସଞ୍ଜର ଶାନ୍ତି ଓ ଖୋଲା ପାହାଡ଼ର ଶାନ୍ତି ପିଇଯାଏ ?

ଉ : ସନ୍ଧ୍ୟାବେଳେ ସୁକୃଜାନିର ପରିବାର ନିଆଁ ପାଖେ ବସି ଏକାଠି ଖାଆନ୍ତି । ସୁକୃଜାନି ପରେ ପିଙ୍କା ଖଣ୍ଡିଏ ଲଗାଇ ସେଥୁରେ ନିଆଁ ଦିଏ, ସେହି ଧୂଆଁ ଟାଣୁ ଟାଣୁ ସଞ୍ଜର ଶାନ୍ତି ଓ ଖୋଲା ପାହାଡ଼ର ଶାନ୍ତି ଅନୁଭବ କରେ ।


 (0) ବିଲି କେତେବେଳେ ଦୁଇ ହାତରେ ପାଣି ଚବର ଚବର କରୁଥିଲା ?

ଉ : ସୁକୃଜାନି ସାନଝିଅ ବିଲି ଏବଂ ବଡ଼ଝିଅ ଜିଲି ନାଳର ବାଙ୍କରେ ନିରୋଳାରେ ଗାଧୋଉଥିଲେ । ଏହି ସମୟରେ ବିଲି ଖଟା ‘ ଚିଲି’ ଫଳର ସାବୁନ ଫେଣ ମୁଣ୍ଡରେ ରଗଡ଼ୁଥିଲା ଏବଂ ପାଣିରେ ମୁଣ୍ଡକୁ ମାଡ଼ି ଦେଇ ଦୁଇ ହାତରେ ପାଣି ଚବର ଚବର କରୁଥିଲା ।


(ଡ) ଜିଲି ଓ ବିଲି ଗାଧୋଉଥିଲାବେଳେ କିଏ ସିଧା ଆଖିରେ ଚାଲିଗଲେ ?

ଉ : ଜିଲି ଓ ବିଲି ନାଳର ବାଙ୍କରେ ନିରୋଳାରେ ଗାଧୋଉଥିଲେ । ସେହି ସମୟରେ ଯୋଡ଼ିଏ ପରଜା ସିଧା ଆଖରେ ଚାଲିଗଲେ । ସେମାନେ ଢିପ ଉପରେ କାଉଡ଼ି ବୋହି କପାଳର ଝାଳ ପୋଛି ପୋଛି ଚାଲିଗଲେ ।


(ଢ) ଝୋଲା କୂଳେ କୂଳେ ଆଉ ଜଣେ ଲୋକ କ’ଣ କରୁଥିଲା ?

ଉ : ଝୋଲା କୂଳେ କୂଳେ ଲୁଚିଛପି ଆଉ ଜଣେ ଲୋକ କୋଳି ଗଛରେ ହରଡ଼ ଚଢ଼େଇ ଖୋଜିବା ବାହାନାରେ କାନ୍ଧରେ ବନ୍ଧୁକ ପକେଇ ଏକର ସେକର ହେଉଥିଲା ।


(ଣ) ଜଙ୍ଗଲ ଜମାନ୍ ଏକା ଜାଗାକେ କାହାକୁ କିପରି ଚାହିଁ ରହିଥିଲା ?

ଉ : ପାଣିରେ ଦୁଇଭଉଣୀ ଜିଲି ଓ ବିଲି ଗାଧୋଉଥିବାବେଳେ ଲୁଚିଛପି ଜଙ୍ଗଲ ଜମାନ୍ ବାହାନାରେ ଗୋଟେ ଗଛକୁ ଚାହୁଁଥିଲା । ଜଙ୍ଗଲ ଜମାନ୍ ଏକା ଜାଗାକେ ଗୋଟାଏ ଗଛକୁ ଉଣ୍ଡିବା ବାହାନାରେ କେତେବେଳୁ ପାଣିକୁ ଚାହୁଁଥିଲା । 


(ତ) ‘ତୁମ ପାଦୁକା ଶୀତଳ ଥାଉ’ କିଏ କାହାକୁ କହିଛି ?

ଉ : ଗାଁ ନାଇକ ଖଜଣା ଅସୁଲ କରି ଜଙ୍ଗଲ ଜମାନକୁ ଦେଇଥାଏ । ଗାଁକୁ ଜଙ୍ଗଲ ଜମାନର ଆଗମନ କଥା ଶୁଣି କୌପୁନୀ ଉପରେ ପୁରୁଣା କୋଟ ପିନ୍ଧି, ମୁଣ୍ଡରେ ପଗଡ଼ି ପିନ୍ଧି, ମୁଣ୍ଡକୁ ଅଂଟାତଳକୁ ଭାଙ୍ଗିଦେଇ ଦୁଇ ହାତରେ ଅଧିକାରୀର ପାଦ ଛୁଇଁ ମୁଣ୍ଡରେ ମାରି ଜୁହାର ଗାରଡ଼ ମହାପୁ, ତୁମର ପାଦୁକା ଶୀତଳ ଥାଉ ବୋଲି କହିଛି ।


(ଥ) କିଏ ଗାରଡ଼ ଜମାନ୍ କଥା ଚାରିଆଡ଼େ ଚହଳ ପକାଇ ବୁଲିଲା ?

ଉ : ଗାଁ ନାଇକ ଜଙ୍ଗଲ ଜମାନର ଆଗମନ ଦେଖି ତା’କୁ ଜୁହାର କରିଛି । ନାଇକର ହାତବାରିଶି ତଥା ଗାଁ ଜଗୁଆଳ ଏବଂ ଅନ୍ୟ କର୍ମକର୍ତ୍ତା ବାଡ଼ି ହଲେଇ ଚାରିଆଡ଼େ ଗାରଡ଼, ଗାରଡ଼, ଜମାନ, ଜମାନ କହି ଚହଳ ପକାଇଥିଲେ । 


(ଦ) ଗାରଡ଼ ଜମାନ କଥା ଚହଳ ପଡ଼ିବା ପରେ କ’ଣ ହେଲା ?

ଉ : ଗାଁରେ ଜଙ୍ଗଲ ଜମାନର ଆଗମନ ହେବାରୁ ଗାଁରେ ଏକପ୍ରକାର ଚହଳ ପଡ଼ିଗଲା । ଗାଁଲୋକେ ଚାଉଳ, ଡାଲି ପନିପରିବା ଏବଂ ଅନ୍ୟ ସବୁ ଜିନିଷ ଧରି ଜମାନ୍‌କୁ ଭେଟିବାକୁ ଆସିଲେ ।


 (ଧ) ସୁକୃଜାନି କେଉଁ ଆଡ଼କୁ ଚାହିଁ ଦୀର୍ଘଶ୍ବାସ ଯାଏ ଓ କାହିଁକି ?

ଉ : ସୁକୃଜାନି ନିଜ ଘରସଂସାରକୁ ଆଗକୁ ନେବାପାଇଁ ମନେ ମନେ ଅନେକ ସ୍ଵପ୍ନ ଦେଖିଲା ।  ସୁକୃଜାନି ର ଜମି ଦରକାର । ତା’ର ପୁଅ ବାହା କରିବ ଏବଂ ପୁଅର ପୁଅ ଦେଖିବ ଏହି ସ୍ଵପ୍ନ ଦେଖି  ଉଚ ମାଳି ଦମକ ଆଡ଼କୁ ଚାହିଁ ଦୀର୍ଘଶ୍ବାସ ପକାଇଲା ।


(ନ) ସୁକୃଜାନିର ବଡ଼ ବଡ଼ କାଠ କାହିଁକି ଦରକାର ?

ଉ : ପୁଅମାନଙ୍କୁ ବାହା କରିବା ପାଇଁ ସୁକୃଜାନିର ହାତ ଖୁଲୁ ଖୁଲୁ ହେଲାଣି, ଜଙ୍ଗଲ ଜମାନକୁ ହାତକରି କିପରି ଜମି ଆଣି ସଫାକରିବ, ଆହୁରି ଘର ତୋଳିବା ପାଇଁ ସୁକୃଜାନିର ବଡ଼ ବଡ଼ କାଠ ଦରକାର, କାରଣ ତାଙ୍କର ‘ପରଜା’ ସମାଜ ରୀତିରେ ଅଛି ପୁଅମାନେ ବିଭାହେଲେ ନିଆରା ଘରେ ରହିବେ ।


(ପ) ସୁକୃଜାନି କାହା ପାଖରେ କେତେବେଳେ ଓ କ’ଣ ଧରି ଉପାଧୁଆ ପଡ଼ିଲା ?

ଉ : ସୁକୃଜାନିର ଜମି ଦରକାର । କେବଳ ଜଙ୍ଗଲ ଜମାନ୍ ଚାହିଁଲେ ଜମି ମିଳିବ । ଜମାନର ଦୟାରୁ ତା’ର ସ୍ୱପ୍ନ ପୂରଣ ହେବ । ସେଥ‌ିପାଇଁ ସୁକୃଜାନି ଦିନ ଦ୍ବିପହରରେ ଯୋଡ଼ିଏ କୁକୁଡ଼ା, ତିନୋଟି ଫାସ ଧରି ଜଙ୍ଗଲ ଜମାନ୍ ପାଖେ ଉପାଧୁଆ ପଡ଼ିଲା ।


(ଫ) ସୁକୃଜାନି ପରଜାର ବିନୟ ଭଙ୍ଗୀରେ କ’ଣ କହିଲା ?

ଉ : ସୁକୃଜାନି ଜମିର ଆବଶ୍ୟକତା ଯୋଗୁ ଜଙ୍ଗଲ ଜମାନଙ୍କୁ ଅନେକ ଜିନିଷ ଦେଇଛି, ସୁକୃଜାନି ଜଙ୍ଗଲ ଜମାନ୍ ଆଗରେ ଉପାଧୂଆ ପଡ଼ି ପରଜାର ବିନୟ ଭଙ୍ଗୀରେ କହିଲା– “ ମହାପ୍ରଭୁ” ତୁ ଦୟା ନ କଲେ ଆମେ ମରିଯିବୁ କାହିଁକି ?” 


(ବ) ଆଜି ଗାଁର ଗପ କ’ଣ ?

ଉ : ଗାଁରେ ଜଙ୍ଗଲ ଜମାନର ଆଗମନ ହୋଇଥିବାରୁ ସମସ୍ତଙ୍କ ମୁହଁରେ ଖାଲି ତାହାର ଗପ । ବଡ଼ମାନେ ବଣ ହଣାହଣି କଥା କହୁଥିଲା ବେଳେ ଅଳ୍ପବୟସ୍କ ଝିଅମାନେ ତା’ର ଭାବଭାବ ବିଷୟରେ ସମାଲୋଚନା କରି ହସାହସି ହେଉଥିଲେ । 


(ଭ) ବାଗ୍‌ଲା କିଏ ?

ଉ : ବାଗ୍‌ଲା ରେଙ୍ଗୁ ପରଜlର ପୁଅ । ଗାଁରେ କେତେଦିନ ହେଲା ସମସ୍ତଙ୍କ ମୁହଁରେ ଗପ ଚାଲିଛି ବାଗ୍‌ଲା ଆଉ ଜିଲି ପରସ୍ପରକୁ ଭଲ ପାଉଛନ୍ତି ଏବଂ ବାହା ହେବେ ।


(ମ) କାଜୋଡ଼ି ମୁହଁ ଝାଡ଼ି ଝାଡ଼ି କ'ଣ କହିଲା ?

ଉ : ପୁରଳାନିର ଝିଅ କାଜୋଡ଼ି, ସୁଜାନିର ବଡ଼ପୁଅ ମାଣ୍ଡିଆଜାନି ପାଇଁ ମନୋନୀତ ହୋଇଛି । ଜିଲି ଏବଂ କାଜୋଡ଼ି ଦୁହେଁ ଭାରି ସାଙ୍ଗ, କିଲି ଖୋଲା ତୁଠରେ କାଜୋଡ଼ିକୁ ଥଟ୍ଟା କରି ଭାଉଜ ବୋଲି ସମ୍ବୋଧନ କଲା । କାଜୋଡ଼ି ଭାଉଜ ଡାକ ଶୁଣି ମୁହଁ ଝାଡ଼ି ଝାଡ଼ି ମୋର ଭାଉଜ ହେବାକୁ ଗରଜ ପଡ଼ିନି ବୋଲି କହିଲା ।


(ଯ) ଲକ୍ଷ୍ମୀପୁର ଯିବା ରାସ୍ତାରେ କ’ଣ ପଡ଼େ ?

ଉ : କୋରାପୁଟ୍‌ରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଦେଢ଼ କୋଶ ଦୂରରେ ଏକ ଭୟଙ୍କର ଘାଟି ପଡ଼େ, ତାହା ଧର୍ମ ଦୁଆର ଘାଟି ଭାବେ ଜଣାଶୁଣା । ସେହି ‘ଧର୍ମଦୁଆର’ ଘାଟିଠୁଁ ଭିତରକୁ କୋଶେ ଦୂରରେ ଯେଉଁ ଗାଁ ପଡ଼େ ତାହା ଶଶୁ ପଦର ଗାଁ ଭାବେ ପରିଚିତ ।


(ର) ଶରଶୁ ପତ୍ରର ଗାଁରେ କେତୋଟି ସାହି ଅଛି ?

ଉ : ଶରଶୁ ପଦର ଗାଁରେ ତିନିଜାତିର ଲୋକେ ବାସକରନ୍ତି । ସେଗୁଡ଼ିକ ହେଲା– ଡିମ୍ବ ସାହି, ଗାଦବା ସାହି ଓ ପରଜା ସାହି


(ଳ) ସୁକୃଜାନିର ଚଳଣି କିପରି ଥିଲା ?

ଉ : ସୁକୃଜାନି ତା’ର ଛୋଟ ସଂସାରକୁ ନେଇ ଖୁବ୍ ଖୁସିବାସି ଥିଲା । କାରଣ ମାଣ୍ଡିଆ ପେଜ (ଯାଉ) ସର୍ବଦା ସକାଳେ, ସଞ୍ଜରେ ଚଳିବା ପାଇଁ ଢେର ହେଉଥିଲା । ଏହା ସହିତ ଚାରି ଆଙ୍ଗୁଳିଆ କୌପୁନୀ ଖଣ୍ଡିଏ ଲେଖାଁ କେବେ ଅଭାବ ହୋଇ ନଥିଲା । ଭଲ ମନ୍ଦରେ ସେ ଚଳିଯାଉଥିଲା ।


(ୱ) ସୁକୃଜାନିର ପରିବାର ସଦସ୍ୟମାନେ କିଏ ଥିଲେ ?

ଉ : ସୁଜାନିର ପରିବାର କହିଲେ ଦୁଇପୁଅ ମାଣ୍ଡିଆଜାନି, ଟିକ୍ରାଜାନି ଓ ଦୁଇ ଝିଅ ଜିଲି, ବିଲି । ତା’ ଭାରିଜା ତିନିବର୍ଷ ତଳେ ମଣିଷଖିଆ ବାଘର ଶିକାର ହୋଇଥିଲା ।


(ଶ) ନିଆଁଟି ଧକ୍ ଧକ୍ ହୋଇ ଜଳିବାବେଳେ ଜିଲି ଆଉ ବିଲି କ’ଣ କରନ୍ତି ?

ଉ : ସନ୍ଧ୍ୟା ସମୟରେ ସୁକୃଜାନିର କୁଡ଼ିଆଘର ପିଣ୍ଡାରେ ଛୋଟିଆ ନିଆଁଟିଏ ଧକ୍ ଧକ୍ ହୋଇ ଜଳେ । ସେହି ସମୟରେ ଜିଲି କି ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୂନା କି ଶାଗ କି ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ଥୋଇଦିଅନ୍ତି ।


(ଷ) କାହା ଭିତରେ ସୁକୃଜାନି ନିଜକୁ ଖୋଜେ ?

ଉ : ସୁକୃଜାନିର ସଂସାର କହିଲେ ତା’ର ଚାରୋଟି ଛୁଆ । ଗୋଟିଏ ଛୋଟିଆ ନୂଆଣିଆ କୁଡ଼ିଆଘରେ ତା’ ସଂସାରର ବସତି । ଘର ଚାରିପାଖରେ ଜଙ୍ଗଲ ଆଉ ମଥା ଉପରେ ଏତେ ବଡ଼ ଆକାଶ, ଏଡ଼େ ବଡ଼ ବିସ୍ତୃତି – ଏ ସବୁ ଭିତରେ ସୁକୁଜାନି ନିଜକୁ ଖୋଜେ ଏବଂ ନିଜେ ରହିଛି ବୋଲି ବୁଝେ ।


(ସ) ସୁକୃଜାନିର ଘରକରଣା ଜିନିଷ ସବୁ କ’ଣ ?

ଉ : ପୁଳାଏ ଆମ୍ବଟାକୁଆ, ତେଲ ହେବାପାଇଁ ଗଦାଏ ବାରିବାଇଗବା ମଞ୍ଜି, ପତର-ସିଆଁ କୁମ୍ପି, ଆଠ ଦଶମାଣ ମାଣ୍ଡିଆ, ତିନି ଚାରୋଟି ହାଣ୍ଡି, ଚାଳରୁ ଓହଳିଥିବା କୌପୁନୀ, ଲୁଗା, ତିନିଚାରିପୁଞ୍ଜା ଲଉତୁମ୍ବା, ପତରସିଆଁ ତଲ୍‌ରା ଓ ତଲ୍‌ରିକୁ ନେଇ ସୁକୃଜାନିର ଘରକରଣା ।


(ହ) ସୁକୃଜାନି କାହା ଉପରେ ବିଶ୍ବାସ କରିଥାଏ ?

ଉ : ସୁକୃଜାନି ବିଶ୍ଵାସ କରେ ସବୁରି କର୍ଭା ଗୋଟାଏ ଲେଖାଁ ଭୂତ ବା ‘ଡୁମ୍ବା’ । ଏକଥା ମଧ୍ୟ ଭାବେ ଯେ ଏ ଦୁନିଆକୁ କେଉଁ ଯାଦୁକର ‘ ଡୁମା’ ଗଢ଼ିଛି; ସେ ପୁଣି ଗଢ଼ିଛି ଆକାଶ ଆଉ ଜଙ୍ଗଲ ସଞ୍ଜ ଆଉ ରାତି । କିଏ ପୁଣି ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ ପୁଣି କିଏ ଝଡ଼ିତୋଫାନ, ଦୁଃଖ ଦୁର୍ଦ୍ଦଶା ଆଣିଦିଏ । ଏସବୁର କର୍ତ୍ତା ସେହି ଡୁମା ବୋଲି ସୁକୃଜାନିର ବିଶ୍ଵାସ ।


 (କ୍ଷ) ସୁକୃଜାନି କେଉଁ ଦୃଶ୍ୟ ସାମନାରେ ଦେଖେ ?

ଉ : ସୁକୃଜାନି ସାମନାରେ ସେହି ସାନପାହାଡ଼କୁ ଦେଖେ, ଯାହାର ମୁଣ୍ଡକୁ ସେ ଆଉ ଲୋବୋ କନ୍ଧମିଶି ଢୁ ଢୁ ବରଷାରେ କୁରାଢ଼ିରେ ହାଣି ବର୍ତ୍ତମାନର ଚାଷଭୂଇଁରେ ପରିଣତ କରିଥିଲେ । ଆଉ ମଧ୍ୟ ଦେଖେ ଭବିଷ୍ୟତରେ କେଉଁ ଡୁମାର ଉପକାରୀ ହାତ ଲାଗି ତା’ ଘର ତୋଳା ହୋଇଛି ଏବଂ ପୁଅ ବାହାହୋଇ ତାର ପିଲାମାନଙ୍କ କଥା ଭାବି ଅନେକ ଦୃଶ୍ୟ ସାମନାରେ ଦେଖେ ।


(ୟ) ପରଜା ସମାଜର ରୀତିଗୁଡ଼ିକ କ’ଣ ?

ଉ : ପରଜା ସମାଜର ରୀତି ହେଉଛି ପୁଅମାନେ ବିଭାହେଲେ ନିଆରା ଘରେ ରହିବେ । ସୁକୃଜାନି ପରଜା ହୋଇଥିବାରୁ ନିଜ ଦୁଇ ପୁଅକୁ ବାହା କରିବାପାଇଁ ହାତ ଖୁଲୁଖୁଲୁ ହେଲାଣି ।


(ଲ) ଚାରିଆଡ଼େ କ’ଣ ହୁଲର ପଡ଼ିଛି ?

ଉ : ଗାଁକୁ ଜଙ୍ଗଲ ଜମାନ୍‌ର ଆଗମନ ହେବାରୁ ଗାଁ ଚାରିଆଡ଼େ ହୁଲର ହୋଇଗଲା “ ଗାରଡ଼ ଗାରଡ଼ ଜମାନ, ଜମାନ୍” । ଗାଁର ନାଇକ, ଜଗୁଆଳ ଏବଂ କର୍ମକର୍ତ୍ତା ଡମ୍ବ ବାରିକ ବାଡ଼ି ହଲେଇ ହଲେଇ ଚହଳ ପକେଇ ଜଙ୍ଗଲ ଜମାନର ଆଗମନର ସୂଚନା ଦେଲା ।


(କ୧) ଗାଧୋଇଲା ବେଳେ ଜିଲି ଆଉ ବିଲି କ’ଣ କରୁଥିଲେ ?

ଉ : ପାହାଡ଼ତଳ ଝୋଲାରେ ଜିଲି ଆଉ ବିଲି ଗାଧୋଇବାକୁ ଗଲେ । ଜିଲି ତା’ର ପିନ୍ଧା ପାଞ୍ଚୁଆ ଚଟାଣ ଉପରେ କାଚୁଥିଲା । ବିଲି ପାଣିମାଠିଆକୁ ପାଖରେ ଥୋଇ ଦେଇ ଖଟା ‘ଚିଲି’ ଫଳର ସାବୁନ୍ ଫେଣରେ ମୁଣ୍ଡ ରଗଡୁଥିଲା ।


 (କ୨) ଜଙ୍ଗଲ ଜମାନ୍ କ’ଣ ପୁଟୁଳିବାନ୍ଧି ନେଲା ?

ଉ : ଗାଁ ଲୋକେ ଜଙ୍ଗଲ ଜମାନ୍‌କୁ ଚାଉଳ, ଡାଲି, ପନିପରିବା, କୁକୁଡ଼ା, ପଣସ ଏବଂ ଟଙ୍କା ଭେଟି ଆକାରରେ ଦେଇଥାନ୍ତି । ସେହି ଜିନିଷଗୁଡ଼ିକ ପୁଟୁଳି ବାନ୍ଧି ନିଜର ଛାଉଣି ଅନ୍ୟ ଆଡ଼େ କଲା ।


(କ୩) ସୁକୃଜାନି କାହିଁକି ଉପାଧୂଆ ପଡ଼ିଲା ?


ଉ : ଜଙ୍ଗଲ ଜମାନ ହେଉଛି ଜଙ୍ଗଲର ଗାର୍ଡ଼ । ଜଙ୍ଗଲର ସର୍ବମୟ କର୍ତ୍ତା ସିଏ । ତା’ରି ଆଦେଶରେ ସବୁ ହୁଏ । ସୁକୃଜାନି ପୁଅ ବାହାଘର କରିବା ପାଇଁ ଜଙ୍ଗଲର ବଡ଼ କାଠ ଦରକାର । ଘର କରିବାକୁ ହେଲେ ଜଙ୍ଗଲ ଜମାନର ସ୍ଵୀକୃତି ଏବଂ କାଠ ଦରକାର ପଡ଼ିବାରୁ ସୁକ୍ଳଜାନି ଜଙ୍ଗଲ ଜମାନ୍ ପାଖରେ ଉପାଧୂଆ ପଡ଼ିଲା ।


(କ୪) ସୁକୃଜାନି କେତେବେଳେ ଆନନ୍ଦ ଅନୁଭବ କଲା ?

ଉ : ଜଙ୍ଗଲ ଜମାନ ପାଖରେ କିଛି ଭେଟି ଦେଇ ଏବଂ ଉପାଧୂଆ ପଡ଼ି ନିଆରା ଘର ତୋଳିବା ପାଇଁ କାଠର ଆବଶ୍ୟକତାକୁ ଦୂର କରିବା ପାଇଁ ହାଣିବି କି ବୋଲି ପ୍ରଶ୍ନ କରିଛି ସୁକୃଜାନି । ଜଙ୍ଗଲଜମାନ୍ ‘ହଁ’ କରିଦେବାରୁ ସୁକୃଜାନି ଆନନ୍ଦରେ ବିଭୋର ହୋଇଗଲା ।


Sarsupadar Question Answer 3  Mark 

୪.  ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହବ ।

(ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଲେଖା ଓ ଲେଖକଙ୍କ ନାମ ଦିଆଯିବ।)


(କ) ଲକ୍ଷ୍ମୀପୁରର ଅବସ୍ଥିତି ଉପସ୍ଥାପନ କର ।

ଉ : କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ‘ଧର୍ମଦୁଆର’ ନାମରେ ଏକ ଘାଟି ପଡ଼େ । ସେହି ଧର୍ମଦୁଆର ଘାଟିଠୁଁ ଉତ୍ତରକୁ ଅଳ୍ପ ବାଟ କିଛି ଗଲେ ଗୋଟିଏ ଛୋଟ ଗାଁ ପଡ଼େ ଯାହାର ନାମ ଶରଶୁ ପଦର୍ । ଶରଶୁ ପଦର୍ ଗାଁରେ ତିନିଜାତିର ଲୋକେ ବାସକରନ୍ତି ।


(ଖ) ସୁକୃଜାନିର ସଂସାର ବିଷୟରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।

ଉ : ଶରଶୁ ପଦର୍ ଗାଁର ପରଜା ସାହିରେ ସୁକୃଜାନିର ଘର । ତା’ର ଛୋଟ ସଂସାର ଭିତରେ ଦୁଇପୁଅ ଆଉ ଦୁଇ ଝିଅ । ଭାରିଜା ସମ୍ବାରୀକୁ ତିନିବର୍ଷ ତଳେ ମଣିଷଖୁଆ ବାଘ ନେଇଯାଇଛି । ଖାଇବାର ଅଭାବ କେବେ ଦେଖାଦେଇନି । ମାଣ୍ଡିଆ ଯାଉ ସକାଳେ, ସବୁବେଳେ ମିଳିଯାଇଥାଏ । ଗୋଟିଏ ବଖରା ଘରେ ସୁକୃଜାନି ସମସ୍ତ ଘରକରଣା ଜିନିଷ ସାଇତି ରଖୁଛି ।


(ଗ) ସୁକୃଜାନି କାହା ଭିତରେ ନିଜକୁ ଖୋଜିପାଏ ?

ଉ : ସୁକୃଜାନି ପରଜା ଜାତିର ଆଦିବାସୀ, ଜଞ୍ଜାଳମୟ ସଂସାରରେ ଦୁଇପୁଅ ଓ ଦୁଇଝିଅକୁ ନେଇ ତା’ର ବସତି । ସୁକୃଜାନି ଏବଂ ତା’ର ଦୁଇପୁଅ ମିଶି ପାହାଡ଼କୁ ଖୋଳି ଖୋଳି ସମାନ୍ତରାଳ କରିବାରେ ଲାଗିଛନ୍ତି । ସନ୍ଧ୍ୟାରେ ଘରକୁ ଫେରି ସୁକୃଜାନି ଧୂଆଁପତ୍ର ପିଙ୍କା ଖଣ୍ଡିଏ ଟାଣି ମନଭିତରେ ଆତ୍ମତୃପ୍ତି ପାଏ । ନୂଆଁଣିଆ କୁଡ଼ିଆଘର ଚାରିପାଖରେ ଜଙ୍ଗଲ ଆଉ ଏତେ ବଡ଼ ଆକାଶ, ଏତେ ବଡ଼ ବିସ୍ତୃତି–ଏସବୁ ଲକ୍ଷ୍ୟକରି ସୁକୃଜାନି ଏହା ଭିତରେ ନିଜକୁ ଖୋଜିଥାଏ । ଏହା ଭିତରେ ସେ ନିଜେ ରହିଛି ବୋଲି ବୁଝେ ।


(ଘ) ସୁକୃଜାନିର ଘରକରଣା ସମ୍ପର୍କରେ ବର୍ଣ୍ଣନା କର ।

ଉ : ସୁକୃଜାନିର ଘର ବୋଲି କହିଲେ ଖଣ୍ଡିଏ ବଖରା ଅନ୍ଧାର ବିଲିବିଲିରେ ପରିପୂର୍ଣ୍ଣ । କେଉଁଠି ପୁଳାଏ ଆମ୍ବଟାକୁଆ ଅଛି ତ କେଉଁ କଣରେ ଗଦାଏ ବାରିବାଇଗବା ମଞ୍ଜି, ପୁଣି କେଉଁଠି ପତର ସିଆ କୁମ୍ଭି, ତଳେ ଅଜଡ଼ା ହୋଇ ଆଠ ଦଶମାଣ ମାଣ୍ଡିଆ, ତିନି ଚାରୋଟି ହାଣ୍ଡି ପଡ଼ିରହିଛି । ଘର ଚାଳରେ ଓହଳିଛି କୌପୁନୀ, ଲୁଗା ଓ ତିନିଚାରି ଲାଉତୁମ୍ବା ଏବଂ କାନ୍ଥ ବାଡ଼ରେ ଜତଗରିଆ ‘ତଲରା’ ବା ପିଠିପଙ୍ଖା ତଲରି ବା ମୁଣ୍ଡର ଛତା । ଏସବୁକୁ ନେଇ ସୁକୃଜାନି ଘରକରଣା ।


(‍) ‘ଡୁମା’ ବିଷୟରେ ସୁକୃଜାନି ବିଶ୍ଵାସ କ’ଣ ?

ଉ : ସୁକୃଜାନିକୁ ତା’ ଘରର ଅଳିଆଦଳିଆ, ଘରକରଣା ଜିନିଷ, ସବୁକିଛି ଭଲ ଲାଗେ କାରଣ ଏସବୁ ତା’ର । ସୁକୃଜାନି ବିଶ୍ଵାସ କରେ ଯେ ଏଇ ପାହାଡ଼, ଜଙ୍ଗଲ, ସମୁଦ୍ର ସବୁରି କର୍ତ୍ତା ହେଉଛନ୍ତି ଗୋଟାଏ ଲେଖାଁ ଭୂତ ବା ‘ଡୁମ୍ବା’ । ମନରେ ଆତ୍ମତୃପ୍ତି ପାଏ ଯେ ଏସବୁ ସେହି ଯାଦୁକର ‘ଡୁମା’ ଗଢ଼ିଛି । ଆକାଶ, ଜଙ୍ଗଲ, ସଞ୍ଜ, ରାତି, ଆନନ୍ଦ, ସୌଭାଗ୍ୟ, ଝଡ଼ ତୋଫାନ, ଦୁଃଖ ଦୁର୍ଦ୍ଦଶା ଏସବୁ କିଏ ଆଣିଦେଉଛି ? ଏସବୁର କର୍ତ୍ତା କେବଳ ସେଇ ଗୋଟିଏ ଡୁମା । 


(ଚ) ସାନ ପାହାଡ଼କୁ ଦେଖି କେଉଁ ଦୃଶ୍ୟ ସୁକ୍‌ଜାନିର ଆଖୁ ଆଗରେ ନାଚି ଯାଉଛି ?

ଉ : ସୁକୃଜାନି ପ୍ରକୃତିର ବିଚିତ୍ର ଦୃଶ୍ୟକୁ ଲକ୍ଷ୍ୟ କରି ମନେ ମନେ ଆଶ୍ଚର୍ଯ୍ୟ ହୁଏ ଯେ ଏସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପ୍ରାକୃତିକ ବିପର୍ଯ୍ୟର କେବଳ ସେ ‘ଡୁମା’ ଯୋଗୁ ହେଉଛି । ପୁଣି ସୁକୃଜାନି ସାମ୍‌ନାରେ କେତେକ ଦୃଶ୍ୟ ଦେଖେ । ସେଇ ସାନପାହାଡ଼କୁ– ଯାହାର ମୁଣ୍ଡକୁ ସେ ଆଉ ଲୋବୋ କନ୍ଧ ମିଶି ଜୁ ଜୁ ବରଷାରେ କରୁଡ଼ିରେ ହାଣି ସମାନ୍ତରାଳ କଲେ ଯାହା ବର୍ତ୍ତମାନରେ ଏକ ଚାଷଭୂଇଁରେ ପରିଣତ ହୋଇଛି ।


(ଛ) ସୁକୃଜାନିର ଆତ୍ମା ଗୋଟାଏ ଡୁମା ହୋଇ କେଉଁଠି କାହାକୁ ଅନାଇ ରହିବ ?

ଉ : ସୁକୃଜାନି ନିଜର ସୁନେଲୀ ଭବିଷ୍ୟତର ସ୍ଵପ୍ନ ମାନସଚକ୍ଷୁରେ ଦେଖିଥାଏ । ସେ ଦେଖେ କେତେ ଘର ତୋଳା ହୋଇଛି, ସେହି ଘରେ ଦୁଇପୁଅ ବାହା ସାହା ହୋଇଛନ୍ତି, ସେଠାରେ ପୁଅ, ପୁଅର ପୁଅ, ପୁଅର ପୁଅର ପୁଅ କେତେ ଗୋରୁଗାଈ । ଏକଥା ଭାବି ସୁକୃଜାନି ବୁଢ଼ା ହୋଇଯାଏ । ଗାଁ ମଝି ଗୁଗୁଡ଼ି ଆମ୍ବଗଛ ତଳେ, ଯେଉଁଠି ମଣିଷ ମରିଗଲେ ତା’ ନାଁରେ ଖଣ୍ଡେ ଗୋଜିଆ ପଥର ପୋତା ହୁଏ । ସେହି ପଥର ଭିତରୁ ଗୋଟାଏ ବଡ଼ ଗୋଜିଆ ପଥର ଭିତରେ ସୁକୃଜାନିର ଆତ୍ମା ଗୋଟାଏ ଡୁମା ହୋଇ ଭବିଷ୍ୟତର ପୁଅ ନାତିଙ୍କର ସୁଖସୌଭାଗ୍ୟକୁ ମିଟିମିଟି କରି ଅନେଇଁ ରହେ ।


(ଜ) ‘ବୟସ ପଚାଶକୁ ଧକ୍‌କା ଖାଇଲା’ କାହା ସଙ୍ଗରେ ଓ କ’ଣ କୁହାଯାଇଛି ?

ଉ : ସୁକୃଜାନି ନିଜର ବଳ ଉପରେ, ତା’ର ଭାରି ଭରସା ଥାଏ । ପାହାଡ଼କୁ ଚାଷଭୂଇଁରେ ପରିଣତ କରିବା ପାଇଁ ଏକାଥରକେ ପାଞ୍ଚ, ଛଅ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି କୁରାଢ଼ି ଓହ୍ଲେଇ ନାହିଁ । ହାକିମ ଅଧିକାରୀଙ୍କ ଦି’ମହଣ ଓଜନ ବୋଝକୁ ବାହୁଙ୍ଗୀ କରି ଏକୁଟିଆ ପାହାଡ଼, ଝୋଲା ନାଳ ଡେଇଁ ଗୁମ୍ମା ବଙ୍ଗଳାରେ ପହଞ୍ଚେଇ ଆସିଛି । ବୟସ ପଚାଶକୁ ହେବାକୁ ବସିଲାଣି, ହେଲେ ତା’ ଦେହରେ ବେମାର ନାହିଁ କି ଅଳସପଣ ନାହିଁ । ଆବୁଆବୁଆ ବାଳୁଆ ଦେହରେ ଗୋଡ଼ ପେଣ୍ଡା ପଥରପରି ଏବଂ ଚମଡ଼ାଟି ବର୍ଷାତି ପରି ମନେହୁଏ । ସୁକୃଜାନିର ମଜଭୁତିଆ ଦେହକୁ ସହଜରେ କଷ୍ଟ ଜଣାପଡ଼େନା । 


(ଝ) ପାହାଡ଼ ତଳ ଝୋଲାର ଚିତ୍ର ଉପସ୍ଥାପନ କର ।

ଉ : ପାହାଡ଼ ଚଳ ଝୋଲା ନାଳର ବାଙ୍କରେ, ପରଜା ସ୍ତ୍ରୀଲୋକଙ୍କ ତୁଠ । ପାହାଡ଼ ପାଖ ଖୋଲା ଏବଂ ଆର ପାଖରେ ବୁଦୁବୁଦିକିଆ ଜଙ୍ଗଲ । ବଣରେ ଅସଂଖ୍ୟ ଜଳପ୍ରପାତ ଉଂଚରୁ ଚଟାଣ ଉପରକୁ ଧଳା ପାଣି ଡେଇଁ ଡେଇଁ ଦୁଲ୍ ଦୁଲ ହୋଇ କଚାଡ଼ି, ଗଡ଼ି ପଡ଼ି ଆସୁଛି ତଳକୁ । ପାହାଡ଼ ତଳ ଝୋଲା ଉପରେ ବରଗଛ ଛାଇ ପଡ଼ିଥାଏ । ସେଇ ପାଣି ଉପରକୁ ମାଣ୍ଡିଆ କ୍ଷେତ ଓହଳି ପଡ଼ିଛି ।


() ସଭ୍ୟଜଗତ ଲୋକ ସମ୍ପର୍କରେ ବର୍ଣନା କର ।

ଉ : ପରଜା ସାହିର ଅଧିକାରୀମାନେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ପ୍ରକାରର ଜୀବନଶୈଳୀ ବିତାଇଥାନ୍ତି । ପରଜାର ଅଭ୍ୟାସ ଅନୁଯାୟୀ ଝିଅମାନେ ଲଙ୍ଗଳା ହୋଇ ସ୍ନାନ କରନ୍ତି । ତେଣୁ ଏଇ ଅଧା ଲଙ୍ଗୁଳି ଦେଶରେ ଯେ କେହି ଲୋକ ଜଙ୍ଘିଆ ଏବଂ କମିଜ୍ ପିନ୍ଧି ଆସୁଥୁଲା ତାକୁ ସଭ୍ୟ ଜଗତର ଲୋକ ବୋଲି ସମସ୍ତେ ଜାଣିପାରୁଥିଲେ ।


(ଟ) ଜଙ୍ଗଲ ଜମାନ୍ ଉପରେ ବୃଷ୍ଟି ପଡ଼ିବା ପରେ ଦୁଇ ଭଉଣୀ କ’ଣ କଲେ 

ଉ : ଦୁଇଭଉଣୀ ଜିଲି, ବିଲି ନାଳର ବାଙ୍କରେ, ପରଜାର ଗାଧୋଇବା ଅଭ୍ୟାସ ଅନୁଯାୟୀ ଲଙ୍ଗଳା ହୋଇ ଗାଧୋଉଥିଲେ । ଏହି ସମୟରେ ଝୋଲାର କୂଳେ କୂଳେ ଉଣ୍ଡିଉଣ୍ଡି, କୋଳିଗଛରେ ହରଡ଼ ଚଢ଼େଇ ଖୋଜିବା ବାହାନାରେ କାନ୍ଧରେ ବନ୍ଧୁକ ପକାଇ ଜଙ୍ଗଲ ଜମାନ୍ ପାଣିକୁ ଚାହୁଁଥିଲା । ହଠାତ୍ ଜିଲିର ନଜର ତା’ ଉପରେ ପଡ଼ିଗଲା । ଦୁଇ ଭଉଣୀ ପାଣିରୁ କିଲିକିଲିଆ ହୋଇ ଉଠିଗଲେ । ଜିଲି ତା’ର କାଚିବା ଲୁଗା ବେଢ଼େଇ ହୋଇପଡ଼ିଲା ଏବଂ ବିଲି ଭଉଣୀ ପଛପଟେ ଲୁଚିଯାଇ ବରଗଛ ସିଅରୁ ନିଜ ନାଲି ଲୁଗାଖଣ୍ଡକ ନେଲା ।


(0) ନାଇକର ଚରିତ୍ର ଚିତ୍ରଣ କର ।

ଉ : ନାଇକ ଗାଁରେ ଖଜଣା ଅସୁଲ କରେ । ଖଜଣା ଆଣି ରଜାଘର ରିବିଣି(ରେଭେନ୍ୟୁ ଇନିସ୍ପେକ୍‌ଟର) ଅମିନକୁ ଦିଏ । ଗାଁର ସମସ୍ତ ଖବର ଅନ୍ତର ସରକାରଙ୍କୁ ଜଣାଏ । ତେଣୁ ଗାଁର ରଇତମାନଙ୍କଠୁଁ ନାଇକ ଟିକିଏ ଉଚ୍ଚରେ । ତେଣୁ ସମସ୍ତଙ୍କର ସବୁ ପ୍ରଶ୍ନର ଉତ୍ତରଦାୟୀ ସେ । ଜଙ୍ଗଲ ଜମାନ୍ ଗାଁକୁ ଆସିବାର ଖବର ଶୁଣି ନିଜର ଗୌରବ ଦେଖାଇ କୌପୁନୀ ଉପରେ ପୁରୁଣା କୋଟ ଖଣ୍ଡି ପିନ୍ଧି, ମୁଣ୍ଡରେ ପଗଡ଼ି ଭିଡ଼ି ମୁଣ୍ଡକୁ ଅଣ୍ଟାତଳୁ ଭାଙ୍ଗିଦେଇ ଦୁଇ ହାତରେ ଅଧିକାରୀର ପାଦଛୁଇଁ ମୁଣ୍ଡିଆ ମାରି ଗଦ୍‌ଗଦ୍ ହୋଇ ଜୁହାର ଗାରଡ଼ ବୋଲି ସମ୍ବୋଧନ କଲା ।


(ଡି) ଜଙ୍ଗଲ ଜମାନ୍‌କୁ କ’ଣ ପାଇଁ କେତେ ଟିକସ ବା ଜୋରିମାନା ଦେବାକୁ ପଡ଼େ ?

ଉ : ଜଙ୍ଗଲ ଜମାନ୍ ହେଉଛି ବଣର ଗାର୍ଡ଼, ତା’ର କାମ ବଣ ବଗିଚା, କିଏ ବଣ ହାଣି ପକାଉଛି ନିଘା କରିବା, ଧର ପକଡ଼ କରିବା, ଗର୍ଜନ କରିବା, ଜଙ୍ଗଲ ଯିଏ ଯାହା କଲେ ସେଥ‌ିପାଇଁ ଟିକସ ଦେବାକୁ ପଡ଼ିଥାଏ । ଜଙ୍ଗଲ ଜମାନକୁ ସମସ୍ତେ ଟିକସ ନହେଲେ ଜୋରିମାନା ଦେଇଥାନ୍ତି । ଯେପରିକି ଗୋରୁ ଚରାଇବା ପାଇଁ ହଳପିଛା ଲଙ୍ଗଳ ‘ପାନୁ’ (ଟିକସ) ଦେବାକୁ ପଡ଼େ ପୁଣି କେଉଁଠି ଚାଷ କରିବା ପାଇଁ ଜଙ୍ଗଲ ସଫାକରି ‘ପୋଡୁଚାଷ’ କରେ ସେଥ‌ିପାଇଁ ମଧ୍ୟ ଜୋରିମାନା ଦାଖଲ କରିବାକୁ ପଡ଼ିଥାଏ । କେଉଁଠି ବଣରୁ ମହୁ ଟିକିଏ ଆଣିଛି କି ଘର କରିବାକୁ କିଏ ଶାଳଗଛ ପିଆଶାଳ ଗଛ କାଟିଛି ଏସବୁ ପାଇଁ ଜଙ୍ଗଲ ଜମାନକୁ ଟିକସ ଦେବାକୁ ପଡ଼ିଥାଏ ।


(ଢ) ସୁକୃଜାନି କାହିଁକି ଉପାଧୂଆ ପଡ଼ିଥିଲା ?

ଉ : ଜଙ୍ଗଲ ଜମାନର ବିନା ଆଦେଶରେ ବଣ ଜଙ୍ଗଲରେ କେହି ନିଜ ମନଇଚ୍ଛା କାମ କରିପାରିବେ ନାହିଁ । ଯେହେତୁ ସୁକୃଜାନି ତା’ ଦୁଇପୁଅର ବାହାଘର କରିବା ପାଇଁ ବ୍ୟସ୍ତ, ପୁଣି ପରଜା ଅଧିକାରୀଙ୍କ ନିୟମ ଅନୁଯାୟୀ ପୁଅମାନେ ବାହାହେଲେ ନିଆରା ଘରେ ରହିବେ । ଜଙ୍ଗଲରୁ କାଠ ହାଣି ନିଆରା ଘର ତୋଳିବାକୁ ହେଲେ ଜଙ୍ଗଲ ଜମାନର ଅନୁମତି ମିଳିବା ନିହାତି ଆବଶ୍ୟକ । ଦିନ ଦି’ପହରରେ ଯୋଡ଼ିଏ କୁକୁଡ଼ା, ତିନୋଟି ପଣସ ଧରି ଜଙ୍ଗଲ ଜମାନ୍ ପାଖେ ଯାଇ ସୁକୃଜାନି ଉପାଧୁଆ ପଡ଼ିଲା । ବରଂ ସଫା କରି, ବଡ଼ ବଡ଼ କାଠ ଆଣି ଘର ତୋଳିବ ଯାହା ସମ୍ଭବ ହେବ କେବଳ ଜଙ୍ଗଲ ଜମାନର ଅନୁମତିରେ ।


 (ଣ) ଜଙ୍ଗଲ ଜମାନ୍‌ର ହାବଭାବକୁ ପରଜା ଝିଅମାନେ କିପରି ସମାଲୋଚନା କରୁଥିଲେ ?

ଉ :ଜଙ୍ଗଲ ଜମାନ୍ ଗାଁର ଅଧିକାରୀ ହୋଇଥିବାରୁ ପ୍ରାୟ ସମସ୍ତଙ୍କ ମୁହଁରେ ତା’ର ଆଲୋଚନା ଚାଲିଥାଏ । ଗାଁର ପରଜା ଝିଅମାନେ ଜଙ୍ଗଲ ଜମାନର ଆବିର୍ଭାବ ନେଇ ଅନେକ କଥା କୁହାକୁହି ହୋଇ ଝୋଲା ତୁଠରେ ହସାହସି ହେଉଛନ୍ତି । ଆଜିର ଗାଁରୁ ଜଙ୍ଗଲ ଜମାନ୍ ନିଜର ଛାଉଣି ଉଠାଇ ଅନ୍ୟ ଗାଁକୁ ଚାଲିଯାଇଛି । ସେ ଗଲାପରେ ପରଜା ଝିଅମାନେ କେତେ ସମାଲୋଚନା କଲେ– କିଏ କହିଲା ମୋତେ ଅନୋଉ ଥିଲା । କିଏ କହିଲା ମୋ ପଛେପଛେ ଧାଇଁଲା, କିଏ କହିଲା ସରୁ ଡାଙ୍ଗ ପରି ମଣିଷ ସେଥିରେ ଏତେ ହସହସ; କିଏ କହିଲା ଯୋଉ ପାଟି ମୁଁ ଡରିଗଲି । ଶେଷରେ ଆଉ କିଏ କହିଲା ଆମର କାଳି କୁକୁଡ଼ା ଅଣ୍ଡା ଦେଉଥୁଲା ତାକୁ ବାପା ଦେଇଦେଲା । ଏହିପରି ଝିଅମାନେ ସମାଲୋଚନା କରୁଥିଲେ ।


(ତ) ‘ଧର୍ମଦୁଆର’ ଘାଟିର ଭୌଗୋଳିକ ଅବସ୍ଥା ଆଲୋଚନା କର ।

ଉ : କୋରାପୁଟ ଯିବା ରାସ୍ତାରେ ଲକ୍ଷ୍ମୀପୁର ନାମକ ଏକ ସ୍ଥାନ ପଡ଼େ । ସେଠାରୁ ଦେଢ଼ ମାଇଲ ବାଟ ଗଲାପରେ ଏକ ଭୟଙ୍କର ଘାଟି ପଡ଼ିଥାଏ । ତାହା ‘ଧର୍ମଦୁଆର’ ଘାଟି ନାମରେ ବେଶ୍ ଜଣାଶୁଣା । ସେହି ଘାଟି ପାଖରେ ପ୍ରାୟ ଚାଳିଶରୁ ପଚାଶ ପାହାଡ଼ ଲଗାଲଗି ହୋଇ ମୁହାଁମୁହିଁ ଠିଆ ହୋଇଛନ୍ତି । ଧର୍ମଦୁଆର ଘାଟିଠୁଁ ଉତ୍ତରକୁ ଅଳ୍ପ କିଛି ବାଟ ଗଲେ ଗୋଟିଏ ଛୋଟ ଗାଁ ପଡ଼େ ଯାହାର ନାମ ଶରଶୁ ପଦୂର ।


(ଥ) ସୁକ୍‌ଳାନିର ପାରିବାରିକ ଜୀବନଶୈଳୀ ବର୍ଣ୍ଣନା କର ।

ଉ : ଶରଶୁ ପଦ୍ମର ଗାଁର ପରଜା ଶ୍ରେଣୀର ଅଧୂବାସୀ ସୁକୃଜାନି । ପରିବାର କହିଲେ ଦୁଇପୁଅ ଟ୍ରିକା, ମାଣ୍ଡିଆ ଏବଂ ଦୁଇଝିଅ ଜିଲି, ବିଲି । ପ୍ରାୟ ତିନିବର୍ଷ ପୂର୍ବେ ପତ୍ନୀ ସମ୍ବାରୀକୁ ମହାବଳ ବାଘ ଘୋଷାରି ନେଇଯାଇଛି । ଛୋଟ ସଂସାରରେ ଖୁବ୍ ଖୁସିରେ ଜୀବନ ବିତାଏ । ଖାଇବାର କେବେ ଅଭାବ ଦେଖା ଦେଇନି । ଘରକରଣା ଜିନିଷ ସବୁ ସେଇ ଗୋଟିଏ ବଖରାରେ ଭର୍ତ୍ତି କରିଛି ।


(ଦ) ସମ୍ବାରୀର ତିନିବର୍ଷ ତଳେ କ’ଣ ହୋଇଥିଲା ?

ଉ : ପରଜା ସାହିର ଅଧୂବାସୀ ସୁକ୍‌ଜାନି । ପ୍ରାୟ ତିନିବର୍ଷ ପୂର୍ବେ ତା’ ପତ୍ନୀ ସମ୍ବାରୀ ‘ଭାଲୁଗାଡ଼’ ଝୋଲାକୁ ଶାଗ ତୋଳିବା ପାଇଁ ସକାଳୁ ସକାଳୁ ଯାଇଥିଲା । ‘କୋରାପୁଟିଆ ବୁଟା’ର ବୁଦାଗହଳରୁ ମଣିଷଖୁଆ ମହାବଳ ବାଘ ତାକୁ ଘୋଷାରି ଘେନିଗଲା । ସୁକୃଜାନିର ପତ୍ନୀ ସମ୍ବାରୀ ବିଷୟରେ ଏହା ଶୁଣାଯାଇଥାଏ ।


(ଧ) ସୁକୃଜାନି ଘରେ କ’ଣ କ’ଣ ସବୁ ସାଇତି ରଖିଛି ?

ଉ : ଗୋଟିଏ ଛୋଟ ଅନ୍ଧାରୁଆ ବଖରାରେ ସୁଜାନି ଘରସଂସାର ଓ ଘରକରଣା ଜିନିଷ ସାଇତି ରଖିଥାଏ । ଘର ଭିତରେ ପୁଳାଏ ଆମ୍ବଟାକୁଆ, ଗଦାଏ ବାରିବାଇଗବା ମଞ୍ଜି-ଯେଉଁଥିରୁ ତେଲ ବାହାରେ, ପତର-ସିଆଁ କୁମ୍ପି, ଆଠ ଦଶମାଣ ମାଣ୍ଡିଆ, ତିନି ଚାରୋଟି ହାଣ୍ଡି, ଚାଳରୁ ଓହଳିଛି କୌପୁନୀ, ଲୁଗା ଓ ତିନିଚାରି ପୁଞ୍ଜା ଲାଉତୁମ୍ବା, ଯେଉଁଥରେ ମାଣ୍ଡିଆଯାଉ ପୂରାଇ ବିଲକୁ ନିଆଯାଏ । କାନ୍ଥ ବାଡ଼ରେ ପତର-ସିଆଁ ତଲ’ ବା ପିଠିପଖ୍ୟା, ‘ତଲ୍‌’ ବା ମୁଣ୍ଡର ଛତା ରହିଥାଏ । 


(ନ) କିଏ ସମସ୍ତ ପ୍ରକାର ସୌଭାଗ୍ୟ ଓ ଆନନ୍ଦ ଆଣିଥାନ୍ତି ?

ଉ : ସୁଜାନି ଛୋଟ ନୂଆଁଣିଆ ଅନ୍ଧାରୁଆ ବଖରାରେ ନିଜର ଛୋଟ ସଂସାରକୁ ନେଇ ଖୁବ୍ ଆନନ୍ଦରେ ଚଳେ । ତାକୁ ତା’ ଘରର ଘରକରଣା, ଅଳିଆ ଦଳିଆ ଭାରି ଭଲ ଲାଗେ । ସନ୍ଧ୍ୟାବେଳେ ପୂର୍ବଘାଟର ପାହାଡ଼ ଉପରେ କେତେ ରଙ୍ଗ, ସମୁଦ୍ରର ନେଳି-କଳା ରଙ୍ଗକୁ ଦେଖି ସୁଗ୍ଧଜାନି ବିଶ୍ଵାସ କରେ ଯେ ଏସବୁ ପ୍ରକୃତି ରହସ୍ୟର ସର୍ବୋମୟ କର୍ତ୍ତା ହେଉଛନ୍ତି ସେହି ଗୋଟାଏ ଲେଖାଁ ଭୂତ ବା ‘ଡୁମ୍ବା’ । ସେହି ଯାଦୁଗର ଡୁମା ଏସବୁ ଗଢ଼ିଛି ଆକାଶ ଜଙ୍ଗଲ । ସଞ୍ଜ, ରାତି । ସମସ୍ତ ସୌଭାଗ୍ୟ ଆଉ ଆନନ୍ଦ ବି ଆଣିଥାଏ ସେହି ଡୁମା ।


(ପ) ଗାଁର ଜଗୁଆଳ ଓ କର୍ମକର୍ତ୍ତା ସବୁ କ’ଣ କଲେ ?

ଉ : ଜଙ୍ଗଲ ଜମାନ୍ ଗାଁର ଅଧୂକାରୀ ବା ସର୍ବୋମୟ କର୍ତ୍ତା । ଗାଁରେ ତା’ର ପଦାର୍ପଣ କଥା ଶୁଣି ନାଇକ ତା’ର ହାତବାରିଶି ଗାଁର ଜଗୁଆଳ ଏବଂ କର୍ମକର୍ତ୍ତାମାନଙ୍କୁ ‘ଡମ୍ବ’, ‘ବାରିକ’ ଚାରିଆଡ଼େ ବାଡ଼ି ହଲେଇ ହଲେଇ ଚହଳ ପକାଇଲେ “ଗାରଡ଼, ଗାରଡ଼, ଜମାନ୍, ଜମାନ୍” ଅନେକ ଜିନିଷପତ୍ର ଧରି ସମସ୍ତେ ଜଙ୍ଗଲ ଜମାନ୍ ପାଖକୁ ଆସିଲେ । 


(ଫ) ବଣଦେଶରେ ଡୁଡୁମାର ଜଳ କିପରି ଆଲୋଚନା କର ।

ଉ : ବଣଦେଶରେ ଅସଂଖ୍ୟ ଡୁଡୁମା ବା ଜଳପ୍ରପାତ ଦେଖାଯାଏ । ପାହାଡ଼ତଳ ଝୋଲାରେ ଡୁଡୁମା ଜଳ ଉଁଚ ବାଂଚରା ବା ଚଟାଣ ଉପରେ ଧଳାପାଣି ଡେଇଁ ଡେଇଁ ଦୁଲ୍ ଦୁଲ୍ ହୋଇ କଚାଡ଼ି ହେଉଛି, ପାଣିର ଧାରା ଗଡ଼ି ଗଡ଼ିକା ହୋଇ ତଳକୁ ଆସୁଛି । ଏହି ଡୁଡୁମା ଜଳକୁ ଆଧାରକରି ଶରଶୁ ପଦ୍ରର ଅଧ୍ଵବାସୀମାନେ ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗେଇ ଥାଆନ୍ତି । 


(ବ) ବଣରେ ଜୋରିମାନା କିପରି ଦେବାକୁ ହୁଏ ?

ଉ: ଜଙ୍ଗଲ ଜମାନର ଅଧିକାରରେ ପ୍ରାୟ ଦଶରୁ ପନ୍ଦରକୋଶ ନିଘଂଚ ଜଙ୍ଗଲ ଥାଏ । ସେ ବଣର ଅଧିକାରୀ ବା ଗାର୍ଡ଼ । ବଣରେ ଗୋରୁ ଚରେଇବା ପାଇଁ ହଳପିଛା ଲଙ୍ଗଳ ‘ପାନୁ’ ବା ଟିକସ ଦେବାକୁ ପଡ଼େ । ପୁଣି କେଉଁଠି ଚାଷ କରିବା ପାଇଁ ସବୁ ଅରମା ସଫା କରିଛି ତ କେଉଁଠି ପୋଡୁଚାଷ କିଏ କରିଛି ସେଥ‌ିପାଇଁ ଜୋରିମାନା ଜଙ୍ଗଲ ଜମାନକୁ ଦେବାକୁ ପଡ଼ିଥାଏ । କିଏ ବେଆଇନ୍ ଭାବେ ମହୁ ଆଣିଛି କିମ୍ବା ଘର କରିବାକୁ ଶାଳଗଛ ପିଆଶାଳ ଗଛ କାଟିଛି ଏସବୁ ପାଇଁ ଜୋରିମାନା ଦେବାକୁ ପଡ଼ିଥାଏ ।


(ଭ) ପରଜା ସମାଜର ରୀତି କ’ଣ ?

ଉ : ପରଜା ସମାଜର ରୀତି ଅନ୍ୟ ସମାଜର ରୀତି ଠାରୁ ଟିକେ ଭିନ୍ନ । ପୁଅମାନଙ୍କର ବିବାହ ବୟସ ହୋଇଗଲେ ସେମାନଙ୍କ ପାଇଁ ଘର ତୋଳାହେବ କାରଣ ପୁଅମାନେ ବିଭାହେଲେ ନିଆରା ଘରେ ରହିବେ । ସେଥ‌ିପାଇଁ ସୁକ୍‌ଜାନି ପରଜା ସମ୍ପ୍ରଦାୟର ଅଧିବାସୀ ହୋଇଥିବାରୁ ତା’ର ଦୁଇପୁଅ ବାହାଘର କରିବା ପାଇଁ ଆହୁରି ଘର ତୋଳିବା ଦରକାର ହେଉଛି ।



(ମ) ନାଇକ କିଏ ? ତା’ର କାର୍ଯ୍ୟ କ’ଣ ?

ଉ : ନାଇକ ଗାଁରୁ ଖଜଣା ଆଦାୟ କରେ । ସେହି ଖଜଣାଗୁଡ଼ିକ ରଜାଘର ରିବିଣି (ରେଭେନ୍ୟୁ ଇନିସ୍ପେକ୍‌ଟର) ଅମିନଙ୍କୁ ଦିଏ । ଗାଁର ପ୍ରତ୍ୟେକ ଭଲମନ୍ଦ ଖବର ଅନ୍ତର ସରକାରଙ୍କୁ ଜଣାଏଁ । ତେଣୁ ରଇତମାନଙ୍କଠୁଁ ସେ ଟିକିଏ ଉଚ୍ଚରେ । ତେଣୁ ଗାଁର ପ୍ରତ୍ୟେକ କାର୍ଯ୍ୟର ଉତ୍ତର ତା’କୁ ଦେବାକୁ ପଡ଼ିଥାଏ । ସେ ଜଙ୍ଗଲ ଜମାନଙ୍କୁ ମୁଣ୍ଡକୁ ଅଂଟାତଳକୁ ଭାଙ୍ଗିଦେଇ ଦୁଇ ହାତରେ ଅଧୁକାରୀର ପାଦ ଛୁଇଁ ମୁଣ୍ଡରେ ମାରି ଜୁହାର କରିଥାଏ ।


Sarsupadar Long Question Answer

୫. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ

ଦେବାକୁ ହେବ ।


(କ) ପରଜା ସମାଜ ଜୀବନର ବାସ୍ତବଚିତ୍ର ‘ଶରଶୁ ପଦର’ ଉପନ୍ୟାସ ଅଂଶରେ କିପରି ପ୍ରତିଫଳିତ ଆଲୋଚନା

କର ।

ଉ : ଓଡ଼ିଆ ସାହିତ୍ୟର ପ୍ରଥତଯଶା ସାହିତ୍ୟରଥୀ ଗୋପୀନାଥ ମହାନ୍ତି ସାହିତ୍ୟ ଜଗତରେ ପଦାର୍ପଣ କରନ୍ତି ପ୍ରାକ୍– ସ୍ଵାଧୀନତା କାଳରେ । ଏହି ସମୟରେ ସୃଷ୍ଟ ସାହିତ୍ୟ ପ୍ରଗତିଶୀଳ ସାହିତ୍ୟ ନାମରେ ପରିଚିତ ଏବଂ ଓଡ଼ିଆ ସାହିତ୍ୟର ଐତିହାସିକ ବିକାଶଧାରାରେ ଏହାର ଏକ ବିଶେଷ ସ୍ଥାନ ରହିଛି । ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ସ୍ରଷ୍ଟା ଭାବରେ ଗୋପୀନାଥ ମହାନ୍ତି ସୁପରିଚିତ । ଗୋପୀବାବୁଙ୍କ ଜନ୍ମ ୧୯୧୪ ଖ୍ରୀଷ୍ଟାବ୍ଦ । ଏହି ଖ୍ରୀଷ୍ଟାବ୍ଦରୁ ପ୍ରଥମ ବିଶ୍ଵ ଯୁଦ୍ଧର ଆରମ୍ଭ ଏବଂ ୧୯୧୮ରେ ଏହାର ପରିସମାପ୍ତି । ଗୋପୀବାବୁ ସାହିତ୍ୟ ଜଗତରେ ଅବତରଣ କରିବା ସମୟରେ, ଅର୍ଥାତ୍ ଆଲୋଚ୍ୟକାଳରେ ତାଙ୍କ ଆଗରେ ଓଡ଼ିଆ ଭାଷାରେ ଗଦ୍ୟ ଓ ପଦ୍ୟ ଉଭୟବିଧ ସାହିତ୍ୟ ଥିଲା; କିନ୍ତୁ ଏସବୁରେ ସେ ଚଳନ୍ତି ଓଡ଼ିଆ ଭାଷାର ଘୋର ଅଭାବ ଲକ୍ଷ୍ୟ କରିଥିଲେ ।

ଏହିଠାରେ ଦୁଇଟି କଥା ଦେଖିବାକୁ ମିଳେ । ଲେଖକଙ୍କ ବାହ୍ୟ ସାମାଜିକ ମନର ଅନ୍ତରାଳରେ ଏକ ଉଦ୍ଦେଶ୍ୟଧର୍ମୀ ଅନ୍ତଃମନ ପ୍ରଚ୍ଛନ୍ନ ରହିଥିବା ସ୍ପଷ୍ଟ ହୋଇଯାଏ । ପରଜା ଆଦିବାସୀଙ୍କ ଜୀବନକୁ ଗଭୀର ଭାବେ ଅନୁଧ୍ୟାନକରି ସେଥ‌ିରେ ସେ ଅଭିଭୂତ ହୋଇଛନ୍ତି ଏବଂ ସମଦୁଃଖୀ ହୋଇ ସେମାନଙ୍କ ସମସ୍ୟାକୁ ଏବଂ ଶୋଷିତ ହେବାର ଚିତ୍ରକୁ ଲେଖନୀରେ ରୂପ ଦେଇଛନ୍ତି । ଏହା ତାଙ୍କ ବାହ୍ୟ ମନର ପରିପ୍ରକାଶ । ଏତିକି କରିବାପରେ ତାଙ୍କ ଅନ୍ତଃମନ ଖୋଜି ଚାଲିଛି ଏହି ସମସ୍ୟାର ସମାଧାନ, ନିରୀହ ପରଜାମାନଙ୍କୁ ଶୋଷଣରୁ ମୁକ୍ତ କରିବାର ଉପାୟ । ଗଳ୍ପ ଓ ପ୍ରବନ୍ଧ ରଚନା କରି ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଛନ୍ତି | ଓଡ଼ିଶାର ପ୍ରଥମ ସାରସ୍ଵତ ସ୍ରଷ୍ଟା ଭାବରେ ଭାରତବର୍ଷର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଓ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କରିଛନ୍ତି ଗୋପୀନାଥ ମହାନ୍ତି । ତାଙ୍କର ରଚନାଗୁଡ଼ିକ ମଧ୍ୟରେ ଉପନ୍ୟାସ ସୃଷ୍ଟି ଏକ ଅନନ୍ୟ ବଦାନ୍ୟ । ହରିଜନ, ଅମୃତର ସନ୍ତାନ, ଦାନା ପାଣି, ମାଟିମଟାଳ, ଦାଦିବୁଢ଼ା, ଲୟବିଲୟ, ପରଜା ଉପନ୍ୟାସ ଅନ୍ୟତମ ।

ଗୋପୀନାଥ ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ପରଜା’ରୁ ‘ଶରଶୁପଦର’ ବିଷୟଟି ସଂଗୃହୀତ । ଉପନ୍ୟାସର ଆରମ୍ଭ ଏହି ଶଶୁ ପଦରରୁ ହିଁ ହୋଇଅଛି । କୋରାପୁଟ ଜିଲ୍ଲାରେ ବାସକରୁଥିବା ପରଜା ଆଦିବାସୀ ସଂପ୍ରଦାୟର ଜାତୀୟ ଜୀବନକୁ ଆଧାର କରି ରଚିତ । ଔପନ୍ୟାସିକ ଗୋପୀନାଥ ପରଜା ଆଦିବାସୀ ସଂପ୍ରଦାୟ ପ୍ରତି ଉଚ୍ଚବର୍ଗର ମନୋଭାବ ଓ ଉଚ୍ଚବର୍ଗ ଦ୍ବାରା ଏହି ନିରୀହ ବଣୁଆ ଆଦିବାସୀମାନେ ଶୋଷିତ ହେବାର ନଗ୍ନଚିତ୍ର ଏହି ଉପନ୍ୟାସରେ ପରିବେଷଣ କରିବା ସମୟରେ ଏମାନଙ୍କ ସାମାଜିକ ଦିଗଟି ସ୍ଵତଃ ଆଲୋଚିତ ହୋଇଛି ।


(ଖ) ‘ଶରଶୁ ପଦର’ ‘ପରଜା’ ଉପନ୍ୟାସର ମୁଖବନ୍ଧ–ଏହାର ସତ୍ୟତା ବିଚାର କର ।

ଉ : ଉପନ୍ୟାସ ମାନବ ଜୀବନର ମହାକାବ୍ୟ । ମାନବ ଜୀବନର ପ୍ରତ୍ୟକ୍ଷ ଇତିହାସରେ ଉପନ୍ୟାସର କଳେବର ପୁଷ୍ଟ | ସଂସ୍କୃତ ଆଳଙ୍କାରିକମାନେ ଉପନ୍ୟାସ ସମ୍ପର୍କରେ ଯେଉଁ ମତ ବ୍ୟକ୍ତ କରିଛନ୍ତି, ସାଂପ୍ରତିକ କାଳରେ ତାହାର ବିଶେଷ ମୂଲ୍ୟ ନାହିଁ । ବର୍ତ୍ତମାନ ଉପନ୍ୟାସକାର ମଣିଷ ସମାଜର ଓ ମଣିଷ ଜୀବନର ଦୈନନ୍ଦିନ ଘଟଣାବଳୀକୁ କଳାତ୍ମକ ରୂପଦେଇ ପ୍ରକାଶ କରୁଛି ନିଜର ଉପନ୍ୟାସରେ । କାରଣ ସେ ଜାଣିଛି ଯେ ଜୀବନକୁ ଛାଡ଼ି, ସମାଜକୁ ଛାଡ଼ି ସାହିତ୍ୟ ସୃଷ୍ଟି ହୋଇପାରେନା; ଯଦି ହୁଏ, ତାହା ସାହିତ୍ୟ ପଦବାଚ୍ୟ ନୁହେଁ ଏବଂ ଲେଖକର ସିଦ୍ଧି ସେଥ‌ିରେ ପ୍ରତିଫଳିତ ହୁଏନା । ଏହି ପରିପ୍ରେକ୍ଷୀରେ ଯେକୌଣସି ସାର୍ଥକ ଉପନ୍ୟାସରେ ଶିଳ୍ପୀର ଅନ୍ତରାତ୍ମାର ପ୍ରତିଫଳନ ଦେଖିବାକୁ ମିଳେ, ପୁଣି ମିଳେ ସାମାଜିକ ଜୀବନର ସମ୍ପର୍କିତ ସାମଗ୍ରିକ ବୋଧ ।

ନିଜ ଚାକିରି ଜୀବନରେ ସମାଜର ପ୍ରତ୍ୟେକ ସ୍ତରରେ ଲୋକଙ୍କ ସହିତ ସେ ମିଶିଛନ୍ତି । ସମାଜର ଅବହେଳିତ ଆଦିବାସୀମାନଙ୍କ ସହିତ ସେ ମିଶିବାର ସୁଯୋଗ ମଧ୍ଯ ପାଇଛନ୍ତି । ସେମାନଙ୍କ ସହିତ ଓ ସେମାନଙ୍କ ସାମାଜିକ ଜୀବନ ସହିତ ନିଜକୁ ଏକାତ୍ମ କରିଦେଇଛନ୍ତି । ବିସ୍ତୀର୍ଷ ସବୁଳ ଅରଣ୍ୟାନୀ ମଧ୍ୟରେ ଲାଳିତ ଏକ ନିଷ୍କପଟ ଆଦିବାସୀ ଉପରେ ସଭ୍ୟ ସମାଜର ଅତ୍ୟାଋରକୁ ସେ ଆଖି ଆଗରେ ଦେଖିଛନ୍ତି |

‘ପରଜା’ ଉପନ୍ୟାସ ଗୋପୀନାଥ ମହାନ୍ତିଙ୍କର ଏକ ସଫଳ ବାଣୀରୂପ । ଗୋପୀନାଥ ଜଣେ ସମାଜ-ସଚେତନ ଶିଳ୍ପୀ | ତେଣୁ ତାଙ୍କ ‘ପରଜା’ ଉପନ୍ୟାସର ଆରମ୍ଭରୁ ଶତାଧ୍ଵକ ପୃଷ୍ଠା ପରଜା ଜାତିର ସାମାଜିକ ଚଳଣି ସମ୍ବନ୍ଧୀୟ ବର୍ଣ୍ଣନାରେ ବ୍ୟୟିତ ହୋଇଛି । ଏହି ‘ପରଜା’ରୁ ‘ଶର୍‌ଶୁ ପଦର’ ବିଷୟଟି ସଂଗୃହୀତ । ‘ଶରଶୁ ପଦର’ ବିଷୟରେ କେବଳ ଆଦିବାସୀ ସଂପ୍ରଦାୟର ଜୀବନଶୈଳୀ, ସାମାଜିକ ଚଳଣି, ବାସଗୃହ, ଖାଦ୍ୟପେୟ, ବସ୍ତୁ ଓ ବେଶଭୂଷା, ଗୋତିପ୍ରଥା, ବିବାହ, ସାମାଜିକ ରୀତିନୀତି, ସାମାଜିକ ବିଶ୍ଵାସ, ବ୍ୟବସାୟବାଣିଜ୍ୟ ପର୍ବପର୍ବାଣି, ନୃତ୍ୟଗୀତ ସବୁକିଛି ଦେଖାଯାଉଛି । ଶରଶୁ ପଦର ଗାଁରେ ‘ପରଜା’ ଆଦିବାସୀ ବାସକରନ୍ତି । ପରଜା ସଂପ୍ରଦାୟର ଜୀବନର ବର୍ଣ୍ଣନା ମଧ୍ଯ ରୂପାୟିତ ହୋଇଛି ସୁକୃଜାନି ନାମକ ଜଣେ ପଚାଶବର୍ଷର ବୟସ୍କ ପରଜାର ସଂସାରକୁ ଆଧାରକରି । ତା’ ଜୀବନର ଅଶୁଳ କାହାଣୀ ଏଥରେ ରୂପପାଇଛି ଏକ ମନୋଜ୍ଞ ଢଙ୍ଗରେ, ଯାହା ସମଗ୍ର ପରଜା ଜାତିର ଦୁର୍ଦ୍ଦଶା ପ୍ରକାଶ କରିବାରେ ସମର୍ଥ । ଏହି ଉପନ୍ୟାସରେ ପରଜା ଜାତିର ଜାତୀୟ ଚରିତ୍ର ପରିବେଶିତ ହୋଇଛି ଏବଂ ପରଜା ସଂପ୍ରଦାୟକୁ ସଭ୍ୟ ତଥା ଶିକ୍ଷିତ ସମାଜ ଯେପରି ଶୋଷଣ କରିଛି ତା’ର ନଗ୍ନ ଚିତ୍ର ମଧ୍ୟ ଫୁଠିଉଠିଛି । ନିଜର ସମସ୍ତ ନିଷ୍ଠା ଓ ଆନ୍ତରିକତାର ବିନିଯୋଗରେ ଔପନ୍ୟାସିକ ସୁଗ୍ଧଜାନି ପରଜାର ପରିବାର ସମାଜ ସହିତ ଖାପଖୁଆଇ ନପାରି କିପରି ଅବହେଳିତ ହୋଇଛନ୍ତି ଔପନ୍ୟାସିକ ଏହାକୁ ପରଜା ଜାତିର ଏକ ଶାଶ୍ଵତ ଭାଷାର ମର୍ଯ୍ୟାଦା ଦେଇଛନ୍ତି । ତେଣୁ ଏହା ବା ଶରଶୁ ପଦର ‘ପରଜା’ ଉପନ୍ୟାସର ମୁଖବନ୍ଧ ।

ଔପନ୍ୟାସିକଙ୍କ ରଚନାବଳୀ ବେଶ୍ ହୃଦୟବିଦାରକ ହୋଇପାରିଛି ।


(ଖ)ସୁକୃଜାନି ଚରିତ୍ର ଚିତ୍ରଣ କର ।

ଉ : ‘ପରଜା’ ଉପନ୍ୟାସରୁ ‘ଶଶୁ ପଦର’ ବିଷୟଟି ସଂଗୃହୀତ । ଏହି ବିଷୟଟିର ମୁଖ୍ୟ ଚରିତ୍ର ହେଉଛନ୍ତି ପଚାଶବର୍ଷର ବୃଦ୍ଧ ସୁଜାନି | ସ୍ତ୍ରୀ ସମ୍ବାରୀ, କେବେଠାରୁ ବାଘ ମୁହଁରେ ଯାଇଛି । ତା’ର “ସଂସାର ବୋଇଲେ ସୁକୃଜାନି ନିଜେ, ବଡ଼ପୁଅ ମାଣ୍ଡିଆଜାନି, ସାନପୁଅ ଟିକ୍ରାଜାନି, ଆଉ ଝିଅ ଯୋଡ଼ିକ, ଜିଲି ଆଉ ବିଲି ।

ମନୁଷ୍ୟର ଆଶା ସୁକୁମାରୀ, ସୁକୃଜାନିର ଆଶା ଅନେକ । ସେ ସ୍ଵପ୍ନ ଦେଖେ ଏକ ସୁଖ ସମୃଦ୍ଧିପୂର୍ଣ୍ଣ ସଂସାର-ତା’ର ପିଲାମାନେ ବିବାହ କରିବେ, ସେ ନାତି-ନାତୁଣୀ ଦେଖିବ । ନୂଆ ଘର ହେବ, ନୂଆ କ୍ଷେତ ହେବ, ସେ ପରିବାରର ଅନ୍ୟମାନଙ୍କ ସହ ସୁଖରେ ଚଳିବ । ସେ ଜଙ୍ଗଲ ଜମାନ୍‌କୁ ଭେଟି ଦେଇ ତା’ଠାରୁ ଅନୁମତି ପାଇଛି ଜଙ୍ଗଲରୁ କାଠ କାଟିବାପାଇଁ, ଉଦ୍ଦେଶ୍ୟ ସେହି' କାଠରେ ସେ ଘର ତିଆରି କରିବ, ଘରକୁ ବୋହୂ ଆଣିବ, ନିଜର ସ୍ଵପ୍ନ ସାକାର କରିବ ।

ସୁକୃଜାନି ଭୂତ-ପ୍ରେତରେ ବିଶ୍ଵାସୀ, ଅଦୃଷ୍ଟରେ ବିଶ୍ଵାସୀ । ସେ “ବିଶ୍ଵାସ କରେ ଯେ ସବୁରି କର୍ଭା ଗୋଟାଏ ଲେଖାଁ ଭୂତ ବା ଡୁମା । ମନର ତୃପ୍ତିରେ ବିଚାରି ବସେ କେଉଁ ଯାଦୁକର ‘ଡୁମା’ ଏସବୁ ଗଢ଼ିଛି-ଆକାଶ ଆଉ ଜଙ୍ଗଲ, ସଞ୍ଜ ଆଉ ରାତି । କେଉଁ ଡୁମା ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ । କିଏ ଆଣିଦିଏ ଝଡ଼-ତୋଫାନ, ଦୁଃଖ ଦୁର୍ଦ୍ଦଶା-କିଏ ?” ଏହି ବିଶ୍ଵାସରୁ ତା’ ମନରେ ବେଳେବେଳେ ଏକ ଅଜବ ଧାରଣା ଜାତହୁଏ ଯେ କେଉଁ ଏକ ଉପକାରୀ ଡୁମା ତା’ର ଭବିଷ୍ୟତକୁ ସମୃଦ୍ଧିଶାଳୀ କରିଛି । ସେ ଚିନ୍ତାରାଜ୍ୟରେ ବୁଡ଼ିଯାଏ, “ ଆଉ ଦୃଶ୍ୟ ଦେଖେ ଆପଣାର ଭବିଷ୍ୟତର ।

ସୁକୃଜାନି ପରିଶ୍ରମକାତର ନୁହେଁ । ବୁଢ଼ା ହେଲେ ମଧ୍ୟ ଜଣେ ଯୁବକ ଅପେକ୍ଷା ସେ ଅଧିକ ପରିଶ୍ରମ କରିପାରେ । ନିଜ ଉପରେ ତା’ର ଖୁବ୍ ଭରସା । ଔପନ୍ୟାସିକଙ୍କ ଭାଷାରେ– “ ସୁକୃଜାନି ବାହାର ବଳକୁ ଚିହ୍ନେ, ତାହାରି ଖାଲି ଭରସା ରଖେ, ଆଉ କାହାରି ନୁହେଁ । ସେପାଖ ପାହାଡ଼କୁ ଚାଷ କରିବା ପାଇଁ ଲଣ୍ଡାକଲାବେଳେ, ଏକାଥରକେ ପାଞ୍ଚଘଣ୍ଟା ଛଅଘଣ୍ଟା ସେ କୁରାଢ଼ି ଓହ୍ଲାଏ ନାହିଁ, କାମ କରିଯାଇଛି । ଅଧିକାରୀ (ହାକିମ) ସାହାବର ଦି’ମହଣ ଓଜନ ବୋଝକୁ ‘କାଉଡ଼ି’ (ବାହୁଙ୍ଗି) କରି ଏକୁଟିଆ ସେ ଉଠେଇ ନେଇ ପାହାଡ଼ ଡଙ୍ଗର (ବଣ) ଝୋଲା ନାଳ ଲଙ୍ଘି କେତେଥର ମାଙ୍କଡ଼ ଝୋଲା କି କାକିରି ଗୁମ୍ମା ବଙ୍ଗଳାରେ ପହଞ୍ଚେଇ ଆସିଛି, କୋଶେ ଗଲେ ପଇସାଏ । ଆବୁଆବୁଆ ବାଳୁଆ ଦେହରେ ଗୋଡ଼ ପେଣ୍ଡା ତା’ର ପଥର, ଚମଡ଼ାଟି ତା’ର ବର୍ଷାତି କଏଲା (ବେମାର) ପଡ଼େ ନାହିଁ । ଅଳସ ହୁଏ ନାହିଁ । ବୟସ ପଚାଶକୁ ଧକ୍‌କା ଖାଇଲା ।”

ନିଜ ପିଲାଙ୍କ ପ୍ରତି ସୁକୃଜାନିର ସ୍ନେହର ପଟ୍ଟାନ୍ତର ନାହିଁ । ତା’ର ସବୁବେଳେ ଚିନ୍ତା, ତା’ର ପିଲାମାନେ କିପରି ସୁଖରେ ରହିବେ । ଜଙ୍ଗଲରେ ବାସକରୁଥୁଲା ଆଦିବାସୀ ଖୁବ୍ ସରଳବିଶ୍ଵାସୀ । ତା’ ମନରେ ଅନ୍ୟମାନଙ୍କ ପ୍ରତି ଅବିଶ୍ଵାସ ନଥାଏ, ସୁଜାନି ଏହିପରି ଏକ ଚରିତ୍ର । ସୁଗ୍ଧଜାନିର ଅନ୍ୟତମ ବିଶେଷତ୍ଵ ହେଉଛି ତା’ର ବିନୟଭାବ । ଭବିଷ୍ୟତରେ ଘରଦ୍ଵାରା କରି ଓ ପିଲାମାନଙ୍କୁ ବିବାହ ଦେଇ ସୁଖରେ ରହିବାର ପରିକଳ୍ପନା ସୁକୃଜାନି ମନରେ ବହୁଦିନରୁ ବସାବାନ୍ଧି ରହିଛି । ଘର କରିବା ପାଇଁ କାଠର ଆବଶ୍ୟକତା ଥିବାରୁ ସେ ଜଙ୍ଗଲ ଜମାନର କୃପାପ୍ରାର୍ଥୀ ହୋଇଛି । “ ଦିନ ଦି’ ପହରେ ଯୋଡ଼ିଏ କୁକୁଡ଼ା, ତିନୋଟି ପଣସ ଧରି ଜଙ୍ଗଲ ଜମାନ୍ ପାଖେ ଯାଇ ସୁଗ୍ଧଜାନି ଉପାଧୂଆ ପଡ଼ିଲା । ପରଜାର ବିନୟଭଙ୍ଗୀରେ କହିଲା– ମହାପ୍ରଭୁ, ତୁ ଦୟା ନ କଲେ ଆମେ ମରିଯିବୁ ନାହିଁ କି ?”

ସୁକୃଜାନି ସରଳ ଓ ନିରୀହ । ଗୋପୀନାଥ ତୂଳିକାରେ ସେ ଆଶାବାଦୀ, ସମ୍ମାନ–ସଚେତନ, ସରଳ ବିଶ୍ଵାସୀ ଓ ବିନୟୀ ଭାବରେ ଚିତ୍ରିତ ହୋଇଛି । ଜଣେ ସଂସାରୀ ଆଦିବାସୀ ଭାବରେ ତା’ର ଲୋଭ, ମୋହ, କ୍ରୋଧ ଇତ୍ୟାଦି ସାଧାରଣ ପ୍ରବୃତ୍ତିଗୁଡ଼ିକ ମଧ୍ୟ ଫୁଟିଉଠିଛି ଉପନ୍ୟାସର କେତେକ ସ୍ଥଳରେ । ଗୋପୀନାଥଙ୍କ ସୃଷ୍ଟ ବହୁ ଚରିତ୍ର ମଧ୍ୟରେ ଏହା ଏକ ସାର୍ଥକ ଚରିତ୍ର ଏବଂ ଏହାରି ମାଧ୍ୟମରେ ଆମେ ସମସ୍ତ ପରଜା ସଂପ୍ରଦାୟର ଚରିତ୍ରକୁ ଜାଣିବାକୁ ସମର୍ଥ ହେଉଛୁ । ଏହି କାରଣରୁ ମାନବତାବାଦୀ ଗୋପୀନାଥ ସୁକୃଜାନି ଚରିତ୍ରଟିକୁ ସମଗ୍ର ପରଜା ଜାତିର ପ୍ରତିନିଧୂ ରୂପେ ଉପସ୍ଥାପନା କରିଥିବା ଭଳି ମନେହୁଏ । 


(ଘ) ସଭ୍ୟ ମଣିଷ ଓ ଜନଜାତି ମଣିଷର ଜୀବନଭୂମି ‘ଶଶୁ ପଦର’ ପାଠ୍ୟଶରେ କିପରି ସାର୍ଥକ ଭାବରେ ଉପସ୍ଲାପିତ ହୋଇଛି ଆଲୋଚନା କର ।

ଉ : ‘ପରଜା’ ଉପନ୍ୟାସର ଏକ ଅଂଶ ‘ଶଶୁ ପଦର’ । ପରଜା ଆଦିବାସୀ ସଂପ୍ରଦାୟର ଜାତୀୟ ଜୀବନକୁ ଆଧାରିତ କରି ଏଥରେ ବର୍ଣ୍ଣନା କରାଯାଇଛି । ଔପନ୍ୟାସିକ ଗୋପୀନାଥ ମହାନ୍ତି ପରଜା ଆଦିବାସୀ ସଂପ୍ରଦାୟ ପ୍ରତି ଉଚ୍ଚବର୍ଗର ମନୋଭାବ ଓ ଉଚ୍ଚବର୍ଗ ଦ୍ଵାରା ଏହି ନିରୀହ ବଣୁଆ ଆଦିବାସୀମାନେ ଶୋଷିତ ହେବାର ନଗ୍ନଚିତ୍ର ଏହି ଉପନ୍ୟାସରେ ପରିବେଷଣ କରିବା ସମୟରେ ଏମାନଙ୍କ ସାମାଜିକ ଦିଗଟି ସ୍ଵତଃ ଆଲୋକିତ ହୋଇଛି । ପରଜା ଜାତିର ସୁଖ-ଦୁଃଖ, ରୀତି-ନୀତି, ଆଚାର- ବ୍ୟବହାର, ଖାଦ୍ୟ-ପେୟ ଇତ୍ୟାଦି ପ୍ରସଙ୍ଗୋଚିତ ଭାବରେ ଏଥ‌ିରେ ସଂଯୋଜିତ । ଏଥ‌ିରେ ପ୍ରକୃତିର ସନ୍ତାନ ଏହି ପରଜା ଆଦିବାସୀମାନଙ୍କ ବିଚିତ୍ର ଜୀବନଯାପନ କାହାଣୀର ଗତି ଘଟଣାର ପ୍ରବାହ ସହିତ ଏପରି ଏକାକାର ହୋଇଯାଇଛି ଯେ, ସାମାଜିକ ଜୀବନକୁ ବାଦେଇ କାହାଣୀର ପରିକଳ୍ପନା ଆଦୌ କରିହୁଏ ନାହିଁ ।

ପରଜା ଆଦିବାସୀ ପ୍ରକୃତିର ସନ୍ତାନ ପରି ଲାଗନ୍ତି । ଯେପରି ସେ ପ୍ରକୃତି କୋଳରେ ଜନ୍ମହୁଏ, ଜୀବନଯାପନ କରେ ଏବଂ ମୃତ୍ୟୁବରଣ କରେ । ପ୍ରକୃତିର ଏହି ସନ୍ତାନ ତେଣୁ ସଭ୍ୟ ସମାଜଠାରୁ ବହୁ ଦୂରରେ । ସଭ୍ୟ ସମାଜଭଳି ଏହି ପରଜାଗୋଷ୍ଠୀ ପୋଷାକପତ୍ର ବ୍ୟବହାର ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ପରଜା ଆଦିବାସୀ ସଂପ୍ରଦାୟର ପୁରୁଷମାନେ ଲେଙ୍ଗୁଟି ମାରନ୍ତି | ପରଜା ନାରୀମାନେ ଖଣ୍ଡିଏ ଖଦିକୁ ଧୋଇ ଶୁଖେଇ ବ୍ୟବହାର କରନ୍ତି । ଖଦିଖଣ୍ଡିକ କୂଳରେ ଥୋଇ ସେମାନେ ଝୋଲାରେ ଗାଧାନ୍ତି । ଗାଧେଇସାରି କୂଳକୁ ଆସି ଲୁଗା ପିନ୍ଧନ୍ତି, ସେହିପରି ସୁଗ୍ଧଜାନିର ଦୁଇ ଝିଅ ଜିଲି ଏବଂ ବିଲି ପାହାଡ଼ତଳ ଝୋଲାରେ ଗାଧୋଉଥିଲେ । ପରଜାର ଗାଧୋଇବା ଅଭ୍ୟାସ ଅନୁଯାୟୀ ଦିହେଁଯାକ ଲଙ୍ଗଳା । ନିଜର ‘ପାଂଚିଆ’ ଖଣ୍ଡକ ଚଟାଣରେ ଥୋଇ କାଚୁଥିଲା ଏବଂ ବିଲି ‘ଚିଲି’ ଫଳକୁ ସାବୁନ ଫେଣରେ ମୁଣ୍ଡରେ ରଗୁଡୁଥିଲା । ଆଦିବାସୀ ଅଞ୍ଚଳରେ ଏହି ପ୍ରଥା ପ୍ରଚଳିତ ଅଛି । ସେମାନଙ୍କୁ ଜନଜାତି ମଣିଷ ବା ସଭ୍ୟ ଜଗତର ଅସଭ୍ୟ ରୂପେ ପରିଚିତ ଥିଲେ ସେମାନେ କାରଣ ସଭ୍ୟ ମଣିଷ ନିଜ ଶରୀରକୁ ଆବୃତ କରିବା ପାଇଁ ବସ୍ତୁର ବ୍ୟବହାର କରେ । କିନ୍ତୁ ଆଦିବାସୀମାନେ ସରଳ ଏବଂ ସଭ୍ୟ ସମାଜଠାରୁ ବହୁ ଦୂରରେ ରହୁଥିବାରୁ ସବୁ ବିଷୟରେ ଅନଭିଜ୍ଞ ରହିଛନ୍ତି ।

ଶରଶୁ ପଦର ପାଠ୍ୟଶ ସଭ୍ୟ ଜଗତର ଲୋକ ବିଷୟରେ ବର୍ଣ୍ଣନା କରାଯାଇଛି; ଯେପରି “ସେ ଜଙ୍ଗିଆ ପିନ୍ଧିଥିଲା, ଅଧା କାମିଜ ପିନ୍ଧିଥିଲା । ଏଇ ଅଧା ଲଙ୍ଗୁଳି ବେଶରେ । ତେଣୁ ଯେଉଁ ବ୍ୟକ୍ତି ପୋଷାକ ପରିଧାନ କରି ଶରଶୁ ପଦର୍ ଗାଁକୁ ଆସୁଥିଲା ତାକୁ ପରଜାମାନେ ସଭ୍ୟ ଜଗତର ଲୋକ ବୋଲି ପରିଚିତ କରୁଥିଲେ ।

ଔପନ୍ୟାସିକଙ୍କ ଦୃଷ୍ଟିକୋଣ ସତରେ ସ୍ଵାଗତଯୋଗ୍ୟ ।


(ଙ) ‘ଶରଶୁ ପଦର’ ଉପନ୍ୟାସ୍ୟାଶରୁ ଗୋପୀନାଥଙ୍କ ବର୍ଣ୍ଣନା ବୈଚିତ୍ର ଓ ଭାଷା ଉପସ୍ଥାପନାର ସ୍ବତନ୍ତ୍ରତା ବିଚାର କର ।

ଉ : ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ କାହାଣୀ, ଚରିତ୍ର, ବର୍ଣନାରୀତି ଇତ୍ୟାଦି ପାଠକ ମନରେ ଯେତେ ପ୍ରଭାବ ସୃଷ୍ଟିକରନ୍ତି, ତା’ଠାରୁ ଅଧିକ ପ୍ରଭାବ ସୃଷ୍ଟିକରେ ତାଙ୍କ ଉପନ୍ୟାସର ଭାଷା । ବର୍ଣ୍ଣିତ ବିଷୟ ବା ଭାବ ସହିତ ଏକାତ୍ମ ହୋଇ ତାହାକୁ ଯଥାଯଥଭାବରେ ସେ ପ୍ରକାଶ କରିଛନ୍ତି ଭାଷା ବଳରେ । ‘ଶଶୁ ପଦର୍’ରେ ସେ ଏକ ମିଶ୍ର ଭାଷାର ପ୍ରୟୋଗ  କରିଛନ୍ତି । ଏପରି ହେବାର କାରଣ ହେଉଛି ସେ ଭାଷାକୁ ପାତ୍ରାନୁସାରୀ କରିବାକୁ ଚେଷ୍ଟା କରିଛନ୍ତି । ପରଜା ଆଦିବାସୀ ମୁହଁରେ ସେ ବେଳେବେଳେ କଥିତ ଭାଷାର ପ୍ରୟୋଗ କରିଥବାସୁଳେ ଅଣଆଦିବାସୀ ଚରିତ୍ର ମୁଖରେ ଖଞ୍ଜି ଦେଇଛନ୍ତି ସାଧାରଣ ଭାଷା |

ଭାଷା ଉପରେ ତାଙ୍କର ଏ ଯେଉଁ ପକ୍ଷତା, ତାହା ତାଙ୍କ ଦୀର୍ଘ ଅଭିଜ୍ଞତା ଓ ଅନୁଭୂତିର ଫଳଶ୍ରୁତି । ମାନବିକତାର ଉଦାର ମନୋଭାବ, ସମ୍ବେଦନଶୀଳତା ଓ ବିଶ୍ଵକପ୍ରଣତା ତାଙ୍କ ସୃଷ୍ଟିର ମୂଳ ଉତ୍ସ । ପ୍ରକୃତିର ବିଭିନ୍ନ ରୂପ ସନ୍ଦର୍ଶନରେ ସେ ଆତ୍ମହରା ହୋଇପଡ଼ିଛନ୍ତି ଏବଂ ତାକୁ ନିଜ କଲମ ମୁନରେ ଏକ ଅନିର୍ବଚନୀୟ ସାହିତ୍ୟିକ ରୂପ ପ୍ରଦାନ କରନ୍ତି । ଆଦିବାସୀ ଭାଷାର ପ୍ରୟୋଗ ‘ଶରଶୁ ପଦର୍’ରେ ଅନେକ କ୍ଷେତ୍ରରେ ଦେଖାଯାଇଛି । ଯେପରିକି – ଟଣିଆଁ, ଶାବୁଜା, ଶାବୁଜା, ଜୋଣା, ଝୋଲା, ଧାଂଡ଼ା ମାଂଡ଼ୀ, ତଲରା, ତଲରି, ଡୁମ୍ବା, କାଇନୀ, ଗୁରୁଡ଼ି, ପାଂଚିଆ ଏହିପରି ଅନେକ ଶବ୍ଦର ମୂଳ ଆଦିବାସୀ ସଂପ୍ରଦାୟର । “ଏ ନୁନି କାଏଁ କରୁଲେ ? ” ଶାଗ୍ ବାବୁ, ବେଇସା ? ଏତେ ଶାଗ୍ ନେଲୁ ଗୁର୍ଦ୍ଦଶାଗ କ’ଣ କରିବୁ ବାବୁ ? ” ଏହିପରି ଭାଷାର ପ୍ରୟୋଗ ଦେଖାଦେଇଛି ।

ସେହିପରି ଔପନ୍ୟାସିକଙ୍କର ବର୍ଣ୍ଣନା ବିଳାସର ବୈଶିଷ୍ଟ୍ୟ ହେଉଛି ପ୍ରକୃତି ବର୍ଣ୍ଣନା । ବଣ ପାହାଡ଼ର ଦୃଶ୍ୟ, ବର୍ଷା, ସନ୍ଧ୍ୟା, ସକାଳର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନାରେ ଗୋପୀନାଥଙ୍କ ଅପୂର୍ବ ସାଫଲ୍ୟ ପାଠକକୁ ମନ୍ତ୍ରମୁଗ୍‌ଧ କରେ । ଔପନ୍ୟାସିକଙ୍କ ବର୍ଣ୍ଣନା ବୈଚିତ୍ର ଅତି ଚିତ୍ତାକର୍ଷକ । ତାଙ୍କର ପ୍ରତ୍ୟେକ ବର୍ଣନାର ଛତ୍ରେ ଛତ୍ରେ ମୌଳିକତାର ସ୍ପର୍ଶ ଏବଂ ପ୍ରତ୍ୟେକ ବର୍ଣ୍ଣନୀୟ ବସ୍ତୁ ତାଙ୍କ ଲେଖନୀରେ, ଅନନ୍ୟ ଜୀବନ୍ତ ଏବଂ ଅର୍ଥପୂର୍ଣ । ଆଲୋଚ୍ୟ ପାଠ୍ୟଶର ଅନେକ ସ୍ଥଳରେ ତାଙ୍କ ବର୍ଣ୍ଣନା ନୈପୁଣ୍ୟର ବହୁ ଦୃଷ୍ଟାନ୍ତ ଉପଲବଧୂ ହୁଏ । ରୂପ ବର୍ଣନା, ପରିବେଶ ବର୍ଣନା, ଅବସ୍ଥା ବର୍ଣ୍ଣନା, ପ୍ରକୃତି ବର୍ଣ୍ଣନା ଆଦିରେ ଏ ଗ୍ରନ୍ଥଟି ପରିପୂର୍ଣ୍ଣ |

ରୂପବର୍ଣ୍ଣନାରେ ଗୋପୀନାଥ ଅପୂର୍ବ ସଫଳତାର ଅଧିକାରୀ। ଯେପରିକି– “ ଚୁଲିରେ ଥୋଇଦେଇ ଗୋଡ଼ ଲମ୍ଵେଇ ବସିଥାନ୍ତି, ଫାଳିକିଆ ଚିକ୍‌କଣ ଖୋଷାରେ ଗୋଟାଏ ନାଲି ଫୁଲ ।” ଗୋପୀନାଥ ନିଜର ଏହି ରଚନାରେ ବ୍ୟକ୍ତି ଓ ପ୍ରକୃତି ମଧ୍ୟରେ ନିହିତ ସମ୍ପର୍କକୁ ଅତି ନିବିଡ଼ ଓ ଭାବଗର୍ଭକ କରି ପ୍ରକାଶ କରିଛନ୍ତି ମନେହୁଏ । ସେ ମଣିଷକୁ ପ୍ରକୃତିର ଅଂଶବିଶେଷ ଭାବେ ଗ୍ରହଣ କରିନେଇଛନ୍ତି । ପ୍ରକୃତି ତାଙ୍କ ଚରିତ୍ରମାନଙ୍କୁ ବଞ୍ଚିବାର ପ୍ରେରଣା ଦିଏ, ଚିନ୍ତା କରିବାର ଉପାଦାନ ଯୋଗାଏ ଆଉ ଚିହ୍ନା ସାଥୀପରି କୋଳେଇ ନିଏ, ଆପଣାର କରିନିଏ । ‘ଶଶୁ ପଦର’ ରେ ସେ ବହୁବିଧ ପରିବେଶ ସୃଷ୍ଟି କରିଛନ୍ତି ଏବଂ ପରିବେଶ, ବର୍ଣ୍ଣନା ପାଇଁ ପ୍ରକୃତିକୁ ସେ ମାଧ୍ୟମଭାବେ ଗ୍ରହଣ କରିଛନ୍ତି । ତାଙ୍କ ବର୍ଣ୍ଣନା ଚାତୁରୀରେ ଚରିତ୍ରର ରୂପ ଏପରି ଜୀବନ୍ତ ଭାବେ ଫୁଟିଉଠିଛି ଯେ ଏହା ପାଠକରିବା କାଳରେ ପାଠକ ସମକ୍ଷରେ ସଂପୃକ୍ତ ଚରିତ୍ରଟି ଆବିର୍ଭୁତ ହେବାପରି ଜଣାଯାଏ । ଔପନ୍ୟାସିକଙ୍କ ରଚନାବଳୀ ବେଶ୍ ଶ୍ରୁତିମଧୁର ହୋଇଛି ।


(ଚ) ଜଙ୍ଗଲ ଜମାନର ଚରିତ୍ର ଚିତ୍ରଣ କର ।

ଉ : ଔପନ୍ୟାସିକ ଗୋପୀନାଥ ମହାନ୍ତି ନିଜ ଚାକିରି ଜୀବନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିଥିଲେ । ସେ ସଭ୍ୟମାନବ ସହିତ ଚଳିଥିଲେ । ପ୍ରକୃତିର ସନ୍ତାନ ପାହାଡ଼ୀ ଆଦିବାସୀମାନଙ୍କ ସହିତ ମଧ୍ୟ ଚଳିବାର ସୁଯୋଗ ଲାଭ କଲେ । ତାଙ୍କର ସ୍ରଷ୍ଟାମାନସ ଜାଗିଉଠିଲା । ଆଦିବାସୀମାନଙ୍କ ସହିତ ସେ ଏକାତ୍ମ ହୋଇ ସେମାନଙ୍କ ରୀତି-ନୀତି, ପ୍ରଥା-ଚଳଣି, ସର୍ବୋପରି ସଂସ୍କୃତିକୁ ରୂପ ଦେଲେ କଲମ ମୁନରେ । ଫଳରେ ସୃଷ୍ଟି ହେଲା ବିପୁଳ ସାରସ୍ଵତ ସମ୍ଭାର, ଯାହା ତାଙ୍କୁ ମହାନ୍ ସାହିତ୍ୟକାର ସ୍ଵୀକୃତ ଦେଲା ।

‘ଶଶୁ ପଦର’ ପାଠ୍ୟଶରେ ଚରିତ୍ରକୁ କେନ୍ଦ୍ରକରି ଗଢ଼ିଉଠିଛି ଘଟନା ଓ ଘଟନାପ୍ରବାହ ମଧ୍ଯରୁ ଆବଶ୍ୟକତାନୁଯାୟୀ ସୃଷ୍ଟିହୁଏ ଚରିତ୍ର । ସୁତରାଂ ଘଟଣାବଳୀ ଓ ଚରିତ୍ରାବଳୀ ମଧ୍ଯରେ ଯୋଗସୂତ୍ର ରହିଛି । ରହିଛି ଆତ୍ମିକ ନିର୍ଭରଶୀଳ । ପାହାଡ଼ ଢାଲୁରେ ‘ଶଶୁ ପଦର’ ନାମରେ ଗୋଟିଏ ଛୋଟିଆ ଗାଁ ଅବସ୍ଥିତ । ସେଠାରେ ପାଖାପାଖି ତିନିଶ୍ରେଣୀର ଆଦିବାସୀ ସଂପ୍ରଦାୟର ଲୋକେ ବାସକରନ୍ତି । ତନ୍ମଧ୍ୟରୁ ପରଜା ସଂପ୍ରଦାୟ ଅନ୍ୟତମ । ଜଙ୍ଗଲ ଜମାନ୍ ହେଉଛି ଜଙ୍ଗଲର ରକ୍ଷକ ବା (Forest Guard) । ଗାର୍ଡ଼ ହିସାବରେ ତା’ର କାମ ହେଲା ବଣ ଜଗିବା । କିଏ କେତେବେଳେ ବଣ ହାଣି ପକାଇବ ତା’ ପ୍ରତି ନଜର ରଖିବା । ଜଙ୍ଗଲରେ ଧର୍ ପଗଡ଼ କରିବା, ଗର୍ଜନ କରିବା । ଜଙ୍ଗଲ ଜମାନ ଗାଁକୁ କେତେବେଳେ ଆସେ । ଗୋଟିଏ ଗାଁରେ କାମ ସରିଗଲେ ଆର ଗାଁକୁ ଗସ୍ତ କରେ । କାନ୍ଧରେ ସର୍ବଦା ବନ୍ଧୁକ ପକେଇ ଜଙ୍ଗଲରେ ଏପଟ ସେପଟ ହୁଏ । ତା’ର ବେଶଭୂଷା ସଭ୍ୟ ଜଗତ ପରି କାରଣ ସେ ଶରୀରକୁ ଆଦୃତ ରଖିବା ପାଇଁ ଜଙ୍କିଆ, ଅଧା କମିଜ ପରିଧାନ କରିଥାଏ। ଲଙ୍ଗିଳି ଆଦିବାସୀ ଅଞ୍ଚଳରେ ପରଜା ସ୍ତ୍ରୀ ଲୋକ ଓ ଝିଅବୋହୂଙ୍କୁ ଲୁଚି ଛପି ଚଢ଼େଇ ଖୋଜିବା ବାହାନା କରି ଉଣ୍ଡିଥାଏ । ସେହିପରି ଦିନେ  ସୁକୃଜାନି ଦୁଇଝିଅ ଜିଲି ଓ ବିଲି ଝୋଲାରେ ଗାଧୋଉଥ‌ିବା ବେଳେ ତାଙ୍କୁ ଉଣ୍ଡିଥିବାର ଜାଣିପାରି ଦୁଇ ଭଉଣୀ ଝୋଲାରୁ ବାହାରି ପଳାଇଥିଲେ ।

ଗାଁରେ ଜଙ୍ଗଲ ଜମାନର ଗସ୍ତ ହେଲେ ଗାଁର ନାଇକ ଘର ପିଣ୍ଡାରେ ଗୋରୁଶାଳରେ ତାଟି ବନ୍ଧାହୋଇଥାଏ, ସେଠାରେ ଜଙ୍ଗଲ ଜମାନ୍ ନିଜର ଶିବିର ବା ଛାଉଣି ପକାଇ ରହେ । ଜଙ୍ଗଲ ଜମାନକୁ ଦେଖି ନାଇକ ଦୁଇ ହାତରେ ତା’ର ପାଦଛୁଇଁ ଗଦଗଦ୍ ହୋଇ “ ଜୁହାର ଗାରଡ଼ (ଗାର୍ଡ଼) ମହାପୁ, ତୁମର ପାଦୁକା ଶୀତଳ ଥାଉ” ବୋଲି କହିଥାଏ । ଗାଁ ଯାକ ହଇଚଇ ଖେଳିଯାଏ ଜଙ୍ଗଲ ଜମାନର ଆଗମନ ହେତୁ । ନାଇକର ହାତବାରିଶିରେ ଥିବା ଗାଁ ଜଗୁଆଳ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଡମ୍ବ, ବାରିକ ବାଡ଼ି ହଲେଇ ଜଙ୍ଗଲ ଜମାନ୍ ଆଗମନର ସୂଚନା ଚାରିଆଡ଼େ ଦେଇଥାନ୍ତି । ଗାଁରୁ ଚାଉଳ, ଡାଲି, ପନିପରିବା ସବୁ ନେଇ ଜଙ୍ଗଲ ଜମାନକୁ ଦେଇଥାନ୍ତି । ଜଙ୍ଗଲ ଜମାନ୍‌ଙ୍କୁ ମହାପୁ ବୋଲି ସମସ୍ତେ ସମ୍ମାନ କରିଥାନ୍ତି । ଜଙ୍ଗଲ ଜମାନର ଆଗମନରେ ସାରା ଗାଁ ଚଳଚଞ୍ଚଳ ହୋଇଉଠେ ।

ଜଙ୍ଗଲ ଜମାନର ଦରମା ଆଠଟଙ୍କା; କିନ୍ତୁ ତା’ର ରୋଜଗାରର ବାଟ ଅନେକ ।,ଜମାନ ଜଙ୍ଗଲରୁ ଖୁବ୍ ଆୟ କରିଥାଏ । ବଣରେ ଗୋରୁ ଚରାଇବା ପାଇଁ ହଳପିଛା ‘ପାନୁ’ ବା ଟିକସ ଦେବାକୁ ପଡ଼ିଥାଏ । କେଉଁଠି ଚାଷ କରିବା ପାଇଁ କିଏ ‘ପୋଡୁଚାଷ’ କରିଛି ସେଥ‌ିପାଇଁ ଜୋରିମାନା ଦେବାକୁ ପଡ଼ିଥାଏ । କିଏ ବେ-ଆଇନ୍ ଭାବେ ମହୁ ଆଣିଛି କିମ୍ବା ଘର କରିବାକୁ ଶାଳଗଛ ପିଆଶାଳ ଗଛ କାଟିଛି ସବୁ କଥାରେ ଜଙ୍ଗଲ ଜମାନକୁ ଟିକସ ଦେବାକୁ ପଡ଼ିଥାଏ । ଜଙ୍ଗଲ ଜମାନର ଦଖଲରେ ଦଶ ପନ୍ଦର କୋଶ ଜଙ୍ଗଲ ରହିଥାଏ । ଯାହାର ଜମି ତ ଦରକାର ଥିବ ସିଏ ଜଙ୍ଗଲ ଜମାନ୍ ପାଖରେ କୁକୁଡ଼ା, ଡିମ୍ବ, ଶାଗ୍ ସବୁ ଭେଟି ଦେଇ ଉପାଧୁଆ ପଡ଼ନ୍ତି । ଜଙ୍ଗଲ ଜମାନ୍ ଦୟା କଲେ ଜମି ମିଳିଥାଏ । ଜଙ୍ଗଲ ଜମାନ ଦୟାରୁ ସଲମନ୍ ଡମ୍ବ ଦଶମାଣ ଜମି ସଫା କରିଛି | ସୁକୃଜାନିର ଜମି ଦରକାର । ପରଜା ସମାଜର ରୀତି ଅନୁଯାୟୀ ସେ ଅଲଗା ଘର ତୋଳିଲେ ତା’ର ପିଲାଙ୍କୁ ବାହା ଦେବ । ଘର ପାଇଁ “କାଠ ଏବଂ ଜମି” ଦରକାର ହେବାରୁ ସେ ମଧ୍ଯ କୁକୁଡ଼ା ଓ ତିନୋଟି ପଣସ ନେଇ ଜଙ୍ଗଲ ଜମାନ୍ ପାଖେ ଉପାଧୂଆ ପଡ଼ିଲା। ଜଙ୍ଗଲ ଜମାନ୍ ଦୟା କରିବାରୁ ସୁକୃଜାନି ଜଙ୍ଗଲରୁ ଗଛ ହାଣିବା ପାଇଁ ସହମତି ପାଇଛି । ଝୋଲା ପାଖରେ ଝିଅମାନଙ୍କୁ ଦେଖି ଜମାନ୍ ହାଙ୍କି କରି ଚାଲିଯାଇଛି । ସେ ଗଲାପରେ ଝୋଲା ତୁଠରେ ଝିଅମାନେ ଜଙ୍ଗଲ ଜମାନର କଥା କୁହାକୁହି ହୋଇଛନ୍ତି । କିଏ କହେ ଜମାନ୍ ମୋତେ ଅନାଉ ଥିଲା, କିଏ କହେ ମୋର ପଛରେ ଧାଇଁଲା ଆଉ କିଏ କହେ ସରୁ ଡାଙ୍ଗପରି ମଣିଷ ସେଥୁରେ କେତେ ହମ ହମ, କିଏ କହେ ଆମର କୁକୁଡ଼ା ଡିମ୍ବ ଦେଇଥଲା ବାପା ତାକୁ ମଧ୍ୟ ଜଙ୍ଗଲ ଜମାନ୍‌କୁ ଦେଇଦେଲା ।

ସରଳବିଶ୍ବାସୀ ଆଦିବାସୀମାନଙ୍କ ଭିତରେ ଜଙ୍ଗଲ ଜମାନର ଖଳ ପ୍ରକୃତି ଔପନ୍ୟାସିକ ଦେଖାଇଛନ୍ତି |



✍️ About the Author: Gopinath Mohanty

Gopinath Mohanty (20 April 1914 – 20 August 1991) is revered as a colossus of modern Odia literature and one of the greatest prose writers in India. Through his powerful storytelling, he became a champion voice for the underprivileged, rural communities, and indigenous tribal groups of Odisha.

🌟 Life and Career

  • Background: Born in Nagabali village near Cuttack, he possessed a brilliant academic record and earned his M.A. in English Literature.

  • The Administrative Link: In 1938, he joined the Odisha Administrative Service. His early postings took him deep into the tribal-dominated regions of the Koraput district.

  • The Inspiration: Living among the local communities, he closely studied the lifestyle, traditions, and languages of tribes like the Kandha and Paraja. These real-life experiences directly inspired his finest literary works, including the source material for Sarsupadar.

📚 Literary Contribution & Style

Gopinath Mohanty broke away from traditional, rigid prose. He introduced a vibrant, fluid writing style that beautifully blended the everyday spoken language of rural villagers with deep philosophical thoughts. Over a career spanning more than 50 years, his massive bibliography included:

  • 24+ Novels (including masterpieces like Paraja, Amrutara Santana, Dadibudha, and Mati Matala)

  • Over 300 Short Stories distributed across 12 major collections

  • Multiple plays, biographies, essays, and translations of Western classics into Odia.

🏆 Prestigious Awards & Recognitions

Gopinath Mohanty's extraordinary contribution to literature earned him the highest honors at both state and national levels:

  • Sahitya Akademi Award (1955): He was the first-ever recipient of this national award for his novel Amrutara Santana.

  • Jnanpith Award (1973/74): He received India’s highest literary honor for his epic fiction Mati Matala, making him the first Odia writer to win it.

  • Padma Bhushan (1981): Conferred by the Government of India for his monumental contributions to literature.


sarsupadar question answer meher sir

+2 1st year sahitya jyoti sarsupadar question answer meher sir

meher sir plus two first year odia sarsupadar

sarsupadar odia story question answer meher sir

sarsupadar question answer

+2 1st year odia sarsupadar question answer

chse plus two 1st year odia chapter 1 question answer

sarsupadar odia story question answer long question

sahitya jyoti sarsupadar book questions answers

ଶରଶୁପଦର ପ୍ରଶ୍ନ ଉତ୍ତର

sarsupadar odia story question answer 2 mark

sarsupadar odia story question answer 3 number

plus two 1st year mil odia sarsupadar mcq

sarsupadar class 11 mil odia notes pdf

sarsupadar gopinath mohanty question answer 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad