+2 1st Year Odia Sarsupadar Question Answer Guide | Meher Sir Find accurate CHSE Odisha Plus Two 1st Year Odia Sahitya Jyoti Chapter 1 "Sarsupadar" (ଶରଶୁପଦର) question answers and notes by Meher Sir. Download chapter solutions in PDF format.
+2 1st year odia sarsupadar MCQ question answer
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ :
ପ୍ରଶ୍ନର ମୂଲ୍ୟ ୧ ନମ୍ବର – ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ।
(କ) କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ କେଉଁ ଘାଟି ପଡ଼େ ?
(ସାଲୁର୍, ପାଲୁର୍, ଲକ୍ଷ୍ମୀପୁର, ଧର୍ମଦୁଆର)
ଉ : ଧର୍ମଦୁଆର ।
(ଖ) ସୁକୃଜାନିର ଭାରିଯା କିଭଳି ମରିଥିଲା ?
(ରୋଗରେ, ବାଘ ନେଇଯିବାରୁ, ପାଣିରେ ବୁଡ଼ିଯିବାରୁ, ନିଆଁଲାଗିଯିବାରୁ)
ଉ : ବାଘ ନେଇଯିବାରୁ
(ଗ) ତେଲ ହେବାପାଇଁ ସୁକୃଜାନିର ବଖରା କଣରେ କେଉଁ ମଞ୍ଜି ଥାଏ ?
(ବାରି ବାଇଗବା, ଆମ୍ବଟାକୁଆ, ମାଣ୍ଡିଆ, ଅଳସି)
ଉ : ବାରି ବାଇଗବା
(ଘ) ସୁକୃଜାନିର ସାନପୁଅ କିଏ ?
(ମାଣ୍ଡିଆଜାନି, ଟିକ୍ରାଜାନି, ଲାକ୍ରାଜାନି, ଗୁଡୁଜାନି)
ଉ : ଟିକ୍ରାଜାନି
(ଙ) ବିଲି କେଉଁ ଫଳର ସାବୁନ ଫେଣରେ ମୁଣ୍ଡ ରଗଡ଼ୁଥିଲା ?
(ବାଇଗଣ, ଚିଲି, କାନ୍ଦୁଲି, ଅଠା)
ଉ : ଚିଲି
(ଚ) ସିଟି ମାରିମାରି ବୁଲାଣି ବାଟରେ ଧୀରେ ଧୀରେ ଜଙ୍ଗଲ ଜମାନ୍ କେଉଁଆଡ଼େ ଗଲା ?
(ଗାଆଁ, ଜଙ୍ଗଲ, ଝରଣା, ସହର)
ଉ : ଗାଆଁ
(ଛ) ଜଣେ ଜମାନର ଦରମା କେତେ ?
(ପାଞ୍ଚଟଙ୍କା, ଆଠଟଙ୍କା, ବାରଟଙ୍କା, ଅଠରଟଙ୍କା)
ଉ : ଆଠଟଙ୍କା
(ଜ) ଗାଁ, ତୁଠରେ ଜିଲି କେଉଁ ଶାଗ ଧୋଉଥିଲା ?
(ଲେଉଟିଆ, ଗୁର୍ଦି, ମର୍ଦି, ନେନ୍ତା)
ଉ : ଗୁର୍ଦି
(ଝ) ସୁକୃଜାନି ବଡ଼ଝିଅର ନାମ କ’ଣ ?
(ଜିଲି, ବିଲି, ସମ୍ବାରି, କାଜୋଡ଼ି)
ଉ : ଜିଲି
(ଞ) ସୁକୃଜାନି କେଉଁ ଗାଁର ଲୋକ ?
(ଲକ୍ଷ୍ମୀପୁର, ଶର୍ଶୁପଦର, ଅମ୍ବାଝୋଲା, କଦମ ଝୋଲା)
ଉ : ଶରଶୁପଦର
(ଟ) ଧର୍ମଦୁଆର ଘାଟିଠାରୁ କେଉଁ ଦିଗକୁ ‘ଶଶୁପଦର’ ଗାଁ ପଡ଼େ ।
(ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ)
ଉ : ଉତ୍ତର
(୦) ଧର୍ମଦୁଆର ଘାଟିଠାରୁ କେତେ ଦୂରରେ ଶଶୁପଦର ଗାଁ ?
(କୋଶେ, ଦୁଇକୋଶ, ତିନିକୋଶ, ଚାରିକୋଶ)
ଉ : କୋଶେ
(ଡ) ଶଶୁପଦର ଗାଁରେ କେତେ ଜାତିର ଲୋକ ବାସ କରନ୍ତି ?
(ଦୁଇ, ତିନି, ଚାରି, ପାଞ୍ଚ)
ଉ : ତିନି
(ଢ) ‘କୋଣା’ ଶବ୍ଦର ଅର୍ଥ କ’ଣ ?
(ଲଙ୍କାମରିଚ, ମକ୍କା, ଧୂଆଁପତ୍ର, କାନ୍ଦୁଲ)
ଉ : ମକ୍କା
(ଣ) ସମ୍ବାରୀ କେଉଁଠିକୁ ଶାଗ ତୋଳିବାକୁ ଯାଇଥିଲା ?
(ବୁଦାଗହଳକୁ, ଭାଲୁଗାଡ଼ିକୁ, ବିଲକୁ, ପୋଖରୀ ହୁଡ଼ାକୁ)
ଉ : ଭାଲୁଗାଡ଼କୁ
(ତ) କେତେବର୍ଷ ତଳେ ସମ୍ବାରୀ ଶାଗ ତୋଳିବାକୁ ଯାଇ ଆଉ ଫେରିନାହିଁ ?
(ଦୁଇବର୍ଷ, ତିନିବର୍ଷ, ଚାରିବର୍ଷ, ପାଞ୍ଚବର୍ଷ)
ଉ : ତିନିବର୍ଷ
(ଥ) ଜିଲି ଓ ବିଲି ଚିକ୍କଣ ଖୋଷାରେ କେଉଁ ରଙ୍ଗର ଫୁଲ ଖୋସିଥାନ୍ତି ?
(ଲାଲ, ହଳଦିଆ, ଗୋଲାପି, ଧଳା)
ଉ : ଲାଲ୍
(ଦ) କେଉଁଥରେ ମାଣ୍ଡିଆ ଯାଉ ପୂରାଇ ବିଲକୁ ନିଆଯାଏ ?
(କୁମ୍ପିରେ, ଲାଉ ତୁମ୍ବାରେ, ହାଣ୍ଡିରେ, ତଲାରିରେ)
ଉ : ଲାଉତୁମ୍ବାରେ
(ଧ) ସବୁରିକର୍ତ୍ତାତ ଗୋଟାଏ ଭୂତ ବା ଡୁମା, ଏହା କାହାର ବିଶ୍ଵାସ ? -
(ସୁକୃଜାନି, ନାଇକ, ଜମାନ୍, ଗାରଦ)
ଉ : ସୁକୃଜାନି
(ନ) କିଏ ଆଣିଦିଏ ଝଡ଼ ତୋଫାନ, ଦୁଃଖ ଦୁର୍ଦ୍ଦଶା ବୋଲି ସୁକୃଜାନି ଭାବିଛି ?
(ଡଙ୍ଗର, ଜଙ୍ଗଲ, ଡୁମା, ବୁଢ଼ାରଜା)
ଉ : ଡୁମା
(ପ) ଢୁ ଢୁ ବରଷାରେ ସୁକୃଜାନି ଓ ଆଉ କିଏ ମିଶି ସାନ ପାହାଡ଼କୁ ଚାଷଭୂଇଁ କରିଥିଲେ ।
(ମାଣ୍ଡିଆ, ଟିକ୍ରା, ଲୋବୋ, ବାଗଲା)
ଉ : ଲୋବୋ
(ଫ) ସୁକ୍ଜାନିର ଆବୁଆବୁଆ ବଳୁଆ ଦେହର ଗୋଡ଼ପେଣ୍ଡା କିପରି ?
(ବର୍ଷାତି, କାଉଡ଼ି, ପଥର, ଗଛ)
ଉ : ପଥର
(ବ) ମାଣ୍ଡିଆଜାନି ଠିକ୍ କାହାପରି ?
(ଟିକ୍ରାଜାନି, ସୁକୃଜାନି, ଝିଲି, ବିଲି)
ଉ : ସୁକୃଜାନି
(ଭ) ମଲା ମା’କୁ କିଏ ମନେ ପକେଇ ଦିଏ ?
(ମାଣ୍ଡିଆଜାନି, ଟିକ୍ରାଜାନି, ସୁକୃଜାନି, ଝିଲି ଓ ବିଲି)
ଉ : ଟିକ୍ରାଜାନି
(ମ) ଜିଲି ସାମ୍ନାକୁ ମୁହଁ କରି ତା’ର ପିନ୍ଧା.................ଖଣ୍ଡିକ ଚଟାଣ ଉପରେ କାଚୁଥୁଲା ?
(ଲୁଗା, ଶାଢ଼ୀ, ପାଞ୍ଚୁଆ, କୌପୁନୀ)
ଉ : ପାଞ୍ଚୁଆ
(ଯ) ବଣଗାରଡ଼ କେଉଁ ଚଢ଼େଇ ଖୋଜିବାର ବାହାନାରେ ଏକଡ଼ ସେକଡ଼ ହେଉଥିଲା ?
(ମୟୂର, କୁକୁଡ଼ା, ହରଡ଼ ଚଢ଼େଇ, ଗେଣ୍ଡାଳିଆ)
ଉ : ହରଡ଼ ଚଢ଼େଇ
(ର) ନାଇକ ଖଜଣା ଅସୁଲ କରି ରଜାଘର.............କୁ ଦିଏ ।
(ଚପରାଶି, ଗାରଡ଼, ରିବିଣି, ଜମାନ)
ଉ : ରିବିଣି
(ଳ) ଜଙ୍ଗଲ ଜମାନ୍ର୍ ଦଖଲରେ............କୋଶ ନିଘଞ୍ଚ ଜଙ୍ଗଲ ।
(ଦଶ ପନ୍ଦର କୋଶ, ଦୁଇ କୋଶ, କୋଡ଼ିଏ କୋଶ, ଅଠର କୋଶ)
ଉ : ଦଶପନ୍ଦର କୋଶ
(ବ) ରେଙ୍ଗୁ ପରଜାର ପୁଅ ନାମ କ’ଣ ?
(କାଜୋଡ଼ି, ବାଗଲା, ଭାଟ, ଡାଙ୍ଗ)
ଉ : ବାଗ୍ଲା
(ଶ) ଧର୍ମଦୁଆର ଘାଟି କେଉଁ ରାସ୍ତାରେ ପଡ଼େ ?
(ସାଲୁର, ପାଲୁର୍, ଲକ୍ଷ୍ମୀପୁର, ଜଙ୍ଗଲ)
ଉ : ଲକ୍ଷ୍ମୀପୁର
(ଖ) କାହାକୁ ମହାବଳ ବାଘ ଘୋଷାରି ଘେନିଗଲା ?
(ଜିଲି, ବିଲି, ସୁକୁଜାନିର ଭାରିଯା, କାଜୋଡ଼ି)
ଉ : ସୁକୁଜାନିର ଭାରିଯା
(ସ) ବାଡ଼ି ବାଇଗବା ମଞ୍ଜିରେ କ’ଣ ହୁଏ ?
(ଛତୁଆ, ଜାଉ, ତେଲ ବାହାରେ, ଶାଗ)
ଉ : ତେଲ ବାହାରେ
(ହ) ଟିକ୍ରାଜାନି କାହାର ପୁଅ ?
(ପୁରଜାନି, ଲୋବୋ କନ୍ଧ, ସୁକୁଜାନି, ନାଇଳ)
ଉ : ସୁକୁଜାନି
(କ୍ଷ) ଗାଁ ଆଡ଼େ ସିଟି ମାରି ମାରି କିଏ ଗଲା ?
(ନାଇକ, ପୁରୁଜାନି, ଜଙ୍ଗଲ ଜମାନ, ରଜାଘର ରିବିଣି)
ଉ : ଜଙ୍ଗଲ ଜମାନ
(ୟ) ଆଠଟଙ୍କା ଦରମା କିଏ ପାଏ ?
(ରିବିଣି, ନାଇକ, ଜଙ୍ଗଲ ଜମାନ, ଲୋବେ କନ୍ଧ)
ଉ : ଜଙ୍ଗଲ ଜମାନ
(ଲ) ଗୁଦ୍ଧି ଶାଗ କିଏ ଧୋଉଥୁଲା ?
(ବିଲି, ଜିଲି, କାଜୋଡ଼ି, ସମ୍ବାରୀ)
ଉ : ଜିଲି
(କ୧) ଜିଲି କାହାର ବଡ଼ଝିଅ ?
(ପୁରୁଜାନି, ନାଇକ, ଲୋବୋ କନ୍ଧ, ସୁକୃଜାନି)
ଉ : ସୁକୃଜାନି
(କ୨) ଧର୍ମଦୁଆର ଘାଟିଠାରୁ ଉତ୍ତରଦିଗକୁ ଗଲେ କେଉଁ ଗାଁ ପଡ଼େ ?
(କନକପୁର, ସୋନପୁର, କାକଟପୁର, ଶରଶୁପଦର)
ଉ : ଶରଶୁପଦର
(କ୩) ତିନି ଜାତିର ଲୋକେ କେଉଁ ଗାଁରେ ବାସକରନ୍ତି ?
(ଏକପଦର, ଶୁଳିଆପଦର, ଶରଶୁପଦର, କାଳିଆପଦର)
ଉ : ଶରଶୁପଦର
(କ୪) ମକ୍କାକୁ କ’ଣ କୁହାଯାଏ ?
(ଜୁଆଣି, ଜୋତା, ଝୁଣା, ଝୋଟ)
ଉ : ଜୋତା
(କ୫) ଭାଲୁଗାଡ଼କୁ କିଏ ଶାଗ ତୋଳିବାକୁ ଯାଇଥିଲା ?
(ଜିଲି, ସମ୍ବାରୀ, ବିଲି, କାଜୋଡ଼ି)
ଉ : ସମ୍ବାରୀ
(କ୬) ତିନିବର୍ଷ ତଳେ ଶାଗ ତୋଳି କିଏ ଫେରିନି ?
(ସମ୍ବାରୀ, ଜିଲି, ବିଲି, କାଜୋଡ଼ି)
ଉ : ସମ୍ବାରୀ
(କ୭) ଲାଲରଙ୍ଗର ଫୁଲ କିଏ ଖୋଷାରେ ଖୋସିଥିଲେ ?
(ଜିଲି ଓ ବିଲି, ଜିଲି ଓ କାକେଡ଼ି , କାଜୋଡ଼ି ଓ ବିଲି, ସମ୍ବାରୀ)
ଉ : ଜିଲି ଓ ବିଲି
(କ୮) କ’ଣ କରିବାକୁ ଯାଇ ଦୁଇଟିଯାକ ଭାଇ କାନ୍ଧରେ ଟାଙ୍ଗିଆ ହାତରେ କୋଡ଼ି ଧରିଥିଲେ ?
(ହଳକରିବା, କୂଅ ଖୋଲିବା, ପାହାଡ଼ ଖୋଳିବା, ଜମି ଖୋଳିବା)
ଉ : ପାହାଡ଼ ଖୋଳିବା
(କ୯) ସୁକୃଜାନି କ’ଣ କରି ଆଶ୍ରୟମୟ ତୃପ୍ତି ପାଏ ?
(ଭଲ ଭୋଜନକରି, ଶୋଇପଡ଼ି, ଧୂଆଁପତ୍ର ଖଣ୍ଡେ ବଳି, ବାହାରକୁ ବୁଲିଯାଇ)
ଉ : ଧୂଆଁପତ୍ର ଖଣ୍ଡେ ବଳି
(କ୧୦) ପାଂଡ଼ା ଓ ମାଂଡ଼ୀର ଅର୍ଥ କ’ଣ ?
(କିଶୋର କିଶୋରୀ, ବୁଢ଼ାବୁଢ଼ୀ, ବରକନ୍ୟା, ଯୁବାଯୁବତୀ)
ଉ : ଯୁବାଯୁବତୀ
(କ୧୧) କେତେ ମାଣ ମାଣ୍ଡିଆ ଅଜଡ଼ା ହୋଇ ପଡ଼ିଛି ?
(ଛଅସାତ ମାଣ, ନଅଦଶ ମାଣ, ଆଠଦଶ ମାଣ, ପାଞ୍ଚସାତ ମାଣ)
ଉ : ଆଠଦଶ ମାଣ'
(କ୧୨) ଲାଭତୁମ୍ବାରେ କ’ଣ ପୂରାଇ ବିଲକୁ ନିଆଯାଏ ?
(ଆମ୍ବ ଯାଉ, ପଣସ ଯାଉ, ମାଣ୍ଡିଆ ଯାଉ, ଚାଉଳ ଯାଉ)
ଉ : ମାଣ୍ଡିଆ ଯାଉ
(କ୧୩) ତଲ୍ କହିଲେ କ’ଣ ?
(ଟୋପି, ପିଠିପଖୁଆ, ବର୍ଷାତି, ଆବରଣ)
ଉ : ପିଠିପଖୁଆ
(କ୧୪) ‘ତିଲରି’ ଅର୍ଥ କ’ଣ ?
( ପ୍ୟାଣ୍ଟ, ସାର୍ଟ, ମୁଣ୍ଡର ଛତା, ରୁମାଲ)
ଉ : ମୁଣ୍ଡର ଛତା
(କ୧୫) ସୁକୃଜାନିର ବିଶ୍ଵାସ କ’ଣ ?
(ସବୁରି କର୍ଷା ତ ଗୋଟିଏ ରାଜା, ସବୁରି କର୍ଷା ତ ଈଶ୍ୱର, ସବୁରି କର୍ଷା ତ ଇନ୍ଦ୍ରଦେବ, ସବୁରି କର୍ତ୍ତା ତ ଗୋଟିଏ ଭୂତ ବା ଡୁମା)
ଉ : ସବୁରି କର୍ତା ତ ଗୋଟିଏ ଭୂତ ବା ଡୁମା
(କ୧୬) ଡୁମା କ’ଣ ଆଣିଦିଏ ?
(ଜୀବନମରଣ, ଅଳିଅର୍ଦ୍ଧଳି, ଝଡ଼ତୋଫାନ, ଦୁଃଖଦୁର୍ଦ୍ଦଶା, ଝଡ଼ିବର୍ଷା )
ଉ : ଝଡ଼ତୋଫାନ ଦୁଃଖଦୁର୍ଦ୍ଦଶା
(କ୧୭) କେଉଁ ଦୁଇଜଣ ମିଶି ଢୁ ଢୁ ବର୍ଷାରେ' ପାହାଡ଼କୁ ଚାଷ ଜମି କରିଥିଲେ ?
(ସୁକୃଜାନି ଓ ଟିକ୍ରାଜାନି, ସୁକୃଜାନି ଓ ଲୋବୋ କନ୍ଧ, ସୁକୃଜାନି ଓ ମାଣ୍ଡିଆ ଜାନି, ସୁକୁଜାନି ଓ ବାଗ୍ଲା ରେଙ୍ଗୁ)
ଉ : ସୁକ୍ଳଜାନି ଓ ଲୋବୋ କନ୍ଧ
(କ୧୮) ପଥରଭଳି ଗୋଡ଼ପିଣ୍ଡା କାହାର ?
(ଟିକ୍ରାଜାନି, ମାଣ୍ଡିଆଜାନି, ସୁକୃଜାନି, ଲୋବୋ କନ୍ଧ)
ଉ : ସୁକୃଜାନି
(କ୧୯) ପିନ୍ଧା ପାଂଚିଆ ଖଣ୍ଡକ ଚଟାଣ ଉପରେ କିଏ କାଚୁଥିଲା ?
(ବିଲି, ଜିଲି, କାଜୋଡ଼ି, ରଙ୍ଗ)
ଉ : ଜିଲି
(କ୨୦) ରାଜାଘର ରିବିଣିକୁ କିଏ ଖଜଣା ଦିଏ ?
(ବାଗଲା, ଭାଟ, ଡାଙ୍ଗ, ନାଇକ)
ଉ : ନାଇକ
Sarsupadar Question Answer 1 Mark
୨. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
(କ) ଲକ୍ଷ୍ମୀପୁରରୁ ଦେଢ଼ କୋଶ ଦୂରରେ କେଉଁ ଘାଟି ପଡ଼େ ?
ଉ : ଲକ୍ଷ୍ମୀପୁରରୁ ଦେଢ଼ କୋଶ ଦୂରରେ ଧର୍ମଦୁଆର ଘାଟି ପଡ଼େ।
(ଖ) ‘ଧର୍ମଦୁଆର’ ଘାଟିରୁ ଏପାଖରୁ କେତେ ଓ ସେ ପାଖରୁ କେତେ ପାହାଡ଼ ଠିଆ ହୋଇଛନ୍ତି ।
ଉ : ‘ଧର୍ମଦୁଆର’ ଘାଟିରୁ ଏପାଖରୁ ଚାଳିଶ ସେ ପାଖରୁ ପଚାଶ ପାହାଡ଼ ଠେଲାଠେଲି ହୋଇ ଠିଆ ହୋଇଛନ୍ତି ।
(ଗ) ‘ଧର୍ମଦୁଆର’ ଘାଟିର ଉତ୍ତରକୁ କେଉଁ ଗାଁ ?
ଉ : ‘ଧର୍ମଦୁଆର’ ଘାଟିର ଉତ୍ତରକୁ ‘ଶରଶୁ ପଦର’ ଗାଁ ପଡ଼େ ।
(ଘ) ‘ଧର୍ମଦୁଆର’ ଘାଟିର କେତେ ଦୂରରେ ‘ଶରଶୁ ପଦର’ ଗାଁ ପଡ଼େ ?
ଉ : ‘ଧର୍ମଦୁଆର’ ଘାଟିରୁ କୋଶେ ଦୂରରେ ‘ଶରଶୁ ପଦର’ ଗାଁ ପଡ଼େ ।
(ଙ) ଶରଶୁ ପଦର ଗାଁରେ କେଉଁ ସବୁ ଜାତିର ଲୋକ ବାସକରନ୍ତି ?
ଉ : ଶରଶୁ ପଦର ଗାଁରେ ତିନିଜାତି ଲୋକ ବାସକରନ୍ତି ।
(ଚ) ‘ଟଣିଅଁ’ ଶବ୍ଦର ଅର୍ଥ କ’ଣ ?
ଉ : ‘ଟଣିଆଁ’ ଶବ୍ଦର ଅର୍ଥ ଝାଟିର ଜାଲିବାଡ଼ ।
(ଛ) କେତେ ଘରେ ଲୋକେ ଶଶୁ ପଦରେ ବାସ କରନ୍ତି ?
ଉ : ‘ ଡମ୍ବ’ ସାହି, ‘ଗାଦ୍ବା’ ସାହି ଓ ‘ପରଜା’ ସାହି–ଏହି ତିନି ପ୍ରକାର ଲୋକେ ଶରଶୁ ପଦର ଗାଁରେ ବାସ କରନ୍ତି |
() ସୁକୃଜାନିର ସ୍ତ୍ରୀ ନାମ କ’ଣ ?
ଉ : ସୁକୃଜାନିର ସ୍ତ୍ରୀ ନାମ ସମ୍ବାରୀ।
(ଝ) ସମ୍ବାରୀ ସକାଳୁ ସକାଳୁ କେଉଁଠିକୁ ଶାଗ ତୋଳିବାକୁ ଯାଇଥିଲା ?
ଉ : ଭାଲୁଗାଡ଼ ଖୋଲାକୁ ସମ୍ବାରୀ ସକାଳୁ ସକାଳୁ ଶାଗ ତୋଳିବା ପାଇଁ ଯାଇଥିଲା ।
(ଞ) ସମ୍ବାରୀକୁ କିଏ ନେଇଗଲା ?
ଉ : କୋରାପୁଟିଆ ବୁଟାର ବୁଦାଗହଳରୁ ମଣିଷଖିଆ ମହାବଳ ବାଘ ସମ୍ବାରୀକୁ ଘୋଷାରି ନେଇଗଲା ।
(ଟ) ମାଣ୍ଡିଆ ଚୁନା କି ଶାଗ କିମ୍ବା ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲିକୁ କିଏ ଚୁଲିରେ ବସାଏ ।
ଉ : ଜିଲି ନୋହିଲେ ମିଲି ମାଣ୍ଡିଆ ଚୁନା କି ଶାଗ କିମ୍ବା ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲିକୁ ଚୁଲିରେ
ବସାନ୍ତି ।
(୦) ସୁକୃଜାନି କ’ଣ ପିକା କରି ଟାଣେ ?
ଉ : ସୁକୃଜାନି ଧୂଆଁପତ୍ର ବଳି ପିକା କରି ଟାଣେ ।
(ଙ) ‘ତଲରା’ ଓ ‘ତଲରି’ ଶବ୍ଦର ଅର୍ଥ କ’ଣ ?
ଉ : ‘ତଲରା’, ଶବ୍ଦର ଅର୍ଥ ପିଠିପଖିଆ, ଏବଂ ‘ତଲରି’ ଶବ୍ଦର ଅର୍ଥ ମୁଣ୍ଡର ଛତା ।
(ଢ) ସୁକୃଜାନିକୁ କ’ଣ ଭଲ ଲାଗେ ?
ଉ : ସୁଗ୍ଧଜାନିକୁ ଘରର ସମସ୍ତ ଅଳିଆ ଦଳିଆ ଭଲ ଲାଗେ ।
(ଣ) ସୁକୃଜାନି କ’ଣ ବିଶ୍ଵାସ କରେ ?
ଉ : ସୁକୁଜାନି ବିଶ୍ଵାସ କରେ ସବୁରି କର୍ଭା ଗୋଟାଏ ଲେଖାଁ ଭୂତ ବା ‘ଡୁମ୍ବା’ ।
(ତ) ଶରଶୁପଦର ପାହାଡ଼ୀ ନଈରେ କିପରି ଡେଇଁ ଡେଇଁକା ପାଣି ଚାଲେ ?
ଉ : ପାହାଡ଼ୀ ନଈରେ କବ କବ କରି ଡେଇଁ ଡେଇଁକା ପାଣି ଚାଲେ ।
(ଥ) ପାହାଡ଼ ତଳର କେଉଁ ଜମିରେ ଧାନ ହୁଏ ?
ଉ : ଢିପ ତଳ ଭୂଇଁ, ସନ୍ତସନ୍ତିଆ, ସେଥୁରେ ଧାନ ହୁଏ ।
(ଦ) ସୁକୃଜାନି ଓ ଆଉ କିଏ ମିଶି ସାନପାହାଡ଼କୁ ଚାଷଭୂଇଁ କରିଥିଲେ ?
ଉ : ସାନ ପାହାଡ଼କୁ ସୁଗ୍ଧଜାନି ଓ ଲୋବୋ କନ୍ଧ ମିଶି ଚାଷଭୂଇଁ କରିଥିଲେ ।
(ଧ) ମଣିଷ ମରିଗଲେ କେଉଁଠାରେ ତା’ ନାଁରେ ଖଣ୍ଡେ ଗୋଜିଆ ପଥର ପୋତା ହୁଏ ବୋଲି ସୁଗ୍ଧଜାନି ଭାବିଛି ?
ଉ : ମଣିଷ ମରିଗଲେ ଗାଁମଝି ଗୁଗୁଡ଼ି ଆମ୍ବଗଛ ତଳେ ତା’ ନାଁରେ ଗୋଜିଆ ପଥର ପୋତା ହୁଏ ।
(ନ) ସୁକୁଜାନି କାହା ଉପରେ ଭରସା ରଖେ ?
ଉ : ସୁକୃଜାନି ବାହାର ବଳକୁ ଚିହ୍ନି ତାହାରି ଉପରେ ଭରସା ରଖେ ଆଉ କାହାରି ନୁହେଁ ।
(ପ) ସୁକୃଜାନି ପାହାଡ଼ ଲଣ୍ଡା କଲାବେଳେ ସେ ଏକାବେଳକେ କେତେ ଘଣ୍ଟା କୁରାଢ଼ି ଓହ୍ଲାଏ ନାହିଁ ?
ଉ : ପାହାଡ଼ ଲଣ୍ଡା କଲାବେଳେ ସେ ଏକାବେଳକେ ପାଞ୍ଚଘଣ୍ଟା, ଛଅଘଣ୍ଟା କୁରାଢ଼ି ଓହ୍ଲାଏ ନାହିଁ ।
(ଫ) ସୁକ୍ଜାନି ହାକିମମାନଙ୍କର ବୋଝକୁ ନେଇ କେଉଁଠାରେ ପହଞ୍ଚାଏ ।
ଉ : ସୁକ୍ଜାନି ହାକିମ ମାନଙ୍କର ବୋଝକୁ ଉଠେଇ ନେଇ ପାହାଡ଼ ଡଙ୍ଗର (ବଣ) ଝୋଲା ନାଳ ଲଙ୍ଘି କେତେଥର ମାଙ୍କଡ଼ ଝୋଲା କି କାରିଗରି ଗୁମ୍ମା ବଙ୍ଗଳାରେ ପହଞ୍ଚେଇ ଆସିଛି ।
(ବ) ସୁକୃଜାନି କୋଶେ ବାଟ ହାକିମମାନଙ୍କ ବୋଝ ନେଇ ଗଲେ କେତେ ପଇସା ମିଳେ ?
ଉ : କୋଶେ ବାଟ ହାକିମମାନଙ୍କ ବୋଝ ନେଇ ଗଲେ ପଇସାଏ ମିଳେ ।
() ସୁକୃଜାନିର ବୟସ କେତେ ?
ଉ : ସୁକୃଜାନିର ବୟସ ପଚାଶକୁ ଧକ୍କା ଖାଇଛି ଅର୍ଥାତ୍ ପଚାଶ ବର୍ଷ ହବାକୁ ଯାଉଛି
(ମ) ପରଜା ସ୍ତ୍ରୀ ଲୋକଙ୍କ ତୁଠ କେଉଁଠାରେ ?
ଉ : ପାହାଡ଼ର ବାଙ୍କରେ ପରଜା ସ୍ତ୍ରୀଲୋକଙ୍କ ତୁଠ ।
(ଯ) ଟିକ୍ରାଜାନିକୁ ଦେଖିଲେ କିଏ ମନେ ପଡ଼ିଯାଏ ?
ଉ : ଟିକ୍ରାଜାନିକୁ ଦେଖିଲେ ସୁକୃଜାନିର ସ୍ତ୍ରୀ କଥା ମନେପଡ଼େ ।
(ର) କଲି ଓ ବିଲି ଦି ଭଉଣୀ କେଉଁଠାରେ କିଏ ଗାଧୋଉଥିଲେ ?
ଉ : ନାଳର ବାଙ୍କରେ ନିରୋଳାରେ ବସି ଜିଲି ଆଉ ବିଲି ଗାଧୋଉଥଲେ ।
(ଳ) ଜମାନ୍ ହସି ହସି କେଉଁଠାରେ ଛପିଗଲା ?
ଉ : ଜଙ୍ଗଲ ଜମାନ୍ ହସି ହସି ବୁଦା ଉହାଡ଼ରେ ଛପିଗଲା ।
(ୱ) ଜଙ୍ଗଲ ଜମାନର ଛାଉଣି କେଉଁଠାରେ ପଡ଼େ ?
ଉ : ଗାଁରେ ନାଇକ ଘର ପିଣ୍ଡାରେ ଗୋରୁଶାଳର ତାଟି ବନ୍ଧା ହୋଇଥିବା ଜାଗାରେ ଜଙ୍ଗଲ ଜମାନର ଛାଉଣି ପଡ଼େ
(ଶ) ନାଇକ ଖଜଣା ଅସୁଲ କରି କାହାକୁ ଦିଏ ?
: ଉ : ନାଇକ ଖଜଣା ଅସୁଲ କରି ରଜାଘର ରିବିଣି ଅମିନକୁ ଦିଏ ।
(ଷ) କିଏ ରଇତମାନଙ୍କଠାରୁ ଉଚ୍ଚରେ ?
ଉ : ନାଇଜ ରଇତମାନଙ୍କଠାରୁ ଉଚ୍ଚରେ ।
(ସ) ଶରଶୁପଦର ଗାଁର ଚାରିଆଡ଼େ କ’ଣ ହୁଲର ହୋଇଗଲା ?
ଉ : ଜଙ୍ଗଲ ଜମାନ୍ ଗାଁକୁ ଆସିବାରୁ ଚାରିଆଡ଼େ ହୁଲର ହୋଇଗଲା ଗାରଡ଼—ଗାରଡ଼, ଜମାନ–ଜମାନ ।
(ହ) ବଣରେ ଗୋରୁ ଚରାଇବା ପାଇଁ ଜଙ୍ଗଲ ଜମାନକୁ କ’ଣ ଦେବାକୁ ପଡ଼େ ।
ଉ : ବଣରେ ଗୋରୁ ଚରାଇବା ପାଇଁ ହଳପିଛା ଲଙ୍ଗଳ, ‘ପାନୁ’ ଟିକସ ଦେବାକୁ ପଡ଼େ ।
(କ୍ଷ) ସୁକୃଜାନିର କ’ଣ ଦରକାର ?
ଉ : ସୁକୃଜାନିର ଜମି ଦରକାର ।
(ୟ) ‘ପରଜା’ ସମାଜର ରୀତି କ’ଣ ?
ଉ : ପରଜା ସମାଜର ରୀତି ହେଉଛି ପୁଅମାନେ ବିଭାହେଲେ ନିଆରା ଘରେ ରହିବେ ।
(ଲ) କେତେ ଟଙ୍କା ଦେଇ ସୁକୃଜାନି ଜଙ୍ଗଲ ଜମାନକୁ ଜମିପାଇଁ ନିବେଦନ କଲା ।
ଉ : ଅଣ୍ଟାରୁ ଯୋଡ଼ିଏ ଟଙ୍କା ଦେଇ ସୁଗ୍ଧଜାନି ଜଙ୍ଗଲ ଜମାନଙ୍କୁ ଜମିପାଇଁ ନିବେଦନ କଲା ।
(କ୧) ଗାଁ ତୁଠରେ ଜିଲି କ’ଣ କରୁଥୁଲା ?
ଉ : ଗାଁ ତୁଠରେ ଜିଲି ‘ଗୁର୍ଦି’ ଶାଗ ଧୋଉଥିଲା ।
(କ୨) କାଜୋଡ଼ି କାହାର ଝିଅ ?
ଉ : କାଜୋଡ଼ି ପୁନିଜାନିର ଝିଅ ।
(କ୩) ମାଣ୍ଡିଆଜାନି ପାଇଁ କାହାକୁ ମନୋନୀତ କରାଯାଇଛି ?
ଉ : ମାଣ୍ଡିଆଜାନି ପାଇଁ ପୁରଜାନିର ଝିଅ ‘କାଜୋଡ଼ି’କୁ ମନୋନୀତ କରାଯାଇଥିଲା ।
(କ୪) ଦିନା କେତେ ହେଲା ଗାଁରେ କେଉଁ ଗପ ଚହଟିଛି ?
ଉ : ଦିନା କେତେ ହେଲା ଗାଁରେ ଗପ ଉଠିଛି ବାଗ୍ଲା ଆଉ ଜିଲି ପରସ୍ପର ଭଲ ପାଉଛନ୍ତି । ବିଭା ହେବେ ।
(କ୫) ଶରଶୁ ପଦର ଗାଁ କେଉଁଠି ?
ଉ : କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଧର୍ମଦୁଆର ଘାଟି ପଡ଼େ, ସେହି ଘାଟିଠୁ ଭିତରକୁ ଗଲେ ଗୋଟିଏ ଛୋଟ ଗାଁ ପଡ଼େ ତାହା ଶରଶୁ ପଦର ଗାଁ ନାମରେ ପରିଚିତ ।
(କ୬) ସମ୍ବାରୀ କିଏ ? ତା’ର ପରିଚୟ କ’ଣ ?
ଉ : ପରଜା ସାହିର ଅଧୂବାସୀ ସୁକୃଜାନି । ତା’ର ଭାରିଜା ସମ୍ବାରୀ, ଯାହାକୁ ତିନିବର୍ଷ ତଳେ ମହାବଳ ବାଘ ଘୋଷାରି ନେଇଯାଇଛି ।
(କ୭) ସୁକୃଜାନି କେତେବେଳେ ଧୂଆଁପତ୍ର ବଳେ ?
ଉ : ସନ୍ଧ୍ୟା ସମୟରେ ପିଲାମାନେ ନିଜ କାମରେ ବ୍ୟସ୍ତ ରୁହନ୍ତି | ଝିଅ ଦୁଇଜଣ ରୋଷେଇରେ ଏବଂ ପୁଅ ଦୁଇଜଣ ପାହାଡ଼ ଖୋଳି ହାଲିଆ ହୋଇ ଫେରନ୍ତି | ସୁକୃଜାନି ସେତିକିବେଳେ ଧୂଆଁପତ୍ର ଖଣ୍ଡେ ବଳି ବଳି ପିକା ଖଣ୍ଡିଏ ଟାଣିଥାଏ ।
(କ୮) କାନ୍ଥ ବାଡ଼ରେ କ’ଣ ଟଙ୍ଗା ହୋଇଛି ?
ଉ : ସୁକୃଜାନି ଘରର କାନ୍ଥ ବାଡ଼ରେ ପତର ସିଆଁ ‘ତଲ୍’ ବା ପିଠିପଖୁଆ ‘ତଲାରି’ ବା ମୁଣ୍ଡର ଛତା ଟଙ୍ଗା ହୋଇଛି |
(କ୯) ସୁଜାନିର ଘରକରଣା କହିଲେ କ’ଣ ବୁଝ ?
ଉ : ଆମ୍ବଟାକୁଆ, ବାରିବାଇଗଦା ମଞ୍ଜି, ପତର-ସିଆଁ କୁମ୍ପି, ଆଠ ଦଶମାଣ ମାଣ୍ଡିଆ, ତିନିଚାରୋଟି ହାଣ୍ଡି, କୌପୁନୀ, ଲୁଗା ଓ ତିନି ଚାରି ପୁଞ୍ଜା ଲାଉତୁମ୍ବା ଏବଂ କିଛି ପତର-ସିଆଁକୁ ନେଇ ସୁକୃଜାନିର ଘରକରଣା ।
(କ୧୦) ମଣିଷଖୁଆ ମହାବଳ ବାଘ କ’ଣ କଲା ?
ଉ : ସୁଜାନିର ଭାରିଜା ସମ୍ବାରୀ ‘ଭାଲୁଗାଡ଼’ ଝୋଲାକୁ ସକାଳୁ ଶାଗ ତୋଳିବା ପାଇଁ ଯାଇଥିଲା । ସେଠାରେ ଏକ ମଣିଷଖୁଆ ମହାବଳ ବାଘ ସମ୍ବାରୀକୁ ଘୋଷାରି ନେଇଯାଇଥିଲା ।
(କ୧୧) ସୁଜାନିର ସକାଳେ ସଞ୍ଜବେଳେ କ’ଣ ଊଣା ହୋଇନାହିଁ ?
ଉ : ସଞ୍ଜ ସକାଳେ ମାଣ୍ଡିଆ ପେଜ (ଯାଉ) ମୁନ୍ଦିକ କେବେ ଊଣାହୋଇନି ।
(କ୧୨) ନୂଆଣିଆଁ କୁଡ଼ିଆରେ କିଏ ବାସକରନ୍ତି ?
ଉ : ସୁଜାନି ଓ ତା’ର ଚାରୋଟି ତାଂଡ଼ା (ଯୁବା) ଧାଡ଼ୀ (ଯୁବତୀ) ନୂଆଣିଆଁ କୁଡ଼ିଆ ଘରେ ବାସକରନ୍ତି ।
(କ୧୩) ଜିଲି ନୋହିଲେ ବିଲି ଚୁଲିରେ କ’ଣ ରାନ୍ଧନ୍ତି ?
ଉ : ସନ୍ଧ୍ୟାସମୟରେ ଜିଲି ନୋହିଲେ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୂନା କି ଶାଗ ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ବସାନ୍ତି ।
(କ୧୪) ମାଣ୍ଡିଆ ଓ ଟ୍ରିକା କିପରି ହାଲିଆ ହୋଇଯାଆନ୍ତି ?
ଉ : ସୁକୃଜାନିର ଦୁଇପୁଅ ମାଣ୍ଡିଆ ଓ ଟିକ୍ରା ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ, ହାତରେ କୋଡି଼ ଧରି ହାଲିଆ ଘାଲିଆ ହୋଇ ସନ୍ଧ୍ୟାବେଳେ ଫେରନ୍ତି ।
(କ୧୫) ଭୂତ ବା ‘ଡୁମ୍ବା’ ବିଷୟରେ ସୁକୃଜାନି କ’ଣ କହେ ?
ଉ : ସୁକୃଜାନି ବିଶ୍ଵାସ କରେ ଯେ ସବୁରି କର୍ଭା ଗୋଟିଏ ଲେଖାଁ ଭୂତ ବା ‘ଡୁମ୍ବା’ । ଆକାଶ, ଜଙ୍ଗଲ, ସଞ୍ଜ ଓ ରାତି ସବୁ ଏଇ ‘ଡୁମା’ ଯାଦୁକର ଗଢ଼ିଛି । ଏଇ ଝଡ଼ିତୋଫାନ, ଦୁଃଖ ଦୁର୍ଦ୍ଦଶା, ସୌଭାଗ୍ୟ ଓ ଆନନ୍ଦ ସବୁ ଆଣିଦିଏ ଏ ଡୁମା ।
(କ୧୬) ସନ୍ତସନ୍ତିଆ ଜାଗାରେ କ’ଣ ହୁଏ ?
ଉ : ସନ୍ତସନ୍ତିଆ ଜାଗାରେ ଧାନ ଭଲ ହୁଏ ।
(କ୧୭) ସୁଜାନିର ବର୍ତ୍ତମାନର ଚାଷଭୂଇଁ କିପରି ପରିଣତ ହେଲା ?
ଉ : ସୁକୃଜାନି ଓ ଲୋବୋ କନ୍ଧ ମିଶି ଢୁ ଢୁ ବରଷାରେ କୁରାଢ଼ିରେ ହାଣି ପାହାଡ଼ର ମୁଣ୍ଡକୁ ଚନ୍ଦା କଲେ; ଯାହା ବର୍ତ୍ତମାନରେ ତା’ର ଚାଷଭୂଇଁରେ ପରିଣତ ହୋଇଛି ।
(କ୧୮) ସୁଜାନି ଆପଣା ଭବିଷ୍ୟତର କି ଦୃଶ୍ୟ ଦେଖେ ?
ଉ : କେଉଁ ଉପକାରୀ ଡୁମାର ହାତ ଲାଗି ସବୁ ସୁନ୍ଦର ହୋଇଛି ଏବଂ କେତେ ଘର ତୋଳା ହୋଇଛି । ମାଣ୍ଡିଆ, ଟିକ୍ରା ବାହାସାହା ହୋଇଛନ୍ତି, ପୁଅ, ପୁଅର ପୁଅ, ପୁଅର ପୁଅର ପୁଅ, ଦି’ କୋଡ଼ି ତିନିକୋଡ଼ି ଗୋରୁଗାଈ, ଘର ଆଗରେ ଗୁହାଳ, ଗୋବରଖତ ଏହିସବୁ ଭବିଷ୍ୟତର ଦୃଶ୍ୟ ଦେଖେ ସୁକୃଜାନି ।
(କ୧୯) ଜିଲି ଏବଂ ବିଲି କେଉଁଠି ଗାଧୋଉଥିଲେ ?
ଉ : ପାହାଡ଼ତଳ ଝୋଲାରେ ଜିଲି ବିଲି ଦି’ଭଉଣୀ ଗାଧୋଉଥିଲେ ।
(କ୨୦) କେଉଁଠାରୁ ପାଣି ମାଠିଆ ଧରି ସେମାନେ ଆସନ୍ତି ?
ଉ : ପାହାଡ଼ତଳ ଝୋଲାରୁ ପାଣି ମାଠିଆ ଧରି ପରଜା ସ୍ତ୍ରୀଲୋକ ପାଣି ଆଣନ୍ତି ।
(କ୨୧) ଡୁଡୁମାର ପାଣି କିପରି ତଳକୁ ଆସୁଛି ?
ଉ : ଡୁଡୁମା ପାଣି ଇଂଚ ଋଞ୍ଚରା ଉପରେ ଧଳା ପାଣି ଡେଇଁ ଡେଇଁ ଦୁଲ୍ ଦୁଲ୍ ହୋଇ କଚାଡ଼ି, ଗଡ଼ି ଗଡ଼ି ବଣରେ ଏହିପରି ଅନେକ ଡୁଡୁମା ଜଳ ତଳକୁ ଆସୁଛି ।
(କ୨୨) ସଭ୍ୟ ଜଗତ ଲୋକର ବେଶଭୂଷା କିପରି ଦେଖାଯାଏ ?
ଉ : ଅଧା ଲଙ୍ଗୁଳି ଦେଶରେ ଯିଏ ଜଙ୍ଘିଆ ଏବଂ କାମିଜ୍ ପିନ୍ଧି ଆସେ ସିଏ ସଭ୍ୟ ଜଗତର ଲୋକ ବୋଲି ତା’ର ବେଶଭୂଷାରୁ ଜଣାପଡ଼େ ।
(କ୨୩) କିଏ ହରଡ଼ ଚଢ଼େଇ ଖୋଜିବାର ବାହାନା କରୁଥିଲା ?
ଉ : ଝୋଲାର କୂଳେ କୂଳେ ଜଙ୍ଗଲ ଜମାନ୍ ବା ଗାରଡ଼ ହରଡ଼ ଚଢ଼େଇ ଖୋଜିବାର ବାହାନା କରୁଥିଲା ।
(କ୨୪) ଜଙ୍ଗଲ ଜମାନ୍ କାମ କ’ଣ ?
ଉ : ଜଙ୍ଗଲ ଜମାନ୍ର କାମ ବଣ ଜଗିବା, କିଏ ବଣ ହାଣି ପକାଉଛି ନିଘା କରିବା, ଧର ପକଡ଼ କରିବା, ଗର୍ଜନ କରିବା ଏହିସବୁ କାମ ଜଙ୍ଗଲ ଜମାନ୍ର ।
(କ୨୫) ଜଣେ ଜଙ୍ଗଲ ଜମାନର ଜଖଲରେ କ’ଣ ପଡ଼େ ?
ଉ : ଦଶ ପନ୍ଦର କୋଶ ନିଘଞ୍ଚ ଜଙ୍ଗଲ, ଆପଦସଙ୍କୁଳ ବା ଜୀବଜନ୍ତୁର ଦଖଲରେ ଥାଏ ଜଣେ ଜଙ୍ଗଲ ଜମାନ୍ ।
(କ୨୬) ପରଜା ବିନୟ ଭଙ୍ଗୀରେ କ’ଣ କହିଲା ?
ଉ : ଜଙ୍ଗଲ ଜମାନ୍ ପାଖକୁ ସୁକୃଜାନି ଯାଇ ଉପାଧ୍ଆ ପଡ଼ିଲା । ପରଜା ବିନୟ ଭଙ୍ଗୀରେ କହିଲା, ମହାପ୍ରଭୁ’ ତୁ ଦୟା ନ କଲେ ଆମେ ମରିଯିବୁ
(କ୨୭) ଜଙ୍ଗଲ ଜମାନ୍ ତା’ ଛାଉଣି କିପରି ଉଠେଇ ନେଲା ।
ଉ : ଜଙ୍ଗଲ ଜମାନ ଗାଁକୁ ଆସିବାରୁ ନାଇକ, ଜଗୁଆଳ ଏବଂ କର୍ମକର୍ତ୍ତା ଚହଳ ପକାଇଲେ । ଫଳରେ ଗାଁର ସମସ୍ତ ପରଜା ତାକୁ ଭେଟିଦେବା ପାଇଁ କୁକୁଡ଼ା ଡିମ୍ବ, ପଣସ, ଟଙ୍କା ଆଣିଲେ । ଏସବୁ ବୁଜୁଳା ପୁଟୁଳା ବାନ୍ଧି ଜଙ୍ଗଲ ଜମାନ୍ ତା’ ଛାଉଣି ଉଠେଇ ନେଲା ।
(କ୨୮) ବାରିକ କ’ଣ କଲା ?
ଉ : ଜଙ୍ଗଲ ଜମାନ୍କୁ ଯାହା ଭେଟି ମିଳିଲା ସେହି ଜିନିଷ ସବୁ ବୋହିବାକୁ, ସ୍ଫରିଜଣ ଭେଣ୍ଡିଆଙ୍କୁ ବାରିକ ଟାଣି ଓଟାରି ହାଜର କଲା ।
(କ୨୯) କେଉଁଠାରେ ଟୋକୀମାନେ ଜମିଲେ ?
ଉ : ଛାଇ ଲେଉଟା ବେଳ ହେବାରୁ ଝୋଲା ତୁଠରେ ଟୋକୀମାନେ ଏକାଠି ହେଲେ ।
Sarsupadar 2 Mark Question Answer
୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ – ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।
(ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଲେଖା ଓ ଲେଖକଙ୍କ ନାମ ଦିଆଯିବ।)
(କ) କେଉଁଠାରେ ‘ଧର୍ମଦୁଆର’ ଘାଟି ପଡ଼େ ?
ଉ : କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ବା ଲକ୍ଷ୍ମୀପୁରରେ ପହଞ୍ଚିବାକୁ ଦେଢ଼କୋଶ ଆଗରୁ ଯେଉଁ ଭୟଙ୍କର ଘାଟି ପଡ଼େ । ତାହାକୁ ‘ଧର୍ମଦୁଆର’ ଘାଟି କୁହାଯାଏ ।
(ଖ) ‘ଶଶୁ ପଦର’ରେ ଥିବା ସାହିମାନଙ୍କ ନାମ କ’ଣ ?
ଉ : ଶଶୁ ପଦର ଗାଁରେ ପାଖାପାଖି ହୋଇ ତିନିଜାତିର ଲୋକେ ମେଁଚି କୁଡ଼ିଆ ଘରେ ବାସକରନ୍ତି । ତିନି ସାହିଗୁଡ଼ିକ ହେଲା ଡମ୍ବ ସାହି, ଗାଦ୍ ସାହି ଓ ପରଜା ସାହି ।
(ଗ) ସୁକୃଜାନିର ସଂସାର କହିଲେ କିଏ ?
ଉ : ଶରଶୁ ପଦର ଗାଁର ପରଜା ସାହିରେ ସୁକ୍ଜାନି ତା’ର ଟିକି ସଂସାରକୁ ନେଇ ହସଖୁସିରେ ଚଳେ । ତା’ର ସଂସାର କହିଲେ ନିଜେ ସୁକୃଜାନି, ବଡ଼ପୁଅ ମାଣ୍ଡିଆଜାନି, ସାନପୁଅ ଟିକ୍ରାଜାନି, ଆଉ ଦୁଇଝିଅ ଜିଲି, ବିଲି ।
(ଘ) ସମ୍ବାରୀ କିପରି ମୃତ୍ୟୁବରଣ କଲା ?
ଉ : ସୁକୃଜାନିର ପତ୍ନୀ ସମ୍ବାରୀର ମୃତ୍ୟୁ ତିନିବର୍ଷ ପୂର୍ବରୁ ହୋଇଯାଇଛି । ସମ୍ବାରୀ ‘ଭାଲୁଗାଡ଼’ ଝୋଲାକୁ ସକାଳୁ ଶାଗ ତୋଳିବା ପାଇଁ ଯାଇଥିଲା । ‘କୋରାପୁଟିଆ ବୁଝାର’ ବୁଦାଗହଳରୁ ମଣିଷଖିଆ ମହାବଳ ବାଘ ତାକୁ ଘୋଷାରି ଘେନିଗଲା |
(ଙ) ସୁକୃଜାନି ତା’ ଟିକି ସଂସାରକୁ ଘେନି କିପରି ଚଳୁଥୁଲା ?
ଉ : ସୁକୃଜାନି ଟିକି ସଂସାର ଗୋଟିଏ ବଖରା ଭିତରେ ଚଳନ୍ତି । ସେହି ଛୋଟ ବଖରା ଖଣ୍ଡିକ ଭିତରେ ଦୁଇପୁଅ, ଦୁଇଝିଅ ସହ କିଛି ଆମ୍ବଟାକୁଆ, ତେଲ ହେବାପାଇଁ ବାରିବାଇଗବା ମଞ୍ଜି, ତିନି ଚାରୋଟି ହାଣ୍ଡି, ଲାଉତୁମ୍ବା, ତଲରା ଓ ତିଲରି ଥା’ନ୍ତି ।
(ଚ) ସୁକୃଜାନି କେତେବେଳେ ଆଶ୍ରମମୟ ତୃପ୍ତି ପାଏ ।
ଉ : ସୁକୃଜାନି କାନ୍ଧରେ ଟାଙ୍ଗିଆ, ହାତରେ କୋଡ଼ିଧରି ଦୁଇପୁଅ ମାଣ୍ଡିଆ ଓ ଟିକ୍ରାସହ ପାହାଡ଼ ଖୋଳିବାକୁ ଯାଆନ୍ତି । ଘରକୁ ହାଲିଆ ହୋଇ ଫେରି ପିଣ୍ଡା ଉପରେ ବସିପଡ଼ନ୍ତି । ସୁକୃଜାନି ଧୂଆଁପତ୍ର ଖଣ୍ଡେ ବଳି ବଳିକା ପିକା ଖଣ୍ଡିଏ ଟାଣେ, ଆଉ ମନଭିତରେ ଗୋଟିଏ ଆଶ୍ରୟମୟ ତୃପ୍ତି ଅନୁଭବ କରେ ।
(ଛ) ଜିଲି ଓ ବିଲି ହାଣ୍ଡିରେ କ’ଣ ଅଜାଡ଼ି ଚୁଲିରେ ବସାନ୍ତି ।
ଉ : ଜିଲି ଓ ବିଲି ହାଣ୍ଡିରେ ମାଣ୍ଡିଆ ଚୁନା କି ଶାଗ କି ଫେସା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି, ଚୁଲିରେ ବସାନ୍ତି ।
(ଜ) ମାଣ୍ଡିଆ ଓ ଟିକ୍ରା କେତେବେଳେ ପିଣ୍ଡାରେ ହାଲିଆ ଘାଲିଆ ହୋଇ ବସିପଡ଼ନ୍ତି ?
ଉ : ସୁକୃଜାନିର ଦୁଇପୁଅ ମାଣ୍ଡିଆ ଓ ଟିକ୍ରା । ଦୁହେଁ ସୁକୃଜାନିକୁ ପାହାଡ଼ ଖୋଳିବାରେ ସାହାଯ୍ୟ କରନ୍ତି । ପାହାଡ଼ ଖୋଳି ଖୋଳି ହାଲିଆ ଘାଲିଆ ହୋଇ ପିଣ୍ଡା ଉପରେ ବସିପଡ଼ନ୍ତି |
(ଝ) ମାଣ୍ଡିଆଜାନି କାହାପରି ଦେଖିବାକୁ ?
ଉ : ସୁକୃଜାନିର ବଡ଼ପୁଅ ମାଣ୍ଡିଆଜାନି ଠିକ୍ ସୁକୃଜାନି ପରି ଦେଖାଯାଏ । ସୁକୃଜାନି ତା’ ଟୋକା ସମୟରେ ଯେପରି ଦିଶୁଥିଲା ସେହିପରି– ଛୋଟ ପିଲାପରି ମୁହଁ, କୃଷକ ଦେହ, ଅତି ସରଳ, ଭୋକ ଶୋଷ ମାନେ ନାହିଁ, ସବୁବେଳେ ଖାଲି ହସ ।
(ଞ) ଟିକ୍ରା ଓ ତା’ ମା’ ମଧ୍ୟରେ ଥିବା କେଉଁ ସମାନତା ସୁକୃଜାନିର ମନେ ପଡ଼ିଯାଏ ?
ଉ : ସୁକ୍ଜାନିର ସାନପୁଅ ଟିକ୍ରା, ଠିକ୍ ତା’ ମଲା ମାଆର ମୁହଁ ପରି ଡବଡବ ଆଖୁ, ଆଉ ତର ତର କଥା, ଏହି ସବୁ ସମାନତା ସୁକୁଜାନିର ମନେ ପଡ଼ିଯାଏ ।
(ଟ) ସୁକୃଜାନି କେତେବେଳେ ସଞ୍ଜର ଶାନ୍ତି ଓ ଖୋଲା ପାହାଡ଼ର ଶାନ୍ତି ପିଇଯାଏ ?
ଉ : ସନ୍ଧ୍ୟାବେଳେ ସୁକୃଜାନିର ପରିବାର ନିଆଁ ପାଖେ ବସି ଏକାଠି ଖାଆନ୍ତି । ସୁକୃଜାନି ପରେ ପିଙ୍କା ଖଣ୍ଡିଏ ଲଗାଇ ସେଥୁରେ ନିଆଁ ଦିଏ, ସେହି ଧୂଆଁ ଟାଣୁ ଟାଣୁ ସଞ୍ଜର ଶାନ୍ତି ଓ ଖୋଲା ପାହାଡ଼ର ଶାନ୍ତି ଅନୁଭବ କରେ ।
(0) ବିଲି କେତେବେଳେ ଦୁଇ ହାତରେ ପାଣି ଚବର ଚବର କରୁଥିଲା ?
ଉ : ସୁକୃଜାନି ସାନଝିଅ ବିଲି ଏବଂ ବଡ଼ଝିଅ ଜିଲି ନାଳର ବାଙ୍କରେ ନିରୋଳାରେ ଗାଧୋଉଥିଲେ । ଏହି ସମୟରେ ବିଲି ଖଟା ‘ ଚିଲି’ ଫଳର ସାବୁନ ଫେଣ ମୁଣ୍ଡରେ ରଗଡ଼ୁଥିଲା ଏବଂ ପାଣିରେ ମୁଣ୍ଡକୁ ମାଡ଼ି ଦେଇ ଦୁଇ ହାତରେ ପାଣି ଚବର ଚବର କରୁଥିଲା ।
(ଡ) ଜିଲି ଓ ବିଲି ଗାଧୋଉଥିଲାବେଳେ କିଏ ସିଧା ଆଖିରେ ଚାଲିଗଲେ ?
ଉ : ଜିଲି ଓ ବିଲି ନାଳର ବାଙ୍କରେ ନିରୋଳାରେ ଗାଧୋଉଥିଲେ । ସେହି ସମୟରେ ଯୋଡ଼ିଏ ପରଜା ସିଧା ଆଖରେ ଚାଲିଗଲେ । ସେମାନେ ଢିପ ଉପରେ କାଉଡ଼ି ବୋହି କପାଳର ଝାଳ ପୋଛି ପୋଛି ଚାଲିଗଲେ ।
(ଢ) ଝୋଲା କୂଳେ କୂଳେ ଆଉ ଜଣେ ଲୋକ କ’ଣ କରୁଥିଲା ?
ଉ : ଝୋଲା କୂଳେ କୂଳେ ଲୁଚିଛପି ଆଉ ଜଣେ ଲୋକ କୋଳି ଗଛରେ ହରଡ଼ ଚଢ଼େଇ ଖୋଜିବା ବାହାନାରେ କାନ୍ଧରେ ବନ୍ଧୁକ ପକେଇ ଏକର ସେକର ହେଉଥିଲା ।
(ଣ) ଜଙ୍ଗଲ ଜମାନ୍ ଏକା ଜାଗାକେ କାହାକୁ କିପରି ଚାହିଁ ରହିଥିଲା ?
ଉ : ପାଣିରେ ଦୁଇଭଉଣୀ ଜିଲି ଓ ବିଲି ଗାଧୋଉଥିବାବେଳେ ଲୁଚିଛପି ଜଙ୍ଗଲ ଜମାନ୍ ବାହାନାରେ ଗୋଟେ ଗଛକୁ ଚାହୁଁଥିଲା । ଜଙ୍ଗଲ ଜମାନ୍ ଏକା ଜାଗାକେ ଗୋଟାଏ ଗଛକୁ ଉଣ୍ଡିବା ବାହାନାରେ କେତେବେଳୁ ପାଣିକୁ ଚାହୁଁଥିଲା ।
(ତ) ‘ତୁମ ପାଦୁକା ଶୀତଳ ଥାଉ’ କିଏ କାହାକୁ କହିଛି ?
ଉ : ଗାଁ ନାଇକ ଖଜଣା ଅସୁଲ କରି ଜଙ୍ଗଲ ଜମାନକୁ ଦେଇଥାଏ । ଗାଁକୁ ଜଙ୍ଗଲ ଜମାନର ଆଗମନ କଥା ଶୁଣି କୌପୁନୀ ଉପରେ ପୁରୁଣା କୋଟ ପିନ୍ଧି, ମୁଣ୍ଡରେ ପଗଡ଼ି ପିନ୍ଧି, ମୁଣ୍ଡକୁ ଅଂଟାତଳକୁ ଭାଙ୍ଗିଦେଇ ଦୁଇ ହାତରେ ଅଧିକାରୀର ପାଦ ଛୁଇଁ ମୁଣ୍ଡରେ ମାରି ଜୁହାର ଗାରଡ଼ ମହାପୁ, ତୁମର ପାଦୁକା ଶୀତଳ ଥାଉ ବୋଲି କହିଛି ।
(ଥ) କିଏ ଗାରଡ଼ ଜମାନ୍ କଥା ଚାରିଆଡ଼େ ଚହଳ ପକାଇ ବୁଲିଲା ?
ଉ : ଗାଁ ନାଇକ ଜଙ୍ଗଲ ଜମାନର ଆଗମନ ଦେଖି ତା’କୁ ଜୁହାର କରିଛି । ନାଇକର ହାତବାରିଶି ତଥା ଗାଁ ଜଗୁଆଳ ଏବଂ ଅନ୍ୟ କର୍ମକର୍ତ୍ତା ବାଡ଼ି ହଲେଇ ଚାରିଆଡ଼େ ଗାରଡ଼, ଗାରଡ଼, ଜମାନ, ଜମାନ କହି ଚହଳ ପକାଇଥିଲେ ।
(ଦ) ଗାରଡ଼ ଜମାନ କଥା ଚହଳ ପଡ଼ିବା ପରେ କ’ଣ ହେଲା ?
ଉ : ଗାଁରେ ଜଙ୍ଗଲ ଜମାନର ଆଗମନ ହେବାରୁ ଗାଁରେ ଏକପ୍ରକାର ଚହଳ ପଡ଼ିଗଲା । ଗାଁଲୋକେ ଚାଉଳ, ଡାଲି ପନିପରିବା ଏବଂ ଅନ୍ୟ ସବୁ ଜିନିଷ ଧରି ଜମାନ୍କୁ ଭେଟିବାକୁ ଆସିଲେ ।
(ଧ) ସୁକୃଜାନି କେଉଁ ଆଡ଼କୁ ଚାହିଁ ଦୀର୍ଘଶ୍ବାସ ଯାଏ ଓ କାହିଁକି ?
ଉ : ସୁକୃଜାନି ନିଜ ଘରସଂସାରକୁ ଆଗକୁ ନେବାପାଇଁ ମନେ ମନେ ଅନେକ ସ୍ଵପ୍ନ ଦେଖିଲା । ସୁକୃଜାନି ର ଜମି ଦରକାର । ତା’ର ପୁଅ ବାହା କରିବ ଏବଂ ପୁଅର ପୁଅ ଦେଖିବ ଏହି ସ୍ଵପ୍ନ ଦେଖି ଉଚ ମାଳି ଦମକ ଆଡ଼କୁ ଚାହିଁ ଦୀର୍ଘଶ୍ବାସ ପକାଇଲା ।
(ନ) ସୁକୃଜାନିର ବଡ଼ ବଡ଼ କାଠ କାହିଁକି ଦରକାର ?
ଉ : ପୁଅମାନଙ୍କୁ ବାହା କରିବା ପାଇଁ ସୁକୃଜାନିର ହାତ ଖୁଲୁ ଖୁଲୁ ହେଲାଣି, ଜଙ୍ଗଲ ଜମାନକୁ ହାତକରି କିପରି ଜମି ଆଣି ସଫାକରିବ, ଆହୁରି ଘର ତୋଳିବା ପାଇଁ ସୁକୃଜାନିର ବଡ଼ ବଡ଼ କାଠ ଦରକାର, କାରଣ ତାଙ୍କର ‘ପରଜା’ ସମାଜ ରୀତିରେ ଅଛି ପୁଅମାନେ ବିଭାହେଲେ ନିଆରା ଘରେ ରହିବେ ।
(ପ) ସୁକୃଜାନି କାହା ପାଖରେ କେତେବେଳେ ଓ କ’ଣ ଧରି ଉପାଧୁଆ ପଡ଼ିଲା ?
ଉ : ସୁକୃଜାନିର ଜମି ଦରକାର । କେବଳ ଜଙ୍ଗଲ ଜମାନ୍ ଚାହିଁଲେ ଜମି ମିଳିବ । ଜମାନର ଦୟାରୁ ତା’ର ସ୍ୱପ୍ନ ପୂରଣ ହେବ । ସେଥିପାଇଁ ସୁକୃଜାନି ଦିନ ଦ୍ବିପହରରେ ଯୋଡ଼ିଏ କୁକୁଡ଼ା, ତିନୋଟି ଫାସ ଧରି ଜଙ୍ଗଲ ଜମାନ୍ ପାଖେ ଉପାଧୁଆ ପଡ଼ିଲା ।
(ଫ) ସୁକୃଜାନି ପରଜାର ବିନୟ ଭଙ୍ଗୀରେ କ’ଣ କହିଲା ?
ଉ : ସୁକୃଜାନି ଜମିର ଆବଶ୍ୟକତା ଯୋଗୁ ଜଙ୍ଗଲ ଜମାନଙ୍କୁ ଅନେକ ଜିନିଷ ଦେଇଛି, ସୁକୃଜାନି ଜଙ୍ଗଲ ଜମାନ୍ ଆଗରେ ଉପାଧୂଆ ପଡ଼ି ପରଜାର ବିନୟ ଭଙ୍ଗୀରେ କହିଲା– “ ମହାପ୍ରଭୁ” ତୁ ଦୟା ନ କଲେ ଆମେ ମରିଯିବୁ କାହିଁକି ?”
(ବ) ଆଜି ଗାଁର ଗପ କ’ଣ ?
ଉ : ଗାଁରେ ଜଙ୍ଗଲ ଜମାନର ଆଗମନ ହୋଇଥିବାରୁ ସମସ୍ତଙ୍କ ମୁହଁରେ ଖାଲି ତାହାର ଗପ । ବଡ଼ମାନେ ବଣ ହଣାହଣି କଥା କହୁଥିଲା ବେଳେ ଅଳ୍ପବୟସ୍କ ଝିଅମାନେ ତା’ର ଭାବଭାବ ବିଷୟରେ ସମାଲୋଚନା କରି ହସାହସି ହେଉଥିଲେ ।
(ଭ) ବାଗ୍ଲା କିଏ ?
ଉ : ବାଗ୍ଲା ରେଙ୍ଗୁ ପରଜlର ପୁଅ । ଗାଁରେ କେତେଦିନ ହେଲା ସମସ୍ତଙ୍କ ମୁହଁରେ ଗପ ଚାଲିଛି ବାଗ୍ଲା ଆଉ ଜିଲି ପରସ୍ପରକୁ ଭଲ ପାଉଛନ୍ତି ଏବଂ ବାହା ହେବେ ।
✍️ About the Author: Gopinath Mohanty
Gopinath Mohanty (20 April 1914 – 20 August 1991) is revered as a colossus of modern Odia literature and one of the greatest prose writers in India.
🌟 Life and Career
Background: Born in Nagabali village near Cuttack, he possessed a brilliant academic record and earned his M.A. in English Literature.
The Administrative Link: In 1938, he joined the Odisha Administrative Service.
His early postings took him deep into the tribal-dominated regions of the Koraput district. The Inspiration: Living among the local communities, he closely studied the lifestyle, traditions, and languages of tribes like the Kandha and Paraja.
These real-life experiences directly inspired his finest literary works, including the source material for Sarsupadar.
📚 Literary Contribution & Style
Gopinath Mohanty broke away from traditional, rigid prose.
24+ Novels (including masterpieces like Paraja, Amrutara Santana, Dadibudha, and Mati Matala)
Over 300 Short Stories distributed across 12 major collections
Multiple plays, biographies, essays, and translations of Western classics into Odia.
🏆 Prestigious Awards & Recognitions
Gopinath Mohanty's extraordinary contribution to literature earned him the highest honors at both state and national levels:
Sahitya Akademi Award (1955):
He was the first-ever recipient of this national award for his novel Amrutara Santana. Jnanpith Award (1973/74):
He received India’s highest literary honor for his epic fiction Mati Matala, making him the first Odia writer to win it. Padma Bhushan (1981): Conferred by the Government of India for his monumental contributions to literature.
sarsupadar question answer meher sir
+2 1st year sahitya jyoti sarsupadar question answer meher sir
meher sir plus two first year odia sarsupadar
sarsupadar odia story question answer meher sir
sarsupadar question answer
+2 1st year odia sarsupadar question answer
chse plus two 1st year odia chapter 1 question answer
sarsupadar odia story question answer long question
sahitya jyoti sarsupadar book questions answers
ଶରଶୁପଦର ପ୍ରଶ୍ନ ଉତ୍ତର
sarsupadar odia story question answer 2 mark
sarsupadar odia story question answer 3 number
plus two 1st year mil odia sarsupadar mcq
sarsupadar class 11 mil odia notes pdf
sarsupadar gopinath mohanty question answer

No comments:
Post a Comment