Type Here to Get Search Results !

Class 10 Science Chapter 2 ଅମ୍ଳ, କ୍ଷାରକ ଓ ଲବଣ Question Answer | BSE Odisha

Get complete Class 10 Science Chapter 2 ଅମ୍ଳ, କ୍ଷାରକ ଓ ଲବଣ (Acids, Bases and Salts) question answers, important notes, and textbook solutions for BSE Odisha students.


ଅମ୍ଳ, କ୍ଷାରକ ଓ ଲବଣ 

1. ଗୋଟିଏ ଦ୍ରବଣ ଲାଲ୍ ଲିଟ୍‌ସ୍‌କୁ ନୀଳରେ ପରିଣତ କରେ, ଏହାର pH ସମ୍ଭବତଃ ହୋଇଥିବ :

(a) 1
(b) 4
(c) 5
(d) 10
ଉ-
(d) 10

 2. ଗୋଟିଏ ଦ୍ରବଣ ଅଣ୍ଡା ଏହା ଚୂନପାଣିକୁ ଦୁଧ୍ଵ ଖୋଳପା ଖଣ୍ଡ ଗୁଡ଼ିକ ସହିତ ରାସାୟନିକ ପ୍ରତିକ୍ରିୟା କରି ଏକ ଗ୍ୟାସ୍ ଉତ୍ପନ୍ନ କରେ । କରିଦିଏ । ଏହି ଦ୍ରବଣଟିରେ ଅଛି :
(a) NaCl
(b) HCl
(c) LiCl
(d) KCl
ଉ-
(b) HCl

3. 10 ମିଲି ଲି. NaOHର ଏକ ଦ୍ରବଣ 8 ମିଲି ଲି. ପରିମାଣର ଦିଆଯାଇଥ‌ିବା ଏକ HCl ଦ୍ରବଣଦ୍ବାରା ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇଯାଏ । 20 ମିଲି ଲି. ପରିମାଣର ସେହି NaOH ଦ୍ରବଣକୁ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ କରିବା ପାଇଁ ଆବଶ୍ୟକ ପଡୁଥ‌ିବା ଉକ୍ତ HCl ଦ୍ରବଣର ପରିମାଣ ହେବ :
(a) 4 ମିଲି ଲି.
(b) 8 ମିଲି ଲି.
(c) 12 ମିଲି ଲି.
(d) 16 ମିଲି ଲି.
ଉ-
(d) 16 ମିଲି ଲି.

4. ନିମ୍ନଲିଖତ ଔଷଧଗୁଡ଼ିକ ମଧ୍ୟରୁ କେଉଁଟି ଅଜୀର୍ଣ୍ଣ ରୋଗକୁ ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ ?
(a) ପ୍ରତି ଜୈବିକୀ (Antibiotics)
(b) ପ୍ର1ଡ଼|ତାର1 (Analgestic)
(c) ପ୍ରତି- ଅମ୍ଳ (Antacid)
(d) ଡ1ବାଣ୍ଡକଣକ (Antiseptic)
Answer:
(c) ପ୍ରତି- ଅମ୍ଳ (Antacid)

5. ରାସାୟନିକ ପ୍ରତିକ୍ରିୟା ପାଇଁ ଶବ୍ଦ-ସମୀକରଣ ଏବଂ ତା’ପରେ ସମତୁଲ ସମୀକରଣ ଲେଖ ଯେତେବେଳେ :
(a) ଲଘୁ ସଲ୍‌ଫ୍ୟୁରିକ୍ ଏସିଡ୍ ଜିକ୍ କଣିକାଗୁଡ଼ିକ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(b) ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମ୍ୟାଗ୍ନେସିୟମ୍ ପାତ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(c) ଲଘୁ ସଫ୍ୟୁରିକ୍ ଏସିଡ୍ ଏଲୁମିନିୟମ୍ ଗୁଣ୍ଡ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(d) ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଲୁହାଗୁଣ୍ଡ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
Answer:
(a) ଜିଙ୍କ୍ + ଲଘୁ ସଫ୍ୟୁରିକ୍ ଏସିଡ୍ → ଜିଙ୍କ୍ ସଲଫେତ୍ + ତାଜତ୍ରୋଜେନ୍‌
Zn + H2SO4 → ZnSO4 + H2

(b) ମ୍ୟାଗ୍ନେସିୟମ୍ + ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ → ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ + ହାଇଡ୍ରୋଜେନ୍
Mg + 2HCl → MgCl2 + H2


(c) ଏଲୁମିନିୟମ + ଲଘୁ ସଫ୍ୟୁରିକ ଏସିଡ୍ → ଏଳୁମିନିୟମ୍ ସଳ୍ଫେଟ୍ + ହାଇଡ୍ରୋଜେନ୍
2Al + 3H2SO4 → Al2(SO4)3 + 3H2,

(d) ଲୁହାଗୁଣ୍ଡ + ହାଇଡ୍ରୋକ୍ଲୋରିକ୍ ଏସିଡ୍ → ଫେରିକ୍ କ୍ଲୋରାଇଡ୍ + ହାଇଡ୍ରୋଜେନ୍
2Fe + 6HCl → 2FeCl3 + 3H2









6.ଆଲ୍‌କହଲ୍ ଏବଂ ପ୍ଲା କୋଜ୍ ଭଳି ଯୌଗିକଗୁଡ଼ିକରେ ମଧ୍ୟ ହାଇଡ୍ରୋଜେନ୍ ଅଛି କିନ୍ତୁ ସେଗୁଡ଼ିକୁ ଅମ୍ଳର ଶ୍ରେଣୀଭୁକ୍ତ କରାଯାଇ ନାହିଁ । ଏହାକୁ ପ୍ରମାଣ କରିବା ପାଇଁ ଏକ ‘ତୁମ ପାଇଁ କାମ’’ ପରୀକ୍ଷା ବର୍ଣ୍ଣନା କର ।


ଉ: (i) ଦୁଇଟି ଠିପି ନେଇ ପ୍ରତ୍ୟେକରେ ଦୁଇଟି ଲେଖାଏଁ କଣ୍ଟା ପୋତାଯାଉ ।
"
(ii)ଠିପି ଦୁଇଟିକୁ 100 ମି.ଲି.ର ଦୁଇଟି ପୃଥକ୍ ବିକର ମଧ୍ଯରେ ରଖାଯାଉ ।

(iii) ଦୁଇଟି ପରିବାହୀ ତାର ନେଇ ପ୍ରତ୍ୟେକ ପରିବାହୀରେ ଗୋଟିଏ ଲେଖାଏଁ ସୁଇଚ୍ ଓ ଗୋଟିଏ ଲେଖାଏଁ ବଲ୍‌ବ ସଂଯୁକ୍ତ
କରାଯାଉ ।

(iv) ପରିବାହୀ ତାର ଦୁଇଟିକୁ ପୃଥକ୍ ଭାବରେ ଦୁଇଟି 6 ଭୋଲ୍ଟ ବ୍ୟାଟେରୀର ଦୁଇ ବିପରୀତ ବିଦ୍ୟୁତ୍ ଅଗ୍ର ସହ ସଂଯୁକ୍ତ
କରାଯାଉ ।

(v) ତତ୍‌ପରେ ଗୋଟିଏ ବିକରରେ କିଛି ଗ୍ଲୁକୋଜ୍‌ର ଜଳୀୟ ଦ୍ରବଣ ଓ ଦ୍ବିତୀୟଟିରେ କିଛି ଆଲ୍‌କହଲ୍ ନେଇ ସ୍ଵିଚ୍ ଦୁଇଟିକୁ ଅନ୍ କରି ବିଦ୍ୟୁତ୍ ପ୍ରବାହ କରାଯାଉ ।

(vi) ବର୍ତ୍ତମାନ ଦେଖାଯିବ ଯେ ଦୁଇଟିଯାକ ପରିପଥରେ ସଂଯୁକ୍ତ ବଲ୍‌ଗୁଡ଼ିକ ଜଳୁନାହିଁ ।


(vii) ଏଥୁରୁ ପ୍ରମାଣିତ ହୁଏ ଯେ ଗ୍ଲୁକୋଜ୍ ଓ ଆଲ୍‌କୋହଲ୍ ଭଳି ଯୌଗିକଗୁଡ଼ିକରେ ହାଇଡ୍ରୋଜେନ୍ ଥିଲେ ମଧ୍ୟ ସେମାନେ ହାଇଡ୍ରୋଜେନ୍ ଆୟନ (HT) ଦେବା ପାଇଁ ଅକ୍ଷମ । ତେଣୁ ଏହି ଦୁଇ ଯୌଗିକକୁ ଅମ୍ଳ ଶ୍ରେଣୀଭୁକ୍ତ କରାଯାଇନାହିଁ ।

(a) ଦୁଇଟି ପୃଥକ୍ ବିକରରେ କିଛି ଆଲ୍‌କୋହଲ୍ ଓ କିଛି ଗ୍ଲୁକୋଜ୍‌ର ଜଳୀୟ ଦ୍ରବଣ ନିଆଯାଉ । 

(b) ନୀଳ ଲିଟ୍‌ସ୍ ପେପରକୁ ପ୍ରଥମେ ଆଲ୍‌କୋହଲ୍ ଥିବା ବିକର୍‌ରେ ବୁଢ଼ାଯାଉ । ଦେଖାଯିବ ଯେ, ଲିଟମସ୍ ପେପର୍‌ର ବର୍ଣ୍ଣରେ କୌଣସି ପରିବର୍ତ୍ତନ ହେଉନାହିଁ ।

(c) ପୁନର୍ବାର ସେହି ନୀଳ ଲିଟ୍‌ସ୍ ପେପରକୁ ଗ୍ଲୁକୋଜ୍ ଦ୍ରବଣରେ ବୁଡ଼ାଯାଉ । ଦେଖାଯିବ ଏଠାରେ ମଧ୍ୟ ଲିଟମସ୍ ପେପର୍‌ର 25 ବର୍ଣ୍ଣରେ କୌଣସି ପରିବର୍ତ୍ତନ ହେଉନାହିଁ ।

(d) ଅର୍ଥାତ୍ ଆଲ୍‌କୋହଲ୍ ଓ ଗ୍ଲୁକୋଜ୍ ଭଳି ଯୌଗିକରେ ହାଇଡ୍ରୋଜେନ୍ ଥିଲେ ମଧ୍ୟ ସେମାନେ ଅମ୍ଳ ନୁହଁନ୍ତି । 

7. ପାତିତ ଜଳ ବିଦ୍ୟୁତ୍ ପରିବହନ କରିପାରେ ନାହିଁ, କିନ୍ତୁ ବର୍ଷାଜଳ ତାହା କରିପାରେ କାହିଁକି ?

ଉ :(i) ପାତିତ ଜଳ କେବଳ ଉଦ୍‌ଜାନ ଓ ଅମ୍ଳଜାନର ଏକ ଯୌଗିକ ।

(ii) ପାତିତ ଜଳରେ କୌଣସି ଆୟନ ନଥାଏ, ତେଣୁ ତାହା ବିଦ୍ୟୁତ୍ ପରିବହନ କରେ ନାହିଁ ।

(iii) ବର୍ଷାଜଳ ବିଦ୍ୟୁତ୍ ପରିବହନ କରେ ।


(iv) ବାୟୁମଣ୍ଡଳରେ ସଲ୍ଫର ଡାଇଅକ୍‌ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍‌ସାଇଡ୍ ଭଳି ଗ୍ୟାସ୍‌ମାନ ରହିଥାଏ ।

(v) ବର୍ଷାଜଳ ସହିତ ଏଗୁଡ଼ିକ ମିଶି ବିଭିନ୍ନ ପ୍ରକାର ଅମ୍ଳ ; ଯଥା : ନାଇଟ୍ରସ୍ ଏସିଡ୍, ନାଇଟ୍ରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ୍ ଓ
ସଲ୍‌ଫ୍ୟୁରିକ୍ ଏସିଡ୍ ସୃଷ୍ଟି ହୁଏ ।

(vi) ଅର୍ଥାତ୍ ବର୍ଷା ଜଳ ଅମ୍ଳୀୟ ଅଟେ । ଏହି ଅମ୍ଳୀୟ ଗୁଣ ଯୋଗୁଁ ବର୍ଷାଜଳ ବିଦ୍ୟୁତ୍ ପରିବହନ କରେ ।


8 . ଅମୃଗୁଡ଼ିକ ଜଳ ଅନୁପସ୍ଥିତିରେ କାହିଁକି ଅମ୍ଳୀୟ ପ୍ରକୃତି ପ୍ରଦର୍ଶନ କରନ୍ତି ନାହିଁ ?

ଉ :(i) ଅମ୍ଳଗୁଡ଼ିକ ଜଳ ଅନୁପସ୍ଥିତିରେ ହାଇଡ୍ରୋଜେନ୍ ଆୟନ (HT) ପ୍ରଦାନ କରନ୍ତି ନାହିଁ ।

(ii) ଅମ୍ଳଗୁଡ଼ିକ H* ଆୟନ ପ୍ରଦାନ କଲେ ହିଁ ସେମାନଙ୍କର ଅମ୍ଳୀୟ ଗୁଣ ପ୍ରକଟିତ ହୁଏ, ଯାହାକି ଅମ୍ଳଜଳରେ ମିଶିବା ଦ୍ବାରା ସମ୍ଭବ ହୁଏ ।
(iii) ଏହି କାରଣରୁ ଅମ୍ଳଗୁଡ଼ିକ ଜଳ ଅନୁପସ୍ଥିତିରେ ଅମ୍ଳୀୟ ଗୁଣ ପ୍ରଦର୍ଶନ କରନ୍ତି ନାହିଁ ।












Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad