Odia Medium Text Book Solution Here , Text Books Question Answer.

Saturday, March 22, 2025

Kia bhase Kia bude Question Answer

Class 6 Chapter 11 Kia bhase Kia bude Question Answer କିଏ ଭାସେ କିଏ ବୁଡେ .

Kia bhase Kia bude Question Answer


Class 6 Sahitya Chapter 11 Question Answer

୧ । ଉତ୍ତର କୁହ :

(କ) ଡାକବାଜି ଯନ୍ତ୍ରରେ ସକାଳୁ ଦୁଇଜଣ ଲୋକ କ’ଣ ପ୍ରଚାର କରୁଥିଲେ ?

ଉ: ଡାକବାଜି ଯନ୍ତ୍ରରେ ସକାଳୁ ଦୁଇଜଣ ଲୋକ ରାତିରେ ଅଭିନୀତ ହେବାକୁ ଥିବା ନାଟକ ବିଷୟରେ ପ୍ରଚାର କରୁଥିଲେ ।


(ଖ) ସେମାନେ କେଉଁ ନାଟକ କଥା ପ୍ରଚାର କଲେ ?

 ଉ: ସେମାନେ ସମ୍ପୂର୍ଣ ଏକ ନୂଆ ଧରଣର ନାଟକ ‘ଭାସିଲା ପଥର ବୁଡ଼ିଲା ଶୋଲ’ ନାଟକ କଥା ପ୍ରଚାର କଲେ ।


(ଗ) ପୋଲିସ୍ କାହାକୁ ଧରି ନେଇଗଲା ?

ଉ: ଯେଉଁ ଲୋକଟା ନିରୀହ ଓ ନିର୍ଦୋଷ ଥିଲା  ପୋଲିସ୍ ତାକୁ ଭୁଲ୍‌ରେ ଧରି ନେଇଗଲା ।


(ଘ) ଆର୍କିମେଡିସ୍ କ’ଣ କହି କହି ଦାଣ୍ଡରେ ଧାଇଁଲେ ?

 ଉ‍ : ଆର୍କିମେଡିସ୍ ‘ଇଉରେକା, ଇଉରେକା’ ବୋଲି କହି କହି ଦାଣ୍ଡରେ ଧାଇଁଲେ ।


(ଙ) ରାଜା କ’ଣ ପରୀକ୍ଷା କରିବାକୁ ଚାହିଁଥିଲେ ? 

ଉ: ରାଜା ତାଙ୍କର ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର ସେଥ‌ିରେ କିଛି ନକଲି ସୁନା ମିଶାଇଛି, ତାହା ଜାଣିବାକୁ ଚାହିଁଥିଲେ ।


(ଚ) ଆର୍କିମେଡିସ୍ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? 

ଉ : ଆର୍କିମେଡିସ୍ ଇଟାଲୀର ସିସିଲି ଦ୍ବୀପ ଅନ୍ତର୍ଗତ ସିରାକ୍ୟୁଜ୍ ନାମକ ସହରରେ ଖ୍ରୀ:ପୂ: ୨୮୭ରେ ଜନ୍ମ ଗ୍ରହଣ କରିଥିଲେ ।


୨। ଉତ୍ତର ଲେଖ :

(କ) ନାଟକର ନାଁ ଶୁଣି ଲୋକମାନେ କାହିଁକି ଆଶ୍ଚର୍ଯ୍ୟାନ୍ବିତ ହେଲେ ?

ଉ : ଲେଖକଙ୍କ ସହରକୁ ଥରେ ଗୋଟିଏ ଯାତ୍ରାଦଳ ଆସିଥିଲେ । ସେମାନେ ଭଲ ଭଲ ନାଟକ ଅଭିନୟ କରୁଥିଲେ । କେଉଁ ରାତିରେ କି ନାଟକ ଅଭିନୀତ ହେବ ସେ କଥା ଆଗରୁ ଘୋଷଣା କରୁଥିଲେ । ଦିନେ ସେମାନେ ପ୍ରଚାର କଲେ ପୂରାପୂରି ଗୋଟିଏ ନୂଆଧରଣର ନାଟକ କଥା । ସେହି ନାଟକର ନାଁ ଥୁଲା ‘ଭାସିଲା ପଥର ବୁଡ଼ିଲା ଶୋଲ’ । ଏହି ନାଁଟି ଶୁଣି ଲୋକମାନେ ଆଶ୍ଚର୍ଯ୍ୟାନ୍ବିତ ହେଲେ । କାରଣ ଏହା ଏକ ବିପରୀତ କଥା । ପଥର ବୁଡ଼େ, ଶୋଲ ଭାସେ । ଏହା ସମସ୍ତେ ଜାଣନ୍ତି । କିନ୍ତୁ ସେମାନେ କହୁଥିଲେ ପଥର ଭାସିଲା ଶୋଲ ବୁଡ଼ିଲା ।


(ଖ) କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ନିରାଶ ହେଲେ ?

ଉ: ନାଟକ ଦଳ ନାଟକର ନାଁ ଘୋଷଣା କରିଦେଲେ ‘ଭାସିଲା ପଥର ବୁଡ଼ିଲା ଶୋଲ’ । ଏଭଳି ନାଟକଟିଏ ଦେଖିବା ପାଇଁ ଲୋକମାନଙ୍କର କୌତୂହଳ ବଢିଲା । ସନ୍ଧ୍ୟାବେଳେ ଯାତ୍ରା ପଡ଼ିଆରେ ପ୍ରବଳ ଜନଗହଳି ହେଲା । କେତେଆଡୁ କେତେ ଲୋକ ଆସି ଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଲେ । ଟିକେଟ କାଟି ଭିତରେ ପଶିଲେ । ପୁଲିସ୍‌ମାନେ ଶୃଙ୍ଖଳା ରକ୍ଷା କରିବାପାଇଁ ବାହାରେ ଜଗି ରହିଲେ । କିନ୍ତୁ ନାଟକ ଶେଷରେ ଲୋକମାନେ ନିରାଶ ହେଲେ । କାରଣ ଯାତ୍ରାରେ ଶୋଲ ନଥିଲା, ପଥର ନଥୁଲା କି ପାଣି ନଥିଲା । ନିତିଦିନିଆ ଘଟଣାପରି ନାଟକର ବିଷୟବସ୍ତୁ ଥିଲା ।

(ଗ) ଲୋକମାନେ କେଉଁଥିପାଇଁ ଆର୍କିମେଡିସ୍‌ଙ୍କୁ ପାଗଳ ବୋଲି ଭାବିଲେ ?

[A-2014-15, 2018-19

ଭ: ଆର୍କି ମେଡିସ୍ ଗାଧୁଆ କୁଣ୍ଡରେ ପଶିବା ମାତ୍ରେ ସେଥିରୁ  କିଛି ପାଣି ଉଛୁଳି ବାହାରକୁ ଚାଲିଗଲା । ସେ କୁଣ୍ଡ ଭିତରେ ବସିଥ‌ିବା ବେଳେ ଅନୁଭବ କଲେ, କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । ସେ ହଠାତ୍ ବିଜ୍ଞାନର ଗୋଟିଏ ନୂତନ ସତ୍ୟ ପାଇଗଲେ ବୋଲି ଜାଣିପାରିଲେ । ସେ କୁଣ୍ଡରୁ ଉଠିପଡ଼ି ଉଲଗ୍ନ ଅବସ୍ଥାରେ ‘ଇଉରେକା’ ‘ଇଉରେକା’ କହି ମଝି ଦାଣ୍ଡରେ ଧାଇଁଲେ । ତେଣୁ ଲୋକମାନେ ତାଙ୍କୁ ପାଗଳ ବୋଲି ଭାବିଲେ ।

(ଘ) ଆର୍କିମେଡିସ୍ ଏତେ ବିହ୍ବଳ ହେବାର କାରଣ କ’ଣ ?

 ଉ: ଆର୍କିମେଡିସ୍ ବହୁଦିନ ଧରି ଖୋଜୁଥ‌ିବା ବିଜ୍ଞାନର ଗୋଟିଏ ତତ୍ତ୍ଵକୁ ହଠାତ୍ ପାଇଯିବାରୁ ଖୁସିରେ ବିହ୍ବଳ ହୋଇ ଯାଇଥିଲେ ।

(ଙ) ଆର୍କିମେଡିସ୍ କେଉଁ ସକାଶେ ଚିନ୍ତିତ ଥିଲେ ?[2018-19

ଉ: ଆର୍କିମେଡ଼ିସ୍‌ଙ୍କୁ ସେ ଦେଶର ରାଜା ଖୁବ୍ ଆଦର ସମ୍ମାନ କରୁଥିଲେ । ରାଜା ଥରେ ନିଜପାଇଁ ଏକ ସୁନାର ମୁକୁଟ ତିଆରି କରାଇଥିଲେ । ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର ସେଥ‌ିରେ କିଛି ନକଲି ସୁନା ମିଶାଇଛି, ତାହା ସେ ଜାଣିବାକୁ ଚାହିଁଥିଲେ । ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ଏ କଥାଟି କିପରି ଜାଣିହେବ ସେ ଦାୟିତ୍ଵ ଆର୍କିମେଡ଼ି ସ୍‌ଙ୍କୁ ଦିଆଯାଇଥିଲା । ଆର୍କିମେଡ଼ିସ୍‌ ଏଥିପାଇଁ ଚିନ୍ତିତ ଥିଲେ ।


 (ଚ) ଗାଧୋଇବା ସମୟରେ ଆର୍କିମେଡିସ୍‌ଙ୍କ ମୁଣ୍ଡକୁ କେଉଁ କଥା କୁଟିଗଲା ?

ଉ : ସୁନା ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ସେଥୁରେ ଖାଣ୍ଟି ସୁନା ଅଛି କି କିଛି ନକଲି ସୁନା ମିଶିଛି ତାହା ଜାଣିବାର ମୂଳ ସୂତ୍ରଟି ଗାଧୋଇବା ସମୟରେ ଆର୍କିମେଡିସ୍‌ ମୁଣ୍ଡକୁ ଜୁଟିଗଲା ।


(ଛ) ଲୁହା କାହିଁକି ତଳକୁ ବୁଡ଼ିଯାଏ ?

ଉ ; ପାଣିର ଠେଲା ବଳ ଲୁହାର ଓଜନଠାରୁ କମ୍ ହେବାରୁ ଲୁହା ତୁଳକୁ ବୁଡ଼ିଯାଏ ।


୩। ସରଳ ଭାଷାରେ ବୁଝାଇ ଲେଖ :

(କ) ‘‘ସବୁ କଥାକୁ ଏମିତି ନିଠେଇ କରି ଧରୁଛି । ଆଜିକାଲି ପିଲାଙ୍କର ଲକ୍ଷଣ ହେଉଛି ଏଇଆ ।’’

ଉ: ‘ସବୁ............. ଏଇଆ ।’’

ଉକ୍ତ ଗଦ୍ୟଶଟି ଆମ ସାହିତ୍ୟ ପୁସ୍ତକର ‘କିଏ ଭାସେ, କିଏ ବୁଡ଼େ ?’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଡକ୍ଟର କୁଳମଣି ସାମଲ ବିଜ୍ଞାନ ଯୁଗର ପିଲାମାନଙ୍କର ସବୁକଥାକୁ ଜାଣିବାର ଆଗ୍ରହ ବିଷୟରେ ଆଲୋଚନା କରିଛନ୍ତି |

ଅଜାଙ୍କ ସାଙ୍ଗରେ ନାଟକ ଦେଖିବାକୁ ଯାଇଥିବା ମୁନା ଭାସିବା ବୁଡ଼ିବା କଥା କିଛି ବୁଝି ପାରିଲା ନାହିଁ । ‘କିଏ ଭାସେ କିଏ ବୁଡ଼େ’ ବୋଲି ସେ ଅଜାଙ୍କୁ ପ୍ରଶ୍ନ ପଚାରିଲା । ଅଜା ଚରି କହିଦେଲେ ଯେ ପଥର ପାଣିରେ ବୁଡ଼େ ଏବଂ ଶୋଲ ଭାସେ । କିନ୍ତୁ ମୁନା ଏଥିରେ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ଯୁକ୍ତି କଲା ତେଣୁ ଅଜା ଚିଡ଼ି ଉଠିଲେ । ସବୁକଥାକୁ ନିଠେଇ କରି ଧରିବା ଆଜିକାଲିର ବିଜ୍ଞାନ ଯୁଗର ପିଲାମାନଙ୍କର ଲକ୍ଷଣ ବୋଲି ସେ କହିଲେ ।

ପ୍ରସଙ୍ଗଟି ପ୍ରଶଂସନୀୟ ।



(ଖ) ‘‘ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏତେବଡ଼ ତଥ୍ୟଟିଏ ମିଳିଗଲା’’ !

ଉ : ‘‘ଗୋଟିଏ ....... ମିଳିଗଲା ।’’

ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘କିଏ ଭାସେ, କିଏ ବୁଡ଼େ ?’ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଡକ୍ଟର କୁଳମଣି ସାମଲ ଗୋଟିଏ ଛୋଟିଆ ଘଟଣାରୁ ମିଳିଥିବା ବିଜ୍ଞାନର ବଡ଼ ତଥ୍ୟଟିଏ ବିଷୟରେ ମୁନା ମୁହଁରେ ବର୍ଣ୍ଣନା କରିଛନ୍ତି ।

ମୁନା ଅଜାଙ୍କଠାରୁ ଶୁଣିଲା ଯେ ଆର୍କିମେଡିସ୍ କେବଳ ଜଣେ ବଡ଼ ବୈଜ୍ଞାନିକ ନଥିଲେ ସେ ଥିଲେ ଜଣେ ଗଣିତଜ୍ଞ । ଗାଧୁଆ ଘର ପାଣି କୁଣ୍ଡରୁ ସେ ବିଜ୍ଞାନର ଯେଉଁ ତଥ୍ୟଟି ପାଇଥିଲେ ତାକୁ ପ୍ରୟୋଗ କରି ରାଜାଙ୍କର ମୁକୁଟଟି ଖାଣ୍ଟି ସୁନାରେ ତିଆରି କି ନାହିଁ ତାହା ଜାଣିପାରିଲେ । ଏହା ଶୁଣି ମୁନା ଖୁସି ହୋଇ ତାଳି ମାରି କହିଲା ଯେ ଗୋଟିଏ ଛୋଟିଆ ଘଟଣାରୁ ବିଜ୍ଞାନର ବଡ଼ ତଥ୍ୟଟିଏ ମିଳିଗଲା ।

ପ୍ରସଙ୍ଗଟି ଶିକ୍ଷଣୀୟ ।


୪। ଏହି ପାଠରେ ‘ଠେଲାଠେଲି’ ପରି କେତେଗୁଡ଼ିଏ ଯୋଡ଼ା ଶବ୍ଦ ରହିଛି, ତାକୁ ଖୋଜି ବାହାର କର ।

ଉ: ଭଲଭଲ, ବଛାବଛା, ପୂରାପୂରି, ଗଡ଼ାଗଡ଼ି, ମରାମରି, କୁହାକୁହି ।


୫। ତଳ ଅନୁଚ୍ଛେଦଟିରେ କୌଣସି ବିରାମ ଚିହ୍ନ ଦିଆଯାଇ ନାହିଁ । ଉପଯୁକ୍ତ ବିରାମ ଚିହ୍ନ ଲଗାଇ ଅନୁଚ୍ଛେଦଟିକୁ

ଆଉ ଥରେ ଲେଖ ।

ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ ସେ କହିଲା ନାହିଁ ମ ଅଜା କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ସେକଥା ନ କହିଲେ କିଏ ଓଜନିଆ କିଏ ହାଲୁକା ଜାଣିହେବ କେମିତି ।

ଉ: ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ । ସେ କହିଲା, ‘ନାହିଁମ ଅଜା, କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ଦରକାର, ସେକଥା ନ କହିଲେ, କିଏ ଓଜନିଆ, କିଏ ହାଲୁକା ଜାଣିହେବ କେମିତି ?

୬। ନିମ୍ନଲିଖୂତ ଶବ୍ଦଗୁଡ଼ିକୁ ବ୍ୟବହାର କରି ମନରୁ ବାକ୍ୟ ତିଆରି କର :

ଦିଆଯାଇଥବା ଶବ୍ଦ ବାକ୍ୟ

ଅନୁତାପ- ନିଜର ଭୁଲ ପାଇଁ ମୁନା ଅନୁତାପ କଲା ।

ପ୍ରତିଭାବାନ - ଗୋପାଳ ଜଣେ ପ୍ରତିଭାବାନ ପିଲା ।

ସୂତ୍ର - ଛୋଟିଆ ଘଟଣାରୁ ଆର୍କିମେଡିସ୍ ବଡ଼ ସୂତ୍ରଟିଏ ପାଇଲେ ।

 ଗଣିତଜ୍ଞ -  ଆର୍କିମେଡିସ୍ ଖାଲି ବୈଜ୍ଞାନିକ ନଥିଲେ ସେ ଥିଲେ ବଡ଼ ଗଣିତଜ୍ଞ ।


୭। ‘କ’ ସ୍ତମ୍ଭର ଯେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭର ଥ‌ିବା ଶବ୍ଦର ସମ୍ପର୍କ ଅଛି, ତାକୁ ବାଛି ଲେଖ :

ଉତ୍ତର

ସୁନ୍ଦର ସ୍ଵର

ଶାନ୍ତି ଶୃଙ୍ଖଳା

ନିଶ ଫୁଲାଇ

ଡାକବାଜି ଯନ୍ତ୍ର

ଉଲଗ୍ନ ଅବସ୍ଥା

ଖାଣ୍ଟି ସୁନା


୮। ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଆର୍କିମେଡିସ୍ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।

ସିସିଲି, ମୂଲ୍ୟବାନ ତଥ୍ୟ, ସିରାକ୍ୟୁଜ୍ ରାଜା, ଅନୁତାପ, ଶତ୍ରୁ ସୈନ୍ୟ, ସମ୍ମାନ, ପ୍ରତିଭାବାନ୍ ଉ : ଇଟାଲୀର ସିସିଲି ଦ୍ଵୀପ ଅନ୍ତର୍ଗତ ସିରାକ୍ୟୁଜ ନାମକ ସହରରେ ଖ୍ରୀ:ପୂ: ୨୮୭ ରେ ଜନ୍ମଗ୍ରହଣ କରିଥିବା ବୈଜ୍ଞାନିକ ଆର୍କିମେଡିସ୍ ମାନବ ଜଗତକୁ ଏକ ମୂଲ୍ୟବାନ ତଥ୍ୟ ଦେଇଥିଲେ । ସିରାକ୍ୟୁଜ୍‌ର ରାଜାଙ୍କ ସହିତ ରୋମୀୟମାନଙ୍କର ଯୁଦ୍ଧ ସମୟରେ ରୋମୀୟ ସୈନ୍ୟମାନେ ଭୁଲ୍‌ରେ ଆର୍କିମେଡିସ୍‌ଙ୍କୁ ହତ୍ୟା କଲେ । ଏକଥା ଜଣାପଡ଼ିବା ପରେ ସେମାନେ ଖୁବ୍ ଅନୁତାପ କରିଥିଲେ । ଶତ୍ରୁସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ ବୈଜ୍ଞାନିକଙ୍କ ନିକଟରେ ସେମାନଙ୍କର ମୁଣ୍ଡ ନଇଁଗଲା । ତାଙ୍କ ଉଦ୍ଦେଶ୍ୟରେ ଭକ୍ତି ଓ ସମ୍ମାନ ଜଣାଇ ଶବକୁ ନେଇ ସମାଧି ଦେଲେ ।

୯୮ ‘ଅଭିନୟ’ ଶବ୍ଦରୁ ଯେପରି ‘ଅଭିନୀତ’ ହେଉଛି, ସେହିପରି ନିମ୍ନଲିଖୁତ ଶବ୍ଦଗୁଡ଼ିକର ନୂଆ ରୂପଟି କ’ଣ

ହେବ ଲେଖ :

ଦିଆଯାଇଥ‌ିବା ଶବ୍ଦ ନୂଆ ରୂପ

ଆବିଷ୍କାର - ଆବିଷ୍କୃତ

ଶୃଙ୍ଖଳା -  ଶୃଙ୍ଖଳିତ

ପୁରସ୍କାର  - ପୁରସ୍କୃତ

ଅନୁମାନ - ଅନୁମିତ

ଅନୁଭବ - ଅନୁଭୂତ


୧୦ । ‘ଗଣିତ ଯେ ଜାଣନ୍ତି? ତାଙ୍କୁ ଗୋଟିଏ ଶବ୍ଦରେ କୁହାଯାଏ ‘ଗଣିତଜ୍ଞ’ । ସେହିପରି ଏମାନଙ୍କୁ ଗୋଟିଏ

ଶବ୍ଦରେ କ’ଣ କୁହାଯାଏ, ଲେଖ :

ସଙ୍ଗୀତ ଯେ ଜାଣନ୍ତି ଉ : ସଙ୍ଗୀତଜ୍ଞ

ବେଦ ଯେ ଜାଣନ୍ତି ଉ : ବେଦଜ୍ଞ

ଶାସ୍ତ୍ର ଯେ ଜାଣନ୍ତି ଉ : ଶାସ୍ତ୍ରଜ୍ଞ

ଆଇନ୍ ଯେ ଜାଣନ୍ତି ଉ : ଆଇନଜ୍ଞ

ରାଜନୀତି ଯେ ଜାଣନ୍ତି ଉ : ରାଜନୀତିଜ୍ଞ

ସଂସ୍କୃତ ଯେ ଜାଣନ୍ତି ଉ : ସଂସ୍କୃତଜ୍ଞ


Tags: 

କିଏ ଭାସେ  କିଏ ବୁଡେ ପ୍ରଶ୍ନ ଉତ୍ତର | Class 6 Sahitya Chapter 11 Questions Answers Kia bhase kia bude question answer, Kia bhase kia bude pdf, Kia bhase kia bude answer, Kia bhase kia bude class 6, Kia bhase kia bude 2022, Class 6 Odia Chapter 11 question answer , Class 6 Chapter 11 Kia bhase Kia bude , Kie Bhase Kie Bude . 

No comments:

Post a Comment

Comments