Class 6 Odia Deshapremi Kaedi Question Answer | Desha Premi Kaedi Question Answer Class 6 Odia |. deshapremi kaedi odia class 6 sahitya/class 6 online sahitya/ class vi class odia.
Class 6 Odia Deshapremi Kaedi Question Answer
ଅଭ୍ଯାସ ପ୍ରଶ୍ନ ଓ ଉତ୍ତର
୧। ଉତ୍ତର କୁହ :
(କ) ସଭକର୍ ବନ୍ଦୀ ହେବାର କାରଣ କ’ଣ ?
ଉ : ସଭର୍କର୍ ଭାରତରୁ ଇଂରେଜ ଶାସନ ଲୋପକରିବା ପାଇଁ ସଂଗ୍ରାମ କରୁଥିବାରୁ ଇଂରେଜ ସରକାର ତାଙ୍କୁ ବନ୍ଦୀ କରିଥିଲେ ।
(ଖ) ଇଂରେଜ ସାମ୍ବାଦିକ ସଭର୍କର୍ଙ୍କୁ କ’ଣ କହିଥିଲେ ?
ଉ : ଇଂରେଜ ସାମ୍ବାଦିକ ସଭର୍କରଙ୍କୁ କହିଥିଲେ ‘ତୁମେ ତ ଏକା ନୁହଁ, ତୁମର ଆଉ ଦୁଇଜଣ ଭାଇଙ୍କୁ ମଧ୍ୟ ଜେଲ୍କୁ ନିଆଗଲାଣି ।’’
(ଜ) ସ୍ଵାଧୀନତା ପରେ ଭାରତ ଦୁଇଭାଗ ହେବାରୁ କେଉଁ ନୂତନ ଦେଶଟି ସୃଷ୍ଟିହେଲା ?
ଉ: ସ୍ଵାଧୀନତାପରେ ଭାରତ ଦୁଇଭାଗ ହେବାରୁ ନୂତନଦେଶ ‘ପାକିସ୍ତାନ’ ସୃଷ୍ଟିହେଲା ।
୩। ନିମ୍ନଲିଖୁତ ଭଲ୍ଗୁଡ଼ିକୁ କିଏ କେତେବେଳେ କହିଛି ଲେଖ :
(କ) ‘‘ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ । ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ?
ଉ: ୧୯୦୧ ମସିହାରେ ବିଲାତରେ ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁପରେ ଭାରତରେ ସର୍ବତ୍ର ତାଙ୍କର ଶୋକଦିବସ ପାଳିତ ହେଲା । କିନ୍ତୁ ବିପ୍ଳବୀ ମିତ୍ର ମେଳାର ସଦସ୍ୟମାନଙ୍କୁ ସଭର୍କର୍ ଏକ ବୈଠକରେ କହିଥିଲେ ‘ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ । ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ?””
(ଖ) ‘‘ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି ?''
ଉ: ବିପ୍ଳବୀ ବିନାୟକ ଦାମୋଦର ସଭକର୍ଙ୍କ ପିଲାଦିନର ନାମ ଥିଲା ତାତ୍ୟା । ତାଙ୍କର ବଡ଼ ଭାଇଙ୍କ ନାମ ଥିଲା ଗଣେଶ । ସଭର୍କର୍ ‘କଳାପାଣି’ ଦଣ୍ଡାଦେଶ ପାଇ ଆଣ୍ଡାମାନ୍ ଜେଲ୍ରେ ଥିବାବେଳେ ଦିନେ ଘଣା ପେଲିସାରି ନିଜ କୋଠରିକୁ ଫେରୁଥିଲେ । ହଠାତ୍ ତାଙ୍କର ଦୃଷ୍ଟି ଜଣେ କଏଦୀଙ୍କ ଉପରେ ପଡ଼ିଲା । ସେ ହେଉଛନ୍ତି ତାଙ୍କର ବଡ଼ଭାଇ ଗଣେଶ । ସାନଭାଇ ସଭର୍କର୍ଙ୍କୁ ସେ ଦେଖୁ ଆଲିଙ୍ଗନ କରି ଲୁହଝରା ଆଖି ରେ କହିଲେ, ‘ଆରେ କହିଲେ, ‘ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି ???
୪। ସରଳ ଭାଷାରେ ବୁଝାଇ ଲେଖ :
(କ) ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !
ଉ : ‘‘ମହାରାଷ୍ଟ୍ରରେ ................. ଗ୍ରହଣ କଲେ !’’ ଉକ୍ତ ଗଦ୍ୟାଶଟି ‘ଆମ ସାହିତ୍ୟ’ ପୁସ୍ତକରେ ଥିବା ‘ଦେଶପ୍ରେମୀ କଏଦୀ’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ରାମପ୍ରସାଦ ମହାନ୍ତି ସଭର୍କର୍ଙ୍କ ଦେଶପ୍ରେମ ବିଷୟରେ ବାଳଗଙ୍ଗାଧର ତିଳକ ଦେଇଥିବା ମତକୁ ପ୍ରକାଶ କରିଛନ୍ତି ।
୧୯୦୧ ମସିହାରେ ବିଲାତର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁ ହେଲା । ଭାରତରେ ସର୍ବତ୍ର ଏଥପାଇଁ ଶୋକଦିବସ ପାଳିତ ହେଲା; କିନ୍ତୁ ମିତ୍ର ମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍କର୍ ବିପ୍ଳବୀ ସଦସ୍ୟମାନଙ୍କୁ ଏକ ବୈଠକରେ ଭାଷଣ ମାଧ୍ୟମରେ ଜଣାଇଦେଲେ ଯେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ । ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ? ସଭ୍ୟର୍କର୍ଙ୍କର ଏହି ଭାଷଣ ସମ୍ବାଦପତ୍ରରେ ବାହାରିବା ପରେ ସରକାର କ୍ଷୁକ୍ତହୋଇ ତାଙ୍କୁ କଲେଜରୁ ବହିଷ୍କାର କରିଦେଲେ । କିନ୍ତୁ ବେଶର ବରେଣ୍ୟ ନେତା ଲୋକମାନ୍ୟ ବାଳଗଙ୍ଗାଧର ତିଳକ ଏ ସମ୍ବାଦଟି ପଢ଼ିବାପରେ ତାଙ୍କ ମୁଖରୁ ବାହାରିପଡ଼ିଲା ‘‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !”
ପ୍ରସଙ୍ଗଟି ପ୍ରଶଂସନୀୟ ।
(ଖ) ‘‘ମହାବଳବାନ୍ ସିଂହକୁ ପିଞ୍ଜରାମୁକ୍ତ କରି କିଏ ବା ନିଶ୍ଚିନ୍ତ ହୋଇପାରିବ ???
[H-2016-17, 2018-19]
ଉ : ‘‘ମହାବଳବାନ୍ .................. ପାରିବ ।
ଉକ୍ତ ଗଦ୍ୟଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ଦେଶପ୍ରେମୀ କଏଦୀ’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ରାମପ୍ରସାଦ ମହାନ୍ତି ସଭର୍କର୍ଙ୍କୁ ଇଂରେଜ ସରକାର କିଭଳି ଭୟକରୁଥିଲେ ତାହା ବର୍ଣ୍ଣନା କରିଛନ୍ତି ।
ଭାରତରୁ ଇଂରେଜ ଶାସନ ଲୋପକରିବା ପାଇଁ ସଭର୍କର୍ ସଂଗ୍ରାମକରି ଜେଲ୍ ଯାଇଥିଲେ । ବନ୍ଦୀ ଅବସ୍ଥାରେ ଫେରାର୍ ଅପରାଧ ଯୋଗୁ ତାଙ୍କୁ କଠୋର ଦଣ୍ଡ ସ୍ଵରୂପ ‘କଳାପାଣି’ ଦଣ୍ଡାଦେଶ ହେଲା । ସେଠାରେ ତାଙ୍କର ବଡ଼ ଭାଇ ମଧ୍ଯ ବନ୍ଦୀ ଜୀବନ ଯାପନ କରୁଥିଲେ । ଦୀର୍ଘ ଦଶବର୍ଷ କାଳ ବହୁ ନିର୍ଯାତନା ମଧ୍ୟରେ ସଭର୍କର୍ ଆଣ୍ଡାମାନ୍ରେ କାଳକାଟିଲେ । ଶେଷରେ ବନ୍ଦୀଶାଳାରୁ ଦୁଇଭାଇ ଏକାସାଙ୍ଗରେ ମୁକ୍ତିଲାଭକରି ଭାରତକୁ ପ୍ରତ୍ୟାବର୍ତ୍ତନ କଲେ । କିନ୍ତୁ ଇଂରେଜ ସରକାରଙ୍କର ସଭର୍କର୍ଙ୍କ ପ୍ରତି ଅତିଶୟ ଭୟ ଥିଲା । ସେଭଳି' ମହାବଳବାନ୍ ସିଂହକୁ ପିଞ୍ଜରାମୁକ୍ତକରି ଇଂରେଜ ସରକାର ନିଶ୍ଚିନ୍ତ ରହିପାରିବେ ନାହିଁ; ତେଣୁ ତାଙ୍କୁ ପୁନର୍ବାର ବନ୍ଦୀକରି ବଙ୍ଗର ଅଲିପୁର ଜେଲ୍କୁ ପଠାଇ ନଜରବନ୍ଦୀ କରି ରଖୁଲେ ।
ପ୍ରସଙ୍ଗଟି ହୃଦୟଛୁଆଁ ।
୫। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କରି :
କୃତସଂକଳ୍ପ, ଆହ୍ବାନ, ପ୍ରତ୍ୟାବର୍ତ୍ତନ, ଅବିସ୍ମରଣୀୟ, ଉନ୍ମତ୍ତ, ଓଜସ୍ବିନୀ, ଆଭାସ ।
ଉ: ଦେଶ ସେବାପାଇଁ କୃତ ସଂକଳ୍ପ ହୋଇ ସଭର୍କର୍ ବନ୍ଦୀ ହୋଇଥିଲେ ।
ମହାତ୍ମାଗାନ୍ଧୀଙ୍କ ଆହ୍ବାନରେ ଅନେକ ଛାତ୍ର ଓ ଯୁବକ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।
ସଭର୍କର୍ ଭାରତ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ପୁନର୍ବାର ବନ୍ଦୀ ହେଲେ ।
ସଭର୍କର୍ଙ୍କର ତ୍ୟାଗ ଆମପାଇଁ ଅବିସ୍ମରଣୀୟ ।
ଅନେକ ଦେଶପ୍ରେମୀ ମହାତ୍ମାଗାନ୍ଧିଙ୍କୁ ଦେଖିବା ପାଇଁ ଭନ୍ମର ହୋଇ ଉଠୁଥିଲେ ।
ସଭର୍କର୍ଙ୍କର ଓଜସ୍ବିନୀ ଭାଷଣ ଶୁଣି ମିତ୍ର ଦଳର ସଦସ୍ୟମାନେ ପ୍ରଭାବିତ ହେଲେ ।
ଚୋର ଏଭଳି ଭାବରେ ଖସି ପଳାଇଲା ଯେ ପୋଲିସ୍ ତା’ର ଆଭାସ ପାଇଲା ନାହିଁ ।
୬। ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି । ସେଗୁଡ଼ିକର ଡାହାଣ ପାଖରେ ‘ରତ’ ଶବ୍ଦ ଯୋଗକରି ନୂଆଶବ୍ଦ ଲେଖ ଓ ସେଇ ନୂଆ ଶବ୍ଦକୁ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଗଠନ କର :
ଉ: ଦିଆଯାଇଥିବା ଶବ୍ଦ
ସଂଗ୍ରାମ
କାର୍ଯ୍ୟ
ଅଧ୍ୟୟନ
ସାଧନା
ନୂଆ ଶବ୍ଦ
ସଂଗ୍ରାମରତ
କାର୍ଯ୍ୟରତ
ଅଧ୍ୟୟନରତ
ସାଧନାରତ
ବାକ୍ୟ– ସଭର୍କର୍ ଜୀବନବ୍ୟାପୀ ସଂଗ୍ରାମରତ ଥିଲେ ।
ଗୋପାଳ କାର୍ଯ୍ୟରତ ଅଛି ।
ପିଣ୍ଟୁ ଅଧ୍ୟୟନରତ ରହିଛି ।
ମଧୁବାବୁ ସାଧନାରତ ଥିଲେ ।
୭ । ନିମ୍ନ ଗଦ୍ୟଶରେ ଥିବା ଭିନ୍ନ ଭିନ୍ନ ମାତ୍ରା ଓ ଫଳାଗୁଡ଼ିକୁ ଚିହ୍ନଟ କର :
୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁହେଲା, ଭାରତରେ ସର୍ବତ୍ର ଶୋକ ପାଳିତହେଲା କିନ୍ତୁ, ମିତ୍ର ମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍କର୍ ଗୋଟିଏ ବୈଠକ ଡାକି ସେଥୁରେ ଓଜସ୍ବିନୀ ଭାଷଣ ଦେଲେ । ସେ କହିଲେ, ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁଦେଶର ରାଣୀ ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ।
। ୮। ‘ଲୋକମାନେ ଶୋକ ପାଳନ କଲେ ।’ ଏହି ବାକ୍ୟକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କଲେ ହେବ– ‘ଲୋକମାନେ ଶୋକ ପାଳନ କରିବେ ।’ ସେହିପରି ନିମ୍ନଲିଖୂ ବାକ୍ୟଗୁଡ଼ିକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କରି ଲେଖ :
(କ) ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଗଲେ ।
ଉ : ସିପାହୀମାନେ ତାଙ୍କ ପାଖରେ ପହଞ୍ଚିବେ ।
(ଖ) ସରକାର ତାଙ୍କ ଉପରୁ କଟକଣା ଉଠାଇନେଲେ ।
ଉ : ସରକାର ତାଙ୍କ ଉପରୁ କଟକଣା ଉଠାଇନେବେ ।
(ଗ) ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଗଲା ।
ଉ : ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଯିବ ।
(ଘ) ସେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ।
ଉ : ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ।
୯ ‘ବଳ’ ଶବ୍ଦରେ ‘ବାନ୍’ ଲଗାଇଲେ ‘ବଳବାନ୍’ ହେବ । ସେହିପରି ନିମ୍ନଲିଖ୍ ଶବ୍ଦରେ ‘ବାନ୍’ ଲଗାଇ ନୂଆ ଶବ୍ଦ ଲେଖ ।
ଧନ, ମୂଲ୍ୟ, ଜ୍ଞାନ, ଶ୍ରଦ୍ଧା, ନ୍ୟାୟ
ଉ : ଦିଆଯାଇଥିବା ଶବ୍ଦ ନୂଆଶବ୍ଦ
ଧନ ଧନବାନ୍
ମୂଲ୍ଯ ମୂଲ୍ୟବାନ୍
ଜ୍ଞାନ ଜ୍ଞାନବାନ୍
ଶ୍ରଦ୍ଧା ଶ୍ରଦ୍ଧାବାନ୍
ନ୍ୟାୟ ନ୍ୟାୟବାନ
୧୦। ‘‘କଳାପାଣି ନାଆଁ ଶୁଣିଲେ ଅନେକ ବନ୍ଦୀଙ୍କ ... . . ... ... ... ସେ ସ୍ନାନ କରିବ ।”’
ପାଠର ଏହି ଅନୁଚ୍ଛେଦଟି ପଢ଼ । ଏପରି ପ୍ରଶ୍ନଗୁଡ଼ିଏ ତିଆରି କର, ଯେଉଁଗୁଡ଼ିକର ଉତ୍ତର ସେହି ଅନୁଚ୍ଛେଦରୁ ହିଁ ମିଳିବ ।
ଉ :(କ) କେଉଁ ନାଆଁ ଶୁଣିଲେ ଅନେକ ବନ୍ଦୀଙ୍କ ହୃତସ୍ପନ୍ଦନ ବଢ଼ି ଯାଉଥାଏ ?
(ଖ) ଅନେକ ବନ୍ଦୀଙ୍କ ହୃଦନ କାହିଁକି ବଢ଼ିଯାଉଥାଏ ?
(ଗ) ‘କଳାପାଣି’ର ଜଳବାୟୁ କିପରି ?
(ଘ) କଳାପାଣିରେ ବନ୍ଦୀମାନଙ୍କୁ କେଉଁ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ?
(ଙ) ବନ୍ଦୀମାନେ ଶ୍ରମକରିବାକୁ ଅସମ୍ମତ ହେଲେ କଳାପାଣିରେ ସେମାନଙ୍କୁ କେଉଁ ଦଣ୍ଡ ମିଳୁଥୁଲା ?
(ଚ) ବନ୍ଦୀମାନେ କଳାପାଣିରେ ପ୍ରତ୍ୟହ କେତେସେର ତେଲ ପେଡ଼ୁଥିଲେ ?
(ଛ) ବନ୍ଦୀମାନଙ୍କୁ କଳାପାଣିରେ କେତେ ପାଣି ପିଇବାକୁ ମିଳୁଥୁଲା ?
(ଜ) ବନ୍ଦୀମାନେ କଳାପାଣିରେ କିପରି ସ୍ନାନ କରନ୍ତି ?
୧୧। ଯେପରି— ଉଚ୍ଚ ଉଚ୍ଚତର ଉଚ୍ଚତମ ସେହିପରି ତଳ ଶବ୍ଦଗୁଡ଼ିକ କ’ଣ ହେବ ଲେଖ :
କ୍ଷୁଦ୍ର, ପ୍ରିୟ, ଲଘୁ
ଉ : କ୍ଷୁଦ୍ର କ୍ଷୁଦ୍ରତର କ୍ଷୁଦ୍ରତମ
ପ୍ରିୟ ପ୍ରିୟତର ପ୍ରିୟତମ
ଲଘୁ ଲଘୁତର ଲଘୁତମ
୧୨। ‘ମହାରାଣୀ’ ଶବ୍ଦକୁ ଫୁଲିଙ୍ଗରେ ଲେଖିଲେ ହେବ‘ମହାରାଜା’ । ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକର ଫୁଲିଙ୍ଗ ରୂପ କ’ଣ ହେବ ଲେଖ :
ସାହେବାଣୀ, ମୂଲିଆଣୀ, ସମୁଦୁଣୀ, ବାଘୁଣୀ,
ଭିକାରୁଣୀ
ଉ: ଦିଆଯାଇଥିବା ଶବ୍ଦ ଫୁଲିଙ୍ଗରୂପ
ସାହେବାଣୀ ସାହେବ
ମୂଲିଆଣୀ ମୂଲିଆ
ସମୁଦୁଣୀ ସମୁଦି
ବାଘୁଣୀ ବାଘ
୧୩। ତଳଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ସଭର୍କର୍ଙ୍କ ସଂପର୍କରେ ଅନୁଚ୍ଛେଦଟିଏ ଲେଖ :
ଓଜସ୍ବିନୀ, ବହିଷ୍କାର, କ୍ଷୁବ୍ଧ, ସ୍ବଦେଶ, ଆହ୍ବାନ ଉ : ସଭର୍କର୍ କଲେଜରେ ପଢୁଥିବାବେଳେ ମାତ୍ର ଅଠର ବର୍ଷ ବୟସରେ ‘ମିତ୍ର ମେଳା’ ନାମରେ ଗୋଟିଏ ବିପ୍ଳବୀ ଦଳ ଗଢ଼ିଥିଲେ । ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକ ଦିବସ ପାଳନ ନ କରିବା ପାଇଁ ସେ ତାଙ୍କର ବିପ୍ଳବୀ ସଭ୍ୟମାନଙ୍କୁ ଓଜସ୍ବିନୀ ଭାଷଣ ଶୁଣାଇଥିଲେ । ତାଙ୍କର ଏହି ଭାଷଣ ସମ୍ବାଦପତ୍ରରେ ପ୍ରକାଶିତ ହେବାପରେ ସରକାର କ୍ଷୁବ୍ଧ ହୋଇ ତାଙ୍କୁ କଲେଜରୁ ବହିଷ୍କାର କରିଦେଲେ । ତଥାପି ସ୍ଵଦେଶ ପ୍ରେମୀ ସଭର୍କର ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ବିଦେଶୀ ଦ୍ରବ୍ୟ ବ୍ୟବହାର ନ କରିବା ଆନ୍ଦୋଳନରେ ସାମିଲ ହୋଇଥିଲେ ।
Tags:
Deshapremi kaedi pdf
Deshapremi kaedi sahitya
Deshapremi kaedi age
Deshapremi kaedi english
ଆମ ସାହିତ୍ୟ
ଦେଶପ୍ରେମୀ କଏଦୀ
DESHA PREMI KAEDI
Class 6 Odia Deshapremi Kaedi Question Answer
No comments:
Post a Comment