Sadaka surakhya jibana rakhya question answer class 6 ସଡ଼କ ସୁରକ୍ଷା ଜୀବନ ରକ୍ଷା ଷଷ୍ଠ ଶ୍ରେଣୀ ପାଠ-୯ | 6 Class Mil Chapter9|Sadaka Surakhya Jibana Rakhya|6 Class Sahitya Chapter 9|ସଡ଼କ ସୁରକ୍ଷା ଜୀବନ ରକ୍ଷା | sadaka surakhya jibana rakhya class 6 question answer ଷଷ୍ଠ ଶ୍ରେଣୀ ― ଆମ ସାହିତ୍ୟ-ଅଭ୍ୟାସ -ପ୍ରଶ୍ନୋତ୍ତର | Sadaka surakhya jibana rakhya question answer class 6 odia chapter 9 | 6th class odia ସଡ଼କ ସୁରକ୍ଷା ଜୀବନ ରକ୍ଷା ଷଷ୍ଠ ଶ୍ରେଣୀ ପାଠ-୯ |
Sadaka surakhya jibana rakhya question answer
ଅଭ୍ଯାସ ପ୍ରଶ୍ନ ଓ ଉତ୍ତର
୧। ଉତ୍ତର କୁହ :
(କ) କ’ଣ କଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ପାରିବା ?
[2018-19
ଉ : ରାସ୍ତାର ନିୟମ ମାନିଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ପାରିବା ।
(ଖ) ଇଞ୍ଜିନ୍ ଚାଳିତ ଗାଡ଼ି ଚଳାଇବା ପାଇଁ ଚାଳକର ସର୍ବନିମ୍ନ ବୟସ ସୀମା କେତେ
ଉ : ଇଞ୍ଜିନ୍ଚାଳିତ ଗାଡ଼ି ଚଳାଇବା ପାଇଁ ଚାଳକର ସର୍ବନିମ୍ନ ବୟସସୀମା ଅଠର ବର୍ଷ |
(ଗ) ନାଗରିକର କର୍ତ୍ତବ୍ୟ ମଧ୍ୟରୁ କେଉଁ ନିୟମ ଜାଣିବା ତା’ ପାଇଁ ଗୁରୁତ୍ବପୂର୍ଣ୍ଣ ?
ଉ : ନାଗରିକର କର୍ତ୍ତବ୍ୟ ମଧ୍ୟରୁ ଆମ ଦେଶରେ ପ୍ରଚଳିତ ରାସ୍ତା ନିୟମ ସମ୍ପର୍କରେ ଜାଣିବା ତା’ପାଇଁ ଗୁରୁତ୍ଵପୂର୍ଣ୍ଣ ।
(ଘ) ପାଦରେ ଚାଲି ଗଲାବେଳେ ରାସ୍ତାରେ କେଉଁ ପାଖେ ଚାଲିବ ?
ଉ : ପାଦରେ ଚାଲିଗଲାବେଳେ ରାସ୍ତାରେ ନିଜର ଡାହାଣ ପାଖେ ଚାଲିବୁ ।
(ପାଠ୍ୟପୁସ୍ତକରେ ଥିବା ତଥ୍ୟଟି ଭୁଲ ବୋଲି ଜଣାଯାଉଛି ।)
() ଦ୍ରୁତଗାମୀ ଗାଡ଼ିର ଚାଳକକୁ ମୋବାଇଲ୍ ବ୍ୟବହାର କାହିଁକି ମନା ?
ଉ : ଦ୍ରୁତଗାମୀ ଗାଡ଼ିର ଚାଳକ ମୋବାଇଲ୍ ବ୍ୟବହାର କରିବା ବିପଦର କାରଣ ହୋଇଥାଏ, ତେଣୁ ମୋବାଇଲ୍ ବ୍ୟବହାର ମନା ।
2. ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ରାସ୍ତା ଦୁର୍ଘଟଣା ଦ୍ବାରା କି କ୍ଷତି ହୁଏ ?
ଉ : ଅସାବଧାନତା ହେତୁ ରାସ୍ତା ଦୁର୍ଘଟଣା ଘଟେ । ଏହାଦ୍ଵାରା ଧନ ଓ ଜୀବନର କ୍ଷତି ଘଟେ ।
(ଖ) ପାଦ ଚଲା ରାସ୍ତାରେ କେଉଁପଟେ କାହିଁକି ଯିବା ?
ଉ : ପାଦ ଚଲା ରାସ୍ତାରେ ନିଜର ଡାହାଣ ପଟେ ଯିବା । କାରଣ ଏହାଦ୍ଵାରା ସାମନାପଟୁ ଆସୁଥିବା ଗାଡ଼ି ମଟରକୁ ଦୂରରୁ ଦେଖୁହେବ ।
(ପାଠ୍ୟପୁସ୍ତକରେ ଥିବା ତଥ୍ୟଟି ଭୁଲ ବୋଲି ଜଣାଯାଉଛି ।)
(ଗ) ଛକମାନଙ୍କରେ ପାର ହେବାକୁ କ’ଣ କରିବାକୁ ହେବ ?
ଉ : ଛକମାନଙ୍କରେ ପାରହେବାକୁ ହେଲେ ଜେବ୍ରା ଚିହ୍ନିତ ସ୍ଥାନକୁ ବ୍ୟବହାର କରିବାକୁ ହେବ । ଏହାଦ୍ଵାରା ଯିବା ଆସିବା ସହଜ ହୋଇପାରିବ ।
(ଘ) ସାଇକେଲ୍ ଚଳାଇବା ବେଳେ କି ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ ?
ଉ : ସାଇକେଲ୍ ଚଳାଇବାବେଳେ ଦୃତଗତି କିମ୍ବା ହାଣ୍ଡେଲ୍ ଛାଡ଼ିବା ଉଚିତ ନୁହେଁ । ସାଇକେଲ୍ରେ ବସି ଖେଳ ଦେଖାଇବା ଉଚିତ ନୁହେଁ । ଏଥପ୍ରତି ସାବଧାନତା ଅବଲମ୍ବନ କରିବା ଉଚିତ ।
() ଦୁଇ ଚକିଆ ଯାନର ପଛରେ ବସିଲେ କି ପ୍ରକାର ସତର୍କ ଦେବାକୁ ପଡ଼ିବ ?
ଉ: ଦୁଇଚକିଆ ଯାନର ପଛରେ ବସିଲେ ଗପକରି ବା ହାତଗୋଡ଼ ହଲାଇବା ଓ ଚାଳକକୁ ଅନ୍ୟ ମନସ୍କ ନ କରିବା ଦିଗରେ ସତର୍କ ହେବାକୁ ପଡ଼ିବ ।
୩ । ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଲେଖ ।
(କ) ଏହାଦ୍ଵାରା ନିଜର ଓ ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ ।
ଉ : ‘‘ଏହାଦ୍ଵାରା.............. ...........ପାରିବ ।’’
ଉକ୍ତ ଗଦ୍ୟାଶଟି ‘ ସଡ଼କ ସୁରକ୍ଷା ଜୀବନ ରକ୍ଷା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ସଡ଼କରେ ଯାତ୍ରାକଲାବେଳେ ସତର୍କତା ଅବଲମ୍ବନ କଲେ କିଭଳି ଉପକାର ସାଧିତ ହୁଏ ତାହା ବର୍ଣ୍ଣିତ ହୋଇଛି ।
ନିତିଦିନିଆ ଜୀବନରେ ଆମକୁ ରାସ୍ତାରେ ଯାତ୍ରା କରିବାକୁ ହୁଏ । ଅସଂଖ୍ୟ ଗାଡ଼ି ମଟର ଚାଲୁଥିବା ରାସ୍ତାରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼େ । ଏହି ସତର୍କତା ଅବଲମ୍ବନ କଲେ ଏବଂ ରାସ୍ତାର ନିୟମ ମାନିଲେ ଆମେ ଦୁର୍ଘଟଣାକୁ ଏଡ଼ାଇ ପାରିବା । ଏହାଦ୍ବାରା ନିଜର ଓ ଦେଶର ଧନ ଓ ଜୀବନ ସୁରକ୍ଷିତ ହୋଇପାରିବ ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
(ଖ) ଆମେ ସମସ୍ତେ ସଚେତନ ଓ ସତର୍କ ହେଲେ, ଆମର ଓ ଆମ ଦେଶର ମଙ୍ଗଳ ସାଧୁ ହେବ ।
ଉ : ''ଆମେ............... ..............ହେବ ।’’ ଉକ୍ତ ଗଦ୍ୟାଶଟି ‘ ସଡ଼କ ସୁରକ୍ଷା ଜୀବନ ରକ୍ଷା’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଏହି ପ୍ରସଙ୍ଗରେ ରାସ୍ତାରେ ଗାଡ଼ି ଚଳାଇଲା ବେଳେ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ଶିକ୍ଷା ପ୍ରଦାନ କରାଯାଇଛି ।
ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଆମ ଦେଶରେ ସୁନ୍ଦର ନିୟମ ମାନ ପ୍ରଣୟନ କରାଯାଇଛି । ରାସ୍ତା ଉପରେ ଓ ପାର୍ଶ୍ଵରେ ଅନେକ ସଂକେତର ବ୍ୟବସ୍ଥା କରାଯାଇଛି । ଆମେ ସମସ୍ତେ ସଚେତନ ଓ ସତର୍କହେଲେ କୌଣସି ଦୁର୍ଘଟଣା ଘଟିବ ନାହିଁ; ଫଳରେ ଆମର ଓ ଆମ ଦେଶର ମଙ୍ଗଳ ସାଧିତ ହେବ ।
ପ୍ରସଙ୍ଗଟି ଶିକ୍ଷଣୀୟ ।
୪। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କର।
ଦିଆଯାଇଥିବା ଶବ୍ଦ ବାକ୍ୟଗଠନ
ସଚେତନ – ନି ଜର କର୍ତ୍ତବ୍ୟ ବିଷୟରେ ସମସ୍ତେ ସଚେତନ ରହିବା ଉଚିତ ।
ଦୁର୍ଘଟଣା - କୌଣସି ଦୁର୍ଘଟଣା ଘଟିଲେ ଆମର ବହୁତ କ୍ଷତି ହୁଏ ।
ଦ୍ରୁତଗାମୀ - ଦ୍ରୁତଗାମୀ ଯାନଗୁଡ଼ିକ ବେଳେବେଳେ ଦୁର୍ଘଟଣା ଘଟାନ୍ତି ।
ଅନ୍ୟମନସ୍କ - ରାସ୍ତାରେ ଯିବାବେଳେ ଅନ୍ୟମନସ୍କ ହେବା ଉଚିତ ନୁହେଁ ।
ଗପସପ – ପାଠପଢ଼ାବେଳେ ଗପସପ କରିବା ଅନୁଚିତ ।
୫। ତଳେ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥବା ଶବ୍ଦ ଲେଖ ।
ଦିଆଯାଇଥବା ଶବ୍ଦ -ବିପରୀତ ଅର୍ଥ ବୁଝାଉଥବା ଶବ୍ଦ
ଅସାମାନ୍ଯ - ସାମାନ୍ଯ
ହାନି - ଲାଭ
ନିୟମ – ବେନିୟମ
ବିପଦ - ସମ୍ପଦ
କର୍ତ୍ତବ୍ଯ - ଅକର୍ରବ୍ଯ
୬। ପାଠରୁ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଜିର ପିଲା ଆସନ୍ତା କାଲିର............|
(ଖ) ବଡ଼ ବଡ଼ ସହରରେ ପାଦରେ ଚାଲିବାକୁ...........ବ୍ୟବସ୍ଥା ଥାଏ ।
(ଗ) ସାଇକେଲ୍ ସିଟ୍ ଉପରେ ବସିଲେ..........ରାସ୍ତାକୁ ଛୁଇଁ ପାରୁଥିବ ।
(ଘ)........ ଆଲୁଅ ଜଳିଲେ ଆଗକୁ ଯିବାପାଇଁ ସୂଚନା ମିଳେ ।
(ଙ) ମଟରସାଇକେଲ ଇତ୍ୟାଦି ଦୁଇ ଚକିଆ ଯାନରେ ............ରୁ ଅଧିକ ସଂଖ୍ୟକ ଲୋକ ଯାତାୟାତ କରିବା ଉଚିତ ନୁହେଁ ।
ଉ: (କ) ନାଗରିକ, (ଖ) ସ୍ଵତନ୍ତ୍ର ପାଦଚଲା ରାସ୍ତାର, (ଗ) ଦୁଇଗୋଡ଼ ଆଙ୍ଗୁଳି, (ଘ) ସବୁଜ, (ଙ) ଦୁଇ
୭। ‘କ’ ସ୍ତମ୍ଭର ସଂଙ୍କେତ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ଭକ୍ତିକୁ ଗାରଟାଣି ଯୋଡ଼ ।
Tags:
Sadaka surakhya jibana rakhya class 6 solutions
Sadaka surakhya jibana rakhya class 6 pdf download
Sadaka surakhya jibana rakhya class 6 pdf
Sadaka surakhya jibana rakhya class 6 mcq
Sadaka surakhya jibana rakhya class 6 english
Sadaka surakhya jibana rakhya images
Sadaka surakhya essay in odia
Class 6 odia Chapter 10 question answer
No comments:
Post a Comment