Bharatare Ganatantra Nirbachana Prakriya O Nirbachana Ayoga ( ଭାରତରେ ଗଣତନ୍ତ୍ର - ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ ) Class 10 rajniti bigyan nirbachana prakriya o Nirbachana ayoaga/Bharatare ganatantra question answer. Get complete notes, question answers, and PDF solutions for BSE Odisha Class 10 Political Science Chapter 2: "Bharatare Ganatantra, Nirbachana Prakriya O Nirbachana Ayoga" in Odia Medium. Perfect for Matric exam preparation!
ଭାରତରେ ଗଣତନ୍ତ୍ର ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ ପ୍ରଶ୍ନ ଉତ୍ତର
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧ । ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।
(କ) ଗଣତନ୍ତ୍ରର ସଂଜ୍ଞା ନିରୂପଣ କର ।
ଉ : ଭାରତ ହେଉଛି ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ‘ଗଣତନ୍ତ୍ର’ ଏଭଳି ଏକ ଜନପ୍ରିୟ ଶବ୍ଦ ଯାହା ଏକ ଇନ୍ଦ୍ରଜାଲ ଭଳି ସମଗ୍ର ମାନବ ଜାତିକୁ ମୋହାବିଷ୍ଟ କରିରଖିଛି । ‘ଗଣତନ୍ତ୍ର’ର -ଇଂରାଜୀ ପ୍ରତିଶବ୍ଦ ‘ଡିମୋକ୍ରାସୀ’ ଡେମୋସ୍ ଓ ‘କ୍ରାସିଆ’ ନାମକ ଦୁଇଟି ଗ୍ରୀକ୍ଶବ୍ଦର ସମ୍ମିଶ୍ରଣ ଯାହାର ଅର୍ଥ ଲୋକଙ୍କର କ୍ଷମତା । ଗଣତନ୍ତ୍ରରେ ଜନସାଧାରଣ ସାର୍ବଭୌମ କ୍ଷମତାର ଅଧିକାରୀ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍ଙ୍କ ମତରେ “ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ଵାରା ଏବଂ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ।” ରାଜନୀତି ବିଜ୍ଞାନୀ ସିଲିଙ୍କ ମତରେ “ ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶ ଗ୍ରହଣ କରିଥାନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।”
(ଖ) ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ : ଗଣତନ୍ତ୍ର ମୁଖ୍ୟତଃ ଦୁଇପ୍ରକାର : ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ଗଣତନ୍ତ୍ର । ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଜନସାଧାରଣ ସାର୍ବଭୌମତ୍ୱର ଅଧିକାରୀ ଅଟନ୍ତି ଏବଂ ରାଜନୈତିକ କ୍ଷମତା ନିଜେ କାର୍ଯ୍ୟକାରୀ କରି ସିଧାସଳଖ ରାଷ୍ଟ୍ରର ଶାସନ ନୀତି ନିର୍ଦ୍ଧାରଣ କରନ୍ତି । ପ୍ରାଚୀନ ଗ୍ରୀସ୍ ଦେଶର ନଗରରାଜ୍ୟଗୁଡ଼ିକରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା । ଏବେ କେବଳ ସୁଇଜରଲାଣ୍ଡରେ ପ୍ରତ୍ୟକ୍ଷ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ପରୋକ୍ଷ ଗଣତନ୍ତ୍ରରେ ଜନସାଧାରଣ ସେମାନଙ୍କ ପ୍ରତିନିଧୁମାନଙ୍କୁ ନିର୍ବାଚିତ କରି ସେମାନଙ୍କଦ୍ୱାରା ଶାସିତ ହୁଅନ୍ତି । ଏଣୁ ଏହାର ଅନ୍ୟନାମ ପ୍ରତିନିଧୂମୂଳକ ଗଣତନ୍ତ୍ର । ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆରେ ପରୋକ୍ଷ ଗଣତନ୍ତ୍ର ବ୍ୟବସ୍ଥା ରହିଛି ।
(ଗ) ନିର୍ବାଚନର ଗୁରୁତ୍ବ ବିଷୟରେ ସଂକ୍ଷେପରେ ଲେଖ ।
ଉ : ପୃଥିବୀର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନର ବ୍ୟବସ୍ଥା ରହିଛି । ମାତ୍ର ଗଣତନ୍ତ୍ରର ବିପରୀତ ଏକଛତ୍ରବାଦୀ ଶାସନ – ଏହା ଏକ ପ୍ରହେଳିକା, ଧୂଆଁବାଣ ତଥା ଅବାସ୍ତବ ପ୍ରକ୍ରିୟା | ନିର୍ବାଚନଦ୍ବାରା ଜନସାଧାରଣ ସେମାନଙ୍କ ପ୍ରତିନିଧିମାନଙ୍କୁ ଚୟନ କରନ୍ତି । ଗଣତନ୍ତ୍ରରେ ନିର୍ବାଚନର ଯଥେଷ୍ଟ ଗୁରୁତ୍ଵ ରହିଛି ସଚେତନ ନାଗରିକ ଗଣତନ୍ତ୍ରପାଇଁ ଶୁଭଙ୍କର ତଥା ଏହାର ସଫଳତା ପାଇଁ ଦାୟୀ । ମାତ୍ର ଏଠାରେ ମନେରଖିବାକୁ ପଡ଼ିବ ଯେ ଯଦି ନାଗରିକମାନେ ଉଚ୍ଚ ନୈତିକ ଚରିତ୍ରସଂପନ୍ନ ନ ହେବେ; ନିର୍ବାଚନ ବେଳେ ଅସାଧୁ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବେ, ସେଠାରେ ଗଣତନ୍ତ୍ର ବିପଦାପନ୍ନ ହୋଇଉଠିବ । ଏହାର କାରଣ ହେଲା ଅସାଧୁ ବ୍ୟକ୍ତିମାନେ ନିର୍ବାଚିତ ହୋଇ କ୍ଷମତାସୀନ ହେଲେ ତଥା ବ୍ୟବସ୍ଥାପକ ହେଲେ ଗଣତନ୍ତ୍ର ତଥା ରାଷ୍ଟ୍ର ଧ୍ବଂସ ହେବା ସୁନିଶ୍ଚିତ । ଏ ଦୃଷ୍ଟିରୁ ଗଣତନ୍ତ୍ରରେ ନିର୍ବାଚନର ଯଥେଷ୍ଟ ଗୁରୁତ୍ଵ ରହିଛି ।
(ଘ) ଭାରତରେ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ବ ଆଲୋଚନା କର ।
ଉ : ଭାରତ ହେଉଛି ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ଆୟତନ ଦୃଷ୍ଟିରୁ ସପ୍ତମ ଓ ଜନସଂଖ୍ୟା ଦୃଷ୍ଟିରୁ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଭାରତରେ ଯଦି ନିର୍ବାଚନ ମୁକ୍ତ, ସ୍ଵାଧୀନ ଓ ଅବାଧରେ ପରିଚାଳିତ ନହୁଏ ‘ଗଣତନ୍ତ୍ର ଭଳି ମନ୍ଦିର’ ଧ୍ଵଂସ ହୋଇଯିବ । ଏ କଥାକୁ ଆଖି ଆଗରେ ରଖି ଆମ ସମ୍ବିଧାନ ପ୍ରଣେତାଗଣ ନିମ୍ନଲିଖ୍ ବ୍ୟବସ୍ଥା କରିଛନ୍ତି ।
(କ) ଲୋକସଭା, ବିଧାନସଭା ତଥା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରତିନିଧ୍ଵଗଣଙ୍କ ପାଇଁ ସିଧାସଳଖ ନିର୍ବାଚନ ।
(ଖ) ରାଜ୍ୟସଭା, ବିଧାନ ପରିଷଦ ସଦସ୍ୟ, ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତିଙ୍କ ପାଇଁ ପରୋକ୍ଷ ନିର୍ବାଚନ ।
(ଗ) ନିର୍ବାଚନକୁ ସୁଚାରୁରୂପେ ସଂପନ୍ନ ପାଇଁ ଭୋଟର ତାଲିକାର ବ୍ୟବସ୍ଥା, ସାର୍ବଜନୀନ ସାବାଳକ ଭୋଟ ପ୍ରଥା, ବିଭିନ୍ନ ପଦବୀ ପାଇଁ ଯୋଗ୍ୟତା, ଗୋପନୀୟ ମତଦାନ, ଇଲେକ୍ଟ୍ରୋନିକ ମତଦାନ ବ୍ୟବସ୍ଥା, ନିର୍ବାଚିତ ହେବାପାଇଁ ସିଦ୍ଧମତର ଆବଶ୍ୟକତା ଇତ୍ୟାଦି ।
() ଆମ ଦେଶର ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
ଉ : ଭାରତଭଳି ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ରେ ନିର୍ବାଚନକୁ ମୁକ୍ତ, ଅବାଧ, ସହଜ କରିବା ଏକ ପ୍ରମୁଖ ଆହ୍ବାନ । ଏଥିପାଇଁ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ ରହିଛି । କ୍ରମାନୁସାରେ ସେଗୁଡ଼ିକ ହେଲା ନିର୍ବାଚନ ମଣ୍ଡଳୀର ସୀମା ନିଦ୍ଧାରଣ, ମତଦାତାଙ୍କ ପୂର୍ଣାଙ୍ଗ ନାମ ତାଲିକା ପ୍ରସ୍ତୁତି, ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟଣ୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ଯକର୍ମଚାରୀ ନିଯୁକ୍ତି, ପ୍ରାର୍ଥୀ ମନୋନୟନ, ନାମାଙ୍କନ ପତ୍ର ଦାଖଲ, ଅମାନତ ଅର୍ଥରାଶି ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ନାମତାଲିକା ଘୋଷଣା, ନିର୍ବାଚନ ସଂକେତ ପ୍ରଦାନ, ନିର୍ବାଚନ ପ୍ରଚାର ଅଭିଯାନ, ଆଦର୍ଶ ଆଚରଣ ବିଧି, ମତଦାନ ବ୍ୟବସ୍ଥା, ସିଦ୍ଧମତ ଗଣତି ଓ ଚୂଡ଼ାନ୍ତ ଫଳାଫଳ । ଯେକୌଣସି ପର୍ଯ୍ୟାୟରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ଗଣତନ୍ତ୍ରପାଇଁ ଏକ ଧିକ୍କା ସଦୃଶ ।
(ଚ) ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
ଉ : ଆମ ଦେଶରେ ମୁକ୍ତ, ଅବାଧ, ସ୍ଵଚ୍ଛ ତଥା ନିର୍ମଳ ଭାବେ ନିର୍ବାଚନ ସଂପନ୍ନ କରିବାପାଇଁ ସମ୍ବିଧାନର ୩୭୪ ଧାରା ଅନୁସାରେ ଏକ ନିର୍ବାଚନ ଆୟୋଗର ବ୍ୟବସ୍ଥା ରହିଛି । ଏଥିରେ | ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ ଅଛନ୍ତି । ସେମାନଙ୍କୁ ଭାରତର ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ଏମାନେ ଛଅବର୍ଷ କିମ୍ବା ୬୫ ବର୍ଷ ବୟସ ଯାଏଁ କାର୍ଯ୍ୟ କରନ୍ତି ।
ସମ୍ବିଧାନର ୩୨୪ ଧାରାରୁ ୩୨୮ ମଧ୍ୟରେ ଏହାର କ୍ଷମତା ଓ କାର୍ଯ୍ୟାବଳୀ ବର୍ଣ୍ଣନା କରାଯାଇଛି । ନିର୍ବାଚନ ଆୟୋଗର ବିଭିନ୍ନ କାର୍ଯ୍ୟଗୁଡ଼ିକ ହେଲା – ଭୋଟର ତାଲିକା ପ୍ରସ୍ତୁତ କରିବା, ନିର୍ବାଚନ ପରିଚାଳନା, ତତ୍ତ୍ୱାବଧାନ ଓ ନିୟନ୍ତ୍ରଣ କରିବା, ମତଦାତାଙ୍କୁ ଫଟୋ ପରିଚୟପତ୍ର ପ୍ରଦାନ, ବିଭିନ୍ନ ଦଳକୁ ନିର୍ବାଚନ ସଙ୍କେତ ଓ ସ୍ୱୀକୃତି ପ୍ରଦାନ, ନିର୍ବାଚନ ବେଳେ ପର୍ଯ୍ୟବେକ୍ଷକ ଓ ନିଯୁକ୍ତି, ନିର୍ବାଚନ ଆଚରଣବିଧ୍ ଲାଗୁକରିବା, ବିଭିନ୍ନ ଦଳକୁ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ପ୍ରଚାର ସୁଯୋଗ ଦେବା ଇତ୍ୟାଦି ।
(ଛ) ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କ’ଣ ?
ଉ : ଭାରତଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୈତିକ ଦଳ, ନିର୍ବାଚନ ତଥା ଜନମତର ବିଶେଷ ଗୁରୁତ୍ଵ ରହିଛି । ବିଶେଷତଃ ନିର୍ବାଚନଗୁଡ଼ିକ ମୁକ୍ତ, ଅବାଧ ଓ ସ୍ୱଚ୍ଛ ନ ହେଲେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିବ । ନିର୍ବାଚନ ଦୁଇ ପ୍ରକାର ; ପ୍ରତ୍ୟକ୍ଷ ଓ ପରୋକ୍ଷ । ଆମ ରାଷ୍ଟ୍ରରେ ପ୍ରତି ପାଞ୍ଚବର୍ଷରେ ଥରେ ସାଧାରଣ ନିର୍ବାଚନ ( ଲୋକସଭା ଓ ବିଧାନସଭା)ର ବ୍ୟବସ୍ଥା ଅଛି । ଆବଶ୍ୟକସୁଳେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୁଏ । ଲୋକସଭା ବା ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଯଦି କୌଣସି କାରଣରୁ ଭାଙ୍ଗି ଯାଏ ତାହାହେଲେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୁଏ । ଆମ ରାଷ୍ଟ୍ରରେ ପୂର୍ବରୁ ୧୯୭୧, ୧୯୯୦, ୧୯୯୯ରେ ମଧ୍ୟବର୍ତ୍ତୀକାଳୀନ ଲୋକସଭା ଓ ଅନେକ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଇଛି ।
(ଜ) ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ କହିଲେ କ’ଶ ବୁଝ ?
ଉ : ନିର୍ବାଚନ ଦୁଇ ପ୍ରକାର : ପ୍ରତ୍ୟକ୍ଷ ଓ ପରୋକ୍ଷ । ପ୍ରତ୍ୟକ୍ଷ ନିର୍ବାଚନରେ ମତଦାତାମାନେ ସିଧାସଳଖ ଭୋଟଦେଇ ପ୍ରତିନିସ୍ ଚୟନ କରନ୍ତି । ଆମଦେଶର ଲୋକସଭା, ବିଧାନସଭା ତଥା ବିଭିନ୍ନ ସ୍ୱାୟତ୍ତଶାସନ ଅନୁଷ୍ଠାନ ପାଇଁ ସିଧାସଳଖ ନିର୍ବାଚନ କରାଯାଏ । ନିର୍ଦ୍ଦିଷ୍ଟ ସଂଖ୍ୟକ ଜନସଂଖ୍ୟାକୁ ନେଇ ନିର୍ବାଚନ ମଣ୍ଡଳୀଗୁଡ଼ିକ ସୀମା ନିର୍ଦ୍ଧାରଣ ଆୟୋଗଦ୍ଵାରା ଗଠିତ ହୋଇଥାଏ । ପ୍ରତ୍ୟେକ ନିର୍ବାଚନରେ ଅନେକ ପ୍ରତିଦ୍ବନ୍ଦୀ ପ୍ରତିଦ୍ବନ୍ଦ୍ବତା କରିପାରିବେ । ମାତ୍ର ଜଣେ ବ୍ୟକ୍ତି ପ୍ରତିନିଧ (ଲୋକସଭା ସଦସ୍ୟ, ବିଧାନସଭା ସଦସ୍ୟ ) ଭାବେ ନିର୍ବାଚିତ ହୁଅନ୍ତି । ସୁତରାଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲେ ଏକ-ସଦସ୍ୟ-ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ।
(ଝ) ନିର୍ବାଚନ ପ୍ରଚାର ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
ଉ : ଭାରତରେ ନିର୍ବାଚନଗୁଡ଼ିକର ବିଭିନ୍ନ ପ୍ରକ୍ରିୟା ରହିଛି । ତନ୍ମଧ୍ୟରୁ ନିର୍ବାଚନ ପ୍ରଚାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା । ଭାରତ ଭଳି ତଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ବେଳେ ବିଶେଷ ତତ୍ପରତା ପ୍ରକାଶ କରନ୍ତି । ପ୍ରାର୍ଥୀମାନଙ୍କ ଚୂଡ଼ାନ୍ତ ନାମ ଘୋଷଣା ପରେ ନିର୍ବାଚନ ପ୍ରଚାର ଆରମ୍ଭ ହୁଏ । ପ୍ରତ୍ୟେକ ଦଳ ନିଜ ନିଜର ‘ନିର୍ବାଚନ ଇସ୍ତାହାର’ ପ୍ରକାଶ କରି ନିଜ ସପକ୍ଷରେ ଜନମତକୁ ପ୍ରଭାବିତ କରନ୍ତି । ପ୍ରାଚୀର ପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣ ସଭା, ରାଲି, ଘରକୁ ଘର ପ୍ରଚାର ଅଭିଯାନ ଚାଲୁରହେ । ନିର୍ବାଚନ ଆୟୋଗ ମଧ୍ଯ ବିଭିନ୍ନ ଦଳପାଇଁ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ପ୍ରଚାରପାଇଁ ତାରିଖ ଓ ସମୟସୀମା ଧାର୍ଯ୍ୟକରନ୍ତି । ନିର୍ବାଚନ ଅନୁଷ୍ଠିତ ହେବାର ୪୮ ଘଣ୍ଟା ପୂର୍ବ ଯାଏଁ ନିର୍ବାଚନ ପ୍ରଚାର ଅଭିଯାନ ଚାଲୁରହେ ।
(ଞ) ଏକ ସ୍ୱାଧୀନ ତଥା ମୁକ୍ତ ନିର୍ବାଚନର ପ୍ରତିବନ୍ଧକଗୁଡ଼ିକ କ'ଣ ?
ଉ : ଭାରତରେ ଏ ପର୍ଯ୍ୟନ୍ତ ପନ୍ଦରଥର ଲୋକସଭା | କେତେକ ନିର୍ବାଚନ ପ୍ରକ୍ରିୟାରେ ପ୍ରତିବନ୍ଧକ ଭାବେ ଉଦ୍ଭବ ହୋଇଛି ।
(୧) କ୍ଷୁଦ୍ର ରାଜନୀତିକ ଦଳ ଏବଂ ସ୍ଵାଧୀନ ପ୍ରାର୍ଥୀମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ।
(୨) ବିଭିନ୍ନ ଦଳରେ ଟିକେଟ୍ ବଣ୍ଟନରେ ପାରିବାରିକ ରାଜନୀତିର ପ୍ରଭାବ ବୃଦ୍ଧି ହୋଇଛି ।
(୩) ରାଜନୀତିକ ଅପରାଧୀକରଣ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରୁଛି ।
(୪) ନିର୍ବାଚନରେ ଧନିକ ଶ୍ରେଣୀ (କୋଟିପତି ପ୍ରାର୍ଥୀ)ଙ୍କ ବିଜୟର ଆଶା ଅଧିକ ରହୁଛି ।
ଭାରତଭଳି ଅନ୍ୟାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ଏଭଳି ନିର୍ବାଚନ ପ୍ରତିବନ୍ଧକ ଦେଖାଯାଉଛି । ଏଣୁ ଏହାର ମୁକାବିଲା ପାଇଁ ନିର୍ବାଚନ ସଂସ୍କାରର ଆବଶ୍ୟକତା ରହିଛି ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।
(କ) ‘ମତଦାତାଙ୍କ ନିର୍ବାଚନ ପରିଚୟ ପତ୍ର’ କ'ଣ ?
ଉ : ଭାରତର ପ୍ରତ୍ୟେକ ମତଦାତାଙ୍କୁ ଏକ ନିର୍ବାଚନ ଫଟୋ ପରିଚୟପତ୍ର ଯୋଗାଇ ଦିଆଯାଇଛି । ମତଦାନ ଦିନ ଭୋଟରମାନେ ନିର୍ଦ୍ଧାରିତ କେନ୍ଦ୍ରକୁ ଯାଇ ଏହା ମାଧ୍ୟମରେ ନିଜର ପରିଚୟ ସାବ୍ୟସ୍ତ କରି ଭୋଟ ଦିଅନ୍ତି ।
(ଖ) ନିର୍ବାଚନମଣ୍ଡଳୀର ସୀମା କିଏ ନିର୍ଦ୍ଧାରଣ କରନ୍ତି ଓ କିପରି ?
ଉ : ଭାରତର ନିର୍ବାଚନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ହେଲା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ । ପ୍ରତ୍ୟେକ ଜନଗଣନାପରେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ ବିଧାନସଭା ଓ ଲୋକସଭାଗୁଡ଼ିକର ସୀମା ଜନସଂଖ୍ୟା ଅନୁସାରେ ନିର୍ଦ୍ଧାରଣ କରନ୍ତି ।
(ଗ) ପରୋକ୍ଷ ନିର୍ବାଚନ ପଦ୍ଧତିଟି କ’ଣ ? ଏହା ପ୍ରତ୍ୟକ୍ଷ ନିର୍ବାଚନଠାରୁ କିପରି ଭିନ୍ନ ?
ଉ : ନିର୍ବାଚନ ଦୁଇପ୍ରକାର ; ପ୍ରତ୍ୟକ୍ଷ ଓ ପରୋକ୍ଷ ନିର୍ବାଚନ । ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରତିନିଧମାନେ | ଭୋଟଦାତାଙ୍କଦ୍ୱାରା ସିଧାସଳଖ ନିର୍ବାଚିତ ହୋଇଥାନ୍ତି । ପରୋକ୍ଷ ନିର୍ବାଚନରେ ଭୋଟଦାତାମାନେ ପ୍ରଥମେ ପ୍ରତିନିଧୁ ବାଛିଥାନ୍ତି ଏବଂ ସେମାନେ ଅନ୍ୟ ପ୍ରତିନିଧୂଙ୍କୁ ବାଛନ୍ତି । (ଉଦାହରଣ : ନିର୍ବାଚନ ସଫଳତାର ସହ ଅନୁଷ୍ଠିତ ହୋଇଛି । ତଥାପି ନିମ୍ନ | ବିଧାନସଭାର ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ବାଛିବା ।)
(ଘ) ନାମାଙ୍କନ ପତ୍ର ଯାଞ୍ଚ କ’ଣ ଏବଂ ଏହା କାହିଁକି କରାଯାଏ ?
ଉ : ପ୍ରାର୍ଥୀମାନଙ୍କଦ୍ୱାରା ନାମାଙ୍କନ ପତ୍ରକୁ ରିଟଲିଂ ଅଫିସର ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚକରି ପ୍ରାର୍ଥୀଙ୍କ ଯୋଗ୍ୟତା ଓ ବୈଧତା ବିଚାର କରନ୍ତି । ତା’ପରେ ସମସ୍ତ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକା ସର୍ବସାଧାରଣଙ୍କ ଗୋଚରାର୍ଥେ ଘୋଷଣା କରନ୍ତି ।
(ଙ) ରାଜ୍ୟ ନିର୍ବାଚନ ଆୟୋଗର ଗଠନ ବିଷୟରେ ଲେଖ ।
ଉ : ରାଜ୍ୟମାନଙ୍କରେ ସ୍ଵାୟତ୍ତଶାସନ ସଂସ୍ଥାର ନିର୍ବାଚନ ପରିଚାଳନା ଦାୟିତ୍ଵ ରାଜ୍ୟ ନିର୍ବାଚନ ଆୟୋଗକୁ ଦିଆଯାଇଛି । ଏହା ଏକ ସଦସ୍ୟ ବିଶିଷ୍ଟ ଅଟେ । ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟପାଳଙ୍କଦ୍ବାରା ନିଯୁକ୍ତ ହୋଇ ସର୍ବାଧିକ ୬୨ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ।
(ଚ) ‘ଆଦର୍ଶ ଆଚରଣ ବିଧ୍ୱଂ’ ସମ୍ପର୍କରେ ଯାହା ଜାଣିଛ, ଲେଖ
ଉ : ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ ତଥା ରାଜନୈତିକ ଦଳଙ୍କୁ ‘ଆଦର୍ଶ ଆଚରଣ ବିଧି’ ମାନିବାକୁ ବାଧ୍ୟ । ଏହାଦ୍ଵାରା ନିର୍ବାଚନ ଜନିତ ହିଂସାକାଣ୍ଡ ଓ ଅସାଧୁ ଉପାୟ ଅବଲମ୍ବନକୁ ରୋକାଯାଇ ପାରିବ । ଏଭଳି ବିଧ ଭାଙ୍ଗୁଥିବା ପ୍ରାର୍ଥୀଙ୍କୁ ଦଣ୍ଡିତ କରାଯାଏ ।
(ଛ) ‘ସାବାଳକ ମତଦାନ’ ପ୍ରଥା କହିଲେ, ତୁମେ କ’ଣ ବୁଝ ?
ଉ : ଭାରତରେ ବିଭିନ୍ନ ନିର୍ବାଚନରେ ମତଦାତାଙ୍କୁ ମତଦାନ ଅଧିକାର ଦିଆଯିବା ପ୍ରଥାକୁ ‘ସାବାଳକ ମତଦାନ ପ୍ରଥା’ କୁହାଯାଏ । ସମ୍ବିଧାନର ୩୨୬ ଧାରାନୁଯାୟୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସାବାଳକମାନଙ୍କୁ ମତଦାନ ଅଧିକାର ଦିଆଯାଇଛି ।
(ଜ) ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
ଉ : ଭାରତର ରାଷ୍ଟ୍ର ପତି ଜନସାଧାରଣଙ୍କ ଦ୍ଵାରା ପରୋକ୍ଷରେ ନିର୍ବାଚିତ ହୁଅନ୍ତି । ଏଥିପାଇଁ ଏକ ‘ନିର୍ବାଚକ ମଣ୍ଡଳୀ’ ଗଠନ କରାଯାଏ, ଯହିଁରେ ସଂସଦର ଉଭୟଗୃହର ନିର୍ବାଚିତ ସଦସ୍ୟ ଏବଂ ବିଭିନ୍ନ ରାଜ୍ୟ ତଥା ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାର ନିର୍ବାଚିତ ସଦସ୍ୟ ରହିଥାନ୍ତି ।
(ଝ) କେଉଁ ଆଇନ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ?
ଉ : ନିର୍ବାଚନର ପ୍ରମୁଖ କାର୍ଯ୍ୟଟି ହେଲା ଭୋଟଦାତାମାନେ ଭୋଟ (ମତ) ଦାନ କରିବା । ସମ୍ବିଧାନର ୩୨୬ ଧାରା- ଅନୁସାରେ ସାବାଳକ ଭୋଟପ୍ରଥା ଦ୍ଵାରା ୧୯୫୦ ଓ ୧୯୫୧ ମସିହାର ଲୋକ ପ୍ରତିନିଧ୍ ଆଇନ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ।
() କେଉଁ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ ?
ଉ : ରିଟଣ୍ଟିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ । ବିଧାନସଭା ନିର୍ବାଚନ ପାଇଁ ରିଟଣ୍ଡିଂ ଅଫିସର ଉପଜିଲ୍ଲାପାଳ ଓ ଲୋକସଭା ପାଇଁ ଜିଲ୍ଲାପାଳ ଏ ଦାୟିତ୍ଵ ନିର୍ବାହ କରିଥାନ୍ତି ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ ।
(କ) ‘ଅମାନତ ଅର୍ଥ ରାଶି’ କ’ଣ ?
ଉ : ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଅମାନତଭାବେ ଦାଖଲ କରନ୍ତି ଏବଂ ସେ ଯଦି ସିଦ୍ଧମତର ଏକ-ଷତାଂଶ ଭୋଟ ପାଆନ୍ତି, ସେହି ଅର୍ଥ ତାଙ୍କୁ ଫେରସ୍ତ ମିଳିଥାଏ ।
(ଖ) ‘ମତଦାତାଙ୍କ ନାମ ତାଲିକା’ କାହାକୁ କୁହାଯାଏ ?
ଉ : ‘ମତଦାତାଙ୍କ ନାମ ତାଲିକା’ କହିଲେ ମତଦାତା (ଭୋଟର)ମାନଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକାକୁ ବୁଝାଏ, ଯହିଁରେ ସେମାନଙ୍କ ନାମ ଓ ଅନ୍ୟ ବିବରଣୀ ଉଲ୍ଲେଖ କରାଯାଇଥାଏ ।
(ଗ) ‘ଆପେକ୍ଷିକ ସଂଖ୍ୟା ଗରିଷ୍ଠତା’ କହିଲେ ତୁମେ କ’ଣ ବୁଝ ?
ଉ : ନିର୍ବାଚନରେ କୌଣସି ନିର୍ବାଚନ ମଣ୍ଡଳୀରେ ଯେଉଁ ପ୍ରାର୍ଥୀ ସର୍ବାଧିକ ଭୋଟ ପାଇଥାନ୍ତି ସେ ନିର୍ବାଚିତ ଘୋଷିତ ହୋଇଥାନ୍ତି ; ସୁତରାଂ ଏହି ସଂଖ୍ୟାକୁ ଆପେକ୍ଷିକ ସଂଖ୍ୟା ଗରିଷ୍ଠତା କୁହାଯାଏ ।
(ଘ) ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି କିଏ ନିଅନ୍ତି ?
ଉ : ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ନିଅନ୍ତି । () ନାମାଙ୍କନ ପତ୍ର ସହିତ ପ୍ରାର୍ଥୀ ଅନ୍ୟ କି ପ୍ରକାର କାଗଜପତ୍ର ଦାଖଲ କରିଥାନ୍ତି ?
ଉ : ନାମାଙ୍କନ ପତ୍ର ସହିତ ପ୍ରାର୍ଥୀ ନିଜର ଆୟ ପରିମାଣ ଓ ନିଜ ବିରୋଧରେ ଥିବା ଫୌଜଦାରୀ ମୋକଦ୍ଦମାର କାଗଜପତ୍ର ଦାଖଲ କରିଥାନ୍ତି ।
(ଚ) ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ କାହା ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ?
ଉ : ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ନିଜ ନିଜର ନିର୍ବାଚନମଣ୍ଡଳୀର ରିଟର୍ଡିଂ ଅଫିସର (ଉପ ଜିଲ୍ଲାପାଳ)ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ।
(ଛ) ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା କେଉଁ ନିର୍ବାଚନ ପରିଚାଳିତ ହୁଏ ?
ଉ : ରାଜ୍ୟ ନିର୍ବାଚନ ଆୟୋଗଙ୍କଦ୍ବାରା ପଞ୍ଚାୟତିରାଜ ଏବଂ ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ ପରିଚାଳିତ ହୁଏ ।
(ଜ) ମୁଖ୍ୟ ନିର୍ବାଚନ ଆୟୁକ୍ତ କେଉଁ ପ୍ରଣାଳୀରେ ପଦଚ୍ୟୁତ ହୁଅନ୍ତି ?
ଉ : ମୁଖ୍ୟ ନିର୍ବାଚନ ଆୟୁକ୍ତ ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଯେଉଁ କାରଣରୁ ତଥା ଯେଭଳି ଭାବେ ପଦଚ୍ୟୁତ ହୁଅନ୍ତି ସଂସଦର ପ୍ରତ୍ୟେକ ସଦନର ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠ ସାଂସଦଙ୍କ ସମର୍ଥନରେ ରାଷ୍ଟ୍ରପତିଙ୍କଦ୍ବାରା ପଦଚ୍ୟୁତ ହୁଅନ୍ତି ।
(ଝ) ଉପ-ନିର୍ବାଚନ କେତେବେଳେ କରାଯାଏ ?
ଉ : ଯେତେବେଳେ କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା, ମୃତ୍ଯୁ ବା ତାଙ୍କ ନିର୍ବାଚନ ଅସିଦ୍ଧ ଘୋଷିତ ହୋଇଥାଏ, ଶୂନ୍ୟପଡ଼ିଥିବା ସଦସ୍ୟଙ୍କ ସ୍ଥାନ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ ।
(ଞ) ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ କିଏ ନିଯୁକ୍ତ କରନ୍ତି ?
ଉ : ଭାରତର ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ ରାଷ୍ଟ୍ରପତି ଏବଂ ରାଜ୍ୟ ନିର୍ବାଚନ ଆୟୋଗର ଆୟୁକ୍ତମାନଙ୍କୁ ସେହି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରନ୍ତି ।
୪ । ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତର ସହିତ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) ଗଣତନ୍ତ୍ର ହେଉଛି “ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା, ଲୋକମାନଙ୍କ ପାଇଁ ସରକାର ।’' – ଏହା କିଏ କହିଥିଲେ ?
(କ) ମହାତ୍ମାଗାନ୍ଧୀ
(ଖ) ଆବ୍ରାହମ୍ ଲିଙ୍କନ୍
(ଗ) ପଣ୍ଡିତ ଜବାହରଲାଲ୍ ନେହେରୁ
(ଘ) ଡଃ ବି.ଆର୍. ଆମ୍ବେଦକର
(ଖ) ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସ ସୀମା କେତେ ବର୍ଷ ?
(କ) ୨୧ ବର୍ଷ
(ଖ) ୨୦ ବର୍ଷ
(ଗ) ୧୯ ବର୍ଷ
(ଘ) ୧୮ ବର୍ଷ
(ଗ) ଉକ୍ତି ମଧ୍ୟରୁ ଠିକ୍ ଉକ୍ତିକୁ ବାଛି ଲେଖ ।
(କ) ଭାରତରେ ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି |
(ଖ) ରାଜ୍ୟ ବିଧାନସଭାର ସଦସ୍ୟମାନେ ପରୋକ୍ଷ ସକ ଦଳକ ନିର୍ବାଚନ ଦ୍ଵାରା ନିର୍ବାଚିତ ହୁଅନ୍ତି ।
(ଗ) ଭାରତର ରାଷ୍ଟ୍ରପତି ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୁଅନ୍ତି |
(ଘ) ଲୋକସଭା ପାଇଁ ନିର୍ବାଚନ ବ୍ୟବସ୍ଥାରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ସୁବିଧା ଅଛି ।
(ଘ) ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବ୍ୟତୀତ ଆଉ କେତେ ଜଣ ଆୟୁକ୍ତ ଅଛନ୍ତି ?
(କ) ୧
(ଖ) ୨
(ଗ) ୩
(ଘ) ୪
() ନିମ୍ନୋକ୍ତ କେଉଁ ଉକ୍ତି ନିର୍ବାଚନ ପରିଚାଳନାର ଆବଶ୍ୟକତା ସମ୍ପର୍କରେ ଠିକ୍ କାରଣ ନୁହେଁ ?
(କ) ନିର୍ବାଚନ ଜରିଆରେ ମତଦାତା ସରକାରଙ୍କର ସଫଳତାର ବିଚାର କରନ୍ତି ।
(ଖ) ନିଜ ମନପସନ୍ଦର ଲୋକପ୍ରତିନିଧ ଚୟନ ନିର୍ବାଚନ ଜରିଆରେ କରାଯାଏ ।
(ଗ) ନିର୍ବାଚନ ମାଧ୍ୟମରେ ନ୍ୟାୟପାଳିକାର ସଫଳତାର ମୂଲ୍ୟାୟନ କରାଯାଏ ।
(ଘ) ମତଦାତା ନିର୍ବାଚନ ଜରିଆରେ ଦଳୀୟ ନୀତିକୁ ସମର୍ଥନ ଜଣାନ୍ତି ।
(ଚ) ନିମ୍ନୋକ୍ତ କେଉଁଟି ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟ କୌତି ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରଚାର
(ଖ) ମତଦାନ ପ୍ରକ୍ରିୟା
(ଗ) ମତ-ଗଣତି ପ୍ରକ୍ରିୟା
(ଘ) ଫଳାଫଳ ଘୋଷଣା
(ଛ) ନିମ୍ନୋକ୍ତ କେଉଁଟି ଆଦର୍ଶ ଆଚରଣ ବିଧ୍ ଉଲ୍ଲଙ୍ଘନ କରୁଅଛି ?
(କ) ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍ଘାଟନ କଲେ ।
(ଖ) ମତଦାତାଙ୍କ ନାମ ତାଲିକାରେ ୨୦, ୦୦୦ ମତଦାତାଙ୍କର ନାମ ଜାଲ ଅଟେ ବୋଲି ତଦନ୍ତରୁ ଜଣା ପଡ଼ିଲା ।
(ଗ) ନିର୍ବାଚନ ପ୍ରଚାର ସଭାରେ ପ୍ରାର୍ଥୀଙ୍କ ବିରୋଧୀଙ୍କ ଦ୍ବାରା କଳାପତାକା ପ୍ରଦର୍ଶନ ।
(ଘ) ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ନିଜର ମତାମତ ରଖୁବାକୁ ମାତ୍ର ୧୦ ୧ ମିନିଟ ସମୟ ପ୍ରଦାନ କରାଯାଇଛି ।
(ଜ) ନିମ୍ନୋକ୍ତ କେଉଁଟି ସୁସ୍ଥ ନିର୍ବାଚନ ପ୍ରକ୍ରିୟାର ବିରୋଧୀ ?
(କ) ନିର୍ବାଚନ ପ୍ରକ୍ରିୟାରେ ହିଂସାତ୍ମକ କାର୍ଯ୍ୟ
(ଖ) ମତଦାତାଙ୍କ ନାମ ତାଲିକାର ଠିକ୍ ସଂଶୋଧନ
(ଗ) ମତଦାତାଙ୍କର ନିର୍ବାଚନ ପରିଚୟ ପତ୍ର ଯାଞ୍ଚ
(ଘ) ନିର୍ବାଚନ ପ୍ରକ୍ରିୟାରେ ନିଯୁକ୍ତ ଅଧିକାରୀଙ୍କୁ ନିଜ ଦାୟିତ୍ବ ସମ୍ପାଦନରେ ଜନସାଧାରଣଙ୍କର ସହଯୋଗ ପ୍ରଦାନ ।
(ଝ) ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ନିଯୁକ୍ତ କରନ୍ତି ?
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ଭାରତର ମୁଖ୍ୟ ବିଚାରପତି
(ଘ) ରାଜ୍ୟପାଳ
(ଞ) ରାଜ୍ୟସଭାର ସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ମତଦାନ କରନ୍ତି ?
(କ) ରାଜ୍ୟ ବିଧାନସଭାର ସଦସ୍ୟ
(ଖ) ଜିଲ୍ଲା ପରିଷଦର ଅଧ୍ୟକ୍ଷ
(ଗ) ଲୋକସଭାର ସାଂସଦ
(ଘ),ରାଜ୍ୟ ବିଧାନ ପରିଷଦର ସଦସ୍ୟ
(ଟ) ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ର ବ୍ୟବହାର କାହିଁକି ଫଳପ୍ରଦ ନୁହେଁ ?
(କ) ମତଦାନ ପ୍ରକ୍ରିୟା ତ୍ବରାନ୍ବିତ ହୁଏ ।
(ଖ) ମତଦାନ ଓ ମତ ଗଣତି ପ୍ରକ୍ରିୟାରେ ସ୍ୱଚ୍ଛତା ରହେ ।
(ଗ) ଏଥରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ଥାଏ।
(ଘ) ଏହି ଯନ୍ତ୍ରରେ ମତଦାତାଙ୍କର ମତଦାନ ଦୀର୍ଘଦିନ ରେ ପର୍ଯ୍ୟନ୍ତ ନିରାପଦ ଓ ସୁରକ୍ଷିତ ରହେ।
(୦) ନିମ୍ନୋକ୍ତ କେଉଁ ନିର୍ବାଚନରେ ଦଳୀୟ ସଂକେତ ବ୍ୟବହୃତ ହୁଏ ନାହିଁ ?
(କ) ସରପଞ୍ଚ ପଦ ପାଇଁ ନିର୍ବାଚନ
(ଖ) ଲୋକସଭାର ସାଂସଦ ପଦ ପାଇଁ ନିର୍ବାଚନ
(ଗ) ରାଜ୍ୟ ବିଧାନସଭାର ବିଧାୟକ ପଦ ପାଇଁ ନିର୍ବାଚନ
(ଘ) ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ନିର୍ବାଚନ
(ଡ) ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତ ମଧ୍ୟରୁ କିଏ ନିଯୁକ୍ତ କରନ୍ତି ?
(କ) ରାଜ୍ୟପାଳ
(ଖ) ମୁଖ୍ୟମନ୍ତ୍ରୀ
(ଗ) ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(ଘ) ରାଜ୍ୟ ବିଧାନସଭାର ବାଚସ୍ପତି
(ଢ) ଲୋକସଭାର ସଦସ୍ୟ ନିର୍ବାଚନରେ ନିମ୍ନୋକ୍ତ କେଉଁଟି ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରକ୍ରିୟାର ମତଦାନ ଓ ମତ ଗଣନା ବ୍ୟବସ୍ଥା ତଦାରଖ ଏବଂ ନିର୍ବାଚନ ଆୟୁକ୍ତଙ୍କୁ ରିପୋର୍ଟ ପ୍ରଦାନ
(ଖ) ନାମାଙ୍କନ ପତ୍ର ଦାଖଲ
(ଗ) ନାମାଙ୍କନ ପତ୍ର ପ୍ରତ୍ୟାହାର
(ଘ) ପ୍ରାର୍ଥୀଙ୍କୁ ଦଳୀୟ ସଂକେତ ପ୍ରଦାନ
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର ପ୍ରତ୍ୟେକର ଉତ୍ତର ୬୦ଟି ଶବ୍ଦରେ ଦିଅ ।
(କ) ଏକବିଂଶ ଶତାବ୍ଦୀରେ ଭାରତରେ ଗଣତନ୍ତ୍ରର ପ୍ରାସଙ୍ଗିକତା କ’ଣ ?
ଉ : ଭାରତ ହେଉଛି ଆୟତନ ଦୃଷ୍ଟିରୁ ସପ୍ତମ ବୃହତ୍ ରାଷ୍ଟ୍ର । ଏହାର ଜନସଂଖ୍ୟା ୧୨୭ କୋଟିରୁ ଅଧ୍ବକ । ଏଭଳି ବୃହତ୍ ରାଷ୍ଟ୍ର ପାଇଁ ଗଣତନ୍ତ୍ରହିଁ ଭାରତମାଟି ପାଇଁ ସର୍ବୋତ୍କୃଷ୍ଟ ସରକାର । ଗଣତନ୍ତ୍ର ହେଉଛି ଲୋକଙ୍କର ସରକାର ଯେଉଁଠି ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତା (ସାର୍ବଭୌମତ୍ୱ) ଲୋକମାନଙ୍କଠାରେ ଥାଏ । ସ୍ଵାଧୀନୋତ୍ତର ଭାରତରେ ଅଦ୍ୟାବଧୂ ୬୫ ବର୍ଷ ଧରି ସମୟର ତାଳେ ତାଳେ ଗଣତନ୍ତ୍ର ରୂପକ ରଥଟି ସଠିକ୍ ଭାବେ, ଗଡ଼ି ଚାଲିଛି । ଗଣତନ୍ତ୍ରର ବିପରୀତ ଏକଛତ୍ରବାଦୀ ଶାସନ ଭାରତୀୟ ଜନଜୀବନକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି । ସୁତରାଂ ଏକବିଂଶ ଶତାବ୍ଦୀରେ ଭାରତରେ ଗଣତନ୍ତ୍ରର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ଏବଂ ଆହୁରି ବୃଦ୍ଧି ପାଇଛି ।
(ଖ) ଭାରତର ସମ୍ବିଧାନରେ ପ୍ରଦତ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ବର୍ଣ୍ଣନା କର ।
: ଭାରତର ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଗୃହୀତ ହେଲା ଏବଂ ୧୯୫୦ ଜାନୁଆରୀ ୨୬ ତାରିଖରୁ କାର୍ଯ୍ୟକାରୀ ହେଲା । ଏହି ସମ୍ବିଧାନର ପ୍ରଥମ ପୃଷ୍ଠାରେ ପ୍ରାକ୍କଥନ (ପ୍ରସ୍ତାବନା) ରହିଛି ଯାହା ଏହାର ମୁଖ ସଦୃଶ । ପ୍ରାକ୍ କଥନ ସୂଚନା ଦିଏ ଯେ ଭାରତର ଜନସାଧାରଣ ସାର୍ବଭୌମତ୍ୱର ଅଧିକାରୀ । ଭାରତ ଏକ ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର । ଭାରତରେ ପ୍ରତିନିଧମୂଳକ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଏହାର କେନ୍ଦ୍ରୀୟ ସଂସଦ ଦୁଇ ସଦନୀୟ । ଏହାର ଦୁଇଟି ସଦନ ହେଲା ଲୋକସଭା (ନିମ୍ନ) ଓ ରାଜ୍ୟସଭା (ଉଚ୍ଚ) । ଲୋକସଭାର ସଂଖ୍ୟାଗରିଷ୍ଠ ଦଳର ନେତା ପ୍ରଧାନମନ୍ତ୍ରୀ ଭାବେ କେନ୍ଦ୍ରସରକାରର ନେତୃତ୍ୱ ନିଅନ୍ତି । ସାମ୍ବିଧାନିକ ବ୍ୟବସ୍ଥାନୁସାରେ ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ସହାବସ୍ଥାନ ତଥା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକ ଅଛନ୍ତି |
(ଗ) ଭାରତରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ କିପରି କରାଯାଏ ?
ଉ : ଭାରତରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର | ସଦସ୍ୟମାନେ ମତଦାତାମାନଙ୍କଦ୍ୱାରା ସିଧାସଳଖ ନିର୍ବାଚିତ ହୁଅନ୍ତି । ଏଣୁ ସାରା ରାଷ୍ଟ୍ରକୁ ଲୋକସଭାର ଶାସନ ଅନୁସାରେ ଏବେ ୫୪୩ ଭାଗ ଓ ରାଜ୍ୟମାନଙ୍କୁ ଆବଶ୍ୟକୀୟ ଭାଗରେ ବିଭକ୍ତ କରାଯାଏ (ଯଥା- ଓଡ଼ିଶାକୁ ୧୪୭ ଭାଗ) । ପ୍ରତ୍ୟେକ ଭାଗକୁ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ କୁହାଯାଏ । ଜନସଂଖ୍ୟା ଅନୁସାରେ ଏହି ଆସନଗୁଡ଼ିକର ଆକାର, ସ୍ୱରୂପ ଗଠନ କରାଯାଏ । ଏହି କାମ ଭାରତର ସୀମା ନିର୍ଦ୍ଧାରଣ ଆୟୋଗ ଦ୍ବାରା ସମ୍ପାଦିତ ହୋଇଥାଏ । ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ସାତଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ସହ ସମାନ । ସୁତରାଂ ନରେ ୬୧ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୪୭ ଓଡ଼ିଶାରେ (୨୧ × ୭) ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ।
(ଘ) ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ କିପରି ସେ ଗଠିତ ହୁଏ ? ସେଗୁଡ଼ିକର ନାମ ଲେଖ ।
ଉ : ପ୍ରତ୍ୟେକ ଜନଗଣନା (ବିଗତଟି ୨୦୧୧ ମସିହା) ପରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯାଏ । ଏହା ‘ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ’ ଦ୍ଵାରା ସ୍ଥିର କରାଯାଏ । ଜନସଂଖ୍ୟା ଅନୁସାରେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଏହା ଗଠିତ ହୋଇଥାଏ ଯଦ୍ବାରା ଗୋଟିଏ ନିର୍ବାଚନ ମଣ୍ଡଳୀ ଏକାଧିକ ଜିଲ୍ଲାର କିଛି ଅଞ୍ଚଳକୁ ସାମିଲ କରାଯାଇପାରେ । ଏବେ ଓଡ଼ିଶାରେ ୨୧ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଛି | ସେଗୁଡ଼ିକ ହେଲା ଆସ୍କା, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, ବଲାଙ୍ଗୀର, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ।
(ଡ) ଓଡ଼ିଶା ବିଧାନସଭା କିପରି ଗଠିତ ହୋଇଛି ?
ଉ : ଭାରତର ଅନ୍ୟାନ୍ୟ ରାଜ୍ୟ ପରି ଓଡ଼ିଶାରେ ଏକ ରାଜ୍ୟ ବ୍ୟବସ୍ଥାପିକା ରହିଛି । ଏହା ଏକ ସଦନୀୟ । ଏହାର ଏକମାତ୍ର ସଦନ ହେଲା ବିଧାନ ସଭା । ଏହାର ସଭ୍ୟସଂଖ୍ୟା ୧୪୭ । ଏଣୁ ଓଡ଼ିଶାକୁ ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିଦ୍ଵନ୍ଦୀ ବିଧାନସଭା ସଦସ୍ୟଭାବେ ମତଦାତାଙ୍କଦ୍ୱାରା ସିଧାସଳଖ ନିର୍ବାଚିତ ହୁଅନ୍ତି । ଓଡ଼ିଶା ବିଧାନସଭାର ୨୨ ଗୋଟି ଆସନ ତଫସିଲଭୁକ୍ତ ଜାତି (SC) ଏବଂ ୩୪ଟି ଆସନ ତଫସିଲଭୁକ୍ତ ଉପଜାତି (ST)ମାନଙ୍କ ପାଇଁ ସଂରକ୍ଷିତ । ୧୯୩୭ ମସିହାରେ ଓଡ଼ିଶା ବିଧାନସଭାର ସଭ୍ୟସଂଖ୍ୟା ୬୦; ୧୯୫୨ରେ ୧୪୦ ଏବଂ ୧୯୭୪ ମସିହାରେ ୧୪୭ ହେଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।
(କ) ପ୍ରାଚୀନ ଗ୍ରୀସ୍ରେ ପ୍ରତ୍ୟକ୍ଷ ଗଣତନ୍ତ୍ର କିଭଳି କାର୍ଯ୍ୟ କରୁଥିଲା ?
ଉ : ପ୍ରାଚୀନ ଗ୍ରୀସ୍ର ନଗରରାଜ୍ୟରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା । ନଗରରାଜ୍ୟଗୁଡ଼ିକ ଆୟତନ ଦୃଷ୍ଟିରୁ କ୍ଷୁଦ୍ର ଓ ସୀମିତ ଲୋକସଂଖ୍ୟା ଯୋଗୁଁ ସେମାନେ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପ୍ରତ୍ୟକ୍ଷଭାବେ ସାମିଲ ହୋଇ ପାରୁଥିଲେ ।
(ଖ) ସମ୍ବିଧାନ ପ୍ରଣୟନ କେବେ ହୋଇଥିଲା ?
ଭାରତରେର ସଂନ୍ନ ପ୍ରଣୟନ ସଭାର ବୈଠକ ୯ ଡିସେମ୍ବର ୧୯୪୬ରେ ଆରମ୍ଭ ହୋଇ ୧୯୪୯ ମସିହା ନଭେମ୍ବର ୨୬ ପର୍ଯ୍ୟନ୍ତ ବସିଥିଲା ଏବଂ ନୂତନ ସମ୍ବିଧାନ ପ୍ରଣୟନ କରାଯାଇଥିଲା ।
(ଗ) ଭାରତର କେଉଁ ରାଜ୍ୟମାନଙ୍କରେ ବିଧାନ ପରିଷଦ ରହିଛି ?
ଉ : ବିଧାନ ପରିଷଦ ହେଉଛି ରାଜ୍ୟ ବିଧାନମଣ୍ଡଳର ଉଚ୍ଚସଦନ । ଏବେ ଏହା ମାତ୍ର ଛଅଗୋଟି ରାଜ୍ୟ ବିହାର, ମହାରାଷ୍ଟ୍ର, କର୍ଣାଟକ, ଉତ୍ତର ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଓ ଆନ୍ଧ୍ର ପ୍ରଦେଶରେ ରହିଛି ।
(ଘ) ଓଡ଼ିଶା ବିଧାନସଭାର କେତୋଟି ଆସନ ସଂରକ୍ଷିତ ଅଟେ ? ତନ୍ମଧ୍ୟରୁ ତଫସିଲଭୁକ୍ତ ଜାତି ଓ ଜନଜାତି ପାଇଁ କେତେ ଆସନ ସଂରକ୍ଷିତ ଅଟେ ?
ଉ : ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୫୬ ଗୋଟି ଆସନ ସଂରକ୍ଷିତ ଅଟେ । ତନ୍ମଧ୍ୟରୁ ତଫସିଲଭୁକ୍ତ ଜାତି ପାଇଁ ୨୨ଟି ଓ ଜନଜାତିପାଇଁ ୩୪ଟି ସଂରକ୍ଷିତ ଅଟେ |
() ଭୋଟଗ୍ରହଣ କେନ୍ଦ୍ରରେ କିଏ ମତଦାନ କାର୍ଯ୍ୟ କରାନ୍ତି ?
ଉ : ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କାର୍ଯ୍ୟ ଜଣେ ପ୍ରିଜାଇଡିଂ ଅଫିସର ଓ ଏକାତ୍ମକ ପୋଲିଂ ଅଫିସର କରାନ୍ତି । ଏହାଛଡ଼ା ପ୍ରତିଦ୍ବନ୍ଦୀମାନଙ୍କ ପ୍ରତିନିଧି ଓ ପୋଲିସ ମଧ୍ୟ ଉପସ୍ଥିତ ଥାଆନ୍ତି ।
(ଚ) ଆଦର୍ଶ ଆଚରଣ ବିଧ୍ଵ କ’ଣ ?
ଉ : ନିର୍ବାଚନ କମିଶନ ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାପାଇଁ ‘ଆଦର୍ଶ ଆଚରଣ ବିଧ’ ଲାଗୁ କରାଯାଏ । ପ୍ରତ୍ୟେକ ପ୍ରାର୍ଥୀ, ରାଜନୈତିକ ଦଳ, କର୍ମୀ ଏହା ମାନିବାକୁ ବାଧ୍ୟ ।
(ଛ) ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ କ’ଣ ?
ଉ : ଆଜିକାଲି ମତଦାନପାଇଁ ମତଦାନ ପତ୍ର ବଦଳରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର କରାଯାଉଛି । ଏହି ଯନ୍ତ୍ରରେ ମତଦାତାମାନେ ନିର୍ଦ୍ଦିଷ୍ଟ ସୁଇଚ୍ ଟିପି ନିଜ ମନୋନୀତ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି ।
() ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ନିର୍ବାଚନ କିଏ ପରିଚାଳନା କରନ୍ତି ?
ଉ : ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୯୨ ଅନୁସାରେ ରାଜ୍ୟ ନିର୍ବାଚନ ଆୟୋଗ ସ୍ୱାୟତ୍ତଶାସନ ସଂସ୍ଥା (ଗ୍ରାମାଞ୍ଚଳ ଓ ସହରାଞ୍ଚଳ)ମାନଙ୍କର ନିର୍ବାଚନ ପରିଚାଳନା କରନ୍ତି । ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାକୁ ପଞ୍ଚାୟତିରାଜ କୁହାଯାଏ ଓ ସହରାଞ୍ଚଳରେ ନଗରନିଗମ, ପୌରପାଳିକା ଓ ଏନ୍.ଏ.ସି.ଗୁଡ଼ିକ ଥାଆନ୍ତି ।
(ଝ) ଭାରତରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ଦୁଇଟି ବୈଶିଷ୍ଟ୍ୟ ଲେଖ ।
ଉ : ଭାରତରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ଅନେକ ମଧ୍ୟରୁ ଦୁଇଟି ବୈଶିଷ୍ଟ୍ୟ ହେଲା :
(କ) ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି ଓ
(ଖ) ପ୍ରତିଦ୍ବନ୍ଦୀମାନଙ୍କ ସଂଖ୍ୟା ବୃଦ୍ଧି
(ଞ) ନିର୍ବାଚନ ପ୍ରକ୍ରିୟାର ଦୁଇଟି ପ୍ରତିବନ୍ଧକ ଲେଖ ।
ଉ : ନିର୍ବାଚନ ପ୍ରକ୍ରିୟାର ଦୁଇଟି ପ୍ରତିବନ୍ଧକ ହେଲା :
(କ) ବିଭିନ୍ନ ରାଜନୈତିକ ଦଳରେ ‘ପାରିବାରିକ ରାଜନୀତି’ର ଛିଟା ଦେଖିବାକୁ ମିଳୁଛି ଏବଂ
(ଖ) ରାଜନୀତିକ ଅପରାଧୀକରଣ ନିର୍ବାଚନ ପ୍ରକ୍ରିୟାକୁ ଅଧୁକ ପ୍ରଭାବିତ କରୁଛି ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ପ୍ରଦାନ କର ।
(କ) ଭାରତର ସମ୍ବିଧାନ କେଉଁ ଦିନଠାରୁ କାର୍ଯ୍ୟକାରୀ ହେଲା ?
ଉ : ଭାରତର ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖଠାରୁ କାର୍ଯ୍ୟକାରୀ ହେଲା ।
(ଖ) ଗଣତନ୍ତ୍ରର ଏକ ସଂଜ୍ଞା ପ୍ରଦାନ କର ।
ଉ : ରାଜନୀତି ବିଜ୍ଞାନୀ ସିଲିଙ୍କ ମତରେ ‘ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶ ଗ୍ରହଣ କରିଥାନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।’’
(ଗ) ଭାରତରେ କାହିଁକି ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ?
ଉ : ବିଶାଳ ଜନସଂଖ୍ୟା ଓ ଆୟତନ ଦୃଷ୍ଟିରୁ ଭାରତ ଏକ ବିଶାଳ ରାଷ୍ଟ୍ର ହୋଇଥିବାରୁ ଏଠାରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ।
(ଘ) ଭାରତ ସମ୍ବିଧାନର ଜନକ କାହାକୁ କୁହାଯାଏ ?
ଉ : ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କୁ ଭାରତ ସମ୍ବିଧାନର ଜନକ କୁହାଯାଏ ।
(ଙ) ପ୍ରାକ୍ କଥନ କହିଲେ କ’ଣ ବୁଝ ?
ଉ : କୌଣସି ଏକ ଆଇନ ପୁସ୍ତକର ମୁଖବନ୍ଧ ବା ପ୍ରସ୍ତାବନାକୁ କର ‘ପ୍ରାକ୍କଥନ’ କୁହାଯାଏ ।
(ଚ) ଭାରତରେ କାହିଁକି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥା ରଖାଯାଇଛି ?
ଉ : ଭାରତରେ ଗଣତନ୍ତ୍ରକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କିଛି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥା ରଖାଯାଇଛି ।
(ଛ) ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍କାର ଅନ୍ୟ ନାମ କ'ଣ ?
ଉ : ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍କାର ଅନ୍ୟନାମ ହେଉଛି ‘ପଞ୍ଚାୟତିରାଜ’ ।
(ଜ) ଭାରତର କେତୋଟି ରାଜ୍ୟରେ ବିଧାନ ପରିଷଦ ରହିଛି ?
ଉ : ଭାରତର ଛଅଗୋଟି ରାଜ୍ୟରେ ବିଧାନ ପରିଷଦ ରହିଛି ।
(ଝ) ଭାରତରେ ଲୋକସଭା ଓ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ କେତେ ?
ଉ : ଭାରତରେ ଲୋକସଭା ଓ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ହେଉଛି ପାଞ୍ଚବର୍ଷ ।
(ଞ) ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ କହିଲେ କ’ଣ ବୁଝାଏ ?
ଉ : ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ କହିଲେ ଏକ ନିର୍ବାଚନ ମଣ୍ଡଳୀ ଯେଉଁଠୁ ଜଣେ ପ୍ରତିଦ୍ବନ୍ଦୀ ନିର୍ବାଚିତ ହୋଇଥାନ୍ତି ।
Keyword :
Class 10 political science chapter 2 odia medium
Bharatare ganatantra nirbachana prakriya o nirbachana ayoga
Class 10 history chapter 2 question answer odia medium
BSE Odisha 10th class political science chapter 2
ଭାରତରେ ଗଣତନ୍ତ୍ର ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ
10th class political science chapter 2 notes pdf odia medium
Class 10 social science chapter 2 question answer odia
Nirbachana ayoga class 10 question answer
Election commission class 10 odia medium notes
ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ଦ୍ଵିତୀୟ ଅଧ୍ୟାୟ

No comments:
Post a Comment