Class 10 History Chapter 4 Silpara Bikash Question Answer


Get accurate, complete BSE Odisha Class 10 History Chapter 4 "Silpara Bikash" (ଶିଳ୍ପର ବିକାଶ) question answers. Perfect your exam prep with our notes and solutions!  class 10 history chapter 4 silpara bikash question answer , silpara bikash question answer class 10 , 10th class history chapter 4 silpara bikash , class 10 history unit 4 chapter 4 question answer , ଶିଳ୍ପର ବିକାଶ ପ୍ରଶ୍ନ ଉତ୍ତର ଦଶମ ଶ୍ରେଣୀ , class 10 history silpara bikasa odia medium. 

Class 10 History Chapter 4 Silpara Bikash Question Answer

ଶିଳ୍ପର ବିକାଶ ପ୍ରଶ୍ନ ଉତ୍ତର 

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପ୍ରାପ୍ତି ବେଳକୁ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ କି କି ପ୍ରତିବନ୍ଧକ ରହିଥିଲା ?

ଉ :(i) ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ।

(i) ଭାରତର ଶିଳ୍ପପତି ମାନଙ୍କର ଓଡ଼ିଶାକୁ ଆସିବାକୁ ଅନାଗ୍ରହ ।

(ii) ଓଡ଼ିଶାର ନିଜସ୍ଵ ଶିଳ୍ପାଦ୍ୟୋଗୀଙ୍କ ଅନୁପସ୍ଥିତି ।

(iv) ଓଡ଼ିଶାରେ ରେଳପଥର ଅନଗ୍ରସରତା ଓ ପୋତାଶ୍ରୟର ଅଭାବ ।

(v) ଓଡ଼ିଶାରେ ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ।

(vi) ପୁଞ୍ଜିର ଅଭାବ ।


(ଖ) ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ୧୯୪୭ରୁ ୧୯୫୦ ମସିହା ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆଗଲା ?

ଉ :(i) ମହାନଦୀ ଓ କାଠଯୋଡ଼ୀରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା ।

(ii) 1949, 1950 ଆର୍ଥିକ ବର୍ଷରେ ଜୟପୁର ଓ ବିଶାଖାପାଟଣା ଅଞ୍ଚଳର ରାସ୍ତାକୁ ଉନ୍ନତ କରିବା ପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କଲେ ।

(iii) ସମ୍ବଲପୁର, ଟିଟିଲାଗଡ଼ ଓ ଜଗଦଲ୍‌ପୁର ରେଳପଥ ଏବଂ ଖୋର୍ଦ୍ଧାରୁ ସୋନ୍‌ପୁର୍ ଦେଇ ସର୍ଭେ କାର୍ଯ୍ୟ ଆରମ୍ଭ ହେଲା । (iv) ଚାନ୍ଦବାଲି, ଧାମରା, ଗୋପାଳପୁର ପୋତାଶ୍ରୟର ଉନ୍ନତି କରାଗଲା ।

(v) ଚୌଦ୍ବାର ଓ ବ୍ରହ୍ମପୁରରେ ଦୁଇଟି ତାପଜବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରାଗଲା । ମାଛକୁଣ୍ଡ ଓ ହୀରାକୁଦ ନଦୀ ବନ୍ଧର ଶୁଭାରମ୍ଭ ହେଲା ।

(vi) ଏତତ୍ ବ୍ୟତୀତ ବୈଷୟିକ ଶିକ୍ଷାର ପ୍ରସାର, ବିଜ୍ଞାନ ଓ ଶିଳ୍ପର ପ୍ରସାର ପାଇଁ ପରିଷଦ ଗଠନ, ଶିଳ୍ପାୟନ ସମ୍ଭାବନା ବିଷୟରେ ସର୍ବେକ୍ଷଣ, ଶିଳ୍ପ ରଣ ନିଗମ ଗଠନ, ପ୍ରାଦେଶିକ ଶିଳ୍ପ ଅନୁଦାନ ସଂସ୍ଥା ଓ ଶିଳ୍ପ ପରିଷଦ ଗଠନ କରାଗଲା ।

(ଗ) ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଶିଳ୍ପ ଉଦ୍ୟୋଗଗୁଡ଼ିକର ଏକ ବିବରଣୀ ପ୍ରଦାନ କର ।

ଉ :(i) ସ୍ଵାଧୀନତା ପରେ ପରେ ନିମ୍ନଲିଖତ କେତୋଟି ରାଷ୍ଟ୍ରାୟତ୍ତ ଶିଳ୍ପ ଉଦ୍ୟୋଗ ଓଡି଼ଶାର ଶିଳ୍ପଗୁଡ଼ିକୁ ସମୃଦ୍ଧ କରିଥିଲା ।

 (ii) ଜର୍ମାନୀର ବୈଷୟିକ ଶିକ୍ଷାକୁ ଆଧାର କରି ସୁନ୍ଦର ଗଡ଼ ଜିଲ୍ଲାର ରାଉରକେଲାରେ ପ୍ରତିଷ୍ଠିତ ହେଲା ରାଉରକେଲା ଇସ୍ପାତ କାରଖାନା ।

(iii) କୋରାପୁଟ୍ ଜିଲ୍ଲାର ପଞ୍ଚପତି ମାଳୀଠାରେ ବକ୍‌ସାଇଟ୍ ସଂଖ୍ୟା ଖଣିର ସନ୍ଧାନ ମିଳିବା ଫଳରେ ଦାମଯୋଡ଼ି ଓ ଅନୁଗୁଳ ଜିଲ୍ଲାର ଅନୁଗୁଳଠାରେ ଜାତୀୟ ଆଲୁମିନିୟମ୍ କାରଖାନା । 

(iv) 1971 ମସିହାରେ ଭାରତୀୟ ସାର ନିଗମ ତାଳଚେରଠାରେ ଏକ କାରଖାନା ପ୍ରତିଷ୍ଠା କଲେ ।

(v) 1981 ମସିହାରେ ପାରାଦ୍ବୀପ ଠାରେ ପାରାଦ୍ବୀପ ଫସ୍ଫେଟସ୍ ଲିମିଟେଡ୍ ନାମରେ ଏକ ସାରକାରଖାନା ପ୍ରତିଷ୍ଠିତ ହେଲା ।

(vi) ସୁନାବେଡ଼ାଠାରେ ମିଗ୍ ବିମାନର ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠିତ ହୋଇଛି ।

(vi) ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଭାରତୀୟ ଆଣବିକ ଶକ୍ତି ଆୟୋଗ 1978 ମସିହାରେ ଏକ ବିରଳ ମୃତ୍ତିକା କାରଖାନା ପ୍ରତିଷ୍ଠା କରିଛି ଏବଂ ଏହି ଆୟୋଗ ତାଳଚେର ଠାରେ ଏକ ଭାରୀ ଜଳପ୍ରକଳ୍ପ ପ୍ରତିଷ୍ଠା କରିଛି ।

(viii) ବଡ଼ମାଠାରେ ଏକ ଗୋଲାବାରୁଦ କାରଖାନା ପ୍ରତିଷ୍ଠା ହୋଇଛି ।


(ଘ) ଓଡ଼ିଶାରେ ପ୍ରତିଷ୍ଠିତ କୃଷିଭିତ୍ତିକ ଶିଳ୍ପଗୁଡ଼ିକର ଏକ ବିବରଣୀ ଦିଅ ।

ଉ :(i) 1949 ମସିହାରେ ଚୌଦ୍ବାର୍ ଠାରେ ପ୍ରତିଷ୍ଠିତ ହୋଇଥିଲା ଓଡ଼ିଶାର ଲୁଗା କାରଖାନା । ଏହି କାରଖାନାକୁ ସୂତା ଯୋଗାଇବା ପାଇଁ ଝାର୍‌ସୁଗୁଡ଼ା, ବରଗଡ଼, ଖୋର୍ଦ୍ଧା ତିର୍ତ୍ତୋଲ, ଆଠଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁରଠାରେ 6 ଟି ଶିଳ୍ପକାରଖାନା ପ୍ରତିଷ୍ଠା କରାଯାଇ ଥଲା ।

(ii) ଓଡ଼ିଶାରେ ଉତ୍ପାଦିତ ଝୋଟକୁ ବ୍ୟବହାର କରିବାପାଇଁ  ଯାଜପୁର ଜିଲ୍ଲାର ଧାନମଣ୍ଡଳ ଠାରେ ଏକ ଝୋଟ ମଣ୍ଡଳ ପ୍ରତିଷ୍ଠା କରାଯାଇଛି ।

(iii) ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ଆସ୍କାଠାରେ ଏକମାତ୍ର ଚିନିକଳ ଥିଲା । ପରେ ପରେ ଏହି କଳକୁ ସଂପ୍ରସାରଣ କରିବା ସହିତ ରାୟଗଡ଼ା, ନୟାଗଡ଼ ଓ ବଡ଼ମ୍ବାଠାରେ ଆଉ ତିନୋଟି ଚିନିକଳ ପ୍ରତିଷ୍ଠା କରାଗଲା ।

(iv) କଟକର ଚୌଦ୍ଵାରରେ ଟିଟାଗଡ଼ ପେପର୍ ମିଲ୍, ବ୍ରଜରାଜନଗରରେ କାଗଜକଳ, ରାୟଗଡ଼ାଠାରେ ଜେକେ କାଗଜକଳ ଓ କୋରାପୁଟ୍‌ର ସେବା କାଗଜକଳ ଓଡ଼ିଶାର କାଗଜ ଅଭାବକୁ ପୂରଣ କରୁଛି ।

(v) ଓଡ଼ିଶାରେ ଅନେକ ଚାଉଳ କଳ, ରେଶମ ପୋକ ପାଳନ ଓ ରେଶମ ସୂତା ଉତ୍ପାଦନ ପ୍ରଭୃତି କୃଷିଭିତ୍ତିକ ଶିଳ୍ପ ଗଠିତ ହୋଇଛି ।

(vi) ଚିଙ୍ଗୁଡ଼ି ଓ ମାଛଚାଷକୁ ମଧ୍ଯ କୃଷିଭିତ୍ତିକ ମର୍ଯ୍ୟାଦା ଦିଆଯାଇଛି ।


(‍) ୨୦୦୭ ମସିହାରେ ଘୋଷିତ ଓଡ଼ିଶାର ଶିଳ୍ପନୀତି କ’ଣ ?

ଉ :(i) ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି 2007ରେ ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କରିଛନ୍ତି ।

(ii) ଏହି ଶିଳ୍ପନୀତିରେ ଓଡ଼ିଶାକୁ ଏକ ଶିଳ୍ପାନ୍ନତ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

(ii) ଶିଳ୍ପ ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।

(iv) ଶିଳ୍ପାୟନ ଜରିଆରେ ଅଧ‌ିକ ନିଯୁକ୍ତି ସୁଯୋଗ ସୃଷ୍ଟିକରି ଓଡ଼ିଶାରୁ ବେକାରୀ ସମସ୍ୟା ଦୂରକରିବା ଏହି ଶିଳ୍ପନୀତିର ଅନ୍ୟ ଏକ ଉଦ୍ଦେଶ୍ୟ ।

(v) ହସ୍ତଶିଳ୍ପ, ହସ୍ତତନ୍ତ ଓ ଗ୍ରାମ୍ୟଶିଳ୍ପର ବିକାଶ ପାଇଁ ଏହି ଶିଳ୍ପନୀତିରେ ଗୁରୁତ୍ବ ଦିଆଯାଇଛି ।

(vi) ସୂଚନା, ପ୍ରଯୁକ୍ତିବିଦ୍ୟା, ଜୀବ ବୈଷୟିକ ଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ଖାଦ୍ୟ ପ୍ରସ୍ତୁତୀକରଣ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇ ଯଥାସମ୍ଭବ ନିଯୁକ୍ତି ସୁଯୋଗ ସୃଷ୍ଟି ହିଁ ଏହି ଶିଳ୍ପନୀତିର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷଣ ।


silpara bikash 2 mark question answer 

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ୨୦ଗୋଟି ଶବ୍ଦରେ ଲେଖ ।

(କ) ଶିଳ୍ପର ବିକାଶ ପାଇଁ ଓଡ଼ିଶାରେ ଉପଲବ୍ଧ ସମ୍ବଳଗୁଡ଼ିକ କ’ଣ ?

ଉ : ଶିଳ୍ପ ବିକାଶ ପାଇଁ ଓଡ଼ିଶାରେ ଉପଲବ୍ଧ ସମ୍ବଳଗୁଡ଼ିକ ହେଲା— 

(a) ଶିଳ୍ପାୟନ ପାଇଁ ପର୍ଯ୍ୟାପ୍ତ ମାନବସମ୍ବଳ, 

(b) ପର୍ଯ୍ୟାପ୍ତ ଖଣିଜ ସଂପଦ । 


(ଖ) ରେଳପଥର ବିକାଶ ପାଇଁ ମହତାବ ସରକାର (୧୯୪୬-୫୦) କି କି ପଦକ୍ଷେପ ନେଇଥିଲେ ?

 ଉ :(i) ରେଳପଥର ବିକାଶ ପାଇଁ ମହତାବ୍ ସରକାର 1949 ରୁ 1950 ମଧ୍ୟରେ ଜୟପୁର ଓ ବିଶାଖାପାଟଣା ମଧ୍ୟରେ ଥିବା ରାସ୍ତାକୁ ଉନ୍ନତ କରିବା ପାଇଁ ଅର୍ଥବ୍ୟବସ୍ଥା କଲେ |

(ii) ଓଡ଼ିଶାର ରେଳପଥର ବିକାଶ ନିମନ୍ତେ 1950 ଆର୍ଥିକ ବର୍ଷରେ ପ୍ରାୟ 20 ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ |


 (ଗ) ଚୌଦ୍ଵାର ଓ ରାଜଗାଙ୍ଗପୁରରେ କେଉଁ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ?

ଉ : କଟକ ଜିଲ୍ଲାର ଚୌଦ୍ଵାରଠାରେ ଓଡ଼ିଶା ଟେକ୍‌ସ୍‌ଟାଇଲ୍ ମିଲ୍ ନାମରେ ଏକ ଲୁଗାକଳ ଓ ରାଜଗାଙ୍ଗପୁରଠାରେ ଡାଲ୍‌ମିଆ କଂପାନୀ ଦ୍ୱାରା ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା - କରାଗଲା ।


(ଘ) କୁଟୀର ଶିଳ୍ପ ଓ କ୍ଷୁଦ୍ରଶିଳ୍ପର ବିକାଶ ପାଇଁ ଓଡ଼ିଶା କିନ୍ତୁ ସରକାର କି ପଦକ୍ଷେପ ନେଇଥିଲେ ? 

ଉ :(i) କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଓଡ଼ିଶା ସରକାର ଶିଳ୍ପ ବିଦ୍ୟାଳୟ ମାନଙ୍କରେ ତନ୍ତକାମ, ବଢ଼େଇ କାମ, ସିଲେଇ କାମ ପ୍ରଭୃତି ତାଲିମ୍ ଦେବାର ବ୍ୟବସ୍ଥା କରିଥିଲେ ।

(ii) କାରିଗରମାନଙ୍କୁ ସାହାଯ୍ୟ କରିବାପାଇଁ ଶିଳ୍ପପ୍ରତି ଓଡ଼ିଶା ରାଜ୍ୟ ସହାୟତା ନିୟମରେ ବ୍ୟାପକ ପରିବର୍ତ୍ତନ କରିଥିଲେ ।

(iii) ହସ୍ତଶିଳ୍ପର ବିକାଶପାଇଁ ସରକାର ବଜାର ବ୍ୟବସ୍ଥା କଲେ ଓ ବୁଣାକାର ସମବାୟ ସମିତିକୁ ପୁନଃ ବିକାଶ କଲେ ।


 (‍) ଜାତୀୟ ଆଲୁମିନିୟମ କମ୍ପାନୀର ପ୍ରକଳ୍ପଗୁଡ଼ିକ କେଉଁଠାରେ ଅବସ୍ଥିତ ?

ଉ : ଭାରତୀୟ ଆଲୁମିନିୟମ୍ କମ୍ପାନୀର ପ୍ରକଳ୍ପଗୁଡ଼ିକ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଓ ଅନୁଗୁଳ ଜିଲ୍ଲାର ଅନୁଗୁଳଠାରେ ପ୍ରତିଷ୍ଠିତ ହୋଇଛି ।


(ଚ) ପାରାଦୀପରେ ପ୍ରତିଷ୍ଠିତ ସାର କାରଖାନା କେବେ  ଆତ୍ମପ୍ରକାଶ କଲା ଓ ଏହି କାରଖାନାର ନାମ କ’ଣ ?

ଉ :(i) ପାରାଦୀପ ଠାରେ 1981 ମସିହାରେ ଏକ ସାରକାରଖାନା ପ୍ରତିଷ୍ଠିତ ହୋଇଛି ।

(ii) ଏହି ସାର କାରଖାନା ଫସ୍‌ଫେଟସ୍ ଲିମିଟେଡ୍ ନାମରେ ନାମିତ ହୋଇଛି ।


() ଓଡ଼ିଶାର ଆଣବିକ ଶକ୍ତି ଆୟୋଗର ପ୍ରକଳ୍ପଗୁଡ଼ିକ କ'ଣ ?

ଉ : 1978 ମସିହାରେ ଭାରତୀୟ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୃର୍ତ୍ତିକା  କାରଖାନା ପ୍ରତିଷ୍ଠା କରିଛି ଏବଂ ଏହି ଆୟୋଗ ତାଳଚେରଠାରେ ଏକ ଭାରୀ ଜଳପ୍ରକଳ୍ପ ପ୍ରତିଷ୍ଠା କରିଛି ।



(ଜ) ଓଡ଼ିଶାର କେଉଁ ସ୍ଥାନ ମାନଙ୍କରେ ଫେରୋ ମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠା କରାଯାଇଛି । 

ଉ: କେନ୍ଦୁଝର ଜିଲ୍ଲାର ଯୋଡ଼ା, ଯାଜପୁର ଜିଲ୍ଲାର ଯାଜପୁରଠାରେ ଫେରୋମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ।


(ଝ) ଓଡ଼ିଶାର କେଉଁ ସ୍ଥାନ ମାନଙ୍କରେ ଚିନି କାରଖାନା ସ୍ବାପନ କରାଯାଇଅଛି ?

ଉ : ଓଡ଼ିଶାର ଆସ୍କା, ରାୟଗଡ଼ା, ନୟାଗଡ଼ ଓ ବଡ଼ମ୍ବାଠାରେ ଚାରୋଟି ଚିନିକଳ ସ୍ଥାପନ କରାଯାଇଛି ।


(ଞ) ଓଡ଼ିଶାର କେଉଁ ସ୍ଥାନଗୁଡ଼ିକୁ ନାଭିକେନ୍ଦ୍ର କରି ଶିଳ୍ପାଞ୍ଚଳମାନ ଗଢ଼ିଉଠିଛି ?

ଉ : ଝାରସୁଗୁଡ଼ା, ଅନୁଗୁଳ, ପାରାଦୀପ ଓ କଳିଙ୍ଗନଗରକୁ ନାଭି କେନ୍ଦ୍ର କରି ନୂତନ ଶିଳ୍ପାଞ୍ଚଳ ଗଢ଼ି ଉଠିଛି ।


silpara bikash 1 Mark question answer class 10

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଟି କେଉଁଠାରେ ଅବସ୍ଥିତ ? 

ଉ : ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଟି ହେଲା ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପ ।


 (ଖ) ଡାଲମିଆ କମ୍ପାନୀ କେଉଁଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଥିଲେ ?

ଉ : ଡାଳମିଆ କମ୍ପାନୀ ରାଜଗାଙ୍ଗପୁର ଠାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଥିଲେ ।


(ଗ) ଓଡ଼ିଶାରେ ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରିବା ପାଇଁ ଆମେରିକାରୁ କାହାକୁ ଅଣାଯାଇଥିଲା ?

ଉ : ଓଡ଼ିଶାରେ ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରିବା ପାଇଁ ଆମେରିକାରୁ ଡେଭିଡ୍ ଏଫ୍ ରୋଜେନ୍ ନାମକ ଜଣେ ବୈଷୟିକ ପରାମର୍ଶଦାତାଙ୍କୁ ଓଡ଼ିଶାକୁ ଅଣାଯାଇଥିଲା । 


(ଘ) ନାଲ୍‌କୋ ପ୍ରକଳ୍ପ ଛଡ଼ା ଓଡ଼ିଶାର ଅନ୍ୟ କେଉଁଠି ଆଲୁମିନିୟମ କାରଖାନା ଅବସ୍ଥିତ ?

ଉ : ନାଲ୍‌କୋ ପ୍ରକଳ୍ପ ଛଡ଼ା ଓଡ଼ିଶାରେ କୋରାପୁଟ୍ ଦାମନଯୋଡ଼ିଠାରେ ଆଲୁମିନିୟମ୍ କାରଖାନା ପ୍ରତିଷ୍ଠିତ ହୋଇଛି ।


ସୁନାବେଡ଼ାର ମିଗ୍ ଇଞ୍ଜିନ୍ କାରଖାନା କାହା ସହଯୋଗରେ ନିର୍ମିତ ହୋଇଅଛି ?

ଉ : ସୁନାବେଡ଼ାର ମିଗ୍ ଇଞ୍ଜିନ କାରଖାନା ସୋଭିଏତ୍ ରୁଷର ସହାୟତାରେ ନିର୍ମିତ ହୋଇଛି ।


(ଚ) କେଉଁଠାରେ ଫେରୋ ଆଜ୍ କାରଖାନା ପ୍ରତିଷ୍ଠା କାରଖାନା ପ୍ରତିଷ୍ଠିତ ହୋଇଅଛି ?

ଉ : କଟକ ଜିଲ୍ଲାର ଚୌଦ୍ଵାରଠାରେ ଫେରୋ ଆଲଏଜ୍ କାରଖାନା ପ୍ରତିଷ୍ଠିତ ହୋଇଛି ।


(ଛ) ଓଡ଼ିଶାର କେଉଁ ସ୍ନାନ ମାନଙ୍କରେ କାଗଜ କଳ ରହିଅଛି ?

ଉ : ଓଡ଼ିଶାର ରାୟଗଡ଼ା, ଚୌଦ୍ଵାର, ବ୍ରଜରାଜନଗର, କୋରାପୁଟରେ କାଗଜକଳ ମାନ ରହିଛି ।


 () ୨୦୦୭ରେ ଓଡ଼ିଶାର ନୂତନ ଶିଚ୍ଛନୀତି କାହିଁକି ଘୋଷିତ ହୋଇଥିଲା ?

ଉ : ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ୨୦୦୭ରେ ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କରିଥିଲେ । 


(ଝ) କେଉଁଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଅଛି ?

ଉ : ପାରାଦୀପଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଛି ।


Silpara Bikash MCQ Question Answer

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ?

(କ) ସ୍ଵାଧୀନତା ପରେ ଉନ୍ନତୀକରଣ କରାଯାଇଥିବା ପୋତାଶ୍ରୟଗୁଡ଼ିକ ମଧ୍ୟରେ କେଉଁଟି ଅନ୍ତର୍ଭୁକ୍ତ ନୁହେଁ ?

(i) ଗୋପାଳପୁର

(iii) ଚାନ୍ଦବାଲି

(ii) ପାରାଦୀପ

(iv) ଧାମରା


(ଖ) କେବେ ପାରାଦୀପକୁ ରେଳପଥ ଦ୍ଵାରା ସଂଯୁକ୍ତ କରାଗଲା ?

(i) ୧୯୫୦

(iii) ୧୯୭୫

(ii) ୧୯୭୧

(iv) ୧୯୮୧


(ଗ) କେଉଁଠାରେ ବକ୍ସାଇଟ୍‌ର ସନ୍ଧାନ ମିଳିବା ପରେ ଓଡ଼ିଶାରେ ଦୁଇଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠିତ ହେଲା ?

(i) ଅନୁଗୁଳ 

(ii) ଦାମନଯୋଡ଼ି

(iii) ପଞ୍ଚପତିମାଳି 

(iv) ଡୁବୁରୀ


(ଘ) ୧୯୭୧ରେ କେଉଁଠାରେ ଏକ ସାର କାରଖାନା ପ୍ରତିଷ୍ଠିତ ହୋଇଥିଲା ?

(i) ଛତ୍ରପୁର

(ii) ତାଳଚେର

(iii) ପାରାଦୀପ 

(iv) ଥେରୁଭାଲି


(ଙ) କେଉଁ ସଫୟାର କମ୍ପାନୀର ଓଡ଼ିଶାରେ ଉପସ୍ଥିତି ନାହିଁ ?

(i) ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସ୍

(ii) ଆକ୍ସେଞ୍ଚର

(iii) ୱିପ୍ରୋ

(iv) ସତ୍ୟମ ମହେନ୍ଦ୍ର


Silpara Bikash Extra Question Answer

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଶିଳ୍ପର ବିକାଶ ପାଇଁ ସରକାର ବନ୍ଦର ଉପରେ କିପରି ଗୁରୁତ୍ବ ଦେଇଥିଲେ ?

ଉ :(i) ଶିଳ୍ପର ବିକାଶ ପାଇଁ ପୋତାଶ୍ରୟର ଆବଶ୍ୟକତା ଯେ ତାହା ଅପରିହାର୍ଯ୍ୟ ତାହା ଓଡ଼ିଶା ସରକାର ହୃଦୟଙ୍ଗମ ତ କରିଥିଲେ ।

(ii) ତେଣୁ ଚାନ୍ଦବାଲି, ଗୋପାଳପୁର, ଧାମରା ପୋତାଶ୍ରୟ  ଗୁଡ଼ିକର ଉନ୍ନତୀକରଣ କରାଗଲା ।

(ii) ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦୀପଠାରେ ଅନ୍ୟ ଏକ ବନ୍ଦର ପ୍ରତିଷ୍ଠା କରାଗଲା ।

(iv) ପ୍ରଥମରୁ ଏଠାରୁ କେବଳ ଲୁହାପଥର ରପ୍ତାନୀ ହେଉଥିଲା ।

(v) ପରବର୍ତୀ ସମୟରେ ଏହାର ପଣ୍ୟଧାରଣ ଓ ରପ୍ତାନୀ ଶକ୍ତି ବଢ଼ାଇ ଦିଆଗଲା ।

(vi) ୧୯୭୫ ମସିହାରେ ପାରାଦୀପ ବନ୍ଦର ସହିତ ରେଳପଥର ସଂଯୋଗ କରାଗଲା ।

(vi) ୨୦ ୦ ୦ ମସିହାବେଳକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଅନ୍ୟ ଏକ ବନ୍ଦର କାର୍ଯ୍ୟ ଆରମ୍ଭ କରାଗଲା ।


(ଖ) ବିଂଶ ଶତାବ୍ଦୀରେ ରାଷ୍ଟ୍ରାୟତ୍ତ ଶିଳ୍ପ ବ୍ୟତୀତ ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପଗୁଡ଼ିକର ନାମ ଉଲ୍ଲେଖ କର ।

ଉ : ବିଂଶ ଶତାବ୍ଦୀରେ ଓଡ଼ିଶାରେ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ଶିଳ୍ପଗୁଡ଼ିକ ବ୍ୟତୀତ ଅନ୍ୟ କେତୋଟି ପ୍ରମୁଖ ଶିଳ୍ପ ହେଲା 

(i) ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ କୂଳରେ ଜୟଶ୍ରୀ ରସାୟନ କାରଖାନା

(ii) ରାୟଗଡ଼ା ଜିଲ୍ଲାର ଥୁରୁଭାଲିଠାରେ ଫେରୋସିଲିକନ କାରଖାନା 

(iii) କଟକ ଜିଲ୍ଲାର ଚୌଦ୍ଵାରଠାରେ ଫେରୋ ଆଲଏଜ୍ କାରଖାନା 

(iv) କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ କାରଖାନା

(v) ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ ବରଗଡ଼ ଜିଲ୍ଲାର ବରଗଡ଼ ଠାରେ ସିମେଣ୍ଟ କାରଖାନା

(vi) ବାଲେଶ୍ଵରଠାରେ ଟାୟାର କାରଖାନା

(vii) ଲାଞ୍ଜିଗଡ଼ଠାରେ ବେଦାନ୍ତ ଆଲୁମିନା ଲିମିଟେଡ୍‌ର ଆଲୁମିନିୟମ୍ କାରଖାନା

(viii) କଳିଙ୍ଗନଗରଠାରେ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ସ୍ଥାପିତ ଇସ୍ପାତ କାରଖାନା


(ଗ) ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଶିଳ୍ପବିକାଶ ପାଇଁ କି କି ପଦକ୍ଷେପ ନିଆଯାଇଛି ? 

ଉ : ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଶିଳ୍ପର ବିକାଶପାଇଁ ନିମ୍ନଲିଖତ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ।

(i) ଓଡ଼ିଶାରେ ଗଚ୍ଛିତଥିବା ବିପୁଳ ଲୁହାପଥରକୁ ଆଧାରକରି  ଲୌହଇସ୍ପାତ ଶିଳ୍ପକୁ ସମୃଦ୍ଧ କରିବାପାଇଁ ପ୍ରଚେଷ୍ଟା ଚାଲିଛି ।

(ii) ଏଥ‌ିପାଇଁ ବିଭିନ୍ନ କମ୍ପାନୀ ସହିତ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ବାକ୍ଷର କରିଛନ୍ତି; ସେଗୁଡ଼ିକ ହେଲା— (iii) ପାରାଦୀପ ନିକଟରେ ନିର୍ମାଣ ହେବାକୁ ଥିବା ଲୌହଇସ୍ପାତ କାରଖାନାପାଇଁ ପୋସ୍କୋ କମ୍ପାନୀ ସହିତ ରାଜିନାମା । 

(iv) ଡୁବୁରିଠାରେ ହେବାକୁ ଥିବା ଲୌହ ପ୍ରକଳ୍ପପାଇଁ ଟାଟାଷ୍ଟିଲ୍ ସହିତ ରାଜିନାମା ।

(v) ଯାଜପୁରଜିଲ୍ଲାରେ ପ୍ରସ୍ତାବିତ ଇସ୍ପାତକାରଖାନା ପାଇଁ ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ ସହିତ ରାଜିନାମା ।

(vi) କେନ୍ଦୁଝର ଓ ଅନୁଗୁଳଠାରେ ପ୍ରତିଷ୍ଠା ହେବାକୁ ଥିଲା ଲୌହପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ ଓ ପାଓ୍ବାର ସହିତ ରାଜିନାମା ।

(vii) ଏତଦ୍‌ବ୍ୟତୀତ ୨୦୦୭ ମସିହାରେ ଓଡ଼ିଶା ସରକାର ବିଦେଶୀପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାପାଇଁ ନୂତନ ଶିଳ୍ପନୀତି ଘୋଷଣା କରିଛନ୍ତି ।


ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨ । ୨୦ଟି ଶବ୍ଦରେ ଉତ୍ତର ଦିଅ ।

(କ) ଓଡ଼ିଶାରେ ସୂଚନା ଶିଳ୍ପର ବିକାଶ ପାଇଁ କେଉଁ କେଉଁ କମ୍ପାନୀ କାର୍ଯ୍ୟରତ ?

ଉ :(i) ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ ।

(ii) ଟାଟା କନ୍‌ସଲ୍‌ଟାନ୍‌ସି ସର୍ଭିସ୍, ଇନ୍‌ସିସ, ଉଇପ୍ରୋ ଓ ସତ୍ୟମ ମହିନ୍ଦ୍ରା ଭଳି କମ୍ପାନୀଗୁଡ଼ିକ ସୂଚନା ଶିଳ୍ପର ବିକାଶପାଇଁ କାର୍ଯ୍ୟରତ ।


(ଖ) ବର୍ତ୍ତମାନ ଓଡ଼ିଶାରେ ଶିଳ୍ପ ସମୃଦ୍ଧି ପାଇଁ ସମସ୍ତ ପ୍ରକାର ସାଧନ ଓ ସମ୍ବଳ ଥିଲେ ମଧ୍ୟ ଓଡ଼ିଶା ଶିଳ୍ପ ସମୃଦ୍ଧ ହୋଇପାରୁନାହିଁ କାହିଁକି ?

ଉ : ଓଡ଼ିଶାରେ ସମସ୍ତ ପ୍ରକାର ସାଧନ ଓ ସମ୍ବଳ ଥିଲେ ମଧ୍ୟ ଯଥେଷ୍ଟ ପରିମାଣର ସଫଳ ଯୋଜନା ଓ ଯୋଜନାକୁ ବାସ୍ତବ ରୂପଦେବାରେ ରାଜନୀତିକ ଇଚ୍ଛା ଶକ୍ତିର ଅଭାବଯୋଗୁଁ ଓଡ଼ିଶା ଶିଳ୍ପ ସମୃଦ୍ଧ ହୋଇପାରୁନାହିଁ । 


(ଗ) ଓଡ଼ିଶାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାପାଇଁ କି କି ବ୍ୟବସ୍ଥା କରାଯାଇଛି ?

ଉ :(i) ଓଡ଼ିଶାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାପାଇଁ ଏହାକୁ ଏକ ଶିଳ୍ପର ମାନ୍ୟତା ଦିଆଯାଇଛି ।

(ii) ଏଥପାଇଁ ଓଡ଼ିଶାର କଳା ଓ କାରିଗରୀ ତଥା କୁଟୀରଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ଅନେକ ବ୍ୟବସ୍ଥା କରାଯାଇଛି ।


(ଘ) ଓଡ଼ିଶାରେ କେଉଁ କେଉଁ ଠାରେ ସୂତାକଳ ମାନ ପ୍ରତିଷ୍ଠା କରାଯାଇଥିଲା ?

ଉ : ଓଡ଼ିଶାରେ ସୂତା ପ୍ରସ୍ତୁତ ପାଇଁ ଝାରସୁଗୁଡ଼ା, ବରଗଡ଼, ଖୋର୍ଦ୍ଧା, ତିର୍ତ୍ତୋଲ, ଆଠଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁରଠାରେ ସୂତା ପ୍ରସ୍ତୁତି କାରଖାନାମାନ ପ୍ରତିଷ୍ଠା କରାଯାଇଥିଲା ।


(ଙ) ଓଡ଼ିଶାରେ କେଉଁଠାରେ ମିଗ୍ ବିମାନ ଇଞ୍ଜିନ୍ କାରଖାନା ନିର୍ମାଣ କରାଯାଇଛି ? ଏହା କାହା ସହଯୋଗରେ ନିର୍ମିତ ହୋଇଛି ?

ଉ : ଓଡ଼ିଶାର ସୁନାବେଡ଼ାଠାରେ ମିଗ୍ ବିମାନ ଇଞ୍ଜିନ୍ କାରଖାନା ନି ର୍ମାଣ କରାଯାଇଛି । ଏହା ସୋଭିଏତ୍ ରୁଷ୍ ର ସହାୟତାରେ ନିର୍ମିତ ହୋଇଛି ।


ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟି ଏ ବାକ୍ୟରେ ଲେଖ ।

(କ) ନାଲକୋର ମୁଖ୍ୟ କାର୍ଯ୍ୟାଳୟ ବର୍ତ୍ତମାନ କେଉଁଠାରେ ଅଛି ?

ଉ : ୧୯୮୧ ମସିହାରୁ ନାଲ୍‌କୋର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରଠାରେ ଅବସ୍ଥିତ । 


(ଖ) ରାଉରକେଲା ଇସ୍ପାତ କାରଖାନା କାହାର ବୈଷୟିକ ସହାୟତାରେ ପ୍ରତିଷ୍ଠିତ ?

ଉ : ରାଉରକେଲା ଇସ୍ପାତ କାରଖାନା ଜର୍ମାନୀର ବୈଷୟିକ ସହାୟତାରେ ପ୍ରତିଷ୍ଠିତ ହୋଇଛି ।


(ଗ) ଗୋପାଳପୁର ବନ୍ଦର କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇଛି ?

ଉ : ଗୋପାଳପୁର ବନ୍ଦରକାର୍ଯ୍ୟ ୨୦୦୦ ମସିହାରୁ ଆରମ୍ଭ ହୋଇଛି ।


(ଘ) ୧୯୮୪-୮୫ ବେଳକୁ ଓଡ଼ିଶାର ବିଭିନ୍ନ କଳକାରଖାନାରେ କେତେଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ?

ଉ : ୧୯୮୪-୮୫ ବେଳକୁ ଓଡ଼ି ଶାର ବିଭିନ୍ନ କଳକାରଖାନାରେ ପ୍ରାୟ ୩,୯୦,୦୦୦ ଶ୍ରମିକ କାର୍ଯ୍ୟ କରୁଥିଲେ ।


(ଡ) ୧୯୫୧ ମସିହାରେ ଓଡ଼ିଶାର ସମୁଦାୟ ଶ୍ରମଶକ୍ତିର କେତେ ଶତକଡ଼ା ଶ୍ରମିକ କଳକାରଖାନାରେ କାମ କରୁଥିଲେ ?

ଉ : ୧୯୫୧ ମସିହାବେଳକୁ ଓଡ଼ିଶାର ସମୁଦାୟ ଶ୍ରମ ଶକ୍ତିର ଶତକଡ଼ା ୭,୧୪ ଭାଗ ଶ୍ରମିକ ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ ଥିଲେ ।



Frequently Asked Questions (FAQ)

Q1: What is the main focus of Class 10 History Chapter 4 "Silpara Bikash"?

Ans: This chapter focuses on the "Development of Industries" (Silpara Bikash) in the modern era. It highlights how cottage industries transitioned into large-scale factories, the challenges faced by local Indian weavers and craftsmen, the monopoly of European trade groups, and the industrial boom in India during the First World War.

Q2: Why did industrial production in India rapidly increase during World War I?

Ans: During World War I, British factories were completely occupied with manufacturing war supplies and could not supply clothing and colonial goods to the Indian market. This created a massive supply gap. Consequently, local Indian mills rushed to meet home-market demands and were also given colonial orders for war necessities like jute bags, army uniforms, tents, and leather boots.

Q3: Who were the 'Gomasthas' and what was their role?

Ans: Gomasthas were paid supervisors appointed by the British East India Company. Their primary job was to eliminate traditional merchants, form direct links with Indian weavers, collect textile supplies, inspect the quality of the woven cloth, and ensure weavers did not sell products to competing European buyers.

Q4: Why did early European industrialists prefer manual hand labor over machines?

Ans: In 19th-century Europe, many industrialists preferred manual labor because:

  • Abundant Supply: An influx of poor migrants into cities meant cheap labor was readily available.

  • Intricate Designs: Intricate clothing styles, specific color alignments, and patterns could only be crafted by hand, which upper-class elites preferred.

  • Cost & Reliability: Early machinery was incredibly expensive, broke down frequently, and cost a lot of money to repair.


No comments:

Post a Comment