Class 10 Odia Medium History chapter "ଭିତ୍ତିଭୂମିର ବିକାଶ" (Bhittibhumira Bikash / Development of Infrastructure) . Looking for accurate Class 10 History Unit 4 Chapter 5 'Bhittibhumira Bikash' question answers? Get complete textbook solutions, subjective questions, and objective MCQs for Odia Medium 10th class history to ace your BSE Odisha board exams."
10th class history bhittibhumira bikash question answer , class 10 history unit 4 chapter 5 question and answer , ଭିତ୍ତିଭୂମିର ବିକାଶ ପ୍ରଶ୍ନ ଉତ୍ତର , bse odisha 10th class history chapter 5 notes pdf, bhittibhumira bikash class 10 history subjective questions, odia medium 10th class history book solution.
ଭିତ୍ତିଭୂମିର ବିକାଶ ପ୍ରଶ୍ନ ଉତ୍ତର
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।
(କ) କୃଷି ପାଇଁ ଓଡ଼ିଶାରେ ଥିବା ଭିତ୍ତିଭୂମିର ଏକ ଟିପ୍ପଣୀ ଲେଖ।
ଉ: କୃଷିର ଉନ୍ନତି ଓଡ଼ିଶାର ଆର୍ଥନୀତିକ ପ୍ରଗତିର ଚାବିକାଠି । କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି ସଂପର୍କିତ ବିଭାଗଗୁଡ଼ିକ ହେଲା– ଜଳସେଚନ, କୃଷିବିଜ୍ଞାନ, କୃଷି କ୍ଷେତ୍ରରେ ଆଧୁନିକ ବିଜ୍ଞାନର ପ୍ରୟୋଗ, ଉନ୍ନତ ସାର ବିହନ ଯୋଗାଣ, ରୋଗପୋକ ନିୟନ୍ତ୍ରଣ, କୃଷକକୁ ଆର୍ଥିକ ସହାୟତା ପ୍ରଦାନ ।
ଜଳସେଚନ :
(i) ସ୍ଵାଧୀନୋତ୍ତର ଓଡ଼ିଶାରେ ଜଳସେଚନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
(ii) ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲ ଦ୍ବାରା ହଜାର ହଜାର ହେକ୍ଟର ଜମି ଜଳସେଚିତ ହେଉଛି । --
(iii) ଅବିଭକ୍ତ ପୁରୀ ଜିଲ୍ଲାରେ ଆଠଟି କେନାଲ ଜଳସେଚନରେ ଗତ କାର୍ଯ୍ୟ କରୁଛି । ମିଡ଼ିଓ କରିତ
(iv) ହୀରାକୁଦ ନଦୀବନ୍ଧ ଯୋଜନା, ରେଙ୍ଗାଲି ପ୍ରକଳ୍ପ, ହଦଗଡ଼ ନଦୀବନ୍ଧ, ଅପରକୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପ ଓଡ଼ିଶାର ଅନେକ ଅଞ୍ଚଳରେ ଜଳସେଚନର ସୁବିଧା କରିପାରିଛି ।
କୃଷିବିଜ୍ଞାନ ଓ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ :
(i) କୃଷି ସଂପର୍କୀୟ ଗବେଷଣା ପାଇଁ କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରୀକେଳ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର, ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଚିପିଲିମାରେ କୃଷି ମହାବିଦ୍ୟାଳୟମାନ କାର୍ଯ୍ୟରତ ଅଛି ।
(ii) ଏତଦବ୍ୟତୀତ କୃଷିବିଜ୍ଞାନ କେନ୍ଦ୍ର, ବିହନ ଯୋଗାଣ କେନ୍ଦ୍ର, କୃଷକମାନଙ୍କୁ ବୈଷୟିକ ସହାୟତା ଯୋଗାଉଛି ।
(iii) ପଞ୍ଚାୟତମାନଙ୍କରେ ନିଯୁକ୍ତ ଗ୍ରାମ ସେବକମାନେ କୃଷକ- ମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ଦେଉଛନ୍ତି ।
(iv) ସମବାୟ ସଂସ୍ଥା ମାଧ୍ୟମରେ କୃଷକମାନଙ୍କୁ ଅଳ୍ପସୁଧ ହାରରେ ଋଣ ଯୋଗାଇ ଦିଆଯାଉଛି ଏବଂ ଆବଶ୍ୟକସ୍ଥଳେ କୃଷକମାନଙ୍କୁ ଅର୍ଥ ମଧ୍ଯ ଯୋଗାଇ ଦିଆଯାଉଛି ।
(ଖ) ଶିଳ୍ପପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଓଡ଼ିଶାରେ ସେଗୁଡ଼ିକର ଉପଲବ୍ଧତା ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
ଉ :(i) ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମିଗୁଡ଼ିକ ହେଲା— ପରିବହନର ସୁବିଧା, ଆବଶ୍ୟକୀୟ ଜମି ଓ ଜଳ, ଉନ୍ନତ ଯୋଗାଯୋଗ ଓ ଗମନାଗମନର ବ୍ୟବସ୍ଥା, ପ୍ରଶିକ୍ଷିତ ମାନବ ଶକ୍ତି, ବିଦ୍ୟୁତ୍ ଶକ୍ତିର ସୁଲଭତା ଓ ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା ।
(ii) ଓଡ଼ିଶାରେ ଶିଳ୍ପ ଉପଯୋଗୀ ଅନେକ ଜମି ରହିଛି, କେବଳ ସେହି ଶିଳ୍ପ ଉପଯୋଗୀ ଜମି ଅଧୁଗ୍ରହଣରେ ବିସ୍ଥାପିତମାନଙ୍କର ବିରୋଧ ଯୋଗୁଁ ଜମି ଅଧଗ୍ରହଣ ସମ୍ଭବ ହୋଇପାରୁ ନାହିଁ ।
(iii) ଶିଳ୍ପ ପାଇଁ ଜଳର ଅଭାବ ଓଡ଼ିଶାରେ ନାହିଁ କାରଣ ଏହା ଏକ ନଦୀବହୁଳ ରାଜ୍ୟ ।
(iv) ଏତଦବ୍ୟତୀତ ଗମନାଗମନ ପରିବହନ ପାଇଁ ରାସ୍ତାଘାଟର ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ଚାଲିଛି । ୨୨ଟି ରାଜପଥ, ଅନେକ ରେଳପଥ ଓ ବନ୍ଦର, ବିମାନବନ୍ଦର ମଧ୍ୟ କାର୍ଯ୍ୟ କରୁଛି ।
(v) ଶିଳ୍ପ ବିକାଶର ଜୀବନରେଖା ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଜ୍ଞାନିକ କ୍ଷେତ୍ରରେ ଓଡ଼ିଶା ବେଶ୍ ଅଗ୍ରଗତି କରିଛି ।
(vi) ମାନବ ସମ୍ବଳର ବିକାଶ ପାଇଁ ଓଡ଼ିଶାରେ ବିଭିନ୍ନ ବୈଷୟିକ ଓ ମହାବିଦ୍ୟାଳୟ, ତାଲିମ କେନ୍ଦ୍ରମାନ ଖୋଲାଯାଇଛି ।
(ଗ) ଓଡ଼ିଶାର ରାସ୍ତାଘାଟ, ଗମନାଗମନ ଓ ପରିବହନ ଭାର ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଲେଖ।
ଉ :(i) କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ଐକ୍ୟ ପାଇଁ ଉନ୍ନତ ଗମନାଗମନ ଓ ପରିବହନ ବ୍ୟବସ୍ଥା ନିହାତି ଆବଶ୍ୟକ ।
(ii) ସ୍ଵାଧୀନତା ବେଳକୁ ଓଡ଼ିଶାରେ ଗମନାଗମନ ବ୍ୟବସ୍ଥା ଅତି ଶୋଚନୀୟ ଥିଲା ।
(iii) ଓଡ଼ିଶା ଦେଇ ଯାଇଥିବା ରାଜପଥର ସଂଖ୍ୟା ଥିଲା ପାଞ୍ଚ ।
(iv) ବର୍ତ୍ତମାନ ଏହି ସଂଖ୍ୟା ବାଇଶିରେ ପହଞ୍ଚିଛି ଏବଂ 4510 କି.ମି. ପର୍ଯ୍ୟନ୍ତ ଜାତୀୟ ରାଜପଥଗୁଡ଼ିକ ବ୍ୟାପିଛି ।
ଏହି ଜାତୀୟ ରାଜପଥଗୁଡ଼ିକ ହେଲା– ୧୬, ୩୧୬, ୫୧୬, ୧୮, ୨୦, ୫୨୦, ୨୬, ୪୯, ୧୪୯, ୫୩, ୩୫୩, ୫୫, ୫୭, ୫୯, ୬୩, ୧୪୩, ୨୨୦, ୧୫୩(ଖ), ୧୫୭, ୩୨୬, ୧୩୦(ଗ) ଓ ୩୨୬(କ) ।
(vi) ଏହି ରାଜପଥଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ପ୍ରତି ଗାଁକୁ ପକ୍କା ରାସ୍ତାମାନ ନିର୍ମାଣ କରାଯାଇଛି ।
(vii) ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଓ ପ୍ରମୁଖ ସହରମାନଙ୍କର ଆଭ୍ୟନ୍ତରୀଣ ରାସ୍ତାଗୁଡ଼ିକ ଉନ୍ନତ ମାନର ଓ ପ୍ରଶସ୍ତ କରାଯାଇଛି ।
(viii) ସ୍ଵାଧୀନତା ପରେ ଓଡ଼ିଶାରେ ରେଳପଥର ଉନ୍ନତିକରଣ କରାଯାଇଛି । ଦୈତାରୀ, ବାଂଶପାଣି ରେଳରାସ୍ତା ପ୍ରକଳ୍ପ, । ଲାଞ୍ଜିଗଡ଼ ରେଳପଥ ପ୍ରକଳ୍ପର କାର୍ଯ୍ୟ ପ୍ରାୟ ସରିଆସୁଛି ।
(ix) ହରିଦାସପୁର ପାରାଦ୍ବୀପ ରେଳପଥ, ଖୋର୍ଦ୍ଧାରୋଡ଼ ବଲାଙ୍ଗୀର ରେଳପଥ, ଅନୁଗୁଳ ଡୁବୁରୀ ରେଳପଥ, ତାଳଚେର ବିମଳାଗଡ଼ ରେଳପଥ ପ୍ରକଳ୍ପ କାର୍ଯ୍ୟ ଆଗକୁ ଆଗକୁ ଆଗେଇ ଚାଲିଛି ।
(x) ଓଡ଼ିଶାର ବିମାନବନ୍ଦର ଓ ପୋତାଶ୍ରୟଗୁଡ଼ିକର ମଧ୍ଯ ସଂଖ୍ୟା ବୃଦ୍ଧି ହେଉଛି ଏବଂ ଉନ୍ନତିକରଣ ହେଉଛି ।
(ଘ) ଓଡ଼ିଶାରେ ରେଳପଥର ବିକାଶ ସମ୍ପର୍କରେ ଟିପ୍ପଣୀ ଲେଖା
ଉ :(i) ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚାଲିଥିଲା 1897 ମସିହାରେ ।
(ii) ସେତେବେଳେ ଓଡ଼ିଶା ଦେଇ ଯାଇଥିବା ରେଳପଥର ଦୈର୍ଘ୍ୟ ଥିଲା ମାତ୍ର 358 କି.ମି. ଏବଂ ସ୍ଵାଧୀନତା ବେଳକୁ ଏହାର ଦୈର୍ଘ୍ୟ ମାତ୍ର ୨54 କି.ମି. ଥିଲା ।
(iii) 1996ରେ ଓଡ଼ିଶାରେ ପୂର୍ବତଟ ରେଳପଥର ଶୁଭ ଆରମ୍ଭ ହେଲା ।
(iv) ଇତିମଧ୍ଯରେ ଦୈତାରୀ ବାଂଶପାଣି ରେଳରାସ୍ତା ପ୍ରକଳ୍ପର କାର୍ଯ୍ୟ ସରିଥିଲାବେଳେ ଲାଞ୍ଜିଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି ।
(v) ଓଡ଼ିଶାରେ ନିର୍ମାଣାଧୀନ ଅନ୍ୟ ପ୍ରମୁଖ ରେଳପଥ ପ୍ରକଳ୍ପଗୁଡ଼ିକ ହେଲା– ହରିଦାସପୁର ପାରାଦ୍ବୀପ ରେଳପଥ, ଖୋର୍ଦ୍ଧାରୋଡ଼ ବଲାଙ୍ଗୀର ରେଳପଥ, ଅନୁଗୁଳ ଡୁବୁରୀ ରେଳପଥ ଓ ତାଳଚେର ବିମଳାଗଡ଼ ରେଳପଥ ।
(vi) ଏହି ସବୁ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେଲେ ଓଡ଼ିଶାର ଗମନାଗମନ ଓ ପରିବହନ ବ୍ୟବସ୍ଥାର ଉନ୍ନତି ହେବ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଜୋଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରିବେ ।
() ଓଡ଼ିଶାର ବିମାନସେବା ଓ ପୋତାଶ୍ରୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଲେଖ ।
ଉ :(i) ଓଡ଼ିଶାରେ ବିମାନବନ୍ଦର ଓ ପୋତାଶ୍ରୟର ଯଥେଷ୍ଟ ଉନ୍ନତିକରଣ କରାଯାଇଛି ।
(ii) ଭୁବନେଶ୍ବରଠାରେ ଅବସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରୁ ଭାରତର ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍ଧ ହେଉଛି । ଏହା ସହିତ ଝାରସୁଗୁଡ଼ାର ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇ ଅନେକ ସହରକୁ ସଂଯୋଗ କରୁଛି ।
(iii) ଆମଦାନୀ ଓ ରପ୍ତାନୀର ସୁବିଧା ପାଇଁ ଭୁବନେଶ୍ଵର ବିମାନବନ୍ଦରକୁ ଏକ କଷ୍ଟମ୍ସ ବିମାନବନ୍ଦର ଭାବେ ଘୋଷଣା କରାଯାଇଛି ।
(iv) 1995 ମସିହା ଅଗଷ୍ଟ ମାସରୁ ଏଠାରେ ଏକ ଏୟାର କାର୍ଗୋ କଂପ୍ଲେକ୍ଟ କାର୍ଯ୍ୟ କରୁଛି ।
(v) ଏହା ବ୍ୟତୀତ ଓଡ଼ିଶାରେ ତେରଟି ବିମାନ ଅବତରଣ କେନ୍ଦ୍ର ଓ ଷୋହଳଟି ହେଲିପ୍ୟାଡ୍ ରହିଅଛି |
(vi) ଓଡ଼ିଶାରେ ପୋତାଶ୍ରୟମାନଙ୍କ ମଧ୍ୟରେ ପାରାଦ୍ବୀପ ପୋତାଶ୍ରୟ ଅଧିକ କାର୍ଯ୍ୟକ୍ଷମ ହୋଇଛି । ଧୀରେ ଧୀରେ ଦ୍ରବ୍ୟ କାରବାରରେ ଏହି ବନ୍ଦର ବିକାଶ ଲାଭ କରୁଛି |
(vii) ପାରାଦୀପକୁ ଛାଡ଼ି ଓଡ଼ିଶା ଉପକୂଳରେ ଗୋପାଳପୁର ବନ୍ଦର ଓ ଧାମରା ବନ୍ଦର ଉନ୍ନତି ପଥରେ ଆଗେଇ ଚାଲିଛି |
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ ।
(କ) ଭିତ୍ତିଭୂମି କହିଲେ କ’ଣ ବୁଝ ?
ଉ :(i) ସାମାଜିକ ଐକ୍ୟ ଓ ଅର୍ଥନୈତିକ ସମୃଦ୍ଧିର ପ୍ରଥମ ଆବଶ୍ୟକତା ହେଉଛି ଭିତ୍ତିଭୂମି ।
(ii) ଏହା ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ ।
(ଖ) ୧୯୩୬ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ କାହିଁକି ବିଶେଷ କିଛି କରାଯାଇ ପାରିଲା ନାହିଁ ?
ଉ: ୧୯୩୬ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ରାଜନୈତିକ ଅସ୍ଥିରତା ଯୋଗୁଁ ଭିତ୍ତିଭୂମିର ବିକାଶ ସମ୍ଭବ ଉଲ । ହୋଇପାରି ନଥିଲା ।
(ଗ) କୃଷିପାଇଁ ଆବଶ୍ୟକ ଭିତ୍ତିଭୂମି କ’ଣ ?
ଉ : କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମିଗୁଡ଼ିକ ହେଲା– ଜଳସେଚନ, କୃଷିବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ, ଉନ୍ନତ ସାରବିହନ ଯୋଗାଣ, ରୋଗପୋକ ନିୟନ୍ତ୍ରଣ, ଆବଶ୍ୟକ ବେଳେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ।
(ଘ) ଓଡ଼ିଶାରେ କୃଷି ପାଇଁ କାହିଁକି ଜଳସେଚନର ଆବଶ୍ୟକତା ରହିଛି ?
ଉ :(i) ପ୍ରାକୃତିକ ବୃଷ୍ଟିପାତର କୌଣସି ସ୍ଥିରତା ରହୁନଥିବାରୁ ଓଡ଼ିଶାର ଚାଷି ଦୃଷ୍ଟିଜଳ ଉପରେ ଭରସା କରିପାରେ ନାହିଁ ।
(ii) ତେଣୁ ତା’ପାଇଁ ଜମିରେ ସ୍ଥାୟୀ ଜଳସେଚନର ଆବଶ୍ୟକତା ରହିଛି ।
() କୃଷି ସମ୍ପର୍କୀୟ ଶିକ୍ଷା ଗବେଷଣା ପାଇଁ ଓଡ଼ିଶାରେ କେଉଁ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଅଛି ?
ଉ: କୃଷି ସମ୍ପର୍କୀୟ ଶିକ୍ଷା ଗବେଷଣା ପାଇଁ ଓଡ଼ିଶାର କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରୀକେଳ ଗବେଷଣା କେନ୍ଦ୍ର ଓ ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ | ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ।
(ଚ) ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ କି ପ୍ରକାର ପ୍ରାକୃତିକ ଅନୁକୂଳ ଭିତ୍ତିଭୂମି ରହିଛି ?
ଉ :(i) ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଅନେକ ଶିଳ୍ପ ଉପଯୋଗୀ ଜମି ରହିଛି ।
(ii) ଯେହେତୁ ଓଡ଼ିଶା ଏକ ଉପକୂଳବର୍ତୀ ପ୍ରଦେଶ ତେଣୁ ଏହାର ଦୀର୍ଘ ସମୁଦ୍ରତଟ ମଧ୍ୟ ରହିଛି ଏବଂ ଏହି ପ୍ରଦେଶରେ ପ୍ରଚୁର ଖଣିଜ ସମ୍ପଦ ଭରପୂର ହୋଇ ରହିଛି ।
(ଛ) ଜାତୀୟ ରାଜପଥ ନମ୍ବର ୫ (ବର୍ତ୍ତମାନ ୧୬) ଓଡ଼ିଶାର କେଉଁ ସ୍ଥାନରୁ କେଉଁ ସ୍ଥାନକୁ ସଂଯୋଗ କରୁଛି ?
ଉ: ଜାତୀୟ ରାଜପଥ ୫ (ବର୍ତ୍ତମାନ ୧୬) - ଲକ୍ଷ୍ମଣନାଥ – ବାଲେଶ୍ବର -ଭଦ୍ରକ - କଟକ - ଭୁବନେଶ୍ୱର - ବ୍ରହ୍ମପୁର - ୪୪୩.୮୧ କି.ମି. ।
(ଜ) କିଏ ଏବଂ କେବେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ?
ଉ: 1996 ମସିହା ଅଗଷ୍ଟ ୫ ତାରିଖରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମାନ ଦେବଗୌଡ଼ା ଓଡ଼ିଶାରେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ।
(ଝ) ପାରାଦୀପ ବନ୍ଦରକୁ ଛାଡ଼ି ଓଡ଼ିଶାର ଅନ୍ୟ କେଉଁ ସ୍ଥାନଗୁଡ଼ିକରେ ବନ୍ଦର ନିର୍ମିତ ହୋଇଛି ?
ଉ :(i) ପାରାଦ୍ବୀପ ବନ୍ଦର ବ୍ୟତୀତ ଗୋପାଳପୁର ବନ୍ଦର 1987 ମସିହାରୁ କାର୍ଯ୍ୟ କରୁଛି ।
(ii) ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦରର ନିର୍ମାଣ ସମ୍ଭବ ହୋଇଛି । (
ଞ) ହୀରାକୁଦ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେଲା ?
ଉ : ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ 1948 ମସିହାରେ ଆରମ୍ଭ ହୋଇ 1957 ମସିହାରେ ତାହା କାର୍ଯ୍ୟକ୍ଷମ ହୋଇଥିଲା ।
Bhittibhumira Bikash 3 Number Question Answers
୩ । ନିମ୍ନଲିଖତ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଓଡ଼ିଶାରେ କିପରି ଜଳସେଚନର ବ୍ୟବସ୍ଥା ହୋଇଛି ?
ଉ : ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକର ବନ୍ଧ ଓ ଆନିକଟ ନିର୍ମାଣ କରାଯାଇ କେନାଲ୍ ଯୋଗେ ଜଳସେଚନର -କି ବ୍ୟବସ୍ଥା ହୋଇଛି ।
(ଖ) ଅବିଭକ୍ତ ପୁରୀ ଜିଲ୍ଲା କେତୋଟି କେନାଲ ଦ୍ବାରା ଜଳସେଚିତ ହେଊଛି ?
ଉ : ଅବିଭକ୍ତ ପୁରୀଜିଲ୍ଲା ଆଠଟି କେନାଲ୍ ଦ୍ବାରା ଜଳସେଚିତ ହେଉଛି ।
(ଗ) କେଉଁ ରାଜପଥ ଭୁବନେଶ୍ବରଠାରୁ ପୁରୀ, କାଳୀଜାଇ ଦେଇ କୋଣାର୍କ ପର୍ଯ୍ୟନ୍ତ ଯାଇଛି ?
ଉ : ଜାତୀୟ ରାଜପଥ ୨୦୩ ଭୁବନେଶ୍ବରରୁ ପୁରୀ ବାଲିଘାଇ ଦେଇ କୋଣାର୍କ ପର୍ଯ୍ୟନ୍ତ ୨7 କି.ମି. ବ୍ୟାପିଛି ।
(ଘ) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କ’ଣ ?
ଉ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ପ୍ରତି ଗାଁକୁ ପକ୍କା କିମ୍ବା କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଉଛି ।
(ଙ) କେବେ ଓଡ଼ିଶାରେ ପ୍ରଥମ ରେଳଗାଡ଼ି ଚାଲିଥିଲା ?
ଉ: 1897 ମସିହାରେ ଓଡ଼ିଶାରେ ପ୍ରଥମ ରେଳଗାଡ଼ି ଚାଲିଥିଲା ।
(ଚ) ପୂର୍ବତଟ ରେଳପଥ କେବେ କାର୍ଯ୍ୟ ଆରମ୍ଭ କଲା ?
ଉ : 1996 ମସିହାରେ ପୂର୍ବତଟ ରେଳପଥ କାର୍ଯ୍ୟ ଆରମ୍ଭ କରିଥଲା ।
(ଛ) ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ?
ଉ : ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ରହିଛି ।
() ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ୍ ୧୯୯୫ କେବେଠାରୁ କାର୍ଯ୍ୟକାରୀ ହେଲା ?
ଉ: 1996 ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ୍ 1905 କାର୍ଯ୍ୟକାରୀ ହେଉଛି ।
Bhittibhumira Bikash 4 Number Question Answers
୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ?
(କ) କେବେଠାରୁ ଓଡ଼ିଶାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେଲା ?
(i) ୧୯୩୬ (ii) ୧୯୪୫ (iii) ୧୯୪୬(iv) ୧୯୪୭
(ଖ) କେଉଁଠାରେ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପିତ ହୋଇଛି ?
(i) ରେଙ୍ଗାଲୀ (ii) ଇବ୍ (iii) ଅପର କୋଲାବ୍ (iv) ମାଛକୁଣ୍ଡ
(ଗ) ରାଜୀବଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା କେବେଠାରୁ କାର୍ଯ୍ୟ କରୁଛି ?
(i) ୧୯୯୫ (ii) ୧୯୯୬ (iii) ୨୦୦୬(iv) ୨୦୦୭
(ଘ) ବିଜୁ ଗ୍ରାମ ଜ୍ୟୋତି ଯୋଜନା କେବେ ପ୍ରବର୍ତ୍ତିତ ହେଲା ?
(i) ୧୯୮୭ (ii) ୧୯୯୬ (iii) ୨୦୦୬(iv) ୨୦୦୭
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦରେ ଲେଖ)
୧। କେଉଁ କେଉଁ କାରଣରୁ ଭାରତ ସ୍ଵାଧୀନତା ପର୍ଯ୍ୟନ୍ତ ଓଡ଼ିଶାର ଭିତ୍ତିଭୂମିରେ ବିକାଶ ହୋଇପାରି ନଥୁଲା ?
ଉ :(i) 1936 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ବେଳକୁ ଓଡ଼ିଶାର ସାମୂହିକ ଭିତ୍ତିଭୂମିର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା ।
(ii) 1936 ମସିହାରୁ 1946 ମସିହା ପର୍ଯ୍ୟନ୍ତ ପରାଧୀନ ଭାରତରେ ଓଡ଼ିଶାର ରାଜନୈତିକ ଅସ୍ଥିରତା ଯୋଗୁ ବିକାଶ କାର୍ଯ୍ୟ କେତେକ ବନ୍ଦ ହୋଇଯାଇଥିଲା ।
(iii) 1946 ମସିହାରେ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେବା ପରେ ଓଡ଼ିଶାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ହୋଇପାରି ନଥୁବାରୁ ଭିତ୍ତିଭୂମିର ବିକାଶ କାର୍ଯ୍ୟ ସେତେଟା ତ୍ବରାନ୍ବିତ ହୋଇପାରି ନଥିଲା ।
(iv) ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶାରେ ମିଶ୍ରଣ ପରେ ଭିତ୍ତିଭୂମିର ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇଛି ।
୨। ଓଡ଼ିଶାରେ ଜଳସେଚନର ଆବଶ୍ୟକତା ଓ ସ୍ୱାଧୀନତା ଓଡ଼ିଶାରେ କିପରି ସେହି ଆବଶ୍ୟକତାକୁ ପୂରଣ କରାଯାଇଛି ଉଲ୍ଲେଖ କର ।
ଉ : ପ୍ରାକୃତିକ ବୃଷ୍ଟିପାତର କୌଣସି ସ୍ଥିରତା ରହୁନଥିବାରୁ ଓଡ଼ିଶା ଚାଷୀ ବୃଷ୍ଟିଜଳ ଉପରେ ଭରସା କରିପାରେ ନାହିଁ । ତେଣୁ ତା’ପାଇଁ ଜମିରେ ସ୍ଥାୟୀ ଜଳସେଚନର ଆବଶ୍ୟକତା ରହିଛି |
(i) ସ୍ଵାଧୀନୋତ୍ତର ଓଡ଼ିଶାରେ ଜଳସେଚନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
(ii) ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧବାଡ଼ ଆନ୍ନିକଟ ନିର୍ମାଣ କରାଯାଇ କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି ।
(iii) ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲ ଦ୍ଵାରା ହଜାର ହଜାର ହେକ୍ଟର ଭୂମି ଜଳସେଚନ ହେଉଛି ।
(iv) ଅବିଭକ୍ତ ପୁରୀ ଜିଲ୍ଲାରେ ୮ଟି କେନାଲ ଦ୍ବାରା ଜଳସେଚନ କରାଯାଉଛି ।
(v) ହୀରାକୁଦ ନଦୀବନ୍ଧ ଯୋଜନା ଦ୍ବାରା ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅନେକ ଅଞ୍ଚଳ ଜଳସେଚିତ ହେଉଛି ।
(vi) ରେଙ୍ଗାଲି ପ୍ରକଳ୍ପ, ହଦଗଡ଼ ନଦୀବନ୍ଧ, ଅପରକୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପ ଓଡ଼ିଶାର ଅନେକ ଅଞ୍ଚଳରେ ଜଳସେଚନର ସୁବିଧା ଯୋଗାଉଛି ।
(vii) ଏତତ୍ ବ୍ୟତୀତ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ କାର୍ଯ୍ୟ କରୁଛି ।
୩। କୃଷି ସମ୍ପର୍କୀୟ ଓ କୃଷକ ପ୍ରଶିକ୍ଷଣ ପାଇଁ ଓଡ଼ିଶାରେ କେଉଁ କେଉଁ ଅନୁଷ୍ଠାନ କାର୍ଯ୍ୟ କରୁଛି ?
ଉ :(i) ଓଡ଼ିଶାରେ କୃଷି ସମ୍ପର୍କୀୟ ଗବେଷଣା ପାଇଁ କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରୀକେଳ ଗବେଷଣା କେନ୍ଦ୍ର ଓ କୌଶଲ୍ୟାଗଙ୍ଗଠାରେ ଜିଲ୍ଲା କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି ।
(ii) ଏତଦ୍ବ୍ୟତୀତ ଭୁବନେଶ୍ବରରେ ଓଡ଼ିଶା କୃଷି ଓ ବୈଷ- ୟିକ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ଚିପିଲିମାଠାରେ କୃଷି ମହାବିଦ୍ୟାଳୟ କୃଷି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଚାଲିଛି ।
(iii) କୃଷି ବିଜ୍ଞାନ କେନ୍ଦ୍ର; ପଶୁ ମହାବିଦ୍ୟାଳୟ, ବିହନ ଯୋଗାଣ କେନ୍ଦ୍ର ଓଡ଼ିଶାର କୃଷକମାନଙ୍କୁ ବ୍ୟାବସାୟିକ ସହାୟତା ଯୋଗାଉଛି ।
(iv) ପଞ୍ଚାୟତମାନଙ୍କରେ ନିଯୁକ୍ତ ଗ୍ରାମ ସେବକମାନେ କୃଷ- କମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି ।
୪। ନିମ୍ନୋକ୍ତ ଜାତୀୟ ରାଜପଥଗୁଡ଼ିକ ଓ ଓଡ଼ିଶାରେ କେଉଁଠାରୁ କେଉଁ ପର୍ଯ୍ୟନ୍ତ ପରିବ୍ୟାପ୍ତ ଉଲ୍ଲେଖ କର ।
୧୬, ୧୮, ୨୬, ୫୫, ୫୧୬ ।
ଉ: (i) ଜାତୀୟ ରାଜପଥ ନଂ ୧୬ – ଲକ୍ଷ୍ମଣନାଥ – ବାଲେ- ଶ୍ବର -ଭଦ୍ରକ - କଟକ - ଭୁବନେଶ୍ଵର - ବ୍ରହ୍ମପୁର – ୪୪୩.୮୧ କି.ମି. ।
(ii) ଜାତୀୟ ରାଜପଥ - ୧୮- ଝାଡପୋଖରୀଆ – ବାରିପଦା - ବାଲେଶ୍ବର – ୮୦ କି.ମି. ।
(iii) ଜାତୀୟ ରାଜପଥ ୨୬ - ବରଗଡ଼ – ବଲାଙ୍ଗୀର - ଭବାନୀପାଟଣା - ନବରଙ୍ଗପୁର - ବୋରିଗୁମା - ଜୟପୁର- କୋରାପୁଟ - ସଂକି - ୪୩୬ କି.ମି. ।
(iv) ଜାତୀୟ ରାଜପଥ ୫୫ କଟକ – ଅନୁଗୁଳ – ସମ୍ବଲପୁର - ୨୨୬ କି.ମି. ।
(v) ଜାତୀୟ ରାଜପଥ ୫୧୬ - ବ୍ରହ୍ମପୁର – ଗୋପାଳପୁର - ୬ କି.ମି. ।
(ଡ) ଓଡ଼ିଶାରେ ବିଦ୍ୟୁତ୍ ଶକ୍ତିର କିପରି ବିକାଶ ଘଟିଛି ଉଲ୍ଲେଖ କର ।
ଉ :(i) ଶିଳ୍ପ ବିକାଶର ଜୀବନରେଖା ହେଉଛି ବିଦ୍ୟୁତ୍ ଶକ୍ତି । ଏହି ବିଦ୍ୟୁତ୍ ଶକ୍ତି ଓଡ଼ିଶାରେ ତାପଜ ବିଦ୍ୟୁତ୍ ଓ ଜଳ ବିଦ୍ୟୁତ୍ କିନ୍ତୁ ଦୁଇ ପ୍ରକାର ଉପଲବ୍ଧ ହୁଏ |
(ii) ସ୍ଵାଧୀନତା ବେଳକୁ ଓଡ଼ିଶାରେ ମାତ୍ର ଦୁଇଟି ତାପଜ ଦାନ ବିଦ୍ୟୁତ୍ କେନ୍ଦ୍ର ଥିଲା । 1957 ରେ ହୀରାକୁଦ ଜଳପ୍ରକଳ୍ପ
କାର୍ଯ୍ୟ ଆରମ୍ଭ ହେଲା ।
(iii) ପରେ ପରେ ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ, ରେଙ୍ଗାଲୀ ଜଳବିଦ୍ୟୁତ୍ ପ୍ରକଳ୍ପ, ଅପର କୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ, ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲା । ଏହି ସବୁର ସାମର୍ଥ୍ୟ 1967 ମେଗାଓ୍ବାଟ୍ ଅଟେ |
(iv) ଏତଦ୍ ବ୍ୟତୀତ ଇବ୍ ଓ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ସାମର୍ଥ୍ୟ ହେଉଛି ୫୫୦ ମେଗାଓ୍ବାଟ୍ ।
(v) ଏପରି ଭାବରେ ଓଡ଼ିଶାରେ ନିଜସ୍ଵ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ ହେଉଛି 2856 ମେଗାଓ୍ବାଟ୍ ।
(vi) କେନ୍ଦ୍ରୀୟ ଶକ୍ତି କେନ୍ଦ୍ରମାନଙ୍କରୁ କିଛି ପରିମାଣର ବିଦ୍ୟୁତ୍ ଶକ୍ତି କେନ୍ଦ୍ରମାନଙ୍କୁ ମିଳୁଛି ଏବଂ ଓଡ଼ିଶାରେ ପ୍ରତିଷ୍ଠିତ ନିଜସ୍ୱ ଶକ୍ତି କେନ୍ଦ୍ରମାନ କିଛି କିଛି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରୁଛନ୍ତି ।
(ଚ) ଓଡ଼ିଶାରେ କୃଷି ଓ ଶିଳ୍ପ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ -- ପାଇଁ କେଉଁ କେଉଁ ସଂସ୍ଥାମାନେ କାର୍ଯ୍ୟରତ ଅଛନ୍ତି ?
ଉ :(i) ଓଡ଼ିଶାରେ କୃଷି ଓ ଶିଳ୍ପ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ନିମ୍ନଲିଖ ସଂସ୍ଥାମାନେ କାର୍ଯ୍ୟରତ ଅଛନ୍ତି ।
(୧) ଓଡ଼ିଶା ଶିଳ୍ପ ଉନ୍ନୟନ ଓ ଅର୍ଥ ନିବେଶ ନିଗମ
(୨) ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ
(୩) ଓଡ଼ିଶା ରାଜ୍ୟ ବୈଦ୍ୟୁତିକ ସାମଗ୍ରୀ ଉନ୍ନୟନ ନିଗମ
(୪) ଶିଳ୍ପ ଭିଭିଭୂମି ବିକାଶ ନିଗମ
(୫) ଓଡ଼ିଶା କୃଷି ଓ ଅର୍ଥ ଉନ୍ନୟନ ଓ ଅର୍ଥ ନିବେଶ
(୬) ଓଡ଼ିଶା ରାଜ୍ୟ ଅର୍ଥ ନିଗମ
(୭) ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ
(୮) ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ
(୯) ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
(୧୦) ଇନଫୋସିଟି ।
Frequently Asked Questions (FAQ)
Q1: ଭିତ୍ତିଭୂମି (Infrastructure) କହିଲେ କଣ ବୁଝାଏ? Ans: କୌଣସି ଦେଶ ବା ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଆବଶ୍ୟକ ହେଉଥିବା ମୌଳିକ ସେବା ଓ ସୁବିଧା ସୁଯୋଗକୁ ଭିତ୍ତିଭୂମି କୁହାଯାଏ। ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ:
ଅର୍ଥନୈତିକ ଭିତ୍ତିଭୂମି: ପରିବହନ (ରାସ୍ତାଘାଟ, ରେଳପଥ), ଯୋଗାଯୋଗ, ଶକ୍ତି (ବିଦ୍ୟୁତ), ଏବଂ ଜଳସେଚନ।
ସାମାଜିକ ଭିତ୍ତିଭୂମି: ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଏବଂ ପାନୀୟ ଜଳ ଯୋଗାଣ।
Q2: ସ୍ଵାଧୀନତା ପରେ ଓଡ଼ିଶାରେ ସଡ଼କ ପରିବହନର ବିକାଶ କିପରି ହୋଇଥିଲା? Ans: ସ୍ଵାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ଗମନାଗମନର ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା:
ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯୋଡ଼ିବା ପାଇଁ ଜାତୀୟ ରାଜପଥ (National Highways) ଓ ରାଜ୍ୟ ରାଜପଥର ସମ୍ପ୍ରସାରଣ କରାଗଲା।
ଗ୍ରାମାଞ୍ଚଳର ବିକାଶ ପାଇଁ 'ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା' ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାମ୍ୟ ରାସ୍ତା ଯୋଜନା ଦ୍ୱାରା ପକ୍କା ରାସ୍ତା ନିର୍ମାଣ କରାଯାଇ ଗାଁଗୁଡ଼ିକୁ ସହର ସହ ସଂଯୋଗ କରାଗଲା।
Q3: ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ପ୍ରଦୀପ ବନ୍ଦର (Paradeep Port) ର ଭୂମିକା କଣ? Ans: ପ୍ରଦୀପ ବନ୍ଦର ଓଡ଼ିଶାର ଏକମାତ୍ର ପ୍ରଧାନ ଗଭୀର ସମୁଦ୍ର ବନ୍ଦର, ଯାହା ୧୯୬୬ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଏହା ନିର୍ମିତ ହୋଇଥିଲା।
ଏହି ବନ୍ଦର ଦ୍ୱାରା ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ (ବିଶେଷ କରି ଲୁହାପଥର) ବିଦେଶକୁ ରପ୍ତାନି କରାଯାଏ।
ଏହା ରାଜ୍ୟର ବାଣିଜ୍ୟ, ବ୍ୟବସାୟ ଏବଂ ଶିଳ୍ପଭିତ୍ତିକ ସମୃଦ୍ଧିରେ ଏକ ପ୍ରମୁଖ ସ୍ତମ୍ଭ ସଦୃଶ କାର୍ଯ୍ୟ କରୁଛି।
Q4: ଓଡ଼ିଶାର ଶକ୍ତି କ୍ଷେତ୍ରର ବିକାଶ ପାଇଁ କେଉଁ କେଉଁ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଇଛି? Ans: ଶିଳ୍ପ ଓ କୃଷିର ଉନ୍ନତି ପାଇଁ ଓଡ଼ିଶାରେ ଜଳବିଦ୍ୟୁତ ଓ ତାପଜ ବିଦ୍ୟୁତ ପ୍ରକଳ୍ପମାନ ସ୍ଥାପନ କରାଯାଇଛି:
ଜଳବିଦ୍ୟୁତ ପ୍ରକଳ୍ପ: ହୀରାକୁଦ ଜଳବିଦ୍ୟୁତ ପ୍ରକଳ୍ପ, ରଙ୍ଗାଲୀ, କୋଲାବ, ଏବଂ ବାଲିମେଳା।
ତାପଜ ବିଦ୍ୟୁତ ପ୍ରକଳ୍ପ: ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର (TTPS) ଏବଂ ଇବ୍ ଉପତ୍ୟାକା ତାପଜ ବିଦ୍ୟୁତ ପ୍ରକଳ୍ପ। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
Q5: ଓଡ଼ିଶାରେ ଜଳସେଚନର (Irrigation) ଉନ୍ନତି ପାଇଁ କେଉଁ ମୁଖ୍ୟ ପଦକ୍ଷେପ ନିଆଯାଇଛି? Ans: କୃଷିର ସ୍ଥାୟୀ ବିକାଶ ପାଇଁ ଓଡ଼ିଶାରେ ବହୁମୁଖୀ ନଦୀବନ୍ଧ ଯୋଜନା ମାଧ୍ୟମରେ କେନାଲ୍ ବ୍ୟବସ୍ଥା କରାଯାଇଛି। ମହାନଦୀ ଉପରେ ନିର୍ମିତ ହୀରାକୁଦ ବନ୍ଧ, ଋଷିକୁଲ୍ୟା ପ୍ରକଳ୍ପ, ଏବଂ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ହଜାର ହଜାର ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଦିଆଯାଉଛି, ଯାହା ରାଜ୍ୟକୁ ଖାଦ୍ୟ ଶସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଛି।

No comments:
Post a Comment