ଦଶମ ଶ୍ରେଣୀ ଇତିହାସ ସାମାଜିକ ବିକାଶ ପ୍ରଶ୍ନ ଉତ୍ତର। Find complete Class 10 History Samajik Vikas textbook solutions and notes by Meher Sir. Study smart for your exams! Class 10 History Unit 4 chapter 1 question answer Samajik Vikas ସାମାଜିକ ବିକାଶ ପ୍ରଶ୍ନ ଉତ୍ତର Class 10 history samajik vikas question answer pdf download Class 10 history samajik vikas question answer pdf Class 10 history samajik vikas question answer english medium Class 10 history samajik vikas question answer chapter 1 Class 10 history chapter 1 odia medium question answer 10th Class History question answer PDF Odia Medium 10th class history book odia pdf chapter 1 question answer BSE Odisha 10th Class History question answer.
ସାମାଜିକ ବିକାଶ ପ୍ରଶ୍ନ ଉତ୍ତର (Samajik Vikas Question Answer)
Q&A । ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ପାନ ଲେଖ । ।
(କ) ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବା ପାଇଁ କି କି ପଦକ୍ଷେପମାନ ନିଆଯାଇଛି ?
ଉ : ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ନିମ୍ନଲିଖତ ପଦକ୍ଷେପମାନ ନିଆଯାଇଛି ।
(i) ୧୯୪୭ ମସିହାରେ ଆଦିବାସୀମାନଙ୍କର ଜମି ଅଣଆଦିବାସୀମାନେ ଜବରଦଖଲ କରିପାରିବେ ନାହିଁ ବୋଲି ଆଇନ୍ ପ୍ରଣୟନ କରାଗଲା ।
(ii) ସ୍ଵତନ୍ତ୍ର ସରକାରୀ ଅଧିକାରୀଙ୍କୁ ନିୟୋଜନ କରାଯାଇ ଅଣଆଦିବାସୀଙ୍କଠାରୁ ଆଦିବାସୀମାନଙ୍କ ଜମି ଫେରାଇ ଦିଆଗଲା ।
(iii) ୧୯୪୯ ମସିହାରେ ଅପରାଧୀ ଜନଜାତି ଆଇନ୍ ଭଳି ଅଗଣତାନ୍ତ୍ରିକ ବିଧ ବ୍ୟବସ୍ଥାକୁ ରଦ୍ଦ କରାଗଲା ।
(iv) ୧୯୪୮ ମସିହା ଜୁନ୍ ମାସରେ ଓଡ଼ିଶା ଗୋତିପ୍ରଥା ଉଚ୍ଛେଦ ନିୟାମକକୁ କଡ଼ାକଡ଼ି ପାଳନ କରି ଗୋତି ପ୍ରଥାକୁ ନିଷିଦ୍ଧ କରାଗଲା ।
(v) ଗଡ଼ଜାତ ଅଞ୍ଚଳରେ ପ୍ରଚଳିତ ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ଭଳି କୁପ୍ରଥାକୁ ଉଚ୍ଛେଦ କରାଗଲା ।
(vi) ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ୍-୧୯୪୮ ଏବଂ ଓଡ଼ିଶା ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ୍ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଗଲା ।
(vii) ଆଦିବାସୀ ଓ ଦଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଅବୈତନିକ ଶିକ୍ଷା, ଛାତ୍ରବୃତ୍ତି ଓ ଆଦିବାସୀ ଅଞ୍ଚଳରେ ହଜାର ହଜାର ଆବାସିକ ଓ ଆଦିବାସୀ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
(viii) ଆଦିବାସୀ ଓ ଦଳିତମାନଙ୍କୁ କୁସଂସ୍କାର ଓ ଅନ୍ଧବିଶ୍ଵାସରୁ ମୁକ୍ତକରି ସେମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା ।
(ଖ) ଗ୍ରାମାଞ୍ଚଳର ଲୋକଙ୍କ ବିକାଶ ପାଇଁ ସ୍ବାଧୀନତା ପରେ କି ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ?
ଉ : ସ୍ଵାଧୀନତା ପରେ ଗ୍ରାମାଞ୍ଚଳର ଲୋକଙ୍କ ବିକାଶ ପାଇଁ ନିମ୍ନଲିଖ ପଦକ୍ଷେପମାନ ନିଆଯାଇଛି ।
(i) ଇନ୍ଦି ରାଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ନିଜସ୍ଵ ବାସଗୃହ ଯୋଗାଇ ଦିଆଯାଉଛି ।
(ii) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଦ୍ଵାରା ଗ୍ରାମାଞ୍ଚଳକୁ ସିମେଣ୍ଟ କଂକ୍ରିଟ୍ ପକ୍କା ସଡ଼କ ନିର୍ମାଣ କରାଯାଉଛି ।
(iii) ଅନ୍ତୋଦୟ ଯୋଜନା ଦ୍ଵାରା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରକୁ ମାସିକ କିଲୋଗ୍ରାମ ପିଛା ୩ ଟଙ୍କା ଦରରେ ୩୫ କିଲୋ ଚାଉଳ ଦେବାର ବ୍ୟବସ୍ଥା କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ତରଫରୁ କିଲୋଗ୍ରାମ ପ୍ରତି ୨ଟଙ୍କା ଦରରେ ଚାଉଳ ଯୋଗାଇ ଦିଆଯାଉଛି ।
(iv) ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଦ୍ଵାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ବର୍ଷକୁ ୧୦୦ଦିନ କାମଧନ୍ଦା ଯୋଗାଇ ଦିଆଯାଇଛି ।
(v) ଏତତ୍ ବ୍ୟତୀତ ‘ଖାଦ୍ୟ ପାଇଁ କାମ’, ‘ସମ୍ପୂର୍ଣ୍ଣ ଗ୍ରାମ ସ୍ଵରୋଜଗାର ଯୋଜନା’, ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’, ‘ଜବାହର ଗ୍ରାମ ସମୃଦ୍ଧି ଯୋଜନା’, ନିଶ୍ଚିତ ରୋଜଗାର ଯୋଜନା ବଳରେ ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ସହିତ ଗ୍ରାମାଞ୍ଚଳର ବିକାଶ ସାଧ୍ୟ ହେଉଛି ।
(vi) ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା ଦ୍ଵାରା ଗ୍ରାମଗୁଡ଼ିକୁ ଜଳ, ବିଦ୍ୟୁତ୍ ଯୋଗାଇ ଦିଆଯାଉଛି ।
(ଗ) ସ୍ଵାଧୀନତା ପରେ ଓଡ଼ିଶାରେ ଶିଶୁ ଓ ମହିଳାମାନଙ୍କ ଓ ବିକାଶ ଦିଗରେ କ’ଣ କ’ଣ କରାଯାଇଛି ?
ଉ : ସ୍ଵାଧୀନତା ପରେ ଓଡ଼ିଶାରେ ଶିଶୁ ଓ ମହିଳାମାନଙ୍କ ବିକାଶ ପାଇଁ ନିମ୍ନଲିଖତ ପଦକ୍ଷେପମାନ ନିଆଯାଇଛି ।
(i) ଆଇନ୍ ବଳରେ କନ୍ୟାଭୃଣ ହତ୍ୟାକୁ ନିଷେଧ କରାଯାଇଛି ।
(ii) ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇଛି ।
(ii) ଗ୍ରାମାଞ୍ଚଳମାନଙ୍କରେ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରି ଏବଂ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ କରି ଶିଶୁମାନଙ୍କ ମଧ୍ୟରେ ବିଦ୍ୟାଳୟକୁ ଯିବା ପାଇଁ ଆଗ୍ରହ ସୃଷ୍ଟି କରାଯାଉଛି ।
(iv) ମହିଳାମାନଙ୍କ ସାମାଜିକ ଓ ଆର୍ଥନୀତକ ଅଭିବୃଦ୍ଧି ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
(v) ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
(vi) ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପଦକ୍ଷେପ ନିଆଯାଉଛି ।
(vii) ଏତତ୍ ବ୍ୟତୀତ ‘ମିଶନ ଶକ୍ତି’ ନାମକ ମହିଳା ସଶକ୍ତିକରଣ ଯୋଜନା ଆରମ୍ଭ କରାଯାଇଛି ।
(ଘ) ‘ମିଶନ ଶକ୍ତି’ ସମ୍ବନ୍ଧରେ ଏକ ଟିପ୍ପଣୀ ଲେଖ ।
ଉ :(i) ନାରୀମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଅଭିପ୍ରାୟ ନେଇ ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ଏକ ମହିଳା ସଶକ୍ତିକରଣ ଯୋଜନା ଆରମ୍ଭ କରାଯାଇଛି ।
(ii) ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି ‘ମିଶନ ଶକ୍ତି’ର ଉଦ୍ଦେଶ୍ୟ ।
(iii) ମହିଳା ସ୍ଵୟଂ ସହାୟକ ଦଳର ସଂରକ୍ଷଣ ଓ ପ୍ରସାର, ଦଳଗୁଡ଼ିକୁ ପରିଚାଳନା ଓ ଅନ୍ୟାନ୍ୟ ବିଷୟରେ ତାଲିମ୍ ପ୍ରଦାନ । ସେମାନଙ୍କୁ ଉପଯୁକ୍ତ ଦିଗ୍ଦର୍ଶନ ଦେବା, ସେମାନଙ୍କୁ ଋଣ ଯୋଗାଣ, ସେମାନଙ୍କର କାର୍ଯ୍ୟକଳାପର ତଦାରଖ କରିବା ଏବଂ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନରେ ସହାୟତା କରିବା ହେଉଛି ‘ମିଶନ୍ ଶକ୍ତି’ର ପ୍ରମୁଖ କାର୍ଯ୍ୟ ।
(ଙ) ସ୍ଵାଧୀନତାପରେ ଓଡ଼ିଶାରେ କାର୍ଯ୍ୟକାରୀ ପେନ୍ସନ୍ ଯୋଜନା ଓ ସ୍ଵାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
ଉ :(i) ସାଧାରଣ ଲୋକଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି । ସେଗୁଡ଼ିକ ମଧ୍ୟରୁ ମଧୁବାବୁ ପେନ୍ସନ୍ ଯୋଜନା ଅନ୍ୟତମ ।
(ii) ୨୦୦୮ ମସିହା ଜାନୁଆରୀ ୧ ତାରିଖରୁ ଓଡ଼ିଶାରେ ପ୍ରବର୍ତ୍ତିତ ମଧୁବାବୁ ପେନ୍ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି ।
(iii) ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାରମାନଙ୍କୁ ସ୍ଵାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୦୮ ମସିହା ଏପ୍ରିଲ ୧ ତାରିଖରୁ ପ୍ରବର୍ତ୍ତିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ୨୦୦୯- ୧୦ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଛି ।
(iv) ଏହି ଯୋଜନା ଅନୁଯାୟୀ ଗରିବ ରୋଗୀର ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଭରଣା କରାଯାଉଛି । ଏଥିପାଇଁ ୧୭ ହିତାଧୀକାରୀଙ୍କୁ ମାତ୍ର ତିରିଶି ଟଙ୍କାର ପଞ୍ଜି କରିବାକୁ ପଡ଼ୁଛି ।
(v) ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ଅବସ୍ଥାରେ ତୁରନ୍ତ ସେବା ଯୋଗାଇବା ପାଇଁ ୨୦୧୩ ମାର୍ଚ୍ଚ ୫ ତାରିଖରୁ ଓଡ଼ିଶା ଜରୁରୀକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ ।
(କ) କେଉଁ ବ୍ୟବସ୍ଥାରୁ ଓଡ଼ିଶାରେ ‘ଗୋତି ପ୍ରଥା’ ଜାତ ହେଲା ଏବଂ ଏହା କେବେଠାରୁ ଉଚ୍ଛେଦ ହେଲା ?
ଉ :(i) ଗ୍ରାମ୍ୟ ମହାଜନୀ ପ୍ରଥା ଆଦିବାସୀ ଅଞ୍ଚଳରେ ଗୋତି ଭଳି ଅମାନୁଷିକ ପ୍ରଥାକୁ ଇନ୍ଧନ ଯୋଗାଇଥିଲା ।
(ii) ୧୯୪୮ ମସିହା ଜୁନ୍ ମାସରେ ଗୋତିପ୍ରଥା ଉଚ୍ଛେଦ ନିୟାମକ ଦ୍ବାରା ଏହି ପ୍ରଥାର ଉଚ୍ଛେଦ ସମ୍ଭବ ହୋଇଥିଲା ।
(ଖ) କେଉଁ ଆଇନ ବଳରେ ଏବଂ କେଉଁଦିନ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କଲେ ?
ଉ : ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ୍ ୧୯୪୮ କଡ଼ାକଡ଼ି କାର୍ଯ୍ୟକାରୀ ହେବା ଦ୍ବାରା ୧୯୪୮ ମସିହା ମାର୍ଚ୍ଚ ୧ ତାରିଖରେ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରଥମେ ପ୍ରବେଶ କରିଥିଲେ ।
(ଗ) କୋରାପୁଟରେ କେଉଁମାନେ ଏକ ଭୟଙ୍କର ରୋଗରେ ଶିକାର ହେଉଥିଲେ ଏବଂ ଏହି ରୋଗର ନାମ କ’ଣ
ଉ :(i) କୋରାପୁଟର କୋୟାମାନେ ‘ୟଜ୍’ ନାମକ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ।
(ii) ସେମାନଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ଚିକିତ୍ସାଳୟକୁ ଅଣାଗଲା ଏବଂ ସେମାନେ ସୁସ୍ଥ ହେବାର ସୁଯୋଗ ପାଇଲେ ।
(ଘ) ଅନ୍ତୋଦୟ ଯୋଜନା କ’ଣ ?
ଉ :(i) କେନ୍ଦ୍ର ସରକାରଙ୍କ ଅନ୍ତୋଦୟ ଯୋଜନା ଦ୍ଵାରା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରକୁ ମାସିକ କିଲୋଗ୍ରାମ୍ ପିଛା ୩ ଟଙ୍କା ଦରରେ ୩୫ କିଲୋ ଚାଉଳ ଦେବାର ବ୍ୟବସ୍ଥା ହୋଇଛି ।
(ii) କିନ୍ତୁ ଓଡ଼ିଶା ସରକାର ଏହାକୁ କିଲୋ ପିଛା ୩ଟଙ୍କା ବଦଳରେ ୨ଟଙ୍କାରେ ଯୋଗାଇ ଦେଉଛନ୍ତି ।
() ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା କେବେଠାରୁ ପ୍ରଚଳିତ ହୋଇଥିଲା ଏବଂ ଏହାର ବ୍ୟବସ୍ଥାଟି କ’ଣ ?
ଉ :(i) ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା - ୨୦୦୫ ମସିହାରେ ଆରମ୍ଭ ହୋଇଛି ।
(ii) ଏହି ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳର ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଉଛି ।
(ଚ) ‘ମିଶନ ଶକ୍ତି’ ଯୋଜନାର ଉଦ୍ଦେଶ୍ୟ କ’ଣ ?
ଉ : ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର । ମୁ ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିର ଉନ୍ନତି ମୁଁ - ଆଣିବା ହେଉଛି ‘ମିଶନ ଶକ୍ତି’ର ମୁଖ୍ୟ ଉଦ୍ଦେଶ୍ୟ ।
(ଛ) ମଧୁବାବୁ ପେନ୍ସନ୍ ଯୋଜନାରେ କି କି ବ୍ୟବସ୍ଥା କରାଯାଇଛି ?
ଉ : ମଧୁବାବୁ ପେନ୍ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ମାସିକ ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି ।
(ଜ) ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ କି କି ସୁବିଧାମାନ ରହିଛି ?
ଉ : ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଇପାରୁଛି । ଏଥିପାଇଁ ହିତାଧିକାରୀମାନଙ୍କୁ ମାତ୍ର ୩୦ ଟଙ୍କା ପଞ୍ଜୀକରଣ ପାଇଁ ଦେବାକୁ ପଡ଼ୁଛି ।
(ଝ) ‘ମୋ କୁଡ଼ିଆ’ ଯୋଜନା କାହା ପାଇଁ ଉଦ୍ଦିଷ୍ଟ ?
ଉ : ଓଡ଼ିଶାରେ ପ୍ରଚଳିତ ହେଉଥିବା ଦରିଦ୍ର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନାଗୁଡ଼ିକ ମଧ୍ୟରୁ ବନ୍ୟା, ଘରପୋଡ଼ି ଓ ହାତୀ ଉପଦ୍ରବ ଦ୍ୱାରା ଗୃହଶୂନ୍ୟ ହୋଇଥିବା ଲୋକମାନଙ୍କ ପାଇଁ | ‘ମୋ କୁଡ଼ିଆ ଯୋଜନା’ ଅନ୍ୟତମ ।
Samajik Vikas Short Question Answer
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ରଣୀତ ଆଇନରେ କି କି ବ୍ୟବସ୍ଥାମାନ ରହିଛି ?
ଉ : ୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ର ଣୀତ ଆଇନ୍ ରେ ଅଣ ଆଦି ବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଛି ।
(ଖ) ଅପରାଧୀ ଜନଜାତି ଆଇନକୁ କେବେ ରଦ୍ଦ କରିଦିଆଗଲା ?
: ଅପରାଧୀ ଜନଜାତି ଆଇନ୍ ୧୯୪୯ରେ ରଦ୍ଦ କରାଯାଇଥିଲା ।
(ଗ) କେଉଁ ଆଇନ ବଳରେ ଅସ୍ପୃଶ୍ୟତା କ୍ରମଶଃ ଅପସରି ଗଲା ?
ଉ : ୧୯୪୮ର ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ୍ ବଳରେ ଅସ୍ପୃଶ୍ୟତା ଆମ ସମାଜରୁ କ୍ରମଶଃ ଅପସରି ଯାଇପାରିଲା । '
(ଘ) ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ସରକାର କି କି ବ୍ୟବସ୍ଥା କରିଥିଲେ ?
ଉ : ମ୍ୟାଲେରିଆ ରୋଗର ନିରାକରଣ ପାଇଁ ସରକାର ଆଦିବାସୀ ଲୋକମାନଙ୍କ ମଧ୍ୟରେ ମ୍ୟାଲେରିଆ ନିରାକରଣ ବଟିକା ବିନା ମୂଲ୍ୟରେ ବାଣ୍ଟିବା ବ୍ୟବସ୍ଥା କରିଥିଲେ ।
() ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ପ୍ରସ୍ତୁତ ଯୋଜନାର ନାମ କ'ଣ ?
ଉ : ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଓଡ଼ିଶା ସରକାର ବିଜୁ ଗ୍ରାମ ଜ୍ୟୋତି ଯୋଜନା ପ୍ରସ୍ତୁତ କରିଛନ୍ତି ।
(ଚ) ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ କେଉଁ ଯୋଜନା ପ୍ରଚଳିତ ହୋଇଛି ?
ଉ : ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ କରି ଶିଶୁମାନଙ୍କ ମଧ୍ୟରେ ବିଦ୍ୟାଳୟକୁ ଯିବା ପାଇଁ ଆଗ୍ରହ ସୃଷ୍ଟି କରାଯାଇଛି ।
(ଛ) ଜନନୀ ସୁରକ୍ଷା ଯୋଜନା କ’ଣ ?
ଉ : ଜନନୀ ସୁରକ୍ଷା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
(ଜ) ମହିଳାମାନଙ୍କ ବିକାଶ କ୍ଷେତ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ କି କାର୍ଯ୍ୟ କରୁଛି ?
ଉ : ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି ।
(ଝ) କେଉଁ ଆର୍ଥିକ ବର୍ଷରୁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିମା ଯୋଜନା କାର୍ଯ୍ୟକାରୀ ହେଉଛି ?
ଉ : ୨୦୦୯-୧୦ ଆର୍ଥିକ ବର୍ଷରୁ ଓଡ଼ିଶାରେ ନିର୍ଦ୍ଦିଷ୍ଟ ଜିଲ୍ଲାରେ କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ।
(ଞ) ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ କ’ଣ ?
ଉ : ଓଡ଼ିଶା ଜୀବିକା ମିଶନ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ଯ୍ୟ କରୁଛି ।
ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ?
(କ) ୧୯୪୭ ମାର୍ଚ୍ଚ ମାସରେ କେଉଁ କାର୍ଯ୍ୟଟି ସମ୍ପାଦିତ ହୋଇଥିଲା ?
(i) ଅପରାଧୀ ଜନଜାତି ଆଇନ ରଦ୍ଦ
(ii) ମହାଜନମାନଙ୍କ ଋଣ କାରବାର ନିୟନ୍ତ୍ରଣ
(iii) ଗୋତିପ୍ରଥା ଉଚ୍ଛେଦ
(iv) ଓଡ଼ିଶା ମନ୍ଦିର ପ୍ରବେଶ ଆଇନ ପ୍ରବର୍ତ୍ତନ
(ଖ) ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ୍ କେଉଁ ପ୍ରଥା ସହିତ ସମ୍ପୃକ୍ତ ?
(i) ମହାଜନୀ ପ୍ରଥା
(ii) ଗୋତି ପ୍ରଥା
(iii) ଅସ୍ପୃଶ୍ୟତା ପ୍ରଥା
(iv) ବେଗାରୀ ପ୍ରଥା
(ଗ) ‘କୋୟା’ କାହାକୁ ବୁଝାଏ ?
(i) ପୋଡୁଚାଷ
(ii) ଏକ ସାମାଜିକ ପ୍ରଥା
(iii) ଏକ ଭୟଙ୍କର ରୋଗ
(iv) ଏକ ଜନଜାତି
(ଘ) ଅଙ୍ଗନବାଡ଼ି କ’ଣ ?
(ii) ମହିଳା ସଶସ୍ତୀକରଣ
(i) ସ୍ଵୟଂ ସହାୟକ ଦଳ
(iii) ଶିଶୁମାନଙ୍କ ଶିକ୍ଷା କେନ୍ଦ୍ର
(iv) ଶିଶୁ ଶ୍ରମିକ
(ଙ) କେଉଁ ଅବିଭକ୍ତ ଜିଲ୍ଲାଗୁଡ଼ିକ ବିଜୁ କେବିକେ ଯୋଜନାର ଅନ୍ତର୍ଭୁକ୍ତ ?
(i) କଳାହାଣ୍ଡି, ବାଲେଶ୍ଵର, କୋରାପୁଟ
(ii) କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ
(iii) ଖୋର୍ଦ୍ଧା, ବଲାଙ୍ଗୀର, କୋରାପୁଟ
(iv) କଳାହାଣ୍ଡି, ବାଲେଶ୍ଵର, କେନ୍ଦୁଝର
Class 10 History Exam Paper Question Answer | Meher Sir
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦରେ ଲେଖ)
୧ । ଓଡ଼ିଶାରେ ଦଳିତମାନଙ୍କୁ ସାମାଜିକ ବାସନ୍ଦକୁ କିପରି ଦୂର କରାଯାଇପାରିଲା ?
ଉ :(i) ଓଡ଼ିଶାରେ ବସବାସ କରୁଥିବା ଦଳିତମାନଙ୍କୁ ସ୍ଵାଧୀନତା ତା ପୂର୍ବରୁ ଅସ୍ପୃଶ୍ୟ କହି ବିଭିନ୍ନ ସାମାଜିକ ଅନୁଷ୍ଠାନରୁ ବାସନ୍ଦ କରାଯାଉଥିଲା ।
(ii) ମନ୍ଦିରରେ ପ୍ରବେଶ, ସାଧାରଣ କୂଅର ପାଣି ନେବା, ସଭାସମିତିରେ ଯୋଗଦେବା ଆଦି କାର୍ଯ୍ୟରୁ ସେମାନଙ୍କୁ ବାରଣ କରାଯାଉଥିଲା ।
(ii) ଏହି ଅମାନବିକ ପ୍ରଥାକୁ ବନ୍ଦ କରିବା ପାଇଁ ସରକାର ଦୁଇଟି ନେ ଆଇନ୍ ପ୍ରଣୟନ କଲେ; ତାହାହେଲା-
(କ) ଓଡ଼ିଶା । ମନ୍ଦିର ପ୍ରବେଶ ଆଇନ୍ ୧୯୪୮,
(ଖ) ଓଡ଼ିଶା ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ୍ ।
(iv) ମନ୍ଦିର ପ୍ରବେଶ ଆଇନ୍କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବା ଦ୍ଵାରା ଆଦିବାସୀ, ଦଳିତ, ଅନୁସୂଚିତ ଜାତିର ୮. ଲୋକେ ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିର, ପରେ ପରେ ସାକ୍ଷୀଗୋପାଳ ଆଦି ମନ୍ଦିରରେ ପ୍ରବେଶ କରିପାରିଲେ ।
(v) ନାଗରିକ ଅସ୍ପୃଶ୍ୟତା ଦୂରୀକରଣ ଆଇନ୍ ବଳରେ କ୍ରମଶଃ ଛୁଆଁ ଅଛୁଆଁ ଭେଦଭାବ ଆମ ସମାଜରୁ ଦୂରୀଭୂତ 'ଛନ୍ତି ହୋଇପାରିଲା ।
୨ । ଅନୁସୂଚିତ ଜାତି ଓ ଜନଜାତିଙ୍କର ଶିକ୍ଷାର ବିକାଶ ପାଇଁ ଓଡ଼ିଶା ସରକାର କି କି ପଦକ୍ଷେପ ନେଇଛନ୍ତି ?
ଉ : ସ୍ଵାଧୀନତା ପୂର୍ବରୁ ଓଡ଼ିଶାରେ ଶତକଡ଼ା ୧.୫ ଆଦିବାସୀ ସାକ୍ଷର ଥିଲାବେଳେ ଶତକଡ଼ା ୩.୩ ଭାଗ ହରିଜନ ସାକ୍ଷର ଥିଲେ । ଆଦିବାସୀ, ହରିଜନମାନଙ୍କ ମଧ୍ୟରେ ଶିକ୍ଷାର
ପ୍ରସାର ପାଇଁ ଓଡ଼ିଶା ସରକାର ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କଲେ; ଯଥା—
(i) ଉକ୍ତ ଦୁଇବର୍ଗର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ।
(ii) ସେମାନଙ୍କ ପାଇଁ ସ୍କୁଲ କଲେଜରେ ଦରମା ଛାଡ଼ ।
(iii) ଧନ୍ଦାମୂଳକ ଶିକ୍ଷା ପ୍ରତି ସେମାନଙ୍କୁ ଆଗ୍ରହୀ କରାଇବା ।
(iv) ମାଗଣା ପ୍ରାଥମିକ ଶିକ୍ଷା ପ୍ରଦାନ ମାନ ଆଦିବାସୀ ବହୁଳ ଅଞ୍ଚଳରେ ଶହ ଶହ ପ୍ରାଥମିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ।
(v) ଆଶ୍ରମ ବିଦ୍ୟାଳୟ ଓ ସେବାଶ୍ରମମାନ ପ୍ରତିଷ୍ଠା |
(vi) ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା ।
(vii) ଆଦିବାସୀ ଅଞ୍ଚଳରେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ଆର୍ଥିକ ତ୍ରିକ ସାହାଯ୍ୟ ପ୍ରଦାନ ।
(vii) ଯୋଗ୍ୟ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ବାହାରେ ଉଚ୍ଚ ବୈଷୟିକ ଶିକ୍ଷାପାଇଁ ଆର୍ଥିକ ବ୍ୟବସ୍ଥା କରିବା ।
(ix) ଆଦିବାସୀ ଓ ଜନଜାତିର ଲୋକମାନଙ୍କ ପାଇଁ ଚାକିରୀ କ୍ଷେତ୍ରରେ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷଣ ।
୩ । ଓଡ଼ିଶାର ଆଦିବାସୀ ଓ ଦଳିତମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ୩ ସଚେତନତା ପାଇଁ ଓଡ଼ିଶା ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ?
ଉ : ଆଦିବାସୀ ଓ ଦଳିତବର୍ଗର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ଓଡ଼ିଶା ସରକାର ନିମ୍ନ ଲି ଖ୍ ତ ପଦକ୍ଷେପମାନ ହାତକୁ ନେଇ ସଫଳ ହୋଇଛନ୍ତି, ସେଗୁଡ଼ିକ ହେଲା; ଯଥା—
(i) ଆଦିବାସୀମାନେ ଅନ୍ଧବିଶ୍ଵାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ରୋଗରୁ ମୁକ୍ତି ପାଇଁ ଗୁଣି ଗାରେଡ଼ିକୁ ଆପଣେଇ ନେଉଥିଲେ ଏବଂ ଡାକ୍ତରୀ ଚିକିତ୍ସା ଉପରେ ସେମାନଙ୍କର ବିଶ୍ୱାସ ନଥିଲା । ସେମାନଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ଡାକ୍ତରୀ ଚିକିତ୍ସା ଆଡ଼କୁ ଆକର୍ଷିତ କରାଗଲା ।
(ii) ଗଞ୍ଜାମ ଓ କୋରାପୁଟରେ ଆଦିବାସୀମାନେ ଭୋଗୁଥିବା ଯୌନ ରୋଗର ନିରାକରଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ
(iii) ମ୍ୟାଲେରିଆ ରୋଗରୁ ମୁକ୍ତି ପାଇଁ ମାଗଣାରେ ମ୍ୟାଲେରିଆବଟିକା ବଣ୍ଢାଗଲା ।
(iv) ସେମାନଙ୍କୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଗଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ଗୋଟି ଶବ୍ଦରେ ଲେଖ)
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଲେଖ ।
(କ) ସ୍ଵାଧୀନତାବେଳକୁ ଓଡ଼ିଶାର ଲୋକସଂଖ୍ୟା କେତେ ଥିଲା ? ସେଥିମଧ୍ୟରୁ ଆଦିବାସୀ ଓ ହରିଜନଙ୍କ ସଂଖ୍ୟା କେତେ ଥିଲା ?
ଉ : ସ୍ଵାଧୀନତା ବେଳକୁ ଓଡ଼ିଶାର ଲୋକସଂଖ୍ୟା ପ୍ରାୟ ଏକକୋଟି ୩୨ ଲକ୍ଷ ଥିଲା । ସେଥ୍ ମଧ୍ୟରୁ ୩୫ଲକ୍ଷ ଆଦିବାସୀ ଓ ୧୮ଲକ୍ଷ ଷାଠିଏ ହଜାର ଥିଲେ ଅନୁସୂଚିତ ଜାତିର ଲୋକ ।
(ଖ) ଆଦିବାସୀମାନଙ୍କର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଓଡ଼ିଶା ସରକାର କି କି ପଦକ୍ଷେପ ନେଇଛନ୍ତି ?
ଉ: (i) ଆଦିବାସୀମାନଙ୍କର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।
(ii) କୃଷି ଉପଯୋଗୀ ଜମି ଯୋଗାଇବା ସହିତ ମାଗଣା ବଳଦ, କୃଷି ଉପକରଣ ଇତ୍ୟାଦି ଯୋଗାଇ ଦିଆଯାଉଛି ।
(ଗ) ‘ୟଜ୍’ କ’ଣ ? ଏହାର ଦୂରୀକରଣ ପାଇଁ କି ବ୍ୟବସ୍ଥା ତ୍ରିତ କରାଯାଇଛି ?
: (i) କୋରାପୁଟର କୋୟାମାନେ ‘ୟଜ୍’ ନାମକ ଏକ ଭୟଙ୍କର ବ୍ୟାଧର ଶିକାର ହେଉଥିଲେ ଏବଂ ସେମାନେ ଏହାର ଦୂରୀକରଣ ପାଇଁ ଡାକ୍ତରଖାନା ଯାଉ ନଥିଲେ ।
(ii) ଓଡ଼ିଶା ସରକାର ଅର୍ଥ ପ୍ରଲୋଭନ ଦେଖାଇ ରୋଗୀମାନଙ୍କୁ ଡାକ୍ତରଖାନାକୁ ଆଣି ସେମାନଙ୍କୁ ରୋଗମୁକ୍ତ କରିଥିଲେ ।
(ଘ) ଓଡ଼ିଶାର ବାସହୀନ ଲୋକମାନଙ୍କୁ କେଉଁ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦିଆଯାଉଛି ?
ଉ: (i) ଓଡ଼ିଶାର ବାସହୀନ ଲୋକମାନଙ୍କୁ ‘ଇନ୍ଦିରା ଆବାସ’ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦିଆଯାଉଛି
(iii) ‘ମୋ କୁଡ଼ିଆ’ ଯୋଜନା ମାଧ୍ୟମରେ ବନ୍ୟା, ଘରପୋଡ଼ି ଓ ହାତୀ ଉପଦ୍ରବରେ ଗୃହଶୂନ୍ୟ ହୋଇଥିବା ଲୋକମାନଙ୍କୁ ମଧ୍ୟ ଗୃହ ଯୋଗାଇ ଦିଆଯାଉଛି |
(ଙ) ଗୋପବନ୍ଧୁ ଗ୍ରାମୀଣ ଯୋଜନା କ’ଣ ?
ଉ: (i) ଓଡ଼ିଶା ସରକାର ଗୋପବନ୍ଧୁ ଗ୍ରାମୀଣ ଯୋଜନା ନାମକ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି–
(ii) ଏହି ଯୋଜନା ଦ୍ଵାରା ଗ୍ରାମଗୁଡ଼ିକୁ ବିଜୁଳି, ସଡ଼କ, ପାଣି ପର୍ଯ୍ୟାପ୍ତ ପରିମାଣର ଯୋଗାଇବାର ବ୍ୟବସ୍ଥା ରହିଛି |
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କେବେ ଗୋତିପ୍ରଥା ଉଚ୍ଛେଦ ଆଇନ୍ କଡ଼ାକଡ଼ି ଭାବରେ ଲାଗୁ ହୋଇଥିଲା ?
ଉ : ୧୯୪୮ ମସିହା ଜୁନ୍ ମାସରେ ଓଡ଼ିଶାରେ ଗୋତିପ୍ରଥା ଉଚ୍ଛେଦ ଆଇନ୍ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ
କରାଯାଇଥିଲା ।
(ଖ) ଆଦିବାସୀମାନଙ୍କୁ ପୋଡୁଚାଷରୁ କିପରି ନିରୁତ୍ସାହିତ କରାଯାଇଥିଲା ?
ଉ : କୃଷି ଉପଯୋଗୀ ଜମି ଯୋଗାଇ ଦେଇ ଆଦିବାସୀମାନଙ୍କୁ ପୋଡୁଚାଷରୁ ନିରୁତ୍ସାହିତ କରାଯାଇଥିଲା ।
(ଗ) କେଉଁ ଆଇନ୍ ବଳରେ ଆଦିବାସୀମାନଙ୍କୁ ମହାଜନମାନଙ୍କ କବଳରୁ ମୁକ୍ତ କରାଯାଇଥିଲା ?
ଉ : ୧୯୪୭ ମସିହା ମାର୍ଚ୍ଚ ମାସରେ ଯେଉଁ ଆଇନ୍ ପ୍ରଣୟନ କରାଯାଇଥିଲା ତାହାଦ୍ୱାରା ଆଦି ବାସୀମାନଙ୍କୁ ମହାଜନମାନଙ୍କ କବଳରୁ ମୁକ୍ତ କରାଗଲା ।
(ଘ) ସ୍ଵାଧୀନତାବେଳକୁ ଆଦିବାସୀ ଓ ହରିଜନଙ୍କ ମଧ୍ୟରେ ଶିକ୍ଷିତଙ୍କ ସଂଖ୍ୟା କେତେ ଥିଲା ?
ଉ : ସ୍ଵାଧୀନତା ବେଳକୁ ୧.୫ ଶତକଡ଼ା ଆଦିବାସୀ ଓ ୩.୩ ଶତକଡ଼ା ହରିଜନ ଶିକ୍ଷିତ ଥିଲେ ।
(ଙ) ଓଡ଼ିଶା ସରକାର ଗରିବ ଲୋକମାନଙ୍କୁ କିଲୋଗ୍ରାମ ପିଛା କେତେ ଦରରେ ଚାଉଳ ଯୋଗାଉଛନ୍ତି ?
ଉ : ଓଡ଼ିଶା ସରକାର ଗରିବ ଲୋକମାନଙ୍କୁ କିଲୋଗ୍ରାମ ପିଛା ପ୍ରିୟ ୫ ୧୨ଟଙ୍କାରେ ଚାଉଳ ଯୋଗାଉଛନ୍ତି ।
(ଚ) ଅଙ୍ଗନବାଡ଼ି କେନ୍ଦ୍ର କ’ଣ ?
ଉ : ଓଡ଼ିଶା ସରକାର ଶିକ୍ଷାର ପ୍ରସାର ପାଇଁ ବିଦ୍ୟାଳୟକୁ ଯାଇପାରୁନଥୁବା ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରମାନ ଖୋଲିଛନ୍ତି ।
Tags:
class 10 history samajik vikas question answer , samajik vikas class 10 question answer , ସାମାଜିକ ବିକାଶ ପ୍ରଶ୍ନ ଉତ୍ତର , meher sir class 10 history, odia medium class 10 history chapter 4, class 10 history samajik bikash odia medium, bse odisha 10th class history samajik vikas notes, 10th class history samajik vikas prashna uttara, meher sir history class 10.

No comments:
Post a Comment