Desiya rajya manankara mishrana Note | ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ


Odia Medium Class 10 Itihasa Unit 3 Chapter 1 Desiya Rajya Manankara Mishrana (ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ )  10th class history class 10 history unit 3 chapter 1 odia medium , desiya rajya manankara mishrana class 10 question answer ,ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ , class 10 history chapter 5 odia medium question answer bse odisha class 10 history unit 3 chapter 1 desiya rajya manankara mishrana class 10 note pdf, class 10 itihasa desiya rajya manankara mishrana objective questions, integration of princely states class 10 odia medium, odisha desiya rajya mishrana class 10 history, class 10 history chapter 5 short question answer odia medium. 

ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

Chapter 1 Desiya Rajya Manankara Mishrana (ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ ) 

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।


(କ) ଲର୍ଡ ମାଉଣ୍ଟବ୍ୟାଟେନ୍ କେବେ ଓ କାହିଁକି ରାଜନ୍ୟମଣ୍ଡଳୀର ବୈଠକ ଡକାଇଥିଲେ ଏବଂ ସେଠାରେ ସେ ଦେଶୀୟ ରାଜାମାନଙ୍କୁ ଭାରତ ସହିତ ମିଶିବା ପାଇଁ କିପରି ଅନୁପ୍ରାଣିତ କରିଥିଲେ ? 

ଉ :(i) ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦେଶୀୟ ରାଜ୍ୟ ଦାୟିତ୍ବରେ ଥିବା ମନ୍ତ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲ ଓ ମହାତ୍ମା ଗାନ୍ଧୀଙ୍କ ଅନୁରୋଧ କ୍ରମେ ସ୍ଵାଧୀନତା ଦିବସ ପୂର୍ବରୁ ଗଡ଼ଜାତ ସମସ୍ୟାର ସମାଧାନ ପାଇଁ ୧୯୪୭ ମସିହା ଜୁଲାଇ ୨୫ ତାରିଖରେ ଭାରତର ତତ୍‌କାଳୀନ ଭାଇସ୍‌ୟ ମାଉଣ୍ଟବ୍ୟାଟେନ୍ ରାଜନ୍ୟମଣ୍ଡଳୀର ଏକ ବୈଠକ ଡକାଇଲେ । 

(ii) ଲର୍ଡ ମାଉଣ୍ଟବ୍ୟାଟେନ୍ ଉକ୍ତ ବୈଠକରେ ଦେଶୀୟ ରାଜାମାନଙ୍କୁ ଭାରତ ସହିତ ମିଶିବା ପାଇଁ ପ୍ରେରଣା ଦେଇ କହିଥିଲେ –


(iii) ଯଦିଓ ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେବା ପରେ ଦେଶୀୟ ରାଜଗୁଡ଼ିକ ସ୍ଵାଧୀନ ତଥାପି ସାମ୍ପ୍ରତିକ ପରିସ୍ଥିତିରେ ଦେଶୀୟ ରାଜାମାନେ ସେମାନଙ୍କ ସୀମାକୁ ଲାଗିଥ‌ିବା ଦେଶ ସହିତ ସମ୍ପର୍କ ସ୍ଥାପନ କରିବା ନିତାନ୍ତ ଜରୁରୀ ।


(iv) କାରଣ ଦେଶୀୟ ରାଜ୍ୟମାନଙ୍କରେ ବସବାସ କରୁଥିବା ପ୍ରଜାମାନେ ସେମାନଙ୍କର ସାମଗ୍ରିକ ଉନ୍ନତି ପାଇଁ ଓ ନବ ଗଠିତ ସ୍ଵାଧୀନ ରାଷ୍ଟ୍ର ସହିତ ମିଶି ନିଜ ନିଜର ଭବିଷ୍ୟତ - ଗଢ଼ିବା ପାଇଁ ନିଶ୍ଚିତ ବ୍ୟଗ୍ର ହେବେ । ସେତେବେଳେ ଦିନ ଦେଶୀୟ ରାଜାମାନେ ପ୍ରଜାମାନଙ୍କର ସେହି ଇଚ୍ଛାକୁ ରୁଦ୍ଧ କରିପାରିବେ ନାହିଁ ।


(v) ଏତଦ୍‌ବ୍ୟତୀତ ଦେଶୀୟ ରାଜାମାନେ ଭାରତ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ମିଳନ ପତ୍ରରେ ସ୍ବାକ୍ଷର ହିତ୍ୟ କଲେ ପ୍ରତିରକ୍ଷା, ଯୋଗାଯୋଗ ଓ ବୈଦେଶିକ ବ୍ୟାପାର କ୍ଷେତ୍ରରେ କ୍ଷମତା ହସ୍ତାନ୍ତର କରିବେ ସିନା ହେଲେ ସେମାନେ ସ୍ଵାଧୀନ ଭାବରେ ସେମାନଙ୍କର ରାଜ୍ୟ ଶାସନ କରିପାରିବେ ।

(vi) ଭାରତର ଜାତୀୟତା ବିଭିନ୍ନ ଭାବରେ ପ୍ରତିବାଦ ହେବ ।


(vii) ସ୍ଵାଧୀନ ଭାରତର ସୁଫଳ ଦେଶୀୟ ରାଜ୍ୟର ପ୍ରଜାମାନେ ଭୋଗ କରିପାରିବେ ନାହିଁ ।


(ଖ) ମିଳନ ପତ୍ରରେ କ’ଣ ବ୍ୟବସ୍ଥା ଥିଲା ଏବଂ ଏହାକୁ ଦେଶୀୟ ରାଜାମାନେ କିପରି ଗ୍ରହଣ କଲେ ?

ଉ :(i) ପ୍ରଥମ ସ୍ୱାଧୀନତା ଦିବସ ପୂର୍ବରୁ ଦେଶୀୟ ରାଜ୍ୟମାନଙ୍କର ଦାୟିତ୍ଵରେ ଥିବା ମନ୍ତ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲ ଓ ସଚିବ ଭି.ପି. ମେନନ୍ ଦେଶୀୟ ରାଜ୍ୟମାନଙ୍କର ଭାରତ ସହିତ ସମ୍ପର୍କ ସ୍ଥାପନ ପାଇଁ ଏକ ମିଳନ ପତ୍ର ପ୍ରସ୍ତୁତ କରିଥିଲେ ।


(ii) ଏହି ମିଳନପତ୍ରର ପ୍ରସ୍ତାବ ଅନୁଯାୟୀ ଦେଶୀୟ ରାଜାମାନେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ – ଏହି ତିନୋଟି କ୍ଷମତା ହସ୍ତାନ୍ତର କରିବେ ।


(iii) ପ୍ରତିବଦଳରେ ଦେଶୀୟ ରାଜାମାନେ ସ୍ଵାଧୀନ ଭାବରେ ସେମାନଙ୍କର ରାଜ୍ୟ ଶାସନ କରିପାରିବେ ।


(iv) ଭାରତର ଭାଇସ୍‌ୟ ଲର୍ଡ ମାଉଣ୍ଟ ବ୍ୟାଟେନ୍‌ଙ୍କ ଅନୁପ୍ରେରଣା, ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସତର୍କବାଣୀ, ଅନେକ ଦେଶୀୟ ରାଜାଙ୍କୁ ପ୍ରଭାବିତ କଲା । 

(v) ଯୋଧପୁର, ଜୁନାଗଡ଼, ହାଇଦ୍ରାବାଦ ଓ କାଶ୍ମୀର ବ୍ୟତୀତ ପ୍ରାୟ ସମସ୍ତ ଦେଶୀୟ ରାଜ୍ୟ ପ୍ରଥମ ସ୍ଵାଧୀନତା ଦିବସ ପୂର୍ବରୁ ଉକ୍ତ ମିଳନ ପତ୍ରରେ ସ୍ଵାକ୍ଷର କରିଥିଲେ ।

 (vi) ୧୯୪୮ ମସିହା ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଭାରତର ପିପ୍ଲୋଦା ମିଳନ ପତ୍ରରେ ସ୍ବାକ୍ଷର କରିଥିଲା ।

 (vii) ଯୋଧପୁରର ରାଜା ହନ୍ବନ୍ତ ସିଂହ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହିତ ହାତ ମିଳାଇ ପାକିସ୍ଥାନ ସହିତ ମିଶିବାକୁ ମସୁଧା କରୁଥିବା ବେଳେ ହିନ୍ଦୁ ବହୁଳ ଏହି ରାଜ୍ୟକୁ ବୁଝାବୁଝି କରି ମିଳନ ପତ୍ରରେ ସ୍ବାକ୍ଷର କରାଯାଇଥିଲା ।

 (viii) ଜୁନାଗଡ଼ ରାଜ୍ୟର ରାଜା ମୁସ୍‌ଲିମ୍ ନୱାବ୍‌ ପାକିସ୍ଥାନ ସହିତ ମିଶିବା ପାଇଁ ସାମରିକ ଶକ୍ତି ପ୍ରଦର୍ଶନ କରିବାରୁ ସେଠାରେ ଗଣଭୋଟ ଅନୁଷ୍ଠିତ କରାଇ ସେହି ରାଜ୍ୟକୁ ଭାରତ ସହିତ ମିଶାଇ ଦିଆଗଲା । ଫଳରେ ଜୁନାଗଡ଼ର ନବ ଦେଶ ଛାଡ଼ି ପାକିସ୍ଥାନ ପଳାୟନ କରିଥିଲେ ।


(ix) କାଶ୍ମୀର ରାଜା ହରି ସିଂହ ଏହି ମିଳନ ପତ୍ରରେ ସ୍ଵାକ୍ଷର ନକରି ସ୍ଵାଧୀନ ରହିଲେ ।

(x) ହାଇଦ୍ରାବାଦର ନିଜାମ୍ ହିନ୍ଦୁ ପ୍ରଜାମାନଙ୍କ ଉପରେ ନିର୍ମମ ଅତ୍ୟାଚାର କରି ସ୍ୱତନ୍ତ୍ର ରହିବାକୁ ପ୍ରୟାସ କରି ଶେଷରେ ବିଫଳ ହେଲେ ।


(ଗ) କେଉଁ ପରିସ୍ଥିତିରେ କାଶ୍ମୀରର ରାଜା ହରି ସିଂ ମିଳନ ପତ୍ରରେ ସ୍ଵାକ୍ଷର କଲେ ?

ଉ :(i) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଭି.ପି. ମେନନ୍‌ଙ୍କ ଦ୍ବାରା ପ୍ରସ୍ତୁତ ମିଳନ ପତ୍ରରେ ସ୍ଵାକ୍ଷର ନ କରି କାଶ୍ମୀର ରାଜା ହରି ସିଂ କାଶ୍ମୀରକୁ ସ୍ଵାଧୀନ ରଖୁବାକୁ ମତପୋଷଣ କଲେ ।

 (ii) କିନ୍ତୁ ତାଙ୍କର ଏହି ମତକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲ୍ଲା ପ୍ରତ୍ୟାଖ୍ୟାନ କଲେ ।

(iii) ଇତ୍ୟବସରରେ ପାକିସ୍ଥାନର ପ୍ରରୋଚନା ଓ ସାହାଯ୍ୟରେ ହଜାର ହଜାର ‘ପଠାଣ’ ଜନଜାତିର ଲୋକ ଓ ପାକିସ୍ଥାନ ସୈନ୍ୟ କାଶ୍ମୀରର ଅନେକ ଅଞ୍ଚଳ ଅଧୁକାର କରି ତାକୁ ଆଜାଦ୍ କାଶ୍ମୀର ନାମରେ ନାମିତ କଲେ ଏବଂ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଶ୍ରୀନଗର ଆଡ଼କୁ ଅଗ୍ରସର ହେଲେ ।

(iv) ପାକିସ୍ଥାନର ଏହି ‘ଅପରେସନ୍ ଗୁଲ୍‌ମାର୍ଗ’ ସମ୍ପୂର୍ଣ୍ଣ କାଶ୍ମୀରକୁ ଦଖଲ କରିବା ପାଇଁ ଅଭିପ୍ରେତ ଥିଲା ।

 (v) ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆତ୍ମରକ୍ଷାର ଅନ୍ୟ ଉପାୟ ନ ପାଇ ରାଜା ହରିସିଂହ ଭାରତର ସାମରିକ ସାହାଯ୍ୟ କାମନା କଲେ ।

(vi) ଭାରତ ସାମରିକ ସହାୟତା ଦେବା ପୂର୍ବରୁ ରାଜା ହରି ସିଂହକୁ ମିଳନ ପତ୍ରରେ ସ୍ବାକ୍ଷର କରିବାକୁ କହିଥିଲା ଏବଂ ହରି ସିଂହ ମଧ୍ୟ ମିଳନ ପତ୍ରରେ ସ୍ବାକ୍ଷର କରିଥିଲେ ।


 (ଘ) ପଟେଲ୍ ଓ ମେନନ୍ ପୂର୍ଣ ମିଶ୍ରଣ ସପକ୍ଷରେ କି କି ଯୁକ୍ତି ଉପସ୍ଥାପନ କଲେ ?

ଉ : ଯଦିଓ ମିଳନ ପତ୍ରରେ ଦେଶୀୟ ରାଜ୍ୟମାନଙ୍କର ସ୍ବତନ୍ତ୍ର ସ୍ଥିତିକୁ ସ୍ବୀକାର କରାଯାଇଥିଲା ତଥାପି ସାର୍ବଭୌମ ଭାରତ

 ରାଷ୍ଟ୍ର ଗଠନ ପାଇଁ ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହିତ ପୂର୍ଣ ମିଶ୍ରଣ ପାଇଁ ସର୍ଦାର ବଲ୍ଲଭ ଭାଇ ପଟେଲ ଓ ଭି.ପି.

 ମେନନ୍ ନିମ୍ନୋକ୍ତ ଯୁକ୍ତି ଉପସ୍ଥାପନ କରିଥିଲେ । ସେଗୁଡ଼ିକ ହେଲା – 


(i) ଦେଶୀୟ ରାଜ୍ୟଗୁଡ଼ିକ ଭାରତ ସହିତ ସମ୍ପୂର୍ଣ୍ଣ ନ ମିଶିଲେ ରାଜ୍ୟଗୁଡ଼ିକର ଆର୍ଥିକ ବ୍ୟବସ୍ଥା ଭୁଷୁଡ଼ି ଯିବ ।

(ii) ରାଜତନ୍ତ୍ର ଅପେକ୍ଷା ଗଣତନ୍ତ୍ରକୁ ପ୍ରଜାମାନେ ଅଧ୍ଵ ପସନ୍ଦ କରୁଥିବାରୁ ଦେଶୀୟ ରାଜ୍ୟଗୁଡ଼ିକରେ ପ୍ରଜା ବିଦ୍ରୋହ ଦେଖାଯିବ ଓ ଅରାଜକତା ସୃଷ୍ଟି ହେବ ।

(iii) ଆର୍ଥିକ ଦୁର୍ବଳ ଥ‌ିବା ରାଜାମାନେ ପ୍ରଜାମାନଙ୍କପାଇଁ କୌଣସି ହିତକର କାର୍ଯ୍ୟ କରିପାରିବେ ନାହିଁ ।

(iv) ଭାରତ ଭିତରେ ଅବାଧ ବାଣିଜ୍ୟ ବ୍ୟବସାୟ ସମ୍ଭବ ହେବ ନାହିଁ ।

(v) ଦେଶର ଅପରାଧୀମାନଙ୍କ ପାଇଁ ଦେଶୀୟ ରାଜ୍ୟଗୁଡ଼ିକ ଆଶ୍ରୟସ୍ଥଳୀ ପାଲଟି ଯିବ ।

(vi) ସେମାନେ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହିତ ମିଶାଯାଇ ପାରିବେ ଅଥବା ସ୍ଵାଧୀନ ରହିପାରିବେ ବୋଲି ସେ ଏହି

 ଆଇନ୍‌ରେ ଉଲ୍ଲେଖ ରହିଥିଲା । 


(ଙ) ମିଶ୍ରଣ ଚୁକ୍ତିର ସର୍ଭଗୁଡ଼ିକ କ’ଣ ଥିଲା ? 

ଉ : ଦେଶୀୟ ରାଜ୍ୟଗୁଡ଼ିକୁ ସ୍ଵାଧୀନ ଭାରତ ସହିତ ସମ୍ପୂର୍ଣ୍ଣ - ମିଶ୍ରଣ ପାଇଁ ସର୍ଦାର ବଲ୍ଲଭ ଭାଇ ପଟେଲ ଓ ଭି.ପି. ମେନନ୍

 ଯେଉଁ ମିଶ୍ରଣ ଚୁକ୍ତି ପ୍ରସ୍ତୁତ କରିଥିଲେ ସେଥ‌ିରେ ନିମ୍ନୋକ୍ତ ସର୍ତ୍ତମାନ ସ୍ଥାନିତ ହୋଇଥିଲା; ଯଥା – (i) ଦେଶୀୟ ରାଜାମାନେ

 ଶାସନ ସମ୍ପର୍କିତ ସମସ୍ତ କ୍ଷମତା ସମ୍ପୂର୍ଣ୍ଣ ଭାବେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ । 

(ii) ରାଜ୍ୟ ହରାଇଥିବା ରାଜାମାନଙ୍କ ପାଇଁ ବାର୍ଷିକ ପେନ୍‌ସନ୍ ବ୍ୟବସ୍ଥା ଭାରତ ସରକାରଦ୍ୱାରା କରାଯିବ । 

(iii) ଯାହାକି ରାଜାଙ୍କ ହାତ ପାଣ୍ଠି ନାମରେ ଅଭିହିତ ହେବ ଏବଂ ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥ‌ିବା ରାଜସ୍ଵ ଭିତ୍ତିରେ ସ୍ଥିରୀକୃତ ହେବ ।

(iv) ରାଜାମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି, ରାଜପ୍ରାସାଦ ଓ ପଦପଦବୀ ସେମାନଙ୍କ ପାଇଁ ସୁରକ୍ଷିତ ରହିବ ଏବଂ ଏହା ବଂଶାନୁକ୍ରମିକ ଭାବରେ ସେମାନଙ୍କର ବଂଶଧରମାନେ ଲାଭ କରିବେ ।

(v) ଦେଶୀୟ ରାଜ୍ୟର କର୍ମଚାରୀମାନଙ୍କୁ ପ୍ରାଦେଶିକ ସରକାରମାନେ ସେମାନଙ୍କ କର୍ମଚାରୀ ଭାବରେ ଗ୍ରହଣ କରିବେ ।

(vi) ଯେଉଁ ଦେଶୀୟ ରାଜ୍ୟ ‘ମିଶ୍ରଣ ଅଙ୍ଗୀକାର ପତ୍ର’ରେ ସ୍ଵାକ୍ଷର କରିବେ ସେମାନେ ମଧ୍ୟ ହାତପାଣ୍ଠି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଭ କରିବେ ।


(ଖ) ଭାରତ ସ୍ଵାଧୀନତା ଆଇନରେ ରାଜ୍ୟ ସମ୍ପର୍କରେ କି ବ୍ୟବସ୍ଥା ରହିଥିଲା ?

ଉ :(i) ଭାରତ ସ୍ଵାଧୀନତା ଆଇନ୍ ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକ ମଧ୍ୟ ବ୍ରିଟିଶ୍ ଛତ୍ରଛାୟାରୁ ମୁକ୍ତହୋଇ ସ୍ୱାଧୀନ ହୋଇଗଲେ ।

(ii) ସେମାନେ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହିତ ମିଶିଯାଇପାରିବେ ଅଥବା ସ୍ଵାଧୀନ ରହିପାରିବେ ବୋଲି ଏହି ଆଇନ୍‌ରେ ଉଲ୍ଲେଖ ରହିଥିଲା । 


(ଗ) ଜୁନାଗଡ଼ ଦେଶୀୟ ରାଜ୍ୟ କିପରି ଭାରତରେ ମିଶିଲା ?

ଉ :(i) ହିନ୍ଦୁ ବହୁଳ ଜୁନାଗଡ଼ ରାଜ୍ୟର ମୁସ୍‌ଲିମ୍ ନୱାବ୍ ପାକିସ୍ତାନ ସହିତ ଯୋଗଦେବାର ଇଚ୍ଛା ପ୍ରକାଶ କରି ସାମରିକ ଶକ୍ତି ପ୍ରଦର୍ଶନ କଲେ ।

(ii) ଏହି ରାଜ୍ୟ ପାକିସ୍ଥାନ ସୀମା ସହିତ ସଂଲଗ୍ନ ହୋଇ ନଥ୍ରୁ ଭାରତ ସରକାର ସେଠାରେ ଗଣ ଭୋଟ ବ୍ୟବସ୍ଥା କଲେ ।

(ii) ପ୍ରାୟ ଦୁଇଲକ୍ଷ ଭୋଟ ଦାତାଙ୍କ ମଧ୍ୟରୁ କେବଳ ୯୦ ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଭାରତ ସହିତ ମିଶିବାକୁ ଭୋଟ ଦେଲେ । ଫଳରେ ଜୁନାଗଡ଼ ଭାରତ ସହିତ ମିଶିଗଲା । ନୱାବ ରାଜ୍ୟ ଛାଡ଼ି ପାକିସ୍ତାନ ପଳାୟନ କଲେ ।


(ଘ) କିଏ ହାଇଦ୍ରାବାଦର ନିଜାମ୍ ଥିଲେ ଏବଂ କେଉଁ ସଂଗଠନ ତାଙ୍କୁ ସମର୍ଥନ କରିଥିଲା ?

ଉ :(i) ହିନ୍ଦୁ ବହୁଳ ରାଜ୍ୟ ହାଇଦ୍ରାବାଦର ଶାସକ ଥିଲେ ନିଜାମ ଓସ୍‌ମାନ୍ ଅଲ୍ଲୀ ଖାଁ ।

(ii) ସେ ଭାରତ ସହିତ ନ ମିଶି ସ୍ଵାଧୀନ ରହିବାକୁ ଚାହୁଁଥିଲାବେଳେ ପ୍ରଜାମାନେ ଭାରତ ସହିତ ମିଶିବାକୁ ଇଚ୍ଛା ପ୍ରକାଶ କଲେ ।

(ii) ସୟଦ୍ କାଶିମ୍ ରଜ୍ଜୁଙ୍କ ନେତ୍ବରେ ‘ରଜାକର’ ନାମକ ଏକ ସଶସ୍ତ୍ର ସଂଗଠନ ନିଜାମକୁ ସହଯୋଗ କରି ଭାରତ ସହିତ ମିଶିବାକୁ ଚାହୁଁଥିବା ପ୍ରଜାମାନଙ୍କୁ ନୃଶଂସ ଭାବରେ ହତ୍ୟା କଲେ ।


(‍) ହାଇଦ୍ରାବାଦ କିପରି ଭାରତ ସହିତ ମିଶିଲା ?

 ଉ :(i) ହାଇଦ୍ରାବାଦର ନିଜାମ ଭାରତ ସହିତ ନ ମିଶି ସ୍ଵାଧୀନ | ରହିବାକୁ ଚାହୁଁଥ‌ିବାବେଳେ ପ୍ରଜାମାନେ ଭାରତ ସହିତ ମିଶିବାକୁ ବିଦ୍ରୋହ କଲେ ।

(ii) ଏ ପରିସ୍ଥିତିରେ ‘ରଜାକର’ ନାମକ ସଶସ୍ତ୍ର ସଂଗଠନ ସାହାଯ୍ୟରେ ନିଜାମ ପ୍ରଜାମାନଙ୍କୁ ନୃଶଂସ ଭାବରେ ହତ୍ୟା କଲେ ।

(ii) ପ୍ରଜାମାନଙ୍କୁ ‘ରଜାକର’ ସଂଗଠନ କବଳରୁ ବଞ୍ଚାଇବା ପାଇଁ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଭାରତ ସୈନ୍ୟବାହିନୀ ହାଇଦ୍ରାବାଦ ଉପରେ ‘ଅପରେସନ୍ ପୋଲୋ’ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ କରି ୧୯୪୮ ସେପ୍ଟେମ୍ବର ୧୮ ତାରିଖରେ ହାଇଦ୍ରାବାଦକୁ ଅଭିୟାର କଲେ ।

(iv) ୧୯୪୯ ନଭେମ୍ବରରେ ହାଇଦ୍ରାବାଦର ନିଜାମ ମିଳନ ପତ୍ରରେ ସ୍ଵାକ୍ଷର କରିବାକୁ ବାଧ୍ୟ ହେଲେ । 


(ଚ) ରାଜାଙ୍କ ହାତପାଣ୍ଡି କ’ଣ ଏବଂ ଏହା କିପରି ସ୍ଥିରୀକୃତ ହୋଇଥିଲା ?

ଉ :(i) ମିଶ୍ରଣ ଚୁକ୍ତିର ସର୍ଭ ଅନୁଯାୟୀ ଯେଉଁ ରାଜାମାନେ ରାଜ୍ୟ ହରାଇଲେ ସେମାନଙ୍କ ପାଇଁ ବାର୍ଷିକ ପେନ୍‌ସନ୍ ବ୍ୟବସ୍ଥା କରାଯାଇଥିଲା । ଏହାକୁ ରାଜାଙ୍କର ହାତପାଣ୍ଡି ନାମରେ ନାମିତ କରାଯାଇଥିଲା ।

(ii) ଏହି ପାଣ୍ଠି ସମ୍ପୃକ୍ତ ରାଜ୍ୟରୁ ଆଦାୟ ହେଉଥ‌ିବା ରାଜସ୍ଵ ଉପରେ ସ୍ଥିରୀକୃତ ହୋଇଥିଲା ।


(ଛ) ସର୍ଦାର ପଟେଲ୍ କିପରି ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ ?

ଉ :(i) ‘ମିଶ୍ରଣ ଅଙ୍ଗୀକାରପତ୍ର’ ପ୍ରକ୍ରିୟାରେ କଟିହାର ଉପଦ୍ୱୀପର ଦୁଇଶହ ବାଇଶଟି ରାଜ୍ୟକୁ ମିଶାଇ ସର୍ଦାର ପଟେଲ ୧୯୪୮ ମସିହା ଜାନୁୟାରୀ ମାସରେ ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କରିଥିଲେ ।

(ii) ପରେ ଏହି ସଂଘରେ ଆଉ ଛ’ଟି ରାଜ୍ୟ ଯୋଗ ଦେଇଥିଲେ ।

(ଜ) ପୂର୍ବ ପଞ୍ଜାବ ରାଜ୍ୟସଂଘ କିପରି ଗଠିତ ହୋଇଥିଲା ? ଉ : ସର୍ଦ୍ଦାର ପଟେଲଙ୍କ ‘ମିଶ୍ରଣ ଅଙ୍ଗୀକାର ପତ୍ର’ ପ୍ରକ୍ରିୟା ଅନୁସାରେ ୧୯୪୮ ମସିହା ଜୁଲାଇ ମାସରେ ପାଟିଆଲା, କପୁରତାଲା, ଜିନ୍ଦ, ନାଭା, ଫରିଦକୋଟ, ମାଲେରକୋଟାଲା, ନଲାରଗଡ଼ ଓ କଲସିଆକୁ ନେଇ ପୂର୍ବ -- ପଞ୍ଜାବ ରାଜ୍ୟ ସଂଘ ପ୍ରତିଷ୍ଠିତ ହୋଇଥିଲା ।


 (ଝ) କେଉଁ ରାଜ୍ୟଗୁଡ଼ିକ ଦେଶ ମିଶ୍ରଣ ଅଙ୍ଗୀକାରରେ ସ୍ବାକ୍ଷର କରି ନଥିଲେ ?

ଉ : କାଶ୍ମୀର, ମହୀଶୂର, ହାଇଦ୍ରାବାଦ– ଏହି ତିନୋଟି ଦେଶୀୟ ରାଜ୍ୟ ଦେଶ ମିଶ୍ରଣ ଅଙ୍ଗୀକାର ପତ୍ରରେ ସ୍ଵାକ୍ଷର କରିନଥିଲେ । 


(ଞ) ସର୍ଦାର ପଟେଲ୍‌ କାହିଁକି ଭାରତର ବିସ୍‌ମାର୍କ ଓ ଲୌହ ମାନବ କୁହାଯାଏ ?

ଉ :(i) ସର୍ଦାର ପଟେଲଙ୍କର କୂଟନୈତିକ ପାରଦର୍ଶିତା, ରାଜନୈତିକ ବିଚକ୍ଷଣତା ଓ ଦୂରଦର୍ଶିତା ବଳରେ ସ୍ବାଧୀନ ଭାରତ ଭିତରେ ଥିବା ୫୬୩ ଦେଶୀୟ ରାଜ୍ୟ ଭାରତ ସହିତ ମିଶି ଏକ ଅଖଣ୍ଡ ସାର୍ବଭୌମ ଭାରତବର୍ଷ ଗଠିତ ହୋଇପାରିଥିଲା । 

(ii) ତାଙ୍କର ଏହି ସଫଳତାକୁ ଦେଖୁ ଐତିହାସିକମାନେ ତାଙ୍କୁ ଭାରତର ବିସ୍‌ମାର୍କ ଓ ଲୌହମାନବ ବୋଲି ଆଖ୍ୟା ଦେଇଛନ୍ତି ।



୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ପରେ କିଏ ଏହାର ମନ୍ତ୍ରୀ ହେଲେ ?

ଉ : ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ପରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଏହି ବିଭାଗର ମନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯାଇଥିଲା ।


(ଖ) ଭି.ପି. ମେନନ୍ କିଏ ଥିଲେ ?

ଉ : ଭାରତ ସରକାରଙ୍କର ଦେଶୀୟ ରାଜ୍ୟ ବିଭାଗ ଓ ଗୃହ ବିଭାଗର ପ୍ରଥମ ସଚିବ ଥିଲେ ଭି.ପି. ମେନନ୍ ।


(ଗ) ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ କେବେ ନେହେରୁ ଓ ପଟେଲ୍ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କୁ ସାକ୍ଷାତ କରିଥିଲେ ?

ଉ : ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ ୧୯୪୭ ଜୁଲାଇ ୯ ତାରିଖରେ ନେହେରୁ ଓ ପଟେଲ ଲର୍ଡ ମାଉଣ୍ଟଙ୍କୁ ବ୍ୟାଟେନ୍‌ଙ୍କ ସାକ୍ଷାତ କରିଥିଲେ ।


(ଘ) କିଏ ମିଳନ ପତ୍ର ପ୍ରସ୍ତୁତ କରିଥିଲେ ?

ଉ : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଭି.ପି. ମେନନ୍ ମିଳନ ଏହି ପତ୍ର ପ୍ରସ୍ତୁତ କରିଥିଲେ ।


(ଡ) ହନ୍ବନ୍ତ ସିଂହ କିଏ ଥିଲେ ?

ଉ : ହନ୍ବନ୍ତ ସିଂହ ଯୋଧପୁର ଦେଶୀୟ ରାଜ୍ୟର ରାଜା ଥିଲେ । 


(ଚ) ଜାମ୍ମୁ-କାଶ୍ମୀର ରାଜାଙ୍କର ପ୍ରସ୍ତାବକୁ କିଏ ପ୍ରତ୍ୟାଖ୍ୟାନ କରିଥିଲେ ?

ଉ : ଜାମ୍ମୁ-କାଶ୍ମୀର ରାଜାଙ୍କର ପ୍ରସ୍ତାବକୁ କାଶ୍ମୀରର ଲୋକପ୍ରି ୟନେତା ଶେଖ୍ ଅବଦୁଲ୍ଲା ପ୍ରତ୍ୟାଖ୍ୟାନ କରିଥିଲେ ।


(ଛ) ଭାରତୀୟ ସମ୍ବିଧାନର କେଉଁ ଧାରାରେ ଜାମ୍ମୁ-କାଶ୍ମୀର କି ପାଇଁ ବିଶେଷ ବ୍ୟବସ୍ଥା ରହିଲା ?

ଉ : ଭାରତୀୟ ସମ୍ବିଧାନର ୩୭୦ ଧାରାରେ ଜାମ୍ମୁ କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ଥିଲା ।


(ଜ) ଅପରେସନ୍ ‘ପୋଲୋ’ କେଉଁ ଦେଶୀୟ ରାଜ୍ୟପାଇଁ ପ୍ରଯୁଜ୍ୟ ଥିଲା ?

ଉ : ଅପରେସନ୍ ‘ପୋଲୋ’ ହାଇଦ୍ରାବାଦ ଦେଶୀୟ ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିଲା ।


(ଝ) ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ କେଉଁଠାରେ ଆରମ୍ଭ ହୋଇଥିଲା ?

ଉ : ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ ପ୍ରଥମତଃ ଓଡ଼ିଶାର ନୀଳଗିରି ରାଜ୍ୟରୁ ଆରମ୍ଭ ହୋଇଥିଲା ।


(ଞ) ଓଡ଼ିଶାରୁ କିଏ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ?

ଉ : ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଡଃ ହରେକୃଷ୍ଣ ମହତାବ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ସର୍ଦାର ପଟେଲଙ୍କୁ ସାହାଯ୍ୟ କରିଥିଲେ ।


୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସ୍ଵାଧୀନତା ପ୍ରାପ୍ତି ବେଳକୁ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?

(i) ଲର୍ଡ ମାଉଣ୍ଟବ୍ୟାଟେନ୍

(ii) ଜବାହାରଲାଲ ନେହେରୁ

iii) ମହମ୍ମଦ ଅଲ୍ଲୀ ଜୀନ୍ନା

(iv) ବଲ୍ଲଭଭାଇ ପଟେଲ


(ଖ) ମିଳନ ପତ୍ରର ସର୍ଭ ଅନୁଯାୟୀ ଦେଶୀୟ ରାଜାମାନଙ୍କୁ - କେଉଁ କ୍ଷମତା ଭାରତ ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡ଼ୁଥିଲା ?

(i) ଗୃହ, ପ୍ରତିରକ୍ଷା ଓ ଅର୍ଥ

(ii) ବୈଦେଶିକ ବ୍ୟାପାର, ଯୋଗାଯୋଗ ଓ ଶିକ୍ଷା

(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ

(iv) ପ୍ରତିରକ୍ଷା, ଗୃହ ଓ ବୈଦେଶିକ ବ୍ୟାପାର


(ଗ) କେଉଁ ଦେଶୀୟ ରାଜ୍ୟଟି ତତ୍‌କାଳୀନ ବମ୍ବେ ପ୍ରଦେଶ ସହିତ ମିଶି ଯାଇଥିଲା ?

 (i) ଗୋଆଲିଅର୍

(iii) କୋହ୍ଲାପୁର

(ii) ଇଂଦୋର୍

(iv) ନଲାରଗଡ଼


(ଘ) ପଞ୍ଜାବ ପାର୍ବତ୍ୟ ରାଜ୍ୟ ଏଜେନ୍ସିର କେତେ ଗୋଟି ରାଜ୍ୟକୁ ନେଇ ହିମାଚଳ ପ୍ରଦେଶ ଗଠିତ ହୋଇଥିଲା ?

(i) ୬୬ (iii) ୬୩ (ii) ୩୦ (iv) ୧୮


(ଙ) କେବେ ରାଜ୍ୟ ପୁନର୍ଗଠିତ ଆଇନ ପ୍ରବର୍ତ୍ତିତ ହେଲା ?

(i) ୧୯୪୭    (iii) ୧୯୪୯

(ii) ୧୯୪୮ (iv) ୧୯୫୬


No comments:

Post a Comment