Odisha Sahita Gadajata Rajya Manankara Misrana Question Answer


Odisha Sahita Gadajata Rajya Manankara Misrana ( ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ) Class 10 History Unit 3 Chapter 2 Question Answer .  

Odisha Sahita Gadajata Rajya Manankara Misrana

ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରଶ୍ନଗୁଡ଼ିକର ଉତ୍ତର ୬୦ଟି ଶବ୍ଦରେ ଲେଖ :

(କ) ଦେଶୀୟ ରାଜ୍ୟମାନଙ୍କରେ ପ୍ରଚଳିତ ଥ‌ିବା ‘ପ୍ରଜାମାରଣ’ ପ୍ରଥାଗୁଡ଼ିକ ବିଷୟରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ। 

ଉ : ଦେଶୀୟ ରାଜ୍ୟମାନଙ୍କରେ ବେଠି, ବେପାରୀ, ମାଗଣ, ରସଦ, ଭେଟି ନାମରେ ବିଭିନ୍ନ ପ୍ରଜାମାରଣ ପ୍ରଥା ପ୍ରଚଳିତ ହେଉଥିଲା ।

 (i) ବେଠି– ରାସ୍ତା, ରାଜପ୍ରାସାଦ ପ୍ରଭୃତି ନିର୍ମାଣ ପାଇଁ ପ୍ରଜାମାନେ ବିନା ପାରିଶ୍ରମିକରେ କରୁଥିବା ଶ୍ରମ ଦାନକୁ ବେଠି କୁହାଯାଉଥିଲା ।

 (ii) ବେଗାରୀ- ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବିନା ପାଉଣାରେ ରାଜା ଓ ରାଜକର୍ମଚାରୀମାନଙ୍କୁ ପାଲିଙ୍କି ବା ସବାରୀରେ ବୋହିନେବାକୁ ବେଗାରୀ କୁହାଯାଉଥିଲା ।

(iii) ମାଗଣ– ରାଜକୀୟ ବିବାହ ଓ ଅନ୍ୟାନ୍ୟ ରାଜକୀୟ ଉତ୍ସବ ସମୟରେ ପ୍ରଜାମାନଙ୍କୁ ବାଧ୍ୟତାମୂଳକ ଭାବେ ଅର୍ଥ ଓ ଦ୍ରବ୍ୟ ଚାନ୍ଦା ଆକାରରେ ଆଦାୟ କରିବାକୁ ମାଗଣ କୁହାଯାଉଥିଲା ।

(iv) ରସଦ– ରାଜା ଓ ରାଜକର୍ମଚାରୀମାନଙ୍କ ମଫସଲ ଗସ୍ତ ସମୟରେ ସେମାନଙ୍କ ଶିବିରରେ ମାଗଣା ଖାଦ୍ୟପେୟର ବନ୍ଦୋବସ୍ତ କରିବାକୁ ରସଦ କୁହାଯାଉଥିଲା ।

(v) ଭେଟି- ପର୍ବପର୍ବାଣି ଓ ବିବାହ ବ୍ରତ ଉତ୍ସବରେ ରାଜ ଉଆସକୁଉପହାର ପଠାଇବା ପ୍ରଥାକୁ ଭେଟି କୁହାଯାଉଥିଲା । ଉପରୋକ୍ତ ସମସ୍ତ ପ୍ରଥା ପ୍ରଚଳନ କରି ରାଜା ଓ ରାଜକର୍ମଚାରୀମାନେ ପ୍ରଜାମାନଙ୍କୁ ଶୋଷଣ କରୁଥିଲେ ।


(ଖ) ପ୍ରଜାମଣ୍ଡଳ ଆନ୍ଦୋଳନରେ କି କି ମୁଖ୍ୟ ଦାବି ଥିଲା ? 

ଉ : ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ ଥିଲା-

 (i) ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି | ପ୍ରଜାମାରଣ ଅନ୍ୟାୟ ପ୍ରଥାଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦକରିବା ।

 (ii) ଅଭିବ୍ୟକ୍ତ ଅଧ୍ୟାର, ସଂଘ ଗଠନ କରିବା ଅଧିକାର, ଗଣମାଧ୍ୟମର ସ୍ଵାଧୀନତା ଅଧିକାର ପ୍ରଭୃତି ମୌଳିକ ଅଧିକାରଗୁଡ଼ିକୁ ପ୍ରଜାମାନଙ୍କୁ ପ୍ରଦାନ କରିବା ।

(iii) ଚାଷ ଜମି ଉପରେ ରୟତର ଅଧିକାର ସଂପର୍କିତ ସ୍ପଷ୍ଟ ନିୟମ ପ୍ରଚଳନ କରିବା ।

(iv) ଜଙ୍ଗଲଜାତ ଦ୍ରବ୍ୟର ସୁବିନିଯୋଗ ଓ ଆଦିବାସୀ ଜନଜାତିମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉପଯୋଗ କରିବାର ଅଧିକାର ପ୍ରଦାନ କରିବା ।

(v) ଏକଚାଟିଆ ବାଣିଜ୍ୟ କାରବାରକୁ ବନ୍ଦ କରିବା ଇତ୍ୟାଦି ।


 (ଗ) ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିରେ କେଉଁମାନେ ସଦସ୍ୟ ଥୁଲେ ଏବଂ ଏହାର କି କି ପ୍ରସ୍ତାବ ଥୁଲା ?

ଉ :(i) ଓଡ଼ିଶା ଗଡ଼ଜାତମାନଙ୍କରେ ପ୍ରଜାମଣ୍ଡଳ ଆନ୍ଦୋଳନ ଚାଲୁଥିବାବେଳେ ଡ. ହରେକୃଷ୍ଣ ମହତାବଙ୍କ ଅଧ୍ୟକ୍ଷତାରେ ୧୯୩୮ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହୋଇଥିଲା ।

(ii) ଏହି କମିଟିର ସଂପାଦକ ଥିଲେ ସାରଙ୍ଗଧର ଦାସ ଓ ଅନ୍ୟ ଦୁଇଜଣ ସଭ୍ୟ ଥିଲେ ଲାଲ୍ ମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା । 

 (iii) ୧୯୩୯ ମସିହାରେ ଏହି କମିଟି ଗଡ଼ଜାତମାନଙ୍କରେ ଡିଜିପି ଚାଲୁଥିବା କୁଶାସନର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିବା ସହିତ ସହିତ ପ୍ରଜାମାନଙ୍କର ଦୁଃଖ ଦୁର୍ଦ୍ଦଶା ଓ ରାଜ୍ୟମାନଙ୍କରେ ଥିବା ଅରାଜକତା ଦୂର କରିବା ପାଇଁ କେତୋଟି ପ୍ରସ୍ତାବ ଦେଇଥିଲା । ଯଥା—

(iv) ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ ପ୍ରତିନିଧିଙ୍କ ହାତରୁ ଆଣି ଓଡ଼ିଶା ସରକାରଙ୍କ ହାତରେ ନ୍ୟସ୍ତ କରାଯିବା ।

(v) ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଗଡ଼ଜାତର ମିଶ୍ରଣ କରିବା ।

(vi) ଡ. ମହତାବ ଏହି ପ୍ରସ୍ତାବଗୁଡ଼ିକ ଇଂରେଜ ସରକାରକୁ ଦେବା ସହିତ ୧୯୩୯ ମସିହା ଅଗଷ୍ଟ ମାସରେ ଭାରତର ଭାଇସରାୟ ଲର୍ଡ ଲିନ୍‌ଥଗୋଙ୍କୁ ସାକ୍ଷାତ କରି ଗଡ଼ଜାତ ପ୍ରଜାମାନଙ୍କର ଦୁର୍ଦ୍ଦଶା ଓ ଶାସନ ବ୍ୟବସ୍ଥା ସୁଧାରିବା ପାଇଁ ତାଙ୍କୁ ଅନୁରୋଧ କରିଥଲେ ।


(ଘ) ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଗଡ଼ଜାତଗୁଡ଼ିକ ମିଶାଇ ଦେବାପାଇଁ ଭାରତ ସ୍ବାଧୀନତା ପାଇବା ପୂର୍ବରୁ ମହତାବ କ’ଣ କରିଥେଲେ ?

ଉ :(i) ଡ. ମହତାବ ୧୯୩୮ ମସିହାରେ ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ଅଧ୍ୟକ୍ଷ ଥିଲେ ।

(ii) ସେ ତାଙ୍କ ପ୍ରସ୍ତାବରେ ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ୍ ପ୍ରତିନିଧିଙ୍କ ହାତରୁ ଆଣି ଓଡ଼ିଶା ସରକାରଙ୍କ ହାତରେ ନ୍ୟସ୍ତ କରିବାକୁ ଅନୁରୋଧ କରିଥିଲେ ଏବଂ ଗଡ଼ଜାତଗୁଡ଼ିକ ଓଡ଼ିଶା ସହିତ ମିଶାଇ ଦେବାର ପ୍ରସ୍ତାବ ମଧ୍ୟ ଦେଇଥିଲେ ।

(iii) ୧୯୩୯ ମସିହା ଅଗଷ୍ଟ ମାସରେ ଭାରତର ଭାଇସରାୟ ଲର୍ଡ ଲିନ୍‌ଲିନ୍‌ଙ୍କୁ ସାକ୍ଷାତ କରି ସେ ଓଡ଼ିଶା ଗଡ଼ଜାତ ବ୍ୟବସ୍ଥା ସୁଧାରିବା ପାଇଁ ଓଡ଼ିଶାର ପ୍ରାଦେଶିକ ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି ତାଙ୍କୁ ବୁଝାଇଥିଲେ ।

(iv) ୧୯୪୨ ମସିହାରେ ସେ ସାର୍ ଷ୍ଟଫୋର୍ଡ଼ କ୍ରିପସ୍‌ଙ୍କୁ ମଧ୍ୟ ସାକ୍ଷାତକରିଥିଲେ ।

(v) ୧୯୪୬ ମସିହା ଏପ୍ରିଲ ୬ ତାରିଖରେ ଗଡ଼ଜାତ ମିଶ୍ରଣ ସପକ୍ଷରେ ଯୁକ୍ତି ବାଢ଼ିବା ପାଇଁ ସେ କ୍ୟାବିନେଟ୍ ମିଶନ୍‌କୁ ସାକ୍ଷାତ କରିଥିଲେ ।

(vi) ଓଡ଼ିଶା କଂଗ୍ରେସ କମିଟି ତରଫରୁ ଦିଆଯାଇଥ୍ ବା ସ୍ମାରକପତ୍ରରେ ଓଡ଼ିଆଭାଷାଭାଷୀ ଛବିଶଟି ଗଡ଼ଜାତକୁ ଓଡ଼ିଶା ପ୍ରଦେଶ ସହିତ ସର୍ବାନ୍ତକରଣରେ ମିଶାଇ ଦିଆଯିବା - ପାଇଁ ଡଃ ମହତାବ ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ

(vii) ଡ. ମହତାବ ଗଡ଼ଜାତ ରାଜାମାନଙ୍କ ପାଖକୁ ଉପରୋକ୍ତ କାର ବିଷୟରେ ୧୯୪୬ ମସିହା ମେ ୧୦ ତାରିଖରେ ଓ ଜୁନ୍ ୨୯ ତାରିଖରେ ଦୁଇଥର ଚିଠି ଲେଖିଥିଲେ । ଏହି ଭାବରେ ଡ. ମହତାବ ଭାରତ ସ୍ଵାଧୀନତା ପୂର୍ବରୁ ଗଡ଼ଜାତଗୁଡ଼ିଙ୍କୁ ଓଡ଼ିଶା ସହିତ ମିଶାଇବା ପାଇଁ ବାରମ୍ବାର ରାଜନୈତିକ ଉଦ୍ୟମ ଜାରି ରଖିଥିଲେ । 



(‍) ନୀଳଗିରିରୁ କିପରି ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?

ଉ :(i) ଜବାହର ଲାଲ୍ ନେହେରୁ, ସର୍ଦାର ବଲ୍ଲଭ ଭାଇ ପଟେଲ ଓ ଭି. ପି.ମେନନ୍ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସମୟ ଓ ସୁଯୋଗକୁ ଅପେକ୍ଷା କରି ରହିଥ‌ିବା ବେଳେ ନୀଳଗିରିର ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ରତର ହୋଇଥଲା ।

(ii) ନୀଳଗିରି ରାଜା ଏହି ପ୍ରଜାମଣ୍ଡଳ ଆନ୍ଦୋଳନକୁ ଦମନ କରିବା ପାଇଁ ଅନ୍ୟାୟ ଭାବରେ ପ୍ରଜାମାନଙ୍କର ଘର ପୋଡ଼ି ଦେବା ସହିତ ସେମାନଙ୍କର ଧନ ସଂପରି ଲୁଣ୍ଠନ କରିବା ପାଇଁ ନୀଳଗିରିର ଆଦିବାସୀମାନଙ୍କୁ ପ୍ରରୋଚି ତ କରିଥିଲେ । ଫଳରେ ନୀଳଗିରିରେ ଅରାଜକତା ଦେଖାଦେଲା ।

(iii) ଓଡ଼ିଶା ସରକାର ଭାରତ ସରକାରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ।

 (iv) ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଡ. ହରେକୃଷ୍ଣ ମହତାବ, ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହିତ ଦିଲ୍ଲୀରେ ବିଚାର ବିମର୍ଶ କରି ବାଲେଶ୍ୱର ମାଜିଷ୍ଟ୍ରେଟଙ୍କ ସହାୟତାରେ ନୀଳଗିରିକୁ ଦଖଲ କରିବାକୁ ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ କ୍ଷମତା ହାସଲ କଲେ । 

(v) ମହତାବଙ୍କ ଅନୁପସ୍ଥିତିରେ ମଧ୍ୟ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ବାଲେଶ୍ୱର ମାଜିଷ୍ଟ୍ରେଟ୍‌ଙ୍କ ସହାୟତାରେ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ନୀଳଗିରିକୁ ଦଖଲ କଲେ ଓ କିଛି ଦିନ ପରେ ନୀଳଗିରି ଓଡ଼ିଶା ସହିତ ମିଶିଯାଇଥିଲା ।

 (vi) ଏହାହିଁ ଥିଲା ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାର ଆରମ୍ଭ ।


୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ ।

(କ) କେଉଁ ଭିଭିରେ ଓଡ଼ିଶାର ଗଡ଼ଜାତଗୁଡ଼ିକ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ କେଉଁ ଗଡ଼ଜାତଗୁଡ଼ିକ ‘ଗ’ ଶ୍ରେଣୀଭୁକ୍ତ ଥିଲା ? 

ଉ :(i) ଓଡ଼ିଶାର ଗଡ଼ ଜାତ ବା ଦେଶୀୟ ରାଜ୍ୟଗୁଡ଼ିକୁ ସେମାନଙ୍କର ଆୟତନ ଦୃଷ୍ଟିରୁ ‘କ’, ‘ଖ’ ଓ ‘ଗ’ ଭାବରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।

 (ii) ପାଲଲହଡ଼ା, ତିଗିରିଆ ଓ ରଣପୁର ‘ଗ’ ଶ୍ରେଣୀଭୁକ୍ତ ଥିଲା ।


(ଖ) ବେଠି ଓ ଭେଟି ମଧ୍ୟରେ ପାର୍ଥକ୍ୟ କ’ଶ ? 

ଉ :(i) ବେଠି - ବିନା ପାରିଶ୍ରମିକରେ ରାଜରାସ୍ତା ଓ ରାଜପ୍ରାସାଦ ନିର୍ମାଣ କାର୍ଯ୍ୟରେ ପ୍ରଜାମାନଙ୍କର ଶ୍ରମଦାନ କରିବାକୁ କୁହାଯାଉଥିଲା ।

(ii) ଭେଟି - ପର୍ବପର୍ବାଣି କିମ୍ବା ବିବାହ, ବ୍ରତ ସମୟରେ ରାଜ ଉଆସକୁ ବାଧ୍ୟତାମୂଳକ ଭାବରେ ପ୍ରଜାମାନେ ଉପହାର ନେଇ ଯିବା ପ୍ରଥାକୁ କୁହାଯାଉଥିଲା ।

(iii) ବେଠି ବିନା ପାରିଶ୍ରମିକ ଶ୍ରମ ଦାନ ଓ ଭେଟି ବାଧ୍ୟତାମୂଳକ ଉପହାରଦାନ ଥିଲା ।


(ଗ) କେବେ ଏବଂ କେଉଁଠାରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ?

ଉ :(i) ଓଡ଼ିଶା ଗଡ଼ଜାତରେ ଚାଲିଥିବା କୁ-ଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ସର୍ବପ୍ରଥମେ ୧୯୨୨ ମସିହାରେ ଢେଙ୍କାନାଳରେ ପ୍ରଜାମାନେ ସ୍ବର ଉଠେଇ ଥିଲେ | 

(ii) ଏହି ଗଡ଼ଜାତ ପ୍ରଜାଆନ୍ଦୋଳନ ଓଡ଼ିଶାର ସମସ୍ତ ଗଡ଼ଜାତ ପ୍ରଜାମାନଙ୍କୁ ପ୍ରଭାବିତ କରିଥିଲା ।


(ଘ) ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅବେଶନ କେଉଁଠାରେ ଏବଂ କାହା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ?

ଉ : ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅବେଶନ କଟକଠାରେ ୧୯୩୧ ମସିହା ଜୁନ୍ ୨୦ ତାରିଖ ଦିନ ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । 


(ଙ) ସାରଙ୍ଗଧର ଦାସ କିଏ ? କେବେ ଏବଂ କେଉଁଠାରେ ପର ପ୍ରଜା ସମ୍ମିଳନୀର ଅଧିବେଶନ ଅନୁଷ୍ଠିତ ହୋଇଥିଲା ? 

ଉ :(i) ଓଡ଼ିଶା ଗଡ଼ଜାତ ପ୍ରଜାସମ୍ମିଳନୀର ଦ୍ୱିତୀୟ ଅଧିବେଶନର ଆବାହକ ଥିଲେ ସାରଙ୍ଗଧର ଦାସ ।

(ii) ଏହି ପ୍ରଜା ସମ୍ମିଳନୀ ୧୯୩୭ ଜୁନ୍ ୨୩ ତାରିଖ ଦିନ ପଟ୍ଟାଭି ସୀତାରାମାୟାଙ୍କ ସଭାପତିତ୍ବରେ କଟକଠାରେ ଅନୁଷ୍ଠିତ ହୋଇଥିଲା ।


(ଚ) କେଉଁ ଅଞ୍ଚଳଗୁଡ଼ିକର ଦେଶୀୟ ରାଜାମାନେ ମିଶ୍ରଣ ବିରୋଧରେ ଏକ ସଂଘ ଗଠନ କରିଥିଲେ ?

ଉ :(i) ଡ. ମହତାବଙ୍କ ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଉଦ୍ୟମକୁ ପଣ୍ଡ କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜା ‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’ ନାମକ ଏକ ସଂଗଠନ ଆରମ୍ଭ କରିଥିଲେ ।

 (ii) ୧୯୪୭ ଅଗଷ୍ଟ ୧ ତାରିଖ ଠାରୁ ଏହା କାର୍ଯ୍ୟକ୍ଷମ ହୋଇଥିଲା ।


(ଛ) କେବେ ଏବଂ କେଉଁଠାରେ ଅନୁଷ୍ଠିତ ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀରେ ସର୍ଦାର ପଟେଲ ଯୋଗ ଦେଇଥିଲେ ?

ଉ : ୧୯୪୭ ମସିହା ଡିସେମ୍ବର ୧୪ ତାରିଖ ଦିନ କଟକର ରାଜଭବନରେ ଗଡ଼ଜାତ ରାଜାମାନଙ୍କ ସମ୍ମିଳନୀରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯୋଗଦାନ କରିଥିଲେ ।


(ଜ) ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବା କାହିଁକି କିଛି ଦିନ ସମୟ ନେଇଥିଲେ ? 

ଉ :(i) ଯେହେତୁ ମୟୂରଭଞ୍ଜରେ ଲୋକପ୍ରତିନିଧୂମୂଳକ ସରକାର ଗଠିତ ହୋଇଥିଲା । ତେଣୁ ମୟୂରଭଞ୍ଜ ରାଜା ତାଙ୍କ ମନ୍ତ୍ରୀମଣ୍ଡଳ ସହିତ ଆଲୋଚନା ନ କରି ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କରି ନଥିଲେ ।

(ii) ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ସେ କିଛିଦିନ ସମୟ ନେବେ ବୋଲି କହିଥିଲେ ।


(ଝ) ଷଢ଼େଇ କଳା ଓ ଖରସୁଆଁ କାହିଁକି ବିହାର ସହିତ ମିଶି ଯାଇଥିଲା ?

ଉ :(i) ଷଢ଼ଇକଳା ଓ ଖରସୁଆଁର ମଧ୍ୟବର୍ତ୍ତୀ ଅଞ୍ଚଳ ମୟୂରଇଂଜ ରାଜ୍ୟ ଓଡ଼ିଶାରେ ନ ମିଶିବାରୁ ଉକ୍ତ ଦୁଇ ରାଜ୍ୟ ସହିତ ପ୍ରତ୍ୟକ୍ଷ ଭାବରେ ଯୋଗାଯୋଗ ହୋଇପାରିଲା ନାହିଁ ।

 (ii) ତେଣୁ ଏଇ ଦୁଇଟି ରାଜ୍ୟର ରାଜାମାନେ ସେମାନଙ୍କ ୬. ପୂର୍ବମତ ବଦଳାଇ ବିହାର ସହିତ ମିଶିଯାଇଥିଲେ । 


(ଞ) ଗଡ଼ଜାତଗୁଡ଼ିକର ପ୍ରତିନିଧୁମାନଙ୍କ ସହିତ ଓଡ଼ିଶା ବିଧାନସଭାର ଅଧ୍ଶନ ପ୍ରଥମେ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?

ଉ : ଗଡ଼ଜାତ ଗୁଡ଼ିକର ପ୍ରତିନିଧୁମାନଙ୍କ ସହିତ ଓଡ଼ିଶା ବିଧାନସଭାର ଅଧ୍ଶନ ପ୍ରଥମେ ୧୯୪୯ ମସିହା ଅକ୍ଟୋବର ମାସ ୧୦ ତାରିଖରେ ନୂଆ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) ବୌଦରେ ପ୍ରଜାମଣ୍ଡଳ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?

ଉ : ବୌଦରେ ପ୍ରଜାମଣ୍ଡଳ ଆନ୍ଦୋଳନ ୧୯୩୦ ମସିହାରେ ଆରମ୍ଭ ହୋଇଥିଲା ।


(ଖ) ନୀଳଗିରିରେ କିଏ ପ୍ରଜାମଣ୍ଡଳ ଗଠନ କରିଥିଲେ ?

 ଉ : ନୀଳଗିରିରେ ସାରଙ୍ଗଧର ଦାସଙ୍କ ନେତୃତ୍ବରେ ପ୍ରଜାମଣ୍ଡଳ ଗଠିତ ହୋଇଥିଲା ।


(ଗ) ୧୯୩୯ ଅଗଷ୍ଟରେ କିଏ ଓଡ଼ିଶା ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଭାଇସ୍‌ୟଙ୍କୁ ସାକ୍ଷାତ କରିଥିଲେ ?

ଉ : ୧୯୩୯ ଅଗଷ୍ଟ ମାସରେ ଡ. ହରେକୃଷ୍ଣ ମହତାବ ଓଡ଼ିଶା ଛିଡ଼ି ଗଡ଼ଜାତ ମିଶ୍ରଣ ସଂପର୍କରେ ଭାଇସ୍‌ୟଙ୍କୁ ସାକ୍ଷାତ । କରିଥିଲେ ।


(ଘ) କିଏ ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ନି ଦେଇଥିଲେ ?

ଉ : କଳାହାଣ୍ଡିର ମହାରାଜା ଡକ୍ଟର ହରେକୃଷ୍ଣ ମହତାବଙ୍କୁ ପର୍ଶୁରାମ ଆଖ୍ୟା ଦେଇଥିଲେ ।


(ଙ) ହରେକୃଷ୍ଣ ମହତାବଙ୍କ ଅନୁପସ୍ଥିତିରେ କିଏ ନୀଳଗିରି ପାଇଁ  ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ ?

 ଉ : ହରେକୃଷ୍ଣ ମହତାବଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ ।


(ଚ) କେବେ ମୟୂରଭଞ୍ଜ ଓଡ଼ିଶାରେ ମିଶିଲା ?

 ଉ : ୧୯୪୯ ମସିହା ଜାନୁଆରୀ ୧ ତାରିଖ ଦିନ ମୟୂରଭଞ୍ଜ ଓଡ଼ିଶା ସହିତ ମିଶିଥିଲା ।


(ଛ) ଚୂଡ଼ାନ୍ତ ଭାବରେ କେତୋଟି ଗଡ଼ଜାତ ଓଡ଼ିଶାରେ ମିଶିଲା ?

ଉ : ଚୂଡାନ୍ତ ଭାବରେ ଚବିଶିଟି ଓଡ଼ିଆ ଭାଷାଭାଷୀ ଗଡ଼ଜାତ ଓଡ଼ିଶା ସହିତ ମିଶିଥିଲା ।


(ଜ) ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ କେତୋଟି ଆସନ ବୃଦ୍ଧି ପାଇଥିଲା ଏବଂ ସମୁଦାୟ ଆସନ ସଂଖ୍ୟା କେତେ ହୋଇଥିଲା ? 

ଉ : ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନ ସଭାରେ ୩୧ଟି ଆସନ ବୃଦ୍ଧି ପାଇଥିଲା ଓ ସମୁଦାୟ ଆସନ ସଂଖ୍ୟା ୯୧ଟି ହୋଇଥିଲା | 


(ଝ) ଗଡ଼ଜାତଗୁଡ଼ିକ ମିଶିବାପରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପୁନର୍ଗଠନ ପରେ କେତୋଟି ଜିଲ୍ଲା ସୃଷ୍ଟି ହେଲା ?, 

ଉ : ଗଡ଼ଜାତଗୁଡ଼ିକ ମିଶିବାପରେ ଓ ଓଡ଼ିଶା ଜିଲ୍ଲାଗୁଡ଼ିକର ପୁନର୍ଗଠନ ହୋଇ ଓଡ଼ିଶାକୁ ୧୩ଟି ଜିଲ୍ଲାରେ ବିଭକ୍ତ କରାଗଲା ।


୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ?

(କ) ମିଶ୍ରଣ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା କେତେ ଥିଲା ?

(i) ୨୩ (ii) ୨୫ (iii) ୨୬ (iv) ୨୭

 (ଖ) ଗଡ଼ଜାତମାନଙ୍କରେ ଗୋଟିଏ ଶିବିରରୁ ଅନ୍ୟଶିବିରକୁ ରାଜା ବା ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହିନେବା ପ୍ରଥାକୁ କ’ଣ କୁହାଯାଉଥିଲା ?

(i) ବେଠି (ii) ବେଗାରୀ (iii) ରସଦ (iv) ମାଗଣ

 (ଗ) କିଏ ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ସମ୍ପାଦକ ଥିଲେ ?

(i) ହରେକୃଷ୍ଣ ମହତାବ (ii) ସାରଙ୍ଗଧର ଦାସ (iii) ବଳବନ୍ତରାୟ ମେହେଟ୍ଟା (iv) ପଟ୍ଟାଭି ସୀତାରାମାୟା


(ଘ) କେଉଁସ୍ଥାନରୁ ଭାରତରେ ଦେଶୀୟରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?

 (i) ମୟୂରଭଞ୍ଜ (ii) ନୀଳଗିରି  (iii) ଜୁନାଗଡ (iv) କଳାହାଣ୍ଡି


(ଚ) ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୬୦ରୁ ବଢ଼ି...............ହେଲା। 

(i) ୯୦    (ii) ୯୧    (iii) ୯୨    (iv) ୯୩


(ଙ) କେଉଁ ଗଡ଼ଜାତର ରାଜା କଟକ ସମ୍ମିଳନୀ ସମୟରେ ମିଶ୍ରଣ ଚୁକ୍ତିପତ୍ରରେ ସ୍ବାକ୍ଷର କରି ନଥିଲେ ?

(i) ଷଢ଼େଇକଳା (ii) ଖରସୁଆଁ (iii) ମୟୂରଭଞ୍ଜ (iv) କଳାହାଣ୍ଡି


୫ । ପାଠରେ ଦିଆଯାଇଥିବା “ତୁମ ପାଇଁ କାମ” ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।


ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରଶ୍ନଗୁଡ଼ିକର ଉତ୍ତର ୬୦ଗୋଟି ଶବ୍ଦରେ ଲେଖ । 

(କ) ଓଡ଼ିଶାର ଗଡ଼ଜାତ ଗୁଡ଼ିକ କେଉଁ ଦୃଷ୍ଟିରୁ ଭାଗ ଭାଗ କରାଯାଇଥିଲା, ସେଗୁଡ଼ିକର ନାମ ଉଲ୍ଲେଖ କର ?

 ଉ :(i) ଭୌଗୋଳିକ ଦୃଷ୍ଟିକୋଣରୁ ବ୍ରିଟିଶ ଓଡ଼ିଶା ସୀମା ସହିତ ମିଶି ରହିଥିବା ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କୁ ଆୟତନ ଦୃଷ୍ଟିରୁ ତିନିଭାଗରେ ବିଭକ୍ତ କରାଯାଇ ଥିଲା । 

ସେଗୁଡ଼ିକ ହେଲା – ‘କ’, ‘ଖ’ ଓ ‘ଗ’ ବିଭାଗ । 

(ii) ‘କ’ ଶ୍ରେଣୀଭୁକ୍ତ ଗଡ଼ଜାତଗୁଡ଼ିକର ସଂଖ୍ୟା ଥିଲା ଏଗାର । ଯଥା – (୧) ଢେଙ୍କାନାଳ, (୨) କେନ୍ଦୁଝର, (୩) ମୟୂରଭଞ୍ଜ, (୪) ବାମଣ୍ଡା, (୫) ବୌଦ, (୬) ଗାଙ୍ଗପୁର, (୭) ପାଟଣା, (୮) କଳାହାଣ୍ଡି, (୯) ସୋନପୁର, (୧୦) ଷଢ଼େ ଇକଳା, (୧୧) ନୟାଗଡ଼ ।

(iii) ‘ଖ’ ଶ୍ରେ ଣୀଭୁକ୍ତ ଗଡ଼ଜାତଗୁଡ଼ିକ ହେଲେ (୧) ଆଠଗଡ଼, (୨) ବଡ଼ମ୍ବା, (୩) ନରସିଂହପୁର, (୪) ଆଠମଲ୍ଲିକ, (୫) ହିନ୍ଦୋଳ, (୬) ଦଶପଲ୍ଲା, (୭) ଖଣ୍ଡପଡ଼ା, (୮) ଖରସୁଆଁ, (୯) ରେଢ଼ାଖୋଲ, (୧୦) ତାଳଚେର, (୧୧) ସମ୍ବଲପୁର, (୧୨) ନୀଳଗିରି । ଚାଳନା ।

(iv) ‘ଗ’ ଶ୍ରେଣୀଭୁକ୍ତ ଗଡ଼ଜାତହେଲେ– (୧) ପାଲଲହଡ଼ା, (୨) ତିଗିରିଆ, (୩) ରଣପୁର । ଏହିପରି ଭାବରେ ଓଡ଼ିଶା ସୀମାକୁ ଲାଗି ୨୬ ଗୋଟି ଗଡ଼ଜାତ ରହିଥିଲା ।


(ଖ) ସ୍ଵାଧୀନତା ପୂର୍ବରୁ ଗଡ଼ଜାତଗୁଡ଼ିକର ଅବସ୍ଥା କିପରି ଥିଲା ?

ଉ :(i) ସ୍ଵାଧୀନତା ପୂର୍ବରୁ ଅଧିକାଂଶ ଗଡ଼ଜାତର ଶାସନପଦ୍ଧତି ତଥା ଆଭ୍ୟନ୍ତରୀଣ ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା ।

(ii) କୁଶାସନର ମାତ୍ରା ଏତେ ଅଧିକ ଥିଲା ଯେ ଗଡ଼ଜାତର ପ୍ରଜାମାନେ ଅତି ଦୁଃଖ ଓ ହତାଶ ଭିତରେ କାଳାତିପାତ କରୁଥିଲେ ।

(iii) ପ୍ରଜାମାନଙ୍କର ନିଜସ୍ଵ ସମସ୍ୟା ଏତେ ଅଧ‌ିକ ଥିଲା ଯେ ଗଡ଼ଜାତ ପରିଧ୍ ବାହାରେ ଚାଲୁଥିବା ସ୍ଵାଧୀନତା ସଂଗ୍ରାମର ବାର୍ତ୍ତା ସେମାନଙ୍କୁ ସ୍ପର୍ଶ କରିପାରୁ ନଥିଲା । 

(iv) ଗଡ଼ ଜାତର ରାଜା, ରାଜକର୍ମଚାରୀମାନେ ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ପ୍ରଜାମାରଣ ପ୍ରଥା ପ୍ରଚଳନ କରି ପ୍ରଜାମାନଙ୍କୁ ବିଭିନ୍ନ ଭାବରେ ଶୋଷଣ କରୁଥିଲେ ।

(v) ଗଡ଼ଜାତର ପ୍ରଜାମାନଙ୍କ ସ୍ବାଧୀନତା ବୋଲି କିଛି ନଥିଲା । ସେମାନେ ପଶୁପରି ରାଜା ଓ ରାଜକର୍ମଚାରୀମାନଙ୍କ ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ ହେଉଥିଲେ ।


 (ଗ) ଓଡ଼ିଶାର ଗଡ଼ଜାତ ଶାସନ ବିରୋଧରେ ପ୍ରଜା ଆନ୍ଦୋଳନ ସଂପର୍କରେ ସଂକ୍ଷିପ୍ତ ବିବରଣୀ ଦିଅ ।

 ଉ :(i) ଓଡ଼ିଶା ଗଡ଼ ଜାତରେ ଚାଲିଥିବା ରାଜା ଓ ରାଜକର୍ମଚାରୀଙ୍କର କୁଶାସନ, ଶୋଷଣ ଓ ଅତ୍ୟାଚାର ବିରୋଧରେ ସର୍ବପ୍ରଥମେ ଢେଙ୍କାନାଳରେ ୧୯୨୨ରେ ପ୍ରଜାଆନ୍ଦୋଳନ ଆରମ୍ଭ ହୋଇଥିଲା ।

(ii) ଏହା ପରେ ପରେ ୧୯୨୮ରେ ନୀଳଗିରି ପ୍ରଜା ବିଦ୍ରୋହ ଦେଖାଦେଲା ।

(ii) ୧୯୩୦ରେ ବୌଦ୍ଧରେ ଓ ୧୯୩୨ ତାଳଚେରରେ ମଧ୍ୟ ପ୍ରଜା ଆନ୍ଦୋଳନ ତୀବ୍ରତର ହେଲା ।

(iv) ୧୯୩୧ ଜୁନ୍ ୨୦ ତାରିଖରେ କଟକଠାରେ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନ ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଲା ଏବଂ ଏହାର ଦ୍ଵିତୀୟ ଅଧ୍ବେଶନ ସେହି କଟକରେ ପଟ୍ଟାଭି ସୀତାରାମାୟାଙ୍କ ସଭାପତିତ୍ବ ଓ ସାରଙ୍ଗଧର ଦାସଙ୍କ ଆବାହକତ୍ଵରେ ୧୯୩୭ ଜୁନ୍ ୨୩ରେ ଅନୁଷ୍ଠିତ ହୋଇଥିଲା ।

(v) ୧୯୩୮ ମସିହାରେ ସାରଙ୍ଗଧର ଦାସଙ୍କ ନେତୃତ୍ବରେ ନୀଳଗିରିରେ ପ୍ରଜାମଣ୍ଡଳ ଗଠିତ ହେଲା ।

(vi) ୧୯୩୮ରେ ଢେଙ୍କାନାଳ ଓ ୧୯୩୯ରେ ତାଳଚେରରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହେଲା ।

(vi) ପରେ ପରେ ଏହି ଆନ୍ଦୋଳନ ଗାଙ୍ଗପୁର, ରଣପୁର, ନୟାଗଡ଼, ବଣାଇ, ସୋନପୁର, ମୟୂରଭଞ୍ଜ, ପାଟଣା, କଳାହାଣ୍ଡିକୁ ସଂପ୍ରସାରିତ ହେଲା ।

(viii) ନୀଳଗିରି, ଢେଙ୍କାନାଳ ପ୍ରଭୃତିରେ ପ୍ରଜା ଆନ୍ଦୋଳନ ଅଣାୟତ୍ତ ହୋଇପଡ଼ିଲା । ଏହି ଆନ୍ଦୋଳନକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରୁଥିଲା ।


(ଘ) କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ଦ୍ବାରା ଆହୂତ କଟକ ସମ୍ମିଳନୀ ଗଡ଼ଜାତ ରାଜାମାନଙ୍କ ଉପରେ କି ପ୍ରଭାବ ପକାଇଥୁଲା ?

ଉ :(i) ୧୯୪୭ ମସିହା ଡିସେମ୍ବର ୧୪ ତାରିଖ ଦିନ କଟକର ରାଜଭବନରେ ଐତିହାସିକ କଟକ ଗଡ଼ ଜାତ ରାଜନ୍ୟମଣ୍ଡଳି ସମ୍ମିଳନୀ ଆରମ୍ଭ ହୋଇଥିଲା । 

(ii) ଏଥ୍ ରେ ସର୍ଦ୍ଦାର ପଟେଲ, ଭି.ପି. ମେନନ୍, କେନ୍ଦ୍ରସରକାରଙ୍କର କେତେକ ଉଚ୍ଚପଦସ୍ଥ କର୍ମଚାରୀ ଓ ଓଡ଼ିଶା ସରକାରର ଉଚ୍ଚ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ ଏବଂ ‘କ’, ‘ଖ’, ‘ଗ’ ଶ୍ରେଣୀ ଗଡ଼ଜାତର ଅଧିକାଂଶ ରାଜା ମଧ୍ୟ ଏଥିରେ ଉପସ୍ଥିତ ଥିଲେ |

 (iii) ସର୍ଦ୍ଦାର ପଟେଲଙ୍କ ଅନୁରୋଧ ଓ ଧମକପୂର୍ବ ଅଭିଭାଷଣରେ ପ୍ରଭାବିତ ହୋଇ ପ୍ରଥମେ ‘ଖ’ ଓ ‘ଗ’ ଶ୍ରେଣୀର ୧୨ଜଣ ରାଜା ଓଡ଼ିଶା ପ୍ରଦେଶ ସହିତ ମିଶିବାକୁ ସହମ୍ମତି ପ୍ରଦାନ କରିଥ୍ଲେ ଓ ଏହି ସମ୍ମିଳନୀରେ ଅନୁପସ୍ଥିତ ଥ‌ିବା ବଘାଇ, ଆଠମଲ୍ଲିକ, ତିଗିରିଆର ରାଜାମାନେ ମଧ୍ୟ ପରେ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କରିଥିଲେ ।

(iv) ‘କ’ ଶ୍ରେଣୀର ଗଡ଼ଜାତ ରାଜାମାନେ ପ୍ରଥମେ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କରିବାକୁ ଅରାଜି ହେଲେ । କିନ୍ତୁ ଯେତେବେଳେ ସର୍ଦ୍ଦାର ପଟେଲ ତାଙ୍କ ଅଭିଭାଷଣରେ କହିଲେ ଓଡ଼ିଶାରେ ଥିବା ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶ ରୂପକ ଶରୀରରେ ଗୋଟିଏ ଗୋଟିଏ କ୍ଷତ ଅଟେ । ସେଗୁଡ଼ିକ ଶୀଘ୍ର ଉପଶମ କରିବାକୁ ପଡ଼ି ନୋଚେତ୍ ସେଗୁଡ଼ିକର ମୂଳୋତ୍ପାଟନ କରିବାକୁ ପଡ଼ିବ ।

(v) ଉକ୍ତ ବକ୍ତବ୍ୟରେ ପ୍ରଭାବିତ ହୋଇ କଳାହାଣ୍ଡି ସମେତ ୧୦ଟି ‘କ’ ଶ୍ରେଣୀର ରାଜା ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କରିଥିଲେ । କିନ୍ତୁ ମୟୂରଭଞ୍ଜର ମହାରାଜା ନିଜ ମନ୍ତ୍ରୀମଣ୍ଡଳ ସହିତ କଥା କରି ସିଦ୍ଧାନ୍ତ ନେବେ ବୋଲି କହି କିଚିଦିନ ସମୟ ନେଇଥିଲେ ।

(ଙ) ଓଡ଼ିଶା ପ୍ରଦେଶ ସହିତ ଗଡ଼ଜାତଗୁଡ଼ିକ ମିଶ୍ରଣ ଫଳରେ ଓଡ଼ିଶାର ରାଜନୈତିକ, ସାମାଜିକ ଆର୍ଥିକ କ୍ଷେତ୍ରରେ କି କି ପରିବର୍ତ୍ତନ ହେଲା ?

ଉ :(i) ଓଡ଼ିଶା ପ୍ରଦେଶ ସହିତ ଗଡ଼ଜାତଗୁଡ଼ିକର ମିଶ୍ରଣ ପରେ ଓଡ଼ିଶାର ଗଣତାନ୍ତ୍ରିକ ପ୍ରକ୍ରିୟା ଗଡ଼ଜାତମାନଙ୍କୁ ସଂପ୍ରସାରିତ ହେଲା ।

(ii) ଓଡ଼ିଶା ବିଧାନସଭାର ସଦସ୍ୟଙ୍କ ସଂଖ୍ୟା ୬୦ ରୁ ୯୧କୁ ବୃଦ୍ଧି ପାଇଲା ।

(iii) ଉଭୟ ରାଜା ଓ ପ୍ରଜାମାନେ ସ୍ଵାଧୀନ ଭାରତର ସ୍ଵାଦ ଚାଖ‌ିଲେ ଏବଂ ଓଡ଼ିଶା ଶାସନରେ ଭାଗ ନେଲେ ।

 (iv) ଓଡ଼ିଶା ପ୍ରଦେଶର ଜିଲ୍ଲାଗୁଡ଼ିକ ପୁନର୍ଗଠନ କରି, ସେଗୁଡ଼ିକୁ ୧୩ଟି ଜିଲ୍ଲାରେ ବିଭକ୍ତ କରାଗଲା ।

(v) ଓଡ଼ିଆମାନଙ୍କ ମଧ୍ୟରେ ଐକ୍ୟ ଓ ଉତ୍ସାହ ପରିଲକ୍ଷିତ ହେଲା ।

(vi) ଓଡ଼ିଶା ପ୍ରଦେଶକୁ ଏକ ସମୃଦ୍ଧ ପ୍ରଦେଶ କରିବାର ଆଭିମୁଖ୍ୟ ନେଇ ଓଡ଼ିଆମାନେ ଆଗକୁ ଆଗେଇଲେ । 

(vii) ଗଡ଼ଜାତ ଭିତରେ ଥିବା ପ୍ରାକୃତିକ ସଂପଦର ସୁବିନିଯୋଗ ପାଇଁ ପ୍ରୟାସ ଜାରି ରହିଲା ।


No comments:

Post a Comment