Odia Medium Class 10 History Krushira Bikash Question answer | Meher Sir


ଦଶମ ଶ୍ରେଣୀ ଇତିହାସ କୃଷିର ବିକାଶ ପ୍ରଶ୍ନ ଉତ୍ତର - Class 10 History Krushira Bikash Question Answer | Meher Sir Get complete textbook solutions, notes, and objective questions prepared by Meher Sir. Class 10 history krushira bikash question answer , Krushira bikash class 10 history odia medium , Odia medium class 10 history chapter 2 question answer , Krushira bikash question answer meher sir , Class 10 history chapter 2 question answer odia medium , 10th class history krushira bikash question answer pdf , BSE Odisha class 10 history krushira bikash solutions , ଦଶମ ଶ୍ରେଣୀ ଇତିହାସ କୃଷିର ବିକାଶ ପ୍ରଶ୍ନ ଉତ୍ତର , Krushira bikash 10th class history objective questions .  

Meher Sir


କୃଷିର ବିକାଶ ପ୍ରଶ୍ନ ଉତ୍ତର

ବିଶିଷ୍ଟ ଘଟଣାବଳୀ, ସ୍ଥାନ ଓ ତାରିଖ :

। । ୧୭୯୩ ମସିହାରେ ଲର୍ଡ କର୍ଡଲିସଙ୍କ ଦ୍ବାରା ଚିରସ୍ଥାୟୀ ବନ୍ଦୋବସ୍ତ ଆରମ୍ଭ ହୋଇଥିଲା । 

୨ । ୧୯୫୫ ମସିହାରୁ ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟିଦିଆଗଲା । 

୩ । ୧୯୪୭ ମସିହାର ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାରକୁ ନିୟନ୍ତ୍ରିତ କରାଗଲା । 

୪ । ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଗଲା ।

୫ । ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା ।

୬ । ୧୯୪୮ ମସିହାରେ ହୀରାକୁଦ ନଦୀବନ୍ଧ ଯୋଜନା ଆରମ୍ଭ ହୋଇ ୧୯୫୬ ମସିହାରେ ସମାପ୍ତ ହୋଇଥିଲା । 

୭ । ୧୯୪୯ ମସିହାରେ ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷାକରିବା ପାଇଁ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି ।

 ୮ । ୧୯୭୬ ମସିହାରେ ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତିପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଥିଲା ।

 ୯| ୧୯୭୬ ମସିହାରୁ ଅନେକ କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି ।


Krushira Bikash Question answer 

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।


(କ) କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ?

ଉ : କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ତରଫରୁ ନିମ୍ନଲିଖ୍ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ।

(i) ମହାଜନଙ୍କ କବଳରୁ କୃଷକମାନଙ୍କୁ ରକ୍ଷା କରିବା ପାଇଁ ୧୯୪୭ ମସିହାରେ ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାରକୁ ନିୟନ୍ତ୍ରତ କରାଯାଇଛି ।

(ii) ୧୯୪୮ରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଯାଇଛି । 

(iii) ୧୯୭୬ରେ ଗୋତି ପ୍ରଥା ଉଚ୍ଛେଦ ଆଇନ୍ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ।

(iv) ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ କୃଷକମାନଙ୍କୁ ସ୍ୱଳ୍ପ ସୁଧ ହାରରେ ଋଣ ଯୋଗାଇ ଦେବା ପାଇଁ ସମବାୟ ସଂସ୍ଥାମାନ ଗଠନ କରାଯାଇଛି ।

(v) ୧୯୪୮ରେ ଗଠିତ ରାଜ୍ୟ ସମବାୟ ବ୍ୟାଙ୍କଗୁଡ଼ିକୁ ସମ୍ପ୍ରସାରିତ କରି କୃଷକମାନଙ୍କ ପାଖରେ ପହଞ୍ଚେଇ ଦିଆଯାଇଛି ।

(vi) ପ୍ରାକୃତିକ ବିପର୍ଯ୍ୟୟବେଳେ କୃଷକମାନଙ୍କୁ ‘ତକାଭି’ ଋଣ ଯୋଗାଇ ଦିଆଯାଉଛି ଏବଂ ଟେଷ୍ଟ ରିଲିଫ ମଧ୍ୟ ପ୍ରଦାନ  କରାଯାଇଛି ।

(vii) ‘ ଅଧୁକ ଖାଦ୍ୟ ଶସ୍ୟ ଉତ୍ପାଦନ କର’ ଯୋଜନାରେ ପତିତ ଜମିକୁ ଚାଷ ଉପଯୋଗୀ କରି କୃଷକମାନଙ୍କୁ ଯୋଗାଇ ଦିଆଯାଉଛି ।

(viii) ଜଳସେଚନ ବ୍ୟବସ୍ଥା ସହିତ କୃଷକମାନଙ୍କୁ ହଳ ଲଙ୍ଗ, ବଳଦ ଓ ସାର ଯୋଗାଇ ଦିଆଯାଇଛି । 


(ଖ) ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ କିପରି ଭାବରେ ସହାୟତା ପ୍ରଦାନ କରାଯାଏ ? 

ଉ : ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ ବିଭିନ୍ନ ଭାବରେ ସହାୟତା ପ୍ରଦାନ କରାଯାଉଛି; ଯଥା—

(i) ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ଯୋଗାଇ ଦିଆଯାଉଛି ।

(ii) ଅନେକ ସମୟରେ ଚାଷୀମାନେ ନେଇଥିବା ଋଣକୁ ମଧ୍ୟ ଛାଡ଼ କରି ଦିଆଯାଉଛି ।

(iii) ପ୍ରାକୃତିକ ବିପର୍ଯ୍ୟସ୍ତ ଲୋକମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ପାଇଁ ସରକାର ‘ଟେଷ୍ଟ ରିଲିଫ’ କାର୍ଯ୍ୟ ଆରମ୍ଭ କରିଛନ୍ତି ।

(iv) ‘ଟେଷ୍ଟ ରିଲିଫ୍’ ଏପରି ଏକ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟସ୍ତ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଓ ଅର୍ଥ ନ ଦେଇ ସେମାନଙ୍କୁ ରାସ୍ତାଘାଟ ନିର୍ମାଣ, ପୋଖରୀ ଖୋଳା, ନାଳ ଖୋଳା ପ୍ରଭୃତି କାମରେ ନିଯୁକ୍ତ କରି ପ୍ରତି ବଦଳରେ ସେମାନଙ୍କୁ ଚାଉଳ ଓ ଅର୍ଥ ପ୍ରଦାନ କରାଯାଉଛି ।

(v) ଏତତ୍‌ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟରେ ଗୃହଶୂନ୍ୟ ହୋଇଥିବା ଲୋକମାନଙ୍କୁ ଇନ୍ଦିରା ଆବାସମାନ ଯୋଗାଇ ଦିଆଯାଉଛି ।

(vi) ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । 


(ଗ) କୃଷି ଗବେଷଣା ପାଇଁ ଓଡ଼ିଶାରେ କି ବ୍ୟବସ୍ଥା ଅଛି ? 

ଉ : କୃଷି ଗବେଷଣା ପାଇଁ ସରକାରଙ୍କ ତରଫରୁ ନିମ୍ନଲିଖ ବ୍ୟବସ୍ଥାମାନ କରାଯାଇଛି, ଯଥା—

(i) ଭୁବନେଶ୍ୱରଠାରେ ପ୍ରଥମେ ଏକ କୃଷି ମହାବିଦ୍ୟାଳୟ ଓ ପରେ ଏକ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । 

(ii) ଓଡ଼ିଶାର ବିଭିନ୍ନ ସ୍ଥାନରେ କୃଷି ଗବେଷଣା କେନ୍ଦ୍ରମାନ ଅତି ସ୍ଥାପନ କରାଯାଇଛି ।

(iii) ଜମିର ଉର୍ବରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରୟୋଗଶାଳା ପ୍ରତିଷ୍ଠା କରାଯାଇଛି ।

(iv) ଫଳଚାଷ ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ ଓ ଜି.ଉଦୟଗିରିରେ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଇଛି ଏବଂ ସେଠାରେ ଫଳଗଛର ଚାରା ଓ କଲମୀ ପ୍ରସ୍ତୁତ ହୋଇ କୃଷକମାନଙ୍କୁ ବିତରଣ କରାଯାଉଛି ।

(v) କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

(vi) କୌଶଲ୍ୟାଗଙ୍ଗଠାରେ ମଧୁର ମତ୍ସ୍ୟ ଗବେଷଣା କେନ୍ଦ୍ର ଓ ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି |


(ଘ) ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଵାଧୀନତା ପରେ ଓଡ଼ିଶାରେ କି କି ପଦକ୍ଷେପ ନିଆଯାଇଥିଲା ?


 ଉ : ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଵାଧୀନତାପରେ ଓଡ଼ିଶା ସରକାର ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ

କରିଛନ୍ତି –

(i) ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଇଛି ।

 (ii) ଏହାଦ୍ଵାରା ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ କରିବା ସହିତ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା କରାଯାଇଛି ଏବଂ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ହେଉଛି ।

(iii) ଏତତ୍ବବ୍ୟତୀତ ମାଛକୁଣ୍ଡ ଯୋଜନା, ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି, ଭୀମକୁଣ୍ଡ ଯୋଜନା । ଓଡ଼ିଶାର ଜଳସେଚନ କ୍ଷେତ୍ରରେ ବେଶ ସହାୟକ ହୋଇଛି ।

 (iv) ଏତତ୍ବବ୍ୟତୀତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ନଦୀବନ୍ଧ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବା ସହିତ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଉଛି । 


(ଙ) କୃଷି, ମତ୍ସ୍ୟଚାଷ ଓ ପଶୁପାଳନର ବିକାଶ ପାଇଁ ଓଡ଼ିଶା ସରକାର କି କି ବ୍ୟବସ୍ଥା କରିଛନ୍ତି ?

ଉ : କୃଷି, ମତ୍ସ୍ୟଚାଷ, ପଶୁପାଳନର ବିକାଶ ପାଇଁ ଓଡ଼ିଶା ସରକାର ନିମ୍ନଲିଖ୍ ବ୍ୟବସ୍ଥାମାନ କାର୍ଯ୍ୟକାରୀ କରୁଛନ୍ତି; ଯଥା –

(i) କୃଷିର ବିକାଶ ପାଇଁ କୃଷି ବିଭାଗ ଅଧୀନରେ ୪ଟି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା – କୃଷି ଓ ଖାଦ୍ୟ ଶସ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ । 

(ii) ପଶୁ ସମ୍ପଦର ବିକାଶ ପାଇଁ ପଶୁ ଧନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।

(ii) କେତେକ ନିଗମ ଓ ଅନୁଷ୍ଠାନ କୃଷିର ବିକାଶ କ୍ଷେତ୍ରରେ ସହଯୋଗୀ ଭୂମିକା ନିର୍ବାହ କରୁଛି । ସେଗୁଡ଼ିକ ହେଲେ ଓଡ଼ିଶା କୃଷି ଶିଳ୍ପ ନିଗମ । 

(iv) କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କାଜୁ ଉନ୍ନୟନ ନିଗମ, ଓଡ଼ିଶା କୃଷି କ୍ରମୋନ୍ନତି ଓ ବିନିଯୋଗ ନିଗମ ।

(v) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କୃଷି ମହାବିଦ୍ୟାଳୟ, କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଚାଷ କେନ୍ଦ୍ର, ନାରୀକେଳ ଗବେଷଣା କେନ୍ଦ୍ର, ରାଜ୍ୟ ସରକାରଙ୍କର କୃଷି ଗବେଷଣା କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ରମାନ ଓଡ଼ିଶାର କୃଷିର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛି ।

(vi) ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ସରକାର ବିଭିନ୍ନ ଭାବରେ ଉତ୍ସାହିତ କରୁଛନ୍ତି ।

(vii) ମାଛର ସଂରକ୍ଷଣ ପାଇଁ ମାଛଧରା କେନ୍ଦ୍ରମାନଙ୍କ ପାଖରେ ବରଫ କଳ ପ୍ରତିଷ୍ଠା କରାଯାଇଛି ।

(vi) ଧୀବରମାନଙ୍କ ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ଆଇନ୍ ପ୍ରଣୟନ କରାଯାଇଛି ।


Class 10 history krushira bikash question answer

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ଓଡ଼ିଶା କୃଷକର ସବୁଠାରୁ ବଡ଼ ସମସ୍ୟା କ’ଣ ଥିଲା ଏବଂ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ କି ଅନ୍ତରାୟ ସୃଷ୍ଟି ହୋଇଥିଲା ?

ଉ :(i) ସ୍ଵାଧୀନତା ପୂର୍ବରୁ ଓଡ଼ିଶା କୃଷକର ସବୁଠାରୁ ବଡ଼ ସମସ୍ୟା ଥିଲା କୃଷକ ଚାଷ କରୁଥିବା ଜମି ଉପରେ ତା’ର ସ୍ଵତ୍ଵାଧିକାର । ଚିରସ୍ଥାୟୀ ବନ୍ଦୋବସ୍ତ, ପ୍ରଚଳିତ ଜମିଦାରୀ ପ୍ରଥା ଏହି ସମସ୍ୟା ସମାଧାନର ପ୍ରଧାନ ଅନ୍ତରାୟ ଥିଲା । 

(ii) ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଏହି ଜମିଦାରୀ ପ୍ରଥା ଉଚ୍ଛେଦ ପାଇଁ ଏକ ବିଧେୟକ ଓଡ଼ିଶା ବିଧାନସଭାରେ ଆଗତ କରି ଓଡ଼ିଶାରୁ ଜମିଦାରୀ ପ୍ରଥାର ଉଚ୍ଛେଦ କରିଥିଲେ ଏବଂ କୃଷକମାନେ ଚାଷ କରୁଥିବା ଜମି ଉପରେ ମାଲିକାନା ଲାଭ କଲେ ।’


(ଖ) ଓଡ଼ିଶାରୁ ଜମିଦାରୀ ପ୍ରଥା କିପରି ଉଚ୍ଛେଦ ହେଲା ? 

ଉ :(i) ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନ ସଭାରେ ଜମିଦାରୀ ପ୍ରଥା ଉଚ୍ଛେଦ ବିଧେୟକଟି ଆଗତ କରିଥିଲେ । 

(ii) ଏହି ବିଧେୟକଦ୍ବାରା ଜମିଦାରୀ ପ୍ରଥା ଓଡ଼ିଶାରୁ ସମ୍ପୂର୍ଣ ଉଚ୍ଛେଦ ହୋଇଥିଲା ।


 (ଗ) ଗୋତିପ୍ରଥା କିପରି ବନ୍ଦ ହେଲା ?

ଉ :(i) ୧୯୪୮ରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଯାଇଥିଲା ।

(ii) ତା’ପରେ ୧୯୭୬ ମସିହାରେ ଗୋତିପ୍ରଥା ଉଚ୍ଛେଦ ଆଇନ୍ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଥିଲା ।


(ଘ) ସମବାୟ ଆନ୍ଦୋଳନ କିପରି କୃଷକମାନଙ୍କର ସହାୟକ ହେଲା ?

ଉ :(i) କୃଷକମାନେ ଗ୍ରାମ ମହାଜନଙ୍କଠାରୁ କୃଷି ପାଇଁ ଚଢ଼ା ସୁଧ ହାରରେ ଋଣ ନେଇ ଋଣ ଶୁଝି ନ ପାରି ନିଜ ଚାଷ ଜମି ହରାଉଥିଲେ ।

(ii) ୧୯୪୮ ମସିହାରେ ରାଜ୍ୟ ସରକାର ବ୍ୟାଙ୍କ ଗଠନ ହେବା ପରେ ଏହି ସମବାୟର ପ୍ରସାରଣ କରାଯାଇ ଅଳ୍ପ ସୁଧ ହାରରେ କୃଷକମାନଙ୍କୁ ଋଣ ଯୋଗାଇ ଦିଆଗଲା, କିନ୍ତୁ ଯାହାଦ୍ଵାରା କି ଗ୍ରାମୀଣ ସୁଧଖୋର ମହାଜନଙ୍କ ପାଖରୁ କୃଷକମାନେ ନିଜକୁ ମୁକ୍ତ କରିପାରିଲେ ।

(ଙ) ‘ଅଧ୍ଵ ଖାଦ୍ୟ ଶସ୍ୟ ଉତ୍ପାଦନ କର’ ଯୋଜନାଟି କ’ଣ ?

ଉ : ଓଡ଼ିଶା ସରକାର ‘ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ କର’ ନାମକ ଏକ ଯୋଜନା କାର୍ଯ୍ୟକାରୀ କରି ପତିତ ଜମିକୁ ଚାଷୋପଯୋଗୀ କରିବାରେ ସକ୍ଷମ ହୋଇ ପାରିଥିଲେ ଯାହାଦ୍ବାରା ପୋଡୁଚାଷ କରୁଥିବା ବନବାସୀ କୃଷକମାନଙ୍କୁ ଚାଷ ଜମି ଯୋଗାଇବାରେ ସହଜ ହୋଇପାରିଲା । 


(ଚ) ଫଳଚାଷର ଉନ୍ନତି ପାଇଁ କି ବ୍ୟବସ୍ଥା କରାଗଲା ? 

ଉ :(i) ଫଳଚାଷର ଉନ୍ନତି ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ ଓ ଜି.ଉଦୟଗିରିରେ ଫଳ ଚାଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି ।

(ii) ଏହି କେନ୍ଦ୍ରମାନଙ୍କରେ ଫଳଗଛ ଚାରା, କଲମୀ ପ୍ରସ୍ତୁତ 3 ହୋଇ କୃଷକମାନଙ୍କୁ ବିତରଣ କରାଯାଉଛି ।


 (ଛ) ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ହାତ ଉଦ୍ଦେଶ୍ୟଗୁଡ଼ିକ କ’ଣ ଥିଲା ?

ଉ : ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା —

(i) ମହାନଦୀ ତ୍ରିକୋଣଭୂମିରେ ବନ୍ୟା ନିୟନ୍ତ୍ରଣ କରିବା । 

(ii) ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାକୁ ଜଳସେଚନ କରିବା ।

 (iii) ଜଳବିଦ୍ୟୁତ୍ ଉତ୍ପାଦନ କରିବା ।

 (iv) ଭଳି ଭଣ୍ଡାରରେ ମାଛ ଚାଷ କରିବା ।


() ଗୋଧନର ସୁରକ୍ଷା ପାଇଁ ଓଡ଼ିଶା ସରକାର କି କି  ପଦକ୍ଷେପ ନେଇଛନ୍ତି ?

ଇ : ଗୋଧନର ସୁରକ୍ଷାପାଇଁ ଓଡ଼ିଶା ସରକାର

(i) ଗାଁ ଗହଳରେ ପଶୁ ଡାକ୍ତରମାନଙ୍କୁ ନିଯୁକ୍ତି ଦେଇଛନ୍ତି ।

 ii) ୧୯୪୯ ରେ ଏକ ଆଇନ ପ୍ରଣୟନ କରି ଗାଈ ଗୋରୁମାନଙ୍କୁ ସଂକ୍ରାମକ ରୋଗରୁ ସୁରକ୍ଷା ଦିଆଯାଉଛି ।


(ଝ) ମତ୍ସ୍ୟଜୀବୀମାନଙ୍କର ସୁବିଧାପାଇଁ ସରକାର କ’ଣ କରିଛନ୍ତି ?

ଢ :(i) ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ସରକାର ବିଭିନ୍ନ ଭାବରେ | ଉତ୍ସାହିତ କରୁଛନ୍ତି ।

(ii) ସମୁଦ୍ର, ବଡ଼ ବଡ଼ ଜଳାଶୟ ଓ ହ୍ରଦରୁ ମାଛ ଧରୁଥି ଧୀବରମାନଙ୍କ ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ଆଇନ୍ ମଧ୍ୟ ପ୍ରଣୟନ କରିଛନ୍ତି |

(iii) ମାଛଧରା କେନ୍ଦ୍ର ନିକଟରେ ବଡ଼ ବଡ଼ ବରଫ କଳ ମଧ୍ୟ ପ୍ରତିଷ୍ଠା କରିଛନ୍ତି |


(ଞ) ‘ଅଭାବୀ ବିକ୍ରି’ କ’ଣ ଏବଂ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସରକାର କ’ଣ କରିଛନ୍ତି ?

ଉ :(i) ଉତ୍ପାଦିତ ଦ୍ରବ୍ୟ ଉଚିତ୍ ମୂଲ୍ୟରେ ବିକ୍ରୀ ହୋଇ ନ ପାରିବାକୁ ଅଭାବୀ ବିକ୍ରି କୁହାଯାଏ ।

(ii) ଏହି ଅଭାବୀ ବିକ୍ରି ସମସ୍ୟାକୁ ଦୂର କରିବା ପାଇଁ ସରକାର ସିଧାସଳଖ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରୁଛନ୍ତି ।



୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) ଓଡ଼ିଶାର କେଉଁ ମୁଖ୍ୟମନ୍ତ୍ରୀ ଜମିଦାରୀ ପ୍ରଥା ଉଚ୍ଛେଦ କରିବା ପାଇଁ ବିଧାନସଭାରେ ଏକ ବିଧେୟକ ଆଣିଥିଲେ ?

ଉ : ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ - ଜମିଦାରୀ ପ୍ରଥା ଉଚ୍ଛେଦ କରିବା ପାଇଁ ବିଧାନ ସଭାରେ ଏକ ବିଧେୟକ ଆଣିଥିଲେ ।


(ଖ) କିଏ ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ?

ଉ : ବିନୋବା ଭାବେ ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।


(ଗ) କେଉଁ ପରିସ୍ଥିତିରେ ତକାଭି ଋଣ ଦିଆଯାଏ ?

ଉ : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ଯେଉଁ ଋଣ ଦିଆଯାଉଛି ତାହା ‘ତକାଭି’ ଋଣ ନାମରେ ପରିଚିତ ।


(ଘ) ସରକାର କାହିଁକି ‘ଟେଷ୍ଟ ରିଲିଫ୍’ କାମ ଆରମ୍ଭ କଲେ ?

ଉ : ରିଲିଫ୍ ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟଗ୍ରସ୍ତ ଲୋକମାନଙ୍କୁ ମାଗଣାରେ ଅର୍ଥ ଓ ଖାଦ୍ୟ ଶସ୍ୟ ଦିଆଯାଏ, ହେଲେ ‘ଟେଷ୍ଟ ରିଲଫ୍’ ଦ୍ବାରା ଲୋକମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ସହିତ ପ୍ରତିବଦଳରେ ଅର୍ଥ ଓ ଖାଦ୍ୟଶସ୍ୟ ଦିଆଯାଏ । 


(ଙ) ହୀରାକୁଦ ନଦୀବନ୍ଧ ଯୋଜନାଟି କେବେ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେଲା ?

ଉ : ହୀରାକୁଦ ନଦୀବନ୍ଧ ଯୋଜନା ୧୯୪୮ ମସିହାରେ ଆରମ୍ଭ ହୋଇ ୧୯୫୬ ମସିହାରେ ସମାପ୍ତ ହୋଇଥିଲା ।


 (ଚ) ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାର କେବେ ଆଇନ ପ୍ରଣୟନ କଲେ ?

ଉ : ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ୧୯୪୯ ମସିହାରେ ସରକାର ଏକ ଆଇନ୍ ପ୍ରଣୟନ କରିଥିଲେ ।

(ଛ) କୃଷି ବିକାଶ କ୍ଷେତ୍ରରେ କେଉଁମାନେ କୃଷିବିଭାଗକୁ ସହଯୋଗ ଓ ସମର୍ଥନ ପ୍ରଦାନ କରୁଛନ୍ତି ?

ଉ : କୃଷିର ବିକାଶ ପାଇଁ କୃଷି ବିଭାଗ ଅଧୀନରେ ଥିବା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମୂର୍ତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ, ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କୃଷି ବିଭାଗକୁ ସହଯୋଗ ଓ ସମର୍ଥନ କରୁଛି । 


(ଜ) କେନ୍ଦ୍ର ସରକାରଙ୍କଦ୍ବାରା ପରିଚାଳିତ ଧାନ ଗବେଷଣା ପ୍ରତିଷ୍ଠାନଟି ଓଡ଼ିଶାର କେଉଁଠାରେ ଅବସ୍ଥିତ ?

ଉ : କେନ୍ଦ୍ର ସରକାରଙ୍କଦ୍ବାରା ପରିଚାଳିତ ଧାନ ଗବେଷଣା କେନ୍ଦ୍ର ଓଡ଼ିଶାର କଟକଠାରେ ଅବସ୍ଥିତ । 


(ଝ) କୌଶଲ୍ୟାଗଙ୍ଗଠାରେ ନିର୍ମିତ କେନ୍ଦ୍ରୀୟ ପ୍ରକଳ୍ପଟି କ'ଣ ?

ଉ : କୌଶଲ୍ୟାଗଙ୍ଗଠାରେ ମଧୁର ଜଳ ମତ୍ସ୍ୟ ଚାଷ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ।


Krushira bikash 10th class history objective questions

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେବେ ଗୋତିପ୍ରଥା ସମ୍ପୂର୍ଣ୍ଣଭାବେ ଉଚ୍ଛେଦ ହେଲା ?

(i) ୧୯୪୭    (ii) ୧୯୪୮    (iii) ୧୯୫୫    (iv) ୧୯୭୬


(ଖ) ରାଜ୍ୟ ସମବାୟ ବ୍ୟାଙ୍କ କେବେ ପ୍ରତିଷ୍ଠିତ ହୋଇଥିଲା ?

(i) ୧୯୪୭    (ii) ୧୯୪୮    (iii) ୧୯୪୯    (iv) ୧୯୫୬


(ଗ) କେଉଁଠାରେ ଫଳ ଚାଷ ପାଇଁ କେନ୍ଦ୍ର ପ୍ରତିଷ୍ଠିତ ହୋଇ ନ ଥିଲା ?

(i) ଅନୁଗୁଳ    (ii) ପଟ୍ଟାଙ୍ଗୀ     (iii) ସମ୍ବଲପୁର    (iv) ଜି. ଉଦୟଗିରି


(ଘ) ନିମ୍ନଲିଖତ ନିର୍ଦ୍ଦେଶାଳୟ ମଧ୍ୟରୁ କେଉଁଟି କୃଷି ବିଭାଗ ଅଧୀନସ୍ଥ ନୁହେଁ ?

(i) ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ

(ii) ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ 

(iii) ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ

(iv) ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ


(ଙ) ଓଡ଼ିଶାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?

(i) ସାକ୍ଷୀଗୋପାଳ        (ii) ଭୁବନେଶ୍ବର    (iii) କଟକ    (iv) ବଲାଙ୍ଗୀର



ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରାୟ ୬୦ଟି ଶବ୍ଦରେ ଉତ୍ତର ଦିଅ । 

(କ) ସ୍ଵାଧୀନତା ପରେ ଓଡ଼ିଶାର କୃଷକମାନଙ୍କୁ କିପରି ଜମି ଉପରେ ସେମାନଙ୍କର ସ୍ଵତ୍ବାତ୍‌କାର ପ୍ରଦାନ କରାଗଲା ? 

ଉ :(i) ସ୍ଵାଧୀନତା ପର୍ଯ୍ୟନ୍ତ ଲର୍ଡ଼କର୍ଡୱାଲିସ୍‌ଙ୍କ ଦ୍ଵାରା ପ୍ରଣୀତ ଚିରସ୍ଥାୟୀ ବନ୍ଦୋବସ୍ତ ଆଇନ ବଳରେ ଜମିର ପ୍ରକୃତ ମାଲିକ ଜମିଦାରମାନେ ଥିଲେ । କୃଷକମାନେ କେବଳ ଜମିଗୁଡ଼ିକୁ ଚାଷ କରି ଖଜଣା ଜମିଦାରମାନଙ୍କୁ ପଇଠ ଗଡ଼ି କରୁଥିଲେ ।

(ii) ଏହି ଆଇନ ସ୍ଵାଧୀନତା ପରେ କୃଷକମାନଙ୍କୁ ଜମିର ସ୍ଵତ୍ଵାଧିକାର ଦେବାରେ ଅନ୍ତରାୟ ସୃଷ୍ଟି କଲା ।

(iii) ତେଣୁ ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଡଃ ମହତାବ ଜମିଦାରୀ ପ୍ରଥା ଉଚ୍ଛେଦ ବିଧେୟକ ବିଧାନସଭାରେ ଆଗତ କରିଥିଲେ ।

(iv) ପରେ ଷଷ୍ଠ ଦଶକରେ ଏହି ବିଧେୟକ ଆଇନ୍‌ରେ ପରିଣତ ହୋଇ ଜମିଦାରୀ ପ୍ରଥା ସଂପୂର୍ଣ୍ଣ ଉଚ୍ଛେଦ ହେଲା ।

(v) ୧୯୫୫ ମସିହାରୁ ଭୂଦାନ ସଂଗୃହୀତ ଜମିକୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା ।

(vi) ଭାଗଚାଷୀମାନଙ୍କର ସ୍ଵାର୍ଥର ସୁରକ୍ଷା କରାଗଲା ।

(vii) ଅଣ ଆଦିବାସୀମାନଙ୍କ ପାଖରୁ ଆଦିବାସୀ ଜମି ଫେରାଇ ଆଣି ଆଦିବାସୀମାନଙ୍କୁ ଦିଆଗଲା । ଏହିପରି ଭାବରେ ସ୍ଵାଧୀନତା ପରେ ଚାଷଜମି ଉପରେ କୃଷକମାନଙ୍କର ସ୍ବତ୍ୱାଧିକାରକୁ ସୁରକ୍ଷିତ କରାଗଲା ।


 (ଖ) ବର୍ତ୍ତମାନ ମଧ୍ଯ କୃଷକମାନେ କି କି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ?

ଉ :(i) ଓଡ଼ିଶାର କୃଷକ ଏବେ ମଧ୍ୟ ସମସ୍ୟା ଘେରରେ ଅଛନ୍ତି ।

 (ii) ବନ୍ୟା, ମରୁଡ଼ି, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ତାଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି ।

(iii) ‘ଅଭାବୀ ବିକ୍ରୀ’ ଅର୍ଥାତ୍ ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରୀ କରି ନ ପାରି କୃଷକ ନେଇଥିବା କୃଷି ଋଣ ଶୁଝିପାରୁନାହିଁ ; ଫଳରେ ଆତ୍ମହତ୍ୟା କରିବାକୁ ସେ ବାଧ୍ୟ ହେଉଛି ।

(iv) ପଶୁପାଳନ କ୍ଷେତ୍ରରେ ଓଡ଼ିଶାର କୃଷକ ସେତେ ସଫଳ ହୋଇପାରିନାହିଁ ।

(v) କୁପୋଷଣ, ଅନ୍ଧବିଶ୍ୱାସ, କୁସଂସ୍କାର, ନିଶାଦ୍ରବ୍ୟସେବନ, ଅଶିକ୍ଷା ପ୍ରଭୃତି କୃଷକର ସମସ୍ୟାମୟ ଜୀବନକୁ ଆହୁରି ଆନ୍ଦୋଳିତ କରୁଛି ।


ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨ । ପ୍ରାୟ ୨୦ଟି ଶବ୍ଦରେ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 

(କ) ଓଡ଼ିଶାରେ ପ୍ରତିଷ୍ଠିତ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକର କାମ କଂ’ଣ ?

ଉ: ଡ଼ିଶାରେ ପ୍ରତିଷ୍ଠିତ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକର  କୃଷକମାନଙ୍କୁ ବୈଜ୍ଞାନିକ ଦିଗ୍‌ଦର୍ଶନ ଦେବାହିଁ ମୁଖ୍ୟ କାର୍ଯ୍ୟ ଅଟେ ।

(ଖ) କେଉଁ କେଉଁ ନିଗମଗୁଡ଼ିକ କୃଷିର ବିକାଶ କ୍ଷେତ୍ରରେ ସହଯୋଗୀ ଭୂମିକା ନିର୍ବାହ କରୁଛନ୍ତି ?

ଉ : ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ, କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କାଜୁ ଉନ୍ନୟନ ନିଗମ, ଓଡ଼ିଶା କୃଷି କ୍ରମୋନ୍ନତି ଓ ବିନିଯୋଗ ନିଗମ ଓଡ଼ିଶାର କୃଷିର ବିକାଶ କ୍ଷେତ୍ରରେ ସହଯୋଗୀ ଭୂମିକା ନିର୍ବାହ କରୁଛନ୍ତି |


 (ଗ) ଓଡ଼ିଶା ପଶୁପାଳନ, ମତ୍ସ୍ୟସଂଗ୍ରହ ଓ କୁକୁଡ଼ାପାଳନରେ ଅଗ୍ରଗତି କରିଛି କି ନାହିଁ ? ଯଦି ନାହିଁ କାହିଁକି ? 

ଉ : ଓଡ଼ିଶା ପଶୁପାଳନ, ମତ୍ସ୍ୟ ସଂଗ୍ରହ ଓ କୁକୁଡ଼ା ପାଳନ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିପାରିନାହିଁ କାରଣ ଓଡ଼ିଶାରେ ଏସବୁ କ୍ଷେତ୍ର ପାଇଁ ଯେଉଁ ସବୁ ପ୍ରାକୃତିକ | ସାମର୍ଥ୍ୟ ରହିଛି ତାହା ଯଥାଯଥ ଭାବରେ ବିନିଯୋଗ କରାଯାଇ ପାରୁନାହିଁ ।


(ଘ) ଟେଷ୍ଟ୍ ରିଲିଫ୍ କ’ଣ ?

ଉ : ସରକାରୀ ଅର୍ଥରେ ପରିଚାଳିତ ‘ଟେଷ୍ଟ ରିଲିପ୍’ ଯୋଜନା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ବିପର୍ଯ୍ୟସ୍ତ ହୋଇଥିବା ଲୋକମାନଙ୍କୁ ରାସ୍ତା ଘାଟ, ପୋଖରୀ ଖୋଳା ଆଦି କାମରେ ବିନିଯୋଗ କରି ପ୍ରତିବଦଳରେ ସେମାନଙ୍କୁ ଅର୍ଥ କିମ୍ବା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଏ ।


 (‍) ଭୂଦାନ ଆନ୍ଦୋଳନ ପୁରୋଧାଙ୍କ ନାମ କ’ଣ ? 

ଉ : ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଆଚାର୍ଯ୍ୟ ବିନୋବା ଭାବେ । ତାଙ୍କର ମୂଳନାମ ହେଲା ବିନାୟକ ନରହରି ଭାବେ ।


ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ । 

(କ) ଓଡ଼ିଶାର ଲୋକମାନଙ୍କର ମୁଖ୍ୟ ଜୀବିକା କ’ଣ ? 

ଉ : ଓଡ଼ିଶା ଲୋକମାନଙ୍କର ମୁଖ୍ୟ ଜୀବିକା ହେଲା କୃଷି । 


(ଖ) ସ୍ଵାଧୀନ ଓଡ଼ିଶାରେ ଜମିଦାରୀ ପ୍ରଥା କୃଷକମାନଙ୍କର କି କ୍ଷତି କରୁଥିଲା ?

ଉ : ସ୍ଵାଧୀନ ଓଡ଼ିଶାରେ ଜମିଦାରୀ ପ୍ରଥା ଯୋଗୁଁ କୃଷକମାନେ ଚାଷ କରୁଥିବା ଜମିଗୁଡ଼ିକ ଉପରେ ସେମାନଙ୍କର

ସ୍ଵତ୍ଵାଧିକାର ରହୁନଥିଲା ।


(ଗ) କେଉଁ ଆଇନ ବଳରେ ଗ୍ରାମ ମହାଜନମାନଙ୍କର ଏକଚାଟିଆ ଅର୍ଥ କାରବାରକୁ ନିୟନ୍ତ୍ରଣ କରାଯାଇଥିଲା ?

ଉ : ୧୯୪୭ ମସିହାର ଏକ ଆଇନ ବଳରେ ଗ୍ରାମ ମହାଜନଙ୍କର ଏକଚାଟିଆ ଅର୍ଥ କାରବାରକୁ ନିୟନ୍ତ୍ରଣ କରାଯାଇଥିଲା ।


(ଘ) କେବେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହୋଇଥିଲା ?

ଉ : ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ଆଳୁ ହୋଇଥିଲା । ।


(ଙ) ‘ତକାଭି’ କ’ଣ ?

ଉ : ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେଲେ କୃଷକମାନଙ୍କୁ ଯେଉଁ ଋଣ ଦିଆଯାଏ ତାହା ‘ତକାଭି’ ଅଟେ ।

No comments:

Post a Comment