Class 10 History Chapter 2 ଶିକ୍ଷାର ବିକାଶ Shiksha ka Vikas Notes


Looking for 10th Class SA2 History exam questions? Master the Shiksha Ka Vikas class 10 question answer package with practice MCQs and subjective solutions.shiksha ra bikash class 10 question answer, ଶିକ୍ଷାର ବିକାଶ class 10 question answer odia medium, shiksha ka vikas class 10 question answer odia medium, 10th class sa2 history exam questions, class 10 history chapter 5 question answer odia medium, class 10 history sikhya ra bikash question answer, 10th class history chapter 5 question answer odia medium, sikhya ra bikash 10th class history question answer pdf, class 10 history chapter 5 mcq odia medium, odia medium class 10 history chapter 5 subjective questions, 10th class history sa2 important questions odia medium. 

Class 10 History Chapter 2 "ଶିକ୍ଷାର ବିକାଶ (Shiksha ka Vikas)


shiksha ra bikash class 10 question answer

ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର

୧। ପ୍ରତ୍ୟେକ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ପରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା କିପରି ବିକଶିତ ହେଲା ?

ଉ :(i) ସ୍ଵାଧୀନତା ପରେ ୧୯୪୭-୪୮ ଶିକ୍ଷାବର୍ଷରେ ଓଡ଼ିଶା ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଦୁଇଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଲେ । 

(ii) ସରକାର ପ୍ରାଥମିକ ପାଠ୍ୟ ଖସଡ଼ାରେ ବ୍ୟାପକ ପରିବର୍ତ୍ତନ କରି ଏହାକୁ କ୍ରମାଭିମୁଖୀ ଶିକ୍ଷାରେ ପରିଣତ କଲେ । 

(iii) ୧୯୫୦ ମସିହା ସୁଦ୍ଧା ୬୦ଟି ମୌଳିକ ଶିକ୍ଷା ବିଦ୍ୟାଳୟ ଓ ୨ଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହେଲା । 

(iv) ୧୯୫୦ ବେଳକୁ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୧୦, ୧୬୫ ଥିଲା ଏବଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୪,୪୧, ୯୬୭ 

(v) ପରବର୍ତୀ ସମୟରେ ପ୍ରାଥମିକ ଶିକ୍ଷା ପରିମାର୍ଜିତ ହୋଇ ବିଦ୍ୟାଳୟ ସଂଖ୍ୟା ବଢ଼ିବାରେ ଲାଗିଲା ।

(vi) ଧୀରେ ଧୀରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବାକୁ ଅଧ୍ଵରୁ ଅଧ‌ିକ ପିଲାଙ୍କ ନାମ ଲେଖା ଉପରେ ଗୁରୁତ୍ଵ ଦିଆଗଲା ।

(vi) ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ଅବୈତନିକ ଶିକ୍ଷାଦାନର ବ୍ୟବସ୍ଥା କରାଗଲା । 

(viii) ୧୯୯୫ରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକରି ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରାଗଲା ।

 (ix) ୧୯୯୬ରୁ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଉଛି ।

(x) ପ୍ରାଥମିକ ଶିକ୍ଷା ଛାଡ଼ିଯାଉଥିବା ପିଲାଙ୍କ ସଂଖ୍ୟା ଶତକଡ଼ା ୧୦କୁ ହ୍ରାସ କରିବା, ପ୍ରାଥମିକ ଶିକ୍ଷାକୁ ଲୋକପ୍ରିୟ କରିବା, ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପାଠପଢ଼ିବାର ସୁବିଧା ଯୋଗାଇବା, ପିଲାମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଓ ପୋଷାକ ଯୋଗାଇବା ପ୍ରଭୃତି କାର୍ଯ୍ୟକ୍ରମଦ୍ବାରା ପ୍ରାଥମିକ ଶିକ୍ଷା ବିକାଶ ପଥରେ ଆଗେଇ ଚାଲିଛି ।


(ଖ) ସ୍ଵାଧୀନତା ପରେ ଓଡ଼ିଶାରେ ମହାବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥା କିପରି ଥିଲା ?

ଉ :(i) ସ୍ଵାଧୀନତା ବେଳକୁ ଓଡ଼ିଶାରେ ରେଭେନ୍‌ ସା ମହାବିଦ୍ୟାଳୟ ଥିଲା ଗୋଟିଏ ମାତ୍ର ଉଚ୍ଚ ଶିକ୍ଷାର ଅନୁଷ୍ଠାନ ଏବଂ ବାଲେଶ୍ୱର, ପୁରୀ ଓ ସମ୍ବଲପୁରରେ ତିନୋଟି କନିଷ୍ଠ ମହାବିଦ୍ୟାଳୟ ।

(ii) ସ୍ଵାଧୀନତା ପରେ ଏହି ତିନୋଟି କନିଷ୍ଠ ମହାବିଦ୍ୟାଳୟରେ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କରାଗଲା ଏବଂ ପାରଳାଖେମୁଣ୍ଡି ମହାବିଦ୍ୟାଳୟକୁ ସରକାର ହାତକୁ ନେଲେ ଏବଂ କୋରାପୁଟରେ ଏକ ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।

(iii) ୧୯୫୦ ବେଳକୁ ଓଡ଼ିଶାରେ ସର୍ବମୋଟ୍ ମହାବିଦ୍ୟାଳୟ ସଂଖ୍ୟା ୧୪ ଏବଂ ଏଗୁଡ଼ିକର ଛାତ୍ରଛାତ୍ରୀ ସଂଖ୍ୟା ମାତ୍ର ୫୬୮୯ ଥିଲା ।

(iv) ପରବର୍ତ୍ତୀକାଳରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗରେ ମହାବିଦ୍ୟାଳୟଗୁଡ଼ିକ ସଂଖ୍ୟା ବଢ଼ି ବାକୁ ଲାଗିଲା । ପ୍ରାୟ ପ୍ରତି ଜିଲ୍ଲାରେ ମହାବିଦ୍ୟାଳୟମାନ ଖୋଲିଗଲା ।

(v) ୧୯୫୦ ମସିହାରେ କଟକର ଏକମାତ୍ର ପ୍ରଶିକ୍ଷଣ - ମହାବିଦ୍ୟାଳୟକୁ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ନାମରେ ନାମିତ କରାଯାଇ ଶିକ୍ଷକ ପ୍ରଶିକ୍ଷଣ ପ୍ରକ୍ରିୟାକୁ ପ୍ରସାରିତ କରାଗଲା ।

(vi) ପରେ ପରେ ଅନୁଗୋଳ, ସମ୍ବଲପୁର, ବ୍ରହ୍ମପୁରଠାରେ । ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲାଗଲା | ସମୟକ୍ରମେ ଏହାର ବିସ୍ତାର ହୋଇ ୧୩ଟି ଜିଲ୍ଲାରେ ୧୩ଟି ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲାଗଲା ।

(vii) କେବଳ ପ୍ରଶିକ୍ଷଣ ମହାବିଦ୍ୟାଳୟ ନୁହେଁ ସ୍ଵାଧୀନତା ପରେ ପରେ ଓଡ଼ିଶାରେ ବୈଷୟିକ ଓ କୃଷି ଶିକ୍ଷାର ପ୍ରସାର ପାଇଁ ମହାବିଦ୍ୟାଳୟମାନ ପ୍ରତିଷ୍ଠା କରାଗଲା ।


(ଗ) ଶିକ୍ଷକ ପ୍ରଶିକ୍ଷଣ ନିମିତ୍ତ ଓଡ଼ିଶାରେ କି କି ସୁଯୋଗ ରହିଅଛି ?

ଉ :(i) ଶିକ୍ଷଣ ପ୍ରଶିକ୍ଷଣ ପାଇଁ ସ୍ଵାଧୀନତା ପୂର୍ବରୁ କଟକରେ ପ୍ରଶିକ୍ଷଣ ମହାବିଦ୍ୟାଳୟ କାର୍ଯ୍ୟରତ ଥିଲା ।

(ii) ଏହା ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା ପରିଦର୍ଶକଙ୍କ ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଥିଲା ।

(ii) ପରବର୍ତୀ କାଳରେ ଏହି ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ତ୍ର ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ନାମରେ ନାମିତ । କରାଗଲା ।

(iv) ୧୯୫୦ ମସିହା ବେଳକୁ ଏହି ଶିକ୍ଷଣ ପ୍ରଶିକ୍ଷଣ ବ୍ୟବସ୍ଥାକୁ ହେ ତ୍ବରାନ୍ବିତ କରି ବାପାଇଁ ଅନୁଗୋଳ, ସମ୍ବଲପୁର, ବ୍ରହ୍ମପୁରଠାରେ ପ୍ରଶିକ୍ଷଣ ମହାବିଦ୍ୟାଳୟମାନ ପ୍ରତିଷ୍ଠା କରାଗଲା ।

(v) ପରବର୍ତ୍ତୀକାଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।

(vi) ସଂପ୍ରତି ଶିକ୍ଷକ ପ୍ରଶିକ୍ଷଣ ପାଇଁ ଓଡ଼ିଶାରେ ସମସ୍ତ ସୁବିଧା ରହିଛି ।


(ଘ) ବୈଷୟିକ ଶିକ୍ଷା ପାଇଁ ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶାରେ ସରକାର କି କି ପଦକ୍ଷେପ ନେଇଛନ୍ତି ?

ଉ : ୧୯୫୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ବୈଷୟିକ ଶିକ୍ଷା ବ୍ୟବସ୍ଥା ଅତି ଦୟନୀୟ ଥିଲା । କେବଳ କଟକରେ ଗୋଟିଏ ଯାନ୍ତ୍ରିକ ବିଦ୍ୟାଳୟ ଓ ମାତ୍ର କେତୋଟି ଶିଳ୍ପତାଲିମ୍ କେନ୍ଦ୍ର ଥିଲା । ତେଣୁ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ତିନି ସରକାରଙ୍କ ତରଫରୁ ନିମ୍ନୋକ୍ତ ପଦକ୍ଷେପମାନ ନିଆଯାଇଛି ।

(i) ୧୯୫୬ ମସିହାରେ ବୁର୍ଲାଠାରେ ଏକ ଯାନ୍ତି କ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।

(ii) ୧୯୬୧ରେ ରାଉରକେଲାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ ହେଲା ।

(iii) ପରେ ପରେ ଭୁବନେଶ୍ବରରେ କଲେଜ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ନାମରେ ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।

(iv) ସାରଂଗଠାରେ ମଧ୍ୟ ପ୍ରତିଷ୍ଠିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।

(v) ବିଂଶ ଶତାବ୍ଦୀର ଶେଷ ଦୁଇ ଦଶକରେ ଘରୋଇ ଉଦ୍ୟୋଗରେ ଓଡ଼ିଶାରେ ଅନେକ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।

(vi) ୨୦୦୨ ମସିହାରେ ରାଉରକେଲାରେ ବୈଷୟିକ ୬. ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।

(vii) ବର୍ଷ ମାନ ବୈଷୟିକ ମହାବିଦ୍ୟାଳୟଗୁଡ଼ି କର 23 ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ବ୍ୟବସ୍ଥା ଉକ୍ତ ବୈଷୟିକ ୧୧ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ହେଉଛି । 


(ଙ) କୃଷି, ପଶୁପାଳନ, ମତ୍ସ୍ୟଚାଷ ସଂପର୍କିତ ଶିକ୍ଷା ଓ ଗବେଷଣା ପାଇଁ ଓଡ଼ିଶାରେ କି କି ସୁବିଧା ସୁଯୋଗ ରହିଅଛି ?

ଉ : କୃଷି, ପଶୁପାଳନ, ମତ୍ସ୍ୟଚାଷ ସଂପର୍କିତ ଶିକ୍ଷାର ପ୍ରସାର ପାଇଁ ସ୍ଵାଧୀନତାପରେ ସରକାରଙ୍କ ତରଫରୁ ନିମ୍ନୋକ୍ତ ପଦକ୍ଷେପମାନ ନିଆଯାଇଛି ।

(i) ୧୯୫୪ ମସିହାରେ ଭୁବନେଶ୍ବରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

(ii) ଏହି ମହାବିଦ୍ୟାଳୟକୁ ସଂପ୍ରସାରିତକରି ୧୯୬୨ରେ ଏହାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଛି ।

(iii) କେନ୍ଦ୍ର ସରକାରଙ୍କ ତରଫରୁ କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

(iv) ୧୯୭୭ରେ କୌଶଲ୍ୟାଗଙ୍ଗଠାରେ ଏକ ମତ୍ସ୍ୟ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି ।

(v) ଏହି ମତ୍ସ୍ୟକେନ୍ଦ୍ର କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ନାମରେ ଭାରତରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । 

(vi) ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି ।

(vii) ହୀରାକୁଦ ନିକଟବର୍ତ୍ତୀ ଚିପିଲିମାଠାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।


2. (କ) ମୌଳିକ ଶିକ୍ଷା କ’ଣ ?

ଉତ୍ତର: ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତିତ ବୁନିଆଦି ଶିକ୍ଷା ବ୍ୟବସ୍ଥାକୁ 'ମୌଳିକ ଶିକ୍ଷା' କୁହାଯାଏ। ଏଥିରେ ଶିଶୁମାନଙ୍କୁ ପୁସ୍ତକଗତ ବିଦ୍ୟା ସହିତ ସ୍ୱାବଲମ୍ବୀ କରିବା ପାଇଁ ହସ୍ତଶିଳ୍ପ ଓ କର୍ମଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଥିଲା।


(ଖ) ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ମାଧ୍ୟମିକ ଶିକ୍ଷା ପରେ ପରୀକ୍ଷା ପରିଚାଳନା କରୁଥିବା ଅନୁଷ୍ଠାନ ଗୁଡ଼ିକର ନାମ କ’ଣ ?

ଉତ୍ତର: ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ମାଧ୍ୟମିକ ଶିକ୍ଷା ପରେ 'କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ' (CBSE) ଏବଂ 'ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍' (ICSE) ପରୀକ୍ଷା ପରିଚାଳନା କରନ୍ତି।


(ଗ) ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?

ଉତ୍ତର: ଓଡ଼ିଶାରେ ସଂସ୍କୃତ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ୧୯୮୧ ମସିହା ଜୁଲାଇ ୭ ତାରିଖରେ ପୁରୀଠାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା।


(ଘ) ୧୯୫୦ ମସିହା ବେଳକୁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ଓଡ଼ିଶାର କେଉଁ କେଉଁ ସ୍ଥାନରେ ଶିକ୍ଷାନଷ୍ଠାନମାନ ଥିଲା ?

ଉତ୍ତର: ୧୯୫୦ ମସିହା ବେଳକୁ ମାଧ୍ୟମିକ ସ୍କୁଲ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପାଇଁ କଟକରେ 'ରାଧାନାଥ ଟ୍ରେନିଂ କଲେଜ' ଏବଂ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ପାଇଁ କଟକ, ପୁରୀ, ବେରିଲୋ ଓ ଆସ୍କାଠାରେ ଶିକ୍ଷାନୁଷ୍ଠାନ ଥିଲା।


(ଙ) ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ କେଉଁ ଯାନ୍ତ୍ରିକ ମହାବିଦ୍ୟାଳୟ ମାନ ଥିଲା ?

ଉତ୍ତର: ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ ବୁର୍ଲାଠାରେ ଅବସ୍ଥିତ 'ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ମହାବିଦ୍ୟାଳୟ' (UCE) ଏବଂ ରାଉରକେଲାଠାରେ 'ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ' (REC/NIT) ପ୍ରତିଷ୍ଠିତ ହୋଇଥିଲା।


(ଚ) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ କେବେ ଏବଂ କେଉଁ ମହାବିଦ୍ୟାଳୟକୁ ସଂପ୍ରସାରିତ କରି ପ୍ରତିଷ୍ଠିତ ହୋଇଥିଲା ?

ଉତ୍ତର: ୧୯୬୨ ମସିହାରେ ଭୁବନେଶ୍ୱରଠାରେ ଥିବା କୃଷି ମହାବିଦ୍ୟାଳୟ ଏବଂ ପଶୁଚିକିତ୍ସା ମହାବିଦ୍ୟାଳୟକୁ ସଂପ୍ରସାରିତ କରି 'ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ' (OUAT) ପ୍ରତିଷ୍ଠା କରାଯାଇଥିଲା।


(ଛ) କେନ୍ଦ୍ରୀୟ ଧାନ ଗବେଷଣ କେନ୍ଦ୍ର କେଉଁଠାରେ ଓ କାହା ଦ୍ବାରା ପ୍ରତିଷ୍ଠା କରାଯାଇଛି ?

ଉତ୍ତର: କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (CRRI) କଟକର ବିଦ୍ୟାଧରପୁରଠାରେ ଭାରତ ସରକାରଙ୍କ ଦ୍ଵାରା (୧୯୪୬ ମସିହାରେ) ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ଏହା ଆଇ.ସି.ଏ.ଆର୍. (ICAR) ଅଧୀନରେ ପରିଚାଳିତ।


(ଜ) କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିଭି ପ୍ରସ୍ତର କେବେ ଏବଂ କେଉଁଠାରେ ସ୍ଥାପିତ ହୋଇଥିଲା ?

ଉତ୍ତର: କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (CIFA)ର ଭିତ୍ତିପ୍ରସ୍ତର ୧୯୭୭ ମସିହାରେ ଭୁବନେଶ୍ୱର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ ସ୍ଥାପିତ ହୋଇଥିଲା।


(ଝ) ଓଡ଼ିଶାରେ ପ୍ରତିଷ୍ଠିତ ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକର ନାମ କ’ଣ ?

ଉତ୍ତର: ଓଡ଼ିଶାର ପ୍ରମୁଖ ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକ ହେଲା: କଟକର SCB ମେଡିକାଲ କଲେଜ, ବ୍ରହ୍ମପୁରର MKCG ମେଡିକାଲ କଲେଜ ଏବଂ ବୁର୍ଲାର VSS ମେଡିକାଲ କଲେଜ।


(ଞ) ଓଡ଼ିଶାର କେଉଁ ସ୍ଥାନରେ ଆଇନଶିକ୍ଷା ଓ ଗଣଯୋଗାଯୋଗ ଶିକ୍ଷା ସମ୍ବନ୍ଧୀୟ ସର୍ବଭାରତୀୟ ଶିକ୍ଷାନուଷ୍ଠାନ ଅବସ୍ଥିତ ?

ଉତ୍ତର: ଓଡ଼ିଶାର କଟକଠାରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (National Law University) ଏବଂ ଢେଙ୍କାନାଳଠାରେ ଭାରତୀୟ ଗଣଯୋଗାଯୋଗ ସଂସ୍ଥାନ (IIMC) ଅବସ୍ଥିତ।


୩.ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୪୭-୪୮ ଶିକ୍ଷା ବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ କେଉଁ ଦୁଇଟି ସ୍ଥାନରେ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ?

ଉତ୍ତର: ୧୯୪୭-୪୮ ଶିକ୍ଷା ବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ପାଇଁ ଅନୁଗୁଳ ଏବଂ ପୁରୀଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ।


(ଖ) ୧୯୫୦ ମସିହା ବେଳକୁ ଓଡ଼ିଶାରେ କେତୋଟି ହାଇସ୍କୁଲ ଥିଲା ?

ଉତ୍ତର: ୧୯୫୦ ମସିହା ବେଳକୁ ଓଡ଼ିଶାରେ ମୋଟ ୧୦୬ ଟି ହାଇସ୍କୁଲ ଥିଲା।


(ଗ) କେବେଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା ?

ଉତ୍ତର: ଉତ୍କଳ ବିଶ୍ଵବିଦ୍ୟାଳୟ  1943 ନଭେମ୍ବର ୨୭ ତାରିଖରୁ ଏହାର କାର୍ଯ୍ୟ ଆରମ୍ଭ କରିଥିଲା।


(ଘ) ସମ୍ବଲପୁର ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହେଲା ?

ଉତ୍ତର: ସମ୍ବଲପୁର ବିଶ୍ଵବିଦ୍ୟାଳୟ ୧୯୬୭ ମସିହା ଜାନୁଆରୀ ୧ ତାରିଖରେ ପ୍ରତିଷ୍ଠିତ ହେଲା।


(ଙ) କେବେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ?

ଉତ୍ତର: ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ (ବର୍ତ୍ତମାନର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ) ୧୯୯୮ ମସିହା ଜୁଲାଇ ୧୩ ତାରିଖରେ ପ୍ରତିଷ୍ଠିତ ହେଲା।


(‍) କେବେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠିତ ହେଲା ?

ଉ: ୧୯୯୯ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।


(ଚ) ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କେଉଁ ସ୍ଥାନରେ ଅବସ୍ଥିତ ?

ଉ : ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କୋରାପୁଟ୍‌ରେ ଅବସ୍ଥିତ ।


(ଛ) ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନର କାମ କ’ଣ ?

ଉ : ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନର ନାମ NIET |


(ଜ) କେଉଁଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ?

ଉ : ସାକ୍ଷୀଗୋପାଳରେ ଏକ ନାରୀକେଳ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ।


(ଝ) କେଉଁ ଶିକ୍ଷାବର୍ଷଠାରୁ କଟକର ସରକାରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତନ କରାଗଲା ?

ଉ : ୧୯୪୯-୫୦ ଶିକ୍ଷା ବର୍ଷରେ କଟକ ସରକାରୀ ମେଡ଼ିକାଲ୍ କଲେଜର ନାମ ପରିବର୍ତ୍ତନ କରାଯାଇଛି ।


 (ଞ) ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ କେଉଁଠାରେ ଅବସ୍ଥିତ ?

ଉ : ଓଲଟପୁରଠାରେ ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଛି ।


୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।


(କ) ୧୯୪୭ରେ କେଉଁଠାରେ ଏକ ଇଣ୍ଟର ମିଡ଼ି ଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ?

(i) ବାଲେଶ୍ବର (ii) ପୁରୀ (iii) ସମ୍ବଲପୁର (iv) କୋରାପୁଟ 


(ଖ) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ? 

(i) ୧୯୫୦ (ii) ୧୯୬୭ (iii) ୧୯୮୧ (iv) ୧୯୯୯ 


(ଗ) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ କେଉଁଠାରେ ଅବସ୍ଥିତ ?

(i) ପୁରୀ (ii) ରାଉରକେଲା (iii) ବୁର୍ଲା (iv) ଭୁବନେଶ୍ବର 


(ଘ) ଚିପିଲିମାଠାରେ କେଉଁ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ? 

(i) ଯାନ୍ତ୍ରିକ ମହାବିଦ୍ୟାଳୟ (ii) କୃଷି ମହାବିଦ୍ୟାଳୟ (iii) ଚିକିତ୍ସା ମହାବିଦ୍ୟାଳୟ (iv) ବିଜ୍ଞାନ ମହାବିଦ୍ୟାଳୟ


 (ଙ) ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?

(i) କଟକ (ii) ବ୍ରହ୍ମପୁର (iii) ବୁର୍ଲା (iv) ଭୁବନେଶ୍ୱର 




ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ମାଧ୍ୟମିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ

କରିବାପାଇଁ ଓଡ଼ିଶା ସରକାରଙ୍କଦ୍ବାରା କି କି ପଦକ୍ଷେପ ନିଆଯାଇଛି ?

ଉ : ମାଧ୍ୟମିକ ଶିକ୍ଷାପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାପାଇଁ ସରକାରଙ୍କଦ୍ବାରା ନିମ୍ନୋକ୍ତ ପଦକ୍ଷେପମାନ ନିଆଯାଇଛି ।

 (i) ଓଡ଼ିଶାରେ ପ୍ରାୟ ୬୦୦୦ରୁ ଅଧ‌ିକ ସରକାରୀ ଓ ଅନୁଦାନପ୍ରାପ୍ତ ମାଧ୍ଯମିକ ବିଦ୍ୟାଳୟ ଖୋଲାଯାଇଛି ।

(ii) ବିଦ୍ୟାଳୟଗୁଡ଼ିକର ଶ୍ରେଣୀଗୃହ ଓ ପରିବେଶକୁ ଆକର୍ଷଣୀୟ କରାଯାଇଛି ।

(iii) ବିଦ୍ୟାଳୟମାନଙ୍କରେ କମ୍ପ୍ୟୁଟର ଶିକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇଛି ।

(iv) ୨୦୦୯-୧୦ ଶିକ୍ଷାବର୍ଷରୁ ‘ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ’ ନାମକ ଏକ ବହୁମୁଖୀ ଶିକ୍ଷା ଯୋଜନାର ଶୁଭାରମ୍ଭ କରାଯାଇଛି ।

(v) କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ବାଳିକାମାନଙ୍କୁ ପୋଷାକ ଓ ସାଇକେଲ ଯୋଗାଇ ଦିଆଯାଉଛି ।

 (vi) ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ବ୍ଲକମାନଙ୍କରେ ବାଳିକାମାନଙ୍କପାଇଁ ତ୍ରି ଛାତ୍ରୀନିବାସ ନିର୍ମାଣ କରାଯାଇଛି ଏବଂ ମଡେଲସ୍କୁଲ ପ୍ରତିଷ୍ଠା କରାଯାଇଛି ।


(ଖ) ଚିକିତ୍ସା ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ସରକାର କି କି ପଦକ୍ଷେପ ନେଇଛନ୍ତି ?

ଉ :(i) ସ୍ଵାଧୀନତା ପ୍ରାପ୍ତିବେଳକୁ କଟକ ସରକାରୀ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇ ସାରିଥିଲା । କିନ୍ତୁ କେବଳ ଏହି କଲେଜ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଯଥେଷ୍ଟ ନଥିଲା । 

(ii) ତେଣୁ ୧୯୫୯ ମସିହାରେ ସମ୍ବଲପୁରର ବୁର୍ଲାଠାରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ସ୍ଥାପନ କରାଗଲା ।

(iii) ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଏହି ତିନୋଟି ମେଡ଼ିକାଲ କଲେଜ ଓ ଏହା ସହିତ ସଂଯୁକ୍ତ ସେବିକା ପ୍ରଶିକ୍ଷଣ କେନ୍ଦ୍ର, ଫାର୍ମାସୀ କଲେଜ, ବୈଷୟିକ ସହାୟକ ତାଲିମ୍ କେନ୍ଦ୍ର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଥିବା ଅଭାବକୁ ଦୂର କରୁଥିଲା । 

(iv) ଏକ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶା ସରକାରଙ୍କର ଅନୁମତି ଲାଭକରି ଘରୋଇ ଉଦ୍ୟମରେ ଭୁବନେଶ୍ୱରରେ ହାଇଟେକ୍ ମେଡ଼ିକାଲ କଲେଜ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନସ୍ ଓ ହସ୍ପିଟାଲ ଓ ସମହସ୍ପିଟାଲ ଓ ମେଡ଼ିକାଲ କଲେଜ ସ୍ଥାପନ କରାଯାଇଛି ।


ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨ । ପ୍ରାୟ ୨୦ଟି ଶବ୍ଦରେ ଉତ୍ତର ଦିଅ । 

(କ) ବିଜ୍ଞାନ ଶିକ୍ଷା ଗବେଷଣା ପାଇଁ ଭୁବନେଶ୍ବରରେ କେଉଁ ଅନୁଷ୍ଠାନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ?

 ଉ : ବିଜ୍ଞାନ ଶିକ୍ଷା ଓ ଗବେଷଣା ପାଇଁ ଭୁବନେଶ୍ଵର ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକରୁଛି ।


 (ଖ) ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଓଡ଼ିଶାରେ କେଉଁଠି ଅବସ୍ଥିତ ? ଏହା ଅଧୀନରେ କେଉଁ ବିଦ୍ୟାଳୟ କାର୍ଯ୍ୟ କରୁଛି ? 

ଉ :(i) ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଓଡ଼ିଶାର ଭୁବନେଶ୍ବରଠାରେ ପ୍ରତିଷ୍ଠିତ ।

(ii) ଏହି ଅନୁଷ୍ଠାନ ଅଧୀନରେ ଓଡ଼ିଶାରେ ଏକମାତ୍ର NCERT ଦ୍ବାରା ପରିଚାଳିତ ଡେମଷ୍ଟ୍ରେସନ୍ ମଲ୍‌ ପର୍‌ପସ୍ ସ୍କୁଲ ଏକ ଆଦର୍ଶ ବିଦ୍ୟାଳୟ ଭାବରେ କାର୍ଯ୍ୟକରୁଛି । 


(ଗ) ଭୁବନେଶ୍ବର କେଉଁ ଦୁଇଟି ଅନୁଷ୍ଠାନ ଓଡ଼ିଶା ବିଜ୍ଞାନ ଶିକ୍ଷାର ପ୍ରସାରରେ ସହାୟକ ହୋଇଛି ?

ଉ : ଭୁବନେଶ୍ବରରେ ଅବସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ ଜୈବବିଜ୍ଞାନ ପ୍ରତିଷ୍ଠାନ ଦୁଇଟି ଓଡ଼ିଶାରେ ବିଜ୍ଞାନ ଶିକ୍ଷାର ପ୍ରସାରରେ ସହାୟକ ହୋଇଛି ।


(ଘ) ବ୍ୟବସାୟିକ ପରିଚାଳନା ଶିକ୍ଷାପାଇଁ ଓଡ଼ିଶାରେ କି ବି ବ୍ୟବସ୍ଥା ରହିଛି ?

ଉ : (i) ବ୍ୟବସାୟିକ ପରିଚାଳନା ଶିକ୍ଷା ପାଇଁ ପ୍ରଥମେ ଭୁବନେଶ୍ଵରରେ ସ୍ଵତନ୍ତ୍ର ଭାବରେ ଜାଭିଅର ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେନେଜମେଣ୍ଟ ନାମକ ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ।

(ii) ବର୍ଷ ମାନ ଓଡ଼ିଶାର ଅନ୍ୟାନ୍ୟ ସହରରେ ଅନେକ ବ୍ୟବସାୟିକ ପରିଚାଳନା ଶିକ୍ଷା ପ୍ରତି ଷ୍ଠାନ ମାନ ଗଢ଼ିଉଠିଛି ।


(‍) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ କେଉଁଠାରେ ରହିଛି । ଏହାର ମୁଖ୍ୟ କାର୍ଯ୍ୟ କ’ଣ ? 


ଉ :(i) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବ ବି ଦ୍ୟାଳୟ ରାଉରକେଲାଠାରେ ଅବସ୍ଥିତ ।

(ii) ଓଡ଼ିଶାର ଯାନ୍ତ୍ରିକ ମହାବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ପରିଚାଳନା କରିବା ଏହାର ପ୍ରଧାନ କାର୍ଯ୍ୟ ।


ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

 (କ) କେବେ ବୁର୍ଲାରେ ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା ।

ଉ : ୧୯୫୬ ମସିହାରେ ବୁର୍ଲାଠାରେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।


(ଖ) କ’ଣ ଆମ ଦେଶର ସବୁଠାରୁ ମୂଲ୍ୟବାନ୍ ସଂପଦ ?

 ଉ : ମାନବସମ୍ବଳ ଆମଦେଶର ସବୁଠାରୁ ମୂଲ୍ୟବାନ୍ ସମ୍ବଳ । 


(ଗ) ଶିକ୍ଷା କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କର କ’ଣ ସ୍ଵପ୍ନ ଥିଲା ? 

ଉ : ଭାରତରେ ମୌଳିକ ଶିକ୍ଷା ପଦ୍ଧତିର ପ୍ରସାର ହିଁ ମହାତ୍ମା ଗାନ୍ଧୀଙ୍କର ସ୍ଵପ୍ନ ଥିଲା ।


(ଘ) ୧୯୫୦ ବେଳକୁ ଓଡ଼ିଶାରେ କେତୋଟି ମୌଳିକ ଶିକ୍ଷା ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହୋଇଥିଲା ? 

ଉ : ୧୯୫୦ ବେଳକୁ ଓଡ଼ିଶାରେ ୬୦ଟି ମୌଳିକ ଶିକ୍ଷା ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହୋଇଥିଲା ।


 (ଙ) ୧୯୫୦ ବେଳକୁ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା କେତେ ଥିଲା ?

ଉ : ୧୯୫୦ ବେଳକୁ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ଥିଲା ୧୦, ୧୬୫ ।


No comments:

Post a Comment