Looking for CHSE +2 1st Year Optional Odia "Chanda" (ଛନ୍ଦ) question answers? Get complete, chapter-wise Sahitya Dipti notes, grammar definitions, examples (Mitrakshyara, Amitrakshyara), and exam-oriented long/short QA here! +2 first year optional odia chanda question answer, sahitya dipti class 11 odia grammar notes, chse odisha plus two first year odia notes, chanda elective odia question answer pdf, odia grammar chanda classification.
+2 first year optional odia chanda question answer
କ.ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ପ୍ରଶ୍ନୋତ୍ତର
ଏକ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ । ପ୍ରଦତ୍ତ ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।
“ ଅକ୍ଷର ଗଣିବ ହସ୍ତରେ । ତେବେ ସେ ଲେଖୁବ ପତରେ” – ଏହା କେଉଁ କବିଙ୍କ ରଚନା ?
(କ) ସାରଳା ଦାସ (ଖ) ଉପେନ୍ଦ୍ର ଭଞ୍ଜ (ଗ) ଭକ୍ତଚରଣ ଦାସ (ଘ) ଦୀନବନ୍ଧୁ ଦାସ
ଉ. (ଘ) ଦୀନବନ୍ଧୁ ଦାସ
୨. କବିତାର ଧାଡ଼ିକୁ କ’ଣ କହନ୍ତି ?
(କ) ପାଦ (ଖ) ପଦ (ଗ) ଶବ୍ଦ (ଘ) ଅକ୍ଷର
ଊ. (କ) ପାଦ
୩. କେଉଁଟି ଏକ ରାଗର ନାମ ?
(କ) ଛାନ୍ଦମାଳା (ଖ) ମାଳବଗୌଡ଼ା (ଗ) ମାଳବ (ଘ) ମେଳକ
ଊ. (ଗ) ମାଳବ
୪. ନବାକ୍ଷରୀ ବୃତ୍ତର ଅନ୍ୟନାମ କ’ଣ ?
(କ) ଚକ୍ରକେଳି (ଖ) ରସକୁଲ୍ୟା (ଗ) ଗୁଜ୍ଜରୀ (ଘ) ମାଳାଶ୍ରୀ
ଊ. (ଗ) ଗୁଜ୍ଜରୀ
୫. ମିତ୍ରାକ୍ଷର ଛନ୍ଦ କେତେ ଭାଗରେ ବିଭକ୍ତ ?
(କ) ଦୁଇ (ଖ) ତିନି (ଗ) ଛଅ (ଘ) ଚାରି
ଊ. (କ) ଦୁଇ
୬. ‘ନଟବାଣୀ’ କି ପ୍ରକାର ଛନ୍ଦ ?
(କ) ଅମିତ୍ରାକ୍ଷର ଛନ୍ଦ (ଖ) ବିଷମଛନ୍ଦ (ଗ) ସମଛନ୍ଦ (ଘ) ଏଥୁରୁ କେଉଁଟି ନୁହେଁ
ଉ. (ଗ) ସମଛନ୍ଦ
୭. ଚୋଖ୍ ଛନ୍ଦରେ ପ୍ରତି ପଦରେ କେତେ ପାଦ ଥାଏ ?
(କ) ଚାରି (ଖ) ପାଞ୍ଚ (ଗ) ଦୁଇ (ଘ) ଛଅ
ଊ. (କ) ଚାରି
୮.କେଉଁଟି ବିଷମଛନ୍ଦ ନୁହେଁ ?
(କ) ରସକୁଲ୍ଯା ଖ) ବଙ୍ଗଳାଶ୍ରୀ (ଗ) ଚୋଖ୍ (ଘ) ଶଙ୍କରାଭରଣ
ଊ. (ଖ) ବଙ୍ଗଳାଶ୍ରୀ
୯. ରାଧାନାଥଙ୍କ ‘ଚିଲିକା’ କେଉଁ ଛନ୍ଦରେ ରଚିତ ?
(କ) ଚକ୍ରକେଳି (ଖ) ବଙ୍ଗଳାଶ୍ରୀ (ଗ) ଚୋଖ୍ (ଘ) ନଟବାଣୀ
ଊ. (ଘ) ନଟବାଣୀ
୧୦. ଓଡ଼ିଆ କାବ୍ୟକବିତାରେ ବ୍ୟବହୃତ କେଉଁ ଛନ୍ଦଟି ପାରମ୍ପରିକ ନୁହେଁ ?
(କ) ଚକ୍ରକେଳି (ଖ) ଅମିତ୍ରାକ୍ଷର (ଗ) ନବାକ୍ଷରୀ (ଘ) ରସକୁଲ୍ୟା
ଊ. (ଗ) ନବାକ୍ଷରୀ
Sahitya Dipti Chanda 1 mark Question Answer
ଖ. ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ । (୧ ନମ୍ବର ବିଶିଷ୍ଟ)
୧. ଛନ୍ଦ କହିଲେ କ’ଣ ବୁଝ ?
ଉ. ପଦ୍ୟ ବା କାବ୍ୟ କବିତା ରଚନାର ଶୃଙ୍ଖଳାକୁ ଛନ୍ଦ କହନ୍ତି | ଅକ୍ଷର, ଶବ୍ଦ ଓ ପଦକୁ ଭିଭିକରି ଛନ୍ଦ ପରିକଳ୍ପିତ ।
୨. ଛନ୍ଦର ପ୍ରତିଶବ୍ଦ କ’ଣ ?
ଉ. ବୃତ୍ତ
୩. ଛନ୍ଦ ଓ ଛାନ୍ଦ ଭିତରେ କି ପାର୍ଥକ୍ୟ ରହିଛି ?
ଉ. ଛନ୍ଦ ଏକ ବୃତ୍ତ । ଛନ୍ଦ କାବ୍ୟର ଏକ ଅଧ୍ୟାୟ ।
୪. କବିତାର ପାଦ ଓ ପଦ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ?
ଊ. କବିତାର ଗୋଟିଏ ଧାଡ଼ି ପାଦ କିନ୍ତୁ ଦୁଇରୁ ଅଧୂକ ଧାଡ଼ି ପଦ ।
୫. ଯତିପାତ କ’ଣ ?
ଉ. କବିତା ଗାନ ବା ଆବୃତ୍ତି କଲାବେଳେ ପ୍ରତିପାଦର ବିରାମଚିହ୍ନ ଥାଏ ତାହାକୁ ଯତିପାତ କହନ୍ତି |
୬. କେଉଁ ଛନ୍ଦର ଅନ୍ୟନାମ ବିଭାସକେଦାର ?
ଉ. ନଟବାଣୀ ଛନ୍ଦର ଅନ୍ୟନାମ ବିଭାସକେଦାର ।
୭. ଅକ୍ଷର ଓ ମାତ୍ରାକୁ ଭିଭିକରି କେତେ ପ୍ରକାର ଓ କ’ଣ କ’ଣ ଛନ୍ଦ ହୁଏ ? ଜୀବ ବିଜ
ଉ. ଅକ୍ଷର ଓ ମାତ୍ରାକୁ ଭିଭିକରି ଦୁଇ ପ୍ରକାର ଛନ୍ଦ ହୁଏ । ଯଥା – ମିତ୍ରାକ୍ଷର ଓ ଅମିତ୍ରାକ୍ଷର ।
୮. ଗୁଜରୀ ଛନ୍ଦର ଲକ୍ଷଣ କ’ଣ ?
ଉ. ଦୁଇ ପାଦରେ ଏକପଦ ହୁଏ । ପ୍ରତ୍ୟେକ ପାଦରେ ନଅ ଅକ୍ଷର ଥାଏ । ତୃତୀୟ ଓ ନଅ ଅକ୍ଷରରେ ଯତିପାତ ହୁଏ ।
୯. ଗୁଜରୀ ଛନ୍ଦକୁ କାହିଁକି ଭାଗବତବୃତ୍ତ କୁହାଯାଏ ?
ଉ. ଗୁଜରୀଛନ୍ଦ ପ୍ରଥମେ ଜଗନ୍ନାଥ ଦାସଙ୍କ ଭାଗବତରେ ବ୍ୟବହୃତ ତେଣୁ ଭାଗବତ ବୃତ୍ତ କୁହାଯାଏ ।
୧୦. ସମଛନ୍ଦ କ’ଣ ?
ଊ. ଦୁଇ ବା ଚାରିଚରଣ ବିଶିଷ୍ଟ ପଦର ପ୍ରତି ପାଦରେ ଅକ୍ଷର ସଂଖ୍ୟା ସମାନ ହେଲେ ତାହାକୁ ସମଛନ୍ଦ କୁହାଯାଏ ।
୧୧. ବିଷମ ଛନ୍ଦର ବୈଶିଷ୍ଟ୍ୟ ଦର୍ଶାଅ ।
ଉ. ପାଦର ଅକ୍ଷର ସଂଖ୍ୟା ସମାନ ନୁହେଁ ତେଣୁ ଏଗୁଡ଼ିକ ବିଷମ ଛନ୍ଦ ।
୧୨. ଗୋଟିଏ ସମଛନ୍ଦର ନାମ ଉଲ୍ଲେଖ କର ।
ଊ. ଗୁଜ୍ଜରୀ, ଚନ୍ଦ୍ରକେଳି, ନଟବାଣୀ ଇତ୍ୟାଦି ।
୧୩. ଶଙ୍କରାଭରଣ କି ପ୍ରକାର ଛନ୍ଦ ?
ଉ. ଶଙ୍କରାଭରଣ ବିଷମ ଛନ୍ଦ ।
୧୪. ଅମିତ୍ରାକ୍ଷର ଛନ୍ଦର ଲକ୍ଷଣ ସୂଚାଅ |
ଉ. ଯେଉଁ ପଦର ପ୍ରାନ୍ତ ମିଳନ ନ ଥାଏ ତାକୁ ଅମିତ୍ରାକ୍ଷର ଛନ୍ଦ କୁହାଯାଏ ।
୧୫. ବଙ୍ଗଳାଶ୍ରୀ ଛନ୍ଦର କେଉଁ କେଉଁ ଅକ୍ଷରରେ ଯତିପାତ ହୁଏ ?
ଉ. ଷଷ୍ଠ, ଦ୍ଵାଦଶ, ଅଷ୍ଟାଦଶ, ବିଂଶ ଅକ୍ଷରରେ ଯତିପାତ ହୁଏ ।
୧୬. ଉତ୍କଳ କମଳା ବିଳାସ ଦୀର୍ଘକା ।
ମରାଳ ମାଳିନୀ ନୀଳାମ୍ବୁ ଚିଲିକା – ଏହା କି ପ୍ରକାର ଛନ୍ଦରେ ରଚିତ ?
ଉ. ନଟବାଣୀ ।
୧୭. ଚୋଖ୍ ଛନ୍ଦର ପାଦ ସଂଖ୍ୟା କେତେ ?
ଉ. ପ୍ରତିପଦରେ ଚାରିପାଦ ଥାଏ ।
୧୮. କବିସୂର୍ଯ୍ୟ ବଳଦେବ ରଥଙ୍କର ‘ସର୍ପଜଣାଣ’ କବିତାଟି କେଉଁ ଛନ୍ଦରେ ରଚିତ ?
ଊ. ବିଷମ ଛନ୍ଦ ।
୧୯. ସାମ୍ପ୍ରତିକ କବିତାରେ ମୁଖ୍ୟତଃ କେଉଁ ଛନ୍ଦ ବ୍ୟବହୃତ ହେଉଛି ?
ଡ. ମୁକ୍ତ ଛନ୍ଦ ।
୨୦. ରସକୁଲ୍ୟା ଛନ୍ଦର ଯତିପାତ ନିୟମ ଲେଖ ।
ଉ. ଛଅ ପାଦରେ ଏକପଦ । ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ଏଗାର । ଏଥିରେ ଷଷ୍ଠ ଓ ଶେଷରେ ଯତିପାତ ହୁଏ । ପଞ୍ଚମ ପାଦ ଆଠ ଅକ୍ଷର ଓ ଶେଷରେ ଯତିପାତ ହୁଏ । ଷଷ୍ଠପାଦ କୋଡ଼ିଏ ଅକ୍ଷର । ୬, ୧୨, ୧୮, ୨୦ ରେ ଯତିପାତ ହୁଏ ।
Plus Two First Year Sahitya Dipti Chanda 5 Mark Question Answer
ଗ. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ (୫ ନମ୍ବର ବିଶିଷ୍ଟ)
e. ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଛନ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଦୃଷ୍ଟାନ୍ତ ସହ ବୁଝାଇ ଦିଅ ।
ଉ. ଛନ୍ଦ ଦୁଇ ପ୍ରକାର ବିଭକ୍ତ । ଯଥା:-
(i) ମିତ୍ରାକ୍ଷର ଛନ୍ଦ
(ii) ଅମିତ୍ରହାର ଛନ୍ଦ
ଯେଉଁସବୁ ଛନ୍ଦରେ ପ୍ରାନ୍ତମିଳନ ଥାଏ ତାହାକୁ ମିତ୍ରାକ୍ଷର ଏବଂ ଅମିତ୍ରାକ୍ଷରରେ ଅକ୍ଷର ସଂଖ୍ୟା ସମାନ ନଥାଏ । ମିତ୍ରାକ୍ଷର ଛନ୍ଦ ଦୁଇ ଭାଗରେ ବିଭକ୍ତ । ଯଥା :-
(i) ସମଛନ୍ଦ
(ii) ବିଷମଛନ୍ଦ
୨. ସମଛନ୍ଦ ଓ ଅମିତ୍ରାକ୍ଷର ଛନ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଦୃଷ୍ଟାନ୍ତ ସହ ବୁଝାଇ ଦିଅ ।
ସମଛନ୍ଦ ଦୁଇ ବା ଚାରି ଚରଣ ବିଶିଷ୍ଟ । ପଦର ପ୍ରତି ପାଦରେ ଅକ୍ଷର ସଂଖ୍ୟା ସମାନ । ଗୁଜରୀ, ଚକ୍ରକେଳି, ନଟବାଣୀ, ବଙ୍ଗଳାଶ୍ରୀ, ପ୍ରଭୃତି ସମଛନ୍ଦ ଏବଂ ରେଖୀ, ଶଙ୍କରାଭରଣ, ଆଷାଢ଼ ଶୁକ୍ଳ ରସକୂଲ୍ୟା ଓ କାମୋଦୀ ପ୍ରଭୃତି ବିଷମ ଛନ୍ଦ ।
(କ) ସମଛନ୍ଦ: ନମଇଁ ନୃସିଂହ ଚରଣ
ଅଯଦି ପରମ ବାରଣ (ଗୁଜ୍ଜରୀ)
(ଖ) ବିଷମଛନ୍ଦ:
ହେ ଆନନ୍ଦମୟ କୋଟି ଭୁବନପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ ।
ଦିଅ ମୋତେ ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ ।
( ଶଙ୍କରାଭରଣେ )
3. ଚକ୍ରକେଳି ଛନ୍ଦର ଉଦାହରଣ ଦେଇ ତା’ର ଲକ୍ଷଣ ଉଲ୍ଲେଖ କର ।
ଉ. ଏହା ଦୁଇପାଦ ବିଶିଷ୍ଟ ଛନ୍ଦ । ପ୍ରତି ପାଦରେ ଅକ୍ଷର ସଂଖ୍ୟା ଏଗାର ଏବଂ ପ୍ରତି ପାଦର ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।
ଉଦାହରଣ:- ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର
ଜୟ ରାମଅନୁଜ ଦମୋଦର ।
ଯତିପାତ କ୍ରମ - ୬ + ୫
୬ + ୬
୪. ରସକୁଲ୍ୟା ଆଷାଢ଼ ଶୁକ୍ଳ ଛାନ୍ଦର ପାର୍ଥକ୍ୟ ସଦୃଷ୍ଟାନ୍ତ ବୁଝାଇ ଦିଅ ।
ଊ. ରସକୁଲ୍ୟା:-
ଛଅ ପାଦରେ ଏକ ପଦ । ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ଏଗାର । ଏହି ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ପଞ୍ଚମ ପାଦ ଆଠ ଅକ୍ଷର ବିଶିଷ୍ଟ | ଏହାର ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତି ହୁଏ । ଷଷ୍ଠ ପାଦରେ କୋଡ଼ିଏ ଅକ୍ଷର ଥାଏ । ଏହାର ଷଷ୍ଠ, ଦ୍ଵାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ:-
ଭଙ୍ଗୀ ବିଷୟରେ ‘କୃଷ୍ଣ ଗଣ୍ଠିଆ’ କାହା କଟିସ୍ଥିତ’ ଦେଖୁ ମାଠିଆ’ ବୋଲନ୍ତି ବନ୍ଧୁ ମୁଁ” ତୋହ ବେଠିଆ’ ପାଣି ଆଣିବାକୁ’ ମୋତେ ପଠିଆ’
ଶୁଣ’ଗୋପୀ ହୋଇ’ ଠିଆ’ ଯେ
ହସିଲା ଭାସିଲା’ ବଢ଼ିଲାକୁ କାହ୍ନୁ
ହେଲୁ ଏଡ଼େ ଅପାଠିଆ’ ଯେ । (ବିଦଗ୍ଧ ଚିନ୍ତାମଣି)
ଯତିପାତ:- ୬ + ୫
୬ + ୫
୬ + ୫
୬ + ୫
୬ + ୨
୬ + ୬ + ୬ + ୨
ଆଷାଢ଼ ଶୁକ୍ଳ :
ଛଅପାଦରେ ଏକପଦ । ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ପାଦ ଏଗାର ଅକ୍ଷର ବିଶିଷ୍ଟ । ପଞ୍ଚମ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ପଞ୍ଚମ ପାଦଟି ଛଅଅକ୍ଷର ବିଶିଷ୍ଟ ଏବଂ ଏହାର ଶେଷ ଅକ୍ଷରରେ ଯତିପଡ଼େ ।
ଉଦାହରଣ:-
ଅନଳ ନୁହ’ଇ ଦେହ ଦହଇ’
ଅସ୍ତ୍ର ନୁହଇ’ ମରମ ଭେଦଇ’
ନୁହଇ ତଜ’ଳ ବୁଡ଼ାଏ କୁଳ’
ନୁହଇ ମାଦ’କ କରେ ବିହ୍ବଳ’ ନୁହଇ ବଡ଼ଶୀଗୋ’
ବଳେ ମନମୀ’ନ ନିଏ ଆକର୍ଷି’ । (ବିଦଗ୍ଧ ଚିନ୍ତାମଣି)
ଯତିପାତ:- ୫ + ୬
୫ + ୬
୫ + ୬
୫ + ୬
୬
୫ + ୬
୫. ଦୃଷ୍ଟାନ୍ତ ସହ ‘ଚୋଖ୍’ର ବିଶେଷତ୍ବ ବର୍ଣନା କର ।
ଉ. ଚୋଖ୍ ଏକ ବିଷମ ଛନ୍ଦ । ଏହା ଚାରି ପାଦ ବିଶିଷ୍ଟ । ପ୍ରଥମ ଦୁଇପାଦ ଅଣତିରିଶ ଅକ୍ଷର ବିଶିଷ୍ଟ । ତୃତୀୟ ପାଦରେ ଥାଏ ନଅ ଅକ୍ଷର । ଚତୁର୍ଥ ଓ ଶେଷ ପାଦରେ ତେର ଅକ୍ଷର ଥାଏ । ପ୍ରଥମ ଦୁଇଟି ପାଦର ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ରାବିଂଶ, ଚତୁର୍ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ତୃତୀୟ ପାଦରେ ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ତେର ଅକ୍ଷରିଆ ଚତୁର୍ଥ ପାଦରେ ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ :
ମଙ୍ଗଳେ ଅଇଲା’ ଉଷା’, ବିକଚ ରାଜୀବ’ ଦୃଶା
ଜାନକୀ ଦର୍ଶନ’ ତୃଷା’ ହୃଦୟେ ବହି’
କରି ପଲ୍ଲବ ନୀ’ହାର’ ମୁକ୍ତାଧରି ଉପ’ହାର’ ସୀତାଙ୍କ ବାସବା’ ହାର’ ପ୍ରାଙ୍ଗଣେ ରହି’
କଳକଣ୍ଠ କଣ୍ଠେ’ କହିଲା’
ଦରଶନ ଦିଅ’ ସତୀ’ ରାତି ପାହିଲା ।’
(ତପସ୍ବିନୀ)
ଯତି ପାତ
୬ +୨ +୬ +୨ +୬ + ୨ + ୫
9+9+9 +9 +9 +9 +8
୬ +୩
୬ + ୨ + ୫
ଯେକୌଣସି ଛନ୍ଦର ଦୃଷ୍ଟାନ୍ତ ସହ ଲକ୍ଷଣ ବର୍ଣ୍ଣନା କରିବା ପାଇଁ ପ୍ରଶ୍ନ ଆସିପାରେ ।
No comments:
Post a Comment