+2 first year optional odia Sahitya Dipti Bakyara Prakara Bheda O Paribartana Question Answer. CHSE +2 First Year Notes.
(ବାକ୍ୟ ଓ ଛନ୍ଦ)
Bakyara Prakara Bheda O Paribartana MCQ Question Answer
ଏକ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ । ପ୍ରଦତ୍ତ ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।
୧. ବାକ୍ୟରେ ବ୍ୟବହୃତ ଶବ୍ଦକୁ କ’ଣ କହନ୍ତି ?
(କ) ବାକ୍ୟାର୍ଥ
(ଖ) ପଦ
(ଗ) ଅର୍ଥ
(ଘ) ଅକ୍ଷର
ଉ. (ଖ) ପଦ
9. ସେମାନେ କାଲି ଆସିବେ’ ଏହି ବାକ୍ୟରେ ‘ସେମାନେ’ ପଦଟି କ’ଣ ?
(କ) ଅବ୍ୟୟ
(ଖ) କ୍ରିୟା
(ଗ) କର୍ଭା
(ଘ) ବିଶେଷଣ
ଉ. (କ) ଅବ୍ୟୟ
୩. ଗଦ୍ୟର ମୌଳିକ ଉପାଦାନ କ’ଣ ?
(କ) ବାକ୍ଯ
(ଖ) ପଦ
(ଗ) ଚରଣ
(ଘ) ଧାଡ଼ି
ଉ. (କ) ବାକ୍ୟ
୪. କ’ଣ ଭାବନାର ଗନ୍ତାଘର ?
(କ) ମଣିଷର ମନ
(ଗ) ଶିକ୍ଷକଙ୍କ କଥା
(ଖ) ବହିର ପୃଷ୍ଠା
(ଘ) ଛାତ୍ରଙ୍କ ଉତ୍ତର
ଉ. (କ) ମଣିଷର ମନ
8. ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର ?
(କ) ପାଞ୍ଚ
(ଖ) ଦୁଇ
(ଗ) ଚାରି
(ଘ) ତିନି
ଊ. (ଘ) ତିନି
୬. ଭାବ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର ?
(କ) ଚାରି
(ଖ) ତିନି
(ଗ) ପାଞ୍ଚ
(ଘ) ଦୁଇ
ଊ. (କ) ଚାରି
“ ରବୀନ୍ଦ୍ରନାଥ ଠାକୁର ‘ ଗୀତାଞ୍ଜଳି’ ପାଇଁ ନୋବେଲ ପୁରସ୍କାର ପାଇଥିଲେ ।” - ଏହା କି ପ୍ରକାର ବାକ୍ୟ ?
(କ) ବିସ୍ମୟସୂଚକ •
(ଖ) ଆଦେଶସୂଚକ
(ଗ) ବିବୃତ୍ତିସୂଚକ
(ଘ) ପ୍ରଶ୍ନସୂଚକ
ଉ. (ଗ) ବିବୃତ୍ତିସୂଚକ
୮. ଦୁଇ ବା ତତୋଽଧ୍ଵକ ଖଣ୍ଡବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ କ’ଣ କହନ୍ତି ?
(କ) ସରଳ ବାକ୍ୟ
(ଖ) ଜଟିଳ ବାକ୍ୟ
(ଗ) ଯୌଗିକ ବାକ୍ୟ
(ଘ) ଏଥରୁ କେଉଁଟି ନୁହେଁ
ଉ. (ଗ) ଯୌଗିକ ବାକ୍ୟ
୯. ଓ, ଏବଂ, ମାତ୍ର, କିନ୍ତୁ ଇତ୍ୟାଦି ଅବ୍ୟୟ ଯୋଗରେ କି ପ୍ରକାର ବାକ୍ୟ ହୁଏ ?
(କ) ଯୌଗିକ ବାକ୍ୟ
(ଖ) ଜଟିଳ ବାକ୍ୟ
(ଗ) ସରଳ ବାକ୍ୟ
(ଘ) ଏଥରୁ କେଉଁଟି ନୁହେଁ
ଊ. (କ) ଯୌଗିକ ବାକ୍ୟ
୧୦. କେଉଁଟି ଏକ ଆଶ୍ରିତ ଅବ୍ୟୟ ?
(କ) ଯେପରି
(ଖ) ଏବଂ
(ଗ) କିନ୍ତୁ
(ଘ) ମାତ୍ର
ଉ. (କ) ଯେପରି
Bakyara Prakara Bheda O Paribartana 1 Mark Question Answer
ଖ. ନିମ୍ନଲିଖପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଲେଖ । (୧ ନମ୍ବର ବିଶିଷ୍ଟ)
୧. ବାକ୍ୟର ସଂଜ୍ଞା ଲେଖ ?
ଉ. ଏକ ବା ଏକାଧ୍ଵକ ଶୃଙ୍ଖଳିତ ପଦ ଦ୍ଵାରା ଇପ୍ସିତ ଭାବ ପ୍ରକାଶିତ ଅଭିବ୍ୟକ୍ତିକୁ ବାକ୍ୟ କହନ୍ତି ।
ଏକକ ପଦ ଥାଇ ଗୋଟିଏ ବାକ୍ୟର ଦୃଷ୍ଟାନ୍ତ ଦିଅ ।
ଉ.ଦିଅ ।
୩. ବାକ୍ୟ ଭିତରେ ଥିବା ଶବ୍ଦକୁ କ’ଣ କହନ୍ତି ?
ଉ. ପଦ
୪. ଓଡ଼ିଆ ବାକ୍ୟରେ ସାଧାରଣତଃ କ’ଣ ପ୍ରଥମେ ରହେ ?
ଉ.କର୍ତ୍ତା
୫. ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର ?
ଉ.ଗଠନ ଦୃଷ୍ଟିରୁ ବାକ୍ୟ ୩ ପ୍ରକାର ।
୬. ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ କେତେ ଭାଗରେ ବିଭକ୍ତ ?
ଉ.ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ ୪ ଭାଗରେ ବିଭକ୍ତ ।
“ ଧନୀଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ଉଚିତ୍” । ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
ଉ. ସରଳ ବାକ୍ୟ ।
୮. ମାନ ମହତଠାରୁ ବଡ଼ କିଛି ନାହିଁ- ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
ଉ. ବିବୃଭିସୂଚକ ।
୯. ଦୁଇଟି ସରଳ ବାକ୍ୟ ସଂଯୋଗରେ କି ପ୍ରକାର ବାକ୍ୟ ଗଠିତ ହୁଏ ?
ଉ. ଯୌଗିକ ବାକ୍ୟ ।
୧୦. ପରସ୍ପର ନିର୍ଭରଶୀଳ ଦୁଇ ଖଣ୍ଡବାକ୍ୟ ମିଳନରେ କି ପ୍ରକାର ବାକ୍ୟ ଗଠିତ ହୁଏ ?
ଉ. ଜଟିଳ ବାକ୍ୟ ।
୧୧. ଗୋଟିଏ ବିସ୍ମୟସୂଚକ ବାକ୍ୟର ଦୃଷ୍ଟାନ୍ତ ଦିଅ ।
. ଘରକୁ ଆସିଲେ କି ଶାନ୍ତି !
୧୨. ଆଦେଶସୂଚକ ବାକ୍ୟଟିଏ ଲେଖ ।
ଉ. ଚୋରକୁ ଧରି ଆଣି ପୋଲିସ୍ରେ ଦିଅ ।
ଗ. ନିର୍ଦ୍ଦେଶ ଅନୁସାରେ ଅର୍ଥ ନ ବଦଳାଇ ବାକ୍ୟଗୁଡ଼ିକ ପରିବର୍ତ୍ତନ କର । (୧ ନମ୍ବର ବିଶିଷ୍ଟ)
୧. ମନ୍ଦିରମାଳିନୀ ସହର ଭୁବନେଶ୍ଵର ଅତୀବ ସୁନ୍ଦର ।
(ଜଟିଳ ବାକ୍ୟରେ ପ୍ରକାଶ କର)
ଉ. ଯେଉଁ ମନ୍ଦିର ମାଳିନୀ ସହର, ସେହି ଭୁବନେଶ୍ଵର ଅତୀବ ସୁନ୍ଦର ।
9. ଯେଉଁ ଅଧ୍ୟାପକ କାଲି ଇତିହାସ ପଢ଼ାଉଥିଲେ, ତାଙ୍କର ଚଷମା ହଜିଯାଇଛି । (ସରଳ ବାକ୍ୟରେ ପ୍ରକାଶ କର)
ଉ. କାଲି ଇତିହାସ ପଢ଼ାଉଥବା ଅଧ୍ୟାପକଙ୍କ ଚଷମା ହଜିଯାଇଛି ।
୩. ତୁମେ ଯଦି ମୋ ସହିତ ଆସିବ, ତେବେ ମୁଁ ଚାନ୍ଦିପୁର ବେଳାଭୂମି ବୁଲାଇଦେବି। (ଯୌଗିକ ବାକ୍ୟ କର)
ଉ. ତୁମେ ମୋ ସହିତ ଆସିବ ଓ ଚାନ୍ଦିପୁର ବେଳାଭୂମି ବୁଲାଇ ଦେବି ।
୪.. କାଲି ସନ୍ଧ୍ୟାରେ ମିତାଲି ପାଠ ନପଢ଼ି ଚେସ୍ ଖେଳିଲା।
(ଯୌଗିକ ବାକ୍ୟ କର)
ଉ. କାଲି ସନ୍ଧ୍ୟାରେ ମିତାଲି ପାଠପଢ଼ିଲାନି କିନ୍ତୁ ତାସ୍ ଖେଳିଲା ।
୫.ବେଳ ଥାଉଁ ବନ୍ଧ ବାନ୍ଧିବ ଓ ବିପଦରୁ ରକ୍ଷା ପାଇବ।
(ସରଳ ବାକ୍ୟକୁ ପରିବର୍ତ୍ତନ କର)
ଉ. ବେଳ ଥାଉ ବେଳ ବାନ୍ଧିଲେ ବିପଦରୁ ରକ୍ଷା ପାଇବ ।
୬. ପରୀକ୍ଷାରେ କପି କରିବା କ’ଣ ଧର୍ତ୍ତବ୍ଯ ଅପରାଧ ନୁହେଁ ?
(ବିବୃତ୍ତିସୂଚକ ବାକ୍ୟ କର)
ଉ. ପରୀକ୍ଷାରେ କପି କରିବା ଧର୍ତ୍ତବ୍ୟ ଅପରାଧ ।
ଗୁରୁଜନମାନଙ୍କୁ ଅସମ୍ମାନ କରିବା ଅନୁଚିତ । (ନାସ୍ତିବାଚକ ବାକ୍ୟ କର)
ଊ. ଗୁରୁଜନମାନଙ୍କୁ ଅସମ୍ମାନ ନ କରିବା ଉଚିତ ।
୮.ଚାଷ କାର୍ଯ୍ୟକୁ ପୁଣି ଏତେ ଅବହେଳା !
(ପ୍ରଶ୍ନସୂଚକ ବାକ୍ୟରେ ପ୍ରକାଶ କର)
ଉ. ଚାଷ କାର୍ଯ୍ୟକୁ କ’ଣ ଏତେ ଅବହେଳା କରାଯାଏ ?
୯.ସଚେତନ ହେଲେ ସଡ଼କ ଦୁର୍ଘଟଣା ବଢ଼ିବ ନାହିଁ । (ବିବୃତ୍ତିସୂଚକ ବାକ୍ୟ କର)
ଉ. ସଡ଼କ ଦୁର୍ଘଟଣା ପାଇଁ ସଚେତନ ହେବା ଉଚିତ ।
୧୦. ଉପେନ୍ଦ୍ର ଭଞ୍ଜ ମହାନ କବି । (ବିସ୍ମୟସୂଚକ ବାକ୍ୟ କର)
ଉ. ଉପେନ୍ଦ୍ର ଭଞ୍ଜ କେତେ ମହାନ କବି !
ଘ. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଓ ଉତ୍ତର : (୫ ନମ୍ବର – ୧୫୦ ଶବ୍ଦ ମଧ୍ୟରେ)
୧. ଗଠନ ଦୃଷ୍ଟିରୁ ବାକ୍ୟର ପ୍ରକାର ଭେଦ ସଦୃଷ୍ଟାନ୍ତ ଦର୍ଶାଅ ।
ଊ. ଗଠନ ଦୃଷ୍ଟିରୁ ବାକ୍ୟ ୩ ପ୍ରକାର । ଯଥା –
(୧) ସରଳ :
(୨) ଯୌଗିକ :
(୩) ଜଟିଳ :
(୧) ସରଳ ବାକ୍ୟ :
ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ, ତାହାକୁ ସରଳ ବାକ୍ୟ କହନ୍ତି ।
ଉଦାହରଣ :
(i) ମୁଁ ଭାତ ଖାଇ ସ୍କୁଲକୁ ଯାଏ ।
(ii) ପିଲାଟି ଖେଳି ଖେଳି ହାଲିଆ ହେଲା ।
(iii) ଉପେନ୍ଦ୍ର ଭଞ୍ଜ ଓଡ଼ିଶାର କବି ସମ୍ରାଟ ।
(୨) ଯୌଗିକ ବାକ୍ୟ :
ସଂଜ୍ଞା : ଦୁଇ ବା ତତୋଧିକ ସରଳ ବାକ୍ୟ ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୁଏ, ତାହାକୁ ଯୌଗିକ ବାକ୍ୟ କୁହାଯାଏ । ଓ, ଏବଂ, କିନ୍ତୁ, ବା, କି, ପୁଣି, ସିନା, ମାତ୍ର, ଆଉ ଅବ୍ୟୟ ପଦ ଦ୍ବାରା ସଂଯୁକ୍ତ ହୋଇଥାନ୍ତି ।
ଉଦାହରଣ :
(i) ମୁଁ କଟକ ଗଲି କିନ୍ତୁ ସେ ପୁରୀ ଗଲେ ।
(ii) ମୁଁ ଭାତ ଖାଇଲି ଓ କଲେଜ ଗଲି ।
(iii) ସେ ଭଲ ନାଚେ ଏବଂ ଭଲ ଗାଏ ।
(୩) ଜଟିଳ ବାକ୍ୟ :
ସଂଜ୍ଞା : ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ଖଣ୍ଡ ବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ ଜଟିଳ ବାକ୍ୟ କହନ୍ତି । ଯାହାର–ତାହାର, ଯେବେ–ତେବେ, ଯେ-ସେ; ଯେତେବେଳେ–ସେତେବେଳେ ପ୍ରଭୃତି ଆଶ୍ରିତ ଅବ୍ୟୟ ଦ୍ବାରା ଜଟିଳ ବାକ୍ୟ ଗଠିତ ହୋଇଥାଏ ।
ଉଦାହରଣ :
(i) ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି, ସେତେବେଳେ ପକ୍ଷୀମାନେ ଘରକୁ ଫେରନ୍ତି (ii) ଯେ ସେବା କର, ସେ ପ୍ରଶଂସା ପାଏ ।
(iii) ଚାଷ ଯାହାର, ଆନନ୍ଦ ତାହାର ।
୨. ପ୍ରକାର୍ଯ୍ୟ ଦୃଷ୍ଟିରୁ ଉଦାହରଣ ଦେଇ ବାକ୍ୟର ପ୍ରକାର ଭେଦ ଉଲ୍ଲେଖ କର ।
ଉ. ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ ଚାରି ପ୍ରକାର । ଯଥା:-
(i) ବିବୃତ୍ତି ସୂଚକ:
(ii) ଆଦେଶ ସୂଚକ:
(iii) ପ୍ରଶ୍ନ ସୂଚକ :
(iv) ବିସ୍ମୟ ସୂଚକ:
୧. ବିବୃତ୍ତି ସୂଚକ :-
ଉ. କୌଣସି ବାକ୍ୟରେ କେବଳ ଗୋଟିଏ ବିବୃତ୍ତି ବା ବକ୍ତବ୍ୟ ସୂଚିତ ହେଲେ, ତାହା ବିବୃତ୍ତି ସୂଚକ ବାକ୍ୟ
ହୋଇଥାଏ ।
ଉଦାହରଣ:-
(i) ଧନୁଯାତ୍ରା ପାଇଁ ବରଗଡ଼ ବିଶ୍ଵ ପ୍ରସିଦ୍ଧ ।
(ii) ରଥଯାତ୍ରା ପାଇଁ ପୁରୀ ପୃଥିବୀ ପ୍ରସିଦ୍ଧ ।
୨.ଆଦେଶ ସୂଚକ :
ଉ. ଯେଉଁ ବାକ୍ୟରେ କୌଣସି ବିଷୟରେ ଆଦେଶ ଥାଏ, ତାହା ଆଦେଶମୂଳକ ବାକ୍ୟ । ଆଶିଷ ଓ ଅନୁରୋଧ ଥିବା ବାକ୍ୟ ମଧ୍ୟ ଏହି ପର୍ଯ୍ୟାୟର ।
ଉଦାହରଣ:-
(i) ଭଗବାନ ତୁମର ମଙ୍ଗଳ କରନ୍ତୁ ।
(ii) ରଥଯାତ୍ରା ପାଇଁ ପୁରୀ ପୃଥୁବୀ ପ୍ରସିଦ୍ଧ ।
୩. ପ୍ରଶ୍ନସୂଚକ :-
ଉ. ଯେଉଁ ବାକ୍ୟରେ କୌଣସି ବିଷୟରେ ପ୍ରଶ୍ନ ପଚରାଯାଇଥାଏ, ତାହା ପ୍ରଶ୍ନସୂଚକ ବାକ୍ୟ ।
ଉଦାହରଣ:
(i) ଓଡ଼ିଶାର ଆଦି କବି କିଏ ?
(ii) କେଉଁ ଜିଲ୍ଲାରେ ପୁରୀ ମନ୍ଦିର ଅବସ୍ଥିତ ?
୧. ବିସ୍ମୟ ସୂଚକ : -
ଉ, ଯେଉଁ ବାକ୍ୟରେ ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ସୂଚିତ ହୁଏ, ତାହକୁ ବିସ୍ମୟସୂଚକ ବାକ୍ୟ କହନ୍ତି ।
ଉଦାହରଣ:-
(i) ରଥଯାତ୍ରାରେ କି ଭିଡ଼ ।
(ii) ବାପା କି ରାଗୀ ।
୩. ପାଞ୍ଚଟି ଜଟିଳ ବାକ୍ୟରେ ଲେଖୁ ସେଗୁଡ଼ିକୁ ସରଳ ଓ ଯୌଗିକ ବାକ୍ୟରେ ପ୍ରକାଶ କର ।
ଉ. (କ) ଜଟିଳ ବାକ୍ୟ: ଯେ ଦେଶ ସେବା କରେ ସେ ପ୍ରଶଂସା ପାଏ ।
ସରଳ ବାକ୍ୟ: ଦେଶ ସେବା କଲେ ପ୍ରଶଂସା ମିଳେ ।
ଯୌଗିକ ବାକ୍ୟ: ସେ ଦେଶ ସେବା କଲେ ଓ ପ୍ରଶଂସା ପାଇଲେ ।
(ଖ) ଜଟିଳ ବାକ୍ୟ: ଚାଷ ଯାହାର, ଆନନ୍ଦ ତାହାର ।
ସରଳ ବାକ୍ୟ: ଚାଷ କଲେ ଆନନ୍ଦ ମିଳେ ।
ଯୌଗିକ ବାକ୍ୟ: ସେ ଚାଷ କଲେ ଓ ଆନନ୍ଦ ପାଇଲେ ।
(ଗ) ଜଟିଳ ବାକ୍ୟ: ଯେତେବେଳେ ପରୀକ୍ଷା ପାଖେଇ ଆସେ, ସେତେବେଳେ ମଦନ ବହିପତ୍ର ଅଣ୍ଡାଳେ ।
ସରଳ ବାକ୍ୟ: ପରୀକ୍ଷା ଆସିଲେ ମଦନ ବହିପତ୍ର ଅଣ୍ଡାଳେ ।
ଯୌଗିକ ବାକ୍ୟ: ପରୀକ୍ଷା ଆସିଲା ଓ ମଦନ ବହିପତ୍ର ଅଣ୍ଡାଳିଲା ।
(ଘ) ଜଟିଳ ବାକ୍ୟ: ଖଣ୍ଡଗିରି ମେଳାରୁ ଯାହା ଆଣିବ, ଦବ ।
ସରଳ ବାକ୍ୟ: ସେ ଖଣ୍ଡଗିରି ମେଳାରୁ ଆଣିଲେ ଦେବେ ।
ଯୌଗିକ ବାକ୍ୟ: ସେ ଖଣ୍ଡଗିରି ମେଳାରୁ ଆଣିଲେ ଓ ଦେଲେ ।
(ଙ) ଜଟିଳ ବାକ୍ୟ: ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି, ପକ୍ଷୀମାନେ ବସାକୁ ଫେରନ୍ତି ।
ସରଳ ବାକ୍ୟ: ସୂର୍ଯ୍ୟ ଅସ୍ତ ହେଲେ ପକ୍ଷୀମାନେ ବସାକୁ ଫେରନ୍ତି ।
ଯୌଗିକ ବାକ୍ୟ: 'ସୂର୍ଯ୍ୟ ଅସ୍ତ ହେଲା ଓ ପକ୍ଷୀମାନେ ଘରକୁ ଫେରିଲେ ।
4. ପାଞ୍ଚଟି ବିବୃତ୍ତିସୂଚକ ବାକ୍ୟ ଲେଖୁ ସେଗୁଡ଼ିକୁ ପ୍ରଶ୍ନସୂଚକ ବିସ୍ମୟସୂଚକ ବାକ୍ୟରେ ପରିଣତ କର ।
ଉ. (କ) ବିବୃତ୍ତିସୂଚକ ବାକ୍ୟ:- ପଣ୍ଡିତ ନୀଳକଣ୍ଠ ଦାସ ବହୁତ ଜ୍ଞାନୀ ଲୋକ ଥିଲେ ।
ପ୍ରଶ୍ନସୂଚକ:- ପଣ୍ଡିତ ନୀଳକଣ୍ଠ ଦାସ କ’ଣ କମ୍ ଜ୍ଞାନୀ ଲୋକ ଥିଲେ ?
ବିସ୍ମୟସୂଚକ :- ପଣ୍ଡିତ ନୀଳକଣ୍ଠ ଦାସ କି ଜ୍ଞାନୀ ଲୋକ ଥିଲେ ?
(ଖ) ବିବୃତ୍ତିସୂଚକ ବାକ୍ୟ:- ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା ଅନୁଚିତ।
ପ୍ରଶ୍ନସୂଚକ:- ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା କ’ଣ ଉଚିତ ?
ବିସ୍ମୟସୂଚକ:- ଅନ୍ଧାର ରାତିରେ ପୁଣି ଅଜଣା ରାସ୍ତାରେ ଯାତ୍ରା !
(ଗ) ବିବୃତ୍ତିସୂଚକ ବାକ୍ୟ:- ମାତୃଭୂମି ଓ ମାତୃଭାଷାକୁ ଅନାଦର କରିବା ଅନୁଚିତ ।
ପ୍ରଶ୍ନସୂଚକ - ମାତୃଭୂମି ଓ ମାତୃଭାଷାକୁ କ’ଣ ଅନାଦର କ’ଣ କରାଯାଏ।
ବିସ୍ମୟସୂଚକ:- ମାତୃଭୂମି ଓ ମାତୃଭାଷାକୁ ପୁଣି ଅନାଦର !
(ଘ) ବିବୃତ୍ତିସୂଚକ ବାକ୍ୟ:– ଜ୍ଞାନୀ ଲୋକଙ୍କୁ ସମସ୍ତେ ସମ୍ମାନ କରନ୍ତି ।
ପ୍ରଶ୍ନସୂଚକ - ଜ୍ଞାନୀ ଲୋକଙ୍କୁ କିଏ ଅସମ୍ମାନ କରେ ?
ବିସ୍ମୟସୂଚକ – ଜ୍ଞାନୀ ଲୋକଙ୍କୁ ପୁଣି କାହାର ଅସମ୍ମାନ !
(ଙ) ବିବୃତ୍ତିସୂଚକ ବାକ୍ୟ:- ଧନୁଯାତ୍ରା ପାଇଁ ବରଗଡ଼ ବିଶ୍ଵ ପ୍ରସିଦ୍ଧ ।
ପ୍ରଶ୍ନସୂଚକ:- ଧନୁଯାତ୍ରା ପାଇଁ କିଏ ବିଶ୍ଵ ପ୍ରସିଦ୍ଧ ?
ବିସ୍ମୟସୂଚକ:- ଧନୁଯାତ୍ରା ପାଇଁ ବରଗଡ଼ କି ବିଶ୍ଵ ପ୍ରସିଦ୍ଧ !
୫. ପାଞ୍ଚଟି ନାସ୍ତିବାଚକ ବାକ୍ୟ ଉଲ୍ଲେଖ କରି ସେଗୁଡ଼ିକୁ ବିବୃତ୍ତିସୂଚକ ଓ ପ୍ରଶ୍ନସୂଚକ ବାକ୍ୟରେ ପରିଣତ କର |
ଉ. (କ) ନାସ୍ତିସୂଚକ- ମୋର ତୁମ ଘରକୁ ଯିବା ଦରକାର ନାହିଁ ।
ବିବୃତ୍ତିସୂଚକ – ମୋର ତୁମ ଘରକୁ ଯିବି ।
ପ୍ରଶ୍ନସୂଚକ – ମୋର ତୁମ ଘରକୁ କାହିଁକି ଯିବି ?
(ଖ) ନାସ୍ତିସୂଚକ– ଅନ୍ଧାର ରାତିରେ ଅଜଣା ରାତିରେ ଚାଲିବା ଉଚିତ୍ ନୁହେଁ ।
ବିବୃତ୍ତିସୂଚକ – ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା ଅନୁଚିତ ।
ପ୍ରଶ୍ନସୂଚକ – ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା କ’ଣ ଉଚିତ ?
(ଗ) ନାସ୍ତିସୂଚକ- ପଣ୍ଡିତ ନୀଳକଣ୍ଠ ଦାସ ଅଜ୍ଞାନ ନଥିଲେ ?
ବିବୃତ୍ତିସୂଚକ – ପଣ୍ଡିତ ନୀଳକଣ୍ଠ ଦାସ ଜ୍ଞାନୀ ଲୋକ ଥିଲେ ?
ପ୍ରଶ୍ନସୂଚକ – ପଣ୍ଡିତ ନୀଳକଣ୍ଠ ଦାସ କ’ଣ କମ୍ ଜ୍ଞାନୀ ଲୋକ ଥିଲେ ?
(ଘ) ନାସ୍ତିସୂଚକ– ଜ୍ଞାନୀ ଲୋକକୁ କେହି ଅସମ୍ମାନ କରନ୍ତି ନାହିଁ ।
ବିବୃତ୍ତିସୂଚକ – ଜ୍ଞାନୀ ଲୋକଙ୍କୁ ସମସ୍ତେ ସମ୍ମାନ କରନ୍ତି ।
ପ୍ରଶ୍ନସୂଚକ – ଜ୍ଞାନୀ ଲୋକଙ୍କୁ କ’ଣ ସମସ୍ତେ ସମ୍ମାନ କରନ୍ତି ?
(ଙ) ନାସ୍ତିସୂଚକ– ମାତୃଭୂମି ଓ ମାତୃଭାଷାକୁ ଅନାଦର କରାଯାଏ ନାହିଁ ।
ବିବୃତ୍ତିସୂଚକ – ମାତୃଭୂମି ଓ ମାତୃଭାଷାକୁ ଅନାଦର କରିବା ଅନୁଚିତ ।
ପ୍ରଶ୍ନସୂଚକ – ମାତୃଭୂମି ଓ ମାତୃଭାଷାକୁ କ’ଣ ଅନାଦର କରାଯାଏ ?

No comments:
Post a Comment