Bakyara Prakara Bheda O Paribartana Question Answer


+2 first year optional odia Sahitya Dipti Bakyara Prakara Bheda O Paribartana Question Answer. CHSE +2 First Year Notes.

Bakyara Prakara Bheda O Paribartana Question Answer


(ବାକ୍ୟ ଓ ଛନ୍ଦ)

Bakyara Prakara Bheda O Paribartana MCQ Question Answer

ଏକ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ । ପ୍ରଦତ୍ତ ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।

୧. ବାକ୍ୟରେ ବ୍ୟବହୃତ ଶବ୍ଦକୁ କ’ଣ କହନ୍ତି ?

(କ) ବାକ୍ୟାର୍ଥ

(ଖ) ପଦ

(ଗ) ଅର୍ଥ

(ଘ) ଅକ୍ଷର

ଉ. (ଖ) ପଦ


9. ସେମାନେ କାଲି ଆସିବେ’ ଏହି ବାକ୍ୟରେ ‘ସେମାନେ’ ପଦଟି କ’ଣ ?

(କ) ଅବ୍ୟୟ

(ଖ) କ୍ରିୟା

(ଗ) କର୍ଭା

(ଘ) ବିଶେଷଣ

ଉ. (କ) ଅବ୍ୟୟ


୩. ଗଦ୍ୟର ମୌଳିକ ଉପାଦାନ କ’ଣ ?

(କ) ବାକ୍ଯ

(ଖ) ପଦ

(ଗ) ଚରଣ

(ଘ) ଧାଡ଼ି

ଉ. (କ) ବାକ୍ୟ


୪. କ’ଣ ଭାବନାର ଗନ୍ତାଘର ?

(କ) ମଣିଷର ମନ

(ଗ) ଶିକ୍ଷକଙ୍କ କଥା

(ଖ) ବହିର ପୃଷ୍ଠା

(ଘ) ଛାତ୍ରଙ୍କ ଉତ୍ତର

ଉ. (କ) ମଣିଷର ମନ


8. ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର ?

(କ) ପାଞ୍ଚ

(ଖ) ଦୁଇ

(ଗ) ଚାରି

(ଘ) ତିନି

ଊ. (ଘ) ତିନି



୬. ଭାବ ଦୃଷ୍ଟିରୁ ବାକ୍ୟ  କେତେ ପ୍ରକାର ?

(କ) ଚାରି

(ଖ) ତିନି

(ଗ) ପାଞ୍ଚ

(ଘ) ଦୁଇ

ଊ. (କ) ଚାରି


 

“ ରବୀନ୍ଦ୍ରନାଥ ଠାକୁର ‘ ଗୀତାଞ୍ଜଳି’ ପାଇଁ ନୋବେଲ ପୁରସ୍କାର ପାଇଥିଲେ ।” - ଏହା କି ପ୍ରକାର ବାକ୍ୟ ?

(କ) ବିସ୍ମୟସୂଚକ •

(ଖ) ଆଦେଶସୂଚକ

(ଗ) ବିବୃତ୍ତିସୂଚକ

(ଘ) ପ୍ରଶ୍ନସୂଚକ

ଉ. (ଗ) ବିବୃତ୍ତିସୂଚକ


୮. ଦୁଇ ବା ତତୋଽଧ୍ଵକ ଖଣ୍ଡବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ କ’ଣ କହନ୍ତି ?

(କ) ସରଳ ବାକ୍ୟ

(ଖ) ଜଟିଳ ବାକ୍ୟ

(ଗ) ଯୌଗିକ ବାକ୍ୟ

(ଘ) ଏଥରୁ କେଉଁଟି ନୁହେଁ

ଉ. (ଗ) ଯୌଗିକ ବାକ୍ୟ


୯. ଓ, ଏବଂ, ମାତ୍ର, କିନ୍ତୁ ଇତ୍ୟାଦି ଅବ୍ୟୟ ଯୋଗରେ କି ପ୍ରକାର ବାକ୍ୟ ହୁଏ ?

(କ) ଯୌଗିକ ବାକ୍ୟ

(ଖ) ଜଟିଳ ବାକ୍ୟ

(ଗ) ସରଳ ବାକ୍ୟ

(ଘ) ଏଥରୁ କେଉଁଟି ନୁହେଁ

ଊ. (କ) ଯୌଗିକ ବାକ୍ୟ



୧୦. କେଉଁଟି ଏକ ଆଶ୍ରିତ ଅବ୍ୟୟ ?

(କ) ଯେପରି

(ଖ) ଏବଂ

(ଗ) କିନ୍ତୁ

(ଘ) ମାତ୍ର

ଉ. (କ) ଯେପରି


Bakyara Prakara Bheda O Paribartana 1 Mark Question Answer

ଖ. ନିମ୍ନଲିଖପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଲେଖ । (୧ ନମ୍ବର ବିଶିଷ୍ଟ)


୧. ବାକ୍ୟର ସଂଜ୍ଞା ଲେଖ ?

ଉ. ଏକ ବା ଏକାଧ୍ଵକ ଶୃଙ୍ଖଳିତ ପଦ ଦ୍ଵାରା ଇପ୍‌ସିତ ଭାବ ପ୍ରକାଶିତ ଅଭିବ୍ୟକ୍ତିକୁ ବାକ୍ୟ କହନ୍ତି । 


ଏକକ ପଦ ଥାଇ ଗୋଟିଏ ବାକ୍ୟର ଦୃଷ୍ଟାନ୍ତ ଦିଅ ।

ଉ.ଦିଅ ।


୩. ବାକ୍ୟ ଭିତରେ ଥିବା ଶବ୍ଦକୁ କ’ଣ କହନ୍ତି ?

ଉ. ପଦ


୪. ଓଡ଼ିଆ ବାକ୍ୟରେ ସାଧାରଣତଃ କ’ଣ ପ୍ରଥମେ ରହେ ? 

ଉ.କର୍ତ୍ତା


୫. ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର ?

.ଗଠନ ଦୃଷ୍ଟିରୁ ବାକ୍ୟ ୩ ପ୍ରକାର ।


୬. ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ କେତେ ଭାଗରେ ବିଭକ୍ତ ?

ଉ.ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ ୪ ଭାଗରେ ବିଭକ୍ତ ।


“ ଧନୀଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ଉଚିତ୍” । ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?

ଉ. ସରଳ ବାକ୍ୟ ।




୮. ମାନ ମହତଠାରୁ ବଡ଼ କିଛି ନାହିଁ- ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?

ଉ. ବିବୃଭିସୂଚକ ।


୯. ଦୁଇଟି ସରଳ ବାକ୍ୟ ସଂଯୋଗରେ କି ପ୍ରକାର ବାକ୍ୟ ଗଠିତ ହୁଏ ?

ଉ. ଯୌଗିକ ବାକ୍ୟ ।


୧୦. ପରସ୍ପର ନିର୍ଭରଶୀଳ ଦୁଇ ଖଣ୍ଡବାକ୍ୟ ମିଳନରେ କି ପ୍ରକାର ବାକ୍ୟ ଗଠିତ ହୁଏ ?

ଉ. ଜଟିଳ ବାକ୍ୟ ।


୧୧. ଗୋଟିଏ ବିସ୍ମୟସୂଚକ ବାକ୍ୟର ଦୃଷ୍ଟାନ୍ତ ଦିଅ ।

‍. ଘରକୁ ଆସିଲେ କି ଶାନ୍ତି !


୧୨. ଆଦେଶସୂଚକ ବାକ୍ୟଟିଏ ଲେଖ । 

ଉ. ଚୋରକୁ ଧରି ଆଣି ପୋଲିସ୍‌ରେ ଦିଅ ।


ଗ. ନିର୍ଦ୍ଦେଶ ଅନୁସାରେ ଅର୍ଥ ନ ବଦଳାଇ ବାକ୍ୟଗୁଡ଼ିକ ପରିବର୍ତ୍ତନ କର । (୧ ନମ୍ବର ବିଶିଷ୍ଟ)


୧. ମନ୍ଦିରମାଳିନୀ ସହର ଭୁବନେଶ୍ଵର ଅତୀବ ସୁନ୍ଦର ।

(ଜଟିଳ ବାକ୍ୟରେ ପ୍ରକାଶ କର)

ଉ. ଯେଉଁ ମନ୍ଦିର ମାଳିନୀ ସହର, ସେହି ଭୁବନେଶ୍ଵର ଅତୀବ ସୁନ୍ଦର ।


9. ଯେଉଁ ଅଧ୍ୟାପକ କାଲି ଇତିହାସ ପଢ଼ାଉଥିଲେ, ତାଙ୍କର ଚଷମା ହଜିଯାଇଛି । (ସରଳ ବାକ୍ୟରେ ପ୍ରକାଶ କର)

ଉ. କାଲି ଇତିହାସ ପଢ଼ାଉଥବା ଅଧ୍ୟାପକଙ୍କ ଚଷମା ହଜିଯାଇଛି ।


୩. ତୁମେ ଯଦି ମୋ ସହିତ ଆସିବ, ତେବେ ମୁଁ ଚାନ୍ଦିପୁର ବେଳାଭୂମି ବୁଲାଇଦେବି। (ଯୌଗିକ ବାକ୍ୟ କର)

ଉ. ତୁମେ ମୋ ସହିତ ଆସିବ ଓ ଚାନ୍ଦିପୁର ବେଳାଭୂମି ବୁଲାଇ ଦେବି ।


୪.. କାଲି ସନ୍ଧ୍ୟାରେ ମିତାଲି ପାଠ ନପଢ଼ି ଚେସ୍ ଖେଳିଲା।

(ଯୌଗିକ ବାକ୍ୟ କର)

ଉ. କାଲି ସନ୍ଧ୍ୟାରେ ମିତାଲି ପାଠପଢ଼ିଲାନି କିନ୍ତୁ ତାସ୍ ଖେଳିଲା ।


୫.ବେଳ ଥାଉଁ ବନ୍ଧ ବାନ୍ଧିବ ଓ ବିପଦରୁ ରକ୍ଷା ପାଇବ।

(ସରଳ ବାକ୍ୟକୁ ପରିବର୍ତ୍ତନ କର)

ଉ. ବେଳ ଥାଉ ବେଳ ବାନ୍ଧିଲେ ବିପଦରୁ ରକ୍ଷା ପାଇବ ।


୬. ପରୀକ୍ଷାରେ କପି କରିବା କ’ଣ ଧର୍ତ୍ତବ୍ଯ ଅପରାଧ ନୁହେଁ ?

(ବିବୃତ୍ତିସୂଚକ ବାକ୍ୟ କର)

ଉ. ପରୀକ୍ଷାରେ କପି କରିବା ଧର୍ତ୍ତବ୍ୟ ଅପରାଧ ।


ଗୁରୁଜନମାନଙ୍କୁ ଅସମ୍ମାନ କରିବା ଅନୁଚିତ । (ନାସ୍ତିବାଚକ ବାକ୍ୟ କର) 

ଊ. ଗୁରୁଜନମାନଙ୍କୁ ଅସମ୍ମାନ ନ କରିବା ଉଚିତ ।


୮.ଚାଷ କାର୍ଯ୍ୟକୁ ପୁଣି ଏତେ ଅବହେଳା !

(ପ୍ରଶ୍ନସୂଚକ ବାକ୍ୟରେ ପ୍ରକାଶ କର)

ଉ. ଚାଷ କାର୍ଯ୍ୟକୁ କ’ଣ ଏତେ ଅବହେଳା କରାଯାଏ ?


୯.ସଚେତନ ହେଲେ ସଡ଼କ ଦୁର୍ଘଟଣା ବଢ଼ିବ ନାହିଁ । (ବିବୃତ୍ତିସୂଚକ ବାକ୍ୟ କର)

ଉ. ସଡ଼କ ଦୁର୍ଘଟଣା ପାଇଁ ସଚେତନ ହେବା ଉଚିତ ।


୧୦. ଉପେନ୍ଦ୍ର ଭଞ୍ଜ ମହାନ କବି । (ବିସ୍ମୟସୂଚକ ବାକ୍ୟ କର)

ଉ. ଉପେନ୍ଦ୍ର ଭଞ୍ଜ କେତେ ମହାନ କବି !


ଘ. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଓ ଉତ୍ତର : (୫ ନମ୍ବର – ୧୫୦ ଶବ୍ଦ ମଧ୍ୟରେ)

୧. ଗଠନ ଦୃଷ୍ଟିରୁ ବାକ୍ୟର ପ୍ରକାର ଭେଦ ସଦୃଷ୍ଟାନ୍ତ ଦର୍ଶାଅ ।

ଊ. ଗଠନ ଦୃଷ୍ଟିରୁ ବାକ୍ୟ ୩ ପ୍ରକାର । ଯଥା –

(୧) ସରଳ :

(୨) ଯୌଗିକ :

(୩) ଜଟିଳ :

(୧) ସରଳ ବାକ୍ୟ :

ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ, ତାହାକୁ ସରଳ ବାକ୍ୟ କହନ୍ତି ।

ଉଦାହରଣ :

(i) ମୁଁ ଭାତ ଖାଇ ସ୍କୁଲକୁ ଯାଏ ।

(ii) ପିଲାଟି ଖେଳି ଖେଳି ହାଲିଆ ହେଲା ।

(iii) ଉପେନ୍ଦ୍ର ଭଞ୍ଜ ଓଡ଼ିଶାର କବି ସମ୍ରାଟ ।

(୨) ଯୌଗିକ ବାକ୍ୟ :

ସଂଜ୍ଞା : ଦୁଇ ବା ତତୋଧ‌ିକ ସରଳ ବାକ୍ୟ ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୁଏ, ତାହାକୁ ଯୌଗିକ ବାକ୍ୟ କୁହାଯାଏ । ଓ, ଏବଂ, କିନ୍ତୁ, ବା, କି, ପୁଣି, ସିନା, ମାତ୍ର, ଆଉ ଅବ୍ୟୟ ପଦ ଦ୍ବାରା ସଂଯୁକ୍ତ ହୋଇଥାନ୍ତି ।

ଉଦାହରଣ :

(i) ମୁଁ କଟକ ଗଲି କିନ୍ତୁ ସେ ପୁରୀ ଗଲେ ।

(ii) ମୁଁ ଭାତ ଖାଇଲି ଓ କଲେଜ ଗଲି ।

(iii) ସେ ଭଲ ନାଚେ ଏବଂ ଭଲ ଗାଏ ।

(୩) ଜଟିଳ ବାକ୍ୟ :

ସଂଜ୍ଞା : ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧ‌ିକ ଖଣ୍ଡ ବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ ଜଟିଳ ବାକ୍ୟ କହନ୍ତି । ଯାହାର–ତାହାର, ଯେବେ–ତେବେ, ଯେ-ସେ; ଯେତେବେଳେ–ସେତେବେଳେ ପ୍ରଭୃତି ଆଶ୍ରିତ ଅବ୍ୟୟ ଦ୍ବାରା ଜଟିଳ ବାକ୍ୟ ଗଠିତ ହୋଇଥାଏ ।


ଉଦାହରଣ :

(i) ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି, ସେତେବେଳେ ପକ୍ଷୀମାନେ ଘରକୁ ଫେରନ୍ତି (ii) ଯେ ସେବା କର, ସେ ପ୍ରଶଂସା ପାଏ ।

(iii) ଚାଷ ଯାହାର, ଆନନ୍ଦ ତାହାର ।


୨. ପ୍ରକାର୍ଯ୍ୟ ଦୃଷ୍ଟିରୁ ଉଦାହରଣ ଦେଇ ବାକ୍ୟର ପ୍ରକାର ଭେଦ ଉଲ୍ଲେଖ କର । 

ଉ. ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ ଚାରି ପ୍ରକାର । ଯଥା:-

(i) ବିବୃତ୍ତି ସୂଚକ:

(ii) ଆଦେଶ ସୂଚକ:

(iii) ପ୍ରଶ୍ନ ସୂଚକ :

(iv) ବିସ୍ମୟ ସୂଚକ:

୧. ବିବୃତ୍ତି ସୂଚକ :-

ଉ. କୌଣସି ବାକ୍ୟରେ କେବଳ ଗୋଟିଏ ବିବୃତ୍ତି ବା ବକ୍ତବ୍ୟ ସୂଚିତ ହେଲେ, ତାହା ବିବୃତ୍ତି ସୂଚକ ବାକ୍ୟ

ହୋଇଥାଏ ।

ଉଦାହରଣ:-

(i) ଧନୁଯାତ୍ରା ପାଇଁ ବରଗଡ଼ ବିଶ୍ଵ ପ୍ରସିଦ୍ଧ ।

(ii) ରଥଯାତ୍ରା ପାଇଁ ପୁରୀ ପୃଥ‌ିବୀ ପ୍ରସିଦ୍ଧ ।


୨.ଆଦେଶ ସୂଚକ :

ଉ. ଯେଉଁ ବାକ୍ୟରେ କୌଣସି ବିଷୟରେ ଆଦେଶ ଥାଏ, ତାହା ଆଦେଶମୂଳକ ବାକ୍ୟ । ଆଶିଷ ଓ ଅନୁରୋଧ ଥିବା ବାକ୍ୟ ମଧ୍ୟ ଏହି ପର୍ଯ୍ୟାୟର ।

ଉଦାହରଣ:-

(i) ଭଗବାନ ତୁମର ମଙ୍ଗଳ କରନ୍ତୁ ।

(ii) ରଥଯାତ୍ରା ପାଇଁ ପୁରୀ ପୃଥୁବୀ ପ୍ରସିଦ୍ଧ ।


୩. ପ୍ରଶ୍ନସୂଚକ :-

ଉ. ଯେଉଁ ବାକ୍ୟରେ କୌଣସି ବିଷୟରେ ପ୍ରଶ୍ନ ପଚରାଯାଇଥାଏ, ତାହା ପ୍ରଶ୍ନସୂଚକ ବାକ୍ୟ ।

ଉଦାହରଣ:

(i) ଓଡ଼ିଶାର ଆଦି କବି କିଏ ?

(ii) କେଉଁ ଜିଲ୍ଲାରେ ପୁରୀ ମନ୍ଦିର ଅବସ୍ଥିତ ?


୧. ବିସ୍ମୟ ସୂଚକ : -

ଉ, ଯେଉଁ ବାକ୍ୟରେ ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ସୂଚିତ ହୁଏ, ତାହକୁ ବିସ୍ମୟସୂଚକ ବାକ୍ୟ କହନ୍ତି ।

ଉଦାହରଣ:-

(i) ରଥଯାତ୍ରାରେ କି ଭିଡ଼ ।

(ii) ବାପା କି ରାଗୀ ।


୩.  ପାଞ୍ଚଟି ଜଟିଳ ବାକ୍ୟରେ ଲେଖୁ ସେଗୁଡ଼ିକୁ ସରଳ ଓ ଯୌଗିକ ବାକ୍ୟରେ ପ୍ରକାଶ କର ।


ଉ. (କ) ଜଟିଳ ବାକ୍ୟ: ଯେ ଦେଶ ସେବା କରେ ସେ ପ୍ରଶଂସା ପାଏ ।

ସରଳ ବାକ୍ୟ: ଦେଶ ସେବା କଲେ ପ୍ରଶଂସା ମିଳେ ।

ଯୌଗିକ ବାକ୍ୟ: ସେ ଦେଶ ସେବା କଲେ ଓ ପ୍ରଶଂସା ପାଇଲେ ।


(ଖ) ଜଟିଳ ବାକ୍ୟ: ଚାଷ ଯାହାର, ଆନନ୍ଦ ତାହାର ।

ସରଳ ବାକ୍ୟ: ଚାଷ କଲେ ଆନନ୍ଦ ମିଳେ ।

ଯୌଗିକ ବାକ୍ୟ: ସେ ଚାଷ କଲେ ଓ ଆନନ୍ଦ ପାଇଲେ ।


(ଗ) ଜଟିଳ ବାକ୍ୟ: ଯେତେବେଳେ ପରୀକ୍ଷା ପାଖେଇ ଆସେ, ସେତେବେଳେ ମଦନ ବହିପତ୍ର ଅଣ୍ଡାଳେ ।

ସରଳ ବାକ୍ୟ: ପରୀକ୍ଷା ଆସିଲେ ମଦନ ବହିପତ୍ର ଅଣ୍ଡାଳେ ।

ଯୌଗିକ ବାକ୍ୟ: ପରୀକ୍ଷା ଆସିଲା ଓ ମଦନ ବହିପତ୍ର ଅଣ୍ଡାଳିଲା । 


(ଘ) ଜଟିଳ ବାକ୍ୟ: ଖଣ୍ଡଗିରି ମେଳାରୁ ଯାହା ଆଣିବ, ଦବ ।

ସରଳ ବାକ୍ୟ: ସେ ଖଣ୍ଡଗିରି ମେଳାରୁ ଆଣିଲେ ଦେବେ ।

ଯୌଗିକ ବାକ୍ୟ: ସେ ଖଣ୍ଡଗିରି ମେଳାରୁ ଆଣିଲେ ଓ ଦେଲେ ।


(ଙ) ଜଟିଳ ବାକ୍ୟ: ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି, ପକ୍ଷୀମାନେ ବସାକୁ ଫେରନ୍ତି ।

ସରଳ ବାକ୍ୟ: ସୂର୍ଯ୍ୟ ଅସ୍ତ ହେଲେ ପକ୍ଷୀମାନେ ବସାକୁ ଫେରନ୍ତି ।

ଯୌଗିକ ବାକ୍ୟ: 'ସୂର୍ଯ୍ୟ ଅସ୍ତ ହେଲା ଓ ପକ୍ଷୀମାନେ ଘରକୁ ଫେରିଲେ ।


4. ପାଞ୍ଚଟି ବିବୃତ୍ତିସୂଚକ ବାକ୍ୟ ଲେଖୁ ସେଗୁଡ଼ିକୁ ପ୍ରଶ୍ନସୂଚକ ବିସ୍ମୟସୂଚକ ବାକ୍ୟରେ ପରିଣତ କର । 

ଉ. (କ) ବିବୃତ୍ତିସୂଚକ ବାକ୍ୟ:- ପଣ୍ଡିତ ନୀଳକଣ୍ଠ ଦାସ ବହୁତ ଜ୍ଞାନୀ ଲୋକ ଥିଲେ ।

ପ୍ରଶ୍ନସୂଚକ:- ପଣ୍ଡିତ ନୀଳକଣ୍ଠ ଦାସ କ’ଣ କମ୍ ଜ୍ଞାନୀ ଲୋକ ଥିଲେ ?

ବିସ୍ମୟସୂଚକ :- ପଣ୍ଡିତ ନୀଳକଣ୍ଠ ଦାସ କି ଜ୍ଞାନୀ ଲୋକ ଥିଲେ ? 


(ଖ) ବିବୃତ୍ତିସୂଚକ ବାକ୍ୟ:- ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା ଅନୁଚିତ। 

ପ୍ରଶ୍ନସୂଚକ:- ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା କ’ଣ ଉଚିତ ? 

ବିସ୍ମୟସୂଚକ:- ଅନ୍ଧାର ରାତିରେ ପୁଣି ଅଜଣା ରାସ୍ତାରେ ଯାତ୍ରା !


(ଗ) ବିବୃତ୍ତିସୂଚକ ବାକ୍ୟ:- ମାତୃଭୂମି ଓ ମାତୃଭାଷାକୁ ଅନାଦର କରିବା ଅନୁଚିତ । 

ପ୍ରଶ୍ନସୂଚକ - ମାତୃଭୂମି ଓ ମାତୃଭାଷାକୁ କ’ଣ ଅନାଦର କ’ଣ କରାଯାଏ। 

ବିସ୍ମୟସୂଚକ:- ମାତୃଭୂମି ଓ ମାତୃଭାଷାକୁ ପୁଣି ଅନାଦର !


(ଘ) ବିବୃତ୍ତିସୂଚକ ବାକ୍ୟ:– ଜ୍ଞାନୀ ଲୋକଙ୍କୁ ସମସ୍ତେ ସମ୍ମାନ କରନ୍ତି ।

ପ୍ରଶ୍ନସୂଚକ - ଜ୍ଞାନୀ ଲୋକଙ୍କୁ କିଏ ଅସମ୍ମାନ କରେ ?

 ବିସ୍ମୟସୂଚକ – ଜ୍ଞାନୀ ଲୋକଙ୍କୁ ପୁଣି କାହାର ଅସମ୍ମାନ !



(ଙ) ବିବୃତ୍ତିସୂଚକ ବାକ୍ୟ:- ଧନୁଯାତ୍ରା ପାଇଁ ବରଗଡ଼ ବିଶ୍ଵ ପ୍ରସିଦ୍ଧ । 

ପ୍ରଶ୍ନସୂଚକ:- ଧନୁଯାତ୍ରା ପାଇଁ କିଏ ବିଶ୍ଵ ପ୍ରସିଦ୍ଧ ?

ବିସ୍ମୟସୂଚକ:- ଧନୁଯାତ୍ରା ପାଇଁ ବରଗଡ଼ କି ବିଶ୍ଵ ପ୍ରସିଦ୍ଧ !


୫. ପାଞ୍ଚଟି ନାସ୍ତିବାଚକ ବାକ୍ୟ ଉଲ୍ଲେଖ କରି ସେଗୁଡ଼ିକୁ ବିବୃତ୍ତିସୂଚକ ଓ ପ୍ରଶ୍ନସୂଚକ ବାକ୍ୟରେ ପରିଣତ କର |

 ଉ. (କ) ନାସ୍ତିସୂଚକ- ମୋର ତୁମ ଘରକୁ ଯିବା ଦରକାର ନାହିଁ । 

ବିବୃତ୍ତିସୂଚକ – ମୋର ତୁମ ଘରକୁ ଯିବି ।

ପ୍ରଶ୍ନସୂଚକ – ମୋର ତୁମ ଘରକୁ କାହିଁକି ଯିବି ?


(ଖ) ନାସ୍ତିସୂଚକ– ଅନ୍ଧାର ରାତିରେ ଅଜଣା ରାତିରେ ଚାଲିବା ଉଚିତ୍‌ ନୁହେଁ । 

ବିବୃତ୍ତିସୂଚକ – ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା ଅନୁଚିତ । 

ପ୍ରଶ୍ନସୂଚକ – ଅନ୍ଧାର ରାତିରେ ଅଜଣା ରାସ୍ତାରେ ଚାଲିବା କ’ଣ ଉଚିତ ? 


(ଗ) ନାସ୍ତିସୂଚକ- ପଣ୍ଡିତ ନୀଳକଣ୍ଠ ଦାସ ଅଜ୍ଞାନ ନଥିଲେ ?

ବିବୃତ୍ତିସୂଚକ – ପଣ୍ଡିତ ନୀଳକଣ୍ଠ ଦାସ ଜ୍ଞାନୀ ଲୋକ ଥିଲେ ? 

ପ୍ରଶ୍ନସୂଚକ – ପଣ୍ଡିତ ନୀଳକଣ୍ଠ ଦାସ କ’ଣ କମ୍ ଜ୍ଞାନୀ ଲୋକ ଥିଲେ ? 


(ଘ) ନାସ୍ତିସୂଚକ– ଜ୍ଞାନୀ ଲୋକକୁ କେହି ଅସମ୍ମାନ କରନ୍ତି ନାହିଁ ।

ବିବୃତ୍ତିସୂଚକ – ଜ୍ଞାନୀ ଲୋକଙ୍କୁ ସମସ୍ତେ ସମ୍ମାନ କରନ୍ତି ।

 ପ୍ରଶ୍ନସୂଚକ – ଜ୍ଞାନୀ ଲୋକଙ୍କୁ କ’ଣ ସମସ୍ତେ ସମ୍ମାନ କରନ୍ତି ? 


(ଙ) ନାସ୍ତିସୂଚକ– ମାତୃଭୂମି ଓ ମାତୃଭାଷାକୁ ଅନାଦର କରାଯାଏ ନାହିଁ ।

 ବିବୃତ୍ତିସୂଚକ – ମାତୃଭୂମି ଓ ମାତୃଭାଷାକୁ ଅନାଦର କରିବା ଅନୁଚିତ । 

ପ୍ରଶ୍ନସୂଚକ – ମାତୃଭୂମି ଓ ମାତୃଭାଷାକୁ କ’ଣ ଅନାଦର କରାଯାଏ ?






No comments:

Post a Comment