Get complete notes on Swatantra Odisha Pradesh ra Pratistha (ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା) for Class 10 History Chapter 10 . Download PDF, important Question Answers, and textbook solutions for BSE Odisha Board Exams. ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା ପ୍ରଶ୍ନ ଉତ୍ତର, ଦଶମ ଶ୍ରେଣୀ ଇତିହାସ ପ୍ରଥମ ଅଧ୍ୟାୟ notes, ୧୯୩୬ ମସିହା ଓଡ଼ିଶା ପ୍ରଦେଶ ଗଠନ ଇତିହାସ, ଉତ୍କଳ ସମ୍ମିଳନୀ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା, ମଧୁସୂଦନ ଦାସ ଓ ଓଡ଼ିଶା ଗଠନ ଦଶମ ଶ୍ରେଣୀ, swatantra odisha pradesh ra pratistha class 10 history, swatantra odisha pradesh ra pratistha question answer, class 10 history chapter 10 swatantra odisha pradesh ra pratistha, formation of separate odisha province 1936 notes pdf, 10th class history chapter 10 odia medium notes, bse odisha class 10 history chapter 10 question answer, utkal sammilani and formation of odisha province.
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା Class 10 History Question Answer & Notes
ପାଠ୍ୟପୁସ୍ତକ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର
୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ
(କ) ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ପ୍ରଦେଶ ଗଠନ କିପରି ହେଲା ?
ଉ :(i) ୧୯୩୫ ଭାରତ ଶାସନ ଆଇନରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାବରେ ଇଂରେଜ ସରକାର ସ୍ଵୀକୃତି ପ୍ରଦାନ କରିଥିଲେ ।
(ii) କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ୬ଟି ଜିଲ୍ଲାକୁ ନେଇ ଏହି ନୂତନ ପ୍ରଦେଶ ଗଠିତ ହେଲା । ଏହାର ରାଜଧାନୀ କଟକ ଠାରେ ପ୍ରତିଷ୍ଠିତ ହେଲା ।
(iii) ଏହାର ଆୟତନ ୩୨,୬୯୫ ବର୍ଗ ମାଇଲ ଏବଂ – ଲୋକସଂଖ୍ୟା ୮,୦୪୩,୬୮୧ । କେନ୍ଦ୍ରୀୟ ପ୍ରଦେଶରୁ ଖଡ଼ିଆଳ, ପଦ୍ମପୁର, ବିଶାଖାପାଟନା ଏଜେନ୍ସିରୁ ଜୟପୁର ପରେ ଜମିଦାରୀ ଓ ପଟାଙ୍ଗୀ କୁ ଓଡ଼ିଶା ସହିତ ମିଶ୍ରଣ କରାଗଲା ।
(iv) ମାନ୍ଦ୍ରାଜ ପ୍ରେସିଡେନ୍ସିରୁ ଘୁମୁସର, ଆସ୍କା, ସୋରଡା, କୋଦଳା ଓ ଛତ୍ରପୁର ଅଣାଯାଇ ଓଡ଼ିଶା ପ୍ରଦେଶ ସହିତ ମିଶା ଯାଇଥିଲା ।
(v) ରେଭେନ୍ସା କଲେଜ ହଲରେ ୧୯୩୬ ଏପ୍ରିଲ ୧ ତାରିଖରେ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ନୂତନ ଓଡ଼ିଶା ପ୍ରଦେଶ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେଲା ।
(ଖ) ନୂତନ ଓଡ଼ିଶାର ଉଦ୍ଘାଟନ ଦିବସ ପାଳନର ଏକ ବିବରଣୀ ପ୍ରଦାନ କର ।
ଉ :(i) ନୂତନ ଓଡ଼ିଶାର ଉଦ୍ଘାଟନୀ ଉତ୍ସବ ଓ ରେଭେନ୍ସା କଲେଜ ହଲରେ ୧୯୩୬ ଏପ୍ରିଲ ୧ ତାରିଖରେ ଏକ ଆଡମ୍ବର ପୂର୍ଣ୍ଣ ଉତ୍ସବରେ ପାଳିତ ହୋଇଥିଲା ।
(ii) ଲୋକମାନଙ୍କ ଅଭୂତପୂର୍ବ ଆନନ୍ଦ ଉଲ୍ଲାସ ମଧ୍ଯରେ ନୂତନ ଓଡ଼ିଶା ପ୍ରଦେଶ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହେଲା ।
(iii) ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର କୋଟ୍ ଟେରେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ସାର୍ ଜନ୍ ଅଷ୍ଟିନ୍ ହବାକ୍ଙ୍କୁ ଶପଥପାଠ କରାଇଥିଲେ ।
(iv) ଇଂଲଣ୍ଡର ସମ୍ରାଟ ଓ ଭାଇସରାୟଙ୍କ ଶୁଭେଚ୍ଛାବାର୍ତ୍ତା ଉପସ୍ଥିତ ଜନତାଙ୍କ ସମ୍ମୁଖରେ ପାଠ କରାଯାଇଥିଲା ।
(v) ସ୍ଵତନ୍ତ୍ର ପ୍ରଦେଶ ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ କଟକ ବାରବାଟୀ ଦୁର୍ଗରେ ଏକ ବିଶାଳ ମୁଁ ଭୋଜିର ଆୟୋଜନ କରି ଲୋକମାନଙ୍କୁ ଆପ୍ୟାୟିତ କରିଥିଲେ ।
(ଗ) ନିର୍ବାଚିତ ସରକାର ଗଠନ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ପାଇଁ କି କି ପଦକ୍ଷେପ ନିଧି ନିଆଯାଇଥିଲା ?
ଉ :(i) ନିର୍ବାଚିତ ସରକାର ଗଠନ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ଦାୟିତ୍ଵ ରାଜ୍ୟପାଳ ଓ ତାଙ୍କଦ୍ବାରା ମନୋନୀତ କୋଡ଼ିଏ ଜଣ ସଦସ୍ୟଙ୍କୁ ନେଇ ଗଠିତ ଉପଦେଷ୍ଟା ପରିଷଦ ଉପରେ ନ୍ୟସ୍ତ କରାଯାଇଥିଲା ।
(ii) ଏହି ପରିଷଦରେ କୌଣସି କାର୍ଯ୍ୟକାରୀ ପରିଷଦ ବା ମନ୍ତ୍ରୀପଦ ନଥିଲା ।
(iii) ରାଜ୍ୟପାଳ ଓଡ଼ିଶା ଶାସନ ମୁଖ୍ୟ ରହିଲେ ଏବଂ ଲକ୍ଷ୍ମୀଧର ମହାନ୍ତିଙ୍କୁ ଉପଦେଷ୍ଟା ପରିଷଦର ଉପସଭାପତି ଭାବେ ମନୋନୀତ କରାଯାଇଥିଲା ।
(iv) ଏହି ପରିଷଦଙ୍କୁ ପ୍ରଦେଶ ଗଠନ ପୂର୍ବରୁ ଏକ ପ୍ରାଦେଶିକ ବିଧାନସଭାରେ ଓଡ଼ିଶାର କୌଣସି ଅଞ୍ଚଳ ପ୍ରତିନିଧ୍ କରୁଥିବା ସଦସ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ଏବଂ ତିନିଜଣ ସରକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା ।
(v) ପୂର୍ବରୁ ସରକାରଙ୍କ ଦ୍ବାରା ଜନ୍ ଅଷ୍ଟିନ୍ ହବାକ୍ ଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ କମିଟି ଗଠିତ ହୋଇଥିଲା ।
(ଘ) ନୂତନ ଓଡ଼ିଶାର ପ୍ରଥମ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଏକ ବିବରଣୀ ଦିଅ ।
ଉ :(i) ୧୯୩୫ ମସିହା ଭାରତଶାସନ ଆଇନ ଅନୁସାରେ ଓଡ଼ିଶା ପାଇ ପ୍ରାଦେଶିକ ବିଧାନସଭା ପାଇଁ ୧୯୩୭ ମସିହାରେ ନିର୍ବାଚନ ହେବା ପାଇଁ ସ୍ଥିର କରାଯାଇଥିଲା ।
(ii) ଜାତୀୟ କଂଗ୍ରେସ ଏହି ଆଇନରେ କେତେକ ତ୍ରୁଟିପୂର୍ଣ ମନେ ନୀତିର ବିରୋଧ କରୁଥିଲେ ସୁଦ୍ଧା ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ନିଦ ନିର୍ବାଚନରେ ଲଢ଼ିବା ପାଇଁ ସ୍ଥିର କଲା ।
(iii) ନୂତନ ଓଡ଼ିଶା ପ୍ରଦେଶର ବିଧାନସଭାର ସମୁଦାୟ ଷାଠିଏଟି ଆସନ ମଧ୍ୟରୁ ଛପନଟି ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ସଦସ୍ୟଙ୍କ ପାଇଁ ଓ ଚାରିଟି ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ସଦସ୍ୟ ପାଇଁ ଉଦ୍ଦିଷ୍ଟ ଥିଲା ।
(iv) ୧୯୩୭ ଜାନୁୟାରୀ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଛପନଟି ଆସନ ପାଇଁ ନିର୍ବାଚନ ହେଲା । ଜାତୀୟ କଂଗ୍ରେସ ବ୍ୟତୀତ ପାରଳାଖେମୁଣ୍ଡି ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜାତୀୟଦଳ, କନିକାରାଜାଙ୍କ ସଂଯୁକ୍ତଦଳ ଓ ଖଲ୍ଲିକୋଟ ରାଜାଙ୍କ ସ୍ଵାଧୀନ ଦଳ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ।
(v) ଏହି ନିର୍ବାଚନରେ କଂଗ୍ରେସ ଛତିଶଟି ଆସନ ଲାଭକରିଥିବା ବେଳେ ଜାତୀୟ ଦଳ ଓ ସଂଯୁକ୍ତ ଦଳ ଚାରିଗୋଟି ଓ ଛଅଗୋଟି ଆସନ ଲାଭ କରିଥିଲେ । ସ୍ଵାଧୀନ ଓ ନିର୍ଦ୍ଦଳୀୟ | ଦଶଟି ଆସନରେ ବିଜୟୀ ହୋଇଥିଲେ ।
() ୧୯୪୧ ମସିହାରେ ଗଠିତ ମିଳିତ ମନ୍ତ୍ରିମଣ୍ଡଳ ଗଠନ ଓ କାର୍ଯ୍ୟାବଳୀ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
ଉ :(i) ୧୯୪୧ ମସିହା ୨୪ ତାରିଖରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହାୟତାରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ।
(ii) ଏହି ମନ୍ତ୍ରୀମଣ୍ଡଳରେ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବଦୁସ୍ ଶୋଭନ୍ ଖାଁ ମନ୍ତ୍ରୀରୂପେ ଯୋଗଦେଇଥିଲେ ।
(iii) ଏହି ମନ୍ତ୍ରୀମଣ୍ଡଳ ଇଂରେଜ ସରକାରଙ୍କୁ ଯୁଦ୍ଧ ଚଳାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ନେତାଙ୍କ ଦ୍ବାରା ସମାଲୋଚିତ ହୋଇଥିଲେ ।
(iv) କିନ୍ତୁ ଏହି ମନ୍ତ୍ରୀମଣ୍ଡଳ ଓଡ଼ିଶାବାସୀଙ୍କର ଦୁଇଟି ଆକାଂକ୍ଷା ପୂରଣ କରିଥିଲା । ତାହା ହେଉଛି କଟକ ଭେଷଜ ମହାବିଦ୍ୟାଳୟର ପ୍ରତିଷ୍ଠା ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା |
(v) ସହଯୋଗୀମାନଙ୍କ ସହିତ ରାଜନୀତିକ ଦୃଷ୍ଟିରୁ ମତଭେଦ ହେବାରୁ ୧୯୪୪ ଜୁନ ୨୯ ରେ ମହାରାଜ କୃଷ୍ଣଚନ୍ଦ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ନୂତନ ଓଡ଼ିଶାର ପ୍ରଥମ ବିଧାନସଭାରେ ଏକକ ଗତ ସଂଖ୍ୟାଗରିଷ୍ଠତା ସତ୍ତ୍ବେ କାହିଁକି କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ରାଜି ହୋଇ ନଥିଲା ?
ଉ :(i) ନୂତନ ଓଡ଼ିଶାର ପ୍ରଥମ ବିଧାନସଭା ନିର୍ବାଚନରେ କଂଗ୍ରେସ ଛତିଶଟି ଆସନ ପାଇ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିଥିଲେ ମଧ୍ୟ ସରକାର ଗଠନ କରିବା ପାଇଁ ରାଜି ମିତି ହୋଇନଥିଲା ।
(i) କାରଣ କଂଗ୍ରେସ ଆଶଙ୍କା କରିଥିଲା ଯେ ୧୯୩୫ ଭାରତ ଶାସନ ଆଇନରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ କ୍ଷମତା ଦ୍ବାରା ମନ୍ତ୍ରୀମଣ୍ଡଳର କ୍ଷମତା ସଙ୍କୁଚିତ ହୋଇଯିବ ।
(ଖ) ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସମୟକାଳ କ’ଶ ଥିଲା ?
ଉ :(i) ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ୧୯୩୭ ଏପ୍ରିଲ ୧ ତାରିଖରେ ଶପଥ ନେଇଥିଲେ ।
(ii) ୧୯୩୭ ଜୁଲାଇ ୧୩ ତାରିଖରେ ତାଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଲେ । ଏଣୁ ଦୀର୍ଘ ୪ ମାସ ତାଙ୍କର ଶାସନକାଳ ଥିଲା ।
(ଗ) କଂଗ୍ରେସ କାହିଁକି ମନ୍ତ୍ରିମଣ୍ଡଳ ଗଠନ କରିବାକୁ ରାଜି ହେଲା ଏବଂ ବିଶ୍ବନାଥ ଦାସ କେବେ ଠାରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେଲେ ?
ଉ :(i) ଗଭର୍ଣ୍ଣର ଜେନେରାଲଙ୍କ ପ୍ରାଦେଶିକ ମନ୍ତ୍ରିମଣ୍ଡଳଗୁଡ଼ିକ ପ୍ରତି ସହଯୋଗ ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇଥିଲା ।
(ii) ୧୯୩୭ ଜୁଲାଇ ୧୯ ତାରିଖ ଦିନ ବିଶ୍ବନାଥ ଦାଶ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ।
(ଘ) ବିଶ୍ବନାଥ ଦାଶଙ୍କ ମନ୍ତ୍ରିମଣ୍ଡଳରେ ଥିବା ଅନ୍ୟ ଦୁଇଜଣ ମନ୍ତ୍ରୀ କିଏ ?
ଉ : ବିଶ୍ବନାଥ ଦାଶଙ୍କ ମନ୍ତ୍ରିମଣ୍ଡଳରେ ଅନ୍ୟ ଦୁଇଜଣ ମନ୍ତ୍ରୀ ଚାରି ଥିଲେ ନିତ୍ୟାନନ୍ଦ କାନୁନ୍ଗୋ ଓ ବୋଧରାମ ଦୁବେ ।
() ଓଡ଼ିଶାର ପ୍ରଥମ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି କିଏ ଥିଲେ ?
ଉ :(i) ଓଡ଼ିଶାର ପ୍ରଥମ ବିଧାନସଭାର ବାଚସ୍ପତି ଥିଲେ ମୁକୁନ୍ଦ ପ୍ରସାଦ ଦାସ ।
(ii) ଏବଂ ଉପବାଚସ୍ପତି ଥିଲେ ନନ୍ଦକିଶୋର ଦାସ ।
(ଚ) ବିଶ୍ବନାଥ ଦାଶଙ୍କ ମନ୍ତ୍ରିମଣ୍ଡଳ କେବେ ଓ କାହିଁକି ଇସ୍ତଫା ଦେଇଥିଲେ ?
ଉ :(i) ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବାର ଅଳ୍ପ ଦିନ ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଇଂରେଜ ସରକାରଙ୍କ ଯୁଦ୍ଧନୀତିକୁ ବିରୋଧ କଲେ ।
(ii) ପ୍ରତିବାଦ ସ୍ୱରୁପ ୧୯୩୯ ନଭେମ୍ବର ମାସରେ ବିଶ୍ଵନାଥ ଦାସଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଇଥିଲା ।
(ଛ) ଅଷ୍ଟିନ୍ ହବାକ୍ଙ୍କ ପରେ କିଏ ଓଡ଼ିଶାର ରାଜ୍ୟପାଳ ଦାୟିତ୍ବ ନେଇଥିଲେ ?
ଉ : ଅଷ୍ଟିନ୍ ହବାକ୍ଙ୍କ ପରେ ଉଇଲିୟମ୍ ଲୁଇସ୍ ୧୯୪୧ ଏପ୍ରିଲ୍ ୧ ତାରିଖରେ ରାଜ୍ୟପାଳ ଦାୟିତ୍ବ ନେଇଥିଲେ I
(ଜ) କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରୀମଣ୍ଡଳରେ ଥିବା ଅନ୍ୟ ଦୁଇଜଣ ମନ୍ତ୍ରୀଙ୍କର ନାମ ଲେଖ ।
ଉ : କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରିମଣ୍ଡଳରେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବଦୁସ୍ ଶୋଭନ୍ ଖାଁ ମନ୍ତ୍ରୀରୂପେ ଯୋଗ ଦେଇଥିଲେ ।
(ଝ) କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରିମଣ୍ଡଳଦ୍ୱାରା ଓଡ଼ିଆମାନଙ୍କର କେଉଁ ଦୁଇଟି ଆକାଂକ୍ଷା ଫଳବତୀ ହୋଇଥିଲା ?
ଉ :(i) କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରୀମଣ୍ଡଳ ଦ୍ବାରା ଓଡ଼ିଶାରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।
(ii) ଓଡ଼ିଶାରେ କଟକ ଭେଷଜ ମହାବିଦ୍ୟାଳୟ, କଟକ ଠାରେ ପ୍ରତିଷ୍ଠା ହୋଇଥିଲା ।
(ଞ) ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳ ସମୟର ଉଲ୍ଲେଖନୀୟ କାର୍ଯ୍ୟ କ’ଣ ଥିଲା ?
ଉ :(i) ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳର ଉଲ୍ଲେଖନୀୟ କାର୍ଯ୍ୟହେଲା ଗଡ଼ଜାତ ରାଜ୍ୟଗୁଡ଼ିକ ଓଡ଼ିଶା ସହ ମିଶ୍ରଣ।
(ii) ଦ୍ବିତୀୟତଃ ହୀରାକୁଦ ନଦୀବନ୍ଧ ଯୋଜନା ଆରମ୍ଭ ଏବଂ ଭୁବନେଶ୍ୱରରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ନୂତନ ଓଡ଼ିଶାର ରାଜଧାନୀ କେଉଁଠାରେ ଅବସ୍ଥାପିତ ହୋଇଥିଲା ?
ଉ : ନୂତନ ଓଡ଼ିଶାର ରାଜଧାନୀ କଟକ ଠାରେ ପ୍ରତିଷ୍ଠିତ ହୋଇଥିଲା ।
(ଖ) ନୂତନ ଓଡ଼ିଶାର ଆୟତନ କେତେ ଥିଲା ?
ଉ: ନୂତନ ଓଡ଼ିଶାର ଆୟତନ ୩୨,୬୯୫ ବର୍ଗ ମାଇଲ ଥିଲା |
(ଗ) କେଉଁ ସ୍ଥାନରେ ନୂତନ ଓଡ଼ିଶାର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ?
ଉ : ରେଭେନ୍ସା ମହାବିଦ୍ୟାଳୟର ହଲରେ ନୂତନ ଓଡ଼ିଶାର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
(ଘ) କିଏ ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କୁ ଶପଥ ପାଠ କରାଇଥିଲେ ?
ଉ : ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର କୋ ଟେରେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କୁ ଶପଥ ପାଠ କରାଇଥିଲେ ।
() କାହା ଅଧ୍ଯକ୍ଷତାରେ ଓଡ଼ିଶା ପ୍ରାଶାସନିକ କମିଟି ଗଠିତ ହୋଇଥିଲା ?
ଉ: ଜନ୍ ଅଷ୍ଟିନ୍ ହବାକ୍ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା ।
(ଚ) ଓଡ଼ିଶାର ପ୍ରଥମ ବିଧାନସଭାରେ ସମୁଦାୟ କେତୋଟି ଆସନ ଥିଲା ଏବଂ ସେଥ୍ ମଧ୍ଯରୁ କେତୋଟି ନିର୍ବାଚିତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ?
ଉ : ଓଡ଼ିଶାର ପ୍ରଥମ ବିଧାନସଭାରେ ସମୁଦାୟ ଷାଠିଏଟି ଆସନ ଥିଲା । ସେଥ୍ ମଧ୍ଯରୁ ଛପନଟି ନିର୍ବାଚିତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
(ଛ) କିଏ ସଂଯୁକ୍ତ ଦଳର ନେତୃତ୍ବ ନେଇଥିଲେ ?
ଉ : କନିକାର ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଂଯୁକ୍ତ ଦଳର ନେତୃତ୍ବ ନେଇଥିଲେ ।
(ଜ) ବିଶ୍ବନାଥ ଦାସଙ୍କ ଇସ୍ତଫା ପରେ କେଉଁ ଆଇନ ଅନୁଯାୟୀ ରାଜ୍ୟପାଳ ଓଡ଼ିଶାର ପ୍ରତ୍ୟକ୍ଷ ଶାସନ ଦାୟିତ୍ବ ଗ୍ରହଣ କଲେ ?
ଉ : ୧୯୩୫ ଭାରତ ଶାସନ ଆଇନ ଧାରା ୯୩ ଅନୁଯାୟୀ ରାଜ୍ୟପାଳ (ଅଷ୍ଟିନ୍ ହବାକ୍) ପ୍ରତ୍ୟକ୍ଷ ଶାସନ ଦାୟିତ୍ଵ ଗ୍ରହଣ କଲେ ।
(ଝ) କିଏ ଉତ୍କଳ ବିଶ୍ବବିଦ୍ୟାଳୟକୁ ତାଙ୍କ ଅର୍ଜିତ ସମସ୍ତ ଅର୍ଥ ଦାନ କରିଥିଲେ ?
ଉ : ମହାରାଜ କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀଭାବେ ତାଙ୍କ ଅର୍ଜିତ ସମସ୍ତ ଅର୍ଥକୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦାନ କରିଥିଲେ ।
(ଞ) ହରେକୃଷ୍ଣ ମହତାବ କେବେ ଓଡ଼ିଶାର ପ୍ରଧାନମନ୍ତ୍ରୀରୂପେ ଶପଥ ଗ୍ରହଣ କରିଥିଲେ ?
ଉ : ହରେକୃଷ୍ଣ ମହତାବ ୧୯୪୬ ଏପ୍ରିଲ ୨୩ ତାରିଖରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।
Swatantra Odisha Pradesh ra Pratistha MCQ
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ତି ସହିତ ଲେଖ ।
(କ) କେଉଁଟି ନୂତନ ଓଡ଼ିଶାର ଜିଲ୍ଲା ନଥୁଲା ?
(i) ସମ୍ବଲପୁର
(iii) ଅନୁଗୁଳ
(ii) ଗଞ୍ଜାମ
(iv) କୋରାପୁଟ
(ଖ) କିଏ ଉପଦେଷ୍ଟା ପରିଷଦର ଉପସଭାପତି ଥିଲେ ?
(i) ମଧୁସୂଦନ ଦାସ (ii) ଲକ୍ଷ୍ମୀଧର ମହାନ୍ତି (iii) କୃଷ୍ଣଚନ୍ଦ୍ର ଗଜପତି (iv) ବିଶ୍ୱନାଥ ଦାଶ
(ଗ) କୃଷ୍ଣଚନ୍ଦ୍ର ଗଜପତି କେଉଁ ଦଳର ନେତୃତ୍ବ ନେଇଥିଲେ ?
(i) ସଂଯୁକ୍ତ ଦଳ
(iii) ଜାତୀୟ ଦଳ
(ii) ଜାତୀୟ କଂଗ୍ରେସ
(iv) ସ୍ଵାଧୀନ ଦଳ
(ଘ) କିଏ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଥିଲେ ?
(i) ଅବଦୁସ୍ ଶୋଭନ ଖାଁ
(ii) ଲତିଫୁର ରେହମାନ୍
(iii) ଗୋଦାବରୀଶ ମିଶ୍ର
(iv) ନିତ୍ୟାନନ୍ଦ କାନୁନ୍ଗୋ
(ଙ) କେବେ କୃଷ୍ଣଚନ୍ଦ୍ର ଗଜପତି ମିଳିତ ମନ୍ତ୍ରୀମଣ୍ଡଳ ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ?
(i) ୧୯୩୭ ଜୁଲାଇ ୧୩
(ii) ୧୯୩୭ ଜୁଲାଇ ୧୯
(iii) ୧୯୪୧ ନଭେମ୍ବର ୨୪
(iv) ୧୯୪୪ ଜୁନ୍ ୨୯
Swatantra Odisha Pradesh ra Pratistha Extra Notes
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଗୋଟି ଶବ୍ଦରେ ଲେଖ ।
(କ) ଓଡ଼ିଶାର ପ୍ରଶାସନିକ କମିଟି କେବେ କେଉଁ ମାନଙ୍କୁ ନେଇ ଗଠିତ ହୋଇଥିଲା ? ଏହି ଓଡ଼ିଶା ପ୍ରଦେଶ ଗଠନ ଦିଗରେ କିପରି ସହାୟକ ହୋଇଥିଲା ?
ଉ :(i) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଅର୍ଥାତ ୧୯୩୩ ଜୁନ୍ ୨୪ ରେ ସରକାରଙ୍କ ଦ୍ବାରା ଜନ୍ ଅଷ୍ଟିନ୍ ହବାକ୍ଙ୍କ ଅଧ୍ଯକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା ।
(ii) ଏଥରେ ଅଧ୍ୟକ୍ଷଙ୍କ ବ୍ୟତୀତ ମଧୁସୂଦନ ଦାସଙ୍କ ସମେତ ନ’ ଜଣ ସଦସ୍ୟ ରହିଥିଲେ ।
(iii) ଏହି କମିଟି ୧୯୩୩ ଡିସେମ୍ବର ୨୦ରେ ନୂତନ ପ୍ରଦେଶ ଗଠନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମାନ ଦେଇଥିଲା ।
(iv) ଏହି କମିଟି ଦେଇଥିବା ପ୍ରସ୍ତାବ ଗୁଡ଼ିକ ଓଡ଼ିଶାର ଶାସନ ନିମନ୍ତେ ସହାୟକ ହୋଇଥିଲା ।
(v) ଏହି କମିଟିରେ ମଧୁସୂଦନ ଦାସଙ୍କ ମୂଲ୍ୟବାନ ପରାମର୍ଶ ଓ ସକ୍ରିୟ ସହଯୋଗ ଥିଲା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଏହା ତାଙ୍କର ଶେଷ ଔପଚାରିକ କାର୍ଯ୍ୟ ।
(ଖ) ନୂତନ ଓଡ଼ିଶା ପ୍ରଦେଶ ବିଧାନସଭାରେ ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ ପ୍ରଥମ ଅଧ୍ଶନ ସମ୍ପର୍କରେ ଧାରଣା ଦିଅ ।
ଉ :(i) ନୂତନ ଓଡ଼ିଶା ପ୍ରଦେଶ ଗଠନହେବା ପରେ ୧୯୩୭ ନିର୍ବାଚନରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠତା ଲାଭ କରି ପ୍ରଥମ ଅବସ୍ଥାରେ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲା ।
(ii) ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା ବିଶ୍ବନାଥ ଦାସଙ୍କୁ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ଅନୁମତି ଦେଲା ।
(iii) ୧୯୩୭ ଜୁଲାଇ ୧୯ ତାରିଖରେ ବିଶ୍ଵ ନାଥ ଦାସ ତ ା ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦୁଇଜଣ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍ଗୋ ଓ ୮ର ବୋଧରାମ ଦୁବେ ମନ୍ତ୍ରୀରୂପେ ଶପଥ ନେଇଥିଲେ ।
(iv) ଏବଂ ଚାରି ଜଣ ପାର୍ଲାମେଣ୍ଟାରି ସେକ୍ରେଟାରୀ ଭାବେ ତା ଜଗନ୍ନାଥ ମିଶ୍ର, ଯଦୁମଣି ମଙ୍ଗରାଜ, ପ୍ୟାରୀଶଙ୍କର ରାୟ ଓ ରାଧାନାଥ ବିଶ୍ବାସ ରାୟ ଶପଥ ଗ୍ରହଣ କରିଥିଲେ ।
(v) ୧୯୩୭ ଜୁଲାଇ ୨୮ରେ ରେଭେନ୍ସା କଲେଜ ହଲରେ ବିଧାନସଭାର ପ୍ରଥମ ଅଧ୍ଵବେଶନ ବସିଥିଲା । ଏହି
ଅଧୁବେଶନରେ ମୁକୁନ୍ଦ ପ୍ରସାଦ ଦାସ ଓ ନନ୍ଦକିଶୋର ଦାସ ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ରୂପେ ନିର୍ବାଚ ହୋଇଥିଲେ ।
(ଗ) ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଓଡ଼ିଶାରେ ହରେକୃଷ୍ଣ | ମହତାବଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିମଣ୍ଡଳ ଗଠନ ଓ କାର୍ଯ୍ୟଧାରା ସମ୍ପର୍କରେ ଉଲ୍ଲେଖକର ।
ଉ :(i) ଦ୍ବିତୀୟ ବିଶ୍ୱଯୁଦ୍ଧ ସମାପ୍ତି ପରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ।
(ii) ୧୯୪୬ ଏପ୍ରିଲ ୨୩ ତାରିଖରେ ହରେକୃଷ୍ଣ ମହତାବଙ୍କ ପ୍ରଧାନମନ୍ତ୍ରୀତ୍ବରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ | ହୋଇଥିଲା ।
(ii) ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ରୂପେ ଏବଂ ନବକୃଷ୍ଣ ଚୌଧୁରୀ, ପଣ୍ଡିତ ଲିଂଗରାଜ ମିଶ୍ର, ନିତ୍ୟାନନ୍ଦ କାନୁନ୍ଗୋ ଓ ରାଧାକୃଷ୍ଣ ବିଶ୍ବାସ ରାୟ ପ୍ରଭୃତି ଚାରିଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ ।
(iv) ଭାରତକୁ ଆସିଥିବା ‘କ୍ୟାବିନେଟ୍ ମିଶନ’ ନିକଟରେ ଏହି ମନ୍ତ୍ରିମଣ୍ଡଳ ଓଡ଼ିଶାର ଗଡ଼ଜାତ ରାଜ୍ୟ ସମୂହ ମିଶ୍ରଣ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲା ।
(v) ହରେକୃଷ୍ଣ ମହତାବ ୧୯୪୬ ରୁ ୧୯୫୦ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ନେତୃତ୍ଵ ନେଇଥିଲେ । ଏହି ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ହେଲା ଗଡ଼ଜାତ ମିଶ୍ରଣ, ହୀରାକୁଦ ନଦୀବନ୍ଧ ଯୋଜନା ଏବଂ ଭୁବନେଶ୍ଵରରେ ନୂଆ ରାଜଧାନୀ ପ୍ରତିଷ୍ଠା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଟି ଶବ୍ଦରେ ଲେଖ ।
(କ) କେବେ ଏବଂ କେଉଁ କାରଣ ପାଇଁ କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ?
ଉ :(i) ୧୯୪୪ ଜୁନ୍ ୨୯ରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
(ii) କାରଣ ତାଙ୍କ ସହଯୋଗୀମାନଙ୍କ ସହିତ ରାଜନୀତିକ ଦୃଷ୍ଟିରୁ ମତଭେଦ ସୃଷ୍ଟିହେବାରୁ ।
(ଖ) ନୂତନ ଓଡ଼ିଶା ପ୍ରଦେଶ କେଉଁ କେଉଁ ଜିଲ୍ଲାଗୁଡ଼ିକୁ ନେଇ ଗଠିତ ହୋଇଥିଲା ?
ଉ :(i) ନୂତନ ଓଡ଼ିଶା ପ୍ରଦେଶ କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ୬ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
(ii) ଏହାର ରାଜଧାନୀ କଟକ ଠାରେ ପ୍ରତିଷ୍ଠିତ ହୋଇଥିଲା ।
(ଗ) ମାଡ୍ରାସ ପ୍ରେସିଡେନ୍ସିରୁ କେଉଁ ଅଞ୍ଚଳ ଗୁଡ଼ିକ ଓଡ଼ିଶା ସହିତ ମିଶିଥିଲା ? କେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଓଡ଼ିଶା ବାହାରେ ରହିଗଲା ?
ଉ :(i) ମାଡ୍ରାସ ପ୍ରେସିଡେନସିରୁ ଘୁମୁସର, ଆସ୍କା, ସୋରଡା, କୋଦଳା ଓ ଛତ୍ରପୁର ଓଡ଼ିଶା ସହିତ ମିଶିଥିଲା ।
(ii) ମେଦିନୀପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଓଡ଼ିଶା ବାହାରେ ରହିଗଲା ।
(ଘ) ମହାରାଜ କୃଷ୍ଣଚନ୍ଦ୍ର ମଧୁବାବୁଙ୍କ ସମ୍ପର୍କରେ କେଉଁ ମତ ବ୍ୟକ୍ତ କରିଥିଲେ ?
ଉ : ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମଧୁସୂଦନଙ୍କ ଉପଲକ୍ଷେ କହିଥିଲେ, ‘‘ତାଙ୍କ ପୂର୍ବ ପୁରୁଷମାନଙ୍କର ଅଦୃଷ୍ଟ ପ୍ରେରଣାରେ ସେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ କରିଛନ୍ତି ।’’
() ୧୯୩୩ ରେ ସରକାରଙ୍କ ଦ୍ବାରା ଗଠିତ ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ କିଏ ଥିଲେ ଓ ଅନ୍ୟ କେତେଜଣ ସଦସ୍ୟ ରହିଥିଲେ ?
ଉ :(i) ୧୯୩୩ ଜୁନ ୨୪ ରେ ସରକାରଙ୍କ ଦ୍ବାରା ଗଠିତ ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ ଜନ୍ ଅଷ୍ଟିନ୍ ହବାକ୍ ଥିଲେ ।
(ii) ଏଥିରେ ଅଧ୍ୟକ୍ଷ ବ୍ୟତୀତ ମଧୁସୂଦନ ଦାସଙ୍କ ସମେତ ନ’ ଜଣ ସଦସ୍ୟ ରହିଥିଲେ ।

No comments:
Post a Comment