Type Here to Get Search Results !

Plus 2 First Year MIL Odia Sahada Brukhya Question Answer | CHSE Odisha

Get complete +2 First Year MIL Odia Sahada Brukhya question answers, short notes, MCQs, and long questions by Adikabi Sarala Das for CHSE Odisha exams.

Plus 2 First Year MIL Odia Sahada Brukhya Question Answer | CHSE Odisha

Plus 2 First Year MIL Odia: Sahada Brukhya (ସାହାଡ଼ା ବୃକ୍ଷ) Questions and Answers

Sahada Brukhya Multiple Choice Questions (MCQs)

ପ୍ରଶ୍ନବଳୀ

୧. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

 ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

(କ) ଗୋଲକ ବୃକ୍ଷକୁ — ବୃକ୍ଷ ବୋଲି କୁହାଯାଏ ।

(ମହାଦ୍ରୁମ, ବୋଧଦ୍ରୁମ, ମହାକଳ୍ପ, ସତ୍ୟକଳ୍ପ)

ଉ : ମହାକଳ୍ପ


(ଖ) ଗୋଲକ ବୃକ୍ଷକୁ ପ୍ରତ୍ୟେକ ଦିନ କିଏ ପୂଜା କରନ୍ତି ?

 (ବ୍ୟାସ, ଗାନ୍ଧାରସେନ, ଧୃତରାଷ୍ଟ୍ର, ଭୀଷ୍ମ)

ଉ : ଗାନ୍ଧାରସେନ


(ଗ) ଗୋଲକବୃକ୍ଷକୁ ସୂର୍ଯ୍ୟଙ୍କ ରଥର କେଉଁ ଅଙ୍ଗ ସହ ତୁଳନା କରାଯାଇଛି ?

 (ଚକ, ଅଖ, ଅର, ଅଶ୍)

ଉ : ଚକ


(ଘ) ବିଶ୍ଵନାଥ ସ୍ୱାମୀ କେଉଁ ନକ୍ଷତ୍ରରେ ବୁଲି ବାହାରିଥିଲେ ?

(ଚିତ୍ରା, ଶତଭିଷା, ସ୍ଵାତୀ, ବିଶାଖା)

ଉ : ଶତଭିଷା


(ଙ) ମହେଶ୍ଵର କେଉଁ ନଦୀକୂଳରେ ବୁଲୁଥିବା ବେଳେ ସାହାଡ଼ା ବୃକ୍ଷକୁ ଦେଖିଲେ ?

(ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ)

ଉ : ବୈତରଣୀ


(ଚ) ବାମଦିଗରେ ଥ‌ିବା ସାହାଡ଼ା ବୃକ୍ଷକୁ ଦେଖି ବୃଷଭ କ’ଣ କଲା ?

(ପତ୍ର ଆଣି ମୁଣ୍ଡରେ ଲଗାଇଲା, ପତ୍ରକୁ ଖାଇଦେଲା, ଗଛ ଦେହରେ ଘସି ହେଲା, ଡାଳ ଭାଙ୍ଗି ପକାଇଲା)

 ଉ : ପତ୍ର ଆଣି ମୁଣ୍ଡରେ ଲଗାଇଲା


(ଛ) କେଉଁ ଗଛର ପତ୍ର ପାଖରେ ଥିଲେ ଶତ୍ରୁ କ୍ଷୟ ହୁଏ ?

( ସାହାଡ଼ା, ନିମ୍ବ, ବରକୋଳି, ବିଲ୍ବ)

ଉ : ବରକୋଳି


(ଜ) ସଦାନନ୍ଦ ବୃଷଭ ପିଠିରେ ବସି କେତେ ଭୁବନ ବୁଲିଲେ ?

(ଦ୍ବାଦଶ, ଚତୁର୍ଦ୍ଦଶ, ପଞ୍ଚଦଶ, ଅଷ୍ଟାଦଶ)

ଉ : ଚତୁର୍ଦ୍ଦଶ


(ଝ) କେଉଁ ପତ୍ର ଛିଣ୍ଡାଇ ମଥାରେ ଘେନିଲେ ଅନେକ ଦୋଷ କ୍ଷୟ' ହୁଏ ?

(ଶ୍ଵେତଦୁବ, କୁଶ, ବରକୋଳି ପତ୍ର, ବେଲପତ୍ର)

ଉ : ଶ୍ଵେତଦୁବ


(ଞ) କେଉଁ ଗଛର ଝଡ଼ିଲା ପତ୍ର ମୁଣ୍ଡରେ ଘେନିଲେ ବ୍ୟକ୍ତିର ଜ୍ଞାନ/ଅଜ୍ଞାନରେ କରିଥିବା ସକଳ ପାପ ଦୂର ହୋଇଯାଏ ?

( ବର, ସାହାଡ଼ା, ବେଲ, ତୁଳସୀ)

ଉ : ତୁଳସୀ


(ଟ) ସାହାଡ଼ା ପତ୍ରକୁ ଘେନିଲେ କ’ଣ ପ୍ରାପ୍ତ ହୁଏ ?

(ପାନ, ଭୋଜନ, ଯଶ, ଧନ)

ଉ : ଭୋଜନ


(୦) ‘ସାହାଡ଼ା ବୃକ୍ଷର ମାହାତ୍ମ୍ୟ’ କବିତା ମହାଭାରତରେ କେଉଁ ପର୍ବରୁ ଗୃହୀତ ହୋଇଛି ?

(ଆଦି ପର୍ବ, ମଧ୍ଯ ପର୍ବ, ବନ ପର୍ବ, ସଭା ପର୍ବ)

ଉ : ଆଦି ପର୍ବ


(ଡ) ଶିବ କପିଳାସକୁ କେତେବେଳେ ଫେରିଲେ ?

 (ପ୍ରଭାତରେ, ସୂର୍ଯ୍ୟାସ୍ତରେ, ମଧ୍ୟାହ୍ନରେ, ସଂଧ୍ୟାରେ) 

ଉ : ସୂର୍ଯ୍ୟାସ୍ତରେ


(ଢ) ପଞ୍ଚବକ୍ତ୍ରର ଅର୍ଥ କ’ଣ ?

(ପାଞ୍ଚଟି ଆଖୁ, ପାଞ୍ଚଟି ମୁହଁ, ପାଞ୍ଚଟି ହାତ, ପାଞ୍ଚଟି ଗୋଡ଼) 

ଉ : ପାଞ୍ଚଟି ମୁହଁ


(ଣ) ଅମୃତ ଯୋଗାଡ଼ ରନ୍ଧନ କରି ଉମା ବିମୁଖ ହେଲେ କାହିଁକି ?

(ଶିବ ଆସିଯିବାରୁ, ଶିବ ନ ଆସିବାରୁ, ଗଣେଶ ନ ଥ‌ିବାରୁ ଶିବ ଅସୁସ୍ଥ ଥିବାରୁ)

ଉ : ଶିବ ଆସିଯିବାରୁ


(ତ) ଉମା କେତେବେଳେ ଖାଇ ବସିଲେ ?

(ଦିନ ଦି ପହରବେଳେ, ତେର ଘଡ଼ି ଗଡ଼ିଯିବାରୁ, ଶିବଙ୍କ ଆସିବାରୁ, ସଂଧ୍ୟା ହୋଇଯିବାରୁ)

ଉ : ତେର ଘଡ଼ି ଗଡ଼ିଯିବାରୁ


(ଥ) ପାର୍ବତୀ କାହିଁକି ଅଧାଖୁଆ ହୋଇ ଉଠିଗଲେ ?

(ଖାଦ୍ୟ ଭଲ ନ ଲାଗିବାରୁ, ଶିବ ଆସିଯିବାରୁ, ଦେହ ଅସୁସ୍ଥ ହେବାରୁ, ବାହାରେ କେହି ଡାକିବାରୁ) 

ଉ : ଶିବ ଆସିଯିବାରୁ


(ଦ) ଶିବ ଆସିଯିବାରୁ ପାର୍ବତୀ ଖାଦ୍ୟ ଦ୍ରବ୍ୟ ସବୁକୁ କେଉଁଠି ଲୁଚାଇଲେ ?

(ରୋଷଶାଳାରେ, ଶୋଇବା ଘରେ, ବୃଷଭ ଗୁଆଣିରେ, ପିଣ୍ଡା ତଳରେ)

ଉ : ବୃଷଭ ଗୁଆଣିରେ


(ଧ) କୁଣ୍ଡରେ ଅମୃତ ଯୋଗାଡ଼ ପାଇ ଆନନ୍ଦରେ ଭୋଜନ କରି ବୃଷଭ କାହାକୁ ସ୍ମରଣ କଲା ? 

(ଶିବଙ୍କୁ, ଦେବୀଙ୍କୁ, କରତାର, ଚନ୍ଦ୍ରଙ୍କୁ)

ଉ : କରତାର


(ନ) ସେବକର ଚିନ୍ତା କାହାକୁ ଲାଗିଥାଏ ?

(ରାଜାଙ୍କୁ, ସ୍ଵାମୀକୁ, ଦେବତାଙ୍କୁ, ଦସ୍ୟୁଙ୍କୁ)

ଉ : ସ୍ଵାମୀକୁ,


(ପ) ପାର୍ବତୀଙ୍କ କଥା ଶୁଣି ଶିବ କ’ଣ କଲେ ?

(ରାଗିଲେ, ହସିଲେ, କାନ୍ଦିଲେ, ମନ ଦୁଃଖ କଲେ)

ଉ : ହସିଲେ


Sahada Brukhya 1 Mark Question Answer

୨. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । 

(କ) କାହାକୁ ମହାକଳପ ବୃକ୍ଷ ବୋଲି କୁହାଯାଇଛି ?

ଉ : ଗୋଲକ ବୃକ୍ଷକୁ (ସାହାଡ଼ାଗଛ) ମହାକଳପ ବୃକ୍ଷ ବୋଲି କୁହାଯାଇଛି ।


(ଖ) କେଉଁ ବୃକ୍ଷ ମହାପାତକ ହରଣ କରେ ?

ଉ : ମହାକଳ୍ପ ବୃକ୍ଷ ରୂପେ ପରିଚିତ ଗୋଲକ ବୃକ୍ଷ ସର୍ବପାପ ନାଶନ କରେ ।


(ଗ) ଦୋଷୀକନ୍ୟା କାହାକୁ ବିବାହ କରିବ ?

ଉ : ଦୋଷୀ କନ୍ୟା ହୋଇଥିଲେ ତାହାକୁ ଗୋଲକ ବୃକ୍ଷ ସହିତ ପ୍ରଥମେ ବିଭା କରାଇଲେ ସର୍ବ ପାପ ବିନାଶ ହୋଇଥାଏ ।


(ଘ) କେଉଁ ରାଜାଙ୍କ ନବର ମଝିରେ ଗୋଲକ ବୃକ୍ଷ ଅଛି ?

ଉ : ଗାନ୍ଧାର ସେନ ରାଜାଙ୍କ ନବର ମଧ୍ୟରେ ଗୋଲକ ବୃକ୍ଷ ଅଛି ।


(‍) ଗୋଲକବୃକ୍ଷକୁ ନିତିଦିନ କିଏ ପୂଜା କରୁଥିଲେ ?

ଉ : ଗାନ୍ଧାର ରାଜ୍ୟର ରାଜା ଗାନ୍ଧାର ସେନ ଗୋଲକ ବୃକ୍ଷକୁ ନିତିଦିନ ନିଜ ନବର ମଧ୍ୟରେ ପୂଜା କରୁଥିଲେ । 


(ଚ) ବ୍ୟାସ ଗାନ୍ଧୀରସେନଙ୍କୁ ଭାଗ୍ୟବନ୍ତ ରାଜା ବୋଲି କାହିଁକି କହିଛନ୍ତି ?

ଉ : ରାଜା ଗାନ୍ଧାରସେନ ପ୍ରତିଦିନ ରାଜନବରର ମଧ୍ୟରେ ଥିବା ଗୋଲକ ବୃକ୍ଷକୁ ପୂଜି ଅଶେଷ ପୁଣ୍ୟ ଅର୍ଜନ କରିଥିବାରୁ ବ୍ୟାସ ତାଙ୍କୁ ଭାଗ୍ୟବନ୍ତ ବୋଲି କହିଛନ୍ତି |


(ଛ) ଗାନ୍ଧାରସେନ କାହାକୁ ଦର୍ଶନ କଲେ କୋଟି ପାତକ ହରଣ ହୁଏ ବୋଲି କହିଛନ୍ତି ।

ଉ : ଗାନ୍ଧାରସେନ କରତାର ରଥଚକ (ସୂର୍ଯ୍ୟଙ୍କ ରଥର ଚକ) ଦର୍ଶନ କଲେ କୋଟି ପାତକ ହରଣ ହୁଏ ବୋଲି କହିଛନ୍ତି ।


(ଜି) ସାହାଡ଼ା ବୃକ୍ଷକୁ ଦର୍ଶନ କଲେ କ’ଣ ହୁଏ ?

ଉ : ସାହାଡ଼ା ବୃକ୍ଷକୁ ଦର୍ଶନ କଲେ ଅଶେଷ କୋଟି ପାତକ ହରଣ ହୁଏ ।


(ଝ) ସାହାଡ଼ା ବୃକ୍ଷ ବିଷୟରେ କିଏ କାହାକୁ କହିଛନ୍ତି ?

ଉ : ସାହାଡ଼ା ବୃକ୍ଷର ମହାତ୍ମ୍ୟ ସଂପର୍କରେ ବ୍ୟାସ ଗାନ୍ଧାରସେନଙ୍କୁ କହିଛନ୍ତି ।


(ଞ) ଶୂଳପାଣି କେଉଁ ମାସ ଓ କେଉଁ ତିଥିରେ ବୃଷଭ ପିଠିରେ ବସି ବୁଲି ବାହାରିଥିଲେ ? 

ଉ : ବୃଷ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ବୃଷଭ ପିଠିରେ ବସି ବୁଲି ବାହାରି ଥିଲେ।


(ଟ) ଶୂଳପାଣି ହୃଦୟରେ କ’ଣ ଆଭରଣ କରିଥିଲେ ?

ଉ : ଶୂଳପାଣି ହୃଦୟରେ ଉଡ଼ଙ୍ଗ (ସାପ) ସପତ ଫେଣୀରୁ ଆଭରଣ କରିଥିଲେ । 


(୦) ଶୂଳପାଣିଙ୍କ ବୁଲାଣି କାଳରେ ଅନ୍ତରୀକ୍ଷରେ କାହାର ଶବ୍ଦ ଶୁଭୁଥୁଲା ? 

ଉ : ଶୂଳପାଣିଙ୍କ ବୁଲାଣିକାଳରେ ଅନ୍ତରୀକ୍ଷରେ ନବଲକ୍ଷେ ଡମ୍ବରୁ ଶବ୍ଦ ଶୁଭୁଥିଲା । 


(‍) ମହେଶ୍ଵର ଅନେକ ତୀର୍ଥ ଦର୍ଶନ ପରେ କେଉଁ ନଦୀ ପାଖକୁ ଗଲେ ? 

ଉ : ବୈତରଣୀ ନଦୀ କୂଳକୁ ଗମନ କଲେ ।


() ବୈତରଣୀ ନଦୀ କୂଳରେ କେଉଁ ବୃକ୍ଷ ଥିଲା ?

ଉ : ବୈତରଣୀ ନଦୀ କୂଳରେ ସାହାଡ଼ା ବୃକ୍ଷ ଥିଲା ।


() ବୈତରଣୀ ନଦୀର କେଉଁ ଭାଗକୁ ଲାଗି ସାହାଡ଼ା ବୃକ୍ଷ ଥିଲା ? 

ଉ : ବୈତରଣୀ ନଦୀର ବାମ ଭାଗକୁ ଲାଗି ସାହାଡ଼ା ବୃକ୍ଷ ଥିଲା । 


(ତ) ବୈତରଣୀ ନଦୀର ବାମ ଭାଗକୁ ଲାଗି କେଉଁ ବୃକ୍ଷ ଥିଲା ?

ଢ : ସାହାଡ଼ା


(ଥ) କିଏ ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଘେନିଥୁଲା ?

ଉ : ବଇଲ (ଶିବଙ୍କ ବାହନ ବୃଷଭ) ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଘେନିଲା ।


(ଦ) ବୃଷଭ କେଉଁ ବୃକ୍ଷର ପତ୍ରକୁ ମଥାରେ ଘେନିଥୁଲା ?

ଉ : ବୃଷଭ ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଘେନିଥଲା ।


(ଧ) ବାମରେ ଥ‌ିବା ସାହାଡ଼ା ବୃକ୍ଷର ପତ୍ର ମଥାରେ ଘେନିଲେ କ’ଣ ହୁଏ ?

ଉ : ବାମରେ ଥିବା ସାହାଡ଼ା ବୃକ୍ଷର ପତ୍ର ମଥାରେ ଘେନିଲେ ଅମୃତ ଭୋଜନ ପ୍ରାପ୍ତ ହୋଇଥାଏ ।


(ନ) କ'ଣ କଲେ ଅମୃତ ଯୋଗାଡ଼ ମିଳେ ବୋଲି ବୃଷଭ କହିଛି ?

ଉ : ବାମ ପାଖରେ ଥିବା ସାହାଡ଼ା ବୃକ୍ଷରୁ ପତ୍ର ଆଣି ଶିରରେ ମାରିଲେ ଅମୃତ ଯୋଗାଡ଼ ମିଳେ ବୋଲି ବୃଷଭ ଶିବଙ୍କୁ

କହିଛି ।


(ପ) ଡାହାଣ ପାଖରେ ଥିବା ବରକୋଳି ବୃକ୍ଷର ପତ୍ର ଘେନିଲେ କ’ଣ ହୁଏ ? 

ଉ : ଡାହାଣ ପାଖରେ ଥିବା ବରକୋଳି ବୃକ୍ଷର ପତ୍ର ଘେନିଲେ ଶତ୍ରୁ କ୍ଷୟ ଯାଆନ୍ତି ।


 (ଫ) କ'ଣ କଲେ ଶତ୍ରୁ କ୍ଷୟ ଯାଏ ବୋଲି ବୃଷଭ କହିଛି ?

ଉ : ଡାହାଣ ପାଖରେ ଥିବା ବରକୋଳି ବୃକ୍ଷର ପତ୍ର ଆଣି ମଥାରେ ଘେନିଲେ ଶତ୍ରୁ କ୍ଷୟଯାଏ ବୋଲି ଶିବଙ୍କୁ ବୃଷର କହିଛି 


(ବ) ଆଗରେ ଶ୍ଵେତଦୂବ ଦେଖିଲେ କ’ଣ କରିବ ?

ଉ : ଆଗରେ ଶ୍ଵେତଦୂବ ଦେଖିଲେ ସାଗ୍ରହରେ ତୋଳି ମଥାରେ ଗ୍ରହଣ କରିବ । ତାହା ଅନେକ ଦୋଷକୁ ନାଶ କରେ |


 () ତୁଳସୀ ବୃକ୍ଷ ଦେଖିଲେ କ’ଣ କରିବ ?

ଉ : ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ମୁଣ୍ଡରେ ଘେନିଲେ ଜାଣତରେ କିମ୍ବା ଅଜାଣତରେ ଥିବା ସକଳପାପ ଦୂର ହୋଇଯାଏ ।


 (ମ) ବୃଷଭ କାହାର ଝଡ଼ିଲା ପତ୍ରକୁ ମଥାରେ ଘେନିବ ବୋଲି କହିଛି ?

ଉ : ବୃଷଭ ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ମଥାରେ ଘେନିବ ବୋଲି କହିଛି ?


(ଯ) କ’ଣ କଲେ ଜ୍ଞାନ ବା ଅଜ୍ଞାନରେ ଥିବା ପାତକ କ୍ଷୟ ଯାଏ ?

ଉ : ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ମୁଣ୍ଡରେ ଗ୍ରହଣ କଲେ ଜ୍ଞାନ ବା ଅଜ୍ଞାନରେ ଥିବା ପାତକ କ୍ଷୟ ଯାଏ । 


(ର) ସାହାଡ଼ା ପତ୍ର ଘେନିଲେ କ’ଣ ହୁଏ ?

ଉ : ସାହାଡ଼ା ପତ୍ର ଘେନିଲେ ଉତ୍ତମ ଭୋଜନ ପ୍ରାପ୍ତ ହୁଏ ।


(ଳ) ବୃଷଭ କେଉଁ ଚରିତ କଥା କହିଛି ?

ଉ : ବୃଷଭ ଶିବ ଶଙ୍କରକୁ ସାହାଡ଼ା ଗଛର ବୃତ୍ତାନ୍ତ ବୟାନ କରିଛି ।


(ୱ) ସଦାନନ୍ଦ କ’ଣ ପରୀକ୍ଷା କରି ଜାଣିବା ବୋଲି କହିଛନ୍ତି ।

ଉ : ସାହାଡ଼ା ପତ୍ରକୁ ମସ୍ତକରେ ଆନନ୍ଦ ମନରେ ଗ୍ରହଣ କଲେ ଦିବ୍ୟ ଭୋଜନ ପ୍ରାପ୍ତ ହେବା କଥା ଶୁଣି ସଦାନନ୍ଦ ପରୀକ୍ଷା କରି ଜାଣିବାକୁ କହିଛନ୍ତି |


(ଶ) ଶିବ କପିଳାସରେ କେତେବେଳେ ବିଜେ କଲେ ?

ଉ : ଆଦିତ୍ୟଙ୍କ ଅସ୍ତପରେ ଶିବ କପିଳାସରେ ବିଜେ କରିଥିଲେ ।


(ଷ) କିଏ ଅମୃତ ଯୋଗାଡ଼ କରିଥିଲେ ?

ଉ : ଉମା (ପାର୍ବତୀ) ଅମୃତ ଯୋଗାଡ଼ କରିଥିଲେ ।


(ସ) ସ୍ଵାମୀଙ୍କ ବାଟ ଚାହିଁ କିଏ ବିମୁଖ ଥିଲେ ?

ଉ : ସ୍ଵାମୀଙ୍କ ବାଟ ଚାହିଁ ଉମା ବିମୁଖ ଥିଲେ ।


(ହ) ଠାକୁରାଣୀ କେତେ ଘଡ଼ି ଅନ୍ତରରେ ମଣୋହିରେ ବିଜେ କଲେ ?

ଉ : ଠାକୁରାଣୀ ତେର ଘଡ଼ି ଅନ୍ତରରେ ମଣୋହିରେ ବିଜେ କଲେ ।


(କ୍ଷ) ଠାକୁରାଣୀ କେଉଁଥରେ ଖାଇବା ଯୋଗାଡ଼ କରିଥିଲେ ?

ଉ : ସୁବର୍ଣ୍ଣ ପଇଲମେ (ପଲମରେ) ଠାକୁରାଣୀ ସୁମିଷ୍ଟ ବ୍ୟଞ୍ଜନମାନ ଯୋଗାଡ଼ କରିଥିଲେ । 


(ୟ) ଠାକୁରାଣୀ କେତେଗୁଣ୍ଡା ଭୁଞ୍ଚିଲା ପରେ ଡମ୍ବରୁର ଶବ୍ଦ ଶୁଭିଲା ?

ଉ : ଠାକୁରାଣୀ ତିନିଗୁଣ୍ଡା ଭୁଞ୍ଚିଲା ପରେ ଡମ୍ବରୁର ଶବ୍ଦ ଶୁଭିଲା |


(ଇ) କ’ଣ ଶୁଣି ଗୋସାମଣି ବିଷାଦ ହେଲେ ?

ଉ : ଡମ୍ବରୁର ଡିବି ଡିବି ଶବ୍ଦ ଶୁଣି ଗୋସାମଣି ବିଷାଦ ହେଲେ ।


(କ୧) ଠାକୁରାଣୀ ମଣୋହି କେଉଁଠାରେ ଲୁଚାଇଥିଲେ ?

ଉ : ଠାକୁରାଣୀ ମଣୋହିକୁ ବୃଷଭ ଗୁଆଣୀରେ (ଗୋରୁଖିଆକୁଣ୍ଡ) ଲୁଚାଇଥିଲେ ।


(କ୨) ସଦାନନ୍ଦ ନନ୍ଦିକେଶ୍ବରଙ୍କୁ କ’ଣ ଆଜ୍ଞା ଦେଲେ ?

ଉ : ବୃଷଭକୁ ନେଇ ଗୁଆଣୀରେ ଶୀଘ୍ର ବାନ୍ଧିବାକୁ ସଦାନନ୍ଦ ନନ୍ଦିକେଶ୍ଵରଙ୍କୁ ଆଜ୍ଞା ଦେଲେ ।


(କ୩) ନନ୍ଦିକେଶ୍ବର ବୃଷଭକୁ କେଉଁଠି ବାନ୍ଧିଲା ?

ଉ: ନନ୍ଦିକେଶ୍ଵର ବୃଷଭକୁ ନେଇ ଯତ୍ନରେ ଏକ ଖମ୍ବରେ ବାନ୍ଧିଲା ? 


(କ୪) ବୃଷଭ ଭାଣ୍ଡରେ କ’ଣ ଥ‌ିବା ଦେଖିଲା ?

ଉ : ବୃଷଭ ଭାଣ୍ଡରେ ଅମୃତ ଭୋଜନପୂର୍ଣ୍ଣ ହୋଇଥିବାର ଦେଖିଲା ।


 (କ୫) ଈଶ୍ୱର ମହାବୃଷଭକୁ ହସି କରି କ’ଣ କହିଲେ ?

ଉ : ସାହାଡ଼ା ବୃକ୍ଷର ପତ୍ର ଧାରଣ କରି କି ଫଳ ପାଇଲୁ ବୋଲି ଈଶ୍ବର ହସି ହସି ବୃଷଭକୁ କହିଥିଲେ । 


2-Mark & 3-Mark Short Answer Questions

୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ବ୍ରହ୍ମା କେଉଁ ବୃକ୍ଷ ସୃଷ୍ଟି କରିଥିଲେ ଓ କାହିଁକି ?

ଊ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ବ୍ରହ୍ମା ଗୋଲକ ବୃକ୍ଷ ସୃଷ୍ଟି କରିଥିଲେ । ମହାକଳ୍ପ ବୃକ୍ଷଭାବେ ସମସ୍ତ ପାତକକୁ ହରଣ କରିବା ନିମିତ୍ତ ବ୍ରହ୍ମା ଏହା ସର୍ଜନ କରିଥିଲେ ।


(ଖ) ସାହାଡ଼ା ବୃକ୍ଷ ସଂପର୍କରେ କିଏ କାହାକୁ କହିଛନ୍ତି ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ସାହାଡ଼ା ବୃକ୍ଷ ସଂପର୍କରେ ବେଦବ୍ୟାସ ଗାନ୍ଧାର ରାଜ୍ୟର ରାଜା ଗାନ୍ଧୀରସେନଙ୍କୁ କହିଛନ୍ତି । ସାହାଡ଼ା ବୃକ୍ଷକୁ ସେବା କଲେ କିମ୍ବା ତାହାକୁ ଧାରଣ କଲେ ସର୍ବପାପ ତାପରୁ ମୁକ୍ତି ମିଳେ ।


(ଗ) ବିଶ୍ଵନାଥ ପ୍ରଥମେ କେଉଁ ପୁରକୁ ବିଜେ କରିଥିଲେ ?

ଊ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ବୃଷଭ ମାସ କୃଷ୍ଣପକ୍ଷ ଦଶମୀ ତିଥି ଗୁରୁବାର ଶତଭିଷା ନକ୍ଷତ୍ରରେ ବିଶ୍ଵନାଥ ବିଜୟ ଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରଥମେ ଦେବପୁର ଆର୍ଥାତ୍ ମର୍ତ୍ତ୍ୟଧାମରେ ବିଜେ କରିଥିଲେ ।


(ଘ) ମହେଶ୍ଵର ଅନେକ ତୀର୍ଥ ଦର୍ଶନ ପରେ କ’ଣ କଲେ ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ମହେଶ୍ବର ବୃଷଭ ବାହନରେ ବିଜେ ହୋଇ ମର୍ତ୍ତ୍ୟଧାମରେ ପ୍ରଥମେ ପ୍ରବେଶ କଲେ | ନାନା ପବିତ୍ର ତୀର୍ଥ ଦର୍ଶନ ପୂର୍ବକ ବୈତରଣୀ ନଦୀକୂଳରେ ପହଞ୍ଚି ସେ ସ୍ଥାନର ଅପୂର୍ବ ଚମତ୍କାରିତାକୁ ଦର୍ଶନ କରିଥିଲେ ।


(ଙ) ତୁଳସୀ ବୃକ୍ଷର କେଉଁ ପତ୍ରକୁ ମଥାରେ ନେବା ପାଇଁ ବୃଷଭ କହିଛି ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ


ତୁଳସୀ ବୃକ୍ଷର ଝଡ଼ା ପତ୍ରକୁ ମଥାରେ ଗ୍ରହଣ କରିବାକୁ ବୃଷଭ କହିଛି । କାରଣ ଏହି ପତ୍ରକୁ ମଥାରେ ଘେନିଲେ ଜ୍ଞାନ ବା ଅଜ୍ଞାନରେ କରିଥିବା ସମସ୍ତ ପାପ ବିଧ୍ୱଂସ ହୋଇଯାଏ ।


(ଚ) ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ମଥାରେ ନେଲେ କ’ଣ ହେବ ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଯାତ୍ରା ସମୟରେ ପଛ ପାଖରେ ଥିବା ତୁଳସୀ ବୃକ୍ଷରୁ ଝଡ଼ିବା ପତ୍ରକୁ ମଥାରେ ଘେନିଲେ ସୁଫଳ ମିଳିଥାଏ । ଭ୍ରମବଶତଃ କିମ୍ବା ଜାଣତରେ କରିଥିବା ସମସ୍ତ ପାପରୁ ଏହା ମୁକ୍ତି ପ୍ରଦାନ କରେ ।


(ଛ) ମହାଦେବ ଚତୁର୍ଦ୍ଦଶ ଭୁବନ ବୁଲିଲାବେଳେ ବୃଷଭକୁ କାହା ପାଖକୁ ନେଇନାହାନ୍ତି ?

ଊ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ମହାଦେବ ଚତୁର୍ଦ୍ଦଶ ଭୁବନ ବୁଲିଲାବେଳେ ପାଣି ଘାସ, ଆହାର ପାଖକୁ ବୃଷଭକୁ ନେଇ ନାହାନ୍ତି । ଉପବାସରେ ଥିବା ବୃଷଭକୁ ନେଇ ସେ ନାନା ଗିରି ଅରଣ୍ୟ ଆକାଶରେ ଭ୍ରମଣ କରିଛନ୍ତି ।


() ସୂର୍ଯ୍ୟ ଅସ୍ତ ପରେ ମହାଦେବ କେଉଁଠାରେ ବିଜେ କଲେ ?

ଊ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ସୂର୍ଯ୍ୟ ଅସ୍ତ ଯିବାପରେ ଦେବଦେବ ମହାଦେବ କପିଳାସ ପର୍ବତରେ ବିଜେ କରିଥିଲେ । ଯେଉଁଠାରେ ଉମା ଅପେକ୍ଷାରତ ଥିଲେ ।


(ଖ) ଉମା କାହିଁକି ବିମୁଖ ହେଲେ ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ପତି ଅନୁରକ୍ତା ମାତା ପାର୍ବତୀ ସୁସ୍ଵାଦୁ ଅମୃତ ବ୍ୟଞ୍ଜନ ପ୍ରସ୍ତୁତି ପୂର୍ବକ ଅପେକ୍ଷାରେ ଥିଲେ । ସ୍ଵାମୀଙ୍କ ଆଗମନର ବିଳମ୍ବ ହେତୁ ମାତା ପାର୍ବତୀ ବିମୁଖ ହୋଇଥିଲେ ।


(ଞ) ଉମା ତେର ଘଡ଼ି ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ କ’ଣ କଲେ ?

ଊ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଅମୃତ ବ୍ୟଞ୍ଜନ ଯୋଗାଡ଼ ପୂର୍ବକ ଉମା ଶିବଙ୍କୁ ଅପେକ୍ଷା କରିଥିଲେ । ସ୍ଵାମୀଙ୍କର ଆସିବା ସମୟ ତେରଘଡ଼ି ଗଡ଼ିଗଲା ପରେ ମାତା ଉମା ମଣୋହି କରିବାକୁ ଯାଇଥିଲେ ।


(ଟ) ମହାଦେବଙ୍କ ଡମ୍ବରୁ ଶବ୍ଦ ଶୁଣି ଗୋସାମଣୀଙ୍କର କ’ଣ ହେଲା ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଶିବଙ୍କ ଫେରିବା ବିଳମ୍ବ ଜାଣି ମାତା ଉମା ମଣୋହୀରେ ବ୍ୟସ୍ତ ଥିଲେ । ଶିବଙ୍କର ଡମ୍ବରୁ ଶବ୍ଦ ଶୁଣି ଅତ୍ୟନ୍ତ ବିଷାଦିତ ମନରେ ମାତା ଉମା ସମସ୍ତ ମଣୋହୀ ବ୍ୟଞ୍ଜନକୁ ବୃଷଭ ଗୁଆଣୀରେ ଲୁଚାଇଥିଲେ ।


(୦) ଗୋସାମଣୀ ଗୁଆଣୀରେ କ’ଣ ଲୁଚାଇଲେ ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ସଯତ୍ନରେ ପ୍ରସ୍ତୁତ କରିଥିବା ସୁମିଷ୍ଟ ବ୍ୟଞ୍ଜନକୁ ନ ଖାଇ ଗୋସାମଣୀ ଶିବଙ୍କ ଆସିବା ଜାଣି ତାହାକୁ ଗୁଆଣୀରେ ଲୁଚାଇ ରଖିଥିଲେ ।


() ଦେବୀ ଉମା କେଉଁଥରେ ପାଣି ନେଇ ମହାଦେବଙ୍କ ଛାମୁରେ ଉପସ୍ଥିତ ହେଲେ ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଦେବୀ ଉମା ରତ୍ନଝରୀରେ ପାଣି ନେଇ ମହାଦେବଙ୍କ ଛାମୁରେ ଉପସ୍ଥିତ ହେଲେ।


 () ଈଶ୍ଵର ନନ୍ଦିକେଶ୍ଵରଙ୍କୁ ଡାକି କ’ଣ କହିଲେ ?

ଉ. କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଚତୁର୍ଦ୍ଦଶ ଭୁବନ ପରିକ୍ରମଣ କରି ଫେରିଲା ପରେ ଶିବ କପିଳାସରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ବୃଷଭକୁ କିଛି ଖାଦ୍ୟ ଦ୍ରବ୍ୟ ଖାଇବାକୁ ନଦେଇ ନନ୍ଦିକେଶ୍ଵରଙ୍କୁ ଡାକି ଗୁଆଣିରେ ଶୀଘ୍ର ବାନ୍ଧିଦେବାକୁ ନିର୍ଦ୍ଦେଶ ଦେଇଥିଲେ ।


(ଣ) ନନ୍ଦିକେଶ୍ଵର ବୃଷଭଙ୍କୁ ବାନ୍ଧିବା ପରେ ବୃଷଭ କ’ଣ ବିଚାର କରିଛି ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ସ୍ଵାମୀ ଆଜ୍ଞା ପାଇ ନନ୍ଦିକେଶ୍ବର ବୃଷଭକୁ ଗୁଆଣୀରେ ଦୃଢ଼ କରି ବାନ୍ଧିଥିଲା । ବନ୍ଧାଯାଇଥୁବା ବୃଷଭକୁ ମନେ ମନେ ଶିବ ତାଙ୍କୁ ପରୀକ୍ଷା କରୁଥିବାବେଳେ ସୂର୍ଯ୍ୟଦେବ ତାକୁ କାହିଁକି ସହାୟକ ହୋଇନାହାନ୍ତି ଭାବି ବିସ୍ମୟ ପ୍ରକାଶ କରିଛି ।


 (ତ) ବୃଷଭ ଭୋଜନ କରିସାରି କାହାକୁ ସ୍ମରଣ କଲା ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ବୃଷଭ ଭୋଜନ କରିସାରି କରତାର ଦେବଙ୍କୁ ସ୍ମରଣ କରିବାକୁ ଲାଗିଲା । ଦିବ୍ୟ ଭୋଜନ ପରେ ନିଜକୁ ପରମ ଆଶ୍ଵସ୍ତି ଦେଇଛି ।


(ଥ) ଈଶ୍ବର ବୃଷଭଙ୍କୁ ଚାହିଁ କ’ଣ କହିଲେ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ସାହାଡ଼ା ବୃକ୍ଷର ପତ୍ର ଧାରଣ କରି କିଫଳ ପ୍ରାପ୍ତ ହେଲା ବୋଲି ଈଶ୍ବର ବୃଷଭକୁ ଚାହିଁ କହିଥିଲେ ।


(ବି) ଈଶ୍ବରଙ୍କ ପ୍ରଶ୍ନର ବୃଷଭ କ’ଣ ଉତ୍ତର ଦେଇଛି ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ଶାସ୍ତ୍ର କଥା କେବେ ଅନ୍ୟଥା ନୁହେଁ ବୋଲି ବୃଷଭ ଈଶ୍ବରଙ୍କୁ କହିଛି । ଯେଉଁମାନେ କରତାର ଭକ୍ତ ସେମାନେ ଆନନ୍ଦ ବିଳାସ ବ୍ୟସନରେ ସମୟ ଅତିବାହିତ କରନ୍ତି ।


() ଗୁଆଣିରେ କ’ଣ ଦେଖି ମହାଦେବ ବିଷାଦ ହେଲେ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ବୃଷଭ ଗୁଆଣିରେ ଥିବା ସୁମିଷ୍ଟ ବ୍ୟଞ୍ଜନର ସୁମଧୁର ବାସ୍ନା ଏବଂ ସ୍ଵଚକ୍ଷୁରେ ଅମୃତ ଖାଦ୍ୟ ଦ୍ରବ୍ୟ ଦେଖି ମହାଦେବ ବିଷାଦିତ ହୋଇଥିଲେ ।


(ନ) ଗିରିଜାଙ୍କ କଥା ଶୁଣି ଶିବ କି ପ୍ରତିକ୍ରିୟା ପ୍ରକାଶ କଲେ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ଶାସ୍ତ୍ରାନୁସାରେ ବୃଷଭ ଉତ୍ତମ ଭୋଜନ ପ୍ରାପ୍ତ ହେଲାପରି ଦେବତାମାନେ ସେମାନଙ୍କର ଭକ୍ତମାନଙ୍କୁ ଏହିପରି ଉତ୍ତମ ଫଳ ପ୍ରଦାନ କରିଥାନ୍ତି ।




4. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । (୩୦ଟି ଶବ୍ଦ ମଧ୍ୟରେ ଉତ୍ତର) ଲେଖା ଓ ଲେଖକଙ୍କ ସୂଚନା ସହ | 

(କ) ଦୋଷୀମାନଙ୍କୁ କାହିଁକି ଗୋଲକ ବୃକ୍ଷ ସହିତ ବିବାହ କରାଯାଏ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : କୌଣସି ଦୋଷରେ ଦୋଷଯୁକ୍ତ କନ୍ୟାର ବିବାହ ହେଲେ ତା’ର ସ୍ଵାମୀର ଆକସ୍ମିକ ମୃତ୍ୟୁ ଘଟେ । ଏହି ଦୁଃଖରୁ ମୁକ୍ତି ପାଇଁ ତଥା କରିଥିବା ସମସ୍ତ ପାପରୁ ରକ୍ଷା ପାଇବା ପାଇଁ ଦୋଷୀକନ୍ୟାକୁ ଗୋଲକ ବୃକ୍ଷ ସହିତ ବିବାହ କରାଯାଏ । ଗୋଲକ ବୃକ୍ଷ ମର୍ତ୍ତ୍ୟମଣ୍ଡଳରେ ମହାକଳ୍ପ ବୃକ୍ଷ ଭାବେ ସର୍ବାଦୃତ ।


(ଖ) ବିଶ୍ଵନାଥ କେବେ ବୃଷଭ ଉପରେ ବସି ବୁଲି ବାହାରିଲେ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ସାହାଡ଼ା ବୃକ୍ଷର ମହାତ୍ମ୍ୟ ସଂପର୍କରେ ବେଦବ୍ୟାସ ରାଜା ଗାନ୍ଧାରସେନଙ୍କ ସମ୍ମୁଖରେ ବର୍ଣ୍ଣନା କରୁଥିଲେ । ଶାସ୍ତ୍ରାନୁସାରେ ବିଶ୍ଵନାଥ ଦିନେ ବୃଷ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଗୁରୁବାର ଶତଭିଷା ନକ୍ଷତ୍ରରେ ବୃଷଭ ଉପରେ ବସି ବୁଲି ବାହାରି ଥିଲେ । 


(ଗ) ସାହାଡ଼ା ପତ୍ର ଘେନିଲେ କ’ଣ ହୁଏ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ବିଶ୍ଵନାଥ ବୃଷଭ ବାହନରେ ନାନା ତୀର୍ଥ ଭ୍ରମଣ କରିବା ଅବସରରେ ବୈତରଣୀ କୂଳରେ ପ୍ରବେଶ କରିଥିଲେ । ସେଠାରେ ବାମ ପାର୍ଶ୍ଵରେ ଥିବା ସାହାଡ଼ା ବୃକ୍ଷରୁ ପତ୍ର ବୃଷଭ ମଥାରେ ଘେନିବା ଦ୍ଵାରା ଶିବ ବିସ୍ମିତ ହୋଇ ବୃଷଭକୁ ଏହାର ରହସ୍ୟ ପ୍ରଶ୍ନ କରିଛନ୍ତି । ଶାସ୍ତ୍ର ସଂଗତ ଅନୁଯାୟୀ ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଗ୍ରହଣ କଲେ ସମସ୍ତ ପାପ ନାଶ ସହିତ ସୁମିଷ୍ଟ ବ୍ୟଞ୍ଜନ ପ୍ରାପ୍ତ ହେବ ।


(ଘ) ସଦାନନ୍ଦ କେଉଁ କଥା ପରୀକ୍ଷା କରିବା ବୋଲି ବୃଷଭକୁ କହିଛନ୍ତି ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଦଶମୀ ଗୁରୁବାର ଶତଭିଷା ନକ୍ଷତ୍ରରେ ଦିନେ ଶିବ ବିଜୟଯାତ୍ରାରେ ବାହାରିଥିଲେ । ବୃଷଭ ବାହନରେ ନାନା ତୀର୍ଥ ଭ୍ରମଣ କରି ଶେଷରେ ବୈତରଣୀ କୂଳରେ ପହଞ୍ଚିବା ସମୟରେ ବୃଷଭ ବାମ ପାର୍ଶ୍ଵରେ ଥିବା ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଆନନ୍ଦରେ ଗ୍ରହଣ କରିଥିଲେ । ଏହାର କାରଣ ଉତ୍କଣ୍ଠାର ସହ ଶିବ ଶୁଣି କିପରି ଉତ୍ତମ ଭୋଜନ ପ୍ରାପ୍ତ ହୁଏ ତାହା ପରୀକ୍ଷା କରିବା ପାଇଁ ବୃଷଭକୁ କହିଛନ୍ତି |


(ଙ) ତୁଳସୀ ପତ୍ରକୁ ମଥାରେ ମାରିଲେ କ’ଣ ହୁଏ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ତୁଳସୀ ବୃକ୍ଷର ମହାତ୍ମ୍ୟ ବୃଷଭ ଶିବଙ୍କୁ ବର୍ଣନା କରିଛନ୍ତି । ଯେଉଁ ଜୀବ ପଛ ପାଖରେ ଥିବା ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ଆଣି ସାଗ୍ରହରେ ମୁଣ୍ଡରେ ଘେନିଲେ ଅଜ୍ଞାନରେ ହେଉ କିମ୍ବା ସଜ୍ଞାନରେ ହେଉ କରିଥିବା ସକଳ ପାପରୁ ମୁକ୍ତି ପାଇ ପରମେଶ୍ଵରଙ୍କର ସାନ୍ନିଧ୍ୟ ପ୍ରାପ୍ତ ହୁଏ |


(ଚ) ଠାକୁରାଣୀ ମଣୋହିରେ ବିଜେ କଲା ପରେ କ’ଣ ହେଲା ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ପରିଭ୍ରମଣରେ ଥିବା ଶିବଙ୍କ ଫେରିବା ତେର ଘଡ଼ି ବିଳମ୍ବ ଜାଣି ପ୍ରସ୍ତୁତ ସୁମିଷ୍ଟ ଅମୃତ ବ୍ୟଞ୍ଜନକୁ ମଣୋହି କରିବାକୁ ଠାକୁରାଣୀ ବିଜେ କରିଥଲେ । ଆକସ୍ମିକ ଭାବେ ଶିବଙ୍କ ଆଗମନ ଜାଣି ପାର୍ବତୀ ଅଧାଖୁଆରୁ ଉଠି ବୃଷଭ ଗୁଆଣିରେ ସମସ୍ତ ଅମୃତ ଯୋଗାଡ଼ ଲୁଚାଇ ରଖୁଥିଲେ ।


(ଛ) ସଦାନନ୍ଦ ନନ୍ଦିକେଶ୍ଵରଙ୍କୁ ଡାକି କ'ଣ ନିର୍ଦ୍ଦେଶ ଦେଲେ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

: ଚଉଦଭୁବନ ପରିଭ୍ରମଣରୁ ଫେରି ଶିବ ବୃଷଭକୁ କୌଣସି ଆହାର ଉପଯୋଗୀ ଖଡ଼ି, ଘାସ, ପାଣି ଓ ଅନ୍ନବ୍ୟଞ୍ଜନ ନ ଦେଇ ଦୃଢ଼ କରି ବୃଷଭ ଗୁଆଣୀରେ ତାହାକୁ ଶକ୍ତ ଭାବରେ ବାନ୍ଧିବାକୁ ନିର୍ଦ୍ଦେଶ ଦେଲେ । ପ୍ରଭୁଙ୍କ ଆଜ୍ଞାନୁସାରେ ନନ୍ଦିକେଶ୍ଵରୀ ବୃଷଭକୁ ଶକ୍ତ ଭାବରେ ବାନ୍ଧି ଘରକୁ ବଜ୍ର ସଦୃଶ କିଳିଣି ଦେଇ କବାଟ ବନ୍ଦ ରଖିଥିଲା ।


() ବୃଷଭକୁ ଗୁଆଣୀରେ ବାନ୍ଧିବା ପରେ କ’ଣ ହେଲା ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ପ୍ରଭୁ ସଦାନନ୍ଦଙ୍କ ଆଜ୍ଞାନୁସାରେ ନନ୍ଦିକେଶ୍ଵରୀ କୌଣସି ଖାଦ୍ୟ ଦ୍ରବ୍ୟ ନଦେଇ ବଜ୍ର କିଳିଣୀ ଦେଇ ବୃଷଭ ଗୁଆଣୀରେ ବୃଷଭକୁ ଖମ୍ବରେ ବାନ୍ଧିଥିଲେ । ଶିବ ତାଙ୍କୁ ପରୀକ୍ଷା କରୁଛନ୍ତି ଜାଣି ବିଷାଦିତ ବଦନରେ ବାସି ଖତ ଖାଇବାକୁ ଉଦ୍ୟତ ହେଲାବେଳେ ବୃଷଭ କୁଣ୍ଡରେ ଅମୃତ ଯେଗାଢ଼ ପାଇ ପରମାନନ୍ଦ ଭାବେ ଭୋଜନ କରିବାକୁ ଲାଗିଲା ।


(ଝ) ବୃଷଭକୁ ପରୀକ୍ଷା କରିବାକୁ ଯାଇ ରାତିରେ ଶିବ କ’ଣ ଦେଖିଲେ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ଭ୍ରମଣ ଜନିତ କ୍ଷୁଧା ଓ ତୃଷ୍ଣା ନିବାରଣ କରିବାକୁ ଯାଇ କୁଣ୍ଡରେ ଥିବା ପଣା ଓ ଅମୃତ ଯୋଗାଡ଼ ଆନନ୍ଦ ମନରେ ଭକ୍ଷଣ କରି ମହାତୃପ୍ତିରେ ବୃଷଭ ବିଶ୍ରାମ ନେଉଅଛି । ବୃଷଭକୁ ପରୀକ୍ଷା କରିବାକୁ ଯାଇ ରାତିରେ ସହାସ୍ୟ ବଦନରେ ଉତ୍ତମ ଫଳ ପ୍ରାପ୍ତିର ସଫଳତା ଉପରେ ଶିବ ପ୍ରଶ୍ନ କରିଛନ୍ତି |


() ବୃଷଭର ଖାଇବା ବିଷୟରେ ଶିବ ପାର୍ବତୀଙ୍କୁ ପଚାରିକି ଉତ୍ତର ପାଇଲେ ?

କବି – ସାରଳା ଦାସ

କବିତା – ସାହାଡ଼ା ବୃକ୍ଷ

ଉ : ବୃଷଭର ଖାଇବା ଜାଣି ଶିବ ବିସ୍ମୟ ପ୍ରକାଶ ପୂର୍ବକ ପାର୍ବତୀଙ୍କୁ ଏହାର କାରଣ ଜାଣିବାକୁ ଚାହିଁଛନ୍ତି । ଏହାର ପ୍ରତ୍ୟୁତ୍ତରରେ ପାର୍ବତୀ କହିଛନ୍ତି ଯେ ଶିବଙ୍କ ଆସିବା ବିଳମ୍ବ ଜାଣି ଅମୃତ ବ୍ୟଞ୍ଜନ ମଣୋହି କରି ବସନ୍ତେ ଶିବଙ୍କ ହଠାତ୍ ଆଗମନରେ କୋପ କରିବେ ଜାଣି ସମସ୍ତ ମଣୋହି ଦ୍ରବ୍ୟକୁ ବୃଷଭ ଗୁଆଣିରେ ଲୁଚାଇ ରଖିଥିଲେ, ଯାହାକୁ ଖାଇ ମହାନନ୍ଦରେ ତୃପ୍ତି ପୂର୍ବକ ବିଶ୍ରାମ ନେଇଅନ୍ତି ।

 5-Mark Long Answer Questions (ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ)

୫. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ଯରେ ଦେବାକୁ ହେବ ।

(କ) ଓଡ଼ିଆ ଲୋକକଥା, ‘ସାହାଡ଼ା ବୃକ୍ଷ’ କବିତାରେ କିପରି ସଫଳ ଭାବରେ ଉପସ୍ଥାପିତ ହୋଇଛି- ଆଲୋଚନା କର ।

ଢ: ସୃଷ୍ଟି ପାଇଁ ସ୍ରଷ୍ଟା ଚିରକାଳ ତନ୍ମୟ, ବ୍ୟାକୁଳ । ଏହି ତନ୍ମୟତା ଓ ବ୍ୟାକୁଳତା ତାକୁ ପରିଣତ କରେ ଜଣେ କାଳଜୟୀ କ୍ଳାନ୍ତିକାରୀ ମହାନ ସ୍ରଷ୍ଟାରେ | ସମକାଳୀନ ସମସ୍ତ ପାରିବେଶିକ, ପାରିପାଶ୍ୱିକ ଓ ପାରିସ୍ଥିତିକ ଅବସ୍ଥାକୁ ସେ ଅକ୍ଳେଶରେ ଅତିକ୍ରମ କରିଯିବାର ସାହସ ରଖେ, ଧୈର୍ଯ୍ୟ ରଖେ ଓ ବିଶ୍ଵାସ ରଖେ ଆପଣା ଉପରେ । ପ୍ରତିକୂଳ ପରିସ୍ଥିତିରେ ବି ସେ ପ୍ରତିଷ୍ଠିତ କରିପାରେ ଆପଣାର ସାରସ୍ଵତ ସୃଷ୍ଟି କୋଣାର୍କକୁ । କେବଳ ସମସାମୟିକ ସମୟ କାହିଁକି ଉତ୍ତରକାଳ ପାଇଁ ଉତ୍ତରପିଢ଼ିଙ୍କ ଦ୍ବାରା ସେ ହୋଇଯାଏ ସ୍ମରଣୀୟ, ବନ୍ଦନୀୟ ଆଉ ପୂଜନୀୟ । ଏହିଭଳି ଜଣେ ଯୋଗଜନ୍ମା ପ୍ରତିଭାବାନ ସାରସ୍ଵତ ସାଧିକ ସାରଳା ଦାସ ଏକ ବିରାଟ ବିସ୍ମୟ । ତାଙ୍କ ଅମର ଲେଖନୀରୁ ସୃଷ୍ଟି ହୋଇଛି ମହାଭାରତ ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଏବଂ ଲକ୍ଷ୍ମୀ ନାରାୟଣ ବଚନିକା ଇତ୍ୟାଦି ଗୋଟିଏ ଗୋଟିଏ କାଳଜୟୀ ସୃଷ୍ଟି ।

ଓଡ଼ିଆ ଲୋକକଥାରେ ଏକ ଅପୂର୍ବ ସମାହାର ହେଉଛି ମହାଭାରତ । ଓଡ଼ିଶାର ଗ୍ରାମ୍ୟ ଜୀବନ ଚିତ୍ରଣରେ ସାରଳା ମହାଭାରତ ସମୃଦ୍ଧ । “ଧୃତରାଷ୍ଟ୍ରକୁ କନ୍ୟା ନାହିଁ କି ଗାନ୍ଧାରୀକୁ ବର ନାହିଁ ।” ଏବଂ “ ଉଆଁସୀ କନ୍ୟାକୁ ଅଳପେଇସା ବର" ଇତ୍ୟାଦି ଲୋକକଥାରେ ପୂରି ରହିଛି ପୁରାଣର ପ୍ରାସଙ୍ଗିକତା । ସାରଳା ଦାସଙ୍କ ‘ସାହାଡ଼ା ବୃକ୍ଷ’ କବିତାଟି ମହାଭାରତର ଆଦି ପର୍ବରେ ସ୍ଥାନିତ । ଏଥିରେ କବି ସାହାଡ଼ା ବୃକ୍ଷର ମହିମାକୁ ପୌରାଣିକ ଚରିତ୍ର ସହିତ ସଂଯୋଜିତ କରିଛନ୍ତି । ଯେଉଁ ଚରିତ୍ରଗୁଡ଼ିକ ଲୋକଚଳଣୀର ଗୋଟିଏ ଗୋଟିଏ ଖୋରାକ ଯୋଗାଇଛି । କୃଷିକା ବୃଷରାଶିରେ ଅମାବାସ୍ୟା ତିଥିରେ ଧୃତରାଷ୍ଟ୍ର ଜନ୍ମିଥିବାରୁ ସେ ଥିଲେ ଏକ ବ୍ରହ୍ମରାକ୍ଷସ । ତେଣୁ ଧୃତରାଷ୍ଟ୍ରଙ୍କ ସହିତ ଯେଉଁ କନ୍ୟାର ପ୍ରସ୍ତାବ ପଡ଼େ ସେ କନ୍ୟାର ଅପମୃତ୍ୟୁ ହୁଏ । ଠିକ ସେହିପରି ଗାନ୍ଧାର ଦେଶର ରାଜା ଗାନ୍ଧାର ସେନଙ୍କ ଶହେ ପୁତ୍ରରେ ଏକମାତ୍ର କନ୍ୟା ଗାନ୍ଧାରୀ । ସେ ମଧ୍ୟ ଅମାବାସ୍ୟା ତିଥିରେ ଜନ୍ମିଥିବା ହେତୁ ବ୍ରହ୍ମରାକ୍ଷସୀ । ରାଜକୁମାର ସହିତ ବିବାହ ପ୍ରସ୍ତାବରେ ମଧ୍ଯ ପୁରୁଷର ଅପମୃତ୍ୟୁ ଘଟେ । ବ୍ୟାସଙ୍କ ପରାମର୍ଶ କ୍ରମେ ଉଭୟ ପୁରୁଷ ଓ କନ୍ୟା ଦୋଷମୁକ୍ତ ହେବା ପାଇଁ ସାହାଡ଼ା ବୃକ୍ଷ ସହିତ ବିବାହର ପ୍ରସ୍ତାବ ଦେଇଥିଲେ । ଏଥ୍ ସହିତ ସାହାଡ଼ା ବୃକ୍ଷର ମହିମାକୁ ବଖାଣିଛନ୍ତି। ମହିମାମୟ ସାହାଡ଼ା ବୃକ୍ଷ ସହିତ ଗାନ୍ଧାରୀର ବିବାହ ହେବାପରେ ଧୃତରାଷ୍ଟ୍ରଙ୍କୁ ପୁନର୍ବିବାହ କରିବାରୁ ତାଙ୍କର ଦାମ୍ପତ୍ୟ ଜୀବନ ସୁସ୍ଥ ହୋଇପାରିଛି । ତେଣୁ ଗାନ୍ଧାରୀ ଧୃତରାଷ୍ଟ୍ରର ଯୋଗ୍ୟପାତ୍ରୀ ଏବଂ ଠିକ୍ ସେହିପରି ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ଯୋଗ୍ୟ ପାତ୍ର ।

ତେଣୁ କଥାରେ କୁହାଯାଏ–

“ ଉଆଁସୀ କନ୍ୟାକୁ ସାହାଡ଼ା ବର ।” ଏଥରୁ ଓଡ଼ିଆ ଲୋକକଥାରେ “ ସାହାଡ଼ା ବୃକ୍ଷ”ର ତାତ୍ପର୍ଯ୍ୟ ଯେ କେତେ ଗୁରୁତ୍ବପୂର୍ଣ୍ଣ ସହଜରେ ଅନୁମେୟ । କବିଙ୍କର ପ୍ରସଙ୍ଗାନୁକୂଳ ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।


(ଖ) ‘ସାହଡ଼ା ବୃକ୍ଷ’ କବିତାର ସାରମର୍ମ ଲେଖ ।

ଉ: ‘ସାହାଡ଼ା ବୃକ୍ଷ’ କବିତାର ସାରକଥା ଦ୍ରଷ୍ଟବ୍ୟ ।

(ଗ) ‘ଗୋଲକ ବୃକ୍ଷ’ର ମହାତ୍ମ୍ୟ ଉପସ୍ଥାପନରେ କବି ସାରଳା ଦାସଙ୍କ କଳ୍ପନା ବିଳାସର ପରିଚୟ ପ୍ରଦାନ କର

 ଉ: ସାରଳା ଦାସ ହେଉଛନ୍ତି ଓଡ଼ିଆ ସାହିତ୍ୟ କାନନର ସର୍ବପ୍ରଥମ ମହାଦ୍ରୁମ । ଏହି ବିଶାଳ ଦୁମର ସୁଶୀତଳ ଛାୟାରେ କେତେ ଯେ ଶାନ୍ତ, କ୍ଳାନ୍ତ ପଥକ ବିଶ୍ରାମ ଗ୍ରହଣ କରି ଶକ୍ତି ଆହରଣ କରିଛନ୍ତି ତା’ର ଇୟତ୍ତା ନାହିଁ । ଦୀର୍ଘ ପାଞ୍ଚଶହ ବର୍ଷ ହେଲା ଓ ରାଜ୍ୟର ଅଗଣିତ କବି, ଲେଖକ, ଗୀତିକା, ଗାଳ୍ପିକ ଓ ନାଟ୍ୟକାରଙ୍କ ପାଇଁ ସାରଳା ଦାସ ଅସରନ୍ତି ପ୍ରେରଣାର ଉତ୍ସ ହୋଇ ଉଠିଛନ୍ତି । ତେଣୁ ସେ ଓଡ଼ିଆ ସାହିତ୍ୟର ଇତିହାସରେ ଜଣେ ସୁବିଖ୍ୟାତ ଶିଳ୍ପୀ ଓ ଉଜ୍ଜ୍ଵଳ ଜ୍ୟୋତିଷ୍କ ରୂପରେ ପ୍ରତିଭାତ । ତାଙ୍କ କାବ୍ୟ-କୌଶଳର ଶିଳ୍ପନୈପୁଣ୍ୟ ଚିର ଜାଜୁଲ୍ୟମାନ । ସେହି ମହାନ କବିଙ୍କ ସୃଷ୍ଟି ସଂପଦ ମଧ୍ୟରେ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଓ ଲକ୍ଷ୍ମୀନାରାୟଣ ବଚନିକା ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ଭାବରେ ପରିଚିତ । ‘ମହାଭାରତ’ ଗ୍ରନ୍ଥରେ ଥବା ଆଦି ପର୍ବରେ ‘ସାହାଡ଼ା ବୃକ୍ଷ’ କବିତାଟି ଅନ୍ତର୍ଭୁକ୍ତ । ଯେଉଁଥିରେ ସାରଳା ଦାସ ସାହାଡ଼ା ବୃକ୍ଷର ମହାତ୍ମ୍ୟ ବର୍ଣ୍ଣନାରେ ନିଜର କଳ୍ପନା ବିଳାସର ପରିଚୟ ସ୍ପଷ୍ଟ କରିଛନ୍ତି ।

ସର୍ବଜ୍ଞ ମହର୍ଷି ବେଦବ୍ୟାସ ଏକଦା ରାଜା ଗାନ୍ଧାରସେନଙ୍କ ରାଜ୍ୟକୁ ଭ୍ରମଣରେ ଯାଇଥିଲେ । ରାଜାଙ୍କ ଆତିଥ୍ୟପରାୟଣ ହୃଦୟଟି ଆବେଗରେ ବ୍ୟାସଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ । ନିଜ କନ୍ୟାର ଦୋଷ ସଂପର୍କରେ ଅବଗତ ପାଇଁ ମହର୍ଷିଙ୍କୁ ପ୍ରଶ୍ନ କରିଥିଲେ । ସର୍ବଜ୍ଞାତ ବେଦବ୍ୟାସ ଜ୍ୟୋତିଷ ଶାସ୍ତ୍ର ଗଣନା କରି ଦୋଷଯୁକ୍ତ ଗାନ୍ଧାରୀ ବ୍ରହ୍ମରାକ୍ଷସୀ ବୋଲି କହିଛନ୍ତି । ଏଥ‌ିରେ ମର୍ମାହତ ରାଜା ନିରାକରଣ ସଂପର୍କରେ ବ୍ୟାସଙ୍କୁ ପଚାରିବା ଦ୍ବାରା ତ୍ରିକାଳଜ୍ଞ ମହର୍ଷି ସାହାଡ଼ା ବୃକ୍ଷର ଉପକାରିତା ତଥା ସର୍ବପାତକ ନାଶକ ଭାବରେ ବର୍ଣ୍ଣନା କରିଛନ୍ତି । ବ୍ୟାସଙ୍କ ଉପଦେଶ ଅନୁସାରେ ଗାନ୍ଧାରୀ ସାହାଡ଼ା ବୃକ୍ଷକୁ ବିବାହ କଲାପରେ ଧୃତରାଷ୍ଟ୍ରଙ୍କୁ ବିବାହ କରି ସୁସ୍ଥ ଦାମ୍ପତ୍ୟ ଜୀବନ କଟାଇଛନ୍ତି |

ସାରଳା ଦାସ ନିଜର ଅପୂର୍ବ କଳାର ପରିଚୟ ଦେବା ସହିତ ସାହାଡ଼ା ବୃକ୍ଷର ମହିମା ବ୍ୟାସଙ୍କ ମୁହଁରେ ବର୍ଣ୍ଣିତ । ଜନ୍ମଜନ୍ମାନ୍ତରର ମହାପାତକକୁ ଗୋଲକ ବୃକ୍ଷ ହରଣକରେ । ଗୋଲକ ବୃକ୍ଷ ସୂର୍ଯ୍ୟଙ୍କ ରଥର ମୁଖ୍ୟଅଂଶ ଚକରେ ବ୍ୟବହୃତ ତେଣୁ ପ୍ରତ୍ୟେହ ସୂର୍ଯ୍ୟଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ । ପ୍ରଜାପତି ବ୍ରହ୍ମା ସୃଷ୍ଟି ସର୍ଜନା କରିବାବେଳେ ଗୋଲକ ବୃକ୍ଷକୁ ସୃଷ୍ଟିକରି ଦୋଷୀକନ୍ୟାକୁ ଉଦ୍ଧାର କରିବାର ମହତ୍ ଉଦ୍ଦେଶ୍ୟକୁ ସାକାର କରିଥିଲେ । ନବର ମଧ୍ୟଭାଗରେ ଥିବା ସାହାଡ଼ା ବୃକ୍ଷ ପୂଜା କରିଥିବା ହେତୁ ବ୍ୟାସ ଗାନ୍ଧାରସେନ୍‌ଙ୍କୁ ଭାଗ୍ୟବନ୍ତ ରାଜା ଭାବେ ବର୍ଣ୍ଣନା କରି ଅଶେଷ ପାତକ ହରଣ ବ୍ୟତୀତ କିପରି ଖବର ରାଜା ଭାବେ କଷନ ଅନେକ ସୁଗୁଣର ଅଧିକାରୀ ସେ କଥା କହିଛନ୍ତି ।

ସାରଳାଙ୍କ କଳ୍ପନାପ୍ରସୂତ କାହାଣୀ ଭାବେ ‘ସାହାଡ଼ା ବୃକ୍ଷ’ର ଗୁରୁତ୍ଵକୁ ମହାଭାରତରେ ଅତୀବ ମହତ୍ତ୍ଵପୂର୍ଣ ସ୍ଥାନ ଦେଇଛନ୍ତି । ସାହାଡ଼ା ବୃକ୍ଷ ଶ୍ରଦ୍ଧାଳୁର ଉତ୍ତମ ଭୋଜନର ପ୍ରମାଣ ଦେବାକୁ ଯାଇ ସାରଳା ଦାସ ଶିବ ଓ ତାଙ୍କ ବାହନ ବୃଷଭ କାହାଣୀଙ୍କୁ ସଂଯୋଜନା କରିଛନ୍ତି । ଶିବଙ୍କ ଭ୍ରମଣରେ ଥିବା ବୃଷଭ ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଘେନିଲେ ଅନେକ ଦୋଷ କ୍ଷୟ ସହିତ ଉତ୍ତମ ଭୋଜନ କଥା ଶୁଣି ଶିବ କୋପର ଶିକାର ହୋଇଥିଲେ । ଶିବ ବୃଷଭକୁ ପରୀକ୍ଷଣ କରିବା ଆଳରେ ଉପବାସ ରଖୁଥିବା ବୃଷଭ ପ୍ରକାରାନ୍ତରେ ଶିବଙ୍କ ପ୍ରସ୍ତୁତ ଦିବ୍ୟଭୋଜନ ପ୍ରାପ୍ତି ହୋଇଥିଲେ । ଶିବଙ୍କ ଆସିବା ବିଳମ୍ବ ହେତୁ ପାର୍ବତୀ ମଣୋହୀ ସମୟରେ ଶିବ ପ୍ରବେଶ ଏବଂ ଦିବ୍ଯଭୋଜନ ବୃଷଭ ଗୁଆଣିରେ ଲୁଚାଇବା ଆଦି କାର୍ଯ୍ୟ ପାର୍ବତୀଙ୍କ ଠାରୁ ଶିବ ଆଶ୍ଚର୍ଯ୍ୟ ପ୍ରକାଶ ସହିତ ସହାସ୍ୟ ବଦନରେ ସାହାଡ଼ା ବୃକ୍ଷର ମହାତ୍ମ୍ୟକୁ ସ୍ଵୀକାର କରିଛନ୍ତି ।

ତେଣୁ ସାରଳା ଦାସ ଲୋକ କଥା ଏବଂ ଲୋକ ଚଳଣୀରେ ସାହାଡା ବୃକ୍ଷର ମହାତ୍ମ୍ୟକୁ ସର୍ବଜନାଦୃତ କରିବାରେ ସମର୍ଥ ତଥା ସକ୍ଷମ ହୋଇଛନ୍ତି । କବିଙ୍କର ବର୍ଣ୍ଣନା ଚାତୁର୍ଯ୍ୟ ବେଶ୍ ରୁଚିବନ୍ତ ଓ ହୃଦ୍ୟ ।

. କାହାଣୀ ପରିକଳ୍ପନା, ଶବ୍ଦ ସଂଯୋଜନା ଓ ବିଷୟ ଉପସ୍ଥାପନରେ ସାରଳା ଦାସଙ୍କ ମୌଳିକତା ବିଚାର କର ।

ଉ: ସମଗ୍ର ଓଡ଼ିଆ ସାହିତ୍ୟରେ ମହାକବି ସାରଳାଦାସଙ୍କ କୃତି ଓ କୀର୍ତି ଚିର ଅମଳିନ ହୋଇ ରହିବ । ଓଡ଼ିଆ ସାହିତ୍ୟର ଆଦି ଯୁଗରେ ସେ ଜଣେ ସ୍ମରଣୀୟ ପ୍ରତିଭା । ତାଙ୍କର ପ୍ରଚଣ୍ଡ ପ୍ରତିଭା ବଳରେ ସେ ମହାଭାରତ, ରାମାୟଣ, ଚଣ୍ଡୀପୁରାଣ ଓ ଲକ୍ଷ୍ମୀନାରାୟଣ ବଚନିକା ଇତ୍ୟାଦି ରଚନା କରି ସମଗ୍ର ସାହିତ୍ୟରେ ଅସପତ୍ନ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି । ତାଙ୍କ ରଚିତ ମହାଭାରତର ବିଶାଳତା ଦେଖ‌ିଲେ ଯେ କେହି ପାଠକ ନିଶ୍ଚୟ ବିସ୍ମିତ ହେବେ । ସେ ହେଉଛନ୍ତି ଆଦିକବି, ଓଡ଼ିଆ ଭାଷାର ଜନ୍ମଦାତା, ଓଡ଼ିଆ ଗଦ୍ୟର ସ୍ରଷ୍ଟା ଓ ମହାଭାରତ ଭଳି ମହାକାବ୍ୟର ସ୍ରଷ୍ଟା |

ସାରଳାଦାସ ଥିଲେ ଜଣେ ପ୍ରତିଭାସମ୍ପନ୍ନ ଓ ପ୍ରଭାବଶାଳୀ କବି । ତାଙ୍କର ପରବର୍ତ୍ତୀ ବହୁକବି ତାଙ୍କଦ୍ଵାରା ପ୍ରଭାବିତ ହୋଇଛନ୍ତି । ତାଙ୍କ ରଚିତ ମହାଭାରତ ବିବିଧ ଜ୍ଞାନର ଏକ ରତ୍ନକୋଷ । କବି ଏଥରେ ଜନଶ୍ରୁତି, ଲୋକକଥା ଓ ବହୁ କିମ୍ବଦନ୍ତୀକୁ ସ୍ଥାନ ଦେଇଛନ୍ତି । ତେଣୁ ଓଡ଼ିଆ ଲୋକବାଣୀର ମୌଳିକ ଉତ୍ସ ହିଁ ସୃଷ୍ଟି କରିଛନ୍ତି |

ସାରଳାଙ୍କ କାହାଣୀ ପରିକଳ୍ପନା ପୌରାଣିକ ସମୟଠାରୁ ଆଧୁନିକ କାଳ ପର୍ଯ୍ୟନ୍ତ ଏକ ଯାଦୁକରୀ ସ୍ପର୍ଶଥିବା ଭଳି ସ୍ପଷ୍ଟ ବାରିହୋଇ ପଡ଼େ । ମହାଭାରତରେ ଥ‌ିବା ଆଦି ପର୍ବରେ କବିଙ୍କ ‘ସାହାଡ଼ା ବୃକ୍ଷ’ର ବିଶଦ ବର୍ଣ୍ଣନା ତାଙ୍କ ଉଚ୍ଚକୋଟିର କଳ୍ପନା ବିଳାସର ନଗ୍ନଚିତ୍ର ସୁସ୍ପଷ୍ଟ । କବି ବ୍ୟାସଙ୍କ ମୁହଁରେ ସାହାଡ଼ା ବୃକ୍ଷର ମହିମାକୁ ବର୍ଣନା କରିବା ବେଳେ କୁହନ୍ତି—

“ ବ୍ୟାସେ ପ୍ରତି ବାଚ ତୁ ଭାଗ୍ୟବନ୍ତ ରାଜା

କି ସଫଳ ଅଛି ତୁ ସାହାଡ଼ା ବୃକ୍ଷ କରୁ ପୂଜା ।”

ଗତ ମହାଭାରତରେ କବିଙ୍କ ଐତିହାସିକ, ଭାଷାଗତ ସାହିତ୍ୟିକ ଓ ସାଂସ୍କୃତିକ ମୂଲ୍ୟ ବିଶେଷ ଗୁରୁତ୍ଵପୂର୍ଣ୍ଣ । ତାଙ୍କର ଅଦ୍ଭୁତ କଳ୍ପନା ଶକ୍ତି, ବର୍ଣନାବିଳାସ, ଅନର୍ଗଳ କଥନଶୀଳତା ବିଚିତ୍ର ଚରିତ୍ର ସମାବେଶ, ନୂତନ ଆଖ୍ୟାନ ଓ ଉପାଖ୍ୟାନର ପ୍ରକାଶ, ସରଳ ଓ ନିରାଡ଼ମ୍ବର ଶବ୍ଦ ଯୋଜନା ଇତ୍ୟାଦି ତାଙ୍କ ରଚନାଗୁଡ଼ିକୁ ବେଶ୍ ଜୀବନ୍ତ କରି ଗଢ଼ି ତୋଳିଛି । କଥ୍ତଭାଷାକୁ ସାହିତ୍ୟିକ ମର୍ଯ୍ୟାଦା ଦେଇଥିବା କବି “ ସାହାଡ଼ା ବୃକ୍ଷ”ରେ କହନ୍ତି—

“ ସଂକୋଚେଣ ମୁଣୋହି ଛାଡ଼ି ଉଠିଲେ ବ୍ୟସ୍ତ ହୋଇ ବୃଷଭ ଗୁଆଣିରେ ଲୁଚାଇଲେ ନେଇ

ପିଠା ଖରି ଶାକର ପୂରୋଇଲେ କାଂଚେଲାରେ ଆଞ୍ଚୋବନ ସାରି ଦେବୀ ହୋଇଲେ ବାହାର ।”

ଓଡ଼ିଆ ସାହିତ୍ୟରେ ସେ କେବଳ ଆଦିକବି ନୁହଁନ୍ତି ବରଂ ପ୍ରଚଣ୍ଡ ପ୍ରତିଭାଧର କବି ଥିଲେ । ତାଙ୍କର ଦୃଷ୍ଟି ଥିଲା ଦିଗନ୍ତବିସ୍ତାରୀ । ପ୍ରକୃତରେ ତାଙ୍କର ଅମର ପ୍ରତିଭା ପାଇଁ ସେ ଚିରଦିନ ଲାଗି ଓଡ଼ିଆ ସାହିତ୍ୟରେ ଅମ୍ଳାନ ଯଶର ଅଧିକାରୀ ହୋଇ ରହିଛନ୍ତି ଓ ରହିବେ ମଧ୍ଯ ।






Keyword:

sahada brukhya question answer

plus 2 first year mil sahada brukhya question answer

sahada brukhya class 11 mil odia

+2 1st year mil odia sahada brukhya

chse odisha sahada brukhya note

plus two first year mil odia sahada brukhya mcq question answer

sahada brukhya long question answer plus 2 first year

sahada brukhya story in odia class 11 question answer

sahada brukhya by sarala das questions and answers

chse odisha +2 1st year sahitya jyoti sahada brukhya pdf

ସାହାଡ଼ା ବୃକ୍ଷ ପ୍ରଶ୍ନ ଉତ୍ତର

ଯୁକ୍ତ ଦୁଇ ପ୍ରଥମ ବର୍ଷ ଓଡ଼ିଆ ସାହାଡ଼ା ବୃକ୍ଷ

ସାହାଡ଼ା ବୃକ୍ଷ ଆଦିକବି ସାରଳା ଦାସ

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad