Get complete +2 1st Year MIL Odia "Atyacharita" (ଅତ୍ୟାଚାରିତ) question answers, MCQs, short notes, and long questions according to the CHSE Odisha syllabus.
Atyacharita MCQ Question Answer
୧. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ।
(କ) ବ୍ରଜ ବିହାରୀଙ୍କୁ କିଏ ତେଢ଼ି କରି କଥା କହୁଥୁଲା ?
(କୁଲି, ଅନାଦି, ଦନେଇ, ବିନୋଦ)
ଉ. ଦନେଇ ।
(ଖ) ଚାକର ସଂଘର ଯେ କୌଣସି ଚାକର କେତେ ଘଣ୍ଟାରୁ ବେଶିକାମ କରିପାରିବେନି ବୋଲି କୁହାଯାଇଛି ?
(ଆଠଘଣ୍ଟା, ନଅଘଣ୍ଟା, ଦଶଘଣ୍ଟା, ବାରଘଣ୍ଟା)
ଉ. ଦଶଘଣ୍ଟା ।
(ଗ) କେତେଦିନ ପରେ ବ୍ରଜବିହାରୀ ଘରକୁ ଫେରିଥିଲେ ?
(ଚାରିମାସ, ତିନିମାସ, ଦୁଇମାସ, ଏକମାସ)
ଉ. ଦୁଇମାସ ।
(ଘ) ବ୍ରଜ ବିହାରୀଙ୍କ ଅନୁପସ୍ଥିତିରେ ତାଙ୍କ ସାନଭାଇ ରାଜେନ୍ଦ୍ର କ’ଣ ହୋଇଯାଇଛି ବୋଲି ସେ କହିଲେ ?
(ଚତୁର, ଫାଜିଲ, ଅଭଦ୍ର, ଧୂରନ୍ଧର)
ଉ. ଅଭଦ୍ର
(ଡ) ‘ଏଇ ଶେଷ ରେଜୋଲ୍ୟୁସନ ହିଁ ବାସ୍ତବିକ ସବୁଠୁ ବାଞ୍ଛନୀୟ' – ଏହା କିଏ କହିଛନ୍ତି ।
(ରାଜେନ୍ଦ୍ର, ବନମାଳା, ବ୍ରଜବିହାରୀ, ଅନାଦିବାବୁ)
ଊ, ବ୍ରଜବିହାରୀ ।
(ଚ) ରାଜେନ୍ଦ୍ର କେଉଁ ଫିଲ୍ମ ଦେଖିବାକୁ ଯାଉଥିଲା ?
(ରଖୱାଲା, ହିମତୱାଲା, ହଣ୍ଟରୱାଲି, ବଡ଼ିଗାର୍ଡ଼)
ଉ. ହଣ୍ଟରଓ୍ବାଲି |
(ଛ) ତାଙ୍କର କ’ଣ ସଂଘ ଫଙ୍ଗ ନାହିଁ ବୋଲି ବ୍ରଜବିହାରୀ କାହାକୁ ପଚାରିଲେ ?
(ଚାକରକୁ, ପତ୍ନୀଙ୍କୁ, ସାନଭାଇକୁ, ମାଷ୍ଟ୍ରେଙ୍କୁ)
ଉ. ମାଷ୍ଟ୍ରେଙ୍କୁ ।
( ଜ) କେଉଁ ଡାକଟା ଗୋଟିଏ ଅବଜ୍ଞାସୂଚକ ସମ୍ବୋଧନ ବୋଲି କୁହାଯାଇଛି ?
(ଚାକର, ମାଷ୍ଟ୍, ହେ, ହଇଲୋ)
ଉ.. ମାଷ୍ଟ୍
(ଝ) ବୁଲୁକୁ ପଢ଼େଇବାକୁ ମାଷ୍ଟ୍ରେ କେତେବେଳେ ଆସିଥିଲେ ?
(ସାଢ଼େ ତିନିଟା, ସାଢ଼େ ଚାରିଟା, ସାଢ଼େ ପାଞ୍ଚଟା, ସାଢ଼େ ଛଅଟା)
ଉ. ସାଢ଼େ ଚାରିଟାବେଳେ ।
(ଞ୍ଜ) ବୁଲୁର ପାଠପଢ଼ାସାରି ମାଷ୍ଟ୍ରେ କେତେବେଳେ ଫେରି ଯାଇଥିଲେ ?
(ପାଞ୍ଚଟା କୋଡ଼ିଏ, ଚାରିଟା କୋଡ଼ିଏ, ଛଅଟା କୋଡ଼ିଏ, ସାତଟା କୋଡ଼ିଏ)
ଊ. ପାଞ୍ଚଟା କୋଡ଼ିଏ ।
(ଟ) ବୁଲୁକୁ ମାଷ୍ଟ୍ରେ କେତେ ମିନିଟ ପଢ଼ାଇଥଲେ ?
(ପଇଁଚାଳିଶ ମିନିଟ, ପଞ୍ଚାବନ ମିନିଟ, ପଚାଶ ମିନିଟ, ଚାଳିଶ ମିନିଟ)
ଊ. ପଚାଶ ମିନିଟ୍ ।
(୦) ମାଷ୍ଟ୍ରେ ଓଳିକି କେତେଟା କରି ଟିଉସନ କରୁଥିଲେ ?
(ପାଞ୍ଚଟା, ଚାରିଟା, ତିନିଟା, ଛଅଟା)
ଉ. ଛଅଟା
() ମାଷ୍ଟ୍ରେ ପାଠଗୁଡ଼ାକ କେଉଁଭଳି ପିଲାମାନଙ୍କୁ ଗଳେଇ ଦିଅନ୍ତି ?
(ଟାବ୍ଳେଟ୍, ପିଲ୍, ବଟିକା, ଗୁଳି)
ଉ. ପିଲ୍
(ଢ଼) କେଉଁ କଥା ବୁଝିବା ଦରକାର ନାହିଁ ବୋଲି ବ୍ରଜବିହାରୀ ପ୍ରଶ୍ନ କରିଛନ୍ତି ?
(ପାଠ, ସାହିତ୍ୟ, ଗଣିତ, ଭଲମନ୍ଦ)
ଉ. ପାଠ
(ଣ) ବ୍ରଜବିହାରୀ ଜଣେ ଅତ୍ୟାଚାରିତ ସ୍ବାମୀ ବୋଲି କାହାକୁ କହିଥିଲେ ?
(ବନମାଳାଙ୍କୁ, ବିନୋଦ ବାବୁଙ୍କୁ, ରାଜେନ୍ଦ୍ରଙ୍କୁ, ମାଷ୍ଟ୍ରେଙ୍କୁ)
ଉ. ବିନୋଦ ବାବୁଙ୍କୁ
(ତ) ବିନୋଦ ଅତ୍ୟାଚାରିତ ସ୍ବାମୀ ସଂଘର କେଉଁ ପଦବୀରେ ଥିଲେ ?
(ଚେୟାରମ୍ୟାନ, ସଭାପତି, ସଂପାଦକ, ଉପ-ସଭାପତି)
ଊ. ସଂପାଦକ
(ଥ) ‘ ଅତ୍ୟାଚାରିତ ସ୍ଵାମୀ ସଂଘ’ ଅତ୍ୟାଚାରିତ ସ୍ଵାମୀଙ୍କ ବିଷୟ ବୁଝିବାକୁ କେତେ ଫିସ୍ ନିଏ ?
(ପାଞ୍ଚଶହ, ତିନିଶହ, ଦୁଇଶହ, ଏକଶହ)
ଉ. ଏକଶହ
(ଦ) ଅତ୍ୟାଚାରିତ ସ୍ଵାମୀ ସଂଘର ସାଇକିଆଟ୍ରିଷ୍ଟ କିଏ ଥିଲେ ?
(ବିନୋଦ ବାବୁ, ବସନ୍ତ ବାବୁ, ଶିବରାମ ବାବୁ, ଘନଶ୍ୟାମ ବାବୁ)
ଉ. ଶିବରାମ ବାବୁ
(ଧ) ବନମାଳାଙ୍କର ବୟସ କେତେ ଥିଲା ?
(ପଇଁଚାଳିଶ, ବତିଶ, ତିରିଶ, ଛତିଶ)
ଉ. ତିରିଶ
(ନ) ବ୍ରଜ ବିହାରୀଙ୍କ ବୟସ କେତେ ଥିଲା ?
(ଚାଳିଶ, ପଇଁଚାଳିଶ, ସତଚାଳିଶ, ପଞ୍ଚାବନ)
ଉ. ଚାଳିଶ
(ଘ) ବନମାଳା ବିବାହ କଲାବେଳେ କଲେଜରେ କେଉଁ ଶ୍ରେଣୀରେ ପଢ଼ୁଥିଲେ ?
(+2, ବି.ଏ, ଏମ୍.ଏ, ଆଇ.ଏ)
ଉ. ଆଇ. ଏ
(ଫ) ବ୍ରଜ ବିହାରୀ ବାବୁ ମାସରେ କେତେଦିନ ଟୁର୍ କରନ୍ତି ?
(ପନ୍ଦର ଦିନ, ସତର ଦିନ, ଅଠର ଦିନ, କୋଡ଼ିଏ ଦିନ)
ଉ. କୋଡ଼ିଏ ଦିନ ।
(ବ) ଅନାଦିଙ୍କ ସ୍ତ୍ରୀଙ୍କ ନାମ କ’ଣ ଥିଲା ?
(ମୀନତୀ ଦେବୀ, ସୁଷମା ଦେବୀ, ସେବତୀ ଦେବୀ, ବିନତି ଦେବୀ)
ଊ. ବିନତି ଦେବୀ ।
(ଭ) ପାରିବାରିକ ଥଇଥାନ ସମିତିର ଚେୟାରମ୍ୟାନ୍ କିଏ ଥିଲେ ?
(ବିନତି ଦେବୀ, ବନମାଳା ଦେବୀ, ମିନତି ଦେବୀ, ମେଘମାଳା ଦେବୀ)
ଉ. ବନମାଳା ଦେବୀ।
Atyacharita Short Question Answer
୨. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
(କ) ବ୍ରଜବିହାରୀ ପତି କେଉଁ ପଦବୀରେ ଥିଲେ ?
ଉ : ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର ପଦବୀରେ ଥିଲେ ।
(ଖ) ଦନେଇର ଭଲ ନାମ କ’ଣ ଥିଲା ?
ଉ: ଦନେଇର ଭଲନାମ ଜନାର୍ଦ୍ଦନ ବେହେରା ।
(ଗ) କେଉଁ କଥା କହିପାରିବନି ବୋଲି ଦନେଇ ବ୍ରଜବିହାରୀଙ୍କୁ କହିଛି ?
ଉ : ମା’କଅଣ କରୁଛନ୍ତି ସେ କହିପାରିବ ନାହିଁ ବୋଲି ଦନେଇ ବ୍ରଜ ବିହାରୀଙ୍କୁ କହିଛି ।
(ଘ) ଦନେଇ ନ ଡାକି ତାକୁ ଜନାର୍ଦ୍ଦନ ବାବୁ ଡାକିବାରୁ ସେ କେଉଁ ଯୁକ୍ତି ଦର୍ଶାଇ ଥୁଲା ?
ଉ : ଆଜିକାଲି ସମସ୍ତେ ସମାନ, କେହି କାହାକୁ ରେ-ରା, ତୁ-ତା ଆଉ ନ କହିବାକୁ ଦନେଇ ଯୁକ୍ତି ଦର୍ଶାଇଛି ।
() କେଉଁ ସଂଘରେ ତାଙ୍କ ପାଇଁ ଆଇନ୍ ପାଶ୍ ହୋଇଛି ବୋଲି ଦନେଇ କହିଥିଲା ?
ଉ : ନିଷ୍ଫଳ କଟକ ଚାକର ସଂଘରେ ଆଇନ୍ ପାଶ୍ ହୋଇଛି ବୋଲି ଦନେଇ କହିଥିଲା ।
(ଚ) ଛୁଟି ପାଇବା ପରେ ଚାକରମାନେ କ’ଣ କରିବେ ବୋଲି ଦନେଇ କହିଛି ?
ଉ : ଛୁଟି ପାଇବା ପରେ ଚାକରମାନେ ବୁଲିବେ, ଥୁଟର, ସିନେମା ଦେଖୁବେ ବୋଲି ଦନେଇ କହିଛି ।
(ଛ) ଚାକରମାନେ ଘରକୁ କେତେବେଳେ ଫେରିବେ ବୋଲି କୁହାଯାଇଛି ?
ଉ : ଚାକରମାନେ ଘରକୁ ରାତି ବାରଟା ଆଗରୁ ଫେରିବେ ବୋଲି କୁହାଯାଇଛି।
( ଜ) ନିଷ୍ଫଳ କଟକ ଚାକର ସଭାର ସେକ୍ରେଟାରୀ କିଏ ଥିଲେ ?
ଉ : ନିଶୂଳ କଟକ ଚାକର ସଭାର ସେକ୍ରେଟାରୀ ଶ୍ରୀ ଜନାର୍ଦ୍ଦନ ବେହେରା ଥିଲେ ।
(ଝ) ଆଜିକାଲି କୌଣସି ପୁରୁଷ ନିରୁଦେଶ ହେବାର ଅର୍ଥ କ’ଣ ହୋଇପାରେ ?
ଉ : ଆଜିକାଲି କୌଣସି ପୁରୁଷ ନିରୁଦେଶ ହେବାର ଅର୍ଥ କୌଣସି ନା କୌଣସି ନାରୀର କବଳରେ ନିଶ୍ଚୟ ପଡ଼ିଥିବ ।
(ଞ) ଓଡ଼ିଶାର କନ୍ଦିବିକନ୍ଦିରେ ଆଜିକାଲି କେଉଁମାନେ ଖୁନ୍ଦି ହୋଇଗଲେଣି ?
ଉ : ଓଡ଼ିଶାର କନ୍ଦିବିକନ୍ଦିରେ ଆଜିକାଲି ବନମାଳାପରି ଦୁର୍ଦାନ୍ତନାରୀ ଖୁନ୍ଦି ହୋଇଗଲେଣି ।
(ଟ) ବନମାଳା ଦେବୀ କାହାର ସଭାନେତ୍ରୀ ଥିଲେ ?
ଉ : ବନମାଳା ଦେବୀ ଗୃହଲକ୍ଷ୍ମୀ ସମିତିର ସଭାନେତ୍ରୀ ଥିଲେ ।
(୦) ଛାତ୍ରସଂଘର ନୂଆ ଆଇନ୍ ଅନୁଯାୟୀ କୌଣସି ଗାଡ଼ିଆନ୍ ଛାତ୍ରର କେଉଁ କଥା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ?
ଉ : ଛାତ୍ର ସଂଘର ନୂଆ ଆଇନ୍ ଅନୁଯାୟୀ କୌଣସି ଗାଡ଼ିଆନ୍ ଛାତ୍ରର ବ୍ୟକ୍ତିଗତ ସ୍ଵାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ।
(ଙ) ଅଧ୍ୟାପକ ଓ ଶିକ୍ଷକମାନେ କ’ଣ କରିପାରିବେନି ବୋଲି କୁହାଯାଇଛି ?
ଉ : ଅଧ୍ୟାପକ ଓ ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେନି |
(ଢ) ପରୀକ୍ଷାରେ ସବୁ ସବ୍ଜେକ୍ଟରେ ବାସ୍ତବିକ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ କ’ଣ କରାଯିବବୋଲି କୁହାଯାଇଛି ?
ଉ : ପରୀକ୍ଷାରେ ସବୁସକ୍ଟରେ ବାସ୍ତବିକ ଫେଲ ହେଲେ ମଧ୍ୟ ସେମାନଙ୍କୁ ସେଣ୍ଟପ୍ କିମ୍ବା କ୍ଳାସ୍ ଉଠେଇ ଦିଆଯିବବୋଲି କୁହାଯାଇଛି ।
(ଣ) ତାଙ୍କ ପାଇଁ କେଉଁ ସଂଘ ତିଆରି ହୋଇଛି ବୋଲି ମାଷ୍ଟ୍ରେ କହିଥିଲେ ?
ଉ : ତାଙ୍କ ପାଇଁ Lowpaid Teacher’s Association ତିଆରି ହୋଇଛି ବୋଲି ମାଷ୍ଟ୍ରେ କହିଲେ |
(ତ) ଏଣିକି ତାଙ୍କୁ କ’ଣ ଡାକିବାକୁ ମାଷ୍ଟ୍ରେ ବ୍ରଜବିହାରୀଙ୍କୁ କହିଥିଲେ ?
ଉ : ଏଣିକି ତାଙ୍କୁ ମାଷ୍ଟରବାବୁ ଡାକିବାକୁ ମାଷ୍ଟ୍ରେ ବ୍ରଜବିହାରୀଙ୍କୁ କହିଥିଲେ ।
(ଥ) ଆଜିକାଲି କେଉଁ କଥା ଭାରି ସହଜ ବୋଲି ମାଷ୍ଟ୍ରେ କହିଛନ୍ତି ?
ଉ : ଆଜିକାଲି ପାଠପଢ଼େଇବା ଭାରି ସହଜ ହୋଇଗଲାଣି ବୋଲି ମାଷ୍ଟ୍ରେ କହିଛନ୍ତି ।
(ଦ) ମାଷ୍ଟରକୁଳ ଭାସିଯିବେ ବୋଲି କାହିଁକି କୁହାଯାଇଛି ?
ଉ : ବୁଝିକରି ପାଠ ପଢ଼ିଲେ ମାଷ୍ଟରକୁଳ ଭାସିଯିବେ ବୋଲି କୁହାଯାଇଛି ।
(ଧ) କେଉଁ କଥାରେ ବିପଦ ବୋଲି ମାଷ୍ଟ୍ରେ କହିଛନ୍ତି ?
ଉ : ବୁଝିକରି ପାଠପଢ଼ିବା କଥାରେ ବିପଦବୋଲି ମାଷ୍ଟ୍ରେ କହିଛନ୍ତି ।
(ନ) ବ୍ରଜବିହାରୀଙ୍କ ଦୁଇ ପୁଅଙ୍କର ନାମ କ’ଣ ?
ଉ : ବ୍ରଜବିହାରୀଙ୍କ ଦୁଇପୁଅଙ୍କର ନାମ ଟୁଲୁ ଓ ବୁଲୁ ।
(ପ) ବ୍ରଜବିହାରୀ ବାବୁ କେତେବର୍ଷ ହେଲା ବିବାହ କରିଥିଲେ ବୋଲି କହିଛନ୍ତି ?
ଉ : ବ୍ରଜବିହାରୀ ବାବୁ ପନ୍ଦର ବର୍ଷ ହେଲା ବିବାହ କରିଥିଲେ ବୋଲି କହିଛନ୍ତି ।
(ଫ) ବନମାଳା କଲେଜରେ କେଉଁ ଶ୍ରେଣୀରେ କେତେଥର ଫେଲ୍ ହୋଇଥିଲେ ?
ଉ : ବନମାଳା କଲେଜର ଆଇ.ଏ ଶ୍ରେଣୀରେ ତିନିଥର ଫେଲ ହୋଇଥିଲେ ।
(ବ) ବ୍ରଜବିହାରୀଙ୍କ ବଡ଼ ପୁଅ ତାଙ୍କ ସାନ ପୁଅଠାରୁ କେତେ ବଡ଼ ଥିଲା ?
ଉ : ବ୍ରଜବିହାରୀଙ୍କ ବଡ଼ପୁଅ ତାଙ୍କ ସାନ ପୁଅଠାରୁ ୨ ବର୍ଷ ବଡ଼ ଥିଲା ।
(ଭ) ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ କାହିଁକି ସିନେମା ଥୁଟର ଦେଖାଇ ନେଇ ପାରନ୍ତିନି ?
ଉ : ସମୟ ନଥିବାରୁ ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ ସିନେମା ଥାଏଟର ଦେଖାଇ ନେଇପାରନ୍ତିନି |
(ମ) କେଉଁ ଆହତ ସୈନ୍ୟମାନଙ୍କ ପାଇଁ ବନମାଳା ୱେଟର, ମଫଲର ବୁଣୁଥିଲେ ?
ଉ : ଇଣ୍ଡୋନେସିଆର ଆହତ ସୈନ୍ୟମାନଙ୍କ ପାଇଁ ବନମାଳା ୱେଟର ଓ ମଫଲର ବୁଣିବାରେ ବ୍ୟସ୍ତ ।
() ସାଇକିଆଟ୍ରିଷ୍ଟ ଶେଷରେ କାହାର ଦୋଷ ଦେଇଛନ୍ତି ?
ଉ : ସାଇକିଆଟ୍ରିଷ୍ଟ ଶେଷରେ ବ୍ରଜବିହାରୀକୁ ଦୋଷ ଦେଇଛନ୍ତି |
(ର) ବ୍ରଜବିହାରୀଙ୍କର କେଉଁମାନଙ୍କ ବିଷୟରେ ଧାରଣା ନାହିଁ ବୋଲି କୁହାଯାଇଛି ?
ଉ : ବ୍ରଜବିହାରୀଙ୍କର ନାରୀମାନଙ୍କ ବିଷୟରେ ଧାରଣା ନାହିଁ ବୋଲି କୁହାଯାଇଛି ।
(ଳ) ନାରୀ କ’ଣ କରିବେ ବୋଲି ବ୍ରଜବିହାରୀ କହିଛନ୍ତି ?
ଉ : ନାରୀ ବିବାହକରି ପିଲାଛୁଆ ଜନ୍ମ କରିବେବୋଲି ବ୍ରଜବିହାରୀ କହିଛନ୍ତି ।
(ବ) ତାଙ୍କୁ କ’ଣ କରିବାକୁ ଚେଷ୍ଟା କରନ୍ତୁ ବୋଲି ବ୍ରଜବିହାରୀ ଶିବରାମଙ୍କୁ କହିଛନ୍ତି ?
ଉ : ତାଙ୍କୁ ସାମାଜିକ କରିବାକୁ ଚେଷ୍ଟା କରନ୍ତୁ ବୋଲି ବ୍ରଜବିହାରୀ ଶିବରାମଙ୍କୁ କହିଛନ୍ତି ।
(ଶ) ବ୍ରଜବିହାରୀଙ୍କ ପରି ଅନାଦି ବି କ’ଣ ଥିଲେ ?
ଉ : ବ୍ରଜବିହାରୀଙ୍କ ପରି ଅନାଦି ବି ଥଲେ ଅସାମାଜିକ ।
(ଷ) ଅନାଦି ବାବୁଙ୍କ ଆଦର ସମାଜରେ କେଉଁ ଭାବରେ ବଢୁଥିଲା ?
ଉ : ବିନତି ଦେବୀଙ୍କର ସ୍ଵାମୀ ଭାବରେ ଅନାଦିଙ୍କର ଆଦର ବି ସମାଜରେ ବଢ଼ୁଥିଲା ।
(ସ) ଅନାଦି ବାବୁଙ୍କ କେସ୍ଟା ବଡ଼ ସାଙ୍ଘାତିକ ବୋଲି କାହିଁକି କୁହାଯାଇଛି ?
ଉ : ଅନାଦିବାବୁ ଅନ୍ୟ ସହିତ ପ୍ରଣୟ ଆରମ୍ଭ କରିଦେଇଥିବାରୁ କେସ୍ଟା ବଡ଼ ସାଙ୍ଘାତିକ ବୋଲି କୁହାଯାଇଛି ।
(ହ) ସ୍ତ୍ରୀଙ୍କ ଅତ୍ୟାଚାରରୁ ରକ୍ଷାପାଇବା ପାଇଁ ଅନାଦିବାବୁ କାହାର ସାହାଯ୍ୟ ନେଇଥିଲେ ?
ଉ : ସ୍ତ୍ରୀଙ୍କ ଅତ୍ୟାଚାରରୁ ରକ୍ଷାପାଇବା ପାଇଁ ଅନାଦିବାବୁ ଅତ୍ୟାଚାରିତ ସ୍ଵାମୀସଂଘର ସାହାଯ୍ୟ ନେଇଥିଲେ ।
) କେଉଁ ବିଷୟରେ ସନ୍ଦେହ ରହିବା ଉଚିତ ନୁହେଁ ବୋଲି ବିନୋଦବାବୁ ବ୍ରଜବିହାରୀଙ୍କୁ କହିଥିଲେ ?
ଉ : ସଂଘର ସାଧୁ ଉଦ୍ଦେଶ୍ୟ ବିଷୟରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ବିନୋଦବାବୁ ବ୍ରଜବିହାରୀଙ୍କୁ କହିଥିଲେ ।
୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।
(କ) ବ୍ରଜବିହାରୀଙ୍କ ବୟସ କେତେ ଥିଲା ଓ ସେ ଦେଖିବାକୁ କିପରି ଥିଲେ ?
ଊ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବ୍ରଜବିହାରୀ ବାବୁଙ୍କର ବୟସ ଓ ରୂପ ସଂପର୍କରେ ଆଲୋକପାତ କରିଅଛନ୍ତି ।
ବ୍ରଜବିହାରୀଙ୍କ ବୟସ ଚାଳିଶି ..... ସ୍ଵାସ୍ଥ୍ୟବାନ, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ ଓ ଆଖରେ ଚଷମା ଧାରଣ ।
(ଖ) “ତୋ ମୁଣ୍ଡ ବିଗିଡ଼ି ଯାଇଚି କିରେ” – ଏହା କିଏ କାହାକୁ କାହିଁକି କହିଛନ୍ତି ।
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର, ବ୍ରଜବିହାରୀ ଓ ଦନେଇ ଚରିତ୍ର ମଧ୍ୟରେ ପ୍ରକାଶ କରିଅଛନ୍ତି ।
ଏହା ବ୍ରଜବିହାରୀ, ଦନେଇକୁ, ଦନେଇ ବୋଲି ସମ୍ବୋଧନ କରିବାରୁ ସେ ଅପମାନିତ ହୋଇ ତା ବଦଳରେ ଜନାର୍ଦ୍ଦନ ବାବୁ ନାମରେ ଡାକିବା ପାଇଁ କହିଛି ।
(ଗ) କେଉଁ ଆଇନ୍ ପାଶ୍ ହୋଇଗଲାଣି ବୋଲି ଦନେଇ କହିଛି ଓ କାହିଁକି ?
ଊ. ଅତ୍ୟାଚାରିତ ଏକାଙ୍କିକାଟିରେ ପ୍ରାଣବନ୍ଧୁ କର ଆଇନ୍ ପାଶ୍ ହେବା ପ୍ରସଙ୍ଗକୁ ବର୍ଣ୍ଣନା କରିଅଛନ୍ତି ।
ତୁ-ତା, ରେ-ରା, ରେ ନ ଡାକିବା ପାଇଁ ଆଇନ୍ ପାଶ୍ ହୋଇଗଲାଣି ବୋଲି କହିଛି ।
(ଘ) ଦନେଇକୁ ଲେଖୁ ପଢ଼ି ଆସେ କି ନାହିଁ ପଚାରିବାରୁ ବ୍ରଜବିହାରୀଙ୍କୁ ଦନେଇ କି ଉତ୍ତର ଦେଇଛି ?
ଊ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ଦନେଇର ଲେଖା ପଢ଼ା ବାବଦରେ ଆଲୋକପାତ କରିଅଛନ୍ତି ।
ଦନେଇ ନାମ ଦସ୍ତଖତ କରିପାରେ ଓ ଦରଖାସ୍ତ ସବୁ ଅନ୍ୟ କାହା ହାତରେ ପଢ଼ି ନେବ ବୋଲି ବ୍ରଜବିହାରୀ କହିଛି ।
(ଙ) ଦରଖାସ୍ତ ପାଇ ଦନେଇ କ’ଣ କହିଥିଲା ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ଦନେଇକୁ ଘରୁ ବରଖାସ୍ତ କରିବା ବେଳେ, ଦନେଇ ତାଙ୍କ ଚାକର ସଂଘରେ ପକାଇବେ ବୋଲି ପ୍ରତିଶ୍ରୁତି ଦେଇଛି |
(ଚ) ପୁରୁଷମାନଙ୍କର ଆଉ ଚାରା ନାହିଁ କାହିଁକି ?
ଭି. ଅତ୍ୟାଚାରିତ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବ୍ରଜବିହାରୀଙ୍କ ମନ ଦିଗ କଥା ଆଲୋକପାତ କରିଅଛନ୍ତି ବନମାଳା ପରି ନାରୀମାନେ ଦୁର୍ଦ୍ଦାନ୍ତ ହୋଇ ଓଡ଼ିଶାର କନ୍ଦି ବିକନ୍ଦିରେ ଖୁନ୍ଦି ହେବା ଓ ସ୍କୁଲ କଲେଜ ସହ ଶିକ୍ଷା ଦେଖ ପୁରୁଷମାନଙ୍କର ଆଉ ଚାରା କଅଣ ଅଛି ବୋଲି କୁହାଯାଇଛି ।
(ଛ) ଗୃହଲକ୍ଷ୍ମୀ ସମିତି ଦ୍ଵାରା ଗଢ଼ା ସଂଘଟିର ପ୍ରଧାନ ଲକ୍ଷ୍ୟ କ’ଣ ଥିଲା ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାଟିରେ ନାଟ୍ୟକାର ପ୍ରାଣବନ୍ଧୁ କର ବନମାଳା ଚରିତ୍ର ମଧ୍ୟରେ ଗୃହଲକ୍ଷ୍ମୀ ସମିତିର ପ୍ରଧାନ ଉଦ୍ଦେଶ୍ୟ ସଂପର୍କରେ ବିଶ୍ଳେଷଣ କରିଛନ୍ତି । ପରିବାର ପାଇଁ ଉପଯୁକ୍ତ ଗୃହିଣୀ ଗଢ଼ିବା ଏ ସଂଘର ପ୍ରଧାନ ଲକ୍ଷ୍ୟ ।
(ଜ) କେଉଁଥିରେ ବଡ଼ ଭାଇ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରାଜେନ୍ଦ୍ର କହିଛି ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ପ୍ରାଣବନ୍ଧୁ କର ରାଜୁ ଚରିତ୍ର ମଧ୍ୟରେ ବିଶ୍ଳେଷଣ କରିଛନ୍ତି । ଗୀତବୋଲିବା ଓ ହିସଲ ମାରିବା ବ୍ୟକ୍ତିର ସ୍ଵାଧୀନତା ହୋଇଥିବାରୁ ସେଥିରେ କେହି ହସ୍ତକ୍ଷେପ କରିପାରିବେନି ।
(ଝ) ଅଧ୍ୟାପକ ଓ ଶିକ୍ଷକମାନଙ୍କ ପାଇଁ କିଏ କେଉଁ ଆଇନ୍ ତିଆରି କରିଛନ୍ତି ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବ୍ରଜ-ରାଜୁ ଚରିତ୍ରଦ୍ଵୟ ମଧ୍ଯରେ ବିଶ୍ଳେଷଣ କରିଅଛନ୍ତି । ଅଧ୍ୟାପକ କିମ୍ବା ଶିକ୍ଷକମାନେ ଛାତ୍ରମାନଙ୍କୁ ଆଉ ଶାସନ କରିପାରିବେ ନାହିଁ ।
(ଞ୍ଜ) ଛାତ୍ରଙ୍କ ପରୀକ୍ଷାଫଳ ସଂପର୍କରେ ନୂଆ ଆଇନ୍ରେ କ’ଣ କୁହାଯାଇଛି ?
ଉ. ‘ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ଆଇନି ଅନୁଯାୟୀ ପରୀକ୍ଷା ଫଳ ସମ୍ବନ୍ଧୀୟ ବିଶ୍ଳେଷଣ କରିଅଛନ୍ତି । ପରୀକ୍ଷାରେ ସବୁ ବିଷୟରେ ଫେଲ୍ ହୋଇଥିଲେ ହେଁ ସେମାନଙ୍କୁ ସେଣ୍ଟପ୍ କିମ୍ବା କ୍ଲାସ ଉଠେଇ ଦିଆଯିବ ।
(ଟ) ଲେଡ଼ି ଷ୍ଟୁଡେଣ୍ଟମାନଙ୍କ ସଂପର୍କରେ ନୂଆ ଆଇନ୍ରେ କ’ଣ କୁହାଯାଇଛି ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଲେଡ଼ି ଷ୍ଟୁଡେଣ୍ଟଙ୍କ ପାଇଁ ନୂଆ ଆଇନ୍ ସମ୍ବନ୍ଧୀୟ ତର୍ଜମା କରିଛନ୍ତି । ଲେଡ଼ି ଷ୍ଟୁଡେଣ୍ଟମାନେ କ୍ଲାସରେ ଅଲଗା ସିଟ୍ରେ ନ ବସି ଛାତ୍ରମାନଙ୍କ ସଙ୍ଗରେ ଏକାଠି ବସିପାରିବା କଥା କହିଛନ୍ତି ।
(୦) କାଲି ପରୀକ୍ଷା ଦୃଷ୍ଟିରୁ ରାଜେନ୍ଦ୍ରକୁ କ’ଣ କରିବାକୁ ହେବ ବୋଲି ବଡ଼ଭାଇ କହିଛନ୍ତି ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବ୍ରଜବିହାରୀ ଚରିତ୍ର ଦ୍ବାରା ରାଜୁକୁ ବ୍ୟଙ୍ଗୋକ୍ତି ମାଧମରେ ଗାଳି ଦେଇଛନ୍ତି । ପଢ଼ି ପଢ଼ି ମୁଣ୍ଡଟା ଗରମ ହୋଇଯିବଣି କି ଫିଲ୍ମ ଦେଖିବାକୁ ଯାଉଚୁ ବୋଲି କହିଛନ୍ତି ।
() ବ୍ରଜବିହାରୀ କେଉଁ କଥା ଭୁଲି ଯାଇଥିଲେ ବୋଲି ମାଷ୍ଟ୍ରେଙ୍କୁ କହିଥିଲେ ?
ଊ. ‘ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର କହିଛନ୍ତି Low paid Teacher's Association ହୋଇଛି ବୋଲି ଜାଣିଥୁଲେ ହେଁ, ଏବେ ସେ ଭୁଲି ଯାଇଥିଲେ ବୋଲି କହିଛନ୍ତି ।
(ଢ) ବୁଲୁକୁ ପଢ଼ାଇବାକୁ ମାଷ୍ଟ୍ରେ କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାର ଏକାଙ୍କିକାକାର ପ୍ରାଣବନ୍ଧୁ କର ବୁଲୁ ଓ ତା’ର ମାଷ୍ଟରଙ୍କ ପାଠପଢ଼ା ସମ୍ବନ୍ଧରେ ବିଶ୍ଳେଷଣ କରିଛନ୍ତି । ସାଢ଼େ ଚାରିଟା ବେଳେ ଆସି ପାଞ୍ଚଟା କୋଡ଼ିଏରେ ଯାଉଛନ୍ତି ବୋଲି ମାଷ୍ଟ୍ରେ କହିଥିଲେ ।
(ଣ) ପାଠ ମୁଖସ୍ଥ କରିଦେଲେ ପିଲାଙ୍କର କ'ଣ ହେବ ବୋଲି କୁହାଯାଇଛି ?
ଉ. ‘ ଅତ୍ୟାଚାରିତ' ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ମୁଖସ୍ଥ ପାଠପଢ଼ା ଛାତ୍ରମାନଙ୍କ ପାଇଁ କ୍ଷତିକାରକ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ମୁଖସ୍ତ କରି ପାଠପଢ଼ି ପରୀକ୍ଷା ଦେଲେ ଲେଖୁ ଲେଖୁ ଯେଉଁଠି ସେଇଠି । ମୁଣ୍ଡରୁ କିଛି ବାହାରିବ ନାହିଁ ।
(ତ) ବ୍ରଜବିହାରୀଙ୍କ ପରିବାରରେ ସମୁଦାୟ କେତେଜଣ ଥିଲେ ଓ କିଏ କିଏ ?
ଊ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ବ୍ରଜବିହାରୀ ପରିବାରର ପରିଚୟ ପ୍ରସଙ୍ଗରେ ବିଶ୍ଲେଷଣ କରିଛନ୍ତି । ବ୍ରଜବିହାରୀ ଓ ତାଙ୍କ ପତ୍ନୀ ବନମାଳା, ଦୁଇପୁଅ ଟୁଲୁ ଓ ବୁଲୁ ଓ ସାନଭାଇ ରାଜୁ ।
(ଥ) ବ୍ରଜବିହାରୀଙ୍କ କେଉଁ କଥା ମନେ ପଡୁନି ବୋଲି ସେ ସାଇକିଆଟ୍ରିଷ୍ଣୁଙ୍କୁ କହିଥିଲେ ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାର ପ୍ରାଣବନ୍ଧୁ କର ବ୍ରଜବିହାରୀ ସାଇକ୍ରିଆଟ୍ରିଷ୍ଟଙ୍କ ପାଖରେ ବିସୁରି ଯିବା ପ୍ରସଙ୍ଗକୁ ବିଶ୍ଳେଷଣ କରିଛନ୍ତି । ସ୍ତ୍ରୀଙ୍କୁ ବାହାଘର ବେଳେ ଥରେ ଅଧେ ସୁନ୍ଦରୀ କହିଲେ କହିଥିବି ବୋଲି ବ୍ରଜବିହାରୀ କହିଥିଲେ ।
(ଦ) ସାଇକିଆଟ୍ରିଷ୍ଟ ବ୍ରଜବିହାରୀଙ୍କ କେଉଁ ଦୋଷ ଥିବାର ସୂଚନା ଦେଇଛନ୍ତି ?
ଉ. ‘ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବ୍ରଜବିହାରୀଙ୍କର ଦୋଷଗୁଣ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସ୍ତ୍ରୀ ବନମାଳାଙ୍କ ପାଖରେ ସମୟ ନ ଦେବାରୁ ସେ ସ୍ଵେଚ୍ଛାଚାରୀ ହେବା ବ୍ରଜବିହାରୀଙ୍କର ଦୋଷ ।
(ଧ) ବନବିହାରୀ କେଉଁ କଥା କହିଥା’ନ୍ତେ ଆଉ କେଉଁ କଥା କହି ନଥାନ୍ତେ ବୋଲି ସାଇକିଆଟ୍ରିଷ୍ଟ କହିଛନ୍ତି ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବ୍ରଜବିହାରୀଙ୍କ ଚରିତ୍ରର ବିଶ୍ଳେଷଣ କରିଛନ୍ତି । ବନମାଳାଙ୍କୁ ସୁନ୍ଦରୀ ବୋଲି କହିଥାନ୍ତେ, ତାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରଚାର ନ କରୁଥାନ୍ତେ ତେବେ ଏମିତି ବିଶୃଙ୍ଖଳା ହୋଇନଥାନ୍ତା ବୋଲି ସାଇକିଆଟ୍ରିଷ୍ଟ କହିଛନ୍ତି ।
(ନ) ପାରିବାରିକ ଥଇଥାନ ସମିତି କେଉଁ ଦିଗରେ କାର୍ଯ୍ୟକରେ ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାର ନାଟ୍ୟକାର ପ୍ରାଣବନ୍ଧୁ କର ‘ପାରିବାରିକ ଥାଇଥାନ’ ସମିତିର ଉପକାରିତା ବିଷୟରେ ସୂଚନା ଦେଇଛନ୍ତି । ଅତ୍ୟାଚାରିତ ସ୍ଵାମୀମାନଙ୍କୁ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ ଏହି ସମିତି କାର୍ଯ୍ୟକରେ ।
(ପ) ପାରିବାରିକ ଥଇଥାନ ସମିତିରେ କେଉଁମାନେ କାର୍ଯ୍ୟ କରୁଥିବାରୁ ଶିବରାମ କହିଛନ୍ତି ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ପାରିବାରିକ ଥଇଥାନ ସମିତିର କର୍ମକର୍ତ୍ତାଙ୍କ ଧାରଣା ସୃଷ୍ଟି କରିଛନ୍ତି । ବନମାଳା ଦେବୀ ପାରିବାରିକ ଥଇଥାନ ସମିତିର ଚେୟାରମ୍ୟାନ, ବିନୋଦ ସଂପାଦକ ଓ ଶିବରାମ ବାବୁ ସାଇକ୍ରିୟାଟିଷ୍ଟ ।
(ଫ) ରସିଦ୍ ଦେବାବେଳେ ଶିବରାମ ବ୍ରଜବିହାରୀଙ୍କୁ କ’ଣ କହିଥିଲେ ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ଶିବରାମ ବ୍ରଜବିହାରୀଙ୍କୁ ରସିଦ୍ ଦେବାବେଳେ କହିଥିବା କଥାକୁ ଆଲୋକପାତ କରିଅଛନ୍ତି । ଶିବରାମ ବାବୁ ରସିଦ୍ ବଢ଼ାଇ ଦେଇ ସନ୍ଧ୍ୟାବେଳେ ଆସିଲେ ସବୁ ବ୍ୟବସ୍ଥା କରି ଦିଆଯିବ ବୋଲି କହିଛନ୍ତି ।
(ବ) ଅନାଦିଙ୍କ ଉପରେ ତାଙ୍କ ସ୍ତ୍ରୀ କାହିଁକି ଅତ୍ୟାଚାର ଆରମ୍ଭ କରି ଦେଇଥିଲେ ?
ଉ. ‘ ଅତ୍ୟାଚାରିତ’ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବ୍ରଜବିହାରୀଙ୍କ ପରି ଅନାଦି ମଧ୍ଯ ଜଣେ ଅତ୍ୟାଚାରିତ ସ୍ଵାମୀ ପ୍ରସଙ୍ଗରେ ବର୍ଣନା କରିଛନ୍ତି । ସ୍ତ୍ରୀ ବିନତି ଦେବୀଙ୍କୁ ଅତି ବେଶିମାତ୍ରାରେ ଦୃଷ୍ଟି ଦେବାରୁ ତାଙ୍କ ଉପରେ ଅତ୍ୟାଚାର ହେଉଥିବା କଥା କହିଛନ୍ତି।
(ଭ) “ଆପଣ ତାଙ୍କୁ ଚିହ୍ନନ୍ତି” ? ବିନୋଦ ବାବୁଙ୍କ ଏ ପ୍ରଶ୍ନର ଉତ୍ତରରେ ବନମାଳା ଦେବୀ କ’ଣ କହିଥିଲେ ?
ଉ. ‘ ଅତ୍ୟାଚାରିତ’ ଏକାକିଙ୍କାରେ ନାଟ୍ୟକାର ପ୍ରାଣବନ୍ଧୁ କର ପାରିବାରିକ ଥଇଥାନ ସମିତିରେ ଉଭୟ ବନମାଳା ଓ ବ୍ରଜବିହାରୀଙ୍କ ଉପସ୍ଥିତି ପ୍ରସଙ୍ଗରେ ବର୍ଣ୍ଣନା କରିଛନ୍ତି । ଆପଣ ତାଙ୍କୁ ଜାଣନ୍ତି ବୋଲି ବିନୋଦ, ବନମାଳାକୁ କହିଛନ୍ତି, ବ୍ରଜବିହାରୀଙ୍କୁ ସେ ଭଲଭାବେ ଚିହ୍ନେ ଓ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁକ୍ତ କରିବେ ସେ ଦାୟିତ୍ଵ ତାଙ୍କର ।
(ମ) ବିନୋଦ ଓ ଅନାଦି କାହିଁକି ବିସ୍ମିତ ହୋଇଥିଲେ ?
ଉ. ଅତ୍ୟାଚାରିତ ଏକାଙ୍କିକାରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ବିନୋଦ ଓ ଅନାଦିଙ୍କ ବିସ୍ତୃତ ଭାବ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଆପଣଙ୍କ ସମିତିର ଏଇ ଚେୟାରମ୍ୟାନ ଖୋଦ୍ ତାଙ୍କର ସହଧର୍ମିଣୀ ବୋଲି ଶୁଣାଇଦେବାରୁ ବିନୋଦ ଓ ଅନାଦି ବିସ୍ମିତ ହୋଇ ପଡ଼ିଥିଲେ ।
ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।
(କ) ବ୍ରଜବିହାରୀ ବାବୁ ବୈଠକଖାନାରେ ପ୍ରବେଶ କଲାପରେ କ’ଣ କରିଥିଲେ ?
ଭି. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର | ସାଥୀରେ ଆସିଥିବା କୁଲିକୁ ପଇସା ଦେଇ ବିଦାକରି ସାରିବା ପରେ ଫୋନ ଖୋଲି ଗୋଟିଏ ଆର୍ମ ଚେୟାରରେ ସ୍ଵସ୍ତର ନିଃଶ୍ବାସମାରି ଟେବୁଲୁ ଉପରୁ ଖବର କାଗଜଖ ଉଠେଇ ନେଇ ପଢ଼ିବାରେ ବ୍ୟସ୍ତ ରହିଲେ ଓ ପଢ଼ୁ ପଢ଼ୁ ନିରୁଦେଶ ହୋଇଥିବା ନିଜର ନାମ ପଦପଦବୀ ଆଦି ଦେଖୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
(ଖ) ନିରୁଦେଶ ବ୍ୟକ୍ତିଙ୍କ ସଂପର୍କରେ ଖବର କାଗଜରେ କ’ଣ ପ୍ରକାଶ ପାଇଥିଲା ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର –ପ୍ରାଣବନ୍ଧୁ କର । ସ୍ତ୍ରୀ ବନବାଳା ଦେବୀ ସ୍ଵାମୀଙ୍କର ନିରୁଦେଶ ସଂପର୍କରେ ଖବରକାଗଜକୁ ଲେଖୁ ଦେଇଥିଲା । ମୋର ସ୍ଵାମୀ ଶ୍ରୀ ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର, ବୟସ ଚାଳିଶି .... ସ୍ଵାସ୍ଥ୍ୟବାନ, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ, ଆଖରେ ଚଷମା, ଆଜକୁ ପ୍ରାୟ ଦୁଇମାସ ହେଲା ନିରୁଦେଶ ହୋଇଛନ୍ତି ଯଦି କୌଣସି ଦୟାଶୀଳା ନାରୀ ମୋର ସ୍ଵାମୀଙ୍କୁ ପାଇଥାନ୍ତି, ତେବେ ତାଙ୍କୁ ସେ ନିଜର ସଂପତ୍ତି ଭାବରେ ଅଧିକାର ନକରି ଦୟାକରି ନିମ୍ନଲିଖତ ଠିକଣାରେ ଫେରସ୍ତ ଦେବେ। ଶ୍ରୀମତୀ ବନମାଳା ଦେବୀ, ଚାନ୍ଦିନୀଚୌକ, କଟକ –୨
(ଗ) “ ଏ କଥା କୋଉଠି ଲେଖାଅଛି” – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ବ୍ରଜ ବିହାରୀ ବନ୍ୟାଞ୍ଚଳରୁ ଆସି ଘରେ କେବଳ ଚାକର ଦିନେଇ ବ୍ୟତୀତ କାହାକୁ ଦେଖୁନାହିଁ । ତେଣୁ ସେ ବାରମ୍ବାର ଦନେଇ ଦନେଇ ଡାକି ସେ ନ ଶୁଣିବାରୁ ଏ ଘରେ ସମସ୍ତେ ମରିଛନ୍ତି କି ବୋଲି ପରରିଛନ୍ତି । ବଞ୍ଚୁଛ ବୋଲି କ’ଣ ଡାକିଲେ ଶୁଣିବୁ ବୋଲି ଏକଥା କୋଉଠି ଲେଖାଅଛି ବୋଲି ଦନେଇ କହିଛି ।
(ଘ) ଆଜିକାଲି ସଭିଙ୍କର ହେଲାଣି, ଆମର ହବନି କାହିଁକି ? ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ବ୍ରଜବିହାରୀ ଓ ଚାକର ଦନେଇଙ୍କ କଥୋପକଥନ ପ୍ରସଙ୍ଗରେ ଏକାଙ୍କିକାକାର ଚର୍ଚ୍ଚା କରିଛନ୍ତି । ନିଷ୍ଫଳ କଟକ ଚାକର ସଂଘ ଗଢ଼ା ହେବା ଓ ସମସ୍ତେ ସମାନ ହେବା ଚାକର ଦନେଇ କହିଛି। ତମର ଫେର୍ ଗୋଟାଏ ସଭାସମିତି ଗଢ଼ାହେବା କଥା ବ୍ରଜବିହାରୀ କହିବାରୁ, କାହିଁକି ଗଢ଼ିବୁନି – ଆଜିକାଲି ସଭିଙ୍କର ହେଲାଣି, ଆମର ହବନି କାହିଁକି |
(ଙ) ‘ନିଷ୍ଫଳ କଟକ ଚାକର ସଭାରେ’ କେଉଁ ସବୁ ଆଇନି ପାଶ୍ ହୋଇଥିଲା ?
ଉ. ଏକାଙ୍କିକା—ଅତ୍ୟାଚାରିତ, ଏକାଙ୍କିକାକାର—ପ୍ରାଣବନ୍ଧୁ କର । ନିଷ୍ଫଳ କଟକ ଚାକର ସଭାରେ ଯେଉଁସବୁ ଆଇନି ପାଶ୍ ହୋଇଥିଲା, ସେସବୁ ମଧ୍ୟରେ ମାଲିକମାନେ ଚାକରଙ୍କୁ ଆଉ ତୁ-ତା, ବେ-ବା, ରେ-ରା ନ କହିବା । ମାରଧର କରିବେ ନାହିଁ, ବାବୁମାନେ ଯାହା ଖାଇବେ, ଚାକରମାନେ ସେଇୟା ଖାଇବେ, ପୋଷାକରେ ସମାନ, ଶେଯରେ ଶୋଇବା ସମାନ, ଚାକର ଭଲ କାମ ନ କଲେ ତାଙ୍କୁ ମାଲିକ ତଡ଼ି ନ ପାରିବା, ଦଶଘଣ୍ଟାରୁ ଅଧିକ କାମ ମାଲିକର ନ କରାଇବା, ସକାଳ ୭ଟାରୁ ଦିନ ୫ଟା, ଛୁଟି ସମୟରେ ବୁଲିବା, ଥୁଏଟର ସିନେମା ଦେଖିବା, ରାତି ୧୨ଟା ପୂର୍ବରୁ ଘରକୁ ଫେରିବା ବାବୁ ବାବୁଆଣୀ ତାକୁ ଅପେକ୍ଷାରେ ଥିବା ଆଦି ସବୁ ଆଇନ୍ରେ ପାଶ୍ ହୋଇଛି ।
(ଚ) ବାବୁ ଓ ଚାକର ପରସ୍ପର କେଉଁଥିରେ ସମାନ ନୁହନ୍ତି ବୋଲି ଦନେଇ କହିଛି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାର – ପ୍ରାଣବନ୍ଧୁ କର । ଏକାଙ୍କିକାକାର ବ୍ରଜବିହାରୀ ଓ ଚାକର ଦନେଇଙ୍କ ମଧ୍ୟରେ କେଉଁ କଥା ସମାନ ନୁହେଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବାବୁମାନେ ଯେଉଁ ଦରମା ପାଉଥବେ ଚାକରମାନେ ସେହି ଦରମା ପାଇବା କଥା ବ୍ରଜବିହାରୀ ଦନେଇକୁ କହିବାରୁ ଦନେଇ ମନାକରି, ସେଇତକ ଛଡ଼ା ଆଉ ସବୁ ବିଷୟରେ ବାବୁ ଚାକର ସମାନ ବୋଲି କହିଛି ।
(ଛ) ଭଲକାମ ନ କଲେ ବାବୁମାନେ ଚାକରଙ୍କୁ କିପରି ତଡ଼ି ଦେଇ ପାରିବେ ବୋଲି କୁହାଯାଇଛି ?
ଉ. ଏକାଙ୍କିକା—ଅତ୍ୟାଚାରିତ, ଏକାଙ୍କିକାକାର—ପ୍ରାଣବନ୍ଧୁ କର । ଚାକର ସଂଘର ଆଇନି ଅନୁଯାୟୀ, ଚାକରକୁ ବାବୁମାନେ ଘରୁ ତଡି଼ ନ ଦେଇ ପ୍ରଥମେ ସଂଘର ସେକ୍ରେଟାରୀଙ୍କ ପାଖକୁ ଦରଖାସ୍ତ ଦେବେ । ଘଟଣାକୁ ସେକ୍ରେଟାରୀ ତଦନ୍ତ କରି ଚାକରର ଦୋଷ ହେଲେ, ତାଙ୍କ ଠାରୁ ହୁକୁମ୍ ପାଇବା ପରେ ବାବୁ ଚାକରକୁ ତଡ଼ିପାରିବେ।
() ବ୍ରଜବିହାରୀ ଦେଇଥିବା ଦରଖାସ୍ତଟିର ବିଷୟବସ୍ତୁ କ'ଣ ଥିଲା ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାର – ପ୍ରାଣବନ୍ଧୁ କର । ଦନେଇ ବେହେରାଙ୍କୁ ଚାକିରିରୁ ବାହାର କରିବା ପାଇଁ ବ୍ରଜବିହାରୀ ଚାକର ଦନେଇ ହାତରେ ସେକ୍ରେଟାରୀ ଜନାର୍ଦ୍ଦନ ବେହେରାଙ୍କ ନିକଟକୁ । ତଦନ୍ତ କରି ତାଙ୍କୁ ଚାକିରିରୁ ବାହାର କରିବାକୁ ସୁପାରିସ୍ କରିବା ପ୍ରସଙ୍ଗରେ ଲେଖୁଥିଲେ ।
(ଝ) ବନମାଳା ଦେବୀ ଖବର କାଗଜର ମିଶିଂ କଲମରେ ବ୍ରଜବିହାରୀଙ୍କ ନାଁ ବାହାର କରିଥିଲେ କାହିଁକି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ହସ୍ତାକ ପାଇଁ ଟୁରରେ ଯାଇ ସ୍ଵାମୀ ବ୍ରଜବିହାରୀ ଦି ମାସ ହେଲା ନିରୁଦେଶ– କୌଣସି ଖବର ନ ପାଇବାରୁ ବ୍ୟସ୍ତ ହୋଇ ଖବର କାଗଜର missing column ରେ ତାଙ୍କ ନାମକୁ ବାହାର କରିବା କଥା କହିଛନ୍ତି |
(ଖ) ବ୍ରଜବିହାରୀ କେତେଦିନ ଧରି ଘରକୁ ନ ଫେରିବାର କାରଣ କ’ଣ ଥିଲା ବୋଲି କହିଛନ୍ତି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ବ୍ରଜବିହାରୀ ବାବୁ ଥିଲେ ଡେପୁଟି ମାଜିଷ୍ଟ୍ରେଟ୍ ଓ କଲେକ୍ଟର । ଯାଜପୁରରେ ବନ୍ୟା ଦାୟିତ୍ଵରେ ଯାଇ ପରିସ୍ଥିତି ଶୋଚନୀୟ ହେବାରୁ ହପ୍ତାକ ମଧ୍ୟରେ ଫେରି ନ ପାରିଲେ ଦୁଇମାସ ପରେ ଫେରିଲେ । ସେ ଯେଉଁଠି ଅଟକି ଥିଲେ, ସେଠାରେ ଡାକ ବି ଆସିପାରୁ ନ ଥିଲା ।
(ଟ) କିଏ ଉପଯୁକ୍ତ ଗୃହିଣୀ ତିଆରି କରିପାରିବ ବୋଲି ବ୍ରଜବିହାରୀ କହିଛନ୍ତି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର | ଦୀର୍ଘ ଦୁଇମାସ ପରେ ସ୍ଵାମୀ ଘରକୁ ଫେରିଲା ବେଳକୁ ଯେଉଁ ସ୍ତ୍ରୀ ତାଙ୍କର ଚର୍ଚ୍ଚା କରିବାର ଲୋଭକୁ ସମ୍ବରଣ କରି ସଂଘର ସଭାନେତ୍ରୀ କରିବାକୁ ବାହାରେ ସେହି ଖାଲି ଉପଯୁକ୍ତ ଗୃହିଣୀ ତିଆରି କରିପାରିବେ ବୋଲି ବ୍ରଜବିହାରୀ କହିଛନ୍ତି ।
(୦) ବନମାଳା ‘ଗୃହଲକ୍ଷ୍ମୀ ସମିତି’ର ସଭାକୁ ଗଲାବେଳେ ବ୍ରଜବିହାରୀଙ୍କୁ କ’ଣ ସବୁ କରିବାକୁ ବରାଦ କରିଯାଇଥିଲେ ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ବନମାଳା ଗୃହଲକ୍ଷ୍ମୀ ସମିତି ସଭାକୁ ଗଲାବେଳେ ସ୍ଵାମୀଙ୍କୁ ବରାଦ କରିଥିଲେ କି ଟୁଲୁର ଖାଇବା ସମୟ ହେଲେ ଦୁଧ ପିଆଇବାକୁ ଦବ, ଜଳଖିଆ ଆଲମାରୀରେ ତା’ର ଫିଡିଂ ବଟଲରେ ଥିବା ଦୁଧ ଅଛି ବୋଲି ଜଣାଇଛନ୍ତି। ବୁଲୁମାଷ୍ଟ୍ର ପାଖରେ ଟୁଲୁ ପଢ଼ୁଅଛି, ପଢ଼ି ସାରିଲେ ତାକୁ ଜଳଖୁଆ ଖାଇବାକୁ ଦେବା ପାଇଁ କହିଛନ୍ତି ।
(ଡି) ଛାତ୍ର ସଂଘର ନୂଆ ଆଇନ୍ କ’ଣ କ’ଣ ଥିଲା ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ଛାତ୍ର-ସଂଘର ନୂଆ ଆଇନ୍ ଅନୁଯାୟୀ କୌଣସି ଗାଡ଼ିୟାନ ଛାତ୍ରର ବ୍ୟକ୍ତିଗତ ସ୍ଵାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ । ଅଧ୍ୟାପକ କିମ୍ବା ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେ ନାହିଁ । ପରୀକ୍ଷାରେ ସବୁ ବିଷୟରେ ଫେଲ୍ ହେବେ ବା ସମସ୍ତେ Sent up କିମ୍ବା କ୍ଲାସକୁ ଉଠିବେ । ଲେଡି଼ ଷ୍ଟୁଡେଣ୍ଟମାନେ କ୍ଲାସରେ ଅଲଗା ସିଟ୍ରେ ବସି ଛାତ୍ରମାନଙ୍କ ସହ ଏକାବେଞ୍ଚରେ ବସିବେ ।
(କ) ତାଙ୍କ ସଂସାର ଦୁଇମାସ ଭିତରେ କ’ଣ ହେଇଚି ବୋଲି ବ୍ରଜବିହାରୀ କହିଥିଲେ ?
ଡ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ସିଆଡ଼େ ବଢ଼ିରେ ସିନା ଲୋକ ଭାସିଗଲେ ହେଲେ ତାଙ୍କ ସଂସାର ମାସ ଦୁଇଟାରେ ଭାସିଗଲାଣି । ଖାଲି ସଂଘସଂଘ, ଚାକର ସଂଘ, ନାରୀ ସଂଘ, ଛାତ୍ର ସଂଘ, ଆଉ କୋର ସଂଘ ବାକି ରହିଛି ବୋଲି ବ୍ୟସ୍ତ ହୋଇଛନ୍ତି |
(ଣ) ବୁଲୁର ପାଠପଢ଼ା ସମୟ ସଂପର୍କରେ ବ୍ରଜବିହାରୀ ଓ ମାଷ୍ଟ୍ରେଙ୍କ ମଧ୍ୟରେ କେଉଁସବୁ କଥାବାର୍ତ୍ତା ହୋଇଛି ?
ଉ, ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ମାଷ୍ଟ୍ରେ ବୁଲୁକୁ ମାତ୍ର ୫୦ ମିନିଟ୍ ଟିଉସନ କରି ଛାଡ଼ିଥିବାରୁ ବ୍ରଜବିହାରୀଙ୍କ ମନରେ ଘୋର ସନ୍ଦେହ ହୋଇଛି । ସାଢ଼େ ଚାରିଟା ବେଳକୁ ଆସି ୫ଟା କୋଡ଼ିଏ, ଏଇ ପଚାଶ ମିନିଟ୍ ଯଥେଷ୍ଟ । ଓଳିକେ ୬ଟା କରି ଟିଉସନ୍ କରିବାକୁ ପଡ଼ିବ । ତେଣୁ ବୁଲୁ ପାଠପଢ଼ା ପାଇଁ ୫୦ ମିନିଟ୍ ଯଥେଷ୍ଟ ।
(ତ) ଆଜିକାଲି ପାଠପଢ଼ାରେ କାହିଁକି କଷ୍ଟ ନାହିଁ ବୋଲି ମାଷ୍ଟ୍ରେ କହିଛନ୍ତି ?
ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର। ଆଜିକାଲି ପାଠ ଭାରି ସହଜ ବୋଲି ମାଷ୍ଟ୍ରେ କହିଛନ୍ତି । ପିଲ୍ ଗଳେଇଲା ପରି ପିଲାମାନଙ୍କୁ ପାଠ ଟପାଟପ ଗଳେଇ ଦଉଚୁ । ସବୁ ବିଷୟରେ ନୋଟ୍ ଡାକି ନ ବୁଝ ମୁଖ କରି ପକାଉଛୁ ।
(ଥ) ବୁଝି କରି ପାଠ ପଢ଼ିଲେ କ’ଣ ହେବ ବୋଲି କୁହାଯାଇଛି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର। ଆଜିକାଲି ବୁଝି କରି ପାଠପଢ଼ିବା ଦରକାର ପଡୁନାହିଁ । ବୁଝିକରି ପାଠ ପଢ଼ିଲେ ମାଷ୍ଟର କୁଳ ଭାସିଯିବେ । ମୁଖସ୍ଥ ପାଠ ପରୀକ୍ଷା ଉତ୍ତର ପାଇଁ ଭଲ । ନେଖୁ ନେଖୁ ଯେଉଁଠି କଲମ ରହିଲା, ସେଇଠି । ମୁଣ୍ଡରୁ ନ ବାହାରିଲେ କିଛି ଗଲା। ବୁଝିବା ପାଠ ବେଶୀ ସଂଖ୍ୟାରେ ପାଶ୍ କଲେ ଟିଉସନ୍ ବଜାର ମାନ୍ଦା ପଡ଼ିଯିବ ।
(ଦ) ମାସ ଦୁଇଟାରେ କ’ଣ ହେଇଗଲାଣି ବୋଲି ବ୍ରଜବିହାରୀ କହିଛି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ରାଜୁ ବଡ଼ଭାଇଙ୍କୁ ଦେଖ୍ ନ ଦେଖିବା ଭଳି ତାଙ୍କ ଆଗରେ ଚାଲିଯିବା, ହାତରେ ହିସଲ୍ ଧରି ପାଟିରେ ବଜାଇବା, ଦିମାକିଆ କଥାବାର୍ତ୍ତା କରିବା ପରିସ୍ଥିତିକୁ ଦେଖ୍ ବ୍ରଜବିହାରୀ ତାଙ୍କର ମାସ ଦୁଇଟା ଅନୁପସ୍ଥିତିରେ ରାଜୁ ଭାରି ଅଭଦ୍ର ହୋଇଯିବା ଦେଖୁଛନ୍ତି |
(ଧ) ପତ୍ନୀ ବନମାଳା ବ୍ରଜବିହାରୀଙ୍କ ଉପରେ କି ଧରଣର ଅତ୍ୟାଚାର କରୁଥିଲେ ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ପତ୍ନୀ ବନମାଳା ଠାରୁ ବ୍ରଜବିହାରୀ ଆଦୌ ଆଦର ଅଭ୍ୟର୍ଥନା ପାଉ ନ ଥିଲେ । ଦୁଇ ମାସ ଅନୁପସ୍ଥିତିର ସୁଯୋଗ ପାଇଁ ‘ଗୃହଲକ୍ଷ୍ମୀ ସମିତି’ ସଂଘର ସଭାନେତ୍ରୀ ହୋଇ ରୁକ୍ଷ ବ୍ୟବହାର କରୁଥିଲେ । ମା’ ହୋଇ ପିଲାଙ୍କ ଦାୟିତ୍ଵକୁ ବ୍ରଜବିହାରୀଙ୍କ ଉପରେ ଛାଡ଼ିଥିଲେ । ଅଧିକ ଦିନ ବାହାରେ ବ୍ରଜବିହାରୀ ରହିଲେ, କୌଣସି ନା କୌଣସି ନାରୀର କବଳରେ ପଡ଼ିଥିବେ ଆଦି ଘଟଣାରେ ଅତ୍ୟାଗର କରୁଥିଲେ ।
(ନ) ଅଧିକାଂଶ ସମୟରେ ବନମାଳା କ’ଣ କରନ୍ତି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ଅଧିକାଂଶ ସମୟରେ ବନମାଳା ଦେବୀ ଟୁରରେ ଯାଇ ପରପୁରୁଷଙ୍କ ସହ ସମୟ ବିତାନ୍ତି । ରାତି ୧୦ଟା ବେଳକୁ ଘରକୁ ଫେରନ୍ତି ଓ ବାହାରୁ ଖାଇକରି ଆସନ୍ତି ।
(ପ) କ’ଣ କଲେ ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ ଜବତ କରି ପାରିବେ ବୋଲି ଶିବରାମ କହିଛନ୍ତି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ସୋସିଏବଲ୍ ହେବାକୁ ପଡ଼ିବ । ପ୍ରତିଦିନ ଅନ୍ତତଃ ଘଣ୍ଟାଟିଏ ଅନ୍ୟ କୌଣସି ମହିଳାଙ୍କ ସଙ୍ଗେ ମିଳାମିଶା ଓ ଗପସପ ହେଲେ ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ ଜବତ କରିପାରିବେ ।
(ଫ) ମହିଳାଟିଏ କେଉଁଠୁ ପାଇବେ ବୋଲି ବ୍ରଜବିହାରୀ ପଚାରିବାରୁ ଶିବରାମ କ’ଣ କହିଛନ୍ତି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର | ସେ ଦିଗରେ ଚିନ୍ତା କରିବାକୁ ବ୍ରଜବିହାରୀଙ୍କୁ ପଡ଼ିବ ନାହିଁ ବୋଲି ଶିବରାମ କହିଛନ୍ତି । ଆମେ ମହିଳା ବ୍ୟବସ୍ଥା କରି ଦେବୁ । ପାରିବାରିକ ଥଇଥାନ ସମିତି ତାଙ୍କର ଥିବାରୁ ଯେଉଁ ସ୍ଵାମୀ ଅତ୍ୟାଚାରିତ ହୁଏ ତା’ର ସମାଧାନ କରିବା ପାଇଁ ସମିତି ସାହାଯ୍ୟ କରେ ।
(ବ) ‘ପାରିବାରିକ ଥଇଥାନ ସମିତି’ କାହାକୁ କୁହାଯାଏ ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକର – ପ୍ରାଣବନ୍ଧୁ କର । ଅତ୍ୟାଚାରିତ ସ୍ଵାମୀମାନଙ୍କୁ ପରିବାରରେ ଶାନ୍ତିଶୃଙ୍ଖଳା ଆଣିବା ଦିଗରେ ଯେଉଁ ସମିତି ସାହାଯ୍ୟ କରେ ତାହା ପାରିବାରିକ ଥଇଥାନ ସମିତି । ଏଥିରେ ଥିବା ଭଦ୍ରମହିଳାମାନେ ସଭ୍ୟ I ଅତ୍ୟାଚାରିତମାନଙ୍କୁ ସାମାଜିକ କରିବାରେ ଏମାନେ ସାହାଯ୍ୟ କରନ୍ତି ।
(ଭ) ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନାଦି କ’ଣ କରିଥିଲେ ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ସ୍ତ୍ରୀକୁ ସନ୍ତୁଷ୍ଟ କରିବା ପାଇଁ ଯେତେବେଳେ ଯାହା ଦରକାର ସବୁ ଯୋଗାଇ ଦେଉଥିଲେ । ଶାଢ଼ୀ, ଗାଡ଼ି, ‘ବାଡ଼ି’ ମାନେ ଘର – ଏଇ ଘର ଆଉ ଗାଡ଼ି ଆଉ ବାଡ଼ି ପିଛା ଖୋଦ ୮୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ।
(ମ) ଅନାଦିଙ୍କୁ ସାହାଯ୍ୟ କରିବା ପାଇଁ ସଂଘ କ’ଣ କରିପାରିବ ବୋଲି କୁହାଯାଇଛି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର ପ୍ରାଣବନ୍ଧୁ କର । ଅତ୍ୟାଚାରିତ ପାଇଁ ଏ ସଂଘ ଗଢ଼ାଯାଇଛି।
ପଚାରିବାର କାହାର ନାହିଁ । ଅନାଦି ବାବୁ ମାନ୍ୟ ଗଣ୍ୟ ବ୍ୟକ୍ତି, ସମିତିର ସଭ୍ୟ ସବୁ ମାନ୍ୟ ଗଣ୍ୟ, କୌଣସି ଦୁର୍ଘଟଣା ନାହିଁ । ସଂଘର ସାଧୁ ଉଦ୍ଦେଶ୍ୟ ରହିଛି |
() କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ନାହିଁ ବୋଲି ବିନୋଦ ବାବୁ କହିଥିଲେ କାହିଁକି ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ସଂଘର ସାଧୁ ମନୋଭାବ ରହିଥିବାରୁ କୌଣସି ଦୁର୍ଘଟଣା, ସଂଶୟ ନାହିଁ ବୋଲି କୁହାଯାଇଛି ।
(ର) ବ୍ରଜ ବିହାରୀଙ୍କର ଭଲଭାଗ୍ୟ ବୋଲି ବିନୋଦବାବୁ କହିବାର କାରଣ କ’ଣ ?
ଉ. ଏକାଙ୍କିକା – ଅତ୍ୟାଚାରିତ, ଏକାଙ୍କିକାକାର – ପ୍ରାଣବନ୍ଧୁ କର । ତା ହେଲେ ଭାରି ଉତ୍ତମ । ବୁଝିଲେ ବ୍ରଜବାବୁ, ଆପଣଙ୍କ ଭାରି ଭଲଭାଗ୍ୟ | ସମିତିର ସ୍ଵୟଂ ଚେୟାରମ୍ୟାନ ଆପଣଙ୍କ ଭାର ନେଲେଣି, ନା କ’ଣ କହୁଛନ୍ତି ବୋଲି ବିନୋଦ ବାବୁ କହିଥିଲେ ।
+2 1st Year Odia Atyacharita Long Question Answer
୫. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ ।
(କ) ‘ଅତ୍ୟାଚାରିତ’ ଏକାଙ୍କିକାର ନାମକରଣର ସାର୍ଥକତା ଦର୍ଶାଅ ।
ଉ. ନାମକରଣ ସୃଷ୍ଟିର ଆଦିମ ପ୍ରୟାସ । ନାମବିହୀନ ବ୍ୟକ୍ତି ବସ୍ତୁ ଓ ପଦାର୍ଥର ମୂଲ୍ୟ ନିରର୍ଥକ । ନାମ ହିଁ ଦୋଷ ଗୁଣର ମାପକାଠି । ମଣିଷ ଓ ସାହିତ୍ୟ ଜଗତର ନାମକରଣ ମଧ୍ୟରେ ପ୍ରଭେଦ ପରିଲକ୍ଷିତ । ଗୋରା ହୋଇଥିବା ବ୍ୟକ୍ତିର ନାମ କାଳନ୍ଦୀ; ଅଥବା କଳାବର୍ଣ୍ଣ ଥିବା ଲୋକଙ୍କ ନାମ ଗୌରାଙ୍ଗ ହୋଇଥାଏ । ସି’ ଅକ୍ଷର ଅପରିଚିତ ମଣିଷର ନାମ ଗଣେଶ ରହିପାରେ । ଏ ଦିଗରେ ନାମକରଣରେ ଦୋଷାଦୋଷ ନଥାଏ । ମାତ୍ର ସାହିତ୍ୟର ନାମକରଣ ମନୁଷ୍ୟର ନାମକରଣ ଠାରୁ ସ୍ଵତନ୍ତ୍ର । ସାହିତ୍ୟର ନାମକରଣ ବିଷୟବସ୍ତୁ ଦୃଷ୍ଟିରୁ, କେତେବେଳେ ପ୍ରତୀକାତ୍ମକ ଭଙ୍ଗୀରେ ତ ଆଉ କେତେବେଳେ ଭାବବୋଧ ଦୃଷ୍ଟିରୁ ହୋଇଥାଏ ।
ଓଡ଼ିଆ ଏକାଙ୍କିକା ଜଗତରେ ଏକାଙ୍କିକାକାର ପ୍ରାଣବନ୍ଧୁ କର ଜଣେ ସ୍ମରଣୀୟ ଶିଳ୍ପୀ । ଉଭୟ ନାଟକ ଓ ଏକାଙ୍କିକା ଜଗତରେ ସେ ସୁନାମଧନ୍ୟ ହୋଇପାରିଛନ୍ତି । ମସ୍ୟା, ପେଟୁ ଆଦି ଏକାଙ୍କିକା ପରି ଅତ୍ୟାଚାରିତ ଏକାଙ୍କିକାରେ ‘ ଅତ୍ୟାଚାରିତ’ ନାମକରଣ ଯଥାର୍ଥ ଓ ସାର୍ଥକ ହୋଇପାରିଛି ।
ଏକାଙ୍କିକାର ବିଷୟବସ୍ତୁ ଦୁଇଗୋଟି ପରିବାରକୁ ନେଇ ଗତିଶୀଳ । ଗୋଟିଏ ମୁଖ୍ୟ ପରିବାର ଓ ଅନ୍ୟଟି ଗୌଣ ପରିବାର । ମୁଖ୍ୟ ପରିବାରର ମୁଖ୍ୟ ବ୍ରଜବିହାରୀ ବାବୁ ଶିକ୍ଷିତ, ମାଜିଷ୍ଟ୍ରେଟ ଓ କଲେକ୍ଟର । ହେଲେ ପରିବାରରେ ସେ ଅତ୍ୟାଚାରିତ । ସ୍ତ୍ରୀ ବନମାଳା ଦେବୀଙ୍କ ଠାରୁ ଚାକର ଦନେଇ ପର୍ଯ୍ୟନ୍ତ; ସାନ ଭାଇ ରାଜୁ ଠାରୁ ଆରମ୍ଭ କରି ଟିଉସନ ମାଷ୍ଟ୍ରେଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଚରଣ ଓ ଉଚ୍ଚାରଣରେ ବ୍ରଜବିହାରି ଅତିଷ୍ଠ ଓ ମର୍ମାହତ ।
ଦୀର୍ଘ ଦୁଇମାସପରେ ସେ ଘରକୁ ଆସିଥିଲେ ହେଁ କେହି ତାଙ୍କ ପାଇଁ ଆଦର ଯତ୍ନ ଦେଖାଇ ନାହାଁନ୍ତି। ଚାକର ଦିନେଇଟା ତାଙ୍କ ଠାରୁ ଦୂରେଇ ରହିଛି । ସେ ତେଢ଼ି କରି ବ୍ରଜବିହାରୀଙ୍କୁ ଜବାବ ଦେଇଛି । ଦନେଇ ନ ଡାକି ଜନାର୍ଦ୍ଦନ ବାବୁ, ଆଠ ଘଣ୍ଟା ବ୍ୟତୀତ ଅଧିକ ନ ଖଟିବାକୁ, ଛୁଟିବେଳେ ବୁଲିବାକୁ, ଫିଲ୍ମ ଦେଖିବାକୁ ତାକୁ ଯିବାକୁ ହେବ ବୋଲି ରୁକ୍ଷ ଜବାବ ଦେଇଛି । ଏ ଦିଗରେ ମଧ୍ୟ ନୂଆ ନିୟମ ଲାଗୁ ହୋଇଥିବା କଥା ଜଣାଇ ଦେଇଛି । ଆଜିକାଲି ବାବୁ – ଚାକର ସମାନ । ନିଷ୍ଫଳ କଟକ ଚାକର ସଂଘରେ ଆଇନି ପାଶ୍ ହେଇଥିବା କଥା କହିଛି । ବାବୁ ଯାହା ଖାଇବେ, ଚାକର ସେଇଆ ଖାଇବେ, ବାବୁ ଯେଉଁଠି ଶୋଇବେ, ଚାକର ସେଇଠି ଶୋଇବେ, ତୁ-ତା, ରେ-ରା ଠାରୁ ବାବୁମାନେ ଏଣିକି ଦୂରରେ । ଏପରିକି ଚାକରମାନଙ୍କୁ ଆଉ ତଡ଼ି ପାରିବେନି । ଏ ଦିଗରେ ମାଲିକ ସଂଘର ସେକ୍ରେଟାରୀଙ୍କ ପାଖକୁ ଦରଖାସ୍ତ ଓ ଚାକରର ତୃଟି ଥିଲେ ରହିବ କି ଯିବ ସେ କଥା ସଂଘ ସେକ୍ରେଟାରୀଙ୍କ ଉପରେ ନିର୍ଭର କରେ । ରାତି ୧୨ ପୂର୍ବରୁ ଫେରିବା ପର୍ଯ୍ୟନ୍ତ ବାବୁ ବାବୁଆଣୀମାନେ ଅପେକ୍ଷା କରିଥିବେ । ସାମାନ୍ୟ ଚାକରଟାର ରୂଢ଼ ବ୍ୟବହାରରେ ବ୍ରଜବିହାରୀ ବାବୁ ଅତ୍ୟାଚାରିତ |
ସାନଭାଇ ରାଜୁକୁ ଡାକିଲେ ହେଁ ତା’ର ବେଖାତିର ଭାବରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବରଂ ହିସିଲ୍ ବଜାଇଥୁବାରୁ ଅଭଦ୍ର ହେବା କଥା କହିଛନ୍ତି । ତା’ ଠାରୁ ଛାତ୍ର ସଂଘର ନୂଆ ଆଇନ କଥା ଶୁଣି ବ୍ରଜବାବୁ ଆଶ୍ଚର୍ଯ୍ୟ ଓ ଚକିତ ହୋଇଛନ୍ତି । ପରୀକ୍ଷା ପାଖେଇ ଆସିଥିଲେ ହେଁ ସେ ସିନେମା ଦେଖିଯିବା କଥା କହିବାରୁ ବ୍ରଜବାବୁ ବ୍ୟଙ୍ଗ ମାଧ୍ୟମରେ ଗାଳି ଦେଇଛନ୍ତି । ପଢ଼ି ପଢ଼ି ମୁଣ୍ଡ ଗରମ ହୋଇଯିବଣି ସିନେମା ଦେଖୁ ଯା’ ବୋଲି କହିଛନ୍ତି |
ସିଆଡ଼େ ବନ୍ୟାରେ ଲୋକ ଭାସିଗଲେ ବି, ଏଣେ ମାସ ଦୁଇଟାରେ ନିଜ ଘର ଭାସିଯାଇଛି | ସ୍କୁଲ ମାଷ୍ଟ୍ରେଙ୍କ ପାଠପଢ଼ାରେ ମଧ୍ୟ ସେ ମର୍ମାହତ ହୋଇଛନ୍ତି । ମାଷ୍ଟ୍ରେ ନ ଡାକି ମାଷ୍ଟର ବାବୁ, ସେମାନଙ୍କର ମଧ୍ୟ Low paid Teachers Association କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଉଠିଛନ୍ତି । ୪ଟା ୩୦ରେ ଆସି ୫ଟା ୨୦ରେ ଯିବା ସ୍ଵଳ୍ପ ସମୟର ପାଠପଢ଼ା ବ୍ରଜବିହାରୀଙ୍କ ମନକୁ ପାଇନାହିଁ । ଏ ସମ୍ବନ୍ଧରେ ପଚାରିବାରୁ ଖାଲି ସଂଘ ନିୟମ । ଓଳିକେ ୬ ଥର ଟ୍ୟୁସନ । ବୁଝିବା ପାଠ ନୁହେଁ; ମୁଖସ୍ଥ ପାଠ, ସମାଜର ଏଭଳି ଯଥେଚ୍ଛାଚାରରେ ବ୍ରଜବିହାରୀ ମର୍ମାହତ ।
ଅତ୍ୟାଚାରିତ ସ୍ଵାମୀ ସଂଘରେ ସେ ଉପସ୍ଥିତ । ଏଥିରୁ ମୁକ୍ତି ପାଇବା ପାଇଁ ସେ ଆକୁଳ । ଶହେ ଟଙ୍କା ଫିସ୍ ଦେବାରୁ ଜନୈକ ସାଇକିଆଟ୍ରିଷ୍ଟ ଶିବରାମ ବାବୁ ତାଙ୍କର ଏ ଅବସ୍ଥା ପାଇଁ ପ୍ରଶ୍ନର ଉତ୍ତର ଆଶା କରିଛନ୍ତି । ପନ୍ଦର ବର୍ଷ ହେଲା ବିବାହ, ବୟସ ଚାଳିଶ, ସ୍ତ୍ରୀଙ୍କର ତିରିଶ, କଲେଜ ଜୀବନରୁ ପ୍ରଣୟ ଓ ତିନିଥର ଫେଲ ପରେ ତାଙ୍କ ସହିତ ବିବାହ, ଯଦିଓ ଅସୁନ୍ଦରୀ ନୁହେଁ, ପ୍ରସାଧନ ସାହାଯ୍ୟରେ ସେ ନିଜକୁ ଖୁବ୍ ସୁନ୍ଦରୀ କହିପାରନ୍ତି, ୨ଟି ପୁଅ, ମାସକେ ୨୦ ଦିନ ଟୁର, ସମୟ ନ ଥିବାରୁ ସିନେମା ଦେଖାଇବା ପାଇଁ ନେଇ ନ ପାରିବା ବାହାଘରବେଳେ ଥରେ ଅଧେ ସୁନ୍ଦରୀ ବୋଲି କହିବା, ଟୁରରୁ ଆସିଲାବେଳେ ଆଦର ଅଭ୍ୟର୍ଥନା ନ ନେଇ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଅଧୂକାଂଶ ସମୟ ରାତି ୧୦ଟାରେ ଫେରିବା, ବାହାରେ ଖାଇବା, ମୋର ଭଲା ଏଥିରେ ଦୋଷଟା କେଉଁଠି ରହିଲା, ବ୍ରଜଙ୍କ ଭାଷାରେ ନାରୀ ତ ନାରୀ – ବାହାହେବେ.... ପିଲାଛୁଆ ଜନ୍ମ କରିବେ, ପୁଣି ତାଙ୍କର ବନମାଳା ପ୍ରତି ଦୋଷ ରହିଲା କେଉଁଠି ବୋଲି କହିଛନ୍ତି । ବରଂ ଆପଣମାନେ ତାଙ୍କୁ ଏ ଦିଗରୁ ଉଦ୍ଧାର କରିପାରିବେ ନାହିଁ ବୋଲି ମନେ କରିଛନ୍ତି । ସୋସିଏବଲ୍ ହେଲେ ତା’ର ଉପାୟ କ’ଣ ଅନ୍ୟ ମହିଳାଙ୍କ ସହିତ ମିଶାମିଶି କଥାଶୁଣିବାରୁ ବ୍ରଜବିହାରୀଙ୍କର ମନର ସଂଶୟ ସୃଷ୍ଟି ହୋଇଛି ।
ଏ ଦିଗରେ ପାରିବାରିକ ଥଇଥାନ ସମିତି ଉପରେ ତା’ର ସନ୍ଦେହ ସୃଷ୍ଟି ହୋଇଛି । ଯଦି ଏହାର ସ୍ତ୍ରୀମାନେ ଚିତ୍ତକୁ ଆକର୍ଷଣ କରି ସଶରୀରେ ଆକର୍ଷଣ କରନ୍ତି ବୋଲି ସନ୍ଦେହ ହେଉଛି ବନ୍ଧୁ ଅନାଦି ବାବୁଙ୍କର ତାଙ୍କ ଭଳି କଥା ଶୁଣି ଚକିତ ହୋଇଛନ୍ତି ବୋଧେ ସ୍ତ୍ରୀଙ୍କୁ ସେ ଅଧ୍ବକ ଦୃଷ୍ଟି ଦେଇ ନ ଥିବାରୁ ଏଭଳି ଅବସ୍ଥା ହେଲା ବୋଲି ମନେ କରିଛି । ଯଦି ସ୍ତ୍ରୀ ପାଇଁ ଏତେ କରି ଏହା କିପରି ବରଦାସ୍ତ କରିପାରୁଛୁ ବୋଲି ପଚାରିଛନ୍ତି । ଉତ୍ତରରେ ଅତ୍ୟାଚାରିତ ସ୍ଵାମୀ ସଂଘରେ ପହଞ୍ଚି କଥାବାର୍ତ୍ତା ବେଳେ ବନମାଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ଓ ସେ ହିଁ ନିଜେ ସଂଘର ଚେୟାରମ୍ୟାନ । ବନମାଳାଙ୍କ ନିର୍ଦ୍ଦେଶରେ ବ୍ରଜବିହାରୀ ଘରକୁ ଫେରି ଆସିଛନ୍ତି ।
(ଗ) ପଠିତ ଏକାଙ୍କିକାଟିରେ ନାଟକୀୟ ଉତ୍କଣ୍ଠା ସୃଷ୍ଟି କରିବାରେ ବନମାଳାଙ୍କ ଭୂମିକା ନିରୂପଣ କର ।
ଉ. ମଣିଷ ଜୀବନ ଯେତେବେଳେ ଶାନ୍ତ ସୁନ୍ଦର ଓ କାନ୍ତମୟ ସେତେବେଳେ ମଣିଷ ଆରମ୍ଭ କରେ କାବ୍ୟର ଆସ୍ପଦ । ମାତ୍ର ଜୀବନ ଯେତେବେଳେ ଦ୍ବନ୍ଦ୍ବ ଓ ଜ୍ଵାଳାମୟ ମଣିଷ ଆରମ୍ଭ କରେ ନାଟକ । ନାଟ୍ୟକାର ପ୍ରାଣବନ୍ଧୁ କର ଉଭୟ ନାଟ୍ୟ ଓ ଏକାଙ୍କିକା ଜଗତରେ ଏକ ମାଇଲ ଖୁଣ୍ଟ ଭାବରେ ପ୍ରତୀୟମାନ । ନାଟକୀୟ ଉତ୍କଣ୍ଠା ବିନା ଦର୍ଶକଙ୍କର ନାଟକ ରୁଚିହୀନ ହୋଇଥାଏ । ଆଲୋଚ୍ୟ ଏକାଙ୍କିକାଟିରେ ଏକାଙ୍କିକାକାର ବନମାଳା ନାରୀ ଚରିତ୍ରଟି ସୃଷ୍ଟି କରି ନାଟକୀୟ ଉତ୍କଣ୍ଠା ସୃଷ୍ଟି କରିଛନ୍ତି । ସ୍ବାମୀ ବ୍ରଜବିହାରୀ ଘରକୁ ଏପରିକି ବନମାଳା ପାଖକୁ କୌଣସି ଖବର ଦେଇ ନାହାଁତି । ସ୍ଵାମୀଙ୍କର ବିଳମ୍ବ ତାଙ୍କ ମନରେ ଉତ୍କଣ୍ଠା ବୃଦ୍ଧି କରିଛି । ହୁଏତ ସ୍ଵାମୀ ତାଙ୍କର ନିର୍ଦେଶ; ଅନ୍ୟ କୌଣସି ନାରୀ ତାଙ୍କୁ ସଂପରି କରି ସାରିଥିବେ, ତେଣୁ ଖବରକାଗଜରେ ଜଣାଇ ଦେଇଛନ୍ତି | ମୋର ସ୍ଵାମୀ ଶ୍ରୀ ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର, ବୟସ ଚାଳିଶି – ସ୍ଵାସ୍ଥ୍ୟବାନ୍ କୁକୁଞ୍ଚୁଆ ବାଳ, ଆଖିରେ ଚଷମା, ଆଜକୁ ପ୍ରାୟ ଦୁଇମାସ ହେଲା ନିରୁଦେଶ ଅଛତି – ଯଦି କୌଣସି ଦୟାଶୀଳା ନାରୀ ମୋର ସ୍ଵାମୀଙ୍କୁ ପାଇଥାନ୍ତି, ତେବେ ତାଙ୍କୁ ସେ ନିଜର ସଂପରି ଭାବରେ ଅଧ୍ବକାର ନ କରି ଦୟାକରି ନିମ୍ନଲିଖତ ଠିକଣାରେ ଫେରସ୍ତ ଦେବେ– ଶ୍ରୀମତୀ ବନମାଳା ପତି, ଚାନ୍ଦିନୀ ଚୌକ, କଟକ – ୨
ବନବାଳା ଦେବୀ ବିରହର ୨ ମାସ ମଧ୍ୟରେ ଗୃହଲକ୍ଷ୍ମୀ ସମିତିରେ ସଭାନେତ୍ରୀ । ହଠାତ୍ ଘରେ ସ୍ଵାମୀ ବ୍ରଜବିହାରୀଙ୍କୁ ଦେଖି ଚମକି ପଡ଼ିଛି । ହାତରେ ଭାନିଟି ଓ ହାଇହିଲ୍ ପିନ୍ଧି ପ୍ରବେଶ କରିଛି । ଆଶ୍ଚର୍ଯ୍ୟ ଭାବରେ ସ୍ଵାମୀଙ୍କୁ କେତେବେଳରୁ ଆସିଲଣି ବୋଲି ବୁଝିଛନ୍ତି, ଅଭ୍ୟର୍ଥନା କଥା ସ୍ଵାମୀ ଉଠାଇବାରୁ ସେ ନ ଦେଖିବା ସ୍ଵାଭାବିକ ବୋଲି କହିଛନ୍ତି । ହପ୍ରାକ ପାଇଁ ଟୁର୍ରେ ଯାଇ ୨ ମାସ ନିରୁତ୍ତର, ନିରୁଦେଶ, ବ୍ୟସ୍ତହୋଇ ସେ ଖବରକାଗଜରେ ବାହାର କରିଛନ୍ତି ବୋଲି କହିଛନ୍ତି । ବନ୍ୟାଳର କଥା ଜାଣିବା ପରେ ତାଙ୍କ ସନ୍ଦେହ ସବୁ ଅମୂଳକ ହୋଇଗଲା ବୋଲି ସ୍ଵାମୀଙ୍କୁ କହିଛନ୍ତି। ଆଜିକାଲି କୌଣସି ପୁରୁଷ ନିରୁଦେଶ ହେବା ଅର୍ଥ କୌଣସି ନା କୌଣସି ନାରୀର କବଳରେ ନିଶ୍ଚୟ ପଡ଼ିଥିବା କଥା କହିଛନ୍ତି । ସ୍ଵାମୀଙ୍କ ବ୍ୟଙ୍ଗୋକ୍ତିରେ ସେ ରୁକ୍ଷା ହୋଇ ଉଠିଛି । ତାଙ୍କରି ଉପରେ ପୁରୁଷ ନାରୀ ସ୍ଵାଧୀନତାର ପ୍ରଧାନ ଶତ୍ରୁ ବୋଲି ଧମକ ଦେଇଛନ୍ତି । ଏବେ ସେ ଗୃହଲକ୍ଷ୍ମୀ ସମିତିକୁ ଚାଲିଯିବେ । ସ୍ଵାମୀଙ୍କ କଥାବାର୍ତ୍ତାକୁ ବାଜେ ବୋଲି କହି ଟୁଲୁର ଖାଇବା ସମୟ ହେଲେ ଦୁଧ ପିଆଇଦେବା, ଫିଡିଂ ବଟଲରେ ବୁଲୁପାଇଁ ଦୁଧ ଅଛି । ପଢ଼ିସାରିଲେ ଜଳଖୁ ଖାଇବାକୁ ଦେବା ଦାୟିତ୍ଵ ନେଇ ସେ ଚାଲିଯିବାକୁ ଉଦ୍ୟମ କରିଛନ୍ତି |
ଏକାଙ୍କିକାର ଶେଷ ଭାଗରେ ବ୍ରଜବିହାରୀ ଅତ୍ୟାଚାରିତ ସମିତିରେ ଉପସ୍ଥିତ ହୋଇଥବା ଦେଖୁ ବିସ୍ମିତ ହୋଇ ପଡ଼ିଛନ୍ତି | ରୂଢ଼ କଣ୍ଠରେ ବ୍ରଜବିହାରୀକୁ ଲକ୍ଷ୍ୟକରି ଏଠାକୁ କ’ଣ ପାଇଁ ଆସିଲ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟମାନେ ତାଙ୍କୁ ଜାଣନ୍ତି ବୋଲି କହିବାରୁ ସେ ଖୁବ୍ ଭଲକରି ଚିହ୍ନିଛନ୍ତି । ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ନିଜେ ଦାୟିତ୍ଵ ନେଇ ମୁକ୍ତ କରିପାରିବେ ବୋଲି ଅଭୟ ଦେଇଛନ୍ତି । ବ୍ରଜବିହାରୀଙ୍କୁ ସାଥୀରେ ଆଣିଲାବେଳେ ବ୍ରଜବିହାରୀଙ୍କର ଆଉ କେହି ନୁହେଁ ଖୋଦ୍ ସହଧର୍ମିଣୀ ବୋଲି ଶୁଣିଛନ୍ତି | (ଘ) ପଠିତ ଏକଙ୍କିକାରୁ ଶିବରାମଙ୍କ ଗୁରୁତ୍ଵ ବୁଝାଅ ।
ଉ: ‘ଆତ୍ୟାସ୍ଫୁରିତ’ ଏକାଙ୍କିକାରେ ଶିବରାମ ଚରିତ୍ରଟି ଏକ ଅନ୍ୟତମ ଭିନ୍ନସ୍ଵାଦର ଚରିତ୍ର । ଏକାଙ୍କିକାର ଦ୍ଵିତୀୟ ଦୃଶ୍ୟରେ ଏହି ଗୌଣଚରିତ୍ରଟି ଖୁବ୍ ଗୁରୁତ୍ଵପୂର୍ଣ୍ଣ ମନେହୁଏ । ବିଷୟବସ୍ତୁକୁ ଗତିଶୀଳ କରାଇବାରେ ଏହା ବେଶ୍ ମନୋଜ୍ଞ ଓ ରୁଚିଶୀଳ ।
ଶିବରାମବାବୁ ଥିଲେ ସାଇକିଆଟ୍ରିଷ୍ଟ । କୌଣସି ମାନସିକ ବ୍ୟକ୍ତିବିଶେଷଙ୍କ ମନକୁ ବାଟକୁ ଆଣିବାରେ ସେ ଚିକିତ୍ସା କରିଥାନ୍ତି । ଚପରାଶିର ଡ଼ାକରାରେ ଶିବରାମବାବୁ ସ୍ଵାମୀ ଅତ୍ୟାଚାରିତ ସମିତିକୁ ଆସିଛନ୍ତି । ବ୍ରଜବିହାରୀବାବୁଙ୍କ ନାମରେ ରେଜିଷ୍ଟ୍ରେସନ୍ ସାରିବା ପରେ ଶିବରାମବାବୁ ତାଙ୍କୁ ନମସ୍କାର ଓ ଆଦର କରିଛନ୍ତି । ବ୍ରଜବିହାରୀ ବାବୁଙ୍କୁ ସେ କେତେଗୁଡ଼ିଏ ପ୍ରଶ୍ନ ପଚାରି ଉତ୍ତର ଜାଣିବାକୁ ଆଶା ରଖୁଛନ୍ତି । ସେ ବ୍ରଜବିହାରୀଙ୍କୁ ନିମ୍ନୋକ୍ତ ପ୍ରଶ୍ନମାନ ପଚାରିଛନ୍ତି ।
ଶିବ– ଆପଣ କେତେ ବର୍ଷ ହେଲା ବିବାହ କଲେଣି ?
ବ୍ରଜ– ପନ୍ଦର ବର୍ଷ |
ଶିବ– ଆପଣଙ୍କ ବୟସ ?
ବ୍ରଜ– ଚାଲିଶ ।
ଶିବ – ସ୍ତ୍ରୀଙ୍କର ?.
ବ୍ରଜ– ତିରିଶ ପାଖାପାଖୁ ।
ଶିବ— ଶିକ୍ଷିତା ।
ବ୍ରଜ– କଲେଜରେ ଆଇ.ଏ. ପଢ଼ୁଥିଲେ ... ମୋ ସହିତ ପ୍ରଣୟକରି ତିନିଥର ଫେଲ୍ ହେଲାପରେ ମତେ ବିବାହ କଲେ । ଶିବ– ହୁଁ ... ଆପଣଙ୍କ ସ୍ତ୍ରୀ ଦେଖିବାକୁ କେମିତି, କେତେ ପୁଅ ? କେତେ ବର୍ଷ ତଫାତ୍ରେ, ଆପଣ ମାସକରେ କେତେ ଦିନ ଟୁର୍ କରନ୍ତି ? ବାକି କେତେଦିନ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ରହନ୍ତି ? ସ୍ତ୍ରୀଙ୍କୁ ସିନେମା ଥିଏଟର ଦେଖାଇ ନିଅନ୍ତି ? ସ୍ତ୍ରୀଙ୍କୁ କେବେ ସୁନ୍ଦରୀ ବୋଲି କହିଛନ୍ତି ?
ଉପରୋକ୍ତ ପ୍ରଶ୍ନଗୁଡ଼ିକ ଯେଭଳି ଜଣେ ଦକ୍ଷ ସାଇକାତ୍ତ୍ଵିକ୍ କରି ମନେ ହୁଅନ୍ତି ଶିବରାମବାବୁ । ଯାହାହେଉ, ସ୍ତ୍ରୀଙ୍କ ପାଇଁ ସ୍ଵାମୀ ଭାବରେ ବହୁତ ତ୍ରୁଟି କରିଥିବାରୁ ସବୁଦୋଷ ବ୍ରଜବିହାରୀଙ୍କ ଉପରେ ଲଦିଛନ୍ତି । ଜଣେ ଡ଼ାକ୍ତର ଭାବରେ ରୋଗୀର ଚିଡ଼ିଚିଡ଼ା ସ୍ଵଭାବକୁ ସେ ବରଦାସ୍ତ କରିଛନ୍ତି । ବୁଝାଇଛନ୍ତି । ସେ ଅସାମାଜିକ କାରଣ ସ୍ତ୍ରୀଙ୍କ ସହ ମିଳିମିଶା କରିପାରିନାହାନ୍ତି । ଯେଉଁମାନେ ଚାକିରି ସର୍ବସ୍ଵ ସେମାନଙ୍କ ସ୍ତ୍ରୀ ସ୍ଵେଚ୍ଛାଚାରୀ ହେବାକୁ ବାଧ୍ୟ ହୁଅନ୍ତି । ଏ ଦିଗରେ ବ୍ରଜବିହାରୀଙ୍କୁ ସୋସିଏବଲ୍ ହେବାକୁ ପଡ଼ିବ । ପ୍ରତିଦିନ ଅନ୍ତତଃ ୧ ଘଣ୍ଟା କୌଣସି ମହିଳାଙ୍କ ସଙ୍ଗେ ମିଳାମିଶା ଓ ଗପସପ କରିବାକୁ ପଡ଼ିବ । ତାଙ୍କର ସବୁ
ବ୍ୟବସ୍ଥା ଅଛି । ଆଦୌ ବ୍ୟସ୍ତ ନ ହେବା ପାଇଁ ବ୍ରଜବିହାରୀଙ୍କୁ କହିଛନ୍ତି, ଅତ୍ୟାଚାରିତ ସ୍ଵାମୀମାନଙ୍କୁ ପରିବାରରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ଦିଗରେ ଏଇ ସମିତି କାର୍ଯ୍ୟକରେ । ଏଥିରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି | ଯେଉଁ ସ୍ଵାମୀମାନେ ଅତ୍ୟାଚାରିତ, ସେଇମାନଙ୍କୁ ସାମାଜିକ କରିବା ପାଇଁ ଏମାନେ ସାହାଯ୍ୟ କରନ୍ତି । ଚିତ୍ତାକର୍ଷକ ବ୍ୟବହାର ଦ୍ଵାରା ସ୍ଵାମୀମାନଙ୍କୁ ମୁଗ୍ଧ କରନ୍ତି । ବ୍ରଜବିହାରୀଙ୍କୁ ସେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବାକୁ ଉପଦେଶ ଦେଇ ରସିଦ୍ ଦେଇଛନ୍ତି ।
ସ୍ଵାମୀମାନଙ୍କ ଚିତ୍ତକୁ ଯଦି କୌଣସି ନାରୀ ସଶରୀରେ ଆକର୍ଷଣ କରିବା ସନ୍ଦେହକୁ ଶିବରାମ ବାବୁ ବୁଝାଇଛନ୍ତି । କୌଣସି ଭୟ ବା ସନ୍ଦେହ ନ କରି ଏଇ ସମିତିକୁ ଆସିବାପାଇଁ ପରାମର୍ଶ ଦେଇଛନ୍ତି । ସମିତିର ସଭ୍ୟାମାନେ ଭଦ୍ର ଓ ପାରିବାରିକ ସୁସ୍ଥତା ଓ ସୁଖ ଫେରାଇ ଆଣିବା ଦିଗରେ ବ୍ରତୀ ହୋଇଛନ୍ତି । ଏହିସବୁ ଦୃଷ୍ଟିରୁ ଶିବରାମ ବାବୁଙ୍କ ଚରିତ୍ରଟି ଆଲୋଚ୍ୟ ‘ ଅତ୍ୟାଚାରିତ’ ଏକାଙ୍କିକାରେ ଖୁବ୍ ଗୁରୁତ୍ଵପୂର୍ଣ୍ଣ ମନେ ହୋଇଛି ।
(ଙ) ଏକ ପାରିବାରିକ ସମସ୍ୟା ଭିତ୍ତିକ ଏକାଙ୍କିକା ଭାବେ ‘ଅତ୍ୟାଚାରିତ’ର ମୂଲ୍ୟାଙ୍କନ କର ।
ଉ: ଏକ ନୂତନ ଚିନ୍ତାଧାରାର ବାସ୍ତବ ପ୍ରତିକୃତି ହେଉଛି ‘ ଅତ୍ୟାଚାରିତ’ ଏକାଙ୍କିକା | ସାଂପ୍ରତିକ ସମୟରେ ଦେଖାଦେଇଥିବା ପାରିବାରିକ ସମସ୍ୟାର ଏକ ନିଚ୍ଛକ ପ୍ରତିଛବି । ନିର୍ମଳ ଦାମ୍ପତ୍ୟ ଜୀବନର ଆନନ୍ଦପୂର୍ଣ୍ଣ ବ୍ରହ୍ମାନନ୍ଦ ପରି । ମାତ୍ର ବୁଝାମଣାର, ବିବେକ ବିଚାରର ଅଭାବ ପରିଲକ୍ଷିତ ହେଲେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୁଏ । ସାଂପ୍ରତିକ ଯୁଗରେ ବୁଝାମଣାର ଦୃଶ୍ୟପଟ ବଦଳିଯାଇଛି । ନାରୀ ପାଲଟିଯାଇଛି ନାରୀକୈନ୍ଦ୍ରିକ ସମାଜ । ନାରୀକୈନ୍ଦ୍ରିକ ସମାଜରେ ପୁରୁଷ ଯେମିତି ଦୟାର ପାତ୍ର । ସ୍ଵାମୀମାନେ ହୋଇଛନ୍ତି ଅତ୍ୟାଚାରିତ ଓ ଲାଞ୍ଛିତ । ବ୍ରଜବିହାରୀବାବୁ ଏବଂ ଅନାଦିବାବୁ ଉଭୟେ ଏଥରେ ପୀଡ଼ିତ; ବ୍ରଜବିହାରୀ ବାବୁ ବୃତ୍ତିରେ ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର । ଚାକିରି ଜୀବନରେ ସମୟ ପାଇନଥିବା ଯୋଗୁ ସ୍ତ୍ରୀଙ୍କୁ ସୁଖ ଦେଇପାରି ନାହାଁନ୍ତି । ସେଥିପାଇଁ ସ୍ତ୍ରୀ ବନମାଳା ଦେବୀଙ୍କ ମନରେ ଘୋର ଅସନ୍ତୋଷ ବଢ଼ିଛି । ନିଃସଙ୍ଗ ଜୀବନରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ସଂଗଠନର ଦାୟିତ୍ଵ ନେଇଛନ୍ତି ।
ଏକାଙ୍କିକାର ଅନ୍ୟତମ ଚରିତ୍ର ଅନାଦିବାବୁ । ତାଙ୍କ ସ୍ତ୍ରୀଙ୍କ ପାଇଁ ଅଧିକ ଯତ୍ନଶୀଳ । ମାତ୍ର ସ୍ତ୍ରୀଙ୍କର ଉପେକ୍ଷା ତାଙ୍କ ପାଇଁ ଅସହ୍ୟ ହୋଇଛି । ଏହି ନୂତନ ସମସ୍ୟାର ସମାଧାନ ପାଇଁ ଅବଶ୍ୟ କେତେ ସଂଘ ଗଢ଼ାଯାଇଛି, କେତେ ପରିଷଦ ବି ସୃଷ୍ଟିହୋଇଛି । ମାତ୍ର ସଂଗଠିତ ଭାବରେ ହେଲେ ମଧ୍ୟ କେହି ଶୃଙ୍ଖଳାକୁ ମାନିବାକୁ ପ୍ରସ୍ତୁତ ହୋଇନାହାଁନ୍ତି । ଖାଲି ସ୍ତ୍ରୀ ନୁହେଁ; ଚାକର, ଟିଉସନ ମାଷ୍ଟ୍ରେ, ସାନଭାଇ ରାଜୁ ସମସ୍ତେ ନିଜ ନିଜ ଅଧିକାରକୁ ଇଚ୍ଛାମୁତାବକ ଜାହିର କରିବାକୁ ଗୋଟେ ଗୋଟେ ସଂଘୀୟ ବ୍ୟବସ୍ଥାର ସାହାଯ୍ୟ ନେଇଛନ୍ତି ଏବଂ ଅଚିରେ ତାହା ସାମାଜିକ ଶୃଙ୍ଖଳାକୁ ଭାଙ୍ଗି ନାନା ଅସ୍ଥିରତା ସୃଷ୍ଟି କରିଚାଲିଛି । ବ୍ରଜବିହାରୀବାବୁ ନିଜ ଜୀବନକୁ ଦଗ୍ଧକରି ଘର, ପରିବାରକୁ ଚଳାଇ ଆସୁଥିଲେ । ଚାକିରି ଜୀବନରେ ସେ ଖୁବ୍ କର୍ତ୍ତବ୍ୟନିଷ୍ଠ କର୍ମଚାରୀ । ସଂସାର ଜୀବନରେ ସେ କମ୍ ସମୟ ଦେଉଥିବାରୁ ସ୍ତ୍ରୀ ବନମାଳା ଦେବୀଙ୍କ ମନରେ ନୈରାଶ୍ୟର ଝଡ଼ ସୃଷ୍ଟି ହୋଇଛି । ବନ୍ୟାଞ୍ଚଳରୁ ଫେରି ଘରେ ପହଞ୍ଚିଥିବାବେଳେ ଯେମିତି ସମସ୍ତେ ତାଙ୍କ ଠାରୁ ଦୂରେଇ ଗଲା ଭଳି ମନେକରିଛନ୍ତି । ଚାକର ଦନେଇ କିଛି ନଜାଣିଲା ଭଳି ଦିମାକିଆ ହୋଇଛି । ନୂଆ ଆଇନ ଅନୁଯାୟୀ ମାଲିକମାନେ ଏଣିକି ଚାକରମାନଙ୍କୁ ରେ-ରା, ତୁ-ତା, କରିପାରିବେନି, ନିଷ୍ଫଳ କଟକ ଚାକର ସଂଘ ଏ ଦିଗରେ ସହାୟ ହୋଇଛି ବୋଲି ନିଜକୁ ଦମ୍ଭୋକ୍ତି ପ୍ରକାଶ କରିଛି । ଶୋଇବା ଠାରୁ ଖାଇବା ପର୍ଯ୍ୟନ୍ତ ସବୁ ସମାନ । ଚାକରମାନେ ଭଲକାମ ନକଲେ ସେମାନଙ୍କୁ ତଥା ଚାକରସଂଘର ସେକ୍ରେଟାରୀଙ୍କ ପାଖକୁ ବିନା ଦରଖାସ୍ତରେ ଛଟେଇ କରିପାରିବେ ନାହିଁ । ଘଟଣାର ସତ୍ୟାସତ୍ୟ ଜାଣି, ସେକ୍ରେଟାରୀଙ୍କ ହୁକୁମ୍ ପାଇବା ପରେ ଚାକରମାନେ ବିତାଡିତ ହେବା କଥା ବୋଲି ବ୍ରଜବିହାରୀଙ୍କୁ ଜଣାଇଦେଇଛି ।
ସ୍ତ୍ରୀ ବନମାଳାର ହାଇହିଲ୍ଚପଲ, ଭାନିଟ୍ ବ୍ୟାଗ୍ ଦେଖୁ ମନ ମଧ୍ୟରେ ଝଡ଼ ସୃଷ୍ଟିହୋଇଛି । ହପ୍ତାକ ପାଇଁ କହି ୨ ମାସ ଅନ୍ତର ହୋଇଥିବାରୁ ଆଦିର ଅଭ୍ୟର୍ଥନା ସବୁ ମନରୁ ପୋଛିଦେବା ଉଚିତ୍ ବୋଲି ଜଣାଇ ଦେଇଛନ୍ତି । ବ୍ରଜବିହାରୀଙ୍କର ସକଳ ସୁବିଧା ଅସୁବିଧା ପ୍ରତି କର୍ଣ୍ଣପାତ ନକରି ବରଂ ବନମାଳା ପୁରୁଷ ସୁଲଭ ରୁକ୍ଷ ହୋଇଉଠିଛି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀର ଚର୍ଚ୍ଚା କରିବାର ଲୋଭ ସମ୍ବରଣ କରି ସଂଘର ସଭାନେତ୍ରୀ କରିବାକୁ ବାହାରେ ସେ ହିଁ ଉପଯୁକ୍ତ ଘରଣୀ ବୋଲି ବ୍ୟଙ୍ଗୋକ୍ତି ବାଢ଼ିଛନ୍ତି । ସ୍ତ୍ରୀ ବନମାଳାଙ୍କର ରୂଢ଼ ବ୍ୟବହାର ମନପ୍ରାଣକୁ ସଙ୍ଗୀନ କରିଛି। ଅଯଥା ଯୁକ୍ତି ନକରି ଟୁଲୁର କ୍ଷୀରପାନ ଓ ଜଳଖୁଆ ଆଦି ବୁଝିବାପାଇଁ ତାଗିଦ କରନ୍ତି । ସ୍ଵାମୀ ବ୍ରଜବିହାରୀଙ୍କର କଥାବାର୍ତ୍ତାକୁ ସେ ବାଜେ କଥା କରି ଭର୍ତ୍ସନା କରିଛି ।
ସାନଭାଇ ରାଜୁ ଉପରେ କ୍ଷୀଣ ଆଶା କରି ମଧ୍ୟ ଅସନ୍ତୋଷ ହୋଇଛନ୍ତି | ଯେଉଁ ସାନଭାଇର ଅତୀତରେ ଭାବ, ଭକ୍ତି, ମାନି, ଭୟ ଆଦି ଥିଲା, ସେ ଆଜି ଅତ୍ୟାଚାରର ସୀମାବାହାରେ ପହଞ୍ଚିଅଛି ବୋଲି ମନେ କରିଛନ୍ତି । ହିସିଲ୍ମାରି ଫେସନ ଦେଖାଇଛି । ପଚାରିଲେ ସେଇଟା ତା'ର ବ୍ୟକ୍ତିଗତ ସ୍ଵାଧୀନତା । ତମେ ସେଥିରେ ହସ୍ତକ୍ଷେପ କରିପାରିବନି ଦମ୍ଭୋକ୍ତି କରିଛି ।
ଛାତ୍ରସଂଘର ନିୟମାନୁଯାୟୀ ଏଣିକି ଆଉ ତାଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଉପରେ କେହି ହସ୍ତକ୍ଷେପ କରିପାରିବେନି ବୋ କହି ବ୍ରଜବିହାରୀଙ୍କୁ ଅପମାନ କରିଛି । ବଡ଼ଭାଇ ପାଖରେ ସେ ସିନେମା ଦେଖୁଯିବ ବୋଲି କହିଛି । ରାଜୁର ବେଖାତିର ଭାଗ ଦେଖ୍ ବ୍ରଜବିହାରୀ ଅତିଷ୍ଠ ହୋଇପଡ଼ିଛନ୍ତି |
ସିଆଡ଼େ ବଢ଼ିରେ ଭାସିଗଲେଣି ଏଣେ ମାସ ଦି’ଟାରେ ତାଙ୍କ ସଂସାର ଭାସିଗଲାଣି ବୋଲି ମନରେ ବିଦ୍ରୋହର ବହି ଜଳିଛି ।
ଟିଉସନମାଷ୍ଟ୍ରେଙ୍କ ବ୍ୟବହାରରେ ମଧ୍ୟ ବ୍ରଜବିହାରୀ ଅନୁତପ୍ତ । ମାତ୍ର ୫୦ ମିନିଟ୍ ଅବୁଝାପାଠ ଓ ସେମାନଙ୍କର Low paid Teachers Association ଯୋଗୁଁ କାହାକୁ କିଛି କହି ହୁଏନା ବୋଲି ମନେକରିଛି । ଏଣିକି ଆଇନ ଅନୁଯାୟୀ ଅବସ୍ଥା ସୂଚକ ସମ୍ବୋଧନରେ ନଡ଼ାକି ବାକୁ ସତର୍କ କରାଇ ଦେଇଛି ।
ଅତ୍ୟାଚାରିତ ସ୍ଵାମୀ ସଂଘରେ ବ୍ରଜବାବୁଙ୍କର ପ୍ରବେଶ– ମୁଖ ମଳିନ ତାଙ୍କ ଅତ୍ୟାଚାରିତ ଜୀବନ ଓ ପଦପଦବୀ କଥାକୁ ସମିତିରେ ନଜଣାଇ ରହିପାରିନାହାଁନ୍ତି । ସାଇକିଆଟ୍ରିଷ୍ଟଙ୍କ ପ୍ରଶ୍ନବାଣରେ ସେ ଯେଭଳି ବିନ୍ଧିହୋଇ ପଡ଼ିଛନ୍ତି ପରି ମନେ କରିଛନ୍ତି | ଏ ସବୁ ପାଇଁ ସବୁଦୋଷ ବ୍ରଜବିହାରୀଙ୍କର ବୋଲି ଶ୍ରୀରାମବାବୁ କହିଛନ୍ତି । ଅଧିକାଂଶ ସମୟରେ ତାଙ୍କ ସ୍ତ୍ରୀ ବାହାରେ ପ୍ରାୟ ରାତି ୧୦ ଟା ବେଳକୁ ଘରକୁ ଫେରନ୍ତି | ବାହାରୁ ଖାଇକରି ଆସନ୍ତି । ପାରିବାରିକ ଥଇଥାନ ସମିତିରେ ବ୍ରଜବିହାରୀଙ୍କ ଉପସ୍ଥିତି ବନମାଳା ପାଇଁ ଘୋର ଅହଂକାର ସୃଷ୍ଟି କରିଛି । ଏଠାକୁ କ’ଣ ପାଇଁ ଆସିଛ ବୋଲି ଧମକ ଦେଇଛି ।
ବ୍ରଜବିହାରୀ ଏହି ଅତ୍ୟାଚାରିତ ଜୀବନକୁ ଅନ୍ତରର ଅନ୍ତଃପ୍ରଦେଶରୁ ବିଚାର କରିଛନ୍ତି । ଆଜିର ଯୁଗରେ ଯେଝାମନକୁ ଯେଝା ଚଉଦା ପା’ । ସ୍ଵର ବି ନାହିଁ ତ ଶାସନ ନାହିଁ ।
ଯେଉଁ ଦିନ ମୁରବୀଙ୍କୁ ଆଗରେ ଅଭ୍ୟର୍ଥନା ଦିଆଯିବ, ସେତେବେଳେ ସମାଜ ହେବ ଆନନ୍ଦ ଓ ମଧୁର ।
ଏକାଙ୍କିକାର ଅନାଦିବାବୁ, ବ୍ରଜବିହାରୀଙ୍କ ପରି ଅତ୍ୟାଚାରିତା ସ୍ତ୍ରୀଙ୍କୁ ତାଙ୍କର ସକଳ ସୁବିଧା ପ୍ରଦାନ କରିଥିଲେ ହେଁ ସେ ପାର୍ଟି ହାସଲ କରିପାରେ ଧୁରନ୍ଧର । ଶାଢ଼ି, ଗାଡ଼ି, ବାଡ଼ି ବାବଦରେ ସେ ଅଶୀ ହଜାର ଟଙ୍କା ଖର୍ଚ୍ଚକରି ମଧ୍ୟ ସ୍ତ୍ରୀର ବିରହଜ୍ବାଳା ତାଙ୍କୁ ମର୍ମଭେଦ କରିଛି | ସ୍ତ୍ରୀ ତାଙ୍କୁ ଦୂରେଇ ରହିବାରୁ ଅନ୍ୟ ନାରୀଙ୍କ ସହ ପ୍ରଣୟ ଅଭିନୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସ୍ତ୍ରୀର ଦିନେ ଛାଡ଼ି ଦିନେ ଗାର୍ଡେନପାର୍ଟି ଆଟେନ୍ କରିବାକୁ ଅନାଦିଙ୍କ ମନରେ ନୈରାଶ୍ୟ ସୃଷ୍ଟି କରିଛି ।
(ଚ) ପଠିତ ଏକାଙ୍କିକାରୁ ଅତ୍ୟାଚାରିତ ସ୍ଵାମୀଙ୍କର ଅତ୍ୟାଚାରଜନିତ ଦୁଃଖ ବୁଝାଅ ।
ଉ: ଓଡ଼ିଆନାଟକ ଓ ଏକାଙ୍କିକା କ୍ଷେତ୍ରରେ ପ୍ରାଣବନ୍ଧୁ କର ସ୍ମରଣୀୟ ଶିଳ୍ପୀ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନା କରି କ୍ଷୁଦ୍ରଗଳ୍ପ ସାହିତ୍ୟକୁ ସମୃଦ୍ଧ କରିପାରିଛନ୍ତି । ୧୯୫୮ରେ ଶ୍ଵେତପଦ୍ମା, କଲିକତାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇ ଆଲୋଡ଼ନ ସୃଷ୍ଟି କରିଥିଲା । ଅତ୍ୟାଚାରିତ ଏକାଙ୍କିକାଟି ଏକ ନୂତନ ଚିନ୍ତାଧାରାର ନାଟ୍ୟରୂପ । ପାରିବାରିକ ବୁଝାମଣାର ଅଭାବ ପରିଲକ୍ଷିତ ହେଲେ ସଂସାର ଉଜୁଡ଼ିଯାଏ; ଯାହାକି ଦୁଇଗୋଟି ପରିବାରର ସ୍ୱାମୀମାନେ ହୋଇଛନ୍ତି ଅତ୍ୟାଚାରିତ । ବ୍ରଜବିହାରୀବାବୁ ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର ଅନାଦିବାବୁ କଟକର ବିଶିଷ୍ଟ ବ୍ୟବସାୟୀ । ଉଭୟେ ଅତ୍ୟାଚାରିତା ଉଭୟେ ପାରିବାରିକ ଥଇଥାନ ସମିତିରେ ଉପସ୍ଥିତ । ଜଣେ ସଂସାର ଦେଖିବା ପାଇଁ ଚାକିରିଜୀବନରେ ସମୟ ଅଭାବ ଓ ଅନ୍ୟର ସଂସାର ପାଇଁ ସବୁ କିଛି ସମର୍ପଣ କରିଥିଲେ ବି ଅତ୍ୟାଚାରିତ । ଏ ଦିଗରେ ବ୍ରଜବିହାରୀଙ୍କର ପତ୍ନୀ ବନମାଳା ଓ ଅନାଦିଙ୍କ ସହଧର୍ମିଣୀ । ଉଭୟେ ଅତ୍ୟାଚାରିତ, ପୀଡ଼ିତ ଓ ସ୍ତ୍ରୀଠାରୁ ଆଦର ଅଭ୍ୟର୍ଥନାରେ ପ୍ରାଣ ଆହତ । ଏହି ନୂତନ ସମସ୍ୟାର ସମାଧାନ ପାଇଁ ସଂଘ-ପାରିଷଦ ଗଢ଼ିଉଠିଥିଲେ ହେଁ କୌଣସି ସୀମାବଦ୍ଧ ବନ୍ଧନରେ ବାନ୍ଧିନହୋଇ ବିଶୃଙ୍ଖଳିତ ହୋଇଛନ୍ତି | ଚାକର, ଟିଉସନମାଷ୍ଟ୍ରେ, ସାନଭାଇ ରାଜୁ ଓ ପତ୍ନୀ ବନମାଳା ନିଜ ଅଧିକାରକୁ ଇଚ୍ଛାମୁତାବକ ଜାହିର କରିଛନ୍ତି । ଗୋଟିଏ ସଂଘୀୟ ବ୍ୟବସ୍ଥାର ସାହାଯ୍ୟ ନେଇଛନ୍ତି | ଏହିପରି ଏକ ଅତ୍ୟାଚାରିତ ସମସ୍ୟାକୁ ନେଇ ନାଟ୍ୟକାର ପ୍ରାଣବନ୍ଧୁ କର ନାଟକୀୟ ରୂପ ଦେଇଛନ୍ତି । ଲଘୁ କଳ୍ପନା ମଧ୍ଯରେ ବାସ୍ତବଜୀବନରେ ଏକ ଅକୁହା କାହାଣୀ ଏଥରେ ପ୍ରକାଶିତ ହୋଇଛି । ନାଟ୍ୟକାରଙ୍କ ନାଟକୀୟ ଚାତୁରୀ ଏହି ଏକାଙ୍କିକାଟିକୁ ବାସ୍ତବଧର୍ମ କରିଛି ।
