Get +2 1st Year Odia Ababodha Parikhyana question and answer notes, passage format, solved examples, and exam practice tips for AHSEC/CHSE Arts, Science, and Commerce.
ଉଚ୍ଚ ମାଧ୍ୟମିକ (+2) ପ୍ରଥମ ବର୍ଷ (1st Year) MIL (ଓଡ଼ିଆ) ପରୀକ୍ଷାରେ ଅବବୋଧ ପରୀକ୍ଷଣ (ବୋଧଜ୍ଞାନ ପରୀକ୍ଷଣ / Reading Comprehension) ବିଭାଗରୁ ପ୍ରଶ୍ନ ପଚରାଯାଏ।
ବୋଧଜ୍ଞାନ ପରୀକ୍ଷଣର ଉତ୍ତର ଲେଖିବାର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ:
ଅନୁଚ୍ଛେଦକୁ ଧ୍ୟାନର ସହ ପଢ଼ନ୍ତୁ: ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା ପୂର୍ବରୁ ଅନୁଚ୍ଛେଦକୁ ୧-୨ ଥର ଭଲଭାବେ ପଢ଼ି ବୁଝିବାକୁ ଚେଷ୍ଟା କରନ୍ତୁ।
ନିଜ ଭାଷାରେ ଲେଖନ୍ତୁ: ଅନୁଚ୍ଛେଦରୁ ସିଧାସଳଖ ଧାଡ଼ି ନ ଉଠାଇ, ସେହି ଅର୍ଥକୁ ସରଳ ଓ ନିଜ ଭାଷାରେ ଲେଖିବା ଶ୍ରେୟସ୍କର।
ସଂକ୍ଷିପ୍ତ ଓ ନିର୍ଭୁଲ ଉତ୍ତର: ପ୍ରଶ୍ନରେ ଯାହା ପଚରାଯାଇଛି, କେବଳ ସେତିକି ବିଷୟରେ ସଠିକ୍ ଉତ୍ତର ଲେଖନ୍ତୁ।
ଅବବୋଧ ପରୀକ୍ଷଣ
(କ) ଗଦଂଶ
(ଖ) ପଦଂଶ
୧. ଅବବୋଧ ପରୀକ୍ଷଣ
ବୋଧଜ୍ଞାନ ପରୀକ୍ଷଣ ସ୍ଵରୂପ ଓ ନିୟମ ।
ଅବବୋଧ ଶବ୍ଦର ଅର୍ଥ ‘ବୋଧଗମ୍ୟ’ । କୌଣସି ଲେଖାକୁ ବୁଝିପାରିବା ଓ ପ୍ରକାଶ କରିବାର କ୍ଷମତା ଅର୍ଜନ କରିବା ଲେଖାଟିକୁ ପଢ଼ି ଯଦି ତାକୁ ଠିକ୍ ଭାବରେ ବୁଝି ନ ପାରିବା ତେବେ ଆମର ଅଧ୍ୟୟନ ନିରର୍ଥକ ହୋଇ ପଡ଼ିବ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟେକ ଲେଖା ଆକ୍ଷରିକ ଅର୍ଥ ପ୍ରକାଶ କରି କେବଳ ତଥ୍ୟ ପରିବେଷଣ କରେ ନାହିଁ, ସେଥିରେ ନାନା କଳାତ୍ମକ ଅଭିବ୍ୟଞ୍ଜନା, ଶ୍ଳେଷ, ବିଦ୍ରପ, ବକ୍ରୋକ୍ତି ବା ଇଙ୍ଗିତଧର୍ମିତା ଥାଇପାରେ । ଏହା ଏକ ସ୍ଵୟଂସଂପୂର୍ଣ ଏକକ ହେଲେ ହେଁ ଏଥରେ ଯେତିକି କଥା ସାଧାରଣ ଭାବରେ ପଢ଼ିଲେ ଧରାପଡ଼େ, ତା’ ଅପେକ୍ଷା ବହୁକଥା, ଇଙ୍ଗିତ ଓ ସୂଚନାରେ ଲୁଚି ରହିଥାଏ। ଏପରିସ୍ଥଳେ ଲେଖାଟିକୁ ସତର୍କତାର ସହ ଅଧ୍ୟୟନ କରିବାକୁ ପଡ଼େ । ତରତର ନ ହୋଇ ସ୍ରଷ୍ଟାଙ୍କ ସାରସ୍ଵତ ସୃଷ୍ଟିକୁ ଗଭୀର ମନୋନିବେଶ ସହ ଅଧ୍ୟୟନ କରିବା ଏ କ୍ଷେତ୍ରରେ ଆବଶ୍ୟକ ହୋଇଥାଏ । ଯେପରିକି ଏହା ସୃଷ୍ଟିର ପ୍ରକୃତଭାବ ଉନ୍ମୋଚିତ କରିପାରିବା । ଏହି ପ୍ରକ୍ରିୟା କଠିନ ବୋଲି ଜଣାପଡୁଥିଲେ ମଧ୍ୟ ବାରମ୍ବାର ଅଭ୍ୟାସ ଦ୍ଵାରା ଏହାକୁ ଆୟତ୍ତ କରାଯାଇପାରେ । ନିମ୍ନରେ କେତୋଟି ଅନୁଚ୍ଛେଦ ପ୍ରଦାନ କରି ପ୍ରଶ୍ନ ସାହାଯ୍ୟରେ ବିଷୟଟିକୁ ବିଶ୍ଳେଷଣ କରି ଉତ୍ତର ଖୋଜିବାର ଚେଷ୍ଟା ଛାତ୍ରଛାତ୍ରୀମାନେ କରିବା ଉଚିତ । ଏଥପାଇଁ ସେମାନେ ନିମ୍ନ ସୂଚନା ପ୍ରତି ଧ୍ୟାନ ଦେବାର ଆବଶ୍ୟକ ।
ପ୍ରଶ୍ନୋତ୍ତର ନିୟମ :
୧.ପ୍ରଶ୍ନର ଉତ୍ତର ଅନୁଚ୍ଛେଦ । କାବ୍ୟଂଶ ମଧ୍ଯରେ ନିହିତ ପାଠକ ପାଠିକାଗଣ ତାକୁ ଖୋଜି ବାହାର କରିବା ଆବଶ୍ୟକ ।
9. ପ୍ରଶ୍ନର ଉତ୍ତର ପ୍ରଦତ୍ତ ଅନୁଛେଦ କିମ୍ବା ବାକ୍ୟାଶର ଅବିକଳ ନକଲ ନ ହୋଇ ଯଥାସମ୍ଭବ ନିଜ ଭାଷାରେ ଲେଖା ହେବା ଉଚିତ ।
୩. ଗଦ୍ୟାଶର ପ୍ରଥମ ଚାରିଗୋଟି ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଆଉ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଏକ ନମ୍ବର ଏବଂ ପରବର୍ତୀ ତିନୋଟି ପ୍ରଶ୍ନର ଉତ୍ତର ଦୁଇଟି ବାକ୍ୟରେ ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଦୁଇ ନମ୍ବର ।
୪. କାବ୍ୟଂଶର ପାଞ୍ଚଗୋଟି ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଏକ ନମ୍ବର |
5. ପ୍ରଶାବଳୀର ଉତ୍ତର କ୍ରମ ଅନୁସାରେ ରହିବା ଉଚିତ ।
ଉପାୟ :
୧. ଅନୁଚ୍ଛେଦ । କାବ୍ୟଂଶଟିକୁ ସତର୍କତାର ସହିତ ପଢ଼ିବା ଉଚିତ ।
9. ଅନୁଚ୍ଛେଦ କିମ୍ବା କାବାଂଶରେ ନିହିତ ଉତ୍ତର ଚିହ୍ନିତ କରିବା ଆବଶ୍ୟକ ।
୩. ପ୍ରଥମେ ପ୍ରାରମ୍ଭିକ (ରଫ୍) ଉତ୍ତର ପ୍ରସ୍ତୁତ କରିବା ପରେ ଆବଶ୍ୟକ ସଂଶୋଧନ କରିବାକୁ ହେବ ।
୪. ଚୂଡ଼ାନ୍ତ ଲେଖା ପ୍ରସ୍ତୁତ କରି ପ୍ରାରମ୍ଭିକ ଉତ୍ତର (ରଫ୍)ଟିକୁ କାଟିଦେବେ ।
(କ) ଗଦଂଶ
ଅନୁଛେଦ – ୧
୧୯୩୦ ମସିହା ଅକ୍ଟୋବର ୧୨ ତାରିଖ, ମାନବଜାତିର ଇତିହାସରେ ଗୋଟିଏ ପ୍ରଧାନ ଦିବସ । ଅଦ୍ୟ ଭାରତରେ ଏପରି ଗୋଟିଏ ମହତ୍ କର୍ମାନୁଷ୍ଠାନ କରାଗଲା ଯାହା ବଳରେ ଭାରତର ସୁପ୍ତଶକ୍ତି ଜାଗି ଉଠିଥିଲା ଏବଂ ଭାରତର ଲୁପ୍ତ ଗୌରବରେ ରଶ୍ମିରେଖା ପ୍ରଚଣ୍ଡ ତେଜରେ ପ୍ରତିଭାତ ହୋଇ କୋଟି କୋଟି ଭାରତବାସୀଙ୍କ ହୃଦୟରୁ ପରାଧୀନତାର କାଳିମାକୁ ଚିରକାଳ ନିମିତ୍ତ ଅପସାରିତ କରିବାକୁ ଏକ ନୂତନ ଆଲୋକ ପ୍ରଦାନ କରିଥିଲା । ଅଦ୍ୟ ମହାତ୍ମାଗାନ୍ଧି ମନ୍ତ୍ରୀ ବା ସାଧୟେତ୍ ଶରୀରଂ ବା ପାତୟେତ୍ ମନ୍ତ୍ରରେ ଭାରତବାସୀଙ୍କୁ ଦୀକ୍ଷିତ କରି ସାବରମତୀ ଆଶ୍ରମରୁ ସମର ଯାତ୍ରା ଆରମ୍ଭ କରିଥିଲେ । ଭାରତରେ ସ୍ୱରାଜ୍ୟ ନ ହେବା ପର୍ଯ୍ୟନ୍ତ ମୁଁ ଆଉ ଆଶ୍ରମକୁ ଫେରିବି ନାହିଁ । ସ୍ୱରାଜ୍ୟ ଆଣି ଫେରିବି ନଚେତ୍ ମୋର ମୃତ ଶରୀରକୁ ସମୁଦ୍ରରେ ଭସାଇଦେବ |’ ଏହି କେତୋଟି ଶବ୍ଦ ଉଚ୍ଚାରଣ କରି ମହାତ୍ମାଜୀ ଆଶ୍ରମ ତ୍ୟାଗ କରି ଚଲାବେଳର ଦୃଶ୍ୟ କିପରି ମର୍ମସ୍ପର୍ଶୀ ତାହା ନ ଦେଖିଲା ବ୍ୟକ୍ତି ସହଜରେ ଅନୁଭବ କରିପାରିବ ନାହିଁ । ସେହି ଦୃଶ୍ୟ ଏବଂ ସେହି ଦିନର ଘଟଣାବଳୀ ମନେ ପଡ଼ିଲେ ମୋ ମନରେ ସ୍ଵତଃ ରାଜା ରାମଚନ୍ଦ୍ରଙ୍କର ବନବାସ କଥା ମନେ ପଡ଼େ । ରାଜା ରାମଚନ୍ଦ୍ର ସୀତା ଓ ଲକ୍ଷ୍ମଣକୁ ସାଙ୍ଗରେ ଧରି ଚଉଦ ବର୍ଷ ବନବାସ କରିବା ପାଇଁ ଅଯୋଧ୍ୟା ନଗରୀ ଯେଉଁ ଦିନ ତ୍ୟାଗ କରିଥିଲେ ସେତେବେଳର ଦୃଶ୍ୟ କିପରି ମର୍ମସ୍ପର୍ଶୀ ହୋଇଥବ ତାହା କଳ୍ପନା କରିହେବ ନାହିଁ । ଅଗଣିତ ନରନାରୀ ହୃଦୟ ଅଧୀର, ଚକ୍ଷୁ ଲୋତକପୂର୍ଣ ଏବଂ ତାହାଙ୍କ ସହିତ ବନଗମନ କରିବାକୁ ସମସ୍ତଙ୍କର ଆକୁଳ ପ୍ରାର୍ଥନା କିନ୍ତୁ ଶ୍ରୀରାମଚନ୍ଦ୍ର ଧୀର ଓ ଗମ୍ଭୀର ଭାବରେ ଏସବୁ ଦ୍ବାରା ପ୍ରଭାବିତ ନ ହୋଇ, ହସି ହସି ବନଗମନ କରିଥିଲେ ।
ସାବରମତୀ ଆଶ୍ରମରୁ ମହାତ୍ମାଗାନ୍ଧିଙ୍କର ସମର ଅଭିଯାନ ବେଳର ଦୃଶ୍ୟ ଅତୀତର ସେହି ଘଟଣାକୁ ସ୍ମରଣ କରାଇ ଦେଉଛି । ଦୁଇଦିନ ପୂର୍ବରୁ ସାବରମତୀ ଆଶ୍ରମର ଚତୁଃପାର୍ଶ୍ୱସ୍ଥ ଗ୍ରାମ, ନଗର ଓ ବନପ୍ରାନ୍ତର ଯେଉଁ ଅପୂର୍ବ ରୂପ ଧାରଣ କରୁଛି, ତାହା ବର୍ଣ୍ଣନା କରିବାକୁ ମୁଁ ଭାଷା ପାଉନାହିଁ । ଯେଉଁଦିନ ମହାତ୍ମାଜୀ ଆଶ୍ରମ ଛାଡ଼ିବେ ସେଦିନ ପୂର୍ବ ରାତ୍ରି, ଆଶ୍ରମ କିମ୍ବା ଆଶ୍ରମ ଚତୁଃପାର୍ଶ୍ୱସ୍ଥ ଜନପଦରେ ଏପରିକି କୌଣସି କୌଣସି ଜୀବଜନ୍ତୁ ନିଦ୍ରା ଯାଇଛନ୍ତି କି ନାହିଁ ସନ୍ଦେହ । ଅହମଦାବାଦ ସହରର ଲକ୍ଷ ଲକ୍ଷ ନରନାରୀ ଶୋକାକୁଳ । ସମସ୍ତଙ୍କ ଚକ୍ଷୁ ଲୋତକପୂର୍ଣ୍ଣ । ସମସ୍ତେ ମହାରାଜୀଙ୍କ ଆଡ଼କୁ ଚାହିଁଛନ୍ତି ଏବଂ ଆକୁଳ ପ୍ରାଣରେ ପ୍ରାର୍ଥନା କରୁଛନ୍ତି, “ ବାପୁଜୀ ! ଆମ୍ଭମାନଙ୍କୁ ସଙ୍ଗରେ ଯିବାକୁ ଅନୁମତି ଦିଅ । ତମେ ଯୁଆଡ଼େ ଯିବ ଆମ୍ଭେମାନେ ସମସ୍ତେ ତମ ସଙ୍ଗରେ ସିଆଡ଼େ ଯିବୁ । ଯାହା ଆଦେଶ ହେବ ତାହା ପାଳନ କରିବୁ ଏବଂ ସ୍ଵରାଜ୍ୟ ପାଇଁ ପ୍ରାଣବଳି ଦେବାକୁ କୁଣ୍ଠିତ ହେବୁ ନାହିଁ ।
ମହାତ୍ମାଗାନ୍ଧି ଏ ସମସ୍ତଙ୍କ କାତର ପ୍ରାର୍ଥନା ପ୍ରତି କର୍ଣପାତ ନ କରି ତାହାଙ୍କ ପଛରେ ଯିବାକୁ ସମସ୍ତଙ୍କୁ ମନାକରିଛନ୍ତି ଏବଂ କହିଛନ୍ତି ବର୍ତ୍ତମାନ ସମୟ ଆସିନାହିଁ । ଯଥା ସମୟରେ ମୁଁ ମୋର ବାଣୀ ଶୁଣାଇଦେବି । ବର୍ତ୍ତମାନ ସମସ୍ତେ ଖଦଡ଼ ପରିଧାନ କରି ବିଦେଶୀ ବସ୍ତ୍ର ବର୍ଜନ କର । ଆମ୍ଭମାନଙ୍କର ଦାବି ଦୁର୍ଘମନୀୟ, ଉପାୟ ସାଧୁ ଏବଂ ସହାୟ ଭଗବାନ । ସତ୍ୟାଗ୍ରହୀ ଯଦି ସତ୍ୟ ଓ ଅହିଂସାକୁ ତ୍ୟାଗ ନ କରନ୍ତି ତେବେ ଆମ୍ଭମାନଙ୍କର ଜୟ ସୁନିଶ୍ଚିତ ।
ପ୍ରଶ୍ନବଳୀ
୧. ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ଗୋଟିଏ ବାକ୍ୟରେ ଉତ୍ତର ଦିଅ |
(କ) ୧୯୩୦ ମସିହା ଅକ୍ଟୋବର ୨୨ ତାରିଖ କାହିଁକି ସ୍ମରଣୀୟ ?
(ଖ) ରାମଚନ୍ଦ୍ରଙ୍କ ଅଯୋଧ୍ୟା ତ୍ୟାଗ କ’ଣ ଶିକ୍ଷା ଦିଏ ?
(ଗ) “ ଯାହା ଅଦେଶ ହେବ ତାହା ପାଳନ କରିବୁ” ଏହା କିଏ କାହାକୁ କହିଛନ୍ତି ?
(ଘ) ମହାତ୍ମାଗାନ୍ଧିଙ୍କ ଅନୁସାରେ ବର୍ତ୍ତମାନର କର୍ତ୍ତବ୍ୟ କ’ଣ ?
୨. ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ମହାତ୍ମାଜୀ ଆଶ୍ରମ ପରିତ୍ୟାଗ କଲାବେଳେ ଉଚ୍ଚାରଣ କରିଥିବା ମନ୍ତ୍ରର ଉଦ୍ଦେଶ୍ୟ କ’ଣ ?
(ଖ) ସାବରମତୀ ଆଶ୍ରମ ତ୍ୟାଗ କଲାବେଳେ କେଉଁ ଶବ୍ଦ ଉଚ୍ଚାରଣ କରିଥିଲେ ?
(ଗ) ମହାତ୍ମାଗାନ୍ଧିଙ୍କ ଆଶ୍ରମ ତ୍ୟାଗ ଦୃଶ୍ୟ କ’ଣ ସ୍ମରଣ କରାଇ ଦିଏ ?
ସମ୍ଭାବ୍ୟ ଉତ୍ତର
୧.(କ) ୧୯୩୦ ମସିହା ସ୍ମରଣୀୟ କାରଣ ପରାଧୀନ ଭାରତୀୟମାନଙ୍କ ହୃଦୟରେ ସ୍ଵାଧୀନତା ସୁପ୍ତ ଶକ୍ତି ଜାଗ୍ରତ ହେଉଥିଲା ।
(ଖ) ଦୁଃଖ ଓ ଯନ୍ତ୍ରଣା ସତ୍ତ୍ଵେ ଧୀର ଓ ଗମ୍ଭୀର ଭାବରେ ପରିସ୍ଥିତିର ସମ୍ମୁଖୀନ ହେବା ।
(ଗ) ଅହମ୍ମଦାବାଦର ଲକ୍ଷ ଲକ୍ଷ ନରନାରୀ ବାପୁଜୀଙ୍କୁ କହିଛନ୍ତି |
(ଘ) ବିଦେଶୀ ବସ୍ତ୍ର ବର୍ଜନ କରି ସ୍ଵଦେଶୀବସ୍ତ୍ର ପରିଧାନ କରିବା ବର୍ତ୍ତମାନର ପ୍ରଧାନ କର୍ତ୍ତବ୍ୟ ବୋଲି ମହାତ୍ମାଗାନ୍ଧି କହିଛନ୍ତି ।
୨. (କ) ଲକ୍ଷ୍ୟ ପଥରେ ପ୍ରତିବନ୍ଧକ ଆସିବା ସ୍ଵାଭାବିକ, ତେଣୁ ଜୀବନ ଚାଲିଗଲେ ମଧ୍ୟ ଲକ୍ଷ୍ୟ ପଥରେ ବିଚ୍ୟୁତି ହେବା ଉଚିତ ନୁହେଁ ।
(ଖ) ସ୍ଵରାଜ୍ୟ ନଆସିବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ | ସ୍ଵରାଜ୍ୟ ନଚେତ୍ ମୃତ୍ୟୁନେଇ ଫେରିବି ବୋଲି ଗାନ୍ଧିଜୀ କହିଛନ୍ତି ।
(ଗ) ମହାତ୍ମାଗାନ୍ଧିଙ୍କ ଆଶ୍ରମ ତ୍ୟାଗ ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ । ଏହା ରାମାୟଣ ବର୍ଣ୍ଣିତ ରାମଚନ୍ଦ୍ରଙ୍କ ଚଉଦବର୍ଷ ଅଯୋଧ୍ୟା ତ୍ୟାଗର ଦୃଶ୍ୟ ସ୍ମରଣ କରାଇଦିଏ ।
ଅନୁଛେଦ – ୨
ଜୀବନ ଚାହେଁ ନୂତନତ୍ଵ । ଠିକ୍ ଏହିଭଳି ସବୁଦିନେ ରହିବାଟାକୁ ଜୀବନ ପସନ୍ଦ କରେ ନାହିଁ । ଆଳସ୍ୟପରାୟଣ ଲୋକର ଜୀବନରେ ନୂତନତ୍ବର ସ୍ଥାନ ନାହିଁ କହିଲେ ଚଳେ । ଯେତେଧନ ସଂପରି ଥୁଲେ ମଧ୍ଯ ଯଦି ନୂତନତା ବିଦାୟ ନେଇଗଲା, ପ୍ରକୃତ ସୁଖ କୁଆଡ଼େ ଉଭାଇଯାଏ । କର୍ଲାଇନ ଯଥାର୍ଥରେ କହିଛନ୍ତି ଯେ, ଆଳସ୍ୟ ଭିତରେ ହିଁ ସ୍ଥାୟୀ ନୈରାଶ୍ୟ ବସା ବାନ୍ଧିଯାଉଥାଏ । ତୁର୍କୀ ଦେଶରେ ସାଧାରଣ ଲୋକଙ୍କ ଭିତରେ ଗୋଟିଏ ପ୍ରବାଦ ଅଛି ଯେ, ସଇତାନ୍ର ଏଭଳି ଶକ୍ତି ଯେ ସେ ଅନ୍ୟମାନଙ୍କୁ ପ୍ରଲୋଭିତ କରି ନିଜ ସାଙ୍ଗକୁ ନେଇଯାଏ; କିନ୍ତୁ ଯେଉଁ ଲୋକ ଅଳସୁଆ, ସେ ସଇତାନ୍କୁ ପ୍ରଲୋଭନ ଦେଖାଇ ନିଜ ଦେହରେ ଆଣି ରଖୁଦିଏ ।
ଲୋକ ତାହାର ଅଜାଣତରେ ପ୍ରକୃତ ଅର୍ଥରେ ଅଳସୁଆ ହୋଇଯିବାର ଦେଖାଯାଇଛି । ଆଜି ଆଖୁକୁ ଦେଖୁଲା ଭଳି କିଛି ଗୋଟାଏ କାମ ନ କରି ଆସନ୍ତା କାଲି ବା ସପ୍ତାହକ ପରେ ଅନେକ ଭଲ କାମ କରିବି ବୋଲି ଯେଉଁ ଲୋକ ଚିନ୍ତା କରୁଥାଏ ଓ ସେଥିପାଇଁ ଅପେକ୍ଷା କରୁଥାଏ, ସେ ଅଜାଣତରେ ଆଳସ୍ୟର ଶିକାର ହୋଇ ଯାଉଛି । ସେହି ଶ୍ରେଣୀର ଲୋକଙ୍କୁ ଦେଖିବ ଯେ ବ୍ରହ୍ମସ୍ଥାନକୁ ଯାଉଛନ୍ତି; ଅଥଚ କୌଣସି ଗୋଟାଏ ସ୍ଥାନକୁ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖଯାଉ ନାହାନ୍ତି । ବହୁତ ପଢ଼ିଲାଭଳି ହେଉଛନ୍ତି; କିନ୍ତୁ କିଛି ପଢୁନାହାନ୍ତି । ସେହିମାନଙ୍କୁ ଲକ୍ଷ୍ୟକରି ଚେଷ୍ଟରଫିଲ୍ଡ କହିଥିଲେ – ଦୁର୍ବଳମନା ଲୋକଙ୍କର ଆଳସ୍ୟ ହେଉଛି ଏକମାତ୍ର ଆଶା । ନିର୍ବୋଧ ଲୋକମାନେ ଆଳସ୍ୟ ଭିତରେ ହିଁ କାମରୁ ଛୁଟି ପାଇଛନ୍ତି ବୋଲି ଅନୁଭବ କରୁଥା’ନ୍ତି ।
ସକ୍ରେଟିସ୍ଙ୍କ ଭାଷାରେ କୁହ ବା ମାର୍କସଙ୍କ ଭାଷାରେ କୁହ – ଗୋଟିଏ କଥା ଅତି ସ୍ପଷ୍ଟ । ଜଣେ ଯଦି କିଛି ନ କରୁଛି, ଆମେ କହୁଛେ ଅଳସୁଆ । କିନ୍ତୁ ଆମେ ଭୁଲିଯାଉଯେ ଜଣେ ଯେତିକି କାମ କରିବାର କଥା, ତାହା ଯଦି ସେ ନକଲା ବା କରିବା ସୁଯୋଗ ନ ପାଇଲା, ସେ ଆଳସ୍ୟରେ ସମୟ କଟାଉଛି ବୋଲି କୁହାଯିବ । ସକ୍ରେଟିସ୍ ତ ଏତେଦୂର କହିଛନ୍ତି – ଜଣେ ଯେଉଁ କାମ କରିଥିଲେ ସମାଜରେ ଅଧ୍ବକ ମଙ୍ଗଳ ହୁଅନ୍ତା, ସେ କାମ କରିବାର ସୁଯୋଗରୁ ବଞ୍ଚିତ ହୋଇ ସେ ଯଦି ଗୋଟିଏ ମାମୁଲି କାମ କରୁଛି ତେବେ ସେ ଜାଣି ବେକାର ବା ଅଳସୁଆ ହୋଇ ବସିଛି । ହେଲିଙ୍କ ଭାଷାରେ କହିବାକୁ ଗଲେ ଆଳସ୍ୟ ଯେତେବେଳେ ପ୍ରଥମେ ଆସେ ସେ ବୁଢ଼ୀଆଣି ସୂତାଭଳି ତୁମ ଦେହରେ ବୁଡ଼ାଇ ହୋଇଯାଏ । ଶେଷକୁ ଦେଖିଲା ବେଳକୁ ତାହା ଜଞ୍ଜିର ଭଳି ଲୁହା ଭଳି ମୋଟା ଓ ଶକ୍ତ ହୋଇ ଗଲାଣି । ସେତେବେଳେ ତାହାର ଜୀବନରୁ ଖସିବା କଷ୍ଟ ହୁଏ । ମନୁଷ୍ୟ ଚାହେଁ, ଅନ୍ୟମାନେ ନ ଜାଣନ୍ତୁ ସେ ଅଭାବ ଭିତରେ ରହିଛି । ତେଣୁ ସେ ଦାରିଦ୍ର୍ୟକୁ ଅନ୍ୟମାନଙ୍କ ଠାରୁ ଲୁଚାଏ। କିନ୍ତୁ ସଂସାରର ବୈଚିତ୍ୟ ହେଉଛି, ଯେ ସେ ନିଜ ଠାରୁ ଆଳସ୍ୟକୁ ଲୁଚାଏ; ଅର୍ଥାତ୍ ଆଳସ୍ୟବଶତଃ ସେ ଗୋଟିଏ କାମ ନ କଲେ ନିଜକୁ ନାନା ଯୁକ୍ତିଦେଇ ବୁଝାଇଦିଏ ଯେ ସେ କାମଟା କରିବା ଦରକାର ନଥିଲା ।
ଲୋକମାନଙ୍କୁ ଜଣେ ଦାର୍ଶନିକ ପଚାରିଲେ – ତୁମେ ଜୀବନକୁ କ’ଣ ପ୍ରକୃତରେ ଭଲଯାଅ ? ଯଦି ଭଲ ପାଉଛ ସମୟ ନଷ୍ଟ କର ନାହିଁ । କାରଣ ସମୟ ବା କାଳର ସମଷ୍ଟି ହିଁ ଜୀବନ । ଯେତିକି ଦରକାର ତାହା ଅପେକ୍ଷା ଅଧିକ ଶୋଇଲେ ଆୟୁଷ ହାନି ହେଲା ବୋଲି ବୁଝିବାକୁ ହେବ । କାରଣ ପୁଣି ଥରେ ଚେତାଇ ଦେଉଛି ଯେ ଆୟୁଷଟା ହେଉଛି କାଳର ସମଷ୍ଟି | ଆଳସ୍ୟ ଭିତରେ ବୁଡ଼ିରହିବା ଓ ନିଜକୁ ତିଳତିଳକରି ମାରିବା ଏକା କଥା । ଜଣେ ଧର୍ମପରାୟଣ ଲୋକ ଥରେ କହିଥିଲେ – ଭଗବାନ୍ ଓ ସଇତାନ୍ ପୃଥିବୀକୁ ଆସିଲେ ଶିଷ୍ୟ ବାଛିବା ପାଇଁ । ଯେଉଁମାନେ କାଠ କାଟୁଥିଲେ, ଜାଲ ବୁଣୁଥିଲେ, ହଳ କରୁଥିଲେ ସେଇମାନଙ୍କ ଭିତରୁ ଭଗବାନ୍, ତାଙ୍କର ଶିଷ୍ୟ ବାଛିନେଲେ । କିନ୍ତୁ ଯେଉଁମାନେ କିଛି ନ କରି ଅଳସୁଆ ହୋଇ ବସିଥିଲେ, ସଇତାନ୍ ସେମାନଙ୍କ ଭିତରୁ ହିଁ ତାହାର ଶିଷ୍ୟ ବାଛିଲା ।
ପ୍ରଶ୍ନବଳୀ
(ପ୍ରଶ୍ନର ଉତ୍ତର ନିଜ ଭାଷାରେ ଦିଅ)
୧. ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଅଳସୁଆ ଲୋକ କାହାକୁ ପ୍ରଲୋଭନ ଦେଖାଇ କେଉଁଠାରେ ରଖେ ?
(ଖ) ନିର୍ବୋଧ ଲୋକମାନେ କ’ଣ ଅନୁଭବ କରୁଥାନ୍ତି ?
(ଗ) ଜୀବନକୁ ପ୍ରକୃତ ଭଲ ପାଇବାର ଅର୍ଥ କ’ଣ ?
(ଘ) କେଉଁମାନଙ୍କୁ ଭଗବାନ ତାଙ୍କ ଶିଷ୍ୟ ବାଛି ନେଲେ ?
9. ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ତୁର୍କୀ ଦେଶର ସାଧାରଣ ଲୋକେ କେଉଁ କଥାକୁ ପ୍ରବାଦ ରୂପେ ବ୍ୟବହାର କରନ୍ତି ?
(ଖ) କେଉଁ ଚିନ୍ତା ମଣିଷକୁ ତା’ ଅଜାଣତରେ ଆଳସ୍ୟର ଶିକାର କରେ ?
(ଗ) ମଣିଷ କାହାକୁ ଓ କାହିଁକି ଅନ୍ୟମାନଙ୍କଠାରୁ ଲୁଚାଏ ?
ସମ୍ଭାବ୍ୟ ଉତ୍ତର
୧. (କ) ଅଳସୁଆ ଲୋକ ସଇତାନ୍କୁ ନାନାଦି ଲୋଭ ଦେଖାଇ ନିଜ ଦେହରେ ରଖୁଥାଏ ।
(ଖ) ବୋଧଜ୍ଞାନ ନଥିବା ଲୋକମାନେ ଆଳସ୍ୟ ଭିତରେ ବୁଡ଼ିରହି କାମରୁ ଛୁଟି ପାଇଛନ୍ତି ବୋଲି ଅନୁଭବ କରୁଥାନ୍ତି ।
(ଗ) ଜୀବନକୁ ଭଲପାଇବାର ଅର୍ଥ ସମୟକୁ ନଷ୍ଟ ନ କରିବା ।
(ଘ) ଯିଏ ସବୁ କାଠ କାଟୁଥିଲେ, ଜାଲ ବୁଣୁଥିଲେ, ହଳ କରୁଥିଲେ ସେଇମାନଙ୍କୁ ଭଗବାନ୍ ତାଙ୍କର ଶିଷ୍ୟ ବାଛିନେଲେ ।
୨. (କ) ତୁର୍କୀ ଅଞ୍ଚଳରେ ପ୍ରବାଦ ଅଛି, ସଇତାନ୍ର ଶକ୍ତି ପାଖରେ ସମସ୍ତେ ବଶୀଭୂତ ହୁଅନ୍ତି । ଯେଉଁ ଲୋକ ଅଳସୁଆ ସେ ସଇତାନ୍କୁ ଲୋଭ ଦେଖାଇ ନିଜ ଦେହରେ ରଖେ ।
(ଖ) ଆଜିର କାମକୁ ଆଜି ନ ସାରି ଆସନ୍ତା କାଲି ବା ସପ୍ତାହକ ପରେ ଅନେକ ଭଲ କାମ କରିବ ବୋଲି ଯିଏ ଚିନ୍ତା କରିଥାଏ, ସିଏ ଅଜାଣତରେ ଆଳସ୍ୟର ଶିକାର ହେଉଥାଏ ।
(ଗ) ମଣିଷ ଚାହେଁ ନାହିଁ ଅନ୍ୟମାନେ ତା’ର ଅଭାବ କଥାକୁ ନ ଜାଣନ୍ତୁ । ତେଣୁ ସେ ଦାରିଦ୍ର୍ୟକୁ ଅନ୍ୟମାନଙ୍କ ଠାରୁ ଲୁଚାଇ ରଖେ ।
ଅନୁଛେଦ – ୩
ସ୍ଵାଧୀନତା ହାସଲ କରିବା ଦିନରୁ ଏଇ କେତେ ବର୍ଷଧରି ଆମେ ଆମ ଜନସାଧାରଣଙ୍କ ନିମନ୍ତେ ରାଜନୈତିକ ସ୍ଵାଧୀନତା କହିଲେ ଯାହା ବୁଝାଏ ସେତିକି କେବଳ ନୁହେଁ, ବରଂ ଏ ପୂର୍ବତର ତଥା ମହତ୍ତର ସ୍ଵାଧୀନତା ଅର୍ଜନ କରିବା ନିମନ୍ତେ ଉଦ୍ୟମ କରିଥାଉଁ । ଗାନ୍ଧିଜୀ ଥରେ କହିଥିଲେ “ଦେଶର ଗୋଟିଏ ପ୍ରାନ୍ତର ଅନ୍ୟ ଏକ ପ୍ରାନ୍ତ ଯାଏଁ ମୁଁ ସର୍ବତ୍ର ବୁଲିଛି ଏବଂ ଦେଖୁଛି ଅଗଣିତ ଜ୍ୟୋତିହୀନ ଆଖ୍ ମଣିଷର ଦୟନୀୟ ପ୍ରତିଛବି | ସେମାନେ ଭାରତର ଏସବୁ କୁଡ଼ିଆଘରେ, ଖତ ଗଦା ମଝିରେ ଯେଉଁଦିନ ଅକିଞ୍ଚନ ଲୋକେ ବାସ କରିଛନ୍ତି ସେମାନଙ୍କ ଭିତରେ ଜ୍ଞାନର ନିର୍ଯ୍ୟାସ କିନ୍ତୁ ଗାଢ଼ତାପ୍ରାପ୍ତ ହୋଇ ରହିଚି ।
ଏହି ଉକ୍ତିରେ ଗାନ୍ଧିଜୀ ଆମ ଜନସାଧାରଣଙ୍କର ବୈଷୟିକ ଦାରିଦ୍ର୍ୟତା ଆଧ୍ୟାତ୍ମିକ ସଂପଦ କଥା ଦର୍ଶାଇଛନ୍ତି । ଏଇ ବୈଷୟିକ ଦାରିଦ୍ର୍ୟ ଦୂର କରିବା ପାଇଁ ଏବଂ ଅଧ୍ୟାତ୍ମିକ ଜୀବନରେ ବିଶ୍ଵାସ ଦୃଢ଼ତର କରିବା ପାଇଁ ଆମକୁ ସବୁମତେ ଉଦ୍ୟମ କରିବାକୁ ପଡିବ ।
ଆମ ଦୀନଜନତାର ଅବସ୍ଥା ଆମ ଦେଶର ଅବସ୍ଥାର ପ୍ରତୀକ । ସେମାନେ ଯେଉଁ ଖାଦ୍ୟ ଖାଆନ୍ତି ତାହା ଶରୀରର ପୁଷ୍ଟିସାଧନରେ ଯଥେଷ୍ଟ ନୁହେଁ । ତେଣୁ ସହଜରେ ସେମାନେ ରୋଗ କବଳରେ ପଡ଼ନ୍ତି । ଦରିଦ୍ର ଓ ନିରାଶ୍ରୟ ଲୋକ ଯେଭଳି ଭାବରେ ଜୀବନ ଅତିବାହିତ କରନ୍ତି ତାହା ମଣିଷ ଉପଯୋଗୀ ନୁହେଁ । ଅତଏବ ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଆମ ଲୋକଙ୍କର ପ୍ରଥମ ଓ ପ୍ରଧାନ ଆବଶ୍ୟକତା ।
ଯୋଜନାକୃତ ଅର୍ଥନୈତିକ ଉନ୍ନୟନ ଦ୍ବାରା ଆମେ ଜନସାଧାରଣଙ୍କର ଏବଂ ଶିଳ୍ପ ଏବଂ ରପ୍ତାନୀ ବାଣିଜ୍ୟର ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ କୃଷି ଉତ୍ପାଦନ ବୃଦ୍ଧି କରିବାପାଇଁ ଉଦ୍ୟମ କରୁଥାଉଁ । ଏଇ ପ୍ରକ୍ରିୟାରେ ବୟନ ଶିଳ୍ପର ପ୍ରସାର ହେବ; ଲୋକଙ୍କୁ ଉଚିତ ମୂଲ୍ୟରେ ବସ୍ତ୍ର ମିଳିପାରିବ । ଗୃହ ନିର୍ମାଣ ଯୋଜନାମାନ କାର୍ଯ୍ୟକାରୀ କରି ସ୍ଵଳ୍ପ ବେତନ ଭୋଗୀ କର୍ମଚାରୀମାନଙ୍କ ପାଇଁ ବାସଗୃହ ଯୋଗାଇ ଦିଆଯିବ ।
ଯୋଜନାଗୁଡ଼ିକ ଯେତେ ପରିମାଣରେ କାର୍ଯ୍ୟକାରୀ ହେବାର କଥା, ବହୁ କ୍ଷେତ୍ରରେ ତାହା ହୋଇ ନ ପାରିବାର ପ୍ରଧାନ କାରଣ ହେଉଚି, ଏ ପ୍ରକାର ଜାତୀୟ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କର ଭାବଗତ ଆନ୍ତରିକତାର ଅଭାବ । ସରକାରୀ କ୍ଷେତ୍ରରେ ହେଉ କି ଅନ୍ୟତ୍ର ହେଉ ଯେଉଁଠି ଲୋକେ ଏ ପ୍ରକାର ଦାୟିତ୍ବରେ ନିଯୁକ୍ତ ହୋଇଛନ୍ତି, ସେମାନଙ୍କ ମନରେ ଏଠି ଜାତୀୟ ଅଭିମାନ ଜାଗ୍ରତ କରିବା ଅତ୍ୟନ୍ତ ଆବଶ୍ୟକ ।
ପ୍ରଶ୍ନବଳୀ
(ପ୍ରଶ୍ନର ଉତ୍ତର ନିଜ ଭାଷାରେ ଦିଅ)
୧. ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଆମେ କେଉଁ ସ୍ଵାଧୀନତା ଅର୍ଜନ ପାଇଁ ଉଦ୍ୟମ କରିଥାଉ ?
(ଖ) ଆମେ ଜନସାଧାରଣଙ୍କର କେଉଁ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଉଦ୍ୟମ କରିଥାଉ ?
(ଗ) ଗୃହନିର୍ମାଣ ଯୋଜନା କାର୍ଯ୍ୟକାରୀ ହେଲେ କ’ଣ ହେବ ?
(ଘ) ଯୋଜନାଗୁଡ଼ିକର ଯେତେ ପରିମାଣରେ କାର୍ଯ୍ୟକାରୀ ହେବା କଥା ନ ହୋଇପାରିବାରର ପ୍ରଧାନ କାରଣ କ’ଣ ?
9. ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ଗାନ୍ଧିଜୀଙ୍କ ଦୃଷ୍ଟିରେ ଭାରତର ସ୍ବରୂପ କ’ଣ ଥିଲା ?
