Get complete Odisha CHSE +2 1st year (Class 11) Odia "Madhubabu" chapter-wise questions and answers. Access notes, long and short answer solutions, and summary explanations designed according to the latest CHSE Odisha syllabus to boost your exam preparation.
Page Features & Content Breakdown:
Chapter Summary: Clear line-by-line explanation of the prose Madhubabu (ମଧୁବାବୁ) written by Pandit Nilakantha Das.
Textbook Question Solutions:
Very Short Answer Types (1-mark objective/multiple-choice questions).
Short Answer Types (2-mark and 3-mark analytical questions).
Long Answer Types (5-mark comprehensive questions).
Important Exam Notes: Key themes highlighting Utkal Gaurav Madhusudan Das's patriotism, leadership, and contributions to Odisha.
Madhubabu Question and Answer
୧. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।
(କ) ଚଉଧୁରୀ ରଘୁନାଥ ଦାସଙ୍କ ଜ୍ୟେଷ୍ଠପୁତ୍ରର ନାମ କ’ଣ ?
(ଗୋପାଳବଲ୍ଲଭ, ରାଧାବଲ୍ଲଭ, ଉମାବଲ୍ଲଭ, ଗୋବିନ୍ଦବଲ୍ଲଭ)
ଊ. ଗୋବିନ୍ଦବଲ୍ଲଭ
(ଖ) ‘ଭୀମଭୂୟାଁ’ ଉପନ୍ୟାସର ଲେଖକ କିଏ ?
(ଗୋବିନ୍ଦବଲ୍ଲଭ, ଗୋପାଳବଲ୍ଲଭ, ମଧୁସୂଦନ, କାହ୍ନୁଚରଣ)
ଊ. ଗୋପାଳବଲ୍ଲଭ
(ଗ) ଏମାନଙ୍କ ମଧ୍ୟରୁ କେଉଁଟି ପାଠଶାଳାରେ ଉପରବେଳା ପଢ଼ା ହେଉ ନ ଥୁଲା ?
(ରାମାୟଣ, ମହାଭାରତ, ଭାଗବତ, ପଣିକିଆ)
ଊ. ପଣିକିଆ
(ଘ) କଲିକତାରେ ଗୋବିନ୍ଦବଲ୍ଲଭଙ୍କୁ ପ୍ରଥମେ କିଏ ଆଶ୍ରୟ ଦେଇଥିଲେ ?
(ଅମ୍ବିକାପ୍ରସାଦ, ବଙ୍କିମଚନ୍ଦ୍ର, ଶରତଚନ୍ଦ୍ର, ରବୀନ୍ଦ୍ରନାଥ)
ଊ. ଅମ୍ବିକା ପ୍ରସାଦ
(ଙ) ଲର୍ଡ଼ କର୍ଜନଙ୍କ ଆଦେଶରେ ନିମ୍ନୋକ୍ତ କେଉଁ ଅଞ୍ଚଳକୁ ଓଡ଼ିଶାରେ ମିଶାଇ ଦିଆଗଲା ?
(ରାୟପୁର, ବିଳାସପୁର, ଜୟପୁର, ସମ୍ବଲପୁର)
ଉ. ସମ୍ବଲପୁର
(ଚ) ମଧୁସୂଦନ ଜୀବନର ମଧ୍ୟାହ୍ନରେ କେତେଥର ବିଲାତଗସ୍ତ କରିଥିଲେ ?
(ଥରେ, ଦୁଇଥର, ତିନିଥର, ଚାରିଥର)
ଊ. ଦୁଇଥର
(ଛ) କେଉଁ ମସିହାରେ ଭାରତରେ ମନ୍ତ୍ରୀଶାସନ ପ୍ରତିଷ୍ଠିତ ହେଲା ?
(୧୯୨୦, ୧୯୨୧, ୧୯୨୨, ୧୯୨୩)
ଉ. ୧୯୨୧
() କଲିକତାର କେଉଁ କଲେଜରେ ମଧୁସୂଦନ ଅଧ୍ୟାପନା କରୁଥିଲେ ?
(ଚନ୍ଦନପୁର, ଜଗଦଳପୁର, ଶ୍ରୀରାମପୁର, ଚକ୍ରଧରପୁର)
ଊ. ଶ୍ରୀରାମପୁର
(ଝ) କିଏ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ?
(ଜନ୍ ଉଡ଼ରଫ, ଜନ୍ହବାକ୍, ମିଷ୍ଟର ଇଭାନସ୍, ଜନ୍ ବୀମସ୍)
ଊ. ଜନ୍ ହବାକ୍
(ଞ) ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ କେବେ ପାଳନ କରାଯାଏ ?
(ଜାନୁଆରୀ ୨୮, ଫେବୃୟାରୀ ୪, ମାର୍ଚ୍ଚ ୨୪, ଏପ୍ରିଲ୍ ୨୮)
ଊ. ଫେବୃୟାରୀ ୪
(ଟ) ମଧୁବାକୁ କେଉଁ ଧର୍ମ ଗ୍ରହଣ କରିଥିଲେ ?
(ବ୍ରାହ୍ମ ଧର୍ମ, ମହିମା ଧର୍ମ, ଖ୍ରୀଷ୍ଟ ଧର୍ମ, ମୁସଲମାନ ଧର୍ମ)
ଉ. ଖ୍ରୀଷ୍ଟ ଧର୍ମ
ଅତିରିକ୍ତ ପ୍ରଶ୍ନୋତ୍ତର
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
(କ) ମଧୁସୂଦନ ଗୃହେ ଗୃହେ — ନାମରେ ପରିଚିତ ।
(ମଧୁଓକିଲ, ମଧୁଦେୱାନ, ମଧୁବାରିଷ୍ଟର, ମଧୁଆ)
ଉ. ମଧୁବାରିଷ୍ଟର
(ଖ) ଜାତିର ସର୍ବବିଧ ଉନ୍ନତି ପାଇଁ ନିରନ୍ତର____ଥିଲେ ।
(ଚିନ୍ତା, ଦୁଃଖ, କାନ୍ଦୁ, ବ୍ୟାକୁଳ )
ଉ.ବ୍ୟାକୁଳ
(ଗ) ଯଜ୍ଞରେ ଛାତିକୁଛାତି ମିଳାଇ ସ୍ବାର୍ଥକୁ ଆହୁତି ଦିଆଯାଏ ।
(ଅଶ୍ଵମେଧ, ସ୍ଵାର୍ଥମେଧ, ଅଗ୍ନିମେଧ, ଜ୍ଞାନମେଧ)
ଉ ସ୍ଵାର୍ଥମେଧ ।
(ଘ) କଟକ ଜିଲ୍ଲାର____ଗ୍ରାମରେ ମଧୁବାବୁଙ୍କ ଜନ୍ମଭୂମି ।
(କେଦାରପୁର, କେଶରପୁର, ସତ୍ୟନଗର, ସତ୍ୟଭାମାପୁର)
ଉ. ସତ୍ୟଭାମାପୁର ।
(ଙ) ମଧୁସୂଦନ____ଖ୍ରୀଷ୍ଟୀୟରେ ଜନ୍ମଗ୍ରହଣ କରିଥିଲେ ।
(୧୮୪୭, ୧୮୪୮, ୧୮୪୯, ୧୮୪୬)
ଉ. ୧୮୪୮
(ଚ) ରଘୁନାଥଙ୍କର — ଟି ପୁତ୍ର ଥିଲେ ।
(ତିନି, ଦୁଇ, ଚାରି, ଗୋଟେ)
ଉ. ଦୁଇ
(ଛ) ଗୋପାଳବଲ୍ଲଭ __ ଉପନ୍ୟାସର ଲେଖକ ?
(ଦାନାପାଣି, ରେବତୀ, ମାଟିମଟାଳ, ଭୀମଭୂୟାଁ)
ଉ. ଭୀମଭୂୟାଁ ।
(ଜ) ଗାଁ ଚାଟଶାଳୀରେ ଜଣେ — ବଂଶ ଅବଧାନ ପଢ଼ାଉଥିଲେ ।
(କୋଠବଶ, ମାଟିବଂଶ, ଭୋଇବଂଶ, ରାଜବଂଶ)
ଉ. ମାଟିବଂଶ ।
(ଝ) ଗ୍ରାମ୍ୟ ପାଠଶାଳା____ଠାରେ ବସୁଥିଲା ।
(କଦଳୀ ଗଛ, ପିଜୁଳି ଗଛ, ଓସ୍ତ ଗଛ, ଆମ୍ବ ବା ବର ଗଛ)
ଉ. ଆମ୍ବ ବା ବରଗଛ ।
(ଞ) ଅବଧାନର ସୁବ୍ୟବସ୍ଥା ______ଥିଲା ।
(ଶହେ ଦେବା, ଅନେଶ୍ୱତ ଦେବା, ପଚାଶ ଦେବା, ଶୂନ ଦେବା)
ଉ. ଶୂନ ଦେବା
(ଟ) ଦୀପଂ ଜ୍ୟୋତିଃ ପରଂବ୍ରହ୍ମ — ବେଳେ ଆବୃତ୍ତି କରାଯାଏ ।
(ଦିନବେଳା, ଦ୍ବିପହରବେଳା, ସନ୍ଧ୍ୟାବେଳା, ସକାଳବେଳା)
ଉ.ସନ୍ଧ୍ୟାବେଳା
(୦) ଅବଧାନଙ୍କୁ____କରିବାକୁ ପିଲାମାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ଥିଲା ।
(ନମସ୍କାର, ସୁପ୍ରଭାତ, ପ୍ରଣାମ, ମୁଣ୍ଡିଆ)
ଊ. ପ୍ରଣାମ
() ଚାଟଶାଳୀରେ ପଢ଼ା ଶେଷ କରି ମଧୁବାବୁ — ଠାକୁ ଆସିଲେ ।
(ଗାଁ, କଟକ, ବାଲେଶ୍ବର, କଲିକତା)
ଊ. କଟକ
() ସେତେବେଳେ______ଶ୍ଳୋକର ଆବୃଦ୍ଧି ହୁଏ ।
(ହିତବାଣୀ, ନୀତିବାଣୀ, ବାଣକ୍ୟଶ୍ଳୋକ, ପଞ୍ଚାକ୍ଷର ଶ୍ଳୋକ )
ଊ. ଚାଣକ୍ୟଶ୍ଳୋକ
(ଣ) ପିତାମହୀ___ବିଦ୍ୟାଳୟରେ ପଢ଼ିବାକୁ ଆପତ୍ତି କଲେ ?
(ହିନ୍ଦୀ, ଇଂରାଜୀ, ତେଲୁଗୁ, ବିହାରୀ)
ଉ. ଇଂରାଜୀ
(ତ) ଇଂରାଜୀ ପଢିଲେ,______ହୋଇଯିବେ ।
ଉ. ଖ୍ରୀଷ୍ଟିୟାନ୍
(ବାବୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ସାହେବ)
(ଥ) କଲିକତାରେ ସେ____ସାହିତ୍ୟରେ ଏମ୍.ଏ. ପାଶ୍ କଲେ ।
(ଫିଲୋସଫି, ଇଂରାଜୀ, ଓଡ଼ିଆ, ରାଜନୀତି ବିଜ୍ଞାନ)
ଉ. ଇଂରାଜୀ
(ଦ) _____ବିଦ୍ୟାଳୟରୁ ବି.ଏଲ୍ ପାଶ୍ କରିଥିଲେ ।
(ବିହାର, କଲିକତା, ମାଡ୍ରାସ, ଗୁଜୁରାଟ)
ଉ. କଲିକତା
(ଧ) କଲିକତାରେ ତାଙ୍କର ପ୍ରଥମ ଆଶ୍ରୟଦାତା —ଥିଲେ ।
(ଗୋପାଳବଲ୍ଲଭ, ଅମ୍ବିକାପ୍ରସାଦ, ସାର୍, ଜନ୍ ଉଡ୍ରଫ୍)
ଊ. ଅମ୍ବିକା ପ୍ରସାଦ
(ନ) ଓଡ଼ିଆ କାଗଜପତ୍ର___ଭାବରେ ଅନୁବାଦ କରୁଥିଲେ
(ବଙ୍ଗାଳୀ, ଓଡ଼ିଆ, ଇଂରାଜୀ, ବିହାରୀ)
ଊ. ଇଂରାଜୀ ।
Madhubabu 1 Mark Prashna Uttar
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର |
(କ) କେଉଁ ମହାପୁରୁଷଙ୍କ ଜୀବନ କାହାଣୀ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ ?
ଉ. ମଧୁବାବୁଙ୍କ ପରି ମହାପୁରୁଷଙ୍କ ଜୀବନକାହାଣୀ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ ।
(ଖ) ମଧୁବାବୁ ଉତ୍କଳର ଘରେ ଘରେ କେଉଁ ନାମରେ ପରିଚିତ ?
ଉ. ମଧୁବାବୁ ଉତ୍କଳର ଘରେ ଘରେ ମଧୁବାବୁ ବା ମଧୁବାରିଷ୍ଟର ନାମରେ ପରିଚିତ ।
(ଗ) ମଧୁସୂଦନ କେଉଁଥପାଇଁ ନିରନ୍ତର ବ୍ୟାକୁଳ ଥିଲେ ?
ଉ. ମଧୁସୂଦନ ଜାତିର ସର୍ବବିଧ ଉନ୍ନତି ପାଇଁ ବ୍ୟାକୁଳ ଥିଲେ।
(ଘ) ମଧୁସୂଦନଙ୍କ ଜୀବନର ଚିରଲକ୍ଷ୍ୟ କ’ଣ ଥିଲା ?
ଊ. ଓଡ଼ିଆ କିପରି ଓଡ଼ିଶା ବାହାରେ ଦେଶ ବିଦେଶରେ ସମ୍ମାନିତ ହେବ, ଏହା ତାଙ୍କ ଜୀବନର ଚିରଲକ୍ଷ୍ୟ ଥିଲା ।
(ଙ) ମୃତ୍ୟୁଶଯ୍ୟାରେ ମଧ୍ଯ କେଉଁ କଥା ମଧୁସୂଦନଙ୍କର ଏକମାତ୍ର ଚିନ୍ତା ଥିଲା ?
ଊ. ମୃତ୍ୟୁଶଯ୍ୟାରେ ଓଡ଼ିଆର ଉନ୍ନତି କଥା ମଧୁସୂଦନଙ୍କର ଏକମାତ୍ର ଚିନ୍ତା ଥିଲା ।
·
(ଚ) କେଉଁ ଗ୍ରାମକୁ ପ୍ରତ୍ୟେକ ଓଡ଼ିଆର ତୀର୍ଥସ୍ଥାନ ବୋଲି କୁହାଯାଇଛି ?
ଉ. ସତ୍ୟଭାମାପୁର ଗ୍ରାମକୁ ପ୍ରତ୍ୟେକ ଓଡ଼ିଆର ତୀର୍ଥସ୍ଥାନ ବୋଲି କୁହାଯାଇଛି ।
(ଛ) ମଧୁବାବୁଙ୍କ ପିତା, ମାତାଙ୍କ ନାମ କ’ଣ ?
ଊ. ମଧୁବାବୁଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ, ମାତାଙ୍କ ନାମ ଶ୍ରୀମତୀ ସରଳା ଦେବୀ ।
(ଜ) ମଧୁବାବୁଙ୍କ ପିତୃମାତୃଦତ୍ତ ନାମ କ’ଣ ଥିଲା ?
ଊ. ମଧୁବାବୁଙ୍କ ପିତୃମାତୃଦତ୍ତ ନାମ ଥିଲା ଗୋବିନ୍ଦବଲ୍ଲଭ ।
(ଝ) ମଧୁସୂଦନଙ୍କ ସାନଭାଇର ନାମ କ’ଣ ଥିଲା ?
ଊ. ମଧୁସୂଦନଙ୍କ ସାନଭାଇର ନାମ ଗୋପାଳବଲ୍ଲଭ ଥିଲା ।
() ବାଲ୍ୟକାଳରେ ମଧୁସୂଦନ କେଉଁଠାରେ ପାଠ ପଢ଼ିଥିଲେ ?
ଉ. ବାଲ୍ୟକାଳରେ ମଧୁସୂଦନ ଗାଁ ଚାଟଶାଳୀରେ ପାଠ ପଢିଥିଲେ ।
(ଟ) ପ୍ରାଚୀନ ଓଡ଼ିଶାରେ ବଂଶ ପରମ୍ପରାକ୍ରମେ କେଉଁମାନେ ପ୍ରାଥମିକ ଶିକ୍ଷାଭାର ଗ୍ରହଣ କରୁଥିଲେ ?
ଉ. ପ୍ରାଚୀନ ଓଡ଼ିଶାରେ ବଂଶ ପରମ୍ପରାକ୍ରମେ ମାଟିବଂଶ ବା କ୍ଷିତିବଂଶ ଅବଧାନମାନେ ପ୍ରାଥମିକ ଶିକ୍ଷାର ଭାର ଗ୍ରହଣ କରୁଥିଲେ।
(0) ସ୍ଥାନ ବିଶେଷରେ ଅବଧାନମାନଙ୍କୁ କ’ଣ କହନ୍ତି ?
ଉ. ସ୍ଥାନ ବିଶେଷରେ ଅବଧାନମାନଙ୍କୁ ଓଝା କହନ୍ତି ।
() ଆଗେ କେଉଁଠାରେ ଗାଁ ପାଠଶାଳା ବସୁଥିଲା ?
ଉ. ଆଗେ ଗାଁର ଖଣ୍ଡେ ଚାଳିଘରେ ବା ଶୀତଦିନରେ ଆମ୍ବ ବା ବରଗଛ ମୂଳରେ ଗାଁ ପାଠଶାଳା ବସୁଥିଲା।
(ଢ଼) ପିଲାମାନେ ଭୂମିରେ କେଉଁ ଖଡ଼ିରେ ଲେଖୁଥିଲେ ?
ଉ. ପିଲାମାନେ ଭୂମିରେ ଶୁଆପଖୁଆ ଖଡ଼ିରେ ଲେଖୁଥିଲେ ।
(ଣ) ପିଲାମାନେ କେଉଁଥିରେ ହସ୍ତାକ୍ଷର ମଡ଼ାଉଥିଲେ ?
ଉ. ପିଲାମାନେ ତାଳପତ୍ର ଓ ଲେଖନୀରେ ହସ୍ତାକ୍ଷର ମଡ଼ାଉଥିଲେ ।
(ତ) ଛାତ୍ରମାନଙ୍କୁ ପ୍ରତ୍ୟୁଷରୁ ଉଠିବା ପାଇଁ ଅବଧାନଙ୍କର କେଉଁ ବ୍ୟବସ୍ଥା ଥିଲା ?
ଉ. ଛାତ୍ରମାନଙ୍କୁ ପ୍ରତ୍ୟୁଷରୁ ଉଠିବା ପାଇଁ ଶୂନଦେବା ଅବଧାନଙ୍କର ବ୍ୟବସ୍ଥା ଥିଲା ।
(ଥ) ପ୍ରଥମେ ଚାଟଶାଳୀକୁ ଆସି କ’ଣ କରିବାକୁ ପିଲାମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଥିଲା ?
ଉ. ପ୍ରଥମେ ଚାଟଶାଳୀକୁ ଆସି ଅବଧାନଙ୍କୁ ପ୍ରଣାମ କରିବାକୁ ପିଲାମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଥିଲା।
(ଦ) ଚାଟଶାଳୀରେ ସନ୍ଧ୍ୟାବେଳେ କେଉଁ ଶ୍ଳୋକ ଆବୃତ୍ତି କରାଯାଉଥୁଲା ?
ଉ. ଚାଟଶାଳୀରେ ସନ୍ଧ୍ୟାବେଳେ ‘ଦୀପଂ ଜ୍ୟୋତିଃ ପରଂବ୍ରହ୍ମ’ ଶ୍ଳୋକ ଆବୃତ୍ତି କରାଯାଉଥିଲା।
(ଧ) ଚାଟଶାଳୀରେ କେତେବେଳେ ମାନସାଙ୍କ ପଚରା ଯାଉଥିଲା ?
ଉ. ଚାଟଶାଳୀରେ ସନ୍ଧ୍ୟାବେଳେ ମାନସାଙ୍କ ପଚରା ଯାଉଥିଲା।
(ନ) ମଧୁବାବୁ କେତେବର୍ଷ ବୟସରେ କଟକ ଆସିଥିଲେ ?
ଉ. ମଧୁବାବୁ ୧୩ ବର୍ଷ ବୟସରେ କଟକ ଆସିଥିଲେ।
(ପ) ମଧୁବାବୁ କଟକରେ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ପାଇଁ କିଏ ଆପତ୍ତି କରିଥିଲେ ?
ଉ. ମଧୁବାବୁ କଟକରେ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ପାଇଁ ତାଙ୍କର ପିତାମହୀ ଆପତ୍ତି କରିଥିଲେ ।
(ଫ) ପିତାମହୀଙ୍କର କ’ଣ ଆଶଙ୍କା ଥିଲା ?
ଉ. ପିତାମହୀଙ୍କର ଆଶଙ୍କା ଥିଲା ଯେ, ମଧୁବାବୁ ଇଂରାଜୀ ପଢ଼ିଲେ ‘କିରସ୍ତାନ ବା ଖ୍ରୀଷ୍ଟିୟାନ’ ହୋଇଯିବେ ।
(ବ) କଟକରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରେ କେଉଁ ନାମରେ ନାମିତ ହୋଇଥିଲା ?
ଉ. କଟକରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରେ ରେଭେନ୍ସା କଲେଜିଏଟ ସ୍କୁଲ ନାମରେ ନାମିତ ହୋଇଥିଲା।
(ଭ) ଗୋବିନ୍ଦବଲ୍ଲଭ କଟକ ହାଇସ୍କୁଲରୁ ଏଣ୍ଟ୍ରାନସ୍ ପାଶ୍ କରି କେଉଁଠାରେ କେଉଁ କାମରେ ନିଯୁକ୍ତି ହୋଇଥିଲେ ?
ଉ. ଗୋବିନ୍ଦବଲ୍ଲଭ କଟକ ହାଇସ୍କୁଲରୁ ଏଣ୍ଟ୍ରାନସ୍ ପାଶ୍ କରି ବାଲେଶ୍ଵରରେ ଗୋଟିଏ ସାମାନ୍ୟ କିରାନି କାମରେ ନିଯୁକ୍ତ ହୋଇଥିଲେ ।
(ମ) ଆଗେ ଚାନ୍ଦବାଲିଠାରୁ ଲୋକେ କିପରି କଲିକତା ଯାଉଥିଲେ ?
ଡ. ଆଗେ ଚାନ୍ଦବାଲିଠାରୁ ଲୋକେ ଷ୍ଟିମର ବା ଧୂଆଁ କଳଚାଳିତ ନୌକାରେ କଲିକତା ଯାଉଥିଲେ ।
(ଯ) କଲିକତାରେ ଗୋବିନ୍ଦବଲ୍ଲଭଙ୍କର କାହା ସହିତ ପରିଚିତ ହେଲା ?
ଉ. କଲିକତାରେ ଜଣେ ବଙ୍ଗୀୟ ଖ୍ରୀଷ୍ଟିୟାନ୍ ପାଦ୍ରି ଅମ୍ବିକା ପ୍ରସାଦ ହାଜରାଙ୍କ ସହିତ ଗୋବିନ୍ଦବଲ୍ଲଭଙ୍କର ପରିଚିତ ହେଲା ।
(ର) ଗୋବିନ୍ଦବଲ୍ଲଭ କେଉଁ ବିଷୟରେ ଏମ୍. ଏ. ପାଶ୍ କରିଥିଲେ ?
ଭ. ଗୋବିନ୍ଦବଲ୍ଲଭ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାଶ୍ କରିଥିଲେ ।
(ଳ) ମଧୁବାବୁ ପ୍ରଥମେ କଲିକତାର କେଉଁ ସ୍କୁଲରେ ଶିକ୍ଷାଦାନ କରୁଥିଲେ ?
ଭ. ମଧୁବାବୁ ପ୍ରଥମେ କଲିକତାର ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରୁଥିଲେ ।
(ବ) ଶେଷରେ ମଧୁବାବୁ କେଉଁ କଲେଜରେ ଅଧ୍ୟାପକ ହେବା ପାଇଁ ପ୍ରାର୍ଥୀ ହୋଇଥିଲେ ?
ଉ. ଶେଷରେ ମଧୁବାବୁ ଶ୍ରୀରାମପୁର କଲେଜରେ ଅଧ୍ୟାପକ ହେବା ପାଇଁ ପ୍ରାର୍ଥୀ ହୋଇଥିଲେ ।
(ଶ) ଶ୍ରୀରାମପୁର କଲେଜ ଅଧ୍ୟକ୍ଷ ମଧୁବାବୁଙ୍କୁ ଡାକି କ’ଣ ପଚାରିଲେ ?
ଉ. ଶ୍ରୀରାମପୁର କଲେଜ ଅଧ୍ୟକ୍ଷ ତାଙ୍କୁ ଡକାଇ ପଚାରିଲେ – ' ଆପଣ କେଉଁ ବିଷୟ ପଢ଼ାଇ ପାରିବେ ।
(ଷ) ମଧୁବାବୁ ଶ୍ରୀରାମପୁର କଲେଜରେ ଛାତ୍ରମାନଙ୍କୁ କେଉଁ ବିଷୟ ପ୍ରାଞ୍ଜଳ ଭାବରେ ପଢ଼ାଇ କ’ଣ ହୋଇପାରିଥିଲେ ?
ଉ. ମଧୁବାବୁ ଶ୍ରୀରାମପୁର କଲେଜରେ ଛାତ୍ରମାନଙ୍କୁ ଇଂରାଜୀ, ଗଣିତ, ଭୂଗୋଳ ଇତ୍ୟାଦି ବିଷୟ ଅତି ପ୍ରାଞ୍ଜଳ ଭାବରେ ପଢ଼ାଇ ଛାତ୍ରମାନଙ୍କର ଶ୍ରଦ୍ଧା ଓ ଭକ୍ତିଭାଜନ ହୋଇପାରିଥିଲେ ।
(ସ) ଗୋବିନ୍ଦବଲ୍ଲଭ କେଉଁ ବିଶ୍ବବିଦ୍ୟାଳୟରୁ ବି. ଏଲ୍. ପାଶ୍ କରିଥିଲେ ?
ଉ. ଗୋବିନ୍ଦବଲ୍ଲଭ କଲିକତା ବିଶ୍ବବିଦ୍ୟାଳୟରୁ ବି. ଏଲ୍. ପାଶ୍ କରିଥିଲେ ।
(ହ) ଗୋବିନ୍ଦବଲ୍ଲଭ କଲିକତାରେ ଶିକ୍ଷକତା କଲାବେଳେ କାହାର ଗୃହଶିକ୍ଷକ ରୂପେ ନିଯୁକ୍ତ ହୋଇଥିଲେ ?
ଉ. ଗୋବିନ୍ଦବଲ୍ଲଭ କଲିକତାରେ ଶିକ୍ଷକତା କଲାବେଳେ ସାର ଆଶୁତୋଷ ମୁଖୋପାଧ୍ୟାୟଙ୍କ ଗୃହଶିକ୍ଷକ ରୂପେ ନିଯୁକ୍ତି ହୋଇଥିଲେ ।
(କ୍ଷ) ମଧୁବାବୁ କଲିକତା ହାଇକୋର୍ଟରେ ଓକିଲାତି କଲାବେଳେ କାହାର ଅନୁବାଦକ ଭାବେ ନିଯୁକ୍ତି ପାଇଥିଲେ ?
ଉ. ମଧୁବାବୁ କଲିକତା ହାଇକୋର୍ଟରେ ଓକିଲାତି କଲାବେଳେ ପ୍ରିଭିକାଉନସିଲ୍ ଅନୁବାଦକ ରୂପେ ନିଯୁକ୍ତ କରାଯାଇଥିଲା ।
(ୟ) ମଧୁସୂଦନ କେଉଁ କାଜଗପତ୍ରକୁ ଇଂରାଜୀରେ ଅନୁବାଦ କରିଥିଲେ ?
ଉ. ମଧୁସୂଦନ ଓଡ଼ିଆ କାଗଜପତ୍ରକୁ ଇଂରାଜୀରେ ଅନୁବାଦ କରୁଥିଲେ ।
(ଲ) ମଧୁସୂଦନ ଓଡ଼ିଆ କର୍ମୀମାନଙ୍କ ଶିକ୍ଷାର ବିସ୍ତାର ପାଇଁ କଲିକତାରେ କେଉଁ ବିଦ୍ୟାଳୟ ସ୍ଥାପନ କରିଥିଲେ ?
ଉ. ମଧୁସୂଦନ ଓଡ଼ିଆ କର୍ମୀମାନଙ୍କ ଶିକ୍ଷାର ବିସ୍ତାର ପାଇଁ କଲିକତାରେ ଅନେକଗୁଡ଼ିଏ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ।
(କ୧) ମଧୁସୂଦନ କଲିକତା ଛାଡ଼ିବାପରେ ନୈଶବିଦ୍ୟାଳୟଗୁଡ଼ିକର କ’ଣ ହେଲା ?
ଉ. ମଧୁସୂଦନ କଲିକତା ଛାଡ଼ିବାପରେ ନୈଶବିଦ୍ୟାଳୟଗୁଡ଼ିକ ଭାଙ୍ଗିଗଲା।
(କ୨) କେଉଁ ରାଜାଙ୍କ ନାମରେ ଗୋଟିଏ ବର୍ଷ ଗଣନା ହୁଏ ?
ଉ. ପୁରୀ ଗଜପତି ରାଜାଙ୍କ ନାମରେ ଗୋଟିଏ ବର୍ଷ ଗଣନା ହୁଏ ।
(କ୩) ମଧୁସୂଦନଙ୍କ ଜୀବନର ଶ୍ରେଷ୍ଠ ସାଧନା କ’ଣ ?
ଉ. ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଥିଲା ମଧୁସୂଦନଙ୍କ ଜୀବନର ଶ୍ରେଷ୍ଠ ସାଧନା ।
(କ୪) ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣର ପ୍ରଥମ ଉଦ୍ୟମ କ’ଣ ?
ଉ. ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଥିଲା ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣର ପ୍ରଥମ ଉଦ୍ୟମ ।
(କ) ମଧୁସୂଦନ ସ୍ଥାପନ କରିଥିବା ଜୋତା କାରଖାନାର ନାମ କ’ଣ ?
ଉ. ମଧୁସୂଦନ ସ୍ଥାପନ କରିଥିବା ଜୋତା କାରଖାନାର ନାମ ଉତ୍କଳ ଟାନେରୀ ।
(କ୬) ମଧୁସୂଦନ ଜୀବନର ମଧ୍ୟାହ୍ନରେ କେତେଥର ବିଲାତ ଯାଇଥିଲେ ?
ଉ. ମଧୁସୂଦନ ଜୀବନର ମଧ୍ୟାହ୍ନରେ ଦୁଇଥର ବିଲାତ ଯାଇଥିଲେ ।
(କ୭) ମନ୍ତ୍ରୀ ଭାବରେ ମଧୁସୂଦନ ସର୍ବଦା ନିଜର କ’ଣ ବିକାଶ କରି ଯାଇଥିଲେ ?
ଊ. ମନ୍ତ୍ରୀ ଭାବରେ ମଧୁସୂଦନ ସର୍ବଦା ନିଜର ସ୍ଵାତନ୍ତ୍ର୍ୟ ଓ ଶକ୍ତିର ବିକାଶ କରି ଯାଇଥିଲେ ।
(କ୮) ମଧୁସୂଦନ କେଉଁ ଭାଷାରେ ଜଣେ ତେଜସ୍ବୀ ବକ୍ତା ଥିଲେ ?
ଊ. ମଧୁସୂଦନ ଇଂରାଜୀ ଓ ଓଡ଼ିଶା ଭାଷାରେ ଜଣେ ତେଜସ୍ୱୀ ବକ୍ତା ଥିଲେ ।
(୧୯) ମଧୁସୂଦନଙ୍କ ଜୀବନର ମୂଳମନ୍ତ୍ର କ'ଣ ଥିଲା ?
ଊ. ଜାତି - ସଂଗଠନ ଥିଲା ମଧୁସୂଦନଙ୍କ ଜୀବନର ମୂଳମନ୍ତ୍ର ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।
(କ) ମଧୁବାବୁଙ୍କ ଜୀବନ କାହାଣୀରେ ଉତ୍କଳର କେଉଁ ସମସ୍ତ ବିଷୟ ନିହିତ ରହିଅଛି ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁ ଜୀବନ କାହାଣୀରେ ଉତ୍କଳର ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ଶିଳ୍ପ, ବାଣିଜ୍ୟ, ଶିକ୍ଷା – ସମସ୍ତ ବିଷୟ ନିହିତ ରହିଅଛି ।
(ଖ) ମଧୁସୂଦନଙ୍କ ଚିରଲକ୍ଷ୍ୟ ଓ ଏକମାତ୍ର ଚିନ୍ତା କ’ଣ ଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁଙ୍କ ଚିରଲକ୍ଷ୍ୟ ଥିଲା ଓଡ଼ିଆ କିପରି ଓଡ଼ିଶା ବାହାରେ ଦେଶ ବିଦେଶରେ ସମ୍ମାନିତ ହେବ । ଓଡ଼ିଆର ଉନ୍ନତି ତାଙ୍କର ଏକମାତ୍ର ଚିନ୍ତା ଥିଲା ।
(ଗ) ମଧୁବାବୁ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ ଖ୍ରୀଷ୍ଟୀୟ ୧୮୪୮ ଅବ୍ଦର ଏପ୍ରିଲ ମାସ ୨୮ ତାରିଖ ଜ୍ୟେଷ୍ଠ କୃଷ୍ଣପକ୍ଷ ଏକାଦଶୀ ତିଥିରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
(ଘ) ପ୍ରାଚୀନ ଓଡ଼ିଶାରେ ମାଟିବଂଶ ଓ କ୍ଷିତିବଂଶ ଅବଧାନମାନେ କେଉଁ କାର୍ଯ୍ୟ ନିର୍ବାହ କରୁଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ପ୍ରାଚୀନ ଓଡ଼ିଶାରେ ମାଟିବଂଶ ଓ କ୍ଷିତିବଂଶ ଅବଧାନମାନେ ବଂଶ ପରମ୍ପରାରେ ପ୍ରାଥମିକ ଶିକ୍ଷାର ଭାର ଗ୍ରହଣ କରୁଥିଲେ। ସେମାନଙ୍କୁ ସ୍ଥାନ ବିଶେଷରେ ଓଝା କହନ୍ତି ।
() କେଉଁଠାରେ ଗ୍ରାମ୍ୟ ପାଠଶାଳା ବସୁଥୁଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଗାଁରେ ଖଣ୍ଡେ ଚାଳିଘରେ ବା ଶୀତଦିନରେ ଆମ୍ବ ବା ବରଗଛ ମୂଳରେ ଗ୍ରାମ୍ୟ ପାଠଶାଳା ବସୁଥିଲା ।
(ଚ) ଅବଧାନ ‘ଶୂନ ଦେବା’ ସୁବ୍ୟବସ୍ଥା କାହିଁକି କରିଥିଲେ ? ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଅତି ପ୍ରତ୍ୟୁଷରେ ଶେଯରୁ ଉଠିବାକୁ ଉତ୍ସାହ ଦେବାପାଇଁ ଚାଟଶାଳୀରେ ଅବଧାନଙ୍କର ‘ଶୂନ୍ୟ ଦେବା’ ସୁବ୍ୟବସ୍ଥା କରିଥିଲେ ।
(ଛ) ସକାଳବେଳା ଚାଟଶାଳୀରେ କ’ଣ ପଢ଼ା ହେଉଥିଲା ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ସକାଳବେଳା ଚାଟଶାଳୀରେ ଅକ୍ଷର ଲେଖା ହୁଏ ଏବଂ ପଣିକିଆ, ଶୋଧ, ଓଡ଼ାଙ୍କ, ଫେଡ଼ାଙ୍କ, ହରଣ, ଗୁଣନ, ପାହି ପଣିକିଆ, କଡ଼ାଗଣ୍ଡା, ପଣିକିଆ, ଲୀଳାବତୀ ସୂତ୍ର ଇତ୍ୟାଦି ପଢ଼ାଯାଏ ।
() ଉପରବେଳା ଚାଟଶାଳୀରେ କ’ଣ ପଢ଼ା ହେଉଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଉପରବେଳା ଚାଟଶାଳୀର ତାଳପତ୍ର ଲେଖନୀରେ ଅକ୍ଷରଲେଖା ଏବଂ ଭାଗବତ, ରାମାୟଣ, ମହାଭାରତ, ବୈଦେହୀଶ ବିଳାସ, ଗୋପୀଭାଷା ଇତ୍ୟାଦି ପଢ଼ା ହେଉଥିଲା ।
(ଝ) ସନ୍ଧ୍ୟାବେଳେ ଛାତ୍ରମାନେ କ’ଣ କରନ୍ତି ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ସନ୍ଧ୍ୟାବେଳେ ଛାତ୍ରମାନେ ସନ୍ଧ୍ୟାଦୀପ ଜାଳିବା ସଙ୍ଗେ ସଙ୍ଗେ ପିଲାଏ ‘ଦୀପଂ ଜ୍ୟୋତିଃ ପରଂବ୍ରହ୍ମ’ ଇତ୍ୟାଦି ଶ୍ଳୋକ ବୋଲି ଅବଧାନଙ୍କ ନିକଟରେ ରୁଣ୍ଡ ହୁଅନ୍ତି, ସେତେବେଳେ ଚାଣକ୍ୟ ଶ୍ଳୋକର ଆବୃଦ୍ଧି ହୁଏ ଓ ମାନସାଙ୍କ ପଚାରାଯାଏ ।
(ଞ) ଗୋବିନ୍ଦବଲ୍ଲଭ ତେରବର୍ଷ ବୟସରେ କେଉଁ ପଢ଼ାସାରି କେଉଁଠିକି ଆସିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଗୋବିନ୍ଦବଲ୍ଲଭ ମାତ୍ର ତେରବର୍ଷ ବୟସରେ ପାରମ୍ପରିକ ରୀତିରେ ଚାଟଶାଳୀ ପଢ଼ା ଶେଷକରି କଟକ ଆସିଥିଲେ ।
(ଟ) ମଧୁବାବୁଙ୍କ ପିତାମହୀଙ୍କର କ’ଣ ଆଶଙ୍କା ଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁଙ୍କ ପିତାମହୀଙ୍କର ଆଶଙ୍କା ଥିଲା ଯେ, ସେ ଇଂରାଜୀ ପଢ଼ିଲେ, “ କିରସ୍ତାନ ବା ଖ୍ରୀଷ୍ଟିୟାନ୍’ ହୋଇଯିବେ ।
(୦) ମଧୁବାବୁଙ୍କ କେଉଁ ସ୍ଥାନରୁ ଏବଂ କେଉଁଥରେ କଲିକତା ଯାଇଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁ ବାଲେଶ୍ଵରରୁ ଷ୍ଟିମର ବା ଧୂଆଁ କଳଚାଳିତ ନୌକାରେ କଲିକତା ଯାଇଥିଲେ ।
() ଅମ୍ବିକା ପ୍ରସାଦ ହାଜରା କିଏ ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଅମ୍ବିକା ପ୍ରସାଦ ହାଜରା କଲିକତାର ଜଣେ ବଙ୍ଗୀୟ ଖ୍ରୀଷ୍ଟିୟାନ୍ ପାଦ୍ରୀ ଥିଲେ ଏବଂ ସେ ମଧୁବାବୁଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିଥିଲେ ।
(ଢ) ମଧୁବାବୁ କଲିକତାରେ କେଉଁ ବିଷୟରେ ଏମ୍.ଏ. ଏବଂ କେଉଁ ବିଷୟରେ ପାଣ୍ଡିତ୍ୟଲାଭ କରିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁ କଲିକତାରେ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାଶ୍ କରିଥିଲେ ମଧ୍ୟ ଗଣିତ, ଭୂଗୋଳ ପ୍ରଭୃତି ବିଷୟରେ ପାଣ୍ଡିତ୍ୟଲାଭ କରିଥିଲେ ।
(ଣ) ଶ୍ରୀରାମପୁର କଲେଜ ଅଧ୍ୟକ୍ଷଙ୍କ ପ୍ରଶ୍ନର ଗୋବିନ୍ଦବଲ୍ଲଭ କ’ଣ ଉତ୍ତର ଦେଇଥିଲେ ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଶ୍ରୀରାମପୁର କଲେଜ ଅଧ୍ୟକ୍ଷ, ଗୋବିନ୍ଦବଲ୍ଲଭଙ୍କୁ କେଉଁ ବିଷୟ ପଢ଼ାଇ ପାରିବେ ପ୍ରଶ୍ନ କରିବାରୁ ତା’ର ଉତ୍ତରରେ ଗୋବିନ୍ଦବଲ୍ଲଭ କହିଥିଲେ – ‘ ଆପଣ ଯେଉଁ ବିଷୟ ପଢ଼ାଇବାକୁ ଅଦେଶ ଦେବେ’ ?
(ତ) ଶ୍ରୀରାମପୁର କଲେଜରେ କେଉଁ ବିଷୟ ପଢ଼ାଇ ମଧୁବାବୁ ଛାତ୍ରମାନଙ୍କର ଶ୍ରଦ୍ଧା ଓ ଭକ୍ତଭାଜନ ହୋଇଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଶ୍ରୀରାମପୁର କଲେଜରେ ଇଂରାଜୀ, ଗଣିତ, ଭୂଗୋଳ ଅତି ସରଳ ଓ ପ୍ରାଞ୍ଜଳଭାବରେ ପଢ଼ାଇ ମଧୁବାବୁ ଛାତ୍ରମାନଙ୍କର ଶ୍ରଦ୍ଧା ଓ ଭକ୍ତିଭାଜନ ହୋଇଥିଲେ |
(ଥ) ଶିକ୍ଷକ କାହିଁକି ଛାତ୍ର ସମାଜରେ ପୂଜିତ ହୁଅନ୍ତି ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଶିକ୍ଷକ ନିଜର ଜ୍ଞାନ ଚରିତ୍ର ଓ ଛାତ୍ରମାନଙ୍କ ପ୍ରତି ସହାନୁଭୂତି ହେତୁରୁ ଛାତ୍ରସମାଜରେ ପୂଜିତ ହୁଅନ୍ତି ।
(ଦ) ସାର୍ ଆଶୁତୋଷ ମୁଖୋପାଧ୍ୟାୟ କେଉଁ କେଉଁ ଆସନରେ ଅଧୁଷ୍ଠିତ ହୋଇଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ସାର୍ ଆଶୁତୋଷ ମୁଖୋପାଧ୍ୟାୟ ଦିନେ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଓ କଲିକତା ବିଶ୍ବବିଦ୍ୟାଳୟର କୁଳପତି ହୋଇଥିଲେ ।
(ଧ) ମଧୁସୂଦନ ଓକିଲାତି ପାଶ୍ କରି କେଉଁମାନଙ୍କ ସହଯୋଗରେ କଲିକତା ହାଇକୋର୍ଟରେ ଖ୍ୟାତିଲାଭ କରିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ ଓକିଲାତି ପାଶ୍ କରି ସାର୍ ଜନ୍ ଉଡ଼ରଫ୍ ଓ ମିଷ୍ଟର ଇଭାନ୍ସ ପ୍ରଭୃତିଙ୍କ ସହଯୋଗରେ କଲିକତା ହାଇକୋର୍ଟରେ ଖ୍ୟାତିଲାଭ କରିଥିଲେ ।
(ନ) କଲିକତା ଅବସ୍ଥାନ କାଳରେ ମଧୁବାବୁଙ୍କ ହୃଦୟରେ କ’ଣ ଜାଗ୍ରତ ହୋଇଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
କଲିକତା ଅବସ୍ଥାନ କାଳରେ ମଧୁବାବୁ ଓଡ଼ିଶାରେ ଓ କଲିକତା ପ୍ରବାସୀ ଓଡ଼ିଆମାନଙ୍କ ଶିକ୍ଷା ବିସ୍ତାରର କଳ୍ପନା ତାଙ୍କ ହୃଦୟରେ ଜାଗ୍ରତ ହୋଇଥିଲା ।
(ପ) ଓକିଲାତିର ପ୍ରଥମ ଅବସ୍ଥାରେ ମଧୁସୂଦନଙ୍କୁ କ’ଣ ସହିବାକୁ ପଡ଼ିଥିଲା ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଓକିଲାତିର ପ୍ରଥମାବସ୍ଥାରେ ମଧୁସୂଦନଙ୍କୁ କେତେକ ବ୍ୟଙ୍ଗ, ବିଦ୍ରୁପ, ନିର୍ଯାତନା ସହିବାକୁ ପଡ଼ିଥିଲା । କେତେ ନିରାଶବାଣୀ ମଧ୍ୟ ଶୁଣିବାକୁ ପଡ଼ିଥିଲା ।
(ଫ) ମଧୁବାବୁ କାହାକୁ ଭୃକ୍ଷେପ ନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁ ସେତେବେଳର ବଙ୍ଗାଳୀ ଓକିଲଙ୍କର ପ୍ରତିପତ୍ତି ଓ ବଙ୍ଗାଳୀ ହାକିମ, ଜିଲ୍ଲା ଜଜ୍, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ କମିଶନର ଇତ୍ୟାଦିଙ୍କ ନିରାଶବାଣୀକୁ ଭୃକ୍ଷେପ ନକରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ।
(ବ) କାହାର ପ୍ରତିଭା ନିକଟରେ ନତମସ୍ତକ ହେବାକୁ ପଡ଼େ ?
ଡ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ପ୍ରତିଭାଶାଳୀ ବ୍ୟକ୍ତି ଯେତେବେଳେ ନିଜର ଶକ୍ତିରେ ପ୍ରତିଷ୍ଠା ଲାଭ କରିବାକୁ ବସେ, ତା’ର ବହୁ ଶତ୍ରୁ ବାହାରନ୍ତି, କିନ୍ତୁ ଦିନେ ସେମାନଙ୍କୁ ତାହାର ପ୍ରତିଭା ନିକଟରେ ନତମସ୍ତକ ହେବାକୁ ପଡ଼େ ।
(ଭ) ମଧୁବାବୁ କେଉଁ ବଳରେ କଟକ ଓକିଲ ସମାଜରେ ଶୀର୍ଷସ୍ଥାନ ଅଧିକାର କରିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁ ନିଜର ବିଦ୍ୟା, ବୁଦ୍ଧି, ଶକ୍ତି, ସାମର୍ଥ୍ୟ ଓ ଅଧ୍ୟବସାୟ ବଳରେ ଦିନେ କଟକ ଓକିଲ ସମାଜରେ ଶୀର୍ଷସ୍ଥାନ ଅସ୍ଵୀକାର କରିଥିଲେ ।
(ମ) ମଧୁସୂଦନଙ୍କ ଜୀବନର ସର୍ବଶ୍ରେଷ୍ଠ ସାଧନା କ’ଣ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ବିଛିନ୍ନ ଓଡ଼ିଆଭାଷୀ ଅଞ୍ଚଳର ଏକୁତୀକରଣ ମଧୁସୂଦନଙ୍କ ଜୀବନର ଶ୍ରେଷ୍ଠ ସାଧନା ।
(ଯ) ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣର ପ୍ରଥମ ଉଦ୍ୟମ କ’ଣ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣର ପ୍ରଥମ ଉଦ୍ୟମ ଥିଲା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ।
(ର) କାହାର ଉଦ୍ୟମ ଏବଂ କେଉଁ ବଡ଼ଲାଟଙ୍କ ଆଦେଶରେ ସମ୍ବଲପୁର ଅଞ୍ଚଳକୁ ଓଡ଼ିଆ ସହିତ ସଂଯୋଗ କରାଯାଇଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁଙ୍କ ଉଦ୍ୟମ ଏବଂ ବଡ଼ଲାଟ ଲର୍ଡ଼ କର୍ଜନଙ୍କ ଆଦେଶରେ ସମ୍ବଲପୁର ଅଞ୍ଚଳକୁ ଓଡ଼ିଆ ସହିତ ସଂଯୋଗ କରାଯାଇଥିଲା ।
(ଳ) ଉତ୍କଳଟାନେରୀ ବା ଜୋତା କାରଖାନା କାହିଁକି ସ୍ଥାପିତ ହୋଇଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ସହସ୍ର ସହସ୍ର ବେକାର ଓଡ଼ିଆଙ୍କ ଅନୁସଂସ୍ଥାନ ଓ ଚମଡ଼ା ଶିଳ୍ପର ଉନ୍ନତି ଲାଗି ଉତ୍କଳଟାନେରୀ ବା ଜୋତା କାରଖାନା ସ୍ଥାପିତ ହୋଇଥିଲା ।
(ବ) ବିଭିନ୍ନ ପ୍ରଦେଶବାସୀ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମଧୁସୂଦନ ଆହ୍ବାନ କରି କ’ଣ ଲେଖୁଥିଲେ ?
ଭ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ବିଭିନ୍ନ ପ୍ରଦେଶବାସୀ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମଧୁସୂଦନ ଉତ୍କଳ ସମ୍ମିଳନୀକୁ ଆହ୍ବାନ କରି ଲେଖୁଥିଲେ – “ ଏହି ସମ୍ମିଳନୀ
ଜାତି ପ୍ରାଣ – ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଧରେ,
ତୋର ପ୍ରାଣବିନ୍ଦୁ
ମିଶାଇ ଦେ ଭାଇ
ଡେଇଁପଡ଼ି ସିନ୍ଧୁ ନୀରେ ।”
(ଶ) ମଧୁବାବୁ ସର୍ବଦା କ’ଣ କହୁଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
“ ଆଲୋ ସଖ୍ୟ, ଆପଣା ମହତ ଆପେ ରଖୁ ।” ମଧୁବାବୁ ସର୍ବଦା ଏହା କହୁଥିଲେ ।
(ଷ) କ’ଣ ମଧୁସୂଦନଙ୍କ ଦୂର ଦୃଷ୍ଟି ଓ ଶକ୍ତିକୁ ବଦ୍ଧିତ କରିଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ବିଲାତ ଶିକ୍ଷା, ସଭ୍ୟତା ଏବଂ ପାର୍ଲିଆମେଣ୍ଟର କାର୍ଯ୍ୟପ୍ରଣାଳୀ ମଧୁସୂଦନଙ୍କ ଦୂରଦୃଷ୍ଟି ଓ ଶକ୍ତିକୁ ବର୍ଦ୍ଧିତ କରିଥିଲା ।
(ସ) ମଧୁସୂଦନଙ୍କ ମତରେ ମନ୍ତ୍ରୀ କିପରି କାର୍ଯ୍ୟ କରିବା ଉଚିତ୍ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନଙ୍କ ମତରେ ମନ୍ତ୍ରୀମାନେ ଅବୈତନିକ ଭାବରେ କାର୍ଯ୍ୟ କରିବା ଉଚିତ, ଲୋକ ପ୍ରତିନିଧୁ ହୋଇ ବେତନଭୋଗୀ ହେବା ଉଚିତ୍ ନୁହେଁ । ଏହା ତାଙ୍କର ମତ ଥିଲା।
(ହ) ବ୍ୟବସ୍ଥାପକ ରୂପେ କେଉଁ ଆଇନ୍ ପ୍ରଣୟନ ମଧୁବାବୁଙ୍କ କୃତିତ୍ଵ ଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ବ୍ୟବସ୍ଥାପକ ରୂପେ ଓଡ଼ିଶା ପ୍ରଜାସ୍ଵତ୍ଵ ଆଇନ ବିହାର – ଓଡ଼ିଆ ମ୍ୟୁନିସିପାଲିଟି ଆଇନ୍ ପ୍ରଣୟନ ମଧୁବାବୁଙ୍କ କୃତିତ୍ଵ ଥିଲା ।
() ମଧୁସୂଦନ ଉତ୍କଳ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ପ୍ରତିନିଧୂମାନଙ୍କୁ କ’ଣ ପିନ୍ଧିବାକୁ ପ୍ରରୋଚିତ କରିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ ଉତ୍କଳ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ପ୍ରତିନିଧୁମାନଙ୍କୁ ଜାତୀୟ ପଗଡ଼ି ପିନ୍ଧିବାକୁ ପ୍ରରୋଚନା କରିଥିଲେ ।
(ଲ) ମଧୁସୂଦନ କେତେ ତାରିଖରେ ମୃତ୍ୟୁବରଣ କରିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ ୧୯୩୪ ମସିହା ଫେବୃୟାରୀ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।
୪. ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।
(କ) ଗୋପାଳବଲ୍ଲଭଙ୍କ ସମ୍ପର୍କରେ ସଂକ୍ଷେପରେ କ’ଣ କୁହାଯାଇଛି ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଚଉଧୁରୀ ରଘୁନାଥ ଦାସ ଏବଂ ଶ୍ରୀମତୀ ସରଳା ଦେବୀଙ୍କ ଦୁଇପୁତ୍ର ମଧ୍ୟରୁ ଗୋବିନ୍ଦବଲ୍ଲଭ ଜ୍ୟେଷ୍ଠପୁତ୍ର ଏବଂ କନିଷ୍ଠପୁତ୍ର ଥିଲେ ଗୋପାଳବଲ୍ଲଭ। ଗୋପାଳବଲ୍ଲଭଙ୍କ ସମ୍ବନ୍ଧରେ ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ସେ କଲିକତା ବିଶ୍ବବିଦ୍ୟାଳୟରୁ ଏମ୍. ଏ. ପାଶ୍ କରି ଡେପୁଟି ମାଜିଷ୍ଟ୍ରେଟ୍ ରୂପେ କାର୍ଯ୍ୟ କରୁଥିଲେ । ତାଙ୍କ ଦ୍ବାରା ରଚିତ ‘ଭୀମ ଭୂୟାଁ” ନାମକ ଉପନ୍ୟାସ ଓଡ଼ିଆ ସାହିତ୍ୟର ଗୋଟିଏ ବିଶିଷ୍ଟ ଗ୍ରନ୍ଥ ।
(ଖ) ପ୍ରାଚୀନ ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କିପରି ଥିଲା ?
ଊ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ପ୍ରାଚୀନ ଓଡ଼ିଶାରେ ମାଟିବଂଶ ବା କ୍ଷିତିବଂଶ ଅବଧାନମାନେ ବଂଶ ପରମ୍ପରାରେ ପ୍ରାଥମିକ ଶିକ୍ଷାର ଭାର ଗ୍ରହଣ କରୁଥିଲେ । ସେମାନଙ୍କୁ ସ୍ଥାନ ବିଶେଷରେ ଓଝା କହନ୍ତି । ଗାଁ ଚାଟଶାଳୀରେ ପିଲାମାନେ ଚାଳଘରେ ବା ଅମ୍ବଗଛ, ବରଗଛ ମୂଳରେ ଗ୍ରାମ୍ୟ ପାଠଶାଳାରେ ପାଠପଢ଼ାନ୍ତି । ସେ କାଳରେ ପ୍ଲେଟ, ପେନ୍ସିଲିର ବ୍ୟବସ୍ଥା ପ୍ରଚଳନ ନ ଥିବାରୁ ପିଲାଏ ଭୂଇଁରେ ଶୁଆପଖୁଆ ଖଡ଼ିରେ ଲେଖୁଥିଲେ ଏବଂ ତାଳପତ୍ର ଓ ଲେଖନରେ ହସ୍ତାକ୍ଷର ମଡ଼ାଉଥିଲେ ।
(ଗ) ଚାଟଶାଳୀରେ ସକାଳବେଳା, ଉପରବେଳା ଓ ସନ୍ଧ୍ୟାବେଳେ କ’ଣ କ’ଣ ପଢ଼ା ହୁଏ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଚାଟଶାଳୀରେ ସକାଳବେଳା ଅକ୍ଷର ଲେଖା ହୁଏ ଏବଂ ପଣିକିଆ, ଶୋଧ, ଓଡ଼ାଙ୍କ, ଫେଡ଼ାଙ୍କ, ହରଣ, ଗୁଣନ, ପାହି ପଣିକିଆ, କଢ଼ାଗଣ୍ଡା ପଣିକିଆ, ଲୀଳାବତୀ ସୂତ୍ର ଇତ୍ୟାଦି ପଢ଼ାଯାଏ । ଉପରବେଳା ତାଳପତ୍ର ଲେଖନରେ ଅକ୍ଷର ଲେଖା ଏବଂ ଭାଗବତ, ରାମାୟଣ, ମହାଭାରତ, ବୈଦେହୀଶବିଳାସ, ଗୋପୀଭାଷା ଇତ୍ୟାଦି ପଢ଼ା ହେଉଥିଲା । ସନ୍ଧ୍ୟାବେଳେ ସନ୍ଧ୍ୟାଦୀପ ଜଳିବା ସଙ୍ଗେ ସଙ୍ଗେ ପିଲାଏ ‘ଦୀପଂ ଜ୍ୟୋତିଃ ପରଂବ୍ରହ୍’ ଇତ୍ୟାଦି ଶ୍ଳୋକ ବୋଲି ଅବଧାନଙ୍କ ନିକଟରେ ଗୁଣ୍ଡ ହୋଇ ଚାଣକ୍ୟ ଶ୍ଳୋକର ଆବୃତି ଓ ମାନସାଙ୍କ ପଚରାଯାଇଥାଏ ।
(ଘ) ଇଂରାଜୀ ବିଦ୍ୟାଳୟରେ ଗୋବିନ୍ଦବଲ୍ଲଭଙ୍କୁ ପାଠ ପଢ଼ାଇବାକୁ କିଏ ଓ କାହିଁକି ବିରୋଧ କରୁଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଗୋବିନ୍ଦବଲ୍ଲଭଙ୍କ ପାରମ୍ପରିକ ରୀତିରେ ଚାଟଶାଳୀ ପାଠପଢ଼ା ଶେଷ ହେବାପରେ କଟକରେ ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ିବାକୁ ଆସିଥିଲେ । ସେତେବେଳେ ତାଙ୍କର ବୟସ ତେର ବର୍ଷ। କଟକର ଇଂରାଜୀ ବିଦ୍ୟାଳୟରେ ପଢ଼ିବାକୁ ତାଙ୍କର ପିତାମହୀ ଘୋର ଆପତ୍ତି କରିଥିଲେ । ତାଙ୍କର ଆଶଙ୍କା ଥିଲା ଯେ, ସେ ଇଂରାଜୀ ପଢ଼ିଲେ ‘କିରସ୍ତାନ ବା ଖ୍ରୀଷ୍ଟିୟାନ୍’ ହୋଇଯିବେ। ସେ ସମୟରେ ଅନେକ ଇଂରାଜୀ ପଢୁଆ ସମାଜର ନିର୍ଯାତନା ହେତୁରୁ ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କ ପ୍ରଋରିତ ଧର୍ମ ଉପଦେଶ ଶୁଣି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ତେଣୁ ପିତାମହୀଙ୍କର ଆଶଙ୍କା ହେବା ସ୍ଵାଭାବିକ।
(ଙ) ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କ ସମ୍ପର୍କରେ ସଂକ୍ଷେପରେ ଲେଖ।
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଗୋବିନ୍ଦବଲ୍ଲଭ କଲିକତା ବିଶ୍ବବିଦ୍ୟାଳୟରୁ ବି.ଏଲ୍ ପାଶ୍ କରିଥିଲେ । କଲିକତାରେ ପ୍ରଥମେ ବିଭିନ୍ନ ସ୍କୁଲରେ ଶିକ୍ଷକତା କଲାବେଳେ ସେ ସୁନାମଧନ୍ୟ ଭାରତୀୟ ଗୁଣିଗଣାଗ୍ରଗଣ୍ୟ ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କର ଗୃହଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ । ସାର୍ ଆଶୁତୋଷ ଦିନେ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଓ କଲିକତା ବିଶ୍ଵବିଦ୍ୟାଳୟର କୁଳପତି (ଭାଇସ୍ ଚାସେଲର) ହୋଇଥିଲେ । କେବଳ କଲିକତା ବିଶ୍ବବିଦ୍ୟାଳୟ ନୁହେଁ ସମଗ୍ର ବଙ୍ଗଦେଶ, ବିହାର ଓ ଓଡ଼ିଶା ପ୍ରଦେଶରେ ଉଚ୍ଚ ଇଂରାଜୀ ଶିକ୍ଷାପାଇଁ ଯେଉଁମାନେ କୃତିତ୍ଵ ଦେଖାଇଥିଲେ, ସେମାନଙ୍କ ମଧ୍ୟରେ ସାର୍ ଆଶୁତୋଷଙ୍କ ସ୍ଥାନ ଅତି ଉଚ୍ଚ।
(ଚ) ଅମ୍ବିକାପ୍ରସାଦ ଓ ମଧୁସୂଦନଙ୍କ ପରସ୍ପର ସହଯୋଗ ସମ୍ପର୍କରେ ସଂକ୍ଷେପରେ ଲେଖ ।
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବାଲେଶ୍ଵରରୁ କଲିକତା ଗଲେ। କଲିକତାରେ ଜଣେ ବଙ୍ଗୀୟ ଖ୍ରୀଷ୍ଟିୟାନ୍ ପାଦ୍ରି ଅମ୍ବିକାପ୍ରସାଦ ହାଜରାଙ୍କ ସହିତ ପରିଚିତ ହେବାରୁ ମଧୁସୂଦନଙ୍କ ଉଚ୍ଚାକାଙକ୍ଷାର ଉତ୍ସାହକୁ ଲକ୍ଷ୍ୟକରି ସେ ତାଙ୍କର ଶିକ୍ଷାର ବ୍ୟବସ୍ଥା କରିଥିଲେ। କଲିକତାରେ ତାଙ୍କର ପ୍ରଥମ ଆଶ୍ରୟଦାତା ଅମ୍ବିକାପ୍ରସାଦଙ୍କ ପ୍ରତି କୃତଜ୍ଞତାବଶତଃ ମଧୁସୂଦନ; ଅମ୍ବିକାପ୍ରସାଦ ଓ ତାଙ୍କର ସ୍ତ୍ରୀ ମୃତ୍ୟୁବେଳେ ଛାଡ଼ିଯାଇଥବା ଅନେକଗୁଡ଼ିଏ ପୁତ୍ରକନ୍ୟାଙ୍କର ଭରଣପୋଷଣ ଓ ଶିକ୍ଷାର ଭାର ଦାୟିତ୍ଵ ନିଜେ ନେଇଥିଲେ।
(ଛ) ସାର୍ ଜନ୍ ଉଡ଼ରଫ୍ଙ୍କ ସମ୍ପର୍କରେ ସଂକ୍ଷେପରେ ଲେଖ ।
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ସାର୍ ଜନ୍ ଉଡ଼ରଫ୍ ଜଣେ ସଂସ୍କୃତ ଭାଷାବିତ୍ ପଣ୍ଡିତ ଥିଲେ ଏବଂ ଭାରତୀୟ ତନ୍ତ୍ରଶାସ୍ତ୍ର ସମ୍ବନ୍ଧରେ ଅନେକ ପୁସ୍ତକ ରଚନା କରିଥିଲେ । ସାର୍ ଜନ୍ ଉଡ୍ରଫ୍ ଦିନେ କଲିକତା ହାଇକୋର୍ଟର ବିଚାରାସନ ଅଳଙ୍କୃତ କରିଥିଲେ । ଓକିଲାତି ପାଶ୍ କରିସାରିବା ପରେ ମଧୁସୂଦନ କଲିକତା ହାଇକୋର୍ଟରେ ସାର୍ ଜନ ଉଡ଼ରଫ୍ ପ୍ରଭୃତି ବାରିଷ୍ଟରଙ୍କ ସହ କାର୍ଯ୍ୟକରି ବେଶ୍ ଖ୍ୟାତି ଲାଭ କରିଥିଲେ।
() ଓଡ଼ିଆଙ୍କ ଅନ୍ନ ସଂସ୍ଥାନ ଓ ଚମଡ଼ା ଶିଳ୍ପର ଉନ୍ନତି ଲାଗି ମଧୁସୂଦନ କ’ଣ କରିଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନଙ୍କ ପ୍ରାଣ ସର୍ବଦା ଓଡ଼ିଆବାସୀଙ୍କ ପାଇଁ ବ୍ୟଗ୍ର ଥାଏ । ସହସ୍ର ସହସ୍ର ବେକାର ଓଡ଼ିଆଙ୍କ ଅନୁସଂସ୍ଥାନ ଓ ଚମଡ଼ାଶିଳ୍ପର ଉନ୍ନତି ଲାଗି ଉତ୍କଳ ଟାନେରୀ ବା ଜୋତା କାରଖାନା ମଧୁସୂଦନ ସ୍ଥାପନା କରିଥିଲେ । ଗୋଧ୍ଵଚମ, କୁମ୍ଭୀରଚମ ପ୍ରଭୃତିରୁ ଯେ ଉତ୍କୃଷ୍ଟ ଜୋତା, ବ୍ୟାଗ ପ୍ରଭୃତି ହୋଇପାରେ, ଏହା ପ୍ରଥମେ ମଧୁସୂଦନଙ୍କ ମସ୍ତିଷ୍କରୁ ବାହାରି ଥିଲା । ଓଡ଼ିଆ ଜାତିର ଖ୍ୟାତି ବଢ଼ିବା ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ । ଓଡ଼ିଆ ଜାତି ଖରାପ ଜିନିଷ ତିଆରି କରି ଠକି ପଇସା ରୋଜଗାର କରୁଛି, ଏ ଅପକୀର୍ତ୍ତି ଯେପରି ନ ହେଉ ସେଥିପାଇଁ ଚମଡ଼ା ବା ଜୋତାରେ ଦୋଷ ଦେଖିଲେ ସେ ଗୋଛା ଗୋଛା ଚମଡ଼ା ନିଆଁରେ ପୋଡ଼ି ଦେଉଥିଲେ ।
(ଝ) କଲିକତାରେ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର କରି ମଧୁସୂଦନ କି ପଦକ୍ଷେପ ନେଇଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
କଲିକତାରେ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର ଲାଗି ମଧୁସୂଦନଙ୍କ ହୃଦୟରେ କଳ୍ପନା ଜାଗ୍ରତ ହୋଇଥିଲା । ସେତେବେଳେ କଲିକତା ନଗରୀରେ ଯେଉଁ ଓଡ଼ିଆ କର୍ମୀମାନେ ଜୀବିକା ଉପାର୍ଜନ ଉଦ୍ଦେଶ୍ୟରେ ଅବସ୍ଥାନ କରୁଥିଲେ, ସେମାନଙ୍କ ମଧ୍ୟରେ ଶିକ୍ଷାବିସ୍ତାର ଲାଗି ସେ ଅନେକଗୁଡ଼ିଏ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ । ଉଦ୍ଦେଶ୍ୟ ଥିଲା ସେମାନେ ଶିକ୍ଷିତ ହୋଇ ଓଡ଼ିଶାରେ ସେହିପରି ବିଦ୍ୟାଳୟମାନ ସ୍ଥାପନ କରି ଦେଶରୁ ନିରକ୍ଷରତା ଦୂର କରିବେ । ସେ ସମୟରେ ମଧୁବାବୁ ପ୍ରାଥମିକ ଶିକ୍ଷାର ବିସ୍ତାର ଓ ନିରକ୍ଷରତା ଦୂର କରିବା ପାଇଁ ଏଇଭଳି ପଦକ୍ଷେପ ନେଇଥିଲେ ।
(ଞ) ମଧୁସୂଦନ ପ୍ରଥମ ଓକିଲାତି କାଳରେ କିପରି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ କଲିକତାରୁ ଆସି କଟକରେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିଲେ । ସେତେବେଳେ ମଧୁବାବୁ ଏକମାତ୍ର ଓଡ଼ିଆ ଓକିଲ ଥିଲେ ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାରେ ବଙ୍ଗାଳୀ ଓକିଲଙ୍କର ପ୍ରତିପରି ଖୁବ୍ ଅଧିକ ଥିଲା । ସେମାନଙ୍କର ପ୍ରାଦୁର୍ଭାବ ସହଜରେ ଅନୁମାନ କରିହେବ ନାହିଁ । ସେତେବେଳେ ହାକିମ, ଜିଲ୍ଲା ଜଜ୍, ମାଜିଷ୍ଟ୍ରେଟ୍ ଏବଂ କମିଶନର ପ୍ରଭୃତି ବଙ୍ଗାଳୀ ଥିଲେ। ମଧୁବାବୁଙ୍କୁ ଓକିଲାତିର ପ୍ରଥମାବସ୍ଥାରେ ଅନେକ ବ୍ୟଙ୍ଗ, ବିଦ୍ରୂପ, ନିର୍ଯାତନା ସହିବାକୁ ପଡ଼ିଥିଲା। ମାତ୍ର ନିଜର ବିଦ୍ୟା, ବୁଦ୍ଧି, ଶକ୍ତି, ସାମର୍ଥ୍ୟ ଓ ଅଧ୍ୟବସାୟ ବଳରେ ପ୍ରତିକୂଳ ପରିସ୍ଥିତିର ଦୃଢ଼ ସାମନା କରି ଦିନେ କଟକରେ ଓକିଲ ସମାଜରେ ଶୀର୍ଷସ୍ଥାନ ଅଧିକାର କରିଥିଲେ ।
(ଟ) ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନାର ଭାର ସମ୍ପର୍କିତ ମୋକଦ୍ଦମା ପରିଚାଳନାରେ ମଧୁବାବୁଙ୍କ ବୈଶିଷ୍ଟ୍ୟ ନିରୂପଣ କର ।
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁବାବୁଙ୍କ ଓକିଲାତି ଜୀବନୀରେ ବହୁତ ଜଟିଳ ମୋକଦ୍ଦମାରେ ସେ ନିଜର ଆଇନ ଜ୍ଞାନ ଓ ଅସାଧାରଣ ଶକ୍ତିର ପରିଚୟ ଦେଇଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବର ଭାର ଯେତେବେଳେ ଇଂରେଜ ସରକାର ନିଜ ହାତକୁ ନେବାକୁ ବସିଲେ, ସେତେବେଳେ ମଧୁବାବୁ ଓଡ଼ିଆ ଜାତିର ପୂଜନୀୟ ଗଜପତି ଠାକୁରରାଜାଙ୍କ ହାତରୁ ଜଗନ୍ନାଥଙ୍କ ପୂଜାଭାର କାଢ଼ି ନେଇ ଖ୍ରୀଷ୍ଟିୟାନ୍ ସରକାରଙ୍କ ହାତରେ ସେ ଭାର ରହିବା ଶୁଣି, ମଧୁସୂଦନ ଜୀବିତ ଥାଉଁ ଥାଉଁ ଏଭଳି କାର୍ଯ୍ୟ କଦାପି କରାଇ ଦେବେ ନାହିଁ କହି କଲିକତା ହାଇକୋର୍ଟ ପର୍ଯ୍ୟନ୍ତ ସରକାରଙ୍କ ବିରୁଦ୍ଧରେ ମୋକଦ୍ଦମା ଲଢ଼ିଥିଲେ । ଶେଷରେ ସରକାର ପୁରୀରାଜାଙ୍କ ସହିତ ମୋକଦ୍ଦମା ରଫା କରିବାକୁ ବାଧ୍ୟ ହୋଇଥିଲେ।
(୦) ବିଛିନ୍ନାଞ୍ଚଳ ଓଡ଼ିଆଭାଷୀମାନଙ୍କର ଏକତ୍ରିକରଣ ପାଇଁ ମଧୁସୂଦନଙ୍କ ଉଦ୍ୟମ କ’ଣ ଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନଙ୍କ ଜୀବନର ସର୍ବଶ୍ରେଷ୍ଠ ସାଧନା ଥିଲା ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ । ଓଡ଼ିଶାର କେତେକ ଅଂଶ ମଧ୍ୟପ୍ରଦେଶ, ବଙ୍ଗଦେଶ, ବିହାର ଏବଂ ମାନ୍ଦ୍ରାଜରେ ରହିଥିବା ହେତୁ ଓଡ଼ିଆମାନଙ୍କ ହିନ୍ଦି, ବଙ୍ଗାଳୀ ଓ ତେଲଙ୍ଗା ଭାଷା ଶିକ୍ଷା କରିବାକୁ ପଡୁଥିଲା। ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ପ୍ରଥମ ଉଦ୍ୟମ ହେଲା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା । ବିଭିନ୍ନ ପ୍ରଦେଶବାସୀ ଓଡ଼ିଆ ଭାଇଭଉଣୀମାନଙ୍କୁ ଏହି ସମ୍ମିଳନୀକୁ ଆହ୍ବାନ କରାଯାଇଥିଲା । ମଧୁବାବୁଙ୍କ ଉଦ୍ୟମ ଫଳରେ ସମ୍ବଲପୁର ଅଞ୍ଚଳକୁ ମଧ୍ୟପ୍ରଦେଶରୁ ଅଣାଯାଇ ଓଡ଼ିଶା ସହିତ ମିଶାଯାଇଥିଲା।
(ଙ) ଉତ୍କଳ ସମ୍ମିଳନୀ ପ୍ରତିଷ୍ଠାର ମୂଳରେ ମଧୁବାବୁଙ୍କ ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଥିଲା ଉତ୍କଳ ସମ୍ମିଳନୀର ପ୍ରଥମ ଉଦ୍ୟମ। ମଧୁବାବୁଙ୍କର ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା – ଉତ୍କଳର କେତେକ ଅଂଶ ଯେଉଁସବୁ ଦେଶର ପରିସର ଭିତରେ ରହିଛି ସେଗୁଡ଼ିକୁ ଓଡ଼ିଶାରେ ମିଶାଇବା । ଅନ୍ୟଦେଶରେ ଓଡ଼ିଆମାନେ ରହୁଥିବାରୁ ସେମାନଙ୍କୁ ସେହି ଦେଶର ଭାଷା ଶିଖୁବାକୁ ପଡ଼ୁଛି । ତେଣୁ ସେ ସବୁ ସମସ୍ୟାର ସମାଧାନ ଲାଗି ବିଭିନ୍ନ ପ୍ରଦେଶବାସୀ ଓଡ଼ିଆ ଭାଇଭଉଶୀଙ୍କୁ ଉତ୍କଳ ସମ୍ମିଳନୀକୁ ଆହ୍ବାନ କରିଥିଲେ ମଧୁବାବୁ । ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ଓଡ଼ିଆ ବାସୀଙ୍କ ଏକତ୍ରିକରଣ।
(ଢ) ବ୍ୟବସ୍ଥାପକ ସଭାର ସଦସ୍ୟ ରୂପେ ମଧୁବାବୁଙ୍କ କୃତିତ୍ବ ବିଚାର କର ।
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ ବଡ଼ାଲାଟଙ୍କର ବ୍ୟବସ୍ଥାପକ ସଭାର ଓ ବଙ୍ଗ ଦେଶର ବ୍ୟବସ୍ଥାପକ ସଭାର ସଦସ୍ୟରୂପେ ବହୁବାର ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ଯେତେବେଳେ ଏ ଦେଶରେ ମନ୍ତ୍ରୀଶାସନ ପ୍ରତିଷ୍ଠା ହେଲା, ମଧୁସୂଦନ ସେତେବେଳେ ବିହାର-ଓଡ଼ିଶା ପ୍ରଦେଶର ଏକତମ ମନ୍ତ୍ରୀରୂପେ ନିଯୁକ୍ତ ହୋଇଥିଲେ । ମନ୍ତ୍ରୀମାନେ ଅବୈତନିକ ଭାବରେ କାର୍ଯ୍ୟ କରିବା ଉଚିତ୍। ଲୋକପ୍ରତିନିଧ୍ୟ ହୋଇ ବେତନଭୋଗୀ ହେବା ଉଚିତ୍ ନୁହେଁ । ଏହି ମତ ସରକାର ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବ୍ୟବସ୍ଥାପକ ରୂପେ ବହୁ ଆଇନ ପ୍ରଣୟନରେ ମଧୁସୂଦନଙ୍କର କୃତିତ୍ଵ ଥିଲା, ତନ୍ମଧ୍ୟରୁ ଓଡ଼ିଶା ପ୍ରଜାସ୍ଵତ୍ଵ ଆଇନ ବିହାର – ଓଡ଼ିଶା ମ୍ୟୁନିସିପାଲିଟି ଆଇନ ଉଲ୍ଲେଖଯୋଗ୍ୟ ।
(ଣ) ‘ଉତ୍କଳଟାନେରୀ’ ପ୍ରତିଷ୍ଠାରେ ମଧୁସୂଦନଙ୍କ କେଉଁ ଉଦ୍ଦେଶ୍ୟ ନିହିତ ?
ଉ. ପ୍ରବନ୍ଧ – ମଧୁବାବୁ
ପ୍ରାବନ୍ଧିକ – ଚିନ୍ତାମଣି ଆଚାର୍ଯ୍ୟ
ମଧୁସୂଦନ ‘ ଉତ୍କଳଟାନେରୀ’ ନାମରେ ଏକ ଜୋତା କାରଖାନା ସ୍ଥାପନ କରିଥିଲେ । କିନ୍ତୁ ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥୁଲା କିପରି ସହସ୍ର ବେକାର ଓଡ଼ିଆଙ୍କ ମୁହଁରେ ଦାନାପାଣି ଦେବାର ପ୍ରୟାସ । ଏହି ଜୋତା କାରଖାନା ତଥା ଚମଡ଼ାଶିଳ୍ପର ଉନ୍ନତି ପାଇଁ ଏ କାରଖାନା ଖୋଲିଥିଲା । ମଧୁବାବୁଙ୍କର ପ୍ରୟାସ ଥିଲା କିପରି ଓଡ଼ିଆର ଖ୍ୟାତି ବଢ଼ୁ । ଓଡ଼ିଆ ଜାତି ଖରାପ ଜିନିଷ ତିଆରି କରି ଠକି ପଇସା ରୋଜଗାର କରୁଛି, ଏ ଅପକୀର୍ତ୍ତି ଯେପରି ନ ରହୁ । ତେଣୁ ଜୋତା କାରଖାନାରେ ବ୍ୟବହୃତ ଗୋଧୂ ଓ କୁମ୍ଭୀର ଚମଡ଼ାରେ କିଛି ଦୋଷ ଦେଖିଲେ ଚମଡ଼ାଗୁଡ଼ିକୁ ନିଆଁରେ ପୋଡ଼ି ଦେଉଥିଲେ । ଓଡ଼ିଶାବାସୀଙ୍କର ଉନ୍ନତି ଥିଲା ମଧୁବାବୁଙ୍କର ମୁଖ୍ୟ ଉଦ୍ଦେଶ୍ୟ ।
Madhubabu 5 Mark Question and Answer
୫. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ଯରେ ଦେବାକୁ ହେବ ।
(କ) ତୁମ ପଠିତ ରଚନାରୁ ମଧୁବାବୁଙ୍କ ବହୁମୁଖୀ ପ୍ରତିଭାର ପରିଚୟ ପ୍ରଦାନ କର।
ଭି. ପ୍ରଗତିଯୁଗର ଗଦ୍ୟ ଲେଖକ ଓ ସମାଲୋଚକ ଗୋଷ୍ଠୀର ଲେଖକ ସମାଜ, ସଂସ୍କୃତି, ସଭ୍ୟତା ଓ ସମସାମୟିକ ଚିନ୍ତାଧାରାକୁ ପ୍ରବନ୍ଧ ରଚନା ମାଧ୍ୟମରେ ପାଠକସମାଜ ନିକଟରେ ଦକ୍ଷତାର ସହିତ ଉପସ୍ଥାପନା କରିଅଛନ୍ତି | ଜାତିର ଉନ୍ନତି, ଜାତୀୟ ସାହିତ୍ୟର ବିକାଶ ଉପରେ ନିର୍ଭରଶୀଳ ବୋଲି ଏମାନଙ୍କର ଏକ ପ୍ରାଞ୍ଜଳ ଧାରଣା ଥିବା ଅନୁଭବ କରାଯାଏ। ଓଡ଼ିଶା ପ୍ରଦେଶର ଗଠନ ଏବଂ ଏହାର ସର୍ବାଙ୍ଗ ଉନ୍ନତି ଏମାନଙ୍କର ପ୍ରଧାନ ଲକ୍ଷ୍ୟ ଥିଲା।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରାବନ୍ଧିକ ଉକ୍ତ ପ୍ରବନ୍ଧଟିର ନାମ ‘ମଧୁବାବୁ’ ରଖିଛନ୍ତି । ମଧୁବାବୁ ଯେ କେଳବ ଓଡ଼ିଆ ମାଟି ମା’ର ସୁଯୋଗ୍ୟ ସନ୍ତାନ ଥିଲେ ତାହା ନୁହେଁ; ପ୍ରତ୍ୟେକ ଓଡ଼ିଆବାସୀର ସର୍ବାଙ୍ଗ ଉନ୍ନତିର ଚିନ୍ତା ତାଙ୍କର ପ୍ରବଳ ଥିଲା। ଜଣେ ଆଦର୍ଶ ଶିକ୍ଷକ ଜୀବନୀ ଠାରୁ ଆରମ୍ଭ କରି ଓକିଲ ଓ ବ୍ୟବସ୍ଥାପକ ଭାବେ ମଧ୍ୟ ତାଙ୍କର ଅବଦାନ ଓଡ଼ିଶାବାସୀଙ୍କୁ ଚକିତ କରିଦେଇଥାଏ । ନିଜର ଆଦର୍ଶ ବଳରେ ମଧୁବାବୁ ନିଜକୁ ଦେଶ ଓ ଜାତି ସପକ୍ଷରେ ଆଣି ତୋଳି ଧରିଛନ୍ତି । ଓଡ଼ିଆ ଜାତିର ସମ୍ମାନ ପାଇଁ ତାଙ୍କର ଉଦ୍ୟମ ସର୍ବଦା ଲାଗିରହିଥାଏ । ଓଡ଼ିଆ କିପରି ଓଡ଼ିଶା ବାହାରେ ଦେଶ ବିଦେଶରେ ସମ୍ମାନିତ ହେବ ଏହା ତାଙ୍କର ଚିରଲକ୍ଷ୍ୟ ଥିଲା |
ବାଲ୍ୟ କାଳରେ ଗାଁ ଚାଟଶାଳୀରେ ପାଠପଢ଼ିଥିଲେ ମଧୁବାବୁ, ପିତାମାତାଙ୍କର ଦୁଇଟି ପୁତ୍ର ଗୋବିନ୍ଦବଲ୍ଲଭ, ଗୋପାଳବଲ୍ଲଭ ଓଡ଼ିଶା ମାଟିମା’ର ସୁଯୋଗ୍ୟ ସନ୍ତାନ ହୋଇଥିବାରୁ ସର୍ବଦା ଓଡ଼ିଶାବାସୀଙ୍କ ପ୍ରତି ଦୁହିଁଙ୍କ ମନୋବୃତ୍ତି ଉଦାର ଓ ସହନଶୀଳ ଥିଲା । ବାଲ୍ୟକାଳ ଚାଟଶାଳୀ ଶିକ୍ଷା ସମାପ୍ତ ପରେ କଟକ ଆସିଛନ୍ତି ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ । ଅନେକ ବାଧାବିଘ୍ନ ଦେଇ ଏପରିକି ପିତାମହୀଙ୍କ ବାରଣ ସତ୍ତ୍ଵେ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ ପରେ ବାଲେଶ୍ବରରେ ଗୋଟିଏ ସାମାନ୍ୟ କିରାନି କାମରେ ନିଯୁକ୍ତ ହେଲେ । ପୁନର୍ବାର ଅଧୂକ ଶିକ୍ଷାର ତୃଷ୍ଣା ମେଣ୍ଟାଇବା ପାଇଁ କଲିକତା ଯାଇଥିଲେ ।
କଲିକତାରେ ମଧୁବାବୁଙ୍କର ଆଉ ଏକ ପର୍ଯ୍ୟାୟର ଜୀବନ କାହାଣୀ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟିୟାନ୍ ପାଦ୍ରିଙ୍କ ସହ ପରିଚିତ ହୋଇ ଉଚ୍ଚଶିକ୍ଷାର ସଂପୂର୍ଣ୍ଣ ବ୍ୟବସ୍ଥା କରିଥିଲେ। ପରେ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାଶ୍ କରି ଅଧ୍ୟାପକ ଭାବେ ଛାତ୍ରମାନଙ୍କ ପ୍ରିୟ ଏବଂ ସମ୍ମାନର ଅଧିକାରୀ ହେଲେ । ଅଧ୍ୟାପକ ସମୟରେ ଓକିଲାତି ପଢ଼ି କଲିକତା ବିଶ୍ଵବିଦ୍ୟାଳୟରୁ ବି.ଏଲ୍ ପାଶ୍ କଲେ । କଲିକତାରେ ଶିକ୍ଷକତା କଲାବେଳେ ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କ ସଂସ୍ପର୍ଶରେ ରହିବାରୁ ଓକିଲାତି ବିଷୟରେ ଅନେକ ଜ୍ଞାନ ଆହରଣ କରିଥିଲେ । କଲିକତାରେ ଅବସ୍ଥାନ ସମୟରେ ନିଜର ନାମ ପରିବର୍ତ୍ତନ କରିଥିଲେ । ଅମ୍ବିକା ପ୍ରସାଦଙ୍କ ପିଲାମାନଙ୍କ ଦାୟିତ୍ଵ ନିଜ ଉପରକୁ ନେଇ ମଧୁବାବୁ ସେମାନଙ୍କ ଭରଣପୋଷଣ ଓ ଶିକ୍ଷାର ଭାର ନିଜେ ଗ୍ରହଣ କରିଥିଲେ।
ଓକିଲାତି ପାଶ୍ ପରେ ହାଇକୋର୍ଟରେ ସାରଜନ୍ ଉଡ଼ରଫଙ୍କ ସହ ପରିଚିତ ହେଲେ । ସେଠାରୁ ମଧୁବାବୁଙ୍କ ଆଉ ଏକ ନୂତନ ଜୀବନୀର ଶୁଭାରମ୍ଭ କରିଥିଲେ । କଲିକତା ହାଇକୋର୍ଟରେ ଓକିଲାତି କଲାବେଳେ ମଧୁସୂଦନଙ୍କୁ ପ୍ରିଭି କାଉନ୍ସିଲର ଅନୁବାଦକ ନିଯୁକ୍ତି କରାଯାଇଥିଲା । ଓଡ଼ିଆ ‘କାଗଜ ପତ୍ର’ ଇଂରାଜୀ ଭାଷାରେ ଅନୁବାଦ କରୁଥିବା ବେଳେ ପ୍ରବାସୀ ଭାରତୀୟ ପାଇଁ ତାଙ୍କ ହୃଦୟରେ ଯେପରି କମ୍ପନ ସୃଷ୍ଟି ହେଲା। ଦେଶରୁ ନିରକ୍ଷରତା ଦୂର କରିବା ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ନୈଶ ବିଦ୍ୟାଳୟ ସ୍ଥାପନ କରି ପ୍ରାଥମିକ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରିଥିଲେ ।
କଟକ ଆସି ଓକିଲାତି କ୍ଷେତ୍ରରେ ମନବଳାଇ ଥିଲେ । ଏକମାତ୍ର ଓଡ଼ିଆ ଓକିଲ ହୋଇ ସମସ୍ତ ବଙ୍ଗାଳୀ କର୍ମକର୍ତ୍ତାଙ୍କ ବ୍ୟଙ୍ଗ, ବିଦ୍ରୁପକୁ ଭୃକ୍ଷେପ ନ କରି ନିଜର ଆନ୍ତରିକତା ଉଦ୍ୟମ ଓଡ଼ିଆଙ୍କ ପାଇଁ ବଳବତ୍ତର ରହିଥିଲା। ଶେଷରେ ଜଗନ୍ନାଥ ମନ୍ଦିର ପୂଜାଭାର ଇଂରେଜମାନଙ୍କ ହାତରେ ନ ଦେଇ, ପୁରୀର ଗଜପତିଙ୍କ ହାତରେ ମନ୍ଦିରର କାର୍ଯ୍ୟକଳାପର ଭାର ନ୍ୟସ୍ତ କରିଥିଲେ। ଓଡ଼ିଆବାସୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମଧୁବାବୁ ‘ଉତ୍କଳ ଟାନେରୀ’ ସ୍ଥାପନ କଲେ। ହେଲେ ଓଡ଼ିଆ ଜାତି କାଳେ ଖରାପ ଜିନିଷ ବିକ୍ରି କରି ପଇସା ଠକିବ, ଏକଥା ବିଚାର କରି ମଧୁବାବୁ ଜୋତାରେ ବ୍ୟବହୃତ ହେଉଥିବା ଚମଡ଼ାକୁ ନଷ୍ଟ କରିଥିଲେ ।
ଏହିପରି ଭାବରେ ଦେଖିବାକୁ ଗଲେ ମଧୁବାବୁ ଜଣେ ଆଦର୍ଶ ଶିକ୍ଷକ, ଆଦର୍ଶ ଓକିଲ, ଆଦର୍ଶ ବ୍ୟବସ୍ଥାପକ ସଭାର ସଦସ୍ୟ ଭାବେ ଓଡ଼ିଆବାସୀଙ୍କ ପାଇଁ ଅନେକ ସୁମଙ୍ଗଳ କାର୍ଯ୍ୟମାନ କରିଯାଇ ପ୍ରତ୍ୟେକଙ୍କ ପାଇଁ ସେ ଆଦର୍ଶ ପାଲଟି ଯାଇଛନ୍ତି | ବାସ୍ତବିକ୍ ପ୍ରାବନ୍ଧିକଙ୍କ ରଚନା ସମସ୍ତ ଓଡ଼ିଆବାସୀଙ୍କ ମନରେ ଏକ ଆଲୋଡ଼ନ ସୃଷ୍ଟି କରୁଛି |
(ଖ) ମଧୁବାବୁଙ୍କ ଜୀବନକାହାଣୀ ଉତ୍କଳର ଅଦ୍ଧ ଶତାବ୍ଦୀର ଇତିହାସ – ଏହି ଉକ୍ତିର ଯଥାର୍ଥତା ବିଚାର କର ।
ଉ. ପ୍ରାବନ୍ଧିକ ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟ ଆଧୁନିକ ସାହିତ୍ୟର ସମୀକ୍ଷାମୂଳକ ଆଲୋଚନା କରିବା ସଙ୍ଗେ ସଙ୍ଗେ ପ୍ରଗତିଯୁଗ ଗୋଷ୍ଠୀର ଲେଖକ ହିସାବରେ ସମାଜ, ସଂସ୍କୃତି, ସଭ୍ୟତା ଓ ସମସାମୟିକ ଚିନ୍ତାଧାରାକୁ ପ୍ରବନ୍ଧ ରଚନା ମାଧ୍ୟମରେ ପାଠକ ସମାଜ ନିକଟରେ ଦକ୍ଷତାର ସହିତ ଉପସ୍ଥାପନ କରିଅଛନ୍ତି।
ଓଡ଼ିଆ ଜାତିର ସମ୍ମାନ ଓ ସମୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରାବନ୍ଧିକ ମଧୁବାବୁଙ୍କ ଦ୍ଵାରା ଖୁବ୍ ଅନୁପ୍ରାଣୀତ ହୋଇଛନ୍ତି | ମଧୁବାବୁଙ୍କ ଜୀବନର ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଉନ୍ନତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଯେପରି ସମସ୍ତେ ଜାଣିବେ ଓ ଓଡ଼ିଆବାସୀଙ୍କ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସର୍ବଦା ତତ୍ପର ଥିଲା ମଧୁବାବୁଙ୍କ ପ୍ରୟାସ। ପ୍ରାବନ୍ଧିକ ଓ ମଧୁବାବୁ ଦୁହେଁ ଓକିଲ ଭାବରେ ନିଜର ପରାକାଷ୍ଠା ପ୍ରମାଣିତ କରିଛନ୍ତି ।
ମଧୁବାବୁଙ୍କ ଜୀବନୀ କାହାଣୀ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ କହିବାର ତାତ୍ପର୍ଯ୍ୟ ହେଉଛି – ମଧୁବାବୁଙ୍କ ଜୀବନକାଳ ଭିତରେ ଯାହା କିଛି ଘଟିଯାଇଛି ତାହା ମଧ୍ୟ ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ ଭାବରେ ପାର୍ଥକ୍ୟ ଦେଖାଯାଇପାରେ । ମଧୁବାବୁ ତାଙ୍କ ଜୀବନର ୮୫ ବର୍ଷ କାଳରେ କେବଳ ଓଡ଼ିଶାର ସୁଖ ସ୍ବାଛନ୍ଦର ପରିକଳ୍ପନା କରି ସର୍ବଦା ନିଜର ଉଦ୍ୟମ ଜାରି ରଖୁଥିଲେ। ଏପରିକି ମୃତ୍ୟୁଶଯ୍ୟାରେ ସୁଦ୍ଧା ଓଡ଼ିଶାର ଉନ୍ନତି ତାଙ୍କର ଏକମାତ୍ର ଚିନ୍ତା ଥିଲା। ଉତ୍କଳମାତାର ଯୋଗ୍ୟତମ ସନ୍ତାନ ମଧୁସୂଦନ ଦେଶର, ଜାତିର ସର୍ବବିଧ ଉନ୍ନତି ପାଇଁ ନିରନ୍ତର ବ୍ୟାକୁଳ ଥିଲେ । ନିଜର ସ୍ଵାର୍ଥ ପରିହାର କରି ସର୍ବସାଧାରଣଙ୍କର ସ୍ଵାର୍ଥର ଅଗ୍ରାଧିକାରକୁ ପ୍ରାଧାନ୍ୟ ଦେଇଛନ୍ତି।
ଓଡ଼ିଶା ଇତିହାସର ଅର୍ଦ୍ଧଶତାବ୍ଦୀ ସହ ମଧୁବାବୁଙ୍କ ଜୀବନର ଅର୍ଦ୍ଧଶତାବ୍ଦୀ ତୁଳନା କଲେ ଦେଖାଯାଏ ଯେପରି ମଧୁବାବୁ ଓଡ଼ିଶା ଇତିହାସରେ ନିଜର ଜୀବନୀ ବର୍ଣ୍ଣନା ଦ୍ଵାରା ଓଡ଼ିଶାର ସାମାଜିକ, ରାଜନୈତିକ ଜାତିଗତ ପାର୍ଥକ୍ୟର ସୂଚନା ସହଜରେ ମିଳିଥାଏ। ଓଡ଼ିଶା ଇତିହାସରେ ଗାଁ ଚାଟଶାଳୀର ବର୍ଣ୍ଣନା ମଧୁବାବୁଙ୍କ ଦ୍ବାରା ପ୍ରାବନ୍ଧିକ ଦେଖାଇଛନ୍ତି । ମାଟିବଂଶ ବା କ୍ଷିତିବଂଶର ଅବଧାନମାନେ ବଂଶ ପରମ୍ପରା ଅନୁଯାୟୀ ଶିକ୍ଷା ପ୍ରଦାନ କରୁଥିଲେ। ଛାତ୍ରମାନଙ୍କୁ ଆମ୍ବଗଛ ବା ବରଗଛ ମୂଳେ ବସାଇ ସକାଳ, ଉପରବେଳା ଓ ସନ୍ଧ୍ୟା ସମୟରେ ଶିକ୍ଷାଦାନ କରୁଥିଲେ ।
ମଧୁବାବୁଙ୍କ ଜୀବନୀ ଭିତରେ ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ଶିଳ୍ପ, ବାଣିଜ୍ୟ, ଶିକ୍ଷା ସମସ୍ତ ବିଷୟ ନିହିତ ରହିଅଛି । ତେଣୁ ଓଡ଼ିଶାର ଇତିହାସରେ ଏହି ସମୟରେ ଘଟିଥିବା ଘଟଣାଗୁଡ଼ିକ ସହଜରେ ଅନୁମାନ କରାଯାଇଥାଏ। ପିତାମହୀଙ୍କର ଘୋର ଆପରି ସତ୍ତ୍ଵେ ମଧୁବାବୁ ଚାଟଶାଳୀ ଶିକ୍ଷାର ସମାପ୍ତ ପରେ କଟକ ଆସିଛନ୍ତି । ପରେ ବାଲେଶ୍ଵରରେ ଏକ ସାମାନ୍ୟ କିରାନି ଭାବରେ ନିଯୁକ୍ତ ହୋଇ ନିଜର ଉଚ୍ଚାଭିଳାଷର ସ୍ଵପ୍ନକୁ ବାସ୍ତବତାର ରୂପ ଦେବା ପାଇଁ କଲିକତା ଯାଇଥିଲେ।
ରେଳଗାଡ଼ିର ସୁବିଧା ନ ଥିବାରୁ ଷ୍ଟିମର ଯୋଗେ କଲିକତା ଗଲେ ଏବଂ ପାଦ୍ରିଙ୍କ ପାଖରେ ପରିଚିତ ହୋଇ (ଅମ୍ବିକା ପ୍ରସାଦ) ତାଙ୍କରି ଆଶ୍ରୟରେ ରହିଲେ। କଲିକତାରେ ଇଂରାଜୀ ସାହିତ୍ୟରେ ଏମ୍. ଏ. ପାର୍ଶ୍ଵକରି ଗଣିତ, ଭୂଗୋଳ ପ୍ରଭୃତିରେ ପାଣ୍ଡିତ୍ୟ ଲାଭ କରିଥିଲେ । କଲିକତାରେ ପ୍ରଥମେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଶେଷରେ ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ଛାତ୍ରମାନଙ୍କୁ ପ୍ରାଞ୍ଜଳଭାବରେ ପଢ଼ାଇଥିଲେ । ଓକିଲାତି ପଢ଼ି କଲିକତା ବିଶ୍ଵବିଦ୍ୟାଳୟରୁ ବି. ଏଲ୍ ପାଶ୍ କଲେ ।
ଓକିଲାତି ପାଶ୍ କରି ମଧୁସୂଦନ କଲିକତା ହାଇକୋର୍ଟରେ ପ୍ରଭକାଉନ୍ସିଲ୍ର ଅନୁବାଦକ ଭାବେ ନିଯୁକ୍ତ ହେଲେ । ସେ ଓଡ଼ିଆ କାଗଜପତ୍ର ଇଂରାଜୀରେ ଅନୁବାଦ କରୁଥିଲେ । କଲିକତାରେ ବାସକରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଶିକ୍ଷାର ବିସ୍ତାର କଳ୍ପନା କରି ମଧୁବାବୁ ନୈଶ ବିଦ୍ୟାଳୟମାନ ସ୍ଥାପନ କଲେ। କଲିକତାରୁ କଟକ ଆସି ମଧୁବାବୁ ବଙ୍ଗାଳୀମାନଙ୍କ ବ୍ୟଙ୍ଗ, ବିଦ୍ରୂପ ଓ ନିର୍ଯାତନା ସହି ନିଜ ଲକ୍ଷ୍ୟ ପଥରେ ପହଞ୍ଚିପାରିଥିଲେ। ପୁରୀ ଜଗନ୍ନାଥ ମନ୍ଦିରର ପୂଜାଭାର ପୁରୀର ଗଜପତି ମହାରାଜାଙ୍କ ବ୍ୟତୀତ ଅନ୍ୟ କେହି ନେଇପାରିବେ ନାହିଁ । ତାହା ବିରୁଦ୍ଧରେ ମୋକଦ୍ଦମା ଲଢ଼ି ଶେଷରେ ଖ୍ରୀଷ୍ଟିୟାନ୍ ସରକାର ପଛଘୁଞ୍ଚା ଦେଇଥିଲେ।
ବିଛିନ୍ନ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଉତ୍କଳ ସମ୍ମିନଳୀ ପ୍ରତିଷ୍ଠା ହେଲା । ଓଡ଼ିଆଭାଷାର ଉନ୍ନତି ପାଇଁ ବିଭିନ୍ନ ପ୍ରଦେଶବାସୀ ଓଡ଼ିଆ ଭାଇଭଉଣୀଙ୍କୁ ଏହି ସମ୍ମିଳନୀରେ ଆହ୍ବାନ କରି ଉନ୍ନତି ପଥରେ ଓଡ଼ିଆ ଭାଷାକୁ ଆଗେଇ ନେବା ପାଇଁ ଚିନ୍ତା ପ୍ରକଟ କରିଥିଲେ । କଟକର ସୁନା ରୁପାର ତାରକସି କାମ, ଉତ୍କଳ ଟାନେରୀ ସ୍ଥାପନ ଉତ୍କଳର ଶିଝୋନ୍ନତି ଚେଷ୍ଟାର ଫଳ । ସହସ୍ର ଓଡ଼ିଆ ବେକାରଙ୍କ ଅନ୍ନସଂସ୍ଥାନ ଓ ଚମଡ଼ାଶିଳ୍ପର ଉନ୍ନତି ଲାଗି ଏହି କାରଖାନାମାନ ସ୍ଥାପନ କରାଯାଇଥିଲା।
ବ୍ୟବସ୍ଥାପକ ସଭାର ସଦସ୍ୟ ରୂପେ ମଧୁବାବୁ ନିର୍ବାଚିତ ହୋଇ ବହୁ ଆଇନ ପ୍ରଣୟନ କଲେ– ତନ୍ମଧ୍ୟରୁ ଓଡ଼ିଶା ପ୍ରଜାସ୍ୱତ୍ଵ ଆଇନ, ବିହାର ଓଡ଼ିଆ ମ୍ୟୁନିସିପାଲଟି ଆଇନ୍ ଉଲ୍ଲେଖଯୋଗ୍ୟ । ସ୍ଵଦେଶୀବସ୍ତ୍ର ନିର୍ମାଣ ଓ ପରିଧାନ ଲାଗି ଦେଶବାସୀଙ୍କୁ ମତାଇଥିଲେ । ଜାତି-ସଂଗଠନ ତାଙ୍କ ଜୀବନର ମୂଳମନ୍ତ୍ର ହୋଇଥିଲା। ଉତ୍କଳ ସମ୍ମିଳନୀର ପ୍ରତିନିଧୁମାନଙ୍କୁ ଜାତୀୟ ପଗଡ଼ି ପିନ୍ଧିବାକୁ ପ୍ରରୋଚନା କରିଥିଲେ।
ମଧୁବାବୁଙ୍କ ମୃତ୍ୟୁର ଅଳ୍ପକାଳ ପୂର୍ବେ ଓଡ଼ିଶା ପ୍ରଦେଶ ଗଠିତ ହେବାର ଘୋଷଣା ଭାରତ ସମ୍ରାଟ କରିଥିଲେ । ଶାସନଗତ ପରିବର୍ତ୍ତନ ଏବଂ ତହିଁରେ ଯେଉଁ କମିଟି ଗଠିତ ହୋଇଥିଲା ସେଥିରେ ମଧୁସୂଦନ ସଦସ୍ୟ ଥିଲେ; ହେଲେ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ମଧୁବାବୁ ଇହଧାମ ତ୍ୟାଗ କରିଥିଲେ ।
ଓଡ଼ିଶାର ଇତିହାସ ମଧୁସୂଦନଙ୍କ ଜୀବନୀକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ। ପ୍ରାବନ୍ଧିକଙ୍କ ରଚନାର ସତ୍ୟତା ପ୍ରମାଣିତ ହୋଇଛି ।
(ଗ) ‘ମଧୁବାବୁଙ୍କ ପ୍ରଦର୍ଶିତ ପନ୍ଥା ଅନୁସରଣ କଲେ ଓଡ଼ିଆ ଜାତି ଭାରତବର୍ଷର ଅଗ୍ରଗଣ୍ୟ ଜାତି ହୋଇପାରିବ’ – ଏ ଉକ୍ତିର ସତ୍ୟତା ବିଚାର କର।
ଉ. ଉତ୍କଳ ଗୌରବ ମଧୁସୂଦନଙ୍କ ଆଦର୍ଶ ଓ ଦର୍ଶନରେ ପ୍ରାବନ୍ଧିକ ଚିନ୍ତାମଣି ଆଚାର୍ଯ୍ୟ ବିଶେଷ ପ୍ରଭାବିତ ଥିଲେ । କୁଳବୃଦ୍ଧଙ୍କ ପ୍ରତି ତାଙ୍କର ଥବା ଶ୍ରଦ୍ଧା ଓ ସମ୍ମାନ– ଏହି ଜୀବନୀମୂଳକ ପ୍ରବନ୍ଧଟିରେ ପ୍ରଦର୍ଶିତ ହୋଇଛି।
ପ୍ରାବନ୍ଧିକ ମଧୁବାବୁଙ୍କ ଓଡ଼ିଶା ପ୍ରତି ଥିବା ସ୍ନେହ, ମମତା ଓ ଉନ୍ନତିର କାମନାଗୁଡ଼ିକ ଦର୍ଶାଇଛନ୍ତି । ମଧୁବାବୁ ଉତ୍କଳ ମାତାର ଜଣେ ଯୋଗ୍ୟତମ ସନ୍ତାନ ଥିଲେ । କେଉଁ ପରିସ୍ଥିତି ଏବଂ କାର୍ଯ୍ୟଦ୍ବାରା ଓଡ଼ିଶାବାସୀଙ୍କ ଉନ୍ନତି ହେବ ଏବଂ ସହସ୍ର ସହସ୍ର ବେକାର ଯୁବକ କିପରି ରୋଜଗାରକ୍ଷମ ହୋଇପାରିବେ ଏ ଚିନ୍ତା ସର୍ବଦା ମଧୁବାବୁଙ୍କୁ ରହୁଥିଲା । ଓଡ଼ିଶା କିପରି ଦେଶ ଓ ଦେଶ ବାହାରେ ଏକ ସୁନାମଧନ୍ୟ ରାଜ୍ୟ ଭାବରେ ପରିଗଣିତ ହେବ ତାହା ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସ୍ୱପ୍ନ ଦେଖୁଥିଲେ । ତାଙ୍କର ସ୍ଵପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଉତ୍କଳର ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ଶିଳ୍ପ, ବାଣିଜ୍ୟ, ଶିକ୍ଷା – ସମସ୍ତ ବିଷୟରେ ଅବଗତ ଥାଇ ଏହାର ଉନ୍ନତି ପଥର ପରିକଳ୍ପନା କରି ଅନେକଗୁଡ଼ିଏ କାର୍ଯ୍ୟ ନିଜ ହାତରେ କରିଥିଲେ । ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ପ୍ରସିଦ୍ଧି ଲାଭ କରିବା। ଓଡ଼ିଶାର ଖ୍ୟାତି ବିଶ୍ଵଦରବାରରେ ହେବାପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ।
ଓଡ଼ିଆମାନଙ୍କ ଶିକ୍ଷା ବିସ୍ତାରର କଳ୍ପନ କରି ମଧୁସୂଦନ ଅନେକଗୁଡ଼ିଏ ସାରଣୀ ପ୍ରସ୍ତୁତ କରିଥିଲେ। କଲିକତାରେ ନିଜର ଉଚ୍ଚଶିକ୍ଷାର ସମାପ୍ତ କରି, କଲିକତା ନଗରୀରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ, ଶିକ୍ଷାର ବିସ୍ତାର ଲାଗି ଅନେକଗୁଡ଼ିଏ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ । ମଧୁବାବୁଙ୍କ ଉଦ୍ଦେଶ୍ୟ ଥିଲା ସେମାନେ ଶିକ୍ଷିତ ହୋଇ ସେହିପରି ବିଦ୍ୟାଳୟମାନ ସ୍ଥାପନ କରି ଦେଶରୁ ନିରକ୍ଷରତା ଦୂର କରିବେ । ଆଧୁନିକ ଯୁଗରେ ପ୍ରତିଟି କାର୍ଯ୍ୟ ବୈଜ୍ଞାନିକ ଚିନ୍ତାଧାରାରେ କରୁଥିବାବେଳେ ମଧୁସୂଦନଙ୍କ ଚିନ୍ତାଧାରାଟି ବୈଜ୍ଞାନିକ ଚିନ୍ତାଧାରାଠୁ ମଧ୍ଯ ପ୍ରଖର ଥିଲା । କାରଣ ନିରକ୍ଷରତା ଦୂରୀକରଣ ହେଉଛି ମୁଖ୍ୟ କାର୍ଯ୍ୟ । ସମାଜ ଉନ୍ନତି ପଥରେ ଯିବାକୁ ହେଲେ, ପ୍ରଥମେ ସ୍ଵାକ୍ଷରତା ହେବାକୁ ପଡ଼େ ପ୍ରତ୍ୟେକ ବ୍ୟକ୍ତିକୁ । ସେହି ନିରକ୍ଷରତା ଦୂର କରିବା ପାଇଁ ପ୍ରଥମେ ଶିକ୍ଷାର ବିସ୍ତାର ମଧୁବାବୁଙ୍କ ହୃଦୟରେ ଜାଗ୍ରତ ହୋଇଥିଲା ଏବଂ ସେ ତାହା କାର୍ଯ୍ୟରେ ପରିଣତ କରିବା ପାଇଁ ଅପ୍ରାଣ ଉଦ୍ୟମ କରିଥିଲେ ।
ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ଵ ଖ୍ରୀଷ୍ଟିୟାନ ସରକାରଙ୍କ ହାତରେ ନ ଦେବାପାଇଁ ମଧୁବାବୁ ଓକିଲ ଭାବରେ ମୋକଦ୍ଦମା କରି ପୁରୀ ଗଜପତି ଠାକୁର ରାଜାଙ୍କ ହାତରେ ମନ୍ଦିର ଦାୟିତ୍ଵ ନ୍ୟସ୍ତ କରାଇଥିଲେ । ସେ ବଞ୍ଚୁ ଥାଉ ଥାଉ ପୁରୀ ରାଜାଙ୍କ ହାତରୁ ଜଗନ୍ନାଥଙ୍କ ପୂଜାଭାର କାଢ଼ି ନେଇ ଖ୍ରୀଷ୍ଟୀୟାନ୍ ସରକାରଙ୍କ ହାତକୁ ନବ ତାହା କଦାପି କରେଇ ଦେବେ ନାହିଁ ବୋଲି ସଂକଳ୍ପ କରି ଶେଷରେ ମୋକଦ୍ଦମାରେ ଜୟଯୁକ୍ତ ହୋଇଥିଲେ ।
ଓଡ଼ିଶାର ମାଟି ମା'କୁ ସେ ଅନ୍ତରର ସହ ଭଲ ପାଉଥିଲେ । ତାଙ୍କ ଜୀବନର ସର୍ବଶ୍ରେଷ୍ଠ ସାଧନା ଥିଲା ବିଚ୍ଛିନ୍ନ ଓଡ଼ିଆଭାଷା ଅଞ୍ଚଳର ଏକତ୍ରୀକରଣ । ଉତ୍କଳର କେତେକ ଅଂଶ ବିହାର, ବଙ୍ଗ, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜରେ ରହିଥିବା ହେତୁ ଓଡ଼ିଆମାନେ ମଧ୍ୟ ସେ ରାଜ୍ୟର ଭାଷା ହିନ୍ଦି, ବଙ୍ଗଳା ଓ ତେଲଙ୍ଗା ଭାଷାର ପ୍ରୟୋଗ ଓ ସେହି ଭାଷା ଶିକ୍ଷା କରୁଥିଲେ। ତେଣୁ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣର ପ୍ରଥମ ଉଦ୍ୟମ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା । ବିଭିନ୍ନ ପ୍ରଦେଶବାସୀ ଓଡ଼ିଆ ଭାଇଭଉଣୀଙ୍କୁ ଏହି ସମ୍ମିଳନୀକୁ ଆହ୍ବାନ କରି ଓଡ଼ିଶାର ଏକତ୍ରୀକରଣ କରିବାର ଚିନ୍ତା ସେମାନଙ୍କ ମନରେ ଜାଗ୍ରତ କରାଇଥିଲେ। ତାଙ୍କର ପ୍ରଥମ ଉଦ୍ୟମ ଫଳରେ ସମ୍ବଲପୁର ଅଞ୍ଚଳ ମଧ୍ୟପ୍ରଦେଶରୁ ଅଣାଯାଇ ଓଡ଼ିଶା ସହିତ ଯୋଗ କରାଯାଇଥିଲା ।
ଓଡ଼ିଶାର ଶିଝୋନ୍ନତି ପାଇଁ ମଧୁସୂଦନ ଅନେକ ଚେଷ୍ଟାକରି ସଫଳତା ଅର୍ଜନ କରିପାରିଥିଲେ । ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ସହି ସହସ୍ର ବେକାର ଓଡ଼ିଆଙ୍କୁ ରୋଜଗାରକ୍ଷମ କରିବା । କଟକରେ ସୁନା ରୁପାର ତାରକସି କାମ ଏବଂ ଉତ୍କଳ ଟାନେରୀ ବା ଜୋତା କାରଖାନାର ସ୍ଥାପନା କରିଥିଲେ । ଉତ୍କଳୀୟବାସୀଙ୍କ ଉନ୍ନତି କାମନା ପାଇଁ ମଧୁବାବୁଙ୍କ ମସ୍ତିଷ୍କରୁ ଅନେକ ନୂତନ କୌଶଳମାନ ବାହାରୁଥିଲା । ତାଙ୍କର ଲକ୍ଷ୍ୟ ଥିଲା ଓଡ଼ିଶାର ଖ୍ୟାତି ବଢ଼ୁ, ଓଡ଼ିଆ ଜାତି ଖରାପ ଜିନିଷ ତିଆରି କରି ଠକି ପଇସା ରୋଜଗାର କରୁଛି, ଏ ଅପକୀର୍ତ୍ତି ଯେପରି ନ ଘଟୁ। ଜାତି ସଂଗଠନ ତାଙ୍କ ଜୀବନର ମୂଳମନ୍ତ୍ର ଥିଲା । ମଧୁବାବୁ ମଫସଲରେ ପ୍ରଜାପ୍ରତିନିଧ୍ଵ ସଭା ସଂଗଠନ, ସ୍ଵଦେଶୀ ବସ୍ତ୍ର ନିର୍ମାଣ ଓ ପରିଧାନ ଲାଗି ଦେଶବାସୀଙ୍କୁ ମତାଇଥିଲେ। ଜାତୀୟଭାବ ଜାଗରଣ ନିମନ୍ତେ ସେ ଉତ୍କଳ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ପ୍ରତିନିଧୁମାନଙ୍କୁ ଜାତୀୟ ପଗଡ଼ି ପିନ୍ଧିବାକୁ ପ୍ରରୋଚନା ଦେଇଥିଲେ ।
ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାର ଘୋଷଣା ଭାରତ ସମ୍ରାଟ ପ୍ରକାଶ କରିଥିଲେ । ଶାସନଗତ ପରିବର୍ତ୍ତନ ଓ ତହିଁର ବ୍ୟବସ୍ଥା ନିମନ୍ତେ ଯେଉଁ କମିଟି ଗଠିତ ହୋଇଥିଲା, ମଧୁସୂଦନ ସେଥିରେ ସଦସ୍ୟ ଥିଲେ ମାତ୍ର ଓଡ଼ିଶା ପ୍ରଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ମଧୁସୂଦନ ଇହଧାମ ତ୍ୟାଗ କଲେ ।
ଉତ୍କଳମାଟି ମା’ର ଯୋଗ୍ୟତମ ସନ୍ତାନ ରୂପେ ମଧୁସୂଦନ ସର୍ବଦା ପ୍ରତ୍ୟେକ ଓଡ଼ିଆବାସୀଙ୍କର ନମସ୍ୟ ହୋଇ ରହିବେ କାରଣ ଶୟନେ, ସପନେ, ଜାଗରଣେ ଓଡ଼ିଆ ଜାତିର ଉନ୍ନତି କାମନା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ପ୍ରଦର୍ଶିତ ପନ୍ଥା ଅନୁସରଣ କଲେ ଓଡ଼ିଆ ଜାତି ଭାରତବର୍ଷରେ ଅଗ୍ରଗଣ୍ୟ ଜାତି ରୂପେ ପରିଗଣିତ ହୋଇପାରିବ । ବାସ୍ତବରେ ଏକଥାର ସତ୍ୟତା ଅଛି।
(ଘ) ଉତ୍କଳ ପ୍ରତି ମଧୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର ।
ଊ, ଜାତିର ଉନ୍ନତି, ଜାତୀୟ ସାହିତ୍ୟର ବିକାଶ ଥିଲା ପ୍ରଗତିଯୁଗର ଗଦ୍ୟ ଲେଖକଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ପ୍ରଦେଶ ଗଠନ (୧୯୩୬) ଓ ଉତ୍କଳ ବିଶ୍ଵବିଦ୍ୟାଳୟ (୧୯୪୩) ପ୍ରତିଷ୍ଠା ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ସମୁନ୍ନତ ବିଧାନ ଲାଗି ଏକ ବିଶାଳ ସୁଚିନ୍ତିତ ଆୟୋଜନ ଏମାନଙ୍କ ଗଦ୍ୟ ଓ ପ୍ରବନ୍ଧ ରଚନା ମାଧ୍ୟମରେ ପରିସ୍ଫୁଟ ହୋଇଥିବାର ଦେଖାଯାଏ । ପ୍ରାବନ୍ଧିକ ଚିନ୍ତାମଣି ଆଚାର୍ଯ୍ୟ ମଧୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ମଧୁବାବୁ ଯେ, ଉତ୍କଳମାତାର ଯୋଗ୍ୟତମ ସନ୍ତାନ-ଏହା ଉକ୍ତ ପ୍ରବନ୍ଧ ମାଧ୍ୟମରେ ସୂଚିତ କରିଛନ୍ତି |
ମଧୁସୂଦନ ନିଜ ଜୀବନକୁ ଉତ୍କଳମାତାର ସେବାରେ ଉତ୍ସର୍ଗୀକୃତ କରିଥିଲେ । ତାଙ୍କ ମନ ଓ ମସ୍ତିଷ୍କ ସର୍ବଦା କିଛି ନୂତନ ଉପାୟ ପାଇଁ ବ୍ୟଗ୍ର ରହୁଥିଲା । ଓଡ଼ିଶାବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ମଧୁବାବୁ ସର୍ବଦା ଚଳଚଞ୍ଚଳ ରହୁଥିଲେ । ଓଡ଼ିଶାକୁ ଏକ ଉନ୍ନତଧରଣ ଏବଂ ବିକାଶଶୀଳ ରାଷ୍ଟ୍ରରେ ପରିଗଣିତ କରିବାପାଇଁ ମଧୁବାବୁ ଉତ୍କଳର ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ଶିଳ୍ପ, ବାଣିଜ୍ୟ, ଶିକ୍ଷା ସମଗ୍ର ବିଷୟ ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ଓଡ଼ିଆ କିପରି ଓଡ଼ିଶା ବାହାରେ ଦେଶ ବିଦେଶରେ ସମ୍ମାନିତ ହେବ, ଏହା ତାଙ୍କର ଚିରଲକ୍ଷ୍ୟ ଥିଲା । ଜୀବନର ଶେଷ ସମୟରେ ମଧ୍ୟ ସେ ଓଡ଼ିଶାର ଉନତି ପାଇଁ ଚିନ୍ତା କରିଥିଲେ ।
ବିଦ୍ୟାରେ ନିପୁଣ ଥିବାରୁ ମଧୁବାବୁ ଗାଁ ଚାଟଶାଳୀ ଛାଡି ବାଲେଶ୍ଵରରେ କିରାନି ଚାକିରି କରି କଲିକତା ଆସିଥିଲେ । ପାଠପଢ଼ିବା ପାଇଁ କଲିକତାରେ ରହଣୀ ସମୟରେ ଇଂରେଜ ସାହିତ୍ୟରେ ଏମ୍. ଏ ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ୍ କରିଥିଲେ । ଓଡ଼ିଆବାସୀଙ୍କ ଉନ୍ନତି ପାଇଁ ସେ ସର୍ବଦା ଚିନ୍ତା କରୁଥିଲେ । ଓଡ଼ିଆମାନେ ଏକତ୍ରୀତ ହୋଇ ରହିବା ପାଇଁ ଆହ୍ବାନ ଦେଉଥିଲେ । କଲିକତାରେ ରହିଥିବାବେଳେ ମଧୁବାବୁ ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କେତେକ ବିଷୟରେ ଗୁରୁତ୍ଵ ଦେଇଥିଲେ । ଭାଷା ହିଁ, ଏକମାତ୍ର ମାଧ୍ୟମ ନିଜର ଭାବ ପ୍ରକାଶ କରିବା ପାଇଁ । ପ୍ରବାସୀ ଓଡ଼ିଆଙ୍କ ପାଇଁ ଶିକ୍ଷାବିସ୍ତାର ହେତୁ ନୈଶ ବିଦ୍ୟାଳୟମାନ ସ୍ଥାପନା କରିଥିଲେ ମଧୁବାବୁ । ସେମାନଙ୍କ ମନରେ ନିଜ ମାତୃଭାଷା ପ୍ରତି ଆନ୍ତରିକତା ସୃଷ୍ଟି କରିବା ଏବଂ ସେମାନଙ୍କ ମନରେ ଏକତାର ମନଭାବ ସୃଷ୍ଟି କରିବା ପାଇଁ ମଧୁବାବୁ ଏହିପରି ନୂତନ ନୂତନ ଉପାୟମାନ ସୃଷ୍ଟି କରିଥିଲେ ।
.ବଙ୍ଗାଳୀ ଭାଷାର ପ୍ରାଦୁର୍ଭାବ ସେତେବେଳେ ପ୍ରଶସ୍ତ ଥିଲା ଓଡ଼ିଶାରେ । ମଧୁବାବୁ ଓକିଲାତି ପାଶ୍ କରି କଲିକତାକୁ କଟକରୁ ଆସିଲେ । ହେଲେ ବଙ୍ଗାଳୀ ଗୋଷ୍ଠୀ ମଧ୍ୟରେ ଜଣେ ସଡ଼ିଆ ଓକିଲକୁ ଦେଖୁ ସମସ୍ତେ ତାଙ୍କୁ ବ୍ୟଙ୍ଗ, ବିଦ୍ରୂପ ନିର୍ଯାତନା ଦେଇଥିଲେ । ହେଲେ ଏସବୁ ପ୍ରତି ଖାତିର ନ କରି ମଧୁବାବୁ ତାଙ୍କ ଜୀବନର ଲକ୍ଷ୍ୟ, ଓଡ଼ିଶାର ଉନ୍ନତି ଏକଥା ପାସୋରି ଯାଇ ନ ଥିଲେ । ନିଜର କର୍ତ୍ତବ୍ୟ ପ୍ରତି ସେ ସର୍ବଦା ଜାଗ୍ରତ ରହୁଥିଲେ । ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଖ୍ରୀଷ୍ଟିୟାନ ସରକାର ନିଜ ହାତକୁ ନେବାକୁ ଚାହୁଁଥିଲା ବେଳେ ମଧୁବାବୁ ଏ ପଦକ୍ଷେପର ଘୋର ବିରୋଧ କରି “ ସେ ଜୀବିତ ଥାଉଁ ଥାଉଁ ଏହା କରାଇ ଦେବେ ନାହିଁ "– କହି ସରକାରଙ୍କ ବିରୁଦ୍ଧରେ ମୋକଦ୍ଦମା ଲଢ଼ି ଶେଷରେ, ସରକାର ପୁରୀ ଗଜପତି ଠାକୁର ରାଜାଙ୍କ ହାତକୁ ଶ୍ରୀମନ୍ଦିର ଦାୟିତ୍ଵ ନ୍ୟସ୍ତ କରାଇଥିଲେ । ଏ ସଫଳତାରୁ କେବଳ ମଧୁବାବୁଙ୍କର ଆଇନ ଜ୍ଞାନ ଓ ଅସାଧାରଣ ଶକ୍ତିର ପରିଚୟ ମିଳେ ।
ଓଡ଼ିଶାର ପରିସୀମାକୁ ନିଜ ନିଜ ରାଜ୍ୟରେ ଅକ୍ତିଆର କରିଥିବା ବିହାର, ବଙ୍ଗ, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ଠାରୁ ଓଡ଼ିଶାର ସୀମା ଫେରାଇ ଆଣିବା ପାଇଁ ମଧୁବାବୁ ସଚେଷ୍ଟା କରିଥିଲେ । ସେ ଅଞ୍ଚଳରେ ଓଡ଼ିଆମାନେ ରହି ସେମାନଙ୍କ ଭାଷା ହିନ୍ଦୀ, ବଙ୍ଗଳା ଓ ତେଲେଙ୍ଗା ଭାଷା ପ୍ରୟୋଗ କରୁଛନ୍ତି । ତେଣୁ ଓଡ଼ିଆଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରିବାପାଇଁ ମଧୁବାବୁ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା କରିଥିଲେ । ଉତ୍କଳ ସମ୍ମିଳନୀରେ ଓଡ଼ିଆ ଭାଇଭଉଣୀକୁ ଆହ୍ଵାନ ଦେଇ ଲେଖୁଥିଲେ –
“ ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
ଭଲ କୋଟି ପ୍ରାଣବିନ୍ଦୁ ଧରେ,
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
କହିଲା ଡେଇଁପଡ଼ି ସିନ୍ଧୁ ନୀରେ ।”
ମଧୁସୂଦନଙ୍କ ନେତୃତ୍ଵଯୋଗୁଁ ସମ୍ବଲପୁର ଅଞ୍ଚଳକୁ ମଧ୍ୟପ୍ରଦେଶରୁ ଅଣାଯାଇ ଓଡ଼ିଶା ସହିତ ଯୋଗ କରାଗଲା । ଓଡ଼ିଆଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବା ପାଇଁ ବେକାର ସମସ୍ୟା ଦୂର କରିବା ପାଇଁ ମଧୁବାବୁ ସୁନା ରୁପାର ତାରକସି କାମ ଏବଂ ଉତ୍କଳ ଟ୍ୟାନେରୀ ବା ଜୋତା କାରଖାନାର ସ୍ଥାପନା କରିଥିଲେ । ଅନେକ ଓଡ଼ିଆ ରୋଜଗାରକ୍ଷମ ହୋଇଥିଲେ । ମାତ୍ର ଖରାପ ଜିନିଷର ବ୍ୟବହାର ନ କରିବାକୁ ସେ ସର୍ବଦା ଆହ୍ବାନ ଦେଉଥିଲେ । ଓଡ଼ିଆ ଜାତି କେବେ ଠକିକି ପଇସା ରୋଜଗାର କରୁ ତାହାର ବିରୋଧ ମଧୁବାବୁ କରୁଥିଲେ ।
ଜାତି—ସଙ୍ଗଠନ ତାଙ୍କ ଜୀବନର ମୂଳମନ୍ତ୍ର ଥିଲା । ଜାତୀୟତାଭାବ ଜାଗରଣ ନିମନ୍ତେ ସେ ଉତ୍କଳ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ପ୍ରତିନିଧୂମାନଙ୍କୁ ଜାତୀୟ ପଗଡ଼ି ପିନ୍ଧିବାକୁ ପ୍ରରୋଚନା ଦେଇଥିଲେ । ଏହିପରିଭାବେ ମଧୁବାବୁ ଓଡ଼ିଶାର ଉଜ୍ଜ୍ୱଳତମ ଭବିଷ୍ୟତକୁ ଆଖ୍ ଆଗରେ ରଖ୍ ଅନେକଗୁଡ଼ିଏ ନୂତନ ପନ୍ଥାର ଆରମ୍ଭ କରିଥିଲେ |
ବିଗତ ପ୍ରାବନ୍ଧିକଙ୍କ ରଚନାବଳୀ ପ୍ରତ୍ୟେକ ଓଡ଼ିଆବାସୀଙ୍କ ମନରେ ନିଜ ଜାତି ପାଇଁ ଗର୍ବ ଓ ଗୌରବର ରୂପଧାରଣ କରିଛି ।
(ଙ) ମଧୁସୂଦନ ଉତ୍କଳମାତାର ସର୍ବବିଧ ଉନ୍ନତି ପାଇଁ କିପରି ନିରନ୍ତର ବ୍ୟାକୁଳ ଥିଲେ – ପଠିତ ରଚନା ଅନୁସରଣରେ ଆଲୋଚନା କର ।
ଉ. ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଦର୍ଶ ଓ ଦର୍ଶନରେ ଅନୁପ୍ରାଣୀତ ହୋଇ ପ୍ରାବନ୍ଧିକ ଚିନ୍ତାମଣି ଆଚାର୍ଯ୍ୟ ‘ମଧୁବାବୁ’ ବିଷୟକୁ ରଚନା କରିଛନ୍ତି । ମଧୁବାବୁ ଉତ୍କଳମାଟି ମା’ର ସୁଯୋଗ୍ୟ ସନ୍ତାନ ଥିଲେ । ଉପଯୁକ୍ତ ଶିକ୍ଷାର ଅଧ୍ବକାରୀ ହୋଇ ସେ ବାହାରେ ରୋଜଗାରକ୍ଷମ ହେବାର ଆଶା ନ ରଖୁ, ଓଡ଼ିଶା ମା’ ମାଟି କୋଳକୁ ଫେରି ଆସିଥିଲେ, ତା’ର ଯେତିକି ଦୁଃଖ ଦୁର୍ଦ୍ଦଶା ଅଛି ସେ ସବୁକୁ ଲିଭାଇବା ପାଇଁ ।
ବାଲ୍ୟକାଳରେ ଅନେକ ଘାତ ପ୍ରତିଘାତ ମଧ୍ଯ ଦେଇ ମଧୁସୂଦନ ଗାଁ ଚାଟଶାଳୀ ପାଠ ସମାପ୍ତ କରି କଟକ ଆସି ଇଂରଜୀ ବିଦ୍ୟାଳୟରେ ଅଧ୍ୟୟନ କଲେ । କଟକ ହାଇସ୍କୁଲରୁ ଏନ୍ଟ୍ରାନ୍ସ ପରୀକ୍ଷାରେ ପାଶ୍ କରି ବାଲେଶ୍ଵରରେ ଗୋଟିଏ ସାମାନ୍ୟ କିରାନି କାମରେ ନିଯୁକ୍ତ ହୋଇ କିଛି ଅର୍ଥ ସଂଗ୍ରହ କରି ଉଚ୍ଚ ଶିକ୍ଷା ଲାଭ କରିବାକୁ କଲିକତା ଗଲେ । କଲିକତାରେ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାଶ୍ କରିଥିଲେ ମଧ୍ୟ ଗଣିତ, ଭୂଗୋଳରେ ପାଣ୍ଡିତ୍ୟ ଲାଭ କରିଥିଲେ । କଲିକତା ବିଶ୍ଵବଦ୍ୟାଳୟରୁ ବି.ଏଲ୍. ପାଶ୍ କଲେ । କଲିକତାରେ ଓକିଲାତି ପାଶ୍ କରିବାପରେ କଲିକତା ହାଇକୋର୍ଟରେ ମଧୁସୂଦନଙ୍କୁ ପ୍ରିଭିକାଉନ୍ସିଲର ଅନୁବାଦକ ନିଯୁକ୍ତି କରାଯାଇଥିଲା ।” ସେ ଓଡ଼ିଆ କାଗଜପତ୍ର ଇଂରାଜୀ ଭାଷାରେ ଅନୁବାଦ କରୁଥିଲେ ।
କଲିକତାରେ ଅବସ୍ଥାନ କାଳରେ ଓଡ଼ିଆବାସୀଙ୍କ ପ୍ରତି ଏବଂ ତାଙ୍କର ଶିକ୍ଷାବିସ୍ତାର ଲାଗି ନୈଶ ବିଦ୍ୟାଳୟ ସ୍ଥାପନ କରି ପ୍ରବସୀ ଓଡ଼ିଆମାନଙ୍କୁ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ କରିବାର ଅଭିନବ ଉପାୟଟି ମଧୁସୂଦନ ପ୍ରଚଳିତ କରିଥିଲେ । ପ୍ରତ୍ୟେକ ଓଡ଼ିଆବାସୀର ନିରକ୍ଷରତା ଦୂର କରିବାକୁ ସେ ସତତ ଚେଷ୍ଟା କରୁଥିଲେ । ପ୍ରାଥମିକ ଶିକ୍ଷାର ବିସ୍ତାର ଏବଂ ନିରକ୍ଷରତା ଦୂରୀକରଣ ଏକ ବିରାଟ ସମସ୍ୟା ଅନୁମାନ କରି ମଧୁବାବୁ ଏ ଦିଗଟି ପ୍ରତି ଅଧିକ ନଜର ରଖିଥିଲେ । କଲିକତାରୁ ଫେରି କଟକରେ ଓକିଲାତି କଲାବେଳେ ଓଡ଼ିଶାରେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଆଧ୍ଵପତ୍ୟ ବିସ୍ତାର କରିଥିବା ବଙ୍ଗାଳୀମାନେ ମଧୁବାବୁଙ୍କୁ ଅନେକ ବ୍ୟଙ୍ଗ, ତାତ୍ସଲ୍ୟ ଆଦି ଦେଖାଉଥିଲେ । ହେଲେ ମଧୁବାବୁଙ୍କର ପ୍ରଧାନ ଲକ୍ଷ୍ୟ ଆଗରେ ସେମାନଙ୍କୁ ନଇଁବାକୁ ପଡ଼ିଲା । ଓଡ଼ିଆବାସୀର ସର୍ବାଙ୍ଗ ଉନ୍ନତି ଏବଂ ଓଡ଼ିଶାର ନାମ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିବାର ସ୍ଵପ୍ନ ଆଗରେ ବଙ୍ଗାଳୀମାନଙ୍କ କଥା ତାଙ୍କୁ ହେୟଜ୍ଞାନ ପରି ଲାଗୁଥିଲା । ନିଜର ବିଦ୍ୟା, ବୃଦ୍ଧି, ଶକ୍ତି, ସାମର୍ଥ୍ୟ ଯୋଗୁଁ ଓକିଲ ସମାଜରେ ତାଙ୍କ ନାମ ଶୀର୍ଷସ୍ଥାନ ଅଧିକାର କଲା ।
ବହୁତ ଜଟିଳ ମୋକଦ୍ଦମାରେ ସେ ନିଜର ଆଇନ ଜ୍ଞାନ ଓ ଅସାଧାରଣ ଶକ୍ତିର ପରିଚୟ ଦେଇଥିଲେ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଭାର ଇଂରେଜ ସରକାର ନିଜ ହାତକୁ ନେବାକୁ ବସିବାବେଳେ ମଧୁବାବୁ ଏହାର ବିରୋଧ କରି ମୋକଦ୍ଦମା କରିଥିଲେ । ମୋକଦ୍ଦମାରେ ଜୟଯୁକ୍ତ ହେବାରୁ ଶ୍ରୀ ଠାକୁରରାଜା ଗଜପତି ମହାରାଜାଙ୍କ ହାତରେ ମନ୍ଦିରର ଭାର ନ୍ୟସ୍ତ କରାଗଲା । ମଧୁବାବୁ ଓଡ଼ିଆ ମାଟି ମା’ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ପ୍ରତ୍ୟେକ ଓଡ଼ିଆ କିପରି ରୋଜଗାରକ୍ଷମ ହୋଇପାରିବ, ବେକାରୀ ସମସ୍ୟା କିପରି ଦୂର ହେବ, ଏ ଚିନ୍ତାଧାରା ତାଙ୍କୁ ମଧ୍ୟ ଗ୍ରାସ କରିଥିଲା । କଟକର ତାରକସି କାମ ଏବଂ ଉତ୍କଳଟ୍ୟାନେରୀ ବା ଜୋତା କାରଖାନାମାନ ସ୍ଥାପନ କରି ଅନେକଙ୍କୁ ରୋଜଗାରକ୍ଷମ କରାଇପାରିଥିଲେ । ସେହିପରି ଓଡ଼ିଶାର ବିଚ୍ଛିନ୍ନ ଅଞ୍ଚଳକୁ ଏକତ୍ରୀକରଣ କରିବା ପାଇଁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଓଡ଼ିଆ ଭାଇଭଉଣୀକୁ ଏହି ସମ୍ମିଳନୀକୁ ଆହ୍ବାନ ଦେଇଥିଲେ । ସେମାନଙ୍କର ନିଜ ମାତୃଭୂମି ପ୍ରତି ଗଭୀର ଆନ୍ତରିକତା ରହିବା ପାଇଁ ଏଭଳି ପ୍ରୟାସ ତାଙ୍କର ସ୍ଵାଗତଯୋଗ୍ୟ । ତାଙ୍କର ଉଦ୍ୟମ ଯୋଗୁ ସମ୍ବଲପୁର ଅଞ୍ଚଳକୁ ମଧ୍ୟପ୍ରଦେଶରୁ ଅଣାଯାଇ ଓଡ଼ିଆ ସହିତ ଯୋଗ କରାଯାଇଥିଲା | ମଧୁସୂଦନ ୧୯୨୧ ମସିହାରେ ବିହାର –ଓଡ଼ିଶା ପ୍ରଦେଶର ଏକତମ ମନ୍ତ୍ରୀ ରୂପେ ନିଯୁକ୍ତ ହୋଇଥିଲେ । ମନ୍ତ୍ରୀଭାବେ ସର୍ବଦା ନିଜର ସ୍ୱାତନ୍ତ୍ର୍ୟ ଓ ଶକ୍ତିର ବିକାଶ କରିଯାଇଥିଲେ । ମନ୍ତ୍ରୀମାନେ ଅବୈତିନିକ ଭାବରେ କାର୍ଯ୍ୟ କରିବା ଉଚିତ, ଲୋକ ପ୍ରତିନିଧ୍ ହୋଇ ବେତନଭୋଗୀ ହେବା ଉଚିତ୍ ନୁହେଁ, ଏହା ତାଙ୍କର ମତ ଥିଲା । ସରକାର ଏହି ମତ ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ କାର୍ଯ୍ୟରୁ ଇସ୍ତଫା ଦେଇଥିଲେ । ଜାତୀୟଭାବ ଜାଗରଣ ନିମନ୍ତେ ସେ ଉତ୍କଳ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ପ୍ରତିନଧୂମାନଙ୍କୁ ଜାତୀୟ ପଗଡ଼ି ପିନ୍ଧିବାକୁ ପ୍ରରୋଚନା ଦେଇଥିଲେ । ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବାର ଘୋଷଣା ଭାରତ ସମ୍ରାଟ କରିଥିଲେ; ମାତ୍ର ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ମଧୁବାବୁ ଚିରଦିନ ପାଇଁ ବିଶ୍ରାନ୍ତ ନେଇଥିଲେ ।
ମଧୁବାବୁ ଉତ୍କଳ ମାଟି ମା’କୁ ନିଜ ମା’ ବୋଲି ସମ୍ବୋଧନ କରି କୋଟି ଉତ୍କଳ ସନ୍ତାନ ଗୋଟିଏ ସ୍ତରରେ ମା’ ବୋଲି କହି ଉତ୍କଳମାତା ପ୍ରତି ସ୍ଵାର୍ଥମେଧ ଯଜ୍ଞରେ ଛାତିକୁ ଛାତି ମିଳାଇ ସ୍ଵାର୍ଥକୁ ଆହୁତି ଦେବାକୁ ସେ ଓଡ଼ିଆ ଭାଇ ଭଉଣୀଙ୍କୁ ଆହ୍ବାନ ଦେଇଥିଲେ । ଓଡ଼ିଆ ଜାତିର ସର୍ବବିଧ ଉନ୍ନତି ପାଇଁ ସେ ନିରନ୍ତର ବ୍ୟାକୁଳ ଥିଲେ । ପ୍ରାବନ୍ଧିକଙ୍କ ରଚନା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଶିକ୍ଷାପ୍ରଦ ପରି ମନେ ହେଉଛି ।
