Type Here to Get Search Results !

+2 1st Year MIL Odia: Jhelam Nadire Sandhya Question Answer | CHSE Odisha

Get complete chapter notes, long/short questions, and important MCQs for "Jhelam Nadire Sandhya" ( ଝେଲମ ନଦୀରେ ସନ୍ଧ୍ୟା ). Ace your Class 12 CHSE Odisha exams with accurate answers and summaries.

+2 1st Year MIL Odia: Jhelam Nadire Sandhya Question Answer | CHSE Odisha

Jhelam Nadire Sandhya MCQ Question Answer

ପ୍ରଶ୍ନବଳୀ

୧. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

(କ) କେଉଁ ନଦୀ କୂଳରେ ଶ୍ରୀନଗରବାସୀ ଲାଳିତ ?

(ଝେଲମ୍, ଗଙ୍ଗା, ହୋୟାଂହୋ, ବ୍ରହ୍ମପୁତ୍ର)

ଉ. ଝେଲମ୍


(ଖ) ଝେଲମ୍ ନଦୀ କୂଳରେ କେଉଁ ନଗରବାସୀ ଲାଳିତ ?

(ଇଟାଲୀ, ରୋମ୍, ଶ୍ରୀନଗର, କାଶ୍ମୀର)

ଉ. ଶ୍ରୀନଗର


(ଗ) ଝେଲମ୍ ନଦୀର ଆକାର କେଉଁ ନଦୀ ପରି ଅପ୍ରଶସ୍ଥ ?

(ମହାନଦୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁଶଭଦ୍ରା)

ଉ. ବୁଢ଼ାବଳଙ୍ଗ


(ଘ) ଝେଲମ୍ ନଦୀର ଜଳର ରଙ୍ଗ କିପରି ?

(ଲାଲ୍, ଧଳା, ଈଷତ୍‌ନୀଳ, ଗାଢ଼ନୀଳ)

ଢ. ଗାଢ଼ ନୀଳ


(‍) ଶ୍ରୀନଗର କାହାର ହୃଦୟ ?

(ଗଙ୍ଗା, ଜାମ୍ମୁ, କାଶ୍ମୀର, ଝେଲମ୍)

ଉ. କାଶ୍ମୀର


(ଚ) ଲେଖକ କ’ଣ ଭଡ଼ା ନେଲେ ?

(ଚାନ୍ଦୁଆ, ଶିକାରା, ମଖମଲି ଗଦି, ଚୌକି)

ଡ. ଶିକାରା


(ଛ) ହାଁଜି (ନାଉରୀ) କେଉଁ ସଂପ୍ରଦାୟର ଲୋକ ଥୁଲା ?

(ହିନ୍ଦୁ, ମୁସଲମାନ, ପଞ୍ଜାବୀ, ଖ୍ରୀଷ୍ଟିଆନ୍)

ଉ. ମୁସଲମାନ


(ଜ) ନଦୀର ଦୁଇପଟେ ନଗରକୁ ଯୋଗସୂତ୍ର ରଖୁବା ପାଇଁ କେତୋଟି ସେତୁ ଗଢ଼ା, ଯାଇଛି ? 

( ଦୁଇଟି, ଚାରୋଟି, ଛଅଟି, ସାତୋଟି)

ଉ. ସାତୋଟି


(ଝ) କେଉଁ ଖ୍ରୀଷ୍ଟାବ୍ଦରେ ସବୁଠାରୁ ପ୍ରାଚୀନ ସେତୁ ଆଲିକଦଲ ନିର୍ମିତ ହୋଇଥିଲା ?

(୧୫୦୫, ୧୧୬୫, ୧୪୦୭, ୧୪୧୭)

ଉ. ୧୪୧୭


(ଞ୍ଜ) ସେତୁଗୁଡ଼ିକ କେଉଁଥରେ ତିଆରି ?

(ପଥର, କାଠ, ଲୁହା, କଂକ୍ରିଟ)

ଉ. କାଠ


(ଟ) ଝେଲମ୍ ନଦୀରେ ଧାତ୍ରୀ ତରୀ ଏବଂ ଆଉ କେଉଁ ତରୀମାନେ ଯାତାୟତ କରୁଅଛନ୍ତି ?

 (ବେପାରୀ, ମୋଟରବୋଟ, ବାଣିଜ୍ୟ ତରୀ, ନୌବାଳକ)

ଉ. ବାଣିଜ୍ୟ ତରୀ


(0) ଲୋକେ କେଉଁଥରେ ଆସି ଜିନିଷପତ୍ର ଖର୍ଦ୍ଦି କରି ନିଅନ୍ତି ? 

(ବୋଟ୍, ନୌକା, ପୋଲ, ଶିକାରା)

ଉ. ଶିକାରା


(ଡି) ଝେଲମ୍ ନଦୀରେ ସନ୍ଧ୍ୟା କାହାପରି ସୁନ୍ଦରୀ ?

(ରାଜକନ୍ୟା, ପରୀ, ଦେବୀ, କାଶ୍ମୀରୀ କିଶୋରୀ)

ଉ. କାଶ୍ମୀରୀ କିଶୋରୀ


(ଢ଼) ଲେଖକ କାହାକୁ ତାଙ୍କ ଦେଶର ଗୋଟିଏ ଗଳ୍ପ କହିବାକୁ କହିଲେ ?

 (ରାଜାପୁଅ, ମନ୍ତ୍ରୀପୁଅ, ହାଁଜି, ରାଣୀ)

ଡ. ହାଁଜି


(ଣ) ରାଜାପୁଅ ଓ ମନ୍ତ୍ରୀପୁଅ ଦୁହେଁ କ’ଣ ଥିଲେ ?

(ଭାଇ, ଶତ୍ରୁ, ମିତ୍ର, ସଙ୍ଗୀତ)

ଉ. ସଙ୍ଗାତ


(ତ) · କିଏ ପିଠା ବିକାଳୀ ଘରେ ରହିଲା ?

(ମନ୍ତ୍ରୀପୁଅ, ରାଜାପୁଅ, କଟୁଆଳପୁଅ, ସେନାପତିପୁଅ)

ଊ. ମନ୍ତ୍ରୀପୁଅ


(ଥ) ମନ୍ତ୍ରୀପୁଅ କେଉଁ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ? 

(ରାଜାବେଶ, ମନ୍ତ୍ରୀବେଶ, ପୁରୁଷବେଶ, ସ୍ତ୍ରୀବେଶ)

ଉ. ସ୍ତ୍ରୀବେଶ


(ଦ) କିଏ ନିଜକୁ ହୀନକପାଳିଆ କହି ସ୍ଵୀକ୍‌କାର କଲା ? 

(ରାଜାପୁଅ, ମନ୍ତ୍ରୀପୁଅ, କଟୁଆଳ ପୁଅ, ସେନାପତି ପୁଅ)

ଉ. ରାଜାପୁଅ


(ଧ) କଟୁଆଳ କ’ଣ ପରିକ୍ରମା କରୁଥିଲା ?

( ଉଆସ, ନଗର, ବଗିଚା, ସହର)

ଉ. ନଗର


(ନ) କିଏ ଜେମାଙ୍କ କଣ୍ଠସ୍ବର ଶୁଣିଲା ?

(ରାଜାପୁଅ, ମନ୍ତ୍ରୀପୁଅ, କଟୁଆଳ, ଜଗୁଆଳୀ)

ଊ. କଟୁଆଳ


(ପ) ମନ୍ତ୍ରୀପୁଅ କାହାକୁ ବିଭା ହେଲା ?

(ରାଜାଝିଅ, ରାଜାଙ୍କ ଭଉଣୀ, ସେନାପତିଙ୍କ କନ୍ୟା, କଟୁଆଳ ଝିଅ)

ଢ. ରାଜାଙ୍କ ଭଉଣୀ


(ଫ) ଶିକାରା କେଉଁ ଘାଟରେ ଲାଗିଲା ?

(ଗଙ୍ଗା, ଗଣପତି, ଝେଲମ୍, ଶ୍ରୀନଗର)

ଉ. ଗଣପତି


(ବ) କିଏ ଏଡ଼େ ମୁହଁକରି ବସିଛି ?

(ମନ୍ତ୍ରୀପୁଅ, ରାଜାପୁଅ, କଟୁଆଳ, ଜଗୁଆଳୀ) 

ଊ. ରାଜାପୁଅ


(ଭ) ରାଜାପୁଅ ମନ୍ତ୍ରୀପୁଅ କେଉଁଠୁ ଭଲ ଘୋଡ଼ା ବାଜିଲେ ?

 (ରାଜବାଟୀରୁ, ସମରସେନାରୁ, ତୋଡ଼ାଶାଳରୁ, ପଡ଼ିଶାଘର)

ଊ. ଘୋଡ଼ାଶାଳରୁ


(ମ) କାହା ଆଖ‌ିରେ ଧୂଳିଦେଇ ସେମାନେ ବରିଚାରେ ପଣିଲେ ? 

(ଦୂତ, ପେଶାଓ୍ବାର, ସେନାପଟି, ଜଗୁଆଳୀ)

ଉ. ଜଗୁଆଳୀ


(ଯ) ଜେମା କେଉଁଠିକି ଚାହିଁଥିଲେ ?

(ଆମ୍ବଗଛକୁ, ଆକାଶକୁ, ଶାଗୁଆ ଢେଉକୁ, ପାହାଡ଼କୁ) 

ଊ. ଶାଗୁଆ ଢେଉକୁ


(ର) ରାଜାପୁଅର କ’ଣ ବୁଡ଼ିଗଲା ?

(ନୌକା, ହୋସ, ଚେତା, ସୁନାଙ୍କଙ୍କର)

ଉ. ଚେତା


(ଳ) ଆଳାପ ଆମୋଦ ହସ ଖୁସି, ଭଲା କିଏ କହିପାରିଲା ନାହିଁ ?

 (ରାଜାଙ୍କ ସେନାପତି, ଜଗୁଆଳି, ଭାଗ୍ୟଦେବତା, ହାତ)

ଭ. ଭାଗ୍ୟଦେବତା


(ବି) ରଜାପୁଅ, ରଜାଝିଅ କେଉଁଠି ରହିଲେ ।

(ଉଆସ, ଶ୍ରୀମନ୍ଦିର, କଏଦୀଖାନା, ସୁଜା)

ଉ. କଏଦୀଖାନା


(ଶ) ରାଜାପୁଅ, ମନ୍ତ୍ରୀପୁଅ ଭିତରେ କ'ଣ ଗଳେ ନାହିଁ ?

 (ମିଛ, ସତ, ପାଣି, ଥଟ୍ଟା)

ଢ. ପାଣି


(ଷ) ସୁନା ଛାଉଣୀରେ କେଉଁ ଦାନ୍ତ ପାଇଁଙ୍କ ରହିଲା ।

(ବାଘ, ସିଂହ, ହାତୀ, ହରିଣ)

ଉ. ହାତୀ


(ସ) ଜେମାଙ୍କୁ ଏକୁଟିଆ ଡର ମାଡୁଥିବ ବୋଲି ରାଜାଙ୍କ – ଆଦି ପାଲିଙ୍କିରେ ବସିଲେ ?

(ଦାସୀ, ଧାଈ, ଦୂତ, ଭଉଣୀ)

ଉ. ଭଉଣୀ


(ହ) ମନ୍ତ୍ରୀପୁଅର ଘୋଡ଼ା .. ତେବେଳ ରହିଥିଲା ।

(ଶାଳରେ, ଘାଟରେ, ବାଟରେ, ରାସ୍ତାରେ)

ଉ. ବାଟରେ


(କ୍ଷ) ମନ୍ତ୍ରୀପୁଅ ରାଜାପୁଅ ଦୁହେଁ,......ଘେନି ବିଜୁଳି ଗତିରେ ଛୁଟିଗଲେ 

(ଘୋଡ଼ା, ଅମୂଲ୍ଯଭତ୍ନ, ଦୁଇକନ୍ୟା, ଗଳାର)

ଊ. ଦୁଇକନ୍ୟା


(ୟ) ଗୋଟେ ପଡ଼ୋଶୀ ରାଜ୍ୟର ରାଜାପୁଅ ପରେ ରାଜା ଝିଅର.......ହୋଇଗଲା 

(ବାହାଘର, ମଙ୍ଗଳ, ସଜବାଜ, ଆଟମୂଳି)

ଊ. ପାଟମୁଦି


(ଲ) ଘାଟରେ କ'ଣ ଲାଗିଲା ?

(ନୌକା, ଜେଟ୍, ଶିକାର, ବଙ୍କା)

ଊ. ଶିକାର


Jhelam Nadire Sandhya 1 Mark Question Answer

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର | 

(କ) ଝେଲମ୍ ମାଆର କୋଳରେ କେଉଁମାନେ ଲାଳିତ ?

ଉ. ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ ।


 (ଖ) କେଉଁ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ ?

ଉ. ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ ।


 (ଗ) କାଶ୍ମୀରବାସୀ କାହାର ପ୍ରଶଂସାରେ ମୁଖର ?

ଉ. କାଶ୍ମୀରବାସୀ ଝେଲମ୍ ନଦୀର ପ୍ରଶଂସାରେ ମୁଖର ।


 (ଘ) ଝେଲମ୍ ନଦୀ କେଉଁ ଦେଶରେ ଅବସ୍ଥିତ ?

ଉ. ଝେଲମ୍ ନଦୀ ଶ୍ରୀନଗର ଦେଶରେ ଅବସ୍ଥିତ । 


(ଙ) ଝେଲମ୍ ନଦୀର ଆକାର କିପରି ?

ଉ. ଝେଲମ୍ ନଦୀର ଆକାର ଅପ୍ରଶସ୍ତ ବୁଢ଼ାବଳଙ୍ଗ ପରି ।


(ଚ) କାଶ୍ମୀର ରଙ୍ଗମଞ୍ଚର ପ୍ରଧାନ ନର୍ତ୍ତକୀ ଭୂମିକାରେ କିଏ ଅଭିନୟ କରିଛି ?

 ଉ. କାଶ୍ମୀର ରଙ୍ଗମଞ୍ଚରେ ଝେଲମ୍ବନଦୀ ପ୍ରଧାନ ନର୍ତ୍ତକୀ ଭୂମିକାରେ ଅଭିନୟ କରୁଛି ।


 (ଛ) ଶ୍ରୀନଗରକୁ କାଶ୍ମୀରର କ’ଣ ବୋଲି କୁହାଯାଏ ?

ଉ. ଶ୍ରୀନଗରକୁ କାଶ୍ମୀରର ହୃଦୟ ବୋଲି କୁହାଯାଏ ।


( ଜ) ଝେଲମ୍ କାହାର ପ୍ରଧାନତମ ରକ୍ତବାହୀ ଧମନୀ ?

ଉ. ଝେଲମ୍ କାଶ୍ମୀରର ପ୍ରଧାନତମ ରକ୍ତବାହୀ ଧମନୀ ।


(ଝ) ନଦୀର ଦୁଇପଟେ ନଗରର ଦୁଇ ଅଂଶକୁ ଯୋଗସୂତ୍ର ରଖୁବା ଲାଗି କେତୋଟି ସେତୁ ଗଢ଼ାଯାଇଛି ? 

ଉ. ନଦୀର ଦୁଇପଟେ ନଗରର ଦୁଇଅଂଶକୁ ଯୋଗସୂତ୍ର ରଖୁବା ଲାଗି ସାତୋଟି ସେତୁ ଗଢ଼ାଯାଇଛି।


 (ଞ୍ଜ) ସବୁଠାରୁ ପ୍ରାଚୀନ ସେତୁର ନାମ କ’ଣ ଓ ଏହା କେଉଁ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ?

ଉ. ସବୁଠାରୁ ପ୍ରାଚୀନ ସେତୁର ନାମ ଆଲିକ୍‌ଲ ଓ ଏହା ୧୪୧୭ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ।


(ଟ) ଶ୍ରୀନଗରସ୍ଥ ଝେଲମ୍ ନଦୀରେ ଜଳଯାତ୍ରା କଲେ କେତୋଟି ସେତୁ ପାରି ହେବାକୁ ପଡ଼େ ? 

ଉ. ଶ୍ରୀନଗରସ୍ଥ ଝେଲମ୍ ନଦୀରେ ଜଳଯାତ୍ରା କଲେ ସାତୋଟି ସେତୁ ପାରି ହେବାକୁ ପଡ଼େ ।


 (0) ନୌକାରେ କେଉଁମାନେ ବାସ କରୁଛନ୍ତି ?

ଉ. ନୌକାରେ ଗୋଟିଏ ଗୋଟିଏ ପରିବାର ବାସ କରୁଛନ୍ତି ।


(ଡ) କିଏ ହାଉସ୍ ବୋଟ ଓଳାଉଛି ଏବଂ ଉତ୍ତର ଦିଗରେ ଅନାଉଛି ?

ଊ. ଘରଣୀ ହାଉସ୍ ବୋଟ ଓଳାଉଛି ଏବଂ ଉତ୍ତର ଦିଗରେ ଅନାଉଛି ।


(ଢ) ପ୍ରୌଢ଼ାଟିଏ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼େଇବାର ଉଦ୍ଦେଶ୍ୟ କ’ଣ ?

ଉ. ପଥର ଉପରେ ପ୍ରୌଢ଼ାଟିଏ ଲୁଗା ଥୋଇ ପିଟଣାରେ ବାଡ଼ଉଛି । କାରଣ ଶ୍ରମ ଉଣା ହୁଏ, ହାତରେ ଥଣ୍ଡା ପାଣି ଲାଗେ ନାହିଁ ।


(ଣ) ଘାଟ ନୌକାରୁ କିଏ ଜିନିଷପତ୍ର ଉଠାଇ ନେଉଛି ?

ଊ. ଘାଟ ନୌକାରୁ ଖଲାସୀ ଜିନଷପତ୍ର ଉଠାଇ ନେଉଛି ।


(ତ) କୂଳରେ ବସି ବୁଢ଼ା ପଠାଣ କ’ଣ ଖାଉଛି ?

ଉ. କୂଳରେ ବସି ବୁଢ଼ା ପଠାଣ ଧୂଆଁ ଖାଉଛି ।


(ଥ) ଛାଟ୍ ଯୁବକ ଜଣକ କିଏ ବୋଲି ଲେଖକ ଭାବିଛନ୍ତି ?

ଉ. ଛାଟ୍ କାଟ୍ ଯୁବକ ଜଣକ କଲେଜ ପିଲା ବୋଲି ଲେଖକ ଭାବିଛନ୍ତି |


(ଦ) ଲେଖକ ହାଁଜିକୁ କ’ଣ କହିଲେ ?

ଉ, ଲେଖକ ହାଁଜିକୁ ତାଙ୍କ ଦେଶର ଗପ କହିବାକୁ କହିଲେ ।


(ଧ) ରାଜାପୁଅ କାହା ସାଙ୍ଗରେ ସଙ୍ଗାତ ବସିଥିଲା ?

ଉ. ରାଜାପୁଅ ମନ୍ତ୍ରୀପୁଅ ସାଙ୍ଗରେ ସଙ୍ଗାତ ବସିଥିଲା ।


(ନ) କି ସ୍ଵପ୍ନ ଦେଖୁଛି ବୋଲି ରାଜାପୁଅ ମନ୍ତ୍ରୀପୁଅକୁ କହିଲା ?

ଉ. ଚନ୍ଦ୍ରଭଦିଆ ପରି ରୂପ କୋଉ ଦେଶର ରାଜଜେମାଙ୍କ ସ୍ଵପ୍ନ ଦେଖୁଛି ବୋଲି ରାଜାପୁଅ ମନ୍ତ୍ରୀପୁଅକୁ କହିଲେ |


 (ପ) କିଏ ଭଲ ପିଠା କରି ରାଜଜେମାଙ୍କ ପାଖକୁ କାହା ହାତରେ ପଠାଇଲା ?

ଉ. ମନ୍ତ୍ରୀପୁଅ ଭଲ ପିଠା କରି ରାଜଜେମାଙ୍କ ପାଖକୁ ପିଠାବିକାଳି ହାତରେ ପଠାଇଲା ।


(ଫ) କିଏ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ଓ କ’ଣ କହିଲା ?

ଉ. ମନ୍ତ୍ରୀପୁଅ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ଓ ରାଜାପୁଅର ପ୍ରେମକଥା କହିଲା ।


(ବ) ମନ୍ତ୍ରୀପୁଅଠାରୁ ରାଜାପୁଅ କଥାଶୁଣି ଜେମା କ’ଣ କହିଲା ?

ଉ. ମନ୍ତ୍ରୀପୁଅଠାରୁ ରାଜାପୁଅ କଥାଶୁଶି ଜେମା ରାତି ଦଶଘଡ଼ି ଠେଇଁ ରାଜାପୁଅକୁ ଦେଖା ଦେଇ ଆସିବେ ବୋଲି କହିଲେ ।


 (ଭ) ପରବୃଦ୍ଧି ପ୍ରଳୟ ଏକଥା କିଏ କହିଛି ?

ଉ. ପରବୁଦ୍ଧି ପ୍ରଳୟ ଏକଥା ରାଜଜେମା କହିଛି ।


(ମ) କଟୁଆଳ ନଗର ପରିକ୍ରମା କରୁଥିଲା ଏବଂ ତା’ ସ୍ଥାନରେ କେଉଁ ଶବ୍ଦ ବାଜିଲା ?

ଉ. କଟୁଆଳ ନଗର ପରିକ୍ରମା କରୁଥିଲା ଏବଂ ତା’ ସ୍ଥାନରେ ରାଜଜେମାଙ୍କ କଣ୍ଠସ୍ଵର ବାଜିଲା ।


(ଯ) ରାଜା କଏଦୀଖାନାରେ କାହାକୁ ଦେଖ‌ିଲେ ?

ଉ. ରାଜା କଏଦୀରେ ରାଜାପୁଅ ଓ ମନ୍ତ୍ରୀପୁଅକୁ ଦେଖ‌ିଲେ ।


Jhelam Nadire Sandhya 2 Mark Question Answer

3. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ – ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ କିପରି ଲାଳିତ ହୋଇଛନ୍ତି ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ ହୋଇଥାନ୍ତି କାରଣ ଝେଲମ୍ ନଦୀକୁ ନିଜ ସଂସାରର ନାବ ଚଳାଚଳ ପାଇଁ ଯୋଗ୍ୟ ମନେକରିଥାନ୍ତି । ଝେଲମ ନଦୀକୁ ଆଶ୍ରା କରି ଶ୍ରୀନଗରବାସୀ ନିଜର ଜୀବନ ଅତିବାହିତ କରିଥାନ୍ତି ।


 (ଖ) ଲେଖକ ଶିକାରାର ବର୍ଣନା କିପରି କରିଛନ୍ତି ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ଲେଖକ ଗୋଟିଏ ଶିକାରାରେ ବା (ଛୋଟ ନୌକା) ଦୁଇଟି ଚୌକି ଲାଗିଥିବ, ସେଥିରେ ମଖମଲୀ ବା କୋମଳ ଗଦି ପଡ଼ିଥିବ ଏବଂ ଅକ୍ଳେଶରେ ଚାରିଜଣ ବସିପାରୁଥିବେ ପୁଣି ମୁଣ୍ଡ ଉପରେ ଚାନ୍ଦୁଆ ଟଣା ହୋଇଥିବ, ଖମ୍ବରେ ନାଲି, ନେଳି କାଗଜ ଚୁଡ଼ା ହୋଇଥବ । ସେଥ‌ିରୁ ଅଧେ ପବନରେ ଉଡୁଥ‌ିବ । ଏହିପରି ଶିକାରାର ବର୍ଣନା ଲେଖକ କରିଛନ୍ତି ।


(ଗ) ହାଜି (ନାଉରୀ)ର ଚେହେରା କିପରି ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ହାଁଜି ବା ନାଉରୀ ଜଣେ ମୁସଲମାନ ଥିଲେ । ତାଙ୍କର ଉଚ୍ଚତା ପାଞ୍ଚହାତ ପରି ଜଣାପଡୁଛି ଏବଂ ତାଙ୍କର ପିନ୍ଧା ପୋଷାକ ଅପରିଚ୍ଛନ୍ନ ପରି ଦେଖାଯାଉଛି ।


(ଘ) ନଦୀର ଦୁଇପଟେ ଯୋଗସୂତ୍ର ରଖୁବାପାଇଁ କ’ଣ ରହିଅଛି ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ନଦୀର ଦୁଇପଟେ ଶ୍ରୀନଗରର ଦୁଇ ଅଂଶ ରହିଅଛି ଏବଂ ଯୋଗସୂତ୍ର ରଖୁବା ଲାଗି ସାତୋଟି ସେତୁ ଗଢ଼ା ଯାଇଅଛି ।


(ଙ) ଝେଲମ୍ ନଦୀ ତୁଠରେ କିପରି ଲୋକମାନେ ଲୁଗା କଚାକଟି କରନ୍ତି ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା 

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ 

ଝେଲମ୍ ନଦୀ ତୁଠରେ ଲୋକମାନେ ପଥର ଉପରେ ଲୁଗା ଧୋଇ ପିଟଣାରେ ଲୁଗା କାଚନ୍ତି କାରଣ ସେଠାରେ ଏପରି ଲୁଗା କଚାଯାଏ, ହାତରେ ଥଣ୍ଡା ପାଣି ନ ଲାଗିବାକୁ ସେମାନେ ଏପରି କରିଥାନ୍ତି ।


(ଚ) ଛାଟ୍‌ଟ୍ ଯୁବକ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ଛାଟ ଯୁବକକୁ ଦେଖ୍ ଲେଖ ଜଣେ କଲେଜ ପିଲା ପରି ଭାବିଛନ୍ତି । କାରଣ ସେ ଯୁବକର ମୁହଁରେ ବେପରୁଆ ଭାବ, ଓଠରେ ସିଗାରେଟ୍ ଏବଂ ବଡ଼ ତରବରରେ ପାଦ ପକେଇ ଯାଇଛି ଯେପରି ସିନେମା ଦେଖିବାକୁ ଯାଉଛି ।


 (ଛ) ମନ୍ତ୍ରୀପୁଅ ଓ ରାଜାପୁଅ କିଭଳି ସଙ୍ଗାତ ଥିଲେ ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ମନ୍ତ୍ରୀପୁଅ ଓ ରାଜାପୁଅ ଦୁହେଁ ସଙ୍ଗାତ ଥିଲେ । ଦିହିଁଙ୍କ ଭିତରେ ପାଣି ଗଳେ ନାହିଁ । ଜଣେ ଅନ୍ୟକୁ ଦଣ୍ଡେ ନ ଦେଖ‌ିଲେ ବାଉଳା ହୋଇଯାନ୍ତି, ସେମାନଙ୍କର ଏକା ମନ, ଏକା ପ୍ରାଣ, କାହା ମନରେ କେଉଁ କଥା ଉଇଁଲେ ସେ ସଙ୍ଗେ ସଙ୍ଗେ ସଙ୍ଗୀତ ଆଗରେ ପ୍ରକାଶ ନ କରି ରହିପାରୁ ନ ଥିଲା ।


(କ) ରାଜପୁଅର ମନଦୁଃଖ ଦେଖୁ ମନ୍ତ୍ରୀପୁଅ କ’ଣ କହିଛି ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ରାଜାପୁଅର ମନଦୁଃଖ ଦେଖୁ ମନ୍ତ୍ରୀପୁଅ – ହଜିଗଲେ ଖୋଜିଦେବି ଭାଙ୍ଗିଗଲେ ଗଢ଼ି ଦେବି, ସରଗର ଚାନ୍ଦ କହିଲେ ଦୁଆରେ ଆଣି ହାଜର କରିଦେବି, ଏଇକଥା କହିଛି ।


(ଝ) କଟୁଆଳ କାନରେ କେଉଁ ଶବ୍ଦ ବାଜିଲା ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

କଟୁଆଳ ନଗର ପରିକ୍ରମା କରୁଥିଲା, ସେତିକିବେଳେ ରାଜାପୁଅ ଓ ଜେମାଙ୍କ ଆଳାପ ଆମୋଦ ହସ ଖୁସିର ଶବ୍ଦ ତା’ କାନରେ ବାଜିଲା ।


(ଞ) ରାଜା କଏଦୀ ଘରେ ପହଞ୍ଚି କ’ଣ ଦେଖ‌ିଲେ ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ରାଜା କଏଦୀ ଘରେ ପହଞ୍ଚିଲେ । କଟୁଆଳ ରାଜଜେମାଙ୍କୁ ଚିହ୍ନାଇ ଦେଲା ମାତ୍ର ରାଜା ଓଢ଼ଣା ଖୋଲି ଦେଖନ୍ତି ତ ସେ ଆଉ ଜଣେ ଥିଲେ, ରାଜଜେମା ସେଠାରେ ନ ଥିଲେ ।


(ଟ) ମନ୍ତ୍ରୀପୁଅ ରାଜଜେମା ବେଶ ହୋଇ କିଭଳି ଭାବରେ ପାଲିଙ୍କିରେ ବସିଲା ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ରାଜଜେମାଙ୍କ ବାହାଘର ପଡ଼ୋଶୀ ରାଜ୍ୟର ରାଜାପୁଅ ସହ ହେବାରୁ ବରକନ୍ୟା ବିଦା ହେଉଥିବା ବେଳେ ବରଯାତ୍ରୀ ଯେଉଁଠି ପାଲିଙ୍କି ରଖିଲେ ସେହି ସମୟ ମଧ୍ୟରେ ମନ୍ତ୍ରୀପୁଅ ରାଜଜେମା ବେଶ ଧରି ପାଲଙ୍କିରେ ବସି ପଡ଼ିଲେ ।


 (୦) ନିଜ ରାଜ୍ୟରେ ପହଞ୍ଚିଲା ପରେ ରାଜାପୁଅ ଓ ମନ୍ତ୍ରୀ ପୁଅଙ୍କର କ'ଣ ହେଲା ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା 

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ


ରାଜାପୁଅ ଓ ମନ୍ତ୍ରୀପୁଅ ନିଜ ରାଜ୍ୟକୁ ସଙ୍ଗରେ ବୋହୂ ନେଇ ଫେରିଛନ୍ତି ବୋଲି ବାପା ମାଆ ଆନନ୍ଦିତ ହେଲେ; ଯାହା ସେମାନେ ସ୍ଵପ୍ନରେ ଯେଉଁ ରୂପ ଭାବି ନ ଥିଲେ ତାହା ସ୍ଵଚକ୍ଷୁରେ ଦେଖ‌ିଲେ । ବଡ଼ ସମାରୋହରେ ବାହାଘର ହେଲା । 


(‍) ରାଜାଙ୍କ ଭଉଣୀଙ୍କୁ ପାଲିଙ୍କିରେ ଦେଖ୍ ମନ୍ତ୍ରୀପୁଅ କ’ଣ କଲା ?

ଉ. ପ୍ରବନ୍ଧ – ଝେଲମ୍ ନଦୀରେ ସନ୍ଧ୍ୟା

ପ୍ରାବନ୍ଧିକ – ଡକ୍ଟର କୁଞ୍ଜବିହାରୀ ଦାଶ

ରାଜାଙ୍କ ଭଉଣୀଙ୍କୁ ପାଲିଙ୍କିରେ ଦେଖୁ ମନ୍ତ୍ରୀପୁଅ ତାଙ୍କ ରୂପ ଲାବଣ୍ୟରେ ଚକିତ ହୋଇପଡ଼ିଲା । ମନ୍ତ୍ରୀପୁଅ ତାଙ୍କ ସଙ୍ଗେ ଆଳାପ କରି ତା’ ହୃଦୟକୁ କିଣି ନେଲା । ଦୁହେଁ ଦୁହିଁଙ୍କର ଅତି ଆପଣାର ହୋଇଗଲେ ।


୪. ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ

୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

(ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଲେଖା ଓ ଲେଖକଙ୍କ ନାମ ଦିଆଯିବ।)

(କ) ଝେଲମ୍ ନଦୀର ବର୍ଣ୍ଣନା କର ।

ଉ. ଝେଲମ୍ ନଦୀ ଶୀନଗରବାସୀଙ୍କର ମା’ ପରି । ମା’ କୋଳରେ ଏଇ ଶିଶୁ ଲାଳିତପାଳିତ ହେଲା ପରି ଝେଲମ୍ ନଦୀ କୋଳରେ ଏଇ ଶ୍ରୀନଗରବାସୀ ଲାଳିତ ହୋଇଥାନ୍ତି । ସର୍ବଦା ଝେଲମ୍ ନଦୀରେ ଜଳପୂର୍ଣ୍ଣ ରହୁଥ‌ିବାରୁ ନାବ ଚଳାଳଚ ପାଇଁ ଯୋଗ୍ୟ ହୋଇଥାଏ । କାଶ୍ମୀରବାସୀ ଏହି ନଦୀର ପ୍ରଶଂସା କରିଥାନ୍ତି । ନଦୀର ଜଳ ଗାଢ଼ ନୀଳ ଏବଂ ଏହାର ଆକାର ଅପ୍ରଶସ୍ତ ବୁଢ଼ାବଳଙ୍ଗ ପରି । ନଦୀର ଧାର ବଙ୍କେଇ ବଙ୍କେଇ ଶ୍ରୀନଗର ଅଞ୍ଚଳକୁ ସ୍ପର୍ଶ କରିଛି । ଝେଲମ୍ ନଦୀକୁ ବାଦ୍ ଦେଲେ ଶ୍ରୀନଗରର ‘ଶ୍ରୀ’ ବାଦ୍ ପଡ଼ିଯିବ ।


(ଖ) ‘ଶିକାରା’ ସହିତ କ’ଣ କ’ଣ ସଂଲଗ୍ନ ହୋଇଛି ?

ଉ. କାଶ୍ମୀରରେ ଛୋଟ ଛୋଟ ନୌକାକୁ ଶିକାର କୁହାଯାଇଥାଏ । ଏହି ଶିକାରା ସହିତ ଦୁଇଟି ଚୌକୀ ସଂଲଗ୍ନ ହୋଇଥାଏ । ସେଥ‌ିରେ ମଖମଲୀ ଗଦି ପଡ଼ିଥାଏ ଯେଉଁଥରେ ଅକ୍ଳେଶରେ ଚାରିଜଣ ବସିପାରିବେ । ଶିକାରା ମୁଣ୍ଡ ଉପରେ ଚିତ୍ରବିଚିତ୍ର ଚାନ୍ଦୁଆ ଟଣାହୋଇଛି, ଚାଳୁଆର ଚାରି ଖମ୍ବରେ ନାଲି, ନେଳି, ହଳଦିଆ ରଙ୍ଗର କାଗଜ ଗୁଡ଼ା ହୋଇଛି; ସେଥୁରୁ ଅଧେ ଅଧେ ପତାକା ପରି ପବନରେ ଉଡୁଛି ।


(ଗ) ହାଁଜି (ନାଉରୀ) ଦେଖିବାକୁ କିପରି ? ସେ କିପରି ‘ଶିକାରା ଚଳାଉଥୁଲା’ ?

ଉ. ହାଁଜି ବା ନାଉରୀ ଜଣେ ମୁସଲମାନ । ଲମ୍ବାରେ ପ୍ରାୟ ପାଞ୍ଚହାତ ହେବ । ତା’ର ପୋଷାକ ପିନ୍ଧା ବଡ଼ ଅପରିଛନ୍ନ ଶିକାରାରେ ପଡ଼ିଥ‌ିବା ଗଦିକୁ ଝାଡ଼ି ଝୁଡ଼ି ଆଦରରେ ପ୍ରାବନ୍ଧିକଙ୍କୁ ବସାଇଲା । ନଈ ମଝିରେ ଶିକାରାକୁ ଧୀରେ ଧୀରେ ଆହୁଲା ମାରି ଚଳାଉଥଲା ।


(ଘ) ନଗରର ଦୁଇଅଂଶ ଭିତରେ ଯୋଗସୂତ୍ର ରକ୍ଷା ପାଇଁ କେତୋଟି ସେତୁ ଗଢ଼ାଯାଇଛି ଓ ସେଗୁଡ଼ିକର ନାମ କ’ଣ ? ସବୁଠାରୁ ପ୍ରାଚୀନ ସେତୁଟି କେତେ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ?

ଉ. ନଗରର ଦୁଇଅଂଶ ଭିତରେ ଯୋଗସୂତ୍ର ରକ୍ଷା କରିବା ପାଇଁ ସାତୋଟି ସେତୁ ଗଢ଼ାଯାଇଛି । ସେଗୁଡ଼ିକର ନାମ ହେଲା ଆଲିକଦଲ, ଅସୀମତ କଦଲ, ହବା କଦଲ, ଫତେ କଦଲ, ନ କଦଲ୍, ସଫା କଦଲ୍ । ସବୁଠାରୁ ପ୍ରାଚୀନ ସେତୁଟି ୧୪୧୭ ଖ୍ରୀଷ୍ଟାବ୍ଦରେ ଆଲିଗ୍‌ଦଲ ନିର୍ମିତ ହୋଇଥିଲା ।


(ଙ) ଝେଲମ୍ ନଦୀରେ କ’ଣ କ’ଣ ଆବୋରି ରହିଛି ?

ଊ. ଝେଲମ୍ ନଦୀରେ ଜଳଯାତ୍ରା କଲେ ସାତୋଟି ସେତୁ ପାରିହେବାକୁ ପଡ଼ିଥାଏ । ଝେଲମ୍ ନଦୀକୁ ଆବୋରି ହୋଇ ବଡ଼ ବଡ଼ ବ୍ୟାଙ୍କ, ବିଦ୍ୟାଳୟ, ହୋଟେଲ, କଲେଜ, ମନ୍ଦିର, ମସ୍‌ଜିଦ୍, ଗୋଦାମ, କାରାଖାନା ରହିଛି ।


(ଚ) ଲେଖକ କାଶ୍ମୀରର ବର୍ଣନା କିପରି କରିଛନ୍ତି ?

ଉ. କାଶ୍ମୀର ରଙ୍ଗମଞ୍ଚରେ ପ୍ରଧାନ ନର୍ତ୍ତକୀ ଭୂମିକାରେ ଝେଲମ୍ ଅଭିନୟ କରିଛି । କାଶ୍ମୀରର ହୃଦୟ ଶ୍ରୀନଗର ହେଲେ, ଝେଲମ୍ ନଦୀ ତା’ର ପ୍ରଧାନତମ ରକ୍ତବାହୀ ଧମନୀ । ଏହି ନଦୀରେ ସର୍ବଦା ଜଳପୂର୍ଣ୍ଣ ରହୁଥିବାରୁ ନୌକା ଚଳାଚଳ ପାଇଁ କିଛି ଅସୁବିଧା ହୁଏ ନାହିଁ । କାଶ୍ମୀରର ଅଧ‌ିବାସୀ, ସର୍ବଦା ଏହି ନଦୀର ପ୍ରଶଂସାରେ ମୁଖରିତ ହୋଇଥାନ୍ତି ।



(ଛ) ଝେଲମ୍ ନଦୀର ଆର ତୁଠରେ କିଏ କ'ଣ କରୁଛନ୍ତି, ବର୍ଣନା କର ।

ଭ. ଝେଲମ୍ ନଦୀର ଆର ତୁଠରେ ବୃଦ୍ଧା ଜଣଙ୍କ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼ଉଛି । ଘାଟ ନୌକାରୁ ଖଲାସୀ ଜିନିଷପତ୍ର ଉଠାଉଛି, କୂଳରେ ବସି ବୁଢ଼ା ପଠାଣ ଧୂଆଁ ଖାଉଛି । ଛେଳିଜଗା ଟୋକା ଛେଳିପଲ୍ଲ ଅଡ଼ାଇ ଆସୁଛି, ପୋଲ ଉପରେ ଟାଙ୍ଗା ପରେ ଟାଙ୍ଗା ଧାଇଁଛି, କିଏ ଅଫିସରୁ ଫେରୁଛି, କିଏ ବଜାରରୁ ଫେରୁଛି, କିଏ ଯାଉଛି ନମାଜକୁ ପୁଣି କିଏ ଯାଉଛି ମନ୍ଦିରକୁ, ଛାଟ୍‌ଟ ଯୁବକ ଜଣକ ଓଠରେ ସିଗାରେଟ୍ ଲଗାଇ ତରତରରେ ବୋଧେ ସିନେମା ଦେଖୁ ଯାଉଛି ।

 () ରାଜାପୁଅ ନିଜର ସ୍ଵପ୍ନ ଦେଖା କଥା ମନ୍ତ୍ରୀପୁଅ ଆଗରେ କିପରି ବର୍ଣ୍ଣନା କରିଛି ?

ଉ. ଚନ୍ଦ୍ରଉଦିଆ ପରି ରୂପ, କୋଉ ଦେଶର ରାଜଜେମା, ସେ ଫୁଲସଙ୍ଗେ ଖେଳୁଥିଲା, ପ୍ରଜାପତି ପଛରେ ଗୋଡ଼ାଉଥିଲା, ଯେତେବେଳେ ସେ ରାଜଜେମା ରାଜପୁଅକୁ ଦେଖୁଲା ପଦେ କଥା କହିବା ଆଗରୁ ରାଜାପୁଅର ନିଦ ଭାଙ୍ଗିଗଲା । ତାକୁ ନ ଆଣିବା ପର୍ଯ୍ୟନ୍ତ ସବୁ ଆଶା ଛାଡ଼ିଲେ ରାଜାପୁଅ, ଏହି ସ୍ଵପ୍ନ କଥା ରାଜାପୁଅ ମନ୍ତ୍ରୀପୁଅ ଆଗରେ ବର୍ଣ୍ଣନା କରିଛି ।

(ଝ) ମନ୍ତ୍ରୀପୁଅ ପିଠାବିକାଳୀ ଘରେ ରହି କ’ଣ କଲା ?

ଉ. ରାଜାପୁଅର ଅନ୍ତରଙ୍ଗ ବନ୍ଧୁ ମନ୍ତ୍ରୀପୁଅ ହୋଇଥିବାରୁ ରାଜାପୁଅର ସ୍ଵପ୍ନର ନାୟିକା ରାଜଜେମାକୁ ଖୋଜି ତାଙ୍କର ସନ୍ଧାନ ପାଇଛି । ସ୍ଵପ୍ନର ନାୟିକାକୁ ରାଜାପୁଅ ଦେଖପାରିଛନ୍ତି । ହେଲେ ଦୁହିଁଙ୍କର ମିଳନ ସମ୍ଭବ କରିବାକୁ ଯାଇ ମନ୍ତ୍ରୀପୁଅ ଜଣେ ପିଠାବିକାଳୀ ଘରେ ରହିଛନ୍ତି, ଭଲ ଭଲ ପିଠା କରି ପିଠାବିକାଳି ହାତରେ ରାଜଜେମା ନିକଟକୁ ପଠେଇଲା । 


(ଞ) ରାଜଜେମା କାହିଁକି କ୍ରୋଧରେ ଥରିଉଠିଲା ?


ଊ. ମନ୍ତ୍ରୀପୁଅ, ରାଜାପୁଅ ସହିତ ରାଜଜେମାଙ୍କ ମିଳନର ସମୟ ଠିକ୍ କରିଥିବା ବେଳେ ରାଜାପୁଅଙ୍କ ଆଖୁକୁ ଆସିଛି । ଫଳରେ ରାଜଜେମା ମିଳନର ଆକାଂକ୍ଷା ରଖ୍ ଅପେକ୍ଷା କରି ଶେଷରେ ସେଠାରୁ ଚାଲିଆସିଛନ୍ତି ଏବଂ କ୍ରୋଧରେ ଓଠ ଥରୁଥାଏ । ମନେ ମନେ ରାଜଜେମା କହୁଥାନ୍ତି । “ପ୍ରେମିକାକୁ ଯେ ନିରାଶାରେ ଫେରାଇ ଦିଏ ସେ କୋଉ ନାୟକରେ ଲେଖା ।’ 


(ଟ) ମନ୍ତ୍ରୀପୁଅ ବୁଦ୍ଧି ବଳରେ କିପରି କଏଦୀଖାନାକୁ ଗଲା ?

ଉ. ରଜାପୁଅ ଓ ରାଜଜେମାଙ୍କୁ କଟୁଆଳ ଆଣି କଏଦୀଖାନାରେ ରଖିଲେ । ରାଜଜେମାଙ୍କୁ କଏଦୀଖାନାରୁ ମୁକ୍ତ କରିବା ପାଇଁ ମନ୍ତ୍ରୀପୁଅ ବୁଢ଼ୀବେଶ ଧରି ଭିତରକୁ ଗଲା ଏବଂ ରାଜଜେମା ବୁଢ଼ୀବେଶ ଧରି କଏଦୀଖାନାରୁ ବାହାରକୁ ଚାଲି ଆସିଲେ । ରାଜା କଏଦୀଖାନାରେ ଯାଇ ରାଜଜେମାଙ୍କୁ ଦେଖୁନାହାଁନ୍ତି ଏବଂ କଟୁଆଳକୁ ‘ଚୋଟେ’ ଦେଇଛନ୍ତି ।


(୦) ରାଜଜେମା ବିଭାଘର ପାଇଁ ରାଜଧାନୀ କିଭଳି ସଜ୍ଜିତ ହୋଇଛି ?

ଉ. ଜଣେ ପଡ଼ୋଶୀ ରାଜ୍ୟର ରାଜାପୁଅ ସହ ରାଜଜେମାଙ୍କ ବାହାଘର ହେଲା, ସେତେବେଳେ ରାଜଧାନୀରେ ମଣିମାଣିକ୍ୟ ଖଞ୍ଜା ସୁନାର ତୋରଣ ବନ୍ଧାହେଲା, ଦ୍ଵାରେ ଦ୍ଵାରେ କଦଳୀଗଛ ପୋତା ହେଲା, ପୂର୍ଣ୍ଣ କୁମ୍ଭ ରଖାହେଲା । ଏହିପରି ଭାବେ ରାଜଜେମାଙ୍କ ବିଭାଘର ପାଇଁ ରାଜଧାନୀ ସଜ୍ଜିତ ହୋଇଛି ।


(‍) ରାଜାପୁଅ ଓ ମନ୍ତ୍ରୀପୁଅ ନିଜ ରାଜ୍ୟରେ ପହଞ୍ଚିଲା ପରେ ବାପା ମା’ କ’ଣ କଲେ ?

ଊ. ରାଜାପୁଅ ଓ ମନ୍ତ୍ରୀପୁଅ ନିଜ ସହ ଦୁଇ ବୋହୂ ଆଣିଥିବାରୁ ରାଜ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି । ବାପା ମା’ଙ୍କ ଆନନ୍ଦ କହିଲେ ନ ସରେ । ବୋହୂର ରୂପ ଯାହା ସ୍ଵପ୍ନରେ ଭାବି ନ ଥିଲେ ସେଭଳି ଅସାମାନ୍ୟ ସୁନ୍ଦରୀ ଥିଲେ ବୋହୂମାନେ । ବେଦି ଗଢ଼ା ହେଲା, ରାଇଜଯାକ ବାଣ, ମଉଚ୍ଛ ଲାଗିଗଲା । ଶେଷରେ ବଡ଼ ସମାରୋହରେ ସେମାନଙ୍କର ବାହାଘର ହୋଇଥିଲା । 


Jhelam Nadire Sandhya 5 mark Question Answer

୫.ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ ।


(କ) ‘ଝେଲମ୍ ନଦୀରେ ସନ୍ଧ୍ୟା’ ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ଚିନ୍ତାଧାରା କିଭଳି ପ୍ରତିଫଳିତ ହୋଇଛି ଆଲୋଚନା କର ।

ଊ. ଡକ୍ଟର କୁଞ୍ଜବିହାରୀ ଦାଶ ଦେଶ ଓ ବିଦେଶ ଭ୍ରମଣ କରି ସେ ଆପଣାର ଅନୁଭୂତି ସମୂହକୁ ସରସ ଓ ସୁଖପଠ୍ୟ ଭ୍ରମଣ କାହାଣୀ ରୂପେ ଲିପିବଦ୍ଧ କରିଅଛନ୍ତି । ‘ମୋ’ ସ୍ଵପ୍ନର କାଶ୍ମୀର’ ତାଙ୍କର ଏକ ଉଲ୍ଲେଖଯୋଗ୍ୟ ଭ୍ରମଣ ପୁସ୍ତକ । ଉକ୍ତ ପାଠ୍ୟଶ ‘ଝେଲମ୍ ନଦୀରେ ସନ୍ଧ୍ୟା’ ‘ମୋ ସ୍ଵପ୍ନର କାଶ୍ମୀର’ ଭ୍ରମଣଗ୍ରନ୍ଥର ଅଂଶବିଶେଷ ।

ଡକ୍ଟର ଦାଶ ଝେଲମ୍ ନଦୀକୁ ଶ୍ରୀନଗରବାସୀଙ୍କ ମାଆ ବୋଲି ଅଭିମତ ପ୍ରଦାନ କରିଛନ୍ତି । ମା’ କୋଳରେ ଯେପରି ଛୁଆ ଲାଳିତ ପାଳିତ ହୋଇଥାଏ ସେହିପରି ଶ୍ରୀନଗରବାସୀ ଝେଲମ୍ ନଦୀକୁ ଆଶ୍ରା କରି ନିଜର ଜୀବନ ଅତିବାହିତ କରିଥାନ୍ତି ।

ଝେଲମ୍ ନଦୀ ସର୍ବଦା ସ୍ଵର୍ଣ୍ଣପମା ଏବଂ ସଦା ପୂର୍ବଜଳରେ ପରିପୂର୍ଣ୍ଣ ଥାଏ । ଶ୍ରୀନଗରର ‘ଶ୍ରୀ’ ହେଉଛି ଏହି ଝେଲମ୍ ନଦୀ | ଯଦି ଝେଲମ୍ ନଦୀକୁ ବାଦ ଦିଆଯିବ ତେବେ ଶ୍ରୀନଗରରୁ ‘ଶ୍ରୀ’ ଶବ୍ଦଟିକୁ ବାଦ୍ ଦେବାକୁ ପଡ଼ିବ କାରଣ ଝେଲମ୍ ନଦୀ ଯୋଗୁ ଶ୍ରୀନଗରର ପ୍ରକୃତି ମନୋଲୋଭା ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇଛି । କାଶ୍ମୀର ହେଉଛି ଶ୍ରୀନଗରର ହୃଦୟ । କାଶ୍ମୀରବାସୀ ଏହି ନଦୀର ପ୍ରଶଂସାରେ ଅନବରତ ବୁଡ଼ିରହନ୍ତି । କାଶ୍ମୀରକୁ ଯଦି ଏକ ରଙ୍ଗମଞ୍ଚ ଭାବେ ତୁଳନା କରାଯାଏ ଝେଲମ୍ ନଦୀ ହେଉଛି ସେହି ରଙ୍ଗମଞ୍ଚରେ ନୃତ୍ୟ ପ୍ରଦର୍ଶନ କରୁଥିବା ପ୍ରଧାନ ନର୍ଭକୀ ବୋଲି ପ୍ରାବନ୍ଧିକ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଝେଲମ ନନଦୀ ଶ୍ରୀନଗରର ପ୍ରଧାନତମ ରକ୍ତବାହୀ ଧମନୀ ।

ପ୍ରାବନ୍ଧିକଙ୍କ ଝେଲମ୍ ନଦୀ ବିଷୟରେ ବର୍ଣ୍ଣନା, ଅତି ଚିତ୍ତାକର୍ଷକ । ତାଙ୍କର ପ୍ରତ୍ୟେକ ବର୍ଣ୍ଣନାର ଛତ୍ରେ ଛତ୍ରେ ମୌଳିକତାର ସ୍ପର୍ଶ ଏବଂ ପ୍ରତ୍ୟେକ ବର୍ଷନୀୟ ସୌନ୍ଦର୍ଯ୍ୟଗୁଡ଼ିକ ଏକ ବିଶିଷ୍ଟ ଚିନ୍ତାଧାରା ମନରେ ସୃଷ୍ଟି କରୁଛି । ଝେଲମ୍ ନଦୀରେ ପ୍ରାବନ୍ଧିକ ଶିକାରା ଭଡ଼ାକୁ ନେଇ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପରିବେଶକୁ ଉପଲବ୍ଧ କରିବା ପାଇଁ ଭ୍ରମଣରେ ବାହାରିଛନ୍ତି । ନଦୀର ଦୁଇପଟେ ଶ୍ରୀନଗରର ଦୁଇଟି ଅଂଶ ରହିଛି । ନଗର ଭିତରେ ଯୋଗସୂତ୍ର ରଖୁବା ପାଇଁ ସାତୋଟି ସେତୁ ନିର୍ମାଣ କରାଯାଇଛି । ସେହି ସେତୁଗୁଡ଼ିକ ବିଶେଷ ଭାବରେ କାଠରେ ନିର୍ମାଣ କରାଯାଇଛି । ଝେଲମ ନଦୀରେ ଜଳଯାତ୍ରା କଲେ ଏହି ସାତୋଟି ସେତୁ ଅତିକ୍ରମ କରିବାକୁ ପଡ଼ିଥାଏ । ନିଜର କର୍ମମୟ ଜୀବନ ବିତାଇବା ପାଇଁ ଏହି ନଦୀକୁ ଆଶ୍ରାକରି କର୍ମଜୀବୀମାନେ ଯାତାୟତ କରନ୍ତି ଯେପରିକି ବ୍ୟାଙ୍କ, ବିଦ୍ୟାଳୟ, ହୋଟେଲ, କଲେଜ, ମନ୍ଦିର, ମସଜିଦ୍, ଗୋଦାମ, କାରଖାନା ଯିବାକୁ ହେଲେ ସର୍ବଦା ଏଠାରେ ବାଣିଜ୍ୟ ତରୀ ଶିକାରା ପ୍ରସ୍ତୁତ ହୋଇ ରହିଥାଏ । ନିଜର ଜୀବିକାକୁ ଉପାର୍ଜନକ୍ଷମ କରିବାପାଇଁ ହାଉସ୍‌ ବୋଟମାନଙ୍କରେ ଦୋକାନ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷର କ୍ରୟବିକ୍ରୟ ସର୍ବଦା ଚାଲିଥାଏ । କେହି କାର୍ପେଟ, ସାଲ, କାଠ ଆଉ କାଗଜରେ ତିଆରି ବିଭିନ୍ନ ଘରସଜ୍ଜା ଜିନିଷ ଲୋକେ ଶିକାରାରେ ଆସି ଖର୍ଦ୍ଦି କରିଥାନ୍ତି ।

ନୌକାକୁ ନିଜ ଘର କରି ଅନେକ ଶ୍ରୀନଗରବାସୀ ପରିବାର ସହିତ ବାସକରନ୍ତି । ଏମାନେ ବାହାର ଜଗତର ଆବର୍ଜନା ଓ ପ୍ରଦୂଷଣରୁ ମୁକ୍ତ । ବାହାର ଜଗତ ସହିତ ସେହି ନୌକା ଅଧ୍ବବାସୀମାନଙ୍କ ସଂପର୍କ ନାହିଁ । ଏହି ନୌକା ଗୃହରେ ଛୋଟ ଛୋଟ ପିଲାମାନେ ନିଜ ଭାଇ ଭଉଶୀ ସହ ଖେଳକରନ୍ତି । ଚାରିପଟେ ଜଳଯାତ୍ରୀବାହୀ ନୌକା ଏ ଖଣ୍ଡମଣ୍ଡକଳୁ ଆଚ୍ଛାଦିତ କରି ରହିଛି ଦେଖ‌ିଲେ ବଡ଼ ବିଚିତ୍ର ଜଣାପଡ଼େ । ବେଳ ବୁଡୁଥିବାର ଦେଖ୍ ନୌକାରେ ବାସକରୁଥିବା ଘରଣୀ ଉତ୍ତରଦିଗକୁ ଅନାଏ କାରଣ ତା’ ଘରର ମୁରବୀ ଏତେବେଳ ଯାଏଁ କାହିଁକି ଘରକୁ ଫେରିନାହଁନ୍ତି । ଝେଲମ୍ ନଦୀର ପାଣି ଥଣ୍ଡା ଲାଗୁଥିବାରୁ ତୁଠରେ ପିଟଣାରେ ଲୁଗା କଚା ହୁଏ ।

ସନ୍ଧ୍ୟାର ଆଗମନ ହେବାରୁ ପ୍ରାବନ୍ଧିକ ଶିକାରାରେ ବସି ସେହି ମନଲୋଭା ମୁଗ୍‌ଧକର ମୁହୂର୍ତ୍ତଟିକୁ ନିଜ ଆଖ୍ ସାମନାରେ ଉପଲବ୍‌ଧ କରୁଛନ୍ତି । ତରଳ ସୁବର୍ଣ୍ଣର ସ୍ରୋତ ଚତୁର୍ଦିଗରୁ ଧୀରେ ଧୀରେ ବିସ୍ତାର ଲାଭ କରୁଛ । ଶେଷରେ ପ୍ରାବନ୍ଧିକ ହାଁଜିକୁ ଏକ କାହାଣୀ କହିବାକୁ କହିଛନ୍ତି ।

ପ୍ରକୃତିର ସୌନ୍ଦର୍ଯ୍ୟ ଝେଲମ ନଦୀର ଚତୁଃପାର୍ଶ୍ଵରେ ବିସ୍ତାରିତ ହୋଇ ରହିଛି ପ୍ରାବନ୍ଧିକ ତାହା ପ୍ରବନ୍ଧ ମାଧ୍ୟମରେ ଲୋକଲୋଚନରେ ଦେଖାଇ ପାରିଛନ୍ତି | ଏହା ଖୁବ୍ ହୃଦୟସ୍ପର୍ଶୀ ଓ ମନୋମୁଗ୍ଧକର ହୋଇପାରିଛି ।

(ଖ) ସନ୍ଧ୍ୟା ସମୟରେ ଶ୍ରୀନଗରର ପ୍ରାକୃତିକ ଶୋଭାକୁ ଲେଖକ କିଭଳି ବର୍ଣ୍ଣନା କରିଛନ୍ତି ?

। ଉ. ପ୍ରକୃତିପ୍ରେମରେ ନିଜକୁ ହଜାଇ ଦେଇଥ‌ିବା ପ୍ରକୃତିପ୍ରେମୀ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ରଚିତ ‘ମୋ ସ୍ଵପ୍ନର କାଶ୍ମୀର ଭ୍ରମଣ କାହାଣୀରୁ ‘ଝେଲମ୍ ନଦୀରେ ସନ୍ଧ୍ୟା’ ଏକ ଅଂଶବିଶେଷ । ଶ୍ରୀନଗର ଓ କାଶ୍ମୀରରେ ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଲୁଚି ରହିଛି । ସୌନ୍ଦର୍ଯ୍ୟପିପାସୁ ଲେଖକ ଝେଲମ୍ ନଦୀରେ ପ୍ରକୃତିର ଏହି ଗୁଣ ଗାରିମାକୁ ନିଜ ଲେଖନୀ ମାଧ୍ୟମରେ ସୌନ୍ଦର୍ଯ୍ୟ ଧାରାକୁ ବିଛୁରିତ କରିଛନ୍ତି |

ଝେଲମ୍ ନଦୀ ଭିତରେ ସନ୍ଧ୍ୟାର ଆଗମନ ଅତି ମନୋରମ ଓ ମନୋମୁଗ୍ଧକର ହୋଇଛି । ଝେଲମ୍ ନଦୀର କୋଳରେ ଶ୍ରୀନଗରବାସୀ ଲାଳିତପାଳିତ ହୋଇଥାନ୍ତି । ଝେଲମ୍ ନଦୀ ଶ୍ରୀନଗରର ପ୍ରଧାନତମ ରକ୍ତବାହୀ ଧମନୀ ଅର୍ଥାତ୍ ମଣିଷର ଜୀବନ ପାଇଁ ଯେପରି ଗୋଟେ ମୁଖ୍ୟ ରକ୍ତବାହୀ ଧମନୀର ଆବଶ୍ୟକତା ରହିଛି ସେହିପରି ଶ୍ରୀନଗରର ସବୁକିଛି ହେଉଛି ଝେଲମ୍ ନଦୀ ।

ଶ୍ରୀନଗରବାସୀ ଝେଲମ୍ ନଦୀକୁ ଆଶ୍ରା କରି ନିଜର ଜୀବନ ଅତିବାହିତ କରିଥାନ୍ତି । ଯେପରି ନଦୀକୂଳରେ ନୌକାରେ ଘରସଂସାର କରି ଲୋକେ ଚଳନ୍ତି । ସେହି ଲୋକମାନେ ବାହାର ଜୀବନ ସହିତ ମିଶନ୍ତି ନାହିଁ କାରଣ ସେମାନଙ୍କର ପ୍ରତ୍ୟେକ ନିତିଦିନିଆ ଆବଶ୍ୟକତା ସେଠାରେ ହିଁ ମିଳିଯାଇଥାଏ । ନୌକାରେ ବା ହାଉସ ବୋଟ୍ ମାଧ୍ୟମରେ ସବୁ ଜିନିଷପତ୍ର ଖର୍ଦ୍ଦି କରିବାର ସୁଯୋଗ ମିଳିଥାଏ । ଲେଖକ ଏକ ଶିକାରା ମାଧ୍ୟମରେ ଶ୍ରୀନଗର ଓ କାଶ୍ମୀରର ସୌନ୍ଦର୍ଯ୍ୟ ଉପଲବଧ କରିବା ପାଇଁ ଝେଲମ୍ ନଦୀରେ ଭ୍ରମଣ ଆରମ୍ଭ କରିଛନ୍ତି |

ପ୍ରକୃତିର ସୌନ୍ଦର୍ଯ୍ୟ ଉପଲବ୍‌ଧ କରୁ କରୁ ଶ୍ରୀନଗରରେ ସନ୍ଧ୍ୟାର ଆଗମନ ହୋଇଯାଇଛି । ସେହି ସମୟରେ ‘ଶିକାରା’ରେ ପ୍ରାବନ୍ଧିକ ହାଁଜି ସହ ଭ୍ରମଣ କରୁଛନ୍ତି । ସନ୍ଧ୍ୟାର ପ୍ରାକ୍ ସୂଚନାନୁଯାୟୀ ଆକାଶରେ ମେଘ ପରେ ଆକାଶ, ଆକାଶ ପରେ ମେଘର ଲୁଚକାଳିଖେଳ ଦେଖାଯାଉଛି । ଧୀରେ ଧୀରେ ଆକାଶରୁ ସୂର୍ଯ୍ୟ ଓହ୍ଲାଇ ଝେଲମ୍ ନଦୀର ଜଳକୁ ସ୍ପର୍ଶ କଲେ । ସନ୍ଧ୍ୟାର ନଦୀର ଜଳରେ ନିଜର ଗୋଲାପି ପାଦ ରଖ୍ ଧୀରେ ଧୀରେ ପ୍ରାବନ୍ଧିକଙ୍କ ଆଡ଼କୁ ମାଡ଼ିଆସିଲା ପରି ଲାଗିଲା । ଯେପରି ସୂର୍ଯ୍ୟଙ୍କର କୁହୁକ ସ୍ପର୍ଶରେ ମନ ଚକିତ ଓ ଚଞ୍ଚଳ ହୋଇ ଉଠିଲା । ସୂର୍ଯ୍ୟଙ୍କକ ସୁବର୍ଣ୍ଣ କିରଣ ନଦୀର ଜଳରେ ପଡ଼ି ନୌକାଗୁଡ଼ିକ ମଧ୍ୟ ସୁବର୍ଷବର୍ଷରେ ପରିପୂର୍ଣ୍ଣ ହୋଇଉଠୁଛି । ଲାଗୁଛି ଯେପରି ସୁବର୍ଣ୍ଣ ତରୀରେ ସନ୍ଧ୍ୟା କାଶ୍ମୀରୀ କିଶୋରୀ ପରି ସୁନ୍ଦରୀ ଦିଶୁଛି । ନିଜର ଇନ୍ଦ୍ରଜାଲକୁ ବିସ୍ତାର କରି ପ୍ରତ୍ୟେକ ବୃକ୍ଷରେ ଛାଡ଼ିଦେଲା ନିଜର ସୁବର୍ଣ୍ଣକିରଣ, ବୃକ୍ଷଗୁଡ଼ିକ ଅଗ୍ନିର ଫୁଲ ପରି ଶୋଭା ପାଇଲେ । ଦୂରରେ ପର୍ବତମାଳାରେ ସୁନେଲି କିରଣ ତା’ର ବାହୁକୁ ଲୟେଇ ଦେଲା, ବରଫରେ ପର୍ବତମାଳା ଉପରେ ଲୋହିତ ବର୍ଷର କିରଣ ପଡ଼ିବାରୁ ଆତଙ୍କ ଖେଳିଗଲା ପରି ଜଣାପଡ଼ିଲା । ଆକାଶରେ ମେଘମାଳା ଭିତରେ ବେଳେବେଳେ ସୂର୍ଯ୍ୟକିରଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳିଉଠିଲା ପରି ମନେହେଉଛି । ପର୍ବତମାଳାର ଚୂଡ଼ା ଉପରେ ଅଳ୍ପ ଅଳ୍ପ ଆଲୋକ ପଡ଼ିବାରୁ, ଗୋଟିଏ ଧଳାରଙ୍ଗର ବୃକ୍ଷ ଉପରେ ଗୋଟିଏ ପକ୍ଷୀର ସୁବର୍ଣ୍ଣ କଳସ ପରି ମନେ ହେଉଛିuy । ସମଗ୍ର ବିଶ୍ଵ ଯେପରି ଏହି ସନ୍ଧ୍ୟାର ଆଗମନ ଆଲୋକରେ ମହିମାମୟ ହୋଇ ଉଠିଲା ।

ହିମାଳୟର ପ୍ରତ୍ୟେକ ଶୃଙ୍ଗକୁ ଅସ୍ତଗାମୀ ସୂର୍ଯ୍ୟଙ୍କ ଆଲୋକ ସିନ୍ଦୂର ବର୍ଷରେ ସିନ୍ଦୂରିତ କରି ଶେଷରେ ଗୋଟିଏ ଛୋଟ ସିନ୍ଦୂରବିନ୍ଦୁ ପରି ହୋଇ ଲୁଚିଗଲା । ଏହିପରି ଭାବେ ଲେଖକ ଶ୍ରୀନଗରର ପ୍ରାକୃତିକ ଶୋଭା ବର୍ଣ୍ଣନା କରିଛନ୍ତି । ବାସ୍ତବିକ ପ୍ରାବନ୍ଧିକଙ୍କ ବର୍ଣ୍ଣନା ବେଶ୍ ରୁଚିକରବୋଧ ହୋଇଛି ।

(ଗ) ଏକ ସାର୍ଥକ ଭ୍ରମଣକାହାଣୀ ଭାବରେ ‘ଝେଲମ୍ ନଦୀରେ ସନ୍ଧ୍ୟା’ ପ୍ରବନ୍ଧକୁ ବିଚାର କର ।

ଊ. ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ଆବିର୍ଭାବ କବି ଭାବରେ ହୋଇଥିଲା । ଗଦ୍ୟ ଓ ପଦ୍ୟ ଉଭୟ ବିଭାଗରେ କୁଞ୍ଜବିହାରୀ ଅବିରାମ ଭାବରେ ଲେଖନୀ ଚାଳନା କରିଅଛନ୍ତି । ଦେଶ ଓ ବିଦେଶରେ ଭ୍ରମଣ କରି ସେ ଆପଣାର ଅନୁଭୂତି ସମୂହକୁ ସରସ ଓ ସୁଖପାଠ୍ୟ ଭ୍ରମଣ କାହାଣୀରୂପେ ଲିପିବଦ୍ଧ କରିଅଛନ୍ତି । ‘ମୋ ସ୍ଵପ୍ନର କାହାଣୀ’ ଏକ ଅଂଶବିଶେଷ ହେଉଛି ‘ଝେଲମ୍ ନଦୀରେ ସନ୍ଧ୍ୟା’ ।

ପ୍ରକୃତିରେ ପ୍ରତ୍ୟେକ ସୌନ୍ଦର୍ଯ୍ୟକୁ ପ୍ରକୃତ ପ୍ରକୃତି ପ୍ରେମୀ’ ହିଁ ଉପଲବ୍‌ଧ କରିଥାଏ ଯେଉଁଠି ସାଧାରଣ ଲୋକ ପ୍ରକୃତି ବିଷୟରେ ଅନଭିଜ୍ଞ ସେଠାରେ ପ୍ରତ୍ୟେକ କୋଣରେ ନିଜର ସାହିତ୍ୟିକ ଛଟା ପକାଇଥାଏ । ଅଶେଷ ରୂପ ମାଧୁର୍ଯ୍ୟରେ ପରିପୂର୍ଣ୍ଣ ଶ୍ରୀନଗର, କାଶ୍ମୀର ଏବଂ ଶେଷରେ ଝେଲମ୍ ନଦୀର ଅପୂର୍ବ ଶୋଭା ବର୍ଣନା କରାଯାଇଛି । ଲେଖକ ତାଙ୍କ ଜୀବନରେ ଅନୁଭବ କରିଥିବା ଏହି ସୁନ୍ଦରତମ ପ୍ରକୃତିର ଅନନ୍ୟ ଦାନ ଯେ କାଶ୍ମୀରରେ ପରିପୂର୍ଣ୍ଣ ହୋଇଛି ତାହା ଦେଖାଇଛନ୍ତି । ଝେଲମ୍ବନଦୀ କୋଳରେ ଶ୍ରୀନଗରବାସୀ ଆଶ୍ରିତ । ଶ୍ରୀନଗରର ଶ୍ରୀ, ଅର୍ଥାତ୍ ଶ୍ରେଷ୍ଠ ହେବାର କାରଣ ଝେଲମ୍ ନଦୀର ଦାନ । ଶ୍ରୀନଗରର ପ୍ରତ୍ୟେକ ଅଞ୍ଚଳକୁ ଏହି ନଦୀ ସ୍ପର୍ଶ କରିଛି । କାଶ୍ମୀରବାସୀ ଏହି ନଦୀର ପ୍ରଶଂସା କରନ୍ତି । କାଶ୍ମୀରକୁ ଝେଲମ୍ ନଦୀ ସୌନ୍ଦର୍ଯ୍ୟ ଉପଯୋଗୀ କରିପାରିଛି ।

ପ୍ରାବନ୍ଧିକ ଏକ ‘ଶିକାରା’ ମାଧ୍ୟମରେ ହାଁଜି ସହ ପ୍ରକୃତିର ମନୋରମ ଦୃଶ୍ୟ ଉପଲବ୍‌ଧ କରିବାକୁ ଝେଲମ୍ ନଦୀରେ ଜଳଯାତ୍ରା ଆରମ୍ଭ କରିଛନ୍ତି । ଝେଲମ୍ ନଦୀରେ ଜଳପରିପୂର୍ଣ୍ଣ ସର୍ବଦା ରହିଥାଏ । ନଦୀରେ ଛୋଟ ଛୋଟ ନୌକା (ଶିକାରା) ସର୍ବଦା ପ୍ରସ୍ତୁତ ରହିଥାଏ । ନଦୀର ଦୁଇପଟେ ଶ୍ରୀନଗରର ଦୁଇ ଅଂଶ ରହିଛି । ଏହି ଦୁଇଅଂଶକୁ ଯୋଗସୂତ୍ର ରକ୍ଷା କରିବା ପାଇଁ ସାତୋଟି ସେତୁ ଗଢ଼ା ହୋଇଛି । ବିଭିନ୍ନ ଶାସକଙ୍କ ସମୟରେ ଏଗୁଡ଼ିକ ନିର୍ମାଣ ହୋଇଛି । ସେତୁଗୁଡ଼ିକ କାଠରେ ନିର୍ମିତ । ଶ୍ରୀନଗରରୁ ଝେଲମ୍ ନଦୀରେ ଜଳଯାତ୍ରା କଲେ ଏହି ସାତୋଟି ସେତୁ ପାରି ହେବାକୁ ପଡ଼େ । ଏହି ନଦୀ ଦ୍ବାରା ଶ୍ରୀନଗରବାସୀ ତାଙ୍କ ଜୀବନ କଟାଇଥାନ୍ତି । ଝେଲମ୍ ନଦୀ କୂଳରେ ବ୍ୟାଙ୍କ, ବିଦ୍ୟାଳୟ, ହୋଟେଲ, କଲେଜ, ମନ୍ଦିର, ମସଜିଦ୍ ଇତ୍ୟାଦି ସବୁ ରହୁଥ‌ିବାରୁ ପ୍ରତି ମୂହୂର୍ଭରେ ନଦୀରେ ଜନସାଧାରଣ ଯାତାୟତ କରିଥା’ନ୍ତି । ଶିକାରା, ବାଣିଜ୍ୟତରୀ, ନୌକା ସର୍ବଦା ଚଳଚଞ୍ଚଳ ରହିଥାଏ । ଏପରିକି ଏହି ନୌକାରେ ଜନବସତି ହୋଇଥାଏ । ନୌକାରେ ଶ୍ରୀନଗରବାସୀ ପରିବାର ସହ ବାସକରନ୍ତି ।

ପ୍ରାବନ୍ଧିକ ଜଳଯାତ୍ରା ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ପରିବେଶର ମନୋଲୋଭା ଦୃଶ୍ୟକୁ ତନ୍ନତନ୍ନ କରି ନିରେଖୁଛନ୍ତି । ଶିକାରା ଥିଲାବେଳେ ସନ୍ଧ୍ୟାର ଆଗମନ ହୋଇଛି ଯାହାକି ମନରେ ଅତି ଆନନ୍ଦମୟ ଓ ଉତ୍କଣ୍ଠା ଜାଗ୍ରତ ହୋଇଛି । ଶିକାରାକୁ ହାଁଜି ଆହୁଲା ମାରି ଧୀରେ ଧୀରେ ଚଳାଉଥିଲେ । ସନ୍ଧ୍ୟା କାଶ୍ମୀରୀ କିଶୋରୀ ପରି ସୁନ୍ଦର ଦେଖାଯାଉଛି । ସୂର୍ଯ୍ୟର ରଶ୍ମି ନଦୀର ଜଳକୁ ଧୀରେ ଧୀରେ ସ୍ପର୍ଶ କରିବାକୁ ଚତୁର୍ଦ୍ଦିଗ ସୁବର୍ଷ ଲହରୀ ଖେଳି ଯାଇଛି । ଏହି ସୁବର୍ଷର ଧାରା ପାହାଡ଼ ପର୍ବତ ଠାରୁ ଆରମ୍ଭ କରି ମେଘମାଳା ଏବଂ ବରଫରେ ଆଚ୍ଛନ୍ନ ହୋଇଥିବା ବୃକ୍ଷ ଉପରେ ବିସ୍ତାରଲାଭ କଲା | ସମଗ୍ର ବିଶ୍ଵ ଯେପରି ସନ୍ଧ୍ୟାର ମହିମାରେ ମହିମାମୟ ହୋଇଉଠିଲା । ଶେଷରେ ସୂର୍ଯ୍ୟ ଗୋଟିଏ ଲୋହିତ ବିନ୍ଦୁ ହୋଇ ଲିଭିଗଲେ । ଶ୍ରୀନଗରରେ ତାରାଗଣ ଜଳି ଉଠିଲେ | ପ୍ରାବନ୍ଧିକ ପ୍ରକୃତିର ଏହି ବିଚିତ୍ର ଲୀଳାକୁ ହୃଦୟଙ୍ଗମ କରି ପ୍ରକୃତିଠାରୁ ନିଜର ନଜର ଶିକାରାକୁ ଫେରାଇଆଣି ହାଜିକୁ ତାଙ୍କ ଦେଶର ଏକ ଗପ କହିବାକୁ କହିଛନ୍ତି । ପ୍ରାବନ୍ଧିକଙ୍କ କଳ୍ପନା ଅତି ଉଚ୍ଚକୋଟୀର ପ୍ରମାଣିତ ହୋଇଛି ।


 (ଘ) ବୁଦ୍ଧି ହେଉଛି ବଳ, ପଠିତ ପ୍ରବନ୍ଧରୁ ବିଚାର କର ।

ଉ. ଡକ୍ଟର କୁଞ୍ଜବିହାରୀ ଦାଶ ଦେଶ ବିଦେଶ ଭ୍ରମଣ କରି ନିଜର ଅନୁଭୂତି ଓ ଉପଲବ୍ଧିକୁ ଭ୍ରମଣ କାହାଣୀରେ ସ୍ଥାନ ଦେଇଛନ୍ତି । ଝେଲମ୍ ନଦୀରେ ସନ୍ଧ୍ୟା ‘ମୋ ସ୍ଵପ୍ନର କାଶ୍ମୀର’ ନାମକ ଭ୍ରମଣ ପୁସ୍ତକର ଏକ ଅଂଶବିଶେଷ । କାଶ୍ମୀର ହେଉଛି ସୃଷ୍ଟିକର୍ତ୍ତାଙ୍କ ଏକ ବିଚିତ୍ର ସୃଷ୍ଟି । ଯାହାର ଶୋଭାରାଶି ଦେଖିଲେ ପ୍ରତ୍ୟେକ ଆଶ୍ଚର୍ଯ୍ୟ ହୋଇ ଈଶ୍ବରଙ୍କ ସୃଷ୍ଟିସମ୍ଭାର ପ୍ରତି ବିଭୋର ହୋଇ ଆତ୍ମହରା ହୋଇଯିବେ । କାଶ୍ମୀରର ରାଜଧାନୀ ଶ୍ରୀନଗର । ବରଫାବୃତ୍ତରେ ଆଚ୍ଛନ୍ନ ପାହାଡ଼ରେ ପ୍ରତ୍ୟେକ ପରିବେଶ ଯେପରି ସୁନ୍ଦର ହୋଇଯାଇଛି । ଶ୍ରୀନଗରର ଶ୍ରୀ ହେଉଛି ଝେଲମ୍ ନଦୀ । ଝେଲମ୍ ନଦୀ ଯୋଗୁ ଶ୍ରୀନଗର ବାସୀ ଉପକୃତ । ଝେଲମ୍ ନଦୀ ଶ୍ରୀନଗରବାସୀ ଜୀବନର ରାହା । ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଅଫିସ, କଳକାରଖାନା ସବୁକିଛି କାମ ଏହି ଝେଲମ ନଦୀ ଦେଇ ସମାପନ କରିଥାନ୍ତି । ନୌକା ଜରିଆରେ ଶ୍ରୀନଗରବାସୀ ନିଜର ଜୀବିକା ନିର୍ବାହ କରିଥାନ୍ତି |

ଗୋଟିଏ ଗୋଟିଏ ପରିବାର ଏହି ନୌକାରେ ବାସ କରନ୍ତି । ନୌକା ସେମାନଙ୍କ ବଞ୍ଚିବାର ଏକପ୍ରକାର ରାହା । ନୌକାରେ ବାଣିଜ୍ୟ କାରବାର ଯେପରିକି କାର୍ପେଟ, ସାଲ, କାଠ ଜିନିଷ ସଜ୍ଜା ହୋଇ ବିକ୍ରିପାଇଁ ଥୁଆ ହୋଇଥାଏ । ଭ୍ରମଣକାରୀ ଶିକାରାରେ ଆସି ନିଜ ରୁଚି ଅନୁଯାୟୀ ଜିନିଷର କ୍ରୟବିକ୍ରୟ କରିଥାନ୍ତି । ପ୍ରାବନ୍ଧିକ ସନ୍ଧ୍ୟା ହେବାରୁ ପ୍ରକୃତିର ମନୋରମ ଦୃଶ୍ୟରୁ ବିରାମ ପାଇ ହାଁଜିକୁ ଗପ କହିବାପାଇଁ କହିଛନ୍ତି |

ହାଁଜି ଆରମ୍ଭ କରିଛନ୍ତି – ରଜାପୁଅ ଓ ମନ୍ତ୍ରୀପୁଅ ଭିତରେ ଅପୂର୍ବ ଘନିଷ୍ଠତା ଥିଲା । ରାଜାପୁଅ ଦିନେ ସ୍ଵପ୍ନରେ ଏକ ଅତି ଅସାମାନ୍ୟ ସୁନ୍ଦରୀ ରାଜଜେମାଙ୍କୁ ଦେଖ୍ ବିଭୋର ହୋଇଯାଇ ତାକୁ ପାଇବାକୁ ବ୍ୟାକୁଳ ହୋଇଛି । ମନ୍ତ୍ରୀପୁଅ ସଙ୍ଗାତର ଏପରି ଅବସ୍ଥା ବୁଝିପାରିଛି, ଦିହେଁ ସେପରି ମାନସୀ, ରୂପସୀ, କନ୍ୟାକୁ ଘୋଡ଼ାରେ ଯାଇ ଖୋଜିଛନ୍ତି । ରାଜାପୁଅଟି ସ୍ଵପ୍ନରେ ଦେଖାଯାଇଥ‌ିବା ରାସ୍ତାରେ ଯାଇ ଏକ ରାଜଉଆସରେ ପହଞ୍ଚି ଜଗୁଆଳି ଆଖରେ ଧୂଳି ଦେଇ ସେଠାରେ ରାଜଜେମାର ଏକ ଝଲକ ଦେଖୁଛନ୍ତି । ସ୍ଵପ୍ନରେ ଥିବା ରାଜଜେମା ଯେ ସେଇ, ତାହା ଦେଖ୍ ରାଜାପୁଅର ଚେତା ବୁଡ଼ିଯାଇଛି । ମନ୍ତ୍ରୀପୁଅ ଚେତା ଫେରାଇ ଆଣି ରାଜଜେମା ସହ ରାଜାପୁଅର ମିଳନ ପାଇଁ, ଏକ ପିଠାବିକାଳି ଘରେ ରହି ଭଲ ଭଲ ପିଠା କରି ପିଠାବିକାଳି ହାତରେ ରାଜଜେମାଙ୍କ ପାଖକୁ ପଠେଇଲା । ରାଜଜେମା ପିଠା ଖାଇ ପିଠା କରିଥିବା ବାଟୋଇ ସହ ଦେଖାକରିବା ପାଇଁ ଆଦେଶ ଦେବାରୁ ମନ୍ତ୍ରୀପୁଅ ଏକ ସ୍ତ୍ରୀ ବେଶରେ ଜେମାଙ୍କ ପାଖରେ ପହଞ୍ଚି ରାଜପୁଅର ରାଜଜେମା ପ୍ରତି ଥିବା ଭଲପାଇବା କଥା କହି ରାଜାପୁଅ ଜୀବନରେ ଆଉ କିଛି ଆଶା ନାହିଁ ସିଏ ରାଜଜେମାଙ୍କୁ ନିତି ଝୁରି ମରୁଛନ୍ତି । ତାଙ୍କ ଜୀବନ ରକ୍ଷା ନ କଲେ ରଜାପୁଅର ପ୍ରାଣଯିବ, ପ୍ରାଣଗଲେ ରାଜଜେମାଙ୍କୁ ଦୋଷ ଲାଗିବ କହି ମନ୍ତ୍ରୀପୁଅ ଦୁହିଁଙ୍କ ମିଳନର ଏକ ଦିନ ପ୍ରସ୍ତୁତ କରିଛନ୍ତି |

ମିଳନର ଦିନରେ ବ୍ୟାକୁଳ ଓ ଆଗ୍ରହରେ ରାଜପୁଅ ପ୍ରତିଟି ମୁହୂର୍ତ୍ତ ଅତିବାହିତ କରୁଥିବାବେଳେ ଠିକ୍ ସମୟରେ ନିଦ୍ରିତ ହୋଇଛନ୍ତି । ମିଳନର ଆକାଂକ୍ଷା ଧୂଳିସାତ୍ ହୋଇଛି । ରାଜଜେମା ରାଜପୁତ୍ରକୁ ନ ଦେଖ୍ ପ୍ରବଳ ରାଗିଯାଇ ପରକଥାରେ କାହିଁକି ବିଶ୍ଵାସ କଲେ କହି ନଜକୁ ନିନ୍ଦା କରିଛନ୍ତି । ମନ୍ତ୍ରୀପୁଅ ସବୁ ଦୋଷ ନିଜ ମୁଣ୍ଡକୁ ନେଇ ଆଉଥରେ ରଜାପୁଅକୁ ଦେଖା କରିବାର ସୁଯୋଗ ଦେବାପାଇଁ କହିବାରୁ ଜେମା ଏଥ‌ିରେ ରାଜି ହୋଇଛନ୍ତି । ଦୁହିଁଙ୍କର ମିଳନ ହେବାରୁ କଟୁଆଳ ଜେମାଙ୍କ କଣ୍ଠସ୍ଵର ଶୁଣି ସେମାନଙ୍କୁ ବନ୍ଦୀ କଲେ | ମନ୍ତ୍ରୀପୁଅ ଉପଯୁକ୍ତ ବୁଦ୍ଧିର ପ୍ରୟୋଗ କରି ବୁଢ଼ୀ ବେଶ ଧରି ପିଠା ଦେବା ବାହାନାରେ ବନ୍ଦୀଶାଳାକୁ ଗଲା ଏବଂ ସେହି ବୁଢ଼ୀ ବେଶ ଧରି ରାଜଜେମା ବନ୍ଦୀଶାଳାରୁ ମୁକ୍ତ ହେଲେ ।

ରାଜା ବନ୍ଦୀଶାଳାରେ ନିଜ ଝିଅକୁ ନ ଦେଖ୍ କଟୁଆଳକୁ ତରବାରୀରେ ଆଘାତ କଲେ । ପଡ଼ୋଶୀ ରାଜ୍ୟର ରାଜାପୁଅ ସହ ରାଜଜେମାଙ୍କ ପାଟମୁଦି ହୋଇ ବାହାଘର ଦିନ ଆସି ପହଞ୍ଚିଲା । କିଛି ଗୋଟେ ଉପାୟ ଚିନ୍ତାକରି ମନ୍ତ୍ରୀପୁଅ ରାଜଜେମାଙ୍କୁ ପାଲିଙ୍କି ଭିତରୁ ଖସାଇଦେଇ ନିଜେ ରାଜଜେମା ବେଶ ଧରି ବସିଥିଲେ । ରାଜଜେମା ଯଥାସ୍ଥାନରେ ରାଜପୁଅକୁ ଭେଟିଲେ ।

ଏପଟେ ମନ୍ତ୍ରୀପୁଅ ପାଲଙ୍କି ଭିତରେ ରାଜାଙ୍କ ଭଉଣୀକୁ ଦେଖ୍ ତାକୁ ଆପଣାର କରିନେଲେ । ରାଜାପୁଅ ଓ ମନ୍ତ୍ରୀପୁଅ ଦୁଇକନ୍ୟାକୁ ଧରି ନିଜ ରାଜ୍ୟକୁ ଫେରି ଆସିଲେ ।

ମନ୍ତ୍ରୀପୁଅର ଉପଯୁକ୍ତ ବୁଦ୍ଧିର ପ୍ରୟୋଗ ଯୋଗୁ ରାଜପୁଅ ଓ ରାଜଜେମାଙ୍କ ମିଳନ ସମ୍ଭବ ହୋଇପାରିଲା ।


 (ଛ) ଲେଖକଙ୍କୁ ଅନୁସରଣ କରି ଝେଲମ୍ ନଦୀରେ ସଂଧ୍ୟା ଦୃଶ୍ୟ ନିଜ ଭାଷାରେ ଲେଖ ।

ଉ. ଡକ୍ଟର କୁଞ୍ଜବିହାରୀ ଦାଶ ଗଦ୍ୟ ଓ ପଦ୍ୟ ଉଭୟ ବିଭାଗରେ ଅବିରାମ ଭାବରେ ଲେଖନୀଚାଳନା କରିଅଛନ୍ତି | ଦେଶ ଓ ବିଦେଶରେ ଭ୍ରମଣ କରି ଆପଣାର ଅନୁଭୂତି ସମୂହକୁ ସରସ ଓ ସୁଖପାଠ୍ୟ ଭ୍ରମଣ କାହାଣୀରୂପେ ଲିପିବଦ୍ଧ କରିଅଛନ୍ତି । ଲଙ୍କାଯାତ୍ରୀ, ‘ମୋ ସ୍ଵପ୍ନର କାଶ୍ମୀର’ ଓ ‘ପଥ ଓ ପଥକ’ ‘ୟୁରୋପରୁ ଆମେରିକା ଆଫିକା’ ଏହି ଭ୍ରମଣ କାହାଣୀଗୁଡ଼ିକ ଏକାନ୍ତ ସରସତା ବ୍ୟଞ୍ଜକ ଓ କବିତ୍ଵପୂର୍ଣ୍ଣ । ଜଣେ ବିଶିଷ୍ଟ ସମାଲୋଚକ ଓ ଗବେଷକ ରୂପେ ତାଙ୍କ ସ୍ଥାନ ମଧ୍ଯ ଅପ୍ରତିହତ । ତାଙ୍କର ଉଚ୍ଚକୋଟୀର ଗବେଷଣାତ୍ମକ ମନୋଭଙ୍ଗୀର ପରିଚୟ ମିଳେ ତାଙ୍କର ଲିଖତ ପ୍ରାମାଣିକ ନିବନ୍ଧ (ଓଡ଼ିଆ ଲୋକଗୀତ ଓ କାହାଣୀରୁ’) । ଆଲୋଚ୍ୟ ବିଷୟ ‘ଝେଲମ୍ ନଦୀରେ ସନ୍ଧ୍ୟା’ ‘ମୋ ସ୍ଵପ୍ନର କାଶ୍ମୀର’ ବିଷୟର କିଛି ଅଂଶବିଶେଷ ।

ସୃଷ୍ଟିକର୍ତ୍ତା ତାଙ୍କ ସୃଷ୍ଟିରେ ପ୍ରକୃତିକୁ ଏପରି ମନୋଲୋଭା ଓ ସୌନ୍ଦର୍ଯ୍ୟରେ ବିମଣ୍ଡିତ କରିଛନ୍ତି ଯେ ଯାହାର କଳ୍ପନା ମାନବ କେବେବି କରିପାରିବ ନାହିଁ । ପାହାଡ଼ ପର୍ବତ, ଗଛଲତା, ଆକାଶ, ପବନ, ନଦୀ, ଝରଣା, ପଶୁପକ୍ଷୀ ଇତ୍ୟାଦି ସୃଷ୍ଟିକର୍ତ୍ତାଙ୍କ ଏକ ବଦାନ୍ୟ ଧରିତ୍ରୀ ପାଇଁ । ତେବେ ସବୁଠୁ ଆଶ୍ଚର୍ଯ୍ୟ ଲାଗେ ଯେପରି ଦୁନିଆଯାକର ସବୁ ସୌନ୍ଦର୍ଯ୍ୟ କାଶ୍ମୀରରେ ଭର୍ତ୍ତି ହୋଇଛି । ବରଫାବୃତରେ ଆଚ୍ଛନ୍ନ ହିମାଳୟ ପାହାଡ଼କୁ ଦେଖ‌ିଲେ ଲାଗେ ଯେପରି ସୃଷ୍ଟିକର୍ତ୍ତା ନିଜ ମନକୁ ଆନନ୍ଦିତ ଓ ପ୍ରଫୁଲ୍ଲିତ କରିଥିବା ବେଳେ ଏଇ ପାହାଡ଼ର ପରିକଳ୍ପନା କରି ସେଥ‌ିରେ ଅପୂର୍ବ ଶୋଭାଗୁଡ଼ିକ ଗୁନ୍ଥି ଦେଇଛନ୍ତି । ଯାହାର ଗୋଟିଏ ଗୋଟିଏ ମାଳିରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ।

ଲେଖକ ଝେଲମ୍ ନଦୀକୁ ଶ୍ରୀନଗରବାସୀଙ୍କ ମାଆ’ ପରି ମନେକରିଛନ୍ତି । ଶ୍ରୀନଗରବାସୀ ଝେଲମ୍ ନଦୀର କୋଳରେ ଲାଳିତ ପାଳିତ ପରି ମନେହୁଏ । ନଦୀର କଳକଳ ଧ୍ବନି ସେମାନଙ୍କ ଜୀବନ ସ୍ମୃତିକୁ କୁସୁମିତ କରିଥାଏ । ନଦୀର ଆକାର ସମଗ୍ର ଶ୍ରୀନଗର ଅଞ୍ଚଳକୁ ସ୍ପର୍ଶ କରୁଛି । ଜଳର ରଙ୍ଗ ଗାଢ଼ ନୀଳ, ସର୍ବଦା ଜଳପରିପୂର୍ଣ୍ଣ ଏହି ନଦୀ ଶ୍ରୀନଗରର ‘ଶ୍ରୀ’ ପରି କାର୍ଯ୍ୟ କରିଥାଏ । କାଶ୍ମୀରବାସୀ ସର୍ବଦା ଏହି ନଦୀର ପ୍ରଶଂସା କରିଥାନ୍ତି । ଲେଖକଙ୍କ ବର୍ଣ୍ଣନାରେ – “ କାଶ୍ମୀର ରଙ୍ଗମଞ୍ଚରେ ପ୍ରଧାନ ନର୍ତ୍ତକୀ ଭୂମିକାରେ ସେ ଅଭିନୟ କରିଛି ।” କାଶ୍ମୀରକୁ ଅପୂର୍ବ ସୁନ୍ଦରତା ଭରିଦେବାରେ ଏହି ଝେଲମ ନଦୀର ପ୍ରୟାସ ଏକ ବଳିଷ୍ଠ ପଦକ୍ଷେପ ।

ଲେଖକଙ୍କ ଜଳଯାତ୍ରା ଆରମ୍ଭ ହୋଇଛି ଏହି ଝେଲମ୍ ନଦୀରେ, ଶ୍ରୀନଗରର ଅପୂର୍ବ ଶୋଭା ଓ କାଶ୍ମୀର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରକୃତିପ୍ରେମୀ ଲେଖକଙ୍କ ପଦକ୍ଷେପ ସ୍ଵାଗତଯୋଗ୍ୟ । ଶିକାରା (କାଶ୍ମୀରର ଛୋଟ ଛୋଟ ନୌକା)ରେ ବସି ଲେଖକ ହାଁଜି ସହିତ (ନାଉରୀ) ପ୍ରକୃତିର ସୌନ୍ଦର୍ଯ୍ୟରୂପକୁ ନିଜ ମାନସଚକ୍ଷୁରେ ଆବଦ୍ଧ ରଖୁବା ପାଇଁ ଜଳଯାତ୍ରା ଆରମ୍ଭ କଲେ । ସେହି ଶିକାରାକୁ ମନୋଲୋଭା କରିବା ପାଇଁ ନାନାରଙ୍ଗର କାଗଜରେ ଚିତ୍ରବିଚିତ୍ର କରାଯାଇଛି ଏବଂ ମଖମଲ୍ଲୀ ଗଦି ପଡ଼ିଛି । ନଦୀର ଦୁଇପଟେ ଶ୍ରୀନଗରର ଦୁଇ ଅଂଶ ଶୋଭାପାଉଛି । ଏହି ଦୁଇଅଂଶକୁ ସଂଯୋଗ କରିବା ପାଇଁ ସାତୋଟି ସେତୁ ରହିଛି ଯାହାକୁ ବହୁବର୍ଷ ପୂର୍ବେ ବିଭିନ୍ନ ଶାସକଙ୍କ ସମୟରେ ନିର୍ମିତ ହୋଇଛି । ସେତୁଗୁଡ଼ିକ କାଠରେ ନିର୍ମିତ ହୋଇଛି। ଶ୍ରୀନଗରସ୍ଥ ଝେଲମ୍ ନଦୀରେ ଜଳଯାତ୍ରା କଲେ ଏହି ସାତୋଟି ସେତୁ ପାରି ହେବାକୁ ପଡ଼ିଥାଏ । ଝେଲମ୍ ନଦୀର କୂଳକୁ ଲାଗି ବ୍ୟାଙ୍କ, ଅଫିସ, ବିଦ୍ୟାଳୟ, ମନ୍ଦିର, କଲେଜ, ହୋଟେଲ, ମସ୍‌ଜିଦ, ଗୋଦାମ, କାରଖାନା ରହୁଥ‌ିବାରୁ ସର୍ବଦା ନଦୀରେ ଶିକାରା, ନୌକା ସାହାଯ୍ୟରେ ଲୋକମାନେ ଯାତାୟତ କରିଥାନ୍ତି। ନଦୀ କୂଳରେ ନୌକାରେ ଦୋକାନମାନ ବସିଛି । କାର୍ପେଟ, ସାଲ, କାଠ ତିଆରି ସାମଗ୍ରୀକୁ ଭ୍ରମଣକାରୀମାନେ ନୌକା ଏବଂ ଶିକାରାରେ ଆସି କିଣାକିଣି କରିଥାନ୍ତି । ନୌକାରେ ଗୋଟେ ଗୋଟେ ପରିବାର ବାସକରନ୍ତି ଏବଂ ଖୁସିରେ ଜୀବନ ଅତିବାହିତ କରିଥାନ୍ତି ।

ଲେଖକ ଜଳଯାତ୍ରା କରୁଥିବା ବେଳେ ପ୍ରତ୍ୟେକ କାର୍ଯ୍ୟକୁ ନିରେଖି ଲେଖନୀ ମାଧ୍ୟମରେ ରଚନା କରିଛନ୍ତି । ଏହି ନଦୀର ଚତୁଃପାର୍ଶ୍ଵରେ ଜଳଯାତ୍ରାବାହୀ ନୌକା ପ୍ରସ୍ତୁତ ହୋଇ ରହିଛନ୍ତି । ନୌକାରେ ପିଲାମାନେ ନିଜ ଭାଇଭଉଣୀ ସହ ଖେଳୁଛନ୍ତି ପୁଣି ଘରଣୀ ନିଜ ସ୍ଵାମୀର ଅସିବାବାଟକୁ ଚାହିଁ ରହୁଛି । କେଉଁଠି ବୃଦ୍ଧାଜଣକ ପଥର ଉପରେ ଲୁଗା ଧୋଇ ସେହି ନଦୀରେ ପିଟଣାରେ ବାଡ଼ଉଛି, ନଦୀର ଜଳ ଅତ୍ୟନ୍ତ ଥଣ୍ଡା ହୋଇଥିବାରୁ ଏହି ଧରଣର ଲୁଗା କଚାଯାଏ । ନଦୀର ଘାଟରେ ଖଲାସୀ ଜିନିଷପତ୍ର ଉଠାଉଛି, କେଉଁଠି କୂଳରେ ବସି ବୁଢ଼ା ପଠାଣ ଧୂଆଁ ଖାଉଛି । ସମସ୍ତେ ନିଜ କର୍ମମୟ ଜଞ୍ଜାଳରେ ବୁଡ଼ିରହିଛନ୍ତି ଏହି ନଦୀକୁ  ଆଶ୍ରା କରି, ଲେଖକ ବର୍ଷନାରେ – “ କିଏ ଅଫିସରୁ ଫେରୁଛନ୍ତି, କିଏ ଯାଉଛି ବଜାର, କିଏ ଯାଉଛି ନମାଜ ପଢ଼ି, କିଏ ଯାଉଛି ମନ୍ଦିରକୁ।” ପୁଣି କେଉଁଠି କଲେଜପଢୁଆ ପିଲା ଓଠରେ ସିଗାରେଟ ଦେଇ ସିନେମା ଦେଖ‌ିବା ପାଇଁ ତରତରରେ ପାଦ ପକେଇ ଯାଉଛି ।

ଲେଖକଙ୍କ ବର୍ଣ୍ଣନାରେ ବାସ୍ତବତାର ଚିତ୍ର ପ୍ରଦର ହୋଇଛି । ଝେଲମ୍ ନଦୀର ଅପୂର୍ବ ଶୋଭା ଯେତିକି ମନମୁଗ୍ଧକର ସେତିକି ଆଶ୍ଚର୍ଯ୍ୟ ପରିଲକ୍ଷିତ ହୋଇଛି ।


(ଗ) ‘ଗଳ୍ପ ହିଁ ମଣିଷର କ୍ଲାନ୍ତିକୁ ଦୂର କରାଏ’ ବର୍ଣ୍ଣନା କର ।

ଏହା ପଠିତ ପ୍ରବନ୍ଧ ‘ଝେଲମ୍ ନଦୀରେ ସନ୍ଧ୍ୟା’ ଅନୁସରଣରେ


ଊ. ଆଧୁନିକ ଓଡ଼ିଆ ସାହିତ୍ୟର ବଳିଷ୍ଠ ଶିରୂପେ କ୍ଷୁଦ୍ରଗଳ୍ପର ବ୍ୟାପ୍ତି ଓ ସୁଖପାଠ୍ୟ ସର୍ବଜନ ବିଦିତ । ଆଧୁନିକ ସମାଜ ଓ ବ୍ୟକ୍ତିକୁ ପ୍ରତିନିଧିତ୍ଵ କରିବାରେ ଏହା ଯଥାର୍ଥ ଗଦ୍ୟ ସ୍ୱରୂପ । ଗଛର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଆଜି ପର୍ଯ୍ୟନ୍ତ ଦିଆଯାଇ ପାରୁନାହିଁ କାରଣ ଏହା ଏକ କଷ୍ଟକର ବ୍ୟାପାର । ଜୀବନର ଏକାନ୍ତ ଚମକପ୍ରଦ ରସଦାୟୀ ମୁହୂର୍ତ୍ତକୁ କଳାତ୍ମକ ରୂପ ପ୍ରଦାନ କରି ଏହି ବିଭାଗଟି ଅଧ‌ିକ ରୁଚିପୂର୍ଣ୍ଣ ଓ ଶ୍ରୀମନ୍ତ ହୋଇପାରିବା ସଙ୍ଗେ ସଙ୍ଗେ ପ୍ରାଚୀୟ ସାହିତ୍ୟ ସହ ପ୍ରତିଯୋଗିତା କରିବାରେ କ୍ଷମ ହୋଇପାରିଛି | ସମୟର ଅପ୍ରତିହତ ଅଖଣ୍ଡ ଗତି ସହ ତାଳ ମିଳାଇ ଗଜ ଖଣ୍ଡିତ ଜୀବନର ସ୍ଵର ଶୁଣାଇ ପୂର୍ଣ୍ଣାଙ୍ଗତାର ପ୍ରତୀତ ସଂଜାତ କରିଛି | ପୁଣି ବିବର୍ତ୍ତିତ ମାନବୀୟ ରୁଚି ଅନୁଯାୟୀ ନିଜର ରୂପ ଓ ଆତ୍ମାକୁ ବାରମ୍ବାର ବଦଳାଇଛି । କେତେବେଳେ ମନୋରମ କାହାଣୀ ବିବୃତି କରିବାରେ ସେ ହୋଇଉଠିଛି ପ୍ରଗଳଭ ତ କେତେବେଳେ କାହାଣୀହୀନ ମନୋବିଶ୍ଳେଷଣଧର୍ମୀ ବର୍ଣ୍ଣନାରେ ହୋଇଛି ବୁଦ୍ଧିଦୀପ୍ତ ଓ ଗମ୍ଭୀର । ଆଉ କେତେବେଳେ ଅନେକ ଅସଂଲଗ୍ନ କାହାଣୀର ସମବାୟରେ ହୋଇ ଉଠିଛି ଉଦ୍ଭଟ । ଯାହାହେଲେ ବି ସେଥରେ ସମୟର ସ୍ପନ୍ଦନ, ଚିତ୍ରିତ ଖଣ୍ଡିତ ଜୀବନ ଓ ସମାଜ-ସବୁ ମିଶି ଏକ ନିର୍ଦ୍ଦିଷ୍ଟ ତାରିଖ ମସିହାହୀନ ଇତିହାସର କଥା ସୂଚିତ ।

ପ୍ରାବନ୍ଧିକ ଝେଲମ୍ ନଦୀର ସୌନ୍ଦର୍ଯ୍ୟ ବର୍ଣନା କରିବା ସହିତ ଶ୍ରୀନଗରର ଅପୂର୍ବ ମନୋଲୋଭା ଦୃଶ୍ୟ ଓ କାଶ୍ମୀର ଯେ ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟିର ଏକ ଅମୂଲ୍ୟ ସମ୍ପଦ ତାହା ନିଜ ସ୍ଵଚକ୍ଷୁରେ ଉପଲବ୍ଧ କରି ନିଜ ଲେଖନୀ ଚାଳନା କରି ପାଠକ ହୃଦୟରେ ଏକ ରୋମାଞ୍ଚତମୟ ଆଲୋଚନା ସୃଷ୍ଟି କରାଇପାରିଛନ୍ତି । ଝେଲମ୍ ନଦୀରେ ଶିକାରା ସାହାଯ୍ୟରେ ଜଳଯାତ୍ରା ଆରମ୍ଭ କରି ହାଜି (ନାଉରୀ) ଲେଖକଙ୍କୁ ନେଇଛି ଏଇ ପ୍ରକୃତିର ମନୋଲୋଭା ଦୃଶ୍ୟକୁ ହୃଦୟଙ୍ଗମ କରିବା ପାଇଁ । ନିଜର ଦୃଷ୍ଟି ନିକ୍ଷେପ ହେଲା ପର୍ଯ୍ୟନ୍ତ କେଉଁ ଦୂରଦୂରାନ୍ତ ଅତିକ୍ରମ କରି ଲେଖକଙ୍କ ନୟନରେ ଅପୂର୍ବ ଦୃଶ୍ୟରାଜି ମର୍ମଭେଦ କରିଛି । ଚଳଚଞ୍ଚଳ ଶ୍ରୀନଗରବାସୀ ନିଜର କାମସାରି ନୌକା ମାଧ୍ୟମରେ ଶ୍ରୀନଗର ଏପଟୁ ସେପଟକୁ ଯିବାଆସିବା କରିଛନ୍ତି । ସନ୍ଧ୍ୟାର ଆଗମନରେ କାଶ୍ମୀରର ବରଫାବୃତ୍ତ ପର୍ବତରେ ସୂର୍ଯ୍ୟଙ୍କର ଲୋହିତବର୍ଷର କିରଣରେ ସୁବର୍ଷର ଦ୍ବନ୍ଦ୍ବ ସୃଷ୍ଟି କରୁଛି । ଝେଲମ୍ ନଦୀରେ ସୂର୍ଯ୍ୟଙ୍କର ସୁବର୍ଣ୍ଣ କିରଣ କନକ ହାତର କୁହୁକ ସ୍ପର୍ଶ ପରି ମନେ ହେଉଛି । ସନ୍ଧ୍ୟାର ଆଗମନ ହେବାରୁ ସୂର୍ଯ୍ୟ ଏକ ସିନ୍ଦୂରବିନ୍ଦୁ ପରି ହୋଇ ଶେଷରେ ଅସ୍ତଗାମୀ ହୋଇଛନ୍ତି । ଆକାଶରେ ତାରାମାଳା ଦେଖାଦେଇଛି । ପ୍ରକୃତିର ଅପରୂପ ଶୋଭାରୁ ଲେଖକ ଓହରି ଆସିଛନ୍ତି କାରଣ ସନ୍ଧ୍ୟା ହେବାରୁ ଚାରିଆଡ଼େ ନୀରବର ଛାୟା ଖେଳିଯାଉଛି ।

ଲେଖକ ଏହି ସମୟରେ ହାଁଜିକୁ ତାଙ୍କ ଦେଶର ଏକ ଗଳ୍ପ କହିବାକୁ କହିଛନ୍ତି, ହାଁଜି ଆରମ୍ଭ କରିଛି – ମନ୍ତ୍ରୀପୁଅ ଓ ରଜାପୁଅ ଦୁଇ ଜଣ ଦୁଇ ସଙ୍ଗାତ । ରଜାପୁଅ ସ୍ଵପ୍ନର ନାୟିକାକୁ ପାଇବାର ବ୍ୟାକୁଳତା ଦେଖ୍ ମନ୍ତ୍ରୀପୁଅ ସଙ୍ଗାତର ପ୍ରାଣରକ୍ଷା ପାଇଁ ସ୍ଵପ୍ନନାୟିକାକୁ ଖୋଜିବାକୁ ପ୍ରସ୍ତାବ ଦେଇଛି । ଦିହେଁ ମିଶି ସ୍ଵପ୍ନର ନାୟିକାକୁ ଏକ ରାଜପ୍ରାସାଦରେ ଦେଖୁଛନ୍ତି | ମନ୍ତ୍ରୀପୁଅର ବିଚକ୍ଷଣ ବୃଦ୍ଧି ହେତୁ ରାଜଜେମାଙ୍କ ମନ ପିଠାଦେଇ କିଣିନେଇଛି । ରାଜଜେମାର ପିଠା କରିଥିବା ବ୍ୟକ୍ତିକୁ ଦେଖ‌ିବାର ଆଗ୍ରହ ହେବାରୁ ଛଦ୍ମବେଶଧାରୀ ମନ୍ତ୍ରୀ ପୁଅ ରଜାପୁଅର ବ୍ୟାକୁଳତା ରାଜଜେମାଙ୍କୁ କହିଛି । ରାଜାପୁଅର ଜୀବନ ରକ୍ଷା ଏବେ ରାଜଜେମା ହାତରେ । ଏଇ ପ୍ରସ୍ତାବ ଶୁଣି ରାଜଜେମା ଏକ ନିର୍ଦ୍ଦିଷ୍ଟ ସମୟରେ ମିଳନର ପର୍ବ ଆୟୋଜନ କରିଥିବା ବେଳେ ରାଜପୁତ୍ର ସେହି ସମୟରେ ଅନୁପସ୍ଥିତ ରହିବାରୁ ରାଜଜେମା ରାଗିଯାଇଛନ୍ତି । ତାଙ୍କୁ ବୁଝାମଣା କରି ମନ୍ତ୍ରୀପୁଅ ଆଉଥରେ ମିଳନର ଯୋଜନା ପାଇଁ ରାଜଜେମାଙ୍କୁ ଅନୁରୋଧ କରିଛି । ଶେଷରେ ରାଜାପୁଅ ଓ ରାଜଜେମାଙ୍କ ମିଳନ ହୋଇଛି; ମାତ୍ର କଟୁଆଳ ସେମାନଙ୍କୁ ବନ୍ଦୀ କରିଛି ।

ବନ୍ଦୀ କାରାଗାରରୁ ମନ୍ତ୍ରୀପୁଅ ନିଜର ବିଚକ୍ଷଣ ବୁଦ୍ଧି ଯୋଗୁ ସେମାନଙ୍କୁ ଖଲାସ କରିଛି । ରାଜଜେମାଙ୍କ ବିବାହ କୌଶଳକ୍ରମେ ରାଜପୁତ୍ର ସହ କରାଇଛି ଏବଂ ନିଜେ ଅନ୍ୟ ଦେଶର ରାଜାଙ୍କ ଭଉଣୀ ସହ ବିବାହ କରିଛି । ରାଜାପୁଅ ଓ ମନ୍ତ୍ରୀପୁଅ ନିଜ ରାଜ୍ୟକୁ ରାଜଜେମା ସହିତ ଫେରିଛନ୍ତି |

ଶ୍ରମ ଲାଘବ ଏବଂ ଏକୁଟିଆପଣକୁ ଦୂରେଇବା ପାଇଁ ଗଳ୍ପ ଏକ ମାଧ୍ୟମ । ତେବେ ଲେଖକଙ୍କ ଏପରି ରଚନା ବେଶ୍ ମନମୁଗ୍ଧକର ହୋଇପାରିଛି ।

(ଛ) ‘ଝେଲମ୍ ନଦୀରେ ସନ୍ଧ୍ୟା’ ପ୍ରବନ୍ଧ ନାମକରଣର ସାର୍ଥକତା ପ୍ରତିପାଦନ କର ।

ଉ. ପ୍ରକୃତିର ଅପୂର୍ବ ଶୋଭାରାଶିରେ ନିଜକୁ ହଜାଇ ଦେଇଥିବା ଲେଖକ ଡକ୍ଟର କୁଞ୍ଜବିହାରୀ ଦାଶ ଦେଶ ବିଦେଶରେ ଭ୍ରମଣ କରି ନିଜର ସ୍ଵ ଅନୁଭୂତି ଓ ଅପୂର୍ବ ଉପଲବଧୂକୁ ଭ୍ରମଣ କାହାଣୀ ମାଧ୍ୟମରେ ଲୋକଲୋଚନକୁ ଆଣିପାରିଛନ୍ତି । ପରେ କେତେଗୁଡ଼ିଏ ଭ୍ରମଣକାହାଣୀ ପୁସ୍ତକ ମଧ୍ୟରୁ ‘ମୋ ସ୍ଵପ୍ନର କାଶ୍ମୀର ଭ୍ରମଣପୁସ୍ତକ ଅନ୍ୟତମ’ । ‘ଝେଲମ୍ ନଦୀରେ ସନ୍ଧ୍ୟା’ ଏହି ପୁସ୍ତକର କିଛି ଅଂଶ ।

ପ୍ରବନ୍ଧର ନାମକରଣରୁ ଏହା ସୂଚିତ ହେଉଛି, ଝେଲମ୍ ନଦୀରେ ସନ୍ଧ୍ୟାର ଆଗମନ କିପରି ହୋଇଛି । ସନ୍ଧ୍ୟାରେ ସେଠାରେ ପରିବେଶ କିପରି ଦେଖାଯାଉଛି ତାହା ପ୍ରାବନ୍ଧିକ ନିଜ ମାନସଚକ୍ଷୁରେ ଉପଲବ୍ଧ କରି ଲେଖନୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଝେଲମ୍ ନଦୀ ସର୍ବଦା ସ୍ଵର୍ଣ୍ଣଗର୍ଭା, ସଦା ପୂର୍ବଜ୍ଜ୍ବଳା ଅର୍ଥାତ୍ ଝେଲମ୍ ନଦୀ କାଶ୍ମୀରର ରଙ୍ଗମଞ୍ଚରେ ପ୍ରଧାନ ନର୍ତ୍ତକୀ । ତା’ର ସୁବର୍ଣ୍ଣପରି କେଶବିନ୍ୟାସ ଝେଲମ ନଦୀକୁ ଅଧିକ ଆକୃଷ୍ଟ କରୁଛି । ଶ୍ରୀନଗର ବାସୀଙ୍କ ମାଆ ପରି ଝେଲମ୍ ନଦୀ । କାଶ୍ମୀର ଅଧିବାସୀ ଝେଲମ୍ ନଦୀର ପ୍ରଶଂସା ଅହର୍ନିଶି କରିଥାନ୍ତି । ପ୍ରକୃତି ପିପାସୁ ଲେଖକ ଡକ୍ଟର ଦାଶ ଝେଲମ୍ ନଦୀର ଜଳରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି |

ଝେଲମ୍ ନଦୀରେ ଯିବାକୁ ହେଲେ ଶିକାରା (ନୌକା)ର ଆବଶ୍ୟକତା ପଡ଼ିଥାଏ । ଏହି ଶିକାରାର ବର୍ଣ୍ଣନା ଲେଖକ ଖୁବ୍ ଚମତ୍କାରଭାବେ ଉପସ୍ଥାପନା କରିଛନ୍ତି । ଶିକାରାରେ ଦୁଇଟି ଚୌକୀ ସଂଲଗ୍ନ, ସେଥୁରେ ମଖମଲୀ ଗଦି ପଡ଼ିଛି ଯେଉଁଥ‌ିରେ ଚାରିଜଣ ବସିପାରିବେ । ଶିକାରା ଉପରେ ଚିତ୍ରବିଚିତ୍ର ଚାନ୍ଦୁଆ ଏବଂ ଚାରି ଖମ୍ବରେ ନାଲି ନେଳି କାଗଜ ଗୁଡ଼ା ହୋଇ ଆହୁରି ଅଧୂକ ସୁନ୍ଦର ଦେଖାଯାଉଛି । ଶିକାରା ଯେତେ ଯେତେ ଆଗକୁ ଯାଉଥବ ଶ୍ରୀନଗରର ଦୃଶ୍ୟ ଅତି ମନୋଲୋଭା ହେଉଥାଏ । ଝେଲମ୍ ନଦୀର ଦୁଇପଟେ ଶ୍ରୀନଗର, ସେଠାରେ ଯୋଗସୂତ୍ର ରକ୍ଷା କରିବା ପାଇଁ ସାତୋଟି ସେତୁ ଅଛି । ଝେଲମ୍ ନଦୀରେ ଜଳଯାତ୍ରା କଲେ ଏହି ସାତୋଟି ସେତୁ ପଡ଼େ । ସେତୁଗୁଡ଼ିକ କାଠରେ ନିର୍ମିତ । ଝେଲମ୍ ନଦୀ କୂଳରେ ବ୍ୟାଙ୍କ, କାରଖାନା, ଅଫିସ, ସ୍କୁଲ, କଲେଜ, ମନ୍ଦିର ଓ ମସଜିଦ୍ ରହୁଥ‌ିବାରୁ ଏହି ନଦୀପଥ ଦେଇ ପ୍ରାୟ ଯାତାୟତ ହୋଇଥାଏ । ପୁଣି ଏହି ନଦୀ କୂଳରେ ବୋଝମାନଙ୍କରେ ଦୋକାନର ପସରା ଖୋଲିଛି । ଘରସଜ୍ଜା ଜିନିଷଠାରୁ ଆରମ୍ଭ କରି ମୂଲ୍ୟବାନ ଜିନିଷ ସବୁ ଶିକାରା ମାଧ୍ୟମରେ ଆସି ପର୍ଯ୍ୟଟକମାନେ କିଣାବିକା କରନ୍ତି । ନଦୀ କୂଳରେ ନୌକାରେ ଗୋଟେ ଗୋଟେ ପରିବାର ବାସ କରନ୍ତି । ସେମାନଙ୍କ ପିଲାମାନେ ବାହାର ଜଗତରୁ ବିଛିନ୍ନ ପରି ଲାଗନ୍ତି କାରଣ ଏହି ନୌକାର ସୀମିତ ପରିବେଶରେ ସେମାନେ ଜୀବନ ବିତାଇଥାନ୍ତି ।

ଲେଖକ ପ୍ରକୃତିର ଏହି ଅପରୂପ ଦୃଶ୍ୟରାଜିରେ ନିଜକୁ ହଜାଇ ଦେଇଥିବା ବେଳେ ସନ୍ଧ୍ୟା ଆଗମନ ଦୃଶ୍ୟ ଆଡ଼କୁ ନିଜର ଦୃଷ୍ଟି ଫେରାଇଛନ୍ତି । ଆକାଶରେ ମେଘ ଓ ଆକାଶର ଲୁଚକାଳି ଭିତରୁ ବାହାରି ସୂର୍ଯ୍ୟ ଝେଲମ ନଦୀର ଜଳକୁ ସ୍ପର୍ଶ କରିଛନ୍ତି | ସନ୍ଧ୍ୟା, ନଦୀର ଢେଉ ଉପରେ ଗୋଲାପି ପାଦ ଚାଳି ଯେପରି ଲେଖକଙ୍କ ଆଡ଼କୁ ଆସିଲା ଏବଂ ତା’ର କନକ ହାତର କୁହୁକ ସ୍ପର୍ଶରେ ମନକୁ ଆଲୋକିତ କରିଦେଲା । ନଦୀର ସ୍ରୋତ ସୁବର୍ଣ୍ଣ ପରି ପ୍ରତୀୟମାନ ହେଲା ଏବଂ ସନ୍ଧ୍ୟା କାଶ୍ମୀରୀ ସୁନ୍ଦରୀ କିଶୋରୀ ପରି ଆସି ସୁବର୍ଣ୍ଣ ତରୀରେ ବସିଲା । ତା’ପରେ ନିଜର ମାୟା ଇନ୍ଦ୍ରଜାଲ ମେଲାଇ କାଶ୍ମୀରର ହଳହଳ ପର୍ବତମାଳାଠାରୁ ଆରମ୍ଭ କରି ଗଛମାନଙ୍କରେ ଅଗ୍ନିର ଫୁଲ ସଦୃଶ ପ୍ରତୀୟମାନ ହୋଇଛି । ବରଫ ପର୍ବତମାଳାରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ବର୍ଷ କିରଣ ମନରେ ଆତଙ୍କ ସୃଷ୍ଟି କଲା । ସମଗ୍ର ବିଶ୍ଵ ଯେପରି ସନ୍ଧ୍ୟାର ଆଗମନ ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି । ବରଫାବୃତ୍ତରେ ଆଚ୍ଛାଦିତ ସହସ୍ର ଶୃଙ୍ଗକୁ ଲୋହିତ ରଙ୍ଗ କରି ଶେଷରେ ଏକ ସିନ୍ଦୂର ବିନ୍ଦୁ ହୋଇ ସୂର୍ଯ୍ୟ ଲିଭିଗଲେ।

ସନ୍ଧ୍ୟା ଆଗମନର ଅପୂର୍ବ ଦୃଶ୍ୟରାଜି ‘ଝେଲମ୍ ନଦୀରେ ସନ୍ଧ୍ୟା’ ପ୍ରବନ୍ଧରେ ପ୍ରାବନ୍ଧିକ ବଡ଼ ବିଚିତ୍ରଭଙ୍ଗୀରେ ଦର୍ଶାଇଛନ୍ତି। ପ୍ରକୃତିର ଏହି ବିସ୍ମୟକର ଖେଳକୁ ଲେଖକ ଲେଖନୀ ମାଧ୍ୟମରେ ଜନତା ସମ୍ମୁଖରେ ଆଣି ତୋଳି ଦେଇଛନ୍ତି । ବାସ୍ତବିକ, ଏପରି ବର୍ଣ୍ଣନା ଅତି ଉଚ୍ଚକୋଟୀର ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.