+2 1st year MIL Odia "Sehi Smaraniya Dibasa" (Gaa Majlis) ra samasta prashna uttara. Important long & short question answers for CHSE Odisha exams.
«ଗାଁ ମଜଲିସ୍» ହେଉଛି ଓଡ଼ିଶାର ଜଣସେବକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଏକ ଅତ୍ୟନ୍ତ ଲୋକପ୍ରିୟ ଏବଂ କାଳଜୟୀ ସ୍ତମ୍ଭ ସଂକଳନ (ପ୍ରବନ୍ଧ ସାହିତ୍ୟ)। ଏହା ଦୀର୍ଘ ବର୍ଷ ଧରି ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ରେ ପ୍ରକାଶ ପାଉଥିଲା।
- ଗ୍ରାମ୍ୟ ଜୀବନର ପ୍ରତିଫଳନ: ଗାଁ ମଜଲିସ୍ର ଅର୍ଥ ହେଉଛି ଗାଁ ଚଉପାଢ଼ୀରେ ବସୁଥିବା ସଭା ବା ଆସର। ଏଥିରେ ଗାଁର ସରଳ ମଣିଷଙ୍କ ସୁଖ-ଦୁଃଖ, ସମସ୍ୟା ଓ ଚଳଣି ସ୍ଥାନ ପାଇଥାଏ।
- ସାମାଜିକ ସଂସ୍କାର: ମହତାବ ଜୀ ଏହି ସ୍ତମ୍ଭ ମାଧ୍ୟମରେ ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଏବଂ ରାଜନୈତିକ ଚେତନା ଉପରେ ସରଳ ଭାଷାରେ କଠୋର ପ୍ରହାର କରୁଥିଲେ।
- ସ୍ମରଣୀୟ ଦିବସର ତାତ୍ପର୍ଯ୍ୟ: ଏହି ପୁସ୍ତକ ଓଡ଼ିଆ ସାହିତ୍ୟ ପାଇଁ ଏକ ସ୍ମରଣୀୟ ଅଧ୍ୟାୟ। ଏହା ଯୋଗୁଁ ଡ. ହରେକୃଷ୍ଣ ମହତାବଙ୍କୁ ୧୯୮୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
- ଉପକ୍ରମ: ଗାଁ ମଜଲିସ୍ର ପରିଚୟ ଏବଂ ଓଡ଼ିଆ ସାହିତ୍ୟରେ ଏହାର ଗୁରୁତ୍ୱ।
- ଲେଖକଙ୍କ ଦୃଷ୍ଟିଭଙ୍ଗୀ: କିଭଳି ଜଣେ ପ୍ରଭାବଶାଳୀ ରାଜନେତା ହୋଇ ମଧ୍ୟ ମହତାବ ବାବୁ ଗାଁର ସାଧାରଣ ଲୋକଙ୍କ ଭାଷା ଓ ସମସ୍ୟାକୁ ବୁଝିପାରୁଥିଲେ।
- ସ୍ମରଣୀୟ ଦିଗ: ଏଥିରେ ବ୍ୟବହୃତ ବ୍ୟଙ୍ଗାତ୍ମକ ଓ ସରଳ ଶୈଳୀ, ଯାହା ପାଠକକୁ ଆଜି ବି ଆକର୍ଷିତ କରେ।
Sehi Smaraniya Dibasa Question Answer
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିବାଛି ଲେଖ।
(କ) ଭାରତ ଇତିହାସର ଏକ ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ କାହାର ଆଗମନ ହେଲା ?
(ରାତ୍ରି, ଉଷା, ପ୍ରଦୋଷ, ଦିନ)
ଉ : ଉଷା
(ଖ) ରାତିଅଧରୁ ଶୋଭାଯାତ୍ରାର କୋଳାହଳ, ଜାତୀୟ ଓ ଭକ୍ତି ଗୀତର ମୂର୍ଚ୍ଚନାରେ କେଉଁ ସହର ମୁଖରିତ ହୋଇ ଉଠିଥିଲା ?
(ଭୁବନେଶ୍ଵର, କଟକ, ଦିଲ୍ଲୀ, ଅନୁଗୋଳ)
ଉ : କଟକ
(ଗ) ଶହ ଶହ ବର୍ଷ ଧରି କେଉଁ ସ୍ଥାନ ଓଡ଼ିଶାର ରାଜା ଓ ସୁବେଦାରମାନଙ୍କ ଦୁର୍ଗ ହୋଇ ରହିଥିଲା ?
(ବାରବାଟୀ ଜିଲ୍ଲା, କଟକ, ସୋନପୁର, ବଲାଙ୍ଗିର)
ଉ : ବାରବାଟୀ. କିଲ୍ଲା
(ଘ) କେଉଁ ଐତିହାସିକ ସ୍ଥାନ ଦୁଇଶହ ବର୍ଷ ଧରି ମୋଗଲମାନଙ୍କ ସରକାରୀ ବାସଭବନ ହୋଇଥିଲା ।
(ମଙ୍ଗଳାବାଗ, ଲାଲବାଗ, ଚାନ୍ଦିନୀଚୌକ, ରାଣୀହାଟ)
ଉ : ଲାଲବାଗ
(ଙ) ଡକ୍ଟର ମହତାବଙ୍କୁ କିଏ ‘ତୁମେ ଜଣେ ଖାଣ୍ଟି ଐତିହାସିକ’ ବୋଲି କହିଛନ୍ତି ?
(ଡକ୍ଟର କାଟୁଳ୍, ରେଭେନ୍ସା, ବୀମ୍, ପାରଳାରାଜା)
ଉ : ଡକ୍ଟର କାଟୁଜ୍
(ଚ) ଅତି ଅଳ୍ପ ସମୟ ମଧ୍ୟରେ କିଏ ଇତିହାସର ଗତି ବଦଳାଇ ପାରିଥିଲେ ?
(ସୁଭାଷବୋଷ, ଗାନ୍ଧିଜୀ, ଗୋପବନ୍ଧୁ, ମଧୁସୂଦନ)
ଉ : ଗାନ୍ଧିଜୀ
(ଛ) ‘ଯୁଗେ ଯୁଗେ ଭାରତ’ ଏକାଙ୍କିକା ନାଟକକୁ କିଏ ଭାଷା ଦେଇଥିଲେ ?
(ଡକ୍ଟର ମହତାବ, ସଚ୍ଚିନ ଦତ୍ତ, ଡକ୍ଟର କୈଳାସ ନାଥ, କାଳୀଚରଣ)
ଉ : ଡକ୍ଟର ମହତାବ
(ଜ) ‘ଯୁଗେ ଯୁଗେ ଭାରତ’ ଏକାଙ୍କିକା ନାଟକର ତେଜୀୟାନ ଯୁବକଟିର ନାମ କ’ଣ ?
(ଭଗତ୍ ସିଂ, ବାଜିରାଉତ, ଖୁଦୀରାମ, ଲକ୍ଷ୍ମଣ ନାୟକ)
ଉ : ଖୁଦୀରାମ
(ଝ) ଆପଣମାନେ ମୋତେ ମନେ ରଖୁବାର କୌଣସି ଆବଶ୍ୟକତା ନାହିଁ ଏହା କିଏ କହିଛି ?
(ଖୁଦୀରାମ, ଡକ୍ଟର ମହତାବ, ଗୋପବନ୍ଧୁ, ଫକୀରମୋହନ)
ଉ : ଖୁଦୀରାମ
(ଞ) କଟକଠାରେ କେଉଁ ହଲ୍ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରାଯାଇଥିଲା ?
(ଶତାବ୍ଦୀ ଭବନ, ଶ୍ରୀରାମଚନ୍ଦ୍ର ଭବନ, ଶହୀଦ ହଲ୍, ଟାଉନ୍ ହଲ)
ଉ : ଶହୀଦ ହଲ୍
(ଟ) ହଜାର ହଜାର ଲୋକ କାହାକୁ ଜଳାଞ୍ଜଳି ଦେଇ ରାସ୍ତାର ଭିକ୍ଷୁକ ସାଜିବା ପଥ ବାଛି ନେଇଥିଲେ ?
(କ୍ୟାରିୟର, ଧନସମ୍ପତ୍ତି, ଘରଦ୍ଵାର, ଜୀବନ)
ଉ : କ୍ୟାରିୟର
(୦) ସ୍ଵାଧୀନତା ହିଁ ସେମାନଙ୍କ ପକ୍ଷେ ହିଁ — ଥଲା ?
(ଆନନ୍ଦ, ପୁରସ୍କାର, ଉତ୍ସବ, ଦୁଃଖ)
ଉ : ପୁରସ୍କାର
(ଡ) ସ୍ଵାଧୀନତା ପରେ ସଭ୍ୟତାର ବହୁଦୂରରେ ଥିବା କେଉଁ ଜିଲ୍ଲାର ଆଦିବାସୀ ଲୋକମାନେ ମଧ୍ୟ ଆନନ୍ଦରେ ମାତି ଉଠିଥିଲେ ?
(ମୟୂରଭଞ୍ଜ, କୋରାପୁଟ, କଳାହାଣ୍ଡି, ସମ୍ବଲପୁର)
ଉ : କୋରାପୁଟ
() କେତେବର୍ଷ ପରେ ଡକ୍ଟର ମହତାବ ପଛକୁ ଫେରି ଚାହିଁଛନ୍ତି ଲୋକଙ୍କ ଆଶା ଆକାଂକ୍ଷା କଥା ମନେ ପକାଇଛନ୍ତି ?
(୧୦ ବର୍ଷ, ୨୦ ବର୍ଷ, ୨୫ ବର୍ଷ, ୪୦ ବର୍ଷ)
ଉ : ୨୫ ବର୍ଷ
(ଣ) ଚରମ ବ୍ୟର୍ଥତା, ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତାଙ୍କ ପାଇଁ____ସଂପୂର୍ଣ୍ଣ ନିରର୍ଥକ ?
(ଦାବୀ, ସ୍ଵାଧୀନତା, ଆନନ୍ଦ, ଆତ୍ମପ୍ରତ୍ୟୟ)
ଉ : ଆନନ୍ଦ
(ତ) ଭାରତ ଇତିହାସରେ ଏକ______ଯୁଗର ଅୟମାରମ୍ଭ ହୋଇଛି |
(ପୁରାତନ, ନୂତନ, ଅନ୍ଧକାର, ଆଲୋକ)
ଉ : ନୂତନ
(ଥ) ବାଦ୍ୟ ଓ ଶଙ୍ଖନାଦରେ______ସହର ମୁଖରିତ ହୋଇ ଉଠିଥିଲା ?
(ବାଲେଶ୍ବର, ଅନୁଗୁଳ, ଭୁବନେଶ୍ୱର, କଟକ)
ଉ : କଟକ
(ଦ) ବାରବାଟୀ ଜିଲ୍ଲା _____ ମାନଙ୍କର ଦୁର୍ଗ ହୋଇଥିଲା ?
(ରାଜା ଓ ମନ୍ତ୍ରୀ, ରାଜା ଓ କଟୁଆଳ, ରାଜା ଓ ସୁବେଦାର, ରାଜା ଓ ଦେୱାନ)
ଉ : ରାଜା ଓ ସୁବେଦାର
(ଧ) ଡକ୍ଟର କୈଳାସନାଥ କାଟୁଜ୍ ଆମର_____ଥିଲେ ?
(ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀ, ରାଜ୍ୟପାଳ, କ୍ୟାବିନେଟ୍ ମନ୍ତ୍ରୀ)
ଉ : ରାଜ୍ୟପାଳ
(ନ) ପ୍ରଫୁଲ୍ଲ ମନରେ ମୁଣ୍ଡ ତଳକୁ କରି_____‘କରିଡ଼ର’ରେ ବୁଲୁଥାନ୍ତି ?
(ଡଃ କାଟୁଜ୍, ରେଭେନ୍ସା, ବୀମ୍, ପାରଳାରାଜା)
ଉ : ଡଃ କାଟୁଜ୍
(ପ) ଭାବବିହ୍ବଳ ସ୍ୱରରେ_______ପଚାରିଲେ ମହତାବ ସାହେବ, କେତେ ଶତାବ୍ଦୀ ପରେ ?
(ରେଭେନ୍ସା, ବୀମସ୍, ପାରଳାରାଜା, ଡଃ କାଟୁଜ)
ଉ : ଡଃ କାଟୁଜ
(ଫ) ଭାରତୀୟ ଜନତା ପୂରାପୂରି ଭାବେ_______ପ୍ରତି ବୀରସ୍ପୃହ ହୋଇପଡ଼ିଲେ ।
(ଇତିହାସ, ଭୌଗୋଳିକ, ରାଜନୀତି, ଅର୍ଥନୀତି)
ଉ : ରାଜନୀତି
(ବ) ଲୋକଙ୍କର ଏହି ଧାରଣାକୁ_____ସତେଯେପରି ଯାଦୁବଳରେ ଧ୍ୱଂସ କରିଦେଲେ ?
(ଜବାହରଲାଲ୍ ନେହେରୁ, ସୁଭାଷ ବୋଷ, ଗାନ୍ଧିଜୀ, ଖୁଦିରାମ)
ଉ : ଗାନ୍ଧିଜୀ
(ଭ) ଗଣ ଆନ୍ଦୋଳନଠାରୁ ଦୂରେଇ ରହୁଥିବା______ଏହି ସ୍ଵାଧୀନତା ଆଣିଲେ ନାହିଁ ?
(ରାଜନୀତି ଗୋଷ୍ଠୀ, ନବାବ ଗୋଷ୍ଠୀ, ରାଜାଗୋଷ୍ଠୀ, ଶିକ୍ଷିତ ଗୋଷ୍ଠୀ)
ଉ : ଶିକ୍ଷିତ ଗୋଷ୍ଠୀ
(ମ) ଗାନ୍ଧିଜୀ ଅତି ଅଳ୍ପ ସମୟ ଭିତରେ______ର ଗତି ବଦଳାଇ ଦେଇ ପାରିଲେ ?
(ରାଜନୀତି, ଅର୍ଥନୀତି, ଶିକ୍ଷାନୀତି, ଇତିହାସ)
ଉ : ଇତିହାସ
(ଯ) ସେଦିନ ସନ୍ଧ୍ୟାରେ ସ୍ଥାନୀୟ ଏକ_____ହଲରେ ଗୋଟିଏ ଏକାଙ୍କିକା ନାଟକ ପ୍ରଦର୍ଶିତ ହେବାକୁ ଥାଏ ।
(ଫିଲ୍ମ, ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, ଥ୍ଟର)
ଉ : ଥାଏଟର
(ର) ପ୍ରତିଦିନର କିଛି ପାଇବାକୁ ଆଶା ନ ରଖୁ ମୁଁ – ଚଢ଼ିଥିଲି ।
(ବତିଖୁଣ୍ଟ, ସିଢ଼ି, ପାହାଡ଼, ଫାଶୀଖୁଣ୍ଟ)
ଉ : ଫାଶୀଖୁଣ୍ଟ
(ଳ)_______ପ୍ରାଣପାତ ବ୍ୟର୍ଥ ହୋଇଯାଇ ନାହିଁ ?
(ଗୋପବନ୍ଧୁ, ଡଃ ମହତାବ, ବାଜିରାଉତ, ଖୁଦୀରାମ)
ଉ : ଖୁଦୀରାମ
() “ ତୁମେ ମୋତେ ମନେରଖିଛ” ? ଏହି କେତୋଟି ଶବ୍ଦ_____କାନ ପାଖରେ ପ୍ରତିଧ୍ଵନିତ ହେଲା ?
(ଖୁଦୀରାମ, ଡଃ କାଟୁଜ୍, ଡଃ ମହତାବ, ସୁଭାଷବୋଷ)
ଉ : ଡଃ ମହତାବ
(ଶ) ରାଜନୈତିକ କର୍ମୀମାନଙ୍କୁ _____ଦେବା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କଲୁ ?
(ଟଙ୍କା, ରୋଜଗାର, ଭତ୍ତା, ପୁରଷ୍କାର)
ଉ : ଭତ୍ତା
(ଷ) ହଜାର ହଜାର ଲୋକ ନିଜ କ୍ୟାରିଅରକୁ ଜଳାଞ୍ଜଳି ଦେଇ ରାସ୍ତାର_____ସାଜିବା ପଥ ବାଛିନେଲେ ?
(ନେତା, ଟାଉଟର, ଭିକ୍ଷୁକ, ମନ୍ତ୍ରୀ)
ଉ : ଭିକ୍ଷୁକ
() ଆଧୁନିକ ଜୀବନ ଓ ସଭ୍ୟତାର ବହୁ ଦୂରରେ ଥିବା ______ଜିଲ୍ଲାର ଆଦିବାସୀ ଲୋକେ ଆନନ୍ଦରେ ମାତି ଉଠିଲେ ?
(ଫୁଲବାଣୀ, ସମ୍ବଲପୁର, କୋରାପୁଟ, କଳାହାଣ୍ଡି)
ଉ : କୋରାପୁଟ
(ହ) ଅତୀତର ସମସ୍ତ ଦୁଃଖ ଦୁର୍ଦ୍ଦଶା ଏଣିକି ପୂର୍ବରାତ୍ରିର ଏକ ______ଭଳି ମିଳେଇଯିବ ?
(ପାଣିର ଗାର, ଖୁସିର ସ୍ଵପ୍ନ, ଦୁଃସ୍ୱପ୍ନ, ଅଭିଲା ମନ)
ଉ : ଦୁଃସ୍ୱପ୍ନ
(କ୍ଷ) ଲୋକମାନଙ୍କ______କୌଣସି ସୀମା ନ ଥିଲା ?
(ଉଲ୍ଲସିତ, ଉତ୍ଫୁଲ୍ଲିତ, ଆନନ୍ଦ, କୋଳାଗ୍ରତ)
ଉ : ଆନନ୍ଦ
() ସେମାନେ ହିଁ______କୁ ରକ୍ଷା କରିବେ ?
(ଆନନ୍ଦ, ଦାବୀ, ସ୍ବାଧୀନତା, ଆତ୍ମରକ୍ଷା)
ଉ : ସ୍ଵାଧୀନତା
Sehi Smaraniya Dibasa Question Answer 1 mark
2. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
(କ) ଶେଷରେ କେଉଁ ରାତ୍ରିର ଅବସାନ ହେଲା ?
ଉ : ଶେଷରେ ଅନ୍ଧକାର ରାତ୍ରିର ଅବସାନ ହେଲା ।
(ଖ) ଉଷାର କାହିଁକି ଆଗମନ ହେଲା ?
ଉ : ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା ।
(ଗ) ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ କାହାର ଆଗମନ ହେଲା ?
ଉ : ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା ।
(ଘ) ରାତି ଅଧରୁ କାହାର ମୂହଁନାରେ କଟକ ସହର ମୁଖରିତ ହୋଇ ଉଠିଥିଲା ?
ଉ : ରାତିଅଧରୁ କୋଳାହଳ ଜାତୀୟ ଓ ଭକ୍ତିଗୀତର ମୂହଁନା ବାଦ୍ୟ ଓ ଶଙ୍ଖ ନାଦରେ କଟକ ସହର ମୁଖରିତ ହୋଇ ଉଠିଥିଲା ।
(ଙ) ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତିଗୀତର ମୂହଁନା କେଉଁ ସହରକୁ ମୁଖରିତ କରିଥିଲା ?
ଉ : ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତିଗୀତର ମୂହଁନା କଟକ ସହରକୁ ମୁଖରିତ କରିଥିଲା ।
(ଚ) ସୂର୍ଯ୍ୟୋଦୟ ପୂର୍ବରୁ ଡକ୍ଟର ମହତାବ କାହାକୁ ସାକ୍ଷାତ କରିବାକୁ ଯାଇଥିଲେ ?
ଉ : ସୂର୍ଯ୍ୟୋଦୟ ପୂର୍ବରୁ ଡକ୍ଟର ମହତାବ ଡକ୍ଟର କୈଳାସନାଥ କାଟଜୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ
(ଛ) ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳ କିଏ ଥିଲେ ?
ଉ : ସ୍ଵାଧୀନତା ପୂର୍ବରୁ ଡକ୍ଟର କୈଳାସନାଥ କାଟୁକୁ ଓଡ଼ିଶାର ରାଜ୍ୟପାଳ ଥିଲେ ।