Type Here to Get Search Results !

+2 1st Year MIL Odia Simita Samparka Questions Answer Notes (CHSE Odisha)

Get complete +2 1st Year Compulsory MIL Odia "Simita Samparka" long questions answer notes for CHSE Odisha Arts, Commerce, and Science students. Access chapter summary, exam-focused long answers, and study revision materials. Simita Samparka long question answer  +2 1st year compulsory MIL Odia notes  Simita Samparka +2 1st year questions and answers  CHSE Odisha Class 11 MIL Odia Simita Samparka notes  Simita Samparka Nataka long questions answer PDF. 

+2 1st Year MIL Odia Simita Samparka Questions Answer Notes


"Simita Samparka" (सीमित संपर्क) is a non-detail prose piece or story written by Kartika Chandra Rath, included in the +2 1st Year Compulsory MIL Odia syllabus (such as Sahitya Sindhu or Sahitya Jyoti) for CHSE Odisha. 

Overview of "Simita Samparka"

Author: Kartika Chandra Rath

Genre: Odia Non-Detail / Prose / Story

Level: +2 1st Year (Class 11) Compulsory MIL Odia, CHSE Odisha 


Important Question & Answer Types

Exams typically cover this chapter through three main formats:

Multiple Choice Questions (MCQs): Testing specific facts about the author, characters, and plot events.

Short Answer Questions: Requiring 2-3 sentence responses regarding specific incidents or character interactions in the text.

Long / Essay-type Questions: Demanding a summary of the theme or critical appreciation of the relationships depicted in the story.


+2 1st Year MIL Odia Simita Samparka Notes


୧. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

(କ) ସୀମିତ ସମ୍ପର୍କ ନାଟକଟିର ପ୍ରଥମ ଚରିତ୍ର କିଏ ?

(ମାନମୟୀ ଦେବୀ, କୃପାମୟୀ ଦେବୀ, ପ୍ରେମମୟୀ ଦେବୀ, ସ୍ନେହମୟୀ ଦେବୀ)

ଉ : ସ୍ନେହମୟୀ ଦେବୀ


(ଖ) କରୁଣାଙ୍କ ପୁଅର ବୟସ କେତେ ?

(ଚାରିବର୍ଷ, ପାଞ୍ଚବର୍ଷ, ତିନିବର୍ଷ, ଦୁଇବର୍ଷ)

ଉ : ତିନିବର୍ଷ



(ଗ) କରୁଣା କେଉଁ ଚାକିରି କରିଥିଲେ ? 

(କିରାଣି, ଶିକ୍ଷୟିତ୍ରୀ, ନର୍ସ, ପିଅନ) 

ଉ : ଶିକ୍ଷୟିତ୍ରୀ


(ଘ) ଛାତିରେ କ’ଣ ପଡ଼ିଲେ ସହିବାକୁ ହୁଏ ବୋଲି କୁହାଯାଇଛି ?

(ପତର, ମାଙ୍କଡ଼ା, ଡେଣୁଆ, ପଥର)

ଉ : ପଥର


(ଙ) ‘ନାଟର ଗୋବର୍ଦ୍ଧନ’ କେତେ ନମ୍ବର ଚରିତ୍ର ? 

(ଏକନମ୍ବର, ଦୁଇନମ୍ବର, ତିନିନମ୍ବର, ଚାରିନମ୍ବର)

ଉ : ଚାରିନମ୍ବର


(ଚ) ‘ନାଟର ଗୋବର୍ଦ୍ଧନ’ ଚରିତ୍ରର ପ୍ରକୃତ ନାମ କ’ଣ ? 

(ଗୋବଦ୍ଧନ, ଗନ୍ଧବ, ମୁକୁନ୍ଦ, ଯୋଗୀନ୍ଦ୍ର)

ଉ : ଗୋବଦ୍ଧନ


(ଛ) କାହାପାଇଁ ଏ ଘରେ ସେ ଅଛନ୍ତି ବୋଲି କରୁଣା କରିଛି ? 

(ସ୍ଵାମୀଙ୍କ ପାଇଁ, ମା’ଙ୍କ ପାଇଁ, ପୁଅ ପାଇଁ, ସାଙ୍ଗ ପାଇଁ)

ଉ : ପୁଅ ପାଇଁ


(ଜ) ତାଙ୍କର ଏକା କ’ଣ ମାଡ଼ିବସୁଚି ବୋଲି ମା’ କହିଛି ?

(ବଳ, ବୟସ, ବଳବୟସ, ଶକତି)

ଉ : ବଳବୟସ


(ଝ) ବାହାରୁ ଦେଖୁବାକୁ ପରିବାରଟି ଛୋଟ ହେଲେ ବି ଭିତରଟା କ’ଣ ବୋଲି କୁହାଯାଇଛି ?

 (ଅଯୋଧ୍ୟା, ଲଙ୍କା, ମଥୁରା, ଦ୍ବାରିକା)

ଉ : ଲଙ୍କା


() କେଉଁ ଯୁଗରେ ଚାକରଟାଏ ପୁଣି କ’ଣ ବୋଲି ଶାଶୂ କହିଛି ?

( ଅଭାବୀ ଯୁଗରେ, ମହରଗ ଯୁଗରେ, ଦରଦାମ୍ ଯୁଗରେ, ଶିଖାପଢ଼ା ଯୁଗରେ)

ଉ : ମହରଗ ଯୁଗରେ


(ଟ) ନିଜକୁ ଗୋଟାଏ ଚାକରାଣୀ ବୋଲି କିଏ କହିଛି ?

(ଶାଶୂ, ବୋହୂ, ସ୍କୁଲର ଦାସୀ, ମୂଲିଆଣୀ)

ଉ : ବୋହୂ


(୦) କାହା ଘରେ ପିଲାଟାକୁ ରୋଜ୍ ଛାଡ଼ିକି ଯାଉଚି ବୋଲି ବୋହୂ କହିଛି ?

 (ଚାକରାଣୀ, ପାଖ ପଡ଼ୋଶୀ, ସ୍କୁଲର ଦାସୀ, ସ୍କୁଲ ବେଳର ସାଙ୍ଗ)

ଉ : ସ୍କୁଲର ଦାସୀ


(‍) କାହା ପାଇଁ ବୋହୂଟି ବଞ୍ଚିବାକୁ ଚାହେଁ ବୋଲି କହିଛି ?

(ମୁନା, କୁନା, ଟୁନା, ସୁନା)

ଉ : କୁନା


(‍) ନାଟକଟିର ଉପସଂହାର କ’ଣ କୁହାଯାଇଛି ? 

(କନ୍‌କ୍‌ଜନ, ସସ୍ପେନ୍ସ, କାଟାଷ୍ଟ୍ରୋଫି, ପ୍ରିଲ୍ୟୁଡ଼)

ଉ : ମକ୍‌କା


(ଣ) ସ୍ତ୍ରୀ ତା’ର ସ୍ବାମୀକୁ କେଉଁ ଲୋକ ବୋଲି କହିଛି ?

(ଗର୍ବୀ, ଅହଙ୍କାରୀ, ଜିଦ୍‌ଖୋର, କ୍ରୋଧୀ)

ଉ : ଜିଦ୍‌ଖୋର


(ତ) ତାଙ୍କ ସମ୍ପର୍କଟା ଖାଲି ଗୋଟାଏ କ’ଣ ବୋଲି ସ୍ତ୍ରୀ ଜାଣିଥୁବାର କହିଛି ?

( ବାହାରଦେଖାଣିଆ, ମିଛିମିଛିକା, ବାହାନା, ଛଳନା)

ଉ : ବାହାରଦେଖାଣିଆ


(ଥ) ସ୍ତ୍ରୀ କାହାଭଳି ମୂଳ ହୋଇଥବ ବୋଲି କୁହାଯାଇଛି ?

(ମେଣ୍ଢାଭଳି, ଗାଈଭଳି, ଗଧଭଳି, ଓଟଭଳି)

ଉ : ଗାଈଭଳି


(ଦ) ସ୍ଵାମୀ ସ୍ତ୍ରୀର ସମ୍ପର୍କଟା କାହାଠାରୁ ବଳି ଅଧିକ ସୁନ୍ଦର ବୋଲି କୁହାଯାଇଛି ?

(ଗୋଟିଏ ନାଟକର ଦୃଶ୍ୟ, ଗୋଟିଏ ନାଟକର ଅଭିନୟ, ଗୋଟିଏ ରଙ୍ଗିନ୍ ଫୁଲ, ଗୋଟିଏ ପୂର୍ଣ୍ଣିମା ଜହ୍ନ) 

ଉ : ଗୋଟିଏ ନାଟକର ଅଭିନୟ


(ଧ) ସୀମିତ ସମ୍ପର୍କ ଏକ_____ନାଟକ ।

( ସାମାଜିକ, ରାଜନୈତିକ, ଅର୍ଥନୈତିକ, ପାରିବାରିକ)

ଉ : ପାରିବାରିକ


(ନ) ଘରକାମ କଲେ —ଆମ ଚାକରାଣୀ ହୋଇଯିବେନି ।

(ଶିକ୍ଷୟିତ୍ରୀ, ରାଜରାଣୀ, ବାବୁଆଣୀ, ମହାରାଣୀ)

ଉ : ମହାରାଣୀ


(ପ) କ’ଣ_____ନିଶ୍ବାସ ମାରିବାକୁ ବି ଦବନି ।

(ତିନି ଘଡ଼ି, ପାଞ୍ଚ ଘଡ଼ି, ଦି’ଘଡ଼ି, ଛଅ ଘଡ଼ି)

ଉ : ଦି’ଘଡ଼ି


(ଫ) ମୁଁ ମଲେ ଯାଇ ଏ _____ସଜବାଜ ହେଇ ମଉଜ କରିବାକୁ ସୁଯୋଗ ମିଳିବ ପରା ।

( ସବାଖାଇ, ସର୍ବଖାଇ, ଯୋଗିଣଖାଇ, ସର୍ବଗିଳା)

ଉ : ଯୋଗିଣୀ ଖାଇ


(ବ) ______ପେଟ ଖାଇବା ପାଇଁ ପୋଡ଼ି ଯାଉଛି ।

(ପୁଅର, ସ୍ଵାମୀର, ଶାଶ୍ବର, ନିଜର)

ଉ : ପୁଅର


(ଭ) ______ବଢ଼ି ବଢ଼ି କଥା କହୁଛି ।

(ପୁଅ, ବୋହୂ, ନାତି, ପଡ଼ିଶାଘର ଲୋକ)

ଉ : ବୋହୂ


(ମ) ମୁଁ ତୁମକୁ_____ଭକ୍ତି ଦେଖେଇ ଥାନ୍ତି ।

(ଶାଶୂଭଳି, ସାଙ୍ଗଭଳି, ବୋହୂଭଳି, ଝିଅଭଳି)

ଉ : ବୋହୂଭଳି


(ଯ) ମୁଁ ତମ ପୁଅଠୁ କିଛି କମ୍_______କରୁନି ।

(ଘର କାମ, ବାହାର କାମ, ରୋଜଗାର, ରାନ୍ଧିବା କାମ)

ଉ : ରୋଜଗାର


(ର) ପୁଅ ବେକରେ ଉଦଣ୍ଡୀ_______ଛନ୍ଦିବାକୁ ଥିଲା ।

( ଉଗ୍ରଚଣ୍ଡୀ, ଚଣ୍ଡୀ, ରଣଚଣ୍ଡୀ, ମଶାଣିଚଣ୍ଡୀ)

ଉ : ରଣଚଣ୍ଡୀ


(ଳ)_______ରୋଜଗାର ଖାଇ ଖାଇକି ତ ଗଣ୍ଠି ମୋର ବଳିପଡ଼ିଲା ।

(ବୋହୂ, ଝିଅର, ପୁଅର, ନାତିର)

ଉ : ପୁଅର


() ‘ନାଟର ଗୋବର୍ଦ୍ଧନ’_______|

(ବୋହୂ, ପୁଅ, ଶାଶୁ, ନାତି)

ଉ : ପୁଅ


(ଶ) ଯେତେବେଳେ ଦେଖିଲେ ମା’_____ ଘରକୁ ଯାଇଥିବେ ।

(ବାପଘରକୁ, ଶାଶୂଘରକୁ, ପଡ଼ିଶା ଘରକୁ, ସାଙ୍ଗଘରକୁ)

ଉ : ପଡ଼ିଶା ଘରକୁ


(ଷ) ତମର ଖାଲି______ଦରକାର ।

(ଟଙ୍କା, ଘର, ପୁଅ, ଗାଡ଼ି)

ଉ : ପୁଅ


(ସ) ତମଭଳି ଗୋଟାଏ ଲୋକକୁ ନେଇ ମଣିଷ କେମିତି_____କହିଲା ।

(ରହିବ, ଯିବ, ଚଳିବ, ଆସିବ)

ଉ : ଚଳିବ


( ହ) ସେ______ତ ମୋର କେବେ ହେଇନି |

( ଅଧୁକାର, ଦାବି, ହସ୍ତକ୍ଷେପ, ଯୋଗ୍ୟତା)

ଉ : ଯୋଗ୍ୟତା


(କ୍ଷ) ଆଉ ଏଭଳି ଉତ୍ତର ଶୁଣି ଅଯଥା ମୋ ମନ______ହୋଇ ପଡ଼ିବ ।

 (ଅଶାନ୍ତି, ଭୁଲବୁଝାମଣା, ଭାରାକ୍ରାନ୍ତ, ଦୁଃଖ)

ଉ : ଭାରାକ୍ରାନ୍ତ


(ୟ) ନିଜକୁ .______ବୋଲାଇବା ପାଇଁ ନିଜ ପୁଅକୁଇ ଉପେକ୍ଷା କରିବାକୁ ପଡ଼େ ।

(ଭଲପୁଅ, ସୁନାପୁଅ, ଦୁଷ୍ଟପୁଅ, ଯୋଗ୍ୟପୁଅ)

ଉ : ଯୋଗ୍ୟପୁଅ


(ଲ) ଘରର ବାସିକାମ ସବୁ ନ ସରୁଣୁ ଆରମ୍ଭ ହୋଇଯାଏ______|

( ଗଣ୍ଡଗୋଳ, ଝଗଡ଼ା, ସ୍ଲୋଗାନ, ବିସ୍ଫୋରଣ)

ଉ : ସ୍ଲୋଗାନ୍


(i)______ପାଖରେ ଭଡ଼ା ଘରଟା ମିଳିଗଲା |

(ଘର, ଦୋକାନ, ଟାୱାର, ସ୍କୁଲ)

ଉ : ସ୍କୁଲ


(ii) ଶେଷରେ_____ଆସି ମୋର ମୁଣ୍ଡରେ ବସିଲା |

(ଭାଇ, ବାପା, ବୋହୂ, ପୁଅ)

ଉ : ବୋହୂ


(iii) ______କୋଉଦିନ ହଠାତ୍ ଯେ ଚାଲିଯିବ ବସି ମଜା ପାଉଥ‌ିବ ?

(ରୋଜଗାର, ଜୀବନ, ଘର, ଚାକିରି)

ଉ : ଚାକିରି


+2 1st Year MIL Odia Simita Samparka 1 Mark  Notes

2. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର |


 (କ) “ ଏଡ଼େ ବହପ ତୋର” ଏହା କିଏ କାହାକୁ କହିଛି ?

ଉ : “ ଏଡ଼େ ବହପ ତୋର” କଥାଟି ଶାଶୁ ବୋହୁକୁ କହିଛି ।


(ଖ) ‘ଭାରି ଭୋକ’ ବୋଲି ବୋହୂ କହିବାରୁ ଶାଶୁ କ’ଣ କହିଛି ?

ଉ : ‘ଭାରି ଭୋକ’ ବୋଲି ନାତି କହିବାରୁ ବୋହୂ ତାକୁ ବିଧାଟେ ମାରିଛନ୍ତି । ପିଲାଟାକୁ କାଇଁକି ବିଧାଟାଏ ମାରିଲେ ବୋଲି ଶାଶୂ ପଚାରିଛନ୍ତି |


(ଗ) ନାତି ପିଲାଟାକୁ ବୋହୂ ଦୁମକିନା ବିଧାଟାଏ ଥୋଇବାରୁ ଶାଶୁ କ’ଣ କହିଛି ?

ଉ : ନାତି ପିଲାଟାକୁ ବୋହୂ ଦୁମ୍‌କିନା ବିଧାଟିଏ ଥୋଇବାରୁ ତାକୁ କାଇଁକି ମାରିଲେ ଏବଂ ବାଂଝ ହୋଇଚୁ କି ବୋଲି ପଚାରିଛନ୍ତି।


(ଘ) ଶାଶୁ, କାହିଁକି ତା’ ବାପା - ମା’ର ଶ୍ରାଦ୍ଧ କରୁଛନ୍ତି ବୋଲି ବୋହୂଟି କହିଲା ?

ଉ : ଯଉତୁକ ଦେଇ ଝିଅ ପଠେଇ ନ ଥିଲେ ବୋଲି ଶାଶୁ ତା’ ବାପା - ମା’ର ଶ୍ରାଦ୍ଧ କରୁଛନ୍ତି ବୋଲି ବୋହୂଟି କହିଲା । 


(ଙ) କେଉଁକଥା ମିଛକଥା ବୋଲି ସ୍ୱାମୀ କହିଛି ?

ଉ : ସ୍ତ୍ରୀ ବାପଘରକୁ ଗଲେ ଆଉ ଫେରିବନି କଥା ବୋଉ ଠାରୁ ଶୁଣି ଏହା ମିଛକଥା ବୋଲି କହିଛି ।


(ଚ) ମା’ ତା’ର ପୁଅକୁ କେଉଁ କଥା ପଚାରିଛି ?

ଉ : ମା’ ତା’ର ପୁଅକୁ କ’ଣ ସବୁତକ ବୋଝ ମୋରି ମୁଣ୍ଡକୁ ? ପଚାରିଛି ।


 (ଛ) ମା’ ତା’ କଥାଗୁଡ଼ାକ କିପରି ଲାଗୁଚି ବୋଲି ମା’ ପୁଅକୁ କହିଛି ? 

ଉ : ମା’ ତା କଥାଗୁଡ଼ାକ ଗନ୍ଧଉଛି ବୋଲି ମା’ ପୁଅକୁ କହିଛି । 


(ଜ) ତୋର ସ୍ତ୍ରୀର କଥାଗୁଡ଼ାକ କିପରି ଲାଗୁଚି ମା’ ପୁଅକୁ କହିଛି ?

ଉ : ତୋ’ ସ୍ତ୍ରୀର କଥାଗୁଡ଼ାକ ଭାରି ସୁଆଦିଆ ଲାଗୁଚି ମା’ ପୁଅକୁ କହିଛି ।


(ଝ) କେଉଁ କଥା ଶେଷ ହେବାକୁ ନାଇଁ ବୋଲି ମା’ କହିଛି ?

ଉ : ରୋଜ୍ ରାତି ପାହିଲା କ୍ଷଣି ଏଇ ଗୋଟାଏ ପାଲା ଚାଲିଚି ଯେ ଶେଷ ହେବାକୁ ନାହିଁ ବୋଲି ପୁଅ କହିଛି ।


 (ଞ) କେଉଁ କଥା ନିଜେଇ ଠିକ୍ ବୁଝିପାରୁନି ବୋଲି ପୁଅ କହିଛି ?

ଉ : ଶାଶୁ, ବୋହୂଙ୍କ ପାଟିତୁଣ୍ଡ ଭିତରେ କାହାକୁ କ’ଣ ମୁଁ ବୁଝେଇବି, ନିଜେଇ ଠିକ୍ ବୁଝି ପାରୁନି ବୋଲି ପୁଅ କହିଛି ।


(ଟ) କ’ଣ ଯାଇ ଦେଖିବାକୁ ପୁଅ ମା’କୁ କହିଛି ?

ଉ : ଶାଶୂ, ବୋହୁ ପାଟିତୁଣ୍ଡ ଭିତରେ ରନ୍ଧାରନ୍ଧି ଯାଇ ଦେଖିବାକୁ ପୁଅ ମା’କୁ କହିଛି ।


(୦) କେଉଁ କଥା ହେଲେ ବସି ମଜା ପାଉଥ‌ିବ ବୋଲି ପୁଅ କହିଛି ?

ଉ : ଚାକିରିଟା କୋଉଦିନ ହଠାତ୍ ଚାଲିଗଲେ ବସି ମଜା ପାଉଥବ ବୋଲି ପୁଅ କହିଛି ।


(‍) କ’ଣ ମାଟି ହୋଇଗଲା ବୋଲି ବୋହୂ କହିଛି ?

ଉ : ଯେତେ ଆଶା ନେଇ ଘର ସଂସାର କରିଥିଲା ତାହା ସବୁ ମାଟି ହୋଇଗଲା ବୋଲି ବୋହୂ କହିଛି ।


(ଢ଼) ପୂର୍ବ ଜନ୍ମରେ ବୋହୂ କ’ଣ ହୋଇ ଜନ୍ମ ହୋଇଥିଲା ବୋଲି ଶାଶୂ କହିଛି ?

ଉ : ପୂର୍ବ ଜନ୍ମରେ ସତୀ-ସାବିତ୍ରୀ ହୋଇ ବୋହୂ ଜନ୍ମ ହୋଇଥିଲା ବୋଲି ଶାଶୂ କହିଛି ।


(ଣ) ବୋହୂଟି ତା’ ସ୍ଵାମୀକୁ ଭଲପାଏ ନା ଘୃଣା କରେ ?

ଉ : ବୋହୂଟି ତା’ ସ୍ଵାମୀକୁ ଘୃଣା କରେ ।


(ତ) କେଉଁ କଥା ଶୁଣିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ।

ଉ : ମା’ ବିରୁଦ୍ଧରେ ପଦେ କଥା ଶୁଣିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ।


(ଥ) କେଉଁ କାମ ସେ କରିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛି ?

ଉ : ସ୍ତ୍ରୀ ମନରେ ଆଘାତ ଦେଲାଭଳି କେବେ କିଛି କାମ କରିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛି ।


(ଦ) କେଉଁ କଥା ତାଙ୍କର ବୋକାମୀ ବୋଲି ସ୍ଵାମୀ କରୁଣାଙ୍କୁ କହିଛନ୍ତି ?

ଉ : ସ୍ତ୍ରୀ ଭୁଲ କରିବାକୁ ଯାଉଛନ୍ତି, ତେଣୁ ଏସବୁ ଭାବିବାଟା ତାଙ୍କର ବୋକାମୀ ବୋଲି ସ୍ଵାମୀ କରୁଣାଙ୍କୁ କହିଛି | 


(ଧ) କେଉଁ କଥା ଆପେ ଆପେ ଫୁଟି ବାହାରି ପଡ଼ିବ ବୋଲି କୁହାଯାଇଛି ?

ଉ : ସତଟାକୁ ଯେତେ ଘୋଡ଼େଇଲେ ବି ସେଇଟା ଆପେ ଆପେ ଫୁଟି ବାହାରି ପଡ଼ିବ ବୋଲି କୁହାଯାଇଛି । 


+2 1st Year MIL Odia Simita Samparka 2 Mark Questions Answer 

୩.ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ସ୍ନେହମୟୀ ଦେବୀଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ନାଟକର ପ୍ରଥମ ଚରିତ୍ର ହେଉଛନ୍ତି ଶ୍ରୀମତୀ ସ୍ନେହମୟୀ ଦେବୀ । ବୟସ ପଞ୍ଚାବନ ବର୍ଷ । ୧୫ ହେଲା ସ୍ଵାମୀକୁ ହରାଇବାର ଦୁଃଖ ଯେତିକି କଷ୍ଟ ଦେଇ ନ ଥିଲା ଏକମାତ୍ର ପୁତ୍ରବଧୂ ତା’ ଠାରୁ ବେଶୀ ଦାଉ ସାଧୁଚି ବୋଲି ସେ କୁହନ୍ତି । 


(ଖ) କରୁଣାଙ୍କ ଚାକିରିରୁ ଫେରିବାବେଳ ସମ୍ପର୍କରେ ତାଙ୍କ ଶାଶୁ କ’ଣ କହିଛନ୍ତି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

କରୁଣା ଚାକିରିରୁ ଫେରିବାବେଳେ ମହାରାଣୀ ଆସିଗଲେ ଏବଂ ଆଗେ ଆମ ମହାରାଣୀ ବେଳ ଗଡ଼ିଲାବେଳକୁ ଆସୁଥିଲେ ଯେ ଏଇନେ ଆସୁ ଆସୁ ବେଳ ଯାଉଚି ବୋଲି ଶାଶୂ କହିଛନ୍ତି ।

(ଗ) ସ୍କୁଲ କଥା ସମ୍ପର୍କରେ କରୁଣା କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ଖାଲି ତ ପିଲାଙ୍କୁ ପଢ଼େଇଲେ ହେବନି, ନାନା କାମ କରିବାକୁ ପଡୁଛି ଏହି ସବୁ ସ୍କୁଲ କଥା ସମ୍ପର୍କରେ କରୁଣା କହିଛି ।


 (ଘ) ମରି ମରି ଖଟି ଆସିଲାବେଳକୁ ଶାଶୁ ପୁଣି କ’ଣ କହୁଛନ୍ତି ବୋଲି ବୋହୂ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ମରି ମରି ଖଟିକି ଆସିଲାବେଳକୁ ଏମିତିଆ ଆବର୍ଜନିଆ କଥା କହି କ’ଣ ସହାନୁଭୂତି ଜଣାଉଚ ? କ’ଣ ଦି’ ଘଡ଼ି ନିଶ୍ଵାସ ମାରିବାକୁ ବି ଦବନି ? ଏହି କଥା ବୋହୂ ଶାଶୁଙ୍କୁ କହିଛି ।


(ଙ) ନାତି ଖାଇବା କଥା କହିବାରୁ ବୋହୂ ଶାଶୁକୁ କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ସକାଳ ପହରୁ ପିଲାଟା ବୋହୂ ସହ ସ୍କୁଲକୁ ଯାଇଥିଲା ଯେ ଏଇନେ ଫେରୁଚି ଶାଶୂ ହୋଇ ଆଗ ପିଲାଟାକୁ ଦି’ ମୁଠା ଖୁଆଇ ଦେବାକୁ କହିଛନ୍ତି କି ? ବୋହୂ ଶାଶୁଙ୍କୁ ଏହା କହିଛି ।


(ଚ) “ ଆଉ ବେଶି କୁହନି” କହି ବୋହୂ ପୁଣି ଶାଶୁକୁ କ’ଣ କହିଛି ।

ଉ, ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ପିଲାଟାକୁ ଦୁମକିନା ମାରିବାରୁ, କାହିଁକି ନାତିକୁ ବୋହୂ ବାଡ଼େଇଲା ବୋଲି ପଚାରି ବାଂଝ ହୋଇଚୁ କି ବୋହୂକୁ ପଚାରିବାରୁ ଆଉ ବେଶି କୁହନି ବୋଲି ବୋହୂ କହିଛି ।

(ଛ) ସେ ଘରକୁ କେମିତି ବୋହୂ ହୋଇ ଆସିଥିଲା ବୋଲି ବୋହୂ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ସେ ଘରକୁ ମନକୁ ମନ ପଶି ଆସି ନ ଥିଲା ବରଂ ତାକୁ ବୋହୁ କରି ଆଣିଥିଲେ ବୋଲି ବୋହୂ କହିଛି । 


() ବୋହୂ କେମିତି ଘରକୁ କମ୍ପାଉଚି ଏବଂ କେଉଁ କଥାକୁ ଜଗୁନି ବୋଲି ଶାଶୂ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ବୋହୂ ବଡ଼ ପାଟିଟାଏ କରି ଘରକୁ କମ୍ପାଉଚି ଏବଂ ନିଜର ମାନ ମହତକୁ ଟିକେ ଜଗୁନି ବୋଲି ଶାଶୂ କହିଛନ୍ତି |


 (ଝ) କେଉଁ କଥାରେ ବୋହୂ ଫଟେଇ ହେଉଛି ବୋଲି ଶାଶୂ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ବୋହୂର ରୋଜଗାର ଶାଶୂ ଖାଉଚି ବୋଲି ବୋହୂ ଫଟେଇ ହଉଚି ଏହି କଥା ଶାଶୂ କହିଛି । 


(ଞ) ମା’ କ’ଣ କହୁଥିଲା ବୋଲି ସ୍ଵାମୀ, ସ୍ତ୍ରୀକୁ କହିଛି ।

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ଏଇ କେତେଦିନ ହେଲା ସ୍ତ୍ରୀ କୁଆଡ଼େ ବାପଘରକୁ ଯିବ ବୋଲି ମା’ କହୁଥିଲା, ଏହି କଥା ମା’ କହୁଥିଲା ବୋଲି ସ୍ଵାମୀ, ସ୍ତ୍ରୀଙ୍କୁ କହିଛି ।


(ଟ) ସ୍ତ୍ରୀ ତାତ୍ସଲ୍ୟ କରି ତାଙ୍କ ସ୍ବାମୀଙ୍କୁ କ’ଣ କହିଥିଲେ ?

ଭ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ସ୍ତ୍ରୀ ତାତ୍ସଲ୍ୟ କରି ସ୍ଵାମୀକୁ କହିଛି – ତମର ଖାଲି ପୁଅଟାଏ ଦରକାର । ମୋର ସଙ୍ଗେ ତମର ସମ୍ପର୍କ ବା କ’ଣ ?


 (୦) ସ୍ତ୍ରୀଙ୍କର କେଉଁ ଅଭ୍ୟାସ କଥା ସ୍ଵାମୀ କହିଲା ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ସବୁ କଥାକୁ ଓଲଟା ବୁଝିବାଟା ତମର ଗୋଟାଏ ଅଭ୍ୟାସ ବୋଲି ସ୍ତ୍ରୀକୁ ସ୍ଵାମୀ କହିଛି ।


(‍) “ ଯାହା ମୁଁ ଦେଖୁଚି” – କ’ଣ ଦେଖୁଛନ୍ତି ବୋଲି ସ୍ୱାମୀ କହିଛନ୍ତି ?

ଉ‍. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ସବୁବେଳେ ମୁଣ୍ଡଟା ଭିତରେ ଇଆଡୁ ସିଆଡୁ କଥା ଭର୍ତ୍ତି କରି ମୁଣ୍ଡଟାକୁ ଏକଦମ୍ ବିଗାଡ଼ି ସାରିଲଣି, ଯାହା ମୁଁ ଦେଖୁଛି ଏଇ କଥା ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ।


() କେଉଁକଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗେ ବୋଲି ସ୍ତ୍ରୀ କହିଛି ?

ଉ, ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ପୁଅ କାନ୍ଦିବାରୁ ସ୍ୱାମୀ କହିଛନ୍ତି, ହେଲେ ପୁଅ ପାଇଁ କାହିଁ ଏତେ ଚିନ୍ତା, ସେ କଥା ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗେ ବୋଲି ସ୍ତ୍ରୀ କହିଛି ।

(ଣ) ପୁଅ କ’ଣ ଦେଖୁଛି ବୋଲି ମା’କୁ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ମା ଏବଂ ସ୍ତ୍ରୀ ଦୁହେଁ ମିଶି ତାଙ୍କ ଭେଜାଟାକୁ ଏକଦମ୍ ଖାଇଗଲେଣି ବୋଲି ମା’କୁ ପୁଅ କହିଛି ।


 (ତ) ବୋହୂ ନିଜେ ତା’ ବାପା ସମ୍ପର୍କରେ କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ବାପା ତାଙ୍କ ଝିଅର ସବୁ ଅବସ୍ଥା ଜାଣି ଏ ବୟସରେ ଆଖରୁ ଲୁହ ଗଡ଼ଉଛନ୍ତି, ହେଲେ ତାକୁ ନେଇ ପାଖରେ ରଖୁବାକୁ ନାରାଜ । ବୋହୂ ଏହି ସବୁ କଥା ତା’ ବାପା ବିଷୟରେ କହିଛି ।


(ଥ) ବୋହୂ ନିଜେ ତା’ ଭାଇ ସମ୍ପର୍କରେ କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ବୋହୂର ଭାଇ କହୁଛି – ‘ତୋ’ ଅଭାବ ଅସୁବିଧା କଥା ସବୁବେଳେ ତୁ ତୋ ‘ବରକୁ ଜଣା । ସେ ଯାହା କରିବ ସିନା, ଆମେ କ’ଣ କରିପାରିବୁ, ମା’ ଅଛି ଯେ ପାଖକୁ ଡାକି ବୁଝେଇ ଦବ । ଏହି କଥା ବୋହୂ ନିଜେ ତା ସମ୍ପର୍କରେ କହିଛି ।


 (ଦ) ବୋହୂର ବାପା - ଭାଇଙ୍କ ସମ୍ପର୍କରେ ଶାଶୁ କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ବାପ ଭାଇଙ୍କର ଯଦି ପୋଷିବାର ଇଚ୍ଛା ତେବେ ପୋଷୁ ନାହାନ୍ତି କାହିଁକି, କିଏ ମନା କରୁଚି, ତତେ ନେଇ ମୁଣ୍ଡରେ ବସେଇ ଜୀବନସାରା ଏବେ ପୋଷନ୍ତୁ ଏହି କଥା ବୋହୂର ବାପା-ଭାଇଙ୍କ କଥା ଶାଶୂ କହିଛି ।


(ଧ) ଚାକିରି କରୁଛି ବୋଲି ବୋହୂ କ’ଣ କରୁଛି ?

ଉ. ନାଟକ – ସୀମିତ ସମ୍ପର୍କ ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ଚାକିରି କରୁଛି ବୋଲି ପରପୁରୁଷଙ୍କ ସାଙ୍ଗରେ ମିଶୁଚୁ ବୋଲି ବୋହୂକୁ ଶାଶୁ କହୁଛନ୍ତି |


 (ନ) ସ୍ତ୍ରୀଙ୍କ ପାଇଁ ସ୍ବାମୀର ପଦେ କଥା କ’ଣ ଥିଲା ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ମା' ବିରୁଦ୍ଧରେ ପଦେ କଥା ଶୁଣିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ଓ ସ୍ତ୍ରୀକୁ ଏହି ପଦେ କଥା କହିଛନ୍ତି । 


(ପ) ପୁଅ କୁନା ବିଷୟରେ ସେ କାହିଁକି ଚିନ୍ତିତ ବୋଲି ସ୍ତ୍ରୀ ସ୍ଵାମୀକୁ କହିଛି ?

ଊ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

କୁନାର ସେ ମା' ହୋଇଥିବାରୁ ସେ କୁନା ପାଇଁ ଖୁବ୍ ଚିନ୍ତିତ। ତା’ ଉପରେ ତାଙ୍କ ସ୍ଵାମୀର ପ୍ରଭାବ ଯେମିତି ନ ପଡ଼େ, ଭବିଷ୍ୟତରେ ସେ ତା’ ସ୍ତ୍ରୀକୁ ଯେପରି ଦୁଃଖ ନ ଦିଏ ସେଥ‌ିପାଇଁ ସେ ଚିନ୍ତିତ ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛି।

(ଫ) ସ୍ତ୍ରୀ ପ୍ରକୃତରେ କ’ଣ କରିବାକୁ ଚାହାନ୍ତି ବୋଲି ସ୍ଵାମୀ କହିଛନ୍ତି ?

ଉ, ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ସ୍ଵାମୀ, ସ୍ତ୍ରୀର ଏତେ ଦିନର ସମ୍ପର୍କଟା ପୂରାପୂରି ଲୋକଦେଖାଣିଆ, ଗୋଟାଏ ମିଛିମିଛିକା ବାହାନା ? ଏହି କଥା ଦେଖେଇ ହେବାକୁ ଚାହାଁନ୍ତି ବୋଲି ସ୍ଵାମୀ ସ୍ତ୍ରୀ ବିଷୟରେ କହିଛନ୍ତି ।


Simita Samparka 3 Mark Questions Answer 

4. ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହବ ।

(କ) ଶାଶୁ ତାଙ୍କ ବୋହୂ ସମ୍ପର୍କରେ କ’ଣ କହିଛନ୍ତି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ବୋହୂ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ | ସ୍କୁଲରୁ ଘରକୁ ଫେରିଲେ ଶାଶୁ ଆଗେ ବେଳ ଗଡ଼ିଲାବେଳକୁ ଆସୁଥିଲା; ହେଲେ ଏବେ ଆସୁ ଆସୁ ବେଳ ଗଡ଼ିଯାଉଛି । ଘରକାମ କରିବା ଦ୍ଵାରା ଚାକରାଣୀ ହୋଇଯିବନି କି ତା’ର ସୁନାଋନ୍ଦି ଦେହଟା କଳାକାଠ ପଡ଼ିଯିବ ଇତ୍ୟାଦି ଏଇଭଳି କେତେ କଥା ବୋହୂ ସମ୍ପର୍କରେ ଶାଶୂ କହିଛନ୍ତି ।


(ଖ) “ ସେଠି କାମ ପଡ଼ିବନି”– ଏ ପ୍ରସଙ୍ଗରେ ଶାଶୂ କ’ଣ କହିଛନ୍ତି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ଶାଶୂ ବୋହୂ ସ୍କୁଲରୁ ଫେରିବା ପରେ ମହାରାଣୀ ଏତେ ଡେରିରେ ଫେରିଲେ ଆଗେ ବେଳଥାଉ ଆସୁଥିଲା ଏବେ ବେଳ ଗଡ଼ିଲେ ଯାଇଁ ଆସୁଛି ଏବଂ ତାତ୍ସଲ୍ୟ କରି କହୁଛନ୍ତି– ସେଠି କାମ ପଡ଼ିବ ମାନେ ସ୍କୁଲରେ ଜାଣିକି ରହୁଛି କାମର ବାହାନା କରି ଘରକୁ ଆସିଲେ ଘରଯାକର କାମ କରିବାକୁ ପଡ଼ିବ, ଘରଯାକର କାମ କଲେ ମହାରାଣୀ ଚାକରାଣୀ ହୋଇଯିବେ ଏବଂ ମହାରାଣୀଙ୍କ ସୁନାୠନ୍ଦି ଦେହଟା କଳାକାଠ ପଡ଼ିଯିବ ଏଇ କଥା ଶାଶୂ ଦେଖେଇ ଦେଖେଇ କହୁଛନ୍ତି ।


(ଗ) ହଇଲୋ ହେ ................ ହେ କହି ଶାଶୂ ବୋହୂକୁ କ’ଣ କହିଛନ୍ତି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

କରୁଣା ସ୍କୁଲରୁ ଫେରିବା ପରେ ଶାଶୁଙ୍କ ଅଯଥା କଥାରେ ଗଞ୍ଜଣା ଶୁଣିବାକୁ ପଡ଼ିଛି । ଅତିଶୟ ହୋଇ କରୁଣା ତା’କୁ ଟିକେ ନିଶ୍ବାସ ମାରିବାକୁ ଦେବାକୁ କହିଛି । ହେଲେ ଶାଶୂ ସେଇ କଥାରେ ଅତ୍ୟଧ‌ିକ ଉଗ୍ର ରୂପ ଧାରଣ କରି ହଇଲୋ ହେ....... ତାଙ୍କ ପରି ଠାକୁରାଣୀ ସମାନ ଶାଶୂଟାର ମରଣ ସିଏ ଚାହୁଁଛି । ତା’ର ଏଇ ପ୍ରକୃତିକୁ ଦଇବ ସହିବ ନାହିଁ । ସିଏ ମରିଗଲା ପରେ ବୋହୂ ମଉଜ କରିବାକୁ ସୁଯୋଗ ମିଳିବ ବୋଲି ଶାଶୂ କେତେକ କଟୂକଥା କହିଛନ୍ତି ।


(ଘ) “ଭାରି ବଢ଼ି ବଢ଼ି କଥା କହୁଚୁ ତ” ଉତ୍ତରରେ ବୋହୂ କ’ଣ କହିଥିଲା ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ବୋହୂ ଘରକୁ ନିଜେ ପଶି ଆସିନାହିଁ ବରଂ ତା’କୁ ବୋହୂ କରି ଘରକୁ ଆଣିଛନ୍ତି । ଏକଥା ଶୁଣି ବୋହୂ ଭାରି ବଢ଼ି ବଢ଼ି କଥା କହୁଚୁ ତ’ ବୋଲି ଶାଶୂ କହିଛନ୍ତି । ଏହା ଶୁଣି ବୋହୂ କହିଲା ସିଏ ଆଜିଯାଏ କିଛି କହି ନ ଥଲା ହେଲେ ବାଧ୍ୟ ହୋଇ ଏଣିକି କହିବ । ତାକୁ ଶାଶୂର ସ୍ନେହ ତିଳେମାତ୍ର ମିଳିଥିଲେ ସେ ବୋହୂର ଭକ୍ତି ଦେଖାଇଥାନ୍ତା । ତାକୁ ଯେପରି ଦେଇଛନ୍ତି, ଠିକ୍ ସେହିପରି ତା’ଠୁ ପାଇବେ । ବୋହୂ ଏହା କହିଛି ।


(ଙ) ତାକୁ (ମୋତେ) ଡରାଣ ଦେଖେଇବେନି ବୋଲି ବୋହୂ ଶାଶୁକୁ କାହିଁକି କହିଛି ?

ଊ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ବୋହୂ ଶାଶୂଙ୍କ କଥାରେ ଅତୀଷ୍ଠ ହୋଇ ପାଟି କରିଛି | ଶାଶୂ ଏତେ ବଡ଼ ପାର୍ଟି ନ କରିବାରୁ କହିବାକୁ ବୋହୂ ପାଟିକରି କହିବ, ସାଇପଡ଼ିଶା କାହାକୁ ସେମାନଙ୍କ କଥାବାର୍ତ୍ତା ଅଛପା ନାହିଁ । ତାଙ୍କ ପୁଅଠାରୁ ସିଏ କମ୍ ରୋଜଗାର କରୁନି | ସବୁ ରୋଜଗାର ଏହି ଘରେ ଆଣି ଖର୍ଚ୍ଚ କରୁଛି । ତା’ର ବାପ ଭାଇ ଘରକୁ ପଠେଇ ଦଉନି ଯେ ତାକୁ ଡରାଣ ଦେଖେଇବେ ନାହିଁ ବୋଲି ବୋହୂ ଶାଶୁକୁ କହିଛି |


(ଚ) “ ତମଭଳି ଗୋଟେ ଲୋକଙ୍କୁ ନେଇ କେମିତି ଚଳିବ”ର ଉତ୍ତରରେ ସ୍ତ୍ରୀ ସ୍ଵାମୀଙ୍କୁ କ’ଣ କହିଛି ? 

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

କରୁଣାର ସ୍ଵାମୀ ଗୋବର୍ଦ୍ଧନ ଘରକୁ ଫେରି ମା’ଠାରୁ ଜାଣିବାକୁ ପାଇଛି ତା’ ସ୍ତ୍ରୀ ବାପଘରକୁ ଯିବ ଯେ ଆଉ ଫେରିବ ନାହିଁ ଏକଥାକୁ ବିଶ୍ଵାସ ନ କରି ପୁଅ ଯେ ତା’ଠାରୁ କେବେ ଦୂରେଇ ପାରିବନି କହିଛି । ସ୍ତ୍ରୀ ପ୍ରତି କୌଣସି ଆଶ୍ଵାସନା କି ସାନ୍ତୁନା ତ ଦୂରରେ ଥାଉ ସୁଖରେ ଦୁଃଖରେ ଟିକେ ସମବେଦନା ଜଣାଏ ନାହିଁ ତା’ର ସ୍ୱାମୀ, ସ୍ତ୍ରୀ ସ୍ଵାମୀର ଏସବୁ ଗୁଣ ବଖାଣିବାରୁ ସ୍ବାମୀ ସ୍ତ୍ରୀର ଓଲଟା ବୁଝିବା ଅଭ୍ୟାସକୁ ଆକ୍ଷେପ କରିଛି । ସିଧା କଥା କହିଲେ ବଙ୍କା କଥା ବୁଝିବା ତା’ସ୍ତ୍ରୀର ସ୍ଵଭାବ । ସେଥିପାଇଁ ତମ ଭଳି ଗୋଟେ ଲୋକଙ୍କୁ ନେଇ କେମିତି ଚଳିବ କହିବାରୁ ସ୍ତ୍ରୀ ଆଉ ଗୋଟାଏ ବାହା ହୋଇ ପଡ଼ିବା ପାଇଁ କହିଛି । 

(ଛ) କେଉଁ ଯୋଗ୍ୟତା ତାଙ୍କର ହୋଇନି ବୋଲି ସ୍ତ୍ରୀ କହିଥିଲା ?

ଉ. ନାଟକ – ସୀମିତ ସମ୍ପର୍କ 

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ସ୍ତ୍ରୀର ମାନ ସମ୍ମାନ ନିଜ ସ୍ଵାମୀଠାରୁ କେବେ କରୁଣା ପାଇନି । ସିଏ ଯେପରି ଏକ ଯନ୍ତ୍ରଚାଳିତ ମେସିନ୍ । ସ୍କୁଲକାମ ସହ ଘରକାମ କରିବ । ପାଟି ମଧ୍ୟ ଖୋଲିବନି । ସ୍ଵାମୀ ଦୁଃଖ ସୁଖରେ ଟିକେ ସମବେଦନା ସ୍ତ୍ରୀକୁ ଜଣାଏ ନାହିଁ । ତଥାପି ଆଉ କୋଉ କଥାକୁ ବଢ଼େଇବନି ବରଂ କମେଇବାକୁ ଚେଷ୍ଟା କରିବା ପ୍ରତିଶ୍ରୁତି ଶୁଣି ସ୍ଵାମୀ ଏକାଠି ଖାଇବା କଥା କହିଛି । ହେଲେ ବୈବାହିକ ଜୀବନ ଭିତରେ ପ୍ରଥମ ଥର ସ୍ଵାମୀଙ୍କର ଏକାଠି ଖାଇବା କଥା ଶୁଣି ସେ ଯୋଗ୍ୟତା ତା’ର ହୋଇନି ବୋଲି କହିଛି ।

 () କେଉଁ କଥା ଶୁଣି ମନ ଭାରାକ୍ରାନ୍ତ ହୋଇପଡ଼ିବ ବୋଲି ସ୍ବାମୀ କହିଛନ୍ତି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ସ୍ତ୍ରୀ ଆଉ କୌଣସି କଥାକୁ ବଢ଼େଇବାକୁ ଚାହିଁବନି ବରଂ କମେଇବାକୁ ଚେଷ୍ଟା ଖାଇବା କଥା କହିବାରୁ ବିବାହର ଏତେ ଦିନ ପରେ ସ୍ଵାମୀ ସାଙ୍ଗରେ ବସି ଖାଇବା ଯୋଗ୍ୟତା ତାଙ୍କର ନାହିଁ ସେ କହିଛନ୍ତି । ସ୍ଵାମୀ ତାଙ୍କୁ ଡରି କେବେବି ନିଜ ମନ କଥା କରିବି ଏହା କହିବାରୁ ସ୍ଵାମୀ ଏକାଠି ବସି ପାଇଁ ଆଗରୁ କେବେ ଡାକିନାହାନ୍ତି କି ସେ ପ୍ରକାଶ କରିନାହାଁନ୍ତି କାରଣ ସେ ଜାଣନ୍ତି କରୁଣା ତାଙ୍କ କଥାର ଏହି ଉତ୍ତର ମିଳିବ ସେ ଜାଣିଥିଲେ । କରୁଣା ଠାରୁ ଏଭଳି ଉତ୍ତର ପାଇ ଅଯଥା ମନ ଭାରାକ୍ରାନ୍ତ ହୋଇପଡ଼ିବ ବୋଲି ସ୍ଵାମୀ କହିଛନ୍ତି |

(ଝ) ଘରର ବାସିକାମ ନ ସରୁଣୁ କ’ଣ ଆରମ୍ଭ ହୋଇଯାଏ ବୋଲି କୁହାଯାଇଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ପ୍ରତ୍ୟହ ସକାଳେ ଏହି ପରିବାରରେ ବାସିକାମ ନ ସରୁଣୁ ଆରମ୍ଭ ହୋଇଯାଏ ବିଭିନ୍ନ ପ୍ରକାର ଆକ୍ଷେପ, ଇଙ୍ଗିତ ମରା କଥା, ତାତ୍ସଲ୍ୟଭରା କଥା ଏପରି ଅନେକ ପରସ୍ପର ଆରୋପ କଥା ଯାହା ଗଣ୍ଡଗୋଳର ସୂତ୍ରପାତ ସୃଷ୍ଟି ହୁଏ । ବୋହୂ ଶାଶୁକୁ ଦେଖେଇ କହିଲା ବେଳେ ଶାଶୁ ତା’ର ବଂଶ ପରମ୍ପରାଠାରୁ ଆରମ୍ଭ କରି ବାଧଲା ପରି ଶବ୍ଦର ପ୍ରୟୋଗ କରି ବୋହୂ ଅନ୍ତରକୁ ଭେଦ କରିପାରୁଥିବା କଥା କହି ଝଗଡ଼ା ଲାଗନ୍ତି |

(ଞ୍ଜ) ମା’ କାନ୍ଦିକାନ୍ଦି ପୁଅକୁ କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ଶାଶୁ, ବୋହୂ ଭିତରେ ପାଟିତୁଣ୍ଡ ନେଇ ପୁଅ ଆଗରେ ମା’ ବସି କାନ୍ଦୁଛନ୍ତି । କାନ୍ଦି କାନ୍ଦି କହୁଛନ୍ତି ସିଏ ମରିଗଲେ ଏତେ ସବୁ ଦହଗଞ୍ଜ ଭିତରେ ଘାଣ୍ଟି ହେବାଠୁ ଆଉ ପଡ଼ିବନି । ସେ ଏ ସଂସାରରୁ ତ୍ରାହି ପାଇଯିବେ । ମରିବା ଯାଏଁ ଖାଲି ସେ ଖଟୁଥ‌ିବେ । ପୁନିଅ କି ପରବ କୁଆଡ଼େ ସେ ଯାଇ ପାରୁନାହାଁନ୍ତି କାରଣ ଘରକାମ ସବୁ କରି କରି ସେ ଅତୀକ୍ଷ୍ଣ ହୋଇଯାଉଛନ୍ତି । ତାଙ୍କର ଆଉ ବଳବୟସ ନାହିଁ ଏସବୁ କାମ କରିବାକୁ ତାଙ୍କ ଉପରେ ଘରର ଏ ବୋଝ ସେ ଆଉ ଉଠାଇ ପାରିବେ ନାହିଁ କାନ୍ଦି କାହିଁ ପୁଅ ଆଗରେ ମା' ଏଇ କଥା କହୁଛନ୍ତି ।

(ଟ) “ ମୁଁ ଆଉ କାହାକୁ କହିବି କହ”ର ଉତ୍ତରରେ ମା’ କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ମା’ ଘରକାମ କରି ଅତୀଷ୍ଠ ହୋଇପଡ଼ୁଛି । ବଳବୟସ ସବୁତକ ବୋଝ ମୁଣ୍ଡକୁ ନେଇ ଅଶାନ୍ତି ହୋଇଛି । ପୁଅ ଆଗରେ କାନ୍ଦିବାରୁ ପୁଅ ତାଙ୍କୁ ବୁଝାଇଛି, ଏ ଘର ମୁରବୀ ହୋଇ ଯଦି ସେ ଏଭଳି ଅଶାନ୍ତ ହେବେ ତେବେ ଆଉ କାହାକୁ କହିବା | ପୁଅ ଠାରୁ ଏସବୁ ଶୁଣି ମା’ କହୁଛନ୍ତି ସେ ଘରର ମୁରବୀ ନୁହେଁ; ସବୁ ହେଉଛି ତା’ଙ୍କ ସ୍ତ୍ରୀ କରୁଣା । ଘରେ ସିଏ ଅଛନ୍ତି ବୋଲି ଖଟୁଛନ୍ତି ଘରକାମ ସବୁ କରୁଛନ୍ତି । ପୁଅ, ବୋହୂ ରୋଜଗାର କରୁଥିବାରୁ ସେ କାହା ଧନ ବସିକି ଖାଉନାହାଁନ୍ତି ବରଂ ଖଟିକରି, ଘରକାମ କରି ସେ ଗଣ୍ଡେ ଖାଉଛନ୍ତି ।

(0) “ କୁଆଡ଼େ ଆଉ ଯିବି ମୁଁ” – କେଉଁ ପ୍ରସଙ୍ଗରେ ଏହା କୁହାଯାଇଛି ?

ଉ. ନାଟକ – ସୀମିତ ସମ୍ପର୍କ ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ ଉ : ପୁଅ, ମା କଥାବର୍ଷା ହେଉଥିବା ବେଳେ, ମା’ କେବଳ ବୋହୂର ଦୁର୍ଗୁଣ ବଖାଣିଛନ୍ତି । ପୁଅ ଏ ବିଷୟରେ ଚୁପ ରହିବାକୁ କହିବାରୁ ମା’ କହୁଛନ୍ତି ମୋ’ କଥା ତତେ ଗନ୍ଧଉଛି ଆଉ ବୋହୂ କଥାଗୁଡ଼ାକ ଭାରି ସୁଆଦିଆ ଲାଗୁଛି । ପୁଅ ଅତୀଷ୍ଣ ହୋଇ ତା’ ଭେଜା ଖରାପ ହୋଇଯାଇ ସେ ପାଗଳ ହୋଇଯିବ । ଏହି ନିତିଦିନିଆ ପରସ୍ପର ବିରୋଧୀ ମନ୍ତବ୍ୟ ଶୁଣି, ଏହା କହିବାରୁ ମା’ କହୁଛନ୍ତି ତୋ’ ଭେଜା ଖରାପ ହେବା ଆଗରୁ ତ ମୋତେ ନେଇ ମଠ କି ଆଶ୍ରମରେ ଛାଡ଼ି ଦେ’ । ବାପ, ଭାଇ ଦିନେହେଲେ ଭଲ ମନ୍ଦ ପଚାରିଲେନି । କୁଆଡ଼େ ଆଉ ଯିବି ମୁଁ । ମା’ ଏହିପରି ପୁଅକୁ ପଚାରି ବୁଝିଛନ୍ତି | 


(). “ମୁଁ କ’ଣ ଜାଣିଥୁଲିରେ ପୁଅ” କେଉଁ କଥା ମା’ ଜାଣି ନ ଥିଲା ବୋଲି କହିଛି ?

ଉ. ନାଟକ – ସୀମିତ ସମ୍ପର୍କ ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ପୁଅ ନିଜ ସ୍ତ୍ରୀ ଓ ମା’ ଭିତରେ ଉପୁଜୁଥ‌ିବା ଦୈନିକ ପାଲାରେ ବ୍ୟସ୍ତ ହୋଇପଡୁଛି, କାହାକୁ କ’ଣ ବୁଝେଇବ ଜାଣିପାରୁନାହିଁ । “ରୋଜ ରାତି ପାହିଲା କ୍ଷଣି ଗୋଟାଏ ପାଲା ଚାଲିଚି ଯେ ଶେଷ ହେବାକୁ ନାଇଁ । ମା’ପୁଅକୁ କହିଛନ୍ତି ସିଏ ଯାହାକୁ ବୋହୂ କରି ଆଣିଥିଲେ । ଆଶା ଥିଲା ସେ ତାଙ୍କର ସେବା କରିବ ହେଲେ ବୋହୂ ଆସି ତାଙ୍କ ମୁଣ୍ଡରେ ବସିଲା “ ଅଲକ୍ଷଣୀଟା ପାଇଁ ଘରଟା ମୋର ଆଉ ଉଧେଇଲା ନାହିଁ ।” ମା’ ପୁଅ ଭିତରେ ବୋହୂକୁ ନେଇ ଏଇଭଳି କଥାବାର୍ତ୍ତା ହୋଇଛି ।

(ଢ) ବୋହୂର ଭାତ ହଜମ କଥା ଶାଶୂ କାହିଁକି କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ନିଜର ସୁବିଧା ପାଇଁ ଘର ଥାଇ ସ୍କୁଲ ପାଖରେ ଘରଭଡ଼ା ନିଆଗଲା ବୋଲି ଚାକର ପିଲାଟାକୁ ଜାଣିକରି କାଢ଼ି ଦେଲେ ଶାଶୂ । ପଚାରିଲେ କହୁଛନ୍ତି ମହରଗ ଯୁଗରେ ଚାକର ଦରକାର ନାହିଁ । ଖଟଣି ଖୁବ୍ ବେଶି ସହ ସ୍କୁଲର ଦାୟିତ୍ଵ କରୁଣା ଉପରେ ପଡ଼ୁଛି । ପୁଅକୁ ସ୍କୁଲର ଦାସୀ ଘରେ ରୋଜ୍ ଛାଡୁଛି । ଶାଶୁଙ୍କୁ ତା’ ଉପରେ ଟିକେ ଦୟା ଆସୁନାହିଁ, କି ନିଜ ନାତିକୁ ଖୁଆଇ ପିଆଇ ରଖିଲେ ହୁଅନ୍ତାନି କହିବାରୁ ଶାଶୁ ରାଗିଯାଇ ମୋ ସହ ଝଗଡ଼ା କି ବଜର ବଜର ନ ହେଲେ “ ବୋହୂର ଭାତ ହଜମ ହଉନି” ବୋଲି କହିଛନ୍ତି ।


(ଣ) ବୋହୂଟି ତା’ ଭାଇ ସମ୍ପର୍କରେ କ’ଣ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ବୋହୂଟି ନିଜର ବୈବାହିକ ଜୀବନରେ ସୁଖୀ ହୋଇନି । ଶାଶୂ ନା ସ୍ଵାମୀ କେହି ଜଣେ ବି ତା’ର ନିଜର ହୋଇପାରିଲେ ନାହିଁ, ସବୁବେଳେ ଅଶାନ୍ତି ଓ ବିଶୃଙ୍ଖଳା ଦିନ କଟୁଥିବା ବେଳେ କେହି ପଦେ ଆହା କହିବାକୁ ନାହାଁନ୍ତି । ଶାଶୂଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇବାରେ ବଞ୍ଚିତ ବୋହୂ କରୁଣା ସ୍ଵାମୀ ସହ ନିଜର ସୁଖ ଦୁଃଖ ବାଣ୍ଟିବାରେ ଅସମର୍ଥ ହୋଇଛି । ଶେଷରେ ଯେଉଁ ଆଶା ରଖୁ ଘରସଂସାର ଗଢ଼ିଥିଲା ତାହା ମାଟି ହୋଇଯାଇଛି । ବାପାଭାଇ ପାଖରେ ଦୁଃଖ ଶୁଣେଇଲେ ଭାଇ କହୁଛି “ ତୋ’ ଅଭାବ ଅସୁବିଧା କଥା ସବୁବେଳେ ତୁ ତୋ’ ବରଙ୍କୁ ଜଣା ।” ତୋ ସ୍ଵାମୀ ଯାହା କରିବ “ ଆମେ କ’ଣ କରିପାରିବୁ” । ଭାଇର ଏ କଥା ଶୁଣି ବୋହୂ ନୀରବ ରହିଛି |


(ତ) ବେଳ ପଡ଼ିଲେ ତା’ ବାପାଭାଇ କ’ଣ କରିବେ ବୋଲି ବୋହୂ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ପରିବାରରେ ଅଶାନ୍ତିର ବାତାବରଣ ସର୍ବଦା ଲାଗିରହିଥିବା କରୁଣା ନିଜ ବାପଘର ବିଷୟରେ ସବୁ କହିଛି । ବାପା ତା’ ଦୁଃଖରେ ଆଖରୁ ଲୁହ ଗଡ଼ାଇଲେ ବି ତା’ଙ୍କୁ ପାଖରେ ରଖିବାକୁ ନାରାଜ । ଶାଶୁ ଏକଥା ଶୁଣି ବାପଭାଇଙ୍କ ଯଦି ତତେ ପୋଷିବାର ଇଚ୍ଛା ସିଏ ଆସି ତୋତେ ନେଇଯାଆନ୍ତୁ ବୋଲି ବୋହୂକୁ କହିଛି । ବେଳ ପଡ଼ିଲେ ନିଜ ଜନ୍ମିତ ଝିଅକୁ ଭସେଇ ନ ଦେଇ ସେତକ ବି ସେ କରିବେ, ଝିଅ ଦେଇଛନ୍ତି ବୋଲି ତାଙ୍କ ମୁଣ୍ଡ ଏ ଘରେ ବିକି ଦେଇନାହାଁନ୍ତି ଏକଥା ବୋହୂ ଶାଶୂଙ୍କୁ କହିଛି । 


(ଥ) କେଉଁ ପାପଚିନ୍ତା କରିବା ଭଲ ନୁହେଁ ବୋଲି ବୋହୂ କହିଛି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ବୋହୂ ଘରକାମ, ପୁଅକାମ ସହ ଶିକ୍ଷୟିତ୍ରୀ ଭାବେ ବିଦ୍ୟାଳୟରେ ଚାକିରି କରେ । ଶାଶୁ ଚାକିରି କରି ପରପୁରୁଷଙ୍କ ସହ ମିଶୁଚୁ ବୋଲି ବୋହୂକୁ ଆରୋପ କରିଛି ଏବଂ ବୋହୂ ଚରିତ୍ର ଉପରେ ଆଙ୍ଗୁଳି ଉଠେଇଛି । ବୋହୂ ଚିଡି଼ଯାଇ କହିଛି ତାଙ୍କ ସ୍କୁଲରେ କେତେଜଣ ବାହା ନ ହୋଇ ଏକୁଟିଆ ଚଳୁଛନ୍ତି ତା’ ଅର୍ଥ ନୁହେଁ ସେମାନଙ୍କର ମାନ ମହତ ନାଇଁ । ତା’ ଚରିତ୍ରକୁ ଆକ୍ଷେପ କରି ଚରିତ୍ରହୀନା ଏବଂ କୁଳଟା କହିବାରୁ ଏପରି ପାପ ଚିନ୍ତା କରିବାଟା ଭଲ ନୁହେଁ ବୋଲି ବୋହୂ, ଶାଶୂଙ୍କୁ କହିଛି ।


 (ଦ) ବୋହୂଟି କୋହଭରା କଣ୍ଠରେ ତା’ ଶାଶୁକୁ କ’ଣ କହିଛି ?

ଉ: ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ଉ : ଶାଶୂ ବୋହୂକୁ ଚରିତ୍ରହୀନା ଏବଂ କୁଳଟା କହିବାରୁ ସେମିତି ପାପ ନ କରିବାକୁ ବୋହୂ କହିଛି । ଶାଶୂ ତାତ୍ସଲ୍ୟ କରି ସତୀ—ଶିରୋମଣି, ଏକା ଏଇ ସତୀ ସାବିତ୍ରୀ ବୋଲି କହିଛି । ପରପୁରୁଷ ସହ ସାଙ୍ଗରେ ମିଶୁଛି ଏମିତି କିଛି ଅଭିଯୋଗ ଶୁଣି ବୋହୂ କୋହଭରା କଣ୍ଠରେ କହିଛି କେବଳ କୁନା (ପୁଅ) ପାଇଁ ସେ ବଞ୍ଚିବାକୁ ଚାହେଁ ସେଥ‌ିପାଇଁ ନିଜ ବରକୁ ଘୃଣା କରୁଥିଲେ ବି ତାଙ୍କ ସହ ରହିବାକୁ ବାଧ୍ଯ କାରଣ ସମାଜରେ ଜଣେ ଅବଳା ମାନ ମହତ ନେଇ ଚଳିବାକୁ ହେଲେ ଗୋଟାଏ ପୁରୁଷର ସାହାରା ଦରକାର । ତା’ ନ ହୋଇଥିଲେ କେଉଁ ଦିନରୁ ସେ ଏ ଘର ଛାଡ଼ି କୁଆଡ଼େ ପଳାଇ ଆସନ୍ତାଣି । ଶାଶୁର ଗଞ୍ଜଣା ସହ ସ୍ଵାମୀର ମାଡ଼ଗାଳି ଖାଇ ଏମିତି ପଡ଼ି ରହିନଥାନ୍ତା ।

(ଧ) ସେ କ’ଣ ଦେଖୁଛନ୍ତି ଏବଂ ସେଥ‌ିପାଇଁ କ’ଣ କରିବାକୁ ହେବ ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ? 

ଉ. ନାଟକ – ସୀମିତ ସମ୍ପର୍କ/

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ପୁଅ ଏବଂ ସ୍ଵାମୀ ହିସାବରେ ଗୋବର୍ଦ୍ଧନ ରୋଜ ରାତି ପାହିଲା କ୍ଷଣି ଶାଶୁ ଏବଂ ବୋହୂ ଭିତରେ ଯେଉଁ ପାଲା ଚାଲିଚି ତାହା ଦେଖି କାହାକୁ କ’ଣ ବୁଝେଇବ ଜାଣିପାରୁନି ସେ ଏ ଭିତରେ ପଶି ପେଶି ହୋଇଯାଉଛି। ତେଣୁ ସ୍ତ୍ରୀ କରୁଣାକୁ କହୁଛି– “ ମୁଁ ଦେଖୁଛି, ତୁମକୁ ରାତିଦିନ କିଛି ଅଣ୍ଟୁନି । ଯେତେବେଳେ ଦେଖ ଝଗଡ଼ା ଝଗଡ଼ା । ମା' ଏ ବୟସରେ ଆଉ ବଦଳିବା ଅସମ୍ଭବ ବରଂ ସେ ନିଜ ଆଡୁ ଟିକେ ଚୁପ୍ ରହିଲେ ସବୁ ବିବାଦର ସମାଧାନ ହୋଇଯିବ । ରାତି ଘଡ଼ିକଟା ତ ଶାନ୍ତିରେ ସମସ୍ତେ ଶୋଇପାରିବେ । ଏହି କଥା ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ।

(ନ) କେମିତି ଏକାଥରକେ ସବୁ ସମସ୍ୟାର ସମାଧାନ ହୋଇଯା’ତା ବୋଲି ସ୍ତ୍ରୀ ସ୍ୱାମୀଙ୍କୁ କହିଛନ୍ତି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ସ୍ଵାମୀ, ସ୍ତ୍ରୀକୁ ମା’ ସହ ଝଗଡ଼ା ନ କରିବା ପାଇଁ କହିଛନ୍ତି । ନିଜ ଆଡ଼କୁ ଚୁପ୍ ରହିଲେ ଏବଂ ନରମି ଗଲେ ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରନ୍ତା ଏ କଥା ଶୁଣି ସ୍ତ୍ରୀ କହିଛନ୍ତି କୋଉ ଦିନ ମିଠାକଥା ପଦେ ସିଏ ତାଙ୍କ ସ୍ବାମୀ ମୁହଁରୁ ଶୁଣିଲେ ନାହିଁ ନା ସୁଖ ଦୁଃଖରେ ତାଙ୍କୁ ସମବେଦନା ଦିଅନ୍ତି । ତେଣୁ ସେ କହିଛନ୍ତି– ମତେ କହିପାରୁଚ, ହେଲେ ନିଜ ମା’ଙ୍କୁ କହୁନ ଯେମି ନିଜ ହାତ ଗୋଡ଼ ଜାକି ବସିଛନ୍ତି ସେମିତି ନିଜ ପାଟିମୁହଁ ବନ୍ଦ କରି ବସିଲେ ଆଉ କିଛି ଝଗଡ଼ା କି ହେବନି ଏକାଥରକେ ସବୁ ସମସ୍ୟା ସମାଧାନ ହୋଇଯାନ୍ତା ।


(ପ) ସ୍ଵାମୀଙ୍କୁ ଗୋଟାଏ ଜିର ଲୋକ କହି ସ୍ତ୍ରୀ ତାଙ୍କୁ କ’ଣ ପଚାରିଛନ୍ତି ?

ଉ. ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତିକ ଚନ୍ଦ୍ର ରଥ

ସ୍ତ୍ରୀ ସ୍ଵାମୀଙ୍କୁ ମା’ଙ୍କୁ ଚୁପ୍ ରହିବାକୁ କହିବାରୁ ସ୍ଵାମୀ ବିବ୍ରତ ହୋଇ ମା’ ବିରୁଦ୍ଧରେ ପଦେ କଥା ସେ ଶୁଣିବେ ନାହିଁ ବୋଲି ଶୁଣାଇଦେଇଛନ୍ତି । ସ୍ତ୍ରୀ କଥା କାହିଁ ଶୁଣିବେ ସିଏ ଯେ ଶସ୍ତା ସବୁ ଶୁଣିବ ଏହା ସ୍ଵାମୀଙ୍କୁ ଶୁଣାଇଛନ୍ତି । ମାତୃଭକ୍ତ ପୁଅ ଯଦି ବୁଝିପାରିନ୍ତେ, ନିଜ ପୁଅ ଝିଅର ଉପହାସ କେହି ମା’ କେବେ ସହିପାରିବନି, ପୁଅ କଥା ପଡ଼ିବାରୁ ସ୍ୱାମୀ ବିରକ୍ତ ହୋଇଛନ୍ତି | ସ୍ଵାମୀ ବିରକ୍ତ ଦେଖି ସ୍ତ୍ରୀ କହିଛନ୍ତି ତମଭଳି ଗୋଟାଏ ଜିର ଲୋକ ଯା’ ଛଡ଼ା ଆଉ କ’ଣ ବା କହିପାରେ ? ସ୍ତ୍ରୀ ସ୍ଵାମୀଙ୍କୁ ପଚାରିଛନ୍ତି କେବେ ଗୋସେଇଁ ମା’ କୋଳରେ ତାଙ୍କ ନାତିକୁ ତୁମେ ଦେଖିଛ ? ଗୋସେଇ ମାଁ ସ୍ନେହ ତ ଦୂରର କଥା, ଛୁଆଟା ବାପାର ସ୍ନେହରୁ ମଧ୍ୟ ବିକୃତ ରହିଛି ।

(ଫ) ଯଦି ଭବିଷ୍ୟତରେ ତା’ ପୁଅ ବୋହୂ ତାଙ୍କୁ ଅବହେଳା କରନ୍ତି, ତେବେ କ’ଣ କରିବେ ବୋଲି ସ୍ବାମୀଙ୍କୁ କହିଛନ୍ତି ? 

ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ଉ : କୁନା ଭବିଷ୍ୟତରେ, ତା’ ସ୍ତ୍ରୀକୁ ଦୁଃଖ ନ ଦିଏ ସେଥ‌ିପାଇଁ କରୁଣା ତା’ ସ୍ଵାମୀ ଠାରୁ ପୁଅକୁ ଦୂରେଇ ରଖିବାକୁ ଚାହୁଁଛି । କରୁଣା ଭୁଲ କରିବାକୁ ଯାଉଛି ବୋଲି ସ୍ୱାମୀ କହିଛନ୍ତି । ପୁଣି ପ୍ରଶ୍ନ କରିଛନ୍ତି ଯଦି ତମର ବୋହୂ ଆସି ସବୁବେଳେ ତମ ପ୍ରତି ଅବହେଳା କରେ ତା’ହେଲେ କ’ଣ ହେବା ଉତ୍ତରରେ କରୁଣା କହିଛନ୍ତି ମନକୁ ବୁଝେଇବା ପାଇଁ ଭାବିନେବେ କି ତାଙ୍କ ଭାଗ୍ୟରେ ସୁଖ ବୋଲି କିଛି ନାହିଁ । ସେମାନଙ୍କ ହସ ଖୁସି ଦେଖି ତାଙ୍କ ଜୀବନର ଶୂନ୍ୟତାକୁ ଟିକେ ହାଲୁକା କରିନେବେ । ପୁଅବୋହୂର ହସ ଖୁସି ଦେଖି ତାଙ୍କ ହଜିଲା ଦିନର ଦୁଃଖ-ଶୋକର ବୋଝରୁ ଟିକେ ହାଲୁକା କରିନେବେ । 


(ବ) କେଉଁ କଥାଟା ଏକଦମ୍ ସ୍ପଷ୍ଟ ବୋଲି କୁହାଯାଇଛି ?

ନାଟକ – ସୀମିତ ସମ୍ପର୍କ

ନାଟ୍ୟକାର – କାର୍ତ୍ତିକ ଚନ୍ଦ୍ର ରଥ

ଉ : କରୁଣା ତାଙ୍କ ସ୍ଵାମୀ ସ୍ତ୍ରୀ ସମ୍ପର୍କ କେବଳ ଗୋଟାଏ ବାହାନା ବୋଲି କହିଛି । ନିଜ ଦୁଃଖ ସୁଖରେ ତାଙ୍କ ସ୍ଵାମୀ ତାଙ୍କୁ କେବେବି ଭାଗୀଦାର କରିନାହାଁନ୍ତି । ସ୍ଵାମୀ କେବେ ବି ତାଙ୍କୁ ମିଠାକଥା ପଦେ କହିନାହାଁନ୍ତି କି ଆଶ୍ୱାସନା ଦେଇନାହାଁନ୍ତି । ଦୁହିଁଙ୍କ ଭିତରେ ଆନ୍ତରିକତା ନା ଘନିଷ୍ଠତା ଅଛି କେବଳ ସମାଜକୁ ଦେଖେଇବା ପାଇଁ ଦୁହେଁ ସ୍ଵାମୀ ସ୍ତ୍ରୀ । ନାରୀଟିଏ ସମାଜରେ ଏକାକୀ ବଞ୍ଚିବା ସମ୍ଭବ ନୁହେଁ ବୋଲି ତା’ ସ୍ଵାମୀ ନାମକୁ ମାତ୍ର ଆଶ୍ରୟଦାତା ସାଜିଛନ୍ତି । ଲୋକଦେଖାଣିଆ ମିଛିମିଛିକା ସେମାନଙ୍କର ସମ୍ପର୍କ ଏକଥା ସ୍ପଷ୍ଟ ଯେ ତାଙ୍କ ଦୁହିଁଙ୍କ ସମ୍ପର୍କରେ ବାହାନାଟା ବେଶି, ସମ୍ପର୍କଟା କମ୍ । ଦୁହିଁଙ୍କ ସମ୍ପର୍କ ନାଟକରେ ଅଭିନୟ କରୁଥିବା କଳାକାରଠାରୁ ଅଧିକ ସୁନ୍ଦର ଓ ଅତ୍ୟନ୍ତ ଜୀବନ୍ତ ପରି ପ୍ରତ୍ୟୟମାନ ହେଉଛି ।


+2 1st Year MIL Odia Simita Samparka 5 Mark Questions Answer

୫. ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ ।

(କ) “ ଆମର ସମ୍ପର୍କରେ ବାହାନା ବେଶି, ସମ୍ପର୍କ କମ୍”-ପଠିତ ଏକାଙ୍କିକାଟିରୁ ଉକ୍ତିଟିର ସତ୍ୟତା ବୁଝାଅ ।

ଉ : ଏକ ପାରିବାରିକ ସମସ୍ୟାଜନିତ ଏକାଙ୍କିକା ଭାବରେ ‘ସୀମିତ ସମ୍ପର୍କ’ ରଚିତ । ଏଠାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ମନୁଷ୍ୟ ସମାଜରେ ପ୍ରଚଳିତ ବିଭିନ୍ନ ସ୍ତରର ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ହୃଦୟଙ୍ଗମ କରି ନିଜ ନାଟକରେ ବାସ୍ତବତାର ଚିତ୍ର ପ୍ରଦର୍ଶନ କରିଛନ୍ତି । ମଣିଷ ପରିବାର କେତେବେଳେ ଗଢ଼େ ? ନା, ଯେତେବେଳେ ନିଜ ଭାବର ଆଦାନ ପ୍ରଦାନ, ସୁଖ ଦୁଃଖରେ ଭାଗୀଦାର ଏବଂ ପରସ୍ପର ସୁ ବୁଝାବଣା ପାଇଁ ମଣିଷ ପରିବାର ଗଢ଼େ ।

ଶ୍ରମଜନିତ କ୍ଲାନ୍ତି ଦୂର କରିବା ପାଇଁ ଯେତେବେଳେ ମଣିଷ ଘରକୁ ଫେରେ ସେତେବେଳେ ଘରର ପ୍ରତ୍ୟେକ ସଦସ୍ୟ ତା'ର ଭଲମନ୍ଦ ବୁଝାବୁଝି କରି ସ୍ଵଳ୍ପ ସମୟ ପାଇଁ ହେଉ ପଛେ ତା' ପ୍ରତି ଧ୍ୟାନ ଦେଇଥାନ୍ତି । ମାତ୍ର ଉକ୍ତ ନାଟିକାଟିରେ ମାତ୍ର ଚାରୋଟି ଚରିତ୍ରକୁ ନେଇ ପରିବାରର ସମ୍ପର୍କ ଗଢ଼ିଉଠିଛି । ହେଲେ ପ୍ରତ୍ୟେକ ସଦସ୍ୟ ଅନ୍ୟର ଦୋଷ, ଦୁର୍ଗୁଣ, ଏପରିକି ଟିକିନିକି କାର୍ଯ୍ୟକୁ ସମାଲୋଚନା କରିବାରେ ବ୍ୟଗ୍ର ହୋଇଉଠିଛନ୍ତି । ଶାଶୂ ‘ସ୍ନେହମୟୀ ଦେବୀ’ ବୋହୂ କରୁଣାର ବିରୋଧ ପ୍ରତି କ୍ଷଣେ ଜଣେ କରୁଛି । ବୋହୂ ଘରକାମ, ତିନିବର୍ଷ ପୁଅ କୁନାର ଦାୟିତ୍ଵ ସହ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ ତୁଲାଏ । ହେଲେ ଛୋଟ ପିଲାକୁ ଶାଶୂ ସମ୍ଭାଳୁନଥିବାରୁ ସ୍କୁଲର ଦାସୀ ଘରେ ଛୁଆକୁ ଛାଡ଼ି ବୋହୂ ସ୍କୁଲକୁ ଯାଏ । ଶାଶୁ ବୋହୂ ଘରକୁ ଫେରିଲାମାତ୍ରେ ନାନା ଗଞ୍ଜଣା ଦେଇ ପରପୁରୁଷ ସହ ସେ ବୁଲୁଥିବାର ମିଛ ଅଭିଯୋଗ ଆଣି ନାନା କଟୁକଥା କହିବାରୁ ସ୍ୱାମୀ ଗୋବର୍ଦ୍ଧନ ଆଗରେ ନିଜ ମା'ଙ୍କ ବିଷୟ ବଖାଣିବାରୁ ମା’ ବିରୁଦ୍ଧରେ ପଦେ କଥା ଶୁଣିବାକୁ ସେ ପ୍ରସ୍ତୁତ ହୋଇ ନାହାଁନ୍ତି ।

ଶାଶୂଙ୍କର ଦୟାମୟା ବୋହୂ ପ୍ରତି କିଛି ନାହିଁ କେବଳ କଟୁ କଥା ଆଉ ଅଭିଯୋଗ । ସ୍ଵାମୀ ହୋଇ ତା’ ସ୍ତ୍ରୀକୁ କେବେବି ହସ ଖୁସି କି ସୁଖ ଦୁଃଖ କେଉଁ କଥାରେ ପୂରେଇ ନାହିଁ । ସ୍ତ୍ରୀ ହୋଇ ସେ ଚାହେଁ କେବଳ ତା’ ସ୍ଵାମୀର ସମଦୁଃଖୀ ହେବା; ମାତ୍ର ଗୋବର୍ଦ୍ଧନ ପଦେ ମିଠା କଥା ସ୍ତ୍ରୀ ସହ କେବେ ହୋଇନାହାଁନ୍ତି । ପୁଅ କୁନା ବଡ଼ ହେଲେ ତା’ ସ୍ତ୍ରୀକୁ ଯେପରି ଦୁଃଖ ନ ଦିଏ ସେଥିପାଇଁ ସେ ତା’ ବାପା ଠାରୁ ତାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି । କାରଣ ତା’ ବାପାଠୁ ତାଙ୍କ ଗୁଣଗୁଡ଼ାକ ଶିଖି ତା’ ସ୍ତ୍ରୀ ପ୍ରତି ଅବହେଳା କରିବ । ନିଜ ଭାଗ୍ୟକୁ ନିନ୍ଦାକରି କରୁଣା ନିଜ ପୁଅ ବୋହୂଙ୍କ ହସଖୁସି ଦେଖି ନିଜ ହଜିଲା ଦିନର ସୁଖ ଭୋଗ କରିବେ ବୋଲି ଆଶା କରିଛନ୍ତି । ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନାଟ୍ୟକାର ସୀମିତ ସମ୍ପର୍କ ବୋଲି କହିଛନ୍ତି | ସ୍ଵାମୀକୁ ଘୃଣା କଲେ ମଧ୍ୟ କରୁଣା ତାଙ୍କ ଆଶ୍ରୟରେ ଲୋକଦେଖାଣିଆ ରହିଛି କାରଣ ସମାଜ ଏକାକୀ ବଞ୍ଚିବାକୁ ଦେବନି ସେଥରେ କେତେପ୍ରକାର ଗଞ୍ଜଣା ଦେଇ କଥା କହିବେ । ଶାଶୂର ଗଞ୍ଜଣା ସାଙ୍ଗର ସ୍ବାମୀର ମାଡ଼ଗାଳି ଖାଇ କରୁଣା ଅତୀଷ୍ଠ ହୋଇ ପଳାଇବାକୁ ଚେଷ୍ଟାକରି ଛୁଆ ଦେଖି ପଛକୁ ଫେରିଆସିଛି ।

ସ୍ଵାମୀକୁ କରୁଣା କହିଛି ତାଙ୍କ ଦୁହିଁଙ୍କ ସମ୍ପର୍କ କେବଳ ଲୋକଦେଖାଣିଆ । ମିଛିମିଛିକା ସମ୍ପର୍କରେ ବାହାନାଟା ବେଶି, ସମ୍ପର୍କଟା କମ୍ । ଗୋଟେ ଘରର ଛାତତଳେ ସ୍ଵାମୀ-ସ୍ତ୍ରୀ ଏକାଠି ରହୁଥିଲେ ମଧ୍ୟ ସେମାନଙ୍କର ସମ୍ପର୍କ ଏକ ନାଟକର ଅଭିନୟ ଠାରୁ ଭିନ୍ନ ନୁହେଁ ।

ନାଟ୍ୟକାରଙ୍କ ବର୍ଣ୍ଣନାରେ ସତ୍ୟତାର ପ୍ରମାଣ ଦେଖାଦେଇଛି ।

(ଖ) ‘ସୀମିତ ସମ୍ପର୍କ’ ଏକାଙ୍କିକାରୁ ଶାଶୁ-ବୋହୂଙ୍କ ସମ୍ପର୍କ କିପରି ଥିଲା ଆଲୋଚନା କର ।

ଉ : ପ୍ରତ୍ୟେକ ବ୍ୟକ୍ତିର ଜୀବନ ପ୍ରତି ଦୃଷ୍ଟିକୋଣ ଓ ମୂଲ୍ୟବୋଧ ସ୍ଵତନ୍ତ୍ର । ସେ ଦୃଷ୍ଟିରୁ ଏକାଙ୍କିକାରେ ନାଟ୍ୟକାର ସମାଜପ୍ରତି, ମାନବ ଜୀବନପ୍ରତି ସମାଜର ବିଭିନ୍ନ ଘଟଣା ଓ ସମସ୍ୟା ପ୍ରତି ଦୃଷ୍ଟିକୋଣ ପ୍ରତିବିମ୍ବିତ ହୋଇଥାଏ । ପାଠକ ଚିତ୍ତରେ ପ୍ରଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ନାଟ୍ୟକାର ଏକାଙ୍କିକାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନୀତି ଏବଂ ଆଦର୍ଶର ଉପସ୍ଥାପନ କରିଥାଏ । ଉପଦେଷ୍ଟା ଭାବେ ସମୟେ ସମୟେ ବ୍ୟକ୍ତିଗତ ଉପଦେଶକୁ ନାଟକ ମାଧ୍ୟମରେ ଚରିତ୍ରମାନଙ୍କ ମୁଖରେ ବୟାନ କରିଥାଏ । କେବେ କେବେ ତୃଟି ପାଇଁ ଶାସ୍ତି ବା ସାଧୁତା ପାଇଁ ପୁରସ୍କାର ବ୍ୟବସ୍ଥା କରି ନାଟକ ମାଧ୍ୟମରେ ଦର୍ଶକଙ୍କୁ ପ୍ରଭାବିତ କରିଥାଏ ।

ଉକ୍ତ ଏକାଙ୍କିକା ‘ସୀମିତ ସମ୍ପର୍କ’ରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏକ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ନାଟକଟି ଉପସ୍ଥାପନା କରିଛନ୍ତି । ମାତ୍ର ଚାରୋଟି ଚରିତ୍ରକୁ ନେଇ ସଂଘଠିତ ପରିବାରର ନିତିଦିନିଆ ସଂପର୍କକୁ ନେଇ ଉକ୍ତ ଏକାଙ୍କିକାଟି ପ୍ରସ୍ତୁତ । ଘରର ମୁରବୀ ସ୍ନେହମୟୀ ଦେବୀଙ୍କ ପରିବାର କହିଲେ ବୋହୂ କରୁଣା, ପୁଅ ଗୋବର୍ଦ୍ଧନ ଓ ନାତି କୁନାକୁ ବୁଝାଏ । ଶାଶୂ ବୋହୂର ନିତିଦିନିଆ ଦ୍ଵନ୍ଦୁ ଓ ମାନସିକ ଅମେଳତାକୁ ନାଟ୍ୟକାର ଆଲୋଚନା କରିଛନ୍ତି । ବୋହୂ ବିଦ୍ୟାଳୟର ଶିକ୍ଷୟିତ୍ରୀ ହୋଇଥିବାରୁ ଘରକାମ ସହ, ବିଦ୍ୟାଳୟରେ ପାଠପଢ଼ା କାମ କରେ । ଏହା ସହିତ ନିଜର ତିନିବର୍ଷ ପୁଅ କୁନାର ଯତ୍ନ ନେଇ ସ୍କୁଲ ପାଖରେ ଥିବା ସ୍କୁଲଦାସୀ ଘରେ ଛାଡ଼େ । ସ୍କୁଲରୁ ଫେରିବା ବେଳେ ପୁଅକୁ ନେଇ ଘରକୁ ଆସେ । ହେଲେ ଘରେ ଶାଶୁ ଗୋସେଇଁ ମା' ହିସାବରେ କେବେ ନାତିର ଯତ୍ନ ନେଇନାହାଁତି କି ତାକୁ ଘରେ ଛାଡ଼ି ଯିବାକୁ କହିନାହାନ୍ତି । ଯେପରି ବୋହୂର ଖାଲି ସେଇ ଦାୟିତ୍ଵ ଆଉ ତାଙ୍କର ନୁହେଁ । ସ୍କୁଲରୁ ଫେରିବା ପରେ ଆରମ୍ଭ ହୋଇଯାଏ ଦୁହିଁଙ୍କ ଭିତରେ ବଚସା ।

ସାମାନ୍ୟ କଥାକୁ କେନ୍ଦ୍ରକରି ଘରେ ଆରମ୍ଭ ହୋଇଯାଏ ଦୁହିଁଙ୍କ ଭିତରେ ପାଟିତୁଣ୍ଡ । ବୋହୂକୁ ଅନେକ କଟୁକଥା କହି ତା ବାପା ଭାଇ ନେଇ ଗାଳି କରନ୍ତି । ଏପରିକି ତାଙ୍କ ପୁଅକୁ ସେଠି ବାହାକରି ସେ ଜୀବନର ମସ୍ତବଡ଼ ଭୁଲ କରିଛନ୍ତି ବୋଲି ପ୍ରତ୍ୟ କହିଥାନ୍ତି । ଶାଶୁଙ୍କୁ ମଧ୍ୟ ବୋହୂ ଅନେକ କଥା କୁହେ ଯେପରିକି ବୋହୂ ହୋଇ ଆସିଲା ଦିନଠାରୁ ହାଡ଼ ଭାଙ୍ଗି ଖଟୁଚି, ନଗ ରୋଜଗାର କରି ନିଜର ସବୁତକ ସୁଖ ସରାଗକୁ ଜଳାଞ୍ଜଳି ଦେଇ କେବଳ ପରିବାରର ପାଇଁ କାମ କରିଚାଲିଛି ।

ସ୍କୁଲ ପାଖରେ ଘରଭଡ଼ା ନେବାରୁ ଶାଶୂ ଚାକରଟାକୁ କାଢ଼ି ଦେଲେ । ଚାକରଟା କରୁଣାଙ୍କୁ ସାହାଯ୍ୟ କରୁଥିଲା ହେଲେ ମହରଗ ଯୁଗରେ ଚାକର ଦରକାର ନାହିଁ କହି ତାକୁ ବିଦା କରିଦେଲେ । ସବୁବେଳେ ବୋହୂକୁ ଦେଖେଇ ଶିଖେଇ କଥା ପୁଅଟାକୁ କହିବେ । କରୁଣା ଶାଶୁଙ୍କଠୁ କେବେ ବି ଟିକେ ସ୍ନେହ ମମତା କି ଆଶ୍ଵାସନା ପାଇନାହିଁ । କରୁଣା ଏତିକି ଟିକେ ଚାହେଁ ଦାସୀଘରେ ନ ଛାଡ଼ି ବରଂ ଗୋସେଇଁ ମା’ ତା’ର ଯତ୍ନ ନିଅନ୍ତୁ । କିନ୍ତୁ ଶାଶୂ ଏଥ‌ିରେ କେବେ ବି ଆଗ୍ରହ ପ୍ରକାଶ କରିନାହାଁନ୍ତି ତେଣୁ ଶାଶୁ ବୋହୂଙ୍କ ଭିତରେ ଏକପ୍ରକାର ତିକ୍ତତା ଦେଖାଦେଇଛି । ପୁଅ ଗୋବର୍ଦ୍ଧନର ଚେଷ୍ଟା ସତ୍ତ୍ଵେ ଦୁହେଁ ନିଜ ନିଜର ବୟାନ ଉପରେ ଜିଦ୍ କରିଛନ୍ତି | ଏ ବୟସରେ ମା’ର ବଦଳିବା ଅସମ୍ଭବ ବରଂ କରୁଣା ନିଜର ବ୍ୟବହାର ଓ କଥାବାର୍ତ୍ତାରେ ପରିବର୍ତ୍ତନ କରନ୍ତୁ ନଚେତ୍ ଚୁପ୍ ରୁହନ୍ତୁ ଏକଥା ଗୋବର୍ଦ୍ଧନ ଜଣାଇଛି । ହେଲେ ଗୋବର୍ଦ୍ଧନ ମଧ୍ଯ ନିଜ ପୁଅ କଥା ବୁଝିବାକୁ ଆଗ୍ରହ ଦେଖାଇ ନାହାନ୍ତି ।

ନାଟ୍ୟକାର ଶାଶୂ ବୋହୂଙ୍କ ଭିତରେ ସୃଷ୍ଟି ହୋଇଥିବା ଗଭୀର ଦୂରତାକୁ ଦର୍ଶାଇଛନ୍ତି ଯାହା ବାସ୍ତବରେ ପ୍ରଦର୍ଶିତ ହୋଇଛି |


 (ଗ) ପଠିତ ଏକାଙ୍କିକାରୁ ‘ଶାଶୁ’ ଚରିତ୍ର ଚିତ୍ରଣ କର ।

ଉ : ପାରିବାରିକ ସମସ୍ୟାବହୁଳ ଚିତ୍ର ଉପରେ ଆଧାରିତ ଏକାଙ୍କିକା ‘ସୀମିତ ସମ୍ପର୍କ’ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥଙ୍କର ଏକ ଅମୂଲ୍ୟ କୀର୍ତ୍ତି । ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ନିଜ ପରିବାରକୁ ନେଇ ସେ ସମାଜରେ ବସତି ସ୍ଥାପନ କରିଥାଏ । ପରିବାରର ପ୍ରତ୍ୟେକ ସଦସ୍ୟ ଗୋଟିଏ ଡୋରିରେ ବାନ୍ଧି ହୋଇଥାନ୍ତି ଯେପରିକି ଜଣଙ୍କର ଦୁଃଖ ଦୁର୍ଦ୍ଦଶା କି ବିପରି ପଡ଼ିଲେ ସମସ୍ତଙ୍କୁ ଯେପରି ସେ କଷ୍ଟଟା ଅନୁଭବ ହୋଇଥାଏ । କାରଣ ପରିବାରରେ ହିଁ ସମସ୍ତଙ୍କର ଭାବର ଆଦାନପ୍ରଦାନ ହୋଇଥାଏ ।

‘ସୀମିତ ସମ୍ପର୍କ’ ପାରିବାରିକ ଏକାଙ୍କିକାରେ ମାତ୍ର ଚାରୋଟି ଚରିତ୍ର; ହେଲେ ସମସ୍ତଙ୍କ ମତ ଭିନ୍ନ । କେହି କାହା ସହ ସହଯୋଗ କରିବା ପାଇଁ ପ୍ରସ୍ତୁତ ନୁହେଁ । ଶାଶୁ ସ୍ନେହମୟୀ ଦେବୀ ହେଉଛନ୍ତି ଘରର ମୁରବୀ । ବୋହୂ କରୁଣା, ପୁଅ ଗୋବର୍ଦ୍ଧନ ଓ ନାତି କୁନାକୁ ନେଇ ସ୍ନେହମୟୀଙ୍କ ପରିବାର । ଶାଶୂର ସ୍ନେହ ଶ୍ରଦ୍ଧାରୁ ବୋହୂ ସର୍ବଦା ବଞ୍ଚିତ । ଶାଶୁ କେବେ ବି ବୋହୂକୁ ନିଜ ଝିଅ ପରି ଦେଖିନାହାଁନ୍ତି । ଶାଶୂ ବୋହୂ ରାତି ପାହିଲା କ୍ଷଣି ଛୋଟ ଛୋଟ କଥାକୁ ନେଇ ଝଗଡ଼ାର ରୂପ ସୃଷ୍ଟି ହୋଇଥାଏ । ବୋହୂ ଶିକ୍ଷୟିତ୍ରୀ ଚାକିରି କରିଥିବାରୁ ସ୍କୁଲକୁ ଯିବା ସମୟରେ ପୁଅକୁ ନେଇ ସେଠି ସ୍କୁଲଦାସୀଙ୍କ ପାଖରେ ଛାଡ଼େ ଓ ଫେରିବାବେଳେ ସାଙ୍ଗରେ ଧରି ଫେରେ ।

ସ୍କୁଲରେ ଖଟି ଖଟି ଘରକୁ ଆସିଲାବେଳକୁ ଶାଶୂର ସହାନୁଭୂତି ତ ଟିକେ ମିଳେ ପ୍ରତିବଦଳରେ ନାନା ଗଞ୍ଜଣା ମିଳିଥାଏ । ବୋହୂପ୍ରତି ଦୟାମାୟା ନାହିଁ; ଖାଲି ବୋହୂ ହୃଦୟର ଅନ୍ତର ଭେଦକରି କେତେବେଳେ ତା’ ଘରକଥା, ଯଉତୁକ ନ ନେଇ ବାହାଦେବା କଥା, ବାପା ଭାଇଙ୍କ ନାମରେ ଅନେକ କଥା, ବିଶେଷକରି ତା’ର ଚରିତ୍ରକୁ ନେଇ ନାନାପ୍ରକାରର କଥା କହିଥାନ୍ତି | ସ୍କୁଲକୁ ଯିବାବେଳେ ପରପୁରୁଷ ସହ ମିଶିବାର ମିଛ ଅପବାଦ ପ୍ରଚାର କରିଛି । ବୋହୂର ଶାଶୂ ପ୍ରତି କେବଳ ଘୃଣାଭାବ ଜାତ ହୋଇଛି | ସ୍ଵାମୀ ଗୋବର୍ଦ୍ଧନ ମା’ସହ କୌଣସି ଯୁକ୍ତିତର୍କ ଏପରିକି ମା’ ବିରୋଧରେ ପଦେ କିଛି ନ କହିବାକୁ ସତର୍କ କରାଇଛି ନିଜ ସ୍ତ୍ରୀକୁ ।

ନାତି କୁନାକୁ ଘରେ ରଖି ତା’ର ଭଲମନ୍ଦ ବୁଝିଥିଲେ ବୋହୂ ପ୍ରତି କିଛି ସାହାଯ୍ୟ କରିବା ପରି ମନେହେଉଥାନ୍ତା, ମାତ୍ର ଶାଶୁ କେବେବି ନାତିକୁ ଗୋସେଇଁ ମା’ର ସ୍ନେହପରି ଲାଳିତପାଳିତ କହିନାହାଁନ୍ତି । ପୁଅ ଆଗରେ ଖଚମିଛ କହି କାନ୍ଦିପକାନ୍ତି । ଫଳରେ ପୁଅ ମଧ୍ୟ ନିଜ ସ୍ତ୍ରୀର ବ୍ୟବହାରରେ ଅତୀଷ୍ଠ ହୋଇପଡ଼ୁଛି । ବୋହୂ କରି ଆଣିଥିଲେ ଟିକେ ସେବା ପାଇବା ଆଶାରେ ମାତ୍ର ବୋହୂ ଆସି ତାଙ୍କ ମୁଣ୍ଡରେ ଚଢ଼ୁଛି ବୋଲି ଆରୋପ କରନ୍ତି | ଶାଶୂର ଗଞ୍ଜଣା ସାଙ୍ଗକୁ ବରର ମାଡ଼ଗାଳି ଖାଇ କରୁଣା ଏକପ୍ରକାର ସେ ଘରେ ପଡ଼ିରହିଛି ।

ଉପଯୁକ୍ତ ବୁଝାମଣାର ଅଭାବରେ ଗୋଟିଏ ପରିବାର ଭିତରେ କିପରି ତାରତମ୍ୟ ଦେଖାଦେଇଛି ତାହା ନାଟ୍ୟକାର କାରିକ ଚନ୍ଦ୍ର ରଥ ଦେଖାଇଛନ୍ତି |

(ଘ) "ଆମର ସମ୍ପର୍କଟା ଯେକୌଣସି ଗୋଟାଏ ନାଟକର ଅଭିନୟଠୁ ବଳି ବେଶୀ ସୁନ୍ଦର”-ପଠିତ ଉକ୍ତିଟିର ମର୍ମ ବୁଝାଅ |

 : ‘ ସୀମିତ ସମ୍ପର୍କ’ ଏକାଙ୍କିକାଟି ଏକ ସାର୍ଥକ ପାରିବାରିକ ନାଟକ । ଏକ ପାରିବାରିକଭିଭିକ କଥାବସ୍ତୁର ଆଧାରରେ ସୀମିତ ସମ୍ପର୍କ’ର ପରିକଳ୍ପନା । ନାଟ୍ୟକାର କାର୍ତିକ ରଥଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ଯେଉଁସବୁ ନାଟକ ଆତ୍ମପ୍ରକାଶ କରିଛି, ପଥଭିତରେ କେବଳ ସାମାଜିକ ଓ ଐତିହାସିକ ନାଟକ ବ୍ୟତୀତ ରାଜନୈତିକ ମନସ୍ତାତ୍ତ୍ଵିକ ଉପନ୍ୟାସ ପ୍ରଭୃତି ସୃଷ୍ଟି ହୋଇଛି କିନ୍ତୁ ପାରିବାରିକ ସମସ୍ୟାମୂଳକ ନାଟକ ପ୍ରାୟ ସୃଷ୍ଟି ହୋଇନାହିଁ । ସେହି ଦୃଷ୍ଟିରୁ ନାଟ୍ୟକାର ପାରିବାରିକ ସମସ୍ୟା ଉପରେ ନାଟକ ରଚନା କରିବାପାଇଁ ମନୋନିବେଶ କରିବା ସ୍ଵାଭାବିକ ।

ସମ୍ପର୍କର ଅର୍ଥ ଉପଯୁକ୍ତ ବୁଝାମଣା । ପରସ୍ପର ଭିତରେ ଉପଯୁକ୍ତ ବୁଝାମଣା ରହିଲେ ଅଧିକ ଦିନ ଏବଂ ଦୀର୍ଘସମୟ ପାଇଁ ମ୍ପର୍କର ଡୋରିରେ ବ୍ୟକ୍ତିବିଶେଷ ବାନ୍ଧିହୋଇଥାଏ । ମାତ୍ର ଏହି ବୁଝାମଣାର ଅଭାବ ଦେଖାଦେଲେ ସମ୍ପର୍କର ଡୋର ଛିଣ୍ଡିଯାଏ, ଫଳରେ ବ୍ୟକ୍ତି ପରସ୍ପରର ଶତ୍ରୁତା ଆଚରଣ କରି ଜଣେ ଅନ୍ୟର ବିରୁଦ୍ଧାଚରଣ କରିଥାଏ । ସେହିଭଳି ସମ୍ପର୍କ ହେଉଛି ‘ ସୀମିତ ସମ୍ପର୍କର’ ସ୍ଵାମୀ ସ୍ତ୍ରୀ । ଅଗ୍ନିକୁ ସାକ୍ଷୀରଖ୍ ବିବାହ ବନ୍ଧନରେ ବାନ୍ଧିହେଲା ବେଳେ କେତେଗୁଡ଼ିଏ ବୈଦିକ ନିତିନିୟମକୁ ମାନି ଜୀବନରେ ତାହାର ସଦୁପଯୋଗ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥାଆନ୍ତି । ଯେପରିକି ପରସ୍ପର ଭିତରେ ସୁଖ ଏବଂ ଦୁଃଖରେ ଏକାଠି ହେବେ । ସଂସାରରେ ଯେତେବଡ଼ ବାଧାବିଘ୍ନ ଆସିଲେ ମଧ୍ଯ ଜଣେ ଅନ୍ୟଜଣଙ୍କ ପାଖରୁ ଦୂରେଇ ନ ଯାଇ ପ୍ରତ୍ୟେକ ଘଟଣାର ସମ୍ମୁଖୀନ ହୋଇ ତା’ର ମୁକାବିଲା କରିବେ । ସ୍ଵାମୀ ଗୋବର୍ଦ୍ଧନଠାରେ ଏହାର ବିପରୀତ ଦେଖାଦେଇଛି । ସ୍ତ୍ରୀ ଘରକାମ, ସ୍କୁଲକାମ ଏବଂ ଛୋଟପିଲା କୁନାକୁ ସମ୍ଭାଳି ନୟାନ୍ତ ହୋଇଯାଉଛି । ତା’କୁ ନା ସ୍ଵାମୀ ନା ଶାଶୂ କେହିବି ଟିକେ ସାହାଯ୍ୟ କରୁନାହାଁନ୍ତି । ଛୋଟ ପୁଅକୁ ଗୋସେଇଁ ମା’ ସମ୍ଭାଳିବା କଥା କହିବାରୁ ସ୍ଵାମୀ ତା’ ମା’ ବିରୁଦ୍ଧରେ ପଦେ କଥା ଶୁଣିବାକୁ ଚାହିଁନି । ମା’ ପୁଅ ମିଶି ତାକୁ କଟୁକଥା ଏପରିକି ମାଡ଼ ଗାଳି ମଧ୍ୟ ଦେଇଛନ୍ତି । ସେ ନିଜ ସ୍ଵାମୀକୁ ଘୃଣା କରିଛି । ସ୍ଵାମୀର ତା’ ପ୍ରତି ଦୁର୍ବ୍ଯବହାର ଭବିଷ୍ୟତରେ ଯେପରି ପୁଅ ଉପରେ ନ ପଡ଼େ ସେଥ‌ିପାଇଁ ଘରଛାଡ଼ି ଚାଲିଯିବାକୁ ଚାହିଁ ମଧ୍ଯ ଯାଇପାରିନି । କାରଣ ସମାଜରେ ଏକାକୀ ନାରୀଟିଏ ବଞ୍ଚିବା ସମ୍ଭବ ନୁହେଁ ନାମକୁ ମାତ୍ର ସ୍ଵାମୀ ଆଶ୍ରୟ ରୂପେ ଗଣା ହୋଇଛନ୍ତି । ନିଜ ସ୍ଵାମୀକୁ ଘୃଣା କରିଛି କରୁଣା । ଏହି ସମ୍ପର୍କ ଭିତରେ ନା ଅଛି ଆନ୍ତରିକତା ନା ଘନିଷ୍ଠତା । ସ୍ଵାମୀ ସ୍ତ୍ରୀ ସମ୍ପର୍କଟା ପୂରାପୂରି ଲୋକଦେଖାଣିଆ, ଗୋଟାଏ ମିଛିମିଛିକା ବାହାନା ଭଳି ଉକ୍ତ ନାଟକରେ ପ୍ରଦର୍ଶିତ କରିଛନ୍ତି । ଉଭୟେଙ୍କ ସମ୍ପର୍କରେ ବାହାନା ବେଶି । ସମ୍ପର୍କ କମ୍ ଦେଖାଯାଇଛି । ଯେପରି ଗୋଟିଏ ଘରର ଛାତ ତଳେ ସ୍ଵାମୀ ସ୍ତ୍ରୀ ଏକାଠି ରହିଲେ ମଧ୍ୟ ଗୋଟାଏ ନାଟକର ଅଭିନୟଠୁ ବଳି ତାଙ୍କ ସମ୍ପର୍କ ବେଶି ସୁନ୍ଦର ଓ ଅଧୂକ ଜୀବନ୍ତ ପରି ଦେଖାଦେଇଛି ।

ନାନା ଅଶାନ୍ତି ଓ ଅସନ୍ତୋଷ ମଧ୍ଯରେ ଆଜିର ପାରିବାରିକ ଜୀବନ କେବଳ ବିଫଳତାର କାହାଣୀ ହିଁ କହିଛି ନାଟ୍ୟକାର ତାହା ନାଟ୍ୟ ମାଧ୍ୟମରେ ଦେଖାଇଛନ୍ତି ।

(ଡ) ପଠିତ ଏକାଙ୍କିକାରୁ କରୁଣାଙ୍କ ପାରିବାରିକ ସମସ୍ୟା ଉପରେ ଆଲୋକପାତ କର ।

ଉ : ଅତ୍ୟାଧୁନିକ ଯୁଗରେ ପାଦଦେଇ ମଣିଷ, ତା’ର ବ୍ୟସ୍ତତାବହୁଳ ଜୀବନରେ ବିଭିନ୍ନ ସମସ୍ୟାମାନ ଦେଖାଦେଉଛି । ସମସ୍ୟାର ସମାଧାନ ପାଇଁ ଯେତେ ମୁକାବିଲା କଲେ ବି ତାହା ଅସମର୍ଥରେ ପରିଣତ ହୋଇଯାଏ । ପ୍ରାକୃତିକ ଦୁର୍ବିପାକ ଭଳି କେତେବେଳେ ତା’ର ସଂସାରରେ ଝଡ଼ ଆସି ସବୁ ଛିନ୍ନବିଚ୍ଛିନ୍ନ କରିଦିଏ ତାହା କେବଳ ଆଖି ଖୋଲି ଉପଲବଧୂ କରେ ମାତ୍ର କିଛି କରିବାର ପନ୍ଥା ନଜର ଆସେନି । ସେହିପରି ସଂସାରରେ ରହି ମଣିଷ ତା’ର ପାରିବାରିକ ଜୀବନକୁ ଏକ ମଜଭୁତ ଡୋରିରେ ବାନ୍ଧିଥାଏ । ମାତ୍ର ସେ ଡୋରିବି ବେଳ ପଡ଼ିଲେ ଛିଣ୍ଡିଯାଏ ଯେତେବେଳେ ସ୍ଵାମୀ ସ୍ତ୍ରୀ ସଂପର୍କରେ ଫାଟ ସୃଷ୍ଟି ହୁଏ । ସେହିଭଳି କିଛି ଚରିତ୍ରକୁ କାର୍ତ୍ତିକ ଚନ୍ଦ୍ର ରଥ ଉକ୍ତ ନାଟକ ମାଧ୍ୟମରେ ଦେଖାଇଛନ୍ତି ।

‘କରୁଣା’ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶାଶୂଘରର ବୋହୂ ଏବଂ କୁନାର ମା’ ଭାବରେ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ କରିବାରେ କେବେବି ଅବହେଳା କରିନି । ହେଲେ ବ୍ୟସ୍ତତାବହୁଳ ଜୀବନ ଭିତରେ ନା ସ୍ଵାମୀ ନା ଶାଶୁ କେହି ବି ତା’ପକ୍ଷ ନେଇନାହାଁନ୍ତି । ସାହାଯ୍ୟ ସହାନୁଭୂତି ତ ଦୂରର କଥା ରାତି ପାହୁଣୁ ପ୍ରତ୍ୟେକ କାର୍ଯ୍ୟରେ ଗଞ୍ଜଣା, ଗାଳି ଏବଂ ମାଡ଼ ସବୁକିଛି ସହି ସହି ଶେଷରେ ବାପ, ଭାଇ କଥା ଉଠିବାରୁ ଏ ସବୁର ବିରୋଧ କରିଛି । ପୁଅ କୁନାକୁ ମଧ୍ଯ କେହି ଭଲପାଆନ୍ତି ନାହିଁ; ତା’ର ଦାୟିତ୍ଵ ଶାଶୁ ଓ ସ୍ଵାମୀ ନ ନେବାରୁ ସ୍କୁଲ ଯିବା ବାଟରେ ସ୍କୁଲର ଦାସୀ ଘରେ ଛାଡ଼ିଯାଏ ଏବଂ ଫେରିଲାବେଳେ ପୁଅକୁ ନେଇକି ଘରକୁ ଆସେ ।

ଘରେ ପହଞ୍ଚି ଶାସ୍ତ୍ରରେ ଟିକେ ନିଶ୍ବାସ ମାରିବା ଆଗରୁ ଶାଶୂ ନାନା ପ୍ରକାର କଟୁକଥା କହି ତା’ର ମନ ଭାରାକ୍ରାନ୍ତ କରନ୍ତି । ଏପରିକି ସ୍କୁଲକୁ ଯାଇ ପରପୁରୁଷ ସହ ବୁଲିବା, ଚରିତ୍ରହୀନା, କୁଲଟା କହି ଆରୋପ କରିଛନ୍ତି |

ସ୍ଵାମୀ ମଧ୍ୟ ମା'କୁ କିଛି ନ କହିବା ପାଇଁ କି କିଛି କଥା ନ ଶୁଣିବା ପାଇଁ ପରାମର୍ଶ ଦିଏ । କେବେହେଲେ ସୁଖରେ ଦୁଃଖରେ ସ୍ତ୍ରୀକୁ ସମବେଦନା ଟିକେ ଜଣାଏ ନାହିଁ । ତାଙ୍କର ସ୍ଵାମୀ ସ୍ତ୍ରୀ ସମ୍ପର୍କ କେବଳ ଲେଖଦେଖାଣିଆ ହେଲେ ଭିତରେ ସ୍ତ୍ରୀ ତା' ସ୍ଵାମୀକୁ ଘୃଣା କରିଛି । କେବଳ ଆଦର୍ଶ ପୁଅ ହୋଇ ରହି ତାକୁ ଏବଂ ତା’ ପୁଅ ପ୍ରତି ଅନ୍ୟାୟ କରୁଛନ୍ତି । ଅନେକ ଥର ଘର ଛାଡି ଚାଲିଯିବାକୁ ବାହାରିଥିଲେ ମଧ୍ୟ ସମାଜ ଏକାକୀ ନାରୀକୁ ବଞ୍ଚିବାକୁ ଦେବନାହିଁ ଭାବି ନାମକୁ ମାତ୍ର ସ୍ଵାମୀର ଆଶ୍ରୟ ରୂପେ ଗଣା ହୋଇଛନ୍ତି । ପରିବାର ମଧ୍ୟରେ ଥିବା ତିନୋଟି ଚରିତ୍ର ମଧ୍ୟରେ ଯେଉଁ ସମ୍ପର୍କ ରହିଛି । ନା ସେଥ‌ିରେ କିଛି ଆନ୍ତରିକତା ଅଛି ନା କିଛି ଘନିଷ୍ଠତା ।

ନାଟ୍ୟକାର କରୁଣାର ଏହି ସମସ୍ୟା ପ୍ରାୟ, ଆଜିର ପାରିବାରିକ ଜୀବନରେ ଘଟୁଥିବାର ଲୋକଲୋଚନକୁ ଆଣିଛନ୍ତି |


 (ଚ) ‘ନାଟର ଗୋବର୍ଦ୍ଧନ” କିଏ ? ‘ସୀମିତ ସମ୍ପର୍କ’ ଏକାଙ୍କିକାରୁ ଏହା କହିବାର ତାତ୍ପର୍ଯ୍ୟ ବୁଝାଅ ।

ଉ : ଗତାନୁଗତିକ ସମାଜଜୀବନ ଧାରାରେ ପରିବାରର ସମସ୍ୟା ଏକ ଚିରନ୍ତନ ସମସ୍ୟା । ମଣିଷ ଜୀବନକୁ ଆନନ୍ଦମୟ ଓ ସୁଖ ସମୃଦ୍ଧି ପାଇଁ ପରିବାର ଗଢ଼େ । ପରିବାରର ପ୍ରତ୍ୟେକ ସଦସ୍ୟ ସମାଜ ଅନୁଯାୟୀ ବିଭିନ୍ନ ନାମରେ ପରିଚିତ ହେଲେ ମଧ୍ୟ ପରସ୍ପର ପ୍ରତି ଏକ ଘନିଷ୍ଠ ସମ୍ପର୍କ ଗଢ଼ିଥାନ୍ତି । ଝିଅଟିଏ ବାହାହୋଇ ଗୋଟିଏ ପରିବାର ଛାଡ଼ି ଆଉ ଗୋଟିଏ ପରିବାରକୁ ନିଜ ବନ୍ଧନରେ ବାନ୍ଧିଦେଇ ଜୀବନସାରା ସେମାନଙ୍କ ଦୁଃଖସୁଖର ଭାଗୀଦାର ହୋଇଥାଏ । ହେଲେ ପ୍ରତିବଦଳରେ ବାପଘରର ସ୍ନେହ ଶ୍ରଦ୍ଧା ଟିକକ ପାଇବା ପାଇଁ ଝୁରି ହୋଇଥାଏ । ଶାଶୁଠାରୁ ନିଜ ମା’ ଭଳି ଭଲପାଇବା ଆଶା ରଖିଥାଏ । ହେଲେ ଯାହାପାଇଁ ସେ ଶାଶୂଘରକୁ ଆସିଛି ତା’ର ବ୍ୟବହାରରେ ତିଳେମାତ୍ର ପରିବର୍ତ୍ତନ ଦେଖାଦେଲେ ତା’ର ଜୀବନର ଗତି ବଦଳିଯାଏ ଏବଂ ସେ ସହଜରେ ଭାଙ୍ଗିପଡ଼େ ।

‘ନାଟର ଗୋବର୍ଦ୍ଧନ’ ଅର୍ଥ ମଝିରେ ରହି ଦୁଇପଟର ଭାରସାମ୍ୟ ରକ୍ଷା କରିବା ହେଉଛି ନାଟର ଗୋବର୍ଦ୍ଧନର କାମ । ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଉକ୍ତ ଏକାଙ୍କିକାରେ ‘ଗୋବର୍ଦ୍ଧନ’କୁ ନାଟର ଗୋବର୍ଦ୍ଧନ ବୋଲି ଦର୍ଶାଇଛନ୍ତି । ସ୍ଵାମୀ ଏବଂ ପୁଅ ଭାବରେ ଦୁଇପଟରେ ଅର୍ଥାତ୍ ମା’ ଏବଂ ସ୍ତ୍ରୀ ଉଭୟ ପଟରେ ରହି ଭାରସାମ୍ୟ ରକ୍ଷା କରିବା ପାଇଁ ଚେଷ୍ଟା କରୁଛି । ବାପା ହିସାବରେ ପୁଅ କଥା ବୁଝିବାକୁ ଦିନେହେଲେ ଆଗ୍ରହ ଦେଖାନ୍ତି ନାହିଁ ।

ମାତୃଭକ୍ତ ପୁଅପରି ଗୋବର୍ଜନ କେବଳ ମା’ ପଟ ନେଇ କଥା କହିଛି । ମା’ ବିରୁଦ୍ଧରେ ପଦେ କଥା ଶୁଣିବାକୁ ନାରାଜ । ମା’ ଏ ବୟସରେ ତା’ ଗୁଣ ପରିବର୍ତ୍ତନ କରିପାରିବ ନାହିଁ । ତେଣୁ ତା’ ସ୍ତ୍ରୀକୁ ପରିବର୍ତ୍ତନ ହେବାକୁ ପଡ଼ିବ । ମା’ ସହ ପାଟିତୁଣ୍ଡ ନ କରି ବରଂ ଚୁପ୍ ରହିବା ପାଇଁ ସ୍ତ୍ରୀକୁ କହିଛି । ଗୋସେଇଁ ମା’ କୋଳରେ କେବେବି ନାତିକୁ ଖେଳିବାର ନ ଦେଖିବାରୁ ସ୍ତ୍ରୀ ସ୍ଵାମୀକୁ କହିଛନ୍ତି ସ୍କୁଲର ଦାସୀ ଘରେ ଛୁଆଟାକୁ ଛାଡ଼ିବା ଅପେକ୍ଷା ଶାଶୁଙ୍କ ତତ୍ତ୍ଵାବଧାନରେ ଛୁଆଟା ଘରେ ରହିଲେ ଭଲହୁଅନ୍ତା, ଏ କଥାର କର୍ଣ୍ଣପାତ ସ୍ଵାମୀ କରି ନାହାଁନ୍ତି ।

ସ୍ଵାମୀ ହୋଇ ଗୋବର୍ଦ୍ଧନ କେବେବି ଭଲମନ୍ଦ, ସୁଖଦୁଃଖରେ ସ୍ତ୍ରୀକୁ ସମବେଦନା ଟିକେ ଜଣାଏ ନାହିଁ । ସେଥ‌ିପାଇଁ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନାଟ୍ୟକାର ସୀମିତ ସମ୍ପର୍କ ବୋଲି କହିଛନ୍ତି । ଲୋକଦେଖାଣିଆ ଉଭୟେ ସ୍ଵାମୀ ସ୍ତ୍ରୀ ପରି ଦେଖାଗଲେ ମଧ୍ୟ ସେମାନଙ୍କ ମଧ୍ୟରେ ଆନ୍ତରିକତା କି ଘନିଷ୍ଠତା କିଛି ଦେଖାଦେଇ ନାହିଁ । ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ଘୃଣାର ସମ୍ପର୍କ କହିବାକୁ ପଶ୍ଚାତପଦ କରିନାହିଁ କରୁଣା । କେବଳ ମା’ର ପୁଅ ଭାବେ ଗୋବର୍ଦ୍ଧନ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟକୁ ଗୁରୁତ୍ଵ ଦେଇଛି । ହେଲେ ସ୍ଵାମୀ ହିସାବରେ ସ୍ତ୍ରୀ ସହିତ ସମ୍ପର୍କକୁ ପ୍ରାଧାନ୍ୟ ନ ଦେଇ ଗାଳି ମାଡ଼ ଦେଇଛି । କେବଳ ନାଟକରେ କଳାକାର ଅଭିନୟ କଳାଭଳି ଉଭୟେ ସ୍ଵାମୀସ୍ତ୍ରୀଙ୍କ ସମ୍ପର୍କ ଅଭିନୟ କରୁଛନ୍ତି । ଲୋକଦେଖାଣିଆ ଭିତରେ ସମ୍ପର୍କ ଆବଦ୍ଧ ରହିଛି ।

ଉପଯୁକ୍ତ ବୁଝାମଣାର ଅଭାବରେ କିପରି ପରିବାରର ସମ୍ପର୍କ ଭାଙ୍ଗିଯାଉଛି ତାହା ଏକାଙ୍କିକାର ବିଷୟବସ୍ତୁ ହୋଇପାରିଛି । ନାଟ୍ୟକାରଙ୍କ ରଚନାବଳୀ ବେଶ୍ ହୃଦୟସ୍ପର୍ଶୀ ଓ ସତ୍ୟତା ଦେଖାଦେଇଛି ।





Post a Comment

0 Comments
* Please Don't Spam Here. All the Comments are Reviewed by Admin.