Type Here to Get Search Results !

+2 1st year Odia Bhalu Upadraba questions answer | Mehersir

CHSE Odisha Class 11 Odia Chapter 11 ଭାଲୁ ଉପଦ୍ରବ (Bhalu Upadraba) questions and answers. Download solved 1 mark MCQs, 2 mark, 3 mark, and long answer PDF notes for +2 1st Year Compulsory MIL Odia Sahitya Jyoti. CHSE Odisha Class 11 Odia Chapter 11 ଭାଲୁ ଉପଦ୍ରବ Question Answer | +2 1st Year MIL Odia, CHSE Odisha Class 11 Odia Chapter 11 Bhalu Upadraba question answer, Bhalu upadraba questions answer for +2 1st year complesory MIL,  +2 1st year MIL Odia Bhalu Upadraba question answer  CHSE Odisha Class 11 Odia Chapter 11 ଭାଲୁ ଉପଦ୍ରବ.

+2 1st year Odia Bhalu Upadraba questions answer | Mehersir


Bhalu Upadraba questions and answers

Bhalu Upadraba MCQ questions answers

୧ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।


(କ) ରେଡ଼ିଓର ଜରୁରୀ ଘୋଷଣା ଶୁଣିବା ବେଳକୁ ସୁରେଶ କ’ଣ ଭାଙ୍ଗୁଥୁଲା ?

(ପଥର, ମୁଗୁର, ଇଟା, ହାତୁଡ଼ି)

ଉ. ମୁଗୁର


(ଖ) କିଏ ଯାଇ ରେଡ଼ିଓ ବନ୍ଦ କରି ଦେଇଛି ?

(ଦେବକାନ୍ତ, ନିଶାକର, ଗୋପୀ, ମନମୋହନ )

ଉ. ମନମୋହନ


(ଗ) କେଉଁ ଖବରଟା ବେଳେବେଳେ ସତ ହୋଇଯାଏ ବୋଲି ନିଶାକର କହିଛନ୍ତି ? 

( ସକାଳ, ମଧ୍ୟାହ୍ନ, ଅପରାହ୍ନ, ସନ୍ଧ୍ୟା)

ଉ. ସକାଳ


(ଘ) କୈଳାସର ସଂସ୍କୃତ ଶ୍ଳୋକ ଶୁଣି ତାହା କେଉଁ ଭାଷାର ବୋଲି ସୁରେଶ କହିଛନ୍ତି ?

( ଓଡ଼ିଆ, ହିନ୍ଦୀ, ତେଲୁଗୁ, ତାମିଲ)

ଊ. ତେଲୁଗୁ


(‍) କେଉଁ କଥା ଭୟାନକ ବୋଲି ଗୋପୀ କହିଛି ?

(ଭାଲୁ କାମୁଡ଼ା, ଭାଲୁର ଜିଭଚଟା, ଭାଲୁ ଆମ୍ପୁଡ଼ା, ଭାଲୁ ଘୋଷରା)

ଊ. ଭାଲୁ ଆମ୍ପୁଡ଼ା


(ଚ) ଭାଲୁ ଆଦୌ କ’ଣ ସହିପାରେ ନାହିଁ ?

( ବନ୍ଧୁତା, ମାନବିକତା, ବିଶ୍ଵାସଘାତକତା, ଶଠତା)

ଊ. ବିଶ୍ଵାସଘାତକତା


(ଛ) ମନମୋହନଙ୍କ ଭାଇଟିର କେତେବେଳେ ଇଣ୍ଟରଭିଉ ଥିଲା ?

(ଆଠଟାରେ, ନଅଟାରେ, ଦଶଟାରେ, ସାଢ଼େ ଦଶଟାରେ)

ଉ. ଦଶଟାରେ


() କୈଳାସଙ୍କର ସେଦିନ ଜଣକ ସାଙ୍ଗରେ କେଉଁଠି ଦେଖା କରିବାର ଥିଲା ?

 (ବଣ୍ଡରେ, ମେଡ଼ିକାଲରେ, ରେଡ଼ିଓ ଷ୍ଟେସନରେ, ଷ୍ଟେସନରେ)

ଉ. ଷ୍ଟେସନ୍‌ରେ


(ଝ) ନିଶାକର ବାବୁ ଖଟ ଉପରେ କ’ଣ ଦେଖ୍ ଭାଲୁ ବୋଲି କହିଲେ ?

 (କଳାଚାଦର, କଳାବେଡ଼ସିଟ୍, କଳାକମ୍ବଳ, କଳାରେଜେଇ)

ଉ. କଳାକମ୍ବଳ


() କମ୍ବଳଟା କିଏ ଘୋଡ଼ି ହୋଇ ଶୋଇଥିଲା ?

(ସୁରେଶ, ଦେବକାନ୍ତ, ଗୋପୀ, ମନମୋହନ )

ଉ. ଗୋପୀ


(ଟ) ଭାଲୁର କାହା ପ୍ରତି ଆଲର୍ଜି ବୋଲି ମନମୋହନ କହିଛନ୍ତି ?

(ଅନ୍ଧାର, ଆଲୁଅ, ଦ୍ବି ପ୍ରହର, ସକାଳ)

ଉ. ଆଲୁଅ


(୦) କେଉଁ ଭାଲୁ ଜଙ୍ଗଲରୁ ଆସି ଆମ ପାଇଖାନାରେ ଲୁଚିନାହିଁ ବୋଲି ମନମୋହନ କହିଲେ ?

 ( ସହରୀ ଭାଲୁ, ଭୟାନକ ଭାଲୁ, କବିତାର ଭାଲୁ, ଗପର ଭାଲୁ)

ଉ. ଗପର ଭାଲୁ


(ଡ଼) “ ଆଲୁଅରେ ଖାଇଲେ ଗୁଡ଼, ଅନ୍ଧାରରେ ଖାଇଲେ ତ ସେଇ ଗୁଡ଼” – ଏହା କିଏ କହିଛି ?

 (ମନମୋହନ, ନିଶାକର, ସୁରେଶ, ଗୋପୀ)

ଉ. ନିଶାକର।


(ଢ଼) କେଉଁ କଥା ବରଖାସ୍ତ କରି ପାରିବେନି ବୋଲି ସୁରେଶ କହିଛନ୍ତି ?

(ଭାଲୁ, ବଳ, ଅପମାନ, ଭୟ)

ଉ. ବଳ।


(ଣ) ଦରକାର ପଡ଼ିଲେ କିଏ ଭାଲୁଠୁ ଆହୁରି ବେଶି ହିଂସ୍ର ହୋଇପାରେ ?

(ସିଂହ, ବାଘ, ଗୟଳ, ମଣିଷ)

ଉ. ମଣିଷ ।


(ତ) ଇଚ୍ଛା କଲେ ମଣିଷ ବି କ’ଣ ହୋଇପାରେ ବୋଲି ମନମୋହନ କହିଛନ୍ତି ?

 (ହତ୍ୟାକାରୀ, ପଶୁ, ପ୍ରତିଶୋଧପରାୟଣ, କ୍ଷମାଶୀଳ)

ଉ. ପଶୁ


(ଥ) ଗୋପୀକୁ କିଏ ପିଟିଲା ବୋଲି ସେ କହିଥିଲା ?

(ଭୂତ, ଭାଲୁ, ପୋଲିସ, କିଏ ଜଣେ)

ଉ. ଭାଲୁ


(ଦ) କୈଳାସ କ’ଣ ବଜେଇ ବଜେଇ ଭିତରକୁ ଆସିଥୁଲା ?

 (ବଂଶୀ, କେନ୍ଦରା, ଖଞ୍ଜଣୀ, ମୃଦଙ୍ଗ)

ଉ. ମୃଦଙ୍ଗ


(ଧ) କୈଳାସ କ'ଣ ହୋଇଗଲା ବୋଲି ସୁରେଶ କହିଛନ୍ତି ?

(କଳାକାର, ଯୋଗୀ, ପାଗଳ, ପଣ୍ଡିତ)

ଊ. ପାଗଳ


(ନ) ଏ ଭାଲୁର ପୂର୍ବ ପୁରୁଷ କିଏ ବୋଲି କୈଳାସ କହିଛି ?

(ହନୁମାନ, ଜାମ୍ବବାନ, ସୁଗ୍ରୀବ, ଅଙ୍ଗଦ)

ଉ. ଜାମ୍ବବାନ


(ପ) ଭାଲୁକୁ ମାରିଲେ ଏହା କେଉଁଭଳି ଏକ ଇସ୍ୟୁ ହୋଇଯିବ ବୋଲି କୁହାଯାଇଛି ?

 (ଅଯୋଧ୍ୟା, ଲଙ୍କା, କିସ୍କିନ୍ଦ୍ୟ, କାଶ୍ମୀର)

ଉ. ଅଯୋଧା


(ଫ) କିଏ ଗୋପୀକୁ ନିଶାକରର ଜିମାରେ ଛାଡ଼ି ଦେଇ ଯାଇଥିଲେ ?

(ତା’ମାଆ, ତା’ ବୁଢ଼ୀମା, ତା’ ବାପା, ତା’ ବୁଢ଼ାବାପା) 

ଉ. ତା’ ବୁଢ଼ୀମା


(ବ) ମୁଗୁର କିଏ ଭାଙ୍ଗୁଥୁଲା ?

(ଗୋପୀ, ମନମୋହନ, ଦେବକାନ୍ତ, ସୁରେଶ)

ଉ. ସୁରେଶ


(ଭ) ସକାଳ ଖବର ସତ ହୋଇଯାଏ ବୋଲି କିଏ କହିଛି ?

(ରେଡ଼ିଓ, ଟି.ଭି., ନିଶାକର, ଗୋପୀ)

ଊ. ନିଶାକର ।


(ମ) ସଂସ୍କୃତ ଶ୍ଳୋକ ଶୁଣି ତାହା ତେଲୁଗୁ ଭାଷାର ବୋଲି କିଏ କହିଛନ୍ତି ?

(ନିଶାକର, ଦେବକାନ୍ତ, ସୁରେଶ, ଗୋପୀ)

ଉ. ସୁରେଶ ।


(ଯ) ବିଶ୍ଵାସଘାତକତା ଆଦୌ କିଏ ସହିପାରେ ନାହିଁ ?

(ମଣିଷ, ବାଘ, ଭାଲୁ, ହାତୀ)

ଉ. ଭାଲୁ ।


(ର) ଦଶଟାରେ କାହାର ଇଣ୍ଟରଭିଉ ଥିଲା ?

(ମନମୋହନ ଭାଇ, ସୁରେଶର ଭାଇ, ଦେବକାନ୍ତଙ୍କ ଭାଇ, ଗୋପୀର ଭାଇ)

ଉ. ମନମୋହନଙ୍କ ଭାଇ ।


(ଳ) ଗୋପୀ କ’ଣ ଘୋଡେଇ ହୋଇ ଶୋଇଥିଲା ?

(ସାଲ, ଚାଦର, କମ୍ବଳ, ରେଜେଇ)

ଉ. କମ୍ବଳ ।


(ୱ) ଆପଣ ଗୋଟେ  _____ଏମିତି କହି ବଜାର ଯିବା ବନ୍ଦ କରିଦେବେ ।

(ଜିଦ୍‌ର, ପ୍ରକୃତହୀନ, ମହାଗାଲୁ, ଗାଲୁଆ)

ଉ. ମହାଗାଲୁ ।


_______ବଜାର ଦର, ପାଣିପାଖ, ବନ୍ୟା ମରୁଡ଼ି ଏସବୁ ମିଛ କହେ ? 

(ଟି.ଭି., ରେଡ଼ିଓ, ଏଫ୍.ଏମ୍., ସମ୍ବାଦ, ସମାଜ)

ଉ. ରେଡ଼ିଓ ।


(ସ) ଭାଲୁ ଆମ୍ପୁଡ଼ା ଗୋଟେ______?

(ରୋଗ, ଆକ୍ରମଣ, ଭୟାନକ, କାମୁଡ଼ା)

ଊ. ଭୟାନକ ।


(ଷ) ଭାଲୁ ସାଙ୍ଗରେ____ସମ୍ପର୍କ କ'ଣ ?

(ମଣିଷ, ପଶୁ, ସଂସ୍କୃତ, ତେଲୁଗୁ)

ଉ. ସଂସ୍କୃତ ।


(ହ) ______ଥିଲେ ବୋଲି ସିନା ତାକୁ କଲେ।

(ବାଣଭଟ୍ଟ, ହର୍ଷ, କାଳିଦାସ, ବରାହମିହିର) 

ଉ. କାଳିଦାସ ।


(କ୍ଷ) ସସେମିରାର ଅର୍ଥ କ’ଣ ?

(ହୃଦୟଘାତ, ମରଣାତ୍ମକ, ବିଶ୍ବାସଘାତକ, ଦୃଢବିଶ୍ଵାସୀ) 

ଉ. ବିଶ୍ଵାସଘାତକ ।


(ୟ) ମେସ୍‌ରେ_____ ଛୋଟବଡ଼ ବିଶ୍ଵାସଘାତକତା ନ କଲେ ମେସ୍ ଚଳାଇବା କଠିନ ? 

(ସୁରେଶ, ମନମୋହନ, ନିଶାକର, ଗୋପୀ)

ଉ. ନିଶାକର ।



(ଲ) ଭାଲୁ ଆସିଲା ! ଯଦିବା ଆସିଲା ଯିବ କେତେବେଳେ ____ କହିଛନ୍ତି ?

 (ମନମୋହନ, ଗୋପୀ, କୈଳାସ, ସୁରେଶ)

ଉ. କୈଳାସ ।


(i)_____ପାଇଁ ଏ ଦେଶକୁ ତ ଗୋଟିଏ ବନ୍ଦ ଡାକରା ଦେଇଦେବ ।

(ହାତୀ, ଭାଲୁ, ସିଂହ, ବାଘ)

ଉ. ହାତୀ ।


(ii) ଏଇ_____ଆଜି ତତେ ପଠେଇବି ସମନ ସଦନେ ?

 (ଶରାଘାତେ, ଧନୁଘାଚେ, ଗଦାଘାତେ, ତୀରଘାତେ) 

ଉ. ଗଦାଘାତେ ।


(iii) _____ଭିତରେ ଭାଲୁ ଉପଦ୍ରବ ଆରମ୍ଭ ହେଇଯାଇଛି ?

(ସହର, ଜଙ୍ଗଲ, ମେସ୍, ଘର)

ଉ. ମେସ୍ ।


(iv) ନିଶାକର ବାବୁ ଭୟରେ______କରି ଉଠିଲେ ?

(ପାଟି, ଗାଳି, ମାଡ଼, ଚିତ୍କାର)

ଉ. ଚିତ୍କାର


(v) ଆଜି ରାତି______ରେ ଭାଲୁପରେ ବୃତ୍ତଚିତ୍ର ପ୍ରଦର୍ଶିତ ହେବ ?

(୭ଟା ୫୦, ୮ଟା ୫୦, ୯ଟା ୫୦, ୧୦ଟା ୫୦)

ଉ. ୯ଟା ୫୦ |


(vi) ସରକାର ଭାଲୁ ଧରିବା ପାଇଁ_____ଗୋଟେ ଗଢ଼ି ସାରିଲେଣି ।

(ଟିମ୍, ଫୋର୍ସ, ସ୍କାର୍ଡ଼, ଦଳ)

ଉ. ସ୍କାର୍ଡ଼ |


 1st year Odia Bhalu Upadraba 1 Mark questions answer

୨. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର । 

(କ) ରେଡ଼ିଓର ଜରୁରୀ ଘୋଷଣା ଶୁଣି କୈଳାସର ଅବସ୍ଥା କ’ଣ ହୋଇଚି ?

ଉ : ରେଡ଼ିଓର ଜରୁରୀ ଘୋଷଣା ଶୁଣି କୈଳାସ ଶୀର୍ଷାସନରେ ଥିବାରୁ ଗୋଡ଼ ଦୁଇଟା ତଳକୁ ଓହ୍ଲେଇ ଆସିଚି ଏବଂ ପ୍ରାୟ ଫୁଟ୍ ହୋଇଯାଇଛି ।


(ଖ) ସହର ଭିତରକୁ ଭାଲୁଟିଏ ପଶି ଆସିଥିବାର ଶୁଣି ସୁରେଶର ଅବସ୍ଥା କ’ଣ ହୋଇଛି ?

ଉ : ସହର ଭିତରକୁ ଭାଲୁଟିଏ ପଶି ଆସିଥିବାର ଶୁଣି ସୁରେଶ ମୁଗୁର ଭାଙ୍ଗୁଥିବାରୁ ମହିଷାସୁର ମର୍ଦ୍ଦିନୀ ପରି ଭଙ୍ଗୀରେ ସ୍ଥିର ହୋଇଯାଇଛି ।


(ଗ) ରେଡ଼ିଓ କେଉଁସବୁ ବିଷୟରେ ମିଛ କହେ ବୋଲି କୈଳାସ କହିଛି ?

ଉ : ରେଡ଼ିଓ ବଜାର ଦର, ପାଣିପାଗ, ବନ୍ୟା, ମରୁଡ଼ି ବିଷୟରେ ମିଛ କହେ ବୋଲି କୈଳାସ କହିଛି ।


 (ଘ) ସସେମିରା ପ୍ରସଙ୍ଗରେ କିଏ ସଂସ୍କୃତ ଶ୍ଳୋକଟିଏ କହିଛି ।

ଉ : ସସେମିରା ପ୍ରସଙ୍ଗରେ କୈଳାସ ସଂସ୍କୃତ ଶ୍ଳୋକଟିଏ କହିଛି ।


(ଙ) କୌଣସି ଏକ ଭାଲୁ କାହା ଜିଭରେ ସସେମିରା ଲେଖୁ ଦେଇଥିଲା ?

ଉ : କୌଣସି ଏକ ଭାଲୁ ବିଶ୍ଵାସଘାତକ ବନ୍ଧୁର ଜିଭରେ ସସେମିରା ଲେଖ୍ ଦେଇଥିଲା ।


(ଚ) ଆଜି ଆଉ ବଜାର ଯିବା ସମ୍ଭବ ନୁହେଁ ବୋଲି ନିଶାକର କାହିଁକି କହିଛି ?

ଉ : ଭାଲୁ ସହାରାଭିମୁଖେ ପଳାଇ ଆସିଥିବାରୁ ଆଜି ଆଉ ବଜାର ଯିବା ସମ୍ଭବ ନୁହେଁ ବୋଲି ନିଶାକର କହିଛି ।


(ଛ) ଭାଲୁ କେଉଁବାଟ ଦେଇ ବାଥରୁମ୍‌କୁ ପଶି ଆସିଲା ।

ଉ : ଭାଲୁ ପଛ ଦରଜା ଖୋଲାଥିବାରୁ ସେଇ ବାଟ ଦେଇ ବାଥରୁମକୁ ପଶି ଆସିଲା ।


(ଜ) ଭାଲୁ ବେଡ଼ରୁମ୍‌ରେ ଢୁକିଥିଲେ କ’ଣ ହୋଇଥାନ୍ତା ?

ଉ : ଭାଲୁ ବେଡ଼ରୁମ୍‌ରେ ଢୁକିଥିଲେ, ପିଣ୍ଡାରେ ମଣିଷ ଶୋଇ ପଡ଼ିଥାନ୍ତା ।


(ଝ) ଭାଲୁ କେଉଁଠିଥିଲେ ବାହାରିବାର ଉପାୟ ନାହିଁ ବୋଲି ମନମୋହନ କହିଛି ?

ଉ : ଭାଲୁ ବାହାରେ ଥିଲେ ଯେମିତି ବାହାରିବାର ଉପାୟ ନାହିଁ, ଭିତରେ ଥିଲେ ବି ସେମିତି ବାହାରିବାର ଉପାୟ ନାହିଁ ।


 (ଞ) କେଉଁ ଭାଲୁ ଉପଦ୍ରବ ଆରମ୍ଭ ହୋଇଯାଇଛି ବୋଲି ନିଶାକର କହିଲେ ?

ଉ : ଆମର ଏ ମେସ୍ ଭିତରେ ଭାଲୁ ଉପଦ୍ରବ ଆରମ୍ଭ ହୋଇଯାଇଛି ।


(ଟ) ନିଶାକରବାବୁ ଗୋପୀକୁ ଠେଲିଦେଇ କ’ଣ କହିଥିଲେ ?

ଉ : ନିଶାକର ବାବୁ ଗୋପୀକୁ ଠେଲିଦେଇ ଏଇଟା ପରା ସେମିତିଆ, ଏବଂ ଭାଲୁ ଖବର ବିଷୟରେ ବୁଝିଛନ୍ତି ।


 (୦) ମନମୋହନ ଭାଲୁକୁ ଶୋଇଥିବାର ଦେଖିବାବେଳେ ଭାଲୁ କେଉଁ ଅବସ୍ଥାରେ ଥିଲା ବୋଲି ନିଶାକର କହିଲେ ? 

ଉ : ମନମୋହନ ଭାଲୁକୁ ଶୋଇଥିବାର ଦେଖିବାବେଳେ ଭାଲୁ ଜରରେ କମ୍ପୁଥିଲା, ସେହି ଅବସ୍ଥାରେ ଥିଲା ବୋଲି ନିଶାକର କହିଲେ ।


(‍) ମନମୋହନ ଓ ନିଶାକର ଭାଲୁ ସଂପର୍କରେ କଥା ହେଲାବେଳେ ସୁରେଶ ହାତରେ କ’ଣ ସବୁ ଧରି ଆସିଥିଲେ ?

 ଉ : ମନମୋହନ ଓ ନିଶାକର ଭାଲୁ ସଂପର୍କରେ କଥା ହେଲାବେଳେ ସୁରେଶ ଗୋଟାଏ ବଲ୍‌ବ ହୋଲଡ଼ର ସହିତ କିଛି ତାର ଓ ହାତୁଡ଼ି ନେଇ ଆସିଥିଲେ ।


(ଢ) କେଉଁ କଥା ପ୍ରମାଣ ମାଗିଲେ ଦବା କଷ୍ଟକର ବୋଲି ନିଶାକର କହିଛି ?

ଉ : ଜଗତଟା ବିଶ୍ବାସରେ ଚାଲିଛି– ଏକଥା ପ୍ରମାଣ ମାଗିଲେ ଦବା କଷ୍ଟକର ବୋଲି ନିଶାକର କହିଛି ।


(ଣ) ଆଲୁଅ ନ ଜାଳିବାକୁ ନିଶାକର କାହିଁକି କହିଛି ?

ଉ : ଭାଲୁର ବିଶ୍ଵାସ ପ୍ରତି ଆସ୍ଥା ଆଶା ରଖାଯାଉ ସେଥ‌ିପାଇଁ ଆଲୁଅ ନ ଜାଳିବାକୁ ନିଶାକର କହିଛି ।


(ତ) ଭାଲୁର କେଉଁ କଥା ପ୍ରତି ଆଶା ରଖାଯାଉ ବୋଲି ନିଶାକର କହିଛି ?

ଉ : ଭାଲୁର ବିଶ୍ବାସ ପ୍ରତି ରଖାଯାଉ ବୋଲି ନିଶାକର କହିଛି ।


(ଥ) କେଉଁ କଥା ସବୁ ବନ୍ଦ ବୋଲି ସୁରେଶ କହିଛି ?

ଉ : ଖାଇବା ବନ୍ଦ, ଶୋଇବା ବନ୍ଦ, ଝାଡ଼ା ପରିସ୍ରା ବନ୍ଦ, ସବୁ ବନ୍ଦ ବୋଲି ସୁରେଶ କହିଛି ।


(ଦ) ଭାଲୁ ବିଷୟରେ କାହାକୁ ଖବର ଦେବେ ବୋଲି ମନମୋହନ କହିଛି ?

ଉ : ଭାଲୁ ବିଷୟରେ anti ଭାଲୁ squard କୁ ଖବର ଦେବେ ବୋଲି ମନମୋହନ କହିଛି ।


(ଧ) ସ୍କାର୍ଡ଼ ଫୁଆଡ଼୍ କଥା ରଖ୍ କ’ଣ ଦରକାର ବୋଲି ମନମୋହନ କହିଛି ?

ଉ : ସ୍କାର୍ଡ଼ ଫୁଆଡ଼ କଥା ରଖ୍ ଘରବାଲା ଚୂନ ଦେବା ପାଇଁ ଯେଉଁ ବାଉଁଶ ରଖୁଥିଲା, ସେଇଥୁରୁ ଗୋଟାଏ ଦରକାର ବୋଲି ମନମୋହନ କହିଛି ।


(ନ) ବହିରେ କ’ଣ ଲେଖାଅଛି ବୋଲି ଦେବକାନ୍ତ କହିଛି ?

ଉ : ବହିରେ ଲେଖାଅଛି ଭାଲୁ ଗୋଟାଏ ହିଂସ୍ରପ୍ରାଣୀ ବୋଲି ଦେବକାନ୍ତ କହିଛି ।


(ଘ) ଭାଲୁଟାର କେଉଁ ଜ୍ଞାନ ନାହିଁ ବୋଲି ନିଶାକର କହିଛି ?

ଉ : ଭାଲୁଟାର ବଡ଼ସାନ ଜ୍ଞାନ ନାହିଁ ବୋଲି ନିଶାକର କହିଛି ।


(ଫ) ରାତିଟାର କଥା ବୋଲି ନିଶାକର କାହିଁକି କହିଛି ?

ଉ : ରାତି ପାହିଗଲେ ଭାଲୁ ଭାଲୁ ବାଟରେ ଚାଲିଯିବ ସେଥପାଇଁ ନିଶାକର ରାତିଟାର କଥା ବୋଲି କହିଛି ।


 (ବ) ମହାତ୍ମାଗାନ୍ଧି ମଣିଷମାନଙ୍କ ଉଦ୍ଦେଶ୍ୟରେ କ’ଣ କହିଛନ୍ତି ବୋଲି କୁହାଯାଇଛି ?

ଉ : ମହାତ୍ମାଗାନ୍ଧି ମଣିଷମାନଙ୍କ ଉଦ୍ଦେଶ୍ୟରେ ଗୋଟାଏ ଗାଲରେ ଚାପୁଡ଼ା ମାରିଲେ ଆର ଗାଲଟି ଦେଖେଇ ଦିଅ ବୋଲି କହିଛନ୍ତି ।


(ଭ) ଗଭର୍ଣ୍ଣମେଣ୍ଟ କେଉଁ ବିଷୟରେ ଅର୍ଡ଼ର ଦେଇନି ବୋଲି ନିଶାକର କହିଛି ?

ଉ : ଗଭର୍ଣ୍ଣମେଣ୍ଟ ଭାଲୁକୁ ମାରିବାକୁ ଅର୍ଡ଼ର ଦେଇନି ବୋଲି ନିଶାକର କହିଛି ।


(ମ) କୈଳାଶ ଘର ଭିତରେ ବସି ବସି କ’ଣ କରିଚି ଓ ସମସ୍ତେ କ’ଣ କରିବାକୁ ହେବ ବୋଲି ସେ କହିବ ?

 ଉ : କୈଳାଶ ଘର ଭିତରେ ବସି ବସି ଜଣାଣଟିଏ ଲେଖୁଚି ଓ ସମସ୍ତେ ମିଶି ସେଇ ଜଣାଣ ଗାଇବା ପାଇଁ ନିଶାକର କହିଛି ।


(ଘ) ଓଡ଼ିଆ ସାହିତ୍ୟରେ କେଉଁ ଜଣାଣ ଥିଲା ଏବଂ କେଉଁ ଜଣାଣ ନ ଥିଲା ବୋଲି କୁହାଯାଇଛି ?

ଉ : ଓଡ଼ିଆ ସାହିତ୍ୟରେ ସର୍ପଜଣାଣ, ମୃଗୁଣୀ ସ୍ତୁତି ଥିଲା ଏବଂ ଭାଲୁ ଜଣାଣ ନ ଥିଲା ବୋଲି କୁହାଯାଇଛି ।


(ର) ଯଦି ସମସ୍ତେ ମିଶି ଭାଲୁକୁ ଆକ୍ରମଣ କରନ୍ତି ତେବେ ଭାଲୁ କ’ଣ କରିବ ?

ଉ : ଯଦି ସମସ୍ତେ ମିଶି ଭାଲୁକୁ ଆକ୍ରମଣ କରନ୍ତି ତେବେ ଭାଲୁ ପ୍ରତି ଆକ୍ରମଣ କରିବାକୁ ଛାଡ଼ିବ ନାହିଁ ।


(ଳ) ଭାଲୁ ଭୀଷଣ ବିରକ୍ତ ବୋଲି କେଉଁଥୁରୁ ଜଣା ପଡୁଥିଲା ?

ଉ : ଭାଲୁର ବାରମ୍ବାର ଗର୍ଜନରୁ ଭାଲୁ ଭୀଷଣ ବିରକ୍ତ ବୋଲି ଜଣା ପଡୁଥିଲା ।


(ବ) କୈଳାସ କବାଟର ଜଞ୍ଜିର ଖୋଲିବାକୁ କାହିଁକି ନାହିଁ କଲା ?

ଉ : କୈଳାସର ଗୋଡ଼ କୀର୍ତନ କରୁ କରୁ ମକଚି ହୋଇଯାଇଥିବାରୁ କବାଟର ଜଞ୍ଜିର ଖୋଲିବାକୁ ନାହିଁ କଲା ।


 ଗୋପୀ ନ ଗଲେ କିଏ କବାଟ ଖୋଲିବାକୁ ଯିବ ବୋଲି କୁହାଗଲା ?

ଉ : ଗୋପୀ ନ ଗଲେ ମ୍ୟାନେଜର ହିସାବରେ ନିଶାକର ଯିବ ବୋଲି କୁହାଗଲା ।


ଷ) ସମସ୍ତେ ମିଶି ତାକୁ କ’ଣ କରୁଛନ୍ତି ବୋଲି ଗୋପୀ କହିଥିଲା ?

ଉ : ସମସ୍ତେ ମିଶି ତାକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ବୋଲି ଗୋପୀ କହିଥିଲା ।


(ସ) ଗୋପୀଟା ନ ଯାଇଥିଲେ କ’ଣ ହୋଇଥାନ୍ତା ବୋଲି ମନମୋହନ କହିଲେ ?

ଉ : ଗୋପୀଟା ନ ଯାଇଥିଲେ ବଡ଼ problem ହୋଇଥାନ୍ତା ବୋଲି ମନମୋହନ କହିଲେ ।


(ହ) ଗୋପୀର ବୁଢ଼ୀମା କ’ଣ ଜାଣି ନଥିଲା ବୋଲି ସେ କହିଲା ?

ଉ : ଗୋପୀର ବୁଢ଼ୀମା’ ଜାଣି ନ ଥିଲା, ବିପଦରୁ ମୁକୁଳିବା ଲାଗି ଦରକାର ପଡ଼ିଲେ ଯାହାକୁ ନାଇ ତାକୁ ମଝି ଦରିଆକୁ ଠେଲି ଦେଇପାର ବୋଲି ସେ କହିଲା ।


+2 1st year Odia Bhalu Upadraba 2 mark questions answer | Mehersir

୩. ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ । ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ସହର ଭିତରକୁ ଭାଲୁଟାଏ ପଶି ଆସିଥିବାର ନିଶାକର ଠାରୁ ଶୁଣି ମନମୋହନ କ’ଣ କହିଛି ?

ଉ :ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ସହର ଭିତରକୁ ଭାଲୁଟାଏ ପଶି ଆସିଥିବାର କଥା ନିଶାକରଠାରୁ ଶୁଣି ମନମୋହନ ତାକୁ ଗୋଟିଏ ମହାଗାଲୁ ବୋଲି କହିଛନ୍ତି ଏବଂ ଏଇ ବାହାନାରେ ବଜାର ଯିବା ବନ୍ଦ କରି ପୋକରା ପଚା ଯାହା ଅଛି, ତାକୁ ମେଣ୍ଟେଇ ଦେବେ ।


(ଖ)ରେଡ଼ିଓର ସକାଳ ଖବରଟା ବେଳେବେଳେ ସତ ହୋଇଯାଏ ଶୁଣି ମନମୋହନ କ’ଣ କହିଛି ?

ଉ : ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ରେଡ଼ିଓର ସକାଳ ଖବରଟା ବେଳେବେଳେ ସତ ହୋଇଯାଏ ଶୁଣି ମନମୋହନ କହିଛନ୍ତି ହେଲା, ଭାଲୁ ନାମକ ଜୀବଟିଏ ସହର ଭିତରକୁ ପଶି ଆସିବ, ସେଥ୍ରେ ଆମର କ’ଣ ହୋଇଯିବ ।

(ଗ) କେଉଁ କଥା ମନମୋହନ ଜାଣିପାରିବନି ବୋଲି ଗୋପୀ ମନମୋହନଙ୍କୁ କହିଛି ?

ଉ :

ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ଭାଲୁ ଆମ୍ପୁଡ଼ା କି ଭୟାନକ ଏହି କଥା ମନମୋହନ ଜାଣିପାରିବେନି ବୋଲି ଗୋପୀ ମନମୋହନଙ୍କୁ କହିଛି । 


(ଘ) “ ଆପଣ ଯାହା ଭାବିପାରନ୍ତି”....... ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?

ଉ :

ନାଟକ – ଭାଲୁ ଉପଦ୍ରବ ନାଟ୍ୟକାର – ବିଜୟ ମିଶ୍ର

“ ଆପଣ ଯାହା ଭାବିପାରନ୍ତି”..... ଏହା ନିଶାକର– କୈଳାସକୁ କହିଛନ୍ତି କାରଣ ନିଶାକର ରୋଷେଇ ବନ୍ଦ କରିବାରୁ କୈଳାସ ତାକୁ ଭାଲୁ ଆସିବାର ଭୟରେ ନା ଆନନ୍ଦରେ ରୋଷେଇ ବନ୍ଦ, ପଚାରିବାରୁ ନିଶାକର ଏହା କହିଛି ।


 (ଙ) ଭାଲୁର ଯିବା ଆସିବା ସମ୍ପର୍କରେ ମନମୋହନ କ’ଣ କହିଛନ୍ତି ?

ଉ :

ନାଟକ – ଭାଲୁ ଉପଦ୍ରବ ନାଟ୍ୟକାର – ବିଜୟ ମିଶ୍ର

ଭାଲୁର ଯିବା ଅସିବା ସମ୍ପର୍କରେ ମନମୋହନ କହିଛନ୍ତି– ଭାଲୁ କ’ଣ ଟୁର୍ ପ୍ରୋଗ୍ରାମ ନେଇ ସହରକୁ ଗସ୍ତ କରିବାକୁ ଆସିଛି ଯେ ତା’ ଯିବା ଆସିବା କଥା ଜଣାପଡ଼ିବ ।


(ଚ) ସୁରେଶର ସେଦିନ କ’ଣ କାମ ଥିଲା ବୋଲି ସେ କହିଛି ?

ଉ : ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ସୁରେଶର ସେଦିନ ଅଫିସରେ ଗୋଟିଏ ଜରୁରୀ ଫାଇଲ୍ dispose କରିବାର ଥିଲା ବୋଲି ସେ କହିଛି ।


 (ଛ) ସରକାର ସମସ୍ତଙ୍କୁ କେଉଁ ବିଷୟରେ ଜଣାଇବାକୁ ଅନୁରୋଧ କରିଥିଲେ ?

ଉ : ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ସରକାର ସମସ୍ତଙ୍କୁ ଜଣାଇବାକୁ ଚାହିଁଛନ୍ତି ଯେ- ସହରର ପୋଲିସ୍ ବାହିନୀ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀଦଳ ଛୋଟ ବଡ଼ ଶିକାରୀ ଏବଂ ଉତ୍ସାହୀ ଯୁବକମାନଙ୍କୁ ନେଇ ସରକାର ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଛନ୍ତି । ଯିଏ ବା ଯେଉଁମାନେ ଭାଲୁର ସନ୍ଧାନ ପାଇବେ, ତୁରନ୍ତ ସେହି ସ୍କାର୍ଡ଼କୁ ଜଣାଇବାକୁ ଅନୁରୋଧ, ଏହି କଥା ସରକାର ଅନୁରୋଧ କରିଥିଲେ ।


 (ଜ) ସର୍ବଶେଷ ଖବରରୁ କ’ଣ ଜଣାଯାଇଛି ବୋଲି ଆନାଉନ୍ସ ହୋଇଛି ?

ନାଟକ – ଭାଲୁ ଉପଦ୍ରବ

 ନାଟ୍ୟକାର – ବିଜୟ ମିଶ୍ର

ସର୍ବଶେଷ ଖବରରୁ ଜଣାଯାଇଛି ଯେ, ଆଜି ସହରରେ ହେବାକୁ ଥିବା ଇଣ୍ଟରଭ୍ୟୁ, କ୍ରିକେଟ୍ ଖେଳ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସବୁ ଏଇ ଭାଲୁ ଉପଦ୍ରବ ପାଇଁ ବନ୍ଦ ରହିଛି ବୋଲି ଆନାଉନ୍ସ ହୋଇଛି ।


(ଝ) ଗୋପୀ ଆଖୁ ବନ୍ଦ କରିବା ଦେଖୁ ନିଶାକର ବାବୁ କ’ଣ କଲେ ?

ଉ :ନାଟକ – ଭାଲୁ ଉପଦ୍ରବ 

ନାଟ୍ୟକାର – ବିଜୟ ମିଶ୍ର

ଗୋପୀ ଆଖ୍ ବନ୍ଦ କରି ଚିତ୍କାର କରିବାରୁ, ଭାଲୁ ଶୋଇପଡ଼ିଛି, ଉଠି ପଡ଼ିବ, ତେଣୁ ଏତେ ବଡ, ପାର୍ଟି ନ କରିବାକୁ ନିଶାକର ଗୋପୀକୁ କହିଛନ୍ତି ।


() ମନମୋହନ ବାବୁ ଭାଲୁକୁ କେଉଁଠି ଶୋଇଥବାର ଦେଖ‌ିଲେ ?

ଉ :ନାଟକ – ଭାଲୁ ଉପଦ୍ରବ ନାଟ୍ୟକାର – ବିଜୟ ମିଶ୍ର

ମନମୋହନ ବାବୁ ଭାଲୁକୁ ପାଇଖାନା ଭିତରେ ଶୋଇଥିବାର ଦେଖ‌ିଲେ ।


(ଟ)ଶକ୍ତି ଆଉ ବଳ ମାପିବା ପାଇଁ କ’ଣ ଦରକାର ହୁଏ ବୋଲି ମନମୋହନ ନିଶାକରକୁ କହିଛି ?

ଉ : ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ଶକ୍ତି ଆଉ ବଳ ମାପିବା ପାଇଁ ଘୋଡ଼ା ଆଉ ସିଂହର ୟୁନିଟ୍ ଦରକାର ହୁଏ ବୋଲି ମନମୋହନ ନିଶାକରକୁ କହିଛି । 


(୦) ସୁରେଶ ଗୋପୀକୁ ଡାକି କେଉଁଠି ଆଲୁଅ ଜାଳିବାକୁ କହିଛି ଓ କାହିଁକି ?

ଉ :

ନାଟକ– ଭାଲୁ ଉପଦ୍ରବ 

ନାଟ୍ୟକାର– ବିଜୟ ମିଶ୍ର

ସୁରେଶ ଗୋପୀକୁ ଡ଼ାକି Bathroom ବାହାରେ କେଉଁଠି ଆଲୁଅ ଜାଳିବାକୁ କହିଛି କାରଣ ଆଲୁଅକୁ ଭାଲୁର ଭାରି allergy ।


(ଡ଼) ଭାଲୁ କେଉଁ ଦଣ୍ଡ ଦେବ ବୋଲି ସୁରେଶକୁ ଜଣାନଥୁଲା ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଦିନଟା ସାରା ଉପାସ, ରାତିରେ ଖାଇବା କଥା କିଛି ଜଣା ପଡୁନାହିଁ, ସେଥ‌ିରେ ପୁଣି Bathroom ଯିବା ମନା, ଭାଲୁ ଏଭଳି ଦଣ୍ଡ ଦେବ ବୋଲି ସୁରେଶକୁ ଜଣା ନଥିଲା ।


(ଢ) ସୁରେଶ ସ୍କାର୍ଡ଼ କଥା କାହିଁକି କହୁଥିଲା ବୋଲି ମନମୋହନକୁ କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

 ନାଟ୍ୟକାର– ବିଜୟ ମିଶ୍ର

ଭାଲୁଟା ଏ ଘରୁ ବିଦା ନ ହେଲା ଯାଏଁ, ଏଘରେ କାହାରି କିଛି Freedom ନାହିଁ ବୋଲି ସୁରେଶ ସ୍କାର୍ଡ଼ କଥା ମନମୋହନକୁ କହିଛି ।


(ଶ) “ଠିକ୍ କହିଛୁ ମନମୋହନ” – ଏଠାରେ ମନମୋହନର କେଉଁ କଥାଟି ଠିକ୍ ବୋଲି କୁହାଯାଇଛି ? 

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

“ଠିକ୍ କହିଛୁ ମନମୋହନ ”- ପଶୁ ମଣିଷକୁ ମାରିଦିଏ, ମଣିଷ ବି ପଶୁ ମାଂସ ଖାଏ, ମନମୋହନଙ୍କର ଏକଥା ଠିକ୍ ବୋଲି କୁହାଯାଇଛି ।


(ତ) ଭାଲୁ କ’ଣ କରିପାରେ ବୋଲି ଦେବକାନ୍ତ କହିଛି ?

ଉ :ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଭାଲୁ ଉଚ୍ଚ ଜାଗାକୁ ଚଢ଼ିପାରେ, ଆମ୍ପୁଡ଼ା କାମୁଡ଼ା ପରି ଜାବୁଡ଼ା ବି ଲଗେଇ ପାରେ– ଏହି କଥା ଦେବକାନ୍ତ କହିଛି ।

(ଥ) “ଟିଟ୍ ଫର୍ ଟ୍ୟାଟ୍” ପ୍ରସଙ୍ଗରେ କ’ଣ କୁହଯାଇଛି ?

ଉ :ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ଭାଲୁକୁ ଡରି ଘର ଭିତରେ କାକୁସ୍ଥ ହୋଇ ରହିବା ଅପେକ୍ଷା ତା’ ସାମନା କରିବା ଅତ୍ୟନ୍ତ ଭଲ, Tit for tat / ଦାନ୍ତ ବଦଳରେ ଦାନ୍ତ, ଆଖୁ ବଦଳରେ ଆଖୁ– ଏହି କଥା ମନମୋହନ ନିଶାକରକୁ କହିଛନ୍ତି ।

(ଦ) ମନମୋହନର ଉଦ୍‌ବୋଧନ ଶୁଣି ଗୋପୀ କ’ଣ କହିଥିଲା ?

ଉ :ନାଟକ – ଭାଲୁ ଉପଦ୍ରବ

ନାଟ୍ୟକାର – ବିଜୟ ମିଶ୍ର

ଉ: ମନମୋହନର ଉଦ୍‌ବୋଧନ ଶୁଣି ଗୋପୀ ବାଉଁଶଟା ଆଣିଦେବି ଆଜ୍ଞା, ପଛ ଦରଜାଟା ଖୋଲା ଅଛି । ଏ ପଟରୁ ଦି’ଟା ଖେଞ୍ଚା ମାରିଦେଲେ ଖୋଲା ଦରଜା ଦେଇ ପଳେଇବାକୁ ଭାଜୁ ବାଟ ପାଇବନି ବୋଲି ଗୋପୀ କହିଥିଲା । 


() ଉଣେଇଶ ଶହ ଏକାନବେ ମସିହା ଆଇ.ଏ.ଏସ୍ ପରୀକ୍ଷାରେ ଜାମ୍ବବାନ ବିଷୟରେ କେଉଁ ପ୍ରଶ୍ନ ପଡ଼ିଥିଲା ?

 ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଉଣେଇଶ ଶହ ଏକାନବେ ମସିହା ଆଇ.ଏ.ଏସ୍. ପରୀକ୍ଷାରେ ଜାମ୍ବବାନ ବିଷୟରେ Write a short note on Jambaban was a bear who served ରାମ like Hanuman ପ୍ରଶ୍ନ ପଡ଼ିଥିଲା ।

(ନ) କୈଳାସ ଘର ଭିତରେ ବସି କ’ଣ କରିଛି ?

ଉ :ନାଟକ– ଭାଲୁ ଉପଦ୍ରବ ନାଟ୍ୟକାର– ବିଜୟ ମିଶ୍ର

କୈଳାସ ଘର ଭିତରେ ବସି ବସି ଜଣାଣଟିଏ ଲେଖ୍, ସମସ୍ତଙ୍କୁ ମିଶି ସେହି ଜଣାଣଟିକୁ ଗାଇବାକୁ କହି ଜୟ ଶ୍ରୀରମ କହିଛି ।

(ପ) କୈଳାସ ତା’ ମନଟାକୁ କିପରି ବୁଝେଇ ସାରିଛି ?

ଉ :ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଉ: କୈଳାସ ତା’ ମନଟାକୁ ମନ ଶୋଇଯା ଶୋଇଯା କହି ବୁଝାଇଛି କାରଣ ଏଠି ପଡ଼ିଆ ନାହିଁ, ପୋଖରୀ ନାହିଁ, ପାଇଖାନା ଦଖଲ ହୋଇଛି । ତେଣୁ ମନକୁ କୈଳାସ ବୁଝେଇ ଦେଇଛି ।

(ଫ) କ’ଣ କଲେ ଭାଲୁ ଚାଲିଯିବ ବୋଲି ଦେବକାନ୍ତ ପ୍ରସ୍ତାବ ଦେଇଛି ?

ଉ :ନାଟକ– ଭାଲୁ ଉପଦ୍ରବ ନାଟ୍ୟକାର– ବିଜୟ ମିଶ୍ର

ଯଦି ପାଇଖାନାର ପଛପଟ ଦରଜାଟା ଖୋଲି ଦିଆଯାଏ, ତେବେ ଭାଲୁ ଚାଲିଯିବ ବୋଲି ଦେବକାନ୍ତ ପ୍ରସ୍ତାବ ଦେଇଛି । 

(ବ) ଭାଲୁ ତା’ ନିରାପଦ ଜାଗା କାହିଁକି ଛାଡ଼ିଯିବ ନାହିଁ ବୋଲି ନିଶାକର କହିଛି ?

ଉ :ନାଟକ– ଭାଲୁ ଉପଦ୍ରବ 

ନାଟ୍ୟକାର– ବିଜୟ ମିଶ୍ର

ଭାଲୁର ଜର ଆସିବା ବେଳ ହେବାରୁ, ସେହି ଅବସ୍ଥାରେ ସେ ନିରାପଦ ଜାଗା ଛାଡ଼ିଯିବ ନାହିଁ ବୋଲି ନିଶାକର କହିଛି । 

(ଭ) ପାଇଖାନା ଭିତରେ ଭାଲୁ କ’ଣ ଜାଣିପାରିଥିବ ଏବଂ ଦରଜା ଖୋଲା ଦେଖ‌ିଲେ କ’ଣ କରିବ ବୋଲି କୁହାଯାଇଛି ?

ଉ :ନାଟକ– ଭାଲୁ ଉପଦ୍ରବ

 ନାଟ୍ୟକାର– ବିଜୟ ମିଶ୍ର

ପାଇଖାନା ଭିତରେ ରହି ଭାଲୁ ନିଶ୍ଚୟ ଜାଣିପାରିଥବ ତା’ର ମୁକ୍ତି ଦରକାର ଏବଂ ଦରଜା ଖୋଲା ଦେଖ‌ିଲେ ତା’ର ଜର ଫର ଛାଡ଼ି ପଳେଇବ ବୋଲି କୁହାଯାଇଛି ।


(ମ) ଶୋଇଯାଇଥିବା ଗୋପୀ ଖୁଲି ଖୁଲି ହସି କ’ଣ କହୁଥୁଲା ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର


ଶୋଇଯାଇଥିବା ଗୋପୀ ଖୁଲି ଖୁଲି ହସି କହୁଥିଲା ଏ ଛାଡ଼-ଭାଲୁ-ଛାଡ଼ ମ! ତୁ କୁତୁକୁତୁ କଲେ ମୁଁ ତତେ କୁତୁକୁତୁ କରିଦେବି .... ଚୁପ୍ ହେଇ ବସିଲୁ ଖେଳିବା...


(ଯ) ଗୋପୀ କବାଟର ଜଞ୍ଜିରଟା ଖୋଲିଦେବା ପ୍ରସ୍ତାବ ଶୁଣି କୈଳାସ କ’ଣ କହିଛି ?

ଉ :ନାଟକ– ଭାଲୁ ଉପଦ୍ରବ 

ନାଟ୍ୟକାର– ବିଜୟ ମିଶ୍ର

ଗୋପୀ କବାଟର ଜଞ୍ଜିରଟା ଖୋଲିଦେବା ପ୍ରସ୍ତାବ ଶୁଣି କୈଳାସ କହିଛି-ଭାଲୁ ଜାମ୍ବବାନର ବଂଶଧର, ତାକୁ ମୁକ୍ତି

ଦେଲେ ଇହକାଳ ପରକାଳ ସବୁ କାଳରୁ ଗୋପୀକୁ ମୁକ୍ତି ମିଳିଯିବ ।


(ର) ରାତିସାରା ଭାଲୁ କ’ଣ କଲା ବୋଲି ଗୋପୀ କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ରାତିସାରା ଭାଲୁ ଖାଲି ତାକୁ କୁତୁ କୁତୁ କଲା– ସତରେ ନୁହେଁ, ସପନରେ ଏହିକଥା ଗୋପୀ କହିଲା ।


 (ଳ) ପଛ ଦରଜାଟା ଖୋଲିଦେବାକୁ ଗୋପୀ କାହିଁକି ନାହିଁ କରିଥିଲା ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ପଛ ଦରଜାଟା ଖୋଲିଦେବାକୁ ଗୋପୀ ନାହିଁ କରିଥିଲା କାରଣ ଭାଲୁଟା ରାଗି ଯାଇଥବ, ଦରଜା ଖୋଲିବା କ୍ଷତି ଗୋପୀ ଉପରକୁ ଝାମ୍ପି ପଡ଼ିବ ।


(ବ) ଗୋପୀ ଶେଷରେ କ’ଣ କାନ୍ଦି କାନ୍ଦି ଚାଲିଗଲା ?

ଉ : ନାଟକ– ଭାଲୁ ଉପଦ୍ରବ ନାଟ୍ୟକାର– ବିଜୟ ମିଶ୍ର

ଗୋପୀ ଶେଷରେ ବାବୁମାନଙ୍କୁ ଅନୁରୋଧ କରିଛି, ତାକୁ ଆଉ ନ ମାରିବା ପାଇଁ ସେ ନିଶ୍ଚେ ଯିବ, ବାବୁମାନେ ଭାଲୁକୁ ଡରିକି ଗଲେ ନାହିଁ ଆଉ ସେ ଭାଲୁକୁ ଡରିବ ନାହିଁ ଏହା କହି କାନ୍ଦି କାନ୍ଦି ଗୋପୀ ଚାଲିଗଲା ।

(ଶ) ଗୋପୀ ତା’ ଘରକୁ ଚାଲିଯିବାବେଳେ ଭାଲୁ ଏବଂ ଅନ୍ୟ ସମସ୍ତଙ୍କ ମଧ୍ୟରେ କ’ଣ ପ୍ରଭେଦ ଥ‌ିବାର କହିଥିଲା ? 

ଉ : ନାଟକ– ଭାଲୁ ଉପଦ୍ରବ


ନାଟ୍ୟକାର– ବିଜୟ ମିଶ୍ର

ଗୋପୀ କହିଛି ଭାଲୁ ପାଖକୁ ଯିବା ଆଗରୁ ବାବୁମାନଙ୍କ ଚେହେରା ଦେଖ୍ ସାରିବା ପରେ ଭାଲୁକୁ ଦେଖିବା ବେଳେ ମନେହେଲା, ଭାଲୁ ବାବୁମାନଙ୍କ ଠାରୁ ଢ଼େର ନିରୀହ, ଭାଲୁ ହାତମୁଠାରେ ପାଇ ତାକୁ ଛାଡ଼ିଦେଲା, ହେଲେ ବାବୁମାନଙ୍କ କଥା ମାନି ନ ଥିଲେ, ସମସ୍ତେ ମିଶି ପିଟି ପିଟି ମାରିଦେଇଥାନ୍ତେ ।


Plus Two First Year Sahitya Jyoti Bhalu Upadraba 3 Mark Prashna Uttar 

୪. ପ୍ରାୟ ତିରିଶଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

(କ) ‘ଭାଲୁ ଉପଦ୍ରବ’ ଏକାଙ୍କିକାଟିର ମଞ୍ଚସଜ୍ଜା କିପରି ହୋଇଛି ?

ଉ :

ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

‘ଭାଲୁ ଉପଦ୍ରବ’ ଏକାଙ୍କିକାଟିର ମଞ୍ଚରେ ଗୋଟିଏ ବସାଉଠା ଘରେ ଖଟିଆଟିଏ ଅଛି ଏବଂ ଗୋଟିଏ କୋଣରେ ଛୋଟ ଟି' ପୟଟିଏ, ତା’ ଉପରେ ଟି.ଭି. ଓ ରେଡ଼ିଓଟିଏ । ସେଇ ଘର କାନ୍ଥରେ ବ୍ରୁସ୍‌ଲିଠାରୁ ଆରମ୍ଭକରି ବିଭିନ୍ନ ଅଭିନେତା ଓ  ଅଭିନେତ୍ରୀଙ୍କ ବିଜ୍ଞାପନ କାଗଜ ମରାଯାଇଛି । ଗୋଟିଏ ଯୋଡ଼ିଏ ଚେୟାର ଏବଂ ଗୋଟିଏ ପାଖରେ କୁସ୍ତି ସରଞ୍ଜାମ, ଏହିପରି ଭାବରେ ମଞ୍ଚସଜ୍ଜା ହୋଇଛି ।

(ଖ) କେଉଁ ଅପ୍ରତ୍ୟାଶିତ ସମ୍ବାଦଟି ରେଡ଼ିଓ ଘୋଷଣା କରିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ମେସ୍‌ରେ ଅନ୍ତେବାସୀ ନିଜର ନିଜର କାମ ସକାଳୁ ସକାଳୁ ସାରିବାରେ ବ୍ୟସ୍ତ ଥିବାବେଳେ ଏକ ଅପ୍ରତ୍ୟାଶିତ ଜରୁରୀକାଳୀନ ସମ୍ବାଦଟି ଘୋଷଣା କରିଛି । ସେ ଘଟଣାଟି ହେଲା ଗୋଟିଏ ଭାଲୁ, ହଠାତ୍ ଉତ୍‌କ୍ଷିପ୍ତ ହୋଇ ଜଙ୍ଗଲ ଭିତରୁ ପଳେଇ ଆସି ସହର ଭିତରେ ଢୁକି ପଡ଼ିଛି । ସେ ଯେକୌଣସି ଜାଗାରେ ଥାଇପାରେ । ଯେକୌଣସି ଲୋକର ଯେକୌଣସି ମୁହୂର୍ତ୍ତରେ ଯେକୌଣସି କ୍ଷତି କରିପାରେ ।

(ଗ) ଭାଲୁ ସହ ସଂସ୍କୃତିର ସମ୍ପର୍କ ବିଷୟରେ କୈଳାସ କ’ଣ କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଭାଲୁ ସହ ସଂସ୍କୃତର ବହୁତ ଘନିଷ୍ଠ ସମ୍ପର୍କ । ଭାଲୁ ଜାତିଟା ନିଶ୍ଚୟ ସଂସ୍କୃତରେ ପଣ୍ଡିତ । ନ ହେଲେ ଗଛରେ ଚଢ଼ିଥିବା ମଣିଷ ଜିଭ ଭିତରେ ସସେମିରା ଲେଖୁଦେଲା କାହିଁକି । କାଳିଦାସ ଥିଲେ ବୋଲି ସିନା ତାକୁ decypher କଲେ– ନ ହେଲେ ପୁଅକୁ ଭଲ କରିବା ପାଇଁ ରାଜାଙ୍କୁ ସେଇ ଭାଲୁର ଆଶ୍ରୟ ନବାକୁ ପଡ଼ିଥାନ୍ତା ।

(ଘ) ସାଧାରଣ ଇକ୍ୟୁଏସନ୍‌ରେ ମନମୋହନ କେଉଁ ସିଦ୍ଧାନ୍ତରେ ପହଞ୍ଚି ପାରୁଥିବାର କହିଲା ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଭାଲୁକୁ ମେସ୍‌ର ସମସ୍ତ ଅନ୍ତେବାସୀ ଡରୁଥିବାର ଅନୁମାନ କରିଛନ୍ତି ମନମୋହନ । ତେଣୁ କହୁଛନ୍ତି ଆପଣମାନେ କୌଣସି ନା କୌଣସି କାରଣରୁ ଭାଲୁକୁ ଡରୁଛନ୍ତି । ସଂସ୍କୃତ ଶ୍ଳୋକରୁ ଏକଥା ଜଣାଗଲା ଯେ ଭାଲୁ ବିଶ୍ବାସଘାତକମାନଙ୍କୁ ଘୃଣା କରେ । ତେଣୁ ସାଧାରଣ ଇକ୍ୟୁଏସନ୍‌ରେ ଏଇ ସିଦ୍ଧାନ୍ତରେ ପହଞ୍ଚିପାରିଛନ୍ତି ।

(ଙ) “ ରାଗୁଛନ୍ତି କାହିଁକି ସାର” – ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ସୁରେଶ, ନିଶାକରକୁ ଜଣେ ବିଶ୍ଵାସଘାତକ ବୋଲି କହିଛନ୍ତି । ନିଶାକର ଏହା ଶୁଣି ବିରକ୍ତ ହେବାରୁ ମନମୋହନ ତାଙ୍କୁ କାହିଁକି ରାଗୁଛନ୍ତି ସାର୍ – ମେସ୍‌ରେ ଆପଣ ଛୋଟ ବଡ଼ ବିଶ୍ଵାସଘାତକତା ନ କଲେ ମେସ୍ ଚଳେଇବାର ଭାରି କଠିନ । ଏହି କଥା ମନମୋହନ ନିଶାକର ପ୍ରସଙ୍ଗରେ କହିଛି ।

(ଚ) ହାତୀପାଇଁ ଏ ଦେଶରେ ବନ୍ଦ ଡାକରା ଦେବେ ବୋଲି ସୁରେଶ କାହିଁକି କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ନିଶାକର ବାବୁ ଭାଲୁକୁ ଡରିଯାଇ ମେସ୍ ବନ୍ଦ ହେବାରୁ ଅନ୍ତେବାସୀ ସେଥୁରେ ଅସନ୍ତୁଷ୍ଟ ହୋଇଛନ୍ତି । ଭାଲୁଟା ପାଇଁ ଖାଦ୍ୟ, ପାନୀୟ ବନ୍ଦ କରିଦେଲେ, ହାତୀ ପାଇଁ ଏ ଦେଶକୁ ତ ଗୋଟାଏ ବନ୍ଦ ଡାକରା ଦେଇଦେବ ବୋଲି ସୁରେଶ ନିଶାକରକୁ କହିଛନ୍ତି । ତେଣୁ ଭାଲୁଟା ପାଇଁ ସେମାନଙ୍କ ମେସ୍ ବନ୍ଦ କରିବାକୁ ସୁରେଶ ପ୍ରବର୍ତ୍ତାଇଛନ୍ତି ।

(ଛ) ‘କହ କହ କେଉଁଠାରେ ତୁହି’ ବୋଲି ସୁରେଶ କାହିଁକି କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଗୋପୀ ଚିତ୍କାର କରି ଭିତରକୁ ଦୌଡ଼ି ଆସିବାରୁ ମନମୋହନ ଦେବକାନ୍ତ, କୈଳାଶ ଭାଲୁ କୋଉଠି କାହିଁ କହିବାରୁ ସୁରେଶ, ଆଜି ଭାଲୁର ଦିନେ କି ତା’ର ଦିନେ କହି ଗଦା ବୁଲେଇ ବୁଲେଇ କହିଲେ – କୋଉଠି – ରେ ଭଲୁକ’ ଏଇ ଗଦାଘାତେ ଆଜି ତତେ ପଠେଇବି ସମନ ସଦନେ ....... କହ କହ କେଉଁଠାରେ ତୁହି ....... ବୋଲି ସୁରେଶ କହିଛି ।



(ଜ) ଭାଲୁକୁ ସମନ ସଦନ ପଠଇବା କାହିଁକି ସମ୍ଭବ ହେଲାନି ବୋଲି ସୁରେଶ କହିଛି ?

ଉ :

ନାଟକ– ଭାଲୁ ଉପଦ୍ରବ ନାଟ୍ୟକାର– ବିଜୟ ମିଶ୍ର

ବାଥ୍ ରୁମ୍‌ରେ ଭାଲୁ ପଶିଛି ମାନେ ରୁମ୍‌ଟା ଛୋଟ ତ, Fight କରି ହେବନି, ବାହାରେ ବୁଲୁଥିଲେ ଭାଲୁକୁ ଗଦାର କରାମତି ଦେଖେଇ ଦେଇଥାନ୍ତେ । ତେଣୁ ସୁରେଶ କୈଳାଶକୁ କହିଛି ଭାଲୁକୁ ସମନ ସଦନ ପଠାଇବା ସମ୍ଭବ ହୋଇନି କାରଣ ସେ ବାଥରୁମରେ ପଶିଯାଇଛି ।

(ଝ) ସରକାର କେଉଁମାନଙ୍କୁ ନେଇ ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଥିଲେ ଓ କାହିଁକି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ସହରର ପୋଲିସ୍ ବାହିନୀ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ଦଳ ଛୋଟ ବଡ଼ ଶିକାରୀ ଏବଂ ଉତ୍ସାହୀ ଯୁବକମାନଙ୍କୁ ନେଇ ସରକାର ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଛନ୍ତି । ଯିଏ ବା ଯେଉଁମାନେ ଭାଲୁର ସନ୍ଧାନ ପାଇବେ, ତୁରନ୍ତ ସେହି ସ୍କାର୍ଡ଼କୁ ଜଣାଇବାକୁ ଅନୁରୋଧ କରାଯାଇଛି ।

(ଞ) ଟି. ଭି.ର ଦର୍ଶକମାନଙ୍କୁ କ’ଣ ଜଣାଇ ଦେଉଛୁ ବୋଲି କିଏ କାହିଁକି କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଟି.ଭି.ର ଦର୍ଶକମାନଙ୍କୁ ଜଣେ ମହିଳା announce କରି କହିଛନ୍ତି – ଦର୍ଶକମାନଙ୍କୁ ଆମେ ଜଣାଇ ଦେଉଛୁ ଯେ ଆଜି ରାତି ୯ଟା ୫୦ରେ ଭାଲୁ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରିବୁ । ତା’ର ସ୍ଵଭାବ, ଚରିତ୍ର ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଏଇ ଚିତ୍ରଟି ପ୍ରସ୍ତୁତ କରାଯାଇଛି ।

(ଟ) ନିଶାକାରବାବୁ ଅନ୍ଧାର ଭିତରେ ଟି. ଭି – ସୁଇଚ୍ ଅଫ୍ କରି କ’ଣ କହିଲା ?

ଉ :

ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ

ନିଶାକରବାବୁ ଅନ୍ଧାର ଭିତରେ ଟି.ଭି ସୁଇଚ୍ ଅଫ କରି ଗଜର ଗଜର ହୋଇ କହୁଥିଲେ – ଭାଲୁ ଅନୁସନ୍ଧାନକାରୀ ସ୍କାର୍ଡ଼କୁ କ’ଣ କହିବେ ? ବିରକ୍ତ ହୋଇ ଭାଲୁ ଯେ ସେମାନଙ୍କର ଝାଡ଼ା ପରିସ୍ରା ବନ୍ଦ କରି ସାରିଲାଣି ଏହି କଥା ମନେ ମନେ କହି ଚାଲିଥିଲେ ।

(୦) ଗୋପୀ ଭାଲୁ ବିଷୟରେ କ’ଣ ସ୍ବପ୍ନ ଦେଖୁଥିଲା ?

ଉ :

ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଗୋପୀ ଭାଲୁ ବିଷୟରେ ସ୍ଵପ୍ନ ଦେଖୁଛି – ଭାଲୁଟା ପାଇଖାନା ଭିତରୁ ଆସି, ଖଟ ଉପରକୁ ଉଠିଲା, କମ୍ବଳ ଟେକି ତା’ରି ପାଖରେ ଜାକି ଜୁକି ହୋଇ ଶୋଇ ପଡ଼ିଲା, ଠିକ୍ ସେତିକିବେଳୁ ବାବୁ ଭାଲୁ ଭାଲୁ ଡାକ ଛାଡ଼ିଲେ ।

(ଡ) ସ୍ଟାର୍ଡ଼କୁ ସୁରେଶ ଭାଲୁର ଖବର ଦେବାକୁ ଯିବାବେଳେ ନିଶାକର ତାଙ୍କୁ କାହିଁକି ବାରଣ କରିଛି ?

ଉ :

ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ସୁରେଶ ସ୍କାର୍ଡ଼କୁ ଡାକିବାକୁ ଯିବାବେଳେ ହଠାତ୍ ନିଶାକର ସୁରେଶକୁ ପାଗଳ ହୋଇଗଲେ କି ବୋଲି ପଚାରିଛି କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ ଭାଲୁ ବିଶ୍ବାସଘାତକକୁ ଜମା କ୍ଷମା ଦେବ ନାହିଁ । ସମସ୍ତଙ୍କ ଜିଭ ଟାଣି ଦେଇ ତା’ ଉପରେ

‘ସସେମିରା’ ଲେଖିଦେବ ।

() ଭୟଟାକୁ ଆମେ ଆଖୁ ସାମ୍‌ନାରେ ରଖୁଛୁ ବୋଲି ନିଶାକର କାହିଁକି କହିଛି ?

ଉ :

ନାଟକ– ଭାଲୁ ଉପଦ୍ରବ ନାଟ୍ୟକାର– ବିଜୟ ମିଶ୍ର



ସହର ପୂରାପୂରି ଭାଲୁ ଭୟରେ ଆତଙ୍କିତ । ଭାଲୁ ଭୟରେ Interview ବନ୍ଦ। T. V ରେ announce କରିବି ନିଶାକର ମନମୋହନଙ୍କୁ କହିଛି ଭାଲୁ ଆମ ପ୍ରତି କେମିତି ଦୟା କରିଛି । ସମସ୍ତେ ଯେତେବେଳେ ଏକ ଅଜଣା ବିପଦକୁ ଡରି  କବାଟ କିଳି ଘରେ ପଶିଛନ୍ତି ସେଠାକାର ଅନ୍ତେବାସୀ ଭାଲୁର ଭୟଟାକୁ ଆଖି  ଆଗରେ ଦେଖୁଛନ୍ତି |

(ଣ) କ’ଣ ତାକୁ ମିଳିଗଲା ବୋଲି ଦେବକାନ୍ତ କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଦେବକାନ୍ତ Interview ପାଇଁ ଆଣିଥିବା General knowledge ବହି ଖଣ୍ଡକ ମିଳିଯାଇଛି ବୋଲି କହିଛି । ସେଥ‌ିରେ ଭାଲୁ ବିଷୟରେ ଗୋଟାଏ ରଚନା ଅଛି । ଆଜି କାଲି ପରିବେଶ ଆଉ ବନ୍ୟଜନ୍ତୁ ସୁରକ୍ଷା ଗୋଟାଏ ଗୋଟାଏ ବଡ଼ topic ହୋଇଛି ବୋଲି ଦେବକାନ୍ତ କହିଛି ।

(ତ) ଦେବକାନ୍ତଠାରୁ ମିଳିଗଲା ଶୁଣି ଏବଂ ଭାଲୁ ବିଷୟରେ ରଚନା ଥୁବାର ଜାଣି ନିଶାକର ଓ ମନମୋହନ କ’ଣ କହିଛନ୍ତି ?

ଉ :

ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଦେବକାନ୍ତଠାରୁ ଭାଲୁ ବିଷୟରେ ରଚନା ଲେଖାଥିବା ଶୁଣି ନିଶାକର ଦେଖୁଛନ୍ତି - ଭାଲୁ ଏକ ସ୍ତନ୍ୟପାୟୀ ପ୍ରାଣୀ କି ନୁହେଁ ? ଅଣ୍ଡା ଦିଏ ନା ପିଲା ଜନ୍ମ କରେ ..... କ’ଣ ଖାଏ ଏବଂ କେଉଁଠି ଶୁଏ, ସେହିପରି ମନମୋହନ ପଚାରି ବୁଝିଛନ୍ତି ଭାଲୁ breakfast, lunch, dinner ସବୁ ଖାଏ, Dunlop bed ରେ ଶୁଏ - ଆଉ Lavender ସାବୁନରେ ଗାଧାଏ, ଏହିପରି ଗୋଟିଏ ଦିନରେ ଭାଲୁ ପାଇଁ ଅଣନିଃଶ୍ଵାସୀ ହୋଇ ଦେବକାନ୍ତ ଠାରୁ ବହି ଟାଣି ଫିଙ୍ଗି ଦେଇଛନ୍ତି |

(ଥ) ଗୋପୀର ଗାଲରେ କିଏ ଠାଏ କିନା ଚାପୁଡ଼ାଟେ ବସାଇ ଦେଲା ବୋଲି କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଗୋପୀ ମରିଗଲି, ମରିଗଲି, ମୋତେ ମାରି ପକେଇଲା, ପିଟିଲା କହି ଚିତ୍କାର କରିଛି, ତାକୁ ଦେଖୁ ସମସ୍ତେ ଘେରି ଯାଇଛନ୍ତି ଏବଂ କିଏ ପିଟିଲା ପଚାରିବାରୁ ସେ ନିଶାକରକୁ କହିଛି ଭାଲୁ ତା’ ଗାଲରେ ଠାଏ କିନା ଚାପୁଡ଼ାଟେ ବସାଇ ଦେଲା । ସିଏ ପାଇଖାନା ସ୍କାଇଲାଇଟ୍ ଉପରେ ଚଢ଼ି ତାକୁ ଦେଖୁଥ‌ିବା ବେଳେ ସେ ମଣିଷ ବାସ୍ନା ପାଇ ଉଙ୍କି ଆସି ଠାଏ କିନା ଜାବୁଡ଼ାଟେ ବସେଇ ଦେଲା ।

(ଦ) ମନମୋହନ ନିଶାକର ବାବୁଙ୍କୁ ଚୁପ୍ ରହିବାକୁ କାହିଁକି କହିଛି ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ଗୋପୀକୁ ଭାଲୁ ଚଟକଣି ମାରିଥିବାରୁ ସମସ୍ତେ ବ୍ୟସ୍ତ ହୋଇଛନ୍ତି ବୋଲି ନିଶାକର ବାବୁ ଭାଲୁ ରାତି ପାହିଲେ ପଳାଇବ ବୋଲି ଅନୁମାନ କରିଛନ୍ତି ଏବଂ ମହାତ୍ମାଗାନ୍ଧିଙ୍କ କଥା କହି କଥାଟାକୁ ନରମେଇ ଦେଇଛନ୍ତି; ହେଲେ ମନମୋହନ ବାବୁ ତାଙ୍କୁ ଚୁପ୍ କରାଇ କହିଛନ୍ତି – ଗୋଟାଏ ହିଂସ୍ର ଜନ୍ତୁକୁ ଘର ଭିତରେ ପୂରେଇ, ତା’ ଭୟରେ କାକୁସ୍ଥ ହେବା ଅପେକ୍ଷା ତା’ର ସାମନା କରିବା ଆବଶ୍ୟକ ।

(ଧ) ମନମୋହନ ଉଦ୍‌ବୋଧନ ଦେବା ଭଙ୍ଗୀରେ କ’ଣ କହିଥିଲେ ?

ଉ : ନାଟକ– ଭାଲୁ ଉପଦ୍ରବ

ନାଟ୍ୟକାର– ବିଜୟ ମିଶ୍ର

ନିଶାକରବାବୁ ଭାଲୁ ପ୍ରତି ହିଂସ୍ରଭାବ ନ ହେବାକୁ ସମସ୍ତ ଅନ୍ତେବାସୀଙ୍କୁ କହିଛନ୍ତି । କିନ୍ତୁ ମନମୋହନ ବାବୁ ଏଥୁରେ ଏକମତ ହୋଇ ନାହାଁନ୍ତି । ହିଂସ୍ରଜନ୍ତୁକୁ ଡରି ଘରେ ଲୁଚି ବସିବା ଅପେକ୍ଷା ତା’ର ସାମନା କରିବା ଅତ୍ୟନ୍ତ ଭଲ ଏବଂ Tit for tat ବା ଦାନ୍ତ ବଦଳରେ ଦାନ୍ତ, ଆଖୁ ବଦଳରେ ଆଖୁ ଏହିପରି ଉଦ୍‌ବୋଧନ ଦେଇ ଏହା ମନମୋହନ କହିଛନ୍ତି ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.